26.01.25 Avyakt Bapdada Odia Murli 15.12.2003 Om Shanti Madhuban
“ପ୍ରତ୍ୟକ୍ଷତା କରିବା
ପାଇଁ ସାଧାରଣତାକୁ ଅଲୌକିକତାରେ ପରିବର୍ତ୍ତନ କରି ଦର୍ଶନୀୟ ମୂର୍ତ୍ତି ହୁଅ”
ଆଜି ବାପଦାଦା ନିଜର
ଚାରିଆଡର ବ୍ରାହ୍ମଣ ପିଲାମାନଙ୍କର ମସ୍ତକରେ ଭାଗ୍ୟର ତିନୋଟି ତାରକା ଚମକୁଥିବାର ଦେଖୁଛନ୍ତି ।
ଏମାନଙ୍କର ଭାଗ୍ୟ କେତେ ଶ୍ରେଷ୍ଠ ଅଟେ ଏବଂ କେତେ ସହଜରେ ପ୍ରାପ୍ତ ହୋଇଯାଇଛି । ଗୋଟିଏ ହେଲା
ଅଲୌକିକ ଶ୍ରେଷ୍ଠ ଜନ୍ମର ଭାଗ୍ୟ, ଦ୍ୱିତୀୟଟି ଶ୍ରେଷ୍ଠ ସମ୍ବନ୍ଧର ଭାଗ୍ୟ, ତୃତୀୟଟି ହେଲା ସର୍ବ
ପ୍ରାପ୍ତିର ଭାଗ୍ୟ । ଏହି ତିନୋଟିଯାକ ଭାଗ୍ୟର ଚମକୁଥିବା ତାରକାକୁ ଦେଖି ବାପଦାଦା ମଧ୍ୟ ହର୍ଷିତ
ହେଉଛନ୍ତି । ପ୍ରଥମେ ଜନ୍ମର ଭାଗ୍ୟକୁ ଦେଖ - ସ୍ୱୟଂ ଭାଗ୍ୟ ବିଧାତା ବାବାଙ୍କ ଦ୍ୱାରା ତୁମ
ସମସ୍ତଙ୍କର ଜନ୍ମ ହୋଇଛି । ଯେବେକି ଜନ୍ମଦାତା ହିଁ ଭାଗ୍ୟବିଧାତା ଅଟନ୍ତି ତେଣୁ ଜନ୍ମ କେତେ
ଅଲୌକିକ ଏବଂ ଶ୍ରେଷ୍ଠ ହୋଇଥିବ । ତେଣୁ ତୁମ ସମସ୍ତଙ୍କୁ ମଧ୍ୟ ଏହିଭଳି ଭାଗ୍ୟଶାଳୀ ଜନ୍ମର ନିଶା
ଏବଂ ଖୁସି ଅଛି ତ! ଏହା ସହିତ ସମ୍ବନ୍ଧର ବିଶେଷତାକୁ ଦେଖ - ସାରା କଳ୍ପ ଭିତରେ ଏଭଳି ସମ୍ବନ୍ଧ
ଅନ୍ୟ କୌଣସି ବି ଆତ୍ମାର ନାହିଁ । କେବଳ ତୁମେ ବିଶେଷ ଆତ୍ମାମାନଙ୍କୁ ହିଁ ଜଣଙ୍କ ଦ୍ୱାରା ତିନୋଟି
ସମ୍ବନ୍ଧ ପ୍ରାପ୍ତ ହୋଇଛି । ସେହି ଜଣକ ପିତା ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ସଦ୍ଗୁରୁ
ମଧ୍ୟ ଅଟନ୍ତି । ଏହିଭଳି ଜଣଙ୍କ ଦ୍ୱାରା ତିନୋଟି ସମ୍ବନ୍ଧ ପ୍ରାପ୍ତ କରିବାର ଭାଗ୍ୟ କେବଳ
ବ୍ରାହ୍ମଣ ଆତ୍ମାମାନଙ୍କ ବ୍ୟତୀତ ଅନ୍ୟ କାହାର ବି ନାହିଁ । ଅନୁଭବ ହେଉଛି ନା? ପିତା ସମ୍ବନ୍ଧରେ
ସମ୍ପତ୍ତି ମଧ୍ୟ ଦେଉଛନ୍ତି, ପାଳନା ମଧ୍ୟ କରୁଛନ୍ତି । ସମ୍ପତ୍ତିକୁ ମଧ୍ୟ ଦେଖ କେତେ ଉଚ୍ଚ ତଥା
ଅବିନାଶୀ ଅଟେ । ଦୁନିଆର ଲୋକମାନେ କହୁଛନ୍ତି ଆମର ପାଳନକର୍ତ୍ତା ଭଗବାନ ଅଟନ୍ତି କିନ୍ତୁ ତୁମେ
ପିଲାମାନେ ନିଶ୍ଚୟ ଏବଂ ନିଶାର ସହିତ କହୁଛ ଆମର ପାଳନ କର୍ତ୍ତା ସ୍ୱୟଂ ଭଗବାନ ଅଟନ୍ତି । ଏହିଭଳି
ପରମାତ୍ମ ପାଳନା, ପରମାତ୍ମ ସ୍ନେହ, ପରମାତ୍ମ ସମ୍ପତ୍ତି ଆଉ କାହାକୁ ମିଳୁଛି କି? ସେଥିପାଇଁ ସେହି
ଜଣକ ପିତା ମଧ୍ୟ ଅଟନ୍ତି, ପାଳନକର୍ତ୍ତା ମଧ୍ୟ ଅଟନ୍ତି ଏବଂ ଶିକ୍ଷକ ମଧ୍ୟ ଅଟନ୍ତି ।
ତେବେ ପ୍ରତ୍ୟେକ ଆତ୍ମାର
ଜୀବନରେ ବିଶେଷ କରି ଏହି ତିନିଜଣ ସମ୍ବନ୍ଧୀ ଅତି ଆବଶ୍ୟକ ଅଟନ୍ତି କିନ୍ତୁ ତିନୋଟିଯାକ ସମ୍ବନ୍ଧ
ଅଲଗା ଅଲଗା ହୋଇଥାଏ । କିନ୍ତୁ ତୁମମାନଙ୍କର ଜଣଙ୍କ ସହିତ ତିନୋଟି ସମ୍ବନ୍ଧ ରହିଛି । ପାଠପଢାକୁ
ମଧ୍ୟ ଦେଖ - ତିନି କାଳର ପାଠପଢା, ତ୍ରିକାଳଦର୍ଶୀ ହେବାର ପାଠପଢା । ତେବେ ପାଠପଢାକୁ ରୋଜଗାରର
ପନ୍ଥା କୁହାଯାଏ କାରଣ ପାଠପଢା ଦ୍ୱାରା ପଦ ପ୍ରାପ୍ତ ହୋଇଥାଏ । ସାରା ବିଶ୍ୱରେ ଦେଖ - ସବୁଠାରୁ
ଉଚ୍ଚରୁ ଉଚ୍ଚ ପଦ, ରାଜ୍ୟପଦର ଗାୟନ ରହିଛି । ତେବେ ତୁମମାନଙ୍କୁ ମଧ୍ୟ ଏହି ପାଠପଢା ଦ୍ୱାରା କେଉଁ
ପଦ ପ୍ରାପ୍ତ ହେଉଛି? ଏବେ ମଧ୍ୟ ରାଜା ଏବଂ ଭବିଷ୍ୟତରେ ମଧ୍ୟ ରାଜ୍ୟ ପଦ । ଏବେ ସ୍ୱ-ରାଜ୍ୟର ରାଜା
ଅଟ, ରାଜଯୋଗୀ ସ୍ୱରାଜ୍ୟ ଅଧିକାରୀ ଅଟ ଏବଂ ଭବିଷ୍ୟତର ରାଜ୍ୟଭାଗ୍ୟ ତ ଅବିନାଶୀ ହିଁ ଅଟେ ।
ଏହାଠାରୁ ଆଉ କୌଣସି ବଡ ପଦ ନାହିଁ । ଶିକ୍ଷକଙ୍କ ଦ୍ୱାରା ଶିକ୍ଷା ମଧ୍ୟ ତ୍ରିକାଳଦର୍ଶୀ ହେବାର
ମିଳୁଛି ଏବଂ ପଦ ମଧ୍ୟ ଦୈବୀ ରାଜ୍ୟପଦ ଅଟେ । ଏହିଭଳି ଶିକ୍ଷକଙ୍କ ସହିତ ସମ୍ବନ୍ଧ କେବଳ
ବ୍ରାହ୍ମଣ ଆତ୍ମାଙ୍କ ବ୍ୟତୀତ ନା କାହାର ଥିଲା, ନା କାହାର ହୋଇପାରିବ । ଏହା ସହିତ ସତ୍ଗୁରୁଙ୍କର
ସମ୍ବନ୍ଧ, ସତ୍ଗୁରୁଙ୍କ ଦ୍ୱାରା ଶ୍ରୀମତ ମଧ୍ୟ ମିଳୁଛି ଯେଉଁ ଶ୍ରୀମତର ଗାୟନ ଆଜି ମଧ୍ୟ
ଭକ୍ତିମାର୍ଗରେ ହେଉଛି । ତୁମେମାନେ ନିଶ୍ଚୟର ସହିତ କହୁଛ ଆମର ପ୍ରତ୍ୟେକ ପାଦ କାହା ଆଧାରରେ
ଚାଲୁଛି? ଶ୍ରୀମତ ଆଧାରରେ ଚାଲୁଛି । ତେଣୁ ଚେକ୍ କର - ପ୍ରତ୍ୟେକ ପାଦ ଅର୍ଥାତ୍ ପ୍ରତ୍ୟେକ କର୍ମ
ଶ୍ରୀମତ ଆଧାରରେ ହେଉଛି ତ? ଭାଗ୍ୟ ତ ମିଳିଯାଇଛି କିନ୍ତୁ ଭାଗ୍ୟର ପ୍ରାପ୍ତିର ଅନୁଭବ ଜୀବନରେ
ହେଉଛି ତ? ପ୍ରତ୍ୟେକ ପାଦ ଶ୍ରୀମତ ଆଧାରରେ ଚାଲୁଛି ନା କେବେ କେବେ ମନମତ ବା ପରମତ ମିଶିଯାଉଛି?
ଏହାର ପରଖ ହେଲା - ଯଦି ଶ୍ରୀମତ ଅନୁସାରେ ପାଦ ଉଠୁଛି ତେବେ ପ୍ରତି ପାଦରେ ପଦ୍ମର ରୋଜଗାର ଜମା
ହେବାର ଅନୁଭବ ହେବ । ଯଦି ଶ୍ରୀମତ ଅନୁସାରେ ପାଦ ଉଠୁଛି ତେବେ ସଫଳତା ସହଜରେ ମିଳିଯାଉଥିବ । ଏହା
ସହିତ ସତ୍ଗୁରୁଙ୍କ ଦ୍ୱାରା ବରଦାନର ଖଣି ପ୍ରାପ୍ତ ହୋଇଛି । ତେବେ ମୋତେ ବରଦାନ ମିଳିଛି ଏହାର
ଚିହ୍ନ ହେଲା - ଯେଉଁଠି ବରଦାନ ମିଳିଥିବ ସେଠାରେ ମେହନତ ନଥିବ । ତେଣୁ ସଦ୍ଗୁରୁଙ୍କ ସମ୍ବନ୍ଧରେ
ଶ୍ରେଷ୍ଠ ମତ ଏବଂ ସର୍ବଦା ବରଦାନର ପ୍ରାପ୍ତି ହୋଇ ଚାଲିଛି ଏବଂ ଏହା ମଧ୍ୟ ଏହି ସହଜମାର୍ଗର
ବିଶେଷତା ଅଟେ, ଯଦି ଜଣଙ୍କ ସହିତ ସର୍ବ ସମ୍ବନ୍ଧ ରହିଛି ତେବେ ଜଣଙ୍କୁ ମନେ ପକାଇବା ତ ସହଜ କଥା
। ତିନିଜଣଙ୍କୁ ଅଲଗା ଅଲଗା ମନେ ପକାଇବାର ଆବଶ୍ୟକତା ହିଁ ନାହିଁ ସେଥିପାଇଁ ତୁମେମାନେ କହୁଛ
ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ । ଏହା ତ ସହଜ ଅଟେ କାହିଁକି ନା ନିଶ୍ଚିତ ଜଣଙ୍କ ଭିତରେ
ବିଶେଷ ସମ୍ବନ୍ଧ ଆସିଯାଉଛି । ତେଣୁ ତୁମର ଭାଗ୍ୟର ତାରକା ନିଶ୍ଚିତ ଚମକୁଛି କାହିଁକି ନା
ବାବାଙ୍କ ଦ୍ୱାରା ତ ସମସ୍ତଙ୍କୁ ପ୍ରାପ୍ତିଗୁଡିକ ମିଳିଯାଉଛି ।
ତେବେ ଭାଗ୍ୟର ତୃତୀୟ
ତାରକାଟି ହେଲା - ସର୍ବ ପ୍ରାପ୍ତିର ତାରକା, ଗାୟନ ମଧ୍ୟ ରହିଛି ବ୍ରାହ୍ମଣମାନଙ୍କ ଭଣ୍ଡାରରେ
କୌଣସି ବସ୍ତୁ ଅପ୍ରାପ୍ତ ନୁହେଁ । ଏବେ ନିଜର ସମ୍ପତ୍ତିକୁ ବା ଭଣ୍ଡାରକୁ ମନେ ପକାଅ । ଏଭଳି
ସମ୍ପତ୍ତି ବା ସର୍ବପ୍ରାପ୍ତି ଅନ୍ୟ କାହା ଦ୍ୱାରା ହୋଇପାରିବ କି! ଦିଲ୍ର ସହିତ ମେରାବାବା କହିବା
ମାତ୍ରକେ ସମ୍ପତ୍ତି ହାଜିର ହୋଇଯାଉଛି, ସେଥିପାଇଁ ଏତିକି ଶ୍ରେଷ୍ଠ ଭାଗ୍ୟ ସଦାସର୍ବଦା ସ୍ମୃତିରେ
ରହୁଥିବ, ଏଥିରେ ସମସ୍ତେ କ୍ରମାନ୍ୱୟରେ ଅଛନ୍ତି । ଏବେ ବାପଦାଦା ଏହି କଥା ଚାହୁଁଛନ୍ତି ଯେ,
ତୁମେମାନେ ଯେହେତୁ କୋଟିକ ଭିତରେ କେହି ଅଟ ତେଣୁ ସମସ୍ତେ ନମ୍ବରୱାର ଅର୍ଥାତ୍ କ୍ରମାନ୍ୱୟ
ଅନୁସାରେ ରହିବା ପରିବର୍ତ୍ତେ ନମ୍ବରୱାନ ହୋଇଯିବା ଦରକାର । ତେଣୁ ନିଜେ ନିଜକୁ ପଚାର ମୁଁ
ନମ୍ବରୱାର ଅଟେ ନା ନମ୍ବରୱାନ ଅଟେ? କ’ଣ ଅଟେ? କ’ଣ ଟୀଚରମାନେ ନମ୍ବରୱାର ନା ନମ୍ବରୱାନ?
