26.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସର୍ବଦା
ଏହି ସ୍ମୃତି ରହୁ ଯେ ଆମେ ଶ୍ରୀମତ ଆଧାରରେ ନିଜର ସତ୍ୟଯୁଗୀ ରାଜଧାନୀ ସ୍ଥାପନ କରୁଛୁ, ତେବେ ମନ
ଭିତରେ ଅପାର ଖୁସୀ ରହିବ । ’’
ପ୍ରଶ୍ନ:-
ଏହି ଜ୍ଞାନ
ରୂପକ ଭୋଜନ କେଉଁ ପିଲାମାନଙ୍କର ହଜମ ହୋଇପାରିବ ନାହିଁ?
ଉତ୍ତର:-
ଯେଉଁମାନେ ଭୁଲ୍ କର୍ମ କରି, ଛି, ଛି ଅର୍ଥାତ୍ ପତିତ ବିକାରୀ ହୋଇ ପୁଣି ଶ୍ରେଣୀରେ ଆସି ବସୁଛନ୍ତି,
ସେମାନଙ୍କର ଜ୍ଞାନ ହଜମ ହୋଇପାରିବ ନାହିଁ । ସେମାନେ ମୁଖରେ କଦାପି କହିପାରିବେ ନାହିଁ ଯେ
ଭଗବାନୁବାଚ କାମ ବିକାର ମହାଶତ୍ରୁ ଅଟେ । ସେମାନଙ୍କର ହୃଦୟ ଭିତରେ ଭିତରେ ଆନ୍ଦୋଳିତ ହେଉଥିବ ।
ସେମାନେ ଆସୁରୀ ସମ୍ପ୍ରଦାୟର ହୋଇଯାଇଥାଆନ୍ତି ।
ଓମ୍ ଶାନ୍ତି ।
ବାବା ବସି
ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ସେ କେଉଁ ପିତା ଅଟନ୍ତି, ସେହି ବାବାଙ୍କର ମହିମା ତୁମ
ପିଲାମାନଙ୍କୁ କରିବା ଦରକାର । ଗାୟନ ମଧ୍ୟ କରାଯାଉଛି ସତ୍ ଶିବବାବା, ସତ୍ ଶିବ ଟୀଚର, ସତ୍ ଶିବ
ଗୁରୁ । ସେ ତ’ ସତ୍ୟ ଅଟନ୍ତି ନା । ତୁମେ ସନ୍ତାନମାନେ ଜାଣିଛ ଯେ ଆମକୁ ସତ୍ୟ ଶିବବାବା
ମିଳିଛନ୍ତି । ଆମେ ପିଲାମାନେ ବର୍ତ୍ତମାନ ଶ୍ରୀମତ ଆଧାରରେ ଏକମତ ହେଉଛୁ । ତେଣୁ ଶ୍ରୀମତ ଆଧାରରେ
ଚାଲିବା ଦରକାର ନା । ବାବା କହୁଛନ୍ତି ପ୍ରଥମେ ଦେହୀ ଅଭିମାନୀ ହୁଅ ଏବଂ ବାବାଙ୍କୁ ମନେ ପକାଅ ।
ତୁମେ ତାଙ୍କୁ ଯେତେ ମନେ ପକାଇବ, ତୁମର ସେତେ କଲ୍ୟାଣ ହେବ । ତୁମେ ପୁନର୍ବାର ନିଜର ରାଜଧାନୀ
ସ୍ଥାପନ କରୁଛ । ପୂର୍ବରୁ ମଧ୍ୟ ଆମର ରାଜଧାନୀ ଥିଲା । ଆମେ ଦେବୀ ଦେବତା ଧର୍ମାବଲମ୍ବୀମାନେ ହିଁ
୮୪ ଜନ୍ମ ଭୋଗ କରି ଅନ୍ତିମ ଜନ୍ମରେ ଏବେ ସଂଗମଯୁଗରେ ଅଛୁ । ଏହି ପୁରୁଷୋତ୍ତମ ସଂଗମଯୁଗ ବିଷୟରେ
ତୁମମାନଙ୍କ ବ୍ୟତୀତ ଆଉ କାହାକୁ ହେଲେ ବି ଜଣା ନାହିଁ । ବାବା କେତେ ପଏଣ୍ଟସ୍ ଦେଉଛନ୍ତି - ହେ
ସନ୍ତାନଗଣ, ଯଦି ଭଲ ଭାବରେ ମୋତେ ମନେ ପକାଇବ ତେବେ ବହୁତ ଖୁସିରେ ରହିବ । କିନ୍ତୁ ପିଲାମାନେ
ବାବାଙ୍କୁ ମନେ ପକାଇବା ବଦଳରେ ଏହି ଦୁନିଆର ପ୍ରଭାବରେ ଆସି ଯାଉଛନ୍ତି । ଏହା ସ୍ମୃତିରେ ରହିବା
ଦରକାର ଯେ ଆମେ ଶ୍ରୀମତ ଆଧାରରେ ନିଜର ରାଜ୍ୟ ସ୍ଥାପନ କରୁଛୁ । ଗାୟନ ମଧ୍ୟ କରାଯାଇଛି
ସର୍ବୋଚ୍ଚ ଭଗବାନ, ତାଙ୍କର ହିଁ ଶ୍ରୀମତ ସର୍ବୋଚ୍ଚ ଅଟେ । ଶ୍ରୀମତ କ’ଣ ଶିଖାଇଥାଏ? ସହଜ
ରାଜଯୋଗ । ବାବା ରାଜପଦ ପାଇଁ ଆମକୁ ପଢାଉଛନ୍ତି । ତେଣୁ ନିଜର ପିତାଙ୍କ ଦ୍ୱାରା ସୃଷ୍ଟିର
ଆଦି-ମଧ୍ୟ-ଅନ୍ତକୁ ଜାଣି ପୁଣି ଦୈବୀଗୁଣ ମଧ୍ୟ ଧାରଣ କରିବାର ଅଛି । ବାବାଙ୍କ ସହିତ କୌଣସି କଥାରେ
ସାମ୍ନା କରିବା ଉଚିତ୍ ନୁହେଁ । ବହୁତ ସନ୍ତାନ ନିଜକୁ ସେବାଧାରୀ ଭାବି ଅହଂକାରୀ ହୋଇଯାଇଥାଆନ୍ତି
। ଏହିଭଳି ବହୁତ ଅଛନ୍ତି । ପୁଣି କେଉଁଠି କେଉଁଠି ହାରିଗଲେ ନିଶା ଛାଡିଯାଇଥାଏ । ତୁମେ ମାତାମାନେ
ତ କିଛି ପଢ଼ିନାହଁ । ପଢିଥିଲେ ତ ଚତ୍ମକାର କରି ଦେଖାଇଥାଆନ୍ତ । ପୁରୁଷମାନଙ୍କ ଭିତରେ ପୁଣି
ପାଠୁଆ କିଛି ଅଛନ୍ତି । ତୁମେ କୁମାରୀମାନେ କେତେ ନାଁ କରିବା ଦରକାର । ତୁମେ ଶ୍ରୀମତ ଆଧାରରେ
ରାଜଧାନୀ ସ୍ଥାପନ କରିଥିଲ । ନାରୀରୁ ଲକ୍ଷ୍ମୀ ହୋଇଥିଲ ତେଣୁ କେତେ ଖୁସୀରେ ରହିବା ଦରକାର ।
ଏଠାରେ ତ ଦେଖ ପାଇ ପଇସାର ପାଠପଢାରେ ଜୀବନକୁ ବି ସମର୍ପିତ କରି ଦେଉଛନ୍ତି । ଆରେ ତୁମେ ଗୋରା
ହେଉଛ ପୁଣି କଳା ତମୋପ୍ରଧାନ ଦୁନିଆରେ କାହିଁକି ମନ ଲଗାଉଛ । ଏହି ଶ୍ମଶାନ ରୂପୀ ଦୁନିଆରେ ମନ
ଲଗାଇବା ଉଚିତ୍ ନୁହେଁ । ଆମେ ତ ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ପୁରୁଣା ଦୁନିଆରେ ମନ ଲଗାଇବା
ଅର୍ଥାତ୍ ନର୍କକୁ ଯିବା । ବାବା ଆସି ନର୍କରୁ ରକ୍ଷା କରୁଛନ୍ତି ତଥାପି ମୁହଁ ନର୍କ ଆଡକୁ କାହିଁକି
କରି ଦେଉଛ । ତୁମର ଏହି ପାଠପଢା କେତେ ସହଜ ଅଟେ । ଏହାକୁ କୌଣସି ୠଷି-ମୁନି ଜାଣି ନାହାଁନ୍ତି ।
ନା କୌଣସି ଶିକ୍ଷକ, ନା ଋଷି-ମୁନି ଏହି ଜ୍ଞାନକୁ ବୁଝାଇପାରିବେ । ବାବା ତ ପିତା-ଶିକ୍ଷକ ସତ୍ଗୁରୁ
ଅଟନ୍ତି । ଦୁନିଆର ଗୁରୁମାନେ ଶାସ୍ତ୍ର ଆଦି ଶୁଣାଇଥାନ୍ତି । ସେମାନଙ୍କୁ ଶିକ୍ଷକ ବୋଲି କୁହାଯିବ
ନାହିଁ କାରଣ ସେମାନେ ଏପରି କୌଣସି କଥା କହୁ ନାହାଁନ୍ତି ଯେ ଆମେ ଦୁନିଆର ଇତିହାସ-ଭୂଗୋଳ ଶୁଣାଉଛୁ
। ସେମାନେ ତ ଶାସ୍ତ୍ରର କଥା ହିଁ ଶୁଣାଇବେ । ବାବା ତୁମକୁ ଶାସ୍ତ୍ରର ସାର ବୁଝାଉଛନ୍ତି ଏବଂ
