26.11.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଏବେ ବିଶ୍ୱ ସେବାଧାରୀ ଅଟ, ତୁମର କୌଣସି କଥାରେ ଦେହ-ଅଭିମାନ ଆସିବା ଉଚିତ୍ ନୁହେଁ ।”
ପ୍ରଶ୍ନ:-
କେଉଁ ଅଭ୍ୟାସଟି
ଈଶ୍ୱରୀୟ ନିୟମର ବିରୁଦ୍ଧ ଅଟେ, ଯାହା ଦ୍ୱାରା ବହୁତ କ୍ଷତି ହୋଇଥାଏ?
ଉତ୍ତର:-
କୌଣସି ଫିଲମ୍ର କାହାଣୀ ଶୁଣିବା ଅଥବା ପଢିବା, ଉପନ୍ୟାସ ପଢିବା... ଏହି ଅଭ୍ୟାସ ବିଲ୍କୁଲ୍
ବେନିୟମ ଅଟେ, ଏହା ଦ୍ୱାରା ବହୁତ କ୍ଷତି ହୋଇଥାଏ । ବାବା ମନା କରୁଛନ୍ତି - ପିଲାମାନେ, ତୁମକୁ
ଏପରି କୌଣସି ବହି ପଢିବାର ନାହିଁ । ଯଦି କୌଣସି ବି.କେ. ଏପରି ପୁସ୍ତକ ପଢୁଛି, ତେବେ ତୁମେ
ପରସ୍ପରକୁ ସାବଧାନ କର ।
ଗୀତ:-
ମୁଖଡା ଦେଖ୍ଲେ
ପ୍ରାଣୀ...
ଓମ୍ ଶାନ୍ତି ।
ମିଠା-ମିଠା ସନ୍ତାନମାନଙ୍କ ପ୍ରତି ବାବା କହୁଛନ୍ତି ନିଜର ଯାଞ୍ଚ କର ଯେ ଯୋଗର ଯାତ୍ରା ଦ୍ୱାରା
ଆମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ଆଡକୁ କେତେ ଅଗ୍ରସର ହେଉଛୁ କାହିଁକି ନା ଯେତେ ଯୋଗ କରିବ ସେତେ
ପାପ କଟିବ । ଏହି ଶବ୍ଦ କ’ଣ କୌଣସି ଶାସ୍ତ୍ର ଇତ୍ୟାଦିରେ ଲେଖାଯାଇଛି? କାରଣ ଯେଉଁମାନେ ଧର୍ମ
ସ୍ଥାପନ କରିଯାଇଛନ୍ତି, ସେମାନେ ଯାହା ବୁଝାଇଛନ୍ତି ତାହା ହିଁ ଶାସ୍ତ୍ର ରୂପରେ ଲିପିବଦ୍ଧ ହୋଇ
ରହିଛି, ଯାହାକୁ ବସି ପଢୁଛନ୍ତି ଏବଂ ସେହି ପୁସ୍ତକର ପୂଜା କରୁଛନ୍ତି । ଏହା ବୁଝିବାର କଥା ଯେ
ଗୀତାରେ ଲେଖା ଅଛି ଦେହ ସହିତ ଦେହର ସବୁ ସମ୍ବନ୍ଧ ଛାଡି ନିଜକୁ ଆତ୍ମା ମନେ କର । ବାବା ମନେପକାଇ
ଦେଉଛନ୍ତି - ତୁମେ ପିଲାମାନେ ପ୍ରଥମେ ପ୍ରଥମେ ଅଶରୀରୀ ହୋଇ ଆସିଥିଲ, ସେଠାରେ ପବିତ୍ରମାନେ ହିଁ
ଥା’ନ୍ତି । ମୁକ୍ତି ଏବଂ ଜୀବନମୁକ୍ତିକୁ କେହି ବି ପତିତ ଆତ୍ମା ଯାଇପାରିବେ ନାହିଁ । ତାହା
ନିରାକାରୀ, ନିର୍ବିକାରୀ ଦୁନିଆ ଅଟେ । ଏହାକୁ ସାକାରୀ ବିକାରୀ ଦୁନିଆ କୁହାଯାଉଛି ପୁଣି
ସତ୍ୟଯୁଗରେ ଏହା ନିର୍ବିକାରୀ ଦୁନିଆ ହୋଇଥାଏ । ସତ୍ୟଯୁଗରେ ରହୁଥିବା ଦେବତାମାନଙ୍କର ବହୁତ ମହିମା
ରହିଛି । ଏବେ ପିଲାମାନଙ୍କୁ ବୁଝାଯାଉଛି - ଜ୍ଞାନକୁ ଭଲ ଭାବରେ ଧାରଣ କରି ଅନ୍ୟକୁ ବୁଝାଅ ।
ତୁମେମାନେ ଯେଉଁଠାରୁ ଆସିଥିଲ ସେଠାରୁ ପବିତ୍ର ହୋଇ ହିଁ ଆସିଥିଲ । ଏଠାକୁ ଆସି ଅପବିତ୍ର
ହୋଇଯାଇଛ । ସତ୍ୟଯୁଗକୁ ନିର୍ବିକାରୀ, କଳିଯୁଗକୁ ବିକାରୀ ଦୁନିଆ କୁହାଯାଉଛି । ଏବେ ତୁମେମାନେ
ପତିତ-ପାବନ ବାବାଙ୍କୁ ସ୍ମରଣ କରୁଛ, କହୁଛ ଆମକୁ ନିର୍ବିକାରୀ କରିବା ପାଇଁ ଆପଣ ବିକାରୀ ଦୁନିଆ,
