26.06.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସଦା ସର୍ବଦା ଏହି ନିଶାରେ ରୁହ ଯେ ଆମକୁ ପଦ୍ମାପଦ୍ମ ଭାଗ୍ୟ ପ୍ରାପ୍ତ ହୋଇଛି, ପତିତ-ପାବନ ବାବାଙ୍କର ଆମେ ସନ୍ତାନ ହୋଇଛୁ, ତାଙ୍କଠାରୁ ଆମକୁ ବେହଦ ସୁଖର ସମ୍ପତ୍ତି ମିଳୁଛି ।”

ପ୍ରଶ୍ନ:-
ତୁମମାନଙ୍କର କୌଣସି ଧର୍ମ ପ୍ରତି ଘୃଣାଭାବ ଆସିପାରିବ ନାହିଁ - କାହିଁକି?

ଉତ୍ତର:-
କାହିଁକି ନା ତୁମେ ବୀଜ ଏବଂ ବୃକ୍ଷର ଜ୍ଞାନକୁ ଜାଣିଛ । ତୁମକୁ ଜଣା ଅଛି ଯେ ଏହା ହେଉଛି ମନୁଷ୍ୟ ସୃଷ୍ଟି ରୂପୀ ବେହଦର କଳ୍ପ ବୃକ୍ଷ, ଏଥିରେ ପ୍ରତ୍ୟେକ ଆତ୍ମାର ସ୍ୱତନ୍ତ୍ର ପାର୍ଟ ରହିଛି । ନାଟକରେ କେବେ ବି ଅଭିନେତାମାନେ ପରସ୍ପରକୁ ଘୃଣା କରନ୍ତି ନାହିଁ । ତୁମେମାନେ ଜାଣିଛ ଯେ, ଆମେମାନେ ଏହି ନାଟକରେ ହୀରୋ-ହୀରୋଇନ୍ ପାର୍ଟ କରିଛୁ, ଆମେ ଯେଉଁ ସୁଖ ଦେଖିଛୁ ତାହା ଅନ୍ୟ କେହି ଦେଖି ପାରିବେ ନାହିଁ । ତୁମକୁ ବହୁତ ଖୁସି ଲାଗୁଛି ଯେ, ସାରା ବିଶ୍ୱ ଉପରେ କେବଳ ଆମେମାନେ ହିଁ ରାଜ୍ୟ କରିବ ।

ଓମ୍ ଶାନ୍ତି ।
ଓମ୍ ଶାନ୍ତି କହିବା ମାତ୍ରେ ହିଁ ତୁମମାନଙ୍କୁ ଯେଉଁ ଜ୍ଞାନ ମିଳିଛି, ସେ ସବୁ ବୁଦ୍ଧିରେ ଆସିଯିବା ଦରକାର । ବାବାଙ୍କର ବୁଦ୍ଧିରେ କେଉଁ ଜ୍ଞାନ ଅଛି ? ଏହା ହେଉଛି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ, ଯାହାକୁ କଳ୍ପ ବୃକ୍ଷ ମଧ୍ୟ କହୁଛନ୍ତି, ଏହାର ଉତ୍ପତ୍ତି, ପାଳନା ଏବଂ ବିନାଶ କିପରି ହେଉଛି, ଏହିସବୁ ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ଆସିଯିବା ଦରକାର । ଯେପରି ଜଡ ବୃକ୍ଷ ରହିଛି, ସେହିପରି ଏହା ହେଉଛି ଚୈତନ୍ୟ । ଏହାର ବୀଜ ମଧ୍ୟ ଚୈତନ୍ୟ । ତାଙ୍କର ମହିମା ମଧ୍ୟ ଗାଉଛନ୍ତି, ସିଏ ସତ୍ୟ, ଚୈତନ୍ୟ ଅଟନ୍ତି ଯିଏକି ବୃକ୍ଷର ଆଦି, ମଧ୍ୟ, ଅନ୍ତର ରହସ୍ୟକୁ ବୁଝାଉଛନ୍ତି । ତାଙ୍କର କର୍ତ୍ତବ୍ୟକୁ କେହି ଜାଣିନାହାଁନ୍ତି । ପ୍ରଜାପିତା ବ୍ରହ୍ମାଙ୍କର କର୍ତ୍ତବ୍ୟକୁ ମଧ୍ୟ ଜାଣିବା ଦରକାର ନା । କିନ୍ତୁ ବ୍ରହ୍ମାଙ୍କୁ କେହି ମନେ ପକାଉନାହାଁନ୍ତି, କାହିଁକି ନା ତାଙ୍କୁ ଜାଣି ନାହଁନ୍ତି । ଆଜମିରରେ ବ୍ରହ୍ମାଙ୍କର ମନ୍ଦିର ମଧ୍ୟ ରହିଛି । ତ୍ରିମୂର୍ତ୍ତି ଚିତ୍ରରେ ବ୍ରହ୍ମା, ବିଷ୍ଣୁ, ଶଙ୍କର ମଧ୍ୟ ଅଛନ୍ତି । ସେଥିପାଇଁ ବ୍ରହ୍ମା ଦେବତାୟ ନମଃ କହୁଛନ୍ତି । ଏବେ ତୁମେମାନେ ଜାଣୁଛ - ବର୍ତ୍ତମାନ ସମୟରେ ବ୍ରହ୍ମାଙ୍କୁ ଦେବତା କୁହାଯାଇ ପାରିବ ନାହିଁ, ଯେବେ ସଂପୂର୍ଣ୍ଣ ହେବେ ତେବେ ଦେବତା କୁହାଯିବ । ଏହି ବ୍ରହ୍ମା ସଂପୂର୍ଣ୍ଣ ହୋଇ ସୂକ୍ଷ୍ମଲୋକକୁ ଚାଲିଯାଉଛନ୍ତି । ବାବା କହୁଛନ୍ତି - ତୁମର ପିତାଙ୍କର ନାମ କ’ଣ? କାହାକୁ ପଚାରୁଛନ୍ତି? ଆତ୍ମାକୁ । ଆତ୍ମା କହୁଛି ଇଏ ମୋର ପିତା ଅଟନ୍ତି । ଯାହାକୁ ଜଣା ନାହିଁ କି - ଏକଥା କିଏ କହୁଛନ୍ତି, ସିଏ ତ ପ୍ରଶ୍ନ ପଚାରି ପାରିବେ ନାହିଁ । ଏବେ ପିଲାମାନେ ବୁଝାଗଲେଣି - ବାସ୍ତବରେ ସମସ୍ତଙ୍କର ଦୁଇଜଣ ପିତା ଅଛନ୍ତି । ଏହି ଜ୍ଞାନ ତ ଏକମାତ୍ର ବାବା ହିଁ ଦେଉଛନ୍ତି । ଏବେ ତୁମେ ଜାଣୁଛ ଇଏ ଶିବବାବାଙ୍କର ରଥ ଅଟନ୍ତି, ବାବା ଏହି ରଥ ଦ୍ୱାରା ଆମକୁ ଜ୍ଞାନ ଶୁଣାଉଛନ୍ତି । ପ୍ରଥମତଃ ଇଏ ଶରୀରଧାରୀ ବ୍ରହ୍ମାଙ୍କର ରଥ ପୁଣି ଦ୍ୱିତୀୟରେ ଆତ୍ମିକ ପିତାଙ୍କର ରଥ ମଧ୍ୟ ଅଟନ୍ତି । ସେହି ଆତ୍ମିକ ପିତାଙ୍କର ମହିମା ହେଲା ସୁଖର ସାଗର, ଶାନ୍ତିର ସାଗର.....। ପ୍ରଥମେ ତ ଏହି କଥା ବୁଦ୍ଧିରେ ରହିବା ଉଚିତ୍ ଯେ ଅବିନାଶୀ ପିତା କିଏ ଯାହାଙ୍କ ଠାରୁ ଆମକୁ ଅବିନାଶୀ ସମ୍ପତ୍ତି ମିଳୁଛି । ଯେଉଁଥିପାଇଁ ଆମେ ପବିତ୍ର ଦୁନିଆର ମାଲିକ ହେଉଛୁ । ନିରାକାରଙ୍କୁ ଡାକୁଛନ୍ତି ହେ ପତିତ-ପାବନ ଆସ । ଆତ୍ମା ହିଁ ଡାକୁଛି । ଯେତେବେଳେ ଆତ୍ମା ପବିତ୍ର ଥିଲା ସେତେବେଳେ ଡାକୁ ନ ଥିଲା ଯେତେବେଳେ ପତିତ ହେଲା ସେତେବେଳେ ଭଗବାନଙ୍କୁ ଡାକିଲା । ଏବେ ତୁମେ ଆତ୍ମମାନେ ଜାଣିଛ ସେହି ପତିତ-ପାବନ ବାବା ଏହି ଶରୀରରେ ଆସିଛନ୍ତି । ଏକଥା ଭୁଲିବା ଉଚିତ୍ ନୁହେଁ ଯେ ଆମେମାନେ ବର୍ତ୍ତମାନ ତାଙ୍କର ସନ୍ତାନ ହୋଇଛୁ । ଏହା କେବଳ ସୌଭାଗ୍ୟର କଥା ନୁହେଁ କିନ୍ତୁ ପଦ୍ମାପଦ୍ମ ଭାଗ୍ୟର କଥା ଅଟେ । ତେବେ ଏଭଳି ବାବାଙ୍କୁ ଭୂଲିଯିବା ଦରକାର କି! ବର୍ତ୍ତମାନ ସମୟରେ ବାବା ଆସିଛନ୍ତି - ଏହା ନୂଆ କଥା । ଶିବ ଜୟନ୍ତୀ ମଧ୍ୟ ପ୍ରତ୍ୟେକ ବର୍ଷ ପାଳନ କରାଯାଉଛି । ତେବେ ନିଶ୍ଚିତ ଭାବରେ ସିଏ ପ୍ରତି କଳ୍ପରେ ଥରେ ଆସୁଛନ୍ତି । ଲକ୍ଷ୍ମୀ-ନାରାୟଣ ସତ୍ୟଯୁଗରେ ଥିଲେ, ବର୍ତ୍ତମାନ ନାହାଁନ୍ତି । ତେବେ ବୁଝିଯିବା ଦରକାର ସିଏ ପୁନର୍ଜନ୍ମ ନେଉଥିବେ । ୧୬ କଳାରୁ ପୁଣି ୧୨-୧୪ କଳାରେ ଆସିଥିବେ । ଏକଥା ତୁମ ବ୍ୟତୀତ ଅନ୍ୟ କେହି ଜାଣି ନାହାଁନ୍ତି । ନୂଆ ଦୁନିଆକୁ ସତ୍ୟଯୁଗ ବୋଲି କୁହାଯାଉଛି । ସେଠାରେ ସବୁ କିଛି ନୂଆ ହିଁ ନୂଆ ହେବ । ଦେବତା ଧର୍ମର ଗାୟନ ମଧ୍ୟ କରାଯାଇଥାଏ । ସେହି ଦେବତାମାନେ ଯେତେବେଳେ ବାମ ମାର୍ଗରେ ଯାଉଛନ୍ତି ସେତେବେଳେ ତାଙ୍କୁ ଦେବତା ବୋଲି କୁହାଯାଇ ପାରିବ ନାହିଁ । କେହି ବି ଏପରି କହିପାରିବେ ନାହିଁ ଯେ, ଆମେମାନେ ତାଙ୍କର ବଂଶାବଳୀ ଅଟୁ । ଯଦି ତୁମେ ନିଜକୁ ତାଙ୍କର ବଂଶାବଳୀ ବୋଲି ଭାବୁଛ ତେବେ ପୁଣି ତାଙ୍କର ମହିମା ଏବଂ ନିଜର ନିନ୍ଦା କାହିଁକି କରୁଛ ? ଯେତେବେଳେ ମହିମା କରୁଛ ସେତେବେଳେ ନିଶ୍ଚିତ ଭାବରେ ତାଙ୍କୁ ପବିତ୍ର ଏବଂ ନିଜକୁ ଅପବିତ୍ର ବୋଲି ଭାବୁଛ । ଏମାନେ ପୁନର୍ଜନ୍ମ ନେଇ ପବିତ୍ରରୁ ଅପବିତ୍ର ହେଉଛନ୍ତି । ଯେଉଁମାନେ ପ୍ରଥମେ-ପ୍ରଥମେ ପବିତ୍ର ଥିଲେ ସେହିମାନେ ହିଁ ପୁଣି ଅପବିତ୍ର ହେଉଛନ୍ତି । ତେଣୁ ଜାଣୁଛ ଯେ, ଆମେ ପବିତ୍ରରୁ ଏବେ ଅପବିତ୍ର ହୋଇଛୁ । ତୁମେ ସ୍କୁଲରେ ପାଠ ପଢିଛ, ଯେଉଁଠି କ୍ରମାନୁସାରେ ପ୍ରଥମ, ଦ୍ୱିତୀୟ ଶ୍ରେଣୀ ଥାଏ ନା । ଏବେ ପିଲାମାନେ ଜାଣୁଛନ୍ତି ଯେ, ଆମକୁ ବାବା ପାଠ ପଢାଉଛନ୍ତି । ସେଥିପାଇଁ ତ ଆସୁଛନ୍ତି ନା । ନଚେତ୍ ଏଠାକୁ ଆସିବା କ’ଣ ଦରକାର ଅଛି । ଇଏ କୌଣସି ଗୁରୁ, ମହାତ୍ମା, ମହାପୁରୁଷ ଆଦି ତ ନୁହଁନ୍ତି । ଏହା ଏକ ସାଧାରଣ ମନୁଷ୍ୟ ଶରୀର, ତାହା ମଧ୍ୟ ବହୁତ ପୁରୁଣା । ବାବା କହୁଛନ୍ତି - ମୁଁ ଏହାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ପ୍ରବେଶ କରୁଛି । ଆଉ କିଛି ଏହାଙ୍କର ମହିମା ନାହିଁ, କେବଳ ମୁଁ ତାଙ୍କ ଶରୀରରେ ପ୍ରବେଶ କରୁଛି ତେଣୁ ତାଙ୍କର ନାମ ଏତେ ପ୍ରସିଦ୍ଧ ହୋଇଯାଇଛି । ନଚେତ୍ ପ୍ରଜାପିତା ବ୍ରହ୍ମା କେଉଁଠାରୁ ଆସିଲେ । ସେଥିପାଇଁ ମନୁଷ୍ୟମାନେ ନିଶ୍ଚିତ ଭାବରେ ଦ୍ୱନ୍ଦ୍ୱରେ ପଡୁଛନ୍ତି ନା । ବାବା ତୁମମାନଙ୍କୁ ଏକଥା ବୁଝାଉଛନ୍ତି ତେଣୁ ତୁମେମାନେ ଅନ୍ୟମାନଙ୍କୁ ବୁଝାଉଛ । ବ୍ରହ୍ମାଙ୍କର ବାପା କିଏ ? ବ୍ରହ୍ମା, ବିଷ୍ନୁ, ଶଙ୍କର - ଏମାନଙ୍କର ରଚୟିତା ହେଉଛନ୍ତି ଶିବବାବା । ଯେତେବେଳେ ଶିବବାବାଙ୍କର ନାମ ନେଉଛନ୍ତି ସେତେବେଳେ ବୁଦ୍ଧି ଉପରକୁ ଚାଲିଯାଉଛି । ପରମପିତା ପରମାତ୍ମା ଯିଏକି ପରମଧାମରେ ରହିଥା’ନ୍ତି, ଏମାନେ ହେଲେ ତାଙ୍କର ରଚନା । ବ୍ରହ୍ମା, ବିଷ୍ନୁ, ଶଙ୍କରଙ୍କର କର୍ତ୍ତବ୍ୟ ଅଲଗା ଅଲଗା । ଗୋଟିଏ ଘରେ ୩-୪ ଜଣ ଭାଇ ଥିଲେ ମଧ୍ୟ ସେମାନଙ୍କର କର୍ତ୍ତବ୍ୟ ଅଲଗା-ଅଲଗା ହୋଇଥାଏ, ତେଣୁ ପ୍ରତ୍ୟେକଙ୍କର ନିଜସ୍ୱ ଅଭିନୟ ରହିଛି । ଏତେ କୋଟି କୋଟି ଆତ୍ମାମାନେ ଅଛନ୍ତି - ଜଣଙ୍କର ଅଭିନୟ ଅନ୍ୟ ଜଣଙ୍କ ସହିତ ମିଶିପାରିବ ନାହିଁ । ଏହି ଆଶ୍ଚର୍ଯ୍ୟଜନକ କଥାକୁ ବୁଝିବାକୁ ହିଁ ହେବ । କେତେ ଢେର ମନୁଷ୍ୟ ଅଛନ୍ତି, ଏବେ ଚକ୍ର ପୁରା ହେବାକୁ ଯାଉଛି । ଏବେ ଅନ୍ତିମ ସମୟ ନା, ତେଣୁ ସମସ୍ତଙ୍କୁ ଘରକୁ ଫେରି ଯିବାକୁ ହେବ । ପୁଣି ଥରେ ଚକ୍ରର ପୁନରାବୃତ୍ତି ହେବ । ବାବା ଏହିସବୁ କଥା ଭିନ୍ନ-ଭିନ୍ନ ଶୈଳୀରେ ବୁଝାଉଛନ୍ତି, କାହିଁକିନା ଏହା ହେଉଛି ନୂଆ କଥା । ବାବା କହୁଛନ୍ତି କଳ୍ପ ପୂର୍ବରୁ ମଧ୍ୟ ମୁଁ ବୁଝାଇଥିଲି, ତେବେ ଏହି ବାବା ବହୁତ ସ୍ନେହୀ ଅଟନ୍ତି, ଏପରି ବାବାଙ୍କୁ ବହୁତ ସ୍ନେହର ସହିତ ମନେପକାଇବା ଉଚିତ୍ । ତୁମେମାନେ ମଧ୍ୟ ବାବାଙ୍କର ସ୍ନେହୀ ସନ୍ତାନ ଅଟ ନା । ତେଣୁ ତୁମେ ମଧ୍ୟ ବାବାଙ୍କୁ ମନେ ପକାଇ ଆସୁଛ । ପ୍ରଥମେ ସମସ୍ତେ ଜଣଙ୍କର ପୂଜା କରୁଥିଲେ, ଏଥିରେ ଭେଦଭାବର କୌଣସି କଥା ନାହିଁ । ଏବେ ତ କେତେ ଭେଦଭାବ ରହିଛି । ଏଠାରେ କିଏ ରାମଙ୍କ ଭକ୍ତ ତ କିଏ କୃଷ୍ଣଙ୍କର ଭକ୍ତ । ରାମଙ୍କର ଭକ୍ତମାନେ ଧୂପ ଲଗାଇଲେ କୃଷ୍ଣଙ୍କ ଭକ୍ତମାନେ ନାକ ବନ୍ଦ କରିଦେଉଛନ୍ତି । ଏହିଭଳି କି କିଛି କଥା ଶାସ୍ତ୍ରରେ ଅଛି । ସେମାନେ କୁହନ୍ତି ଆମ ଭଗବାନ ବଡ, ଏମାନେ କୁହନ୍ତି ଆମ ଭଗବାନ ବଡ । ସେମାନେ ଦୁଇ ଜଣ ଭଗବାନ ଅଛନ୍ତି ବୋଲି ଭାବୁଛନ୍ତି । ଏଠାରେ ସବୁ କିଛି ମିଥ୍ୟା ହୋଇଥିବା କାରଣରୁ ସମସ୍ତେ ଅସତ୍ୟ କାମ ହିଁ କରୁଛନ୍ତି ।

ବାବା ବୁଝାଉଛନ୍ତି - ସନ୍ତାନମାନେ, ଭକ୍ତି ଭକ୍ତି ଏବଂ ଜ୍ଞାନ ଜ୍ଞାନ ଅଟେ । ଏକମାତ୍ର ବାବା ହିଁ ଜ୍ଞାନର ସାଗର ଅଟନ୍ତି । ବାକି ସେମାନେ ଭକ୍ତିର ସାଗର । ଜ୍ଞାନ ଦ୍ୱାରା ସଦ୍‌ଗତି ହୋଇଥାଏ । ଏବେ ତୁମେମାନେ ଜ୍ଞାନବାନ ହେଉଛ । ବାବା ତୁମକୁ ନିଜର ଏବଂ ସାରା ଚକ୍ରର ମଧ୍ୟ ପରିଚୟ ଦେଉଛନ୍ତି, ଯାହାକି ଅନ୍ୟ କେହି ଦେଇପାରିବେ ନାହିଁ । ସେଥିପାଇଁ ବାବା କହୁଛନ୍ତି ତୁମେମାନେ ସ୍ୱଦର୍ଶନ ଚକ୍ରଧାରୀ ଅଟ । ପରମପିତା ପରମାତ୍ମା ତ ଜଣେ ବାକି ସମସ୍ତେ ତାଙ୍କର ସନ୍ତାନ । ତେବେ କେହି ବି ନିଜକୁ ପରମପିତା ବୋଲି କହିପାରିବେ ନାହିଁ । ଯେଉଁମାନେ ବୁଦ୍ଧିମାନ ମନୁଷ୍ୟ, ସେମାନେ ଜାଣିଛନ୍ତି ଏହା କେତେ ବଡ ଡ୍ରାମା । ଏଥିରେ ସବୁ ଅଭିନେତାମାନେ ଅବିନାଶୀ ଅଭିନୟ କରୁଛନ୍ତି । ଛୋଟ ନାଟକ ତ ବିନାଶୀ ହୋଇଥାଏ, ଏହା ହେଉଛି ଅନାଦି ଅବିନାଶୀ ନାଟକ । ଯାହା କେବେ ବି ବନ୍ଦ ହେବ ନାହିଁ, ଏତେ ଛୋଟ ଆତ୍ମାକୁ ଏତେ ବଡ ପାର୍ଟ ମିଳିଛି - ଶରୀର ନେବା, ଛାଡିବା ଏବଂ ଅଭିନୟ କରିବା ପାଇଁ । ଏହି କଥା କୌଣସି ଶାସ୍ତ୍ରରେ ନାହିଁ । ଯଦି ଏହି କଥା କୌଣସି ଗୁରୁ ଶୁଣାଇଥାନ୍ତେ ତେବେ ତାଙ୍କର ଆହୁରି ଅନେକ ଶିଷ୍ୟ ହୋଇଯାଇଥାନ୍ତେ ନା । କେବଳ ଜଣେ ଶିଷ୍ୟ କେଉଁ କାମର । ଅନୁସରଣକାରୀ ସିଏ ଯିଏକି ସଂପୂର୍ଣ୍ଣ ରୂପେ ଅନୁସରଣ କରିଥା’ନ୍ତି । ଏହାଙ୍କର ପୋଷାକ ମଧ୍ୟ ସେଭଳି ନୁହେଁ ତେଣୁ କିଏ ତାଙ୍କୁ ଶିଷ୍ୟ ବୋଲି କହିବ । ଏଠାରେ ତ ବାବା ବସି ପାଠ ପଢାଉଛନ୍ତି । ବାବାଙ୍କୁ ହିଁ ଅନୁସରଣ କରିବାକୁ ହେବ, ଯେପରି ବରଯାତ୍ରୀ କରିଥା’ନ୍ତି ନା । ତେବେ ଏହାକୁ ଶିବଙ୍କର ବରଯାତ୍ରୀ ବୋଲି କୁହାଯିବ । ବାବା କହୁଛନ୍ତି ଏମାନେ ମୋର ବରଯାତ୍ରୀ, ତୁମେମାନେ ସମସ୍ତେ ଭକ୍ତିନୀ ଅଟ, ମୁଁ ହେଉଛି ଭଗବାନ । ତୁମେ ସବୁ ସଜନୀ ଅଟ । ବାବା ଆସିଛନ୍ତି ତୁମକୁ ଶୃଙ୍ଗାର କରି ନେଇଯିବା ପାଇଁ, ତେଣୁ କେତେ ଖୁସି ହେବା ଦରକାର । ଏବେ ତୁମେ ସୃଷ୍ଟିର ଆଦି, ମଧ୍ୟ, ଅନ୍ତକୁ ଜାଣୁଛ । ତୁମେ ବାବାଙ୍କୁ ମନେପକାଇ ପବିତ୍ର ହେଉଛ ତେଣୁ ତୁମକୁ ପବିତ୍ର ରାଜତ୍ୱ ମିଳୁଛି । ବାବା ବୁଝାଉଛନ୍ତି ମୁଁ ଅନ୍ତିମ ସମୟରେ ହିଁ ଆସୁଛି । ମୋତେ ଡାକୁଛନ୍ତି ପବିତ୍ର ଦୁନିଆର ସ୍ଥାପନା ଏବଂ ପତିତ ଦୁନିଆର ବିନାଶ କରାଇବା ପାଇଁ ଆସ, ସେଥିପାଇଁ ମୋତେ ମହାକାଳ ବୋଲି ମଧ୍ୟ କହିଥା’ନ୍ତି । ମହାକାଳର ମନ୍ଦିର ମଧ୍ୟ ଅଛି । କାଳର ମନ୍ଦିର ମଧ୍ୟ ଦେଖାଇଛନ୍ତି ନା । ତେଣୁ ଶିବଙ୍କୁ କାଳର କାଳ ବୋଲି କୁହାଯିବ । ତାଙ୍କୁ ଡାକୁଛନ୍ତି, ଏଠାକୁ ଆସି ଆମକୁ ପବିତ୍ର କର, ସାଥିରେ ନେଇଯାଅ । ଅବିନାଶୀ ବାବା କେତେ ଢେର ଆତ୍ମାମାନଙ୍କୁ ନେଇଯିବା ପାଇଁ ଆସିଛନ୍ତି । କାଳର-କାଳ ମହାକାଳ, ସବୁ ଆତ୍ମାମାନଙ୍କୁ ପବିତ୍ର ଫୁଲ ସମାନ କରି ନେଇଯାଉଛନ୍ତି । ତୁମେ ଫୁଲ ସମାନ ପବିତ୍ର ହୋଇଗଲେ ବାବା ମଧ୍ୟ କୋଳରେ ବସାଇ ସାଥିରେ ନେଇଯିବେ । ଯଦି ପବିତ୍ର ନ ହେବ ତେବେ ଦଣ୍ଡ ଭୋଗ କରିବାକୁ ପଡିବ, ତେବେ ଏଥିରେ ପାର୍ଥକ୍ୟ ତ ରହିଛି ନା । ପାପ ରହିଗଲେ ପୁଣି ଦଣ୍ଡ ଭୋଗ କରିବାକୁ ପଡିବ ଏବଂ ସେହିପରି ପଦ ମଧ୍ୟ ମିଳିବ । ସେଥିପାଇଁ ବାବା ବୁଝାଉଛନ୍ତି ମିଠା ମିଠା ସନ୍ତାନମାନେ, ତୁମେ ବହୁତ-ବହୁତ ମିଠା ହୁଅ । ଶ୍ରୀକୃଷ୍ଣ ସମସ୍ତଙ୍କୁ ବହୁତ ମିଠା ପ୍ରିୟ ଲାଗିଥା’ନ୍ତି ନା । କୃଷ୍ଣଙ୍କୁ କେତେ ସ୍ନେହର ସହିତ ଝୁଲାରେ ଝୁଲାଇଥା’ନ୍ତି, ଧ୍ୟାନରେ ଶ୍ରୀକୃଷ୍ଣଙ୍କୁ ଛୋଟ ପିଲା ରୂପେ ଦେଖି ତୁରନ୍ତ କୋଳକୁ ନେଇ ସ୍ନେହ କରିଥା’ନ୍ତି । ବୈକୁଣ୍ଠକୁ ଯାଇ ସେଠାରେ ଶ୍ରୀକୃଷ୍ଣଙ୍କର ଚୈତନ୍ୟ ରୂପକୁ ଦେଖିଥା’ନ୍ତି । ଏବେ ତୁମେ ଜାଣୁଛ ବାସ୍ତବରେ ଏବେ ବୈକୁଣ୍ଠ ଆସୁଛି । ଆମେ ଭବିଷ୍ୟତରେ ଏହିଭଳି ହେବୁ । ଶ୍ରୀକୃଷ୍ଣଙ୍କର ନାମରେ ଯେଉଁ କଳଙ୍କ ଲଗାଉଛନ୍ତି, ସେସବୁ ମିଥ୍ୟା । ତେବେ ପ୍ରଥମେ ତୁମର ନିଶା ଚଢିବା ଉଚିତ୍ । ଆରମ୍ଭରୁ ତୁମକୁ ବହୁତ ସାକ୍ଷାତତ୍କାର ହୋଇଥିଲା ପୁଣି ଅନ୍ତିମ ସମୟରେ ମଧ୍ୟ ବହୁତ ସାକ୍ଷାତତ୍କାର ହେବ । ଏହି ଜ୍ଞାନ କେତେ ରମଣୀକ ଅଟେ । କେତେ ଖୁସି ଲାଗୁଛି, ଭକ୍ତିରେ କିଛି ବି ଖୁସି ନ ଥାଏ । ଭକ୍ତିମାର୍ଗର ମନୁଷ୍ୟମାନଙ୍କୁ କ’ଣ ଜଣା ଅଛି ଯେ, ଜ୍ଞାନରେ କେତେ ସୁଖ ରହିଛି! ସେମାନେ ଏହାର ତୁଳନା ମଧ୍ୟ କରିପାରିବେ ନାହିଁ । ତେବେ ତୁମମାନଙ୍କ ଭିତରେ ପ୍ରଥମେ ଏହି ନିଶା ଚଢିବା ଉଚିତ୍ । ଏହି ଜ୍ଞାନ ଏକମାତ୍ର ବାବାଙ୍କ ବିନା କୌଣସି ରୁଷି-ମୁନି ଆଦି ଦେଇପାରିବେ ନାହିଁ । ଲୌକିକ ଗୁରୁମାନେ ମଧ୍ୟ କାହାକୁ ମୁକ୍ତି-ଜୀବନମୁକ୍ତିର ରାସ୍ତା ଦେଖାଇପାରିବେ ନାହିଁ । ତୁମେମାନେ ଜାଣୁଛ, କୌଣସି ମନୁଷ୍ୟ ଗୁରୁ ହୋଇପାରିବେ ନାହିଁ ଯିଏକି କହିବେ - ହେ ଆତ୍ମାମାନେ, ପିଲାମାନେ, ମୁଁ ତୁମମାନଙ୍କୁ ବୁଝାଉଛି । ବାବାଙ୍କର ତ ବଚ୍ଚେ-ବଚ୍ଚେ କହିବାର ଅଭ୍ୟାସ ଅଛି । ଜାଣିଛନ୍ତି ଯେ ଏମାନେ ମୋର ରଚନା ଅଟନ୍ତି । ବାବା କହୁଛନ୍ତି, ମୁଁ ସମସ୍ତଙ୍କର ରଚୟିତା ଅଟେ । ତୁମେ ସମସ୍ତେ ଭାଇ-ଭାଇ । ତାଙ୍କୁ ଏହି ଅଭିନୟ ମିଳିଛି । କିପରି ମିଳିଛି ତାହା ବସି ବୁଝାଉଛନ୍ତି । ଆତ୍ମାରେ ହିଁ ସମସ୍ତ ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି । ଯେତେ ବି ମନୁଷ୍ୟ ଆସୁଛନ୍ତି, ସେମାନଙ୍କର ୮୪ ଜନ୍ମ ଭିତରେ କେବେ ବି ଏକାଭଳି ଚେହେରା ହୋଇପାରିବ ନାହିଁ । କିଛି-କିଛି ପରିବର୍ତ୍ତନ ନିଶ୍ଚିତ ଭାବେ ହୋଇଥାଏ । ତତ୍ତ୍ୱ ମଧ୍ୟ ସତ୍ତ୍ୱ, ରଜଃ, ତମଃ ହୋଇଥାଏ ନା । ଏ ଜନ୍ମର ଚେହେରା ଅନ୍ୟ ଜନ୍ମର ଚେହେରା ସହିତ ମିଶିପାରିବ ନାହିଁ । ଏହା ମଧ୍ୟ ବୁଝିବାର କଥା । ବାବା ପ୍ରତିଦିନ ବୁଝାଉଛନ୍ତି ମଧୁର