27.01.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ପ୍ରତି ପଦକ୍ଷେପରେ ଶ୍ରୀମତକୁ ପାଳନ କର, ନଚେତ୍ ମାୟା ଦେବାଳିଆ କରିଦେବ, ଏହି ଆଖି ବହୁତ ଧୋକା ଦେଇଥାଏ, ତେଣୁ ଏଥିପ୍ରତି ବହୁତ ଯତ୍ନବାନ ହୁଅ” ।

ପ୍ରଶ୍ନ:-
କେଉଁ ପିଲାମାନଙ୍କ ଦ୍ୱାରା ମାୟା ବହୁତ ବିକର୍ମ କରାଇଥାଏ? ଯଜ୍ଞରେ ବିଘ୍ନ ରୂପ କିଏ ହୋଇଥାଆନ୍ତି?

ଉତ୍ତର:-
ଯେଉଁମାନଙ୍କୁ ନିଜର ଅହଂକାର ରହିଥାଏ, ସେମାନଙ୍କ ଦ୍ୱାରା ମାୟା ବହୁତ ବିକର୍ମ କରାଇଥାଏ । ଏହିଭଳି ମିଥ୍ୟା ଅହଂକାର କରୁଥିବା ପିଲାମାନେ ମୁରଲୀ ମଧ୍ୟ ପଢନ୍ତି ନାହିଁ । ଏହିଭଳି ଭୁଲ୍ କରିବା କାରଣରୁ ମାୟା ଥାପଡ ମାରି ମୂଲ୍ୟହୀନ କରିଦେଇଥାଏ । ଯଜ୍ଞରେ ବିଘ୍ନରୂପ ସେହିମାନେ ଅଟନ୍ତି, ଯାହାଙ୍କ ବୁଦ୍ଧିରେ ଝରମୁଇ-ଝଗମୁଇ ଅର୍ଥାତ୍ ପରଚିନ୍ତନର ବିଚାର ଚାଲିଥାଏ, ଏହା ବହୁତ ଖରାପ ଅଭ୍ୟାସ ଅଟେ ।

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନଙ୍କୁ ବାବା ବୁଝାଉଛନ୍ତି, ଏଠାରେ ତୁମମାନଙ୍କୁ ଏହି ଖିଆଲରେ ନିଶ୍ଚୟ ବସିବାକୁ ହେବ ଯେ ଇଏ ପିତା ମଧ୍ୟ ଅଟନ୍ତି, ଶିକ୍ଷକ ଏବଂ ପରମ ଗୁରୁ ମଧ୍ୟ ଅଟନ୍ତି ଏବଂ ଏ କଥା ମଧ୍ୟ ଅନୁଭବ କରୁଛ ଯେ ବାବାଙ୍କୁ ମନେ ପକାଇ ପବିତ୍ର ହୋଇ ପବିତ୍ର ଧାମରେ ଯାଇ ପହଞ୍ଚିବୁ । ବାବା ବୁଝାଇଛନ୍ତି - ପବିତ୍ର ଧାମରୁ ହିଁ ତୁମେ ତଳକୁ ଓହ୍ଲାଇଛ । ପ୍ରଥମେ ତୁମେ ସତ୍ତ୍ୱପ୍ରଧାନ ଥିଲ, ପୁଣି ସତ୍ୱ-ରଜୋ-ତମୋରେ ଆସିଲ । ଏବେ ତୁମେ ଜାଣୁଛ ଯେ ଆମର ଅଧୋଗତି ହୋଇଛି । ଯଦିଓ ତୁମେ ସଂଗମଯୁଗରେ ଅଛ କିନ୍ତୁ ଜ୍ଞାନ ଦ୍ୱାରା ତୁମେ ଏହି କଥା ଜାଣିଛ ଯେ ଆମେ ପୁରୁଣା ଦୁନିଆକୁ ଦୂରେଇ ଦେଇଛୁ । ଯଦି ଆମେ ଶିବବାବାଙ୍କ ସ୍ମୃତିରେ ରହୁଛୁ ତେବେ ଶିବାଳୟ ବେଶି ଦୂର ନୁହେଁ । ଯଦି ଶିବବାବାଙ୍କ ସ୍ମୃତି ରହୁନାହିଁ ତେବେ ଶିବାଳୟ ବହୁତ ଦୂର ଅଟେ । ଦଣ୍ଡ ଭୋଗ କରିବାକୁ ପଡିଥାଏ ନା, ତେଣୁ ବହୁତ ଦୂର ହୋଇଯାଉଛି । ତେଣୁ ବାବା ପିଲାମାନଙ୍କୁ କିଛି ଅଧିକ କଷ୍ଟ ଦେଉନାହାଁନ୍ତି । ପ୍ରଥମତଃ ବାରମ୍ବାର କହୁଛନ୍ତି - ମନ-ବଚନ-କର୍ମରେ ପବିତ୍ର ହେବାକୁ ପଡିବ । ଏହି ଆଖି ମଧ୍ୟ ବହୁତ ଧୋକା ଦେଇଥାଏ, ତେଣୁ ବହୁତ ସମ୍ଭାଳି କରି ଆଗେଇବାକୁ ହେବ ।

