27.01.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଯେତେବେଳେ ତୁମମାନଙ୍କର କର୍ମାତୀତ ଅବସ୍ଥା ହେବ ସେତେବେଳେ ବିଷ୍ଣୁପୁରୀକୁ ଯିବ, ସମ୍ମାନର ସହିତ
ଉତ୍ତୀର୍ଣ୍ଣ ହେଉଥିବା ପିଲାମାନେ ହିଁ କର୍ମାତୀତ ହୋଇଥାଆନ୍ତି ।”
ପ୍ରଶ୍ନ:-
ତୁମମାନଙ୍କ ପାଇଁ
ଦୁଇଜଣ ଯାକ ପିତା କେଉଁ ପ୍ରକାରର ମେହନତ କରୁଛନ୍ତି?
ଉତ୍ତର:-
ପିଲାମାନେ ସ୍ୱର୍ଗକୁ ଯିବାର ଯୋଗ୍ୟ ହୋଇଯାଆନ୍ତୁ । ପିଲାମାନଙ୍କୁ ସର୍ବଗୁଣ ସମ୍ପନ୍ନ, ୧୬ କଳା
ସମ୍ପୂର୍ଣ୍ଣ କରାଇବାର ମେହନତ ବାପଦାଦା ଉଭୟ କରୁଛନ୍ତି । ତୁମକୁ ଯେପରି ଦୁଇଟି ଇଞ୍ଜିନ
ମିଳିଯାଇଛି । ଏଭଳି ଆଶ୍ଚର୍ଯ୍ୟଜନକ ପାଠ ପଢାଉଛନ୍ତି, ଯାହା ଦ୍ୱାରା ତୁମେ ୨୧ ଜନ୍ମର ରାଜତ୍ୱ
ପ୍ରାପ୍ତ କରିପାରୁଛ ।
ଗୀତ:-
ବଚପନ କେ ଦିନ
ଭୁଲା ନ ଦେନା...
ଓମ୍ ଶାନ୍ତି ।
ମିଠା-ମିଠା
ସିକିଲଧେ ସନ୍ତାନମାନେ ଗୀତ ଶୁଣିଲେ । ଡ୍ରାମାର ପ୍ଲାନ ଅନୁସାରେ ଏହପରି ଗୀତ ସବୁ ଚୟନ କରାଯାଇଛି
। ମନୁଷ୍ୟମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ଇଏ କ’ଣ ଫିଲ୍ମର ଗୀତକୁ ନେଇ ବାଣୀ ଶୁଣାଉଛନ୍ତି । ଏହା
ପୁଣି କେଉଁ ପ୍ରକାରର ଜ୍ଞାନ ଅଟେ! ଶାସ୍ତ୍ର, ବେଦ, ଉପନିଷଦ ଆଦି ଛାଡି ଦେଲେ ଏବେ ଫିଲ୍ମର ଗୀତ
ଉପରେ ବାଣୀ ଚାଲୁଛି! ଏ କଥା ମଧ୍ୟ ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ବେହଦ ବାବାଙ୍କର
ହୋଇଛୁ, ଯାହାଙ୍କଠାରୁ ଅତିନ୍ଦ୍ରୀୟ ସୁଖ ମିଳୁଛି ତେଣୁ ଏପରି ବାବାଙ୍କୁ ଭୁଲିଯିବା ଉଚିତ୍ ନୁହେଁ
। ବାବାଙ୍କ ସ୍ମୃତି ଦ୍ୱାରା ହିଁ ଜନ୍ମ-ଜନ୍ମାନ୍ତରର ପାପ ଦଗ୍ଧ ହେଉଛି । ଏପରି ନ ହେଉ ଯେ
ବାବାଙ୍କୁ ମନେ ପକାଇବା ଭୁଲିଯାଅ, ଆଉ ପାପ ରହିଯାଉ । ଯଦି ଯୋଗ ନ କରିବ ତେବେ ପାପ ରହିଯିବ, ପୁଣି
ପଦ ମଧ୍ୟ କମ ହୋଇଯିବ । ଏଭଳି ବାବାଙ୍କୁ ତ ଭଲ ଭାବରେ ମନେ ପକାଇବାର ପୁରୁଷାର୍ଥ କରିବା ଉଚିତ୍ ।
ଯେପରି ନିର୍ବନ୍ଧ ହୋଇ ଗଲେ ପରସ୍ପରକୁ ମନେ ପକାଇଥା’ନ୍ତି । ତୁମର ମଧ୍ୟ ନିର୍ବନ୍ଧ ହୋଇଛି ପୁଣି
ଯେତେବେଳେ ତୁମେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରୁଛ ସେତେବେଳେ ବିଷ୍ଣୁପୁରୀକୁ ଯାଉଛ ।
ବର୍ତ୍ତମାନ ଶିବବାବା ମଧ୍ୟ ଅଛନ୍ତି । ପ୍ରଜାପିତା ବ୍ରହ୍ମାବାବା ମଧ୍ୟ ଅଛନ୍ତି । ଦୁଇଟି ଇଞ୍ଜିନ
ମିଳିଛି - ଜଣେ ନିରାକାରୀ, ଆଉ ଜଣେ ସାକାରୀ । ଉଭୟ ମେହନତ କରୁଛନ୍ତି, ଯେପରି ପିଲାମାନେ
ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ ହୋଇଯାଆନ୍ତୁ । ସର୍ବଗୁଣ ସମ୍ପନ୍ନ ୧୬ କଳା ସଂପୂର୍ଣ୍ଣ ହେବାକୁ