ପାଣ୍ଡବମାନେ ନମ୍ବରୱାନ ନା ନମ୍ବରୱାର? କ’ଣ କହୁଛ? ଯେଉଁମାନେ ଭାବୁଛନ୍ତି ଆମେ ନମ୍ବରୱାନରେ ଅଛୁ
ଏବଂ ସର୍ବଦା ରହିବୁ ଏମିତି ନୁହେଁ ଯେ ଆଜି ନମ୍ବରୱାନ କାଲିକୁ ନମ୍ବରୱାରରେ ଆସିଯାଉଥିବ,
ଯେଉଁମାନେ ସେତିକି ନିଶ୍ଚୟ ବୁଦ୍ଧି ଅଟନ୍ତି ଯେ ଆମେ ସବୁ ଦିନ ପାଇଁ ବ୍ରହ୍ମାବାବାଙ୍କ ଭଳି
ନମ୍ବରୱାନ ଅଟୁ ଏବଂ ନମ୍ବରୱାନ ହୋଇ ରହିବୁ ସେମାନେ ହାତ ଉଠାଅ । କ’ଣ ନମ୍ବରୱାନ ଅଟ? ଖାଲିଟାରେ
ହାତ ଉଠାଇଦିଅ ନାହିଁ । ଭାବିଚିନ୍ତି ହାତ ଉଠାଅ । ଲମ୍ବା ହାତ ଉଠାଅ, ଯେଉଁମାନେ ଅଧା ଉଠାଉଛନ୍ତି
ସେମାନେ ଅଧା ଅଟ । ହାତ ତ ବହୁତ ଜଣ ଉଠାଇଛନ୍ତି, ଦେଖୁଛ ତ ଦାଦିମାନେ, ଏମାନେ ସବୁ ଦେଖୁଛନ୍ତି ।
ଏବେ ଏମାନଙ୍କ ଠାରୁ ହିସାବ ନେବ । ଜନକ (ଜାନକୀ ଦାଦିଙ୍କୁ) ତୁମେ ହିସାବ ନେବ । ଡବଲ ବିଦେଶୀମାନେ
ମଧ୍ୟ ହାତ ଉଠାଇଛନ୍ତି । ଉଠାଅ, ନମ୍ବରୱାନ ଅଟ ତ? ହାତ ଉଠାଇ ବାପଦାଦାଙ୍କର ତ ମନ ଖୁସି କରିଦେଲ,
ସେଥିପାଇଁ ଅଭିନନ୍ଦନ । ଆଚ୍ଛା! - ହାତ ଉଠାଇବା ଅର୍ଥ ତୁମମାନଙ୍କୁ ନିଜ ଉପରେ ଭରସା ଅଛି, ଆଉ ଯଦି
ସାହସ ରଖିଛ ତେବେ ବାପଦାଦା ମଧ୍ୟ ନିଶ୍ଚିତ ସହଯୋଗୀ ହେବେ । କିନ୍ତୁ ଏବେ ବାପଦାଦା କ’ଣ
ଚାହୁଁଛନ୍ତି? ନମ୍ବରୱାନ ଅଟ, ଏହା ତ ବହୁତ ଖୁସିର କଥା । କିନ୍ତୁ.... କିନ୍ତୁ କ’ଣ ହେଉଛି କହିବୁ
ନା କିଛି କିନ୍ତୁ ହିଁ ନାହିଁ? ବାପଦାଦାଙ୍କ ପାଖରେ ତ କିନ୍ତୁ ଅଛି ।
ବାପଦାଦା ଦେଖୁଛନ୍ତି ଯେ
ଶ୍ରେଷ୍ଠ ଭାଗ୍ୟର ସ୍ମୃତି ସମସ୍ତଙ୍କର ମିନ ଭିତରେ ତ ନିଶ୍ଚିତ ସମାହିତ ହୋଇ ରହିଛି କିନ୍ତୁ କେବଳ
ମନ ପର୍ଯ୍ୟନ୍ତ ହିଁ ଅଛି, ଚେହେରା ଏବଂ ଚାଲିଚଳନରେ ପ୍ରକାଶିତ ହେଉ ନାହିଁ । ବାପଦାଦା ଏବେ
ନମ୍ବରୱାନ ସ୍ଥିତି ତୁମମାନଙ୍କର ଚେହେରାରେ ଏବଂ ଚାଲିଚଳନରେ ଦେଖିବାକୁ ଚାହୁଁଛନ୍ତି । ଏବେ ସମୟ
ଅନୁସାରେ ନମ୍ବରୱାନ କହୁଥିବା ଆତ୍ମାମାନଙ୍କୁ ପ୍ରତ୍ୟେକ ଚାଲିଚଳନରେ ଦର୍ଶନୀୟ ମୂର୍ତ୍ତି ଭଳି
ଦେଖାଯିବା ଦରକାର । ତୁମମାନଙ୍କର ଚେହେରା କହିଦେଉ ଯେ ଇଏ ଦର୍ଶନୀୟ ମୂର୍ତ୍ତି ଅଟନ୍ତି ।
ତୁମମାନଙ୍କର ଜଡ ଚିତ୍ର ଅନ୍ତିମ ଜନ୍ମ ପର୍ଯ୍ୟନ୍ତ, ଅନ୍ତିମ ସମୟ ପର୍ଯ୍ୟନ୍ତ ମଧ୍ୟ ଦର୍ଶନୀୟ
ମୂର୍ତ୍ତି ଭଳି ଅନୁଭବ ହେଉଛି । ତେଣୁ ଚୈତନ୍ୟରେ ମଧ୍ୟ ଯେପରି ବ୍ରହ୍ମାବାବାଙ୍କୁ ଦେଖିଛ, ସାକାର
ସ୍ୱରୂପରେ, ଫରିସ୍ତା ତ ପରେ ହୋଇଥିଲେ କିନ୍ତୁ ସାକାର ସ୍ୱରୂପରେ ଥିଲେ ମଧ୍ୟ ତୁମମାନଙ୍କୁ କ’ଣ
ଭଳି ଦେଖାଯାଉଥିଳେ? ସାଧାରଣ ବ୍ୟକ୍ତି ଭଳି ଦେଖାଯାଉଥିଲେ କି? ଅନ୍ତିମ ୮୪ତମ ଜନ୍ମ, ପୁରୁଣା
