26.01.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଅଧାକଳ୍ପ ଯାହାଙ୍କର ଭକ୍ତି କରିଛ ସେହି ପିତା ତୁମକୁ ପାଠ ପଢାଉଛନ୍ତି, ଏହି ପାଠପଢା
ଦ୍ୱାରା ହିଁ ତୁମେ ଦେବୀ-ଦେବତା ହେଉଛ ” ।
ପ୍ରଶ୍ନ:-
ଯୋଗବଳ ରୂପୀ
ଲିଫ୍ଟର କମାଲ ଅର୍ଥାତ୍ ଚମତ୍କାରୀ କ’ଣ?
ଉତ୍ତର:-
ତୁମେ ପିଲାମାନେ ଯୋଗବଳର ଲିଫ୍ଟ ଦ୍ୱାରା ଗୋଟିଏ ସେକେଣ୍ଡରେ ଉପରକୁ ଚଢିଯାଉଛ ଅର୍ଥାତ୍ ଗୋଟିଏ
ସେକେଣ୍ଡରେ ହିଁ ଜୀବନମୁକ୍ତିର ସମ୍ପତ୍ତି ମିଳିଯାଉଛି । ତୁମେମାନେ ଜାଣିଛ ୮୪ ଜନ୍ମର ସିଢିରେ
ଖସିବା ପାଇଁ ତୁମକୁ ୫ ହଜାର ବର୍ଷ ଲାଗିଛି କିନ୍ତୁ ଚଢିବା ପାଇଁ ମାତ୍ର ଗୋଟିଏ ସେକେଣ୍ଡ ହିଁ
ଲାଗୁଛି, ଏହା ହିଁ ହେଉଛି ଯୋଗବଳର କମାଲ । ବାବାଙ୍କୁ ମନେ ପକାଇବା ଦ୍ୱାରା ସବୁ ପାପ କଟିଯାଉଛି
। ଆତ୍ମା ସତ୍ତ୍ୱପ୍ରଧାନ ହୋଇଯାଉଛି ।
ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଆତ୍ମିକ ପିତାଙ୍କର ମହିମା ତ ପିଲାମାନଙ୍କୁ
ଶୁଣାଇ ଦିଆଯାଇଛି । ସେ ଜ୍ଞାନର ସାଗର, ସତ୍-ଚିତ୍-ଆନନ୍ଦ ସ୍ୱରୂପ ଅଟନ୍ତି । ଶାନ୍ତିର ସାଗର
ଅଟନ୍ତି । ତାଙ୍କୁ ସମସ୍ତ ଅବିନାଶୀ ଉପାଧି ଗୁଡିକ ଦିଆଯାଇଛି । ତେବେ ବାବା ହେଲେ ଜ୍ଞାନର ସାଗର
ଏବଂ ବର୍ତ୍ତମାନ ଦୁନିଆରେ ଯେତେ ବି ମନୁଷ୍ୟମାତ୍ର ଅଛନ୍ତି ସମସ୍ତେ ଭକ୍ତିର ସାଗର ଅଟନ୍ତି ।
ଭକ୍ତିମାର୍ଗରେ ଯିଏ ପ୍ରଗାଢ ଭକ୍ତି କରିଥା’ନ୍ତି ତାଙ୍କୁ ସମ୍ମାନ ମିଳିଥାଏ । ବର୍ତ୍ତମାନ
କଳିଯୁଗରେ ଭକ୍ତି ଅଥବା ଦୁଃଖ ହିଁ ରହିଛି । ସତ୍ୟଯୁଗରେ ଥାଏ ଜ୍ଞାନର ସୁଖ । ଏପରି ନୁହେଁ ଯେ
ସେଠାରେ ଜ୍ଞାନ ରହିବ । ଏହି ସବୁ ମହିମା କେବଳ ଏକ ବାବାଙ୍କର ହିଁ ଅଟେ । ପିଲାମାନଙ୍କର ମହିମା
ମଧ୍ୟ ରହିଛି କାହିଁକି ନା ବାବା ପିଲାମାନଙ୍କୁ ପଢାଉଛନ୍ତି ଅଥବା ଯାତ୍ରା ଶିଖାଉଛନ୍ତି । ବାବା
ବୁଝାଉଛନ୍ତି ଦୁନିଆରେ ଦୁଇଟି ଯାତ୍ରା ରହିଛି । ଗୋଟିଏ ହେଲା ଭକ୍ତମାନେ ତୀର୍ଥଯାତ୍ରା କରିଥାନ୍ତି,
ଚାରିଆଡେ ପରିକ୍ରମା ଲଗାଇଥା’ନ୍ତି । ତେଣୁ ଯେତେ ସମୟ ପରିକ୍ରମା ଲଗାଇଥା’ନ୍ତି ସେତିକି ସମୟ
ବିକାରଗ୍ରସ୍ତ ହୋଇ ନ ଥା’ନ୍ତି । ମଦ ଇତ୍ୟାଦି ଅଶୁଦ୍ଧ ଭୋଜନ ସ୍ୱୀକାର କରି ନ ଥା’ନ୍ତି । କେବେ
