26.03.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ବାବାଙ୍କର ହାତ ଧରିଛ, ସେଥିପାଇଁ ତୁମେମାନେ ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ବାବାଙ୍କୁ
ସ୍ମରଣ କରି-କରି ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ ।”
ପ୍ରଶ୍ନ:-
ତୁମମାନଙ୍କ
ଭିତରେ କେଉଁ ଉତ୍ସାହ ରହିବା ଦରକାର? ସିଂହାସନ ଅଧିକାରୀ ହେବାର ଉପାୟ କ’ଣ?
ଉତ୍ତର:-
ସବୁବେଳେ ଏହି ଉମଙ୍ଗ-ଉତ୍ସାହ ରହୁ କି ଜ୍ଞାନର ସାଗର ବାବା ଆମକୁ ପ୍ରତିଦିନ ଜ୍ଞାନ ରତ୍ନର ଥାଳି
ଭରପୁର କରି ଦେଉଛନ୍ତି । ତେଣୁ ଯେତେଯେତେ ଆମେ ଯୋଗଯୁକ୍ତ ସ୍ଥିତିରେ ରହିବା, ଆତ୍ମାର ବୁଦ୍ଧି
କଞ୍ଚନ ଅର୍ଥାତ୍ ପବିତ୍ର ହୋଇଯିବ । ଏହି ଅବିନାଶୀ ଜ୍ଞାନ ରତ୍ନ ହିଁ ସଙ୍ଗରେ ଯାଇଥାଏ । ସିଂହାସନ
ଅଧିକାରୀ ହେବା ପାଇଁ ଅଛି ତ ମାତା-ପିତା ସମ୍ପୂର୍ଣ୍ଣ ରୂପେ ଅନୁକରଣ କର । ତାଙ୍କର ଶ୍ରୀମତ
ଅନୁସାରେ ଚାଲ, ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କର ।
ଓମ୍ ଶାନ୍ତି ।
ଆତ୍ମିକ
ସନ୍ତାନମାନେ ଏବେ କେଉଁଠି ବସିଛ? ତେବେ କହିବେ ଆତ୍ମିକ ପିତାଙ୍କର ବିଶ୍ୱବିଦ୍ୟାଳୟ ଅଥବା
ପାଠଶାଳାରେ ବସିଛୁ । ଏ କଥା ମଧ୍ୟ ବୁଦ୍ଧିରେ ଅଛି ଯେ ଆମେ ଆତ୍ମିକ ପିତାଙ୍କ ସମ୍ମୁଖରେ ବସିଛୁ,
ସେହି ବାବା ଆମମାନଙ୍କୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି ଅର୍ଥାତ୍ ଭାରତର ଉତ୍ଥାନ
ଏବଂ ପତନ କିପରି ହୁଏ, ଏ କଥା ମଧ୍ୟ କହୁଛନ୍ତି । ଭାରତ ଯାହା ପବିତ୍ର ଥିଲା, ତାହା ଏବେ ପତିତ
ହୋଇଯାଇଛି । ଭାରତ ମଉଡମଣୀ ଥିଲା ପୁଣି କିଏ ଏହା ଉପରେ ବିଜୟପ୍ରାପ୍ତ କରିଲା? ରାବଣ । ରାଜ୍ୟପଦକୁ
ହରାଇଲ, ତେଣୁ ପତନ ବୋଲି କୁହାଯିବ ନା । ଏଠାରେ ଏବେ କେହି ରାଜା ତ ନାହାଁନ୍ତି । ଯଦି ବି ଥିବେ
ତେବେ ପତିତ ହିଁ ଥିବେ । ଏହି ଭାରତରେ ହିଁ ସୂର୍ଯ୍ୟବଂଶୀ ମହାରାଜା-ମହାରାଣୀ ଥିଲେ ।
ସୂର୍ଯ୍ୟବଂଶୀ ମହାରାଜାମାନେ ଏବଂ ଚନ୍ଦ୍ରବଂଶୀ ରାଜାମାନେ ଥିଲେ । ଏହି କଥା ଏବେ ତୁମମାନଙ୍କର
ବୁଦ୍ଧିରେ ଅଛି । ଦୁନିଆରେ ଏ କଥା କେହି ଜାଣିନାହାଁନ୍ତି । ତୁମେ ପିଲାମାନେ ଜାଣିଛ ଆମର ଆତ୍ମିକ
ପିତା ଆମମାନଙ୍କୁ ପାଠ ପଢାଉଛନ୍ତି । ଏବେ ଆମେ ଆତ୍ମିକ ପିତାଙ୍କର ହାତ ଧରିଛୁ । ଯଦିଓ ଆମେ
ଗୃହସ୍ଥ ବ୍ୟବହାରରେ ରହୁଛୁ କିନ୍ତୁ ବୁଦ୍ଧିରେ ଅଛି ଯେ ଆମେ ଏବେ ସଂଗମଯୁଗରେ ଆସି ଉପସ୍ଥିତ ହୋଇଛୁ
