26.02.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଏକମାତ୍ର ସୁଖଦାତା ବାବାଙ୍କୁ ମନେ ପକାଅ, ଏହି ସ୍ୱଳ୍ପ ସମୟ ମଧ୍ୟରେ ଯୋଗବଳ ଜମା କର ତେବେ ଶେଷ
ସମୟରେ ବହୁତ କାମରେ ଆସିବ” ।
ପ୍ରଶ୍ନ:-
ବେହଦର ବୈରାଗୀ
ସନ୍ତାନମାନେ, ତୁମର କେଉଁ ସ୍ମୃତି ସର୍ବଦା ରହିବା ଉଚିତ୍?
ଉତ୍ତର:-
ଏହା ଆମର ଛି-ଛି ଅର୍ଥାତ୍ ପତିତ ଶରୀର ଅଟେ, ଏହାକୁ ଛାଡି ଘରକୁ ଫେରିଯିବାକୁ ହେବ - ଏହି ସ୍ମୃତି
ସଦା ସର୍ବଦା ରହିବା ଉଚିତ୍ । କେବଳ ବାବା ଏବଂ ତାଙ୍କର ସମ୍ପତ୍ତି ହିଁ ମନେ ରହୁ ଅନ୍ୟ କୌଣସି କଥା
ମନେ ନ ପଡୁ । ଏହା ହିଁ ହେଉଛି ବେହଦର ବୈରାଗ୍ୟ । କର୍ମ କରି ମଧ୍ୟ ଯୋଗରେ ରହିବାର ଏଭଳି
ପୁରୁଷାର୍ଥ କରିବାକୁ ହେବ ଯାହାଦ୍ୱାରା ପାପର ବୋଝ ମୁଣ୍ଡ ଉପରୁ ଓହ୍ଲାଇଯିବ । ଆତ୍ମା
ତମୋପ୍ରଧାନରୁ ସତ୍ୱପ୍ରଧାନ ହୋଇଯିବ ।
ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ପ୍ରତିଦିନ ବହୁତ ସହଜ ସହଜ କଥା ବୁଝାଉଛନ୍ତି । ଏହା ହେଉଛି ଈଶ୍ୱରୀୟ ପାଠଶାଳା
। ନିଶ୍ଚିତ ଭାବରେ ଗୀତାରେ ମଧ୍ୟ ଭଗବାନଉବାଚ କୁହାଯାଇଛି । ସମସ୍ତଙ୍କର ଭଗବାନ ପିତା ଜଣେ ହିଁ
ଅଟନ୍ତି । ସମସ୍ତେ ତ ଭଗବାନ ହୋଇପାରିବେ ନାହିଁ । ହଁ ସମସ୍ତେ ଜଣେ ପିତାଙ୍କର ସନ୍ତାନ ହୋଇପାରିବେ
। ଏ କଥା ନିଶ୍ଚୟ ବୁଦ୍ଧିରେ ଆସିବା ଦରକାର ଯେ ବାବା ହିଁ ସ୍ୱର୍ଗ ନୂଆ ଦୁନିଆର ସ୍ଥାପନାକାରୀ
ଅଟନ୍ତି । ସେହି ବାବାଙ୍କଠାରୁ ଆମକୁ ସ୍ୱର୍ଗର ସମ୍ପତ୍ତି ନିଶ୍ଚିତ ମିଳିଥିବ । ଭାରତରେ ହିଁ
ଶିବଜୟନ୍ତୀର ଗାୟନ ରହିଛି । କିନ୍ତୁ ଶିବଜୟନ୍ତୀ କିପରି ହେଉଛି ଏକଥା ତ ବାବା ହିଁ ଆସି
ବୁଝାଉଛନ୍ତି । ବାବା ଆସିଥାନ୍ତି କଳ୍ପର ସଂଗମଯୁଗରେ ପିଲାମାନଙ୍କୁ ପୁନର୍ବାର ପତିତରୁ ପବିତ୍ର
କରିବା ପାଇଁ ଅର୍ଥାତ୍ ସମ୍ପତ୍ତି ଦେବାପାଇଁ । ଏହି ସମୟରେ ସମସ୍ତଙ୍କୁ ରାବଣର ଅଭିଶାପ ମିଳିଛି
ସେଥିପାଇଁ ସମସ୍ତେ ଦୁଃଖୀ ଅଟନ୍ତି । ଏବେ କଳିଯୁଗୀ ପୁରୁଣା ଦୁନିଆ ରହିଛି । ଏକଥା ସର୍ବଦା ମନେ
ରଖ ଯେ ଆମେ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ ଅଟୁ । ଯିଏବି ନିଜକୁ ବ୍ରହ୍ମାକୁମାର କୁମାରୀ
ଭାବୁଛନ୍ତି ସେମାନେ ନିଶ୍ଚିତ ଏହି କଥା ବୁଝିବା ଦରକାର ଯେ କଳ୍ପ କଳ୍ପ ଆମେ ବ୍ରହ୍ମାଙ୍କ ଦ୍ୱାରା
ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ଏତେ ସନ୍ତାନ ତ ଆଉ କାହାର ହୋଇପାରିବେ ନାହିଁ । ସିଏ ହେଲେ
ସମସ୍ତଙ୍କର ପିତା । ବ୍ରହ୍ମା ମଧ୍ୟ ତାଙ୍କର ସନ୍ତାନ । ସମସ୍ତ ସନ୍ତାନମାନଙ୍କୁ ସମ୍ପତ୍ତି ସେହି