ପଡିବ । ଏହିଠାରେ ହିଁ ପରୀକ୍ଷାରେ ପାସ୍ ହେବାକୁ ପଡିବ । ଏ କଥା କୌଣସି ଶାସ୍ତ୍ରରେ ନାହିଁ । ଏହି
ପାଠପଢା ମଧ୍ୟ ବହୁତ ବିଚିତ୍ର ଅଟେ - ପ୍ରାପ୍ତି ତ ଭବିଷ୍ୟ ୨୧ ଜନ୍ମ ପାଇଁ । ଅନ୍ୟ ସବୁ ପାଠପଢା
ତ କେବଳ ଏହି ମୃତ୍ୟୁଲୋକ ପାଇଁ, କିନ୍ତୁ ଏହି ପାଠ ଅମରଲୋକକୁ ଯିବା ପାଇଁ ପଢାଯାଉଛି । ସେଥିପାଇଁ
ଏହିଠାରେ ହିଁ ପଢିବାକୁ ହେବ ନା । ଯେ ପର୍ଯ୍ୟନ୍ତ ଆତ୍ମା ପବିତ୍ର ନ ହୋଇଛି ସେ ପର୍ଯ୍ୟନ୍ତ
ସତ୍ୟଯୁଗକୁ ଯାଇପାରିବ ନାହିଁ ସେଥିପାଇଁ ବାବା ସଂଗମଯୁଗରେ ହିଁ ଆସୁଛନ୍ତି, ଏହାକୁ ହିଁ
ପୁରୁଷୋତ୍ତମ କଲ୍ୟାଣକାରୀ ସଂଗମଯୁଗ କୁହାଯାଉଛି । ଯେଉଁ ସମୟରେ ତୁମେମାନେ କଉଡିରୁ ହୀରା ତୁଲ୍ୟ
ହେଉଛ, ସେଥିପାଇଁ ଶ୍ରୀମତକୁ ପାଳନ କର । ଶ୍ରୀ ଶ୍ରୀ କେବଳ ଶିବବାବାଙ୍କୁ ହିଁ କୁହାଯାଉଛି ।
ମାଳାର ଅର୍ଥ ମଧ୍ୟ ପିଲାମାନଙ୍କୁ ବୁଝାଇ ଦିଆଯାଇଛି । ଉପରେ ଥିବା ଫୁଲ ହେଉଛନ୍ତି ଶିବବାବା, ପୁଣି
ଅଛନ୍ତି ଯୁଗଳ ମେରୁ । ପ୍ରବୃତ୍ତିମାର୍ଗ ଅଟେ ନା । ପୁଣି ରହିଛନ୍ତି ଦାନାଗୁଡିକ, ଯେଉଁମାନେ
ବିଜୟ ପ୍ରାପ୍ତ କରୁଛନ୍ତି, ତାଙ୍କର ହିଁ ରୁଦ୍ରମାଳା ଓ ବିଷ୍ଣୁଙ୍କର ମାଳା ତିଆରି ହେଉଛି । ଏହି
ମାଳାର ଅର୍ଥକୁ କେହି ବି ଜାଣିନାହାଁନ୍ତି । ବାବା ବସି ବୁଝାଉଛନ୍ତି ତୁମ ପିଲାମାନଙ୍କୁ କଉଡିରୁ
ହୀରାତୁଲ୍ୟ ହେବାକୁ ପଡିବ । ୬୩ ଜନ୍ମ ହେବ ତୁମେମାନେ ବାବାଙ୍କୁ ୟାଦ କରିଆସିଛ । ବର୍ତ୍ତମାନ
ତୁମେ ଏକମାତ୍ର ପ୍ରେମିକଙ୍କର ପ୍ରେମିକା ହୋଇଛ । ଏକମାତ୍ର ଭଗବାନଙ୍କର ସମସ୍ତେ ଭକ୍ତ ଅଟନ୍ତି ।
ପତିମାନଙ୍କର ପତି, ପିତାମାନଙ୍କର ପିତା ସେ ଏକମାତ୍ର ହିଁ ଅଟନ୍ତି । ତୁମ ପିଲାମାନଙ୍କୁ
ରାଜାମାନଙ୍କର ରାଜା କରାଉଛନ୍ତି । ନିଜେ ରାଜା ହେଉ ନାହାଁନ୍ତି । ବାବା ବାରମ୍ବାର ବୁଝାଉଛନ୍ତି
- ଯୋଗବଳ ଦ୍ୱାରା ହିଁ ତୁମର ଜନ୍ମ-ଜନ୍ମାନ୍ତରର ପାପ ଭସ୍ମ ହୋଇଯିବ । ସାଧୁ ସନ୍ଥମାନେ ତ
କହିଦେଉଛନ୍ତି ଆତ୍ମା ନିର୍ଲିପ୍ତ ଅଟେ । ବାବା ବୁଝାଉଛନ୍ତି ଭଲ ଅଥବା ମନ୍ଦ ସଂସ୍କାର ଆତ୍ମା ହିଁ
ସାଥିରେ ନେଇଯାଇଥାଏ । ସେମାନେ କହିଦେଉଛନ୍ତି ବାସ୍ ଯେଉଁଠି ଚାହିଁଲେ ଭଗବାନ ହିଁ ଦେଖାଯାଉଛନ୍ତି
। ଏସବୁ ଭଗବାନଙ୍କର ହିଁ ଲୀଳା ଅଟେ । ବାମମାର୍ଗରେ ବିଲ୍କୁଲ୍ ହିଁ ବିକାରୀ ହୋଇଯାଉଛନ୍ତି ।
ଏମାନଙ୍କ ମତକୁ ମଧ୍ୟ ଲକ୍ଷାଧିକ ମନୁଷ୍ୟ ଅନୁସରଣ କରୁଛନ୍ତି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ
