27.05.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କ ମୁଖ ଏବେ ସ୍ୱର୍ଗ ଆଡକୁ ରହିଛି, ତୁମେ ନର୍କକୁ ଆଡେଇ ଦେଇ ସ୍ୱର୍ଗ ଆଡକୁ ଯାଉଛ,
ସେଥିପାଇଁ ବୁଦ୍ଧିର ଯୋଗ ନର୍କରୁ ବାହାର କରିନିଅ ।”
ପ୍ରଶ୍ନ:-
ସବୁଠାରୁ
ସୂକ୍ଷ୍ମ ଏବଂ ଉଚ୍ଚ ଲକ୍ଷ୍ୟ କ’ଣ, ତାକୁ କେଉଁମାନେ ଅତିକ୍ରମ କରିପାରିବେ?
ଉତ୍ତର:-
ତୁମେ ପିଲାମାନେ ସ୍ୱର୍ଗ ଆଡକୁ ହିଁ ମୁହଁ କରୁଛ, ମାୟା ତୁମର ମୁହଁକୁ ନର୍କ ଆଡକୁ ବୁଲାଇ ଦେଉଛି,
ଅନେକ ପ୍ରକାରର ତୋଫାନ ସୃଷ୍ଟି କରୁଛି, ସେହି ତୋଫାନ ଗୁଡିକୁ ଅତିକ୍ରମ କରିବା - ଏହା ହିଁ ହେଉଛି
ସୂକ୍ଷ୍ମ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ପାର କରିବା ପାଇଁ ନଷ୍ଟମୋହା ହେବାକୁ ପଡିବ । ନିଶ୍ଚୟ ଏବଂ
ସାହାସର ଆଧାରରେ ଏହାକୁ ପାର କରିପାରିବ । ବିକାରୀମାନଙ୍କ ମଧ୍ୟରେ ରହି ନିର୍ବିକାରୀ ହଂସ ହେବା -
ଏହା ହିଁ ମେହନତର କାର୍ଯ୍ୟ ।
ଗୀତ:-
ନିର୍ବଲ ସେ
ଲଢାଇ ବଳବାନ କୀ......
ଓମ୍ ଶାନ୍ତି ।
ଜ୍ଞାନବାନ
ସନ୍ତାନମାନେ ଏହି ଗୀତର ଅର୍ଥକୁ ତ ଭଲ ଭାବରେ ବୁଝିପାରୁଛନ୍ତି, ଯେଉଁମାନଙ୍କର ବୁଦ୍ଧିଯୋଗ
ଶାନ୍ତିଧାମ ଏବଂ ସ୍ୱର୍ଗ ଆଡକୁ ରହିଛି ସେହିମାନଙ୍କୁ ହିଁ ତୋଫାନ ଲାଗିଥାଏ । ବାବା ତ ଏବେ ତୁମର
ମୁହଁ ବୁଲାଇ ଦେଉଛନ୍ତି । ଅଜ୍ଞାନ କାଳରେ ମଧ୍ୟ ପୁରୁଣା ଘରୁ ବୁଦ୍ଧିଯୋଗ ହଟାଇ ନୂଆ ଘରକୁ ମନେ
ପକାଇବାରେ ଲାଗିଯା’ନ୍ତି - କେବେ ତିଆରି ଶେଷ ହେବ! ଏବେ ତୁମ ପିଲମାନଙ୍କ ବୁଦ୍ଧିରେ ମଧ୍ୟ ରହିଛି
ଯେ, କେବେ ଆମ ପାଇଁ ସ୍ୱର୍ଗର ସ୍ଥାପନା ହେବ, ଆମେ ସୁଖଧାମକୁ ଚାଲିଯିବୁ । ଏହି ଦୁଃଖଧାମରୁ ତ
ସମସ୍ତଙ୍କୁ ଯିବାକୁ ହେବ । ସାରା ସୃଷ୍ଟିର ମନୁଷ୍ୟମାନଙ୍କୁ ବାବା ବୁଝାଉଛନ୍ତି - ପିଲାମାନେ, ଏବେ
ସ୍ୱର୍ଗର ଦ୍ୱାର ଖୋଲୁଛି । ତେଣୁ ତୁମର ବୁଦ୍ଧିଯୋଗ ସ୍ୱର୍ଗ ଆଡକୁ ଯିବା ଉଚିତ୍ । ଯେଉଁମାନେ
ସ୍ୱର୍ଗକୁ ଯିବେ ସେମାନଙ୍କୁ ପବିତ୍ର ବୋଲି କୁହାଯିବ । ନର୍କଗାମୀକୁ ଅପବିତ୍ର କୁହାଯିବ । ଏବେ
