25.11.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଶାନ୍ତିର ଗୁଣ ସବୁଠାରୁ ଶ୍ରେଷ୍ଠ ଅଟେ, ତେଣୁ ଶାନ୍ତିରେ ରହି କଥାବାର୍ତ୍ତା କର, ଅଶାନ୍ତି ସୃଷ୍ଟି
କରିବା ବନ୍ଦ କର” ।
ପ୍ରଶ୍ନ:-
ସଂଗମଯୁଗରେ
ବାବାଙ୍କଠାରୁ ପିଲାମାନଙ୍କୁ କେଉଁ ସମ୍ପତ୍ତି ମିଳୁଛି? ଗୁଣବାନ ପିଲାମାନଙ୍କର ଲକ୍ଷଣ କ’ଣ
ହୋଇଥିବ?
ଉତ୍ତର:-
ପ୍ରଥମେ ବାବାଙ୍କଠାରୁ ଜ୍ଞାନର ସମ୍ପତ୍ତି ମିଳୁଛି, ଦ୍ୱିତୀୟରେ ଶାନ୍ତିର ସମ୍ପତ୍ତି, ତୃତୀୟରେ
ଗୁଣର ସମ୍ପତ୍ତି ମିଳୁଛି । ଗୁଣବାନ୍ ପିଲାମାନେ ସଦାସର୍ବଦା ଖୁସିରେ ରହିଥା’ନ୍ତି । ସେମାନେ
କାହାର ଅବଗୁଣ ଦେଖନ୍ତି ନାହିଁ, କାହା ବିରୁଦ୍ଧରେ ଅଭିଯୋଗ କରନ୍ତି ନାହିଁ, ଯାହାଙ୍କ ପାଖରେ
ଅବଗୁଣ ଅଛି ସେମାନଙ୍କ ସହ ମିଶନ୍ତି ନାହିଁ । ଯଦି ତାଙ୍କୁ କେହି କିଛି କୁହନ୍ତି ତେବେ ସେମାନେ
ଶୁଣି ନ ଶୁଣିଲା ଭଳି ସ୍ଥିତିରେ ରହି ନିଜର ଖୁସିରେ ରୁହନ୍ତି ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ପ୍ରଥମତଃ ତୁମକୁ ବାବାଙ୍କଠାରୁ ଜ୍ଞାନର ସମ୍ପତ୍ତି
ମିଳୁଛି । ତେଣୁ ବାବାଙ୍କଠାରୁ ମଧ୍ୟ ଗୁଣ ଗ୍ରହଣ କରିବାକୁ ହେବ । ତା’ ସହିତ ଏହି ଚିତ୍ରରୁ
ଅର୍ଥାତ୍ ଲକ୍ଷ୍ମୀ-ନାରାୟଣଙ୍କଠାରୁ ମଧ୍ୟ ଗୁଣ ଗ୍ରହଣ କରିବାକୁ ହେବ । ବାବାଙ୍କୁ ଶାନ୍ତିର ସାଗର
କୁହାଯାଏ । ତେଣୁ ପ୍ରଥମେ ଶାନ୍ତିର ଗୁଣକୁ ମଧ୍ୟ ଧାରଣ କରିବା ଜରୁରୀ । ଶାନ୍ତି ପାଇଁ ହିଁ ବାବା
ବୁଝାଉଛନ୍ତି ଯେ, ଜଣେ ଅନ୍ୟ ଜଣଙ୍କ ସହ ଶାନ୍ତିର ସହ କଥା କୁହ । ଏହି ଗୁଣ ହିଁ ଗ୍ରହଣ
କରାଯାଇଥାଏ । ଏଠାରେ ଜ୍ଞାନ ରୂପୀ ଗୁଣ ତ ଶିଖୁଛ । ଏହି ଶିକ୍ଷା ଗ୍ରହଣ କରିବାକୁ ହେବ । ଏହି
ଜ୍ଞାନ କେବଳ ଏହି ବିଚିତ୍ର ବାବା ହିଁ ପଢାଉଛନ୍ତି । ବିଚିତ୍ର ଆତ୍ମାମାନେ ପଢୁଛନ୍ତି । ଏହା
ହେଉଛି ଏଠିକାର ନୂଆ ବୈଶିଷ୍ଟ୍ୟ, ଯାହାକୁ ଅନ୍ୟ କେହି ଜାଣନ୍ତି ନାହିଁ । କୃଷ୍ଣଙ୍କ ଭଳି
ଦୈବୀଗୁଣ ମଧ୍ୟ ଧାରଣ କରିବାର ଅଛି । ବାବା ବୁଝାଉଛନ୍ତି ମୁଁ ଶାନ୍ତିର ସାଗର ଅଟେ ତେଣୁ ପ୍ରଥମେ
ଏଠାରେ ଶାନ୍ତି ସ୍ଥାପନ ହେବା ଆବଶ୍ୟକ । ଅଶାନ୍ତିକୁ ସମାପ୍ତ କରିବାକୁ ହେବ । ନିଜର ଚାଲିଚଳଣିକୁ
ଦେଖିବା ଦରକାର - ଆମେ କେତେ ଶାନ୍ତିରେ ରହୁଛେ? ବହୁତ ପୁରୁଷମାନେ ଅଛନ୍ତି ଯେଉଁମାନେ ଶାନ୍ତିରେ
ରହିବା ପସନ୍ଦ କରନ୍ତି । ଭାବନ୍ତି ଯେ, ଶାନ୍ତିରେ ରହିବା ଭଲ । ଶାନ୍ତିର ଗୁଣ ମଧ୍ୟ ବହୁତ ବଡ
ଗୁଣ ଅଟେ । କିନ୍ତୁ କିଭଳି ଶାନ୍ତିର ସ୍ଥାପନା ହେବ, ଶାନ୍ତିର ଅର୍ଥ କ’ଣ - ଏହା ଭାରତବାସୀ
