25.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ସଂଗମଯୁଗରେ ହିଁ ତୁମକୁ ଆତ୍ମ-ଅଭିମାନୀ ହେବା ପାଇଁ ପରିଶ୍ରମ କରିବାକୁ ପଡୁଛି ସତ୍ୟଯୁଗ କିମ୍ବା
କଳିଯୁଗରେ ଏହି ପରିଶ୍ରମ କରିବାକୁ ପଡେ ନାହିଁ ।”
ପ୍ରଶ୍ନ:-
ଶ୍ରୀକୃଷ୍ଣଙ୍କର
ନାମ ତାଙ୍କର ମାତାପିତାଙ୍କଠାରୁ ମଧ୍ୟ ଅଧିକ ପ୍ରସିଦ୍ଧ, କାହିଁକି?
ଉତ୍ତର:-
କାହିଁକି ନା ଶ୍ରୀକୃଷ୍ଣଙ୍କ ପୂର୍ବରୁ ଯେଉଁମାନେ ବି ଜନ୍ମ ନେଉଛନ୍ତି ସେମାନଙ୍କର ଜନ୍ମ ଯୋଗବଳ
ଦ୍ୱାରା ହେଉ ନାହିଁ । କୃଷ୍ଣଙ୍କର ମାତାପିତା ଯୋଗବଳ ଦ୍ୱାରା ଜନ୍ମ ନେଉ ନାହାଁନ୍ତି । (୨)
ରାଧା-କୃଷ୍ଣ ହିଁ ସମ୍ପୂର୍ଣ୍ଣ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିଛନ୍ତି, ତେଣୁ ସେହିମାନେ ହିଁ
ପ୍ରଥମେ ସଦ୍ଗତି ପ୍ରାପ୍ତ କରୁଛନ୍ତି । ଯେତେବେଳେ ସବୁ ପାପ ଆତ୍ମାମାନେ ସମାପ୍ତ ହୋଇଯିବେ
ସେତେବେଳେ ଯାଇ ଗୁଲ୍ଗୁଲ୍ (ପବିତ୍ର) ନୂଆ ଦୁନିଆରେ ଶ୍ରୀକୃଷ୍ଣଙ୍କର ଜନ୍ମ ହେବ, ତାକୁ ହିଁ
ବୈକୁଣ୍ଠ କୁହାଯିବ । (୩) ସଂଗମଯୁଗରେ ଶ୍ରୀକୃଷ୍ଣଙ୍କର ଆତ୍ମା ସର୍ବାଧିକ ପୁରୁଷାର୍ଥ କରିଛନ୍ତି
ସେଥିପାଇଁ ତାଙ୍କର ନାମ ଅଧିକ ପ୍ରସିଦ୍ଧ ହୋଇଛି ।
ଓମ୍ ଶାନ୍ତି ।
ମଧୁର ଆତ୍ମିକ
ସନ୍ତାନମାନଙ୍କୁ ଆତ୍ମିକ ପିତା ବସି ବୁଝାଉଛନ୍ତି । ୫ ହଜାର ବର୍ଷ ପରେ ଥରେ ମାତ୍ର ପିଲାମାନଙ୍କୁ
ଆସି ପଢାଉଛନ୍ତି, ଡାକୁଛନ୍ତି ମଧ୍ୟ ଆମ ପତିତମାନଙ୍କୁ ଆସି ପବିତ୍ର କରାଅ । ତେଣୁ ଏଥିରୁ ସିଦ୍ଧ
ହେଉଛି ଯେ ଏହା ପତିତ ଦୁନିଆ ଅଟେ । ନୂଆ ଦୁନିଆ, ପବିତ୍ର ଦୁନିଆ ଥିଲା । ନୂଆ ଘର ବହୁତ ସୁନ୍ଦର
ହୋଇଥାଏ । ପୁରୁଣା ଘର ଯେପରି ଭାଙ୍ଗି ରୁଜି ଯାଇଥାଏ । ବର୍ଷାରେ ତଳେ ପଡିଯାଏ । ଏବେ ତୁମେମାନେ
ଜାଣିଛ ବାବା ଆସିଛନ୍ତି ନୂଆ ଦୁନିଆ ତିଆରି କରିବା ପାଇଁ । ବର୍ତ୍ତମାନ ଆମକୁ ପାଠ ପଢାଉଛନ୍ତି ।
ପୁଣି ୫ ହଜାର ବର୍ଷ ପରେ ପଢାଇବେ । କୌଣସି ସାଧୁ-ସନ୍ଥ ଆଦି ଏପରି ନିଜର ଅନୁସରଣକାରୀଙ୍କୁ ପଢାଇବେ
ନାହିଁ । ତାଙ୍କୁ ଏ କଥା ଜଣା ହିଁ ନାହିଁ । ନାଁ ଖେଳ ବିଷୟରେ ଜଣା ଅଛି କାହିଁକି ନା ସେମାନେ
ନିବୃତ୍ତିମାର୍ଗଧାରୀ ଅଟନ୍ତି । ବାବାଙ୍କ ବିନା କେହି ବି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ
ବୁଝାଇ ପାରିବେ ନାହିଁ । ଆତ୍ମ-ଅଭିମାନୀ ହେବା ପାଇଁ ହିଁ ପିଲାମାନଙ୍କୁ ପରିଶ୍ରମ କରିବାକୁ ପଡୁଛି
