26.07.26 Avyakt Bapdada Odia Murli 02.02.2011 Om Shanti Madhuban
“ନିଜର ଭାଗ୍ୟକୁ ଏବଂ
ପ୍ରାପ୍ତିଗୁଡିକୁ ସ୍ମୃତିରେ ରଖି ସର୍ବଦା ହର୍ଷିତ ବା ସନ୍ତୁଷ୍ଟ ରୁହ, ଦୃଷ୍ଟି, ବୃତ୍ତି ଏବଂ
ପ୍ରବୃତ୍ତି ଦ୍ୱାରା ସନ୍ତୁଷ୍ଟତାର ଅନୁଭବ କରାଅ ।”
ଆଜି ବାପଦାଦା ସବୁ
ପିଲାଙ୍କୁ ଦେଖି ଖୁସି ହେଉଛନ୍ତି । ପ୍ରତ୍ୟେକ ସନ୍ତାନ ପରମାତ୍ମ ସ୍ନେହ ଦ୍ୱାରା ଆସି ପହଞ୍ଚି
ଯାଇଛନ୍ତି । ତେଣୁ ଆଜି ବାପଦାଦା ସବୁ ପିଲାଙ୍କର ମସ୍ତକରେ ଭାଗ୍ୟର ରେଖାଗୁଡିକୁ ଦେଖୁଛନ୍ତି ।
ଏଭଳି ଭାଗ୍ୟ ଏବଂ ଏତେ ବଡ ଭାଗ୍ୟ ସାରା କଳ୍ପ ଭିତରେ ଆଉ କାହାକୁ ବି ମିଳୁ ନାହିଁ । କାହିଁକିନା
ତୁମମାନଙ୍କୁ ଭାଗ୍ୟ ଦେଲାବାଲା ସ୍ୱୟଂ ଭାଗ୍ୟଦାତା ଅଟନ୍ତି । ସମସ୍ତଙ୍କର ମସ୍ତକରେ ପ୍ରଥମେ ତ
ଚମକୁଥିବା ତାରକାର ଭାଗ୍ୟ ଚମକୁଛି, ମୁଖରେ ମଧୁରବାଣୀର ରେଖା ଚମକୁଛି, ଓଠରେ ମଧୁର ସ୍ମିତ
ହାସ୍ୟର ରେଖା ଚମକୁଛି, ଦିଲ୍ ଭିତରେ ଦିଲାରାମ ବାବାଙ୍କ ସ୍ମୃତିରେ ଲବଲୀନ ହେବାର ରେଖା ଚମକୁଛି,
ହାତ ଦୁଇଟିରେ ସର୍ବ ସମ୍ପତ୍ତିର ଶ୍ରେଷ୍ଠତାର ରେଖା ଚମକୁଛି, ପାଦରେ ପ୍ରତି କଦମରେ ପଦ୍ମର ରେଖା
ଚମକୁଛି । ଏବେ ବିଚାର କର ଏଭଳି ଭାଗ୍ୟ ଅନ୍ୟ କାହାର ଅଛି କି! ସେଥିପାଇଁ ତୁମମାନଙ୍କର ସ୍ମାରକୀ
ଚିତ୍ର ଗୁଡିକର ମଧ୍ୟ ଭାଗ୍ୟର ବର୍ଣ୍ଣନା ହେବାରେ ଲାଗିଛି ଏବଂ ଏହି ଭାଗ୍ୟ ସ୍ୱୟଂ ଭାଗ୍ୟ ବିଧାତା
ବାବା ନିଜର ପ୍ରତ୍ୟେକ ସନ୍ତାନ ପାଇଁ ତିଆରି କରିଛନ୍ତି ।
ବାପଦାଦା ପ୍ରତ୍ୟେକ
ସନ୍ତାନର ଭାଗ୍ୟକୁ ଦେଖି ସମସ୍ତଙ୍କୁ ଅଭିନନ୍ଦନ ଦେଉଛନ୍ତି - ବାଃ ପିଲାମାନେ ବାଃ! ଏବଂ ଏହି
ଭାଗ୍ୟ କେବଳ ଏହି ସଂଗମଯୁଗରେ ହିଁ ମିଳିଥାଏ ଏବଂ ସାଥୀରେ ଚାଲିଥାଏ । ସଂଗମଯୁଗର ସୁଖ ସବୁ
ଯୁଗଠାରୁ ଶ୍ରେଷ୍ଠ ଅଟେ । ସତ୍ୟଯୁଗର ଭାଗ୍ୟ ମଧ୍ୟ ସଂଗମଯୁଗର ପୁରୁଷାର୍ଥର ପ୍ରାରବ୍ଧ ଅଟେ,
ସେଥିପାଇଁ ସଂଗମଯୁଗର ପ୍ରାପ୍ତି ସତ୍ୟଯୁଗର ପ୍ରାରବ୍ଧ ଠାରୁ ମଧ୍ୟ ଅଧିକ । ତେଣୁ ନିଜର ଭାଗ୍ୟ
ଭିତରେ ହଜିଯାଅ । ଯାହା ବି ହେଉଥାଉ, ଯଦି ନିଜର ଭାଗ୍ୟକୁ ସ୍ମୃତିରେ ଆଣିବ ତେବେ ମନ ଭିତରୁ କ’ଣ
ବାହାରିବ? ବାଃ ମୋ’ର ଭାଗ୍ୟ! କାହିଁକିନା ସ୍ୱୟଂ ଭାଗ୍ୟ ଦାତା ତୁମର ପିତା ଅଟନ୍ତି । ତେଣୁ
ଭାଗ୍ୟଦାତାଙ୍କ ଦ୍ୱାରା ତୁମ ସମସ୍ତଙ୍କୁ ନିଜର ଭାଗ୍ୟ ମିଳିଛି । ଜାଣିଛ ତ ଆମେ କେତେ ଭାଗ୍ୟବାନ,
ନା କେବେ କେବେ ଭୁଲିଯାଉଛି? ସର୍ବଦା ନିଶା ରହୁଛି ତ? ଦୁନିଆର ଲୋକମାନେ ତୁମକୁ ଦେଖି ପଚାରୁଛନ୍ତି,
