25.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ଡ୍ରାମାର ଖେଳ ଆକ୍ୟୁରେଟ୍ ଅର୍ଥାତ୍ ସଠିକ୍ ଭାବରେ ଚାଲିଛି, ଯାହାର ଯେଉଁ ଅଭିନୟ ଯେଉଁ ସମୟରେ
କରିବା ଦରକାର, ତାହା ହିଁ ପୁନରାବୃତ୍ତି ହେଉଛି, ଏହି କଥାକୁ ଯଥାର୍ଥ ଭାବରେ ବୁଝିବାକୁ ହେବ ।”
ପ୍ରଶ୍ନ:-
ତୁମ
ସନ୍ତାନମାନଙ୍କର ପ୍ରଭାବ କେବେ ଜଣାପଡିବ? ଏବେ ପର୍ଯ୍ୟନ୍ତ କେଉଁ ଶକ୍ତିର ଅଭାବ ରହିଛି?
ଉତ୍ତର:-
ଯେତେବେଳେ ତୁମେମାନେ ଯୋଗରେ ମଜବୁତ ହୋଇଯିବ ସେତେବେଳେ ହିଁ ତୁମର ପ୍ରଭାବ ବିସ୍ତାର ହେବ ।
ବର୍ତ୍ତମାନ ସେଭଳି ଶକ୍ତି ଆସି ନାହିଁ । ଯୋଗ ଦ୍ୱାରା ହିଁ ସେହି ଶକ୍ତି ମିଳିଥାଏ । ଜ୍ଞାନ
ତରବାରୀରେ ଯୋଗବଳର ଧାର ଥିବା ଦରକାର, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ କମ୍ ଅଛି । ଯଦି ନିଜକୁ
ଆତ୍ମା ମନେକରି ବାବାଙ୍କୁ ମନେ ପକାଇବ ତେବେ ବେଡା ପାର ହୋଇଯିବ । ଏହା ଗୋଟିଏ ସେକେଣ୍ଡର ହିଁ କଥା
ଅଟେ ।
ଓମ୍ ଶାନ୍ତି ।
ରୁହାନୀ
ସନ୍ତାନମାନଙ୍କୁ ରୁହାନୀ ବାବା ବସି ବୁଝାଉଛନ୍ତି । ରୁହାନୀ ବାବା ମାତ୍ର ଜଣଙ୍କୁ ହିଁ କୁହାଯାଉଛି
। ବାକି ସମସ୍ତେ ହେଉଛନ୍ତି ଆତ୍ମା । ତାଙ୍କୁ ପରମଆତ୍ମା ବୋଲି କୁହାଯାଉଛି । ବାବା କହୁଛନ୍ତି
ମୁଁ ମଧ୍ୟ ଆତ୍ମା ଅଟେ । କିନ୍ତୁ ମୁଁ ପରମ ସୁପ୍ରିମ ସତ୍ୟ ଅଟେ । ମୁଁ ହିଁ ପତିତ-ପାବନ, ଜ୍ଞାନର
ସାଗର ଅଟେ । ବାବା କହୁଛନ୍ତି ମୁଁ ଭାରତକୁ ହିଁ ଆସୁଛି, ପିଲାମାନଙ୍କୁ ବିଶ୍ୱର ମାଲିକ କରାଇବା
ପାଇଁ । ତୁମେ ହିଁ ମାଲିକ ଥିଲ ନା । ଏବେ ଏହି ସ୍ମୃତି ଆସୁଛି । ପିଲାମାନଙ୍କୁ ସ୍ମୃତି ଦେଉଛନ୍ତି
- ତୁମେ ପ୍ରଥମେ-ପ୍ରଥମେ ସତ୍ୟଯୁଗକୁ ଆସୁଛ ପୁଣି ଅଭିନୟ କରି, ୮୪ ଜନ୍ମ ଭୋଗ କରି ଏବେ ଅନ୍ତିମ
ସମୟରେ ଆସି ପହଞ୍ଚି ଯାଇଛ । ବର୍ତ୍ତମାନ ତୁମେ ନିଜକୁ ଆତ୍ମା ବୋଲି ଭାବ । ଆତ୍ମା ଅବିନାଶୀ,
ଶରୀର ବିନାଶୀ ଅଟେ । ଆତ୍ମା ହିଁ ଦେହ ସହିତ ଆତ୍ମାମାନଙ୍କ ସହ କଥା ହେଉଛି । ଆତ୍ମ-ଅଭିମାନୀ ହୋଇ
ରହୁନାହାଁନ୍ତି ତେବେ ନିଶ୍ଚୟ ଦେହ-ଅଭିମାନ ରହିଛି । ମୁଁ ଆତ୍ମା, ଏକଥା ଭୁଲିଗଲେଣି । କହୁଛନ୍ତି
