25.09.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବେହଦର
ସ୍କଲାରଶିପ୍ ଅର୍ଥାତ୍ ବୃତ୍ତି ନେବାକୁ ହେଲେ ଅଭ୍ୟାସ କର ଯେପରି ଏକମାତ୍ର ବାବାଙ୍କ ବ୍ୟତୀତ
ଅନ୍ୟ କେହି ମନେ ନ ପଡନ୍ତୁ ।”
ପ୍ରଶ୍ନ:-
ବାବାଙ୍କର
ସନ୍ତାନ ହେବା ପରେ ମଧ୍ୟ ଯଦି ଖୁସିର ଅନୁଭବ ହେଉ ନାହିଁ ତେବେ ଏହାର କାରଣ କ’ଣ?
ଉତ୍ତର:-
(୧) ବୁଦ୍ଧିରେ ସଂପୂର୍ଣ୍ଣ ଜ୍ଞାନ ରହୁ ନାହିଁ (୨) ବାବାଙ୍କୁ ଯଥାର୍ଥ ଭାବରେ ମନେପକାଉ
ନାହାଁନ୍ତି । ଯୋଗ ନ କରିବା କାରଣରୁ ମାୟା ଧୋକା ଦେଉଛି ସେଥିପାଇଁ ଖୁସିର ଅନୁଭବ ହେଉନାହିଁ ।
ତୁମମାନଙ୍କ ଭିତରେ ନିଶା ରହିବା ଦରକାର - ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି, ତେବେ
ଉମଙ୍ଗ-ଉତ୍ସାହ ଆସିବା ସହିତ ଖୁସି ମଧ୍ୟ ରହିବ । ବାବାଙ୍କଠାରୁ ବର୍ତ୍ତମାନ ପବିତ୍ରତା, ସୁଖ ଏବଂ
ଶାନ୍ତିର ଯେଉଁ ବର୍ସା ମିଳୁଛି, ସେଥିରେ ଭରପୂର ହୋଇ ରୁହ, ତେବେ ଖୁସି ରହିବ ।
ଓମ୍ ଶାନ୍ତି ।
ଓମ୍ ଶାନ୍ତିର
ଅର୍ଥକୁ ପିଲାମାନେ ଭଲ ଭାବରେ ଜାଣିଛନ୍ତି - ମୁଁ ଆତ୍ମା, ଏହା ମୋର ଶରୀର । ଏହି କଥାକୁ ଭଲ ଭାବରେ
ମନେପକାଅ । ଭଗବାନ ଅର୍ଥାତ୍ ଆତ୍ମାମାନଙ୍କର ପିତା ପରମାତ୍ମା, ଆମକୁ ପାଠ ପଢ଼ାଉଛନ୍ତି । ଏପରି
କେବେ ଶୁଣିଛ? ସେମାନେ ତ ଭାବୁଛନ୍ତି କୃଷ୍ଣ ପଢ଼ାଉଛନ୍ତି, କିନ୍ତୁ ତାଙ୍କର ତ ନାମ-ରୂପ ଅଛି ନା ।
ଏଠାରେ ତ ନିରାକାର ବାବା ପାଠ ପଢ଼ାଉଛନ୍ତି । ଆତ୍ମା ଶୁଣୁଛି ଏବଂ ପରମାତ୍ମା ଶୁଣାଉଛନ୍ତି । ଏହା
ନୂଆ କଥା ନା । ବିନାଶ ତ’ ନିଶ୍ଚିତ ହେବ । ଏପରି ମଧ୍ୟ ଗାୟନ ରହିଛି, ଗୋଟିଏ ହେଲା ବିନାଶ କାଳେ
ବିପରୀତ ବୁଦ୍ଧି, ଆଉ ଗୋଟିଏ ହେଲା ବିନାଶ କାଳେ ପ୍ରୀତ ବୁଦ୍ଧି । ଆଗରୁ ତୁମେମାନେ ମଧ୍ୟ କହୁଥିଲ
ଈଶ୍ୱର ସର୍ବବ୍ୟାପୀ । ଗୋଡି ମାଟିରେ ମଧ୍ୟ ଈଶ୍ୱର ଅଛନ୍ତି । ଏହି ସବୁ କଥାକୁ ଭଲ ଭାବରେ
ବୁଝିବାକୁ ହେବ । ଏ କଥା ତ ବୁଝି ଯାଇଛ ଯେ ଆତ୍ମା ଅବିନାଶୀ, ଶରୀର ବିନାଶୀ । ଆତ୍ମା କେବେ ଛୋଟ
ବଡ ହୁଏ ନାହିଁ । ଆତ୍ମା ଏତେ କ୍ଷୁଦ୍ର ହେଲେ ମଧ୍ୟ ୮୪ ଜନ୍ମ ନେଇ ସାରା ଅଭିନୟ କରୁଛି । ଆତ୍ମା
ଶରୀରକୁ ଚଳାଉଛି । ସର୍ବୋଚ୍ଚ ବାବା ପାଠ ପଢ଼ାଉଛନ୍ତି ତେଣୁ ପଦ ମଧ୍ୟ ନିଶ୍ଚିତ ଉଚ୍ଚ ମିଳିବ ।
