26.06.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏବେ ତୁମକୁ ନିନ୍ଦା-ସ୍ତୁତି, ମାନ-ଅପମାନ, ଦୁଃଖ-ସୁଖ ସବୁ କିଛି ସହନ କରିବାକୁ ହେବ । ତୁମର ସୁଖର ଦିନ ଏବେ ପାଖେଇ ଆସୁଛି ।”

ପ୍ରଶ୍ନ:-
ବାବା ନିଜର ବ୍ରାହ୍ମଣ ସନ୍ତାନମାନଙ୍କୁ କେଉଁ ଚେତାବନୀ ଅର୍ଥାତ୍ ୱାର୍ଣ୍ଣିଙ୍ଗ୍ ଦେଉଛନ୍ତି?

ଉତ୍ତର:-
ପିଲାମାନେ କେବେ ହେଲେ ବାବାଙ୍କ ଉପରେ ଋଷ ନାହିଁ । ଯଦି ବାବାଙ୍କ ଉପରେ ଋଷିବ ତେବେ ସଦ୍‌ଗତିଠାରୁ ମଧ୍ୟ ଋଷିଯିବ ଅର୍ଥାତ୍ ବଞ୍ଚିତ ହୋଇଯିବ । ବାବା ୱାର୍ଣ୍ଣିନିଙ୍ଗ୍ ଦେଉଛନ୍ତି ଋଷିଲାବାଲା ପିଲାମାନଙ୍କୁ ବହୁତ କଡା ଦଣ୍ଡ ମିଳିବ । ପରସ୍ପର ମଧ୍ୟରେ କିମ୍ବା ବ୍ରାହ୍ମଣୀ ଅର୍ଥାତ୍ ନିମିତ୍ତ ଭଉଣୀଙ୍କ ଉପରେ ମଧ୍ୟ ଋଷିବା ଦ୍ୱାରା ଫୁଲ ହେବା ପରିବର୍ତ୍ତେ କଣ୍ଟା ହୋଇଯିବ, ସେଥିପାଇଁ ବହୁତ-ବହୁତ, ସାବଧାନ ରୁହ ।

ଗୀତ:-
ଧୀରଜ ଧର ମନୁଆ ...

ଓମ୍ ଶାନ୍ତି ।
ମିଠା ମିଠା ସିକିଲଧେ ସନ୍ତାନମାନେ ଗୀତ ଶୁଣିଲେ, ତୁମମାନଙ୍କର ଜନ୍ମ-ଜନ୍ମାନ୍ତରର ଯେଉଁ ଦୁଃଖ ରହିଛି ସେ ସବୁ ଦୂର ହୋଇଯିବା ଦରକାର । ଏହି ଗୀତର ଧାଡ଼ିକୁ ଶୁଣି, ତୁମେ ଜାଣୁଛ ଏବେ ଆମର ଦୁଃଖର ପାର୍ଟ ସମାପ୍ତ ହେଉଛି ଏବଂ ସୁଖର ପାର୍ଟ ଆରମ୍ଭ ହେଉଛି । ଯିଏ ସମ୍ପୂର୍ଣ୍ଣ ରୂପେ ଜାଣିନାହାଁନ୍ତି ସେମାନେ କୌଣସି ନା କୌଣସି କଥାରେ ଦୁଃଖ ନିଶ୍ଚୟ ଦେଖିଥା’ନ୍ତି । ଏଠାରେ ବାବାଙ୍କ ପାଖକୁ ମଧୁବନ ଆସିବା ସମୟରେ ମଧ୍ୟ ରାସ୍ତାରେ କୌଣସି ନା କୌଣସି ପ୍ରକାରର କଷ୍ଟ ଅନୁଭବ ହୋଇଥାଏ । ବାବା ବୁଝିପାରୁଛନ୍ତି, ବହୁତ ସନ୍ତାନମାନଙ୍କୁ କଷ୍ଟ ହେଉଥିବ । ଯେବେ ତୀର୍ଥ ଯାତ୍ରାରେ ଯାଆନ୍ତି ତ’ କେଉଁଠି ଭିଡ଼ ହୋଇଥାଏ, ବର୍ଷା ହୋଇଥାଏ, କେବେ ତୋଫାନ ମଧ୍ୟ ଆସିଥାଏ । ଯିଏ ନିଷ୍ଠାବାନ ଭକ୍ତ ହୋଇଥିବେ ସେମାନେ ତ କହିବେ କିଛି ଯାଏ ଆସେ ନାହିଁ, ଆମେ ଭଗବାନଙ୍କ ପାଖକୁ ଯାଉଛୁ । ଭଗବାନଙ୍କଠାରେ ବିଶ୍ୱାସ ରଖି ଯାତ୍ରାକୁ ଯାଇଥା’ନ୍ତି । ମନୁଷ୍ୟ ମାନଙ୍କର ଅନେକ ଭଗବାନ ରହିଛନ୍ତି । ଯିଏ ଦୃଢ ମନା ହୋଇଥା’ନ୍ତି, ସେମାନେ ତ କହିଥା’ନ୍ତି କୌଣସି ଆପତ୍ତି ନାହିଁ, ଭଲ କାମରେ ସର୍ବଦା ବିଘ୍ନ ପଡ଼ିଥାଏ, ତାହେଲେ କ’ଣ ଘରକୁ ଫେରିଯିବା? । କେହି-କେହି ମଧ୍ୟ ଫେରି ଯାଇଥା’ନ୍ତି । କେବେ ବିଘ୍ନ ଆସିଥାଏ, କେବେ ବିଘ୍ନ ଆସିନଥାଏ । ବାବା କହୁଛନ୍ତି ସନ୍ତାନମାନେ, ଏହା ମଧ୍ୟ ତୁମର ଯାତ୍ରା ଅଟେ । ତୁମେ କହିବ ଆମେ ବେହଦ ବାବାଙ୍କ ପାଖକୁ ଯାଉଛୁ, ସେହି ବାବା ସମସ୍ତଙ୍କର ଦୁଃଖ ହର୍ତ୍ତା ଅଟନ୍ତି । ତୁମ ମନରେ ଏହି ନିଶ୍ଚୟ ଅଛି, ଆଜିକାଲି ଦେଖ ମଧୁବନରେ କେତେ ଭିଡ଼ ହେଉଛି, ବାବାଙ୍କୁ ଚିନ୍ତା ରହୁଛି, ବହୁତଙ୍କୁ ଅସୁବିଧା ମଧ୍ୟ ହେଉଥିବ । ତଳେ ମଧ୍ୟ ଶୋଇବାକୁ ପଡ଼ିଥାଏ । ବାବା ଚାହୁଁ ନାହାଁନ୍ତି ଯେ ପିଲାମାନେ ତଳେ ଶୁଅନ୍ତୁ । କିନ୍ତୁ ଡ଼୍ରାମା ଅନୁସାରେ ଭିଡ଼ ହୋଇଯାଉଛି, କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା ପୁଣି ମଧ୍ୟ ହେବ, ଏଥିରେ କୌଣସି ଦୁଃଖ ଅନୁଭବ କରିବା ଉଚିତ୍ ନୁହେଁ । ଏକଥା ମଧ୍ୟ ଜାଣିଛ ପଢିଲାବାଲା କେହି ତ ରାଜା ହେବେ କେହି ପୁଣି ରଙ୍କ ଅର୍ଥାତ୍ ସାଧାରଣ ପ୍ରଜା ମଧ୍ୟ ହେବେ । କାହାର ଉଚ୍ଚ ପଦ, କାହାର ପଦ କମ୍ ହେବ । କିନ୍ତୁ ସମସ୍ତେ ସୁଖି ରହିବେ । ଏକଥା ମଧ୍ୟ ବାବା ଜାଣିଛନ୍ତି କେତେକ ସନ୍ତାନ ଅପରିପକ୍ୱ ରହିଛନ୍ତି ଯେଉଁମାନେ କି କୌଣସି ଅସୁବିଧା ସହନ କରିପାରୁ ନାହାଁନ୍ତି । ତାଙ୍କର କିଛି ଅସୁବିଧା ହେଲେ କହିବେ ମୁଁ ତୁଚ୍ଛାଟାରେ ଏଠାକୁ ଆସିଲି ଅଥବା କହିବେ ବ୍ରାହ୍ମଣୀ ଜୋର କରି ନେଇ ଆସିଲେ । ଏପରି ମଧ୍ୟ ଅଛନ୍ତି ଯେଉଁମାନେ କହିଥା’ନ୍ତି ମୋତେ ବ୍ରାହ୍ମଣୀ ଅକାରଣେ ଆଣି ହଇରାଣ କରିଦେଲେ । ସମ୍ପୂର୍ଣ୍ଣ ପରିଚୟ ନାହିଁ ଯେ ବିଶ୍ୱ ବିଦ୍ୟାଳୟକୁ ଆସିଛନ୍ତି । ବର୍ତ୍ତମାନର ପାଠ ପଢା ଦ୍ୱାରା କେହି ତ ରାଜା ହେବେ । କେହି ତ ଭବିଷ୍ୟତରେ ରଙ୍କ ଅର୍ଥାତ୍ ସାଧାରଣ ପ୍ରଜା ମଧ୍ୟ ହେବେ । ଏଠାକାର ପ୍ରଜା ଏବଂ ରାଜା ଏବଂ ସେଠାକାର ପ୍ରଜା ଓ ରାଜା ମଧ୍ୟରେ ରାତି ଦିନର ଫରକ ରହିଛି । ଏଠାରେ ରାଜା ଏବଂ ପ୍ରଜା ଉଭୟ ଦୁଃଖୀ ଅଟନ୍ତି । ସେଠାରେ ଉଭୟ ସୁଖୀ ରହିଥାନ୍ତି । ଏହା ତ ହେଉଛି ପତିତ ବିକାରୀ ଦୁନିଆ । ଯଦିଓ କାହା ପାଖରେ ବହୁତ ଧନ ରହିଛି, ବାବା ବୁଝାଉଛନ୍ତି ଏ ସବୁ ଧନ ସମ୍ପତ୍ତି ମାଟିରେ ମିଶିଯିବ । ଏହି ଶରୀର ମଧ୍ୟ ବିନାଶ ହୋଇଯିବ । ଆତ୍ମା ତ ମାଟିରେ ମିଶୁନାହିଁ । କେତେ ବଡ଼ ବଡ଼ ସାହୁକାର ଧନୀ ବ୍ୟକ୍ତି ଅଛନ୍ତି, ବିରଳା ସଦୃଶ । କିନ୍ତୁ ସେମାନଙ୍କୁ କ’ଣ ଜଣା ଯେ ବର୍ତ୍ତମାନ ଏହି ପୁରୁଣା ଦୁନିଆ ବଦଳୁଛି । ଜାଣିଥିଲେ ତୁରନ୍ତ ଆସିଯାଇଥା’ନ୍ତେ । ତୁମେ କହୁଛ ନା ଏଠାକୁ ଭଗବାନ ଆସୁଛନ୍ତି । ତାହେଲେ କୁଆଡ଼େ ଯିବେ? ବାବାଙ୍କ ବିନା କାହାକୁ ସଦଗତି ମିଳିପାରିବ ନାହିଁ । ଯଦି କେହି ଋଷି ଗଲେ ତେବେ କହିବା ସଦଗତିରୁ ଋଷି ଗଲେ । ଏପରି ବହୁତ ଋଷିବେ ଏବଂ ତାଙ୍କର ଅଧୋଗତି ହେବ । ଆଶ୍ଚର୍ଯ୍ୟବତ୍ ଶୁଣନ୍ତି, ନିଶ୍ଚୟ ବୁଦ୍ଧି ହୁଅନ୍ତି.... କେହି ତ ବୁଝୁଛନ୍ତି ଏହା ବିନା ଆଉ କୌଣସି ରାସ୍ତା ନାହିଁ । ବାବାଙ୍କ ପାଖରୁ ତ ସୁଖ ଏବଂ ଶାନ୍ତିର ସମ୍ପତ୍ତି ମିଳିବ । ଏହାଙ୍କ ବିନା ସୁଖ ଶାନ୍ତି ମିଳିବା ଅସମ୍ଭବ ଅଟେ । ଯେବେ ବହୁତ ଧନ ଥିବ, ତେବେ ତ ସୁଖ ମିଳିବ । ଧନରେ ହିଁ ସୁଖ ରହିଥାଏ ନା । ମୂଳବତନରେ ତ ଆତ୍ମାମାନେ ଶାନ୍ତିରେ ଥାନ୍ତି । କେହି କହୁଛନ୍ତି ମୋର ପାର୍ଟ ନ ଥିଲେ ମୁଁ ସର୍ବଦା ସେଠାରେ ରହିଥାନ୍ତି । କିନ୍ତୁ ଏପରି କହିଲେ କିଛି ହେବ ନାହିଁ । ପିଲାମାନଙ୍କୁ ବୁଝାଯାଇଛି - ଏହା ପୂର୍ବ ପ୍ରସ୍ତୁତ ଖେଳ ଅଟେ । ବହୁତ ଅଛନ୍ତି ଯିଏକି କିଛି ନା କିଛି କାରଣରୁ ସଂଶୟବୁଦ୍ଧି ହୋଇ ବାବାଙ୍କ ହାତ ଛାଡ଼ି ଦେଉଛନ୍ତି । ବ୍ରାହ୍ମଣୀଙ୍କ ଉପରେ ଋଷିଥା’ନ୍ତି ଅଥବା ପରସ୍ପର ମଧ୍ୟରେ ଋଷି ପାଠପଢା ଛାଡ଼ିଦେଉଛନ୍ତି ।

ଏବେ ତୁମେ ଏଠାକୁ ଫୁଲ ହେବା ପାଇଁ ଆସିଛ । ଅନୁଭବ କରୁଛ - ବାସ୍ତବରେ ଆମେ କଣ୍ଟାରୁ ଫୁଲ ହେଉଛୁ । ତେଣୁ ଫୁଲ ନିଶ୍ଚୟ ହେବାକୁ ପଡ଼ିବ । କାହାର କିଛି କିଛି ସଂଶୟ ଆସୁଛି, ଅମୁକ ଏପରି କରୁଛି, ଇଏ ଏହିପରି, ସେଥିପାଇଁ ମୁଁ ଆଉ ଆସିବି ନାହିଁ । ବାସ୍ ଋଷି ଯାଇ ଘରେ ବସିଯାଉଛନ୍ତି । ବାବା କହୁଛନ୍ତି ଆଉ ସମସ୍ତଙ୍କ ଉପରେ ଋଷ କିନ୍ତୁ ବାବାଙ୍କ ଉପରେ କେବେ ହେଲେ ଋଷ ନାହିଁ । ବାବା ସାବଧାନ କରୁଛନ୍ତି ଦଣ୍ଡ ବହୁତ କଡା ଅଟେ । ଗର୍ଭରେ ମଧ୍ୟ ଯେଉଁ ଦଣ୍ଡ ମିଳୁଛି, ସେ ସବୁର ସାକ୍ଷାତ୍କାର କରାଉଛନ୍ତି । ସାକ୍ଷାତ୍କାର ବିନା ଦଣ୍ଡ ମଳିପାରିବ ନାହିଁ । ଏଠିକାର କର୍ମର ମଧ୍ୟ ସବୁ ସାକ୍ଷାତ୍କାର ହେବ । ବାବା ସାକ୍ଷାତ୍‌କାର କରାଇବେ ତୁମେ ପଢ଼ିବା ସମୟରେ ପରସ୍ପର ମଧ୍ୟରେ ଲଢେଇ ଝଗଡ଼ା କରି ଋଷି ଯାଇ ପାଠପଢା ଛାଡ଼ି ଦେଇଥିଲ । ତୁମେ ଜାଣିଛ ଆମକୁ ପିତାଙ୍କ ପାଖରୁ ପାଠ ପଢିବାକୁ ହେବ । ପାଠପଢା କେବେ ହେଲେ ଛାଡିବା ଅନୁଚିତ୍ । ତୁମେ ଏଠାରେ ମନୁଷ୍ୟରୁ ଦେବତା ହେବା ପାଇଁ ପାଠ ପଢୁଛ । ତୁମେ ଏଠାକୁ ସର୍ବଶ୍ରେଷ୍ଠ ବାବାଙ୍କ ସହିତ ମିଶିବାକୁ ଆସୁଛ । କେବେ ତ ଅଧିକ ସଂଖ୍ୟାରେ ଆସିଯାଉଛନ୍ତି, ତେଣୁ ଡ଼୍ରାମା ଅନୁସାରେ ରହିବା ପାଇଁ କିଛି ଅସୁବିଧା ହୋଇଯାଉଛି । ପିଲାମାନଙ୍କ ପାଖକୁ ଅନେକ ତୋଫାନ ଆସୁଛି । ଅମୁକ ଜିନିଷ ମିଳିଲା ନାହିଁ, ଏହା ମଳିଲାନି, ଏହା ତ କିଛି ବି ନୁହେଁ ସାଧାରଣ କଥା । ଯେବେ ମୃତ୍ୟୁର ସମୟ ଆସିବ ଅଜ୍ଞାନୀ ମନୁଷ୍ୟ କହିବେ ଆମେ କ’ଣ ଦୋଷ କରିଥିଲୁ, ଯାହାକି ନିର୍ଦ୍ଦୋଷରେ ଆମକୁ ମାରୁଛନ୍ତି । ଏହି ଶେଷ ସମୟର ପାର୍ଟକୁ କୁହାଯାଉଛି ରକ୍ତର ଖେଳ(ନିର୍ଦ୍ଦୋଷୀ ହତ୍ୟା) । ଅଚାନକ ବମ୍ ପଡିବ ବହୁତ ସଂଖ୍ୟାରେ ମରିବେ, ଏହା ନିର୍ଦ୍ଦୋଷୀ ହତ୍ୟା ହେଲା ନା । ଅଜ୍ଞାନୀ ମନୁଷ୍ୟ ଏହିପରି ଚିତ୍କାର କରିବେ । ତୁମେ ବହୁତ ଖୁସି ହେଉଛ, କାହିଁକିନା ତୁମେ ଜାଣିଛ ଏହି ଦୁନିଆର ବିନାଶ ହେବାକୁ ଯାଉଛି । ଅନେକ ଧର୍ମର ବିନାଶ ନ ହେଲେ ଏକ ସତ୍ ଧର୍ମର ସ୍ଥାପନା କପରି ହେବ । ସତ୍ୟଯୁଗରେ ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା । କାହାକୁ କ’ଣ ଜଣା ଯେ ସତ୍ୟଯୁଗ ଆରମ୍ଭରେ କ’ଣ ଥିଲା । ଏହା ହେଉଛି ପୁରୁଷୋତ୍ତମ ସଙ୍ଗମଯୁଗ । ବାବା ଆସିଛନ୍ତି ସମସ୍ତଙ୍କୁ ପୁରୁଷୋତ୍ତମ କରାଇବା ପାଇଁ । ସମସ୍ତଙ୍କର ପିତା ଅଟନ୍ତି ନା । ଡ୍ରାମାକୁ ତୁମେ ଜାଣିଗଲଣି । ସମସ୍ତେ ତ ସତ୍ୟଯୁଗକୁ ଆସିବେ ନାହିଁ । ଏତେ କୋଟି କୋଟି ଆତ୍ମାମାନେ କ’ଣ ସତ୍ୟଯୁଗକୁ ଯିବେ କି? ଏହା ହେଉଛି ବିସ୍ତାରର କଥା । ବହୁତ ମାତା-କନ୍ୟା ଅଛନ୍ତି ଯେଉଁମାନେ କିଛି ହେଲେ ବୁଝୁନାହାଁନ୍ତି । ଭକ୍ତିମାର୍ଗରେ ପଡ଼ିରହିଛନ୍ତି । ଜ୍ଞାନ ବୁଦ୍ଧିରେ ରହୁ ନାହିଁ । ଭକ୍ତିର ଅଭ୍ୟାସ ରହିଛି । କହୁଛନ୍ତି ଭଗବାନ କ’ଣ ନ କରିପାରିବେ । ମୃତ ବ୍ୟକ୍ତିକୁ ଜୀବିତ କରିପାରିବେ । ବାବାଙ୍କ ପାଖକୁ ଆସୁଛନ୍ତି, କହୁଛନ୍ତି ଅମୁକ ବ୍ୟକ୍ତି ମୃତ ବ୍ୟକ୍ତିକୁ ଜୀବିତ କରିପାରିଲେ, ତେବେ କ’ଣ ଭଗବାନ ଏହି କାମ କରିପାରିବେ ନାହିଁ । କେହି ଯଦି କିଛି ଭଲ କାମ କଲେ ତେବେ ତାଙ୍କର ମହିମା କରିବାରେ ଲାଗିପଡ଼ିଥାନ୍ତି । ପୁଣି ତାଙ୍କର ହଜାର-ହଜାର ଶିଷ୍ୟ ହୋଇଯିବେ । ତୁମ ପାଖକୁ ବହୁତ କମ୍ ଆସୁଛନ୍ତି । ଭଗବାନ୍ ପଢାଉଛନ୍ତି ପୁଣି ଏତେ କମ୍ କାହିଁକି ? ଏପରି ମଧ୍ୟ ବହୁତ କହୁଛନ୍ତି । ଆରେ ଏଠାରେ ମରିବାକୁ ହେବ ଅର୍ଥାତ୍ ସବୁ କିଛି ତ୍ୟାଗ କରିବାକୁ ହେବ । ସେଠାରେ କର୍ଣ୍ଣରସ ରହିଛି । ବହୁତ ଆକର୍ଷଣୀୟ ଭାବରେ ବସି ଗୀତା ଶୁଣାଉଛନ୍ତି, ଭକ୍ତମାନେ ବସି ଶୁଣୁଛନ୍ତି । ଏଠାରେ କର୍ଣ୍ଣରସର କିଛି କଥା ନାହିଁ । ତୁମକୁ କେବଳ କୁହାଯାଉଛି ଯେ ବାବାଙ୍କୁ ମନେ ପକାଅ । ଗୀତାରେ ମଧ୍ୟ ଏହି ଅକ୍ଷର ଅଛି ମନମନାଭବ । ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ । ବାବା କହୁଛନ୍ତି ଆଚ୍ଛା ବ୍ରାହ୍ମଣୀଠାରୁ ଅଥବା ସେଣ୍ଟରରୁ ଋଷି ଯାଉଛନ୍ତି, ତେବେ ଏହି କାମ ତ କର ଆଉ ସବୁ ସଙ୍ଗ ଛାଡ଼ି ନିଜକୁ ଆତ୍ମା ଭାବ, ଏକ ବାବାଙ୍କୁ ହିଁ ମନେ ପକାଅ । ବାବା ହିଁ ପତିତ-ପାବନ ଅଟନ୍ତି । କେବଳ ବାବାଙ୍କୁ ମନେ ପକାଇ ଚାଲ । ସ୍ୱଦର୍ଶନ ଚକ୍ର ଘୂରାଅ । ଏତିକି ମନେ ରଖିଲେ ମଧ୍ୟ ସ୍ୱର୍ଗକୁ ନିଶ୍ଚୟ ଆସିବ । ସ୍ୱର୍ଗରେ ଉଚ୍ଚ ପଦ ପୁରୁଷାର୍ଥ ଅନୁସାରେ ମିଳିବ । ସେଥିପାଇଁ ପ୍ରଜା ତିଆରି କରିବାକୁ ହେବ । ନଚେତ ରାଜତ୍ତ୍ୱ କାହା ଉପରେ କରିବ । ଯିଏ ବହୁତ ପରିଶ୍ରମ କରୁଛନ୍ତି, ସେହିମାନେ ହିଁ ଉଚ୍ଚପଦ ପାଇବେ । ଉଚ୍ଚପଦ ପାଇଁ କେତେ ବୁଦ୍ଧି ଖଟାଉଛନ୍ତି । ପୁରୁଷାର୍ଥ ନ କରି କେହି ରହିପାରିବେ ନାହିଁ । ତୁମେ ଜାଣିଛ ସର୍ବୋଚ୍ଚ, ପତିତ-ପାବନ ହେଉଛନ୍ତି ବାବା । ମନୁଷ୍ୟ ଭଲେ ମହିମା ଗାନ କରୁଛନ୍ତି କିନ୍ତୁ ଅର୍ଥ ବୁଝୁନାହାଁନ୍ତି । ଭାରତ କେତେ ସମୃଦ୍ଧିଶାଳୀ ଥିଲା । ଭାରତ ହେଉଛି ସ୍ୱର୍ଗ, ୱାଣ୍ଡର ଅଫ୍ ୱାର୍ଲଡ଼ । ଦୁନିଆର ସପ୍ତାଶ୍ଚର୍ଯ୍ୟ ମାୟାର ଅଟେ । ସାରା ଡ଼୍ରାମାରେ ଉଚ୍ଚରୁ ଉଚ୍ଚ ହେଉଛି ସ୍ୱର୍ଗ, ନୀଚ୍ଚରୁ ନୀଚ୍ଚ ହେଲା ନର୍କ । ଏବେ ତୁମେ ବାବାଙ୍କ ପାଖକୁ ଆସିଛ, ଜାଣିଛ ପ୍ରିୟ ବାବା କେତେ ଉଚ୍ଚରୁ ଉଚ୍ଚକୁ ନେଇଯାଉଛନ୍ତି । ତାଙ୍କୁ କିଏ ବା ଭୁଲିବ । ଯେଉଁ ସ୍ଥାନକୁ ଗଲେ ମଧ୍ୟ କେବଳ ଗୋଟିଏ କଥା ମନେ ରଖ, ବାବାଙ୍କୁ ମନେ ପକାଅ । ବାବା ହିଁ ଶ୍ରୀମତ ଦେଉଛନ୍ତି - ଭଗବାନୁବାଚ, ନା କି ବ୍ରହ୍ମା ଭଗବାନୁବାଚ ।

ବେହଦର ବାବା ସନ୍ତାନମାନଙ୍କୁ ପଚାରୁଛନ୍ତି - ପିଲାମାନେ, ମୁଁ ତୁମକୁ ଏତେ ଧନବାନ କରିଯାଇଥିଲି ପୁଣି ତୁମର ଦୁର୍ଗତି କିପରି ହେଲା? କିନ୍ତୁ ପିଲାମାନେ ଏପରି ଶୁଣୁଛନ୍ତି ଯେପରି କିଛି ବୁଝିପାରୁ ନାହାଁନ୍ତି । ପିଲାମାନଙ୍କୁ ଟିକେ କଷ୍ଟ ହେଉଛି, ଦୁଃଖ-ସୁଖ, ସ୍ତୁତି-ନିନ୍ଦା ମଧ୍ୟ ସହନ କରିବାକୁ ପଡ଼ୁଛି । ଏଠାକାର ମନୁଷ୍ୟମାନଙ୍କୁ ଦେଖ ପ୍ରାଇମ୍ ମିନିଷ୍ଟରଙ୍କୁ (ପ୍ରଧାନମନ୍ତ୍ରୀଙ୍କୁ) ମଧ୍ୟ ପଥର ମାରିବାକୁ ଡ଼େରି କରୁନାହାଁନ୍ତି । କହୁଛନ୍ତି - ସ୍କୁଲର ପିଲାମାନଙ୍କର ନ୍ୟୁ ବ୍ଲଡ଼ ଅଟେ । ତାଙ୍କର ବହୁତ ମହିମା କରୁଛନ୍ତି । ଭାବୁଛନ୍ତି ଯେ ଏମାନେ ଭବିଷ୍ୟତର ନୂଆ ନାଗରିକ ଅଟନ୍ତି । କିନ୍ତୁ ସେହି ଛାତ୍ରମାନେ ଦୁଃଖଦାୟୀ ହୋଇଯାଉଛନ୍ତି । କଲେଜକୁ ନିଆଁ ଲଗାଇ ଦେଉଛନ୍ତି । ପରସ୍ପରକୁ ଗାଳି ଦେଉଛନ୍ତି । ବାବା ବୁଝାଉଛନ୍ତି ଦୁନିଆର କ’ଣ ଅବସ୍ଥା ହୋଇଗଲାଣି । ଡ଼୍ରାମାର ଅଭିନେତା ହୋଇ ମଧ୍ୟ ଡ଼୍ରାମାର ଆଦି-ମଧ୍ୟ-ଅନ୍ତ ଏବଂ ମୁଖ୍ୟ ଅଭିନେତାଙ୍କୁ ଜାଣିନାହାଁନ୍ତି ତେବେ ତାଙ୍କୁ କ’ଣ କୁହାଯିବ! ବଡ଼ରୁ ବଡ଼ କିଏ, ତାଙ୍କର ଜୀବନ କାହାଣୀକୁ ତ ଜାଣିବା ଦରକାର ନା । କିନ୍ତୁ କିଛି ହେଲେ ବି ଜାଣିନାହାଁନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର କ’ଣ ପାର୍ଟ ରହିଛି । ଧର୍ମ ସ୍ଥାପକ ମାନଙ୍କର କ’ଣ ପାର୍ଟ ରହିଛି । ମନୁଷ୍ୟମାନେ ତ ଅନ୍ଧବିଶ୍ୱାସରେ ପଡି ସମସ୍ତଙ୍କୁ ପ୍ରିସେପ୍ଟର ଅର୍ଥାତ୍ ଗୁରୁ କହିଦେଉଛନ୍ତି । ଗୁରୁ ତ ସିଏ ଯିଏ ସଦ୍‌ଗତି କରିଥା’ନ୍ତି । ସମସ୍ତଙ୍କର ସଦ୍‌ଗତି ଦାତା ତ ଜଣେ ହିଁ ପରିମପିତା ପରମାତ୍ମା ଅଟନ୍ତି । ସେ ପରମଗୁରୁ ଅଟନ୍ତି ଏବଂ ଜ୍ଞାନ ମଧ୍ୟ ଦେଉଛନ୍ତି । ତୁମକୁ ପଢାଉଛନ୍ତି ମଧ୍ୟ, ତାଙ୍କର ପାର୍ଟ ହିଁ ଆଶ୍ଚର୍ଯ୍ୟଜନକ ଅଟେ । ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରିବା ସହିତ ଅନ୍ୟ ସବୁ ଧର୍ମକୁ ବିନାଶ ମଧ୍ୟ କରାଉଛନ୍ତି । ଅନ୍ୟମାନେ ତ କେବଳ ଧର୍ମ ସ୍ଥାପନ କରୁଛନ୍ତି । ସ୍ଥାପନା ଏବଂ ବିନାଶ କରାଉଥିବା ଆତ୍ମାକୁ ହିଁ ଗୁରୁ କୁହାଯିବ ନା । ବାବା କହୁଛନ୍ତି ମୁଁ କାଳର କାଳ ଅଟେ । ଗୋଟିଏ ଧର୍ମର ସ୍ଥାପନା ବାକି ସବୁ ଧର୍ମର ବିନାଶ ହୋଇଯିବ ଅର୍ଥାତ୍ ଏହି ଜ୍ଞାନ ଯଜ୍ଞରେ ସ୍ୱାହା ହୋଇଯିବେ । ପୁଣି ନା କୌଣସି ଲଢେଇ ଲାଗିବ, ନା କୌଣସି ଯଜ୍ଞ ରଚନା ହେବ । ତୁମେ ସାରା ବିଶ୍ୱର ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ଅନ୍ୟମାନେ ତ ସମସ୍ତେ ନେତି ନେତି (ଅନ୍ତ ନାହିଁ) ବୋଲି କହୁଛନ୍ତି । ତୁମେ କ’ଣ ଏପରି କହିବ କି? ବାବାଙ୍କ ବିନା ଆଉ କେହି ବୁଝାଇପାରିବେ ନାହିଁ । ତେଣୁ ତୁମେ ପିଲାମାନେ ବହୁତ ଖୁସି ହେବା ଉଚିତ୍ କିନ୍ତୁ ମାୟାର ମୁକାବିଲା ଏପରି କିନ୍ତୁ ଯେ ବାବାଙ୍କ ସ୍ମୃତି ମଧ୍ୟ ଭୁଲାଇ ଦେଉଛି । ତୁମମାନଙ୍କୁ ଦୁଃଖ-ସୁଖ, ମାନ-ଅପମାନ, ସବୁ କିଛି ସହନ କରିବାକୁ ହେବ । ଏମିତି ତ ଏଠାରେ କାହାରିକୁ ଅପମାନ କରାଯାଇନଥାଏ । ଯଦି ସେଭଳି କୌଣସି କଥା ଅଛି ତେବେ ବାବାଙ୍କୁ ଜଣାଇ ଦେବା ଉଚିତ୍ । ସୁଚିତ ନ କଲେ ବହୁତ ବଡ ପାପ ହୋଇଥାଏ । ବାବାଙ୍କୁ ଶୁଣାଇବା ଦ୍ୱାରା ତୁରନ୍ତ ତାଙ୍କୁ ସାବଧାନୀ ମଳିବ । ଏହି ସର୍ଜନଙ୍କ ପାଖରେ କିଛି ବି ଲୁଚାଇବା ଅନୁଚିତ୍ । ଇଏ ସର୍ବୋଚ୍ଚ ସର୍ଜନ ଅଟନ୍ତି । ଜ୍ଞାନର ଇଞ୍ଜେକ୍‌ସନ୍‌, ଏହାକୁ କଜ୍ୱଳ ମଧ୍ୟ କହୁଛନ୍ତି । ଅଞ୍ଜନକୁ ଜ୍ଞାନ ସୁରମା ମଧ୍ୟ କୁହାଯାଏ । ଯାଦୁମନ୍ତ୍ର ଆଦିର କୌଣସି କଥା ନାହିଁ । ବାବା କହୁଛନ୍ତି ମୁଁ ଆସିଛି ତୁମକୁ ପତିତରୁ ପବିତ୍ର ହେବାର ଉପାୟ ବତାଇବା ପାଇଁ । ପବିତ୍ର ନ ହେଲେ ଧାରଣା ମଧ୍ୟ ହେବ ନାହିଁ । ଏହି କାମ ବିକାରରୁ ପୁଣି ପାପ ହୋଇଥାଏ । ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ନିଜେ ହିଁ ବିକାରଗ୍ରସ୍ତ ହେଲେ ଅନ୍ୟ କାହାକୁ କହିପାରିବ ନାହିଁ । ତାହା ତ ମହାପାପ ହୋଇଯିବ । ବାବା କାହାଣୀ ମଧ୍ୟ ଶୁଣାଉଛନ୍ତି - ପଣ୍ଡିତ କହିଲେ ରାମ ରାମ କହିବା ଦ୍ୱାରା ସାଗରରୁ ପାରି ହୋଇଯିବ । ମନୁଷ୍ୟ ଭାବୁଛନ୍ତି ପାଣିର ସାଗର ପାର ହୋଇଯିବୁ । ଯେପରି ଆକାଶର ଅନ୍ତ ନାହିଁ, ସେହିପରି ସାଗରର ମଧ୍ୟ ଅନ୍ତ ପାଇପାରିବ ନାହିଁ । ବ୍ରହ୍ମମହତତ୍ତ୍ୱର ମଧ୍ୟ ଅନ୍ତ ନାହିଁ । ଏଠାରେ ମନୁଷ୍ୟମାନେ ଅନ୍ତ ପାଇବା ପାଇଁ ପୁରୁଷାର୍ଥ କରୁଛନ୍ତି । ସତ୍ୟଯୁଗରେ କେହି ଏଭଳି ପୁରୁଷାର୍ଥ କରିବେ ନାହିଁ । ଏଠାରେ କେତେ ଦୂରକୁ ଗଲେ ମଧ୍ୟ ପୁଣି ଫେରି ଆସୁଛନ୍ତି । ଯଦି ପେଟ୍ରୋଲ ନ ଥିବ ତେବେ ଆସିବେ କିପରି? ଏହା ହେଉଛି ବୈଜ୍ଞାନିକ ମାନଙ୍କର ଅତି ଅହଂକାର । ଏହାଦ୍ୱାରା ହିଁ ବିନାଶ କରିଦେଉଛନ୍ତି । ଉଡ଼ାଜାହାଜ ଦ୍ୱାରା ସୁଖ ମିଳୁଛି, ପୁଣି