ତୁମକୁ କ’ଣ ମିଳିଛି? ଏବଂ ତୁମେମାନେ ଉତ୍ତର କ’ଣ ଦେଉଛ? ଯାହା ପାଇବାର ଥିଲା ତାହା ତାହା ପାଇଗଲୁ
। ପାଇଯାଇଛ ତ, ହାତ ଉଠାଅ । ପାଇଯାଇଛ ନା, ଆଚ୍ଛା! କ’ଣ ପାଇଯାଇଛ ତ? ଗର୍ବର ସହିତ କହୁଛ, କୌଣସି
ଅପ୍ରାପ୍ତ ବସ୍ତୁ ହିଁ ନାହିଁ । ଏହି ନିଶା ରହୁଛି ନା? ଏବଂ ମିଳିଛି ମଧ୍ୟ କିପରି? କେବଳ
ବାବାଙ୍କୁ ଜାଣିଗଲ, ମାନିଗଲ ଏବଂ ନିଜର କରିନେଲ ତେଣୁ ଭାଗ୍ୟ ମିଳିଗଲା । ଏହି ଭାଗ୍ୟକୁ ଯେତେ
ଯେତେ ସ୍ମୃତିରେ ଆଣୁଥିବ ସେତେବେଳେ ହର୍ଷିତ ହେଉଥିବ । ଭାଗ୍ୟବାନ ଆତ୍ମାର ଚେହେରା ସର୍ବଦା
ହର୍ଷିତ ରହିଥାଏ । ରହିବ ନୁହେଁ ରହୁଛି । ସେମାନଙ୍କର ଦୃଷ୍ଟି, ତାଙ୍କର ବୃତ୍ତି ଏବଂ ଘର
ଗୃହସ୍ଥରେ ସର୍ବଦା ସନ୍ତୁଷ୍ଟ ଆତ୍ମା ହୋଇ ନିଜେ ମଧ୍ୟ ସର୍ବଦା ସନ୍ତୁଷ୍ଟ ରହୁଥିବେ ଏବଂ
ଆତ୍ମାମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରୁଥିବେ । ତେବେ ତୁମ ସମସ୍ତଙ୍କୁ ସନ୍ତୁଷ୍ଟତାର ନିଶା ରହୁଛି
ତ? କାହିଁକିନା ସନ୍ତୁଷ୍ଟତାର ଆଧାର ହେଲା ସର୍ବ ପ୍ରାପ୍ତି । ଅପ୍ରାପ୍ତି ଅସନ୍ତୁଷ୍ଟତାର ଆଧାର
ଅଟେ । ତେବେ ତୁମେମାନେ କ’ଣ ଅନୁଭବ କରୁଛ? କୌଣସି ବସ୍ତୁ ଅପ୍ରାପ୍ତ ଅଛି ନା ସର୍ବ ପ୍ରାପ୍ତି
ମିଳିଛି? ପ୍ରାପ୍ତିର ନିଶା ଅଛି ତ? ଅଛି ତ, ସର୍ବଦା ରହୁଛି ନା କେବେ କେବେ ରହୁଛି? ଏମିତି ତ
ସମସ୍ତେ କହୁଛ ଯାହା ପାଇବାର ଥିଲା ତାହା ପାଇଯାଇଛୁ । ତେଣୁ ଯେଉଁଠି ସର୍ବ ପ୍ରାପ୍ତି ରହିଛି,
ସେଠାରେ ଅସନ୍ତୁଷ୍ଟତାର ଚିହ୍ନବର୍ଣ୍ଣ ନଥିବ ।
ତେଣୁ ବାପଦାଦା ଆଜି ଦେଶ
ବିଦେଶ, କେତେ ଦେଶରୁ ପିଲାମାନେ ଆସି ଏକାଠି ହୋଇଛନ୍ତି କିନ୍ତୁ ସବୁଠାରୁ ଦୂରରୂ ଆସିବାବାଲା କିଏ?
କ’ଣ ଆମେରିକାବାଲା ଦୂରରୁ ଆସିଛନ୍ତି? ଆମେରିକାବାଲା ଦୂରରୁ ଆସିଛନ୍ତି ନା! କିନ୍ତୁ ବାବା କେଉଁଠୁ
ଆସିଛନ୍ତି? ଆମେରିକା ତ ଏହି ଦୁନିଆ ଭିତରେ ଅଟେ କିନ୍ତୁ ବାପଦାଦା କେଉଁଠୁ ଆସିଛନ୍ତି? ପରମଧାମରୁ,
ବ୍ରହ୍ମାବାବା ମଧ୍ୟ ସୂକ୍ଷ୍ମବତନରୁ ଆସିଛନ୍ତି । ତେବେ କିଏ ଦୁରରୁ ଆସିଲେ? ସବୁଠାରୁ ଦୂର କିଏ?
ଏହା ହେଉଛି ପିତା ଏବଂ ସନ୍ତାନମାନଙ୍କର ସ୍ନେହ ଭରା ସୁନ୍ଦର ଦୃଶ୍ୟ । ତୁମେମାନେ କହିଲ ମେରାବାବା
ଏବଂ ବାବା କହିଲେ ମେରା ବଚ୍ଚା । କେବଳ ଜଣଙ୍କୁ ଜାଣିବା ଦ୍ୱାରା କେତେ ସମ୍ପତ୍ତି ମିଳିଗଲା ।
ଦୁ୍ନିଆର ଲୋକାମାନେ ସୁଖ ପାଇବା ପାଇଁ, ଶାନ୍ତି ପାଇବା ପାଇଁ କେତେ ଖୋଜୁଛନ୍ତି - ଶାନ୍ତି
କେଉଁଠି ମିଳିବ, ସୁଖ କେଉଁଠି ମିଳିବ କିନ୍ତୁ ତୁମମାନଙ୍କର ଜୀବନ ହିଁ ସୁଖ-ଶାନ୍ତି ସମ୍ପନ୍ନ