କାହିଁକି ନା ଅଧା କଳ୍ପ ତୁମେ କେବେ ଆତ୍ମ-ଅଭିମାନୀ ହୋଇ ନାହଁ । ବର୍ତ୍ତମାନ ବାବା କହୁଛନ୍ତି
ନିଜକୁ ଆତ୍ମା ବୋଲି ଭାବ । ଏପରି ନୁହେଁ କି ଆତ୍ମା ହିଁ ପରମାତ୍ମା ଅଟନ୍ତି । ନାଁ, ନିଜକୁ ଆତ୍ମା
ଭାବି ପରମପିତା ପରମାତ୍ମା ଶିବଙ୍କୁ ମନେ ପକାଇବାକୁ ହେବ । ମୁଖ୍ୟ ହେଉଛି ୟାଦର ଯାତ୍ରା,
ଯାହାଦ୍ୱାରା ହିଁ ତୁମେ ପତିତରୁ ପବିତ୍ର ହେଉଛ । ଏଥିରେ କୌଣସି ସ୍ଥୂଳ କଥା ନାହିଁ । ନାକ କାନ
ଆଦି କିଛି ବନ୍ଦ କରିବାର ନାହିଁ । ମୂଳ କଥା ହେଉଛି - ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ
ପକାଇବାକୁ ହେବ । ତୁମେ ଅଧାକଳ୍ପରୁ ଦେହ ଅଭିମାନରେ ରହିବାର ଅଭ୍ୟାସ କରିନେଇଛ । ପ୍ରଥମେ ନିଜକୁ
ଆତ୍ମା ବୋଲି ଭାବିଲେ ହିଁ ବାବାଙ୍କୁ ମନେ ପକାଇପାରିବ । ଭକ୍ତିମାର୍ଗରେ ମଧ୍ୟ ବାବା-ବାବା
କହିଆସିଛନ୍ତି । ପିଲାମାନେ ଜାଣିଛନ୍ତି ସତ୍ୟଯୁଗରେ ଜଣେ ହିଁ ଲୌକିକ ପିତା ରହିବେ । ସେଠାରେ
ପାରଲୌକିକ ପିତାଙ୍କୁ ମନେ ପକାଇବେ ନାହିଁ କାହିଁକି ନା ସୁଖ ରହୁଛି । ଭକ୍ତିମାର୍ଗରେ ପୁଣି ଦୁଇ
ଜଣ ପିତା ହୋଇ ଯାଇଥା’ନ୍ତି । ଲୌକିକ ଏବଂ ପାରଲୌକିକ । ଦୁଃଖରେ ସମସ୍ତେ ପାରଲୌକିକ ପିତାଙ୍କୁ
ସ୍ମରଣ କରିଥାନ୍ତି । ସତ୍ୟଯୁଗରେ ଭକ୍ତି ରହିବ ନାହିଁ । ସେଠାରେ ତ ଜ୍ଞାନର ପ୍ରାଲବ୍ଧ ହିଁ
ମିଳିବ । ଏହିପରି ନୁହେଁ କି ସତ୍ୟଯୁଗରେ ଜ୍ଞାନ ରହିବ । ବର୍ତ୍ତମାନ ସମୟର ଜ୍ଞାନର ପ୍ରାଲବ୍ଧ
ସେଠାରେ ମିଳୁଛି । ବାବା ତ ଥରେ ମାତ୍ର ଆସୁଛନ୍ତି । ଅଧାକଳ୍ପ ବେହଦର ବାବାଙ୍କ ଠାରୁ ସୁଖର
ସମ୍ପତ୍ତି ମିଳୁଛି । ପୁଣି ଲୌକିକ ପିତାଙ୍କଠାରୁ ଅଳ୍ପକାଳର ସମ୍ପତ୍ତି ମିଳୁଛି । ଏ କଥାକୁ
ମନୁଷ୍ୟ ବୁଝାଇ ପାରିବେ ନାହିଁ । ଏହା ହେଉଛି ନୂଆ କଥା । ୫ ହଜାର ବର୍ଷରେ ସଂଗମ ଯୁଗରେ ଥରେ
ମାତ୍ର ବାବା ଆସୁଛନ୍ତି । ଯେବେକି କଳିଯୁଗର ଅନ୍ତ ଓ ସତ୍ୟଯୁଗ ଆଦିର ସଂଗମ ହେଉଛି ତେବେ ଯାଇ ବାବା
ଆସୁଛନ୍ତି - ପୁନର୍ବାର ନୂଆ ଦୁନିଆ ସ୍ଥାପନ କରିବା ପାଇଁ । ନୂଆ ଦୁନିଆରେ ଏହି
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ପୁଣି ତ୍ରେତାରେ ରାମରାଜ୍ୟ ଥିଲା । ବାକି ଦେବତାମାନଙ୍କର ଏତେ
ଯେଉଁ ଚିତ୍ର ତିଆରି କରୁଛନ୍ତି ଏସବୁ ଭକ୍ତିମାର୍ଗର ସାମଗ୍ରୀ ଅଟେ । ବାବା କହୁଛନ୍ତି ଏ ସବୁକୁ
ଭୁଲିଯାଅ । ବର୍ତ୍ତମାନ ନିଜ ଘର ଏବଂ ନୂଆ ଦୁନିଆକୁ ମନେ ପକାଅ ।
ଜ୍ଞାନ ମାର୍ଗ ବୁଝିବାର