ପିଲାମାନେ ଜାଣିନାହାଁନ୍ତି । ବାବା ଭାରତବାସୀ ପିଲାମାନଙ୍କ ପାଇଁ ହିଁ କହିବେ । ବାବା ମଧ୍ୟ
ଭାରତରେ ହିଁ ଆସନ୍ତି । ଏବେ ତୁମେମାନେ ଜାଣୁଛ ବାସ୍ତବରେ ନିଜ ଭିତରେ ମଧ୍ୟ ବହୁତ ଶାନ୍ତି ରହିବା
ଆବଶ୍ୟକ । ଏଭଳି ନୁହେଁ ଯେ କେହି ଯଦି ଆମକୁ ଅଶାନ୍ତ କରିବାକୁ ଚେଷ୍ଟା କଲେ ତେବେ ଆମେ ନିଜକୁ
ମଧ୍ୟ ଅଶାନ୍ତ କରିଦେବା, ନା ଅଶାନ୍ତ ହେବା ମଧ୍ୟ ଏକ ଅବଗୁଣ ଅଟେ । ନିଜ ଭିତରୁ ସବୁ ଅବଗୁଣକୁ
ବାହାର କରିବା ଆବଶ୍ୟକ ଓ ପ୍ରତ୍ୟେକଙ୍କଠାରୁ ଗୁଣ ଗ୍ରହଣ କରିବା ଆବଶ୍ୟକ । କାହାର ଅବଗୁଣକୁ
ଦେଖିବା ମଧ୍ୟ ଉଚିତ୍ ନୁହେଁ । ଯଦିଓ ତୁମେମାନେ କୌଣସି ଅଶାନ୍ତି ସୃଷ୍ଟି ହେବା ଭଳି ଶବ୍ଦ ଶୁଣୁଛ
ବା ପରିସ୍ଥିତି ଦେଖୁଛ ତେବେ ମଧ୍ୟ ନିଜକୁ ଶାନ୍ତ ରଖିବା ଆବଶ୍ୟକ, କାରଣ ବାବା ଏବଂ ଦାଦା ଦୁହେଁ
ଶାନ୍ତ ହୋଇ ରୁହନ୍ତି । କେବେ ବିଗିଡି ନ ଥାନ୍ତି । ଜୋରରେ କୁହନ୍ତି ନାହିଁ । ଏହି ବ୍ରହ୍ମା
ମଧ୍ୟ ଶିଖିଛନ୍ତି ନା । ଯେତେ ଶାନ୍ତିରେ ରହିବ ସେତେ ଭଲ । ଶାନ୍ତିରେ ରହିଲେ ହିଁ ଯୋଗ କରିପାରିବ
। ଅଶାନ୍ତି କରୁଥିବା ବ୍ୟକ୍ତି ଯୋଗ କରିପାରିବ ନାହିଁ । ପ୍ରତ୍ୟେକଙ୍କଠାରୁ ଗୁଣ ଗ୍ରହଣ କରିବା
ଆବଶ୍ୟକ । ଦତ୍ତାତ୍ରେୟ ଜଣେ ଗୁଣଗ୍ରାହୀ ରାଜାଙ୍କର ଉଦାହରଣ ମଧ୍ୟ ଏହିଠାରେ ହିଁ ଲାଗୁ ହୋଇଥାଏ ।
ଦେବତାଙ୍କ ଭଳି ଗୁଣବାନ୍ ତ ଅନ୍ୟ କେହି ହୋଇନାହାଁନ୍ତି । ସବୁର ମୂଳ ହେଉଛି ବିକାର, ତା ଉପରେ
ତୁମେମାନେ ବିଜୟ ପ୍ରାପ୍ତ କରି ଚାଲିଛ । କର୍ମେନ୍ଦ୍ରିୟଗୁଡିକ ଉପରେ ବିଜୟ ପ୍ରାପ୍ତ କରିବାକୁ
ହେବ । ଅବଗୁଣକୁ ପରିତ୍ୟାଗ କରିବାକୁ ହେବ । ଅବଗୁଣକୁ ଦେଖିବା କିମ୍ବା ବର୍ଣ୍ଣନ ମଧ୍ୟ କରିବା
ଉଚିତ୍ ନୁହେଁ । ଯେଉଁମାନଙ୍କ ପାଖରେ ଗୁଣ ରହିଛି ସେମାନଙ୍କ ପାଖକୁ ହିଁ ଯିବା ଉଚିତ୍ । ବହୁତ
ମିଠା ଏବଂ ଶାନ୍ତିରେ ରହିବା ଦରକାର । ଶାନ୍ତଚିତ୍ତ ହୋଇ ଅଳ୍ପ କହିଲେ ମଧ୍ୟ ତୁମେମାନେ ସବୁ
କାର୍ଯ୍ୟ କରିପାରିବ । ସମସ୍ତଙ୍କଠାରୁ ଗୁଣ ଗ୍ରହଣ କରି ଗୁଣବାନ୍ ହେବା ଉଚିତ୍ । ଚାଲାକ ଚତୁର
ବ୍ୟକ୍ତି ଶାନ୍ତିରେ ରହିବାକୁ ପସନ୍ଦ କରିଥା’ନ୍ତି । କେହି କେହି ଭକ୍ତମାନେ ଜ୍ଞାନୀମାନଙ୍କଠାରୁ
ମଧ୍ୟ ଅଧିକ ଗୁଣବାନ ନିର୍ମାଣଚିତ୍ତ ହୋଇଥାଆନ୍ତି । ବାବା ତ ଅନୁଭବୀ ଅଟନ୍ତି ନା । ବ୍ରହ୍ମାଙ୍କର
ଲୌକିକ ପିତା ଶିକ୍ଷକ ଥିଲେ, ବହୁତ ନିରହଂକାରୀ ଓ ଶାନ୍ତ ରହୁଥିଲେ । କେବେ କ୍ରୋଧ କରୁ ନ ଥିଲେ ।