ବାବା ବୁଝାଉଛନ୍ତି - ଧ୍ୟାନ ଏବଂ ଯୋଗ ବିଲ୍‌କୁଲ୍ ଅଲଗା ଅଟେ । ଯୋଗ ଅର୍ଥାତ୍ ୟାଦ । ଆଖି ଖୋଲା ଥାଇ ମନେ ପକାଇ ପାରିବ । ଧ୍ୟାନକୁ ଯୋଗ କୁହାଯିବ ନାହିଁ । ଧ୍ୟାନକୁ ନା ଜ୍ଞାନ, ନା ଯୋଗ କୁହାଯିବ । ଧ୍ୟାନସ୍ଥ ହେଉଥିବା ପିଲାମାନଙ୍କୁ ମାୟା ମଧ୍ୟ ବହୁତ ଆକ୍ରମଣ କରିଥାଏ, ସେଥିପାଇଁ ଏଥିରେ ବହୁତ ଖବରଦାର ରହିବାକୁ ପଡିବ । ବାବାଙ୍କୁ ବିଧିପୂର୍ବକ ମନେ ପକାଇବା ଦରକାର । ନିୟମ ବିରୁଦ୍ଧ କାର୍ଯ୍ୟ କିଛି କଲେ ମାୟା ଏକଦମ ଅଧୋଗାମୀ କରାଇଦେବ । ଧ୍ୟାନରେ ଯିବା ପାଇଁ ତ କେବେ ଇଚ୍ଛା ମଧ୍ୟ ରଖିବା ଅନୁଚିତ୍ । ଇଚ୍ଛା ମାତ୍ରମ୍ ଅବିଦ୍ୟା ସ୍ଥିତି ହେବା ଦରକାର ତୁମକୁ କୌଣସି ପ୍ରକାରର ଇଚ୍ଛା ରଖିବାର ନାହିଁ । ଯଦି ବାବାଙ୍କର ଆଜ୍ଞା ଅନୁସାରେ ଚାଲୁଛ, ତେବେ ବାବା ତୁମର ସମସ୍ତ ମନୋକାମନା ବିନା ମାଗିବାରେ ପୁରଣ କରି ଦେଉଛନ୍ତି । ଯଦି ବାବାଙ୍କର ଆଜ୍ଞାର ଉଲ୍ଲଘଂନ କରି ଓଲଟା ରାସ୍ତାରେ ଚାଲିବ, ତେବେ ହୋଇପାରେ ସ୍ୱର୍ଗକୁ ଯିବା ପରିବର୍ତ୍ତେ ନର୍କ ଗତି ହେବ । ଗାୟନ ମଧ୍ୟ ଅଛି ଗଜକୁ ଗ୍ରାହ ଧରିଥିଲା । ବହୁତଙ୍କୁ ଜ୍ଞାନ ଦେଇଥିବା, ବାବାଙ୍କୁ ଭୋଗ ଲଗାଉଥିବା ଆତ୍ମାମାନେ ମଧ୍ୟ ଆଜି ନାହାଁନ୍ତି କାରଣ ଈଶ୍ୱରୀୟ ମର୍ଯ୍ୟାଦାର ଉଲଂଘନ କରିଥା’ନ୍ତି, ତେଣୁ ସମ୍ପୂର୍ଣ୍ଣ ମାୟାବୀ ହୋଇଯା’ନ୍ତି । ଦେବତା ହେବା ପରିବର୍ତ୍ତେ ଅସୁର ହୋଇଯାନ୍ତି, ସେଥିପାଇଁ ଏହି ମାର୍ଗରେ ବହୁତ ସାବଧାନୀ ରଖିବା ଆବଶ୍ୟକ । ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ପଡିଥାଏ । ବାବା ତ ପିଲାମାନଙ୍କୁ ସାବଧାନ କରୁଛନ୍ତି । ଶ୍ରୀମତର ଉଲଘଂନ କରିବାର ନାହିଁ । ଆସୁରୀ ମତରେ ଚାଲିବା ଦ୍ୱାରା ହିଁ ତୁମର ଅବନତି ହୋଇଛି । କେଉଁଠୁ ଆସି କେଉଁଠି ପହଞ୍ଚି ଯାଇଛ । ଏକଦମ ତଳେ ପହଞ୍ଚି ଗଲଣି । ଯଦି ଏବେ ମଧ୍ୟ ଶ୍ରୀମତରେ ନ ଚାଲିବ, ବେଖାତିର କରିବ ତେବେ ପଦଭ୍ରଷ୍ଟ ହୋଇଯିବ । ବାବା ତ କାଲି ମଧ୍ୟ ବୁଝାଇଥିଲେ ଯାହା କିଛି ଶ୍ରୀମତ ଆଧାର ବିନା କରିଥାଅ, ତାହା ଦ୍ୱାରା ବହୁତ ଅପସେବା ହୋଇଯାଏ । ବିନା ଶ୍ରୀମତରେ କାର୍ଯ୍ୟ କଲେ ତଳକୁ ତଳକୁ ଖସିଯିବ । ବାବା ତ ଆରମ୍ଭରୁ ମାତାମାନଙ୍କୁ ନିମିତ୍ତ ରଖିଛନ୍ତି କାରଣ କଳସ ମଧ୍ୟ ମାତାମାନଙ୍କୁ ମିଳିଥାଏ । ବନ୍ଦେ ମାତରମ୍‌ର ଗାୟନ ହେଉଛି । ବ୍ରହ୍ମାବାବା ମଧ୍ୟ ମାତାମାନଙ୍କର ଗୋଟିଏ କମିଟି କରି ନିଜର ସବୁ କିଛି ତାଙ୍କ ନାମରେ ସମର୍ପଣ କରିଦେଲେ । କନ୍ୟାମାନେ ବିଶ୍ୱାସ ପାତ୍ର ହୋଇଥା’ନ୍ତି ନା । ପ୍ରାୟତଃ ପୁରୁଷମାନେ ଦେବାଳିଆ ହୋଇଥା’ନ୍ତି । ତେବେ ବାବା ମଧ୍ୟ କଳସ ମାତାମାନଙ୍କ ଉପରେ ରଖିଛନ୍ତି । ଏହି ଜ୍ଞାନମାର୍ଗରେ ମାତାମାନେ ମଧ୍ୟ ଦେବାଳିଆ ହୋଇପାରନ୍ତି । ଯେଉଁମାନେ ପଦମାପଦମ ଭାଗ୍ୟଶାଳୀ ହେଲାବାଲା ଅଟନ୍ତି, ସେମାନେ ମଧ୍ୟ ମାୟାଠାରୁ ହାରିଯାଇ ଦେବାଳିଆ ହୋଇପାରନ୍ତି । ଏହି ମାର୍ଗରେ ସ୍ତ୍ରୀ-ପୁରୁଷ ଉଭୟ ଦେବାଳିଆ ହେବାର ସମ୍ଭାବନା ଅଛି । ଦୁନିଆରେ କେବଳ ପୁରୁଷମାନେ ହିଁ ଦେବାଳିଆ ହୋଇଥା’ନ୍ତି । ଏଠାରେ ଦେଖ କେତେ ସବୁ ହାରି ଯାଇ ହାତ ଛାଡି ଚାଲିଗଲେ ଅର୍ଥାତ୍ ଦେବାଳିଆ ହୋଇଗଲେ ନା । ବାବା ବସି ବୁଝାଉଛନ୍ତି - ଭାରତବାସୀମାନେ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇଛନ୍ତି । ମାୟା କେତେ ଶକ୍ତିଶାଳୀ ଅଟେ । ବୁଝିପାରୁନାହାଁନ୍ତି ଯେ ଆମେ କ’ଣ ଥିଲୁ? କେତେ ଶ୍ରେଷ୍ଠରୁ କେତେ ସାଧାରଣ ହୋଇଯାଇଛୁ । ଏଠାରେ ମଧ୍ୟ ଉଚ୍ଚକୁ ଚଢୁ-ଚଢୁ ପୁଣି ଶ୍ରୀମତକୁ ଭୁଲି ନିଜ ମତରେ ଚାଲିଥାନ୍ତି, ତେଣୁ ଦେବାଳିଆ ହୋଇଯାଇଥାନ୍ତି । ତେବେ କୁହ ତାଙ୍କର ଅବସ୍ଥା କ’ଣ ହେବ । ଦୁନିଆରେ ତ ଦେବାଳିଆ ହୋଇଗଲେ ପୁଣି ୫-୭ ବର୍ଷ ପରେ ଅବସ୍ଥା ସୁଧୁରିଯାଏ । ଏଠାରେ ତ ୮୪ ଜନ୍ମ ପାଇଁ ଦେବାଳିଆ ହୋଇଯାଆନ୍ତି । ପୁଣି ଉଚ୍ଚପଦ ପାଇପାରିବେ ନାହିଁ, ଦେବାଳିଆ ହୋଇଚାଲିବେ ଅର୍ଥାତ୍ ସାରାକଳ୍ପ ଛୋଟ ପଦ ପାଇବେ । କେତେକ ମହାରଥୀ ଯିଏକି ବହୁତଙ୍କୁ ପ୍ରେରଣା ଦେଉଥିଲେ ଆଜି ସେମାନେ ନାହାଁନ୍ତି । ଦେବାଳିଆ ଅବସ୍ଥାରେ ଅଛନ୍ତି । ଏଠାରେ ପ୍ରାପ୍ତି ବହୁତ ଶ୍ରେଷ୍ଠ, କିନ୍ତୁ ଯଦି ସାବଧାନ ନ ରହିବ, ତେବେ ଉପରୁ ଏକଦମ ନିମ୍ନଗାମୀ ହୋଇଯିବ । ମାୟା ଗ୍ରାସ କରିନେବ । ପିଲାମାନଙ୍କୁ ବହୁତ ଖବରଦାର ରହିବାକୁ ହେବ । ନିଜ ଇଚ୍ଛାରେ କମିଟୀ ଆଦି କରିବା, ସେଥିରେ କିଛି ଲାଭ ନାହିଁ । ବାବାଙ୍କ ସହିତ ବୁଦ୍ଧିଯୋଗ ରଖ - ଯାହାଦ୍ୱାରା ସତ୍ୱପ୍ରଧାନ ହୋଇପାରିବ । ବାବାଙ୍କର ସନ୍ତାନ ହୋଇ ଯଦି ବାବାଙ୍କ ସହିତ ଯୋଗଯୁକ୍ତ ହୋଇ ନ ଥା’ନ୍ତି ଶ୍ରୀମତର ଉଲଘଂନ କରିଥା’ନ୍ତି, ତେବେ ଏକଦମ୍ ସ୍ଥିତି ବିଗିଡି ଯାଇଥାଏ । ବାବାଙ୍କ ସହ ସଂଯୋଗ ହିଁ ତୁଟିଯାଇଥାଏ । ସମ୍ପର୍କ କଟିଯାଏ । ଯଦି ସମ୍ପର୍କ କଟିଯାଉଛି, ତେବେ ଯାଞ୍ଚ କରିବା ଦରକାର ଯେ ମାୟା ମୋତେ ଏତେ ହଇରାଣ କାହିଁକି କରୁଛି । ଚେଷ୍ଟା କରି ବାବାଙ୍କ ସହିତ ସମ୍ପର୍କ ଯୋଡିବା ଦରକାର ନଚେତ୍ ବ୍ୟାଟେରୀ ଚାର୍ଜ କିପରି ହେବ । ବିକର୍ମ କରିବା ଦ୍ୱାରା ବ୍ୟାଟେରୀ ଡିସ୍‌ଚାର୍ଜ (ଖାଲି) ହୋଇଯାଇଥାଏ । ଉଚ୍ଚକୁ ଚଢୁ-ଚଢୁ ନିମ୍ନଗାମୀ ହୋଇଯା’ନ୍ତି । ତୁମେ ଜାଣିଛ ଏପରି