ଘର ଗୃହସ୍ଥରେ ରହି ମଧ୍ୟ ବୁଦ୍ଧିଯୋଗ ସ୍ୱର୍ଗ ଆଡକୁ ଲଗାଇବାକୁ ହେବ । ଧରିନିଅ ବାପାର ବୁଦ୍ଧିଯୋଗ
ସ୍ୱର୍ଗ ଆଡକୁ ଏବଂ ପିଲାର ବୁଦ୍ଧିଯୋଗ ନର୍କ ଆଡକୁ ରହିଛି ତେବେ ଉଭୟ ଗୋଟିଏ ଘରେ କିପରି
ରହିପାରିବେ । ହଂସ ଏବଂ ବଗ ଏକତ୍ର ରହିପାରିବେ ନାହିଁ । ବହୁତ ମୁସକିଲ୍ ହେବ । ତାଙ୍କର
ବୁଦ୍ଧିଯୋଗ ୫ ବିକାର ଆଡକୁ ରହିଛି । ସେ ନର୍କ ଆଡକୁ, ଇଏ ସ୍ୱର୍ଗ ଆଡକୁ ଯାଉଛନ୍ତି, ଉଭୟ ଏକତ୍ର
ରହିପାରିବେ ନାହିଁ । ଲକ୍ଷ୍ୟ ବହୁତ ଉଚ୍ଚ । ବାପା ଦେଖୁଛନ୍ତି ମୋ ପିଲାର ମୁହଁ ନର୍କ ଆଡକୁ ରହିଛି,
ନର୍କକୁ ଯିବା ବିନା ରହିପାରୁ ନାହିଁ, ତେବେ କ’ଣ କରିବା ଉଚିତ୍ । ନିଶ୍ଚିତ ଘରେ ଝଗଡା ଚାଲିବ ।
କହିବେ ଇଏ ପୁଣି କେଉଁ ଜ୍ଞାନ, ପିଲାମାନେ ବିବାହ କରିବେ ନାହିଁ...ଅନେକ ତ ଘର ଗୃହସ୍ଥରେ
ରହୁଛନ୍ତି ନା । ପିଲାର ଇଚ୍ଛା ନର୍କ ଆଡକୁ ଯିବି, ସେ ଚାହୁଁଛି ମୁଁ ନର୍କକୁ ଯିବି । ବାପା
କହୁଛନ୍ତି ନର୍କ ଆଡକୁ ବୁଦ୍ଧିଯୋଗ ରଖ ନାହିଁ । କିନ୍ତୁ ବାପାଙ୍କର କଥା ମଧ୍ୟ ମାନୁ ନାହାଁନ୍ତି
। ପୁଣି କ’ଣ କରିବାକୁ ପଡିବ? ଏଥିରେ ବହୁତ ନଷ୍ଟମୋହା ସ୍ଥିତି ଆବଶ୍ୟକ । ଏହି ସମସ୍ତ ଜ୍ଞାନ
ଆତ୍ମାରେ ରହିଛି । ପିତାଙ୍କର ଆତ୍ମା କହୁଛି ଏହାକୁ ମୁଁ ରଚନା କରିଛି ଇଏ ପୁଣି ମୋ କଥା ମାନୁନାହିଁ
। କେହି-କେହି ତ ବ୍ରାହ୍ମଣ ହୋଇ ମଧ୍ୟ ତାଙ୍କର ବୁଦ୍ଧି ନର୍କ ଆଡକୁ ଚାଲିଯାଉଛି । ତେବେ ସେମାନେ
ଯେପରି ଏକଦମ୍ ରସାତଳକୁ ଚାଲିଯିବେ ।
ପିଲାମାନଙ୍କୁ ବୁଝାଇ
ଦିଆଯାଇଛି - ଏହା ହେଉଛି ଜ୍ଞାନ ସାଗରଙ୍କର ଦରବାର । ଭକ୍ତିମାର୍ଗରେ ଇନ୍ଦ୍ରଙ୍କ ଦରବାରର ମଧ୍ୟ
ଗାୟନ ରହିଛି । ପୁଖରାଜ ପରୀ, ନୀଲମ ପରୀ, ମାଣିକ ପରୀ, ବହୁତ ଗୁଡିଏ ନାମ ରହିଛି, କାହିଁକି ନା
ଜ୍ଞାନର ନୃତ୍ୟ କରୁଛନ୍ତି ନା । ଭିନ୍ନ-ଭିନ୍ନ ପ୍ରକାରର ପରୀମାନେ ଅଛନ୍ତି । ସେମାନେ ମଧ୍ୟ
ପବିତ୍ର ହୋଇଥିବା ଦରକାର । ଯଦି କୌଣସି ଅପବିତ୍ରକୁ ନେଇଆସିବ ତେବେ ଦଣ୍ଡ ମିଳିବ । ଏଥିରେ ବହୁତ
ପବିତ୍ରତା ଆବଶ୍ୟକ । ଏହି ଲକ୍ଷ୍ୟ ବହୁତ ଉଚ୍ଚ, ସେଥିପାଇଁ ବୃକ୍ଷର ଅର୍ଥାତ୍ ବ୍ରାହ୍ମଣ ପରିବାରର
ଜଲ୍ଦି ଜଲ୍ଦି ବୃଦ୍ଧି ହେଉନାହିଁ । ବାବା ଯେଉଁ ଜ୍ଞାନ ଦେଉଛନ୍ତି ତାକୁ କେହି ଜାଣିନାହାଁନ୍ତି
। ଶାସ୍ତ୍ରରେ ମଧ୍ୟ ଏହି ଜ୍ଞାନ ନାହିଁ ସେଥିପାଇଁ ଟିକିଏ ନିଶ୍ଚୟ ହେବା ମାତ୍ରେ ମାୟା ଏକା
ଚାପୁଡାରେ ଖସାଇ ଦେଉଛି । ଏହା ତୋଫାନ ଅଟେ ନା । ଛୋଟ ଦୀପକୁ ତ ତୋଫାନ ଗୋଟିଏ ହିଁ ଝଟକାରେ
ଲିଭାଇ ଦେଇଥାଏ । ଅନ୍ୟଙ୍କୁ ବିକାରରେ ଯିବାର ଦେଖି ନିଜେ ମଧ୍ୟ ବିକାରୀ ହୋଇଯାଉଛନ୍ତି । ଏକଥା
ବୁଝିବା ପାଇଁ ବୁଦ୍ଧି ବିଶାଳ ହେବା ଦରକାର । ଗାୟନ ମଧ୍ୟ ରହିଛି ଅବଳାମାନଙ୍କ ଉପରେ ଅତ୍ୟାଚାର
ହେଉଥିଲା । ବାବା ବୁଝାଉଛନ୍ତି - ପିଲାମାନେ, କାମ ମହାଶତ୍ରୁ ଅଟେ, ଏଥିପ୍ରତି ତୁମର ବହୁତ ଘୃଣା
ଆସିବା ଉଚିତ୍ । ଏବେ ବାବା ଏଥିପ୍ରତି ବହୁତ ଘୃଣା ସୃଷ୍ଟି କରାଉଛନ୍ତି, ଆଗରୁ ଏହିସବୁ କଥା ନ
ଥିଲା । ବର୍ତ୍ତମାନ ତ ନର୍କ ଅଟେ ନା । ଦ୍ରୌପଦୀ ଡାକିଥିଲେ, ଏହା ବର୍ତ୍ତମାନର ହିଁ କଥା । କେତେ
ଭଲ ଭାବରେ ବୁଝାଯାଉଛି, ତଥାପି ମଧ୍ୟ ବୁଦ୍ଧିରେ ରହୁନାହିଁ ।
ଏହି ଗୋଲକ ଅର୍ଥାତ୍
ସୃଷ୍ଟିଚକ୍ରର ଚିତ୍ର ବହୁତ ଭଲ - ସ୍ୱର୍ଗକୁ ଯିବାର ରାସ୍ତା । ଏହି ଗୋଲକ ଚିତ୍ରରୁ ବହୁତ ଭଲ
ଭାବରେ ବୁଝିପାରିବେ । ସିଡି ଚିତ୍ରରୁ ଏତେ ବୁଝିପାରିବେ ନାହିଁ, ଯେତିକି ଏଥିରୁ ବୁଝିବେ । ଦିନକୁ
ଦିନ ସଂଶୋଧନ ମଧ୍ୟ ହୋଇ ଚାଲିଛି । ବାବା କହୁଛନ୍ତି ଆଜି ତୁମକୁ ବିଲ୍କୁଲ୍ ନୂଆ ନିର୍ଦ୍ଦେଶ
ଦେଉଛି । ପ୍ରଥମରୁ କ’ଣ ସବୁ ଶିକ୍ଷା ମିଳିଥାଏ! ଦେଖ, ଏହା କିପରି ଦୁନିଆ, ଏଠାରେ କେତେ ଦୁଃଖ
ରହିଛି । ପିଲାମାନଙ୍କ ପ୍ରତି କେତେ ମୋହ ରହୁଛି । ପିଲା ମରିଗଲେ ଏକଦମ୍ ପାଗଳ ହୋଇଯାଉଛନ୍ତି,
ଏଠାରେ ଅସରନ୍ତି ଦୁଃଖ ରହିଛି । ଏପରି ନୁହେଁ ଯେ, ଇଏ ସାହୁକାର ଅଟନ୍ତି, ତେଣୁ ସୁଖୀ ହୋଇଥିବେ ।
ନା । ଅନେକ ପ୍ରକାରର ରୋଗ ଲାଗି ରହିଛି । ଡାକ୍ତରଖାନାରେ ପଡିରହୁଛନ୍ତି । ଗରୀବମାନେ ସାଧାରଣ ୱାର୍ଡରେ
ପଡି ରହୁଛନ୍ତି, ସାହୁକାରଙ୍କୁ ଅଲଗା ସ୍ୱତନ୍ତ୍ର କୋଠରୀ (କ୍ୟାବିନ୍) ମିଳିଯାଉଛି । କିନ୍ତୁ
ଦୁଃଖ ତ ଯେପରି ଗରୀବଙ୍କୁ ହେଉଛି ସେହିପରି ସାହୁକାରଙ୍କୁ ମଧ୍ୟ ହେଉଛି । କେବଳ ତାଙ୍କୁ ଭଲ ଜାଗା
ମିଳୁଛି । ଭଲ ଭାବରେ ଦାୟିତ୍ୱ ନେଉଛନ୍ତି । ଏବେ ତୁମେ ପିଲାମାନେ ଜାଣୁଛ ଯେ ଆମକୁ ବାବା ପାଠ
ପଢାଉଛନ୍ତି । ଏହିଭଳି ଅନେକ ଥର ପାଠ ପଢାଇଛନ୍ତି । ତେବେ ନିଜ ମନକୁ ପଚାରିବା ଦରକାର ମୁଁ ପଢୁଛି
ନା ନାହିଁ? ମୁଁ କେତେ ଜଣଙ୍କୁ ପାଠ ପଢାଉଛି? ଯଦି ଅନ୍ୟମାନଙ୍କୁ ନ ପଢାଇବା ତେବେ କେଉଁ ପଦ
ମିଳିବ! ତେଣୁ ପ୍ରତିଦିନ ରାତ୍ରିରେ ନିଜର ଚାର୍ଟ ଦେଖ - ଆଜି କାହାକୁ ଦୁଃଖ ଦେଇ ନାହିଁ ତ?
ଶ୍ରୀମତ କହୁଛି - କାହାକୁ ଦୁଃଖ ଦିଅ ନାହିଁ, ସମସ୍ତଙ୍କୁ ସୁଖର ରାସ୍ତା ବତାଅ । ଯିଏ ଆମ କୁଳର
ସଦସ୍ୟ ହୋଇଥିବେ, ତାଙ୍କୁ ତୁରନ୍ତ ଅନୁଭବ ହେବ । ଏଥିରେ ସୁବର୍ଣ୍ଣର ପାତ୍ର ଅର୍ଥାତ୍ ପବିତ୍ର
ବୁଦ୍ଧି ଆବଶ୍ୟକ, ଯେଉଁଥିରେ ଜ୍ଞାନ ଅମୃତ ରହିପାରିବ । ଯେପରି କଥାରେ କହିଥା’ନ୍ତି ନା - ସିଂହୀର
କ୍ଷୀର ରଖିବା ପାଇଁ ସୁନାର ବାସନ ଦରକାର କାହିଁକି ନା ତାର କ୍ଷୀରରେ ବହୁତ ଶକ୍ତି ଥାଏ । ତାର
ପିଲାମାନଙ୍କ ପ୍ରତି ମୋହ ରହିଥାଏ । କାହାକୁ ଦେଖିଲେ ତ ଏକଦମ୍ ଉଛୁଳି ପଡିଥାଏ । ଭାବିଥାଏ ଇଏ
କାଳେ ମୋ ପିଲାକୁ ମାରି ଦେବ । ଏଠାରେ ମଧ୍ୟ ଅନେକ ଅଛନ୍ତି ଯାହାଙ୍କର ସ୍ୱାମୀ, ପିଲା ଆଦିଙ୍କ
ପ୍ରତି ମୋହ ବହୁତ ରହିଥାଏ । ଏବେ ତୁମେମାନେ ଜାଣୁଛ ସ୍ୱର୍ଗର ଦ୍ୱାର ଖୋଲୁଛି । କୃଷ୍ଣଙ୍କ
ଚିତ୍ରରେ ବହୁତ ପରିଷ୍କାର ଭାବରେ ଲେଖାଯାଇଛି । ଏହି ଲଢେଇ ପରେ ସ୍ୱର୍ଗର ଦ୍ୱାର ଖୋଲିବ । ସେଠାରେ
ବହୁତ କମ୍ ମନୁଷ୍ୟ ରହିବେ । ବାକି ସମସ୍ତେ ମୁକ୍ତିଧାମକୁ ଚାଲିଯିବେ । କିନ୍ତୁ ଯିବା ପୂର୍ବରୁ
ବହୁତ ଦଣ୍ଡ ଭୋଗ କରିବାକୁ ପଡିଥାଏ । ଯାହା ବି ପାପ କର୍ମ କରିଥିବ, ଗୋଟିଏ-ଗୋଟିଏ ଜନ୍ମର