। ଏବେ ପତିତ ଦୁନିଆରୁ ଆମେ ପବିତ୍ର ଦୁନିଆକୁ ଯାଉଛୁ । କଳିଯୁଗ ହେଉଛି ପତିତ ଯୁଗ, ସତ୍ୟଯୁଗ
ହେଉଛି ପବିତ୍ର ଯୁଗ । ପତିତ ମନୁଷ୍ୟମାନେ ପବିତ୍ର ମନୁଷ୍ୟମାନଙ୍କ ଆଗରେ ଯାଇ ନମସ୍କାର କରୁଛନ୍ତି
। ସେମାନେ ମଧ୍ୟ ଭାରତର ମନୁଷ୍ୟ ଅଟନ୍ତି । କିନ୍ତୁ ସେମାନେ ଦୈବୀ ଗୁଣଯୁକ୍ତ ଅଟନ୍ତି । ଏବେ ତୁମେ
ସନ୍ତାନମାନେ ଜାଣୁଛ କି ବାବାଙ୍କ ଦ୍ୱାରା ଆମେ ମଧ୍ୟ ଏହିଭଳି ଦୈବୀ ଗୁଣ ଧାରଣ କରୁଛୁ ।
ସତ୍ୟଯୁଗରେ ତୁମେମାନେ ଏଭଳି ପରୁଷାର୍ଥ କରିବ ନାହିଁ । ସେଠାରେ ତ ପ୍ରାରବ୍ଧ ମିଳିବ । ଏହିଠାରେ
ହିଁ ପୁରୁଷାର୍ଥ କରି ତୁମମାନଙ୍କୁ ଦୈବୀ ଗୁଣ ଧାରଣ କରିବାକୁ ହେବ । ସେଥିପାଇଁ ସବୁବେଳେ ନିଜକୁ
ଯାଞ୍ଚ କରିବା ଦରକାର ଯେ ଆମେ ବାବାଙ୍କୁ କେତେ ସମୟ ମନେ ପକାଇ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ
ହେଉଛୁ? ତେବେ ଯେତେ ବାବାଙ୍କୁ ମନେ ପକାଇବ ସେତେ ସତ୍ତ୍ୱପ୍ରଧାନ ହେବ । ବାବା ତ’ ସର୍ବଦା
ସତ୍ତ୍ୱପ୍ରଧାନ ପବିତ୍ର ଅଟନ୍ତି । ଏବେ ହେଲା ପତିତ ଦୁନିଆ, ପତିତ ଭାରତ ରହିଛି । ପବିତ୍ର
ଦୁନିଆରେ ପବିତ୍ର ଭାରତ ଥିଲା । ତୁମମାନଙ୍କ ପାଖକୁ ପ୍ରଦର୍ଶନୀ ଆଦିକୁ ଭିନ୍ନ ଭିନ୍ନ ପ୍ରକାରର
ମନୁଷ୍ୟ ଆସୁଛନ୍ତି । କେହି କେହି କହୁଛନ୍ତି ଯେପରି ଭୋଜନ ଜରୁରୀ ଅଟେ, ସେହିପରି ଏହି ବିକାର
ମଧ୍ୟ ଭୋଜନ ଅଟେ । ଏହା ବିନା ଆମେ ମରିଯିବୁ । ପ୍ରକୃତରେ ଏପରି କଥା ତ’ ଠିକ୍ ନୁହେଁ ।
ସନ୍ନ୍ୟାସୀମାନେ ପବିତ୍ର ରହୁଛନ୍ତି ତେବେ ସେମାନେ କ’ଣ ମରିଯାଉଛନ୍ତି! ଏଭଳି ଯେଉଁମାନେ କହୁଛନ୍ତି
ତାଙ୍କ ପାଇଁ ବୁଝିବାକୁ ହେବ ଯେ ସେମାନେ ଅଜାମିଳ ଭଳି ପାପୀ ହୋଇଥିବେ, ସେଥିପାଇଁ ଏପରି କହୁଛନ୍ତି
। ତେବେ ତାଙ୍କୁ କହିବା ଦରକାର କ’ଣ ଏହା ବିନା ତୁମେ ମରିଯିବ, ଯାହାକୁ ତୁମେମାନେ ଭୋଜନ ସହିତ
ତୁଳନା କରୁଛ ! ତେବେ ସ୍ୱର୍ଗରେ ଯେଉଁମାନେ ଆସିବେ ସେମାନେ ସତ୍ତ୍ୱପ୍ରଧାନ ଅର୍ଥାତ୍ ପବିତ୍ର
ନିଶ୍ଚୟ ହେବେ । ପୁଣି ପରେ ସତ୍ତ୍ୱ, ରଜଃ, ତମଃକୁ ଆସିବେ ନା । ଯେଉଁମାନେ ପଛରେ ଅର୍ଥାତ୍
ଦ୍ୱାପର ଓ କଳିଯୁଗରେ ଆସୁଛନ୍ତି ସେମାନେ ନିର୍ବିକାରୀ ଦୁନିଆ ତ ଦେଖି ନାହାଁନ୍ତି । ତେଣୁ ସେହି
ଆତ୍ମମାନେ ହିଁ ଏହିପରି କଥା ସବୁ କହିବେ ଯେ ଆମେ ଏହା ବିନା ରିହପାରିବୁ ନାହିଁ । ଯେଉଁମାନେ
ସୂର୍ଯ୍ୟବଂଶୀ ହୋଇଥିବେ, ସେମାନଙ୍କ ବୁଦ୍ଧିରେ ତ ତୁରନ୍ତ ଆସିବ ଯେ - ଏହା ତ ସତ୍ୟ କଥା ।
ପ୍ରକୃତରେ ସ୍ୱର୍ଗରେ ବିକାରର ଚିହ୍ନ-ବର୍ଣ୍ଣ ନ ଥିଲା । ଏଠାରେ ଭିନ୍ନ-ଭିନ୍ନ ପ୍ରକାରର ମନୁଷ୍ୟ,
ଭିନ୍ନ-ଭିନ୍ନ ପ୍ରକାରର କଥା କହୁଛନ୍ତି । ତୁମେମାନେ ବୁଝୁଛ ଯେ କିଏ କିଏ ଫୁଲ ହେବେ । କେହି କେହି
ତ କଣ୍ଟାକୁ କଣ୍ଟା ହିଁ ରହିଯାଆନ୍ତି । ସ୍ୱର୍ଗର ନାମ ହେଲା ଫୁଲର ବଗିଚା । ଏହା ହେଲା କଣ୍ଟାର
ଜଙ୍ଗଲ । କଣ୍ଟା ମଧ୍ୟ ଅନେକ ପ୍ରକାରର ଥାଏ ନା । ଏବେ ତୁମେ ଜାଣୁଛ ଆମେ ଫୁଲ ହେବାକୁ ଯାଉଛୁ ।
ପ୍ରକୃତରେ ଏହି ଲକ୍ଷ୍ମୀ-ନାରାୟଣ ସର୍ବଦା ଗୋଲାପ ଫୁଲ ଅଟନ୍ତି । ସେମାନଙ୍କୁ କୁହାଯିବ କିଙ୍ଗ୍
ଅଫ୍ ଫ୍ଲାୱାରର୍ସ (ଫୁଲମାନଙ୍କର ରାଜା) । ସତ୍ୟଯୁଗ ଦୈବୀ ଫୁଲର ରାଜ୍ୟ ଅଟେ ନା । ତେବେ ନିଶ୍ଚିତ
ସେମାନେ ମଧ୍ୟ ପୁରୁଷାର୍ଥ କରିଥିବେ । ତେବେ ଏହି ପାଠପଢାରୁ ହିଁ ସେମାନେ ଏହିପରି ହୋଇଛନ୍ତି ନା
।
ତୁମେ ଜାଣିଛ ଏବେ ଆମେ
ଈଶ୍ୱରୀୟ ପରିବାରର ହୋଇଛୁ । ପ୍ରଥମେ ତ ଈଶ୍ୱରଙ୍କୁ ଜାଣି ହିଁ ନ ଥିଲୁ । ବାବା ଆସି ଏହି ପରିବାର
ତିଆରି କରିଛନ୍ତି । ପିତା ପ୍ରଥମେ ସ୍ତ୍ରୀଙ୍କୁ ଆଡପ୍ଟ (ଗ୍ରହଣ) କରିଥା’ନ୍ତି ପୁଣି ତାଙ୍କ
ଦ୍ୱାରା ପିଲାମାନଙ୍କୁ ରଚନା କରନ୍ତି । ବାବା ମଧ୍ୟ ୟାଙ୍କୁ ଗ୍ରହଣ କରିଛନ୍ତି ପୁଣି ଏହାଙ୍କ
ଦ୍ୱାରା ପିଲାମାନଙ୍କୁ ରଚନା କରିଛନ୍ତି । ଏମାନେ ସମସ୍ତେ ବ୍ରହ୍ମାକୁମାର-କୁମାରୀ ଅଟନ୍ତି ନା ।
ତେବେ ଏହା ପ୍ରବୃତ୍ତିମାର୍ଗର ସମ୍ବନ୍ଧ ହୋଇଗଲା । ସନ୍ନ୍ୟାସୀମାନଙ୍କର ତ ନିବୃତ୍ତିମାର୍ଗ ।
ସେଥିରେ କେହି ମମ୍ମା-ବାବା ବୋଲି କୁହନ୍ତି ନାହିଁ । ଏଠାରେ ତୁମେମାନେ ମମ୍ମା-ବାବା ବୋଲି କହୁଛ
। ଅନ୍ୟ ଯେଉଁ ସବୁ ସତସଙ୍ଗ ରହିଛି ତାହା ସବୁ ନିବୃତ୍ତିମାର୍ଗର ସତସଙ୍ଗ । ଇଏ ଏକମାତ୍ର ପିତା
ଅଟନ୍ତି ଯାହାଙ୍କୁ ମାତା-ପିତା କହି ଡାକିଥା’ନ୍ତି । ବାବା ବସି ବୁଝାଉଛନ୍ତି, ଭାରତରେ ପବିତ୍ର
ପ୍ରବୃତ୍ତିମାର୍ଗ ଥିଲା । ଏବେ ଅପବିତ୍ର ହୋଇଯାଇଛି । ମୁଁ ପୁଣି ଥରେ ସେହି ପ୍ରବୃତ୍ତିମାର୍ଗର
ସ୍ଥାପନା କରୁଛି । ତୁମେ ଜାଣିଛ ଆମର ଧର୍ମ ବହୁତ ସୁଖଦାୟୀ ଅଟେ । ପୁଣି ଆମେ ଅନ୍ୟ ପୁରୁଣା
ଧର୍ମବାଲାଙ୍କର ସଙ୍ଗ କାହିଁକି କରିବୁ! ତୁମେ ସ୍ୱର୍ଗରେ କେତେ ସୁଖୀ ହୋଇ ରହୁଛ । ସେଠାରେ
ହୀରାମୋତିର ମହଲ ରହିଥାଏ । ଏଠାରେ ଯଦିଓ ଆମେରିକା, ଋଷିଆ ଆଦିରେ କେତେ କେତେ ସାହୁକାର ସବୁ
ଅଛନ୍ତି କିନ୍ତୁ ସ୍ୱର୍ଗ ଭଳି ସୁଖ ଏଠାରେ ହୋଇପାରିବ ନାହିଁ । ସୁନାର ଇଟାରେ ତିଆରି ମହଲ ତ କେହି