ଜନ୍ମ, ୬୦ ବର୍ଷ ପରର ଆୟୁଷ, ପୁଣି ବି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦର୍ଶନୀୟ ମୂର୍ତ୍ତି ଭଳି ଅନୁଭବ
କରୁଥିଲ । କରୁଥିଲ ନା? ସାକାର ରୂପରେ କରୁଥିଲା ନା? ସେହିପରି ଯେଉଁମାନେ ନମ୍ବରୱାନରେ ହାତ
ଉଠାଇଛନ୍ତି, ଟି.ଭିରେ ଆସିଯାଇଛି ନା? ବାପଦାଦା ସେମାନଙ୍କର ଫାଇଲ୍ ଦେଖିବେ, ଫାଇଲ୍ ତ
ବାପଦାଦାଙ୍କ ପାଖରେ ଅଛି ନା । ତେଣୁ ଏବେଠାରୁ ତୁମମାନଙ୍କର ପ୍ରତ୍ୟେକ ଚାଲିଚଳନରୁ ଏହିଭଳି
ଅନୁଭବ ହେଉ, ହୁଏତ କର୍ମ ସାଧାରଣ ହୋଇଥାଉ, ଚାହେଁ ଯେକୌଣସି କାମ କରୁଥାଅ ନା କାହିଁକି ଯେଉଁ
ସ୍ଥାନରେ ବି ତୁମେ ଲୋକମାନଙ୍କ ସହିତ ସମ୍ବନ୍ଧ-ସମ୍ପର୍କରେ ଆସୁଛ ସେମାନେ ତୁମର ଚାଲିଚଳନରୁ
ଏହିଭଳି ଅନୁଭବ କରୁଛନ୍ତି ଯେ ଏମାନେ ଆମଠାରୁ ଭିନ୍ନ ଅଟନ୍ତି ଏବଂ ଅଲୌକିକ ଅଟନ୍ତି? ନା ସାଧାରଣ
ଲୋକଙ୍କ ଭଳି ଭାବୁଛନ୍ତି, ଏମିତି ତ ଲୌକିକ ଲୋକମାନେ ମଧ୍ୟ ଅଟନ୍ତି କୌଣସି କର୍ମର ବା ପଦ ପଦବୀର
ବିଶେଷତା ନୁହେଁ କିନ୍ତୁ ବାସ୍ତବ ଜୀବନର ଧାରଣାର ବିଶେଷତା ଅନୁଭବ ହେଉ । ବହୁତ ଭଲ ବ୍ୟବସାୟୀ
ଅଟନ୍ତି, ବହୁତ ଭଲ ଓକିଲାତି କରୁଛନ୍ତି, ବହୁତ ଭଲ ଡାଇରେକ୍ଟର ଅଟନ୍ତି.... ଏମିତି ତ ବହୁତ
ଅଛନ୍ତି । ଏମିତି ଗୋଟିଏ ପୁସ୍ତକ ମଧ୍ୟ ବାହାରୁଛି ଯେଉଁଥିରେ ବିଶେଷ ଆତ୍ମାମାନଙ୍କର ନାମ ରହିଛି
। କିନ୍ତୁ ସେଥିରେ ତ ବହୁତ ଅଛନ୍ତି । ତେଣୁ ଯେଉଁମାନେ ମଧ୍ୟ ହାତ ଉଠାଇଛନ୍ତି, ଏମିତି ତ
ସମସ୍ତଙ୍କୁ ହାତ ଉଠାଇବା ଦରକାର କିନ୍ତୁ ଯେଉଁମାନେ ବି ହାତ ଉଠାଇଛନ୍ତି ଏବଂ ଉଠାଇବାକୁ ହିଁ ହେବ
। ତେଣୁ ତୁମମାନଙ୍କର ବାସ୍ତବିକ ଚାଲିଚଳନରେ ସମସ୍ତେ ପରିବର୍ତ୍ତନ ଦେଖନ୍ତୁ । ଏହିଭଳି ପ୍ରଚାର
ଏବେ ପର୍ଯ୍ୟନ୍ତ ହୋଇନାହିଁ, ଚାହେଁ କାରଖାନାରେ କାମ କରୁଥାଅ କି ଯେଉଁଠି ବି କାମ କରୁଥାଅ,
କିନ୍ତୁ ପ୍ରତ୍ୟେକ ଆତ୍ମା କୁହନ୍ତୁ ଯେ ଇଏ ସାଧାରଣ କର୍ମ କରୁଥିଲେ ମଧ୍ୟ ଦର୍ଶନୀୟ ମୂର୍ତ୍ତି
ଅଟନ୍ତି । ଏହିଭଳି ହୋଇପାରିବ । ହୋଇପାରିବ? ଆଗଧାଡି ବାଲା କୁହ, ହୋଇପାରିବ? ଏବେ ଫଳାଫଳକୁ
ଦେଖିଲେ ବହୁତ କମ୍ ଶୁଣିବାକୁ ମିଳୁଛି । ସାଧାରଣତା ଅଧିକ ଦେଖାଯାଉଛି । ହଁ ଯେତେବେଳେ କୌଣସି
ବିଶେଷ କାମ କରୁଛ ବା ସ୍ଥିତି ଉପରେ ବିଶେଷ ଧ୍ୟାନ ଦେଉଛ ସେତେବେଳେ ତ ଠିକ୍ ଦେଖାଯାଉଛି କିନ୍ତୁ
ତୁମମାନଙ୍କୁ ତ ବାବାଙ୍କ ପ୍ରତି ସ୍ନେହ ଅଛି, ଅଛି ନା ସ୍ନେହ? କେତେ ପ୍ରତିଶତ ସ୍ନେହ ଅଛି?