ମଧ୍ୟ ପାପ ଆତ୍ମା, ପୁଣ୍ୟ ଆତ୍ମା, ମହାନ୍ ଆତ୍ମା । ସେମାନେ ପୁଣି ପରମାତ୍ମା ତ ହୋଇ ପାରିବେ ନାହିଁ
। କେହି ବି ନିଜକୁ ଶିବ ବୋଲି କହିପାରିବେ ନାହିଁ । ଶରୀରର ନାମ ଶିବ ବୋଲି ତ ବହୁତଙ୍କର ରହିଛି ।
ଆତ୍ମା ଶରୀରରେ ପ୍ରବେଶ କଲେ ନାମ ଦିଆଯାଇଥାଏ କାହିଁକି ନା ଶରୀର ଦ୍ୱାରା ହିଁ ଅଭିନୟ କରିବାକୁ
ହୋଇଥାଏ । ତେବେ ମନୁଷ୍ୟ ପୁଣି ଦେହର ଅଭିମାନରେ ଆସିଯାଉଛନ୍ତି, କହୁଛନ୍ତି ମୁଁ ଅମୁକ ଅଟେ ।
ବର୍ତ୍ତମାନ ବୁଝୁଛନ୍ତି - ହଁ ମୁଁ ଆତ୍ମା ଅଟେ । ମୁଁ ୮୪ ଜନ୍ମର ଅଭିନୟ କରିଛି । ଏବେ ମୁଁ
ଆତ୍ମାକୁ ଜାଣିଗଲିଣି । ମୁଁ ଆତ୍ମା ସତ୍ତ୍ୱପ୍ରଧାନ ଥିଲି, ପୁଣି ଏବେ ତମୋପ୍ରଧାନ ହୋଇଯାଇଛି ।
ବାବା ସେତେବେଳେ ଆସୁଛନ୍ତି ଯେତେବେଳେ ସବୁ ଆତ୍ମାମାନଙ୍କ ଉପରେ ପାପର କଳଙ୍କ ଲାଗିଯାଇଛି ।
ସୁନାରେ ଯେପରି ଖାଦ ମିଶିଥାଏ ନା । ତୁମେ ପ୍ରଥମେ ଖାଣ୍ଟି ସୁନା ଥିଲ ପୁଣି ଚାନ୍ଦି, ତମ୍ବା,
ଲୁହା ମିଶି ମିଶି ତୁମେ ବିଲ୍କୁଲ୍ କଳା ହୋଇଯାଇଛ । ଏହି କଥା ଆଉ କେହି ବୁଝାଇପାରିବେ ନାହିଁ ।
ଆତ୍ମା ନିର୍ଲେପ ବୋଲି ସମସ୍ତେ କହିଦେଉଛନ୍ତି । ଖାଦ କିପରି ପଡୁଛି, ଏ କଥା ମଧ୍ୟ ପିଲାମାନଙ୍କୁ
ବାବା ବୁଝାଉଛନ୍ତି । ବାବା କହୁଛନ୍ତି ମୁଁ ଭାରତରେ ହିଁ ଆସିଥାଏ । ଯେତେବେଳେ ସମସ୍ତେ ବିଲ୍କୁଲ୍
ତମୋପ୍ରଧାନ ହୋଇଯାଇଛନ୍ତି ସେତେବେଳେ ମୁଁ ଆସୁଛି । ନିର୍ଦ୍ଧିଷ୍ଟ ସମୟରେ ଆସୁଛି । ଯେପରି
ଡ୍ରାମାରେ ଖେଳ ସଠିକ୍ ଭାବରେ ଚାଲିଥାଏ ନା । ଯେଉଁ ପାର୍ଟ ଯେତେବେଳେ ହେବାର ଥିବ ସେହି ସମୟରେ
ପୁଣି ତା’ର ପୁନରାବୃତ୍ତି ହେବ, ଏଥିରେ ଟିକିଏ ହେଲେ ଫରକ ପଡିପାରିବ ନାହିଁ । ତାହା ହଦର ଡ୍ରାମା,
ଏହା ବେହଦର ଡ୍ରାମା । ବୁଝିବା ନିମନ୍ତେ ଏହା ବହୁତ ସୂକ୍ଷ୍ମ କଥା ଅଟେ । ବାବା କହୁଛନ୍ତି ତୁମ
ଦ୍ୱାରା ଯେଉଁ ଅଭିନୟ ହେଲା, ତାହା ଡ୍ରାମା ଅନୁସାରେ ହେଲା । କୌଣସି ମନୁଷ୍ୟ ମାତ୍ର ନା ରଚୟିତା,
ନା ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ଋଷି-ମୁନି ମଧ୍ୟ ଭଗବାନଙ୍କୁ ଜାଣି ନାହିୁଁ, ଜାଣି