ଯେପରି ସାଧୁଲୋକଙ୍କର ମହିମା କରାଯାଇଥାଏ । ସେମାନେ ଭଗବାନଙ୍କ ସହ ମିଳନ କରିବା ପାଇଁ ପୁରୁଷାର୍ଥ
କରିଥାଆନ୍ତି ନା । କାଶୀରେ, ହରିଦ୍ୱାରରେ ଯାଇ ରହିଥାଆନ୍ତି । ପିଲାମାନଙ୍କୁ ବହୁତ ଶାନ୍ତ ଏବଂ
ମିଠା ହୋଇ ରହିବା ଆବଶ୍ୟକ । ଏଠାରେ ଯଦି କୌଣସି ସନ୍ତାନ ଅଶାନ୍ତ ହେଉଛନ୍ତି ତେବେ ସେମାନେ
ଶାନ୍ତିର ସ୍ଥାପନା କରିବାରେ ନିମିତ୍ତ ହୋଇପାରିବେ ନାହିଁ । ଅଶାନ୍ତ ରହୁଥିବା ବ୍ୟକ୍ତିଙ୍କ ସଙ୍ଗେ
କଥା ମଧ୍ୟ ହେବା ଉଚିତ୍ ନୁହେଁ । ଦୂରେଇ ରହିବା ଦରକାର । ଫରକ ରହିଛି ନା । ସେମାନେ ବଗ ଏବଂ
ଏମାନେ ହଂସ । ହଂସ ବୁଦ୍ଧି ଆତ୍ମା ସାରାଦିନ ମୋତିକୁ ଗ୍ରହଣ କରିଥାଏ । ଉଠିବା, ବସିବା, ଚାଲିବା
ସମୟରେ ନିଜେ ନିଜେ ଜ୍ଞାନକୁ ସ୍ମରଣ କରୁଥାଅ । ସାରା ଦିନ ବୁଦ୍ଧିରେ ଏହା ହିଁ ରହୁ - କାହାକୁ
କିଭଳି ବୁଝାଇବି, ବାବାଙ୍କର ପରିଚୟ କିଭଳି ଦେବି ।
ବାବା ବୁଝାଉଛନ୍ତି ଯଦି
କୌଣସି ଆଗନ୍ତୁକ ପ୍ରଥମ କରି ସେବାକେନ୍ଦ୍ରକୁ ଆସୁଛନ୍ତି ତେବେ ତାଙ୍କଠାରୁ ମଧ୍ୟ ଫର୍ମ ପୂରଣ
କରାଯାଇଥାଏ । ସେଣ୍ଟରକୁ ଆସି ଯଦି କେହି ସାପ୍ତାହିକ କୋର୍ସ ବୁଝିବାକୁ ଚାହାଁନ୍ତି ତେବେ
ତାଙ୍କଠାରୁ ମଧ୍ୟ ଫର୍ମ ପୂରଣ କରାଯାଇଥାଏ, କୋର୍ସ ନ କଲେ ଫର୍ମ ପୂରଣ କରିବା ଦରକାର ନାହିଁ ।
ଏଇଥିପାଇଁ ଫର୍ମ ପୂରଣ କରାଯାଇଥାଏ କି ଜଣାପଡିଯିବ ଇଏ କ’ଣ କ’ଣ ସବୁ ଜାଣିଛନ୍ତି? ତାଙ୍କୁ କ’ଣ
ବୁଝାଇବାକୁ ହେବ? କାରଣ ଦୁନିଆରେ ତ କେହି ମଧ୍ୟ ଏହି କଥାକୁ ବୁଝି ନାହାଁନ୍ତି । ତେଣୁ ତାଙ୍କ
ମଧ୍ୟରେ ଥିବା ଭାବନା ଫର୍ମରୁ ଜଣାପଡେ । ଯଦି ବାବାଙ୍କ ସହିତ କେହି ମିଶିବାକୁ ଆସୁଛନ୍ତି ତେବେ
ମଧ୍ୟ ଫର୍ମ ପୂରଣ କରାଯାଇଥାଏ । ତେବେ ମାଲୁମ୍ ପଡିଯିବ କ’ଣ ପାଇଁ ମିଶିବା ପାଇଁ ଚାହୁଁଛନ୍ତି ।
କେହି ବି ଆସିଲେ ତାଙ୍କୁ ହଦ ଏବଂ ବେହଦର ଅର୍ଥାତ୍ ଲୌକିକ ଏବଂ ପାରଲୌକିକ ପିତାଙ୍କର ପରିଚୟ
ଦିଆଯାଏ କାରଣ ତୁମମାନଙ୍କୁ ବେହଦର ବାବା ଆସି ନିଜର ପରିଚୟ ଦେଉଛନ୍ତି । ତେଣୁ ତୁମେମାନେ ପୁଣି
ଅନ୍ୟମାନଙ୍କୁ ତାଙ୍କର ପରିଚୟ ଦେଉଛ । ତାଙ୍କର ନାମ ହେଉଛି ଶିବବାବା । ଶିବ ପରମାତ୍ମାୟେ ନମଃ
କୁହାଯାଇଥାଏ ନା । ସେମାନେ କୃଷ୍ଣଙ୍କୁ ଦେବତାୟ ନମଃ କହିବେ । ଶିବଙ୍କୁ କହିବେ ଶିବ ପରମାତ୍ମାୟେ
ନମଃ । ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ପାପ କଟିଯିବ । ମୁକ୍ତି-ଜୀବନମୁକ୍ତିର ବର୍ସା
ନେବା ପାଇଁ ପବିତ୍ର ଆତ୍ମା ନିଶ୍ଚୟ ହେବାକୁ ପଡିବ । ତାହା ପବିତ୍ର ଦୁନିଆ ଅଟେ ଯାହାକୁ