ଟୀଚରମାନେ ହାତ ଉଠାଅ । ଏବେ ତ ବହୁତ ଟୀଚର ମାନେ ଆସିଯାଇଛନ୍ତି, ଟୀଚରମାନେ କୁହ ହୋଇପାରିବ? ନା
କେବେ ସାଧାରଣ, କେବେ ବିଶେଷ? ଶବ୍ଦ ମଧ୍ୟ ଯାହା କହୁଛ, କାର୍ଯ୍ୟ ଯାହା ବି କରୁଛ କିନ୍ତୁ ତୁମର
ଭାଷା ଅଲୌକିକ ହେବା ଦରକାର, ସାଧାରଣ ଭାଷା ନୁହେଁ ।
ଏବେ ବାପଦାଦାଙ୍କର ସବୁ
ପିଲାଙ୍କ ପ୍ରତି ଏତିକି ଶ୍ରେଷ୍ଠ ଆଶା ରହିଛି - ତା’ପରେ ଯାଇ ବାବାଙ୍କର ପ୍ରତ୍ୟକ୍ଷତା ହେବ ।
ତୁମମାନଙ୍କର କର୍ମ, ଚାଲିଚଳଣ, ଚେହେରା ସ୍ୱତଃ ହିଁ ପ୍ରମାଣିତ କରିଦେବ, ଭାଷଣ ଦ୍ୱାରା ପ୍ରମାଣିତ
ହୋଇପାରିବ ନାହିଁ । ଭାଷଣ ତୀର ଲଗାଇବାର ଏକ ସାଧନ ଅଟେ । କିନ୍ତୁ ପ୍ରତ୍ୟକ୍ଷତା ସେତେବେଳେ ହେବ
ଯେତେବେଳେ ସମସ୍ତେ କହିବେ ଏମାନଙ୍କୁ ଏଭଳି କରିବାବାଲା କିଏ? ନିଜେ ନିଜେ ଖୋଜିବେ, ନିଜ ଆଡୁ
ପଚାରିବେ, ଆପଣମାନଙ୍କୁ ଏଭଳି କିଏ ତିଆରି କରିଛି? ତେବେ ରଚନା ହିଁ ରଚୟୀତାଙ୍କୁ ପ୍ରତ୍ୟକ୍ଷ
କରିଥାଏ ନା!
ତେଣୁ ଏହି ବର୍ଷ କ’ଣ
କରିବ? ଦାଦିଜୀ ତ କହିଛନ୍ତି ଗାଁ ମାନଙ୍କରେ ସେବା କରିବୁ । ତାହା ମଧ୍ୟ କର କିନ୍ତୁ ବାପଦାଦା ଏବେ
ଏହିଭଳି ପରିବର୍ତ୍ତନ ଦେଖିବାକୁ ଚାହୁଁଛନ୍ତି । କ’ଣ ଏକ ବର୍ଷ ଭିତରେ ସମ୍ଭବ ହେବ ତ? ଗୋଟିଏ
ବର୍ଷ ଭିତରେ? ଆସନ୍ତା ବର୍ଷକୁ ଯେତେବେଳେ ସିଜିନ୍ ଆରମ୍ଭ ହେବ ଅର୍ଥାତ୍ ବାବା ମିଳନର
କାର୍ଯ୍ୟକ୍ରମ ଆରମ୍ଭ ହେବ ସେତେବେଳେ ଯେପରି ପାର୍ଥକ୍ୟ ଦେଖାଯାଉଥିବ, ସବୁ ସେଣ୍ଟରମାନଙ୍କରୁ
ସମାଚାର ଆସିବ ଯେ ମହାନ ପରିବର୍ତ୍ତନ ହୋଇଗଲା, ତା’ପରେ ସମସ୍ତେ ପରିବର୍ତ୍ତନ, ପରିବର୍ତ୍ତନର ଗୀତ
ଗାଇବେ । ତୁମମାନଙ୍କର ଭାଗ୍ୟ ସାଙ୍ଗକୁ ସାଧାରଣ ବାଣୀ ଏବେ ଆଦୌ ଭଲ ଲାଗୁ ନାହିଁ । କାରଣ ହେଲା
‘ମୁ’ । ମୁଁ ଯାହା ଭାବୁଛି, ମୁଁ ଯାହା କହୁଛି, ମୁଁ ଯାହା କରୁଛି... ତାହା ହିଁ ଠିକ୍ ଅଟେ । ଏହି
ମୁଁ ପଣିଆ କାରଣରୁ ଅଭିମାନ ମଧ୍ୟ ଆସୁଛି, କ୍ରୋଧ ମଧ୍ୟ ଆସୁଛି । ଦୁଇଟି ଯାକ ବିକାର ତାଙ୍କର କାମ
କରିନେଉଛନ୍ତି । ଏହା ତ ବାବାଙ୍କର ପ୍ରସାଦ ଅଟେ, ଏଥିରେ ମୁଁ କେଉଁଠୁ ଆସିଲା! ପ୍ରସାଦକୁ କେହି
ମୁଁ ପଣିଆରେ ଆଣିପାରେ କି? ଯଦି ତୁମର ବୁଦ୍ଧି ମଧ୍ୟ ଅଛି କୌଣସି ଯୋଗ୍ୟତା ମଧ୍ୟ ଅଛି, କୌଣସି
ବିଶେଷତା ମଧ୍ୟ ଅଛି ତେବେ ବାପଦାଦା ସେହି ବିଶେଷତାକୁ, ବୁଦ୍ଧିକୁ ପ୍ରଂଶସା କରୁଛନ୍ତି କିନ୍ତୁ
ଏଥିରେ ମୁଁ ପଣିଆ ଆଣ ନାହିଁ । ମୁଁ ପଣିଆକୁ ସମାପ୍ତ କର । ଏହି ସୂକ୍ଷ୍ମ ମୁଁ ପଣିଆ ହିଁ ଅଲୌକିକ
ଜୀବନରେ ଦର୍ଶନୀୟ ମୂରତ ହେବା ପାଇଁ ଦେଉ ନାହିଁ । ତେଣୁ ଦାଦୀମାନେ କ’ଣ ଭାବୁଛ? ପରିବର୍ତ୍ତନ
ହୋଇପାରିବ? ତିନି ଜଣଯାକ ପାଣ୍ଡବ (ନିର୍ବୈର ଭାଇ, ରମେଶ ଭାଇ, ବୃଜମୋହନ ଭାଇ) କୁହ । ତିନିଜଣଯାକ
ବିଶେଷ ଅଟ ନା । ତିନି ଜଣ ଯାକ କୁହ ହୋଇପାରିବ? ହୋଇପାରିବ? ହୋଇପାରିବ? ଆଚ୍ଛା - ଏବେ ଏହାର
କମାଣ୍ଡର ହୁଅ, ଅନ୍ୟ କୌଣସି କଥାରେ କମାଣ୍ଡର ହୁଅ ନାହିଁ । ପରିବର୍ତ୍ତନ କରିବାରେ କମାଣ୍ଡର ହୁଅ
। କ’ଣ ମଧୁବନ ନିବାସୀ ହେବ ତ? ହେବ ତ? ମଧୁବନ ନିବାସୀ ହାତ ଉଠାଅ । ଆଚ୍ଛା - ହେବ ତ? ବମ୍ବେବାଲା
ହାତ ଉଠାଅ, ଯୋଗିନୀ (ଯୋଗିନୀ ଭଇଣୀ ପାର୍ଲା) ମଧ୍ୟ ବସିଛି । କ’ଣ ବମ୍ବେବାଲା ହୋଇପାରିବ? ଯଦି
ହେବ ତେବେ ହାତ ଉଠାଅ । ଆଚ୍ଛା ଦିଲ୍ଲୀବାଲା ହାତ ଉଠାଅ । କ’ଣ ଦିଲ୍ଲୀବାଲା କରିବ? ଟୀଚରମାନେ
କୁହ । ଦେଖ । ବାପଦାଦା ସବୁ ମାସରେ ରିପୋର୍ଟ ନେବେ । ସାହସ ଅଛି ତ? ଅଭିନନ୍ଦନ । ଆଚ୍ଛା,
ଇନ୍ଦୋରବାଲା ହାତ ଉଠାଅ, ଇନ୍ଦୋରର ଟୀଚରମାନେ ହାତ ଉଠାଅ । କ’ଣ ଟୀଚରମାନେ କରିବ? ଇନ୍ଦୋର କରିବ?