ତେବେ ଆତ୍ମା ହିଁ ପାଠପଢ଼ି ପଦ ପାଉଛି । ଆତ୍ମାକୁ ଦେଖି ହୁଏ ନାହିଁ । ବହୁତ ଚେଷ୍ଟା କରୁଛନ୍ତି
ଯେ, ଦେଖିବା ଆତ୍ମା କେମିତି ଆସୁଛି, କେଉଁ ବାଟେ ବାହାରି ଯାଉଛି? କିନ୍ତୁ କିଛି ବି ଜଣା ପଡୁ଼
ନାହିଁ । କେହି ଦେଖିଲେ ମଧ୍ୟ ବୁଝିପାରିବେ ନାହିଁ । ଏକଥା ତ ତୁମେମାନେ ଜାଣିଛ ଯେ ଆତ୍ମା ହିଁ
ଶରୀରରେ ନିବାସ କରୁଛି । ଆତ୍ମା ଏବଂ ଜୀବ (ଶରୀର) ଅଲଗା ଅଲଗା । ଆତ୍ମା ଛୋଟ-ବଡ଼ ହୋଇ ନ ଥାଏ ।
ଜୀବ ଛୋଟରୁ ବଡ଼ ହୋଇଥାଏ । ଆତ୍ମା ହିଁ ପତିତ ଏବଂ ପାବନ ହୋଇଥାଏ । ଆତ୍ମା ହିଁ ବାବାଙ୍କୁ ଡାକୁଛି
- ହେ ପତିତ ଆତ୍ମାମାନଙ୍କୁ ପବିତ୍ର କରୁଥିବା ବାବା ଆସ । ଏ କଥା ମଧ୍ୟ ବାବା ବୁଝାଇଛନ୍ତି -
ସମସ୍ତ ଆତ୍ମାମାନେ ହେଉଛନ୍ତି ବ୍ରାଇଡସ୍ (କନ୍ୟା ଅଥବା ସୀତା) ଆଉ ସେ ହେଲେ ରାମ, ଅଥବା
ବ୍ରାଇଡ଼ଗ୍ରୁମ୍(ବର) । ଦୁନିଆରେ ଲୋକମାନେ ସମସ୍ତଙ୍କୁ ବ୍ରାଇଡଗ୍ରୁମ କହିଦେଉଛନ୍ତି ।
ବ୍ରାଇଡଗ୍ରୁମ ସମସ୍ତଙ୍କ ଭିତରେ ପ୍ରବେଶ କରିବେ, ଏହା କ’ଣ ସମ୍ଭବ । ବୁଦ୍ଧିରେ ଏହି ଓଲଟା ଜ୍ଞାନ
ଥିବା କାରଣରୁ ତଳକୁ ଖସି ଆସିଛନ୍ତି କାହିଁକିନା ବହୁତ ନିନ୍ଦା କରୁଛନ୍ତି, ପାପ କରୁଛନ୍ତି,
ବଦନାମ୍ କରୁଛନ୍ତି । ମନୁଷ୍ୟମାନେ ବାବାଙ୍କର ବହୁତ ତୀବ୍ର ନିନ୍ଦା କରିଛନ୍ତି । ପିଲାମାନେ କ’ଣ
କେବେ ବାପାଙ୍କର ଗ୍ଲାନି କରିବେ! କିନ୍ତୁ ଆଜିକାଲି ପିଲାମାନେ ବିଗିଡ଼ି ଗଲେ ବାପାଙ୍କୁ ମଧ୍ୟ ଗାଳି
ଦେଉଛନ୍ତି । ଇଏ ତ ହେଉଛନ୍ତି ବେହଦର ପିତା । ଆତ୍ମା ବେହଦର ପିତାଙ୍କର ଗ୍ଲାନି କରିଛି - ବାବା
ଆପଣ କଇଁଛ ଅବତାର, ମତ୍ସ୍ୟ ଅବତାର ନେଇଛନ୍ତି । କୃଷ୍ଣଙ୍କର ମଧ୍ୟ ଗ୍ଲାନି କରୁଛନ୍ତି -
ରାଣୀମାନଙ୍କୁ ଚୋରାଇ ନେଇଥିଲେ, ଏପରି କରିଥିଲେ, ଲହୁଣୀ ଚୋରାଉଥିଲେ । ଲହୁଣୀ ଆଦି ଚୋରି କରିବା
ତାଙ୍କର କ’ଣ ଦରକାର ଥିଲା । କେତେ ତମଃପ୍ରଧାନ ବୁଦ୍ଧି ହୋଇଯାଇଛି । ବାବା କହୁଛନ୍ତି - ମୁଁ ଆସି
ତୁମକୁ ପବିତ୍ର କରିବା ପାଇଁ ବହୁତ ସହଜ ଉପାୟ ବତାଉଛି । ବାବା ହିଁ ପତିତ-ପାବନ ସର୍ବଶକ୍ତିମାନ
ଅଟନ୍ତି । ଯେପରି ସାଧୁ-ସନ୍ଥ ଆଦି ଯିଏ ବି ଅଛନ୍ତି, ତାଙ୍କୁ ଶାସ୍ତ୍ରର ଅଥୋରିଟୀ(ଅଧିକାରୀ)