ସତ୍ୱପ୍ରଧାନ ଦୁନିଆ କୁହାଯାଏ । ଯଦି ସେଠାକୁ ଯିବାକୁ ଚାହୁଁଛ ତେବେ ବାବା କହୁଛନ୍ତି ମୋତେ ମନେ
ପକାଅ । ଏହା ତ ବହୁତ ସହଜ । କାହାଠାରୁ ମଧ୍ୟ ଫର୍ମ ପୂରଣ କରାଇବା ପରେ ହିଁ କୋର୍ସ କରାଇଥାଅ ।
ପ୍ରଥମ ଦିନ ଫର୍ମ ପୂରଣ କରାଇ ବୁଝାଅ ତା’ ପରଦିନ ପୁଣି ଫର୍ମ ପୂରଣ କରାଅ ତେବେ ଜଣା ପଡିବ ଆମେ
ଯାହା ବୁଝାଇଛେ ତାହା ମନେ ଅଛି ନା ନାହିଁ । ତୁମେ ଦେଖିବ ୨ ଦିନର ଫର୍ମରେ ପାର୍ଥକ୍ୟ ନିଶ୍ଚିତ
ରହିବ । ସଙ୍ଗେ ସଙ୍ଗେ ତୁମକୁ ଜଣା ପଡିଯିବ - କ’ଣ ବୁଝିଛନ୍ତି? ଆମେ ଯାହା ବୁଝାଇଥିଲେ ତା’ ଉପରେ
କିଛି ବିଚାର କରିଛନ୍ତି ନା ନାହିଁ? ଏହି ଫର୍ମ ସମସ୍ତଙ୍କ ପାଖରେ ରହିବା ଆବଶ୍ୟକ । ବାବା ମୁରଲୀରେ
ନିର୍ଦ୍ଦେଶ ଦେଉଛନ୍ତି ତେଣୁ ବଡ ବଡ ସେଣ୍ଟରକୁ ତୁରନ୍ତ ତାହାକୁ କାର୍ଯ୍ୟକାରୀ କରିବା ଉଚିତ୍ ।
ପାଖରେ ଫର୍ମ ରଖିବା ଦରକାର । ନଚେତ୍ ମାଲୁମ୍ କିଭଳି ପଡିବ । ସେମାନେ ନିଜେ ମଧ୍ୟ ଅନୁଭବ କରିବେ
- କାଲି କ’ଣ ଲେଖିଥିଲି ଓ ଆଜି କ’ଣ ଲେଖୁଛି? ତେଣୁ ଫର୍ମ ବହୁତ ଜରୁରୀ । ଅଲଗା-ଅଲଗା ଛପାଇଲେ
ମଧ୍ୟ କୌଣସି ଆପତ୍ତି ନାହିଁ । ନଚେତ୍ ଗୋଟିଏ ଜାଗାରେ ଛପାଇ ପ୍ରତ୍ୟେକ ଜାଗାକୁ ପଠାଇଦିଅ । ଏହା
ହିଁ ହେଉଛି ଅନ୍ୟମାନଙ୍କର କଲ୍ୟାଣ କରିବା ।
ତୁମେ ପିଲାମାନେ ଏଠାକୁ
ଦେବୀ-ଦେବତା ହେବା ପାଇଁ ଆସିଛ । ଦେବତା ଅକ୍ଷର ବହୁତ ଶ୍ରେଷ୍ଠ । ଯେଉଁମାନେ ଦୈବୀଗୁଣ ଧାରଣ
କରନ୍ତି ସେମାନଙ୍କ ଆତ୍ମାକୁ ଦେବତା କୁହାଯାଏ । ଏବେ ତୁମେ ଦୈବୀଗୁଣ ଧାରଣ କରୁଛ । ଯେଉଁଠାରେ
ପ୍ରଦର୍ଶନୀ ବା ମିୟୁଜିୟମ୍ ହୋଇଥାଏ ସେଠାରେ ଏହି ଫର୍ମ ବହୁତ ରହିବା ଆବଶ୍ୟକ । ତେବେ ମାଲୁମ୍
ପଡିବ କିଭଳି ଅବସ୍ଥା ଅଛି । ନିଜେ ବୁଝି ପୁଣି ଅନ୍ୟକୁ ବୁଝାଇବାକୁ ପଡିବ । ପିଲାମାନଙ୍କୁ ତ
ସର୍ବଦା ଅନ୍ୟମାନଙ୍କର ଗୁଣ ହିଁ ବର୍ଣ୍ଣନା କରିବା ଆବଶ୍ୟକ, ଅବଗୁଣ ନୁହେଁ । ତୁମେମାନେ ଗୁଣବାନ
ହେଉଛ ନା । ଯିଏ ବହୁତ ଗୁଣର ଅଧିକାରୀ ହୋଇଥିବେ ସେ ଅନ୍ୟମାନଙ୍କୁ ମଧ୍ୟ ଗୁଣଦାନ କରିପାରିବେ ।
ଅବଗୁଣଧାରୀ କେବେ ବି ଅନ୍ୟକୁ ଗୁଣଦାନ କରିପାରିବେ ନାହିଁ । ପିଲାମାନେ ଜାଣିଛନ୍ତି ସମୟ ବହୁତ କମ୍
। ପୁରୁଷାର୍ଥ ବହୁତ କରିବାକୁ ହେବ । ବାବା ବୁଝାଇଛନ୍ତି - ତୁମେ ପ୍ରତ୍ୟେକ ଦିନ ଭ୍ରମଣ କରୁଛ,
ଯାତ୍ରା କରୁଛ । ଏହା ମଧ୍ୟ ଗାୟନ ଅଛି - ଅତିନ୍ଦ୍ରିୟ ସୁଖ ଗୋପ-ଗୋପୀମାନଙ୍କୁ ପଚାର -ଏହା
ଅନ୍ତିମ ସମୟର କଥା । ଏବେ ତ କ୍ରମଅନୁସାରେ ଅଛନ୍ତି । କେହି କେହି ତ ଅନ୍ତର୍ମନରେ ଖୁସିର ଗୀତ