ପିତାଙ୍କଠାରୁ ହିଁ ମିଳୁଛି । ତାଙ୍କଠାରୁ ସତ୍ୟଯୁଗର ରାଜଧାନୀ ସମ୍ପତ୍ତି ରୂପରେ ମିଳୁଛି । ସେହି
ଅବିନାଶୀ ପିତା ଯେହେତୁ ସ୍ୱର୍ଗର ରଚୟିତା ଅଟନ୍ତି, ତେଣୁ ଆମକୁ ନିଶ୍ଚିତ ଭାବରେ ସ୍ୱର୍ଗର
ରାଜ୍ୟପଦ ମିଳିବା ଦରକାର । କିନ୍ତୁ ଏକଥା ସମସ୍ତେ ଭୁଲି ଯାଇଛନ୍ତି । ଆମକୁ ସ୍ୱର୍ଗର
ରାଜ୍ୟଭାଗ୍ୟ ମିଳିଥିଲା । କିନ୍ତୁ ନିରାକାର ବାବା ରାଜ୍ୟଭାଗ୍ୟ ଦେବେ କିପରି, ନିଶ୍ଚିତ
ବ୍ରହ୍ମାଙ୍କ ଦ୍ୱାରା ହିଁ ଦେବେ । ଭାରତରେ ଏହାଙ୍କର ରାଜ୍ୟ ଥିଲା । ଏବେ କଳ୍ପର ସଂଗମଯୁଗ ଅଟେ ।
ସଂଗମଯୁଗରେ ବ୍ରହ୍ମା ଅଛନ୍ତି, ତେଣୁ ନିଜକୁ ବ୍ରହ୍ମାକୁମାର କୁମାରୀ ବୋଲି କହୁଛୁ । ଏଠାରେ
ଅନ୍ଧଶ୍ରଦ୍ଧାର କୌଣସି କଥା ନାହିଁ । ସମସ୍ତେ ବ୍ରହ୍ମାଙ୍କର ପୋଷ୍ୟ ସନ୍ତାନ ଅଟୁ । ଆମେ
ବ୍ରହ୍ମାକୁମାର କୁମାରୀ ଅଟୁ । ବ୍ରହ୍ମା ଶିବବାବାଙ୍କର ସନ୍ତାନ ଅଟନ୍ତି, ଆମକୁ ଶିବବାବାଙ୍କଠାରୁ
ପୁନର୍ବାର ସ୍ୱର୍ଗର ବାଦଶାହୀ ମିଳୁଛି । ପୂର୍ବରୁ ମଧ୍ୟ ଏହି ସମ୍ପତ୍ତି ମିଳିଥିଲା ଯାହା ୫ ହଜାର
ବର୍ଷ ହୋଇଗଲାଣି । ଆମେ ଦେବୀ-ଦେବତା ଧର୍ମର ଥିଲୁ । ଶେଷ ପର୍ଯ୍ୟନ୍ତ ମନୁଷ୍ୟ ସୃଷ୍ଟି ବୃଦ୍ଧି
ହୋଇଚାଲିଥାଏ । ଯେପରି ଯୀଶୁ ଖ୍ରୀଷ୍ଟ ଆସିଥିଲେ, ତେଣୁ ଖ୍ରୀଷ୍ଟିୟାନ ଧର୍ମ ଆଜି ପର୍ଯ୍ୟନ୍ତ ଅଛି
। ବୃଦ୍ଧି ହୋଇଚାଲିଛି । ସେମାନେ ଜାଣିଛନ୍ତି ଯେ ଖ୍ରୀଷ୍ଟଙ୍କ ଦ୍ୱାରା ଆମେ ଖ୍ରୀଷ୍ଟିୟାନ ହୋଇଛୁ
। ଆଜିଠାରୁ ଦୁଇ ହଜାର ବର୍ଷ ପୂର୍ବରୁ ଖ୍ରୀଷ୍ଟ ଆସିଥିଲେ । ଏବେ ବି ସେମାନଙ୍କ ସଂଖ୍ୟା ବୃଦ୍ଧି
ହୋଇଚାଲିଛି । ପ୍ରଥମେ ପ୍ରଥମେ ସତ୍ୱପ୍ରଧାନ ପୁଣି ରଜୋ, ତମୋରେ ଆସିବାର ଅଛି । ତୁମେମାନେ
ସତ୍ୟଯୁଗରେ ସତ୍ତ୍ୱପ୍ରଧାନ ଥିଲ ପୁଣି ରଜୋ, ତମୋରେ ଆସିଛ । ତମୋପ୍ରଧାନ ସୃଷ୍ଟିରୁ ପୁଣି
ସତ୍ୱପ୍ରଧାନ ନିଶ୍ଚିତ ହୋଇଥାଏ । ନୂଆ ଦୁନିଆରେ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା । ମୁଖ୍ୟ
ଧର୍ମ ହେଲା ୪ଟି । ତୁମର ଧର୍ମ ଅଧାକଳ୍ପ ପର୍ଯ୍ୟନ୍ତ ରହିଥାଏ । ଏଠାରେ ମଧ୍ୟ ତୁମେ ସେହି ଧର୍ମର
ଅଟ କିନ୍ତୁ ବିକାରୀ ହେବା କାରଣରୁ ତୁମେ ନିଜକୁ ଦେବୀ-ଦେବତା କହିପାରୁନାହଁ । ତୁମେମାନେ ଆଦି
ସନାତନ ଦେବୀ-ଦେବତା ଧର୍ମର ଥିଲ କିନ୍ତୁ ବାମ ମାର୍ଗରେ ଯିବା କାରଣରୁ ତୁମେ ପତିତ ହୋଇଯାଇଛ,
ସେଥିପାଇଁ ନିଜକୁ ହିନ୍ଦୁ କହିଦେଉଛ । ଏବେ ତୁମେ ବ୍ରାହ୍ମଣ ହୋଇଛ । ସର୍ବୋଚ୍ଚ ହେଲେ ଶିବବାବା
। ତାଙ୍କ ତଳକୁ ତୁମେ ବ୍ରାହ୍ମଣମାନେ ରହିଛ । ତୁମେ ବ୍ରାହ୍ମଣମାନେ ହେଉଛ ସର୍ବୋଚ୍ଚ ବର୍ଣ୍ଣର ।
ବ୍ରହ୍ମାଙ୍କର ସନ୍ତାନ ହୋଇଛ କିନ୍ତୁ ସମ୍ପତ୍ତି ବ୍ରହ୍ମାଙ୍କଠାରୁ ମିଳୁନାହିଁ । ଶିବବାବା
ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା କରୁଛନ୍ତି । ତୁମର ଆତ୍ମା ଏବେ ବାବାଙ୍କୁ ଜାଣିଯାଇଛି ।
ବାବା କହୁଛନ୍ତି ଯେ ମୋ ଦ୍ୱାରା ମୋତେ ଜାଣିଗଲେ ସାରା ସୃଷ୍ଟିଚକ୍ରର ଆଦି-ମଧ୍ୟ-ଅନ୍ତର ଜ୍ଞାନ
ବୁଝିଯିବେ । ଏହି ଜ୍ଞାନ ମୋ ନିକଟରେ ହିଁ ଅଛି । ମୁଁ ଜ୍ଞାନର ସାଗର, ଆନନ୍ଦର ସାଗର, ପବିତ୍ରତାର
ସାଗର ଅଟେ । ୨୧ ଜନ୍ମ ତୁମେ ପବିତ୍ର ହେଉଛ ପୁଣି ବିଷୟ ସାଗରରେ ପଡିଯାଉଛ । ଏବେ ଜ୍ଞାନ ସାଗର
ବାବା ତୁମକୁ ପତିତରୁ ପବିତ୍ର କରୁଛନ୍ତି । ଗଙ୍ଗାର ପାଣି କେବେ କାହାକୁ ପବିତ୍ର କରିପାରିବ ନାହିଁ
। ସେଥିରେ ସ୍ନାନ କରିବାକୁ ଯାଉଛନ୍ତି କିନ୍ତୁ ଗଙ୍ଗା ପତିତ-ପାବନୀ ନୁହେଁ । ଏହିସବୁ ନଦୀଗୁଡିକ
ତ ସତ୍ୟଯୁଗରେ ମଧ୍ୟ ରହିବେ ଏବଂ କଳିଯୁଗରେ ମଧ୍ୟ ଅଛନ୍ତି । ପାଣିରେ କୌଣସି ଫରକ ନାହିଁ ।
କହୁଛନ୍ତି ମଧ୍ୟ “ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ରାମ” ଅଟନ୍ତି । ସେ ହିଁ ଜ୍ଞାନର ସାଗର
ପତିତ-ପାବନ ଅଟନ୍ତି । ବାବା ଆସି ଜ୍ଞାନ ବୁଝାଉଛନ୍ତି ଯାହାଦ୍ୱାରା ତୁମେ ସ୍ୱର୍ଗର ମାଲିକ ହେଉଛ
। ସତ୍ୟଯୁଗ ତ୍ରେତା ଯୁଗରେ ଭକ୍ତି କିମ୍ବା ଶାସ୍ତ୍ର ଆଦି କିଛି ନ ଥାଏ । ତୁମେମାନେ ବାବାଙ୍କ
ଠାରୁ ସଦା ସୁଖୀ ରହିବାର ସମ୍ପତ୍ତି ନେଉଛ । ଏମିତି ନୁହେଁ ଯେ ସେଠାରେ ତୁମକୁ ଗଙ୍ଗାସ୍ନାନ
କରିବାକୁ ହେବ ବା କୌଣସି ତୀର୍ଥ ଆଦିକୁ ଯାତ୍ରା କରିବାକୁ ହେବ । ଏହା ହେଲା ତୁମର ଆତ୍ମିକ ଯାତ୍ରା
ଯାହାକି କୌଣସି ମନୁଷ୍ୟ ଶିଖାଇ ପାରିବ ନାହିଁ । ଶିବବାବା ହେଲେ ସମସ୍ତ ଆତ୍ମାଙ୍କର ପିତା,
ଶରୀରଧାରୀ ପିତା ତ ଅନେକ ଅଛନ୍ତି । ଆତ୍ମିକ ପିତା ଜଣେ ଅଟନ୍ତି । ଏହି କଥାକୁ ଭଲ ଭାବରେ ମନେ ରଖ
। ବାବା ମଧ୍ୟ ପଚାରୁଛନ୍ତି ଯେ ତୁମର କେତେ ଜଣ ପିତା ଅଛନ୍ତି ତେବେ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି
ଯେ ବାବା ଏପରି କ’ଣ ପଚାରୁଛନ୍ତି? ପିତା ତ ସମସ୍ତଙ୍କର ଜଣେ ହିଁ ଥା’ନ୍ତି । ଦୁଇ-ତିନି ଜଣ ପିତା
କିପରି ହେବେ । ବାବା ବୁଝାଉଛନ୍ତି ଯେ ସେହି ପରମାତ୍ମାଙ୍କୁ ତୁମେ ଦୁଃଖରେ ମନେ ପକାଉଛ । ଦୁଃଖ
ବେଳେ କହୁଛ ହେ ପରମପିତା ମୋତେ ଦୁଃଖରୁ ମୁକ୍ତ କର । ତେଣୁ ଦୁଇଜଣ ପିତା ହେଲେ ନା । ଜଣେ ଲୌକିକ
ପିତା ଅନ୍ୟ ଜଣେ ହେଲେ ପାରଲୌକିକ ପିତା ଯାହାଙ୍କର ମହିମା ମଧ୍ୟ ଗାନ କରୁଛନ୍ତି ଯେ ତୁମ୍
ମାତ-ପିତା ହମ୍ ବାଲକ୍ ତେରେ... ତୁହ୍ମାରୀ କୃପା ସେ ସୁଖ ଘନେରେ । (ତୁମେ ମାତା-ପିତା ଆମେ ତୁମର
ବାଳକ.... ତୁମରି କୃପାରୁ ସୁଖ ଅପାର) ଲୌକିକ ମା-ବାପାଙ୍କଠାରୁ ଅସରନ୍ତି ସୁଖ ମିଳି ନ ଥାଏ,