କୁହାଯାଉଛି । ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ବେଦ-ଶାସ୍ତ୍ର ଆଦିର ଅଥୋରିଟୀ କୁହାଯାଇପାରିବ, ତାଙ୍କର
କେତେ ବଡିମା ରହିଛି । ଶିବାଚାର୍ଯ୍ୟଙ୍କର କୌଣସି ବଡିମା ନାହିଁ, କିମ୍ବା ତାଙ୍କ ସାଥିରେ କୌଣସି
ଅନୁଗାମୀ (ଚେଲା) ନାହାଁନ୍ତି । ଶିବବାବା ତ ସବୁ ବେଦ-ଶାସ୍ତ୍ରର ସାରାଂଶ ଶୁଣାଉଛନ୍ତି । ଯଦି
ଶିବବାବା କିଛି ବଡିମା ଦେଖାଇବେ ତେବେ ପ୍ରଥମେ ବ୍ରହ୍ମାଙ୍କର ମଧ୍ୟ ବଡିମା ଆବଶ୍ୟକ । କିନ୍ତୁ
ନାଁ । ବାବା କହୁଛନ୍ତି, ମୁଁ ତୁମ ପିଲାମାନଙ୍କର ସେବକ ଅଟେ । ବାବା ଏହାଙ୍କ ଭିତରେ ପ୍ରବେଶ କରି
ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମେମାନେ ଅପବିତ୍ର ହୋଇଯାଇଛ, ପବିତ୍ର ଥିଲ ପୁଣି ୮୪ ଜନ୍ମ ପରେ
ଅପବିତ୍ର ହୋଇଯାଇଛ । ଇତିହାସ-ଭୂଗୋଳର ପୁଣି ପୁନରାବୃତ୍ତି ହେବ । ଇଏ (ବ୍ରହ୍ମା) ମଧ୍ୟ ୮୪ ଜନ୍ମ
ଭୋଗ କରିଛନ୍ତି । ପୁଣି ତାଙ୍କୁ ସତ୍ତ୍ୱପ୍ରଧାନ ହେବାର ଉପାୟ ବତାଉଛନ୍ତି । ବାବା ହିଁ
ସର୍ବଶକ୍ତିମାନ୍ ଅଟନ୍ତି । ବାବା ବ୍ରହ୍ମାଙ୍କ ଦ୍ୱାରା ସମସ୍ତ ବେଦ-ଶାସ୍ତ୍ରର ସାରାଂଶ
ବୁଝାଉଛନ୍ତି । ସେଥିପାଇଁ ଚିତ୍ରରେ ବ୍ରହ୍ମାଙ୍କ ହାତରେ ଶାସ୍ତ୍ର ଦେଖାଇଥା’ନ୍ତି । କିନ୍ତୁ
ବାସ୍ତବରେ ଶାସ୍ତ୍ର ଆଦିର କିଛି କଥା ନାହିଁ, ନା ବାବାଙ୍କ ପାଖରେ ଶାସ୍ତ୍ର ଅଛି । ନା । ନା
ଏହାଙ୍କ (ବ୍ରହ୍ମାଙ୍କ) ପାଖରେ ଶାସ୍ତ୍ର ଅଛି, ନା ତୁମ ପାଖରେ କୌଣସି ଶାସ୍ତ୍ର ଅଛି । ବାବା
ତୁମକୁ ନିତ୍ୟ ନୂଆ-ନୂଆ କଥା ଶୁଣାଉଛନ୍ତି । ଏ କଥା ଜାଣିଛ ଯେ, ଏସବୁ ଭକ୍ତିମାର୍ଗର ଶାସ୍ତ୍ର ।
ମୁଁ କ’ଣ କୌଣସି ଶାସ୍ତ୍ର ଶୁଣାଉଛି କି? ମୁଁ ତ ତୁମକୁ ମୁଖରେ ଶୁଣାଉଛି । ତୁମକୁ ରାଜଯୋଗ
ଶିଖାଉଛି । ଯାହାର ନାମ ଭକ୍ତି ମାର୍ଗରେ ଗୀତା ରଖିଦିଆଯାଇଛି । ମୋ ପାଖରେ ଅଥବା ତୁମ ପାଖରେ
କୌଣସି ଗୀତା ଆଦି ଅଛି କି? ଇଏ ହେଉଛି ପାଠପଢ଼ା । ପାଠପଢ଼ାରେ ଅଧ୍ୟାୟ, ଶ୍ଲୋକ ଆଦି ଥାଏ କି? ମୁଁ
ତୁମମାନଙ୍କୁ ପାଠ ପଢ଼ାଉଛି, ଏହିପରି କଳ୍ପ-କଳ୍ପ ପଢ଼ାଉଥିବି । କେତେ ସହଜ କଥା ବୁଝାଉଛି - ନିଜକୁ
ଆତ୍ମା ମନେ କର । ଏହି ଶରୀର ତ ମାଟି ହୋଇଯିବ । ଆତ୍ମା ଅବିନାଶୀ, ଶରୀରକୁ ତ ବାରମ୍ବାର ଜଳାଇ
ଦେଇଥା’ନ୍ତି । ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ନେଇଥାଏ ।
ବାବା କହୁଛନ୍ତି - ମୁଁ
ତ ଥରେ ମାତ୍ର ଆସୁଛି । ଶିବରାତ୍ରୀ ମଧ୍ୟ ପାଳନ କରୁଛନ୍ତି । ବାସ୍ତବରେ ଶିବ ଜୟନ୍ତୀ ହେବା
ଦରକାର । କିନ୍ତୁ ଜୟନ୍ତୀ କହିବା ଦ୍ୱାରା ମାତା ଗର୍ଭରୁ ଜନ୍ମ ନେବା ହୋଇଯାଉଛି, ସେଥିପାଇଁ
ଶିବରାତ୍ରୀ କହି ଦେଉଛନ୍ତି । ଦ୍ୱାପର-କଳିଯୁଗ ରୂପକ ରାତ୍ରିରେ ମୋତେ ଖୋଜୁଛନ୍ତି । କହୁଛନ୍ତି
ସର୍ବବ୍ୟାପୀ ଅଟନ୍ତି । ତେବେ ନିଜ ଭିତରେ ମଧ୍ୟ ଅଛନ୍ତି ନା, ଯଦି ତୁମ ଭିତରେ ଅଛି ତେବେ ଧକ୍କା
କାହିଁକି ଖାଉଛ! ଏକଦମ୍ ଦେବତାରୁ ଯେପରି ଆସୁରୀ ସମ୍ପ୍ରଦାୟ ହୋଇଯାଇଛନ୍ତି । ଦେବତାମାନେ କ’ଣ
କେବେ ମଦ୍ୟପାନ କରିଥା’ନ୍ତି କି? ସେହି ଆତ୍ମାମାନେ ହିଁ ପୁଣି ତଳକୁ ଖସିବା କାରଣରୁ ମଦ୍ୟପାନ
ମଧ୍ୟ କରୁଛନ୍ତି । ବାବା କହୁଛନ୍ତି ଏବେ ଏହି ପୁରୁଣା ଦୁନିଆର ବିନାଶ ନିଶ୍ଚୟ ହେବ । ପୁରୁଣା
ଦୁନିଆରେ ଅନେକ ଧର୍ମ ରହିଛି । ନୂଆ ଦୁନିଆରେ କେବଳ ଗୋଟିଏ ଧର୍ମ ହେବ । ଏକରୁ ଅନେକ ଧର୍ମ ହୋଇଛି,
ପୁଣି ଏକ ଧର୍ମ ହେବ । ମନୁଷ୍ୟମାନେ ତ କହିଦେଉଛନ୍ତି କଳିଯୁଗ ଆହୁରି ୪୦ ହଜାର ବର୍ଷ ଚାଲିବ,
ଏହାକୁ ହିଁ ଘୋର ଅନ୍ଧକାର କୁହାଯାଉଛି । ଜ୍ଞାନ ସୂର୍ଯ୍ୟ ପ୍ରକଟ ହେଲେ, ଅଜ୍ଞାନ ଅନ୍ଧକାର ବିନାଶ
ହେଲା.... । ମନୁଷ୍ୟମାନଙ୍କ ପାଖରେ ବହୁତ ଅଜ୍ଞାନତା ରହିଛି । ବାବା ଜ୍ଞାନ ସୂର୍ଯ୍ୟ, ଜ୍ଞାନର
ସାଗର, ଯେତେବେଳେ ଏଠାକୁ ଆସୁଛନ୍ତି ତୁମର ଭକ୍ତି ମାର୍ଗର ଅଜ୍ଞାନତା ଦୂର ହୋଇଯାଉଛି । ତୁମେମାନେ
ବାବାଙ୍କୁ ମନେ ପକାଇ ପକାଇ ପବିତ୍ର ହୋଇଯିବ, ଆତ୍ମାର ସବୁ ମଇଳା ବାହାରିଯିବ । ଏହା ହିଁ ଯୋଗ
ଅଗ୍ନି ଅଟେ । କାମ ଅଗ୍ନି ସମସ୍ତଙ୍କୁ କଳା କରି ଦେଉଛି । ଯୋଗ ଅଗ୍ନି ଅର୍ଥାତ୍ ଶିବବାବାଙ୍କର
ସ୍ମୃତି ଗୋରା କରିଦେଉଛି । ସେଥିପାଇଁ କୃଷ୍ଣଙ୍କ ନାମ ଶ୍ୟାମ-ସୁନ୍ଦର ରଖିଛନ୍ତି । କିନ୍ତୁ ଅର୍ଥ
କିଛି ବୁଝୁନାହାଁନ୍ତି । ବାବା ଆସି ଏହାର ଅର୍ଥକୁ ବୁଝାଉଛନ୍ତି । ପ୍ରଥମେ ପ୍ରଥମେ ସତ୍ୟଯୁଗରେ
ସମସ୍ତେ କେତେ ସୁନ୍ଦର ଥିଲେ । ଆତ୍ମା ପବିତ୍ର ସୁନ୍ଦର ଥିଲା, ତେଣୁ ଶରୀର ମଧ୍ୟ ପବିତ୍ର ସୁନ୍ଦର