ହୋଇଯାଇଛି । ବାପଦାଦାଙ୍କୁ ପଚାରୁଛ ନା ବାପଦାଦା କ’ଣ ଚାହିଁଛନ୍ତି? ବାପଦାଦା ପ୍ରତ୍ୟେକ
ସନ୍ତାନଠାରୁ ଏହି କଥା ଚାହୁଁଛନ୍ତି ଯେ ମୋ’ର ପ୍ରତ୍ୟେକ ସନ୍ତାନ ସର୍ବଦା ସ୍ୱରାଜ୍ୟ ଅଧିକାରୀ
ହୋଇ ରହୁ । କେବେ କେବେ ନୁହେଁ କାହିଁକିନା ଏବେକାର ସ୍ୱରାଜ୍ୟ ଅଧିକାରର ବରଦାନ ବାବା ତୁମମାନଙ୍କୁ
ଏହି ସଂଗମଯୁଗ ପାଇଁ ପୂର୍ଣ୍ଣମାତ୍ରାରେ ଦେଇଛନ୍ତି, ଅଳ୍ପ ନୁହେଁ, କେବେ କେବେ ପାଇଁ ନୁହେଁ,
ସଦାକାଳ ପାଇଁ । ତେବେ ଚିନ୍ତାକର ସଦାକାଳର ସ୍ୱରାଜ୍ୟ ଅଧିକାରୀ ହୋଇ ରହୁଛ ତ? କାହିଁକିନା
ବାପଦାଦା ଶୁଣାଇଛନ୍ତି ଯେ ଏହି ସମସ୍ତ କର୍ମେନ୍ଦ୍ରିୟ ଗୁଡିକର ଏବଂ ମନ-ବୁଦ୍ଧି-ସଂସ୍କାରର ମଧ୍ୟ
ତୁମେ ମାଲିକ ଅଟ । ଏହି ସମସ୍ତଙ୍କ ପାଇଁ ମଧ୍ୟ ମୋ’ର ଶବ୍ଦ କହୁଛ, ମୁଁ କହୁନାହଁ, ତେବେ
ମନ-ବୁଦ୍ଧି-ସଂସ୍କାର ଯଦି ମୋ’ର ହେଲା, ତେବେ ମୋ’ର ଉପରେ ସର୍ବଦା ଅଧିକାର ରହିଥାଏ । ସେହିଭଳି
ମନ-ବୁଦ୍ଧି-ସଂସ୍କାର ଉପରେ ମଧ୍ୟ ପୂର୍ଣ୍ଣ ଅଧିକାର ରହିବା ଦରକାର, ଏହାକୁ କୁହାଯାଏ ସ୍ୱରାଜ୍ୟ
ଅଧିକାରୀ । ତୁମେ ଯାହା ଆଦେଶ ଦେବ ସେହି ଅନୁସାରେ ସେମାନେ କାର୍ଯ୍ୟ କରିବା ପାଇଁ ନିମିତ୍ତ
ଅଟନ୍ତି, କିନ୍ତୁ ଏଥିପାଇଁ ଚାଲିବା ବୁଲିବା ସମୟରେ, କାର୍ଯ୍ୟ କରିବା ସମୟରେ ମାଲିକପଣିଆର ନିଶା
ରହିବା ଦରକାର । ନିଶ୍ଚୟ ଏବଂ ନିଶା ଉଭୟ ରହିବା ଦରକାର ।
ଏବେ ତ ଆତ୍ମାମାନଙ୍କୁ
ସଂକଳ୍ପ ଦ୍ୱାରା ମଧ୍ୟ ସେବା ଦେବାର ସମୟ । ସମସ୍ତେ ଚିତ୍କାର କରୁଛନ୍ତି, ହେ ପୂର୍ବଜମାନେ ଆମକୁ
ଟିକିଏ ସୁଖ ଶାନ୍ତିର କିରଣ ଦେଇଦିଅ । ତେଣୁ ହେ ପୂର୍ବଜମାନେ ଦୁଃଖୀ ଆତ୍ମାମାନଙ୍କର ଡାକରା
ଶୁଭୁଛି ତ! ବାପଦାଦା ମଧ୍ୟ ସଂକେତ ଦେଇ ସାରିଛନ୍ତି ଯେ କୌଣସି ପ୍ରାକୃତିକ ଦୁର୍ବିପାକ ଅଚାନକ
ଆସିବ, ଏଥିପାଇଁ ଗୋଟିଏ ସେକେଣ୍ଡ ଭିତରେ ଫୁଲଷ୍ଟପ ଲଗାଅ । ତା’ର ଅଭ୍ୟାସ ମଧ୍ୟ କରୁଛ କାହିଁକିନା
ସେହି ସମୟରେ ପୁରୁଷାର୍ଥ କରିବା ପାଇଁ ସମୟ ନଥିବ, ଯେ ଟିକିଏ ଅଭ୍ୟାସ କରିନିଏ, ତେଣୁ ତୁମେ
ଫୁଲଷ୍ଟପ ଲଗାଉଥିବ କିନ୍ତୁ ଲାଗୁଥିବ ଆଶ୍ଚର୍ଯ୍ୟର ମାତ୍ରା, ସେଥିପାଇଁ ପୁରୁଷାର୍ଥ କରିବାର ସମୟ
ଏବେ ମିଳିଛି । ସେତେବେଳେ ତ ବାସ୍ତବିକ ରୂପରେ କରିବାକୁ ପଡିବ, ତେଣୁ ଏବେ ଠାରୁ ଏହି ଅଭ୍ୟାସ
ମଧ୍ୟ କରୁଛ ବାପଦାଦା ଫଳାଫଳ ମଧ୍ୟ ଦେଖୁଛନ୍ତି, ପିଲାମାନଙ୍କର ଏଥିପ୍ରତି ଧ୍ୟାନ ମଧ୍ୟ ଅଛି,
କରୁଛନ୍ତି ମଧ୍ୟ କିନ୍ତୁ ଧ୍ୟାନ ଦେବା ଉପରେ ଆହୁରି ଅଧିକ ଗୁରୁତ୍ୱ ଦିଅ । ଦେଖ, ପୁରୁଷାର୍ଥ କେତେ
ସହଜ ଅଟେ, ମୁଁ ବି ବିନ୍ଦୁ, ଲଗାଇବାକୁ ହେବ ମଧ୍ୟ ବିନ୍ଦୁ, କେବଳ ଟିକିଏ ଧ୍ୟାନ ଦେବାକୁ ପଡିବ ।