ଯେତେବେଳେ ଦୁଃଖ ପଡିଥାଏ, ତେବେ ସେହି ପାରଲୌକିକ ପିତାଙ୍କୁ ସ୍ମରଣ କରିଥାନ୍ତି । ଏହି ବାବା ହିଁ
ଏହିଭଳି ପ୍ରଶ୍ନ ପଚାରିଥାନ୍ତି, ଆଉ କେହି ତ ଏଭଳି ପ୍ରଶ୍ନ ପଚାରି ପାରିବେ ନାହିଁ ।
ଭକ୍ତିମାର୍ଗରେ ତୁମେ କହୁଥିଲ ବାବା ଯେତେବେଳେ ଆପଣ ଆସିବେ ସେତେବେଳେ ଆପଣଙ୍କ ବ୍ୟତୀତ ଆଉ
କାହାଠାରୁ କିଛି ଶୁଣିବି ନାହିଁ । ଆଉ ସମସ୍ତେ ତ ଦୁଃଖ ଦେଉଛନ୍ତି, ଆପଣ ହିଁ ସୁଖଦାତା ଅଟନ୍ତି ।
ତେଣୁ ବାବା ଆସି ମନେ ପକାଇ ଦେଉଛନ୍ତି ଯେ ତୁମେ କ’ଣ କ’ଣ ସବୁ କହିଥିଲ । ତୁମେ ଜାଣିଛ ଯେ
ତୁମେମାନେ ହିଁ ବ୍ରହ୍ମାକୁମାର-କୁମାରୀ ବୋଲାଉଛ । ମନୁଷ୍ୟଙ୍କର ବୁଦ୍ଧି ଏଭଳି ପଥର ସଦୃଶ ଅଟେ
ଯାହାକି ଏକଥା ମଧ୍ୟ ବୁଝିପାରୁ ନାହାଁନ୍ତି ଯେ ବି.କେ. ଅର୍ଥାତ୍ ବ୍ରହ୍ମାକୁମାର-କୁମାରୀ କାହିଁକି
କୁହାଯାଉଛି । ମମ୍ମା-ବାବା କିଏ? ଇଏ କୌଣସି ସାଧୁ-ସନ୍ଥ ତ ନୁହଁନ୍ତି । ସାଧୁ ଅଥବା
ସନ୍ନ୍ୟାସୀଙ୍କୁ ଗୁରୁ କୁହାଯିବ କିନ୍ତୁ ମାତା-ପିତା ତ କୁହାଯିବ ନାହିଁ । ଏହି ପିତା ତ ଆସି ଦୈବୀ
ଧର୍ମର ରାଜ୍ୟ ସ୍ଥାପନା କରୁଛନ୍ତି, ଯେଉଁଠି ଏହି ଲକ୍ଷ୍ମୀ-ନାରାୟଣ ରାଜା ରାଣୀ ହୋଇ ରାଜ୍ୟ
କରୁଥିଲେ । ପ୍ରଥମେ ପବିତ୍ର ଥିଲେ ତାପରେ ଅପବିତ୍ର ହୋଇଯାଇଛନ୍ତି । ଯେଉଁମାନେ ପୂଜ୍ୟ ଥିଲେ
ସେମାନେ ହିଁ ପୁଣି ୮୪ ଜନ୍ମ ନେଉଛନ୍ତି । ପ୍ରଥମେ ବେହଦ ବାବାଙ୍କଠାରୁ ୨୧ ଜନ୍ମ ପାଇଁ ସୁଖର
ସମ୍ପତ୍ତି ମିଳିଥାଏ । କୁହାଯାଏ କୁମାରୀ ସିଏ ଯିଏ ୨୧ କୁଳର ଉଦ୍ଧାର କରେ । ଏହା ତୁମମାନଙ୍କର
ଗାୟନ ଅଟେ । ତୁମେ କୁମାରୀ ଅଟ ଗୃହସ୍ଥି ନୁହଁ । ଯଦିଓ ବୟସ୍କ ଅଟ ତଥାପି ମରଜୀବା ଜନ୍ମ ନେଇ
ସମସ୍ତେ ବାବାଙ୍କର କୁମାର-କୁମାରୀ ହୋଇଛ । ପ୍ରଜାପିତା ବ୍ରହ୍ମାଙ୍କର ଢେର ସନ୍ତାନ ଅଛନ୍ତି ଏବଂ
ଆହୁରି ବୃଦ୍ଧି ହୋଇଚାଲିବେ । ତାପରେ ଏମାନେ ସମସ୍ତେ ଦେବତା ହେବେ । ଏହା ଶିବବାବାଙ୍କର ଯଜ୍ଞ ଅଟେ
। ଏହାକୁ କୁହାଯାଉଛି ରାଜସ୍ୱ ଯଜ୍ଞ, ସ୍ୱରାଜ୍ୟ ପାଇବାର ଯଜ୍ଞ । ଆତ୍ମାମାନଙ୍କୁ ବାବାଙ୍କଠାରୁ
ସ୍ୱର୍ଗରେ ରାଜତ୍ୱ କରିବାର ସମ୍ପତ୍ତି ମିଳୁଛି । ଏହି ରାଜସ୍ୱ ଅଶ୍ୱମେଧ ଜ୍ଞାନ ଯଜ୍ଞରେ କ’ଣ
କରିବାକୁ ହେବ? ଶରୀର ସହିତ ଯାହା କିଛି ଅଛି ସେ ସବୁକୁ ସମର୍ପଣ କରିବାକୁ ହେବ ଅର୍ଥାତ୍ ସ୍ୱାହା
କରିବାକୁ ହେବ । ଏହି ଯଜ୍ଞରୁ ତୁମେମାନେ ପୁନର୍ବାର ନିଜର ରାଜ୍ୟ ପ୍ରାପ୍ତି କରିବ । ବାବା ମନେ
ପକାଇ ଦେଉଛନ୍ତି ଯେ ଭକ୍ତିମାର୍ଗରେ ତୁମେ ଗାୟନ କରୁଥିଲ ହେ ବାବା, ଆପଣ ଯେତେବେଳେ ଆସିବେ
ସେତେବେଳେ ମୁଁ ତୁମ ନିକଟରେ ନିଜକୁ ସମର୍ପଣ କରିଦେବି ବା ଉତ୍ସର୍ଗ କରିଦେବି । ବର୍ତ୍ତମାନ ତୁମେ