ବ୍ରଦୀନାଥରେ, କେବେ କାଶୀ ପରିକ୍ରମା ଲଗାଇଥା’ନ୍ତି । ଭଗବାନଙ୍କର ଭକ୍ତି କରିଥା’ନ୍ତି । ତେବେ
ଭଗବାନ ତ ଜଣେ ହେବା ଦରକାର ନା । ତେଣୁ ସବୁଆଡେ ପରିକ୍ରମା ଲଗାଇବାର ଆବଶ୍ୟକତା ତ ନାହିଁ ।
ଶିବବାବାଙ୍କର ତୀର୍ଥରେ ମଧ୍ୟ ଚକ୍ର ଲଗାଇ ଥା’ନ୍ତି । ସବୁଠାରୁ ବଡ ତୀର୍ଥ ବନାରସକୁ କହୁଛନ୍ତି
ଯାହାକୁ ଶିବଙ୍କର ପୁରୀ ବା ନିବାସସ୍ଥାନ ବୋଲି କହୁଛନ୍ତି । ଚାରିଆଡେ ଯାଇଥାନ୍ତି କିନ୍ତୁ
ଯାହାଙ୍କର ଦର୍ଶନ କରିବାକୁ ଯାଇଥାନ୍ତି ଅଥବା ଯାହାଙ୍କର ଭକ୍ତି କରିଥାନ୍ତି, ତାଙ୍କ ଜୀବନକାହାଣୀ
ଏବଂ କର୍ତ୍ତବ୍ୟ ବିଷୟରେ କିଛି ଜଣାନାହିଁ ସେଥିପାଇଁ ତାକୁ କୁହାଯାଏ ଅନ୍ଧଶ୍ରଦ୍ଧା । କାହାର ପୂଜା
କରିବା, ତାଙ୍କ ଚରଣରେ ମୁଣ୍ଡ ନୁଆଁଇବା କିନ୍ତୁ ତାଙ୍କର ଜୀବନ କାହାଣୀକୁ ନ ଜାଣିବା, ତାକୁ
କୁହାଯାଏ ଅନ୍ଧବିଶ୍ୱାସ । ଘରେ ମଧ୍ୟ ପର୍ବପର୍ବାଣୀ ପାଳନ କରିଥାନ୍ତି, ଦେବୀମାନଙ୍କର କେତେ ପୂଜା
କରିଥାନ୍ତି, ମାଟିର ବା ପଥରର ଦେବୀ ମୂର୍ତ୍ତି ତିଆରି କରି ତାକୁ ବହୁତ ସଜାଇଥାନ୍ତି । ଧରିନିଅ
ଲକ୍ଷ୍ମୀଙ୍କର ମୂର୍ତ୍ତି ତିଆରି କରୁଛନ୍ତି, ତାଙ୍କୁ ପଚାର ଏହାଙ୍କର ଜୀବନକାହାଣୀ କୁହ, ତେବେ
କହିବେ ସତ୍ୟଯୁଗର ମହାରାଣୀ ଥିଲେ । ତ୍ରେତାଯୁଗରେ ମହାରାଣୀ ସୀତା ଥିଲେ । ବାକି ଏମାନେ କେତେ
ସମୟ ରାଜ୍ୟ କରିଛନ୍ତି, ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ କେବେଠାରୁ କେବେ ପର୍ଯ୍ୟନ୍ତ ଚାଲିଲା ଏକଥା
କେହି ବି ଜାଣିନାହାଁନ୍ତି । ମନୁଷ୍ୟ ଭକ୍ତିମାର୍ଗରେ ଯାତ୍ରା କରିବାକୁ ଯାଇଥାନ୍ତି, ଏହିସବୁ ହେଲା
ଭଗବାନଙ୍କ ସହିତ ମିଶିବାର ଉପାୟ । ଶାସ୍ତ୍ର ପଢିବା ମଧ୍ୟ ଭଗବାନଙ୍କ ସହିତ ମିଶିବାର ଉପାୟ ଅଟେ ।
କିନ୍ତୁ ଭଗବାନ ଅଛନ୍ତି କେଉଁଠି? କହିବେ ସେ ତ ସର୍ବବ୍ୟାପୀ ଅଟନ୍ତି । ଏବେ ତୁମେମାନେ ଜାଣୁଛ
ପାଠପଢା ଦ୍ୱାରା ଆମେ ଲକ୍ଷ୍ମୀ-ନାରାୟଣଙ୍କ ଭଳି ଦେବୀ-ଦେବତା ହେଉଛୁ । ବାବା ନିଜେ ଆସି
ପଢାଉଛନ୍ତି, ଯାହାଙ୍କ ସହିତ ମିଶିବା ପାଇଁ ଅଧାକଳ୍ପ ଭକ୍ତି କରିବାକୁ ପଡୁଛି । କହୁଛନ୍ତି ବାବା
ଆମକୁ ପବିତ୍ର କର ଏବଂ ନିଜର ପରିଚୟ ମଧ୍ୟ ଦିଅ ଯେ ଆପଣ କିଏ? ବାବା ବୁଝାଇଛନ୍ତି ଯେ ତୁମେ ଆତ୍ମା
ବିନ୍ଦୁ ଅଟ, ଆତ୍ମାକୁ ହିଁ ଏଠାରେ ଶରୀର ମିଳିଛି, ସେଥିପାଇଁ ଏଠାରେ କର୍ମ କରୁଛି ।
ଦେବତାମାନଙ୍କ ପାଇଁ କହିବେ ଯେ ଏମାନେ ତ ସତ୍ୟଯୁଗରେ ରାଜ୍ୟ କରି ଯାଇଛନ୍ତି । ଖ୍ରୀଷ୍ଟୀୟାନମାନେ
ଭାବୁଛନ୍ତି ନିଶ୍ଚିତ ଭାବରେ ଗଡ ଫାଦର ହିଁ ପାରାଡାଇଜ୍ ସ୍ଥାପନ କରିଥିଲେ । ଆମେ ସେଠାରେ ନ ଥିଲୁ
। ଭାରତରେ ପାରାଡାଇଜ୍ ଅର୍ଥାତ୍ ସ୍ୱର୍ଗ ଥିଲା, ତଥାପି ସେମାନଙ୍କର ବୁଦ୍ଧି ଟିକିଏ ଭଲ ଅଛି ।
ଭାରତବାସୀ ସତ୍ୱପ୍ରଧାନ ବି ହେଉଛନ୍ତି ଏବଂ ତମୋପ୍ରଧାନ ମଧ୍ୟ ହେଉଛନ୍ତି । ଅନ୍ୟ
ଧର୍ମାବଲମ୍ବୀମାନେ ଏତେ ସୁଖ ଭୋଗ କରୁନାହାଁନ୍ତି ତେଣୁ ଏତେ ଦୁଃଖ ମଧ୍ୟ ଭୋଗ କରୁନାହାଁନ୍ତି ।
ବର୍ତ୍ତମାନ ଶେଷ ସମୟରେ ଖ୍ରୀଷ୍ଟିୟାନମାନେ କେତେ ସୁଖୀ ଅଛନ୍ତି । ପ୍ରଥମେ ତ ସେମାନେ ଗରିବ ଥିଲେ
। ପଇସା ତ ପରିଶ୍ରମ କରି ରୋଜଗାର କରାଯାଏ ନା । ପ୍ରଥମେ କେବଳ ଖ୍ରୀଷ୍ଟ ହିଁ ଆସିଲେ ତାପରେ
ତାଙ୍କର ଧର୍ମ ସ୍ଥାପନ ହେଲା । ବୃଦ୍ଧି ହୋଇ ଚାଲିଲା । ଜଣକରୁ ଦୁଇଜଣ, ଦୁଇଜଣରୁ ପୁଣି ଚାରିଜଣ
ଏହିଭଳି ବୃଦ୍ଧି ହୋଇଥାଏ । ଏବେ ଦେଖ ଖ୍ରୀଷ୍ଟିୟାନ୍ ମାନଙ୍କର ବଂଶ କେତେ ବୃଦ୍ଧି ହୋଇଗଲାଣି ।
ମୂଳଦୁଆ ହେଲା ଦେବୀ ଦେବତା କୁଳ । ତାହା ପୁଣି ବର୍ତ୍ତମାନ ଏହିଠାରେ ସ୍ଥାପନ ହେଉଛି । ପ୍ରଥମେ
ଜଣେ ବ୍ରହ୍ମା ଥାନ୍ତି ପୁଣି ବ୍ରହ୍ମାଙ୍କର ମୁଖବଂଶୀ ସନ୍ତାନ ବ୍ରାହ୍ମଣମାନଙ୍କର ବୃଦ୍ଧି ହୋଇଥାଏ
। ବାବା ପାଠ ପଢାଉଛନ୍ତି, ତେଣୁ ଅନେକ ବ୍ରାହ୍ମଣ ହୋଇଯାଉଛନ୍ତି । ପ୍ରଥମେ ତ ବ୍ରହ୍ମା ଜଣେ ଥିଲେ
ନା । ଜଣଙ୍କଠାରୁ କେତେ ବୃଦ୍ଧି ହେଲାଣି ଏବଂ ଆହୁରି କେତେ ବୃଦ୍ଧି ହେବାକୁ ଅଛି । ଯେତିକି
ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ଦେବୀ ଦେବତାମାନେ ଥିଲେ ସେତିକି ପୁଣି ହେବେ । ପ୍ରଥମେ ହେଲେ ଜଣେ
ପିତା । ବାବାଙ୍କର ଆମେ କେତେ ଆତ୍ମା ରୂପୀ ସନ୍ତାନ ଅଟୁ? ଆମ ସମସ୍ତ ଆତ୍ମାଙ୍କର ଅନାଦି ପିତା ଜଣେ
ଅଟନ୍ତି । ପୁଣି ସୃଷ୍ଟିର ଚକ୍ର ଘୂରି ଚାଲିଛି । ସବୁ ମନୁଷ୍ୟ ତ ସଦାକାଳ ପାଇଁ ରହୁନାହାଁନ୍ତି
ନା । ଆତ୍ମାମାନଙ୍କୁ ଭିନ୍ନ ଭିନ୍ନ ଅଭିନୟ କରିବାକୁ ପଡିଥାଏ । ଏହି ବୃକ୍ଷର ପ୍ରଥମ-ପ୍ରଥମ