ସାକ୍ଷାତ୍କାର କରି, ଦଣ୍ଡ ଭୋଗ କରିଥା’ନ୍ତି । ପୁଣି ପାଇ ପଇସାକର ପଦ ପାଇଥା’ନ୍ତି । ବାବାଙ୍କୁ
ମନେ ନ ପକାଇଲେ ବିକର୍ମ ବିନାଶ ହୁଏ ନାହିଁ ।
ଅନେକ ସନ୍ତାନ ଅଛନ୍ତି
ଯିଏକି ମୁରଲୀ ମଧ୍ୟ ମିସ୍ କରୁଛନ୍ତି, ଏଥିରେ ବହୁତ ଅବହେଳା କରୁଛନ୍ତି । ଭାବୁଛନ୍ତି ଆମେ ନ
ପଢିଲେ କ’ଣ ହେଲା! ଆମେ ତ ପାର ହୋଇଯାଇଛୁ । ମୁରଲୀକୁ ମଧ୍ୟ ଖାତିର କରିନଥା’ନ୍ତି । ଏପରି
ଦେହ-ଅଭିମାନୀ ବହୁତ ଅଛନ୍ତି, ସେମାନେ ନିଜର ହିଁ କ୍ଷତି କରୁଛନ୍ତି । ବାବା ଜାଣିଛନ୍ତି ସେଥିପାଇଁ
ଏଠାକୁ ଯେତେବେଳେ ଆସୁଛନ୍ତି - ମୁଁ ପଚାରୁଛି, ଅନେକ ମୁରଲୀ ପଢି ନ ଥିବେ! କିଏ ଜାଣେ ସେଥିରେ
କୌଣସି ଭଲ ପଏଣ୍ଟସ୍ (ଜ୍ଞାନ) ରହିଥିବ । ପଏଣ୍ଟସ୍ ତ ପ୍ରତିଦିନ ନୂଆ ନୂଆ ବାହାରୁଛି ନା । ଏପରି
ମଧ୍ୟ ଅନେକ ସେଣ୍ଟରକୁ ଆସୁଛନ୍ତି । ଧାରଣା କିଛି ନାହିଁ, ଜ୍ଞାନ ମଧ୍ୟ ନାହିଁ । ଯଦି ଶ୍ରୀମତରେ
ନ ଚାଲିବ ତେବେ କି ପଦ ପାଇବ । ସତ୍ ବାବା, ସତ୍ ଶିକ୍ଷକଙ୍କର ଗ୍ଲାନି କରିଲେ କେବେ ବି ରହିପାରିବ
ନାହିଁ । କିନ୍ତୁ ସମସ୍ତେ ତ ସେଠାରେ ରାଜା ହେବେ ନାହିଁ । ପ୍ରଜା ମଧ୍ୟ ହେବେ । କ୍ରମାନୁସାରେ
ପଦ ରହିବ ନା । ତେବେ ଯୋଗବଳ ଉପରେ ସବୁ କିଛି ନିର୍ଭର କରୁଛି, ଯେଉଁ ବାବାଙ୍କ ଠାରୁ ବିଶ୍ୱର
ରାଜତ୍ୱ ମିଳୁଛି, ତାଙ୍କୁ ସ୍ମରଣ କରିପାରୁ ନାହାଁନ୍ତି । ଯଦି ଭାଗ୍ୟରେ ହିଁ ନାହିଁ ତେବେ
ପୁରୁଷାର୍ଥ ମଧ୍ୟ କ’ଣ କରିବେ । ବାବା ତ କହୁଛନ୍ତି ଯୋଗର ଯାତ୍ରା ଦ୍ୱାରା ହିଁ ପାପ ଭସ୍ମ ହେବ,
ତେଣୁ ପୁରୁଷାର୍ଥ କରିବା ଦରକାର ନା । ବାବା ଏପରି କହୁନାହାଁନ୍ତି ଯେ ଖାଇବା ପିଇବା ମଧ୍ୟ
ଛାଡିଦିଅ । ଏହା କୌଣସି ହଠଯୋଗ ନୁହେଁ । ଚାଲି-ବୁଲି ସବୁ କାମ କରି, ଯେପରି ପ୍ରେମିକା-ପ୍ରେମିକକୁ
ମନେ ପକାଇଥାଏ, ସେହିପରି ମନେ ପକାଅ । ସେମାନଙ୍କର ନାମ-ରୂପର ପ୍ରେମ ହୋଇଥାଏ । ଏହି
ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ କିପରି ହେଲେ? ଏ କଥା କେହି ବି ଜାଣିନାହାଁନ୍ତି । ତୁମେମାନେ ତ