ହୋଇଥାଏ । ସେଠାରେ ଧନ ଦୌଲତ ସବୁ କିଛି ନୂଆ ହେବ । ନୂଆ ଧରଣୀ ପୁଣି ପୁରୁଣା ହୋଇଥାଏ ।
ବର୍ତ୍ତମାନ ଏହି ପୁରୁଣା ଦୁନିଆର ବିନାଶ ନିଶ୍ଚିତ ହେବ । ସେଥିପାଇଁ ଖୁବ୍ ପ୍ରସ୍ତୁତି ଚାଲିଛି ।
ଭାରତବାସୀ ଏତେ ବୁଝୁନାହାଁନ୍ତି, ଯେତେ ସେମାନେ (ବିଦେଶୀମାନେ) ବୁଝୁଛନ୍ତି କି ଆମେ ନିଜ କୂଳର
ବିନାଶ କରୁଛୁ । ଭାବୁଛନ୍ତି କେହି ପ୍ରେରକ ଅଛନ୍ତି । ବିଜ୍ଞାନ ଦ୍ୱାରା ଆମେ ନିଜର ହିଁ ବିନାଶକୁ
ନିମନ୍ତ୍ରଣ କରୁଛୁ । ଏ କଥା ମଧ୍ୟ ଜାଣିଛନ୍ତି ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବରୁ ଭାରତ
ସ୍ୱର୍ଗ ଥିଲା । ଏଠାରେ ଭଗବାନ-ଭଗବତୀଙ୍କର ଅର୍ଥାତ୍ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ।
ପ୍ରାଚୀନ ଯୁଗରେ କେବଳ ଭାରତ ହିଁ ଥିଲା । ଏହି ରାଜଯୋଗ ଦ୍ୱାରା ହିଁ ଲକ୍ଷ୍ମୀ-ନାରାୟଣ ଏପରି
ହୋଇଛନ୍ତି । ଯେଉଁ ରାଜଯୋଗ ପୁଣି ବାବା ହିଁ ଶିଖାଇ ପାରିବେ । ସନ୍ନ୍ୟାସୀମାନେ ଏହି ଯୋଗ ଶିଖାଇ
ପାରିବେ ନାହିଁ । ଆଜିକାଲି କେତେ ଠକାମୀ କରୁଛନ୍ତି । ବାହାରେ ଯାଇ କହୁଛନ୍ତି ଆମେ ଭାରତର
ପ୍ରାଚୀନ ଯୋଗ ଶିଖାଉଛୁ । ପୁଣି କହୁଛନ୍ତି ଅଣ୍ଡା ଖାଅ, ମଦ ପିଅ, ଯାହା କିଛି ବି କର । ତେବେ
ସେମାନେ କିପରି ରାଜଯୋଗ ଶିଖାଇ ପାରିବେ । ମନୁଷ୍ୟକୁ ଦେବତା କିପରି କରିପାରିବେ । ବାବା
ବୁଝାଉଛନ୍ତି ଆତ୍ମା କେତେ ଉଚ୍ଚ (ଶ୍ରେଷ୍ଠ) କିନ୍ତୁ ପୁନର୍ଜନ୍ମ ନେଇ-ନେଇ ସତ୍ତ୍ୱପ୍ରଧାନରୁ
ତମଃପ୍ରଧାନ ହୋଇଯାଉଛି । ଏବେ ତୁମେ ପୁନର୍ବାର ସ୍ୱର୍ଗର ସ୍ଥାପନା କରୁଛ । ସେଠାରେ ଅନ୍ୟ କୌଣସି
ଧର୍ମ ରହିବ ନାହିଁ । ଏବେ ବାବା କହୁଛନ୍ତି ନର୍କର ବିନାଶ ତ ନିଶ୍ଚୟ ହେବ । ଏ ପର୍ଯ୍ୟନ୍ତ
ଯେଉଁମାନେ ଆସିଛନ୍ତି ସେମାନେ ସ୍ୱର୍ଗକୁ ତ ନିଶ୍ଚୟ ଯିବେ । ଶିବବାବାଙ୍କର ଅଳ୍ପ ଜ୍ଞାନ ଶୁଣିଲେ
ମଧ୍ୟ ସ୍ୱର୍ଗକୁ ନିଶ୍ଚିତ ଯିବେ । କିନ୍ତୁ ଯେତେ ପଢ଼ିବେ, ବାବାଙ୍କୁ ଯେତେ ମନେ ପକାଇବେ ସେତେ
ଉଚ୍ଚ ପଦ ପାଇବେ । ବର୍ତ୍ତମାନ ତ ସମସ୍ତଙ୍କ ପାଇଁ ବିନାଶର କାଳ । ବିନାଶ କାଳେ ଯାହାର
ପ୍ରୀତିବୁଦ୍ଧି, ଯିଏ ବାବାଙ୍କ ବ୍ୟତୀତ ଆଉ କାହାକୁ ମନେପକାଉ ନାହାଁନ୍ତି, ସେହିମାନେ ହିଁ ଉଚ୍ଚ
