27.06.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମକୁ ଶରୀରଠାରୁ ଅଲଗା ହୋଇ ବାବାଙ୍କ ନିକଟକୁ ଯିବାକୁ ହେବ, ତୁମେ ଏହି ଶରୀରକୁ ସାଥୀରେ ନେଇ ଯାଇପାରିବ ନାହିଁ, ସେଥିପାଇଁ ଶରୀରକୁ ଭୁଲି ଆତ୍ମାକୁ ଦେଖ ।”

ପ୍ରଶ୍ନ:-
ତୁମେ ପିଲାମାନେ ନିଜର ଆୟୁଷକୁ ଯୋଗବଳ ଦ୍ୱାରା ବୃଦ୍ଧି କରିବାର ପୁରୁଷାର୍ଥ କାହିଁକି କରୁଛ?

ଉତ୍ତର:-
କାହିଁକି ନା ତୁମର ଇଚ୍ଛା ହେଉଛି ଯେ ଆମେ ଏହି ଜନ୍ମରେ ହିଁ ବାବାଙ୍କ ଦ୍ୱାରା ସବୁକିଛି ଜାଣିଯାଉ, ବାବାଙ୍କ ଦ୍ୱାରା ସବୁକିଛି ଶୁଣିନେଉ, ସେଥିପାଇଁ ତୁମେମାନେ ନିଜର ଆୟୁଷକୁ ଯୋଗବଳ ଦ୍ୱାରା ବୃଦ୍ଧି କରିବାର ପୁରୁଷାର୍ଥ କରୁଛ । ବର୍ତ୍ତମାନ ହିଁ ତୁମକୁ ବାବାଙ୍କଠାରୁ ସ୍ନେହ ମିଳୁଛି । ଏଭଳି ସ୍ନେହ ଆଉ ସାରା କଳ୍ପ ଭିତରେ ମିଳିପାରିବ ନାହିଁ । ବାକି ଯେଉଁମାନେ ଶରୀର ତ୍ୟାଗ କରି ଚାଲିଯାଇଛନ୍ତି, ସେମାନଙ୍କ ପାଇଁ କୁହାଯିବ ଡ୍ରାମା । ସେମାନଙ୍କର ସେତିକି ହିଁ ପାର୍ଟ ଥିଲା ।

ଓମ୍ ଶାନ୍ତି ।
ପିଲାମାନେ ଜନ୍ମ-ଜନ୍ମାନ୍ତର ଧରି ଅନ୍ୟ ସତସଙ୍ଗକୁ ଯାଇଛନ୍ତି ଏବଂ ଏଠାକୁ ମଧ୍ୟ ଆସିଛନ୍ତି । ବାସ୍ତବରେ ଏହାକୁ ମଧ୍ୟ ସତ୍‌ସଙ୍ଗ କୁହାଯାଉଛି । ସତ୍ୟର ସଙ୍ଗ ଉଦ୍ଧାର କରେ । ତେବେ ପିଲାମାନଙ୍କ ମନରେ ଆସୁଛି ଯେ - ଆମେ ପ୍ରଥମେ ଭକ୍ତିମାର୍ଗର ସତସଙ୍ଗକୁ ଯାଉଥିଲୁ ଏବଂ ଏବେ ଏଠାରେ ବସିଛୁ । ଏଥିରେ ରାତି-ଦିନର ଅନ୍ତର ରହିଛି । ଏଠାରେ ପ୍ରଥମେ-ପ୍ରଥମେ ତ ବାବାଙ୍କର ସ୍ନେହ ମିଳିଥାଏ ପୁଣି ବାବାଙ୍କୁ ପିଲାମାନଙ୍କର ସ୍ନେହ ମିଳିଥାଏ । ବର୍ତ୍ତମାନ ଏହି ଜନ୍ମରେ ତୁମର ପରିବର୍ତ୍ତନ ହେଉଛି । ତୁମେମାନେ ଜାଣିଗଲଣି ଆମେ ଆତ୍ମା ଅଟୁ, ଶରୀର ନୁହେଁ । ଶରୀର କହିବ ନାହିଁ ଯେ ଏହା ମୋର ଆତ୍ମା । ଆତ୍ମା କହିପାରିବ, ଏହା