ଏହା ଦ୍ୱାରା ଅତି ଦୁଃଖ ମଧ୍ୟ ମିଳୁଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କୌଣସି କାରଣରୁ ପାଠ ପଢାକୁ ଛାଡ଼ିବାର ନାହିଁ । ଦଣ୍ଡ ବହୁତ କଠୋର, ସେଥିରୁ ରକ୍ଷା ପାଇବା ପାଇଁ ଅନ୍ୟ ସମସ୍ତ ସଙ୍ଗକୁ ଛାଡି ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ । କେବେ ହେଲେ ଋଷିବାର ନାହିଁ ।

(୨) ଜ୍ଞାନରୂପକ ଇଞ୍ଜେକ୍‌ସନ୍ ଅଥବା ଅଞ୍ଜନ ଏକମାତ୍ର ବାବା ହିଁ ଦେଇଥା’ନ୍ତି ସେଥିପାଇଁ ସେହି ଅବିନାଶୀ ସର୍ଜନ ଅର୍ଥାତ୍ ଡାକ୍ତରଙ୍କ ପାଖରେ କୌଣସି କଥା ଲୁଚାଇବାର ନାହିଁ । ବାବାଙ୍କୁ ଶୁଣାଇବା ଦ୍ୱାରା ତୁରନ୍ତ ସାବଧାନୀ ମିଳିଯିବ ।

ବରଦାନ:-
ଶାରୀରିକ ସୁସ୍ଥତା, ମନର ଖୁସି ଏବଂ ଧନର ସମୃଦ୍ଧି ଦ୍ୱାରା ଶ୍ରେଷ୍ଠ ଭାଗ୍ୟବାନ ହୁଅ ।

ସଂଗମଯୁ୍‌ଗରେ ସର୍ବଦା ସ୍ୱସ୍ଥିତିରେ ସ୍ଥିତ ରହିବା ଦ୍ୱାରା ଶରୀରର କର୍ମଭୋଗ ମଧ୍ୟ ଶୂଳୀରୁ କଣ୍ଟା ହୋଇଯାଏ, ଶରୀରର ରୋଗକୁ ତୁମେମାନେ ଯୋଗରେ ପରିବର୍ତ୍ତନ କରିଦେଉଛ ସେଥିପାଇଁ ସର୍ବଦା ସ୍ୱସ୍ଥ ଅର୍ଥାତ୍ ସୁସ୍ଥ ଅଟ । ମନମନାଭବ ସ୍ଥିତିରେ ରହିବା କାରଣରୁ ଖୁସିର ଖଣି ଦ୍ୱାରା ସର୍ବଦା ସମ୍ପନ୍ନ ଅଟ ସେଥିପାଇଁ ମନର ଖୁସି ମଧ୍ୟ ତୁମକୁ ପ୍ରାପ୍ତ ହୋଇଛି ଏବଂ ଜ୍ଞାନ ଧନ ସବୁ ଧନଠାରୁ ଶ୍ରେଷ୍ଠ ଅଟେ । ଜ୍ଞାନ ଧନରେ ସମୃଦ୍ଧ ଆତ୍ମାମାନଙ୍କ ନିକଟରେ ପ୍ରକୃତି ମଧ୍ୟ ସ୍ୱତଃ ହିଁ ଦାସୀ ପାଲଟିଯାଏ ଏବଂ ତୁମର ସର୍ବ ସମ୍ବନ୍ଧ ମଧ୍ୟ ଜଣଙ୍କ ସାଥୀରେ ହିଁ ରହିଛି, ଏବଂ ସମ୍ପର୍କ ମଧ୍ୟ ହୋଲୀହଂସ ବ୍ରାହ୍ମଣମାନଙ୍କ ସହିତ ମଧ୍ୟ ରହିଛି.... ସେଥିପାଇଁ ଶ୍ରେଷ୍ଠ ଭାଗ୍ୟବାନ ହେବାର ବରଦାନ ସ୍ୱତଃ ହିଁ ପ୍ରାପ୍ତ ଅଟେ ।

ସ୍ଲୋଗାନ:-
ଯୋଗ ଏବଂ ସେବାର ସନ୍ତୁଳନ ରଖିବା ହିଁ ଡବଲ ତାଲା ଅଟେ ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।

ଯେପରି ଅନେକ ଜନ୍ମ ପର୍ଯ୍ୟନ୍ତ ନିଜର ଦେହର ସ୍ୱରୂପର ସ୍ମୃତି ସ୍ୱାଭାବିକ ହୋଇଯାଇଛି ସେହିପରି ନିଜର ଅସଲୀ ସ୍ୱରୂପର ସ୍ମୃତିର ଅନୁଭବ କ’ଣ ଅଳ୍ପ କିଛି ସମୟ ମଧ୍ୟ କରିପାରିବ ନାହିଁ? ଯଦି ଏହି ପ୍ରଥମ ପାଠକୁ ସମ୍ପୂର୍ଣ୍ଣ କରିବ ତେବେ ଯାଇ ନିଜର ଆତ୍ମ ଅଭିମାନୀ ସ୍ଥିତି ଦ୍ୱାରା ସର୍ବ ଆତ୍ମାମାନଙ୍କୁ ସାକ୍ଷାତ୍‌କାର କରାଇବାର ନିମିତ୍ତ ହେବ ।