25.11.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଆତ୍ମାକୁ
ସତ୍ତ୍ୱପ୍ରଧାନ କରିବା ପାଇଁ ଚିନ୍ତା କର, କୌଣସି ବି କମି ରହି ନଯାଉ, ମାୟା କୌଣସି ଭୁଲ୍ କରାଇ ନ
ଦେଉ ।”
ପ୍ରଶ୍ନ:-
ତୁମମାନଙ୍କ
ମୁଖରୁ କେଉଁ ଶୁଭ ବାଣୀ ସର୍ବଦା ବାହାରିବା ଉଚିତ୍?
ଉତ୍ତର:-
ସର୍ବଦା ମୁଖ ଦ୍ୱାରା ଏହି ଶୁଭ କଥା କୁହ ଯେ ଆମେ ନରରୁ ନାରାୟଣ ହେବୁ, କମ୍ ନୁହେଁ । ଆମେ ହିଁ
ବିଶ୍ୱର ମାଲିକ ଥିଲୁ, ପୁନର୍ବାର ହେବୁ । କିନ୍ତୁ ଏହି ଲକ୍ଷ୍ୟ ବହୁତ ଉଚ୍ଚ ଅଟେ, ସେଥିପାଇଁ
ବହୁତ-ବହୁତ ଖବରଦାର ରହିବାକୁ ହେବ । ପ୍ରତିଦିନ ନିଜର ଚାର୍ଟ ଦେଖିବାକୁ ହେବ । ଲକ୍ଷ୍ୟ ଏବଂ
ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ପୁରୁଷାର୍ଥ କରିବାକୁ ହେବ, ହାର୍ଟଫେଲ୍ ହେବାର ନାହିଁ ।
ଓମ୍ ଶାନ୍ତି ।
ବାବା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି - ଏଠାରେ ଯେତେବେଳେ ଯୋଗର ଯାତ୍ରାରେ ବସୁଛ
ସେତେବେଳେ ସବୁ ଭାଇ-ଭଉଣୀମାନଙ୍କୁ କୁହ ଯେ, ତୁମେମାନେ ଆତ୍ମ-ଅଭିମାନୀ ହୋଇ ବସ ଏବଂ ବାବାଙ୍କୁ
ମନେ ପକାଅ । ସମସ୍ତଙ୍କୁ ଏହି ସ୍ମୃତି ଦେବା ଉଚିତ୍ । ତୁମକୁ ଏବେ ଏହି ସ୍ମୃତି ମିଳୁଛି । ଆମେ
ଆତ୍ମା, ଆମର ବାବା ଆମକୁ ପାଠ ପଢାଇବାକୁ ଆସିଛନ୍ତି । ଆମେମାନେ ଏହି କର୍ମେନ୍ଦ୍ରିୟ ଦ୍ୱାରା
ପଢୁଛୁ । ବାବା ମଧ୍ୟ କର୍ମେନ୍ଦ୍ରିୟର ଆଧାର ନେଇ ଏହାଙ୍କ ମାଧ୍ୟମରେ ପ୍ରଥମେ-ପ୍ରଥମେ କହୁଛନ୍ତି
- ବାବାଙ୍କୁ ମନେ ପକାଅ । ପିଲାମାନଙ୍କୁ ବୁଝାଯାଉଛି ଯେ ଏହା ହେଉଛି ଜ୍ଞାନ ମାର୍ଗ । ଏହାକୁ
ଭକ୍ତିମାର୍ଗ କୁହାଯିବ ନାହିଁ । ଜ୍ଞାନ ଏକମାତ୍ର ଜ୍ଞାନର ସାଗର ପତିତ-ପାବନ ଶିବବାବା ହିଁ
ଦେଉଛନ୍ତି । ତୁମକୁ ପ୍ରଥମ ନମ୍ବରର ପାଠ ଏହିଠାରେ ହିଁ ମିଳୁଛି - ନିଜକୁ ଆତ୍ମା ନିଶ୍ଚୟ କରି
ବାବାଙ୍କୁ ମନେ ପକାଅ । ଏହା ବହୁତ ଜରୁରୀ ଅଟେ । ଆଉ କୌଣସି ସତ୍ସଙ୍ଗରେ ଏକଥା କେହି କହିବେ ନାହିଁ
। ଯଦିଓ ଆଜିକାଲି ବହୁତ କୃତ୍ରିମ ସଂସ୍ଥା ବାହାରିଲାଣି । ତୁମଠାରୁ ଶୁଣି ଯଦି ଏକଥା କେହି କହିବେ
ତେବେ ଅର୍ଥ ବୁଝିପାରିବେ ନାହିଁ । ତାଙ୍କଠାରେ ବୁଝାଇବାର ବୁଦ୍ଧି ହିଁ ନାହିଁ । ବାବା ଏକଥା
କେବଳ ତୁମମାନଙ୍କୁ ହିଁ କହୁଛନ୍ତି ଯେ, ବେହଦର ବାବାଙ୍କୁ ସ୍ମରଣ କର ତେବେ ବିକର୍ମ ବିନାଶ
