26.09.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସର୍ବଦା
ଶ୍ରୀମତରେ ଚାଲିବା - ଏହା ହିଁ ଶ୍ରେଷ୍ଠ ପୁରୁଷାର୍ଥ ଅଟେ, ଶ୍ରୀମତ ଅନୁସାରେ ଚାଲିବା ଦ୍ୱାରା
ଆତ୍ମା ରୂପୀ ଦୀପକ ଜଳି ଉଠିଥାଏ ।”
ପ୍ରଶ୍ନ:-
ସମ୍ପୂର୍ଣ୍ଣ
ପୁରୁଷାର୍ଥ କେଉଁମାନେ କରିପାରିବେ? ଉଚ୍ଚ ପୁରୁଷାର୍ଥ କ’ଣ?
ଉତ୍ତର:-
ସମ୍ପୂର୍ଣ୍ଣ ପୁରୁଷାର୍ଥ ସେହିମାନେ କରିପାରିବେ ଯେଉଁମାନଙ୍କର ଧ୍ୟାନ ବା ବୁଦ୍ଧିର ଯୋଗ ଜଣଙ୍କ
ସହିତ ରହିଥାଏ । ସବୁଠାରୁ ଉଚ୍ଚ ପୁରୁଷାର୍ଥ ହେଲା ବାବାଙ୍କ ପ୍ରତି ପୂରା ପୂରା ସମର୍ପିତ ହୋଇଯିବା
। ସମ୍ପୂର୍ଣ୍ଣ ସମର୍ପିତ ହେଉଥିବା ପିଲାମାନେ ବାବାଙ୍କୁ ବହୁତ ପ୍ରିୟ ଲାଗିଥା’ନ୍ତି ।
ପ୍ରଶ୍ନ:-
ସଚ୍ଚା ସଚ୍ଚା
ଦୀପାବଳୀ ପାଳନ କରିବା ପାଇଁ ବେହଦର ପିତା କେଉଁ ଆଦେଶ ଦେଉଛନ୍ତି?
ଉତ୍ତର:-
ପିଲାମାନେ, ସମ୍ପୂର୍ଣ୍ଣ ପବିତ୍ରତାକୁ ଧାରଣ କର । ଯଦି ଏଠାରେ ସମ୍ପୂର୍ଣ୍ଣ ପବିତ୍ର ହେବ, ଏହିଭଳି
ଉଚ୍ଚ ପୁରୁଷାର୍ଥ କରିବ, ତେବେ ଯାଇ ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟକୁ ଯାଇପାରିବ ଅର୍ଥାତ୍ ସଚ୍ଚା
ସଚ୍ଚା ଦୀପାବଳୀ ବା ରାଜ୍ୟାଭିଷେକ ଦିବସ ପାଳନ କରିପାରିବ ।
ଓମ୍ ଶାନ୍ତି ।
ପିଲାମାନେ ଏବେ
ଏଠାରେ ବସି କ’ଣ କରୁଛନ୍ତି? ଚଲାବୁଲା କରି ଅଥବା ଏଠାରେ ବସି ବସି ଜନ୍ମ ଜନ୍ମାନ୍ତରର ଯେଉଁ ପାପ
ମୁଣ୍ଡ ଉପରେ ରହିଛି, ସେହି ପାପକୁ ୟାଦର ଯାତ୍ରା ଦ୍ୱାରା ବିନାଶ କରୁଛନ୍ତି । ଏ କଥା ତ ଆତ୍ମା
ଜାଣିଛି, ମୁଁ ଯେତେ ବାବାଙ୍କୁ ୟାଦ କରିବି ସେତେ ପାପ କଟି ଚାଲିବ । ବାବା ତ’ ଭଲ ଭାବରେ
ବୁଝାଇଛନ୍ତି - ଭଲେ ଏଠାରେ ବସିଛ, ତା ସତ୍ତ୍ୱେ ବି ଯେଉଁମାନେ ଶ୍ରୀମତକୁ ପାଳନ କରିଥାଆନ୍ତି,
ସେମାନଙ୍କୁ ତ’ ବାବାଙ୍କର ମତ ହିଁ ଭଲ ଲାଗିବ । ବେହଦ ବାବାଙ୍କର ମତ ମିଳୁଛି, ତେଣୁ ପବିତ୍ର
ହେବାକୁ ପଡିବ । ତୁମେ ଏଠାକୁ ଆସିଛ ବେହଦ ପବିତ୍ର ହେବା ପାଇଁ, ତୁମେ ୟାଦର ଯାତ୍ରା ଦ୍ୱାରା ହିଁ
ସେହିପରି ହୋଇପାରିବ । ଅନେକେ ତ’ ବିଲ୍କୁଲ୍ ୟାଦ କରିପାରୁ ନାହାଁନ୍ତି, ଆଉ କେତେକ ଭାବୁଛନ୍ତି
ଆମେ ୟାଦର ଯାତ୍ରା ଦ୍ୱାରା ନିଜର ପାପ ଚୁକ୍ତ କରୁଛୁ ଅର୍ଥାତ୍ ନିଜର ହିଁ କଲ୍ୟାଣ କରୁଛୁ ।