କାଣ୍ଡ ହେଲା ଦେବୀ ଦେବତା ଧର୍ମ । ପୁଣି ସେଥିରୁ ଅନ୍ୟ ଧର୍ମର ଶାଖା ବାହାରିଥାଏ । ବାବା ଆସି
ପିଲାମାନଙ୍କୁ ବୁଝାଉଛନ୍ତି - ପିଲାମାନେ, ମୁଁ ଆସି କ’ଣ କରୁଛି? ଆତ୍ମାରେ ହିଁ ଜ୍ଞାନର ଧାରଣା
ହୋଇଥାଏ । ବାବା ଆସି ଶୁଣାଉଛନ୍ତି, ଯେ ମୁଁ କିପରି ଆସିଲି? ତୁମେ ସବୁ ପିଲାମାନେ ପତିତ ହୋଇଯାଇଛ,
ତେଣୁ ବାବାଙ୍କୁ ସ୍ମରଣ କରୁଛ । ସତ୍ୟଯୁଗ-ତ୍ରେତା ଯୁଗରେ ତୁମେମାନେ ସୁଖୀ ଥିଲ, ତେଣୁ ସ୍ମରଣ କରୁ
ନ ଥିଲ । ଦ୍ୱାପର ଯୁଗ ପରେ ଯେତେବେଳେ ଦୁଃଖ ଅଧିକ ହେଲା ସେତେବେଳେ ଡାକିଲ - ହେ ପରମପିତା
ପରମାତ୍ମା । ଏ ଡାକ ଶୁଣି ଶିବବାବା କହିଲେ - ହଁ ପିଲାମାନେ ଶୁଣିଲି । କ’ଣ ଚାହୁଁଛ? ବାବା ଆସି
ପତିତମାନଙ୍କୁ ପବିତ୍ର କର । ବାବା ଆମେ ବହୁତ ଦୁଃଖୀ ପତିତ ଅଟୁ । ଆମକୁ ଆସି ପବିତ୍ର କର । କୃପା
କର, ଆଶୀର୍ବାଦ କର । ତୁମେ ମୋତେ ଡାକିଛ - ବାବା ଏଠାକୁ ଆସି ପତିତମାନଙ୍କୁ ପବିତ୍ର କର ।
ପବିତ୍ର ସତ୍ୟଯୁଗକୁ କୁହାଯାଏ । ଏ କଥା ମଧ୍ୟ ବାବା ନିଜେ ଆସି ବୁଝାଉଛନ୍ତି । ଡ୍ରାମାର ପ୍ଳାନ
ଅନୁସାରେ ଯେବେ ସଂଗମଯୁଗ ହୁଏ, ସୃଷ୍ଟି ପୁରୁଣା ହୋଇଯାଏ, ତେବେ ମୁଁ ଆସେ ।
ତୁମେ ଜାଣୁଛ ସନ୍ନ୍ୟାସୀ ମଧ୍ୟ ଦୁଇ ପ୍ରକାରର ଅଛନ୍ତି । ସେମାନେ ହେଲେ ହଠଯୋଗୀ, ତାଙ୍କୁ ରାଜଯୋଗୀ
କୁହାଯିବ ନାହିଁ । ସେମାନଙ୍କର ହେଲା ହଦର ସନ୍ନ୍ୟାସ । ଘରଦ୍ୱାର ଛାଡି ଜଙ୍ଗଲରେ ଯାଇ ରହିଥାନ୍ତି
। ଗୁରୁମାନଙ୍କର ଅନୁଗାମୀ ହୋଇଥାନ୍ତି । ଗୋପିଚାନ୍ଦ ରାଜାଙ୍କର ମଧ୍ୟ ଗୋଟିଏ କାହାଣୀ
ଶୁଣାଇଥା’ନ୍ତି । ସିଏ କହିଲେ ତୁମେ ଘରଦ୍ୱାର କାହିଁକି ଛାଡିଲ? କେଉଁଠାକୁ ଯାଉଛ? ଶାସ୍ତ୍ରରେ
ବହୁତ କିଛି କାହାଣୀ ଅଛି । ଏବେ ତୁମେ ବି.କେ. ମାନେ ରାଜାମାନଙ୍କୁ ମଧ୍ୟ ଯାଇ ଜ୍ଞାନ ଶିଖାଉଛ ।
ଗୋଟିଏ ଅଷ୍ଟବକ୍ର ଗୀତା ମଧ୍ୟ ରହିଛି, ଯେଉଁଥିରେ ଲେଖାଯାଇଛି ରାଜାଙ୍କୁ ବୈରାଗ୍ୟ ଆସିଲା, କହିଲେ
ମୋତେ କେହି ପରମାତ୍ମାଙ୍କ ସାକ୍ଷାତ୍କାର କରାଇଦିଅ । ରାଜ୍ୟରେ ଡେଙ୍ଗୁରା ପିଟାଇଲେ । ତାହା ଏହି
ସମୟର କଥା ଅଟେ । ତୁମେ ମଧ୍ୟ ବାବାଙ୍କ ସହିତ ମିଳନ କରାଇବା ପାଇଁ ରାଜାମାନଙ୍କୁ ଜ୍ଞାନ ଦେଉଛ ନା
। ଯେପରି ତୁମେ ମିଶିଛ, ସେହିପରି ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କ ସହ ମିଶାଇବା ପାଇଁ ଚେଷ୍ଟା କରୁଛ