ହୋଇଯିବ । ବିବେକ ମଧ୍ୟ କହୁଛି ଏହା ପୁରୁଣା ଦୁନିଆ ଅଟେ । ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ ଭିତରେ
ବହୁତ ଫରକ ରହିଛି । ତାହା ପବିତ୍ର ଦୁନିଆ, ଏହା ପତିତ ଦୁନିଆ । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ
ଆସ, ଆସି ଆମମାନଙ୍କୁ ପବିତ୍ର କର । ଗୀତାରେ ମଧ୍ୟ ଏ ଶବ୍ଦ ରହିଛି ଯେ, ମୋତେ ମନେ ପକାଅ । ଦେହର
ସବୁ ସମ୍ବନ୍ଧକୁ ତ୍ୟାଗ କରି ନିଜକୁ ଆତ୍ମା ଭାବ । ଏହି ଦେହର ସମ୍ବନ୍ଧ ଆଗରୁ ନ ଥିଲା । ତୁମେ
ଆତ୍ମା ଏଠାକୁ ଅଭିନୟ କରିବାକୁ ଆସୁଛ । ଗାୟନ ମଧ୍ୟ ରହିଛି - ଏକା ଆସିଥିଲୁ, ଏକା ଯିବୁ । ଏହାର
ଅର୍ଥକୁ ମନୁଷ୍ୟମାନେ ବୁଝୁ ନାହାଁନ୍ତି । ଏବେ ତୁମେମାନେ ପ୍ରକୃତ ଅର୍ଥକୁ ଜାଣୁଛ । ଆମେ ଏବେ
ଯୋଗର ଯାତ୍ରା ଅଥବା ଯୋଗ ବଳ ଦ୍ୱାରା ପବିତ୍ର ହେଉଛୁ । ଏହା ହେଉଛି ରାଜଯୋଗର ଶକ୍ତି । ତାହା ହେଲା
ହଠଯୋଗ ଯାହା ଦ୍ୱାରା ମନୁଷ୍ୟ ଅଳ୍ପ ସମୟ ପାଇଁ ସୁସ୍ଥ ରହୁଛନ୍ତି । ସତ୍ୟଯୁଗରେ ତୁମେମାନେ କେତେ
ସୁସ୍ଥ ରହିଥାଅ । ସେଠାରେ ହଠଯୋଗର ଆବଶ୍ୟକତା ନଥାଏ । ଏସବୁ ଏହି ଛି-ଛି ଅର୍ଥାତ୍ ବିକାରୀ
ଦୁନିଆରେ ହିଁ କରୁଛନ୍ତି । ଏହା ହେଉଛି ହିଁ ପୁରୁଣା ଦୁନିଆ । ସତ୍ୟଯୁଗ ନୂଆ ଦୁନିଆ; ଯାହାକି
ଅତୀତ ହୋଇଗଲାଣି, ଯେଉଁଠାରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏ କଥା କାହାକୁ ହେଲେ ବି
ଜଣା ନାହିଁ । ସେଠାରେ ସବୁ ଜିନିଷ ନୂଆ ହେବ । ଗୀତ ମଧ୍ୟ ରହିଛି ନା ଜାଗ୍ ସଜନିଆଁ ଜାଗ୍... ।
ସତ୍ୟଯୁଗ ହେଉଛି ନବଯୁଗ । କଳିଯୁଗ ହେଲା ପୁରୁଣାଯୁଗ । ବର୍ତ୍ତମାନ ଏହାକୁ କେହି ବି ସତ୍ୟଯୁଗ
ବୋଲି କହିବେ ନାହିଁ । ବର୍ତ୍ତମାନ କଳିଯୁଗ ଅଟେ । ତୁମେ ସତ୍ୟଯୁଗ ପାଇଁ ପାଠ ପଢୁଛ । ଏପରି ପାଠ
ଆଉ କେହି ପଢାଉ ନଥିବେ ଯିଏ କହିବେ ଯେ, ଏହି ପାଠ ପଢିଲେ ତୁମକୁ ନୂଆ ଦୁନିଆରେ ରାଜ ପଦ ମିଳିବ ।
ବାବାଙ୍କ ବ୍ୟତୀତ ଏକଥା କେହି କହିପାରିବେ ନାହିଁ । ତୁମ ପିଲାମାନଙ୍କୁ ପ୍ରତ୍ୟେକ କଥାର ସ୍ମୃତି
ଦିଆଯାଉଛି । ତୁମମାନେ କୌଣସି ଭୁଲ୍ କରିବା ଉଚିତ୍ ନୁହେଁ । ବାବା ସମସ୍ତଙ୍କୁ ବୁଝାଉଛନ୍ତି ।
କେଉଁଠାରେ ବି ରୁହ, ଧନ୍ଦା ଆଦି କର କିନ୍ତୁ ନିଜକୁ ଆତ୍ମା ମନେ କରି କର । ଯଦି କାମଧନ୍ଦା ଭିତରେ
କିଛି ଅସୁବିଧା ହେଉଛି ତେବେ ଯେତେ ସମ୍ଭବ ସମୟ ବାହାର କରି ଯୋଗରେ ବସ, ଆତ୍ମା ପବିତ୍ର ହୋଇଯିବ ।