ପଦ ପାଇବେ । ଏହାକୁ କୁହାଯାଏ ବେହଦର ସ୍କଲାରଶିପ୍ (ବୃତ୍ତି), ଏଥିରେ ରେସ୍ କରିବା ଉଚିତ୍ । ଏହା
ହେଉଛି ଈଶ୍ୱରୀୟ ଲଟେରୀ । ପ୍ରଥମରେ ତ ଯୋଗ, ଦ୍ୱତୀୟରେ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ ଏବଂ
ରାଜା-ରାଣୀ ହେବାକୁ ହେଲେ ପ୍ରଜା ମଧ୍ୟ ତିଆରି କରିବାକୁ ପଡ଼ିବ । କିନ୍ତୁ କେହି ବହୁତ ପ୍ରଜା
ତିଆରି କରୁଛନ୍ତି, କେହି କମ୍ । ସେବା ଦ୍ୱାରା ହିଁ ପ୍ରଜା ତିଆରି ହୋଇଥା’ନ୍ତି । ମ୍ୟୁଜିୟମ୍,
ପ୍ରଦର୍ଶନୀ ଇତ୍ୟାଦି ଦ୍ୱାରା ଢ଼େର ପ୍ରଜା ହୋଇଥା’ନ୍ତି । ବର୍ତ୍ତମାନ ତୁମେମାନେ ପଢ଼ୁଛ ପୁଣି
ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ କୂଳକୁ ଚାଲିଯିବ । ଏହା ତୁମ ବ୍ରାହ୍ମଣମାନଙ୍କର କୂଳ । ବାବା
ବ୍ରାହ୍ମଣ କୁଳକୁ ପୋଷ୍ୟ କରି ତାଙ୍କୁ ପାଠ ପଢ଼ାଉଛନ୍ତି । ବାବା କହୁଛନ୍ତି - ମୁଁ ଗୋଟିଏ କୂଳ ଏବଂ
ଦୁଇଟି ଡିନାୟଷ୍ଟି (ରାଜବଂଶ) ଗଢ଼ୁଛି । ସୂର୍ଯ୍ୟବଂଶୀ, ମହାରାଜା-ମହାରାଣୀ, ଚନ୍ଦ୍ରବଂଶୀ
ରାଜା-ରାଣୀ । ଏମାନଙ୍କୁ ଡବଲ ସିରତାଜ (ଦୁଇ ମୁକୁଟଧାରୀ) କୁହାଯିବ । ପରେ ଯେତେବେଳେ ବିକାରୀ
ରାଜାମାନେ ଆସିବେ ତାଙ୍କର ଲାଇଟ୍ର ମୁକୁଟ ରହିବ ନାହିଁ । ସେହି ଡବଲ ମୁକୁଟଧାରୀମାନଙ୍କର
ମନ୍ଦିର ତିଆରି କରି ତାଙ୍କର ପୂଜା କରିବେ । ପବିତ୍ରମାନଙ୍କ ଆଗରେ ଅପବିତ୍ରମାନେ ମୁଣ୍ଡ
ନୂଆଁଇଥା’ନ୍ତି । ସତ୍ୟଯୁଗରେ ଏସବୁ କଥା ହେବ ନାହିଁ । ତାହା ହେଉଛି ପବିତ୍ର ଦୁନିଆ, ସେଠାରେ
କେହି ପତିତ ରହିବେ ନାହିଁ । ତାକୁ ସୁଖଧାମ, ନିର୍ବିକାରୀ ଦୁନିଆ କୁହାଯାଏ । ଏହାକୁ କୁହାଯାଉଛି
ବିକାରୀ ଦୁନିଆ । ଏଠାରେ ଜଣେ ହେଲେ ବି ପବିତ୍ର ନାହାଁନ୍ତି । ସନ୍ନ୍ୟାସୀମାନେ ଘରଦ୍ୱାର ଛାଡ଼ି
ପଳାଇଥା’ନ୍ତି, ରାଜା ଗୋପୀଚାନ୍ଦଙ୍କର ମଧ୍ୟ ଉଦାହରଣ ରହିଛି । ତୁମେ ଜାଣିଛ କୌଣସି ମନୁଷ୍ୟ ଜଣେ
ଅନ୍ୟକୁ ଗତି ସଦ୍ଗତି ଦେଇପାରିବେ ନାହିଁ । ମୁଁ ହେଉଛି ସମସ୍ତଙ୍କର ସଦଗତି ଦାତା । ମୁଁ ଆସି
ସମସ୍ତଙ୍କୁ ପବିତ୍ର କରୁଛି । ପ୍ରଥମେ ତ ପବିତ୍ର ହୋଇ ଶାନ୍ତିଧାମକୁ ଚାଲିଯିବ । ଦ୍ୱିତୀୟରେ