ମାର୍ଗ ଅଟେ, ଯାହା ଦ୍ୱାରା ତୁମେ ୨୧ ଜନ୍ମ ବୁଦ୍ଧିମାନ ହେଉଛ । ସେଠାରେ କୌଣସି ଦୁଃଖ ରହିବ ନାହିଁ
। ସତ୍ୟଯୁଗରେ କେହି ଏପରି କହିବେ ନାହିଁ ଯେ ଆମକୁ ଶାନ୍ତି ଦରକାର । କୁହାଯାଏ ନା - ମାଗିବା ଠାରୁ
ମରିବା ଭଲ । ବାବା ତୁମକୁ ଏପରି ସାହୁକାର କରି ଦେଉଛନ୍ତି ଯାହା ଫଳରେ ସତ୍ୟଯୁଗରେ ଦେବତାମାନଙ୍କୁ
ଭଗବାନଙ୍କଠାରୁ କୌଣସି ଜିନିଷ ମାଗିବାର ଆବଶ୍ୟକ ପଡୁ ନାହିଁ । ଏଠାରେ ତ ଆଶୀର୍ବାଦ ମାଗୁଛନ୍ତି
ନା । ପୋପ ଆସିଲେ କେତେ ଲୋକ ଆଶୀର୍ବାଦ ନେବାକୁ ଆସୁଛନ୍ତି । ପୋପ୍ କେତେ ଜଣଙ୍କର ବିବାହ
କରାଉଛନ୍ତି । ବାବା ତ ଏ କାମ କରୁନାହାଁନ୍ତି । ଭକ୍ତିମାର୍ଗରେ ଯାହା ଅତୀତ ହୋଇଯାଇଛି ତାହା ଏବେ
ପୁନର୍ବାର ହେଉଛି ପୁଣି ଏହାର ମଧ୍ୟ ପୁନରାବୃତ୍ତି ହେବ । ଦିନକୁ ଦିନ ଭାରତର କେତେ ଅଧୋଗତି
ହୋଇଚାଲିଛି । ଏବେ ତୁମେ ସଂଗମ ଯୁଗରେ ଅଛ । ବାକି ସମସ୍ତେ ହେଲେ କଳିଯୁଗୀ ମନୁଷ୍ୟ । ଏଠାକୁ ନ
ଆସିବା ପର୍ଯ୍ୟନ୍ତ କିଛି ହେଲେ ବି ବୁଝିପାରିବେ ନାହିଁ ଯେ ବର୍ତ୍ତମାନ ସଂଗମଯୁଗ ନା କଳିଯୁଗ ଅଟେ?
ଗୋଟିଏ ଘରେ ପିଲାମାନେ କହୁଛନ୍ତି ଆମେ ସଂଗମଯୁଗରେ ଅଛୁ, ବାପ କହୁଛି ଆମେ କଳିଯୁଗରେ ଅଛୁ, ତେଣୁ
କେତେ ଅସୁବିଧା ହେଉଛି । ଖାଇବା-ପିଇବାରେ ମଧ୍ୟ ଅସୁବିଧା ହେଉଛି । ତୁମେ ସଂଗମଯୁଗୀ ଶୁଦ୍ଧ
ପବିତ୍ର ଭୋଜନ ଖାଉଛ । ଦେବତାମାନେ କେବେ ପିଆଜ ଆଦି ଖାଇ ନ ଥା’ନ୍ତି । ଏହି ଦେବତାମାନଙ୍କୁ
ନିର୍ବିକାରୀ ବୋଲି କୁହାଯାଉଛି । ଭକ୍ତିମାର୍ଗରେ ସମସ୍ତେ ତମୋପ୍ରଧାନ ହୋଇଯାଇଛନ୍ତି ।
ବର୍ତ୍ତମାନ ବାବା ସତ୍ତ୍ୱପ୍ରଧାନ ହେବା ପାଇଁ କହୁଛନ୍ତି । ବୁଝିବା ନିମନ୍ତେ କେହି ପ୍ରସ୍ତୁତ
ନାହାଁନ୍ତି ଯେ ଆତ୍ମା ପ୍ରଥମେ ସତ୍ତ୍ୱପ୍ରଧାନ ଥିଲା ପୁଣି ତମୋପ୍ରଧାନ ହୋଇଛି କାହିଁକି ନା
ଭକ୍ତିମାର୍ଗରେ ଆତ୍ମାକୁ ନିର୍ଲିପ ବୋଲି ଭାବୁଛନ୍ତି । ଆତ୍ମା ହିଁ ପରମାତ୍ମା ଅଟେ, ଏହିପରି
କହିଦେଉଛନ୍ତି । ବାବା କହୁଛନ୍ତି ମୁଁ ହେଉଛି ଜ୍ଞାନର ସାଗର, ଯେଉଁମାନେ ଦେବୀ-ଦେବତା ଧର୍ମର
ହୋଇଥିବେ ସେମାନେ ପୁନର୍ବାର ଆସି ସମ୍ପତ୍ତି ନେବେ । ଏବେ ଦେବୀ-ଦେବତା ଧର୍ମର ସେପ୍ଲିଙ୍ଗ୍ (ଚାରା)
ଲାଗୁଛି । ତୁମେ ବୁଝିଯିବ ଯେ - ଇଏ ଏତେ ଉଚ୍ଚପଦ ପାଇବା ଯୋଗ୍ୟ ନୁହେଁ । ଘରେ ଯାଇ ବିବାହ ଆଦି
କରି ଛି-ଛି ବିକାରୀ ହୋଇଯାଉଛନ୍ତି । ତେଣୁ ବୁଝାଯାଏ ସେ ଉଚ୍ଚ ପଦ ପାଇପାରିବେ ନାହିଁ ।
ବର୍ତ୍ତମାନ ରାଜତ୍ୱର ସ୍ଥାପନ ହେଉଛି ।
ବାବା କହୁଛନ୍ତି - ମୁଁ