ବିଶ୍ୱର ଇତିହାସ-ଭୂଗୋଳ ମଧ୍ୟ ବତାଉଛନ୍ତି । ବର୍ତ୍ତମାନ ଏହି ଶିକ୍ଷକ ଭଲ ନା ସେ ଶିକ୍ଷକ ଭଲ? ସେ
ଶିକ୍ଷକଙ୍କ ଠାରୁ ତୁମେ କେତେ ବି ପାଠ ପଢ, କେତେ ରୋଜଗାର କରିବ? ତାହା ମଧ୍ୟ ଭାଗ୍ୟରେ ଥିଲେ ।
ପାଠ ପଢୁ ପଢୁ ଯଦି ଦୁର୍ଘଟଣା ହୋଇଯାଉଛି, ମରିଯାଉଛନ୍ତି ତେବେ ପାଠପଢା ଶେଷ । ଏଠାରେ ତୁମେ ଏହି
ପାଠପଢା ଯେତେ ବି ପଢିବ, ତାହା ବ୍ୟର୍ଥରେ ଯିବ ନାହିଁ । ହଁ ଶ୍ରୀମତ ଆଧାରରେ ନ ଚାଲି କିଛି ଓଲଟା
କାମ କରିଦେଲ କିମ୍ବା ତଳକୁ ଖସିଗଲ ତେବେ ଯାହା ପଢିଥିବ ତାହା ନଷ୍ଟ ହୋଇଯିବ ନାହିଁ, ଏହି ପାଠପଢା
ତ ୨୧ ଜନ୍ମ ପାଇଁ ଅଟେ । କିନ୍ତୁ ତଳକୁ ଖସିଗଲେ କଳ୍ପ-କଳ୍ପାନ୍ତର ପାଇଁ କ୍ଷତି ହୋଇଯାଏ । ବାବା
କହୁଛନ୍ତି ପିଲାମାନେ କଳା ମୁହଁ କର ନାହିଁ । ଏଭଳି ବହୁତ ଅଛନ୍ତି ଯେଉଁମାନେ କଳାମୁହଁ କରି
ଛି-ଛି ହୋଇ ପୁଣି ଆସି ବସି ଯାଇଥାନ୍ତି । ତାଙ୍କର କେବେହେଲେ ଏହି ଜ୍ଞାନ ହଜମ ହେବ ନାହିଁ । ବଦ୍ହଜମୀ
ହୋଇଯିବ । ଯାହା ଶୁଣିବ ତାର ବଦ୍ହଜମୀ ହୋଇଯିବ, ପୁଣି ମୁଖରେ କାହାକୁ କିଛି କହିପାରିବ ନାହିଁ
ଯେ ଭଗବାନୁବାଚ କାମ ବିକାର ମହାଶତ୍ରୁ ଅଟେ, ତା’ ଉପରେ ବିଜୟ ପ୍ରାପ୍ତ କରିବାର ଅଛି । ଯଦି ନିଜେ
ହିଁ ବିଜୟ ପ୍ରାପ୍ତ କରିପାରୁ ନାହାଁନ୍ତି ତେବେ ଅନ୍ୟକୁ କିପରି କହିବେ । ନିଜ ମନ ଆନ୍ଦୋଳିତ ହେବ
ନା! ତାଙ୍କୁ କୁହାଯାଏ ଆସୁରୀ ସମ୍ପ୍ରଦାୟ, ଅମୃତ ପିଉ-ପିଉ ବିଷ ଖାଇଦେଉଛନ୍ତି, ତେଣୁ ଶହେଗୁଣା
କଳା ବା ପତିତ ହୋଇଯାଉଛନ୍ତି । ତାଙ୍କର ହାଡ ଗୋଡ ଭାଙ୍ଗି ଯାଉଛି ଅର୍ଥାତ୍ ସମ୍ପୂର୍ଣ୍ଣ ବିକାରୀ
ହୋଇଯାଉଛନ୍ତି ।
ତୁମ ମାତାମାନଙ୍କର
ସଂଗଠନ ତ ବହୁତ ମଜବୁତ ହେବା ଦରକାର । ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ତ ସାମ୍ନାରେ ଅଛି । ତୁମେ ଜାଣିଛ
ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟରେ ଏକମାତ୍ର ଦେବୀ-ଦେବତା ଧର୍ମ ଥିଲା । ଗୋଟିଏ ରାଜ୍ୟ, ଗୋଟିଏ
ଭାଷା, ଶହେ ଭାଗ ସମ୍ପୂର୍ଣ୍ଣ ପବିତ୍ରତା, ଶାନ୍ତି, ସମୃଦ୍ଧି ଥିଲା । ସେହି ଗୋଟିଏ ରାଜ୍ୟର ହିଁ
ବାବା ବର୍ତ୍ତମାନ ସ୍ଥାପନା କରୁଛନ୍ତି । ଏହା ହିଁ ହେଉଛି ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଶହେ
ଶତକଡା ପବିତ୍ରତା, ସୁଖ, ଶାନ୍ତି, ସମ୍ପତ୍ତିର ସ୍ଥାପନା ଏବେ ହେଉଛି । ତୁମେ ଦେଖାଉଛ ଯେ ବିନାଶ
ପରେ ଶ୍ରୀକୃଷ୍ଣ ଆସୁଛନ୍ତି । ଏହାକୁ ସ୍ପଷ୍ଟ ଭାବରେ ଲେଖିବା ଦରକାର । ବର୍ତ୍ତମାନ ସତ୍ୟଯୁଗ
ଦେବୀ-ଦେବତାଙ୍କର ରାଜ୍ୟ, ଏକ ଧର୍ମ, ଏକ ଭାଷା, ପବିତ୍ରତା, ସୁଖ, ଶାନ୍ତିର ପୁନଃ ସ୍ଥାପନା ହେଉଛି
। ସରକାର ମଧ୍ୟ ଏହା ଚାହୁଁଛି ନା । ସ୍ୱର୍ଗ ହୋଇଥାଏ ସତ୍ୟଯୁଗ-ତ୍ରେତୟା ଯୁଗରେ । କିନ୍ତୁ
ମନୁଷ୍ୟ ନିଜକୁ କ’ଣ ନର୍କବାସୀ ବୋଲି ଭାବୁଛନ୍ତି । ତୁମେ ଲେଖିପାରିବ ଯେ ଦ୍ୱାପର-କଳିଯୁଗରେ
ସମସ୍ତେ ନର୍କବାସୀ ଅଟନ୍ତି । ଏବେ ତୁମେ ସଂଗମଯୁଗୀ ଅଟ । ପୂର୍ବରୁ ତୁମେ ମଧ୍ୟ କଳିଯୁଗୀ
ନର୍କବାସୀ ଥିଲ,ଏବେ ତୁମେ ସ୍ୱର୍ଗବାସୀ ହେଉଛ । ଶ୍ରୀମତ ଆଧାରରେ ଭାରତକୁ ସ୍ୱର୍ଗରେ ପରିଣତ କରୁଛ
। କିନ୍ତୁ ସେହିଭଳି ସାହାସ, ସଂଗଠନର ଆବଶ୍ୟକତା ରହିଛି । ଭ୍ରମଣ କରିବାକୁ ଯିବା ସମୟରେ ମଧ୍ୟ
ଲକ୍ଷ୍ମୀ-ନାରାୟଣଙ୍କର ଏହି ଚିତ୍ର ନେଇଯିବାକୁ ହେବ । ଏହା ବହୁତ ଭଲ । ଏଥିରେ ଲେଖି ଦିଅ ଯେ
ତ୍ରିମୂର୍ତ୍ତୀ ଶିବବାବାଙ୍କ ଶ୍ରୀମତ ଆଧାରରେ ଆଦି ସନାତନ ଦେବୀ-ଦେବତା ଧର୍ମ, ସୁଖ-ଶାନ୍ତିର
ରାଜ୍ୟ ସ୍ଥାପନ ହେଉଛି । ଏହିପରି ଭାବେ ବଡ-ବଡ ଅକ୍ଷରରେ ବଡ-ବଡ ଚିତ୍ର ହେଉ । ଛୋଟ ପିଲାମାନେ
ଛୋଟ ଚିତ୍ର ପସନ୍ଦ କରିଥା’ନ୍ତି । ଆରେ, ଚିତ୍ର ତ ଯେତେ ବଡ ହେବ ସେତେ ଭଲ । ଏହି
ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ତ ବହୁତ ଭଲ । ଏଥିରେ କେବଳ ଲେଖିଦିଅ ଯେ ଜଣେ ହିଁ ସତ୍ୟ
ତ୍ରିମୂର୍ତ୍ତି ଶିବବାବା, ସତ୍ୟ ତ୍ରିମୂର୍ତ୍ତି ଶିବ ଶିକ୍ଷକ, ସତ୍ୟ ତ୍ରିମୂର୍ତ୍ତି ଶିବ ଗୁରୁ
ଅଟନ୍ତି । ଯଦି ତ୍ରିମୂର୍ତ୍ତି ଅକ୍ଷର ଲେଖିବ ନାହିଁ ତେବେ ବୁଝିବେ ଯେ ପରମାତ୍ମା ତ ନିରାକାର
ଅଟନ୍ତି, ସେ ଟିଚର କିପରି ହୋଇପାରିବେ । ଜ୍ଞାନ ତ ନାହିଁ ନା । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର
ଟିଣ ସିଟ୍ ଉପରେ ତିଆରି କରି ପ୍ରତ୍ୟେକ ଜାଗାରେ ଲଗାଇବା ଉଚିତ୍ । ସେଥିରେ ଲେଖାଥିବା ଦରକାର ଯେ
ଏହାର ସ୍ଥାପନା ହେଉଛି । ବାବା ଆସିଛନ୍ତି ବ୍ରହ୍ମାଙ୍କ ଦ୍ୱାରା ଗୋଟିଏ ଧର୍ମର ସ୍ଥାପନା କରି ବାକି
ସବୁ ଧର୍ମର ବିନାଶ କରିବା ପାଇଁ । ଏହା ପିଲାମାନଙ୍କର ସର୍ବଦା ନିଶା ରହିବା ଦରକାର । ଛୋଟ-ଛୋଟ
କଥାରେ ଜଣଙ୍କର ମତ ଆଉ ଜଣଙ୍କ ମତ ସହିତ ନ ମିଶିବା ଯୋଗୁଁ ଶୀଘ୍ର ବିଗିଡି ଯାଇଥାନ୍ତି । ଏପରି ତ
ହୋଇଥାଏ । କିଏ କେଉଁ ଆଡକୁ ଆଉ କିଏ ଆଉ କେଉଁ ଆଡକୁ, ପୁଣି ସଂଖ୍ୟା ଗରିଷ୍ଠତାକୁ ପ୍ରାଧାନ୍ୟ
ଦିଆଯାଇଥାଏ, ଏଥିରେ ବିରକ୍ତି ବା ନାରାଜ ହେବାର କିଛି କଥା ନାହିଁ । ପିଲାମାନେ ଋଷିଯାଆନ୍ତି ।
କୁହନ୍ତି ଆମ କଥା ମାନିଲେ ନାହିଁ । ଆରେ, ଏଥିରେ ଋଷିବାର କ’ଣ ଅଛି । ବାବା ତ ସମସ୍ତଙ୍କୁ ଖୁସି
କରିଥା’ନ୍ତି । ମାୟାର ବଶବର୍ତ୍ତି ହୋଇ ସମସ୍ତେ ରୁଷୁଛନ୍ତି, ସମସ୍ତେ ବାବାଙ୍କ ଉପରେ ରାଗୁଛନ୍ତି,
ଋଷିବେ ବା କ’ଣ - ବାବାଙ୍କୁ ଜାଣନ୍ତି ହିଁ ନାହିଁ । ଯେଉଁ ପିତା ସ୍ୱର୍ଗର ରାଜତ୍ୱ ଦେଉଛନ୍ତି
ତାଙ୍କୁ ଜାଣନ୍ତି ହିଁ ନାହିଁ । ବାବା କହୁଛନ୍ତି ମୁଁ ତୁମର ଉପକାର କରୁଛି । ତୁମେ ପୁଣି ମୋର
ଅପକାର କରୁଛ । ଭାରତର ଅବସ୍ଥା ଦେଖ କ’ଣ ହୋଇଯାଇଛି । ତୁମମାନଙ୍କ ମଧ୍ୟରେ ବହୁତ କମ୍ ଅଛନ୍ତି
ଯେଉଁମାନଙ୍କର ନିଶା ରହିଥାଏ । ଏହା ନାରାୟଣୀ ନିଶା ଅଟେ । ଏଭଳି କ’ଣ କହିବା ଆବଶ୍ୟକ କି ଆମେ ତ
ରାମ-ସୀତା ହେବୁ । ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହେଲା ନରରୁ ନାରାୟଣ ହେବା । ତୁମେ ପୁଣି ରାମ
ସୀତା ହେବାରେ ଖୁସି ହୋଇଯାଉଛ, ସାହାସ ଦେଖାଇବାର ଅଛି ନା । ପୁରୁଣା ଦୁନିଆରେ ବିଲ୍କୁଲ୍ ମନ
ଲଗାଇବା ଉଚିତ୍ ନୁହେଁ । ଯଦି କାହା ସହିତ ମନ ଲଗାଇଲ ତେବେ ମଲ । ଜନ୍ମ-ଜନ୍ମାନ୍ତର ପାଇଁ ଘାଟା
ହୋଇଯିବ । ବାବାଙ୍କଠାରୁ ତ ସ୍ୱର୍ଗର ସୁଖ ମିଳୁଛି ତେବେ ଆମେ ନର୍କରେ କାହିଁକି ପଡିଛୁ । ବାବା
କହୁଛନ୍ତି ତୁମେ ଯେତେବେଳେ ସ୍ୱର୍ଗରେ ଥିଲ ସେତେବେଳେ ଆଉ କୌଣସି ଧର୍ମ ନ ଥିଲା । ଏବେ
ଡ୍ରାମାନୁସାରେ ତୁମର ଧର୍ମ ହିଁ ନାହିଁ । କେହି ବି ନିଜକୁ ଦେବତା ଧର୍ମର ଭାବୁ ନାହାଁନ୍ତି ।
ମନୁଷ୍ୟ ହୋଇ ଯଦି ନିଜ ଧର୍ମକୁ ନ ଜାଣିଲେ ତେବେ କ’ଣ କୁହାଯିବ । ହିନ୍ଦୁ କୌଣସି ଧର୍ମ ନୁହେଁ ।
କିଏ ସ୍ଥାପନ କରିଛନ୍ତି, ଏହା ମଧ୍ୟ ଜାଣି ନାହାଁନ୍ତି । ତୁମ ପିଲାମାନଙ୍କୁ କେତେ ବୁଝାଯାଉଛି ।