ଅଛି । ସର୍ବଦା ବୁଦ୍ଧିରେ ତିନୋଟିଯାକ ଧାମ ମନେ ରଖ - ଶାନ୍ତିଧାମ ଯେଉଁଠି ଆତ୍ମାମାନେ ରହୁଛନ୍ତି,
ସୁଖଧାମ ଯେଉଁଠିକୁ ଯିବା ପାଇଁ ତୁମେ ପୁରୁଷାର୍ଥ କରୁଛ, ଦୁଃଖଧାମ ଆରମ୍ଭ ହେଉଛି ଅଧାକଳ୍ପ ପରେ ।
ଭଗବାନଙ୍କୁ ସ୍ୱର୍ଗୀୟ ଈଶ୍ୱର ପିତା ବୋଲି କୁହାଯାଉଛି । ସେ କୌଣସି ନର୍କ ସ୍ଥାପନ କରୁ ନାହାଁନ୍ତି
। ବାବା କହୁଛନ୍ତି - ମୁଁ ତ ସୁଖଧାମ ହିଁ ସ୍ଥାପନ କରୁଛି । ବାକି ଏହା ହାରିବା ଓ ଜିତିବାର ଖେଳ
ଅଟେ । ତୁମେ ପିଲାମାନେ ଶ୍ରୀମତ ଅନୁସାରେ ଚାଲି ବର୍ତ୍ତମାନ ମାୟା ରୂପୀ ରାବଣ ଉପରେ ବିଜୟ
ପ୍ରାପ୍ତ କରୁଛ । ପୁଣି ଅଧାକଳ୍ପ ପରେ ରାବଣ ରାଜ୍ୟ ଆରମ୍ଭ ହେଉଛି । ତୁମେ ବର୍ତ୍ତମାନ ଯୁଦ୍ଧ
ଭୂମିରେ ଅଛ । ଏ କଥା ବୁଦ୍ଧିରେ ଧାରଣ କରି ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ହେବ । ଅନ୍ଧମାନଙ୍କର
ଲାଠି ହୋଇ ପୁଣି ଘରର ରାସ୍ତା ଜଣାଇବାକୁ ହେବ କାହିଁକି ନା ସମସ୍ତେ ସେହି ଘରକୁ ଭୁଲିଯାଇଛନ୍ତି ।
କହୁଛନ୍ତି ମଧ୍ୟ, ଏହା ଏକ ନାଟକ ଅଟେ । କିନ୍ତୁ ଏହାର ଆୟୁଷ ଲକ୍ଷ-ଲକ୍ଷ ହଜାର-ହଜାର ବର୍ଷ
କହିଦେଉଛନ୍ତି । ବାବା ବୁଝାଉଛନ୍ତି ରାବଣ ତୁମକୁ କେତେ ଅନ୍ଧ କରିଦେଇଛି । ବର୍ତ୍ତମାନ ବାବା ସବୁ
କଥା ବୁଝାଉଛନ୍ତି । ବାବାଙ୍କୁ ହିଁ ଜ୍ଞାନର ସାଗର ବୋଲି କୁହାଯାଉଛି । ଏହାର ଅର୍ଥ ନୁହେଁ ଯେ
ପ୍ରତ୍ୟେକଙ୍କର ଅନ୍ତରର କଥା ଜାଣୁଛନ୍ତି । ସେ ସବୁ ତ ରିଦ୍ଧି-ସିଦ୍ଧି ଶିଖୁଥିବା ସାଧକ ତୁମ
ଭିତରର କଥା ଶୁଣାଇଥାଆନ୍ତି । ନଲେଜଫୁଲ୍ର ଅର୍ଥ ଏହା ନୁହେଁ । ଏହା ତ ବାବାଙ୍କର ହିଁ ମହିମା ଅଟେ
। ସେ ଜ୍ଞାନର ସାଗର, ଆନନ୍ଦର ସାଗର ଅଟନ୍ତି । ମନୁଷ୍ୟମାନେ ତ କହିଦେଉଛନ୍ତି ସେ ଅନ୍ତର୍ଯ୍ୟାମୀ
ଅଟନ୍ତି । ଏବେ ତୁମେ ପିଲାମାନେ ବୁଝିପାରୁଛ ଯେ, ସିଏ ତ ଶିକ୍ଷକ ଅଟନ୍ତି, ଯିଏକି ଆମକୁ
ପଢାଉଛନ୍ତି । ସେ ଆତ୍ମିକ ପିତା, ଆତ୍ମିକ ସତଗୁରୁ ମଧ୍ୟ ଅଟନ୍ତି । ଲୌକିକ ଶିକ୍ଷକମାନଙ୍କୁ ଗୁରୁ
ମଧ୍ୟ କୁହାଯାଏ, କିନ୍ତୁ ସେମାନେ ଭିନ୍ନ ଭିନ୍ନ ବିଭାଗର ହୋଇଥା’ନ୍ତି । ଜଣଙ୍କର ତିନିଟି ପଦ
ହୋଇପାରିବ ନାହିଁ । କାହାର କାହାର ପିତା ଶିକ୍ଷକ ମଧ୍ୟ ହୋଇଥା’ନ୍ତି । ଗୁରୁ ତ ହୋଇପାରିବେ ନାହିଁ
। ସିଏ ମଧ୍ୟ ମନୁଷ୍ୟ ଅଟନ୍ତି । ଏଠାରେ ତ ସେହି ପରମପିତା ପରମାତ୍ମା ପଢାଉଛନ୍ତି । ଆତ୍ମାକୁ
ପରମାତ୍ମା କୁହାଯାଇ ପାରିବ ନାହିଁ । କିନ୍ତୁ ଏକଥା ମଧ୍ୟ କେହି ବୁଝୁ ନାହାଁନ୍ତି । କହୁଛନ୍ତି
ପରମାତ୍ମା ଅର୍ଜୁନଙ୍କୁ ସାକ୍ଷାତ୍କାର କରାଇଲେ ଏବଂ ସେ କହିଲେ ବନ୍ଦ କର, ବନ୍ଦ କର ମୁଁ ଏତେ