ସମସ୍ତେ ନିଜକୁ ବ୍ରହ୍ମାକୁମାର କୁମାରୀ ତ ଭାବୁଛ । ଘର ଗୃହସ୍ଥରେ ରହି ମଧ୍ୟ ପଦ୍ମଫୁଲ ଭଳି
ପବିତ୍ର ରହିବାକୁ ହେବ । ସଦାସର୍ବଦା ନିଜକୁ ଆତ୍ମା ମନେ କର । ଆମେ ବାବାଙ୍କର ସନ୍ତାନ । ତୁମେ
ଆତ୍ମାମାନେ ପ୍ରେମିକା ଅଟ । ବାବା କହୁଛନ୍ତି ମୁଁ ହିଁ ଏକମାତ୍ର ପ୍ରେମିକ ଅଟେ । ତୁମେମାନେ ମୋତେ
ଡାକି ଆସିଛ । ଯାହାଙ୍କୁ ପରମପିତା ପରମାତ୍ମା କୁହାଯାଉଛି, ଯିଏକି ନିରାକାର ଅଟନ୍ତି, ତୁମେମାନେ
ତାଙ୍କର ଅଧାକଳ୍ପର ପ୍ରେମିକା ଅଟ । ଆତ୍ମା ମଧ୍ୟ ନିରାକାର ଅଟେ, ଯିଏକି ଏହି ଶରୀର ଦ୍ୱାରା
ଅଭିନୟ କରୁଛି । ଭକ୍ତିମାର୍ଗରେ ମଧ୍ୟ ତୁମକୁ ଅଭିନୟ କରିବାର ଅଛି । ଭକ୍ତିକୁ ହିଁ ରାତ୍ରି
କୁହାଯାଏ । ରାତ୍ରିର ଅନ୍ଧକାର ମଧ୍ୟରେ ମନୁଷ୍ୟ ଧକ୍କା ଖାଇଥାନ୍ତି । ଦ୍ୱାପର ଯୁଗରୁ ଆରମ୍ଭ କରି
ଆଜି ପର୍ଯ୍ୟନ୍ତ ତୁମେମାନେ ଧକ୍କା ଖାଇ ଖାଇ ଆସିଛ । ବର୍ତ୍ତମାନ ସମୟରେ ତୁମେମାନେ ମହାଦୁଃଖୀ
ହୋଇଯାଇଛ । ଏବେ ପୁରୁଣା ଦୁନିଆର ଶେଷ ସମୟ ଅଟେ । ଏହି ଟଙ୍କା ପଇସା ଆଦି ସବୁ କିଛି ମାଟିରେ
ମିଶିଯିବ । ଯଦିଓ କେହି କୋଟିପତି ଅଟନ୍ତି, ରାଜା ଅଟନ୍ତି କିନ୍ତୁ ତାଙ୍କର ସନ୍ତାନ ଜନ୍ମ ହେବା
ମାତ୍ରକେ ଭାବିବେ ଯେ ଏହି ଧନ ମୋର ସନ୍ତାନ ପାଇଁ ଅଟେ । ମୋର ପୁଅ ନାତିମାନେ ଭୋଗ କରିବେ । ବାବା
କହୁଛନ୍ତି କେହି କିଛି ବି ଭୋଗ କରି ପାରିବେ ନାହିଁ । କାରଣ ଏହି ଦୁନିଆ ହିଁ ବିନାଶ ହେବାକୁ
ଯାଉଛି । ବାକି ଆଉ ଅଳ୍ପ ସମୟ ରହିଛି । ବହୁତ ପ୍ରକାରର ବିଘ୍ନ ଆସିବ । ନିଜ ନିଜ ମଧ୍ୟରେ ଲଢେଇ
କରିବେ । ଶେଷ ସମୟରେ ଏଭଳି ଲଢିବେ ଯାହାଦ୍ୱାରା ରକ୍ତର ନଦୀ ବହିବ । ତୁମର ତ କାହା ସହିତ ଲଢେଇ
ଝଗଡା କରିବାର ନାହିଁ । ତୁମେମାନେ ଯୋଗଯୁକ୍ତ ହୋଇ ରହୁଛ । ତୁମେ ଯଦି ଯୋଗଯୁକ୍ତ ଅବସ୍ଥାରେ ଥିବ
ଆଉ କେହି ତୁମ ସମ୍ମୁଖକୁ ଖରାପ ଉଦ୍ଦେଶ୍ୟ ନେଇ ଆସିବ ତେବେ ତାକୁ ଭୟଙ୍କର ରୂପର ସାକ୍ଷାତ୍କାର
ହେବ ଯାହାଦ୍ୱାରା ସିଏ ତୁରନ୍ତ ପଳାଇଯିବ । ତୁମେ ଶିବବାବାଙ୍କ ସହ ଯୋଗଯୁକ୍ତ ହେବା ଦ୍ୱାରା ସିଏ
ଚାଲିଯିବ । ଯେଉଁମାନେ ମଜବୁତ୍ ସନ୍ତାନ ଅଟନ୍ତି, ସେମାନେ ଏହି ପୁରୁଷାର୍ଥରେ ସର୍ବଦା ରହୁଛନ୍ତି
ଯେ ମୋର ତ କେବଳ ଏକମାତ୍ର ଶିବବାବା ଅନ୍ୟ କେହି ନାହାଁନ୍ତି । ତେବେ ବାବା ବୁଝାଉଛନ୍ତି ଯେ ହାତେ
କାମ, ହୃଦେ ରାମ ... ପିଲାମାନଙ୍କୁ ନିଜର ଘର ଗୃହସ୍ଥ ମଧ୍ୟ ସମ୍ଭାଳିବାକୁ ହେବ । କିନ୍ତୁ ତୁମେ
ଆତ୍ମାମାନେ ଯଦି ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ବାବାଙ୍କୁ ମନେ ପକାଇବ ତେବେ ପାପର ବୋଝରୁ ମୁକ୍ତ
ହୋଇଯିବ । କେବଳ ମୋତେ ମନେ ପକାଅ ତେବେ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ, କିନ୍ତୁ