ବିକାରୀ ଶରୀରରେ ଆସନ୍ତୁ । ବାବା ନିଜେ ବସି ବୁଝାଉଛନ୍ତି - ବ୍ରହ୍ମାଙ୍କ ଚିତ୍ର ଉପରେ
ଦ୍ୱନ୍ଦ୍ୱରେ ପଡୁଛନ୍ତି, କହୁଛନ୍ତି ଏହି ଦାଦା ଅର୍ଥାତ୍ ବ୍ରହ୍ମାଙ୍କୁ କାହିଁକି ବସାଇଛନ୍ତି ।
ତେବେ ସେମାନଙ୍କୁ ବୁଝାଇବା ଦରକାର, ଇଏ ହେଉଛନ୍ତି ଭଗୀରଥ । ଶିବ ଭଗବାନୁବାଚ - ମୁଁ ଏହି ରଥ
ନେଇଛି, କାହିଁକି ନା ମୋତେ ପ୍ରକୃତିର ଆଧାର ଆବଶ୍ୟକ । ନଚେତ୍ ମୁଁ ତୁମକୁ ପତିତରୁ ପାବନ କିପରି
କରିବି । ପ୍ରତିଦିନ ପାଠ ପଢାଇବା ମଧ୍ୟ ଜରୁରୀ । ଏବେ ବାବା ତୁମମାନଙ୍କୁ କହୁଛନ୍ତି ନିଜକୁ ଆତ୍ମା
ନିଶ୍ଚୟ କରି ମୋତେ ମନେ ପକାଅ । ସବୁ ଆତ୍ମାମାନେ ନିଜର ପିତାଙ୍କୁ ସ୍ମରଣ କରିବା ଉଚିତ୍ ।
ଶ୍ରୀକୃଷ୍ଣଙ୍କୁ ସର୍ବ ଆତ୍ମାମାନଙ୍କର ପିତା କୁହାଯାଇପାରିବ ନାହିଁ । ତାଙ୍କର ତ ନିଜର ଶରୀର ଅଛି
। ତେବେ ବାବା ତୁମମାନଙ୍କୁ ବହୁତ ସହଜ କରି ବୁଝାଉଛନ୍ତି - କାହାକୁ ବୁଝାଇବା ବେଳେ କୁହ - ବାବା
କହୁଛନ୍ତି ତୁମେ ଅଶରୀରୀ ଆସିଥିଲ,ଏବେ ପୁଣି ଅଶରୀରୀ ହୋଇ ଯିବାକୁ ହେବ । ସେଠାରୁ ପବିତ୍ର ଆତ୍ମା
ହିଁ ଆସିଥା’ନ୍ତି । ଯଦି କାଲି ବି କେହି ଆତ୍ମା ଏଠାକୁ ଆସନ୍ତି ତେବେ ସିଏ ମଧ୍ୟ ପବିତ୍ର ଅଟନ୍ତି,
ତେଣୁ ତାଙ୍କର ମହିମା ନିଶ୍ଚିତ ହେବ । ସନ୍ନ୍ୟାସୀ, ଉଦାସୀ, ଗୃହସ୍ଥୀ ଯାହାଙ୍କର ବି ନାମ
ବିଖ୍ୟାତ ହୋଇଥାଏ, ନିଶ୍ଚିତ ତାଙ୍କର ଏହା ପ୍ରଥମ ଜନ୍ମ ଅଟେ । ତାଙ୍କୁ ଧର୍ମ ସ୍ଥାପନ କରିବା ପାଇଁ
ଆସିବାକୁ ହିଁ ପଡିବ । ଯେପରି ବାବା ଗୁରୁ ନାନକଙ୍କ ପାଇଁ ବୁଝାଉଛନ୍ତି । ଗୁରୁ ଶବ୍ଦ ମଧ୍ୟ
କହିବାକୁ ପଡୁଛି, କାହିଁକି ନା ଆହୁରି ବହୁତଙ୍କର ନାମ ମଧ୍ୟ ନାନକ ଅଟେ ନା । ଯେତେବେଳେ କାହାର
ମହିମା କରାଯାଏ, ତେବେ ସେହି ଅନୁସାରେ କୁହାଯାଇଥାଏ । ଯଦି ନ କୁହାଯିବ ତେବେ ଭଲ ହେବ ନାହିଁ ।
ବାସ୍ତବରେ ପିଲାମାନଙ୍କୁ ବୁଝାଯାଉଛି - କେବଳ ଜଣଙ୍କ ବ୍ୟତୀତ ଅନ୍ୟ କେହି ଗୁରୁ ନାହାଁନ୍ତି ।
ଯାହାଙ୍କ ନାମର ଗାୟନ କରୁଛନ୍ତି ସତଗୁରୁ ଅକାଳ... ସେ ଅକାଳମୂର୍ତ୍ତ ଅଟନ୍ତି ଅର୍ଥାତ୍ ଯାହାକୁ
କାଳ କେବେ ବି ଖାଇପାରିବ ନାହିଁ, ସେ ହେଉଛି ଆତ୍ମା, ସେଥିପାଇଁ ଏହି କାହାଣୀ ଆଦି ତିଆରି
କରିଛନ୍ତି । ଫିଲମ୍ କାହାଣୀର ବହି, ଉପନ୍ୟାସ ଆଦି ମଧ୍ୟ ବହୁତ ପିଲା ପଢୁଛନ୍ତି । ବାବା
ପିଲାମାନଙ୍କୁ ଖବରଦାର କରୁଛନ୍ତି । କେବେ ହେଲେ କୌଣସି ଉପନ୍ୟାସ ଆଦି ପଢିବା ଉଚିତ୍ ନୁହେଁ ।
କିନ୍ତୁ କେତେକଙ୍କର ଅଭ୍ୟାସ ରହିଥାଏ । ଏଠାରେ ତୁମେ ସୌଭାଗ୍ୟଶାଳୀ ହେଉଛ । ଅଧିକାଂଶ ବି.କେ.