ମୋର ଶରୀର । ଏବେ ପିଲାମାନେ ଜାଣୁଛନ୍ତି - ଜନ୍ମ-ଜନ୍ମାନ୍ତର ଧରି ତ ଆମେ ସାଧୁ, ସନ୍ଥ, ମହାତ୍ମା ଆଦିଙ୍କର ଭକ୍ତି କରିଆସିଛୁ । ଆଜିକାଲି ପୁଣି ଫେସନ ହୋଇଛି - ସାଇ ବାବା, ମେହର ବାବା.... । ତେବେ ଏମାନେ ମଧ୍ୟ ଶରୀରଧାରୀ ଅଟନ୍ତି ନା । ଶାରୀରିକ ପ୍ରେମରେ ତ ସୁଖ ମିଳି ନ ଥାଏ । ଏବେ ତୁମର ଏହା ହେଉଛି ଆତ୍ମିକ ପ୍ରେମ । ଏଥିରେ ରାତି-ଦିନର ଫରକ ରହିଛି । ଏଠାରେ ତୁମକୁ ଜ୍ଞାନ ମିଳୁଛି! ପୂର୍ବରୁ ତ ତୁମେମାନେ ବିଲ୍‌କୁଲ୍ ଅଜ୍ଞାନୀ ଥିଲ । ତୁମେ ଏବେ ଜାଣୁଛ ବାବା ଆସି ଆମକୁ ପାଠ ପଢାଉଛନ୍ତି, ସିଏ ସମସ୍ତଙ୍କର ପିତା ଅଟନ୍ତି । ପୁରୁଷ ଅଥବା ମହିଳା ସମସ୍ତେ ନିଜକୁ ଆତ୍ମା ମନେ କରୁଛନ୍ତି । ବାବା ମଧ୍ୟ ଡାକୁଛନ୍ତି - ହେ ପିଲାମାନେ, ତେବେ ପିଲାମାନେ ମଧ୍ୟ ପ୍ରତ୍ୟୁତ୍ତର ଦେବେ ନା । ଏହା ହେଉଛି ବାବା ଏବଂ ପିଲାମାନଙ୍କର ମେଳା । ପିଲାମାନେ ଜାଣିଛନ୍ତି ଏହା ବାବା ଏବଂ ପିଲାମାନଙ୍କର, ଆତ୍ମା ଏବଂ ପରମାତ୍ମାଙ୍କର ମେଳା, ଯାହାକି ଥରେ ମାତ୍ର ହୋଇଥାଏ । ତେଣୁ ପିଲାମାନେ ବାବା-ବାବା ବୋଲି କହୁଛନ୍ତି । “ବାବା ଶବ୍ଦ ବହୁତ ମଧୁର । ବାବା କହିବା ମାତ୍ରେ ସମ୍ପତ୍ତି ମନେ ପଡିଯିବ । ତୁମେ ତ ଛୋଟ ପିଲା ନୁହଁ, ଛୋଟ ପିଲା ମଧ୍ୟ ନିଜର ପିତାଙ୍କୁ ତୁରନ୍ତ ଜାଣିପାରିଥାଏ । ତେବେ ବାପାଙ୍କଠାରୁ କ’ଣ ବର୍ସା ମିଳିଥାଏ, ଏହାକୁ ଛୋଟ ପିଲା ତ ବୁଝିପାରିବ ନାହିଁ । ଏଠାରେ ତୁମେ ଜାଣୁଛ ଯେ, ଆମେ ବାବାଙ୍କ ପାଖକୁ ଆସିଛୁ । ବାବା କହୁଛନ୍ତି ହେ ପିଲାମାନେ, ତେବେ ଏଥିରେ ସବୁ ପିଲା ଆସିଯାଉଛନ୍ତି । ସବୁ ଆତ୍ମାମାନେ ଏଠାକୁ ଅଭିନୟ କରିବା ପାଇଁ ଘରୁ ଅର୍ଥାତ୍ ପରମଧାମରୁ ଆସିଛନ୍ତି । କିଏ କେତେବେଳେ ଅଭିନୟ କରିବା ପାଇଁ ଏଠାକୁ ଆସୁଛନ୍ତି ଏକଥା ମଧ୍ୟ ତୁମ ବୁଦ୍ଧିରେ ଅଛି । ଯେଉଁଠାରୁ ଆସୁଛନ୍ତି ସେଠାରେ ସମସ୍ତଙ୍କର ବିଭାଗ ଅଲଗା-ଅଲଗା ରହିଛି । ପୁଣି ଅନ୍ତିମ ସମୟରେ ସମସ୍ତେ ନିଜ-ନିଜର ବିଭାଗକୁ ଚାଲିଯିବେ । ଏ ସବୁ ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ବାବା କାହାକୁ ପଠାଉ ନାହାଁନ୍ତି । ଏହି ଡ୍ରାମା ସ୍ୱାଭାବିକ ଅଟେ । ପ୍ରତ୍ୟେକ ନିଜ-ନିଜର ଧର୍ମକୁ ଆସିଯାଉଛନ୍ତି । ଯେତେବେଳ ପର୍ଯ୍ୟନ୍ତ ବୁଦ୍ଧଙ୍କର ଧର୍ମ ସ୍ଥାପନ ନ ହୋଇଛି ସେହି ଧର୍ମର କେହି ଏଠାକୁ ଆସି ପାରିବେ ନାହିଁ । ପ୍ରଥମେ-ପ୍ରଥମେ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ହିଁ ଆସୁଛନ୍ତି । ଯେଉଁମାନେ ବାବାଙ୍କ ପାଖରେ ଭଲ ଭାବରେ ପଢୁଛନ୍ତି, ସେହିମାନେ କ୍ରମାନୁସାରେ ସୂର୍ଯ୍ୟବଂଶ ଏବଂ ଚନ୍ଦ୍ରବଂଶରେ ଶରୀର ନେଉଛନ୍ତି । ସେଠାରେ ବିକାରର କୌଣସି କଥା ରହିବ ନାହିଁ । ଯୋଗବଳ ଦ୍ୱାରା ଆତ୍ମା ଆସି ଗର୍ଭରେ ପ୍ରବେଶ କରିବ । ତାହା ଦ୍ୱାରା ସେମାନେ ବୁଝିଯିବେ ଯେ, ମୋର ଆତ୍ମା ଆସି ଏହି ଶରୀରରେ ପ୍ରବେଶ କରିବ ।

ବୃଦ୍ଧମାନେ ଜାଣିପାରିବେ - ମୋର ଆତ୍ମା ଯୋଗବଳ ଆଧାରରେ ସେଠାରେ ଶରୀର ନେବ । ମୋର ଆତ୍ମା ଏବେ ପୁନର୍ଜନ୍ମ ନେଉଛି । ସେଠାରେ ବାପା ମଧ୍ୟ ଜାଣିବେ ଯେ ମୋ ପାଖକୁ ମୋର ସନ୍ତାନ ଆସିଛି । ସନ୍ତାନର ଆତ୍ମା ଆସିଲେ ତା’ର ସାକ୍ଷାତ୍‌କାର ମଧ୍ୟ ହୋଇଥାଏ । ସେମାନେ ଭାବନ୍ତି ଆମେ ଯାଇ ଅନ୍ୟ ଏକ ଶରୀରରେ ପ୍ରବେଶ କରିବୁ । ଏହି ସବୁ ବିଚାର ଉଠିଥାଏ ନା! ସେଠାରେ ସେଠାକାର କିଛି କାଇଦା ନିଶ୍ଚିତ ଥିବ । କେତେ ବୟସରେ ପିଲା ଜନ୍ମ ହେବ, ସେଠାରେ ତ ନିୟମ ଅନୁସାରେ ସବୁ କିଛି ଚାଲିଥାଏ ନା । ଆଗକୁ ଗଲେ ତୁମକୁ ଏସବୁର ଅନୁଭବ ହେବ । ସବୁ ଜଣାପଡିଯିବ, ଏପରି ନୁହେଁ ଯେ ୧୫-୨୦ ବର୍ଷରେ ପିଲା