ହିଁ ତୁମକୁ ରାଜାମାନଙ୍କର ରାଜା କରୁଥିବାରୁ ପ୍ରଜା ନିଶ୍ଚୟ ତିଆରି କରିବାକୁ ପଡିବ । ନଚେତ୍
ରାଜ୍ୟ କିପରି ପାଇବ । ଏହା ଗୀତାର ଅକ୍ଷର ଅଟେ ନା - ଏହାକୁ ଗୀତାର ଯୁଗ ବୋଲି କୁହାଯାଉଛି । ତୁମେ
ରାଜଯୋଗ ଶିଖୁଛ - ଜାଣିଛ ଯେ ଆଦି ସନାତନ ଦେବୀ-ଦେବତା ଧର୍ମର ମୂଳଦୁଆର ସ୍ଥାପନା ହେଉଛି ।
ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ଉଭୟ ରାଜତ୍ୱ ସ୍ଥାପନ ହେଉଛି । ବ୍ରାହ୍ମଣ କୁଳ ସ୍ଥାପନ ହୋଇ ସାରିଛି
। ବ୍ରାହ୍ମଣ ହିଁ ପୁଣି ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ହେଉଛନ୍ତି । ଯିଏ ଭଲ ଭାବରେ ପରିଶ୍ରମ କରିବେ
ସିଏ ସୂର୍ଯ୍ୟବଂଶୀ ହେବେ । ଅନ୍ୟ ଧର୍ମାବଲମ୍ବୀମାନେ କେବଳ ନିଜର ଧର୍ମ ସ୍ଥାପନ କରିବାକୁ ହିଁ
ଆସୁଛନ୍ତି । ଧର୍ମସ୍ଥାପକଙ୍କ ପରେ ସେହି ଧର୍ମର ଆତ୍ମାମାନେ ଆସୁଛନ୍ତି ତେଣୁ ଧର୍ମର ବୃଦ୍ଧି
ହେଉଛି । ଧରିନିଅ କେହି ଯଦି ଖ୍ରୀଷ୍ଟିୟାନ ଅଟନ୍ତି ତେବେ ତାଙ୍କର ବୀଜରୂପ ହେଲେ ଖ୍ରୀଷ୍ଟ ।
ତୁମର ବୀଜରୂପ କିଏ? ବାବା, କାହିଁକି ନା ବାବା ହିଁ ଆସି ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା
କରୁଛନ୍ତି । ବ୍ରହ୍ମାଙ୍କୁ ହିଁ ପ୍ରଜାପିତା ବୋଲି କୁହାଯାଉଛି । ତାଙ୍କୁ ରଚୟିତା ବୋଲି କୁହାଯିବ
ନାହିଁ । ଏହାଙ୍କ ଦ୍ୱାରା ପିଲାମାନଙ୍କୁ ପୋଷ୍ୟ କରାଯାଉଛି । ବ୍ରହ୍ମାଙ୍କୁ ମଧ୍ୟ ସୃଷ୍ଟି
କରୁଛନ୍ତି ନା । ବାବା ଆସି ଏହାଙ୍କ ମଧ୍ୟରେ ପ୍ରବେଶ କରି ଏହାଙ୍କୁ ରଚନା କରୁଛନ୍ତି । ଶିବବାବା
କହୁଛନ୍ତି ତୁମେ ମୋର ସନ୍ତାନ ଅଟ । ବ୍ରହ୍ମା ମଧ୍ୟ କହୁଛନ୍ତି ତୁମେ ମୋର ସାକାରୀ ସନ୍ତାନ ଅଟ ।
ଏବେ ତୁମେ କଳା ଛି-ଛି ବିକାରୀ ହୋଇଯାଇଛ । ବର୍ତ୍ତମାନ ପୁଣି ବ୍ରାହ୍ମଣ ହୋଇଛ । ଏହି ସଂଗମରେ
ତୁମେ ପୁରୁଷୋତ୍ତମ ଦେବୀ ଦେବତା ହେବା ପାଇଁ ପରିଶ୍ରମ କରୁଛ । ଦେବତା ଏବଂ ଶୂଦ୍ରମାନଙ୍କୁ କୌଣସି
ପରିଶ୍ରମ କରିବାକୁ ପଡୁ ନାହିଁ, ତୁମ ବ୍ରାହ୍ମଣମାନଙ୍କୁ ଦେବତା ହେବା ପାଇଁ ପରିଶ୍ରମ କରିବାକୁ
ପଡୁଛି । ବାବା ସଂଗମରେ ହିଁ ଆସୁଛନ୍ତି । ଏହା ବହୁତ ଛୋଟ ଯୁଗ ଅଟେ ସେଥିପାଇଁ ଏହାକୁ ଅଧିଯୁଗ
ବୋଲି କୁହାଯାଉଛି । ଏହାକୁ କେହି ହେଲେ ଜାଣି ନାହାଁନ୍ତି । ବାବାଙ୍କୁ ମଧ୍ୟ ପରିଶ୍ରମ କରିବାକୁ
ପଡୁଛି । ଏପରି ନୁହେଁ ଯେ ତୁରନ୍ତ ନୂଆ ଦୁନିଆ ହୋଇଯାଉଛି । ତୁମକୁ ଦେବତା ହେବା ପାଇଁ ସମୟ