ମଧ୍ୟ ଉପନ୍ୟାସ ପଢୁଛନ୍ତି । ସେଥିପାଇଁ ବାବା ସବୁ ସନ୍ତାନମାନଙ୍କୁ କହୁଛନ୍ତି - କେବେ ବି କାହାକୁ
ଉପନ୍ୟାସ ପଢୁଥିବାର ଦେଖିଲେ ତୁରନ୍ତ ଉଠାଇ ନେଇ ଚିରିଦିଅ, ଏଥିରେ ଡରିବା ଉଚିତ୍ ନୁହେଁ । ଆମକୁ
କେହି ଅଭିଶାପ ନ ଦିଅନ୍ତୁ ଅଥବା କ୍ରୋଧ ନ କରନ୍ତୁ, ଏପରି କୌଣସି କଥା ନାହିଁ । ତୁମର କାମ ହେଉଛି
- ପରସ୍ପରକୁ ସାବଧାନ କରାଇବା । ଫିଲମ୍ର କାହାଣୀ ଶୁଣିବା ଏବଂ ପଢିବା ନିୟମ ନୁହେଁ । ଚଳଣି
ବେନିୟମ ହୋଇଥିଲେ ତୁରନ୍ତ ରିପୋର୍ଟ କରିବା ଦରକାର । ନଚେତ୍ ସୁଧୁରିବେ କିପରି? ଯଦି ନିଜର ହିଁ
କ୍ଷତି କରି ଚାଲିବେ ଏବଂ ନିଜ ପାଖରେ ହିଁ ଯୋଗବଳ ନଥିବ, ତେବେ ଏଠାରେ ବସି କ’ଣ ଶିଖାଇବେ ।
ସେଥିପାଇଁ ସେ ସବୁ ପଢିବା ବା ଶୁଣିବା ପାଇଁ ବାବା ମନା କରୁଛନ୍ତି । ଯଦି ଏପରି କାମ କରିବେ ତେବେ
ଭିତରେ ଭିତରେ ମନକୁ ଘାରିବ । ନିଜର କ୍ଷତି ହେବ । ସେଥିପାଇଁ କାହା ପାଖରେ କିଛି ବି ଅବଗୁଣ
ଦେଖିଲେ ବାବାଙ୍କୁ ଲେଖିବା ଦରକାର । କୌଣସି ବେକାଇଦା ଚଳଣି ଚାଲୁ ନାହଁ ତ’? କାରଣ ବ୍ରାହ୍ମଣମାନେ
ବର୍ତ୍ତମାନ ସେବାଧାରୀ ଅଟନ୍ତି । ବାବା ମଧ୍ୟ କହୁଛନ୍ତି ପିଲାମାନେ ନମସ୍ତେ । ବାବା ସବୁର ଅର୍ଥକୁ
ବୁଝାଉଛନ୍ତି । ଯେଉଁ କନ୍ୟାମାନେ ପାଠ ପଢାଉଛନ୍ତି ତାଙ୍କ ଭିତରେ ଦେହ-ଅଭିମାନ ଆସିବା ଉଚିତ୍ ନୁହେଁ
। ଶିକ୍ଷକମାନେ ମଧ୍ୟ ଛାତ୍ରମାନଙ୍କର ସେବାଧାରୀ ଅଟନ୍ତି ନା । ଗଭର୍ଣ୍ଣର ଆଦି ବି ଯେତେବେଳେ ଚିଠି
ଲେଖିଥା’ନ୍ତି, ତଳେ ଲେଖିଥା’ନ୍ତି ମୁଁ ଆଜ୍ଞାଧୀନ ସେବାଧାରୀ ଅଟେ । ବିଲ୍କୁଲ୍ ସମ୍ମୁଖରେ ନାମ
ଲେଖିଥା’ନ୍ତି । ତାହା ମଧ୍ୟ କ୍ଳର୍କ ଅର୍ଥାତ୍ କିରାଣୀମାନେ ଲେଖିଥା’ନ୍ତି, ସେମାନେ କେବେ ବି
ନିଜର ବଡିମା ଲେଖିବେ ନାହିଁ । ଆଜିକାଲିର ଗୁରୁମାନେ ତ’ ନିଜେ ନିଜକୁ ଶ୍ରୀ ଶ୍ରୀ ଲେଖି ଦେଉଛନ୍ତି
। ଏଠାରେ ମଧ୍ୟ କେହି କେହି ଏମିତି ଅଛନ୍ତି - ଶ୍ରୀ ଅମୁକ ବୋଲି ଲେଖି ଦେଉଛନ୍ତି । ବାସ୍ତବରେ
ଏପରି ମଧ୍ୟ ଲେଖିବା ଉଚିତ୍ ନୁହେଁ । ନା ଫିମେଲ୍ମାନେ ଶ୍ରୀମତୀ ଲେଖିପାରିବେ । ଶ୍ରୀମତ
ସେତେବେଳେ ମିଳିବ ଯେତେବେଳେ ଶ୍ରୀ-ଶ୍ରୀ ସ୍ୱୟଂ ଆସି ମତ ଦେବେ । ତୁମେମାନେ ଅନ୍ୟମାନଙ୍କୁ
ବୁଝାଇପାରିବ ଯେ ନିଶ୍ଚିତ କାହାର ମତ ଅଥବା ଶିକ୍ଷା ଦ୍ୱାରା ଏମାନେ ଦେବତା ହୋଇଛନ୍ତି । ଏକଥା