ଆତ୍ମାକୁ ପବିତ୍ର କରିବା ପାଇଁ ଆଉ କୌଣସି ଉପାୟ ହିଁ ନାହିଁ । ତୁମେମାନେ ନୂଆ ଦୁନିଆ ପାଇଁ ଏବେ
ରାଜଯୋଗ ଶିଖୁଛ । ସେଠାକୁ କଳିଯୁଗୀ ଆତ୍ମା ଯାଇପାରିବେ ନାହିଁ । ମାୟା ଆତ୍ମାର ଡେଣାକୁ ଭାଙ୍ଗି
ଦେଇଛି । ଆତ୍ମା ଉଡିଥାଏ ନା । ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଉଛି । ଆତ୍ମା ହେଉଛି
ସବୁଠାରୁ ତୀକ୍ଷଣ ରକେଟ୍ । ତୁମମାନଙ୍କୁ ଏହି ନୂଆ-ନୂଆ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । ଆତ୍ମା
କେତେ ଛୋଟ ରକେଟ୍ ଅଟେ । ଏଥିରେ ୮୪ ଜନ୍ମର ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ଏପରି କଥା ମନେ
ରଖିଲେ ଉମଙ୍ଗ ଆସିବ । ସ୍କୁଲ୍ରେ ବିଦ୍ୟାର୍ଥୀମାନଙ୍କ ବୁଦ୍ଧିରେ ବିଦ୍ୟା ମନେ ରହିଥାଏ ନା ।
ତୁମ ବୁଦ୍ଧିରେ ଏବେ କ’ଣ ଅଛି? ବୁଦ୍ଧି ଶରୀରରେ ନାହିଁ । ଆତ୍ମାରେ ହିଁ ମନ-ବୁଦ୍ଧି ରହିଛି ।
ଆତ୍ମା ହିଁ ପାଠ ପଢୁଛି । ଚାକିରୀ ଆଦି ସବୁ ଆତ୍ମା ହିଁ କରୁଛି । ଶିବବାବା ମଧ୍ୟ ଆତ୍ମା ଅଟନ୍ତି
କିନ୍ତୁ ତାଙ୍କୁ ପରମ କୁହାଯାଉଛି । ସେ ଜ୍ଞାନର ସାଗର ଅଟନ୍ତି । ସେ ହେଉଛନ୍ତି ବହୁତ ଛୋଟ ବିନ୍ଦୁ
। ଏକଥା ମଧ୍ୟ କାହାକୁ ହେଲେ ଜଣା ନାହିଁ, ବାବାଙ୍କ ପାଖରେ ଥିବା ସଂସ୍କାର ଗୁଡିକୁ ତୁମ
ସନ୍ତାନମାନଙ୍କଠାରେ ଭରପୂର କରାଯାଉଛି । ଏବେ ତୁମେ ଯୋଗବଳ ଦ୍ୱାରା ପବିତ୍ର ହେଉଛ । ସେଥିପାଇଁ
ପୁରୁଷାର୍ଥ କରିବାକୁ ପଡିବ । ପାଠପଢାରେ ଚିନ୍ତା ରହିଥାଏ ଯେ, ଆମେ ଯେପରି ଫେଲ୍ ନ ହୋଇଯାଉ ।
ଏଥିରେ ମଧ୍ୟ ପ୍ରଥମ ନମ୍ବରର ବିଷୟ ହେଉଛି, ଆମେ ଆତ୍ମା କିପରି ସତ୍ତ୍ୱପ୍ରଧାନ ହେବୁ । କିଛି
ଅଭାବ ଯେପରି ରହି ନ ଯାଉ । ନଚେତ୍ ଫେଲ୍ ହୋଇଯିବ । ମାୟା ତୁମକୁ ପ୍ରତ୍ୟେକ କଥାରେ ଭୁଲାଇ ଦେଉଛି
। ଆତ୍ମା ଚାହୁଁଛି ମଧ୍ୟ ଚାର୍ଟ ରଖିବି । ସାରା ଦିନ ଭିତରେ ଯେପରି କୌଣସି ଆସୁରୀ କାମ ନ କରେ ।
କିନ୍ତୁ ମାୟା ଚାର୍ଟ ରଖିବାକୁ ଦେଉନାହିଁ । ତୁମେମାନେ ମାୟାର ଜାଲରେ ଆସିଯାଉଛ । ମନ ମଧ୍ୟ କହୁଛି
- ଚାର୍ଟ ରଖିବୁ । ବ୍ୟାପାରୀମାନେ ସର୍ବଦା ଲାଭ କ୍ଷତିର ଚାର୍ଟ ରଖିଥା’ନ୍ତି । ତୁମର ତ ଏହା
ବହୁତ ବଡ ଚାର୍ଟ ଅଟେ । ଏହା ୨୧ ଜନ୍ମର ରୋଜଗାର, ତେଣୁ ଏଥିରେ କୌଣସି ଭୁଲ୍ କରିବା ଉଚିତ୍ ନୁହେଁ