ହାତ ଉଠାଅ । ପୂରା ହାତକୁ ହଲାଅ ନାହିଁ । କରିବ ତ, କରାଇବା? ଦାଦିମାନେ ଦେଖିବ । ସମସ୍ତେ ଟିଭିରେ
ଦେଖୁଛନ୍ତି । ଗୁଜୁରାଟ ହାତ ଉଠାଅ । କ’ଣ ଗୁଜୁରାଟ କରିବ? ହାତ ହଲାଇ ଦେବା ତ ସହଜ କଥା । ଏବେ
ମନକୁ ହଲଚଲ୍ କରିବାକୁ ହେବ । ଏତେ ଦୁଃଖ-ଅଶାନ୍ତିକୁ ଦେଖି ତୁମକୁ ଦୟା ଲାଗୁ ନାହିଁ? ଏବେ
ପରିବର୍ତ୍ତନ ହୋଇଗଲେ ତ ବହୁତ ଭଲ ହେବ ନା? ତେଣୁ ଏବେ ପ୍ରତ୍ୟକ୍ଷତାର ଯୋଜନା ହେଲା - ବାସ୍ତବିକ
ଜୀବନ । ଅନ୍ୟ ସବୁ କାର୍ଯ୍ୟକ୍ରମ କରୁଛ, କର । ଏହା ତ ନିଜକୁ ବ୍ୟସ୍ତ ରଖିବା ପାଇଁ ବହୁତ ଭଲ
ଉପାୟ କିନ୍ତୁ ପ୍ରତ୍ୟକ୍ଷତା ହେବ ତୁମମାନଙ୍କର ଚାଲିଚଳନ ଏବଂ ଚେହେରା ଦ୍ୱାରା । ଆଉ କୌଣସି ଜୋନ୍
ରହିଯାଇ ନାହିଁ ତ? ଯୁ.ପି ବାଲା ହାତ ଉଠାଅ । ୟୁ.ପି ବାଲା ଅଳ୍ପ ଅଛନ୍ତି । ଆଚ୍ଛା ୟୁ.ପି କରିବ?
ମହାରାଷ୍ଟ୍ରବାଲା ହାତ ଉଠାଅ । ଲମ୍ବା ହାତ ଉଠାଅ । ଆଚ୍ଛା! ମହାରାଷ୍ଟ୍ର କରିବ ତ? ଅଭିନନ୍ଦନ ।
ରାଜସ୍ଥାନ ହାତ ଉଠାଅ । ଟୀଚରମାନେ ହାତ ହଲାଅ । କର୍ଣ୍ଟାଟକ ବାଲା ହାତ ଉଠାଅ । ଆଚ୍ଛା
କର୍ଣ୍ଟାଟକ କରିବ? ଆନ୍ଧ୍ରପ୍ରଦେଶ ହାତ ଉଠାଅ । ଚାଲ ଠିକ୍ ଅଛି କଥାବାର୍ତ୍ତା ତ ହୋଇଗଲା । ଏବେ
ଡବଲ ବିଦେଶୀ ହାତ ଉଠାଅ । ଜୟନ୍ତୀ କେଉଁଠି ଅଛି? କରିବେ ଡବଲ ବିଦେଶମାନେ? ଏବେ ଦେଖ ସମସ୍ତେ ସଭା
ମଝିରେ କଥା ଦେଉଛ । ସମସ୍ତେ ବହୁତ ଭଲ ସାହସ ଦେଖାଇଛନ୍ତି, ଏଥିପାଇଁ ପଦ୍ମଗୁଣା ଅଭିନନ୍ଦନ ।
ବାହାରେ ମଧ୍ୟ ଶୁଣୁଛନ୍ତି, ନିଜ ନିଜ ଦେଶରେ ମଧ୍ୟ ଶୁଣୁଛନ୍ତି, ସେମାନେ ମଧ୍ୟ ହାତ ଉଠାଉଛନ୍ତି ।
ଏମିତି ବି ଦେଖ ଯେଉଁମାନେ
ସବୁ ଶ୍ରେଷ୍ଠ ଆତ୍ମାମାନେ ଅଛନ୍ତି ସେମାନଙ୍କର ପ୍ରତ୍ୟେକ ବଚନକୁ ସତ୍ ବଚନ କୁହାଯାଏ । କୁହନ୍ତି
ନା ସତ୍ବଚନ ମହାରାଜା ତେବେ ତୁମେମାନେ ତ ମହାରାଜା ଅଟ ନା । ତୁମମାନଙ୍କର ପ୍ରତ୍ୟେକ ବାଣୀ ଯିଏବି
ଶୁଣନ୍ତୁ ସେମାନେ ଦିଲ୍ରେ ଅନୁଭବ କରନ୍ତୁ ଯେ ଏହା ସତ୍ ବଚନ ଅଟେ । ତୁମମାନଙ୍କର ମନ ଭିତର ତ
ବହୁତ କିଛି ଭରି ହୋଇ ରହିଛି, ବାପଦାଦାଙ୍କ ପାଖରେ ତ ମନକୁ ଦେଖିବାର ଟିଭି ମଧ୍ୟ ଅଛି । ଏଠିକାର
ଟି.ଭି. ତ ବାହାରର ଚେହେରାକୁ ଦେଖାଇବ ନା । କିନ୍ତୁ ବାପଦାଦାଙ୍କ ପାଖରେ ପ୍ରତ୍ୟେକଙ୍କର ସବୁ
ସମୟର ମନର ଗତିର ଯନ୍ତ୍ର ଅଛି । ତେଣୁ ମନ ଭିତରେ ବହୁତ କିଛି ଦେଖାଯାଉଛି, ଯେତେବେଳେ ମନର ଟିଭିକୁ
ଦେଖୁଛନ୍ତି ସେତେବେଳେ ବାପଦାଦା ବହୁତ ଖୁସି ହୋଇଯାଉଛନ୍ତି, ବହୁତ ପ୍ରକାରର ସମ୍ପତ୍ତି ଅଛି,
ବହୁତ ଶକ୍ତି ମଧ୍ୟ ଅଛି । କିନ୍ତୁ କର୍ମ କରିବା ସମୟରେ ଯଥା ଶକ୍ତି ହୋଇଯାଉଛି । ଏବେ ସେଗୁଡିକୁ
କର୍ମ ପର୍ଯ୍ୟନ୍ତ ଆଣ, ବାଣୀ ପର୍ଯ୍ୟନ୍ତ ଆଣ, ଚେହେରା ପର୍ଯ୍ୟନ୍ତ ଆଣ, ଚାଲିଚଳନରେ ଦେଖାଅ । ତେବେ