ବାପଦାଦା ଆଜି ପିଲାମାନଙ୍କୁ ଗୋଟିଏ ବିଶେଷ ଉପହାର ଦେଉଛନ୍ତି - ପିଲାମାନେ ମୁଁ ତୁମମାନଙ୍କ
ସାଥୀରେ ସର୍ବଦା ରହିଛି । ବାବା କହିବା ମାତ୍ରକେ ପିଲାମାନଙ୍କ ପାଇଁ ବାବା ସର୍ବଦା ହାଜିର ଅଟନ୍ତି
। ଯେଉଁଭଳି ଗାୟନ ରହିଛି - ହଜୁର ହାଜିର ଅଟନ୍ତି, ସର୍ବବ୍ୟାପୀ ନୁହଁନ୍ତି କିନ୍ତୁ ପିଲାମାନଙ୍କ
ପାଖରେ ହଜୁର ବାବା ହାଜିର ଅଟନ୍ତି । ତେଣୁ ସର୍ବଦା ବିଜୟୀ ହୁଅ, ଯେଉଁଠି ଭଗବାନ ସାଥୀରେ ଅଛନ୍ତି
ସେଠାରେ ବିଜୟୀ ହେବା କ’ଣ ବଡ କଥା! ବିଜୟ ତୁମର ଜନ୍ମ ସିଦ୍ଧ ଅଧିକାର । କେବଳ ଯଦି ମେରା ବାବା
କହିଲ ତେବେ ନିଶ୍ଚିତ ବିଜୟୀ ଅଟ, ସେଥିପାଇଁ ସର୍ବଦା ବିଜୟୀ ଅଟ, ଯେଉଁମାନେ ସର୍ବଦା ଯୋଗଯୁକ୍ତ
ରହୁଛନ୍ତି ତାଙ୍କ ପାଇଁ ତ ଅତି ସହଜ ଅଟେ । ମୁଶକିଲ୍ ନୁହେଁ । ଯେଉଁଠି ଭଗବାନ ଅଛନ୍ତି, ସେଠାରେ
ବିଜୟ ସୁନିଶ୍ଚିତ ଅଟେ । ତେଣୁ ଆଜି ବାପଦାଦା ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି ଯେ କେତେ
ସ୍ନେହର ସହିତ ଏବଂ କେଉଁ ସାଧନ ଦ୍ୱାରା ଆସିଛ? ଟ୍ରେନ୍ରେ ନା ପ୍ଲେନ୍ରେ, ତାହା ତ ଶରୀର ଦ୍ୱାରା
ଆସି ପହଞ୍ଚିଯାଇଛ, କିନ୍ତୁ ଦିଲ୍ ଦ୍ୱାରା ସ୍ନେହ ହିଁ ତୁମକୁ ଏଠାକୁ ନେଇ ଆସିଛି । ଯଦି ତୁମେ
ସାହସ କରିଛ ତେବେ ବାବା ସାହାଯ୍ୟ କରିଛନ୍ତି । ଏବେ ବାପଦାଦା ଏହି କଥା ଚାହୁଁଛନ୍ତି ଯେ
ପ୍ରତ୍ୟେକ ସନ୍ତାନ ପ୍ରତ୍ୟେକ କର୍ମରେ ନିଜର ସ୍ୱରାଜ୍ୟର ଆସନ ଉପରେ ସର୍ବଦା ସ୍ଥିତ ରହୁଥାଉ ।
ଆଚ୍ଛା!
ଆଜି ପ୍ରଥମ ଥର ପାଇଁ
କେଉଁମାନେ ଆସିଛନ୍ତି, ସେମାନେ ହାତ ଉଠାଅ । ଛିଡା ହୋଇଯାଅ । ବହୁତ ଅଛନ୍ତି । ଆଚ୍ଛା, ଯେପରି
ପ୍ରଥମ ଥର ଆସିଛ, ସେହିପରି ପ୍ରଥମ ନମ୍ବର ହେବାର ଅଛି ନା । ହେବ ତ? ବାବାଙ୍କର ବରଦାନ ହେଲା
ଯେଉଁମାନେ ସାହସ ରଖିବେ ସେମାନଙ୍କୁ ବାବାଙ୍କର ସାହାଯ୍ୟ ମଧ୍ୟ ମିଳିବ ଏବଂ ସାହସ ଆଧାରରେ ଯେତେ
ବି ଆଗକୁ ବଢିବାକୁ ଚାହିଁବ ସୁଯୋଗ ମିଳିବ କାହିଁକିନା ଏବେ ଅତି ବିଳମ୍ବର ବୋର୍ଡ ଲାଗିନାହିଁ ।
ତେଣୁ ଯୋଗଯୁକ୍ତ ହୋଇ ରୁହ ଏବଂ ତୁମକୁ ଯାହା ମିଳିଛି ତାହାଦ୍ୱାରା ଅନ୍ୟମାନଙ୍କର ସେବା କର । ଯେତେ
ସେବା କରିବ ସେତେ ଆଶୀର୍ବାଦ ମିଳିବ ଏବଂ ସେହି ଆଶୀର୍ବାଦ ତୁମକୁ ଆଗକୁ ବଢାଇ ଚାଲିବ । ତୁମେମାନେ
ସମସ୍ତଙ୍କୁ କେବେ ସନ୍ଦେଶ ଦେଇଚାଲ, ବାକି ତାଙ୍କ ଭାଗ୍ୟରେ ଯାହା ଥିବ । କିନ୍ତୁ ତୁମେମାନେ
ସମସ୍ତଙ୍କୁ କେବଳ ସନ୍ଦେଶ ଦେଇଦିଅ । ନିଜର ପୂଣ୍ୟ ଜମା କରିଚାଲ, ତେବେ ପୂଣ୍ୟ ହିଁ ତୁମକୁ ଆଗକୁ
ବଢାଇ ଚାଲିବ । ଆଚ୍ଛା!