ଦୁନିଆର ଲୋକେ ତ’ ଏହି କଥାକୁ ଜାଣିନାହାଁନ୍ତି । ତୁମକୁ ହିଁ ବାବା ମିଳିଛନ୍ତି, ତୁମେ ହିଁ
ବାବାଙ୍କ ପାଖରେ ରହୁଛ । ତୁମେ ଜାଣିଛ ଏବେ ଆମେ ଈଶ୍ୱରୀୟ ସନ୍ତାନ ହୋଇଛୁ, ଆଗରୁ ଆମେ ଆସୁରୀ
ସନ୍ତାନ ଥିଲୁ । ଏବେ ଆମର ସଙ୍ଗ ଈଶ୍ୱରୀୟ ସନ୍ତାନମାନଙ୍କ ସହିତ ରହିଛି । ଗାୟନ ମଧ୍ୟ ରହିଛି ନା
- ସଙ୍ଗ ଉଦ୍ଧାର କରେ, କୁସଙ୍ଗ ଡୁବାଇଦିଏ । ପିଲାମାନେ ବାରମ୍ବାର ଏହି କଥା ଭୁଲିଯାଉଛନ୍ତି ଯେ
ଆମେ ଈଶ୍ୱରୀୟ ସନ୍ତାନ ଅଟୁ, ତେଣୁ ଆମେ ଈଶ୍ୱରୀୟ ମତରେ ଚାଲିବା ଦରକାର, ନିଜର ମନମତରେ ନୁହେଁ ।
ମନମତ ମନୁଷ୍ୟ ମତକୁ କୁହାଯାଏ । ମନୁଷ୍ୟ ମତ ଆସୁରୀ ହିଁ ହୋଇଥାଏ । ଯେଉଁ ପିଲାମାନେ ନିଜର
କଲ୍ୟାଣ କରିବାକୁ ଚାହୁଁଛନ୍ତି ସେମାନେ ସତ୍ତ୍ୱପ୍ରଧାନ ହେବା ପାଇଁ ବାବାଙ୍କୁ ଭଲ ଭାବରେ ୟାଦ
କରୁଛନ୍ତି । ସତ୍ତ୍ୱପ୍ରଧାନର ମହିମା ମଧ୍ୟ ହୋଇଥାଏ । ବାସ୍ତବରେ ସେମାନେ ଜାଣିଛନ୍ତି ଯେ ଆମେ
କ୍ରମାନୁସାରେ ସୁଖଧାମର ମାଲିକ ହେଉଛୁ । ଯେତେ ଯେତେ ଶ୍ରୀମତରେ ଚାଲୁଛନ୍ତି, ସେତେ ଉଚ୍ଚପଦ
ପାଉଛନ୍ତି । ଯେତେ ନିଜ ମତରେ ଚାଲିବେ ସେତେ ପଦଭ୍ରଷ୍ଟ ହୋଇଯିବେ । ନିଜର କଲ୍ୟାଣ କରିବା ପାଇଁ
ବାବାଙ୍କର ନିର୍ଦ୍ଦେଶ ତ’ ମିଳିଚାଲିଛି । ବାବା ମଧ୍ୟ ବୁଝାଇଛନ୍ତି ଏହା ପୁରୁଷାର୍ଥ ଅଟେ । ଯିଏ
ଯେତେ ୟାଦ କରୁଛନ୍ତି ତାଙ୍କର ମଧ୍ୟ ସେହି ହିସାବରେ ପାପ କଟୁଛି । ୟାଦର ଯାତ୍ରା ବିନା ତ’ କେହି
ପବିତ୍ର ହୋଇପାରିବେ ନାହିଁ । ତେଣୁ ଉଠିବା, ବସିବା, ଚାଲିବା, ବୁଲିବା ସମୟରେ ଏହି ଚିନ୍ତା ରଖିବା
ଉଚିତ୍ । ତୁମମାନଙ୍କୁ କେତେ ବର୍ଷରୁ ଶିକ୍ଷା ମିଳି ଚାଲିଛି, ତଥାପି ଭାବୁଛ ଆମେ ବହୁତ ଦୂରରେ ଅଛୁ
। ବାବାଙ୍କୁ ଏତେ ୟାଦ କରିପାରବୁ ନାହାଁନ୍ତି । ସତ୍ତ୍ୱପ୍ରଧାନ ହେବା ପାଇଁ ତ’ ବହୁତ ସମୟ ଲାଗିବ
। ଏହା ମଝିରେ ଯଦି ଶରୀର ଛାଡି ଦେଲ ତେବେ କଳ୍ପ କଳ୍ପାନ୍ତର ପାଇଁ ପଦ କମ୍ ହୋଇଯିବ । ଯଦି
ଈଶ୍ୱରଙ୍କର ହୋଇଛ ତେବେ ତାଙ୍କଠାରୁ ପୁରା ବର୍ସା ନେବାର ପୁରୁଷାର୍ଥ କରିବା ଦରକାର । ବୁଦ୍ଧି
ଗୋଟିଏ ପଟେ ହିଁ ରହିବା ଉଚିତ୍ । ତୁମକୁ ବର୍ତ୍ତମାନ ଶ୍ରୀମତ ମିଳୁଛି । ସିଏ ହେଉଛନ୍ତି
ସର୍ବୋଚ୍ଚ ଭଗବାନ । ଯଦି ତାଙ୍କର ମତରେ ନ ଚାଲିବା ତେବେ ବହୁତ ଧୋକା ଖାଇବା । ତୁମେ ଶ୍ରୀମତରେ
