27.03.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କର ଜୀବନ ରୂପୀ ନୌକାକୁ ପାରି କରିବା ପାଇଁ ବାବା ନାଉରୀଆ ରୂପରେ ଆସିଛନ୍ତି, ତେଣୁ ତାଙ୍କ ସହିତ ବିଶ୍ୱସ୍ତ ହୋଇ ରୁହ ତେବେ ନୌକା ହଲଚଲ ହେବ କିନ୍ତୁ ବୁଡି ପାରିବ ନାହିଁ ।’’

ପ୍ରଶ୍ନ:-
ବାବାଙ୍କର ସ୍ମୃତି ପିଲାମାନଙ୍କ ଭିତରେ ଯଥାର୍ଥ ଭାବରେ ନ ରହିବାର ମୁଖ୍ୟ କାରଣ କ’ଣ?

ଉତ୍ତର:-
ସାକାର ଦେହଧାରୀ ଅବସ୍ଥାରେ ରହି-ରହି, ପିଲାମାନେ ଭୁଲି ଯାଇଛନ୍ତି ଯେ, ଆମେ ଆତ୍ମାମାନେ ନିରାକାର ଅଟୁ ଏବଂ ଆମର ପିତା ମଧ୍ୟ ନିରାକାର ଅଟନ୍ତି । ସାକାର ଅବସ୍ଥାରେ ରହିବା କାରଣରୁ ସାକାର ଦେହଧାରୀଙ୍କର ସ୍ମୃତି ସହଜରେ ଆସିଯାଉଛି । ଦେହୀ-ଅଭିମାନୀ ହୋଇ ନିଜକୁ ବିନ୍ଦୁ ମନେ କରି ବାବାଙ୍କୁ ମନେ ପକାଇବା - ଏଥିରେ ହିଁ ପରିଶ୍ରମ ରହିଛି ।

ଓମ୍ ଶାନ୍ତି ।
ଶିବ ଭଗବାନୁବାଚ । ୟାଙ୍କର ନାମ ତ’ ଶିବ ନୁହେଁ ନା । ଏହାଙ୍କର ନାମ ବ୍ରହ୍ମା ଏବଂ ଶିବବାବା ଏହାଙ୍କ ଦ୍ୱାରା କଥାବାର୍ତ୍ତା କରୁଛନ୍ତି, ତେଣୁ ଶିବ ଭଗବାନୁବାଚ କୁହାଯାଉଛି । ଏ କଥା ତ ବହୁତ ଥର ବୁଝାଯାଇଛି ଯେ, କୌଣସି ମନୁଷ୍ୟକୁ ବା ଦେବତାଙ୍କୁ ଅଥବା ସୂକ୍ଷ୍ମଲୋକ ନିବାସୀ ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ଭଗବାନ କୁହାଯିବ ନାହିଁ । ଯାହାଙ୍କର କୌଣସି ଆକାରୀ ବା ସାକାରୀ ଚିତ୍ର (ଶରୀର) ଅଛି, ତାଙ୍କୁ ଭଗବାନ କୁହାଯାଇପାରିବ ନାହିଁ । ଭଗବାନ୍ ବେହଦର ବାବାଙ୍କୁ ହିଁ କୁହାଯାଏ । ଭଗବାନ କିଏ, ଏ କଥା କାହାକୁ ବି ଜଣା ନାହିଁ । ସେଥିପାଇଁ ନେତି-ନେତି କହୁଛନ୍ତି ଅର୍ଥାତ୍ ଆମେ ଜାଣି ନାହୁଁ । ତୁମମାନଙ୍କ ଭିତରେ ମଧ୍ୟ ବହୁତ ଅଳ୍ପ ଅଛନ୍ତି ଯିଏକି ଯଥାର୍ଥ ଭାବରେ ଜାଣିଛନ୍ତି । ଆତ୍ମା କହୁଛି - ହେ ଭଗବାନ । ଏବେ ଆତ୍ମା ତ ବିନ୍ଦୁ ସ୍ୱରୂପ ଅଟେ । ତେବେ ବାବା ମଧ୍ୟ ବିନ୍ଦୁ ହିଁ ହୋଇଥିବେ । ଏବେ ବାବା ପିଲାମାନଙ୍କୁ ବସି ବୁଝାଉଛନ୍ତି । ବାବାଙ୍କ ପାଖରେ ୩୦-୩୫ ବର୍ଷର ପିଲା ବି ଅଛନ୍ତି, କିନ୍ତୁ ସେମାନେ ମଧ୍ୟ ଆମେ ଆତ୍ମା କିପରି ବିନ୍ଦୁ ରୂପ ଅଟୁ, ଏ କଥା ବି ବୁଝି ନାହାଁନ୍ତି । କେହି କେହି ତ ଭଲ ଭାବରେ ବୁଝିଛନ୍ତି ଏବଂ ବାବାଙ୍କୁ ମନେ ପକାଉଛନ୍ତି । ବେହଦର ବାବା ସଚ୍ଚା ହୀରା ଅଟନ୍ତି । ହୀରାକୁ ବହୁତ ଭଲ ଡବାରେ ରଖାଯାଏ ନା । କାହା ପାଖରେ ଯଦି ଭଲ ହୀରା ଥାଏ ଏବଂ କାହାକୁ ଦେଖାଇବାକୁ ହୁଏ ତେବେ ତାହାକୁ ସୁନା ବା ଚାନ୍ଦିର ଡବାରେ ରଖି ଦେଖାଇଥାନ୍ତି । ହୀରାକୁ ହୀରା ବ୍ୟବସାୟୀ ହିଁ ଜାଣିପାରିବେ ଅନ୍ୟ କେହି ଜାଣିପାରିବେ ନାହିଁ । ନକଲି ହୀରା ଦେଖାଇଲେ ମଧ୍ୟ କାହାକୁ ଜଣା ପଡ଼ିବ ନାହିଁ । ଏପରି ବହୁତ ଠକି ଦେଉଛନ୍ତି । ଏବେ ସଚ୍ଚା ବାବା ଆସିଛନ୍ତି କିନ୍ତୁ ନିଜକୁ ଭଗବାନ କହୁଥିବା ମିଥ୍ୟାବାଦୀ ମଧ୍ୟ ଏପରି ଅଛନ୍ତି ଯାହାଙ୍କୁ ମନୁଷ୍ୟମାନେ କିଛି ବି ଜାଣି ପାରୁ ନାହାଁନ୍ତି । ଗାୟନ ମଧ୍ୟ କରାଯାଏ ସତ୍ୟର ନୌକା ହଲିବ ଝୁଲିବ କିନ୍ତୁ ବୁଡ଼ିବ ନାହିଁ । ମିଛର ନୌକା ହଲଚଲ ହୋଇ ନ ଥାଏ । ଏହାକୁ କେତେ ହଲାଇଥା’ନ୍ତି । ଯିଏ ଏଠାରେ ଏହି ନୌକାରେ ବସିଛନ୍ତି ସେମାନେ ମଧ୍ୟ ହଲାଇବାକୁ ଚେଷ୍ଟା କରୁଛନ୍ତି । ଟ୍ରେଟର (ବିଶ୍ୱାସଘାତକ)ମାନଙ୍କର ମଧ୍ୟ ଗାୟନ ରହିଛି ନା । ଏବେ ତୁମେ ପିଲାମାନେ ଜାଣିଛ ନାଉରିଆ ବାବା ଆସିଛନ୍ତି । ସିଏ ବଗିଚାର ମାଲିକ ମଧ୍ୟ ଅଟନ୍ତି । ବାବା ବୁଝାଉଛନ୍ତି ଏହା କଣ୍ଟାର ଜଙ୍ଗଲ ଅଟେ । ଏଠାରେ ସମସ୍ତେ ପତିତ ଅଟନ୍ତି ନା । କେତେ ମିଛ ରହିଛି । ସତ୍ୟବାବାଙ୍କୁ କ୍ୱଚିତ କେହି କେହି ହିଁ ଜାଣିଛନ୍ତି ଯେଉଁମାନେ ଏଠାରେ (ବାବାଙ୍କ ଘରେ) ରହୁଛନ୍ତି, ସେମାନେ ମଧ୍ୟ କେହି କେହି ପୂରା ଜାଣିନାହାଁନ୍ତି । କାରଣ ବାବା ଗୁପ୍ତ ଅଟନ୍ତି ନା । ଭଗବାନଙ୍କୁ ସ୍ମରଣ ତ ସମସ୍ତେ କରୁଛନ୍ତି । ଏ କଥା ମଧ୍ୟ ଜାଣିଛନ୍ତି କି ସିଏ ନିରାକାର ଅଟନ୍ତି । ପରମଧାମରେ ରୁହନ୍ତି । ଆମେ ମଧ୍ୟ ନିରାକାର ଆତ୍ମା - ଏ କଥା କେହି ବି ଜାଣିନାହାଁନ୍ତି । ସାକାର ଶରୀରର ଆଧାର ନେଇ ନେଇ ଆତ୍ମା ତାହା ଭୁଲିଯାଇଛି । ସାକାର ଶରୀରରେ ରହି ରହି ସାକାରର ସ୍ମୃତି ହିଁ ଆସିଯାଉଛି । ତୁମେ ପିଲାମାନେ ଏବେ ଦେହୀ-ଅଭିମାନୀ ହେଉଛ । ଭଗବାନ୍‌ଙ୍କୁ କୁହାଯାଏ - ପରମପିତା ପରମାତ୍ମା । ଏ କଥା ବୁଝିବା ତ ବିଲ୍‌କୁଲ୍ ସହଜ ଅଟେ । ପରମପିତା ଅର୍ଥାତ୍ ପରରୁ ପରେ (ବହୁ ଦୂରରେ)ରହିଲାବାଲା ପରମ ଆତ୍ମା । ତୁମକୁ କୁହାଯାଏ ଆତ୍ମା । ତୁମକୁ ପରମ କୁହାଯିବ ନାହିଁ । ତୁମେ ତ ପୁନର୍ଜନ୍ମ ନେଉଛ ନା । ଏ କଥା କେହି ବି ଜାଣିନାହାଁନ୍ତି । ଭଗବାନଙ୍କୁ ମଧ୍ୟ ସର୍ବବ୍ୟାପୀ କହି ଦେଇଥା’ନ୍ତି । ଭକ୍ତମାନେ ଭଗବାନ୍‌ଙ୍କୁ ଖୋଜୁଛନ୍ତି, ପାହାଡ଼ ଉପରେ, ତୀର୍ଥରେ, ନଦୀମାନଙ୍କୁ ମଧ୍ୟ ଯାଇଥା’ନ୍ତି । ଭାବୁଛନ୍ତି ନଦୀ ପତିତ ପାବନୀ ଅଟେ, ସେଥିରେ ସ୍ନାନ କରି ଆମେ ପବିତ୍ର ହୋଇଯିବୁ । ଭକ୍ତିମାର୍ଗରେ ଏ କଥା ମଧ୍ୟ କାହାକୁ ଜଣା ପଡେ ନାହିଁ କି ଆମକୁ କ’ଣ ଦରକାର । କେବଳ କହି ଦିଅନ୍ତି ମୁକ୍ତି ଦରକାର, ମୋକ୍ଷ ଦରକାର, କାହିଁକି ନା ଏଠାରେ ଦୁଃଖ ଭୋଗ କରି କରି ଥକିଗଲେଣି । ସତ୍ୟଯୁଗରେ ତ କେହି