ସନ୍ତାନମାନେ, ବାବାଙ୍କ ପ୍ରତି କେବେ ବି ସଂଶୟ ଆଣ ନାହିଁ । ସଂଶୟ ଏବଂ ନିଶ୍ଚୟ ଦୁଇଟି ଶବ୍ଦ ରହିଛି ନା । ପିତା ଅର୍ଥାତ୍ ପିତା । ଏଥିରେ କୌଣସି ପ୍ରକାରର ସଂଶୟ ଆସିବା ଉଚିତ୍ ନୁହେଁ । ସନ୍ତାନ କେବେ କହିପାରିବ ନାହିଁ କି ମୁଁ ପିତାଙ୍କୁ ମନେ ପକାଇପାରିବି ନାହିଁ । ତୁମେ ବାରମ୍ବାର କହୁଛ ଯୋଗ ଲାଗୁ ନାହିଁ, ବାସ୍ତବରେ ଯୋଗ ଶବ୍ଦ ଠିକ୍ ନୁହେଁ । ତୁମେମାନେ ତ ରାଜଋଷି ଅଟ, ‘ୠଷି’ ଶବ୍ଦ ଅର୍ଥାତ୍ ପବିତ୍ରତା । ତୁମେମାନେ ରାଜଋଷି ତେଣୁ ନିଶ୍ଚିତ ଭାବରେ ପବିତ୍ର ଅଟ । ଯଦି ଛୋଟ ଛୋଟ କଥାରେ ଫେଲ୍ ହୋଇଯିବ ତେବେ ରାଜତ୍ୱ ମିଳିପାରିବ ନାହିଁ । ପ୍ରଜାରେ ଆସିବ । ତେବେ କେତେ କ୍ଷତି ହୋଇଯାଉଛି । କ୍ରମାନୁସାରେ ପଦ ରହିଛି ନା । ଜଣଙ୍କର ପଦ ଅନ୍ୟ ଜଣଙ୍କ ସହିତ ମିଶିପାରିବ ନାହିଁ । ଏହା ବେହଦର ପୂର୍ବ-ପ୍ରସ୍ତୁତ ଡ୍ରାମା ଅଟେ । ଏହାକୁ ବାବାଙ୍କ ବ୍ୟତୀତ କେହି ବୁଝାଇ ପାରିବେ ନାହିଁ । ତେଣୁ ତୁମେମାନେ କେତେ ଖୁସି ହେବା ଦରକାର । ଯେପରି ବାବାଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି ସେହିପରି ତୁମ ବୁଦ୍ଧିରେ ମଧ୍ୟ ଜ୍ଞାନ ରହିଛି । ତେଣୁ ବୀଜ ଏବଂ ବୃକ୍ଷକୁ ବୁଝିବାକୁ ହେବ । ଏହା ହେଉଛି ମନୁଷ୍ୟ ସୃଷ୍ଟି ରୂପି ବୃକ୍ଷ, ତେଣୁ ବରଗଛର ଉଦାହରଣ ମଧ୍ୟ ବିଲ୍‌କୁଲ ଠିକ୍ ଅଟେ । ବୁଦ୍ଧି ମଧ୍ୟ କହୁଛି ଆମର ଆଦି ସନାତନ ଦେବୀ-ଦେବତା ଧର୍ମର ଯେଉଁ ମୂଳ ଥିଲା ତାହା ପ୍ରାୟଃ ଲୋପ ହୋଇଯାଇଛି । ବାକି ସବୁ ଧର୍ମର ଶାଖା-ପ୍ରଶାଖା ଛିଡା ହୋଇଛି । ଡ୍ରାମା ଅନୁସାରେ ଏ ସବୁ ହେବାର ହିଁ ଅଛି ଏଥିପାଇଁ ଘୃଣା ଆସିବା ଉଚିତ୍ ନୁହେଁ । ନାଟକରେ ଅଭିନେତାର କ’ଣ କେବେ ଘୃଣା ଆସିଥାଏ କି ! ବାବା କହୁଛନ୍ତି ତୁମେ ପତିତ ହୋଇଯାଇଛ ପୁଣି ପବିତ୍ର ହେବାକୁ ପଡିବ । ତୁମେ ଯେତେ ସୁଖ ଭୋଗ କରୁଛ ସେତିକି ସୁଖ ଆଉ କେହି ଭୋଗ କରୁ ନାହାଁନ୍ତି । ତୁମେ ହୀରୋ-ହୀରୋଇନ୍‌, ବିଶ୍ୱର ରାଜତ୍ୱ ପ୍ରାପ୍ତ କରିବ । ତେଣୁ ତୁମର ଅସରନ୍ତି ଖୁସି ରହିବା ଉଚିତ୍ ନା । ଭଗବାନ ପାଠ ପଢାଉଛନ୍ତି ତେଣୁ ନିୟମିତ ପାଠ ପଢିବା ଉଚିତ୍ ଏବଂ ସେତିକି ଖୁସିରେ ମଧ୍ୟ ରହିବା ଉଚିତ୍ । ବେହଦର ବାବା ଆମକୁ ପାଠ ପଢାଉଛନ୍ତି ଏବଂ ରାଜଯୋଗ ମଧ୍ୟ ଶିଖାଉଛନ୍ତି । ଏହା କୌଣସି ଶରୀରଧାରୀ ତ ଶିଖାଇ ପାରିବେ ନାହିଁ । ବାବା ଆତ୍ମାମାନଙ୍କୁ ଶିଖାଇଛନ୍ତି, ଆତ୍ମାରେ ହିଁ ଧାରଣ କରୁଛି । ବାବା ଥରେ ମାତ୍ର ଆସୁଛନ୍ତି ଅଭିନୟ କରିବା ପାଇଁ । ଆତ୍ମା ହିଁ ଅଭିନୟ କରିଥାଏ ଏବଂ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଇଥାଏ । ଆତ୍ମାମାନଙ୍କୁ ହିଁ ବାବା ପାଠ ପଢାଉଛନ୍ତି । ବାବା ଦେବତାମାନଙ୍କୁ ପାଠ ପଢାଉନାହାଁନ୍ତି । ସେଠାରେ (ସ୍ୱର୍ଗରେ) ଦେବତାମାନେ ଦେବତାମାନଙ୍କୁ ପାଠ ପଢାଇବେ । ସଂଗମଯୁଗରେ ବାବା ପାଠ ପଢାଉଛନ୍ତି, ପୁରୁଷୋତ୍ତମ କରିବା ପାଇଁ । ତୁମେମାନେ ହିଁ ବର୍ତ୍ତମାନ ପଢୁଛ । ଏହା ଏକମାତ୍ର ସଂଗମଯୁଗ, ଯେଉଁ ସମୟରେ ତୁମେ ପୁରୁଷୋତ୍ତମ ହେଉଛ । ସତ୍ୟ କରିଲାବାଲା, ସତ୍ୟଯୁଗର ସା୍ଥପନା କରିଲାବାଲା ଏକମାତ୍ର ହିଁ ସଚ୍ଚା ବାବା ଅଟନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସଂଗମ ଯୁଗରେ ଭଗବାନଙ୍କଠାରୁ ପ୍ରତ୍ୟକ୍ଷ ଭାବରେ ପାଠପଢି ନିଜେ ଜ୍ଞାନବାନ ଏବଂ ଆସ୍ତିକ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ କରିବାକୁ ହେବ । କେବେ ବି ବାବା କିମ୍ବା ତାଙ୍କର ପାଠପଢା ଉପରେ ସଂଶୟ ଆଣିବାର ନାହିଁ ।

(୨) ବାବାଙ୍କ ଭଳି ଅତି ସ୍ନେହୀ ହେବାକୁ ପଡିବ । ଭଗବାନ ଆମର ଶୃଙ୍ଗାର କରୁଛନ୍ତି, ସର୍ବଦା ଏହି ଖୁସିରେ ରହିବାକୁ ହେବ । କୌଣସି ବି ଅଭିନେତାକୁ ଘୃଣା କରିବାର ନାହିଁ । ପ୍ରତ୍ୟେକ ଆତ୍ମାର ଏହି ଡ୍ରାମାରେ ସଠିକ୍ ପାର୍ଟ ରହିଛି ।

ବରଦାନ:-
ଈଶ୍ୱରୀୟ ସେବାର ପ୍ରବୃତ୍ତିରେ ରହି ମଝିରେ ମଝିରେ ଏକାନ୍ତବାସୀ ହେଉଥିବା ଅନ୍ତର୍ମୁଖୀ ହୁଅ ।

ଶାନ୍ତିର ଶକ୍ତିର ପ୍ରୟୋଗ କରିବା ପାଇଁ ଅନ୍ତର୍ମୁଖୀ ଏବଂ ଏକାନ୍ତବାସୀ ହେବା ଅତ୍ୟନ୍ତ ଜରୁରୀ । କେତେକ ପିଲା କହିଥାଆନ୍ତି ଅନ୍ତମୁର୍ଖୀ ସ୍ଥିତିର ଅନୁଭବ କରିବା ପାଇଁ ବା ଏକାନ୍ତବାସୀ ହେବା ପାଇଁ ଆମକୁ ସମୟ ହିଁ ମିଳୁ ନାହିଁ, କାହିଁକି ନା ସେବାର ବିସ୍ତାର ଏବଂ ବାଣୀର ଶକ୍ତିର ପ୍ରୟୋଗର ବିସ୍ତାର ବହୁତ ବଢିଗଲାଣି, କିନ୍ତୁ ଏଥିପାଇଁ ଏକ ସମୟରେ ଅଧଘଣ୍ଟା ବା ଘଣ୍ଟାଏ ସମୟ ବାହାର କରିବା ପରିବର୍ତ୍ତେ ମଝିରେ ମଝିରେ ଯଦି ଅଳ୍ପ ଅଳ୍ପ ସମୟ ମଧ୍ୟ ବାହାର କରିବ ତେବେ ବି ତୁମର ସ୍ଥିତି ଶକ୍ତିଶାଳୀ ହୋଇଯିବ ।

ସ୍ଲୋଗାନ:-
ବ୍ରାହ୍ମଣ ଜୀବନରେ ଯୁଦ୍ଧ କରିବା ପରିବର୍ତ୍ତେ ଯଦି ସର୍ବଦା ମଉଜରେ ରହିବ ତେବେ ମୁଶକିଲ୍ କାର୍ଯ୍ୟ ମଧ୍ୟ ସହଜ ହୋଇଯିବ ।