ତେଜ ସହନ କରିପାରୁ ନାହିଁ । ଏ ସବୁ କଥା ଯାହା ଶୁଣିଛନ୍ତି ସେଥିରୁ ବୁଝିଛନ୍ତି ଯେ, ପରମାତ୍ମା
ଏତେ ତେଜୋମୟ ଅଟନ୍ତି । ଆଗରୁ ବାବାଙ୍କ ପାଖକୁ ଯେଉଁମାନେ ଆସୁଥିଲେ ସେମାନେ ସାକ୍ଷାତ୍କାର
କରୁଥିଲେ । କହୁଥିଲେ ବନ୍ଦ କର, ବହୁତ ତେଜୋମୟ ଆମେ ସହନ କରିପାରୁନାହୁଁ । ଯାହା ଶୁଣିଛନ୍ତି ସେହି
ଭାବନା ବସିଯାଇଥାଏ । ବାବା କହୁଛନ୍ତି ଯିଏ ଯେଉଁ ଭାବନାରେ ସ୍ମରଣ କରୁଛନ୍ତି, ମୁଁ ତାଙ୍କର
ଭାବନାକୁ ପୂର୍ଣ୍ଣ କରିପାରିବି । କେହି ଯଦି ଗଣେଷଙ୍କର ପୂଜାରୀ ହୋଇଥିବେ ତାଙ୍କୁ ଗଣେଷଙ୍କର
ସାକ୍ଷାତ୍କାର କରାଇବି । ସାକ୍ଷାତ୍କାର ହୋଇଗଲା, ଭାବନ୍ତି ବାସ୍ ଆମେ ମୁକ୍ତିଧାମରେ ପହଞ୍ଚିଗଲୁ
। କିନ୍ତୁ ନାଁ, ମୁକ୍ତିଧାମକୁ କେହି ଯାଇପାରିବେ ନାହିଁ । ନାରଦଙ୍କର ମଧ୍ୟ ଉଦାହରଣ ରହିଛି ।
ତାଙ୍କର ଭକ୍ତ ଶିରୋମଣି ରୂପରେ ଗାୟନ ରହିଛି । ନାରଦ ପଚାରିଲେ, ମୁଁ ଲକ୍ଷ୍ମୀଙ୍କୁ ବରଣ
କରିପାରିବି! ତାଙ୍କୁ କହିଲେ ଯେ, ପ୍ରଥମେ ନିଜ ଚେହେରାକୁ ତ ଦେଖ । ଭକ୍ତମାଳା ମଧ୍ୟ ରହିଛି ।
ନାରୀମାନଙ୍କ ମଧ୍ୟରେ ମୀରା ଓ ପୁରୁଷମାନଙ୍କ ମଧ୍ୟରେ ନାରଦଙ୍କୁ ମୁଖ୍ୟ ରୂପେ ଗାୟନ କରାଯାଇଛି ।
କିନ୍ତୁ ଏଠାରେ ଜ୍ଞାନ ଶିରୋମଣି ହେଉଛନ୍ତି ସରସ୍ୱତୀ । କ୍ରମାନୁସାରେ ତ ରହିଛନ୍ତି ନା ।
ବାବା ବୁଝାଉଛନ୍ତି
ମାୟାଠାରୁ ବହୁତ ଖବରଦାର ରହିବାକୁ ହେବ । ମାୟା ଏପରି ଓଲଟା କାମ କରାଇଦେବ । ପୁଣି ଶେଷରେ ବହୁତ
କାନ୍ଦିବାକୁ ପଡିବ, ପଶ୍ଚାତାପ କରିବାକୁ ପଡିବ - ଭଗବାନ ଆସିଲେ ଏବଂ ମୁଁ ସମ୍ପତ୍ତି ନେଇପାରିଲି
ନାହିଁ! ପୁଣି ଯାଇ ପ୍ରଜାଙ୍କର ଦାସ-ଦାସୀ ହେବେ । ଶେଷ ସମୟରେ ପାଠପଢା ତ ସମାପ୍ତ ହୋଇଯିବ, ପୁଣି
ବହୁତ ପଶ୍ଚାତାପ କରିବାକୁ ପଡିବ ସେଥିପାଇଁ ବାବା ପ୍ରଥମରୁ ହିଁ ବୁଝାଇ ଦେଉଛନ୍ତି ଯେପରି
ପଶ୍ଚାତାପ କରିବାକୁ ନ ପଡୁ । ଯେତେ ବାବାଙ୍କୁ ଯୋଗ କରିବ ତେବେ ଯୋଗ ଅଗ୍ନି ଦ୍ୱାରା ପାପ ଭସ୍ମ
ହୋଇଯିବ । ଆତ୍ମା ପ୍ରଥମେ ସତ୍ତ୍ୱପ୍ରଧାନ ଥିଲା ପୁଣି ସେଥିରେ ଖାଦ ମିଶି-ମିଶି ତମଃପ୍ରଧାନ
ହୋଇଯାଇଛି । ଗୋଲଡେନ୍ (ସ୍ୱର୍ଣ୍ଣ), ସିଲଭର୍ (ରୌପ୍ୟ), କପର (ତାମ୍ର), ଆଇରନ(ଲୌହ).... ନାମ
ମଧ୍ୟ ରହିଛି । ବର୍ତ୍ତମାନ ଲୌହଯୁଗରୁ ତୁମକୁ ପୁଣି ସ୍ୱର୍ଣ୍ଣିମ ଯୁଗକୁ ଯିବାକୁ ପଡିବ । କିନ୍ତୁ
ପବିତ୍ର ହେବା ବିନା ଆତ୍ମାମାନେ ସେଠାକୁ ଯାଇପାରିବେ ନାହିଁ । ସତ୍ୟଯୁଗରେ ପବିତ୍ରତା ଥିଲା ତେଣୁ
ଶାନ୍ତି, ସମୃଦ୍ଧି, ମଧ୍ୟ ଥିଲା । ଏଠାରେ ପବିତ୍ରତା ନାହିଁ ତେଣୁ ଶାନ୍ତି ସମୃଦ୍ଧି ମଧ୍ୟ ନାହିଁ