ମୋକ୍ଷ ବା ମୁକ୍ତି ମାଗନ୍ତି ନାହିଁ । ସେଠାରେ ଭଗବାନଙ୍କୁ କେହି ଡ଼ାକନ୍ତି ନାହିଁ । ଏଠାରେ ଦୁଃଖୀ ହୋଇଥିବା କରଣରୁ ଡ଼ାକୁଛନ୍ତି । ବାବା କହୁଛନ୍ତି, ଭକ୍ତି ଦ୍ୱାରା ମୁଁ କାହାର ଦୁଃଖ ଦୂର କରିପାରିବି ନାହିଁ । ଯଦି କେହି ସାରା ଦିନ ବସି ରାମ ରାମ ଜପିବ, ତଥାପି ବି ଦୁଃଖ ଦୂର କରିପାରିବି ନାହିଁ । କାରଣ ଏହା ରାବଣ ରାଜ୍ୟ ଅଟେ । ଦୁଃଖ ତ ଯେପରି ଗଳାରେ ବନ୍ଧା ହୋଇଛି । ଗାୟନ ମଧ୍ୟ କରାଯାଏ ଦୁଃଖରେ ସ୍ମରଣ ସମସ୍ତେ କରନ୍ତି, ସୁଖରେ କେହି କରନ୍ତି ନାହିଁ । ଏହାର ଅର୍ଥ ହେଲା ଦିନେ ନିଶ୍ଚିତ ସୁଖ ଥିଲା ଏବେ ଦୁଃଖ ଅଛି । ତେବେ ସତ୍ୟଯୁଗରେ ସୁଖ ଥିଲା, ଏବେ କଳିଯୁଗରେ ଦୁଃଖ ରହିଛି, ତେଣୁ ଏହାକୁ କଣ୍ଟାର ଜଙ୍ଗଲ କୁହାଯାଉଛି । ପ୍ରଥମ ନମ୍ବରର କଣ୍ଟା ହେଲା ଦେହ-ଅଭିମାନର କଣ୍ଟା । ପୁଣି କାମ ବିକାରର କଣ୍ଟା ।

ଏବେ ବାବା ବୁଝାଉଛନ୍ତି - ତୁମେ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ତାହା ନିଶ୍ଚୟ ବିନାଶ ହେବ । ଏବେ ତୁମକୁ ଶାନ୍ତିଧାମକୁ ଯିବାକୁ ହେବ । ସେଥିପାଇଁ ନିଜ ଘରକୁ ଏବଂ ରାଜଧାନୀକୁ ମନେ ପକାଅ । ଘରର ସ୍ମୃତି ସହିତ ବାବାଙ୍କର ସ୍ମୃତି ମଧ୍ୟ ଜରୁରୀ ଅଟେ କାରଣ ଘର କୌଣସି ପତିତ-ପାବନ ନୁହେଁ । ତୁମେ ପତିତ-ପାବନ, ବାବାଙ୍କୁ କହୁଛ । ତେଣୁ ବାବାଙ୍କୁ ହିଁ ମନେ ପକାଇବାକୁ ପଡ଼ିବ । ସେ କହୁଛନ୍ତି କେବଳ ମୋତେ ମନେ ପକାଅ । ମୋତେ ହିଁ ଡ଼ାକୁଛ ନା - ବାବା ଏଠାକୁ ଆସି ଆମକୁ ପବିତ୍ର କର । ସିଏ ଜ୍ଞାନର ସାଗର ଅଟନ୍ତି, ତେଣୁ ନିଶ୍ଚିତ ମୁଖଦ୍ୱାରା ହିଁ ଜ୍ଞାନ ବୁଝାଇବେ ନା । ପ୍ରେରଣା ଦ୍ୱାରା ତ କିଛି କରି ପାରିବେ ନାହିଁ । ଗୋଟିଏ ପଟେ ଶିବଜୟନ୍ତୀ ପାଳନ କରୁଛନ୍ତି, ଅନ୍ୟ ପଟେ କହୁଛନ୍ତି ସେ ନାମ-ରୂପରୁ ଅଲଗା । ନାମ-ରୂପରୁ ଅଲଗା ଏପରି କିଛି ବସ୍ତୁ ତ ନ ଥାଏ । ପୁଣି ଏ କଥା ମଧ୍ୟ କୁହନ୍ତି ଯେ ଗୋଡି ମାଟି ଇତ୍ୟାଦି ସବୁଥିରେ ଭଗବାନ ଅଛନ୍ତି । ଅନେକ ମତ ରହିଛି ନା । ଏବେ ବାବା ବୁଝାଉଛନ୍ତି - ତୁମକୁ ୫ ବିକାର ରୂପି ରାବଣ ତୁଚ୍ଛ ବୁଦ୍ଧି କରିଦେଇଛି । ସେଥିପାଇଁ ଦେବତାମାନଙ୍କ ଆଗରେ ଯାଇ ନମସ୍କାର କରୁଛନ୍ତି । କେହି କେହି ତ’ ବହୁତ ନାସ୍ତିକ ମଧ୍ୟ ଥାଆନ୍ତି, ସେମାନେ କାହାକୁ ବି ମାନନ୍ତି ନାହିଁ । ଏଠାରେ ବାବାଙ୍କ ପାଖକୁ ତ କେବଳ ବ୍ରାହ୍ମଣମାନେ ହିଁ ଆସନ୍ତି, ଯେଉଁମାନଙ୍କୁ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ବୁଝାଇଥିଲି । ଲେଖା ମଧ୍ୟ ଯାଇଛି ପରିମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱରା ସ୍ଥାପନା କରୁଛନ୍ତି, ତେଣୁ ବ୍ରହ୍ମାଙ୍କର ସନ୍ତାନ ହେଲେ । ପ୍ରଜାପିତା ବ୍ରହ୍ମା ତ’ ପ୍ରସିଦ୍ଧ ଅଟନ୍ତି । ତେବେ ନିଶ୍ଚିତ ବ୍ରାହ୍ମଣ, ବ୍ରାହ୍ମଣୀ ମଧ୍ୟ ଥିବେ । ଏବେ ତୁମେ ଶୁଦ୍ରଧର୍ମରୁ ବାହାରି ବ୍ରହ୍ମାଣ ଧର୍ମକୁ ଆସିଛ । ବାସ୍ତବରେ ଯେଉଁମାନେ ନିଜକୁ ହିନ୍ଦୁ କହୁଛନ୍ତି, ସେମାନେ ନିଜର ପ୍ରକୃତ ଧର୍ମକୁ ଜାଣିନାହାଁନ୍ତି । ସେଥିପାଇଁ ସେମାନେ କେବେ କାହାକୁ ମାନିବେ ତ ଆଉ କେବେ ଆଉ କାହାକୁ ମାନିବେ । ବହୁତଙ୍କ ପାଖକୁ ଯାଉଥିବେ । ଖ୍ରୀଷ୍ଟିୟାନ୍‌ମାନେ କେବେ କାହା ପାଖକୁ ଯାଆନ୍ତି ନାହିଁ । ଏବେ ତୁମେ ସିଦ୍ଧ କରି କହୁଛ - ଭଗବାନ୍ ବାବା କହୁଛନ୍ତି ମୋତେ ମନେ ପକାଅ । ଦିନେ ଖବରକାଗଜରେ ମଧ୍ୟ ବାହାରିବ ଯେ ଭଗବାନ୍ କହୁଛନ୍ତି - ମୋତେ ମନେ ପକାଇଲେ ହିଁ ତୁମେ ପତିତରୁ ପବିତ୍ର ହୋଇପାରିବ । ଯେତେବେଳେ ବିନାଶ ନିକଟ ହୋଇ ଆସିବ, ସେତେବେଳେ ଖବରକାଗଜ ଦ୍ୱାରା ମଧ୍ୟ ଏହି କଥା କାନରେ ପଡିବ । ଖବରକାଗଜରେ ତ କେତେ ଆଡର ଖବର ବାହାରି ଥାଏ ନା । ଏବେ ମଧ୍ୟ ତୁମେମାନେ ବାହାର କରି ପାରିବ । ଭଗବାନୁବାଚ - ପରମପିତା ପରମାତ୍ମା ଶିବ କହୁଛନ୍ତି - ମୁଁ ପତିତ ପାବନ ଅଟେ, ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇଯିବ । ଏହି ପତିତ ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ । ତେବେ ବିନାଶ ତ ନିଶ୍ଚିତ ହେବ, ଏହା ମଧ୍ୟ ସମସ୍ତଙ୍କୁ ନିଶ୍ଚୟ ହୋଇଯିବ । ବିନାଶର ରିହର୍ସଲ ମଧ୍ୟ ହୋଇଚାଲିବ । ତୁମେମାନେ ଜାଣିଛ ଯେ, ଯେ ପର୍ଯ୍ୟନ୍ତ ରାଜଧାନୀ ସ୍ଥାପନ ହୋଇନାହିଁ ସେ ପର୍ଯ୍ୟନ୍ତ ବିନାଶ ହୋଇ ପାରିବ ନାହିଁ । ଆଗକୁ ଭୂମିକମ୍ପ ଆଦି ମଧ୍ୟ ହେବାର ଅଛି ନା । ଗୋଟଏ ପଟରେ ବୋମା ଫୁଟିବ, ଅନ୍ୟ ପଟରେ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବ । ଅନ୍ନ ଆଦି ମିଳିବ ନାହିଁ ଷ୍ଟିମର (ଜାହାଜ) ଆସିବ ନାହିଁ, ମରୁଡ଼ି ପଡ଼ିବ, ଭୋକରେ ମରି-ମରି ସମାପ୍ତ ହୋଇଯିବେ । ଭୋକରେ ରହି ଯେଉଁମାନେ ଆନ୍ଦୋଳନ ଆଦି କରନ୍ତି ସେମାନେ ପୁଣି କିଛି ନା କିଛି ଜଳ ଅଥବା ମହୁ ଆଦି ଗ୍ରହଣ କରିଥା’ନ୍ତି । ଓଜନରେ ହାଲୁକା ହୋଇଯା’ନ୍ତି । ଏଠାରେ ତ ବସି ଥାଉ ଥାଉ ହଠାତ୍ ଭୂମିକମ୍ପ ହେବ, ସମସ୍ତେ ମରିବେ । ବିନାଶ ତ ନିଶ୍ଚିତ ହେବ । ସାଧୁ ସନ୍ଥ ଆଦି ଏପରି କହିବେ ନାହିଁ ଯେ ବିନାଶ ହେବ, ତେଣୁ ରାମ ରାମ କୁହ । ମନୁଷ୍ୟ ତ ଭଗବାନଙ୍କୁ ହିଁ ଜାଣିନାହାଁନ୍ତି । ଭଗବାନ ତ ନିଜେ ନିଜକୁ ଜାଣିଛନ୍ତି, ଅନ୍ୟ କେହି ବି ତାଙ୍କ ବିଷୟରେ ଜାଣିନାହାଁନ୍ତି । ତାଙ୍କର ମଧ୍ୟ ଆସିବାର ସମୟ ନିର୍ଦ୍ଧାରିତ ରହିଛି । ଯିଏକି ପୁଣି ଏହି ବୃଦ୍ଧ ଶରୀରରେ ଆସି ସାରା ସୃଷ୍ଟିର ଆଦି, ମଧ୍ୟ, ଅନ୍ତର ଜ୍ଞାନ ଶୁଣାଉଛନ୍ତି । ତୁମେ ସନ୍ତାନମାନେ ଜାଣିଛ ଏବେ ଘରକୁ ଫେରିବାକୁ ହେବ । ଏଥିରେ ତ ଖୁସି ହେବା ଦରକାର ଯେ ଆମେ ଶାନ୍ତିଧାମକୁ ଯାଉଛୁ । ମନୁଷ୍ୟମାନେ ତ କେବଳ ଶାନ୍ତି ଚାହୁଁଛନ୍ତି କିନ୍ତୁ ଶାନ୍ତି କିଏ ଦେବେ? ଏପରି ମଧ୍ୟ କହୁଛନ୍ତି ନା ଶାନ୍ତି ଦେବା.... । ଏବେ ଦେବଙ୍କର ଦେବ ତ ଏକ, ଉଚ୍ଚରୁ ଉଚ୍ଚ ବାବା ଅଟନ୍ତି । ସିଏ କହୁଛନ୍ତି ମୁଁ ତୁମ ସମସ୍ତଙ୍କୁ ପବିତ୍ର କରି ନେଇଯିବି । ଜଣକୁ ମଧ୍ୟ ଛାଡ଼ିବି ନାହିଁ । ଡ଼୍ରାମାନୁସାରେ ସମସ୍ତଙ୍କୁ ଯିବାକୁ ହେବ । ଗାୟନ ମଧ୍ୟ ରହିଛି ମାଶା ଭଳି ସବୁ ଆତ୍ମାମାନେ ଚାଲିଯାଆନ୍ତି । ଏ କଥା ମଧ୍ୟ ଜାଣିଛନ୍ତି ସତ୍ୟଯୁଗରେ ବହୁତ ଅଳ୍ପ ମନୁଷ୍ୟ ଥା’ନ୍ତି । ଏବେ କଳିଯୁଗର ଶେଷ ସମୟ, ଏଠାରେ କେତେ ଅଧିକ ମନୁଷ୍ୟ ଅଛନ୍ତି, ପୁଣି ଅଳ୍ପ କିପରି ହେବେ? ଏବେ ସଙ୍ଗମ ଅଟେ । ଏହି ସଙ୍ଗମ ସମୟରେ ତୁମେ ସତ୍ୟଯୁଗକୁ ଯିବା ପାଇଁ ପୁରୁଷାର୍ଥ କରୁଛ । ଜାଣିଛ ଏହି ଦୁନିଆର ବିନାଶ ହେବ । ମଶା ଭଳି ଆତ୍ମାମାନେ ଘରକୁ ଯିବେ । ସାରା ଆତ୍ମାମାନଙ୍କର ଦଳ ଚାଲିଯିବ । ସତ୍ୟଯୁଗରେ ବହୁତ ଅଳ୍ପ ରହିବେ ।

ବାବା କହୁଛନ୍ତି କୌଣସି ବି ଦେହଧାରୀଙ୍କୁ ମନେ ପକାଅ ନାହିଁ, ଦେଖୁ ଥାଇ ମଧ୍ୟ ଯେପରି ଆମେ ଦେଖୁନାହୁଁ । ଆମେ ଆତ୍ମା, ଏବେ ଆମେ ଆମ ଘରକୁ ଫେରିଯିବୁ । ତେଣୁ ଖୁସି ଖୁସିରେ ପୁରୁଣା ଶରୀରକୁ ଛାଡ଼ି ଦେବାକୁ ହେବ । ନିଜର ଶାନ୍ତିଧାମ ଘରକୁ ମନେ ପକାଇଲେ ହିଁ ଅନ୍ତ ମତି ସୋ ଗତି (ଆତ୍ମା ଶରୀର ତ୍ୟାଗ କରିବା ସମୟର ସ୍ମୃତି ଅନୁସାରେ ପରବର୍ତ୍ତୀ ଜନ୍ମ ନେଇଥାଏ) ହୋଇଯିବ । ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବା, ଏଇଥିରେ ହିଁ ପରିଶ୍ରମ ରହିଛି, ବିନା ପରିଶ୍ରମରେ କ’ଣ ଉଚ୍ଚପଦ ମିଳିପାରିବ । ବାବା ଆସିଥା’ନ୍ତି ତୁମକୁ ନରରୁ ନାରାୟଣ କରିବା ପାଇଁ । ଏବେ ଏହି ପୁରୁଣା ଦୁନିଆରେ କୌଣସି ଶାନ୍ତି ନାହିଁ । ଶାନ୍ତି ତ କେବଳ ଶାନ୍ତିଧାମ ଏବଂ ସୁଖଧାମରେ ହିଁ ଅଛି । ଏଠାରେ ତ ଘରେ ଘରେ ଅଶାନ୍ତି ରହିଛି, ମାଡ଼ପିଟ୍ ଚାଲିଛି । ବାବା କହୁଛନ୍ତି ଏବେ ଏହି ଛି ଛି (ନର୍କ) ଦୁନିଆକୁ ଭୁଲିଯାଅ । ମିଠା ମିଠା ପିଲାମାନେ, ମୁଁ ତୁମ ପାଇଁ ସ୍ୱର୍ଗର ସ୍ଥାପନା କରିବାକୁ ଆସିଛି, ଏହି ନର୍କରେ ତୁମେ ପତିତ ହୋଇଯାଇଛ । ଏବେ ସ୍ୱର୍ଗକୁ ଯିବାକୁ ହେବ । ଏବେ ବାବାଙ୍କୁ ଏବଂ ସ୍ୱର୍ଗକୁ ମନେ ପକାଅ ତେବେ ଅନ୍ତ ମତି ସୋ ଗତି ହୋଇଯିବ । ଆବଶ୍ୟକ ଥିଲେ ବାହାଘର ଇତ୍ୟାଦିକୁ ବି ଯାଅ କିନ୍ତୁ ବାବାଙ୍କୁ ମନେ ପକାଅ । ସବୁର ଜ୍ଞାନ ତୁମ ବୁଦ୍ଧିରେ ରହିବା ଆବଶ୍ୟକ । ଭଲେ ଘରେ ରୁହ, ପିଲାମାନଙ୍କର ଦାୟିତ୍ୱ ନିଅ କିନ୍ତୁ ବୁଦ୍ଧିରେ ରହୁ ଯେ, ବାବାଙ୍କର ନିର୍ଦ୍ଦେଶ ହେଉଛି ମତେ ମନେ ପକାଅ । ଘର ଛାଡ଼ିବାର ନାହିଁ, ନଚେତ୍ ପିଲାମାନଙ୍କର ଯତ୍ନ କିଏ ନେବ? ଭକ୍ତମାନେ ମଧ୍ୟ ଘରେ ରୁହନ୍ତି, ଗୃହସ୍ଥ ବ୍ୟବହାରରେ ରୁହନ୍ତି କିନ୍ତୁ ତାଙ୍କୁ ଭକ୍ତ କୁହାଯାଏ କାରଣ ସେମାନେ ଭକ୍ତି କରନ୍ତି ଏବଂ ଗୃହସ୍ଥର ଦାୟିତ୍ୱ ମଧ୍ୟ ନିଅନ୍ତି । ସେମାନେ ବିକାରୀ ହେଲେ ମଧ୍ୟ ଗୁରୁମାନେ ତାଙ୍କୁ କୁହନ୍ତି ଶ୍ରୀକୃଷ୍ଣଙ୍କୁ ସ୍ମରଣ କର ତେବେ ତାଙ୍କ ଭଳି ସନ୍ତାନ ହେବ । ଏବେ ଏହି ସବୁ କଥାରେ ତୁମମାନଙ୍କୁ ଯିବାର ନାହିଁ । କାରଣ ତୁମକୁ ତ ଏବେ ସତ୍ୟଯୁଗକୁ ଯିବାର କଥା ସବୁ ଶୁଣାଯାଉଛି, ଯେଉଁ ଦୁନିଆର ସ୍ଥାପନା ଏବେ ହେଉଛି । ଶ୍ରୀକୃଷ୍ଣ ବୈକୁଣ୍ଠର ସ୍ଥାପନା କରନ୍ତି ନାହିଁ, ଶ୍ରୀକୃଷ୍ଣ ତ ସେହି ଦୁନିଆର ମାଲିକ ହୁଅନ୍ତି । ବାବାଙ୍କଠାରୁ ସେ ସମ୍ପତ୍ତି ନେଇଛନ୍ତି । ତେବେ ସଙ୍ଗମଯୁଗ ସମୟରେ ହିଁ ଗୀତାର ଭଗବାନ୍ ଆସିଥାନ୍ତି । ଶ୍ରୀକୃଷ୍ଣଙ୍କୁ ଭଗବାନ କୁହାଯାଇପାରିବ ନାହିଁ । ସିଏ ତ ପାଠ ପଢୁଛନ୍ତି । ଗୀତା, ବାବା ହିଁ ଶୁଣାଇଲେ ଏବଂ ସନ୍ତାନମାନେ ଶୁଣିଲେ । ଭକ୍ତିମାର୍ଗରେ ପୁଣି ବାବାଙ୍କ ପରିବର୍ତ୍ତେ ସନ୍ତାନଙ୍କର ନାମ ଲେଖି ଦେଇଛନ୍ତି । ବାବାଙ୍କୁ ଭୁଲିଗଲେ, ତେଣୁ ଗୀତା ମଧ୍ୟ ଖଣ୍ଡନ ହୋଇଗଲା । ସେହି ଖଣ୍ଡିତ ଗୀତା ପଢିଲେ କ’ଣ ହେବ । ବାବା ତ ରାଜଯୋଗ ଶିଖାଇ ଯାଇଥିଲେ, ତା’ ଦ୍ୱାରା ଶ୍ରୀକୃଷ୍ଣ ସତ୍ୟଯୁଗର ମାଲିକ ହେଲେ । ଭକ୍ତି ମାର୍ଗର ସତ୍ୟନାରାୟଣଙ୍କ କଥା ଶୁଣିଲେ କେହି କ’ଣ ସ୍ୱର୍ଗର ମାଲିକ ହୋଇପାରିବ? ନା । କେହି ଏଭଳି ଭାବନା ରଖି ଶୁଣୁଛନ୍ତି, ସେଥିରୁ ଫାଇଦା କିଛି ମିଳୁ ନାହିଁ । ସାଧୁ ସନ୍ଥମାନେ ମଧ୍ୟ ନିଜ ନିଜର ମନ୍ତ୍ର ଦେଇଥାଆନ୍ତି, ଫଟୋ ଇତ୍ୟାଦି ଦେଇଥା’ନ୍ତି । ଏଠାରେ ଏପରି କୌଣସି କଥା ନାହିଁ । ଅନ୍ୟ ସତ୍‌ସଙ୍ଗକୁ ଗଲେ କହିବେ ଅମୁକ ସ୍ୱାମୀଙ୍କର ପ୍ରବଚନ । କେଉଁ ବିଷୟରେ? ବେଦାନ୍ତର କଥା(ଜ୍ଞାନ), ଗୀତାର କଥା, ଭାଗବତର କଥା । ଏବେ ତୁମେ ପିଲାମାନେ ଜାଣିଛ ଆମର ଶିକ୍ଷାଦାତା କୌଣସି ଦେହଧାରୀ ନୁହଁନ୍ତି, ନା ସେ କୌଣସି ଶାସ୍ତ୍ର ଆଦି ପଢିଛନ୍ତି । ଶିବବାବା କ’ଣ କୌଣସି ଶାସ୍ତ୍ର ପଢିଛନ୍ତି