। ତୁମେ କହୁଛ ଆମେ ତୁମକୁ ସ୍ୱର୍ଗର ମାଲିକ କରିଦେବୁ, ମୁକ୍ତି-ଜୀବନମୁକ୍ତି ଦେବୁ । ପୁଣି ତାଙ୍କୁ
କୁହ ଶିବବାବାଙ୍କୁ ମନେ ପକାଅ, ଅନ୍ୟ କାହାକୁ ନୁହେଁ । ତୁମ ପାଖରେ ମଧ୍ୟ ଆରମ୍ଭ ସମୟରେ ଜଣେ
ଅନ୍ୟଜଣଙ୍କୁ ଦେଖି ବସି-ବସି ଧ୍ୟାନରେ ଚାଲିଯାଉଥିଲେ ନା । ବଡ ଆଶ୍ଚର୍ଯ୍ୟ ଲାଗୁଥିଲା । ବାବା
ଏହାଙ୍କ ଭିତରେ ଥିଲେ ନା, ତେଣୁ ସେ ଚମତ୍କାର କରାଉଥିଲେ । ସମସ୍ତଙ୍କର ମନ-ବୁଦ୍ଧିର ରସୀକୁ ଟାଣି
ନେଉଥିଲେ । ବାପଦାଦା ଏକାଠି ଥିଲେ ନା । କବରସ୍ତାନ ତିଆରି କରୁଥିଲା । ସମସ୍ତେ ବାବାଙ୍କ
ସ୍ମୃତିରେ ଶୋଇଯାଅ । ସମସ୍ତେ ଧ୍ୟାନରେ ଚାଲିଯାଉଥିଲେ । ଏହା ସବୁ ଶିବବାବାଙ୍କର ଚତୁରତା ଥିଲା ।
ଏହାକୁ ପୁଣି କେହି କେହି ଯାଦୁ ବୋଲି କହିଲେ । ଏ ସବୁ ଶିବବାବାଙ୍କର ଖେଳ ଥିଲା । ବାବା ଯାଦୁକର,
ସୌଦାଗର, ରତ୍ନାଗର ଅଟନ୍ତି ନା । ଧୋବା ମଧ୍ୟ ଅଟନ୍ତି, ବଣିଆ ମଧ୍ୟ ଅଟନ୍ତି, ଓକିଲ ମଧ୍ୟ ଅଟନ୍ତି
। ସମସ୍ତଙ୍କୁ ରାବଣର ଜେଲରୁ ମୁକ୍ତ କରନ୍ତି । ତାଙ୍କୁ ହିଁ ସମସ୍ତେ ଡାକିଥା’ନ୍ତି - ହେ
ପତିତପାବନ, ହେ ଦୂରଦେଶରେ ରହିଲାବାଲା... ଆମକୁ ଆସି ପବିତ୍ର କର । ପତିତ ଦୁନିଆ ପତିତ ଶରୀରରେ
ଆସି ଆମକୁ ପବିତ୍ର କର । ଏବେ ତୁମେ ତାହାର ଅର୍ଥକୁ ବୁଝୁଛ । ବାବା ଆସି ଶୁଣାଉଛନ୍ତି ଯେ ତୁମେ
ପିଲାମାନେ ରାବଣର ଦେଶକୁ ମୋତେ ଡାକିଛ, ମୁଁ ତ ପରମଧାମରେ ବସିଥିଲି । ସ୍ୱର୍ଗ ସ୍ଥାପନ କରିବା
ପାଇଁ ମୋତେ ନର୍କ ରାବଣ ରାଜ୍ୟକୁ ଡାକିଲ ଯେ ଏବେ ଆମକୁ ସୁଖଧାମକୁ ନେଇଚାଲ । ଏବେ ମୁଁ
ତୁମମାନଙ୍କୁ ନେଇ ଯାଉଛି ନା । ତେବେ ଏହା ହେଲା ଡ୍ରାମା । ମୁଁ ତୁମକୁ ଯେଉଁ ରାଜ୍ୟ ଦେଇଥିଲି
ତାହା ଭୋଗ କରିସାରିବା ପରେ ପୁଣି ଦ୍ୱାପରଯୁଗରୁ ରାବଣର ରାଜ୍ୟ ଚାଲିଲା । ତୁମେ ୫ ବିକାରର ଅଧିନ
ହେଲ, ତା’ର ଚିତ୍ର ମଧ୍ୟ ଜଗନ୍ନାଥପୁରୀରେ ରହିଛି । ପ୍ରଥମ ନମ୍ବରରେ ଯିଏ ଥିଲେ ସେ ପୁଣି ୮୪
ଜନ୍ମ ନେଇ ଏବେ ଶେଷ ଜନ୍ମରେ ଅଛନ୍ତି ପୁଣି ତାଙ୍କୁ ହିଁ ପ୍ରଥମ ନମ୍ବରରେ ଯିବାକୁ ହେବ । ଏହି
ବ୍ରହ୍ମା ବି ଅଛନ୍ତି, ବିଷ୍ଣୁ ବି ଅଛନ୍ତି । ଏମାନଙ୍କର ପରସ୍ପର ମଧ୍ୟରେ କ’ଣ ସମ୍ବନ୍ଧ ରହିଛି?