ଯାଇ ସମସ୍ତେ କହିବେ । ତୁମମାନଙ୍କର ଗୋଟିଏ ଗୀତ ଅଛି ନା । ଶକ୍ତିୟାଁ ଆ ଗଇ... । ସମସ୍ତେ
ଶିବଙ୍କର ଶକ୍ତି ଅଟ । ପାଣ୍ଡବମାନେ ମଧ୍ୟ ଶକ୍ତି ଅଟ । ତା’ପରେ ଶକ୍ତିମାନେ ଶିବଙ୍କୁ ପ୍ରତ୍ୟକ୍ଷ
କରିବେ । ଏବେ ଛୋଟ ଛୋଟ ଖେଳ ସବୁ ବନ୍ଦ କର । ଏବେ ନିଜର ବାନପ୍ରସ୍ଥ ସ୍ଥିତିକୁ ପ୍ରକଟ କର । ତେଣୁ
ବାପଦାଦା ସବୁ ପିଲାଙ୍କୁ, ଏହି ସମୟରେ ବାପଦାଦାଙ୍କର ଆଶାକୁ ପୂର୍ଣ୍ଣ କରୁଥିବା ଆଶାର ତାରକା ଉପରେ
ଦେଖୁଛନ୍ତି । ଯଦି କୌଣସି ବି କଥା ଆସୁଛି ତେବେ ଏହି ସ୍ଲୋଗାନକୁ ମନେ ରଖିଥାଅ - ପରିବର୍ତ୍ତନ,
ପରିବର୍ତ୍ତନ, ପରିବର୍ତ୍ତନ ।
ତେବେ ଆଜିର
ବାପଦାଦାଙ୍କର ବାଣୀର ଗୋଟିଏ ଶବ୍ଦକୁ କେବେ ବି ଭୁଲିଯିବ ନାହିଁ, ତାହା କ’ଣ? ପରିବର୍ତ୍ତନ । ମୋତେ
ହିଁ ବଦଳିବାକୁ ହେବ । ଅନ୍ୟମାନଙ୍କୁ ବଦଳାଇ ତା’ପରେ ବଦଳିବାର ନାହିଁ । ପ୍ରଥମେ ମୋତେ ନିଜକୁ
ପରିବର୍ତ୍ତନ କରି ଅନ୍ୟମାନଙ୍କୁ ପରିବର୍ତ୍ତନ କରିବାକୁ ହେବ । ଅନ୍ୟମାନେ ବଦଳିଲେ ଯାଇ ମୁଁ
ବଦଳିବି, ଏମିତି ନୁହେଁ । ମୋତେ ନିମିତ୍ତ ହେବାକୁ ପଡିବ । ମୋତେ ହିଁ ଅର୍ଜୁନ ହେବାର ଅଛି, ତେବେ
ଯାଇ ବ୍ରହ୍ମାବାବାଙ୍କ ସମାନ ନମ୍ବରୱାନ ପଦ ମିଳିବ । (ପଛବାଲା ହାତ ଉଠାଅ) ପଛବାଲାଙ୍କୁ ବାପଦାଦା
ପ୍ରଥମ ନମ୍ବର ୟାଦପ୍ୟାର ଦେଉଛନ୍ତି । ଆଚ୍ଛା!
ଚାରିଆଡର
ବହୁତ-ବହୁତ-ବହୁତ ଭାଗ୍ୟବାନ ଆତ୍ମାମାନଙ୍କୁ, ସାରା ବିଶ୍ୱ ଭିତରେ କୋଟିକ ଭିତରେ କେହି, କେହିଙ୍କ
ଭିତରେ ମଧ୍ୟ କେହି ବିଶେଷ ଆତ୍ମାମାନଙ୍କୁ, ସର୍ବଦା ନିଜର ଚାଲିଚଳନ ଏବଂ ଚେହେରା ଦ୍ୱାରା
ବାପଦାଦାଙ୍କୁ ପ୍ରତ୍ୟକ୍ଷ କରୁଥିବା ବିଶେଷ ପିଲାମାନଙ୍କୁ, ସର୍ବଦା ସହଯୋଗ ଏବଂ ସ୍ନେହର ବନ୍ଧନ
ଭିତରେ ରହୁଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ବ୍ରହ୍ମାବାବାଙ୍କ ସମାନ ପ୍ରତ୍ୟେକ କର୍ମରେ
ଅଲୌକିକ କର୍ମ କରୁଥିବା ଅଲୌକିକ ଆତ୍ମାମାନଙ୍କୁ, ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ନମସ୍ତେ ।
ବର୍ଗୀକରଣର ସେବା ପ୍ରତି
ବାପଦାଦାଙ୍କର ଶୁଭ ପ୍ରେରଣା:- ବର୍ଗୀକରଣର ସେବାରେ ବହୁତ ଭଲ ଫଳାଫଳ ଦେଖିବାକୁ ମିଳୁଛି, କାହିଁକି
ନା ପ୍ରତ୍ୟେକ ବର୍ଗ ମେହନତ ମଧ୍ୟ କରୁଛନ୍ତି ଏବଂ ସମ୍ପର୍କକୁ ମଧ୍ୟ ବଢାଇ ଚାଲିଛନ୍ତି । କିନ୍ତୁ
ବାପଦାଦା ଚାହୁଁଛନ୍ତି ଯେପରି ମେଡିକାଲ ୱିଙ୍ଗ୍ ବାଲା ମେଡିଟେସନ୍ ଦ୍ୱାରା ବାସ୍ତବିକ ରୂପରେ
ହାର୍ଟ ରୋଗକୁ ଭଲ କରି ଦେଖାଇଲେ । ପ୍ରମାଣିତ କରିଦେଲେ ଯେ ମେଡିଟେସନ୍ ଦ୍ୱାରା ଅର୍ଥାତ୍ ଯୋଗ
ଦ୍ୱାରା ହାର୍ଟର ରୋଗ ମଧ୍ୟ ଭଲ ହୋଇପାରିବ ଏବଂ ପ୍ରମାଣ ମଧ୍ୟ ଦେଇଛନ୍ତି । ଦେଇଛନ୍ତି ନା ପ୍ରମାଣ!