କି! ଶାସ୍ତ୍ର ତ ମନୁଷ୍ୟମାନେ ପଢନ୍ତି । ଶିବବାବା କହୁଛନ୍ତି - ମୁଁ ଗୀତା ଆଦି କିଛି ପଢି ନାହିଁ । ଏହି ରଥ ଯେଉଁଥିରେ ମୁଁ ବସିଛି, ସିଏ ଗୀତା ପଢିଛି, ମୁଁ ପଢିନାହିଁ । ମୋ ପାଖରେ ତ ସାରା ସୃଷ୍ଟି ଚକ୍ରର ଆଦି, ମଧ୍ୟ, ଅନ୍ତର ଜ୍ଞାନ ଅଛି । ଇଏ ପ୍ରତ୍ୟେକ ଦିନ ଗୀତା ପଢୁଥିଲେ । ଶୁଆ ପରି ମୁଖସ୍ଥ କରିଦେଉଥିଲେ, ଯେତେବେଳେ ବାବା ପ୍ରବେଶ କଲେ, ସେତେବେଳେ ତୁରନ୍ତ ଗୀତା ଛାଡି ଦେଲେ, କାହିଁକି ନା ବୁଦ୍ଧିରେ ଆସିଗଲା ଏହା ତ ଶିବବାବା ଶୁଣାଉଛନ୍ତି ।

ବାବା କହୁଛନ୍ତି - ମୁଁ ତୁମକୁ ସ୍ୱର୍ଗର ବାଦଶାହୀ ଦେଉଛି, ତେଣୁ ଏବେ ତୁମେମାନେ ଏହି ପୁରୁଣା ଦୁନିଆରୁ ମମତା ତୁଟାଇ ଦିଅ । କେବଳ ମୋତେ ମନେପକାଅ । ତୁମମାନଙ୍କୁ ଏହି ପରିଶ୍ରମ କରିବାକୁ ହେବ । ସଚ୍ଚା ପ୍ରେମିକାକୁ ବାରମ୍ବାର ପ୍ରେମିକର କଥା ମନେ ପଡ଼ିଥାଏ ନା । ସେହିପରି ଏବେ ବାବାଙ୍କର ସ୍ମୃତି ମଧ୍ୟ ପକ୍କା ରହିବା ଦରକାର । ପାରଲୌକିକ ପିତା କହୁଛନ୍ତି - ପିଲାମାନେ, ମୋତେ ମନେପକାଅ ଏବଂ ସ୍ୱର୍ଗର ବର୍ସାକୁ ମନେପକାଅ । ଏଥିରେ ଆଉ କୌଣସି ଆବାଜ କରିବା କିମ୍ବା ଝାଞ୍ଜ ଆଦି ବଜାଇବାର ଦରକାର ନାହିଁ । କିଛି ଗୀତ ମଧ୍ୟ ବହୁତ ଭଲ ଭଲ ଆସୁଛି ଯାହାକୁ ବଜାଇ ତାର ଅର୍ଥ ମଧ୍ୟ ତୁମମାନଙ୍କୁ ବୁଝାଯାଉଛି । ତେବେ ଯେଉଁମାନେ ଗୀତ ରଚନା କରିଛନ୍ତି, ସେମାନେ ମଧ୍ୟ ତାହାର ଅର୍ଥ କିଛି ଜାଣି ବି ନାହାଁନ୍ତି । ମୀରା ଭକ୍ତିନୀ ଥିଲା, ତୁମେ ତ ଏବେ ଜ୍ଞାନୀ ଅଟ । ପିଲାମାନଙ୍କ ଦ୍ୱାରା ଯେତେବେଳେ କୌଣସି କାମ ଠିକ୍ ଭାବରେ ହୋଇ ନ ଥାଏ, ସେତେବେଳେ ବାବା କୁହନ୍ତି ତୁମେ ତ ଯେପରି ଭକ୍ତ ଅଟ । ତେଣୁ ସେ ବୁଝିଯାଆନ୍ତି କି ବାବା ଆମକୁ ଏପରି କାହିଁକି କହିଲେ? ବାବା ବୁଝାଉଛନ୍ତି - ପିଲାମାନେ, ଏବେ ବାବାଙ୍କୁ ମନେପକାଅ, ସନ୍ଦେଶବାହକ ହୁଅ ସମସ୍ତଙ୍କୁ ଏହି ସନ୍ଦେଶ ଦିଅ ଯେ, ବାବା ଏବଂ ବର୍ସାକୁ ମନେ ପକାଅ ତେବେ ଜନ୍ମ ଜନ୍ମାନ୍ତରର ପାପ ଭସ୍ମ ହୋଇଯିବ । ଏବେ ଘରକୁ ଫେରିବାର ସମୟ । ଭଗବାନ୍ ଏକମାତ୍ର ନିରାକାର ଅଟନ୍ତି, ତାଙ୍କର ନିଜର ଦେହ ନାହିଁ । ବାବା ହିଁ ଆସି ନିଜେ ନିଜର ପରିଚୟ ଦେଉଛନ୍ତି । ମନମନାଭବର ମନ୍ତ୍ର ଦେଉଛନ୍ତି । ସାଧୁ ସନ୍ନ୍ୟାସୀ ଇତ୍ୟାଦି ଏପରି କେବେ ହେଲେ କହିବେ ନାହିଁ ଯେ ଏବେ ବିନାଶ ହେବାକୁ ଯାଉଛି, ତେଣୁ ବାବାଙ୍କୁ ମନେପକାଅ । ବାବା ହିଁ ବ୍ରାହ୍ମଣ ପିଲାମାନଙ୍କୁ ମନେପକାଇ ଦେଉଛନ୍ତି । ଯୋଗ ଦ୍ୱାରା ସ୍ୱାସ୍ଥ୍ୟ ଏବଂ ପାଠପଢା ଦ୍ୱାରା ସମ୍ପତ୍ତି ମିଳିବ । ତୁମେ କାଳ (ମୃତ୍ୟୁ) ଉପରେ ବିଜୟ ପ୍ରାପ୍ତ କରୁଛ । ସେଠାରେ କେବେ ଅକାଳ ମୃତ୍ୟୁ ହୁଏ ନାହିଁ । ଦେବତାମାନେ କାଳ ଉପରେ ବିଜୟ ପ୍ରାପ୍ତ କରିଛନ୍ତି । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏପରି କୌଣସି କର୍ମ କରିବାର ନାହିଁ ଯାହାଦ୍ୱାରା ବାବାଙ୍କ ଠାରୁ ଭକ୍ତର ଉପାଧି ମିଳିବ । ଈଶ୍ୱରୀୟ ସନ୍ଦେଶବାହକ ହୋଇ ସମସ୍ତଙ୍କୁ ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଇବାର ସନ୍ଦେଶ ଦେବାକୁ ହେବ ।

(୨) ଏହି ପୁରୁଣା ଦୁନିଆରେ କୌଣସି ସୁଖ-ଶାନ୍ତି ନାହିଁ, ସେଥିପାଇଁ ଏହି ଛି ଛି ଦୁନିଆକୁ ଭୁଲିଯିବାକୁ ହେବ । ଘରକୁ ମନେପକାଇବା ସହିତ ପବିତ୍ର ହେବା ପାଇଁ ବାବାଙ୍କୁ ମଧ୍ୟ ନିଶ୍ଚିତ ଭାବରେ ମନେ ପକାଇବାକୁ ହେବ ।

ବରଦାନ:-
ପ୍ରବୃତ୍ତି ଅର୍ଥାତ୍ ଘର ଗୃହସ୍ଥରେ ରହି ପର-ବୃତ୍ତିରେ ରହୁଥିବା ନିରନ୍ତର ଯୋଗୀ ହୁଅ ।

ନିରନ୍ତର ଯୋଗୀ ହେବାର ସହଜ ଆଧାର ହେଲା ପ୍ରବୃତ୍ତିରେ ରହୁଥିଲେ ମଧ୍ୟ ପର-ବୃତ୍ତିରେ ରହିବା । ପର-ବୃତ୍ତି ଅର୍ଥାତ୍ ଆତ୍ମିକ ସ୍ୱରୂପ । ଯିଏ ସର୍ବଦା ଆତ୍ମିକ ରୂପରେ ସ୍ଥିତ ରହିଥାଏ ସେ ସର୍ବଦା ଦୁନିଆଠାରୁ ନିଆରା ଏବଂ ବାବାଙ୍କର ପ୍ୟାରା ଅର୍ଥାତ୍ ପ୍ରିୟ ହୋଇଯାଏ । ଯାହାବି କରୁଥାଉ ନା କାହିଁକି ଏଭଳି ଅନୁଭବ ହେଉଥିବ ଯେପରି କୌଣସି କାମ କରୁ ନାହିଁ କିନ୍ତୁ ଖେଳ ଖେଳୁଛି । ତେଣୁ ଘର ଗୃହସ୍ଥ ଭିତରେ ରହି ଆତ୍ମିକ ରୂପରେ ରହିବା ଦ୍ୱାରା ସବୁକିଛି ଖେଳ ଭଳି ଅନୁଭବ ହୋଇଥାଏ, ବନ୍ଧନ ଭଳି ଅନୁଭବ ହୁଏ ନାହିଁ । ଏଥିପାଇଁ କେବଳ ସ୍ନେହ ଏବଂ ସହଯୋଗ ସହିତ ଶକ୍ତିକୁ ଯୋଡିଦିଅ । ତାହା ହେଲେ ହାଇଜମ୍ପ ଲଗାଇ ପାରିବ ।

ସ୍ଲୋଗାନ:-
ବୁଦ୍ଧିର ସୂକ୍ଷ୍ମତା ଅଥବା ଆତ୍ମାର ହାଲୁକା ପଣିଆ ହିଁ ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ ଅଟେ ।

ଅବ୍ୟକ୍ତ ଈଶାରା:- ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ

(୨୭) ହିମ୍ମତେ ଶକ୍ତିୟାଁ ମଦଦ ଦେ ସର୍ବଶକ୍ତିମାନ । ସେହିମାନେ କେବେ କାହାକୁ ଡରନ୍ତି ନାହିଁ, ନିର୍ଭୟ ହୋଇଥାଆନ୍ତି । ଏ ଭୟ ମଧ୍ୟ ନ ଥାଏ କି ଜଣା ନାହିଁ କ’ଣ ହେବ! ସତ୍ୟତାର ଶକ୍ତି ସ୍ୱରୂପ ହୋଇ ନିଶାରେ କୁହ, ନିଶାରେ ଦେଖ । ଆମେ ସର୍ବଶକ୍ତିମାନ ସରକାରଙ୍କର ଅନୁଚର ଅଟୁ । ଏହି ସ୍ମୃତିରେ ରହି ଅଯଥାର୍ଥକୁ ଯଥାର୍ଥରେ ଆଣିବାକୁ ହେବ । ସତ୍ୟତାକୁ ପ୍ରସିଦ୍ଧ କରିବାକୁ ହେବ ତାକୁ ଲୁଚାଇବା ଉଚିତ୍ ନୁହେଁ, କିନ୍ତୁ ସତ୍ୟତା ସହିତ ବାଣୀରେ ମଧୁରତା ଏବଂ ସଭ୍ୟତାର ଆବଶ୍ୟକତା ରହିଛି ।