କାହାକୁ ହେଲେ ଜଣା ନାହିଁ ଯେ, ଇଏ ଏତେ ଉଚ୍ଚ ବିଶ୍ୱର ମାଲିକ କିପରି ହୋଇଛନ୍ତି । ତୁମକୁ ତ ଏହି
ନିଶା ଚଢିବା ଦରକାର । ଏହି ଲକ୍ଷ୍ୟ ଉଦ୍ଦେଶ୍ୟର ଚିତ୍ର ସର୍ବଦା ଛାତିରେ ଲାଗି ରହିବା ଉଚିତ୍ ।
ତୁମେମାନେ କାହାକୁ ବି କହିପାରିବ - ଆମକୁ ଭଗବାନ ପାଠ ପଢାଉଛନ୍ତି, ଯାହା ଦ୍ୱାରା ଆମେ ବିଶ୍ୱର
ମହାରାଜା ହେଉଛୁ । ବାବା ଏହିଭଳି ରାଜ୍ୟର ସ୍ଥାପନା କରିବା ପାଇଁ ଆସିଛନ୍ତି । ଏହି ପୁରୁଣା
ଦୁନିଆର ବିନାଶ ସମ୍ମୁଖରେ ଦଣ୍ଡାୟମାନ । ତୁମେ ଛୋଟ-ଛୋଟ କନ୍ୟାମାନେ ତୋତଲୀ (ଶୁଆ ଭଳି) ଭାଷାରେ
ଯାହାକୁ ହେଲେ ବୁଝାଇପାରିବ । ବଡ-ବଡ ସମ୍ମିଳନୀ ଆଦି ହେଉଛି, ସେଥିରେ ତୁମକୁ ଡାକୁଛନ୍ତି । ଏହି
ଚିତ୍ର ତୁମେମାନେ ସାଥୀରେ ନେଇଯାଅ ଏବଂ ବସି ବୁଝାଅ । ଭାରତରେ ପୁନର୍ବାର ଏମାନଙ୍କର ରାଜ୍ୟ
ସ୍ଥାପନ ହେଉଛି । କେଉଁଠି ବି ଭରପୂର ସଭାରେ ତୁମେମାନେ ବୁଝାଇପାରିବ । ସାରା ଦିନ ସେବାର ନିଶା
ରହିବା ଉଚିତ୍ । ଭାରତରେ ଏମାନଙ୍କର ରାଜ୍ୟ ସ୍ଥାପନ ହେଉଛି । ବାବା ଆମକୁ ରାଜଯୋଗ ଶିଖାଉଛନ୍ତି ।
ଶିବ ଭଗବାନୁବାଚ - ହେ ସନ୍ତାନମାନେ, ତୁମେମାନେ ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ ।
ତେବେ ତୁମେ ୨୧ ପିଢି ପାଇଁ ଏହିପରି (ଦେବୀ-ଦେବତା) ହୋଇଯିବ । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ
ହେବ । ବର୍ତ୍ତମାନ ସମସ୍ତେ ଆସୁରୀଗୁଣ ଯୁକ୍ତ ଅଟନ୍ତି । ଏକମାତ୍ର ଶ୍ରୀ ଶ୍ରୀ ଶିବବାବା ହିଁ
ଶ୍ରେଷ୍ଠ କରୁଛନ୍ତି । ସେହି ଶ୍ରେଷ୍ଠ ବାବା ଆମକୁ ପାଠ ପଢାଉଛନ୍ତି । ଶିବ ଭଗବାନୁବାଚ, ମନମନାଭବ
। ଭଗୀରଥ ତ ପ୍ରସିଦ୍ଧ ଅଟନ୍ତି । ସେହି ଭଗୀରଥଙ୍କୁ ହିଁ ବ୍ରହ୍ମା କୁହାଯାଉଛି ଏବଂ ତାଙ୍କୁ ହିଁ
ମହାବୀର ମଧ୍ୟ କହୁଛନ୍ତି । ଏଠାରେ ଦିଲୱାଡା ମନ୍ଦିରରେ ବସିଛନ୍ତି ନା । ମନ୍ଦିର ତିଆରି କରୁଥିବା
ଜୈନମାନେ ଏହି କଥାକୁ ଜାଣି ନାହାଁନ୍ତି । ତୁମେ ଛୋଟ ଛୋଟ କନ୍ୟାମାନେ କାହାପାଖକୁ ବି ଯାଇପାରିବ
। ଏବେ ତୁମେମାନେ ବହୁତ ଶ୍ରେଷ୍ଠ ହେଉଛ । ଏହା ଭାରତର ଲକ୍ଷ୍ୟ ଅଟେ ନା । ତେବେ କେତେ ନିଶା ଚଢି
ରହିବା ଉଚିତ୍ । ଏଠାରେ ବାବା ଭଲ ଭାବରେ ନିଶା ଚଢାଉଛନ୍ତି । ସମସ୍ତେ କହୁଛନ୍ତି ଆମେ ତ
ଲକ୍ଷ୍ମୀ-ନାରାୟଣ ହେବୁ । ରାମ-ସୀତା ହେବା ପାଇଁ କେହି ବି ହାତ ଉଠାଉ ନାହାଁନ୍ତି । ଏବେ ତୁମେ
ଅହିଂସକ କ୍ଷତ୍ରିୟ ଅଟ । ତୁମ ଅହିଂସକ କ୍ଷତ୍ରୀୟମାନଙ୍କୁ କେହି ବି ଜାଣି ନାହାଁନ୍ତି । ତୁମେମାନେ
ଏ କଥାକୁ ଏବେ ଜାଣୁଛ । ଗୀତାରେ ମଧ୍ୟ ‘ମନମନାଭବ’ ଅକ୍ଷର ରହିଛି । ନିଜକୁ ଆତ୍ମା ଭାବ । ଏହା ତ
ବୁଝିବାର କଥା ନା, ଏହାକୁ ଆଉ କେହି ହେଲେ ବୁଝିପାରିବେ ନାହିଁ । ବାବା ବସି ପିଲାମାନଙ୍କୁ ଶିକ୍ଷା
ଦେଉଛନ୍ତି - ପିଲାମାନେ ଆତ୍ମ-ଅଭିମାନୀ ହୁଅ । ଏହି ଅଭ୍ୟାସ ତୁମର ପୁଣି ୨୧ ଜନ୍ମ ସାଥିରେ ରହିବ
। ତୁମକୁ ୨୧ ଜନ୍ମ ପାଇଁ ଶିକ୍ଷା ମିଳୁଛି ।
ବାବା ଘଡି ଘଡି ମୂଳ କଥାକୁ ବୁଝାଉଛନ୍ତି - ନିଜକୁ ଆତ୍ମା ନିଶ୍ଚୟ କରି ବସ । ପରମାତ୍ମା ପିତା ଆମ
ଆତ୍ମାମାନଙ୍କୁ ବୁଝାଉଛନ୍ତି । କିନ୍ତୁ ତୁମେମାନେ ଘଡି ଘଡି ଦେହ-ଅଭିମାନରେ ଆସିଯାଉଛ ପୁଣି
ଘରଦ୍ୱାର ଆଦି ମନେପଡୁଛି । ଏହିପରି ହେଉଛି । ଭକ୍ତିମାର୍ଗରେ ମଧ୍ୟ ଭକ୍ତି କରୁ-କରୁ ବୁଦ୍ଧି
ଅନ୍ୟ ଆଡକୁ ଚାଲିଯାଇଥାଏ । ସ୍ଥାୟୀ ରୂପରେ କେବଳ ନବଧା ଭକ୍ତିବାଲା ହିଁ ବସିପାରିବେ, ଯାହାକୁ
ତୀବ୍ର ଭକ୍ତି କୁହାଯାଉଛି । ସେମାନେ ଏକଦମ୍ ଲଭଲୀନ ହୋଇଯାଆନ୍ତି । କେବେକେବେ ତୁମେମାନେ ମଧ୍ୟ
ଯୋଗରେ ବସିବା ସମୟରେ ଏକଦମ୍ ଅଶରୀରୀ ହୋଇଯାଉଛ । ଯିଏ ଭଲ ସନ୍ତାନ ହୋଇଥିବେ - ସେ ହିଁ ଏପରି
ଅବସ୍ଥାରେ ବସିବେ । ଦେହର ଅଭିମାନ ବାହାରିଯିବ । ଅଶରୀରୀ ହୋଇ ସେହିଭଳି ମସ୍ତିରେ ବସି ରହିବେ ।
ଏହାର ଅଭ୍ୟାସ ପଡିଯିବ । ସନ୍ନ୍ୟାସୀ ହେଉଛନ୍ତି ତତ୍ତ୍ୱ ଜ୍ଞାନୀ ଅଥବା ବ୍ରହ୍ମ ଜ୍ଞାନୀ । ସେମାନେ
କହୁଛନ୍ତି ଆମେ ବ୍ରହ୍ମରେ ଲୀନ ହୋଇଯିବୁ । ଏହି ପୁରୁଣା ଶରୀର ଛାଡି ବ୍ରହ୍ମ ତତ୍ତ୍ୱରେ ଲୀନ
ହୋଇଯିବୁ । ସମସ୍ତଙ୍କର ନିଜସ୍ୱ ଧର୍ମ ରହିଛି ନା । କେହି ବି ଅନ୍ୟ ଧର୍ମକୁ ମାନି ନ ଥା’ନ୍ତି ।
ଆଦି ସନାତନ ଦେବୀ-ଦେବତା ଧର୍ମାବଲମ୍ବୀମାନେ ହିଁ ତମୋପ୍ରଧାନ ହୋଇଯାଇଛନ୍ତି । ଗୀତାର ଭଗବାନ କେବେ
ଆସିଥିଲେ? ଗୀତାର ଯୁଗ କେବେ ଥିଲା? କେହି ହେଲେ ଜାଣି ନାହାଁନ୍ତି । ତୁମେ ଜାଣିଛ ଏହି ସଂଗମଯୁଗରେ
ହିଁ ବାବା ଆସି ରାଜଯୋଗ ଶିଖାଇଥିଲେ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କରିଥିଲେ । ଏହା କେବଳ