ଚାଲୁଛ କି ନାହିଁ, ଏହା ତ’ ତୁମେ ଜାଣିଛ ଏବଂ ଶିବବାବା ଜାଣିଛନ୍ତି । ତୁମକୁ ସେହି ଶିବବାବା
ପୁରୁଷାର୍ଥ କରାଉଛନ୍ତି । ଏଠାରେ ସବୁ ଦେହଧାରୀମାନେ ପୁରୁଷାର୍ଥ କରୁଛନ୍ତି । ଏହି ବ୍ରହ୍ମା
ମଧ୍ୟ ଦେହଧାରୀ ଅଟନ୍ତି, ଏହାଙ୍କୁ ଶିବବାବା ପୁରୁଷାର୍ଥ କରାଉଛନ୍ତି । ତେଣୁ ପିଲାମାନଙ୍କୁ ମଧ୍ୟ
ପୁରୁଷାର୍ଥ କରିବାକୁ ହେବ । ମୂଳକଥା ହେଲା ପତିତମାନଙ୍କୁ ପବିତ୍ର କରିବା । ଏପରି ଭାବରେ ଦୁନିଆରେ
ତ’ ବହୁତ ପବିତ୍ର ରହୁଛନ୍ତି । ସନ୍ନ୍ୟାସୀମାନେ ମଧ୍ୟ ପବିତ୍ର ରହିଥା’ନ୍ତି । ସେମାନେ ଗୋଟିଏ
ଜନ୍ମ ପାଇଁ ପବିତ୍ର ହେଉଛନ୍ତି । ଏପରି ମଧ୍ୟ ଅନେକ ଅଛନ୍ତି ଯେଉଁମାନେ କି ଏହି ଜନ୍ମରେ ବାଳ
ବ୍ରହ୍ମଚାରୀ ହୋଇ ରହୁଛନ୍ତି । ସେମାନେ ଦୁନିଆକୁ କୌଣସି ପ୍ରକାର ପବିତ୍ରତାର ସହଯୋଗ ଦେଇପାରିବେ
ନାହିଁ । ଯେତେବେଳେ ଶ୍ରୀମତ ଆଧାରରେ ନିଜେ ପବିତ୍ର ହୋଇ ଦୁନିଆକୁ ପବିତ୍ର କରିବେ, ସେତେବେଳେ
ଯାଇ ସହଯୋଗ ଦେଇ ପାରିବେ ।
ବର୍ତ୍ତମାନ ତୁମକୁ
ଶ୍ରୀମତ ମିଳୁଛି । ଜନ୍ମ ଜନ୍ମାନ୍ତର ତ’ ତୁମେ ଆସୁରୀ ମତରେ ଚାଲିଛ । ଏବେ ତୁମେ ଜାଣୁଛ ସୁଖଧାମର
ସ୍ଥାପନ ହେଉଛି । ଯେତେ ଆମେ ଶ୍ରୀମତ ଆଧାରରେ ପୁରୁଷାର୍ଥ କରିବା ସେତେ ଉଚ୍ଚପଦ ପାଇପାରିବା । ଏହା
ବ୍ରହ୍ମାଙ୍କର ମତ ନୁହେଁ । ଏହି ବ୍ରହ୍ମା ତ’ ପୁରୁଷାର୍ଥୀ ଅଟନ୍ତି । ଏହାଙ୍କର ପୁରୁଷାର୍ଥ
ନିଶ୍ଚିତ ଭାବେ ସେତିକି ଉଚ୍ଚ ଅଟେ, ସେଇଥି ପାଇଁ ତ’ ସେ ଲକ୍ଷ୍ମୀ ନାରାୟଣ ହେଉଛନ୍ତି । ତେବେ
ପିଲାମାନଙ୍କୁ ଏହା ଅନୁକରଣ କରିବାକୁ ହେବ । ଶ୍ରୀମତ ପାଳନ କରିବାକୁ ପଡିବ, ମନମତରେ ନୁହେଁ ।
ତେଣୁ ନିଜର ଆତ୍ମାର ଜ୍ୟୋତିକୁ ଜାଗ୍ରତ କରିବାକୁ ହେବ । ଏବେ ଦୀପାବଳୀ ଆସୁଛି, ସତ୍ୟଯୁଗରେ
ଦୀପାବଳୀ ହୁଏ ନାହିଁ । କେବଳ ଅଭିଷେକ ହୁଏ । ବାକି ଆତ୍ମାମାନେ ତ’ ସତ୍ତ୍ୱପ୍ରଧାନ
ହୋଇଯାଇଥା’ନ୍ତି । ଏମାନେ ଯେଉଁ ଦୀପାବଳୀ ପାଳନ କରୁଛନ୍ତି, ତାହା ତ ମିଥ୍ୟା । ଏଠାରେ କେବଳ
ବାହାରେ ଦୀପ ଜଳାଉଛନ୍ତି, ସତ୍ୟଯୁଗରେ ତ’ ଘରେ ଘରେ ଦୀପ ଜଳିଥାଏ ଅର୍ଥାତ୍ ସମସ୍ତଙ୍କର ଆତ୍ମା
ସତ୍ତ୍ୱପ୍ରଧାନ ହୋଇଥାଏ । ଏବେ ତୁମ ଆତ୍ମାରେ ୨୧ ଜନ୍ମ ପାଇଁ ଜ୍ଞାନଘୃତ ପଡିଯାଉଛି । ପୁଣି ଧିରେ
ଧିରେ କମ୍ ହୋଇ ହୋଇ ବର୍ତ୍ତମାନ ସମୟରେ ସାରା ଦୁନିଆର ଜ୍ୟୋତି ଲିଭିଯାଇଛି । ଏଥିରେ ମଧ୍ୟ