ବାପଦାଦା ଅମୃତବେଳାରେ
ସବୁ ଆଡେ ଚକ୍ର ଲଗାଉଛନ୍ତି, ତାଙ୍କ ପାଇଁ ଚକ୍ର ଲଗାଇବା କ’ଣ ବଡ କଥା! ବାପଦାଦା ଏକଥା ମଧ୍ୟ
କହିଦେଇଛନ୍ତି ଯେ ୪ଟା ସମୟରେ ମିଳନ କରିବାର ବିଶେଷତା ହେଲା ଯେ ୪ଟା ବେଳେ ବାପଦାଦା ସବୁ
ପିଲାଙ୍କୁ ସହଜରେ ବରଦାନ ଦେଇଥାଆନ୍ତି । ବରଦାନ ଦାତାଙ୍କର ବିଶେଷ ପାର୍ଟ ଅମୃତବେଳାରେ ଚାଲିଥାଏ
। ଯାହାକୁ ଯେଉଁ ବରଦାନ ଆବଶ୍ୟକ ବରଦାତା ବାବା ତାହା ଦେଇ ଦିଅନ୍ତି, ତୁମେ ପରୀକ୍ଷା କରି ଦେଖ ।
କିନ୍ତୁ ତୁମେମାନେ ମଧ୍ୟ ବରଦାନ ନେବା ପାଇଁ ସଜାଗ ରହିବ । ଯଦି ସଜାଗ ନଥିବ, ତେବେ ବାପଦାଦା
ଚକ୍ର ଲଗାଇ ଚାଲିଯିବେ ଏବଂ ତୁମେ ଭାବୁଥିବ ସେଥିପାଇଁ ଅମୃତବେଳାକୁ ମହତ୍ୱ ତ ଦେଉଛ କିନ୍ତୁ ଆହୁରି
ଅଧିକ ଧ୍ୟାନ ଦିଅ । ବାପଦାଦା ଦେଖୁଛନ୍ତି ଯେ ସମୟ ଅନୁସାରେ ସେବା ମଧ୍ୟ ବଢି ଚାଲିଛି ଏବଂ ସେବା
କାରଣରୁ ବାବାଙ୍କଠାରୁ ବରଦାନ ନେବାରେ ଦୂରେଇ ରହିପାରିବ ନାହିଁ । ବାକି ଅଧିକାଂଶ ଡବଲ
ବିଦେଶୀମାନେ ପୁରୁଷାର୍ଥ ମଧ୍ୟ କରୁଛନ୍ତି ପୁଣି ବି ଆଉ ଟିକିଏ ଅଧିକ ଧ୍ୟାନ ଦିଅ, ଗୁରୁତ୍ୱ ଦିଅ
। ବାକି ମଧୁବନରେ ଯେମିତି ବି ହେଉ ପହଞ୍ଚି ଯାଉଛ, ବାପଦାଦା ଏଥିପାଇଁ ସବୁ ପିଲାଙ୍କୁ ବିଶେଷ
ଅଭିନନ୍ଦନ ଦେଉଛନ୍ତି । ବାପଦାଦା ଶୁଣିଛନ୍ତି ଯେ ବାପଦାଦା ସଂସ୍କାରକୁ ପରିବର୍ତ୍ତନ କରିବା ଉପରେ
ଯେଉଁ ଶିକ୍ଷା ଦେଇଥିଲେ, ଭାବୁଛନ୍ତି ଯେ ଆମକୁ କରିବାକୁ ହିଁ ପଡିବ ଏବଂ ତା’କୁ କରିବା ପାଇଁ
ଅମୃତବେଳାରେ ପ୍ରତିଦିନ ଯେପରି କୌଣସି ଏକ ସ୍ୱମାନ ସ୍ମୃତିକୁ ଆଣୁଛ, ସେହିପରି ତା’ ସହିତ ଭିନ୍ନ
ଭିନ୍ନ ପ୍ରକାରରେ କୌଣସି ଗୋଟିଏ ସଂସ୍କାର ଉପରେ ବିଶେଷ ଧ୍ୟାନ ଦିଅ, ଆଜି ଦିନରେ ଏହି ସଂସ୍କାର
ଉପରେ ବିଶେଷ ଧ୍ୟାନ ଦେବି ତା’ପରେ ରାତିରେ ଯେତେବେଳେ ବାପଦାଦାଙ୍କୁ ନିଜର ସାରା ଦିନର ଚାର୍ଟ
ଦେଉଛ, ସେତେବେଳେ ଏହି ସଂସ୍କାରର ଫଳାଫଳ ବିଷୟରେ ମଧ୍ୟ ବିଶେଷ ଶୁଣାଅ ଯାହା ଦ୍ୱାରା ବିଶେଷ
ଧ୍ୟାନ ଦେବା ହୋଇଯିବ । ପ୍ରତିଦିନ କୌଣସି ନା କୌଣସି ସଂସ୍କାର ଉପରେ ଧ୍ୟାନ ଦେବାକୁ ହେବ । ତେଣୁ
ଯେପରି ଯୋଗ କରିବା ଉପରେ ବିଶେଷ ଧ୍ୟାନ ଦେଉଛ ସେହିପରି ତା’ ସହିତ ସେହି ସମୟରେ ଏହି ଫଳାଫଳ ମଧ୍ୟ
ବାପଦାଦାଙ୍କୁ ଦିଅ । ଧରିନିଅ ଯଦି ତୁମେ ଚାହୁଁଛ କିନ୍ତୁ ସେ ଦିନ ତୁମ ସାମନାରେ ସେଭଳି କୌଣସି
ସଂସ୍କାରକୁ ପରିବର୍ତ୍ତନ କରିବା ଭଳି କାର୍ଯ୍ୟ ହେଲା ନାହିଁ, ତେବେ ନିଜେ ନିଜକୁ ବାବାଙ୍କର
ଅଭିନନ୍ଦନ ଦିଅ ଏବଂ ପ୍ରତିଦିନ ଏହିଭଳି ବାବାଙ୍କର ଅଭିନନ୍ଦନ ବିଶେଷ କରି ଏହି ସଂସ୍କାର ଗୁଡିକ
ପ୍ରତି ନେଇଚାଲ ତେବେ ଦେଖିବ ସଂସ୍କାର କାର୍ଯ୍ୟକାରୀ ହେବାରେ କମି ହୋଇଚାଲିବ । ତେବେ ଯେପରି ଯୋଗ
ବିଷୟରେ ଚେକ୍ କରୁଛ ସେହିପରି ସଂସ୍କାର ପାଇଁ ମଧ୍ୟ ଚେକ୍ କର । ସଂସ୍କାର ମଧ୍ୟ ପ୍ରତିଦିନ ବାହାରେ