କରିପାରିବେ ନାହିଁ । ସୁନାର ମହଲ ତ ସତ୍ୟଯୁଗରେ ହିଁ ଥାଏ । ଏଠାରେ ସୁନା ହିଁ କାହିଁ! ସେଠାରେ ତ
ପ୍ରତ୍ୟେକ ଜାଗାରେ ହୀରାମୋତି ଲାଗିଥିବ । ଏଠାରେ ତ ହୀରାର ମଧ୍ୟ କେତେ ଦାମ୍ ହୋଇଗଲାଣି । ଏ ସବୁ
ପୁଣି ମାଟିରେ ମିଶିଯିବ । ବାବା ବୁଝାଉଛନ୍ତି ନୂଆ ଦୁନିଆରେ ପୁଣି ନୂଆ ଖଣି ସବୁ ଭରପୁର ହୋଇଯିବ
। ଏବେ ଏ ସବୁ ଖାଲି ହୋଇଯିବ । ଦେଖାଉଛନ୍ତି, ସାଗର ହୀରା ମୋତିର ଥାଳି ଭରି କରି ଉପହାର ଦେଇଥିଲା
। ସେଠାରେ ତ ତୁମକୁ ହୀରାମୋତି ପ୍ରଚୁର ମିଳିବ । ସାଗରକୁ ମଧ୍ୟ ଦେବତାଙ୍କର ରୂପ ବୋଲି ଭାବୁଛନ୍ତି
। ତୁମେମାନେ ଜାଣୁଛ ବାବା ତ ଜ୍ଞାନର ସାଗର ଅଟନ୍ତି । ତେଣୁ ସବୁବେଳେ ଏହି ଉଲ୍ଲାସ ରହୁ ଯେ
ଜ୍ଞାନ ସାଗର ବାବା ଆମକୁ ପ୍ରତିଦିନ ଜ୍ଞାନ ରତ୍ନର, ମୋତିର ଥାଳି ଭର୍ତ୍ତିକରି ଦେଉଛନ୍ତି । ବାକି
ତାହା ତ ପାଣିର ସାଗର ଅଟେ । ବାବା ତୁମ ସନ୍ତାନମାନଙ୍କୁ ଜ୍ଞାନ ରତ୍ନ ଦେଉଛନ୍ତି, ଯାହା ତୁମେ
ବୁଦ୍ଧିରେ ଭରୁଛ । ତୁମେମାନେ ଯେତେ ଯେତେ ଯୋଗଯୁକ୍ତ ହୋଇ ରହିବ ବୁଦ୍ଧି ସେତେ କାଞ୍ଚନ ଅର୍ଥାତ୍
ପବିତ୍ର ହୋଇଯିବ । ଏହି ଅବିନାଶୀ ଜ୍ଞାନ ରତ୍ନ ହିଁ ତୁମେ ସାଙ୍ଗରେ ନେଇଯାଉଛ । ତେବେ ବାବାଙ୍କ
ସ୍ମୃତି ଏବଂ ଜ୍ଞାନ ହିଁ ମୁଖ୍ୟ ଅଟେ ।
ତୁମମାନଙ୍କ ଭିତରେ ବହୁତ
ଉଲ୍ଲାସ ରହିବା ଆବଶ୍ୟକ । ବାବା ମଧ୍ୟ ଗୁପ୍ତ, ତୁମେ ମଧ୍ୟ ଗୁପ୍ତ ସେନା ଅଟ । ଅହିଂସକ ଗୁପ୍ତ
ଯୋଦ୍ଧା ବୋଲି କୁହନ୍ତି ନା, ଅମୁକ ବହୁତ ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି । କିନ୍ତୁ ତାଙ୍କର
ନାମ-ଧାମର ପରିଚୟ ନ ଥିବ । ଏପରି ହୋଇପାରିବ ନାହିଁ । ସରକାରଙ୍କ ପାଖରେ ପ୍ରତ୍ୟେକଙ୍କର ପୁରା
ଠିକଣା ଥାଏ । ଗୁପ୍ତ ଯୋଦ୍ଧା, ଅହିଂସକ, ଏସବୁ ହେଲା ତୁମର ନାମ । ସବୁଠାରୁ ପ୍ରଥମ ହିଂସା ହେଲା
ଏହି କାମ ବିକାର ଯିଏକି ଆଦି-ମଧ୍ୟ-ଅନ୍ତ ଦୁଃଖ ଦିଏ । ସେଥିପାଇଁ ତ କହୁଛନ୍ତି - ହେ ପତିତପାବନ,
ଆମ ପତିତମାନଙ୍କୁ ଆସି ପବିତ୍ର କର । ପବିତ୍ର ଦୁନିଆରେ ଜଣେ ବି ପତିତ ରହିପାରିବେ ନାହିଁ । ଏ କଥା
ତୁମେ ସନ୍ତାନମାନେ ଜାଣିଛ - ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ ଏବେ ହିଁ ଆମେ ଭଗବାନଙ୍କର
ସନ୍ତାନ ହୋଇଛୁ କିନ୍ତୁ ମାୟା ମଧ୍ୟ କମ୍ ନୁହେଁ । ମାୟାର ଏପରି ଗୋଟିଏ ଚାପୁଡା ଲାଗିଯାଏ ଯାହାକି