ଲାଗୁଛି । ଯିଏ ଭଲ କର୍ମ କରନ୍ତି ସିଏ ଭଲ କୁଳରେ ଜନ୍ମ ନେଇଥାନ୍ତି । ଏବେ ତୁମେ ପୁରୁଷାର୍ଥର
କ୍ରମ ଅନୁସାରେ ଫୁଲ ଅର୍ଥାତ୍ ସତ୍ତ୍ୱପ୍ରଧାନ ହେଉଛ । ଆତ୍ମା ହିଁ ସତ୍ତ୍ୱପ୍ରଧାନ ହେଉଛି । ଏବେ
ତୁମର ଆତ୍ମା ଭଲ କର୍ମ ଶିଖୁଛି । ଆତ୍ମା ହିଁ ଭଲ ଅଥବା ମନ୍ଦ ସଂସ୍କାର ନେଇଯାଇଥାଏ । ଏବେ ତୁମେ
ଗୁଲ୍ଗୁଲ୍ (ଫୁଲ) ହୋଇ ଭଲ ଘରେ ଜନ୍ମ ନେବ । ଏଠାରେ ଯେଉଁମାନେ ଭଲ ପୁରୁଷାର୍ଥ କରୁଛନ୍ତି,
ସେମାନେ ନିଶ୍ଚୟ ଭଲ କୁଳରେ ଜନ୍ମ ନେବେ । କ୍ରମଅନୁସାରେ ତ ରହିବେ ନା । କର୍ମ ଅନୁସାରେ ଜନ୍ମ
ନେଇଥା’ନ୍ତି । ଯେତେବେଳେ ଖରାପ କର୍ମ କରୁଥିବା ଆତ୍ମା ବିଲ୍କୁଲ୍ ବିନାଶ ହୋଇଯିବେ ସେତେବେଳେ
ସ୍ୱର୍ଗର ସ୍ଥାପନା ହୋଇଯିବ । ତମୋପ୍ରଧାନ ଆତ୍ମାମାନେ ସବୁ ବିନାଶ ହୋଇଯିବେ । ପୁଣି ନୂଆ
ଦେବତାମାନଙ୍କର ଆସିବା ଆରମ୍ଭ ହେବ । ଯେତେବେଳେ ସବୁ ଭ୍ରଷ୍ଟାଚାରୀ ଶେଷ ହୋଇଯିବେ, ସେତେବେଳେ
ଶ୍ରୀକୃଷ୍ଣଙ୍କର ଜନ୍ମ ହେବ, ସେ ପର୍ଯ୍ୟନ୍ତ ତୁମର ଅଦଳ-ବଦଳ ହୋଇ ଚାଲିବ । କେହି ବିକାରୀ ନ ରହିଲେ
ହିଁ ଯାଇ ଶ୍ରୀକୃଷ୍ଣ ଆସିବେ, ସେ ପର୍ଯ୍ୟନ୍ତ ତୁମମାନଙ୍କର ଯିବା ଆସିବା ଚାଲିଥିବ । କୃଷ୍ଣଙ୍କୁ
ଧାରଣ କରିବା ପାଇଁ ମାତା-ପିତା ପୂର୍ବରୁ ଦରକାର ନା । ପୁଣି ସବୁ ଭଲ-ଭଲ ଆତ୍ମାମାନେ ରହିବେ ।
ବାକି ସମସ୍ତେ ଚାଲିଯିବେ, ତେବେ ଯାଇ ତାକୁ ସ୍ୱର୍ଗ କୁହାଯିବ । ତୁମେ ଶ୍ରୀକୃଷ୍ଣଙ୍କୁ ସ୍ୱାଗତ
କରିବା ନିମନ୍ତେ ରହିବ । ଯଦିଓ ତୁମର ଜନ୍ମ ବିକାର ଦ୍ୱାରା ହେବ କାହିଁକି ନା ରାବଣ ରାଜ୍ୟ ଅଟେ
ନା । ଶୁଦ୍ଧ ଜନ୍ମ ତ ହୋଇପାରିବ ନାହିଁ । ପ୍ରଥମେ ପ୍ରଥମେ ଶ୍ରୀକୃଷ୍ଣଙ୍କର ହିଁ ପବିତ୍ର ଜନ୍ମ
ହେବ । ତାହା ପରେ ନୂଆ ଦୁନିଆକୁ ବୈକୁଣ୍ଠ ବୋଲି କୁହାଯିବ । ଶ୍ରୀକୃଷ୍ଣ ବିଲ୍କୁଲ୍ ଗୁଲ୍ଗୁଲ୍
(ପବିତ୍ର) ନୂଆ ଦୁନିଆକୁ ଆସିବେ । ରାବଣ ସମ୍ପ୍ରଦାୟ ହିଁ ବିଲ୍କୁଲ୍ ସମାପ୍ତ ହୋଇଯିବ ।
ଶ୍ରୀକୃଷ୍ଣଙ୍କର ନାମ ତାଙ୍କ ମାତା-ପିତାଙ୍କଠାରୁ ମଧ୍ୟ ଅଧିକ ପ୍ରସିଦ୍ଧ ହେବ । ଶ୍ରୀକୃଷ୍ଣଙ୍କର
ମାତା-ପିତାଙ୍କର ନାମ ଏତେ ପ୍ରତ୍ୟକ୍ଷ ହେବ ନାହିଁ । ଶ୍ରୀକୃଷ୍ଣଙ୍କ ପୂର୍ବରୁ ଯେଉଁମାନଙ୍କର
ଜନ୍ମ ହେଉଛି ତାଙ୍କର ଜନ୍ମ ଯୋଗବଳ ଦ୍ୱାରା ହେଉଛି ବୋଲି କୁହାଯିବ ନାହିଁ । ଏପରି ନୁହେଁ ଯେ
ଶ୍ରୀକୃଷ୍ଣଙ୍କ ମାତା-ପିତା ଯୋଗବଳ ଦ୍ୱାରା ଜନ୍ମ ନେଇଛନ୍ତି । ନାଁ, ଯଦି ଏପରି ହୋଇଥାନ୍ତା ତେବେ