ବାବା କହୁଛନ୍ତି ମୁଁ କାଳର କାଳ ଏବେ ଆସିଛି ସମସ୍ତଙ୍କୁ ଘରକୁ ଫେରାଇ ନେବା ପାଇଁ । ବାକି ଯିଏ
ଭଲ ଭାବରେ ପାଠପଢିବେ ସେ ବିଶ୍ୱର ମାଲିକ ହେବେ । ଏବେ ଘରକୁ ଚାଲ । ଏଠାରେ ରହିବା ଯୋଗ୍ୟ ସ୍ଥାନ
ନାହିଁ, ଆସୁରୀ ମତରେ ଚାଲି ବହୁତ ଆବର୍ଜନା କରି ଦେଇଛନ୍ତି । ବାବା ତ ଏହିପରି କହିବେ ନା । ତୁମେ
ଭାରତବାସୀ ଯିଏକି ବିଶ୍ୱର ମାଲିକ ଥିଲ, ଏବେ କେତେ ଧକ୍କା ଖାଉଛ । ଲଜ୍ଜା ଆସୁ ନାହିଁ ।
ତୁମମାନଙ୍କ ମଧ୍ୟରେ କେହି କେହି ଅଛନ୍ତି ଯିଏ ଭଲ ଭାବରେ ବୁଝୁଛନ୍ତି । କ୍ରମାନୁସାରେ ତ ରହିଛନ୍ତି
ନା । ବହୁତ ସନ୍ତାନ ତ ନିଦରେ ଶୋଇଯାଉଛନ୍ତି । ସେମାନଙ୍କର ଖୁସୀର ପାରଦ ଚଢୁ ନାହିଁ । ବାବା ଆମକୁ
ପୁଣି ଥରେ ରାଜଧାନୀ ଦେଉଛନ୍ତି । ବାବା କହୁଛନ୍ତି - ଏହି ସାଧୁମାନଙ୍କର ମଧ୍ୟ ମୁଁ ଉଦ୍ଧାର
କରିଥାଏ । ସେମାନେ ନା ନିଜକୁ, ନା ଅନ୍ୟମାନଙ୍କୁ ମୁକ୍ତି ଦେଇ ପାରିବେ । ସତ୍ୟ ଗୁରୁ ତ ଏକମାତ୍ର
ସତଗୁରୁ ଅଟନ୍ତି, ଯିଏ ସଂଗମଯୁଗରେ ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି । ବାବା କହୁଛନ୍ତି ଯେ
ମୁଁ ପ୍ରତି କଳ୍ପର ସଂଗମଯୁଗରେ ଆସିଥାଏ, ଯେତେବେଳେ କି ମୋତେ ସମଗ୍ର ବିଶ୍ୱକୁ ପବିତ୍ର କରିବାକୁ
ପଡିଥାଏ । ମନୁଷ୍ୟ ଭାବିଥାନ୍ତି ଯେ ବାବା ସର୍ବଶକ୍ତିମାନ ଅଟନ୍ତି, ସେ କ’ଣ ନ କରିପାରିବେ । ଆରେ
ମୋତେ ଡାକୁଛ କି ଆମ ପତିତ ଆତ୍ମାମାନଙ୍କୁ ଆସି ପବିତ୍ର କର ତେଣୁ ମୁଁ ଆସି ପବିତ୍ର କରୁଛି ବାକି
ଆଉ କ’ଣ କରିବି । ବାକି ତ ରିଦ୍ଧି ସିଦ୍ଧି କରୁଥିବା ଲୋକ ବହୁତ ଅଛନ୍ତି, ମୋର କାମ ହେଲା ନର୍କକୁ
ସ୍ୱର୍ଗରେ ପରିଣତ କରିବା । ତାହା ତ ପ୍ରତି ୫ ହଜାର ବର୍ଷ ପରେ ହୋଇଥାଏ । ଏହା ତୁମେ ହିଁ ଜାଣୁଛ
। ଆଦି ସନାତନ ହେଉଛି ଦେବୀ-ଦେବତା ଧର୍ମ । ବାକି ସବୁ ତା’ ପରେ ଆସିଛି । ଅରବିନ୍ଦ ଘୋଷ ତ ଏବେ
ଆସିଛନ୍ତି ତଥାପି ଦେଖ ତାଙ୍କର କେତେ ଆଶ୍ରମ ହୋଇଯାଇଛି । ସେଠାରେ ନିର୍ବିକାରୀ ହେବାର କୌଣସି କଥା
ନାହିଁ । ସେମାନେ ତ ବୁଝିଥାନ୍ତି ଯେ ଘର ଗୃହସ୍ଥରେ ରହି ପବିତ୍ର କେହି ରହିପାରିବେ ନାହିଁ । ବାବା
କହୁଛନ୍ତି ଯେ ସାଂସାରିକ କାର୍ଯ୍ୟ ବ୍ୟବହାରରେ ରହି କେବଳ ଗୋଟିଏ ଜନ୍ମ ପବିତ୍ର ରୁହ । ତୁମେ