ଏକଦମ୍ ନର୍ଦ୍ଦମାରେ ପକାଇଦିଏ । କାମ ବିକାରରେ ଯେଉଁମାନେ ଲିପ୍ତ ହୁଅନ୍ତି ତାଙ୍କର ବୁଦ୍ଧି ଏକଦମ୍
ଭ୍ରଷ୍ଟ ହୋଇଯାଏ । ବାବା କେତେ ବୁଝାଉଛନ୍ତି - ଦେହଧାରୀଙ୍କ ସହ କୌଣସି ମମତା ରଖ ନାହିଁ । ତୁମକୁ
ଏକମାତ୍ର ବାବାଙ୍କ ସହିତ ପ୍ରୀତି ରଖିବାକୁ ହେବ । କୌଣସି ଦେହଧାରୀଙ୍କ ସହିତ ସ୍ନେହ ରଖ ନାହିଁ,
ପ୍ରେମ ରଖ ନାହିଁ । ପ୍ରେମ ଯଦି ରଖିବାର ଅଛି ସେହି ବିଚିତ୍ର ଦେହ ରହିତ ବାବାଙ୍କ ସହିତ ରଖ ।
ବାବା କେତେ ବୁଝାଉଛନ୍ତି ପୁଣି ବି ବୁଝୁ ନାହାଁନ୍ତି । ଭାଗ୍ୟରେ ନ ଥିଲେ ପରସ୍ପରର ଦୈହିକ
ଆକର୍ଷଣରେ ବାନ୍ଧି ହୋଇଯାଆନ୍ତି । ବାବା କେତେ ବୁଝାଉଛନ୍ତି ତୁମେ ମଧ୍ୟ ବିନ୍ଦୁ ରୂପ ଅଟ । ଆତ୍ମା
ଏବଂ ପରମାତ୍ମାଙ୍କର ରୂପ ତ ସମାନ । ଆତ୍ମା ଛୋଟ-ବଡ ହୋଇ ନ ଥାଏ । ଆତ୍ମା ଅବିନାଶୀ ଏବଂ
ପ୍ରତ୍ୟେକ ଆତ୍ମାର ପାର୍ଟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଏବେ କେତେ ଢେର ମନୁଷ୍ୟ ଅଛନ୍ତି
। ପୁଣି ୯-୧୦ ଲକ୍ଷ ରହିବେ । ସତ୍ୟଯୁଗ ଆରମ୍ଭରେ ବୃକ୍ଷ କେତେ ଛୋଟ ହୋଇଥାଏ । ପ୍ରଳୟ ତ କେବେ
ହୁଏ ନାହିଁ । ତୁମେ ଜାଣିଛ ଏଠାରେ ଯିଏ ବି ମନୁଷ୍ୟ ମାତ୍ରକେ ଅଛନ୍ତି ସେ ସମସ୍ତଙ୍କର ଆତ୍ମା
ବ୍ରହ୍ମଲୋକରେ ରହିଥାଏ । ସେମାନଙ୍କର (ଆତ୍ମାମାନଙ୍କର) ମଧ୍ୟ ବୃକ୍ଷ ଅଛି । ଯେପରି ମଞ୍ଜି
ପକାଯାଏ । ସେଥିରୁ ବୃକ୍ଷ ବାହାରିଥାଏ । ପ୍ରଥମେ-ପ୍ରଥମେ ଦୁଇଟି ପତ୍ର ବାହାରେ । ସେହିପରି ଏହା
ମଧ୍ୟ ବେହଦର ବୃକ୍ଷ ଅଟେ । ସୃଷ୍ଟିଚକ୍ର ଉପରେ ବୁଝାଇବା କେତେ ସହଜ, ବିଚାର କର । ଏବେ ହେଉଛି
କଳିଯୁଗ । ସତ୍ୟଯୁଗରେ ଗୋଟିଏ ହିଁ ଧର୍ମ ଥିଲା । ତେବେ ସେଠାରେ କେତେ ଅଳ୍ପ ମନୁଷ୍ୟ ଥିବେ । ଏବେ
କେତେ ମନୁଷ୍ୟ, କେତେ ଧର୍ମ ରହିଛି । ଏତେ ସବୁ ଆତ୍ମା ଯେଉଁମାନେ ସୃଷ୍ଟି ଆରମ୍ଭରୁ ନ ଥିଲେ
ସେମାନେ ପୁଣି କେଉଁଠାକୁ ଯିବେ? ସମସ୍ତେ ଆତ୍ମାମାନେ ପରମଧାମକୁ ଚାଲିଯିବେ । ତୁମମାନଙ୍କ
ବୁଦ୍ଧିରେ ଏବେ ସାରା ଜ୍ଞାନ ଅଛି । ଯେପରି ବାବା ଜ୍ଞାନର ସାଗର ସେହିପରି ତୁମକୁ ମଧ୍ୟ କରୁଛନ୍ତି
। ତୁମେ ପାଠପଢି ଏହି ପଦ ପାଉଛ । ବାବା ସ୍ୱର୍ଗର ରଚୟିତା ଅଟନ୍ତି, ତେଣୁ ସ୍ୱର୍ଗର ସମ୍ପତ୍ତି
ଭାରତବାସୀଙ୍କୁ ହିଁ ଦେଉଛନ୍ତି । ବାକି ଅନ୍ୟ ସମସ୍ତଙ୍କୁ ଘରକୁ ଫେରାଇ ନେଇ ଯାଉଛନ୍ତି । ବାବା
କହୁଛନ୍ତି ମୁଁ ତୁମମାନଙ୍କୁ ରାଜଯୋଗର ପାଠ ପଢାଇବା ପାଇଁ ଆସିଛି । ତୁମେମାନେ ଯେତେ ପୁରୁଷାର୍ଥ