ସ୍ୱତନ୍ତ୍ର ରୂପେ ଭାରତବାସୀ ଏବଂ ସାଧାରଣ ଭାବରେ ସାରା ଦୁନିଆ ରହିଛି । ବର୍ତ୍ତମାନ ସମସ୍ତେ ତ’
ପାପ ଆତ୍ମା ଅଟନ୍ତି, ସମସ୍ତଙ୍କର ବର୍ତ୍ତମାନ ବିନାଶର ସମୟ, ତେଣୁ ସମସ୍ତଙ୍କୁ ହିସାବ କିତାବ
ଚୁକ୍ତ କରିବାକୁ ହେବ । ଏବେ ତୁମକୁ ଉଚ୍ଚରୁ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ,
ଶ୍ରୀମତ ଆଧାରରେ ଚାଲିଲେ ହିଁ ତୁମେ ଉଚ୍ଚପଦ ପାଇପାରିବ । ରାବଣ ରାଜ୍ୟରେ ତ’ ଶିବବାବାଙ୍କର ବହୁତ
ଅବଜ୍ଞା କରିଛ । ଯଦି ଏବେ ମଧ୍ୟ ତାଙ୍କର ନିର୍ଦ୍ଦେଶ ଅନୁସାରେ ନ ଚାଲିବ ତେବେ ବହୁତ ଧୋକା ଖାଇବ
। ତାଙ୍କୁ ହିଁ ଡାକିଛ କି ଆମକୁ ଆସି ପବିତ୍ର କର । ତେଣୁ ଏବେ ନିଜର କଲ୍ୟାଣ କରିବା ପାଇଁ
ଶିବବାବାଙ୍କର ଶ୍ରୀମତରେ ଚାଲିବାକୁ ପଡିବ ନଚେତ୍ ବହୁତ ଅକଲ୍ୟାଣ ହୋଇଯିବ । ମିଠା ମିଠା ପିଲାମାନେ
ଏକଥା ମଧ୍ୟ ଜାଣିଛନ୍ତି - ଶିବବାବାଙ୍କ ୟାଦ ବିନା ଆମେ ସମ୍ପୂର୍ଣ୍ଣ ପବିତ୍ର ହୋଇପାରିବା ନାହିଁ
। ତୁମକୁ ଆସିବାର ଏତେ ବର୍ଷ ହେଲାଣି ତଥାପି ମଧ୍ୟ ଜ୍ଞାନର ଧାରଣା କାହିଁକି ହେଉନାହିଁ । ସୁନାର
ପାତ୍ର ଅର୍ଥାତ୍ ପବିତ୍ର ବୁଦ୍ଧିରେ ହିଁ ଧାରଣା ହେବ । ନୂଆ ନୂଆ ପିଲାମାନେ କେତେ ସେବାଧାରୀ
ହେଉଛନ୍ତି । ଦେଖ କେତେ ଫରକ ରହିଛି । ନୂଆମାନେ ଯେତେ ସମୟ ବାବାଙ୍କ ସ୍ମୃତିରେ ରହୁଛନ୍ତି ସେତେ
ପୁରୁଣା ପୁରୁଣା ପିଲାମାନେ ୟାଦର ଯାତ୍ରାରେ ରହୁନାହାଁନ୍ତି । ଅନେକ ଭଲ ଭଲ ଶିବବାବାଙ୍କର ବହୁତ
ସ୍ନେହୀ ସନ୍ତାନ ଆସୁଛନ୍ତି, ଯେଉଁମାନେ କି କେତେ ସେବା କରୁଛନ୍ତି । ଯେପରିକି ଶିବବାବାଙ୍କ ସେବା
ନିମନ୍ତେ ଆତ୍ମାକୁ ସମର୍ପିତ କରିଦେଇଛନ୍ତି । ସମର୍ପିତ ହେବା ଦ୍ୱାରା ପୁଣି ସେବା ମଧ୍ୟ ବହୁତ
କରୁଛନ୍ତି, ତେଣୁ ସମସ୍ତଙ୍କୁ ସେମାନେ କେତେ ପ୍ରିୟ ଲାଗିଥା’ନ୍ତି । ଏମାନେ ୟାଦର ଯାତ୍ରାରେ ରହି
ବାବାଙ୍କୁ ହିଁ ସହଯୋଗ କରିଥା’ନ୍ତି । ବାବା କହୁଛନ୍ତି ମୋତେ ୟାଦ କର ତେବେ ତୁମେ ପବିତ୍ର
ହୋଇଯିବ । ତୁମେ ମୋତେ ଏଥିପାଇଁ ହିଁ ଡାକିଛ ଯେ ଧରାପୃଷ୍ଠକୁ ଆସି ଆମକୁ ପବିତ୍ର କର ତେଣୁ
ବର୍ତ୍ତମାନ ବାବା କହୁଛନ୍ତି, ଏବେ ତୁମେ ମୋତେ ୟାଦ କରିଚାଲ । ତୁମକୁ ଦେହର ସବୁ ସମ୍ବନ୍ଧ ତ୍ୟାଗ
କରିବାକୁ ପଡିବ । ଏକମାତ୍ର ବାବାଙ୍କ ବ୍ୟତୀତ, ମିତ୍ର ସମ୍ବନ୍ଧୀମାନଙ୍କର ୟାଦ ବି ନ ଆସୁ । ତେବେ