ପୁରୁଷାର୍ଥର କ୍ରମଅନୁସାରେ । ତାପରେ ତୁମେ ସମସ୍ତେ ଏହି ଶରୀରକୁ ତ୍ୟାଗ କରିଚାଲିଯିବ, ବାବା
ସମସ୍ତ ଆତ୍ମାଙ୍କୁ ମଶା ସଦୃଶ ସାଥୀରେ ନେଇଯିବେ । ବାକି ସାରା ଦୁନିଆର ଆତ୍ମାକୁ ଦଣ୍ଡ ଭୋଗ
କରିବାକୁ ହେବ । କେବଳ ଭାରତରେ ହିଁ ଅଳ୍ପ ମନୁଷ୍ୟ ରହିବେ । ସେଥିପାଇଁ ଏହି ମହାଭାରତ ଲଢେଇ
ଲାଗିବାକୁ ଯାଉଛି । ଏଠାରେ ତ ପିଲାମାନଙ୍କର ବହୁତ ବୃଦ୍ଧି ହେବ । ପ୍ରଦର୍ଶନୀ, ପ୍ରୋଜେକ୍ଟର
ଇତ୍ୟାଦି ଦ୍ୱାରା କେତେ ମନୁଷ୍ୟ ଶୁଣୁଛନ୍ତି । ସେମାନେ ସମସ୍ତେ ପ୍ରଜା ହୋଇ ଆସିବେ । ରାଜା ତ ଜଣେ
ହେବେ ବାକି ସମସ୍ତେ ପ୍ରଜା ହେବେ । ମନ୍ତ୍ରୀ ଯଦି ମଧ୍ୟ ପ୍ରଜାଙ୍କ ତାଲିକାରେ ଆସିଯାଉଛି । ପ୍ରଜା
ତ ଢେର ଥାନ୍ତି । ଗୋଟିଏ ରାଜାର ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରଜା ଥାନ୍ତି । ତେବେ ରାଜା-ରାଣୀ ହେବା
ପାଇଁ ମେହନତ କରିବାକୁ ହେବ ନା ।
ବାବା କହୁଛନ୍ତି ସବୁ କିଛି କରି ନିରନ୍ତର ମୋତେ ମନେ ପକାଅ । ଯେପରି ପ୍ରେମିକା-ପ୍ରେମିକ ଥା’ନ୍ତି,
ସେମାନଙ୍କର ଶାରୀରିକ ପ୍ରେମ ରହିଥାଏ । ତୁମେ ପିଲାମାନେ ବର୍ତ୍ତମାନ ସମୟରେ ପରମାତ୍ମାଙ୍କର
ପ୍ରେମିକା ଅଟ । ତୁମର ପ୍ରେମିକ ଆସିଯାଇଛନ୍ତି । ତୁମକୁ ପାଠ ପଢାଉଛନ୍ତି । ପାଠ ପଢି-ପଢି ତୁମେ
ଦେବତା ହୋଇଯିବ । ବାବାଙ୍କୁ ମନେ ପକାଇବା ଦ୍ୱାରା ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ସର୍ବଦା
ନିରୋଗୀ ମଧ୍ୟ ହୋଇଯିବ । ପୁଣି ୮୪ ଜନ୍ମର ଚକ୍ରକୁ ମଧ୍ୟ ମନେ ରଖିବାକୁ ହେବ । ସତ୍ୟଯୁଗରେ ଏତେ
ଜନ୍ମ, ତ୍ରେତାରେ ଏତେ ଜନ୍ମ । ଆମେ ଦେବୀ-ଦେବତା ଧର୍ମର ଆତ୍ମା ହିଁ ସମ୍ପୂର୍ଣ୍ଣ ୮୪ ଜନ୍ମର
ଚକ୍ର ଲଗାଇଛୁ । ଆଗକୁ ଗଲେ ତୁମମାନଙ୍କର ସଂଖ୍ୟା ବହୁତ ବୃଦ୍ଧି ହୋଇଯିବ । ତୁମର ସେବାକେନ୍ଦ୍ର
ହଜାର-ହଜାର ସଂଖ୍ୟାରେ ହୋଇଯିବ । ତୁମେ ଗଳି-ଗଳିରେ ବୁଝାଇ ଚାଲିବ ଯେ ଶିବବାବାଙ୍କୁ ଏବଂ ତାଙ୍କର
ସମ୍ପତ୍ତି ସ୍ୱର୍ଗ ଦୁନିଆକୁ ମନେ ପକାଅ । ଏବେ ଚାଲ ଘରକୁ ଫେରିଯିବା । ଏହା ତ ଛି-ଛି ଶରୀର ଅଟେ
। ଏହିଭଳି ଚିନ୍ତା କରିବା ହିଁ ବେହଦର ବୈରାଗ୍ୟ । ସନ୍ନ୍ୟାସୀମାନେ ତ କେବଳ ନିଜର ଘରଦ୍ୱାର
ତ୍ୟାଗ କରିଥା’ନ୍ତି । ସେମାନେ ହେଲେ ହଠଯୋଗୀ । ସେମାନେ ରାଜଯୋଗ ଶିଖାଇପାରିବେ ନାହିଁ ।
କହୁଛନ୍ତି - ଏହି ଭକ୍ତି ମଧ୍ୟ ଅନାଦି ଅଟେ । ବାବା କହୁଛନ୍ତି ଏହି ଭକ୍ତି ତ ଦ୍ୱାପର ଯୁଗରୁ
ଆରମ୍ଭ ହେଉଛି । ୮୪ ଟି ପୌଢି ଅର୍ଥାତ୍ ସିଢିରେ ତଳକୁ ଓହ୍ଲାଇ ଏବେ ତୁମେ ତମୋପ୍ରଧାନ ହୋଇଯାଇଛ ।
ତୁମେମାନେ ହିଁ ଦେବୀଦେବତା ଥିଲ । ଖ୍ରୀଷ୍ଟିୟାନମାନେ କହିବେ ଆମେ ହିଁ ଖ୍ରୀଷ୍ଟିୟାନ ଥିଲୁ ।