କରିବ ସେତେ ଉଚ୍ଚ ପଦ ପାଇବ । ଯେତେ ଶ୍ରୀମତରେ ଚାଲିବ ସେତେ ଶ୍ରେଷ୍ଠ ହେବ । ତେବେ ସବୁକିଛି
ପୁରୁଷାର୍ଥ ଉପରେ ନିର୍ଭର କରୁଛି । ମମ୍ମା ବାବାଙ୍କ ସିଂହାସନର ଅଧିକାରୀ ହେବାକୁ ହେଲେ
ସମ୍ପୂର୍ଣ୍ଣ ରୂପରେ ମମ୍ମା, ବାବାଙ୍କୁ ଅନୁକରଣ କରିବାକୁ ହେବ । ସିଂହାସନ ଅଧିକାରୀ ହେବା ପାଇଁ
ହେଲେ ତାଙ୍କର ଚଳଣି ଅନୁସାରେ ଚାଲିବାକୁ ହେବ । ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କର । ବାବା ଅନେକ
ପ୍ରକାରର ଉପାୟମାନ କହୁଛନ୍ତି । କେବଳ ବ୍ୟାଜ୍ ଦ୍ୱାରା ମଧ୍ୟ ତୁମେ କାହାକୁ ଭଲ ଭାବରେ ବସି
ବୁଝାଇପାରିବ । ପୁରୁଷୋତ୍ତମ ମାସ ହେଲେ ବାବା କୁହନ୍ତି (ସେଣ୍ଟରମାନଙ୍କୁ) ଚିତ୍ର ମାଗଣାରେ
ଦେଇଦିଅ । କୁହ ବାବା ଉପହାର ରୂପରେ ଦେଉଛନ୍ତି । ପଇସା ହାତକୁ ଆସିଗଲେ ନିଶ୍ଚିତ ବୁଝିଯିବେ ଯେ
ବାବାଙ୍କର ମଧ୍ୟ ଖର୍ଚ୍ଚ ହୋଇଥିବ, ତେଣୁ ନିଶ୍ଚିତ ଶୀଘ୍ର ପଠାଇ ଦେବେ । ଘର ତ ଗୋଟିଏ ନା (ବାବା
ସେବାକେନ୍ଦ୍ରମାନଙ୍କୁ କହୁଛନ୍ତି) । ଏହି ଟ୍ରାନ୍ସଲାଇଟ୍ର ଚିତ୍ର ପ୍ରଦର୍ଶନୀ ହେଲେ କେତେ
ଦେଖିବାକୁ ଆସିବେ । ତେବେ ଏହା ପୂଣ୍ୟର କାମ ହେଲା ନା । ବାବା ମନୁଷ୍ୟମାନଙ୍କୁ କଣ୍ଟାରୁ ଫୁଲ,
ପାପ ଆତ୍ମାରୁ ପୂଣ୍ୟ ଆତ୍ମା କରୁଛନ୍ତି, ଏହାକୁ ବିହଙ୍ଗମାର୍ଗର ସେବା କୁହାଯାଏ । ପ୍ରଦର୍ଶନୀରେ
ଷ୍ଟଲ୍ ନେଲେ ବହୁତ ବୁଝିବା ପାଇଁ ଆସିଥାନ୍ତି । ଏଥିରେ ଖର୍ଚ୍ଚ କମ୍ ହୋଇଥାଏ । ତୁମେ ଏଠାକୁ
ଆସୁଛ ବାବାଙ୍କଠାରୁ ସ୍ୱର୍ଗର ରାଜ୍ୟପଦ କିଣିବା ପାଇଁ । ତେବେ ପ୍ରଦର୍ଶନୀକୁ ମଧ୍ୟ ସ୍ୱର୍ଗର
ରାଜପଦ କିଣିବା ପାଇଁ ଆସିବେ । ଏହା ହାଟ ଅଟେ ନା ।
ବାବା କହୁଛନ୍ତି ଏହି
ଜ୍ଞାନ ଦ୍ୱାରା ତୁମକୁ ବହୁତ ସୁଖ ମିଳିବ, ସେଥିପାଇଁ ଭଲ ଭାବରେ ପାଠପଢି, ପୁରୁଷାର୍ଥ କରି ପୂରା
ପାସ୍ ହେବା ଆବଶ୍ୟକ । ବାବା ହିଁ ବସି ନିଜର ଏବଂ ରଚନା ଅର୍ଥାତ୍ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର
ପରିଚୟ ଦେଉଛନ୍ତି, ଅନ୍ୟ କେହି ଏହି ପରିଚୟ ଦେଇପାରିବେ ନାହିଁ । ଏବେ ବାବାଙ୍କ ଦ୍ୱାରା ତୁମେ
ତ୍ରିକାଳଦର୍ଶୀ ହେଉଛ । ବାବା କହୁଛନ୍ତି ମୁଁ ଯିଏ, ଯେପରି ଅଟେ, ମୋତେ ଯଥାର୍ଥ ଭାବରେ କେହି ଜାଣି
ନାହାଁନ୍ତି । ତୁମମାନଙ୍କ ଭିତରେ ମଧ୍ୟ କ୍ରମଅନୁସାରେ ଅଛନ୍ତି । ଯଦି ଯଥାର୍ଥ ଭାବରେ ଜାଣିଥାନ୍ତେ,
ତେବେ କେବେ ବାବାଙ୍କୁ ଛାଡି ନ ଥାନ୍ତେ । ଏହା ପାଠପଢା ଅଟେ । ଭଗବାନ ବସି ପାଠ ପଢାଉଛନ୍ତି ।