ଯାଇ ଉଚ୍ଚପଦ ପାଇପାରିବ । ୟାଦ ନ କଲେ ଉଚ୍ଚପଦ ପାଇପାରିବ ନାହିଁ । ଏ କଥା ବାପଦାଦା ମଧ୍ୟ
ଜାଣିପାର’ନ୍ତି, ତୁମେମାନେ ମଧ୍ୟ ଜାଣୁଛ । ନୂଆ ନୂଆ ଆତ୍ମାମାନେ ଆସୁଛନ୍ତି, ଭାବୁଛନ୍ତି ଦିନକୁ
ଦିନ ସୁଧୁରି ଚାଲୁଛନ୍ତି । ଶ୍ରୀମତ ପାଳନ କରିବା ଦ୍ୱାରା ହିଁ ସୁଧୁରିଥା’ନ୍ତି । କ୍ରୋଧ ଉପରେ
ମଧ୍ୟ ପୁରୁଷାର୍ଥ କରି କରି ବିଜୟୀ ହୋଇଥାଆନ୍ତି । ତେଣୁ ବାବା ମଧ୍ୟ ବୁଝାଉଛନ୍ତି, ତୁମେ ଭିତରେ
ଥିବା ଅବଗୁଣକୁ ବାହାର କରିଚାଲ । କ୍ରୋଧ ମଧ୍ୟ ବହୁତ ଖରାପ ଅଟେ । ନିଜ ଅନ୍ତରକୁ ବି ଜଳାଇଥାଏ ଏବଂ
ଅନ୍ୟମାନଙ୍କୁ ମଧ୍ୟ ଜଳାଇଥାଏ । ଏହାକୁ କି ବାହାର କରିବା ଉଚିତ୍ । ପିଲାମାନେ ବାବାଙ୍କର
ଶ୍ରୀମତରେ ନ ଚାଲିବାରୁ ତାଙ୍କର ପଦ କମ୍ ହୋଇଯାଇଥାଏ ଏବଂ ସେଇଥିପାଇଁ ଜନ୍ମ ଜନ୍ମାନ୍ତର, କଳ୍ପ
କଳ୍ପାନ୍ତର ପାଇଁ କ୍ଷତି ହୋଇଯାଇଥାଏ ।
ତୁମେ ଜାଣିଛ ଯେ ତାହା
ହେଉଛି ଶରୀର ନିର୍ବାହର ପାଠପଢ଼ା, ଏହା ହେଉଛି ଆତ୍ମନିର୍ବାହର ପାଠପଢ଼ା, ଯାହାକି ରୁହାନୀ ବାବା ଆସି
ପଢ଼ାଉଛନ୍ତି । ସବୁ ପ୍ରକାରର ପାଳନା ମଧ୍ୟ ହୋଇଚାଲିଛି, କେହି ବିକାରୀ ଆତ୍ମା ଏଠାକୁ (ମଧୁବନକୁ)
ଆସିପାରିବେ ନାହିଁ । ବେମାର ଆଦି ହେବା ସମୟରେ ମଧ୍ୟ ଯଦି କେହି ବିକାରୀ ମିତ୍ର ସମ୍ବନ୍ଧି ଆଦି
ଆସୁଛନ୍ତି, ତେବେ ଏହା ମଧ୍ୟ ଠିକ୍ ନୁହେଁ । ଆମେ ଏହାକୁ ପସନ୍ଦ କରିବା ଉଚିତ୍ ନୁହେଁ ନଚେତ୍
ଅନ୍ତିମ ସମୟରେ ସେହି ମିତ୍ର ସମ୍ବନ୍ଧୀମାନେ ମନେପଡିବେ, ଏହା ଦ୍ୱାରା ପିଲାମାନେ ଉଚ୍ଚପଦ
ପାଇପାରିବେ ନାହିଁ । ବାବା ତ’ ପୁରୁଷାର୍ଥ କରାଉଛନ୍ତି, ଯେପରି କାହାର ବି ୟାଦ ନ ଆସୁ । ଏପରି
ନୁହେଁ କି, ଆମେ ବେମାର ହୋଇଛୁ ସେଥିପାଇଁ ମିତ୍ର ସମ୍ବନ୍ଧୀ ଆଦି ଦେଖିବା ପାଇଁ ଆସନ୍ତୁ । ନାଁ,
ସେମାନଙ୍କୁ ଡାକିବା, ନିୟମ ବିରୁଦ୍ଧ । ନିୟମ ଅନୁସାରେ ଚାଲିବା ଦ୍ୱାରା ହିଁ ସଦ୍ଗତି ହୋଇଥାଏ ।
ନଚେତ୍ ଅଯଥାରେ ନିଜର କ୍ଷତି ଘଟାଉଛନ୍ତି । କିନ୍ତୁ ତମଃପ୍ରଧାନ ବୁଦ୍ଧି ଏକଥା ବୁଝି
ପାରୁନାହାଁନ୍ତି । ଈଶ୍ୱର ମତ ଦେଲେ ମଧ୍ୟ ସୁଧୁରୁନାହାଁନ୍ତି । ତେଣୁ ବହୁତ ସାବଧାନତାର ସହିତ
ଚାଲିବା ଦରକାର । ଏହା ହେଉଛି ସବୁଠାରୁ ପବିତ୍ରରୁ ପବିତ୍ର ସ୍ଥାନ । ଏଠାରେ ପତିତମାନେ ରହିପାରିବେ