ନାହିଁ, କେବେ କେବେ ବାହାରେ, ଯେଉଁମାନେ ପୁରୁଷାର୍ଥୀ ଅଟନ୍ତି, ସେମାନଙ୍କ ପାଇଁ ପରୀକ୍ଷା ମଧ୍ୟ
କ୍ୱଚିତ୍ ଆସିଥାଏ । ବାକି ସବୁ ଦିନ ଆସେ ନାହିଁ । କିନ୍ତୁ ଏଥିପ୍ରତି ଯଦି ଧ୍ୟାନ ଦେଇ ଚାଲିଥିବ
ତେବେ ଏହି ଆଟେନ୍ଶନ୍ ଅର୍ଥାତ୍ ଧ୍ୟାନ ଦେବା ମଧ୍ୟ ଟେନ୍ଶନ୍କୁ ସମାପ୍ତ କରି ଚାଲିବ କାହିଁକିନା
ବାପଦାଦା ଦେଖୁଛନ୍ତି ବିଦେଶୀ ପିଲାମାନଙ୍କ ଭିତରୁ କେତେକ ପିଲା ଯଦି କୌଣସି କାର୍ଯ୍ୟ ଆରମ୍ଭ
କରୁଛନ୍ତି, ତେବେ ଏଥିପ୍ରତି ଆରମ୍ଭରୁ ଧ୍ୟାନ ଦେଉଛନ୍ତି । ତେଣୁ ଆଟେନ୍ସନ୍ ଦେବାବାଲା ହିଁ
ମୁକ୍ତି ପ୍ରାପ୍ତ କରିଥାଆନ୍ତି । ବାବାଙ୍କର ମଧ୍ୟ ବରଦାନ ରହିଛି । ବୁଝିପାରିଲ । ଯଦି ଏବେ ଏହା
ପଛରେ ଲାଗିଯିବ, ପ୍ରତିଦିନ ଫଳାଫଳକୁ ଚେକ୍ କରିବ, ତେବେ ସଂସ୍କାର ଆପେ ଆପେ ଢିଲା ହୋଇଯିବ ଏବଂ
ବାପଦାଦା ଯେଉଁଭଳି ଚାହୁଁଛନ୍ତି ଯେ ସଂସ୍କାରକୁ ସମାପ୍ତ କରିବାରେ ନମ୍ବରୱାନ ହୁଅ, ଯେଇଁ
ସଂସ୍କାରକୁ ଚାହୁଁଛ ସେହି ସଂସ୍କାର ହିଁ କାର୍ଯ୍ୟରେ ଲାଗୁ, ତାହା ହୋଇଯିବ । ତା’ ଉପରେ ଧ୍ୟାନ
ଦେଲ ନା, ତେଣୁ ହୋଇଯିବ । କିନ୍ତୁ ଏମିତି ବିନା ମେହନତରେ ହେବ ନାହିଁ ସେଥିପ୍ରତି ଧ୍ୟାନ ଦେବାକୁ
ପଡିବ । ସଂଗଠନ ଭିତରେ ହିଁ ଏହି ସଂସ୍କାର ବାହାରିଥାଏ, କାହିଁକି ଜାଣିଛ? ତୁମମାନଙ୍କର
ଚିତ୍ରଗୁଡିକୁ ପୂଜା କରିବା ସମୟରେ ସେମାନେ ତୁମର କେତେ ଭଲ ସଂସ୍କାରର ଗାୟନ କରୁଛନ୍ତି । ତେବେ
ସେହିଭଳି ହେଉଛ ବୋଲି ତ ବର୍ଣ୍ଣନା କରୁଛନ୍ତି । ତେଣୁ ନିଜର ଦୈବୀ ରୂପକୁ ମନ ଭିତରେ ପ୍ରକଟ କର,
ଦେଖ ଭକ୍ତମାନେ କ’ଣ ଗାୟନ କରୁଛନ୍ତି? ସେହିଭଳି ଦେବତା ତ ନିଶ୍ଚିତ ହେବ ନା । ଆଚ୍ଛା!
ବାକି ସବୁ ଡବଲ ବିଦେଶୀ
ପୁରୁଷାର୍ଥରେ ସଫଳତାର ଅନୁଭବ କରିଚାଲିଛ ନା! କରୁଛ ତ? ହାତ ଉଠାଅ ଯେଉଁମାନେ ସଫଳତାର ଅନୁଭବ
କରୁଛ । ବାଃ! ହାତ ତ ବହୁତ ଭଲ ଉଠାଇଛ । ତେଣୁ ଲକ୍ଷ୍ୟ ରଖ, ଏବେ ଏହା ପଛରେ ବିଶେଷ ଧ୍ୟାନ ଦେବାକୁ
ହିଁ ପଡିବ । ଏଥିରେ ମଧ୍ୟ ନମ୍ବର ନେବାକୁ ହିଁ ପଡିବ । ତେବେ ତୁମକୁ ଦେଖି ଅନ୍ୟମାନଙ୍କୁ ମଧ୍ୟ
ଉମଙ୍ଗ-ଉତ୍ସାହ ଆସିବ କାହିଁକିନା ତୁମେ ନିମିତ୍ତ ଅଟ ନା, ଏବଂ ନିମିତ୍ତ ହେବାବାଲାଙ୍କୁ
ବାପଦାଦାଙ୍କଠାରୁ ବିଶେଷ ସହଯୋଗ ମଧ୍ୟ ମିଳିଥାଏ । ବାକି ବାବା ଖୁସି ଅଛନ୍ତି ଯେ ସେଣ୍ଟର ଗୁଡିକ
ମଧ୍ୟ ବୃଦ୍ଧି ହୋଇ ଚାଲିଛି । ପୁରୁଷାର୍ଥ ପ୍ରତି ମଧ୍ୟ ଧ୍ୟାନ ଅଛି କିନ୍ତୁ ଏବେ ପରିବର୍ତ୍ତନର
ନିମିତ୍ତ ହେବାବାଲା ହୁଅ । ତେବେ ତୁମମାନଙ୍କୁ ଦେଖି ଅନ୍ୟମାନଙ୍କ ଭିତରେ ମଧ୍ୟ ପରିବର୍ତ୍ତନ
ଶକ୍ତିର ଉମଙ୍ଗ-ଉତ୍ସାହ ଆସିବ । ବାକି ବାପଦାଦା ଖୁସି ଅଛନ୍ତି ଯେ ପୁରୁଷାର୍ଥରେ ତ କ୍ରମାନ୍ୱୟ
ନିଶ୍ଚିତ ରହିଥାଏ, ତାହା ତ ସମସ୍ତେ ଜାଣନ୍ତି କିନ୍ତୁ ପୁରୁଷାର୍ଥ ପ୍ରତି ଧ୍ୟାନ ଅଛି, ଆହୁରି
ବଢିବ ମଧ୍ୟ । ବାକି ବାପଦାଦାଙ୍କ ଠାରୁ ୟାଦପ୍ୟାର ତ ପ୍ରତିଦିନ ମିଳିଚାଲିଛି । ଦେଖ, ଘରେ