। ପିଲାମାନେ ବହୁତ ଭୁଲ୍ କରୁଛନ୍ତି । ଏହି ବାବାଙ୍କୁ ତ ତୁମେମାନେ ସୂକ୍ଷ୍ମଲୋକ ଏବଂ ସ୍ୱର୍ଗରେ
ମଧ୍ୟ ଦେଖୁଛ । ବାବା ମଧ୍ୟ ବହୁତ ପୁରୁଷାର୍ଥ କରୁଛନ୍ତି । ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି ।
ବାବାଙ୍କ ସ୍ମୃତିରେ ସ୍ନାନ କରୁଛି, ଭୋଜନ କରୁଛି, ତଥାପି ଭୁଲିଯାଉଛି ପୁଣି ସ୍ମରଣ କରିବାରେ
ଲାଗିଯାଉଛି । ଏହା ବହୁତ ବଡ ବିଷୟ ଅଟେ । ଏଥିରେ କୌଣସି ମତଭେଦ ଆସିପାରିବ ନାହିଁ । ଗୀତାରେ
ମଧ୍ୟ ଅଛି ଦେହ ସହିତ ଦେହର ସବୁ ଧର୍ମକୁ ଛାଡ । ବାକି ରହିଲା ଆତ୍ମା । ଦେହକୁ ଭୁଲି ନିଜକୁ ଆତ୍ମା
ଭାବ । ଆତ୍ମା ହିଁ ପତିତ ତମୋପ୍ରଧାନ ହୋଇଛି । ମନୁଷ୍ୟ ପୁଣି କହିଦେଉଛନ୍ତି ଆତ୍ମା ର୍ନିଲିପ୍ତ
ଅଟେ । ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା ଅଟେ ସେଥିପାଇଁ ଭାବୁଛନ୍ତି ଆତ୍ମାରେ କୌଣସି
ଲେପ-ଛାପ ଅର୍ଥାତ୍ ଦାଗ ଲାଗୁନାହିଁ । ତେବେ ତମୋଗୁଣୀ ମନୁଷ୍ୟ ତମୋଗୁଣୀ ଶିକ୍ଷା ହିଁ ଦେଇଥା’ନ୍ତି
। ସେମାନେ ସତ୍ତ୍ୱଗୁଣୀ କରିପାରିବେ ନାହିଁ । ଭକ୍ତିମାର୍ଗରେ ତମୋପ୍ରଧାନ ହେବାକୁ ପଡିବ ।
ପ୍ରତ୍ୟେକ ଜିନିଷ ପ୍ରଥମେ ସତ୍ତ୍ୱପ୍ରଧାନ ପୁଣି ରଜୋ, ତମୋରେ ଆସୁଛି । ସ୍ଥାପନା ଏବଂ ବିନାଶ
ହୋଇଥାଏ । ବାବା ନୂଆ ଦୁନିଆର ନିର୍ମାଣ କରୁଛନ୍ତି ପୁଣି ଏହି ପୁରୁଣା ଦୁନିଆର ବିନାଶ ହୋଇଯିବ ।
ଭଗବାନ ନୂଆ ଦୁନିଆର ସ୍ରଷ୍ଟା ଅଟନ୍ତି । ଏହି ପୁରୁଣା ଦୁନିଆ ପରିବର୍ତ୍ତିତ ହୋଇ ନୂଆ ହେବ । ନୂଆ
ଦୁନିଆର ଚିହ୍ନ ତ ଏହି ଲକ୍ଷ୍ମୀ-ନାରାୟଣ ଅଟନ୍ତି ନା । ଏମାନେ ନୂଆ ଦୁନିଆର ମାଲିକ । ତ୍ରେତାକୁ
ମଧ୍ୟ ନୂଆ ଦୁନିଆ କୁହାଯିବ ନାହିଁ । କଳିଯୁଗକୁ ପୁରୁଣା, ସତ୍ୟଯୁଗକୁ ନୂଆ ଦୁନିଆ କୁହାଯାଉଛି ।
କଳିଯୁଗର ଶେଷ ଏବଂ ସତ୍ୟଯୁଗ ଆଦିର ଏହା ହେଲା ସଂଗମଯୁଗ । କେହି କେହି ଏମ୍.ଏ, ବି.ଏ., ପଢି
ବହୁତ ଉଚ୍ଚ ପଦର ଅଧିକାରୀ ହୋଇଯାଆନ୍ତି ନା । ତୁମେମାନେ ମଧ୍ୟ ଏହି ପାଠପଢା ଦ୍ୱାରା କେତେ ଉଚ୍ଚ
ହେଉଛ । ଦୁନିଆ ଏହି କଥାକୁ ଜାଣି ନାହିଁ ଯେ ଏହାଙ୍କୁ ଏତେ ଉଚ୍ଚ କିଏ କରିଲା । ତୁମେମାନେ ଏବେ
ଆଦି-ମଧ୍ୟ-ଅନ୍ତକୁ ଜାଣିଗଲଣି । ସମସ୍ତଙ୍କର ଜୀବନ କାହାଣୀକୁ ତୁମେ ଜାଣିଛ । ଏହା ହେଉଛି ଜ୍ଞାନ
। ଭକ୍ତିରେ ଜ୍ଞାନ ନାହିଁ କେବଳ କର୍ମକାଣ୍ଡ ଶିଖାଉଛନ୍ତି । ଅସରନ୍ତି ଭକ୍ତି ରହିଛି । କେତେ
ବର୍ଣ୍ଣନା କରୁଛନ୍ତି । ଭକ୍ତିରେ ମଧ୍ୟ ବହୁତ ସୁନ୍ଦରତା ରହିଛି । ବୀଜରେ କେଉଁ ସୁନ୍ଦରତା ରହିଛି,
ଏତେ ଛୋଟ ବୀଜ କେତେ ବଡ ହୋଇଯାଉଛି । ଏହା ଭକ୍ତିର ବୃକ୍ଷ, ଅସରନ୍ତି କର୍ମକାଣ୍ଡ ରହିଛି । ଜ୍ଞାନ
ମାର୍ଗରେ କେବଳ ଗୋଟିଏ ଗୁଟକା ଅର୍ଥାତ୍ ଗୋଟିଏ କୁହୁକ ଗୋଲି, ତାହା ହେଉଛି ମନମନାଭବ । ବାବା
କହୁଛନ୍ତି ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବା ପାଇଁ ମୋତେ ମନେ ପକାଅ । ତୁମେମାନେ କହୁଛ ମଧ୍ୟ
ହେ ପତିତ-ପାବନ ଆସି ଆମକୁ ପବିତ୍ର କର । ରାବଣ ରାଜ୍ୟରେ ସମସ୍ତେ ପତିତ ଦୁଃଖୀ । ରାମ ରାଜ୍ୟରେ
ସମସ୍ତେ ପବିତ୍ର ସୁଖୀ ହେବେ । ରାମ ରାଜ୍ୟ, ରାବଣ ରାଜ୍ୟ ନାମ ତ’ ରହିଛି । ତୁମମାନଙ୍କ ବ୍ୟତୀତ
ଏହି ରାମରାଜ୍ୟ ବିଷୟରେ କାହାକୁ ହେଲେ ଜଣା ନାହିଁ । ତୁମେମାନେ ଏବେ ପୁରୁଷାର୍ଥ କରୁଛ । ୮୪
ଜନ୍ମର ରହସ୍ୟକୁ ମଧ୍ୟ ତୁମମାନଙ୍କ ବ୍ୟତୀତ ଆଉ କେହି ହେଲେ ଜାଣି ନାହାଁନ୍ତି । ଯଦିଓ କହୁଛନ୍ତି
ଭଗବାନୁବାଚ - ମନମନାଭବ । ତେବେ ଏପରି କେହି ବୁଝାଇ ପାରିବେ ନାହିଁ ଯେ, ତୁମେ ୮୪ ଜନ୍ମ କିପରି
ପୂରା କରିଛ । ଏବେ ଚକ୍ର ପୂରା ହେଉଛି । ଗୀତା ଶୁଣାଉଥିବା ବ୍ୟକ୍ତିଙ୍କଠାରୁ ଯାଇ ଶୁଣ - ଗୀତା
ବିଷୟରେ କ’ଣ କହୁଛନ୍ତି । ତୁମ ବୁଦ୍ଧିରେ ଏବେ ସାରା ଜ୍ଞାନ ଝରୁଛି । ବାବା ପଚାରୁଛନ୍ତି - ଆଗରୁ
କେବେ ବାବାଙ୍କ ସହିତ ମିଶିଥିଲ? କହୁଛନ୍ତି ହଁ ବାବା କଳ୍ପ ପୂର୍ବରୁ ମିଶିଥିଲୁ । ବାବା
ପଚାରୁଛନ୍ତି ଏବଂ ତୁମେ ଅର୍ଥ ସହିତ ଉତ୍ତର ଦେଉଛ । ଏପରି ନୁହେଁ ଯେ ଶୁଆ ସଦୃଶ କହିଦେବ । ପୁଣି
ବାବା ପଚାରୁଛନ୍ତି - କାହିଁକି ମିଶିଥିଲ, କ’ଣ ପାଇଥିଲ? ତେଣୁ ତୁମେ କହିପାରିବ - ଆମେ ବିଶ୍ୱର
ରାଜ୍ୟ ଭାଗ୍ୟ ପାଇଥିଲୁ, ଏଥିରେ ସବୁ ଆସିଯାଉଛି । ଯଦିଓ ତୁମେମାନେ କହୁଛ ନରରୁ ନାରାୟଣ ହୋଇଥିଲୁ
କିନ୍ତୁ ବିଶ୍ୱର ମାଲିକ ହେବା, ସେଥିରେ ରାଜା-ରାଣୀ ଏବଂ ଦୈବୀ ରାଜଧାନୀ ସବୁ ରହିବ । ତା’ର
ମାଲିକ ରାଜା, ରାଣୀ, ପ୍ରଜା ସମସ୍ତେ ହେବେ । ଏହାକୁ ଶୁଭ ବାଣୀ ବୋଲି କୁହାଯାଉଛି । ଆମେ ତ ନରରୁ
ନାରାୟଣ ହେବୁ, କମ୍ ନୁହେଁ । ବାବା କହୁଛନ୍ତି ହଁ ପିଲାମାନେ, ସେଥିପାଇଁ ପୁରା ପୁରୁଷାର୍ଥ କର ।
ନିଜର ଚାର୍ଟକୁ ମଧ୍ୟ ଦେଖିବାକୁ ହେବ - ଏହି ଅବସ୍ଥାରେ - ମୁଁ ଉଚ୍ଚ ପଦ ପାଇ ପାରିବି ନା ନାହିଁ?
କେତେ ଜଣଙ୍କୁ ରାସ୍ତା ବତାଉଛି? କେତେ ଅନ୍ଧଙ୍କର ଲାଠି ହୋଇଛି? ସେବା ନ କଲେ ବୁଝିଯିବା ଦରକାର -
ଆମେ ପ୍ରଜାରେ ଚାଲିଯିବୁ । ନିଜ ମନକୁ ପଚାରିବା ଉଚିତ୍ ଯଦି ଏବେ ମୁଁ ଶରୀର ଛାଡିଦେବି, ତେବେ
ସେଠାରେ ଯାଇ କେଉଁ ପଦ ପାଇବି? ଲକ୍ଷ୍ୟ ବହୁତ ବଡ ତେଣୁ ଖବରଦାର ରହିବା ଦରକାର । କେତେକ ସନ୍ତାନ
ଭାବୁଛନ୍ତି ବାସ୍ତବରେ ଆମେ ଯୋଗ ହିଁ କରୁ ନାହୁଁ ତେବେ ଚାର୍ଟ ରଖି କ’ଣ କରିବୁ । ଏହାକୁ
ହାର୍ଟଫେଲ୍ ଅବସ୍ଥା କୁହାଯିବ । ସେମାନେ ପାଠ ମଧ୍ୟ ସେହିଭଳି ପଢିଥା’ନ୍ତି । କୌଣସି ଧ୍ୟାନ
ଦିଅନ୍ତି ନାହିଁ । ମିୟାଁ ମିଠୁ ହୋଇ ବସିବା ଉଚିତ୍ ନୁହେଁ ନଚେତ୍ ଫେଲ୍ ହୋଇଯିବ । ନିଜର କଲ୍ୟାଣ
କରିବାକୁ ହେବ । ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ତୁମମାନଙ୍କ ସମ୍ମୁଖରେ ଅଛି । ପାଠପଢି ଆମକୁ ଏହିପରି
ହେବାକୁ ପଡିବ । ଏହା ମଧ୍ୟ ୱାଣ୍ଡର (ଆଶ୍ଚର୍ଯ୍ୟ) ଅଟେ ନା । କଳିଯୁଗରେ ତ ରାଜତ୍ୱ ନାହିଁ ।
ସତ୍ୟଯୁଗରେ ପୁଣି ଏହାଙ୍କର ରାଜତ୍ୱ କେଉଁଠାରୁ ଆସିଲା । ତେବେ ସବୁର ଆଧାର ପାଠପଢା ଉପରେ ରହିଛି
। ଏପରି ନୁହେଁ ଯେ ଦେବତା ଏବଂ ଅସୁରମାନଙ୍କ ଭିତରେ ଲଢେଇ ଲାଗିଲା, ଦେବତାମାନେ ଜିତିଲେ ଏବଂ
ରାଜ୍ୟ ପାଇଲେ । ଅସୁର ଏବଂ ଦେବତାମାନଙ୍କର ଲଢେଇ କିପରି ଲାଗିପାରିବ । ନା କୌରବ ଏବଂ
ପାଣ୍ଡବମାନଙ୍କର ଲଢେଇ ଲାଗିଥିଲା । ଏଥିରେ ଲଢେର କଥା ହିଁ ନିଷେଧ ହୋଇଯାଉଛି । ପ୍ରଥମେ ତ ଏହି
କଥା କୁହ ଯେ ବାବା କହୁଛନ୍ତି - ଦେହର ସବୁ ସମ୍ବନ୍ଧକୁ ଛାଡି ନିଜକୁ ଆତ୍ମା ବୋଲି ଭାବ । ତୁମେ
ଆତ୍ମା ଅଶରୀରୀ ହୋଇ ଆସିଥିଲ, ଏବେ ପୁଣି ଅଶରୀରୀ ହୋଇ ଘରକୁ ଫେରିବାକୁ ହେବ । ତେବେ ପବିତ୍ର
ଆତ୍ମାମାନେ ହିଁ ଘରକୁ ଯାଇପାରିବେ । ତମୋପ୍ରଧାନ ଆତ୍ମା ତ ଘରକୁ ଯାଇପାରିବ ନାହିଁ । ଆତ୍ମାର
ଡେଣା ଭାଙ୍ଗି ଯାଇଛି । ମାୟା ପତିତ କରିଦେଇଛି । ଆତ୍ମା ତମୋପ୍ରଧାନ ହୋଇଯାଇଛି ତେଣୁ ଏତେ ଦୂର
ଏବଂ ଏତେ ପବିତ୍ର ଜାଗାକୁ ଯାଇପାରିବେ ନାହିଁ । ଏବେ ତୁମର ଆତ୍ମା କହୁଛି ଯେ, ଆମେ ବାସ୍ତବରେ
ପରମଧାମର ବାସିନ୍ଦା ଅଟୁ । ଏଠାରେ ୫ ତତ୍ତ୍ୱର ପିତୁଳା ନେଇଛୁ - ପାର୍ଟ କରିବା ପାଇଁ । ମନୁଷ୍ୟ
ମରିଗଲେ କୁହନ୍ତି ସ୍ୱର୍ଗବାସୀ ହେଲା । କିଏ ଗଲା? ସେଠାକୁ ଶରୀର ଗଲା ନା ଆତ୍ମା ଗଲା? ଶରୀର ତ
ଜଳିଗଲା । ବାକି ରହିଲା ଆତ୍ମା । ସେ ସ୍ୱର୍ଗକୁ ତ ଯାଇ ପାରିବ ନାହିଁ । ମନୁଷ୍ୟମାନଙ୍କୁ ଯିଏ
ଯାହା ଶୁଣାଉଛନ୍ତି ସେମାନେ ସେହି କଥା କହୁଛନ୍ତି । ଭକ୍ତିମାର୍ଗର ଲୋକମାନେ ଭକ୍ତି ହିଁ
ଶିଖାଉଛନ୍ତି, ଅକ୍ୟୁପେସନ୍ (ବୃତ୍ତି) ବିଷୟରେ କାହାକୁ ହେଲେ ଜଣା ନାହିଁ । ଶିବଙ୍କର ପୂଜା