ଗାଇଥାଆନ୍ତି -ଓହୋ! ପରମପିତା ପରମାତ୍ମା ଆମକୁ ମିଳିଛନ୍ତି, ତାଙ୍କଠାରୁ ଆମେ ବର୍ସା ନେଉଛୁ ।
ସେହି ଆତ୍ମାମାନଙ୍କ ପାଖରେ କୌଣସି ଅଭିଯୋଗ ରହିପାରିବ ନାହିଁ । କେହି ଯଦି କିଛି ଓଲଟା ସୋଲଟା
କୁହନ୍ତି ତେବେ ଶୁଣି-ନ ଶୁଣିଲା ପରି ନିଜ ଖୁସୀରେ ରହିବା ଦରକାର । ଯଦି କୌଣସି ବି ବେମାରୀ ବା
ଦୁଃଖ ଆଦି ଅଛି ତେବେ ତୁମେମାନେ କେବଳ ଯୋଗଯୁକ୍ତ ହୋଇ ରୁହ । ଏବେ ହିଁ ହିସାବ କିତାବ ଚୁକ୍ତ
କରିବାକୁ ହେବ ପୁଣି ତୁମେମାନେ ୨୧ ଜନ୍ମ ପାଇଁ ଫୁଲ ହେଉଛ । ସେଠାରେ ଦୁଃଖର କଥା ହିଁ ନ ଥିବ ।
ଗାୟନ ମଧ୍ୟ କରାଯାଇଥାଏ ଖୁସି ଭଳି ଖୋରାକ (ଭୋଜନ) ନାହିଁ । ଯାହା ଦ୍ୱାରା ସୁସ୍ତି ବା ଆଳସ୍ୟ ଆଦି
ସବୁ ଦୂର ହୋଇଯାଇଥାଏ । ଏଠାରେ ତ ପୁଣି ଏହା ଆନ୍ତରିକ ଖୁସି ଅଟେ । ତାହା ତ ବାହ୍ୟ ଖୁସି । ଧନ
ମିଳିଲା, ଅଳଙ୍କାର ମିଳିଲା ତେବେ ଖୁସି ହେବେ । ଏହା ତ ହେଲା ଅବିନାଶୀ ପ୍ରାପ୍ତିର କଥା ।
ତୁମମାନଙ୍କୁ ତ ବହୁତ ଖୁସିରେ ରହିବା ଆବଶ୍ୟକ । ଜାଣିଛ ଆମେ ମଧ୍ୟ ୨୧ ଜନ୍ମ ପାଇଁ ସଦା ଖୁସିରେ
ରହିବୁ । ଏକଥା ସ୍ମୃତିରେ ରହୁ ଯେ, ଆମେ କ’ଣ ହେଉଛେ । ବାବା କହିବା ଦ୍ୱାରା ହିଁ ଦୁଃଖ ଦୂର
ହୋଇଯିବା ଆବଶ୍ୟକ । ଏହା ତ ୨୧ ଜନ୍ମର ଖୁସି ଅଟେ । ଆଉ ବାକି ଅଳ୍ପ ଦିନର କଥା । ଆମେ ନିଜ
ସୁଖଧାମକୁ ଯାତ୍ରା କରୁଛେ । ତେଣୁ ଆଉ କିଛି ବି ମନେ ନ ରହୁ । ଏହି ବାବା ତାଙ୍କର ଅନୁଭବ
ଶୁଣାଉଛନ୍ତି । କେତେ ସମାଚାର ଆସୁଛି, ଖିଟ୍-ପିଟ୍ ହେଉଛି । ବାବା କ’ଣ କୌଣସି କଥାରେ ଦୁଃଖୀ
ହେଉଛନ୍ତି । ଶୁଣିଲେ, କହନ୍ତି ଠିକ୍ ଅଛି ଏହା ପୂର୍ବ ନିଶ୍ଚିତ ଅଟେ । ଏ ସବୁ ତ କିଛି ନୁହେଁ,
ଆମେ ତ କୁବେର ସମ୍ପତ୍ତିର ମାଲିକ ହେବାକୁ ଯାଉଛୁ । ନିଜ ସହିତ କଥା ହେବା ଦ୍ୱାରା ହିଁ ଖୁସି
ଆସିଥାଏ । ବହୁତ ଶାନ୍ତିରେ ରହିଥାନ୍ତି । ସେମାନଙ୍କର ଚେହେରା ମଧ୍ୟ ବହୁତ ପ୍ରସନ୍ନଚିତ୍ତ ହୋଇ
ରହିବ । ଯେପରି ସ୍କଲରାସିପ୍ ଆଦି ମିଳିଲେ ଚେହେରା କେତେ ହର୍ଷିତ ହୋଇଥାଏ । ତୁମେମାନେ ମଧ୍ୟ ଏହି
ଲକ୍ଷ୍ମୀ-ନାରାୟଣଙ୍କ ଭଳି ହର୍ଷିତମୁଖ ହେବା ପାଇଁ ପୁରୁଷାର୍ଥ କରୁଛ । ତାଙ୍କ ପାଖରେ ତ ଜ୍ଞାନ ନ
ଥିଲା । ତୁମମାନଙ୍କୁ ତ ଜ୍ଞାନ ମିଳିଛି ତେଣୁ ବହୁତ ଖୁସି ରହିବା ଆବଶ୍ୟକ । ହର୍ଷିତପଣିଆ ମଧ୍ୟ
ରହିବା ଆବଶ୍ୟକ । ଏହି ଦେବତାମାନଙ୍କଠାରୁ ତୁମେମାନେ ବହୁତ ଶ୍ରେଷ୍ଠ ଅଟ । ଜ୍ଞାନର ସାଗର ବାବା
ଆମକୁ କେତେ ଶ୍ରେଷ୍ଠ ଜ୍ଞାନ ଦେଉଛନ୍ତି । ଅବିନାଶୀ ଜ୍ଞାନରତ୍ନର ଲଟେରୀ ମିଳୁଛି, ତେଣୁ କେତେ