ତାଙ୍କର ମଧ୍ୟ ନାମ ପ୍ରସିଦ୍ଧ ହୋଇଥାନ୍ତା । ତେଣୁ ଏଥିରୁ ସିଦ୍ଧ ହେଉଛି ତାଙ୍କର ମାତା-ପିତା ଏତେ
ପୁରୁଷାର୍ଥ କରିନାହାଁନ୍ତି, ଯେତିକି ଶ୍ରୀକୃଷ୍ଣ କରିଛନ୍ତି । ଏସବୁ କଥା ତୁମେ ଭବିଷ୍ୟତରେ
ବୁଝିଯିବ । ରାଧା-କୃଷ୍ଣ ହିଁ ସମ୍ପୂର୍ଣ୍ଣ କର୍ମାତୀତ ଅବସ୍ଥାଧାରୀ ଅଟନ୍ତି । ସେ ହିଁ ସଦ୍ଗତି
ପ୍ରାପ୍ତ କରୁଛନ୍ତି । ସବୁ ପାପ ଆତ୍ମାମାନଙ୍କର ସମାପ୍ତି ହେଲେ ଯାଇ ତାଙ୍କର ଜନ୍ମ ହେଉଛି, ତାକୁ
ହିଁ ପବିତ୍ର ଦୁନିଆ କୁହାଯିବ, ସେଥିପାଇଁ ଶ୍ରୀକୃଷ୍ଣଙ୍କର ଏତେ ଖ୍ୟାତି ହେଉଛି । ତାଙ୍କ
ମାତା-ପିତାଙ୍କର ଏତେ ଗାୟନ ହେଉ ନାହିଁ । ଆଗକୁ ଗଲେ ତୁମକୁ ବହୁତ ସାକ୍ଷାତ୍କାର ହେବ । ସମୟ ତ
ଅଛି । ତୁମେ କାହାକୁ ହେଲେ ବି ବୁଝାଇପାରିବ - ଆମେ ଏହିପରି ଲକ୍ଷ୍ମୀ-ନାରାୟଣ ହେବା ପାଇଁ ପାଠ
ପଢୁଛୁ । ବିଶ୍ୱରେ ବର୍ତ୍ତମାନ ଏହାଙ୍କର ରାଜ୍ୟ ସ୍ଥାପନ ହେଉଛି । ଆମ ନିମନ୍ତେ ତ ନୂଆ ଦୁନିଆ
ଆବଶ୍ୟକ । ଏବେ ତୁମକୁ ଦୈବୀ ସମ୍ପ୍ରଦାୟର ବୋଲି କୁହାଯିବ ନାହିଁ । ତୁମେ ବ୍ରାହ୍ମଣ ସମ୍ପ୍ରଦାୟର
ଅଟ । ଦେବତା ହେବାକୁ ଯାଉଛ । ଦୈବୀ ସମ୍ପ୍ରଦାୟ ହୋଇଗଲେ ତୁମର ଆତ୍ମା ଏବଂ ଶରୀର ଉଭୟ ପବିତ୍ର
ହୋଇଯିବ । ଏବେ ତୁମେ ସଂଗମଯୁଗୀ ପୁରୁଷୋତ୍ତମ ହେବାକୁ ଯାଉଛ । ଏ ସବୁ ପରିଶ୍ରମର କଥା ଅଟେ । ୟାଦ
ଦ୍ୱାରା ବିକର୍ମାଜିତ୍ ହେବାକୁ ପଡିବ । ତୁମେ ନିଜେ କହୁଛ ଘଡିକୁ ଘଡି ସ୍ମୃତି ଭୁଲିଯାଉଛୁ । ବାବା
ପିକ୍ନିକ୍ କରିବାକୁ ଗଲେ ମଧ୍ୟ ଶିବବାବାଙ୍କର ଖିଆଲ ରହିଥାଏ । ଆମେ ବାବାଙ୍କ ସ୍ମୃତିରେ ନ ରହିଲେ
ବାବା କ’ଣ କହିବେ, ସେଥିପାଇଁ ବାବା କହୁଛନ୍ତି ତୁମେ ବାବାଙ୍କ ସ୍ମୃତିରେ ବସି ପିକ୍ନିକ୍ କର ।
କର୍ମ କରୁଥିବା ସମୟରେ ପରମାତ୍ମା ପ୍ରେମିକଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ, ଏହିଥିରେ ହିଁ
ମେହନତ ରହିଛି । ୟାଦ ଦ୍ୱାରା ଆତ୍ମା ପବିତ୍ର ହେବ, ଅବିନାଶୀ ଜ୍ଞାନ ଧନ ମଧ୍ୟ ଜମା ହେବ । ଏହା
ପରେ ପୁଣି ଯଦି ଅପବିତ୍ର ହୋଇଗଲ ତେବେ ସମସ୍ତ ଜ୍ଞାନ ଧନ ଚାଲିଯିବ । ମୁଖ୍ୟ ହେଉଛି ପବିତ୍ରତା ।
ବାବା ତ ଭଲ-ଭଲ କଥା ହିଁ ବୁଝାଉଛନ୍ତି । ଏହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଆଉ କାହା ପାଖରେ
ବି ନାହିଁ । ଅନ୍ୟ ଯେଉଁ ସବୁ ସତ୍ସଙ୍ଗ ଆଦି ରହିଛି ସେ ସବୁ ଭକ୍ତିମାର୍ଗର ଅଟେ ।
ବାବା ବୁଝାଉଛନ୍ତି -
ବାସ୍ତବରେ ପ୍ରବୃତ୍ତିମାର୍ଗଧାରୀଙ୍କୁ ହିଁ ଭକ୍ତି କରିବାକୁ ହେବ । ତୁମ ପାଖରେ ତ ବହୁତ ଶକ୍ତି