। ରାତି-ଦିନର ଫରକ ରହିଛି । ତେଣୁ ବାବା ବୁଝାଉଛନ୍ତି ଏହି ପିଲାଦିନର କଥାକୁ ଭୁଲିଯାଅ ନାହିଁ ।
ବାବା ପୋଷ୍ୟ କରିଛନ୍ତି ନା । ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛନ୍ତି, ଏହି ବିଧିକୁ ପୋଷ୍ୟ ରୂପେ
ଗ୍ରହଣ କୁହାଯିବ । ସ୍ତ୍ରୀକୁ ପୋଷ୍ୟ କରାଯାଇଥାଏ । ବାକି ପିଲାମାନଙ୍କୁ ପୁଣି ସୃଷ୍ଟି
କରାଯାଇଥାଏ । ସ୍ତ୍ରୀକୁ ରଚନା କୁହାଯିବ ନାହିଁ । ଏହି ବାବା ମଧ୍ୟ ପୋଷ୍ୟ କରୁଛନ୍ତି ଓ କହୁଛନ୍ତି
ତୁମେ ମୋର ସେହି ସନ୍ତାନ ଅଟ ଯାହାକୁ କଳ୍ପ ପୂର୍ବରୁ ପୋଷ୍ୟ କରିଥିଲି । ପୋଷ୍ୟ ସନ୍ତାନମାନଙ୍କୁ
ହିଁ ବାପଠାରୁ ସମ୍ପତ୍ତି ମିଳିଥାଏ । ସର୍ବୋଚ୍ଚ ବାବାଙ୍କଠାରୁ ସର୍ବୋଚ୍ଚ ସମ୍ପତ୍ତି ମିଳୁଛି ।
ଶିବବାବା ହେଉଛନ୍ତି ଭଗବାନ ପୁଣି ଦ୍ୱିତୀୟ ନମ୍ବରରେ ଅଛନ୍ତି ଲକ୍ଷ୍ମୀ ନାରାୟଣ ଯିଏକି ସତ୍ୟଯୁଗର
ମାଲିକ ଅଟନ୍ତି । ବର୍ତ୍ତମାନ ତୁମେ ସତ୍ୟଯୁଗର ମାଲିକ ହେବାକୁ ଯାଉଛ । ଏବେ ସମ୍ପୂର୍ଣ୍ଣ ହୋଇନାହଁ,
ପ୍ରସ୍ତୁତ ହେଉଛ ।
ନିଜେ ପବିତ୍ର ହୋଇ
ଅନ୍ୟକୁ ପବିତ୍ର କରାଇବା, ଏହା ହିଁ ସଚ୍ଚା ଆତ୍ମିକ ସେବା ଅଟେ । ତୁମେମାନେ ବର୍ତ୍ତମାନ ଆତ୍ମିକ
ସେବା କରୁଛ, ସେଥିପାଇଁ ତୁମେ ବହୁତ ଶ୍ରେଷ୍ଠ ଅଟ । ଶିବବାବା ପତିତମାନଙ୍କୁ ପବିତ୍ର କରୁଛନ୍ତି ।
ତୁମେମାନେ ମଧ୍ୟ ପବିତ୍ର କରାଉଛ । ରାବଣ କେତେ ତୁଚ୍ଛ ବୁଦ୍ଧି କରିଦେଇଛି । ଏବେ ବାବା ପୁଣି
ଯୋଗ୍ୟ କରାଇ ବିଶ୍ୱର ମାଲିକ କରୁଛନ୍ତି । ଏପରି ଶ୍ରେଷ୍ଠ ବାବାଙ୍କୁ ପୁଣି ମାଟି, ଗୋଡିରେ ଅଛନ୍ତି
ବୋଲି କିପରି କହିପାରିବା? ବାବା କହୁଛନ୍ତି ଏପରି ଖେଳ ତିଆରି ହୋଇଛି । କଳ୍ପ ପରେ ପୁଣି ଏହିପରି
ହେବ । ବର୍ତ୍ତମାନ ଡ୍ରାମାର ପ୍ଲାନ ଅନୁଯାୟୀ ମୁଁ ଆସିଛି ତୁମକୁ ବୁଝାଇବା ପାଇଁ । ଏଥିରେ ଟିକିଏ
ହେଲେ ଫରକ ପଡିପାରିବ ନାହିଁ । ବାବା ଗୋଟିଏ ସେକେଣ୍ଡ ମଧ୍ୟ ବିଳମ୍ବ କରିପାରିବେ ନାହିଁ । ଯେପରି
ବାବାଙ୍କର ପୁନଃ ଅବତରଣ ହେଉଛି, ସେହିପରି ତୁମ ପିଲାମାନଙ୍କର ମଧ୍ୟ ପୁନଃ ଅବତରଣ ହେଉଛି,
ତୁମେମାନେ ଅବତରିତ ଆତ୍ମା ଅଟ । ଆତ୍ମା ଏଠାକୁ ଆସି ପୁଣି ସାକାରରେ ଅଭିନୟ କରୁଛି, ଏହାକୁ ଅବତରଣ
କୁହାଯାଉଛି । ଉପରୁ ତଳକୁ ଅଭିନୟ କରିବାକୁ ଆସୁଛି । ବାବାଙ୍କର ମଧ୍ୟ ଦିବ୍ୟ, ଅଲୌକିକ ଜନ୍ମ ଅଟେ
। ବାବା ନିଜେ କହୁଛନ୍ତି - ମୋତେ ପ୍ରକୃତିର ଆଧାର ନେବାକୁ ପଡୁଛି । ମୁଁ ଏହି ଶରୀରରେ ପ୍ରବେଶ
କରୁଛି । ଏହି ଶରୀରରେ ପ୍ରବେଶ କରିବା ହିଁ ପୂର୍ବ ନିର୍ଦ୍ଧାରିତ ଅଟେ । ଏହା ବହୁତ ବଡ
ଆଶ୍ଚର୍ଯ୍ୟଜନକ ଖେଳ ଅଟେ । ଏହି ନାଟକରେ ପ୍ରତ୍ୟେକଙ୍କର ଅଭିନୟ ନିଧାର୍ଯ୍ୟ ହୋଇଛି ଯାହାକୁ ବଜାଇ
ଚାଲିଛନ୍ତି । ୨୧ ଜନ୍ମର ଅଭିନୟ ପୁଣି ଏହିଠାରେ କରିବ । ତୁମକୁ ସ୍ପଷ୍ଟ ଜ୍ଞାନ ମିଳିଛି ତାହା
ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ । ବାବା ମହାରଥୀମାନଙ୍କର ମହିମା ତ କରୁଛନ୍ତି ନା । ଶାସ୍ତ୍ରରେ
ଦେଖାଉଛନ୍ତି ଯେ, ପାଣ୍ଡବ ଏବଂ କୌରବଙ୍କର ଯୁଦ୍ଧ ହୋଇଥିଲା, ଏ ସବୁ ମନଗଢା କଥା । ଏବେ ତୁମେମାନେ
ବୁଝୁଛ ଯେ, ସେମାନେ ଦୁନିଆର ଡବଲ ହିଂସକ, ତୁମେ ହେଉଛ ଆତ୍ମିକ ଡବଲ ଅହିଂସକ । ଦେଖ ତୁମେମାନେ
କିପରି ରାଜତ୍ୱ ନେଉଛ । ଜାଣିଛ ଯୋଗବଳ ଦ୍ୱାରା ହିଁ ବିକର୍ମର ବିନାଶ ହେବ । ତୁମକୁ ଏହି ଚିନ୍ତା
ଲାଗି ରହିଛି । ଯୋଗ କରିବା ହିଁ ମେହନତର କଥା, ସେଥିପାଇଁ ଭାରତର ପ୍ରାଚୀନ ଯୋଗର ଗାୟନ ରହିଛି ।
ବିଦେଶୀମାନେ ମଧ୍ୟ ଭାରତର ପ୍ରାଚୀନ ଯୋଗ ଶିଖିବାକୁ ଚାହୁଁଛନ୍ତି । ଭାବୁଛନ୍ତି ସନ୍ନ୍ୟାସୀମାନେ
ଆମକୁ ଏହି ଯୋଗ ଶିଖାଇବେ । ବାସ୍ତବରେ ସେମାନେ କିଛି ଶିଖାଇ ପାରିବେ ନାହିଁ କାରଣ ସେମାନେ ହଠଯୋଗୀ
ସନ୍ନ୍ୟାସୀ । ତୁମେମାନେ ହେଉଛ ପ୍ରବୃତ୍ତିମାର୍ଗୀ । ପ୍ରଥମରୁ ହିଁ ତୁମର ସାମ୍ରାଜ୍ୟ ଥିଲା ।
ବର୍ତ୍ତମାନ ହେଉଛି ଶେଷ ସମୟ । ଏବେ ତ ପଞ୍ଚାୟତି ରାଜ୍ୟ ଚାଲିଛି । ଦୁନିଆରେ ଅଜ୍ଞାନ ଅନ୍ଧକାର ତ
ବହୁତ ରହିଛି । ତୁମେମାନେ ଜାଣିଛ ବର୍ତ୍ତମାନ ଖୁନେ ନାହେକ ଅର୍ଥାତ୍ ନିର୍ଦ୍ଦୋଷ ହତ୍ୟାର ଖେଳ
ହେବ । ଏପରି ମଧ୍ୟ ଏକ ଖେଳ ଦେଖାଉଛନ୍ତି, ଏହା ତ ସାରା ଦୁନିଆର କଥା ଅଟେ, କେତେ ହତ୍ୟା ହେବ ।
ପ୍ରାକୃତିକ ବିପର୍ଯ୍ୟୟ ହେବ । ସମସ୍ତଙ୍କର ମୃତ୍ୟୁ ହେବ । ଏହାକୁ ଖୁନେ ନାହେକ କୁହାଯାଉଛି ।
ଯାହାକୁ ଦେଖିବା ପାଇଁ ବହୁତ ସାହସ ଦରକାର । ଭୀରୁମାନେ ତ ତୁରନ୍ତ ବେହୋସ ହୋଇଯିବେ, ଏଥିରେ ବହୁତ
ନିର୍ଭୟତା ରହିବା ଦରକାର । ତୁମେମାନେ ତ ଶିବଶକ୍ତି ଅଟ ନା । ଶିବବାବା ହେଉଛନ୍ତି ସର୍ବଶକ୍ତିମାନ୍,
ଆମେମାନେ ତାଙ୍କଠାରୁ ଶକ୍ତି ନେଉଛୁ, ପତିତରୁ ପବିତ୍ର ହେବାର ଉପାୟ ବାବା ହିଁ କହୁଛନ୍ତି । ବାବା
ବିଲ୍କୁଲ୍ ସରଳ ରାୟ ଦେଉଛନ୍ତି - ପିଲାମାନେ, ତୁମେ ସତ୍ତ୍ୱପ୍ରଧାନ ଥିଲ, ଏବେ ତମଃପ୍ରଧାନ
ହୋଇଯାଇଛ, ବର୍ତ୍ତମାନ ବାବା କହୁଛନ୍ତି - ମୋତେ ମନେ ପକାଅ ତେବେ ତୁମେ ପତିତରୁ ପାବନ
ସତ୍ତ୍ୱପ୍ରଧାନ ହୋଇଯିବ । ଆତ୍ମାକୁ ବାବାଙ୍କ ସହିତ ଯୋଗ ଲଗାଇବାକୁ ପଡିବ ତେବେ ଯାଇ ପାପ ଭସ୍ମ
ହେବ । ସର୍ବଶକ୍ତିର ଅଧିକାରୀ ମଧ୍ୟ ବାବା ହିଁ ଅଟନ୍ତି । ଚିତ୍ରରେ ଦର୍ଶାଇଥା’ନ୍ତି -
ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ । ତାଙ୍କ ଦ୍ୱାରା ସବୁ ବେଦ ଶାସ୍ତ୍ରର ରହସ୍ୟ ବୁଝାଇଲେ
। ଏବେ ତୁମେ ଜାଣୁଛ ବ୍ରହ୍ମା ହିଁ ବିଷ୍ଣୁ, ବିଷ୍ଣୁରୁ ହିଁ ବ୍ରହ୍ମା ହେଉଛନ୍ତି । ବ୍ରହ୍ମା
ଦ୍ୱାରା ସ୍ଥାପନା କରୁଛନ୍ତି ପୁଣି ଯାହା ସ୍ଥାପନା ହେଲା ତାର ପାଳନା ମଧ୍ୟ ନିଶ୍ଚିତ କରିବେ ନା ।
ଏସବୁ ଭଲ ଭାବରେ ବୁଝାଇ ଦିଆଯାଉଛି, ଯେଉଁମାନେ ବୁଝୁଛନ୍ତି ତାଙ୍କର ମଧ୍ୟ ଏହି ଖିଆଲ ଆସିବା ଉଚିତ୍
ଯେ ଏହି ଆତ୍ମାର ଜ୍ଞାନ କିପରି ସମସ୍ତଙ୍କୁ ମିଳିପାରିବ । ଆମ ପାଖରେ ଧନ ଅଛି ତେବେ କାହିଁକି
ସେବାକେନ୍ଦ୍ର ସ୍ଥାପନା ନ କରିବା! ବାବା କହୁଛନ୍ତି ଆଚ୍ଛା ଭଡାରେ ମଧ୍ୟ ଘର ନେଇ ସେଠାରେ
ଡାକ୍ତରଖାନା ସହିତ ବିଶ୍ୱବିଦ୍ୟାଳୟ ଖୋଲ । ଯୋଗ ଦ୍ୱାରା ମୁକ୍ତି, ଜ୍ଞାନ ଦ୍ୱାରା ଜୀବନମୁକ୍ତି
ମିଳିବ । ଦୁଇ ପ୍ରକାର ସମ୍ପତ୍ତି ମିଳୁଛି । ଏଥିରେ କେବଳ ୩ ପାଦ ଭୁଇଁ ଆବଶ୍ୟକ, ଆଉ କିଛି ନୁହେଁ
। ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ ଖୋଲ । ବିଶ୍ୱ ବିଦ୍ୟାଳୟ ଅଥବା ୟୁନିଭରସିଟି, କଥା ତ ଗୋଟିଏ
ନା । ଏହା ମନୁଷ୍ୟରୁ ଦେବତା ହେବା ପାଇଁ କେତେ ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ ଅଟେ । ପଚାରୁଛନ୍ତି,
ତୁମର ଖର୍ଚ୍ଚ କିପରି ନିର୍ବାହ ହେଉଛି? ଆରେ, ବି.କେ.ମାନଙ୍କ ପିତାଙ୍କର ଏତେ ଢେର ସନ୍ତାନ ଅଛନ୍ତି,
ତୁମେ ପଚାରିବାକୁ ଆସିଛ! ବୋର୍ଡ ଉପରେ ଦେଖ କ’ଣ ଲେଖାଯାଇଛି? ଏହା ବହୁତ ଆଶ୍ଚର୍ଯ୍ୟଜନକ ଜ୍ଞାନ
ଅଟେ । ବାବା ମଧ୍ୟ ବିଚିତ୍ର ଅଟନ୍ତି ନା । ବିଶ୍ୱର ମାଲିକ ତୁମେମାନେ କିପରି ହେଉଛ! ଶିବବାବାଙ୍କୁ
ଶ୍ରୀ ଶ୍ରୀ ବୋଲି କୁହାଯିବ, କାହିଁକି ନା ସେ ସର୍ବୋଚ୍ଚ ଅଟନ୍ତି ନା । ଲକ୍ଷ୍ମୀ-ନାରାୟଣଙ୍କୁ
କୁହାଯିବ ଶ୍ରୀ ଲକ୍ଷ୍ମୀ, ଶ୍ରୀ ନାରାୟଣ । ଏ ସବୁ ଭଲ ଭାବରେ ଧାରଣ କରିବାର କଥା ଅଟେ । ବାବା
କହୁଛନ୍ତି - ମୁଁ ତୁମକୁ ରାଜଯୋଗ ଶିଖାଉଛି । ଏହା ହେଉଛି ସତ୍ୟ-ସତ୍ୟ ଅମରକଥା । କେବଳ କ’ଣ ଜଣେ
ପାର୍ବତୀଙ୍କୁ ଅମରକଥା ଶୁଣାଇଥିବେ । କେତେ ଢେର ମନୁଷ୍ୟ ଅମରନାଥ ଯାତ୍ରା କରୁଛନ୍ତି । ତୁମେ
ବାବାଙ୍କ ପାଖକୁ ରିଫ୍ରେସ୍ ହେବା ପାଇଁ ଆସିଛ । ପୁଣି ସମସ୍ତଙ୍କୁ ବୁଝାଇବାକୁ ହେବ, ବାବାଙ୍କ
ପାଖରୁ ଗଲା ପରେ ଅନ୍ୟମାନଙ୍କୁ ରିଫ୍ରେସ କରିବାକୁ ହେବ, ସେବାକେନ୍ଦ୍ର ସ୍ଥାପନା କରିବାକୁ ହେବ ।
ବାବା କହୁଛନ୍ତି କେବଳ ତିନିପାଦ ପୃଥିବୀ ନେଇ ଡାକ୍ତରଖାନା ସହିତ ବିଶ୍ୱବିଦ୍ୟାଳୟ ଖୋଲିଚାଲ ତେବେ