ଜନ୍ମ-ଜନ୍ମାନ୍ତର ତ ପତିତ ହୋଇ ଆସିଛ । ଏବେ ମୁଁ ଆସିଛି ତୁମକୁ ପବିତ୍ର କରିବା ପାଇଁ । ତେଣୁ ଏହି
ଅନ୍ତିମ ଜନ୍ମ ପବିତ୍ର ହୁଅ । ସତ୍ୟଯୁଗ-ତ୍ରେତାରେ ତ ବିକାର ନ ଥାଏ ।
ଏହି
ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ଏବଂ ସିଢିର ଚିତ୍ର ବହୁତ ସୁନ୍ଦର ଅଟେ । ଏଥିରେ ଲେଖା ହୋଇଛି ଯେ
ସତ୍ୟଯୁଗରେ ଗୋଟିଏ ଧର୍ମ, ଗୋଟିଏ ରାଜ୍ୟ ଥିଲା । ଏହାକୁ ବୁଝାଇବା ପାଇଁ ବହୁତ ଯୁକ୍ତି ଦରକାର ।
ବୁଢୀମାତାମାନଙ୍କୁ ମଧ୍ୟ ଶିଖାଇ ପ୍ରସ୍ତୁତ କରିବା ଦରକାର, ଯେଉଁମାନେ ପ୍ରଦର୍ଶନୀରେ କିଛି ବୁଝାଇ
ପାରିବେ । କାହାକୁ ବି ଏହି ଚିତ୍ର ଆଦି ଦେଖାଇ କୁହ - ପୂର୍ବରୁ ଏହି ଲକ୍ଷ୍ମୀ-ନାରାୟଣଙ୍କର
ରାଜ୍ୟ ଥିଲା ନା । ବର୍ତ୍ତମାନ ତ ନାହିଁ । ବାବା କହୁଛନ୍ତି ଯେ ଏବେ ତୁମେ ମୋତେ ମନେ ପକାଅ ତେବେ
ପବିତ୍ର ହୋଇ ପବିତ୍ର ଦୁନିଆକୁ ଚାଲିଯିବ । ଏବେ ପବିତ୍ର ଦୁନିଆ ସ୍ଥାପନ ହେଉଛି । ଏସବୁ ବୁଝାଇବା
କେତେ ସହଜ ଅଟେ । ବୁଢୀ ମାତାମାନେ ବସି ପ୍ରଦର୍ଶନୀ ବୁଝାଇଲେ କେତେ ନାମ ବିଖ୍ୟାତ ହୋଇଯିବ ।
କୃଷ୍ଣଙ୍କର ଚିତ୍ରରେ ମଧ୍ୟ ଲେଖା ବହୁତ ସୁନ୍ଦର ଭାବେ ରହିଛି । କହିବା ଦରକାର ଯେ ଏହି ଲେଖାକୁ
ନିଶ୍ଚିତ ପଢ । ଏହାକୁ ପଢିବା ଦ୍ୱାରା ହିଁ ତୁମକୁ ନାରାୟଣୀ ନିଶା ଅଥବା ବିଶ୍ୱର ମାଲିକ ପଣିଆର
ନିଶା ଚଢିବ ।
ବାବା କହୁଛନ୍ତି - ମୁଁ
ତୁମକୁ ଏପରି ଲକ୍ଷ୍ମୀ-ନାରାୟଣ କରୁଛି, ତେଣୁ ତୁମକୁ ମଧ୍ୟ ଅନ୍ୟମାନଙ୍କ ପ୍ରତି ଦୟାଳୁ ହେବା
ଦରକାର । ତେବେ ନିଜ ଉପରେ କଲ୍ୟାଣ ସେତେବେଳେ କରିପାରିବ ଯେତେବେଳେ ଅନ୍ୟ ଉପରେ କଲ୍ୟାଣ କରିବ ।
ବୁଢୀମାନଙ୍କୁ ଏଭଳି ଶିକ୍ଷା ଦେଇ ଏଭଳି ଯୋଗ୍ୟ କର ଯାହାକି ପ୍ରଦର୍ଶନୀ ସେବା ପାଇଁ ଯଦି ବାବା
କହିବେ ଯେ ୮-୧୦ ଜଣ ବୁଢୀ ମାତାଙ୍କୁ ପଠାଇ ଦିଅ ତେବେ ସେମାନେ ଶୀଘ୍ର ଆସିଯିବେ । ଯିଏ କରିବ ସିଏ
ପାଇବ । ସମ୍ମୁଖରେ ଲକ୍ଷ୍ୟ ଉଦ୍ଦେଶ୍ୟକୁ ଦେଖି ଖୁସୀ ଲାଗିଥାଏ । ମୁଁ ଏହି ଶରୀର ଛାଡି ଯାଇ
ବିଶ୍ୱର ମାଲିକ ହେବି । ତେଣୁ ଯେତେ ସ୍ମୃତିରେ ରହିବ ସେତେ ପାପ କଟିବ । ଦେଖ ଲଫାପା ଉପରେ ଛପା