ଦୁନିଆରେ କେହି ଜାଣିନାହାଁନ୍ତି । ବ୍ରହ୍ମା-ସରସ୍ୱତୀ ମଧ୍ୟ ପ୍ରକୃତରେ ସତ୍ୟଯୁଗର ମାଲିକ
ଲକ୍ଷ୍ମୀ-ନାରାୟଣ ଥିଲେ । ଏବେ ନର୍କର ମାଲିକ ଅଟନ୍ତି । ଏବେ ଏମାନେ ତପସ୍ୟା କରୁଛନ୍ତି - ଏହି
ଲକ୍ଷ୍ମୀ-ନାରାୟଣ ହେବା ପାଇଁ । ଦିଲୱାଡା ମନ୍ଦିରରେ ସମ୍ପୂର୍ଣ୍ଣ ସ୍ମାରକୀ ରହିଛି । ବାବା ମଧ୍ୟ
ଏହିଠାକୁ ହିଁ ଆସିଛନ୍ତି ସେଥିପାଇଁ ଏବେ ଲେଖାଯାଉଛି ଆବୁ ସବୁ ତୀର୍ଥମାନଙ୍କ ମଧ୍ୟରେ ମୁଖ୍ୟ
ତୀର୍ଥ ଅଟେ କାରଣ ଏଠାକୁ ହିଁ ବାବା ଆସି ସର୍ବ ଧର୍ମର ସଦ୍ଗତି କରୁଛନ୍ତି । ତୁମେ ଶାନ୍ତିଧାମ
ଦେଇ ପୁଣି ସ୍ୱର୍ଗକୁ ଯାଉଛ । ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯା’ନ୍ତି । ତାହା ହେଲା ଜଡ
ସ୍ମୃତି ଚିହ୍ନ, ଏଠାରେ ହେଲା ଚୈତନ୍ୟ । ଯେତେବେଳେ ତୁମେ ଚୈତନ୍ୟରେ ସେହିଭଳି ହୋଇଯିବ, ସେତେବେଳେ
ଏହି ମନ୍ଦିର ଇତ୍ୟାଦି ସବୁ ନଷ୍ଟ ହୋଇଯିବ । ପୁନର୍ବାର ଭକ୍ତିମାର୍ଗରେ ଏହିଭଳି ସ୍ମୃତି ଚିହ୍ନ
ତିଆରି କରିବ । ଏବେ ତୁମେ ସ୍ୱର୍ଗର ସ୍ଥାପନା କରୁଛ । ମନୁଷ୍ୟମାନେ ଭାବୁଛନ୍ତି - ସ୍ୱର୍ଗ ଉପରେ
ଅଛି । ଏବେ ତୁମେ ଜାଣୁଛ ଏହି ଭାରତ ହିଁ ସ୍ୱର୍ଗ ଥିଲା, ଏବେ ନର୍କ ଅଟେ । ଏହି ଚକ୍ରକୁ ଦେଖିବା
ମାତ୍ରକେ ସାରା ଜ୍ଞାନ ବୁଦ୍ଧିକୁ ଆସିଯାଉଛି । ଦ୍ୱାପରଠାରୁ ଅନ୍ୟ ଅନ୍ୟ ଧର୍ମ ସବୁ ଆସୁଛନ୍ତି
ତେଣୁ ଏବେ ଦେଖ କେତେ ଧର୍ମ ରହିଛି । ଏହା ହେଲା ଲୌହଯୁଗ । ଏବେ ତୁମେ ସଂଗମ ଯୁଗରେ ଅଛ ।
ସତ୍ୟଯୁଗକୁ ଯିବା ପାଇଁ ପୁରୁଷାର୍ଥ କରୁଛ । କଳିଯୁଗରେ ସମସ୍ତେ ପଥର ବୁଦ୍ଧି ଅଟନ୍ତି ।
ସତ୍ୟଯୁଗରେ ପାରସବୁଦ୍ଧି ଥାନ୍ତି । ତୁମେ ହିଁ ପାରସ ବୁଦ୍ଧି ଥିଲ, ତୁମେ ହିଁ ପୁଣି ପଥରବୁଦ୍ଧି
ହେଲ, ପୁଣି ପାରସ ବୁଦ୍ଧି ହେବାକୁ ଯାଉଛ । ଏବେ ବାବା କହୁଛନ୍ତି ତୁମେମାନେ ମୋତେ ଡାକିଛ ତେଣୁ
ମୁଁ ଆସିଛି ଏବଂ ତୁମକୁ କହୁଛି - କାମ ବିକାରକୁ ଜିତିଗଲେ ଜଗତ୍ଜିତ୍ ହୋଇଯିବ । ମୁଖ୍ୟ ଏହି
ବିକାର ହିଁ ଅଟେ । ସତ୍ୟଯୁଗରେ ସମସ୍ତେ ନିର୍ବିକାରୀ ଅଟନ୍ତି, କଳିଯୁଗରେ ବିକାରୀ ଅଟନ୍ତି ।
ବାବା କହୁଛନ୍ତି ପିଲାମାନେ, ଏବେ ନିର୍ବିକାରୀ ହୁଅ । ୬୩ ଜନ୍ମ ବିକାରଗ୍ରସ୍ତ ହୋଇଛ । ଏବେ ଏହି