ଭାରତର କଥା । ତେବେ ନିଶ୍ଚୟ ଅନେକ ଧର୍ମ ଥିଲା । ଗାୟନ ମଧ୍ୟ ରହିଛି ଗୋଟିଏ ଧର୍ମର ସ୍ଥାପନା,
ଅନେକ ଧର୍ମର ବିନାଶ । ସତ୍ୟଯୁଗରେ ଗୋଟିଏ ଧର୍ମ ଥିଲା । ଏବେ କଳିଯୁଗରେ ଅନେକ ଧର୍ମ ରହିଛି ।
ପୁଣି ଗୋଟିଏ ଧର୍ମର ସ୍ଥାପନା ଏବେ ହେଉଛି । ଗୋଟିଏ ଧର୍ମ ଥିଲା, ଯାହାକି ଏବେ ନାହିଁ । ବାକି ସବୁ
ଧର୍ମ ଅଛନ୍ତି । କଲିକତାର ବଟ ବୃକ୍ଷର ଉଦାହରଣ ମଧ୍ୟ ବିଲ୍କୁଲ୍ ଠିକ୍ । ମୂଳଦୁଆ ନାହିଁ । ବାକି
ସାରା ବୃକ୍ଷ ଠିଆ ହୋଇଛି । ସେହିପରି ଏଠାରେ ମଧ୍ୟ ଦେବୀ-ଦେବତା ଧର୍ମ ନାହିଁ । ଆଦି ସନାତନ
ଦେବୀ-ଦେବତା ଧର୍ମ ଯାହାକି ମୂଳ ଧର୍ମ ଥିଲା - ତାହା ଏବେ ପ୍ରାୟଃ ଲୋପ ହୋଇଯାଇଛି । ବାବା
ପୁନର୍ବାର ସେହି ଧର୍ମର ସ୍ଥାପନା କରୁଛନ୍ତି । ବାକି ଅନ୍ୟ ସବୁ ଧର୍ମ ପରେ ଆସିଛି ପୁଣି ଚକ୍ର
ନିଶ୍ଚିତ ରିପିଟ୍ ହେବ ଅର୍ଥାତ୍ ପୁରୁଣା ଦୁନିଆ ପୁଣି ନୂଆ ଦୁନିଆ ହେବ । ନୂଆ ଦୁନିଆରେ
ଏମାନଙ୍କର ରାଜ୍ୟ ଥିଲା, ତୁମ ପାଖରେ ବଡ ଏବଂ ଛୋଟ ଚିତ୍ର ମଧ୍ୟ ରହିଛି । ବଡ ଜିନିଷ ହେଲେ ଭଲ
ଭାବରେ ଦେଖିପାରିବେ ଏବଂ ପଚାରିବେ - ଏହା କ’ଣ? କୁହ, ଆମେ ଏହି କଥା ବୁଝାଇବା ପାଇଁ ଆସିଛୁ,
ଯାହାଦ୍ୱାରା ମନୁଷ୍ୟ ବେଗର ଟୁ ପ୍ରିନ୍ସ ଅର୍ଥାତ୍ ଭିକାରୀରୁ ରାଜକୁମାର ହୋଇପାରିବେ । ତେଣୁ ମନରେ
ବହୁତ ଉମଙ୍ଗ ଏବଂ ଖୁସି ରହିବା ଉଚିତ୍ । ଆମେ ଆତ୍ମା ଭଗବାନଙ୍କର ସନ୍ତାନ । ଆତ୍ମାମାନଙ୍କୁ
ଭଗବାନ ପାଠ ପଢାଉଛନ୍ତି । ବାବା ଆମକୁ ନୟନ ଉପରେ ବସାଇ ନେଇଯିବେ । ଏହି ଛି-ଛି ଦୁନିଆରେ ଆମକୁ
ଆଉ ରହିବାର ନାହିଁ । ଆଗକୁ ଗଲେ ଏତେ ତ୍ରାହି-ତ୍ରାହି କରିବେ, ସେ କଥା ନ କହିଲେ ଭଲ । କୋଟି-କୋଟି
ମନୁଷ୍ୟ ମରିବେ । ଏ କଥା ତୁମ ବୁଦ୍ଧିରେ ଅଛି ଆମେମାନେ ଏହି ଆଖିରେ ଯାହା ବି ଦେଖୁଛୁ ତାହା କିଛି
ବି ରହିବ ନାହିଁ । ଏଠାକାର ମନୁଷ୍ୟ କଣ୍ଟା ସଦୃଶ ଅଟନ୍ତି । ସତ୍ୟଯୁଗରେ ଫୁଲର ବଗିଚା । ପୁଣି
ଆମର ନୟନ ଶୀତଳ ଅର୍ଥାତ୍ ପବିତ୍ର ହୋଇଯିବ । ବଗିଚାକୁ ଗଲେ ନୟନ ଶୀତଳ ହୋଇଯାଇଥାଏ । ତୁମେମାନେ
ଏବେ ପଦମାପଦମ ଭାଗ୍ୟଶାଳୀ ହେଉଛ । ବ୍ରାହ୍ମଣଙ୍କର ପାଦ ତଳେ ପଦ୍ମ ରହିଥାଏ । ତୁମେ ବୁଝାଇବା
ଦରକାର - ଆମେ ଏହି ରାଜ୍ୟର ସ୍ଥାପନା କରୁଛୁ । ସେଥିପାଇଁ ବାବା ବ୍ୟାଜ୍ ତିଆରି କରାଇଛନ୍ତି । ଧଳା