ତୁମେ ଜାଣିଛ ଆମେ ସତ୍ୟଯୁଗରେ ଥିଲେ । ବାବା ଦେବୀ-ଦେବତା ଧର୍ମ ସ୍ଥାପନ କରିଥିଲେ । ସେଠାରେ ଯିଏ
ଲକ୍ଷ୍ମୀ-ନାରାୟଣ ଥିଲେ ସେମାନେ ଏବେ ବ୍ରାହ୍ମଣ ହୋଇଛନ୍ତି । ସତ୍ୟଯୁଗରେ ଶାସନ ଦାୟିତ୍ୱରେ ଜଣେ
ରାଜା-ରାଣୀ ଥିଲେ, ଗୋଟିଏ ଭାଷା ଥିଲା । ଏହାର ମଧ୍ୟ ପିଲାମାନେ ସାକ୍ଷାତ୍କାର କରିଛନ୍ତି । ତୁମେ
ସମସ୍ତେ ହେଲ ଆଦି ସନାତନ ଧର୍ମର । ତୁମେ ହିଁ ୮୪ ଜନ୍ମ ନେଉଛ । ଦୁନିଆର ମନୁଷ୍ୟ ଯାହା କହୁଛନ୍ତି
ଯେ ଆତ୍ମା ନିର୍ଲେପ ଅଟେ ବା ଈଶ୍ୱର ସର୍ବବ୍ୟାପୀ ଅଟନ୍ତି, ତାହା ଭୁଲ କଥା । ସମସ୍ତଙ୍କ ମଧ୍ୟରେ
ଆତ୍ମା ଅଛି, ପୁଣି କିପରି କହୁଛ ଆମ ଭିତରେ ପରମାତ୍ମା ଅଛନ୍ତି । ତେବେ ତ ସମସ୍ତେ ପିତା ହୋଇଗଲେ
। କେତେ ତମୋପ୍ରଧାନ ହୋଇଯାଇଛନ୍ତି । ଆଗରୁ ଯାହାକିଛି ଶୁଣୁଥିଲେ ତାକୁ ମାନିଯାଉଥିଲେ । ଏବେ ବାବା
ଆସି ସତ୍ୟ କଥା ଶୁଣାଉଛନ୍ତି । ତୁମକୁ ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି ଯାହାଦ୍ୱାରା ତୁମେ
ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଯାଉଛ । ଅମରକଥା ମଧ୍ୟ ଏହା ହିଁ ଅଟେ । ବାକି ସୂକ୍ଷ୍ମବତନରେ
କୌଣସି କଥା ବା କାହାଣୀ ଆଦି ନାହିଁ । ଏସବୁ ଭକ୍ତିମାର୍ଗରୂପୀ ବୃକ୍ଷର ଚାରା ଅଟେ । ତୁମେମାନେ
ଅମର କଥା ଶୁଣୁଛ ଅମର ହେବା ପାଇଁ । ସେଠାରେ ତୁମେ ଖୁସିରେ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଶରୀର
ଧାରଣ କରିବ । ଏଠାରେ ଯଦି କେହି ମରିଯାଉଛନ୍ତି, ତେବେ ବାଡେଇ କଚାଡି ହୋଇ କାନ୍ଦୁଛନ୍ତି । ସେଠାରେ
ରୋଗ ବେମାରୀ ଆଦି ନ ଥାଏ । ସର୍ବଦା ସୁସ୍ଥ ରହିଥାନ୍ତି । ଆୟୁଷ ମଧ୍ୟ ବହୁତ ଥାଏ । ସେଠାରେ
ବିକାରୀ ସ୍ୱଭାବ ନ ଥାଏ । ବର୍ତ୍ତମାନ ଏହି କଥାକୁ ପକ୍କା କରିନିଅ ଯେ ଆମେ ୮୪ ଜନ୍ମର ଚକ୍ର ଶେଷ
କରିଛୁ । ଏବେ ବାବା ଆମକୁ ସାଥିରେ ନେଇଯିବା ପାଇଁ ଆସିଛନ୍ତି । ପବିତ୍ର ହେବାର ଉପାୟ ମଧ୍ୟ ତୁମକୁ
ଶୁଣାଉଛନ୍ତି । କେବଳ ମୋତେ ଏବଂ ମୋର ସମ୍ପତ୍ତି ସ୍ୱର୍ଗ ଦୁନିଆକୁ ମନେ ପକାଅ । ସତ୍ୟଯୁଗରେ ହେବ
୧୬ କଳା ସମ୍ପୂର୍ଣ୍ଣ, ତାପରେ ଧୀରେ ଧୀରେ କଳା କମିଯିବ । ଏବେ ତୁମ ଭିତରେ କୌଣସି କଳା ନାହିଁ ।
ବାବା ହିଁ ଦୁଃଖରୁ ସୁଖକୁ ନେଇଯାଉଛନ୍ତି ସେଥିପାଇଁ ମୁକ୍ତିଦାତା କୁହାଯାଉଛି । ସମସ୍ତଙ୍କୁ ନିଜ
ସାଥୀରେ ନେଇଯାଉଛନ୍ତି । ତୁମମାନଙ୍କର ଗୁରୁ ତୁମକୁ କ’ଣ ସାଥିରେ ନେଇଯିବେ? ସେଠାରେ ଗୁରୁ ଶରୀର
ତ୍ୟାଗ କଲା ପରେ ତାଙ୍କର ଚେଲା ତାଙ୍କ ଗଦିରେ ବସିଥାଏ, ପୁଣି ଚେଲାମାନଙ୍କ ଭିତରେ ମଧ୍ୟ ବହୁତ