ବସିଥିଲେ ମଧ୍ୟ ବାପଦାଦାଙ୍କର ୟାଦପ୍ୟାର ଗୋଟିଏ ଦିନ ବି ବନ୍ଦ ନାହିଁ, ଯଦି ପ୍ରତିଦିନ
ବିଧିପୂର୍ବକ ମୁରଲୀ ପଢୁଛ, ତେବେ ପ୍ରତିଦିନ ୟାଦପ୍ୟାର ନିଶ୍ଚିତ ମିଳିଛି । ଗୋଟିଏ ଦିନ ବି
ୟାଦପ୍ୟାର ଦେବା ବନ୍ଦ କରୁନାହାଁନ୍ତି । ମିଳୁଛି ନା! କ’ଣ ମିଳୁଛି ନା ନାହିଁ? ପ୍ରତିଦିନ
ୟାଦପ୍ୟାର ମିଳୁଛି । ସମସ୍ତଙ୍କୁ ମିଳୁଛି ନା? ଏହା ହେଉଛି ବାପଦାଦାଙ୍କର ସ୍ନେହର ପ୍ରତୀକ । ଯଦି
ମୁରଲୀ ମିସ୍ କରିବ ତେବେ ୟାଦପ୍ୟାର ମଧ୍ୟ ମିସ୍ ହେବ । କେବଳ ମୁରଲୀ ମିସ୍ କରିଲ ନାହିଁ କିନ୍ତୁ
ବାପଦାଦାଙ୍କର ୟାଦପ୍ୟାର ଏବଂ ବରଦାନକୁ ମଧ୍ୟ ମିସ୍ କରିଲ । ମୁରଲୀ ତ ପଢି ବି ଦେବ ପୁଣି ବି
ୟାଦପ୍ୟାର ନେବା ପାଇଁ ଯେଉଁ ସମୟ ନିର୍ଦ୍ଧାରିତ ହୋଇଛି, ତାହା ତ ମିସ୍ ହେଲା ନା । ତେଣୁ
ତୁମମାନଙ୍କର ଉମଙ୍ଗ-ଉତ୍ସାହ ରହିଛି, ସେଥିପାଇଁ ବାପଦାଦ ଖୁସି ବି ଅଛନ୍ତି । ଆଚ୍ଛା, ତୁମ ଭିତରେ
କେହି ମୁରଲୀ ମିସ୍ କରିବା ବାଲା ଅଛ କି? ଡବଲ ବିଦେଶୀଙ୍କ ଭିତରେ ଅଛନ୍ତି କି, କିଏ ଅଛ ଯିଏକି
ମୁରଲୀ ମିସ୍ କରୁଛ? କୌଣସି କାରଣରୁ ମିସ୍ କରୁଛ? କେହି ନାହାଁନ୍ତି । କେହି ମିସ୍ କରୁନାହାଁନ୍ତି
। ଜଣେ କେହି ହାତ ଉଠାଉଛି । ଏବେ ଆଉ ମିସ୍ କରିବ ନାହିଁ, ନିଶ୍ଚିତ ଶୁଣିବ । ଚାହେଁ ଫୋନ୍ ଦ୍ୱାରା
ପଛକେ ଶୁଣ । ଯଦି ପଢିପାରୁ ନାହଁ, ତେବେ କେମିତି ବି ଶୁଣ ନିଶ୍ଚିତ । ହାଜିରା ନିଶ୍ଚିତ ପଡୁ ।
ଆଚ୍ଛା! ବାକି ଯେଉଁମାନେ ବି ସଭାକୁ ଆସିଛନ୍ତି, ନୂଆ ମଧ୍ୟ ଅଛନ୍ତି, ତେବେ ଏହି କଥାକୁ ପକ୍କା,
ପକ୍କା, ପକ୍କା ଲେଖି କରିନିଅ, ମୋତେ କେବେ ବି ମୁରଲୀ ମିସ୍ କରିବାର ନାହିଁ, କାହିଁକିନା ବାବା
ପ୍ରତିଦିନ ପରମଧାମରୁ ଆସୁଛନ୍ତି, କେତେ ଦୂରରୁ ଆସୁଛନ୍ତି, ପିଲାମାନଙ୍କ ପାଇଁ ଆସୁଛନ୍ତି ନା!
ଯେପରି ବାବା କେବେ ବି ମୁରଲୀ ମିସ୍ କରୁ ନାହାଁନ୍ତି ପିଲାମାନଙ୍କୁ ମଧ୍ୟ ସେହିପରି ମୁରଲୀ ମିସ୍
କରିବାର ନାହିଁ । ଆଚ୍ଛା!
ଏବେ ଯେଉଁମାନେ ବି
ମଧୁବନକୁ ଆସୁଛ, ଯେପରି ପ୍ରଥମେ ଫର୍ମ ପୂରଣ କରୁଛ ସେଥିରେ ଏକଥା ମଧ୍ୟ ଲେଖ ଯେ ମୁରଲୀ ପ୍ରତିଦିନ
ଶୁଣିଛି ନା କେତେ ଦିନ ମିସ୍ କରିଛି? ମଞ୍ଜୁର ତ? ଯାହାକୁ ମଞ୍ଜୁର ଅଟେ, ସେମାନେ ହାତ ଉଠାଅ ।
ମଧୁବନବାଲା ମଧ୍ୟ ହାତ ଉଠାଅ । କୌଣସି ବି କାରଣରୁ ମୁରଲୀ ମିସ୍ କରିବାର ନାହିଁ । ଯେପରି ଭୋଜନ
କେବେ ବି ମିସ୍ କରୁନାହଁ ସେହିପରି ଏହା ମଧ୍ୟ ଭୋଜନ ଅଟେ ନା । ତାହା ହେଲା ଶରୀରର ଭୋଜନ, ଏହା
ହେଲା ଆତ୍ମାର ଭୋଜନ । ଭଲ ଲାଗିଲା ତ । ଯେଉଁମାନେ ନୂଆ କରି ମଧ୍ୟ ଆସିଛନ୍ତି ଆସିବାକୁ ତ ମିଳିଛି
ନା । ସେମାନଙ୍କୁ ମଧ୍ୟ ଏହି ନିୟମକୁ ପାଳନ କରିବାକୁ ହେବ । ଯେପରି ଅନ୍ୟ ସବୁ ନିୟମ ରହିଛି,
ସେହିପରି ଏହା ମଧ୍ୟ ନିୟମ ଅଟେ । ବ୍ରାହ୍ମଣର ଅର୍ଥ ହେଲା ମୁରଲୀ ଶୁଣବାବାଲା ଓ ସେବା କରିବାବାଲା
। ଆଚ୍ଛା!