ଶାଢୀ ପିନ୍ଧି, ବ୍ୟାଜ୍ ଲଗାଇଲେ, ସ୍ୱତଃ ସେବା ହେବ । ମନୁଷ୍ୟମାନେ ଗାୟନ କରୁଛନ୍ତି - ଆତ୍ମା
ପରମାତ୍ମା ଅଲଗା ରହିଲେ ବହୁକାଳ... କିନ୍ତୁ ବହୁକାଳର ଅର୍ଥ କେହି ବୁଝୁନାହାଁନ୍ତି । ତୁମକୁ ବାବା
ବୁଝାଉଛନ୍ତି ବହୁତ କାଳ ଅର୍ଥାତ୍ ୫ ହଜାର ବର୍ଷ ପରେ ତୁମେ ବାବାଙ୍କ ସହିତ ମିଶୁଛ । ତୁମେମାନେ ଏ
କଥା ମଧ୍ୟ ଜାଣିଛ ଯେ, ଏହି ସୃଷ୍ଟିରେ ସବୁଠାରୁ ନାମୀଗ୍ରାମୀ ହେଉଛନ୍ତି ଏହି ରାଧା କୃଷ୍ଣ ।
ସେମାନେ ସତ୍ୟଯୁଗର ପ୍ରଥମ ରାଜକୁମାର-ରାଜକୁମାରୀ ଅଟନ୍ତି । କେବେ କାହାର ବିଚାରରେ ମଧ୍ୟ ଆସିବ
ନାହିଁ ଯେ ଇଏ କେଉଁଠାରୁ ଆସିଲେ । ସତ୍ୟଯୁଗ ପୂର୍ବରୁ ନିଶ୍ଚୟ କଳିଯୁଗ ଥିବ । ତେବେ ସେମାନେ କେଉଁ
କର୍ମ କରି ବିଶ୍ୱର ମାଲିକ ହୋଇଥିଲେ । ଭାରତବାସୀ ଏମାନଙ୍କୁ ବିଶ୍ୱର ମାଲିକ ଭାବୁ ନାହାଁନ୍ତି ।
ଯେତେବେଳେ ଏମାନଙ୍କର ରାଜ୍ୟ ଥିଲା ସେତେବେଳେ ଭାରତରେ ଅନ୍ୟ କୌଣସି ଧର୍ମ ନ ଥିଲା । ଏବେ ତୁମେ
ଜାଣୁଛ - ବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ଏହା ଆମର ଲକ୍ଷ୍ୟ । ମନ୍ଦିରରେ ତାଙ୍କର ଚିତ୍ର ଆଦି
ରହିଛି । କିନ୍ତୁ ଏକଥା ବୁଝୁ ନାହାଁନ୍ତି ଯେ ବର୍ତ୍ତମାନ ସ୍ଥାପନା ହେଉଛି । ତୁମମାନଙ୍କ ଭିତରେ
ମଧ୍ୟ କ୍ରମାନ୍ୱୟରେ ବୁଝୁଛନ୍ତି । କେହି କେହି ତ ବିଲ୍କୁଲ୍ ଭୁଲି ଯାଉଛନ୍ତି । ତେଣୁ
ସେମାନଙ୍କର ପୂର୍ବ ପରି ଚଳଣି ହୋଇଯାଇଥାଏ । ଏଠାରେ ବହୁତ ଭଲ ଭାବରେ ବୁଝୁଛନ୍ତି କିନ୍ତୁ ବାହାରକୁ
ବାହାରିଲେ ତ ଖଲାସ । ବାସ୍ତବରେ ତୁମ ଭିତରେ ସେବାର ସଉକ ରହିବା ଉଚିତ୍ । ସମସ୍ତଙ୍କୁ ଏହି
ସନ୍ଦେଶ ଦେବା ପାଇଁ ଯୁକ୍ତି ରଚନା କରିବା ଉଚିତ୍ । ସେଥିପାଇଁ ମେହନତ କରିବାକୁ ହେବ । ନିଶାର
ସହିତ (ଅତ୍ୟନ୍ତ ଖୁସିର ସହିତ) ବୁଝାଇବା ଉଚିତ୍ - ଶିବବାବା କହୁଛନ୍ତି ମୋତେ ସ୍ମରଣ କରିଲେ ପାପ
କଟିଯିବ । ଆମେ ଏକମାତ୍ର ଶିବବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ସ୍ମରଣ କରୁ ନାହୁଁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ଲକ୍ଷ୍ୟ ଓ ଉଦ୍ଦେଶ୍ୟର ଚିତ୍ରକୁ ସର୍ବଦା ସାଥିରେ ରଖିବାକୁ ହେବ । ନିଶା ରହୁ ଯେ ଏବେ ଆମେ