ଖୁସି ରହିବା ଆବଶ୍ୟକ । ତୁମର ଏହି ଜନ୍ମ ହୀରା ତୁଲ୍ୟ ଅଟେ । ଜ୍ଞାନର ସାଗର ତ କେବଳ ବାବାଙ୍କୁ
ହିଁ କୁହାଯାଏ । ଦେବତାମାନଙ୍କୁ ନୁହେଁ । ତୁମେ ବ୍ରାହ୍ମଣ ହିଁ ନଲେଜଫୁଲ୍ ଅଟ ତେଣୁ ତୁମକୁ ନଲେଜ୍ର
ଖୁସି ରହୁଛି । ପ୍ରଥମ କଥା ବାବା ମିଳିବାର ଖୁସି ରହୁଛି । ତୁମମାନଙ୍କ ବ୍ୟତୀତ ଆଉ କେହି ବି ଏଭଳି
ଖୁସି ହୋଇପାରିବେ ନାହିଁ । ଭକ୍ତିମାର୍ଗରେ ଆନ୍ତରିକ ସୁଖ ନ ଥାଏ । ଭକ୍ତିମାର୍ଗରେ କୃତ୍ରିମ (ଆଟିଫିସିଆଲ୍)
ଅଳ୍ପକାଳର ସୁଖ ମିଳିଥାଏ । ସତ୍ୟଯୁଗର ନାମ ହିଁ ଅଟେ ସ୍ୱର୍ଗ, ସୁଖଧାମ, ହେଭେନ୍ । ସେଠାରେ ଅପାର
ସୁଖ ଓ ଏଠାରେ ଅପାର ଦୁଃଖ ହୋଇଥାଏ । ଏବେ ପିଲାମାନଙ୍କୁ ଜଣାପଡିଛି - ରାବଣ ରାଜ୍ୟରେ ଆମେ କେତେ
ଛି ଛି ଅର୍ଥାତ୍ ନିକୃଷ୍ଟ ହୋଇଯାଇଛେ । ଆସ୍ତେ ଆସ୍ତେ ଆମେ ନିମ୍ନଗାମୀ ହେଲେ । ଏହା ହିଁ ବିଷୟ
ସାଗର ଅଟେ । ଏବେ ବାବା ଏହି ବିଷୟ ସାଗରରୁ ବାହାର କରି ତୁମକୁ କ୍ଷୀରସାଗରକୁ ନେଇଯାଉଛନ୍ତି ।
ପିଲାମାନଙ୍କୁ ଏଠାରେ ବହୁତ ଖୁସି ମିଳିଥାଏ ପୁଣି ଭୁଲିଯିବା କାରଣରୁ କ’ଣ ଅବସ୍ଥା ହୋଇଯାଇଥାଏ ।
ବାବା କେତେ ଖୁସିର ପାରଦ ଚଢାଉଛନ୍ତି । ଏହି ଜ୍ଞାନ ଅମୃତର ହିଁ ଗାୟନ ରହିଛି । ତେଣୁ ଜ୍ଞାନ
ଅମୃତ ପାନ ଜାରି ରଖିବା ଉଚିତ୍ । ଏଠାରେ ତୁମମାନଙ୍କୁ ବହୁତ ଭଲ ନିଶା ଚଢୁଛି । କିନ୍ତୁ ଏଠାରେ
ବାହାରକୁ ଯିବା ପରେ ସେହି ନିଶା କମ୍ ହୋଇଯାଉଛି । ବାବା ନିଜେ ଏକଥା ଅନୁଭବ କରୁଛନ୍ତି ଯେ, ଏଠାରେ
ପିଲାମାନଙ୍କୁ ଭଲ ଅନୁଭବ ହେଉଛି - ଆମେ ନିଜ ଘରକୁ ଯାଉଛୁ, ଆମେ ବାବାଙ୍କ ଶ୍ରୀମତରେ ରାଜଧାନୀ
ସ୍ଥାପନ କରୁଛୁ । ଆମେ ବହୁତ ବଡ ଯୋଦ୍ଧା ଅଟୁ । ଏହି ସବୁ ଜ୍ଞାନ ବୁଦ୍ଧିରେ ରହିଛି, ଯାହା ଆଧାରରେ
ତୁମେମାନେ ଏହିଭଳି ଶ୍ରେଷ୍ଠ ପଦ ପାଇଥାଅ । ଦେଖ କିଏ ପାଠ ପଢାଉଛନ୍ତି? ବେହଦର ବାବା
ଆତ୍ମାମାନଙ୍କୁ ଏକଦମ୍ ପରିବର୍ତ୍ତନ କରି ଦେଉଛନ୍ତି । ତେଣୁ ପିଲାମାନେ କେତେ ଆନ୍ତରିକ ଖୁସିରେ
ରହିବା ଆବଶ୍ୟକ । ଏହା ମଧ୍ୟ ହୃଦୟରେ ଆସିବା ଦରକାର ଯେ, ଅନ୍ୟମାନଙ୍କୁ ମଧ୍ୟ କିପରି ଖୁସି ଦେବୁ
। ରାବଣଠାରୁ ଅଭିଶାପ ଓ ବାବାଙ୍କଠାରୁ ବର୍ସା ମିଳୁଛି । ରାବଣର ଅଭିଶାପ ଦ୍ୱାରା ତୁମେମାନେ କେତେ
ଦୁଃଖୀ ଅଶାନ୍ତ ହୋଇଯାଇଛ । ବହୁତ ଗୋପମାନେ (ଭାଇମାନେ) ମଧ୍ୟ ଅଛନ୍ତି ଯେଉଁମାନଙ୍କର ସେବା କରିବା
ପାଇଁ ଇଚ୍ଛା ଥାଏ । କିନ୍ତୁ କଳସ ତ ମାତାମାନଙ୍କୁ ମିଳିଛି । ଶକ୍ତି ସେନା ଅଟନ୍ତି ନା । ଗାୟନ