ନାହିଁ । ଯଦି ମିତ୍ର ସମ୍ବନ୍ଧୀ ଆଦି ମନେ ରହିଥିବେ ତେବେ ମୃତ୍ୟୁ ସମୟରେ ନିଶ୍ଚିତ ଭାବରେ ସେମାନେ
ମନେ ପଡିବେ । ଦେହ ଅଭିମାନରେ ଆସିବା ଦ୍ୱାରା ନିଜର ହିଁ କ୍ଷତି ଘଟାଉଛନ୍ତି, ଦଣ୍ଡ ପାଇବାର
ଯୋଗ୍ୟ ହୋଇଯାଉଛନ୍ତି । ଶ୍ରୀମତ ପାଳନ ନ କରିବା ଦ୍ୱାରା ବହୁତ ଦୁର୍ଗତି ହୋଇଯାଉଛି । ଏମାନେ କେବେ
ହେଲେ ସେବା କରିବା ଯୋଗ୍ୟ ହୋଇପାରିବେ ନାହିଁ । ଯେତେ ମୁଣ୍ଡ ପିଟିଲେ ମଧ୍ୟ ସେବା ଯୋଗ୍ୟ
ହୋଇପାରିବେ ନାହିଁ । ଯଦି ଅବଜ୍ଞା କଲ ତେବେ ପଥରବୁଦ୍ଧି ହୋଇଯିବ । ଉପରକୁ ଉଠିବା ପରିବର୍ତ୍ତେ
ଆହୁରି ତଳକୁ ଖସିଯାଉଛନ୍ତି । ବାବା ତ’ କହୁଛନ୍ତି ପିଲାମାନେ ଆଜ୍ଞାକାରୀ ହେବା ଦରକାର । ନଚେତ୍
ପଦଭ୍ରଷ୍ଟ ହୋଇଯିବ । ଲୌକିକ ପିତାଙ୍କ ପାଖରେ ମଧ୍ୟ ୪-୫ଟି ସନ୍ତାନ ଥା’ନ୍ତି କିନ୍ତୁ ସେମାନଙ୍କ
ଭିତରୁ ଯିଏ ଆଜ୍ଞାକାରୀ ହୋଇଥା’ନ୍ତି ସେହି ସନ୍ତାନ ହିଁ ପ୍ରିୟ ଲାଗିଥା’ନ୍ତି । ଯେଉଁମାନେ
ଆଜ୍ଞାକାରୀ ନୁହଁନ୍ତି ସେମାନେ ତ ଦୁଃଖ ହିଁ ଦେବେ । ଏବେ ତୁମ ସନ୍ତାନମାନଙ୍କୁ ଦୁଇଜଣ ଶ୍ରେଷ୍ଠ
ପିତା ମିଳିଛନ୍ତି, ତେଣୁ ସେହିମାନଙ୍କୁ ଅବଜ୍ଞା କରିବା ଉଚିତ୍ ନୁହେଁ । ଯଦି ଅବଜ୍ଞା କରିବ ତେବେ
ଜନ୍ମ ଜନ୍ମାନ୍ତର, କଳ୍ପ କଳ୍ପାନ୍ତର ବହୁତ କମ୍ ପଦ ପାଇବ । ଏଭଳି ପୁରୁଷାର୍ଥ କରିବା ଉଚିତ୍
ଯେପରି ଅନ୍ତିମ ସମୟରେ ଏକମାତ୍ର ଶିବବାବା ହିଁ ମନେପଡିବେ । ବାବା କହୁଛନ୍ତି ମୁଁ ଜାଣିପାରେ -
ପ୍ରତ୍ୟେକେ କିଭଳି ପୁରୁଷାର୍ଥ କରୁଛନ୍ତି । କେହି କେହି ତ’ ବହୁତ କମ୍ ୟାଦ କରୁଛନ୍ତି, ବାକି ତ’
ନିଜର ମିତ୍ର ସମ୍ବନ୍ଧୀମାନଙ୍କୁ ହିଁ ୟାଦ କରିଚାଲିଛନ୍ତି । ସେମାନେ ଏତେ ଖୁସିରେ ରହିପାରିବେ
ନାହିଁ କି ଉଚ୍ଚ ପଦ ପାଇପାରିବେ ନାହିଁ ।
ତୁମ ପାଇଁ ତ’ ପ୍ରତ୍ୟହ
ସତଗୁରୁବାର ଅଟେ । ଗୁରୁବାର ଦିନ କଲେଜ୍କୁ ଯାଇଥା’ନ୍ତି । ତାହା ହେଲା ଶରୀର ନିର୍ବାହର ବିଦ୍ୟା
। ଏହା ତ ହେଉଛି ରୁହାନୀ ବିଦ୍ୟା । ତୁମେ ଜାଣିଛ ଶିବବାବା ଆମର ପିତା, ଶିକ୍ଷକ, ସତଗୁରୁ ଅଟନ୍ତି
। ତେଣୁ ତାଙ୍କର ନିର୍ଦ୍ଦେଶ ଅନୁସାରେ ଚାଲିବା ଦରକାର, ତେବେ ଯାଇ ଉଚ୍ଚପଦ ପାଇପାରିବୁ ।
ଯେଉଁମାନେ ପୁରୁଷାର୍ଥୀ ଅଟନ୍ତି, ତାଙ୍କର ବହୁତ ଆନ୍ତରିକ ଖୁସି ରହିଥାଏ । ସେ କଥା ନ କହିଲେ ଭଲ
। ସେମାନେ ନିଜେ ଖୁସିରେ ରହୁଥିବାରୁ ଅନ୍ୟମାନଙ୍କୁ ମଧ୍ୟ ଖୁସି କରିବାର ପୁରୁଷାର୍ଥ କରିଥା’ନ୍ତି
। କନ୍ୟାମାନଙ୍କୁ ଦେଖ ଦିନ ରାତି କେତେ ମେହେନତ କରୁଛନ୍ତି କାହିଁକିନା ଏହା ଚମତ୍କାର ଜ୍ଞାନ ଅଟେ
। ବାପଦାଦାଙ୍କର ଦୟା ଆସୁଛି ଯେ କେତେକ ସନ୍ତାନ ଅଜ୍ଞାନତା କାରଣରୁ କେତେ କ୍ଷତି ଘଟାଉଛନ୍ତି ।
ଦେହ ଅଭିମାନରେ ଆସି ଅନ୍ତରରେ ବହୁତ ଈର୍ଷାରେ ଜଳିଥା’ନ୍ତି । କ୍ରୋଧରେ ମନୁଷ୍ୟ ତମ୍ବା ପରି ଲାଲ୍
ହୋଇଯାଇଥା’ନ୍ତି । କ୍ରୋଧ ମନୁଷ୍ୟକୁ ଜଳାଇଥାଏ, କାମ ବିକାର କଳା କରିଦେଇଥାଏ । ମୋହ ଅଥବା ଲୋଭ
ଦ୍ୱାରା ଏତେ ଜଳି ନ ଥା’ନ୍ତି । କ୍ରୋଧରେ ଜଳିଥା’ନ୍ତି । କ୍ରୋଧର ଭୂତ ବହୁତଙ୍କ ମଧ୍ୟରେ ରହିଛି
। ସେଥିପାଇଁ କେତେ ଲଢ଼େଇ କରୁଛନ୍ତି । ଲଢ଼େଇ କରିବା ଦ୍ୱାରା ନିଜର ହିଁ କ୍ଷତି କରୁଛନ୍ତି ।
ନିରାକାର ସାକାର ଉଭୟଙ୍କର ଅବଜ୍ଞା କରୁଛନ୍ତି । ତେବେ ବାବା ଜାଣୁଛନ୍ତି ଯେ ଇଏ ତ’ କୁପୁତ୍ର
ଅଟନ୍ତି । ମେହେନତ କରିବ ତ ଉଚ୍ଚପଦ ପାଇବ । ତେଣୁ ନିଜର କଲ୍ୟାଣ ପାଇଁ ସବୁ ସମ୍ବନ୍ଧକୁ
ଭୁଲିଯିବାକୁ ହେବ । ଏକମାତ୍ର ବାବାଙ୍କ ବିନା କାହାକୁ ବି ୟାଦ କରିବାର ନାହିଁ । ଘରେ ରହି
ସମ୍ବନ୍ଧୀମାନଙ୍କୁ ଦେଖି ମଧ୍ୟ ଶିବବାବାଙ୍କୁ ୟାଦ କରିବାକୁ ହେବ । ତୁମେ ଏବେ ସଙ୍ଗମ ଯୁଗରେ ଅଛ,
ତେଣୁ ନିଜର ନୂଆ ଘରକୁ, ଶାନ୍ତିଧାମକୁ ୟାଦ କର ।
ଏହା ତ’ ବେହଦର ପାଠପଢ଼ା
ଅଟେ ନା । ବାବା ଶିକ୍ଷା ଦେଉଛନ୍ତି ଏଥିରେ ପିଲାମାନଙ୍କର ହିଁ ଫାଇଦା ରହିଛି । କେତେକ ସନ୍ତାନ
ନିଜର ବେଢଙ୍ଗ ଚାଲିଚଳଣି ଦ୍ୱାରା ନିଜର ହିଁ କ୍ଷତି ଘଟାଉଛନ୍ତି । ପୁରୁଷାର୍ଥ କରୁଛନ୍ତି ବିଶ୍ୱର
ବାଦଶାହୀ ନେବା ପାଇଁ କିନ୍ତୁ ମାୟା ବିଲେଇ କାନ କାଟି ନେଉଛି । ବାବାଙ୍କ କୋଳକୁ ଆସି କହୁଛନ୍ତି
ଆମେ ଏହି ପଦ ପାଇବୁ କିନ୍ତୁ ମାୟା ବିଲେଇ ନେବାକୁ ଦେଉନାହିଁ, ତେଣୁ ପଦଭ୍ରଷ୍ଟ ହୋଇଯାଇଥାଏ ।
ମାୟା ବହୁତ ଜୋରରେ ଆକ୍ରମଣ କରିଦେଉଛି । ତୁମେ ଏଠାକୁ ଆସୁଛ ରାଜ୍ୟ ନେବା ପାଇଁ । କିନ୍ତୁ ମାୟା
ତୁମକୁ ହଇରାଣ କରୁଛି । ବାବାଙ୍କର ମଧ୍ୟ ଦୟା ଆସୁଛି, ବିଚରାମାନେ ଉଚ୍ଚପଦ ପାଇବେ ତ ଭଲ କଥା ।
ମୋର ନିନ୍ଦା ନ କରନ୍ତୁ । ସତ୍ଗୁରୁଙ୍କର ନିନ୍ଦକଙ୍କୁ ଠାବ ମିଳିବ ନାହିଁ, କାହାର ନିନ୍ଦା?