ଅନେକ ଅଛନ୍ତି । ଆରମ୍ଭ ସମୟରେ କେତେ ସବୁ ଆତ୍ମା ଆସି ବାବାଙ୍କର ହେଲେ । ଓମ୍ ମଣ୍ଡଳୀକୁ ଆସିଲେ କିନ୍ତୁ ସେମାନେ ଆଜି କାହାନ୍ତି? ଚାଲିଗଲେ, କାହିଁକି ନା ପୁରୁଣା ଦୁନିଆ ମନେ ପଡିଲା । ଏବେ ବାବା କହୁଛନ୍ତି ମୁଁ ତୁମକୁ ବେହଦର ବୈରାଗ୍ୟ କରାଉଛି । ଏହି ପୁରୁଣା ପତିତ ଦୁନିଆରେ ମନ ଲଗାଇବାର ନାହିଁ । ମନକୁ ସ୍ୱର୍ଗ ଦୁନିଆ ସହିତ ଲଗାଅ, ଏଥିରେ ପରିଶ୍ରମ କରିବାକୁ ହେବ । ଯଦି ଏହିଭଳି ଲକ୍ଷ୍ମୀ-ନାରାୟଣ ହେବାକୁ ଚାହୁଁଛ ତେବେ ପରିଶ୍ରମ କରିବାକୁ ପଡିବ । ବୁଦ୍ଧିଯୋଗ ଏକ ବାବାଙ୍କ ସହିତ ରହିବା ଦରକାର । ପୁରୁଣା ଦୁନିଆରୁ ବୈରାଗ୍ୟ ଆସିବା ଦରକାର । ଆଚ୍ଛା, ପୁରୁଣା ଦୁନିଆକୁ ଭୁଲିଯିବା ଠିକ୍ କଥା । ତେବେ କାହାକୁ ମନେ ରଖିବା? ଶାନ୍ତିଧାମ-ସୁଖଧାମକୁ । ଯେତେ ହୋଇପାରିବ ଉଠିବା-ବସିବା ସମୟରେ, ଚାଲିବା-ବୁଲିବା ସମୟରେ ବାବାଙ୍କୁ ମନେ ପକାଅ । ବେହଦ ସୁଖ ମିଳୁଥିବା ସ୍ୱର୍ଗକୁ ମନେ ପକାଅ । ଏହା ତ ବିଲ୍‌କୁଲ୍ ସହଜ ଅଟେ । ଯଦି ବାବାଙ୍କର ଏହି ଦୁଇଟି ଆଶାର ବିପରୀତ ଦିଗରେ ଚାଲିଥାନ୍ତି, ତେବେ ପଦଭ୍ରଷ୍ଟ ହୋଇଯାଇଥାଏ । ତୁମେ ଏଠାକୁ ଆସିଛ ନରରୁ ନାରାୟଣ ହେବା ପାଇଁ । ସମସ୍ତଙ୍କୁ କହୁଛ ତମୋପ୍ରଧାନରୁ ସତ୍ୱପ୍ରଧାନ ହେବାକୁ ପଡିବ, କାହିଁକି ନା ଘରକୁ ଫେରିବାର ସମୟ । ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ଅର୍ଥାତ୍ ସ୍ୱର୍ଗରୁ ନର୍କ, ପୁଣି ନର୍କରୁ ସ୍ୱର୍ଗ ହେବ । ଏହି ଚକ୍ର ଘୂରି ଚାଲିଛି । ବାବା କହିଛନ୍ତି ଏଠାରେ ସ୍ୱଦର୍ଶନ ଚକ୍ରଧାରୀ ହୋଇ ବସ । ଏହି ସ୍ମୃତିରେ ରୁହ ଯେ ମୁଁ କେତେ ଥର ଏହିଭଳି ଚକ୍ର ଲଗାଇଛି । ମୁଁ ସ୍ୱଦର୍ଶନ ଚକ୍ରଧାରୀ ଅଟେ, ଏବେ ପୁନର୍ବାର ଦେବତା ହେଉଛି । ଦୁନିଆରେ କେହି ବି ଏହି ରହସ୍ୟକୁ ଜାଣିନାହାଁନ୍ତି । ଏହି ଜ୍ଞାନ ଦେବତାମାନଙ୍କୁ ତ ଶୁଣିବାର ନାହିଁ । ସେମାନେ ତ ପବିତ୍ର ହିଁ ଅଟନ୍ତି । ସେମାନଙ୍କ ମଧ୍ୟରେ ଜ୍ଞାନ ହିଁ ନ ଥାଏ ଯାହାଦ୍ୱାରା କି ଶଙ୍ଖଧ୍ୱନୀ କରିବେ ଅର୍ଥାତ୍ କାହାକୁ ଶୁଣାଇବେ । ସେମାନେ ପବିତ୍ର ମଧ୍ୟ ଅଟନ୍ତି ସେଥିପାଇଁ ସେମାନଙ୍କୁ କୌଣସି ନିଶାନୀ ଦେବାର ଆବଶ୍ୟକତା ହିଁ ନାହିଁ । ନିଶାନୀ (ଅଳଙ୍କାର) ସେତେବେଳେ ଦିଆଯାଇଥାଏ ଯେତେବେଳେ ଦୁଇଜଣ ଏକାଠି ଚତୁର୍ଭୁଜ ରୂପେ ଥା’ନ୍ତି । ତୁମକୁ ମଧ୍ୟ ଦିଆଯାଉନାହିଁ କାରଣ ତୁମେ ଆଜି ଦେବତା ଅଛ, କାଲି ପୁଣି ହାତ ଛାଡି ଦେଉଛ । ମାୟା ହାତ ଛଡାଇ ଦେଉଛି ନା । ବାବା ଦେବତା କରୁଛନ୍ତି, ମାୟା ପୁଣି ଅସୁର କରିଦେଉଛି । ଅନେକ ପ୍ରକାରରେ ମାୟା ପରୀକ୍ଷା ନେଉଛି । ଯେତେବେଳେ ବାବା ଆସି ବୁଝାଇଥାନ୍ତି, ସେତେବେଳେ ଜଣାପଡିଥାଏ ଯେ ପ୍ରକୃତରେ ଆମର ଅବସ୍ଥା ବିଗିଡି ଯାଇଛି । କେତେକ ସନ୍ତାନ ବିଚରା ସବୁ କିଛି ଶିବବାବାଙ୍କର ଭଣ୍ଡାରରେ ଜମା କରିଛନ୍ତି ତଥାପି ବି କେବେ କେବେ ମାୟାଠାରୁ ହାରିଯାଉଛନ୍ତି । ଶିବବାବାଙ୍କର ହୋଇଗଲେ ପୁଣି କାହିଁକି ଭୁଲି ଯାଉଛନ୍ତି, ଏଥିରେ ଯୋଗର ଯାତ୍ରା ହେଲା ମୁଖ୍ୟ । ଯୋଗ ଦ୍ୱାରା ହିଁ ପବିତ୍ର ହେବାର ଅଛି । ଜ୍ଞାନ ସହିତ ପବିତ୍ରତା ମଧ୍ୟ ଦରକାର । ତୁମେ ମଧ୍ୟ ଡାକୁଥିଲ - ବାବା ଆମକୁ ଆସି ପବିତ୍ର କର, ଯାହାକି ଆମେ ସ୍ୱର୍ଗକୁ ଯାଇପାରିବୁ । ପବିତ୍ର ହୋଇ ଉଚ୍ଚ ପଦ ପାଇବା ପାଇଁ ଯୋଗର ଯାତ୍ରା ହିଁ ମୁଖ୍ୟ । ଯେଉଁମାନେ ଛାଡି ଚାଲି ଯାଉଛନ୍ତି, ସେମାନେ ଯେହେତୁ କିଛି ନା କିଛି ଜ୍ଞାନ ଶୁଣିଛନ୍ତି ତେଣୁ ଶିବାଳୟରେ ନିଶ୍ଚିତ ଆସିବେ । ଭଲେ ଯେଉଁ ପଦ ବି ପ୍ରାପ୍ତ କରନ୍ତୁ କିନ୍ତୁ ସ୍ୱର୍ଗରେ ଆସିବେ ନିଶ୍ଚିତ । ଯଦି ଥରେ ମାତ୍ର ବି ବାବାଙ୍କୁ ମନେ ପକାଇ ଥିବେ ତେବେ ମଧ୍ୟ ସ୍ୱର୍ଗରେ ଆସିଯିବେ, ବାକି ଉଚ୍ଚ ପଦ ମିଳିବ ନାହିଁ । ସ୍ୱର୍ଗର ନାମ ଶୁଣି ଖୁସି ହୋଇଯିବା ଉଚିତ୍ ନୁହେଁ । ଫେଲ ହୋଇ ପାଇ ପଇସାର ପଦ ପାଇବା, ଏଥିରେ ଖୁସି ହେବା ଉଚିତ୍ ନୁହେଁ । ସ୍ୱର୍ଗରେ ପଦ ତ ଅନେକ ପ୍ରକାରର ରହିଛି ନା । ଅନୁଭବ ତ ହୋଇଥାଏ ନା - ମୁଁ ସେବକ ଅଟେ, ମେହେନ୍ତର ଅଟେ । ଶେଷ ବେଳକୁ ତୁମକୁ ସବୁ ସାକ୍ଷାତ୍‌କାର ହେବ - ମୁଁ କ’ଣ ହେବି, ମୋ ଦ୍ୱାରା କ’ଣ ବିକର୍ମ ହୋଇଛି ଯାହାକି ଏଭଳି ଅବସ୍ଥା ହେଲା? ମୁଁ ମହାରାଣୀ କାହିଁକି ହୋଇପାରିଲି ନାହିଁ? ପ୍ରତି ପାଦରେ ଖବରଦାର ହୋଇ ଚାଲିଲେ ତୁମେ ପଦମାପଦମପତି ହୋଇପାରିବ । ଖବରଦାର ନ ହେଲେ ପଦମପତି ହୋଇପାରିବ ନାହିଁ । ମନ୍ଦିରମାନଙ୍କରେ ଦେବତାମାନଙ୍କୁ ପଦମା ପଦମପତି ହେବାର ଚିହ୍ନ ଦେଖାଇଥାନ୍ତି । ପ୍ରଭେଦ ତ ଜଣାପଡିଯାଇଥାଏ ନା । ପଦବୀରେ ମଧ୍ୟ ବହୁତ ଅନ୍ତର ଥାଏ । ଏବେ ମଧ୍ୟ ଦୁନିଆରେ ଦେଖ କେତେ ପ୍ରକାରର ପଦ ରହିଛି । କେତେ ଆଡମ୍ବରରେ ଅଛନ୍ତି । ଯଦିଓ ତାହା ଅଳ୍ପକାଳର ସୁଖ ଅଟେ । ତେଣୁ ଏବେ ବାବା କହୁଛନ୍ତି ତୁମକୁ ଉଚ୍ଚ ପଦ ପାଇବାର ଅଛି । ଯେଉଁ ପଦ ପାଇଁ ସମସ୍ତେ ହାତ ଉଠାଇଥା’ନ୍ତି ଏହିଭଳି ପଦ ପାଇବାକୁ ହେଲେ, ସେହିଭଳି ପୁରୁଷାର୍ଥ ମଧ୍ୟ କରିବାକୁ ପଡିବ । ଅନ୍ୟମାନଙ୍କୁ ହାତ ଉଠାଇବା ପାଇଁ କହୁଥିବା ସନ୍ତାନ ମଧ୍ୟ ନିଜେ ଛାଡି ଚାଲିଯାଉଛନ୍ତି । କୁହନ୍ତି ଇଏ ଦେବତା ହେବାକୁ ଯାଉଥିଲେ, ପୁରୁଷାର୍ଥ କରୁ କରୁ ଛାଡି ଚାଲିଗଲେ । ହାତ ଉଠାଇବା ସହଜ, ବହୁତଙ୍କୁ ଜ୍ଞାନ ବୁଝାଇବା ମଧ୍ୟ ସହଜ । ମହାରଥୀ ହୋଇ ଅନ୍ୟକୁ ଜ୍ଞାନ ବୁଝାଉଥିଲେ ମଧ୍ୟ ନିଜେ ଅର୍ନ୍ତଧ୍ୟାନ ହୋଇଯାଉଛନ୍ତି । ଅନ୍ୟର କଲ୍ୟାଣ କରି ନିଜେ ନିଜର ଅକଲ୍ୟାଣ କରି ଦେଉଛନ୍ତି, ସେଥିପାଇଁ ବାବା ବୁଝାଉଛନ୍ତି ଖବରଦାର ରୁହ । ଅନ୍ତର୍ମୁଖୀ ହୋଇ ବାବାଙ୍କୁ ମନେ ପକାଇବାକୁ ହେବ । କିଭଳି? ବାବା ଆମର ପିତା ବି ଅଟନ୍ତି, ଶିକ୍ଷକ ଏବଂ ସଦ୍‌ଗୁରୁ ମଧ୍ୟ ଅଟନ୍ତି, ଆମେ ଆମର ମିଠାଘରକୁ ଯାଉଛୁ । ଏହି ସବୁ ଜ୍ଞାନ ବୁଦ୍ଧିରେ ରହିବା ଦରକାର । ବାବାଙ୍କ ପାଖରେ ଜ୍ଞାନ ଏବଂ ଯୋଗ ଦୁଇଟିଯାକ ଅଛି । ତୁମ ଭିତରେ ମଧ୍ୟ ରହିବା ଦରକାର । ଆମେ ଜାଣିଛୁ ଶିବବାବା ପାଠପଢାଉଛନ୍ତି ତେଣୁ ଏହା ଜ୍ଞାନ ବି ହେଲା, ଯୋଗ ବି ହେଲା । ଜ୍ଞାନ ଏବଂ ଯୋଗ ଦୁଇଟିଯାକ ଏକାଠି ଚାଲିଥାଏ । ଏମିତି ନୁହେଁ, ଯୋଗରେ ବସି ଶିବବାବାଙ୍କୁ ମନେ ପକାଉଥିବା ଏବଂ ଜ୍ଞାନକୁ ଭୁଲି ଯାଇଥିବା । ବାବା ଯୋଗ ଶିଖାଉଛନ୍ତି ତେବେ ଜ୍ଞାନକୁ କ’ଣ ଭୁଲିଯାଉଛନ୍ତି । ସାରା ଜ୍ଞାନ ତାଙ୍କ ଭିତରେ ରହିଛି । ତୁମମାନଙ୍କ ଭିତରେ ଏହି ଜ୍ଞାନ ରହିବା ଦରକାର । ପଢିବା ଦରକାର । ଯେପରି କର୍ମ ମୁଁ କରିବି ମୋତେ ଦେଖି ଅନ୍ୟମାନେ ମଧ୍ୟ କରିବେ । ମୁଁ ମୁରଲୀ ନ ପଢିଲେ ଅନ୍ୟମାନେ ମଧ୍ୟ ପଢିବେ ନାହିଁ । ମୋର ଯେପରି ଦୁର୍ଗତି ହେବ ଅନ୍ୟମାନଙ୍କର ମଧ୍ୟ ସେହିପରି ଦୁର୍ଗତି ହେବ । ମୁଁ ଅନ୍ୟମାନଙ୍କ ଅଧୋଗତିର ନିମିତ୍ତ ହୋଇଯିବି । କେତେକ ସନ୍ତାନ ମୁରଲୀ ପଢୁନାହାଁନ୍ତି, ମିଥ୍ୟା ଅହଂକାର ଆସିଯାଉଛି । ମାୟା ତାଙ୍କ ଉପରେ ତୁରନ୍ତ ଆକ୍ରମଣ କରି ଦେଇଥାଏ । ତେଣୁ ପ୍ରତି ପାଦରେ ଶ୍ରୀମତ ଦରକାର । ନଚେତ୍ କିଛି ନା କିଛି ବିକର୍ମ ହୋଇଯାଇଥାଏ । ବହୁତ ସନ୍ତାନ ଅଛନ୍ତି ଯେଉଁମାନେ ଅନେକ ଭୁଲ୍ କରିଥା’ନ୍ତି, ତେଣୁ ସତ୍ୟାନାଶ ହୋଇଯାଇଥାଏ । ଭୁଲ୍ କରିବା ଦ୍ୱାରା ମାୟା ଥାପଡ ମାରି ମୂଲ୍ୟହୀନ କରିଦେଇଥାଏ । ତେଣୁ ବୁଝି ବିଚାରି କର୍ମ କରିବା ଦରକାର । ଅହଂକାର ଆସିବା ଦ୍ୱାରା ମାୟା ବହୁତ ବିକର୍ମ କରାଇ ଦେଇଥାଏ । ଯଦି କୌଣସି କମିଟି ଆଦି ଗଢୁଛ, ତେବେ ସେଥିରେ ମୁଖ୍ୟ ରୂପରେ ଜଣେ-ଦୁଇଜଣ ମହିଳା ଅର୍ଥାତ୍ ଟିଚର ଭଉଣୀ ନିଶ୍ଚିତ ରହିବା ଦରକାର, ଯାହାଙ୍କ ମତ ଅନୁସାରେ କାର୍ଯ୍ୟ ହେବ । କଳସ ତ ଲକ୍ଷ୍ମୀଙ୍କ ଉପରେ ରଖାଯାଇଛି ନା । ଗାୟନ ମଧ୍ୟ ଅଛି ଯେତେବେଳେ ଲକ୍ଷ୍ମୀ ଅମୃତ ପାନ କରାଉଥିଲେ ସେତେବେଳେ ଅସୁରମାନେ ମଧ୍ୟ ପାନ କରିଥିଲେ । କେଉଁଠି ଯଜ୍ଞରେ ବିଘ୍ନ ମଧ୍ୟ ପକାଉଛନ୍ତି, ଅନେକ ପ୍ରକାରର ବିଘ୍ନ ପକାଇଲାବାଲା ଅଛନ୍ତି । ସାରାଦିନ ବୁଦ୍ଧିରେ ପରଚିନ୍ତନର କଥା ରହିଥାଏ, ଏହା ବହୁତ ଖରାପ ଅଭ୍ୟାସ ଅଟେ । ଯଦି କୌଣସି ଘଟଣା ଘଟୁଛି, ତେବେ ବାବାଙ୍କୁ ଜଣାଅ । ସୁଧାରିଲାବାଲା ତ ଏକମାତ୍ର ବାବା ହିଁ ଅଟନ୍ତି । ତୁମେ ନିଜ ହାତରେ ଆଇନର ଅପବ୍ୟବହାର କର ନାହିଁ । ତୁମେ ବାବାଙ୍କ ସ୍ମୃତିରେ ରୁହ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ ତେବେ ଯାଇ ଏହିଭଳି ହୋଇପାରିବ । ମାୟା ବହୁତ କଡା ଅଟେ, କାହାକୁ ମଧ୍ୟ ଛାଡୁ ନାହିଁ । ସବୁ ସମୟରେ ବାବାଙ୍କୁ ସମାଚାର ଲେଖିବା ଦରକାର । ତାଙ୍କଠାରୁ ନିର୍ଦ୍ଦେଶ ନେବା ଦରକାର । ଏମିତି ତ ପ୍ରତ୍ୟେକ କଥାରେ ନିର୍ଦ୍ଦେଶ ମିଳି ଆସୁଛି । ପିଲାମାନେ ଭାବୁଛନ୍ତି ବାବା ତ ଆପେ ଆପେ ଏହି କଥା ଉପରେ ବୁଝାଇ ଦେଲେ, ତେଣୁ ଅନ୍ତର୍ଯ୍ୟାମୀ ଅଟନ୍ତି । ବାବା କହୁଛନ୍ତି ନା, ମୁଁ ତ ଜ୍ଞାନ ଶୁଣାଉଛି । ଏଥିରେ ଅନ୍ତର୍ଯ୍ୟାମୀର ତ କୌଣସି କଥା ନାହିଁ । ହଁ, ଏକଥା ଜାଣନ୍ତି ଯେ ଏମାନେ ସମସ୍ତେ ମୋର ସନ୍ତାନ । ପ୍ରତ୍ୟେକଙ୍କ ଭିତରେ ଥିବା ଆତ୍ମା ମୋର ସନ୍ତାନ ଅଟେ । ବାକି ଏମିତି ନୁହେଁ ଯେ ବାବା ସମସ୍ତଙ୍କ ମଧ୍ୟରେ ବିରାଜମାନ ଅଛନ୍ତି । ମନୁଷ୍ୟମାନେ ଓଲଟା ଭାବି ନେଇଛନ୍ତି ।

ବାବା କହୁଛନ୍ତି ମୁଁ ଜାଣିଛି ସମସ୍ତଙ୍କ ଭ୍ରୃକୁଟୀ ଆସନରେ ଆତ୍ମା ବିରାଜମାନ ଅଛି । ଏହା ତ କେତେ ସହଜ କଥା । ତଥାପି ମଧ୍ୟ ଭୁଲିଯାଇ ପରମାତ୍ମା ସର୍ବବ୍ୟାପୀ କହିଦେଉଛନ୍ତି । ଏହା ହେଲା ମୁଖ୍ୟ ଭୁଲ, ଯେଉଁ ଭୁଲ୍‌ରୁ ଅନେକ ଭୁଲର ଉତ୍ପନ୍ନ ହୋଇଥାଏ, ଯେଉଁ କାରଣରୁ ଏତେ ତଳକୁ ଖସିଗଲେ । ବିଶ୍ୱର ମାଲିକ କରୁଥିବା ବାବାଙ୍କୁ ତୁମେ ଗାଳି ଦେଉଛ ସେଥିପାଇଁ ବାବା କହୁଛନ୍ତି ଯଦା ଯଦା ହି ଧର୍ମସ୍ୟ... ଯେହେତୁ ବାବା ଏଠାକୁ ଆସୁଛନ୍ତି, ତେଣୁ ପିଲାମାନଙ୍କୁ ଭଲ ଭାବରେ ବିଚାର ସାଗର ମନ୍ଥନ କରିବା ଦରକାର । ଜ୍ଞାନ ଉପରେ ବହୁତ ବହୁତ ବିଚାର ସାଗର ମନ୍ଥନ କରିବା ଦରକାର, ଏଥିପାଇଁ ସମୟ ଦେବା ଦରକାର ତେବେ ଯାଇ ତୁମେ ନିଜର କଲ୍ୟାଣ କରିପାରିବ, ଏଥିରେ ଟଙ୍କା-ପଇସାର କୌଣସି କଥା ନାହିଁ । ଭୋକରେ ତ କେହି ମରିବ ନାହିଁ । ଯେତେ ଯିଏ ବାବାଙ୍କ ପାଖରେ ଜମା କରିଥାନ୍ତି, ସେତେ ତାଙ୍କର ଭାଗ୍ୟ ଉଚ୍ଚ ହୋଇଥାଏ । ବାବା ବୁଝାଇଛନ୍ତି ଜ୍ଞାନ ଏବଂ ଭକ୍ତି ପରେ ହେଲା ବୈରାଗ୍ୟ । ବୈରାଗ୍ୟ ଅର୍ଥାତ୍ ସବୁ କିଛି ଭୁଲିଯିବାକୁ ପଡିଥାଏ । ନିଜକୁ ଶରୀରରୁ ଅଲଗା କରିଦେବା ଉଚିତ୍ । ଶରୀରରୁ ବାହାରି ମୁଁ ଆତ୍ମା ଏବେ ଘରକୁ ଯାଉଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜ ଉପରେ ବହୁତ ବହୁତ ନିୟନ୍ତ୍ରଣ ରଖିବାକୁ ହେବ । ଶ୍ରୀମତକୁ କେବେ ବି ଅଣଦେଖା କରିବା ଉଚିତ୍ ନୁହେଁ । ବହୁତ-ବହୁତ ସତର୍କ ରଖିବାକୁ ହେବ, କେବେ ବି କୌଣସି ଈଶ୍ୱରୀୟ ନିୟମର ଉଲଘଂନ ନ ହେଉ ।

(୨) ଅନ୍ତମୁର୍ଖୀ ହୋଇ ଏକମାତ୍ର ବାବାଙ୍କ ସହିତ ବୁଦ୍ଧିର ସମ୍ବନ୍ଧ ଯୋଡିବାକୁ ହେବ । ଏହି ପତିତ ପୁରୁଣା ଦୁନିଆ ପ୍ରତି ବେହଦର ବୈରାଗ୍ୟ ରଖିବାକୁ ହେବ । ବୁଦ୍ଧିରେ ରହୁ - ଯେପରି କର୍ମ ମୁଁ କରିବି, ମୋତେ ଦେଖି ସମସ୍ତେ କରିବେ ।

ବରଦାନ:-
ଜ୍ଞାନର ପଏଣ୍ଟ ଗୁଡିକୁ ପ୍ରତିଦିନ ବୁଦ୍ଧିରେ ଦୋହାରାଇ ସମାଧାନ ସ୍ୱରୂପ ହେଉଥିବା ବେଗମପୁରର ସମ୍ରାଟ ହୁଅ ।

ଜ୍ଞାନର ଯେଉଁ ସବୁ ପଏଣ୍ଟ ଗୁଡିକ ତୁମର ଡାଇରିରେ ଅଥବା ବୁଦ୍ଧିରେ ରହିଛି ସେଗୁଡିକୁ ପ୍ରତିଦିନ ଦୋହରାଅ ଏବଂ ସେଗୁଡିକୁ ଅନୁଭବ କର ଯାହାଦ୍ୱାରା ଯେ କୌଣସି ସମସ୍ୟାର ସମାଧାନ ସହଜରେ କରିପାରିବ । କେବେ ବି ବ୍ୟର୍ଥ ସଂକଳ୍ପର ହାତୁଡି ଦ୍ୱାରା ସମସ୍ୟା ରୂପୀ ପଥରକୁ ଭାଙ୍ଗିବାରେ ସମୟ ନଷ୍ଟ କର ନାହିଁ । “ଡ୍ରାମା” ଶବ୍ଦର ସ୍ମୃତି ଦ୍ୱାରା ହାଇଜମ୍ପ ଦେଇ ଆଗକୁ ବଢିଚାଲ । ତା’ପରେ ଏହି ପୁରୁଣା ସଂସ୍କାର ଗୁଡିକ ତୁମର ଦାସ ହୋଇଯିବେ, କିନ୍ତୁ ପ୍ରଥମେ ତୁମେ ରାଜା ହୁଅ, ସିଂହାସନ ଅଧିକାରୀ ହୁଅ ।

ସ୍ଲୋଗାନ:-
ପ୍ରତ୍ୟେକ ଆତ୍ମାଙ୍କୁ ସମ୍ମାନ ଦେବା ହିଁ ସମ୍ମାନ ପ୍ରାପ୍ତ କରିବା ଅଟେ ।

ଅବ୍ୟକ୍ତ ଈଶାରା:- ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।

ଜୀବନ ବନ୍ଧନ ସମୟରେ ହିଁ ଜୀବନମୁକ୍ତ ସ୍ଥିତିରେ ଅନୁଭବ ହୋଇଥାଏ, ସେଠାରେ ତ ଜୀବନ ବନ୍ଧନର କୌଣସି କଥା ହିଁ ନାହିଁ । ସେଠାରେ ତ କେବଳ ଏହି ସମୟର ପ୍ରାରବ୍ଧ ଭୋଗ କରିବ, ମୁକ୍ତିଧାମର ମୁକ୍ତିର ଅନୁଭବ ଯାହାକି ବର୍ତ୍ତମାନ କରିପାରିବ ତାହା ସେଠାରେ କରିପାରିବ ନାହିଁ । ସେଥିପାଇଁ ସଂଗମଯୁଗରେ ହିଁ ମୁକ୍ତି ଜୀବନମୁକ୍ତିର ଅନୁଭବ କର । ସମ୍ପତ୍ତିର ଅଧିକାରୀ ତ ହୋଇଯାଇଛ, ଏବେ ତାକୁ ଜୀବନରେ ଧାରଣ କରି ପୂରା ଲାଭ ଉଠାଅ ।