ଅନ୍ତିମ ଜନ୍ମ ପବିତ୍ର ହୁଅ । ଏବେ ସମସ୍ତଙ୍କୁ ମରିବାକୁ ପଡିବ । ମୁଁ ସ୍ୱର୍ଗ ସ୍ଥାପନା କରିବା
ପାଇଁ ଆସିଛି ତେଣୁ ମୋ ଶ୍ରୀମତକୁ ପାଳନ କର । ମୁଁ ଯାହା କହୁଛି ତାହା ଶୁଣ । ଏବେ ତୁମେ ପଥର
ବୁଦ୍ଧିକୁ ପାରସ ବୁଦ୍ଧି କରିବା ପାଇଁ ପୁରୁଷାର୍ଥ କରୁଛ । ତୁମେ ହିଁ ପୁରା ୮୪ ଜନ୍ମର ସିଡି ତଳକୁ
ଖସୁଛ ପୁଣି ଚଢୁଛ । ତୁମେ ଯେପରି ଜୀନ୍ ଅଟ । ଜୀନ୍ର କାହାଣୀ ରହିଛି ନା - ସିଏ କହିଲା ମୋତେ
କାମ ଦିଅ ତେଣୁ ରାଜା କହିଲେ ଆଚ୍ଛା - ସିଡିରେ ଓହ୍ଲାଅ ପୁଣି ଚଢ । ବହୁତ ମନୁଷ୍ୟ କହିଥାନ୍ତି
ଭଗବାନଙ୍କର କ’ଣ ଦରକାର ଥିଲା ଯାହାକି ସିଡି ଚଢାଉଛନ୍ତି ପୁଣି ଖସାଉଛନ୍ତି । ଭଗବାନଙ୍କୁ କ’ଣ
ସଂକଳ୍ପ ଆସିଲା ଯାହାକି ଏହିଭଳି ସୃଷ୍ଟିର ସିଡି ତିଆରି କଲେ! ବାବା ବୁଝାଉଛନ୍ତି ଏହା ଅନାଦି ଖେଳ
ଅଟେ । ତୁମେମାନେ ୫ ହଜାର ବର୍ଷରେ ୮୪ ଜନ୍ମ ନେଇଛ । ତୁମକୁ ତଳକୁ ଖସିବା ପାଇଁ ୫ ହଜାର ବର୍ଷ
ଲାଗିଛି, ପୁଣି ଗୋଟିଏ ସେକେଣ୍ଡରେ ଉପରକୁ ଯାଉଛ । ଏହା ହେଲା ତୁମର ଯୋଗବଳର ଲିଫ୍ଟ । ବାବା
କହୁଛନ୍ତି ମୋତେ ମନେ ପକାଇଲେ ତୁମର ପାପ କଟିଯିବ । ବାବା ଆସିବା ମାତ୍ରେ ତୁମେ ଗୋଟିଏ ସେକେଣ୍ଡରେ
ଉପରକୁ ଚଢିଯାଉଛ, ପୁଣି ତଳକୁ ଖସିବା ପାଇଁ ୫ ହଜାର ବର୍ଷ ଲାଗୁଛି । କଳା ସବୁ କମି କମି ଯାଉଛି ।
ତୁମକୁ ଚଢିବା ପାଇଁ ତ ଏବେ ଯେମିତି ଲିଫ୍ଟ ମିଳିଯାଇଛି । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ।
ତୁମକୁ ସତ୍ତ୍ୱପ୍ରଧାନ ହେବାର ଅଛି । ପୁଣି ଧୀରେ ଧୀରେ ତମୋପ୍ରଧାନ ହେବ, ଏଥିପାଇଁ ୫ ହଜାର ବର୍ଷ
ଲାଗୁଛି । ଆଚ୍ଛା, ପୁଣି ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବ ଗୋଟିଏ ଜନ୍ମରେ । ଏବେ ମୁଁ ତୁମକୁ
ସ୍ୱର୍ଗର ବାଦଶାହୀ ଦେଉଛି, ତେବେ ତୁମେ ପବିତ୍ର କାହିଁକି ନ ହେବ କିନ୍ତୁ ଏଠାରେ କାମୀ କ୍ରୋଧୀ
ମଧ୍ୟ ଅଛନ୍ତି ନା । ବିକାର ପାଇଁ ସ୍ତ୍ରୀକୁ ମାଡ ମାରିଥା’ନ୍ତି, ବାହାରକୁ ବାହାର କରି ଦେଇଥାନ୍ତି,
ନିଆଁ ଲଗାଇ ଦେଇଥାନ୍ତି । ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି । ଏହା ମଧ୍ୟ ଡ୍ରାମାରେ