ଅନେକଙ୍କର କଲ୍ୟାଣ ହେବ । ଏଥିରେ ତ କିଛି ଖର୍ଚ୍ଚ କରିବାର ନାହିଁ । ସ୍ୱାସ୍ଥ୍ୟ, ସମ୍ପତ୍ତି ଓ
ଖୁସି ଏକ ସେକେଣ୍ଡରେ ମିଳିଯାଉଛି । ପିଲା ଜନ୍ମ ହେଲା ମାତ୍ରକେ ଉତ୍ତରାଧିକାରୀ ହେଉଛି । ତୁମର
ମଧ୍ୟ ନିଶ୍ଚୟ ହେଲା ଏବଂ ତୁମେ ବିଶ୍ୱର ମାଲିକ ହେଲ । କିନ୍ତୁ ଉଚ୍ଚ ପଦ ପାଇବାର ଆଧାର ହେଲା
ପୁରୁଷାର୍ଥ ।
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅନ୍ତିମ
ସମୟର ଅକାରଣେ ରକ୍ତପାତର ଦୃଶ୍ୟ ଦେଖିବା ପାଇଁ ବହୁତ-ବହୁତ ନିର୍ଭୟ, ଶିବଶକ୍ତି ହେବାକୁ ପଡିବ ।
ସର୍ବଶକ୍ତିମାନ୍ ବାବାଙ୍କର ସ୍ମୃତି ଦ୍ୱାରା ଶକ୍ତି ପ୍ରାପ୍ତ କରିବାକୁ ହେବ ।
(୨) ନିଜେ ପବିତ୍ର ହୋଇ,
ଅନ୍ୟମାନଙ୍କୁ ପବିତ୍ର କରିବାର ସଚ୍ଚା ଆତ୍ମିକ ସେବା କରିବାକୁ ହେବ । ଡବଲ ଅହିଂସକ ଅର୍ଥାତ୍ କାମ
ଓ କ୍ରୋଧଠାରୁ ମୁକ୍ତ ହେବାକୁ ପଡିବ । ଅନ୍ଧମାନଙ୍କର ଲାଠି (ସହାୟକ)ହୋଇ ସମସ୍ତଙ୍କୁ ଘରର ରାସ୍ତା
ବତାଇବାକୁ ହେବ ।
ବରଦାନ:-
ମୁଁ ଏବଂ ମୋ’ର
ପଣିଆକୁ ସମାପ୍ତ କରି ସମାନତା ବା ସମ୍ପୂର୍ଣ୍ଣତାର ଅନୁଭବ କରୁଥିବା ସଚ୍ଚା ତ୍ୟାଗୀ ହୁଅ ।
ସବୁ ମୂହୁର୍ତ୍ତରେ ସବୁ
ସଂକଳ୍ପରେ ବାବା-ବାବା ଶବ୍ଦ ସ୍ମୃତିରେ ରହିଥାଉ, ମୁଁ ପଣିଆ ସମାପ୍ତ ହୋଇଯାଉ, ଯଦି ମୁଁ ଶବ୍ଦ
ରହିବ ନାହିଁ ତେବେ ମୋ’ର ଶବ୍ଦ ମଧ୍ୟ ରହିବ ନାହିଁ । ମୋ’ର ସ୍ୱଭାବ, ମୋ’ର ସଂସ୍କାର, ମୋ’ର ନେଚର,
ମୋ’ର କାମ ବା ଡ୍ୟୁଟୀ, ମୋ’ର ନାମ, ମୋ’ର ପଦ... ଯେତେବେଳେ ଏହି ମୁଁ ଓ ମୋ’ର ପଣିଆ ସମାପ୍ତ
ହୋଇଯାଇଥାଏ, ତାହା ହିଁ ହେଉଛି ସମାନତା ଏବଂ ସମ୍ପୂର୍ଣ୍ଣତା । ତେଣୁ ଏହି ମୁଁ ଏବଂ ମୋ’ ପଣିଆର
ତ୍ୟାଗ ହିଁ ବଡରୁ ବଡ ସୂକ୍ଷ୍ମ ତ୍ୟାଗ ଅଟେ । ଏହି ମୁଁ ପଣିଆର ଅଶ୍ୱକୁ ଅଶ୍ୱମେଧ ଯଜ୍ଞରେ ସ୍ୱାହା
କର, ତେବେ ଯାଇ ଅନ୍ତିମ ଆହୁତି ପଡିବ ଏବଂ ବିଜୟର ନାଗରା ବାଜିବ ।
ସ୍ଲୋଗାନ:-
ଆଜ୍ଞା ହଁ କହି
ସହଯୋଗର ହାତ ବଢାଇବା ଅର୍ଥ ଆଶୀର୍ବାଦର ମଳା ପିନ୍ଧିବା ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର
(୨୭) ମନର ଶକ୍ତିଶାଳୀ
ବୃତ୍ତି ଦ୍ୱାରା ସେତେବେଳେ ସକାଶ ଦେଇପାରିବ ଯେତେବେଳେ ନିରନ୍ତର ଏକରସ ସ୍ଥିତିରେ ସ୍ଥିତ ହେବାର
ଅଭ୍ୟାସ ଥିବ । ଏଥିପାଇଁ ପ୍ରଥମେ ବ୍ୟର୍ଥ ସଂକଳ୍ପକୁ ଶୁଦ୍ଧ ସଂକଳ୍ପରେ ପରିବର୍ତ୍ତନ କର, ତା’ପରେ
ମାୟା ଦ୍ୱାରା ଆସୁଥିବା ଅନେକ ପ୍ରକାରର ବିଘ୍ନଗୁଡିକୁ ଈଶ୍ୱରୀୟ ଲଗନର ଆଧାରରେ ସମାପ୍ତ କର ।
ଏକମାତ୍ର ବାବା ଅନ୍ୟ କେହି ନୁହେଁ - ଏହିଭଳି ଧାରଣା ଦ୍ୱାରା ଏକାଗ୍ରତାର ଶକ୍ତିକୁ ବଢାଅ ।