ନାହୁଁ ବୋଲି କହି କହି ଚାଲିଗଲେ । ଏବେ ତୁମକୁ କେହି ଯଦି ପଚାରିବେ - ତୁମେ ରଚୟିତା ଏବଂ ରଚନାର
ଆଦି-ମଧ୍ୟ-ଅନ୍ତକୁ ଜାଣିଛ? ତେବେ ତୁମେ ତୁରନ୍ତ ହଁ କହିବ, ତାହା କେବଳ ତୁମେ ଏବେ ହିଁ
ଜାଣିପାରୁଛ ପୁଣି ଆଉ କେବେ ନୁହେଁ । ବାବା ବୁଝାଉଛନ୍ତି ତୁମେମାନେ ହିଁ ମୁଁ ରଚୟିତାକୁ ଏବଂ
ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ଆଚ୍ଛା, ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ କେବେ ହେବ, ଏ କଥା
ଜାଣିଥିବ? ନା, ଏଥିରେ କିଛି ବି ନାହିଁ । ଏହା ତ ଆଶ୍ଚର୍ଯ୍ୟ ଅଟେ । ତୁମେ କହୁଛ ଆମ ପାଖରେ
ଜ୍ଞାନ ଅଛି, ଏକଥା ମଧ୍ୟ ତୁମେ ବୁଝୁଛ । ବାବାଙ୍କର ଅଭିନୟ ହିଁ ଥରେ ମାତ୍ର ରହିଛି । ତୁମର
ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହିଁ ହେଉଛି ଏହି ଲକ୍ଷ୍ମୀ-ନାରାୟଣ ହେବା । ଏପରି ହୋଇଗଲା ପରେ ପୁଣି
ପାଠପଢାର ଆଉ ଆବଶ୍ୟକତା ରହିବ ନାହିଁ । ବାରିଷ୍ଟର ହୋଇଗଲେ ଅର୍ଥାତ୍ ହୋଇଗଲେ । ପଢାଉଥିବା
ବାବାଙ୍କୁ ତ ମନେ ପକାଇବା ଦରକାର ନା । ତୁମ ପାଇଁ ସବୁ ସହଜ କରିଦେଇଛି । ବାବା ବାରମ୍ବାର ତୁମକୁ
କହୁଛନ୍ତି ନିଜକୁ ଆତ୍ମା ମନେ କର । ମୁଁ ହେଉଛି ବାବାଙ୍କର । ପୂର୍ବରୁ ତୁମେ ନାସ୍ତିକ ଥିଲ, ଏବେ
ଆସ୍ତିକ ହୋଇଛ । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ଆସ୍ତିକ ହୋଇ ଏହି ସମ୍ପତ୍ତି ନେଇଛନ୍ତି, ଯାହାକୁ
ଏବେ ତୁମେ ନେଉଛ । ଏବେ ତୁମେ ଆସ୍ତିକ ହେଉଛ । ଆସ୍ତିକ-ନାସ୍ତିକ ଅକ୍ଷର ବର୍ତ୍ତମାନ ସମୟର ଅଟେ ।
ସତ୍ୟଯୁଗରେ ଏହି ଅକ୍ଷର ହିଁ ରହିବ ନାହିଁ । ପଚାରିବାର କୌଣସି କଥା ହିଁ ରହିବ ନାହିଁ । ଏଠାରେ
ପ୍ରଶ୍ନ ଉଠୁଥିବାରୁ ପଚାରୁଛନ୍ତି - ରଚୟିତା ଏବଂ ରଚନାକୁ ଜାଣିଛ? ତେବେ ନା ବୋଲି କହିଦେଉଛନ୍ତି
। ବାବା ହିଁ ଆସି ନିଜର ପରିଚୟ ଦେଇ ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛନ୍ତି । ବାବା
ହେଉଛନ୍ତି ବେହଦ ମାଲିକ ରଚୟିତା । ପିଲାମାନଙ୍କୁ ବୁଝାଯାଉଛି ଯେ ଅନ୍ୟ ଧର୍ମ ସ୍ଥାପକମାନେ ମଧ୍ୟ
ଏଠାକୁ ନିଶ୍ଚିତ ଆସୁଛନ୍ତି । ତୁମକୁ ସାକ୍ଷାତ୍କାର କରାଇଥିଲି ଇବ୍ରାହିମ୍, ଖ୍ରୀଷ୍ଟ ଆଦି