ତୁମେମାନେ ତ ଶୁଣିଛ ନା! ସେହିଭଳି ଦୁନିଆର ଲୋକମାନେ ମଧ୍ୟ ପ୍ରତ୍ୟକ୍ଷ ପ୍ରମାଣ ଚାହୁଁଛନ୍ତି ।
ତେଣୁ ସବୁ ବର୍ଗମାନଙ୍କୁ ଏହିଭଳି କାର୍ଯ୍ୟକ୍ରମ ତ କରିବାକୁ ହିଁ ପଡିବ । କରୁଛ ତ ନିଶ୍ଚିତ
କିନ୍ତୁ ଏଭଳି କୌଣସି ଯୋଜନା କର ଯାହାଦ୍ୱାରା ସମସ୍ତଙ୍କୁ ବାସ୍ତବିକ ପ୍ରମାଣ ମିଳିଯିବ । ଏହା ସବୁ
ୱିଂଗ୍ ପାଇଁ ବାପଦାଦା କହୁଛନ୍ତି । ଏହା ସରକାରଙ୍କ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚୁଛି ନା! ଏହା
ବ୍ୟତୀତ ସବୁଆଡେ ସମାଚାର ମଧ୍ୟ ଖେଳିଯାଉଛି ଯେ ମେଡିଟେସନ୍ ଦ୍ୱାରା ମଧ୍ୟ ହୋଇପାରିବ । ଏବେ ଏହାକୁ
ଆହୁରି ବଢାଇବାକୁ ହେବ ।
ଏବେ ଏଭଳି କିଛି
ବାସ୍ତବିକ ପ୍ରମାଣ ଦିଅ ଯାହା ଦ୍ୱାରା ଏହି କଥା ଚାରିଆଡେ ଖେଳିଯିବ ଯେ ମେଡିଟେଶନ ଦ୍ୱାରା ସବୁ
କିଛି ସମ୍ଭବ ହୋଇପାରିବ ଯାହାଦ୍ୱାରା ସମସ୍ତଙ୍କର ଧ୍ୟାନ ମେଡିଟେସନ୍ ଆଡକୁ ଯିବ, ଆଧ୍ୟାତ୍ମିକତା
ଆଡକୁ ଯିବ । ବୁଝିପାରିଲ । ଆଚ୍ଛା!
ବରଦାନ:-
ଶାନ୍ତିର ଶକ୍ତି
ଦ୍ୱାରା ସାରା ବିଶ୍ୱରେ ପ୍ରତ୍ୟକ୍ଷତାର ନାଗରା ବଜାଉଥିବା ଶାନ୍ତି ସ୍ୱରୂପ ଆତ୍ମା ହୁଅ ।
ଗାୟନ ମଧ୍ୟ ଅଛି
“ସାଇନ୍ସ ଉପରେ ସାଇଲେନ୍ସର ବିଜୟ ଅର୍ଥାତ୍ ବିଜ୍ଞାନ ଉପରେ ଶାନ୍ତିର ବିଜୟ” ନୁହେଁ କି ବାଣୀର
ବିଜୟ । ଯେତେ ଯେତେ ସମୟ ଏବଂ ସମ୍ପୂର୍ଣ୍ଣତା ପାଖେଇ ଆସୁଥିବ ସେତିକି ଆପେ ଆପେ ଅଧିକ
କଥାବାର୍ତ୍ତା କରିବାରେ ବୈରାଗ୍ୟ ଆସିବ । ଯେପରି ଏବେ ନ ଚାହିଁଲେ ମଧ୍ୟ ପୁରୁଣା ଅଭ୍ୟାସ ତୁମକୁ
ବାଣୀକୁ ନେଇ ଆସୁଛି ସେହିପରି ତୁମେ ନ ଚାହିଁଲେ ମଧ୍ୟ ବାଣୀଠାରୁ ଉର୍ଦ୍ଧ୍ୱକୁ ଚାଲିଯିବ । ପୁଣି
ଆବଶକ୍ୟତାକୁ ଦେଖି କଥା କହିବ । ଯେତେବେଳେ ଏହିଭଳି ପରିବର୍ତ୍ତନ ଦେଖାଯିବ ସେତେବେଳେ ଜାଣିନିଅ
ଯେ ବିଜୟ ନାଗରା ବାଜିବାକୁ ଯାଉଛି । ଏଥିପାଇଁ ଯେତେ ସମୟ ମିଳୁଛି ଶାନ୍ତି ସ୍ୱରପ ସ୍ଥିତିରେ
ରହିବାର ଅଭ୍ୟାସୀ ହୁଅ ।
ସ୍ଲୋଗାନ:-
ଜୀରୋ ଅର୍ଥାତ୍
ବିନ୍ଦୁ ରୂପୀ ବାବାଙ୍କ ସାଥୀରେ ରହୁଥିବା ଆତ୍ମାମାନେ ହିଁ ହୀରୋ ପାର୍ଟଧାରୀ ଅଟନ୍ତି ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର (୨୬) ବର୍ତ୍ତମାନ ସମୟରେ ବିଶ୍ୱ
କଲ୍ୟାଣ କରିବାର ସହଜ ସାଧନ ହେଲା ନିଜର ଶ୍ରେଷ୍ଠ ସଂକଳ୍ପର ଏକାଗ୍ରତା ଦ୍ୱାରା, ସର୍ବ ଆତ୍ମାଙ୍କର
ଭଟକୁଥିବା ବୁଦ୍ଧିକୁ ଏକାଗ୍ର କରିବାକୁ ହେବ । ସାରା ବିଶ୍ୱର ସବୁ ଆତ୍ମାମାନେ ବିଶେଷ କରି ଏହି
ଇଚ୍ଛା ରଖିଛନ୍ତି ଯେ ସେମାନଙ୍କର ଭଟକୁଥିବା ବୁଦ୍ଧି ଏକାଗ୍ର ହୋଇଯାଉ ବା ଚଞ୍ଚଳ ମନ ଏକାଗ୍ର
ହୋଇଯାଉ । ତେବେ ବିଶ୍ୱବାସୀଙ୍କର ଏହି ମନୋକାମନା ସେତେବେଳେ ପୂରଣ କରିପାରିବ ଯେତେବେଳେ ଏକାଗ୍ର
ହୋଇ ଶୁଦ୍ଧ ସଂକଳ୍ପର ଶକ୍ତିର ଦାନ ଦେବ ।