କହୁଛନ୍ତି ମୁଁ ତୁମର ଆଜ୍ଞାକାରୀ ସେବାଧାରୀ ଅଟେ । ପିତା ଏବଂ ଶିକ୍ଷକ ଦୁହେଁ ଆଜ୍ଞାକାରୀ
ସେବାଧାରୀ ହୋଇଥାଆନ୍ତି । ଡ୍ରାମାରେ ମୋର ପାର୍ଟ ହିଁ ଏହିପରି ଅଛି ଯେ ପୁଣି ସମସ୍ତଙ୍କୁ ସାଥିରେ
ନେଇଯିବି । ତେଣୁ ଶ୍ରୀମତରେ ଚାଲି ସମ୍ମାନର ସହିତ ପାସ୍ କରିବା ଦରକାର । ଏହି ପାଠପଢା ତ ବହୁତ
ସହଜ । ସବୁଠାରୁ ବୁଢା ତ ଏହି ଶିକ୍ଷାଦାତା ଶିକ୍ଷକ ଅଟନ୍ତି । ଶିବବାବା କହୁଛନ୍ତି ମୁଁ ବୁଢା
ନୁହେଁ । ଆତ୍ମା କେବେ ବୁଢୀ ହୁଏ ନାହିଁ । ବାକି ପଥର ବୁଦ୍ଧି ହୋଇଯାଇଥାଏ । ମୋର ତ ପାରସ ବୁଦ୍ଧି
ସବୁବେଳେ ହିଁ ଥାଏ, ସେଥିପାଇଁ ତ ତୁମମାନଙ୍କୁ ପାରସ ବୁଦ୍ଧି ଅର୍ଥାତ୍ ପବିତ୍ର ବୁଦ୍ଧି କରିବା
ପାଇଁ ଆସିଛି । ମୁଁ ଏହିଭଳି କଳ୍ପ କଳ୍ପ ଆସେ । ଅଗଣିତ ଥର ତୁମକୁ ପାଠ ପଢାଉଛି ତଥାପି ବି ତୁମେ
ଭୁଲିଯାଉଛ । ସତ୍ୟଯୁଗରେ ଏହି ଜ୍ଞାନର ଆବଶ୍ୟକତା ହିଁ ନ ଥାଏ । କେତେ ଭଲ ଭାବରେ ବାବା
ବୁଝାଉଛନ୍ତି । ଏଭଳି ବାବାଙ୍କୁ ପୁଣି ଛାଡପତ୍ର ଦେଇ ଦେଉଛନ୍ତି, ତେଣୁ କୁହାଯାଏ ମହାମୂର୍ଖ
ଦେଖିବାର ଅଛି ତ ଏଠାକୁ ଆସି ଦେଖ । ଏଭଳି ବାବା ଯାହାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି,
ତାଙ୍କୁ ମଧ୍ୟ ଛାଡି ଦେଉଛନ୍ତି । ବାବା କହୁଛନ୍ତି ତୁମେ ମୋ ମତରେ ଚାଲିଲେ ଅମରଲୋକରେ ବିଶ୍ୱର
ମହାରାଜା-ମହାରାଣୀ ହେବ । ଏହା ତ ମୃତ୍ୟୁଲୋକ ଅଟେ । ପିଲାମାନେ ଜାଣିଛନ୍ତି ଆମେ ହିଁ ପୂଜ୍ୟ
ଦେବୀ-ଦେବତା ଥିଲୁ । ଏବେ ଆମେ କ’ଣ ହୋଇଯାଇଛୁ? ପତିତ ଭିକାରୀ । ଏବେ ପୁଣି ଆମେ ହିଁ ରାଜକୁମାର
ହେବାକୁ ଯାଉଛୁ । ତେବେ ସମସ୍ତଙ୍କର ଏକା ଭଳି ପୁରୁଷାର୍ଥ ତ ହୋଇପାରିବ ନାହିଁ । କେହି କେହି
ଭାଙ୍ଗି ପଡୁଛନ୍ତି, କେହି ଟ୍ରେଟର (ବିଶ୍ୱାସଘାତକ) ହୋଇଯାଉଛନ୍ତି । ଏଭଳି ଟ୍ରେଟର୍ ବି ବହୁତ
ଅଛନ୍ତି ଯାହାଙ୍କ ସଙ୍ଗେ କଥା ମଧ୍ୟ ହେବାର ଉଚିତ୍ ନୁହେଁ । ଯଦି ଜ୍ଞାନର କଥା ବ୍ୟତୀତ ଅନ୍ୟ
କୌଣସି କଥା ପଚାରିବେ, ତେବେ ବୁଝି ନିଅ ଯେ ଏ ସବୁ ଶୈତାନୀ କଥା । ସୁସଙ୍ଗ ଉଦ୍ଧାର କରେ ଏବଂ
କୁସଙ୍ଗ ଦୁର୍ଗତି କରେ । ଯେଉଁମାନେ ଜ୍ଞାନରେ ପ୍ରବୀଣ ବାବାଙ୍କ ହୃଦୟରେ ବସିଛନ୍ତି,
ସେହିମାନଙ୍କର ସଙ୍ଗ କର । ସିଏ ତୁମକୁ ଜ୍ଞାନର ମିଠା-ମିଠା କଥା ଶୁଣାଇବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସେବାଧାରୀ, ବିଶ୍ୱାସୀ, ଆଜ୍ଞାକାରୀ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର
ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ
।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯିଏ ଦେହ
ରହିତ ବିଚିତ୍ର ଅଟନ୍ତି, ସେହି ପିତାଙ୍କ ସହିତ ହିଁ ସ୍ନେହ ରଖିବାକୁ ହେବ । କୌଣସି ଦେହଧାରୀଙ୍କ
ନାମ ରୂପରେ ବୁଦ୍ଧିକୁ ଲଗାଇବାର ନାହିଁ । ମାୟାର ଚାପୁଡା ନ ଲାଗୁ, ଏଥିପ୍ରତି ଧ୍ୟାନ ଦେବାକୁ
ହେବ ।
(୨) ଯିଏ ଜ୍ଞାନର କଥା
ବ୍ୟତୀତ ଅନ୍ୟ କିଛି ବି ଶୁଣାଉଛନ୍ତି, ତାଙ୍କର ସଙ୍ଗ କରିବାର ନାହିଁ । ଫୁଲ ପାସ୍ ହେବାର
ପୁରୁଷାର୍ଥ କରିବାକୁ ହେବ ତା’ ସହିତ କଣ୍ଟାକୁ ଫୁଲ କରିବାର ସେବା କରିବାକୁ ହେବ ।
ବରଦାନ:-
“ଏକମାତ୍ର ବାବା
ଦ୍ୱିତୀୟ କେହି ନୁହେଁ “ - ଏହି ସ୍ମୃତି ଆଧାରରେ ବନ୍ଧନମୁକ୍ତ ଯୋଗଯୁକ୍ତ ହୁଅ ।
ଏବେ ଘରକୁ ଯିବାର ସମୟ
ସେଥିପାଇଁ ବନ୍ଧନମୁକ୍ତ ଏବଂ ଯୋଗଯୁକ୍ତ ହୁଅ । ବନ୍ଧନମୁକ୍ତ ଅର୍ଥାତ୍ ଢିଲା ପୋଷାକ, ଟାଇଟ୍ ନୁହେଁ,
ଆଦେଶ ମିଳିବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ବୁଦ୍ଧି ବାବାଙ୍କ ପାଖକୁ ଚାଲିଯାଉଥିବ, ଏହିଭଳି
ବନ୍ଧନମୁକ୍ତ ଏବଂ ଯୋଗଯୁକ୍ତ ହେବାର ବରଦାନ ପ୍ରାପ୍ତ କରିବା ପାଇଁ ସର୍ବଦା ଏହି ପ୍ରତିଜ୍ଞା
ସ୍ମୃତିରେ ରହୁ ଯେ “ ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ” କାହିଁକି ନା ଘରକୁ ଯିବା ପାଇଁ ବା
ସତ୍ୟଯୁଗୀ ରାଜ୍ୟକୁ ଆସିବା ପାଇଁ ଏହି ପୁରୁଣା ଶରୀରକୁ ଛାଡିବାକୁ ପଡିବ, ତେଣୁ ଚେକ୍ କର ଏହିଭଳି
ସଦା ପ୍ରସ୍ତୁତ ଆତ୍ମା ହେଲିଣି ନା ଏବେ ପର୍ଯ୍ୟନ୍ତ ମଧ୍ୟ କିଛିଟା ବନ୍ଧନ ବାକି ରହିଛି? ଏହି
ପୁରୁଣା ଶରୀର ରୂପୀ ବସ୍ତ୍ର ଟାଇଟ୍ ନାହିଁ ତ?
ସ୍ଲୋଗାନ:-
ବ୍ୟର୍ଥ ସଂକଳ୍ପ
ରୂପୀ ଅଧିକ ଭୋଜନ କରିଲେ ମୋଟା ପଣିଆର ବେମାରୀରୁ ମୁକ୍ତ ହୋଇଯିବ ।
ଅବ୍ୟକ୍ତ ଈଶାରା:-
ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ
(୨୬) ବାବାଙ୍କର ସବୁଠାରୁ
ଭଲ ଜିନିଷ ହେଲା ସତ୍ୟତା, ସେଥିପାଇଁ ଭକ୍ତିରେ ମଧ୍ୟ କୁହାଯାଏ ଭଗବାନ ହିଁ ସତ୍ୟ ଅଟନ୍ତି ।
ସବୁଠାରୁ ଭଲ ଜିନିଷ ହେଲା ସତ୍ୟତା, କାହିଁକି ନା ଯାହା ପାଖରେ ସତ୍ୟତା ଥାଏ ତାଙ୍କ ପାଖରେ
ନିର୍ମଳତା ରହିଥାଏ, ସେ କ୍ନିନ୍ ଏବଂ କ୍ଲିଅର ହୋଇ ରହିଥାଆନ୍ତି । ତେଣୁ ସତ୍ୟତାର ବିଶେଷତାକୁ
କେବେହେଲେ ବି ଛାଡ ନାହିଁ । ସତ୍ୟତାର ଶକ୍ତି ଏକ ଲିଫ୍ଟର କାମ କରିଥାଏ ।