କହୁଛ ଏହା କାଲିର କଥା । ଏମାନେ ରାଜତ୍ୱ କରୁଥିଲେ, ମନୁଷ୍ୟମାନେ ତ ଲକ୍ଷ-ଲକ୍ଷ ବର୍ଷ
କହିଦେଉଛନ୍ତି । ମାୟା ମନୁଷ୍ୟକୁ ବିଲ୍କୁଲ୍ ପଥରବୁଦ୍ଧି କରିଦେଇଛି । ଏବେ ତୁମେ ପଥରବୁଦ୍ଧିରୁ
ପାରସବୁଦ୍ଧି ହେବାକୁ ଯାଉଛ । ପାରସନାଥଙ୍କ ମନ୍ଦିର ମଧ୍ୟ ରହିଛି । କିନ୍ତୁ ସେ କିଏ, ଏ କଥା କେହି
ଜାଣିନାହାଁନ୍ତି । ମନୁଷ୍ୟ ବିଲ୍କୁଲ୍ ହିଁ ଘୋର ଅନ୍ଧକାରରେ ଅଛନ୍ତି । ବର୍ତ୍ତମାନ ବାବା କେତେ
ଭଲ-ଭଲ କଥା ବୁଝାଉଛନ୍ତି । ପୁଣି ପ୍ରତ୍ୟେକଙ୍କର ବୁଦ୍ଧି ଉପରେ ଏହା ନିର୍ଭର କରୁଛି ।
ଶିକ୍ଷାଦାତା ତ କେବଳ ଜଣେ କିନ୍ତୁ ବିଦ୍ୟାର୍ଥୀ ଢେର ହେବେ । ଗଳି-ଗଳିରେ ତୁମର ସ୍କୁଲ ଖୋଲିଯିବ
। ଏହା ହେଲା ସ୍ୱର୍ଗକୁ ଯିବା ପାଇଁ ରାସ୍ତା । ଜଣେ ହେଲେ ମନୁଷ୍ୟ ନାହିଁ ଯିଏକି ଭାବୁଛି ଯେ ମୁଁ
ନର୍କରେ ଅଛି । ବାବା ବୁଝାଉଛନ୍ତି ସମସ୍ତେ ପୂଜାରୀ । କେବଳ ସତ୍ୟଯୁଗରେ ହିଁ ପୂଜ୍ୟ ଆତ୍ମାମାନେ
ଥା’ନ୍ତି । କଳିଯୁଗରେ ପୂଜାରୀମାନେ ଅଛନ୍ତି । ମନୁଷ୍ୟମାନେ ଭାବୁଛନ୍ତି ଭଗବାନ ହିଁ ପୂଜ୍ୟ,
ଭଗବାନ ହିଁ ପୂଜାରୀ ହେଉଛନ୍ତି । ଆପଣ ହିଁ ଭଗବାନ ଅଟନ୍ତି, ଆପଣ ହିଁ ଏହି ସବୁ ଖେଳ କରୁଛନ୍ତି ।
ତୁମେ ବି ଭଗବାନ, ଆମେ ମଧ୍ୟ ଭଗବାନ । କିଛି ବି ବୁଝିପାରୁ ନାହାଁନ୍ତି । ଏହା ହେଉଛି ରାବଣ
ରାଜ୍ୟ । ତୁମେ କ’ଣ ଥିଲ, ଏବେ କ’ଣ ହେଉଛ । ପିଲାମାନଙ୍କୁ ବହୁତ ନିଶା ରହିବା ଉଚିତ୍ । ବାବା
କହୁଛନ୍ତି କେବଳ ମୋତେ ମନେ ପକାଅ, ତେବେ ତୁମେ ପୁଣ୍ୟ ଆତ୍ମା ହୋଇଯିବ ।
ବାବା ପିଲାମାନଙ୍କୁ
ପୁଣ୍ୟ ଆତ୍ମା ହେବା ପାଇଁ ଯୁକ୍ତି ବତାଉଛନ୍ତି - ପିଲାମାନେ, ଏହି ପୁରୁଣା ଦୁନିଆର ଏବେ ଅନ୍ତିମ
ସମୟ । ମୁଁ ଏବେ ପ୍ରତ୍ୟକ୍ଷ ରୂପେ ଆସିଛି, ଏହା ଅନ୍ତିମ ଦାନ ଅଟେ, ଏକଦମ୍ ସମର୍ପଣ ହୋଇଯାଅ ।
ବାବା, ଏ ସବୁ ଆପଣଙ୍କର । ବାବା ତ ଦେବା ପାଇଁ ହିଁ ଆମ ଦ୍ୱାରା କରାଇଥା’ନ୍ତି । ଏମାନଙ୍କର କିଛି
ଭବିଷ୍ୟତ ପାଇଁ ଜମା ହୋଇଯାଉ । ମନୁଷ୍ୟ ଈଶ୍ୱରଙ୍କ ଅର୍ଥେ ଦାନ-ପୁଣ୍ୟ କରିଥା’ନ୍ତି, ତାହା