କିପରି ଆସୁଛନ୍ତି । ଶେଷ ସମୟରେ ଯେତେବେଳେ ବାବାଙ୍କର ପ୍ରତ୍ୟକ୍ଷତା ହେବ ସେତେବେଳେ ସେମାନେ
ଆସିବେ । ବାବା କହୁଛନ୍ତି - ପିଲାମାନେ, ଦେହ ସହିତ ଦେହର ସବୁ ଧର୍ମକୁ ତ୍ୟାଗ କରି ମୋତେ ମନେ
ପକାଅ । ଏବେ ତୁମେ ସମ୍ମୁଖରେ ବସିଛ । ନିଜକୁ ଦେହ ନୁହେଁ, ଆତ୍ମା ବୋଲି ଭାବ । ନିଜକୁ ଆତ୍ମା ମନେ
କରି ବାବାଙ୍କୁ ମନେ ପକାଇଲେ ବେଡା ପାରି ହୋଇଯିବ । ଏହା ଗୋଟିଏ ସେକେଣ୍ଡର କଥା । ମୁକ୍ତି
ପ୍ରାପ୍ତ କରିବା ପାଇଁ ହିଁ ଅଧାକଳ୍ପ ଭକ୍ତି କରୁଛନ୍ତି । କିନ୍ତୁ କୌଣସି ଆତ୍ମା ଫେରି ଯାଇପାରିବେ
ନାହିଁ ।
୫ ହଜାର ବର୍ଷ ପୂର୍ବରୁ
ମଧ୍ୟ ବାବା ଏହା ବୁଝାଇଥିଲେ ଏବେ ମଧ୍ୟ ବୁଝାଉଛନ୍ତି । ଶ୍ରୀକୃଷ୍ଣ ଏହି କଥା ବୁଝାଇପାରିବେ ନାହିଁ
। ତାଙ୍କୁ ପିତା ବୋଲି ମଧ୍ୟ କୁହାଯିବ ନାହିଁ । ପିତା ହେଉଛନ୍ତି ଲୌକିକ, ଅଲୌକିକ ଏବଂ ପାରଲୌକିକ
। ହଦର ବାପ ଲୌକିକ ଅଟନ୍ତି, ଆତ୍ମାମାନଙ୍କର ବେହଦର ପିତା ହେଉଛନ୍ତି ପାରଲୌକିକ ଏବଂ ଇଏ ହେଉଛନ୍ତି
ସଂଗମଯୁଗୀ ଆଶ୍ଚର୍ଯ୍ୟଜନକ ପିତା, ଏହାଙ୍କୁ ଅଲୌକିକ କୁହାଯାଉଛି । ପ୍ରଜାପିତା ବ୍ରହ୍ମାଙ୍କୁ କେହି
ମନେ ପକାଉ ନାହାଁନ୍ତି । ସେ ଆମର ଆଦିପିତା ଅଟନ୍ତି, ଏ କଥା କାହାରି ବୁଦ୍ଧିରେ ଆସୁ ନାହିଁ ।
କହୁଛନ୍ତି ମଧ୍ୟ ଆଦି ଦେବ, ଏଡମ... କିନ୍ତୁ ନାମକୁ ମାତ୍ର । ମନ୍ଦିରରେ ମଧ୍ୟ ଆଦି ଦେବଙ୍କର
ଚିତ୍ର ରହିଛି ନା । ତୁମେ ସେଠାକୁ ଗଲେ ଜାଣିପାରିବ ଯେ ଏହା ତ ଆମର ନିଜର ସ୍ମୃତିଚିହ୍ନ ।
ବାବାଙ୍କ ସହିତ ଆମେ ମଧ୍ୟ ବସିଛୁ । ଏଠାରେ ବାବା ଚୈତନ୍ୟରେ ବସିଛନ୍ତି, ସେଠାରେ ଜଡ ଚିତ୍ର
ରଖିଛନ୍ତି । ଉପରେ ସ୍ୱର୍ଗର ଚିତ୍ର ମଧ୍ୟ ସଠିକ୍ ରୂପେ ରହିଛି, ଯିଏ ମନ୍ଦିର ଦେଖିଛନ୍ତି ସେମାନେ
ଜାଣିଛନ୍ତି ଯେ ବାବା ଆମକୁ ଏବେ ଚୈତନ୍ୟରେ ରାଜଯୋଗ ଶିଖାଉଛନ୍ତି । ପୁଣି ପରେ ମନ୍ଦିର ତିଆରି
କରୁଛନ୍ତି । ଏକଥା ସ୍ମୃତିରେ ଆସିବା ଉଚିତ୍ ଯେ ଏ ସବୁ ଆମର ସ୍ମୃତିଚିହ୍ନ ଅଟେ । ବର୍ତ୍ତମାନ ଆମେ
ଏହି ଲକ୍ଷ୍ମୀ-ନାରାୟଣ ହେଉଛୁ, ପୂର୍ବରୁ ମଧ୍ୟ ଥିଲୁ, ପୁଣି ସିଡି ଓହ୍ଲାଇ ଆସିଛୁ, ଏବେ ପୁଣି ଆମେ