ଏବେ ସବୁଆଡର
ପିଲାମାନଙ୍କୁ ବାପଦାଦା ୟାଦପ୍ୟାର ଦେବା ସହିତ ଅଭିନନ୍ଦନ ମଧ୍ୟ ଦେଉଛନ୍ତି, ସର୍ବଦା
ଉମଙ୍ଗ-ଉତ୍ସାହର ସହିତ ଆଗକୁ ବଢୁଛ ଏବଂ ବଢି ଚାଲିଥାଅ । କେବେ ବି ନିଜର ଉମଙ୍ଗ-ଉତ୍ସାହ କୌଣସି
ବି କାରଣରୁ, କୌଣସି କଥାରେ କମ୍ କର ନାହିଁ । କଥା ତ ଅନେକ ଆସିବ କିନ୍ତୁ ପୁରୁଷାର୍ଥ ଏବଂ
ବାବାଙ୍କର ସ୍ନେହ ଏହା ନିଜସ୍ୱ ଅଟେ, ସେଥିପାଇଁ କେବେ ବି ନିଜର ବୁଦ୍ଧିକୁ ବାବାଙ୍କ ବ୍ୟତୀତ
ଅନ୍ୟ କୌଣସି କଥାରେ ବ୍ୟସ୍ତ ରଖ ନାହିଁ । ବାବା ଏବଂ ବାବାଙ୍କର ମୁରଲୀ ଏବଂ ବାବାଙ୍କ ଦ୍ୱାରା
ଯେଉଁ ସେବା ମିଳିଛି, ତାକୁ କରି ଚାଲିଥାଅ । ଆଚ୍ଛା! ଏବେ କ’ଣ କହିବୁ, ସାଥୀରେ ତ ରହିବାକୁ ପଡିବ
ନା, ଛୁଟୀ ନେଉଛୁ ବୋଲି ତ କହି ପାରିବୁ ନାହିଁ । ସାଥୀ ହୋଇ ରହିବା, ସାଥୀ ହୋଇଯିବା, ଏବଂ ସାଥୀ
ହୋଇ ଆସିବା । ଆଚ୍ଛା । ଏବେ ସମାପ୍ତି ।
ବରଦାନ:-
ଶକ୍ତି ସ୍ୱରୂପର
ସ୍ମୃତି ଦ୍ୱାରା ପତିତ ସଂସ୍କାରକୁ ନାଶ କରୁଥିବା କାଳୀ ରୂପଧାରୀ ଭବ ।
ସର୍ବଦା ନିଜର ଏହି
ସ୍ୱରୂପ ସ୍ମୃତିରେ ରହୁ ଯେ ମୁଁ ସର୍ବଶସ୍ତ୍ରଧାରୀ ଶକ୍ତି ଅଟେ, ମୋ ଭଳି ପତିତ ପାବନୀ ଆତ୍ମା ଉପରେ
କୌଣସି ପତିତ ଆତ୍ମାର ଦୃଷ୍ଟିର ଛାଇ ମଧ୍ୟ ପଡି ପାରିବ ନାହିଁ । ପତିତ ଆତ୍ମାର ପତିତ ସଂକଳ୍ପ
ମଧ୍ୟ ଚାଲିପାରିବ ନାହିଁ । - ଏଭଳି ନିଜର ବ୍ରେକ୍ ଶକ୍ତିଶାଳୀ ହେବା ଦରକାର । ଯଦି କୌଣସି ପତିତ
ଆତ୍ମାର ପ୍ରଭାବ ପଡୁଛି, ତେବେ ଏହାର ଅର୍ଥ ହେଲା ତୁମେ ପ୍ରଭାବଶାଳୀ ହୋଇନାହଁ । ଯେଉଁମାନେ ନିଜେ
ହିଁ ସଂଘାରୀ ଅଟନ୍ତି, ସେମାନେ କେବେ କାହାର ଶିକାର ହୋଇପାରିବେ ନାହିଁ । ସେଥିପାଇଁ ଏଭଳି କାଳୀ
ରୂପଧାରୀ ହୁଅ ଯାହାକି କେହି ବି ଯଦି ତୁମ ସାମନାରେ ଏଭଳି ସଂକଳ୍ପ ମଧ୍ୟ କରିବ, ତେବେ ତା’ର
ସଂକଳ୍ପ ମୂର୍ଚ୍ଛିତ ହୋଇଯିବ ।
ସ୍ଲୋଗାନ:-
ରାଜକୀୟ ରୂପର
ଇଚ୍ଛାର ସ୍ୱରୂପ ହେଲା ନାମ, ମାନ୍, ଏବଂ ଶାନ୍ ଅର୍ଥାତ୍ ପଦ ବା ପ୍ରତିଷ୍ଠା ।
ଅବ୍ୟକ୍ତ ଈଶାରା:-
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର । ସାରଥୀ ଅର୍ଥାତ୍ ଆତ୍ମ ଅଭିମାନୀ
ସ୍ଥିତି, କାହିଁକିନା ଆତ୍ମା ହିଁ ସାରଥୀ ଅଟେ । ବ୍ରହ୍ମାବାବା ଏହି ବିଧି ଦ୍ୱାରା ହିଁ ନମ୍ବର
ୱାନ ସିଦ୍ଧିକୁ ପ୍ରାପ୍ତ କରିଛନ୍ତି । ତେଣୁ ଫଲୋ ଫାଦର କର । ଯେପରି ବାବା ଦେହକୁ ଅଧୀନ କରି
ପ୍ରବେଶ କରୁଛନ୍ତି ଅର୍ଥାତ୍ ସାରଥୀ ହେଉଛନ୍ତି, ଦେହର ଅଧୀନ ହେଉ ନାହାଁନ୍ତି, ସେଥିପାଇଁ ନ୍ୟାରା
ଏବଂ ପ୍ୟାରା ଅଟନ୍ତି । ସେହିପରି ତୁମେ ସବୁ ବ୍ରାହ୍ମଣ ଆତ୍ମାମାନେ ମଧ୍ୟ ବାବାଙ୍କ ସମାନ ସାରଥୀ
ସ୍ଥିତିରେ ରୁହ । ସାରଥୀ ସ୍ଥିତିବାଲା ସ୍ୱତଃ ହିଁ ସାକ୍ଷୀ ହୋଇ କିଛି ବି କରିବ, ଦେଖିବ, ଶୁଣିବ
ଏବଂ ସବୁ କିଛି କରୁଥିଲେ ମଧ୍ୟ ମାୟାର ଲେପ ଛେପଠାରୁ ନିର୍ଲେପ ରହିବ ।