ସବୁଠାରୁ ଉଚ୍ଚ ବୋଲି କହୁଛନ୍ତି । ଉଚ୍ଚରୁ ଉଚ୍ଚ ହେଉଛନ୍ତି ଶିବ, ତାଙ୍କୁ ହିଁ ସ୍ମରଣ କର ।
ହାତରେ ମାଳା ମଧ୍ୟ ଦେଉଛନ୍ତି । କହୁଛନ୍ତି, ଶିବ-ଶିବ କହି ମାଳା ଗଡାଉଥାଅ । କିଛି ନ ବୁଝି ମାଳା
ଉଠାଇ ଶିବ-ଶିବ କହୁଛନ୍ତି । ଗୁରୁମାନେ ଅନେକ ପ୍ରକାରର ଶିକ୍ଷା ଦେଉଛନ୍ତି । ଏଠାରେ ତ ଗୋଟିଏ କଥା
- ବାବା ନିଜେ କହୁଛନ୍ତି ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ । ମୁଖ ଦ୍ୱାରା ଶିବ-ଶିବ ମଧ୍ୟ
କହିବା ଉଚିତ୍ ନୁହେଁ । ବାପାଙ୍କର ନାମ ପିଲାମାନେ ସ୍ମରଣ କରି ନ ଥା’ନ୍ତି । ଏସବୁ ହେଉଛି ଗୁପ୍ତ
। କାହାକୁ ହେଲେ ଜଣା ନାହିଁ ଯେ ତୁମେ କ’ଣ କରୁଛ । ତେବେ ଯିଏ କଳ୍ପ ପୂର୍ବରୁ ବୁଝିଥିଲେ ସିଏ
ହିଁ ବୁଝିବେ । ନୂଆ-ନୂଆ ସନ୍ତାନମାନେ ଆସୁଛନ୍ତି, ବୃଦ୍ଧି ହୋଇ ଚାଲିଛି । ଆଗକୁ ଯାଇ ଡ୍ରାମା
କ’ଣ ଦେଖାଉଛି, ତାକୁ ସାକ୍ଷୀ ହୋଇ ଦେଖିବାକୁ ହେବ । ପ୍ରଥମରୁ ବାବା ସାକ୍ଷାତ୍କାର କରାଇବେ ନାହିଁ
ଯେ ଆଗକୁ ଏ ସବୁ ଘଟଣା ଘଟିବ । ତାହା ହେଲେ ତ ଏହା କୃତ୍ରିମ ନାଟକ ହୋଇଯିବ । ଏହା ବହୁତ ବୁଝିବାର
କଥା । ତୁମମାନଙ୍କୁ ଏବେ ଜ୍ଞାନ ମିଳୁଛି, ଭକ୍ତିମାର୍ଗରେ ଅଜ୍ଞାନ ଥିଲ । ଜାଣିଛ ଡ୍ରାମାରେ ଭକ୍ତି
ମଧ୍ୟ ନିଧାର୍ଯ୍ୟ ଅଛି ।
ଏବେ ତୁମେମାନେ ଜାଣୁଛ - ଆମେମାନେ ଏହି ପୁରୁଣା ଦୁନିଆର ବାସିନ୍ଦା ନୁହେଁ । ଛାତ୍ରମାନଙ୍କର ଏହି
ପାଠପଢା ବୁଦ୍ଧିରେ ରହିଛି । ତୁମକୁ ମଧ୍ୟ ମୁଖ୍ୟ-ମୁଖ୍ୟ ପଏଣ୍ଟସ୍ ବୁଦ୍ଧିରେ ଧାରଣ କରିବାକୁ ହେବ
। ପ୍ରଥମେ ଅଲଫଙ୍କ କଥା ପକ୍କା କର ତା’ପରେ ଆଗକୁ ଯାଅ । ନଚେତ୍ ସେମାନେ ଫାଲତୁ କଥା ପଚାରିବେ ।
କନ୍ୟାମାନେ ଲେଖିକରି ଦେଉଛନ୍ତି, ଅମୁକ ଲେଖିଛନ୍ତି ଯେ, ଗୀତାର ଭଗବାନ ହେଲେ ଶିବ, ଏହା ତ ବିଲ୍କୁଲ୍
ଠିକ୍ କଥା । ଯଦିଓ ଏପରି କହୁଛନ୍ତି କିନ୍ତୁ ବୁଦ୍ଧିରେ ସେ କଥା ରହୁ ନାହିଁ । ଯଦି ବୁଝିଯିବେ ଯେ
ବାବା ଆସିଛନ୍ତି ତେବେ କହିବେ ଏପରି ବାବାଙ୍କ ସହିତ ଯାଇ ଆମେ ମିଶିବୁ, ବର୍ସା ନେବୁ । କିନ୍ତୁ
ଜଣଙ୍କର ବି ନିଶ୍ଚୟ ହେଉ ନାହିଁ । ତୁରନ୍ତ ଜଣକର ମଧ୍ୟ ଚିଠି ଆସୁନାହିଁ । ଲେଖୁଛନ୍ତି ମଧ୍ୟ
ଜ୍ଞାନ ବହୁତ ଭଲ କିନ୍ତୁ ଏତିକି ସାହାସ ନାହିଁ, ବୁଝୁ ନାହାଁନ୍ତି ଯେ ବାଃ ଏପରି ବାବା,
ଯାହାଙ୍କଠାରୁ ଆମେ ଏତେ ଦିନ ହେଲା ଦୂରରେ ରହିଥିଲୁ, ଭକ୍ତିମାର୍ଗରେ ଧକ୍କା ଖାଇଲୁ, ଏବେ ସେହି
ବାବା ବିଶ୍ୱର ମାଲିକ କରିବାକୁ ଆସିଛନ୍ତି । ତେଣୁ ଘରୁ ପଳାଇ ଆସିଲୁ । ଆଗକୁ ଗଲେ ଏପରି ବାହାରିବେ
। ଯଦି ବାବାଙ୍କୁ ଚିହ୍ନିଗଲ, ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି ତେବେ ତାଙ୍କର ହୁଅ ନା । ଏପରି