ରହିଛି । ଘରେ ବସି ତୁମକୁ ସୁଖ ମିଳିଯାଉଛି । ସର୍ବଶକ୍ତିମାନ ବାବାଙ୍କଠାରୁ ତୁମେ ଏତେ ଶକ୍ତି
ନେଉଛ । ପୂର୍ବରୁ ସନ୍ନ୍ୟାସୀମାନେ ଜଙ୍ଗଲରେ ରହୁଥିବାରୁ ତାଙ୍କ ପାଖରେ ଶକ୍ତି ଥିଲା ।
ବର୍ତ୍ତମାନ ତ କେତେ ବଡ-ବଡ କୋଠା ତିଆରି କରି ରହୁଛନ୍ତି । ବର୍ତ୍ତମାନ ସେହି ଶକ୍ତି ନାହିଁ ।
ଯେପରି ତୁମ ପାଖରେ ମଧ୍ୟ ପୂର୍ବରୁ ସୁଖର ଶକ୍ତି ଥିଲା । ପୁଣି ଗୁପ୍ତ ହୋଇଗଲା । ତାଙ୍କ ପାଖରେ
ମଧ୍ୟ ପୂର୍ବରୁ ଶାନ୍ତିର ଶକ୍ତି ଥିଲା ବର୍ତ୍ତମାନ ତାହା ନାହିଁ । ପୂର୍ବରୁ ତ ସତ୍ୟ କହୁଥିଲେ ଯେ
ରଚୟିତା ଏବଂ ରଚନାକୁ ଆମେ ଜାଣି ନାହୁଁ । ବର୍ତ୍ତମାନ ତ ନିଜକୁ ଭଗବାନ, ଶିବୋହମ୍ ବୋଲି ମଧ୍ୟ କହି
ଦେଉଛନ୍ତି । ବାବା ବୁଝାଉଛନ୍ତି - ବର୍ତ୍ତମାନ ସାରା ବୃକ୍ଷ ତମୋପ୍ରଧାନ ଅଟେ ସେଥିପାଇଁ
ସମସ୍ତଙ୍କର ଉଦ୍ଧାର କରିବାକୁ ମୁଁ ଆସୁଛି । ଏହି ଦୁନିଆ ହିଁ ବଦଳି ଯିବ । ସବୁ ଆତ୍ମାମାନେ ଘରକୁ
ଚାଲିଯିବେ । ଜଣେ ହେଲେ ବି ନାହାଁନ୍ତି ଯାହାଙ୍କୁ ଜଣା ଅଛି କି ଆମ ଆତ୍ମାରେ ଅବିନାଶୀ ଅଭିନୟ ଭରି
ହୋଇ ରହିଛି ଯାହାର ପୁଣି ଥରେ ପୁନରାବୃତ୍ତି କରିବୁ । ଏତେ ଛୋଟ ଆତ୍ମାରେ, ଅବିନାଶୀ ଅଭିନୟ ଭରି
ରହିଛି ଯାହାର କେବେ ବିନାଶ ହେଉନାହିଁ । ଏଥି ନିମନ୍ତେ ବୁଦ୍ଧି ବହୁତ ପବିତ୍ର ହେବା ଦରକାର । ଏହା
ସେତେବେଳେ ହେବ ଯେବେ ତୁମେ ଯୋଗଯୁକ୍ତ ସ୍ଥିତିରେ ମଗ୍ନ ହୋଇ ରହିବ । ପରିଶ୍ରମ ବିନା ତ ପଦ ମିଳିବ
ନାହିଁ, ସେଥିପାଇଁ ଗାୟନ ରହିଛି ଚଢିଲେ ଚାଖିବ... କେଉଁଠି ଉଚ୍ଚରୁ ଉଚ୍ଚ ରାଜାମାନଙ୍କର ରାଜା
ଦ୍ୱିମୁକୁଟଧାରୀ, କେଉଁଠି ପ୍ରଜା । ଆମକୁ ଏକ ବାବା ହିଁ ପଢାଉଛନ୍ତି । ଏଥିପାଇଁ ଭଲ ବୁଦ୍ଧି
ଆବଶ୍ୟକ । ବାବା ବାରମ୍ବାର ବୁଝାଉଛନ୍ତି ମୁଖ୍ୟ ହେଉଛି ୟାଦର ଯାତ୍ରା । ମୁଁ ତୁମକୁ ପାଠପଢାଇ
ବିଶ୍ୱର ମାଲିକ କରାଉଛି । ତେଣୁ ଶିକ୍ଷକ ଗୁରୁ ବି ହେବ ନା । ବାବା ତ ହେଉଛନ୍ତି ଶିକ୍ଷକମାନଙ୍କର
ଶିକ୍ଷକ, ପିତାମାନଙ୍କର ପିତା । ଏକଥା ତ ତୁମେମାନେ ଜାଣିଛ ଯେ ଆମର ବାବା, ବହୁତ ସ୍ନେହୀ ଅଟନ୍ତି
। ଏପରି ବାବାଙ୍କୁ ତ ବହୁତ ମନେ ପକାଇବା ଉଚିତ୍ । ସମ୍ପୂର୍ଣ୍ଣ ପାଠ ମଧ୍ୟ ପଢିବାକୁ ପଡିବ ।
ବାବାଙ୍କୁ ସ୍ମରଣ ନ କଲେ ପାପ ନଷ୍ଟ ହେବ ନାହିଁ । ବାବା ସମସ୍ତ ଆତ୍ମାମାନଙ୍କୁ ସାଥିରେ ନେଇଯିବେ
। ବାକି ଶରୀର ସବୁ ବିନାଶ ହୋଇଯିବ । ଆତ୍ମାମାନେ ନିଜ-ନିଜ ଧର୍ମର ବିଭାଗରେ ଯାଇ ନିବାସ କରିବେ ।
ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବୁଦ୍ଧିକୁ
ପବିତ୍ର କରିବା ପାଇଁ ଯୋଗର ଯାତ୍ରାରେ ମସ୍ତ ହୋଇ ରହିବାକୁ ହେବ । କର୍ମଧନ୍ଦା କରୁଥିଲେ ମଧ୍ୟ
ଏକମାତ୍ର ପ୍ରେମିକ ପରମାତ୍ମାଙ୍କର ସ୍ମୃତି ରହୁ - ତେବେ ଯାଇ ବିକର୍ମାଜିତ୍ ହୋଇପାରିବ ।
(୨) ଏହି ଛୋଟିଆ ଯୁଗରେ
ମନୁଷ୍ୟରୁ ଦେବତା ହେବା ପାଇଁ ମେହନତ କରିବାକୁ ହେବ । ଭଲ କର୍ମ ଅନୁସାରେ ଭଲ ସଂସ୍କାରକୁ ଧାରଣ
କରି ଭଲ କୁଳରେ ଜନ୍ମ ନେବାକୁ ହେବ ।
ବରଦାନ:-
ନିଜର ଆତ୍ମିକ
ପ୍ରକାଶ ଦ୍ୱାରା ବାୟୁମଣ୍ଡଳକୁ ପରିବର୍ତ୍ତନ କରିବାର ସେବା କରୁଥିବା ସହଜ ସଫଳତା ମୂରତ ଭବ ।
ଯେପରି ସାକାର ଦୁନିଆରେ
ଯେଉଁ ରଙ୍ଗର ଆଲୋକ ଜଳାଉଛ ସେହିଭଳି ବାତାବରଣ ସୃଷ୍ଟି ହୋଇଯାଉଛି । ଯଦି ସବୁଜ ରଙ୍ଗର ଆଲୋକ
ଜଳୁଥିବ ତେବେ ଚାରିଆଡେ ସେହିଭଳି ଆଲୋକ ବିଚ୍ଛୁରିତ ହୋଇଯିବ । ଯଦି ଲାଲ୍ ରଙ୍ଗର ଆଲୋକ ଜଳାଉଛ
ତେବେ ଯୋଗର ବାତାବରଣ ସୃଷ୍ଟି ହୋଇଯାଉଛି । ତେବେ ସ୍ଥୁଳ ଆଲୋକ ଯଦି ବାୟୁମଣ୍ଡଳକୁ ପରିବର୍ତ୍ତନ
କରିଦେଇ ପାରୁଛି, ତେବେ ତୁମଭଳି ଲାଇଟ୍ ହାଉସ୍ ଆତ୍ମାମାନେ ମଧ୍ୟ ପବିତ୍ରତାର ଆଲୋକ ବା ସୁଖର
ଆଲୋକ ଦ୍ୱାରା ବାୟୁମଣ୍ଡଳକୁ ପରିବର୍ତ୍ତନ କରିବାର ସେବା କର ଯାହା ଦ୍ୱାରା ସଫଳତା ମୂରତ ହୋଇଯିବ
। ତେବେ ସ୍ଥୁଳ ଆଲୋକକୁ ଆଖି ଦ୍ୱାରା ଦେଖିପାରୁଛନ୍ତି କିନ୍ତୁ ଆତ୍ମିକ ପ୍ରକାଶକୁ ଅନୁଭବ ଦ୍ୱାରା
ଜାଣିବେ ।
ସ୍ଲୋଗାନ:-
ବ୍ୟର୍ଥ
କଥାବାର୍ତ୍ତାରେ ସମୟ ଏବଂ ସଂକଳ୍ପ ନଷ୍ଟ କରିବା - ଏହା ମଧ୍ୟ ଅପବିତ୍ରତା ଅଟେ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
କୌଣସି ବି ସମ୍ପତ୍ତିକୁ
କମ୍ ଖର୍ଚ୍ଚ କରି ଅଧିକ ପ୍ରାପ୍ତି କରିନେବା - ଏହା ହିଁ ହେଉଛି ଯୋଗର ପ୍ରୟୋଗ । ଯେହେତୁ ସମୟ ଏବଂ
ସଂକଳ୍ପ ତୁମର ଶ୍ରେଷ୍ଠ ସମ୍ପତ୍ତି ଅଟେ ତେଣୁ ସଂକଳ୍ପ କମ୍ ଖର୍ଚ୍ଚ ହେଉ କିନ୍ତୁ ପ୍ରାପ୍ତି ଅଧିକ
ମିଳୁ । ଯେଉଁ କାର୍ଯ୍ୟରେ ଗୋଟିଏ ସାଧାରଣ ବ୍ୟକ୍ତି ଦୁଇ-ଚାରି ମିନିଟ୍ ସଂକଳ୍ପ କରିବା ପରେ ବା
ଚିନ୍ତା କରିବା ପରେ ସଫଳତା ପାଇପାରିବ । ଏହାକୁ କୁହାଯାଏ କମ୍ ଖର୍ଚ୍ଚବାଲା ନଶୀନ । ତେଣୁ
ଖର୍ଚ୍ଚ କମ୍ କର କିନ୍ତୁ ପ୍ରାପ୍ତି ୧୦୦ ଗୁଣା ହେଉ, ଏହାଦ୍ୱାରା ସମୟର ବା ସଂକଳ୍ପର ଯେଉଁ ସଞ୍ଚୟ
ହେବ, ତାକୁ ଅନ୍ୟମାନଙ୍କର ସେବାରେ ଲଗାଇପାରିବ ଅର୍ଥାତ୍ ଦାନପୁଣ୍ୟ କରିପାରିବ । ଏହା ହିଁ ହେଉଛି
ଯୋଗର ପ୍ରୟୋଗ ।”