ନିଧାର୍ଯ୍ୟ ଅଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବିଶ୍ୱର
ମାଲିକ ହେବା ପାଇଁ ବା ବିଶ୍ୱର ବାଦଶାହୀ ନେବା ପାଇଁ କାମ ବିକାର ଯାହାକି ମୁଖ୍ୟ ବିକାର ଅଟେ,
ତା’ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ସମ୍ପୂର୍ଣ୍ଣ ନିର୍ବିକାରୀ ନିଶ୍ଚିତ ହେବାକୁ ପଡିବ ।
(୨) ଯେପରି ଆମକୁ ବାବା
ମିଳିଯାଇଛନ୍ତି ସେହିଭଳି ସମସ୍ତଙ୍କୁ ବାବାଙ୍କ ସହିତ ମିଶାଇବା ପାଇଁ ଚେଷ୍ଟା କରିବାକୁ ହେବ ।
ସମସ୍ତଙ୍କୁ ବାବାଙ୍କର ପ୍ରକୃତ ପରିଚୟ ଦେବାକୁ ହେବ । ସଚ୍ଚା ସଚ୍ଚା ଯାତ୍ରା ଶିଖାଇବାକୁ ହେବ ।
ବରଦାନ:-
ଗମ ଅର୍ଥାତ୍
ଦୁଃଖର ଦୁନିଆ ସମ୍ମୁଖରେ ଥିଲେ ମଧ୍ୟ ବେଗମପୁରର ବାଦଶାହର ଅନୁଭବ କରୁଥିବା ଅଷ୍ଟଶକ୍ତି ସ୍ୱରୂପ
ଭବ ।
ଗମ୍ ଏବଂ ବେଗମର ଜ୍ଞାନ
ତୁମକୁ ଏବେ ହିଁ ମିଳୁଛି, ତେଣୁ ଦୁଃଖର ଦୁନିଆ ସମ୍ମୁଖରେ ଥିଲେ ମଧ୍ୟ ବେଗମପୁରର ରାଜତ୍ୱର ଅନୁଭବ
କରିବା - ଏହା ହିଁ ହେଉଛି, ଅଷ୍ଟଶକ୍ତି ସ୍ୱରୂପ, କର୍ମେନ୍ଦ୍ରିୟଜୀତ୍ ପିଲାମାନଙ୍କର ଲକ୍ଷଣ । ଏବେ
ହିଁ ତୁମମାନଙ୍କୁ ବାବାଙ୍କ ଦ୍ୱାରା ସର୍ବଶକ୍ତି ଗୁଡିକ ପ୍ରାପ୍ତ ହେଉଛି କିନ୍ତୁ ଯଦି କୌଣସି
ସଙ୍ଗଦୋସରେ ପଡି ବା କୌଣସି କର୍ମେନ୍ଦ୍ରିୟର ବଶୀଭୂତ ହୋଇ ନିଜର ଶକ୍ତିକୁ ହରାଇ ଦେଉଛ, ତେବେ
ବେଗମପୁରର ଯେଉଁ ଖୁସି ବା ନିଶା ତୁମକୁ ମିଳିଛି ତାହା ସ୍ୱତଃ ହିଁ ହଜିଯାଉଛି ଏବଂ ବେଗମପୁରର
ବାଦଶାହ ଅର୍ଥାତ୍ ସୁଖ ଦୁନିଆର ସମ୍ରାଟ ହୋଇ ମଧ୍ୟ ସୁଖର କାଙ୍ଗାଳ ହୋଇଯାଉଛ ।
ସ୍ଲୋଗାନ:-
ଯଦି ଦୃଢତାର
ଶକ୍ତି ସର୍ବଦା ସାଥୀରେ ରହିଥିବ, ତେବେ ସଫଳତା ଗଳାର ହାର ହୋଇଯିବ ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ନିଜର ସଂକଳ୍ପ ଗୁଡିକର
ଝଡ ବା କୌଣସି ବି ସମ୍ବନ୍ଧ ଦ୍ୱାରା, ପ୍ରକୃତି ଦ୍ୱାରା ବା ସମସ୍ୟାଗୁଡିକ ଦ୍ୱାରା ଆସୁଥିବା ଝଡ
ବା ବିଘ୍ନରୁ ମୁକ୍ତି ପାଇବା ପାଇଁ ଯୋଗଯୁକ୍ତ ଏବଂ ଯୁକ୍ତିଯୁକ୍ତ ହୁଅ । ଯେ ପର୍ଯ୍ୟନ୍ତ
ଯୋଗଯୁକ୍ତ ହୋଇ ନାହଁ ସେ ପର୍ଯ୍ୟନ୍ତ ବିଘ୍ନ ସହିତ ଯୁକ୍ତ ହୋଇ ରହିଥିବ ।