ଘରକୁ ଯାଇ ରାମରାଜ୍ୟରେ ଆସିବୁ । ତା’ପରେ ପଛକୁ ରାବଣ ରାଜ୍ୟକୁ ଆସିଥାଉ ପୁଣି ଆମେ ବାମମାର୍ଗକୁ
ଚାଲିଯାଉ । ବାବା କେତେ ଭଲ ଭାବରେ ବୁଝାଉଛନ୍ତି - ବର୍ତ୍ତମାନ ସମୟରେ ସମସ୍ତ ମନୁଷ୍ୟ ମାତ୍ରକେ
ପତିତ ଅଟନ୍ତି ସେଥିପାଇଁ ଡାକୁଛନ୍ତି - ହେ ପତିତ-ପାବନ ଆସି ଆମକୁ ପବିତ୍ର କରାଅ । ଦୁଃଖ ହରଣ କରି
ସୁଖର ରାସ୍ତା ବତାଅ । କହୁଛନ୍ତି ଭଗବାନ ନିଶ୍ଚୟ କୌଣସି ବେଶରେ ଆସିବେ । ତେବେ ସିଏ
କୁକୁର-ବିଲେଇ, ମାଟି-ଗୋଡି ଭିତରେ ତ ଆସିବେ ନାହିଁ । ଗାୟନ ରହିଛି ଭାଗ୍ୟଶାଳୀ ରଥରେ ଆସୁଛନ୍ତି
। ବାବା ନିଜେ କହୁଛନ୍ତି ମୁଁ ଏହି ସାଧାରଣ ରଥରେ ପ୍ରବେଶ କରୁଛି । ଇଏ ନିଜର ଜନ୍ମକୁ ଜାଣି
ନାହାଁନ୍ତି, ତୁମେ ଏବେ ଜାଣୁଛ । ଏହାଙ୍କର ବହୁତ ଜନ୍ମର ଅନ୍ତରେ ଯେତେବେଳେ ବାନପ୍ରସ୍ଥ ଅବସ୍ଥା
ହେଉଛି ସେତେବେଳେ ଯାଇ ମୁଁ ପ୍ରବେଶ କରୁଛି । ଭକ୍ତିମାର୍ଗରେ ପାଣ୍ଡବମାନଙ୍କର ବହୁତ ବଡ-ବଡ
ଚିତ୍ର ତିଆରି କରିଛନ୍ତି, ରେଙ୍ଗୁନ୍ରେ ବୁଦ୍ଧଙ୍କର ମଧ୍ୟ ବହୁତ ବଡ ଚିତ୍ର ରହିଛି । କୌଣସି
ମନୁଷ୍ୟ ଏତେ ବଡ ହୋଇ ନ ଥାନ୍ତି । ପିଲାମାନଙ୍କୁ ତ ଏବେ ହସ ଲାଗୁଥିବ, ରାବଣର ଚିତ୍ର କିପରି
ତିଆରି କରିଛନ୍ତି । ଦିନକୁ ଦିନ ବଡ କରି ଚାଲିଛନ୍ତି । ସେ କିଏ, ଯାହାକୁ ପ୍ରତ୍ୟେକ ବର୍ଷ
ଜଳାଉଛନ୍ତି । ନିଶ୍ଚିତ ଏପରି କେହି ଶତ୍ରୁ ଥିବେ! ଶତ୍ରୁର ଚିତ୍ର ତିଆରି କରି ଜଳାଇଥା’ନ୍ତି ।
ଆଚ୍ଛା, ରାବଣ କିଏ, କେବେ ଶତ୍ରୁ ହେଲା ଯାହାକୁ ପ୍ରତ୍ୟେକ ବର୍ଷ ଜଳାଇ ଆସୁଛନ୍ତି? ଏହି ଶତ୍ରୁ
ବିଷୟରେ କାହାକୁ ହେଲେ ବି ଜଣା ନାହିଁ । ଏହାର ଅର୍ଥ ବିଲ୍କୁଲ୍ କେହି ଜାଣି ନାହାଁନ୍ତି । ବାବା
ବୁଝାଉଛନ୍ତି ସେମାନେ ହେଲେ ରାବଣ ସମ୍ପ୍ରଦାୟ, ତୁମେ ହେଉଛ ରାମ ସମ୍ପ୍ରଦାୟ । ଏବେ ବାବା
କହୁଛନ୍ତି - ସାଂସାରିକ କାର୍ଯ୍ୟ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ହୁଅ ଏବଂ ମୋତେ ମନେ ପକାଅ ।
କହୁଛନ୍ତି ବାବା ହଂସ-ବଗ ଏକତ୍ର କିପରି ରହିପାରିବେ, ଖିଟ୍-ପିଟ୍ ହେଉଛି । ତାହା ତ ନିଶ୍ଚୟ ହେବ,