ମଧ୍ୟ ରହିଛି ବନ୍ଦେ ମାତରମ୍ । ସାଥିରେ ବନ୍ଦେ ପିତରମ୍ ତ ଅଛି । କିନ୍ତୁ ନାମ ମାତାମାନଙ୍କର ଅଛି
। ପ୍ରଥମେ ଲକ୍ଷ୍ମୀ ପରେ ନାରାୟଣ । ପ୍ରଥମେ ସୀତା ତା’ ପରେ ରାମ । ଏଠାରେ ତ ପ୍ରଥମେ ପୁରୁଷର
ନାମ ପରେ ସ୍ତ୍ରୀର ନାମ ଲେଖିଥା’ନ୍ତି । ଏହା ମଧ୍ୟ ଏକ ଖେଳ ଅଟେ ନା । ବାବା ତ ସବୁ କିଛି
ବୁଝାଉଛନ୍ତି । ଭକ୍ତିମାର୍ଗର ରହସ୍ୟ ମଧ୍ୟ ବୁଝାଉଛନ୍ତି । ଭକ୍ତିରେ କ’ଣ କ’ଣ ହୋଇଥାଏ । ଯେ
ପର୍ଯ୍ୟନ୍ତ ଜ୍ଞାନ ବୁଦ୍ଧିରେ ନାହିଁ ସେ ପର୍ଯ୍ୟନ୍ତ କିଛି ଜଣାପଡେ ନାହିଁ । ଏବେ ସମସ୍ତଙ୍କ
ଚରିତ୍ର ସୁଧୁରୁଛି । ତୁମର ଦୈବୀ ଚରିତ୍ର ହେଉଛି । ପାଞ୍ଚବିକାର କାରଣରୁ ଆସୁରୀ ଚରିତ୍ର
ହୋଇଯାଇଛି । କେତେ ପରିବର୍ତ୍ତନ ହୋଇଯାଇଛି । ତେଣୁ ପରିବର୍ତ୍ତନ ମଧ୍ୟ ହେବା ଦରକାର ନା । ଶରୀର
ତ୍ୟାଗ କଲାପରେ ଆଉ କ’ଣ ପରିବର୍ତ୍ତନ ହୋଇପାରିବ । ବାବାଙ୍କଠାରେ ହିଁ ଶକ୍ତି ରହିଛି, ତେଣୁ କେତେ
ଆତ୍ମାମାନଙ୍କୁ ପରିବର୍ତ୍ତନ କରୁଛନ୍ତି । କେହି କେହି ପିଲା ନିଜର ଅନୁଭବ ଶୁଣାଇଥାଆନ୍ତି - ଆମେ
ବହୁତ କାମୀ, ମଦୁଆ ଥିଲୁ, ଆମ ଭିତରେ ବହୁତ ପରିବର୍ତ୍ତନ ହୋଇଛି । ଏବେ ଆମେ ବହୁତ ଖୁସୀରେ ରହୁଛୁ
। ଆଖିରେ ଖୁସିର ଲୁହ ମଧ୍ୟ ଆସିଯାଉଛି । ବାବା ତ ବହୁତ ବୁଝାଉଛନ୍ତି କିନ୍ତୁ ଏହିସବୁ କଥା
ବୁଦ୍ଧିରୁ ଭୁଲି ହୋଇଯାଉଛି । ନଚେତ୍ ଖୁସିର ପାରା ସଦା ଚଢି ରହିବା କଥା । ଆମେମାନେ ଅନେକଙ୍କର
କଲ୍ୟାଣ କରିବା । ମନୁଷ୍ୟ ବହୁତ ଦୁଃଖୀ ହୋଇଯାଇଛନ୍ତି ତାଙ୍କୁ କିଭଳି ରାସ୍ତା ବତାଇବା । ବୁଝାଇବା
ପାଇଁ ମଧ୍ୟ କେତେ ମେହନତ କରିବାକୁ ପଡିଥାଏ । ଗାଳି ମଧ୍ୟ ଖାଇବାକୁ ପଡିଥାଏ । ପ୍ରଥମରୁ ହିଁ ଚହଳ
ପଡୁଛି, ଏମାନେ ସମସ୍ତଙ୍କୁ ଭାଇ-ଭଉଣୀ କରିଦିଅନ୍ତି । ଆରେ! ଭାଇ ଭଉଣୀର ସମ୍ବନ୍ଧ ତ ଭଲ ଅଟେ ନା
। ତୁମେ ଆତ୍ମାମାନେ ତ ଭାଇ-ଭାଇ ଅଟ । କିନ୍ତୁ ଜନ୍ମ-ଜନ୍ମାନ୍ତରର ଯେଉଁ ଦୃଷ୍ଟି ପକ୍କା ହୋଇଯାଇଛି,
ତାହା ସହଜରେ ପରିବର୍ତ୍ତନ ହେଉ ନାହିଁ । ବାବାଙ୍କ ପାଖକୁ ବହୁତ ସମାଚାର ଆସୁଛି । ବାବା
ବୁଝାଇଥାଆନ୍ତି ଏହି ଛି-ଛି ନର୍କ ଦୁନିଆରୁ ତୁମର ମୋହ ତୁଟିଯିବା ଦରକାର । ଗୁଲଗୁଲ୍ ଫୁଲଭଳି ହେବା
ଆବଶ୍ୟକ । କେହି କେହି ଜ୍ଞାନ ଶୁଣି ମଧ୍ୟ ଭୁଲିଯାଇ ଥାଆନ୍ତି । ସାରା ଜ୍ଞାନ ବୁଦ୍ଧିରୁ
ଉଡିଯାଇଥାଏ । କାମ ବିକାର ମହାଶତ୍ରୁ ଅଟେ ନା । ବାବା ତ ବହୁତ ଅନୁଭବୀ ଅଟନ୍ତି । ଏହି ବିକାର
ପଛରେ ରାଜାମାନେ ନିଜର ରାଜପଦକୁ ହରାଇଛନ୍ତି । କାମ ବିକାର ବହୁତ ଖରାପ ଅଟେ । ସମସ୍ତେ ମଧ୍ୟ