ପରୋକ୍ଷ ଅଟେ । ଯାହାର ଫଳ ପର ଜନ୍ମରେ ମିଳିଥାଏ । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି
। ଏବେ ତ ମୁଁ ପ୍ରତ୍ୟକ୍ଷରେ ଆସିଛି । ବର୍ତ୍ତମାନ ତୁମେ ଯାହା କିଛି କରିବ ତାର ପ୍ରତିଦାନ ତୁମକୁ
ପଦମଗୁଣା ମିଳିବ । ସତ୍ୟଯୁଗରେ ତ ଦାନ-ପୁଣ୍ୟର କୌଣସି କଥା ରହିବ ନାହିଁ । ଏଠାରେ କାହା ପାଖରେ
ପଇସା ଅଛି ତ ବାବା କହିବେ ଆଚ୍ଛା, ତୁମେ ଯାଇ ସେଣ୍ଟର ଖୋଲ । ପ୍ରଦର୍ଶନୀ କରାଅ । ଗରୀବ ହୋଇଥିଲେ
କହିବେ ଯଦି ପାରିବ ନିଜ ଘରେ ହିଁ ବୋର୍ଡ ଲଗାଇ ଦିଅ – ଲେଖି ଦିଅ, ସ୍ୱର୍ଗକୁ ଯିବାର ରାସ୍ତା ।
ସ୍ୱର୍ଗ ଏବଂ ନର୍କ ରହିଛି ନା । ଏବେ ଆମେ ନର୍କବାସୀ ଅଟୁ ଏ କଥା ମଧ୍ୟ କେହି ବୁଝି ପାରୁ
ନାହାଁନ୍ତି । ଯଦି ସିଏ ସ୍ୱର୍ଗକୁ ଯାଇଛନ୍ତି ପୁଣି ତାଙ୍କୁ ନର୍କକୁ କାହିଁକି ଡାକୁଛ । ସ୍ୱର୍ଗରେ
କ’ଣ କେହି କହିବେ ଯେ ଅମୁକ ସ୍ୱର୍ଗକୁ ଗଲା । ସେ ତ ସ୍ୱର୍ଗରେ ହିଁ ଅଛନ୍ତି । ପୁନର୍ଜନ୍ମ ମଧ୍ୟ
ସ୍ୱର୍ଗରେ ହିଁ ମିଳିଥାଏ । ଏଠାରେ ପୁନର୍ଜନ୍ମ ନର୍କରେ ହିଁ ମିଳୁଛି । ଏହି କଥା ମଧ୍ୟ ତୁମେ
ବୁଝାଇପାରିବ । ଭଗବାନୁବାଚ - ମୋତେ ମନେ ପକାଅ, କାହିଁକି ନା ମୁଁ ହିଁ ପତିତ-ପାବନ ଅଟେ, ମୋତେ
ମନେ ପକାଇଲେ ତୁମେ ପୂଜାରୀରୁ ପୂଜ୍ୟ ହୋଇଯିବ । ଯଦିଓ ସ୍ୱର୍ଗରେ ସମସ୍ତେ ସୁଖୀ ହୋଇ ରହିବେ
କିନ୍ତୁ କ୍ରମାନୁସାରେ ପଦ ରହିବ । ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । କୁମାରୀମାନଙ୍କୁ ତ ସେବାର
ବହୁତ ନିଶା ରହିବା ଉଚିତ୍ । ଆମେ ଭାରତକୁ ସ୍ୱର୍ଗ କରି ଦେଖାଇବୁ । ଆଦର୍ଶ କୁମାରୀ ସିଏ, ଯିଏକି
୨୧ କୁଳର ଉଦ୍ଧାର କରିପାରେ ଅର୍ଥାତ୍ ୨୧ ଜନ୍ମ ପାଇଁ ଉଦ୍ଧାର କରିପାରିବ । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହା ପୁରୁଣା
ଦୁନିଆର ଅନ୍ତିମ ସମୟ ଅଟେ, ଯେତେବେଳେ କି ବାବା ପ୍ରତ୍ୟକ୍ଷ ରୂପରେ ଆସିଛନ୍ତି ସେଥିପାଇଁ ପୂରା
ସମର୍ପଣ ହୋଇଯିବା ଉଚିତ୍ । ବାବା ଏ ସବୁ ଆପଣଙ୍କର ଅଟେ.... ଏଭଳି ଭାବିବା ଦ୍ୱାରା ପୁଣ୍ୟାତ୍ମା