ସହନ କରିବାକୁ ହିଁ ପଡିବ । ଏଥିରେ ବହୁତ ବଡ ଯୁକ୍ତି ମଧ୍ୟ ରହିଛି । ବାବା ଚତୁର ଚିତ୍ତବିନୋଦକ
ଅଟନ୍ତି । ସମସ୍ତେ ତାଙ୍କୁ ମନେ ପକାଉଛନ୍ତି ନା - ହେ ଭଗବାନ ଦୁଃଖ ହରଣ କର, ଦୟା କର, ମୁକ୍ତ କର
। ସେହି ମୁକ୍ତିଦାତା ବାବା ସମସ୍ତଙ୍କର ଜଣେ ହିଁ ଅଟନ୍ତି । ତୁମ ପାଖକୁ କେହି ବି ଆସିଲେ ତାଙ୍କୁ
ଅଲଗା ଅଲଗା ଭାବରେ ବୁଝାଅ, କରାଚୀରେ ଜଣ-ଜଣଙ୍କୁ ଅଲଗା-ଅଲଗା ବସି ବୁଝାଉଥିଲେ ।
ତୁମେ ସନ୍ତାନମାନେ
ଯେତେବେଳେ ଯୋଗରେ ମଜବୁତ୍ ହୋଇଯିବ ସେତେବେଳେ ତୁମର ପ୍ରଭାବ ବାହାରିବ । ଏବେ ସେହି ଶକ୍ତି ନାହିଁ
। ଯୋଗ ଦ୍ୱାରା ଶକ୍ତି ମିଳିଥାଏ । ପାଠପଢା ଦ୍ୱାରା ଶକ୍ତି ମିଳେ ନାହିଁ । ଜ୍ଞାନ ତରବାରୀ ଅଟେ,
ସେଥିରେ ଯୋଗର ବଳ ଭରିବାକୁ ହେବ । ବର୍ତ୍ତମାନ ସେହି ଶକ୍ତି କମ୍ ଅଛି । ବାବା ପ୍ରତ୍ୟହ କହୁଛନ୍ତି
- ପିଲାମାନେ, ଯୋଗର ଯାତ୍ରାରେ ରହିଲେ ତୁମକୁ ଶକ୍ତି ମିଳିବ । ପାଠପଢାରେ ଏତେ ଶକ୍ତି ନାହିଁ ।
ଯୋଗ ଦ୍ୱାରା ତୁମେ ସାରା ବିଶ୍ୱର ମାଲିକ ହେଉଛ । ତୁମେ ସବୁ କିଛି ନିଜ ପାଇଁ ହିଁ କରୁଛ । ବହୁତ
ଆସିଥିଲେ ପୁଣି ଚାଲିଗଲେ । ମାୟା ମଧ୍ୟ ବଳବାନ୍ ଅଟେ । ଅନେକ ଆସୁ ନାହାଁନ୍ତି, କହୁଛନ୍ତି ଜ୍ଞାନ
ବହୁତ ଭଲ, ଖୁସୀ ମଧ୍ୟ ହେଉଛନ୍ତି । ବାହାରକୁ ଗଲେ ଜ୍ଞାନ ଖଲାସ । ମାୟା ଟିକିଏ ସମୟ ବି ଜ୍ଞାନ
ଚିନ୍ତନରେ ରହିବାକୁ ଦେଉ ନାହିଁ । କେତେକ ବହୁତ ଖୁସୀ ହେଉଛନ୍ତି । ଓହୋ! ଏବେ ବାବା ଆସିଛନ୍ତି,
ଆମେ ତ ନିଜର ସୁଖଧାମକୁ ଯିବୁ । ବାବା କହୁଛନ୍ତି - ଏବେ ସମ୍ପୂର୍ଣ୍ଣ ରାଜଧାନୀ ସ୍ଥାପନ ହୋଇ ନାହିଁ
। ତୁମେ ବର୍ତ୍ତମାନ ଈଶ୍ୱରୀୟ ସନ୍ତାନ ହୋଇଛ ପୁଣି ଦେବତା ହେବ । ଡିଗ୍ରୀ କମ୍ ହୋଇଗଲା ନା ।
ମିଟରର ପଏଣ୍ଟ ରହିଥାଏ, ଏତେ ପଏଣ୍ଟ କମ୍ । ତୁମେ ଏବେ ଏକଦମ୍ ଉଚ୍ଚ ହେଉଛ ପୁଣି କମ୍ ହୋଇ-ହୋଇ
ତଳକୁ ଖସି ଆସିଯାଅ । ସିଡି ତଳକୁ ଓହ୍ଲାଇବାକୁ ହିଁ ପଡିବ । ଏବେ ତୁମ ବୁଦ୍ଧିରେ ସିଡିର ଜ୍ଞାନ
ରହିଛି । ଆରୋହଣ କଳାରେ ସମସ୍ତଙ୍କର ମଙ୍ଗଳ ହୋଇଥାଏ । ପୁଣି ଧିରେ ଧିରେ ଅବତରଣ କଳା ହୋଇଥାଏ ।
ଆରମ୍ଭରୁ ଅନ୍ତ ପର୍ଯ୍ୟନ୍ତ ଏହି ଚକ୍ରକୁ ଭଲ ଭାବରେ ବୁଝିବାକୁ ହେବ । ବର୍ତ୍ତମାନ ତୁମର ଆରୋହଣ