ଶିବବାବାଙ୍କର । ଏଭଳି ଚଳଣି ନ ହେଉ ଯାହା ଦ୍ୱାରା ବାବାଙ୍କର ନିନ୍ଦା ହେବ, ଏଥିରେ ଅହଂକାରର
କୌଣସି କଥା ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
କଲ୍ୟାଣ କରିବା ପାଇଁ ଦେହର ସବୁ ସମ୍ବନ୍ଧକୁ ଭୁଲି ଯିବାକୁ ହେବ, ସେମାନଙ୍କ ସହିତ ମୋହ ରଖିବାର
ନାହିଁ । କେବଳ ଈଶ୍ୱରଙ୍କ ମତରେ ହିଁ ଚାଲିବାର ଅଛି, ନିଜ ମତରେ ନୁହେଁ । କୁସଙ୍ଗଠାରୁ ଦୂରେଇ
ରହିବାର ଅଛି ଏବଂ ଈଶ୍ୱରୀୟ ସଂଗରେ ଯୋଡି ହେବାର ଅଛି ।
(୨) କ୍ରୋଧ ବହୁତ ଖରାପ,
ଯାହାକି ନିଜକୁ ଜଳାଇଥାଏ, ତେଣୁ କ୍ରୋଧର ବଶୀଭୂତ ହୋଇ କୌଣସି ଅବଜ୍ଞା କରିବାର ନାହିଁ । ନିଜେ
ଖୁସିରେ ରହିବା ସହିତ ସମସ୍ତଙ୍କୁ ଖୁସି କରିବାର ପୁରୁଷାର୍ଥ କରିବାକୁ ହେବ ।
ବରଦାନ:-
ସ୍ନେହର
ପ୍ରତିଦାନରେ ନିଜକୁ ପରିବର୍ତ୍ତନ କରି ବାବାଙ୍କ ସମାନ ହେଉଥିବା ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ଭବ ।
ସ୍ନେହର ଲକ୍ଷଣ ହେଲା -
ସେ ସ୍ନେହୀ ଆତ୍ମାର ଦୋଷ ଦୁର୍ବଳତାକୁ ଦେଖିପାରିବ ନାହିଁ । ସ୍ନେହୀ ଆତ୍ମାର ଭୁଲ୍କୁ ନିଜର ଭୁଲ୍
ମନେ କରିବ । ବାବା ଯେତେବେଳେ ପିଲାମାନଙ୍କର କୌଣସି କଥା ଶୁଣନ୍ତି ସେତେବେଳେ ଭାବନ୍ତି ଏହା ମୋର
କଥା ବା ମୋ’ର ଭୁଲ୍, କାରଣ ବାବା ପିଲାମାନଙ୍କୁ ନିଜ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ଦେଖିବାକୁ
ଚାହାଁନ୍ତି । ତେଣୁ ଏହିଭଳି ସ୍ନେହର ପ୍ରତିଦାନରେ ନିଜକୁ ପରିବର୍ତ୍ତନ କରିଦିଅ । ଭକ୍ତମାନେ ତ
ନିଜର ମୁଣ୍ଡ କାଟି ଦେବା ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି, ତୁମେ ନିଜର ଶରୀରର ମୁଣ୍ଡ କାଟ ନାହିଁ
କିନ୍ତୁ ରାବଣର ମୁଣ୍ଡ କାଟିଦିଅ ।
ସ୍ଲୋଗାନ:-
ନିଜର ଆତ୍ମିକ
ପ୍ରକମ୍ପନ ଦ୍ୱାରା ଶକ୍ତିଶାଳୀ ବାୟୁମଣ୍ଡଳ ନିର୍ମାଣ କରିବାର ସେବା କରିବା ସବୁଠାରୁ ଶ୍ରେଷ୍ଠ
ସେବା ।