କହୁଛନ୍ତି ବାବା ଏହା ବହୁତ କଡା ଶତ୍ରୁ ଅଟେ । ବାବା କହୁଛନ୍ତି କାମ ବିକାରକୁ ଜିତିଲେ ହିଁ
ତୁମେମାନେ ବିଶ୍ୱର ମାଲିକ ହେବ । କିନ୍ତୁ କାମ ବିକାର ଏଭଳି ପ୍ରଭାବଶାଳୀ ଅଟେ ଯେ ପ୍ରତିଜ୍ଞା
କରିବା ସତ୍ତ୍ୱେ ମଧ୍ୟ ଅଧୋଗତି ହୋଇଯାଉଛି । ବହୁତ ମୁସ୍କିଲରେ ହିଁ କେହି ବଦଳିଥାଆନ୍ତି । ଏହି
ସମୟରେ ସାରା ଦୁନିଆର ଚରିତ୍ର ବିଗିଡି ଯାଇଛି । ପାବନ ଦୁନିଆ କେବେ ଥିଲା, କିଭଳି ହେଲା, ଏମାନେ
ରାଜ୍ୟଭାଗ୍ୟ କିଭଳି ପାଇଥିଲେ, କେବେହେଲେ କେହି ବତାଇପାରିବେ ନାହିଁ । ଆଗକୁ ସମୟ ଆସିବ ତୁମେମାନେ
ବିଦେଶକୁ ମଧ୍ୟ ଯିବ । ସେମାନେ ମଧ୍ୟ ଶୁଣିବେ । ସ୍ୱର୍ଗ ପାରାଡାଇଜ୍ର କିଭଳି ସ୍ଥାପନା ହେଉଛି ।
ତୁମ ବୁଦ୍ଧିରେ ଏହି ସବୁ କଥା ଭଲ ଭାବରେ ଅଛି । ତେଣୁ ଏବେ ତୁମେ ଏହି କାର୍ଯ୍ୟରେ ଗଭୀର ଭାବରେ
ଜଡିତ ହୋଇ ରହି ଆଉ ସବୁ କଥା ଭୁଲିଯିବା ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଉଠିବା,
ବସିବା, ଚାଲିବା ବୁଲିବା ସମୟରେ ମଧ୍ୟ ଜ୍ଞାନକୁ ସ୍ମରଣ କରି ମୋତି ଗ୍ରହଣ କରି ହଂସ ହେବାକୁ ପଡିବ
ଏବଂ ସମସ୍ତଙ୍କଠାରୁ ଗୁଣ ଗ୍ରହଣ କରିବାକୁ ହେବ, ତା’ ସହିତ ପରସ୍ପରକୁ ଗୁଣଦାନ ହିଁ କରିବାକୁ ହେବ
।
(୨) ନିଜର ଚେହେରାକୁ ସଦା
ସର୍ବଦା ହର୍ଷିତମୁଖ ରଖିବା ପାଇଁ ନିଜକୁ ନିଜ ସହ ବାର୍ତ୍ତାଳାପ କରିବାକୁ ହେବ - ଓହୋ! ମୁଁ ତ
କୁବେର ସମ୍ପତ୍ତିର ମାଲିକ ହେବାକୁ ଯାଉଛି ଏବଂ ଜ୍ଞାନ ସାଗର ବାବାଙ୍କ ଦ୍ୱାରା ମୋତେ ଜ୍ଞାନ
ରତ୍ନର ଲଟେରୀ ମିଳୁଛି ।
ବରଦାନ:-
ନିଜର ଉପାଧିର
ସ୍ମୃତି ସହିତ ସମର୍ଥୀ ସ୍ଥିତି ନିର୍ମାଣ କରୁଥିବା ସ୍ୱମାନଧାରୀ ଭବ ।
ସଂଗମଯୁଗରେ ସ୍ୱଂୟ ପିତା
ପରମାତ୍ମା ନିଜର ପିଲାମାନଙ୍କୁ ବହୁତ ଶ୍ରେଷ୍ଠ ଉପାଧିମାନ ଦେଉଛନ୍ତି, ତେଣୁ ସେହି ଆତ୍ମିକ ନିଶାରେ
ରୁହ । ଯେଉଁଭଳି ଉପାଧି ବା ସ୍ୱମାନ ସ୍ମୃତିରେ ରହିଥିବେ ସେହିଭଳି ସମର୍ଥ ସ୍ଥିତି ମଧ୍ୟ
ହୋଇଯାଉଥିବ । ଯେପରି ଉପାଧି ହେଲା ସ୍ୱଦର୍ଶନ ଚକ୍ରଧାରୀ, ତେବେ ଏହି ସ୍ମୃତି ଆସିବା କ୍ଷଣି
ପରଦର୍ଶନ ସମାପ୍ତ ହୋଇଯିବା ଦରକାର । ସେହିପରି ମୁଁ ମହାବୀର ଅଟେ, ଏହି ଉପାଧି ସ୍ମୃତିରେ ଆସିବା
ମାତ୍ରକେ ସ୍ଥିତି ଅଚଳ ଅଟଳ ହୋଇଯାଉଥିବ । ତେଣୁ ଉପାଧିଗୁଡିକର ସ୍ମୃତି ସହିତ ସ୍ଥିତିକୁ ମଧ୍ୟ
ସମର୍ଥ କରିଚାଲ, ତେବେ କୁହାଯିବ ଶ୍ରେଷ୍ଠ ସ୍ୱମାନଧାରୀ ।
ସ୍ଲୋଗାନ:-
ଭଟକୁଥିବା
ଆତ୍ମାମାନଙ୍କର ଆଶାକୁ ପୂର୍ଣ୍ଣ କରିବା ପାଇଁ ପରଖିବାର ଶକ୍ତିକୁ ବଢାଅ ।