ପବିତ୍ର ହୋଇ ସୁଖଧାମକୁ ଯିବ । ଏହା ହେଉଛି ଅପବିତ୍ର ଦୁଃଖଧାମ । ସତ୍ୟଯୁଗରେ ରୋଗ ଆଦି କିଛି ବି
ରହିବ ନାହିଁ । ତୁମେମାନେ ସେହି ସୁଖଧାମର ମାଲିକ ଥିଲ, ପୁଣି ରାବଣ ରାଜ୍ୟରେ ଦୁଃଖଧାମର ମାଲିକ
ହୋଇଛ । ବାବା କହୁଛନ୍ତି କଳ୍ପ-କଳ୍ପ ତୁମେ ମୋର ଶ୍ରୀମତ ଆଧାରରେ ସ୍ୱର୍ଗ ସ୍ଥାପନ କରୁଛ । ନୂଆ
ଦୁନିଆର ରାଜ୍ୟ ନେଉଛ । ପୁଣି ପତିତ ନର୍କବାସୀ ହେଉଛ । ଦେବତାମାନେ ହିଁ ପୁଣି ବିକାରୀ
ହୋଇଯାଉଛନ୍ତି । ବାମ ମାର୍ଗରେ ପତିତ ହୋଇଯାଉଛନ୍ତି ।
ମଧୁର ସନ୍ତାନମାନଙ୍କୁ
ବାବା ଆସି ନିଜର ପରିଚୟ ଦେଇଛନ୍ତି କି ମୁଁ ଥରେ ମାତ୍ର ପୁରୁଷୋତ୍ତମ ସଙ୍ଗମ ଯୁଗରେ ଆସୁଛି । ମୁଁ
ଯୁଗେ ଯୁଗେ ତ ଆସୁ ହିଁ ନାହିଁ । କଳ୍ପର ସଙ୍ଗମ ଯୁଗରେ ଆସୁଛି, ଯୁଗେ-ଯୁଗେ ନୁହେଁ । କଳ୍ପର
ସଙ୍ଗମରେ କାହିଁକି ଆସୁଛି? କାହିଁକିନା ନର୍କକୁ ସ୍ୱର୍ଗ କରୁଛି । ପ୍ରତ୍ୟେକ ୫ ହଜାର ବର୍ଷ ପରେ
ମୁଁ ଆସୁଛି । କେତେକ ସନ୍ତାନ ଲେଖୁଛନ୍ତି - ବାବା, ଆମର ଖୁସୀ, ଉଲ୍ଲାସ ରହୁନାହିଁ । ଆରେ, ବାବା
ତୁମକୁ ବିଶ୍ୱର ମାଲିକ କରୁଛନ୍ତି, ଏପରି ବାବାଙ୍କୁ ମନେ ପକାଇ ତୁମେମାନେ ଖୁସି ହେଉନାହଁ! ପୁରା
ଯୋଗ କରୁ ନ ଥିବାରୁ ଖୁସି ସ୍ଥାୟୀ ହୋଇ ରହୁନାହିଁ । ପତିକୁ ମନେ ପକାଇ ଖୁସି ହେଉଛ, ଯିଏ ତୁମକୁ
ପତିତ କରୁଛନ୍ତି, ବାବା ତୁମକୁ ଡବଲ ମୁକୁଟଧାରୀ କରୁଛନ୍ତି, ତାଙ୍କୁ ମନେ ପକାଇ ଖୁସି ହେଉନାହଁ!
ବାବାଙ୍କର ସନ୍ତାନ ହୋଇ ପୁଣି କହୁଛ ଖୁସି ରହୁ ନାହିଁ । ତେବେ ସଂପୂର୍ଣ୍ଣ ଜ୍ଞାନ ବୁଦ୍ଧିରେ ନାହିଁ
। ଯୋଗ କରୁନାହଁ ସେଥିପାଇଁ ମାୟା ଧୋକା ଦେଉଛି । ପିଲାମାନଙ୍କୁ କେତେ ଭଲ ଭାବରେ ବୁଝାଉଛନ୍ତି ।
କଳ୍ପ-କଳ୍ପ ବୁଝାଉଛନ୍ତି । ଯେଉଁ ଆତ୍ମାମାନେ ପଥରବୁଦ୍ଧି ହୋଇଯାଇଛନ୍ତି, ତାଙ୍କୁ ପାରସବୁଦ୍ଧି
କରୁଛନ୍ତି । ଜ୍ଞାନର ସାଗର ବାବା ହିଁ ଆସି ଜ୍ଞାନ ଦେଉଛନ୍ତି । ସେ ସବୁ କଥାରେ ପୂର୍ଣ୍ଣ ଅଟନ୍ତି
। ପବିତ୍ରତା, ସ୍ନେହ ସବୁଥିରେ ପୂର୍ଣ୍ଣ । ସିଏ ଜ୍ଞାନର ସାଗର, ସ୍ନେହର ସାଗର ନା । ଏପରି
ବାବାଙ୍କଠାରୁ ତୁମକୁ ଏହି ସବୁ ବର୍ସା (ସମ୍ପତ୍ତି) ମିଳୁଛି । ଏହିପରି ହେବା ପାଇଁ ହିଁ ତୁମେ
ଆସୁଛ । ବାକି ସେସବୁ ସତସଙ୍ଗ ଆଦି ତ ଭକ୍ତିମାର୍ଗର । ସେଠାରେ ଲକ୍ଷ୍ୟ, ଉଦ୍ଦେଶ୍ୟ କିଛି ନାହିଁ