ଶ୍ରୀମତ ଆଧାରରେ ବିଶ୍ୱର ମାଲିକ ହେଉଛୁ । ଆମେମାନେ ଏପରି ଫୁଲର ବଗିଚାକୁ ଯାଉଛୁ - ଯେଉଁଠି ଆମର
ନୟନ ହିଁ ଶୀତଳ ହୋଇଯିବ ।
(୨) ସେବା କରିବାର
ବହୁତ-ବହୁତ ସଉକ ରଖିବାକୁ ହେବ । ବିଶାଳ ହୃଦୟରେ ଅଥବା ଉମଙ୍ଗ ଉତ୍ସାହର ସହିତ ବଡ-ବଡ ଚିତ୍ର ଉପରେ
ସେବା କରିବାକୁ ହେବ । ଭିକାରିରୁ ରାଜକୁମାର ହେବାକୁ ପଡିବ ।
ବରଦାନ:-
କର୍ମର ଗତିକୁ
ଜାଣି ଗତି-ସଦ୍ଗତିର ନିର୍ଣ୍ଣୟ କରୁଥିବା ମାଷ୍ଟର ଦୁଃଖହର୍ତ୍ତା ସୁଖକର୍ତ୍ତା ଭବ ।
ଏବେ ପର୍ଯ୍ୟନ୍ତ ନିଜର
ଜୀବନ କାହାଣୀକୁ ଦେଖିବାରେ ବା ଶୁଣିବାରେ ବ୍ୟସ୍ତ ରୁହ ନାହିଁ । ବରଂ ପ୍ରତ୍ୟେକ ଆତ୍ମାର କର୍ମର
ଗତିକୁ ଜାଣି ସେମାନଙ୍କୁ ଗତି-ସଦ୍ଗତି ଦେବାର ନିର୍ଣ୍ଣୟ କର । ମାଷ୍ଟର ଦୁଃଖ-ହର୍ତ୍ତା
ସୁଖକର୍ତ୍ତାର ଭୂମିକା ସମ୍ପାଦନ କର । ନିଜର ରଚନାମାନଙ୍କର ଦୁଃଖ-ଅଶାନ୍ତିର ସମସ୍ୟାଗୁଡିକୁ
ସମାପ୍ତ କର, ସେମାନଙ୍କୁ ମହାଦାନ ଏବଂ ବରଦାନ ଦିଅ । ନିଜେ କୌଣସି ସୁବିଧା ପାଇବାକୁ ଇଚ୍ଛା କର
ନାହିଁ, ବରଂ ଦାତା ହୋଇ ସେମାନଙ୍କୁ ଦିଅ । ଯଦି କୌଣସି ପ୍ରକାର ସୁବିଧା ବା ସହଯୋଗ ଆଧାରରେ ନିଜର
ଉନ୍ନତି ହେଉ ବା ସେବାକ୍ଷେତ୍ରରେ ଅଳ୍ପକାଳର ସଫଳତା ମିଳି ବି ଯାଏ ତେବେ ବି ଆଜି ମହାନ ହୋଇଯିବ,
କାଲିକୁ ମହାନତା ପ୍ରାପ୍ତ କରିବାର ତୃଷାର୍ତ୍ତ ଆତ୍ମା ହୋଇଯିବ ।
ସ୍ଲୋଗାନ:-
ଅନୁଭୂତି ନ ହେବା
ଯୁଦ୍ଧ କରିବାର ସ୍ଥିତି ଅଟେ, ତେଣୁ ଯୋଗୀ ହୁଅ ଯୋଦ୍ଧା ନୁହେଁ ।
ଅବ୍ୟକ୍ତ ଈଶାରା:-
ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।
ବ୍ରହ୍ମାବାବା ଯେପରି
ଅବ୍ୟକ୍ତ ହୋଇ ବିଦେହୀ ସ୍ଥିତି ଦ୍ୱାରା କର୍ମାତୀତ ହୋଇଗଲେ, ତେବେ ତୁମେମାନେ ତ ଅବ୍ୟକ୍ତ
ବ୍ରହ୍ମାଙ୍କର ବିଶେଷ ପାଳନାର ପାତ୍ର ଅଟ, ସେଥିପାଇଁ ଅବ୍ୟକ୍ତ ପାଳନାର ପ୍ରତିଦାନ ବିଦେହୀ ହୋଇ
ଦିଅ । ସେବା କରିବା ସହିତ ସ୍ଥିତିର ସନ୍ତୁଳନ ରଖ । ବିଦେହୀ ଅର୍ଥାତ୍ ଦେହଠାରୁ ନିଆରା । ସ୍ୱଭାବ,
ସଂସ୍କାର ତଥା ଦୋଷ-ଦୁର୍ବଳତା ସବୁ କିଛି ଦେହ ସହିତ ସମ୍ବନ୍ଧୀତ ଅଟେ ଏବଂ ଯଦି ଦେହଠାରୁ ନିଆରା
ହୋଇଗଲ ତେବେ ସବୁଥିରୁ ନିଆରା ହୋଇଗଲ, ସେଥିପାଇଁ ଏହି ଡ୍ରିଲ୍ ବହୁତ ସହଯୋଗ ଦେବ, କିନ୍ତୁ
ଏଥିପାଇଁ ମନ ବୁଦ୍ଧିକୁ ନିୟନ୍ତ୍ରଣ କରିବାର ଶକ୍ତି ଦରକାର ।