ଗଣ୍ଡଗୋଳ ହୋଇଯାଇଥାଏ । ପରସ୍ପର ଭିତରେ ଆସନ ପାଇଁ ଲଢେଇ ଝଗଡା କରିଥା’ନ୍ତି । ବାବା କହୁଛନ୍ତି
ମୁଁ ତୁମ ଆତ୍ମାମାନଙ୍କୁ ସାଥୀରେ ନେଇଯିବି । ଯଦି ତୁମେ ସମ୍ପୂର୍ଣ୍ଣ ନ ହେବ ତେବେ ବହୁତ ଦଣ୍ଡ
ଭୋଗ କରିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଏଠାରେ ତ ରାଜଧାନୀ ସ୍ଥାପନ ହେଉଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯୋଗ
କରିବାର ଏଭଳି ଅଭ୍ୟାସ କରିବା ଦରକାର ଯାହାକି ଖରାପ ବିଚାର ସମ୍ପନ୍ନ ବ୍ୟକ୍ତି ସମ୍ମୁଖକୁ ଆସିବା
ମାତ୍ରେ ହିଁ ପରିବର୍ତ୍ତନ ହୋଇଯିବ । ମୋର ତ ଏକମାତ୍ର ଶିବବାବା ଅନ୍ୟ କେହି ନୁହଁନ୍ତି... ଏହି
ପୁରୁଷାର୍ଥରେ ରହିବାକୁ ହେବ ।
(୨) ସ୍ୱରାଜ୍ୟ ପ୍ରାପ୍ତ
କରିବା ପାଇଁ ଶରୀର ସହିତ ଯାହା କିଛି ସବୁ ଅଛି, ସେ ସବୁକୁ ସମର୍ପଣ କରିଦେବାକୁ ହେବ । ଏହି
ରୁଦ୍ର ଯଜ୍ଞରେ ବି କିଛି ସ୍ୱାହା କରିଦେବ, ସେତେବେଳେ ଯାଇ ରାଜ୍ୟପଦ ମିଳିବ ।
ବରଦାନ:-
ସହନ ଶକ୍ତିର
ବିଶେଷତା ଦ୍ୱାରା ଅନ୍ୟମାନଙ୍କର ସଂସ୍କାରକୁ ପରିବର୍ତ୍ତନ କରୁଥିବା ଦୃଢ ସଂକଳ୍ପଧାରୀ ହୁଅ ।
ଯେପରି ବ୍ରହ୍ମାବାବା
ଜ୍ଞାନୀ ଏବଂ ଅଜ୍ଞାନୀ ଆତ୍ମାମାନଙ୍କ ଦ୍ୱାରା ଅପମାନ ସହନ କରି ସେମାନଙ୍କୁ ପରିବର୍ତ୍ତନ କରିଥିଲେ
ସେହିପରି ତୁମେମାନେ ମଧ୍ୟ ନିଜର ପିତାଙ୍କୁ ଅନୁକରଣ କର, ସେଥିପାଇଁ ନିଜର ସଂକଳ୍ପରେ କେବଳ
ଦୃଢତାକୁ ଧାରଣ କର । ଏଭଳି ଭାବ ନାହିଁ ଯେ ଆଉ କେତେ ଦିନ ପର୍ଯ୍ୟନ୍ତ ଏହିଭଳି ହେଉଥିବ । କେବଳ
ପ୍ରଥମେ ପ୍ରଥମେ ଟିକିଏ ଲାଗିବ ଯେ ଏହା କିପରି ହୋଇପାରିବ, କେତେ ଦିନ ଏହିଭଳି ସହନ କରିବାକୁ
ପଡିବ । କିନ୍ତୁ ତୁମ ପାଇଁ ଯଦି କେହି କିଛି ବି କହୁଛି ତେବେ ତୁମେ ଚୁପ୍ ରୁହ, ତା’କୁ ସହନ
କରିନିଅ, ତେବେ ସେ ମଧ୍ୟ ପରିବର୍ତ୍ତନ ହୋଇଯିବ । କେବଳ ନିରାଶ ହୁଅ ନାହିଁ କି ଭାଙ୍ଗି ପଡ ନାହିଁ
।
ସ୍ଲୋଗାନ:-
ସଂଗମଯୁଗରେ ସହନ
କରିନେବା, ନଇଁ ପଡିବା - ଏହା ହିଁ ସବୁଠାରୁ ବଡ ମହାନତା ଅଟେ ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ବାପଦାଦା ଚାହୁଁଛନ୍ତି
ଯେ ପିଲାମାନଙ୍କର ପ୍ରଥମେ ସାଥୀମାନଙ୍କ ଭିତରେ, ସେବାରେ ଏବଂ ବାୟୁମଣ୍ଡଳରେ ବା ବାତାବରଣରେ ଏକତା
ରହୁ । ତା’ପରେ ଏକ ବଳ ଏକ ଭରସା ଏବଂ ଏକମତ ରହୁ ତେବେ ଯାଇ ସେବାରେ ସଫଳତା ମଳିପାରିବ । ଯେପରି
ନିଡିଆ ଭାଙ୍ଗି ବା ରିବନ୍ କାଟି ଉଦ୍ଘାଟନ କରୁଛ ସେହିପରି ଏକମତ, ଏକବଳ, ଏକ ଭରସା ଏବଂ ଏକତାର
ରିବନ କାଟ, ତା’ପରେ ସମସ୍ତଙ୍କର ସନ୍ତୁଷ୍ଟତା ଏବଂ ପ୍ରସନ୍ନତାର ନଡିଆ ଭାଙ୍ଗ । ଏହି ପାଣିକୁ ସେବା
ରୂପକ ଧରଣୀରେ ଢାଳି ଦେଖ, ସଫଳତା କିପରି ମିଳୁଛି ।