ବୁଝାଇବା ଦରକାର ଯେପରି ଭାଗ୍ୟ ହିଁ ଖୋଲିଯିବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବ୍ୟବସାୟ
ଇତ୍ୟାଦି କରି ଆତ୍ମାକୁ ପବିତ୍ର କରିବା ପାଇଁ ମଧ୍ୟ ସମୟ ବାହାର କରିବାକୁ ପଡିବ ଏବଂ ଯୋଗ କରିବାର
ପରିଶ୍ରମ କରିବାକୁ ହେବ । କୌଣସି ବି ଆସୁରୀ କାମ କେବେହେଲେ ବି କରିବାର ନାହିଁ ।
(୨) ନିଜର ଏବଂ
ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ । ନିଜେ ପାଠ ପଢିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ
ହେବ । ମିୟାଁ ମିଠୁ ହେବାର ନାହିଁ । ଯୋଗର ବଳ ଜମା କରିବାକୁ ହେବ ।
ବରଦାନ:-
ନାମ ଏବଂ
ମାନ-ସମ୍ମାନର ତ୍ୟାଗ ଦ୍ୱାରା ସମସ୍ତଙ୍କର ସ୍ନେହ ପ୍ରାପ୍ତ କରୁଥିବା ବିଶ୍ୱର ଭାଗ୍ୟବିଧାତା ଭବ ।
ଯେପରି ପରମାତ୍ମାଙ୍କୁ
ନାମ ରୂପ ଠାରୁ ନିଆରା କହୁଛନ୍ତି କିନ୍ତୁ ସବୁଠାରୁ ଅଧିକ ନାମର ଗାୟନ ବାବାଙ୍କର ହିଁ ହେଉଛି,
ସେହିପରି ତୁମେମାନେ ମଧ୍ୟ ଅଳ୍ପକାଳର ନାମ ଏବଂ ମାନ-ସମ୍ମାନ ପ୍ରାପ୍ତ କରିବାର ଇଚ୍ଛାଠାରୁ ଦୂରେଇ
ରୁହ, ଯାହାଦ୍ୱାରା ସଦାକାଳ ପାଇଁ ସମସ୍ତଙ୍କର ପ୍ରିୟ ସ୍ୱତଃ ହୋଇଯିବ । ଯେଉଁମାନେ ନିଜର
ନାମ-ମାନ-ସମ୍ମାନର ଭିକାରୀ ପଣିଆକୁ ତ୍ୟାଗ କରିଦିଅନ୍ତି, ସେମାନେ ବିଶ୍ୱର ଭାଗ୍ୟବିଧାତା
ହୋଇଯାଆନ୍ତି । ତେବେ କର୍ମର ଫଳ ତ ସ୍ୱତଃ ଭାବରେ ତୁମ ନିକଟକୁ ସମ୍ପନ୍ନ ସ୍ୱରୂପରେ ଅର୍ଥାତ୍
ଭରପୂର ମାତ୍ରାରେ ଆସିବ କିନ୍ତୁ ବର୍ତ୍ତମାନ ତୁମକୁ ଅଳ୍ପ କାଳର ଇଚ୍ଛା ମାତ୍ରର ଅବିଦ୍ୟା ହେବାକୁ
ପଡିବ । ଯଦି ଏବେ କଞ୍ଚା ଫଳ ଖାଇବାର ଇଚ୍ଛାକୁ ତ୍ୟାଗ କରିଦେବ, ତେବେ ଭାଗ୍ୟ ତୁମ ପଛେ ପଛେ ଆସିବ
।
ସ୍ଲୋଗାନ:-
ଯେହେତୁ
ପରମାତ୍ମା ପିତାଙ୍କର ସନ୍ତାନ ଅଟ ତେଣୁ ତୁମର ବୁଦ୍ଧିରୂପୀ ପାଦ ସର୍ବଦା ସିଂହାସନ ଉପରେ ରହିବା
ଦରକାର ।
ଅବ୍ୟକ୍ତ ଈଶାରା:-
ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।
ଯଦି କୌଣସି ବି ସେବାର
ଯୋଜନା କରୁଛ ତେବେ କର, ତା’ ଉପରେ ବିଚାର କର କିନ୍ତୁ କ’ଣ ହେବ, କିପରି ହେବ... ଏହିଭଳି
ପ୍ରଶ୍ନଚିତ୍ତ ବା ଆଶ୍ଚର୍ଯ୍ୟାନ୍ୱିତ ହୋଇ ବିଚାର କର ନାହିଁ । ବିଦେହୀ ବା ସାକ୍ଷୀ ହୋଇ ବିଚାର
କର । ବିଚାର କର, ଯୋଜନା କର, ତା’ପରେ ଗୋଟିଏ ସେକେଣ୍ଡ ଭିତରେ ନିଜର ସ୍ଥିତିକୁ ସନ୍ଦେହ ମୁକ୍ତ
କରିଦିଅ କାରଣ ଏବେ ସ୍ଥିତିର ହିଁ ଆବଶ୍ୟକତା ରହିଛି ଏବଂ ବିଦେହୀ ସ୍ଥିତି ଅତି ସହଜରେ କୌଣସି ବି
ପରିସ୍ଥିତିକୁ ଅତିକ୍ରମ କରିପାରିବ । ଯେପରି ବାଦଲ ଆସିଲା ଏବଂ ଚାଲିଗଲା, କିନ୍ତୁ ତୁମେ ଅଚଳ-ଅଟଳ
ହୋଇ ଖେଳ ଦେଖୁଛ ।