କଳା ହେଉଛି କାହିଁକି ନା ସାଥିରେ ବାବା ଅଛନ୍ତି ନା । ଈଶ୍ୱର ଯାହାଙ୍କୁ ମନୁଷ୍ୟ ସର୍ବବ୍ୟାପୀ
ବୋଲି କହିଦେଉଛନ୍ତି, ସେହି ବାବା ମିଠା ମିଠା ସନ୍ତାନ ବୋଲି କହୁଛନ୍ତି ଏବଂ ପିଲାମାନେ ପୁଣି
ବାବା-ବାବା ବୋଲି କହି ଚାଲିଛନ୍ତି । ବାବା ଆମକୁ ପଢାଇବାକୁ ଆସୁଛନ୍ତି, ଆତ୍ମା ତାଙ୍କ ନିକଟରେ
ପଢୁଛି । ଆତ୍ମା ହିଁ କର୍ମ କରୁଛି । ମୁଁ ଆତ୍ମା ଶାନ୍ତ ସ୍ୱରୂପ ଅଟେ । ଏହି ଶରୀର ଦ୍ୱାରା କର୍ମ
କରୁଛି । ଦୁଃଖ ହେଲେ ଅଶାନ୍ତ ଶବ୍ଦ କୁହାଯାଏ । ବାକି ଶାନ୍ତି ତ ହେଉଛି ଆମର ସ୍ୱଧର୍ମ । ବହୁତ
କହୁଛନ୍ତି ମନକୁ ଶାନ୍ତି ମିଳୁ । ଆରେ ଆତ୍ମା ତ ସ୍ୱୟଂ ଶାନ୍ତ ସ୍ୱରୂପ ଅଟେ, ତା’ର ଘର ହିଁ ହେଉଛି
ଶାନ୍ତିଧାମ । ତୁମେ ନିଜକୁ ଭୁଲିଯାଇଛ । ତୁମେ ତ ଶାନ୍ତିଧାମର ନିବାସୀ ଥିଲ, ସେହିଠାରେ ହିଁ
ଶାନ୍ତି ମିଳିବ । ଆଜିକାଲି କହୁଛନ୍ତି ଏକ ରାଜ୍ୟ, ଏକ ଧର୍ମ, ଏକ ଭାଷା ହେଉ । ଏକ ଜାତି, ଏକ
ଧର୍ମ, ଏକ ଭଗବାନ । ବର୍ତ୍ତମାନ ସରକାର ମଧ୍ୟ ଲେଖୁଛି ଭଗବାନ ଜଣେ, ପୁଣି ସର୍ବବ୍ୟାପୀ ବୋଲି
କାହିଁକି କହୁଛନ୍ତି? ଭଗବାନ ଜଣେ ବୋଲି ତ କେହି ମାନୁ ନାହାଁନ୍ତି । ତେଣୁ ଏବେ ତୁମକୁ ପୁଣି ଥରେ
ଏହା ଲେଖିବାକୁ ହେବ । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ତିଆରି କରୁଛ, ଉପରେ ଲେଖି ଦିଅ ସତ୍ୟଯୁଗରେ
ଯେତେବେଳେ ଏହାଙ୍କର ରାଜ୍ୟ ଥିଲା ସେତେବେଳେ ଏକ ଭଗବାନ, ଏକ ଦୈବୀ ଧର୍ମ ଥିଲା । କିନ୍ତୁ ମନୁଷ୍ୟ
କିଛି ହେଲେ ବୁଝୁନାହାଁନ୍ତି, ଧ୍ୟାନ ଦେଉ ନାହାଁନ୍ତି । ଯେଉଁମାନେ ବ୍ରାହ୍ମଣ କୁଳର ହୋଇଥିବେ
ସେହିମାନଙ୍କର ହିଁ ଧ୍ୟାନଯିବ । ଆଉ କେହି ବୁଝିବେ ନାହିଁ ସେଥିପାଇଁ ବାବା କହୁଛନ୍ତି ଅଲଗା ଅଲଗା
ବସାଇ ବୁଝାଅ । ଫର୍ମ ପୂରଣ କରାଅ ତେବେ ଜଣା ପଡିବ, କାହିଁକି ନା କିଏ କାହାକୁ ମାନୁଥିବେ, ପୁଣି
ଆଉ କିଏ ଆଉ କାହାକୁ । ସମସ୍ତଙ୍କୁ ଏକାଠି କିପରି ବୁଝାଇବ ! ସେମାନେ ନିଜ-ନିଜ କଥା ଶୁଣାଇବାରେ
ଲାଗିପଡିବେ । ପ୍ରଥମେ ପ୍ରଥମେ ତ ପଚାରିବା ଦରକାର କେଉଁଠାକୁ ଆସିଛ? ବି.କେଙ୍କର ନାମ ଶୁଣିଛ?