। ଏହାକୁ ତ ଗୀତା ପାଠଶାଳା କୁହାଯାଉଛି, ବେଦ ପାଠଶାଳା ନୁହେଁ । ଗୀତା ଦ୍ୱାରା ନରରୁ ନାରାୟଣ
ହେଉଛ । ତାହା ତ ବାବା ହିଁ କରିବେ ନା । ମନୁଷ୍ୟ, ମନୁଷ୍ୟକୁ ଦେବତା କରିପାରିବେ ନାହିଁ । ତାହା
ତ ବାବା-ବାରମ୍ବାର ପିଲାମାନଙ୍କୁ ବୁଝାଉଛନ୍ତି - ପିଲାମାନେ, ନିଜକୁ ଆତ୍ମା ମନେ କର । ତୁମେ ଦେହ
କି? ଆତ୍ମା କହୁଛି ମୁଁ ଗୋଟିଏ ଦେହ ଛାଡ଼ି ଆଉ ଗୋଟିଏ ନେଉଛି । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେପରି
ଶିବବାବାଙ୍କର କୌଣସି ଆଡମ୍ବର ନାହିଁ, ସେବକ ହୋଇ ପିଲାମାନଙ୍କୁ ପାଠପଢାଇବା ପାଇଁ ଆସିଛନ୍ତି,
ସେହିଭଳି ବାବାଙ୍କ ସମାନ ଅଧିକାରୀ ହୋଇଥିଲେ ମଧ୍ୟ ନିରହଂକାରୀ ହୋଇ ରହିବାକୁ ହେବ । ନିଜେ
ପବିତ୍ର ହୋଇ ଅନ୍ୟମାନଙ୍କୁ ପବିତ୍ର କରିବାର ସେବା କରିବାକୁ ହେବ ।
(୨) ଅନ୍ତିମ ବିନାଶ
ସମୟରେ ଈଶ୍ୱରୀୟ ଲଟେରୀ ପ୍ରାପ୍ତ କରିବା ପାଇଁ ପ୍ରୀତି ବୁଦ୍ଧି ହୋଇ ଯୋଗରେ ରହିବା ବା ଦୈବୀ
ଗୁଣକୁ ଧାରଣ କରିବାର ରେସ୍ କରିବାକୁ ହେବ ।
ବରଦାନ:-
ଶୁଦ୍ଧ ସଂକଳ୍ପର
ଘେର ଭିତରେ ରହି ସୁରକ୍ଷିତ ଅନୁଭବ କରୁଥିବା ଏବଂ କରାଉଥିବା ଶକ୍ତିଶାଳୀ ଆତ୍ମା ଭବ ।
ଶକ୍ତିଶାଳୀ ଆତ୍ମା
ତାଙ୍କୁ କୁହାଯିବ ଯିଏକି ନିଜର ଦୃଢତାର ଶକ୍ତି ଦ୍ୱାରା ଗୋଟିଏ ସେକେଣ୍ଡ ଠାରୁ ମଧ୍ୟ କମ୍ ସମୟ
ଭିତରେ ବ୍ୟର୍ଥକୁ ସମାପ୍ତ କରିଦେଉଥିବ । ତେଣୁ ଶୁଦ୍ଧ ସଂକଳ୍ପର ଶକ୍ତିକୁ ଚିହ୍ନ । ମାତ୍ର ଗୋଟିଏ
ଶୁଦ୍ଧ ସଂକଳ୍ପ ବା ଶକ୍ତିଶାଳୀ ସଂକଳ୍ପ ବହୁତ ବଡ ଚମତ୍କାରୀ କରିପାରିବ । କେବଳ କୌଣସି ଗୋଟିଏ ବି
ଦୃଢ ସଂକଳ୍ପ କର ତେବେ ଦୃଢତା ସଫଳତାକୁ ହାତକୁ ନେଇ ଆସିବ । ସମସ୍ତଙ୍କ ପାଇଁ ଏଭଳି ଶୁଦ୍ଧ
ସଂକଳ୍ପର ବନ୍ଧନ ବା ଘେର ଭଳି ତିଆରି କରିଦିଅ ଯାହାକି କେହି ଯଦି ଟିକିଏ ବି ଦୁର୍ବଳ ମଧ୍ୟ
ହୋଇଥିବ ତା’ ପାଇଁ ମଧ୍ୟ ଏହି ଘେର ଏକ ଛତ୍ରଛାୟା ପାଲଟିଯିବ ଅର୍ଥାତ୍ ସୁରକ୍ଷାର ସାଧନ ବା ଦୁର୍ଗ
ପାଲଟିଯିବ ।
ସ୍ଲୋଗାନ:-
ସବୁଠାରୁ
ଶ୍ରେଷ୍ଠ ଭାଗ୍ୟ ସେହିମାନଙ୍କର ଯେଉଁମାନଙ୍କୁ ପ୍ରତ୍ୟକ୍ଷରେ ଭଗବାନଙ୍କ ଦ୍ୱାରା ପାଳନା, ପାଠପଢା
ଏବଂ ଶ୍ରେଷ୍ଠ ଜୀବନ ନିର୍ମାଣ କରିବାର ଶ୍ରୀମତ ମିଳୁଛି ।