ହୋଇଛି - ଏକ ଧର୍ମ, ଏକ ଦୈବୀ ରାଜଧାନୀ, ଏକ ଭାଷା... ତାହାର ଜଲ୍ଦି ସ୍ଥାପନା ହେବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କେବେ ବି
ପରସ୍ପର ମଧ୍ୟରେ କିମ୍ବା ବାବାଙ୍କ ଉପରେ ଋଷିବାର ନାହିଁ, ବାବା ଆମକୁ ଖୁସି କରିବା ପାଇଁ
ଆସିଛନ୍ତି ତେଣୁ କେବେ ବି ନାରାଜ ହେବାର ନାହିଁ । ବାବାଙ୍କ ସହିତ ମତଭେଦ ହେବା ଉଚିତ୍ ନୁହେଁ ।
(୨) ପୁରୁଣା ଦୁନିଆ
ସହିତ, ପୁରୁଣା ଦେହ ସହିତ ମନ ଲଗାଇବାର ନାହିଁ । ସତ୍ୟ ପିତା, ସତ୍ୟ ଶିକ୍ଷକ ଏବଂ ସତ୍ଗୁରୁଙ୍କ
ସହିତ ସର୍ବଦା ସଚ୍ଚୋଟ ହୋଇ ରହିବାକୁ ହେବ । ସର୍ବଦା ଏକମାତ୍ର ବାବାଙ୍କର ଶ୍ରୀମତ ଆଧାରରେ ଚାଲି
ଦେହୀ-ଅଭିମାନୀ ହେବାକୁ ପଡିବ ।
ବରଦାନ:-
ନିଜର ତପସ୍ୱୀ
ସ୍ୱରୂପ ଦ୍ୱାରା ସମସ୍ତଙ୍କୁ ପ୍ରାପ୍ତିଗୁଡିକର ଅନୁଭୂତି କରାଉଥିବା ମାଷ୍ଟର ବିଧାତା ଭବ ।
ଯେପରି ସୂର୍ଯ୍ୟ ସାରା
ବିଶ୍ୱକୁ ଆଲୋକ ପ୍ରଦାନ କରିବା ସହିତ ଆହୁରି ଅନେକ ପ୍ରକାରର ପ୍ରାପ୍ତିର ଅନୁଭୂତି କରାଉଛି
ସେହିପରି ତୁମେ ତପସ୍ୱୀ ଆତ୍ମାମାନେ ନିଜର ତପସ୍ୱୀ ସ୍ୱରୂପ ଦ୍ୱାରା ସମସ୍ତଙ୍କୁ ପ୍ରାପ୍ତିର
କିରଣର ଅନୁଭୂତି କରାଅ । ସେଥିପାଇଁ ପ୍ରଥମେ ନିଜର ଜମାର ଖାତାକୁ ବଢାଅ, ତା’ପରେ ଜମା କରିଥିବା
ସମ୍ପତ୍ତିଗୁଡିକୁ ମାଷ୍ଟର ବିଧାତା ହୋଇ ଦେଇଚାଲ । ତପସ୍ୱୀ ମୂରତର ଅର୍ଥ ହେଲା ତପସ୍ୟା ଦ୍ୱାରା
ଶାନ୍ତିର, ଶକ୍ତିର କିରଣ ଚାରିଆଡେ ବିଚ୍ଛୁରିତ ହେବାର ଅନୁଭବ ହେଉଥିବ ।
ସ୍ଲୋଗାନ:-
ନିଜେ
ନିର୍ମାଣଚିତ୍ତ ହୋଇ ସମସ୍ତଙ୍କୁ ସମ୍ମାନ ଦେଇଚାଲ - ଏହା ହିଁ ହେଉଛି ସଚ୍ଚା ପରୋପକାର ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ଏବେ ସମସ୍ତେ ତୁମକୁ ଭଲ
ଭଲ କରୁଛନ୍ତି କିନ୍ତୁ ଆମକୁ ମଧ୍ୟ ଭଲ ହେବାକୁ ପଡିବ, ଏଭଳି ପ୍ରେରଣା ସେମାନଙ୍କୁ ମିଳୁନାହିଁ ।
ତେବେ ଏହାର ଏକମାତ୍ର ବିଧି ହେଲା - ସଂଗଠିତ ରୂପରେ ଜ୍ୱାଳା ସ୍ୱରୂପ ହୁଅ । ପ୍ରତ୍ୟେକେ ଗୋଟିଏ
ଗୋଟିଏ ଲାଇଟ୍ ହାଉସ୍ ହୋଇଯାଅ । ସେବାଧାରୀ ଅଟ, ସ୍ନେହୀ ଅଟ, ଏକ ବଳ ଏକ ଭରସାବାଲା ଅଟ, ଏହା ତ
ସବୁ ଠିକ୍ ଅଛି, କିନ୍ତୁ ମାଷ୍ଟର ସର୍ବଶକ୍ତିବାନର ସ୍ଥିତି ବିଶ୍ୱ ସମ୍ମୁଖରେ ପ୍ରତ୍ୟକ୍ଷ ହୋଇଯାଉ,
ତାହା ହେଲେ ସମସ୍ତେ ପତଙ୍ଗ ଭଳି ତୁମ ଚାରିପାଖରେ ଘୂରି ବୁଲିବେ ।