ହୋଇଯିବ ।
(୨) ମୁରଲୀ କେବେ ହେଲେ
ମିସ୍ କରିବାର ନାହିଁ, କିମ୍ବା ମୁରଲୀ ପଢିବାରେ କେବେ ବି ବେପରୁଆ ହେବାର ନାହିଁ । ଏପରି ନୁହେଁ
ଯେ ନ ପଢିଲେ କ’ଣ ହେଲା, ମୁଁ ତ ପାର ହୋଇଯାଇଛି । ନାଁ ଏପରି ଭାବିବା ଦେହ-ଅଭିମାନ ଅଟେ । ମୁରଲୀ
ନିଶ୍ଚିତ ପଢିବା ଦରକାର ।
ବରଦାନ:-
ନିଜକୁ
ପରିବର୍ତ୍ତନ କରି ସଚ୍ଚା ସୁନା ହୋଇ ପ୍ରତ୍ୟେକ କାର୍ଯ୍ୟରେ କୃତକାର୍ଯ୍ୟ ହେଉଥିବା ସ୍ୱ
ପରିବର୍ତ୍ତକ ଭବ ।
ଯେଉଁମାନେ ସବୁ ପ୍ରକାରର
ପରିସ୍ଥିତିରେ ନିଜକୁ ପରିବର୍ତ୍ତନ କରି ସ୍ୱ ପରିବର୍ତ୍ତକ ହୋଇଥାଆନ୍ତି ସେମାନେ ସର୍ବଦା ସଫଳ
ହୋଇଥାଆନ୍ତି । ସେଥିପାଇଁ ନିଜକୁ ପରିବର୍ତ୍ତନ କରିବାର ଲକ୍ଷ୍ୟ ରଖ । ଅନ୍ୟମାନେ ପରିବର୍ତ୍ତନ
ହେଲେ ଯାଇ ମୁଁ ପରିବର୍ତ୍ତନ ହେବି - ନା । ଆଉ କେହି ପରିବର୍ତ୍ତନ ହୁଅନ୍ତୁ ବା ନ ହୁଅନ୍ତୁ ମୋତେ
ପରିବର୍ତ୍ତନ ହେବାକୁ ପଡିବ । ହେ ଅର୍ଜୁନ ଅର୍ଥାତ୍ ପ୍ରଥମ ନମ୍ବରରେ ମୋତେ ହେବାକୁ ପଡିବ ।
ପରିବର୍ତ୍ତନ କରିବାରେ ସର୍ବଦା ପ୍ରଥମେ ମୁଁ । ଯିଏ ଏଥିରେ ପ୍ରଥମେ ମୁଁ କରିଥାଏ ଅର୍ଥାତ୍ ଆଗରେ
ରହିଥାଏ ସେ ହିଁ ପ୍ରଥମ ନମ୍ବର ହୋଇଯାଏ, କାହିଁକି ନା ନିଜକୁ ପରିବର୍ତ୍ତନ କରିନେବାବାଲା ହିଁ
ପ୍ରକୃତ ସହି ସୁନା ଅଟେ ଏବଂ ସହି ସୁନା ହିଁ ମୂଲ୍ୟବାନ ଅଟେ ।
ସ୍ଲୋଗାନ:-
ନିଜର ଶ୍ରେଷ୍ଠ
ଜୀବନର ପ୍ରତ୍ୟକ୍ଷ ପ୍ରମାଣ ଦ୍ୱାରା ପରମପିତାଙ୍କୁ ପ୍ରତ୍ୟକ୍ଷ କର ।
ଅବ୍ୟକ୍ତ ଈଶାରା:-
ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।
ଯଦି ବାବାଙ୍କ ସମାନ
ହେବାକୁ ଚାହୁଁଛ ବା ବାବାଙ୍କ ପାଖାପାଖି ହେବାକୁ ଚାହୁଁଛ ତେବେ ଅପବିତ୍ରତା ଅର୍ଥାତ୍ କାମ ବିକାର
ରୂପୀ ମହାଶତ୍ରୁ ସ୍ୱପ୍ନରେ ମଧ୍ୟ ଆକ୍ରମଣ ନ କରୁ । ସର୍ବଦା ଭାଇ ଭାଇର ସ୍ମୃତି ସହଜରେ ଏବଂ ସ୍ୱତଃ
ହିଁ ସ୍ୱରୂପରେ ରହିଥାଉ । ଆତ୍ମାର ଅସଲୀ ଗୁଣ-ସ୍ୱରୂପ ଏବଂ ଶକ୍ତି-ସ୍ୱରୂପ ସ୍ଥିତିରୁ ତଳକୁ ଆସ
ନାହିଁ ।