ପ୍ରଜାପିତା ବ୍ରହ୍ମା ତୁମର କ’ଣ ହେବେ? କେବେ ତାଙ୍କର ନାମ ଶୁଣିଛ? ତୁମେ ପ୍ରଜାପିତା
ବ୍ରହ୍ମାଙ୍କର ସନ୍ତାନ ନୁହଁ, ଆମେ ତ ବାସ୍ତବରେ ସନ୍ତାନ ଅଟୁ । ତୁମେ ମଧ୍ୟ ଅଟ କିନ୍ତୁ ବୁଝି
ନାହଁ । ଏସବୁ ବୁଝାଇବା ପାଇଁ ବହୁତ ଯୁକ୍ତି ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ମନ୍ଦିରଗୁଡିକୁ ଦେଖିଲେ ସର୍ବଦା ଏହି ସ୍ମୃତି ଆସୁ ଯେ ଏ ସବୁ ଆମମାନଙ୍କର ହିଁ ସ୍ମୃତିଚିହ୍ନ ଅଟେ
। ଏବେ ଆମେ ଏହିଭଳି ଲକ୍ଷ୍ମୀ-ନାରାୟଣ ହେଉଛୁ ।
(୨) ସାଂସାରିକ କାର୍ଯ୍ୟ
ବ୍ୟବହାରରେ ରହି କମଳ ପୁଷ୍ପ ସମାନ ହୋଇ ରହିବାକୁ ହେବ । ଯଦି ହଂସ ଏବଂ ବଗ ଏକାଠି ରହୁଛ ତେବେ
ବହୁତ ଯୁକ୍ତିର ସହିତ ଚାଲିବାକୁ ହେବ । ସହନ ମଧ୍ୟ କରିବାକୁ ପଡିବ ।
ବରଦାନ:-
ଏକତା ଏବଂ
ସନ୍ତୁଷ୍ଟତାର ସାର୍ଟିଫିକେଟ ଦ୍ୱାରା ସେବାକ୍ଷେତ୍ରରେ ସର୍ବଦା ସଫଳତାମୂରତ ଭବ ।
ସେବାକ୍ଷେତ୍ରରେ ସଫଳତା
ମୂରତ ହେବା ପାଇଁ ଦୁଇଟି କଥାକୁ ଧ୍ୟାନରେ ରଖିବାକୁ ହେବ - ଗୋଟିଏ ହେଲା ସଂସ୍କାରକୁ ମିଶାଇ
ଚାଲିବାର ଏକତା ଏବଂ ଦ୍ୱିତୀୟଟି ହେଲା ନିଜେ ମଧ୍ୟ ସର୍ବଦା ସନ୍ତୁଷ୍ଟ ରୁହ ଏବଂ ଅନ୍ୟମାନଙ୍କୁ
ମଧ୍ୟ ସନ୍ତୁଷ୍ଟ କର । ସର୍ବଦା ପରସ୍ପର ଭିତରେ ସ୍ନେହର ଭାବନାରେ, ଶ୍ରେଷ୍ଠତାର ଭାବନାରେ
ସମ୍ପର୍କରେ ଆସ ତାହା ହେଲେ ଏହି ଦୁଇଟିଯାକ ସାର୍ଟିଫିକେଟ୍ ମିଳିଯିବ । ତା’ପରେ ତୁମର ବାସ୍ତବିକ
ଜୀବନ ବାବାଙ୍କର ଚେହେରାର ଦର୍ପଣ ହୋଇଯିବ ଯେଉଁଥିରେ ବାବା ଯିଏ ଅଟନ୍ତି, ଯେପରି ଅଟନ୍ତି ସେହିପରି
ଦେଖାଯିବେ ।
ସ୍ଲୋଗାନ:-
ଆତ୍ମିକ
ସ୍ଥିତିରେ ସ୍ଥିତ ହୋଇ ଯଦି ଅନେକ ଆତ୍ମାଙ୍କୁ ଜୀବଦାନ ଦେବ ତେବେ ଆଶୀର୍ବାଦ ମିଳିବ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ଯେପରି କୌଣସି ବସ୍ତୁକୁ
ଅଗ୍ନିରେ ପକାଇ ଦେଲେ ତା’ର ନାମ, ରୂପ, ଗୁଣ ସବୁ କିଛି ବଦଳି ଯାଇଥାଏ, ସେହିପରି ତୁମେମାନେ
ଯେତେବେଳେ ବାବାଙ୍କର ଯୋଗର ଲଗନର ଅଗ୍ନିରେ ପଡୁଛ, ସେତେବେଳେ ପରିବର୍ତ୍ତନ ହୋଇଯାଉଛ ବା ମନୁଷ୍ୟରୁ
ବ୍ରାହ୍ମଣ ଏବଂ ବ୍ରାହ୍ମଣରୁ ଫରିସ୍ତା ତଥା ଦେବତା ହୋଇଯାଉଛ । ତେବେ ଲଗନ ଅଗ୍ନିରେ ଏଭଳି
ପରିବର୍ତ୍ତନ ହୋଇଯାଉଛି ଯାହାକି କୌଣସି ପ୍ରକାରର ମୋ’ର ପଣିଆ ରହୁ ନାହିଁ, ସେଥିପାଇଁ ଯୋଗକୁ ହିଁ
ଜ୍ୱାଳା ରୂପ କୁହାଯାଇଛି ।