ଜନ୍ମ ହେବ, ଯେପରି ଏଠାରେ ହେଉଛି । ନା ସେଠାରେ ୧୫୦ ବର୍ଷ ଆୟୁଷ ହୋଇଥାଏ । ତେଣୁ ପିଲା ସେତେବେଳେ ଜନ୍ମ ହେବ ଯେବେ ଅଧାରୁ ସାମାନ୍ୟ ଅଧିକ ବୟସର ହୋଇଯିବ, ସେହି ସମୟରେ ପିଲା ଜନ୍ମ ହୋଇଥାଏ କାହିଁକି ନା ସେଠାରେ ଆୟୁଷ ଅଧିକ ହୋଇଥାଏ, ଗୋଟିଏ ପୁତ୍ର ତ ଜନ୍ମ ହୋଇଥାଏ । ପୁଣି କନ୍ୟା ସନ୍ତାନ ମଧ୍ୟ ଜନ୍ମ ନେବ, ତା’ର କିଛି କାଇଦା ରହିଥିବ । ପ୍ରଥମେ ପୁତ୍ର ପରେ କନ୍ୟାର ଆତ୍ମା ଆସିଥାଏ । ବିବେକ କହୁଛି ପ୍ରଥମେ ପୁତ୍ର ଆସିବା ଦରକାର । ପ୍ରଥମେ ପୁତ୍ର ପରେ କନ୍ୟା । ୮-୧୦ ବର୍ଷ ବିଳମ୍ବରେ ଆସିବ । ଆଗକୁ ଗଲେ ତୁମକୁ ସେଠାକାର ନୀତି-ନିୟମ କ’ଣ, ସବୁ ସାକ୍ଷାତ୍‌କାର ହେବ । ଏସବୁ ନୂଆ ଦୁନିଆର କଥା ଯାହାକି ବାବା ବୁଝାଉଛନ୍ତି । ବାବା ହିଁ ନୂଆ ଦୁନିଆର ସ୍ଥାପନକର୍ତ୍ତା ଅଟନ୍ତି । ତେଣୁ ନୀତି-ପ୍ରଥା ମଧ୍ୟ ନିଶ୍ଚିତ ଭାବରେ ଶୁଣାଇ ଚାଲିବେ । ଆଗକୁ ଗଲେ ବହୁତ ଶୁଣାଇବେ ଏବଂ ସେତେବେଳେ ସାକ୍ଷାତ୍‌କାର ମଧ୍ୟ ହୋଇଚାଲିବ । ପିଲା କିପରି ଜନ୍ମ ହେବେ, ଏହା କୌଣସି ନୂଆ କଥା ନୁହେଁ ।

ତୁମେମାନେ ଏଭଳି ସ୍ଥାନକୁ ଯାଉଛ ଯେଉଁ ସ୍ଥାନକୁ କଳ୍ପ-କଳ୍ପ ଯିବାକୁ ହିଁ ପଡିଥାଏ । ବୈକୁଣ୍ଠ ତ ଏବେ ନିକଟତ୍ତର ହୋଇଗଲାଣି, ଏବେ ତୁମେ ବିଲ୍‌କୁଲ୍ ନିକଟରେ ଆସି ପହଞ୍ଚିଛ । ତୁମେ ଯେତେ ଜ୍ଞାନ ଯୋଗରେ ମଜବୁତ୍ ହୋଇଯିବ ପ୍ରତ୍ୟେକ କଥା ତୁମକୁ ସେତେ ନିକଟରେ ଦେଖାଯିବ । ଅନେକ ଥର ତୁମେ ଅଭିନୟ କରିଛ । ଏବେ ତୁମକୁ ଜ୍ଞାନ ମିଳୁଛି, ଯାହାକୁ ତୁମେ ସାଥୀରେ ନେଇଯିବ । ସେଠାରେ କ’ଣ ନୀତି-ନିୟମ ରହିବ, ତାହା ତୁମେ ସବୁ ଜାଣିଯିବ । ଆରମ୍ଭରୁ ତୁମକୁ ସବୁ ସାକ୍ଷାତ୍‌କାର ହୋଇଥିଲା । ସେହି ସମୟରେ ତୁମେ କେବଳ ଅଲଫ-ବେ ପଢୁଥିଲ, ପୁଣି ଶେଷ ସମୟରେ ମଧ୍ୟ ନିଶ୍ଚିତ ସାକ୍ଷାତ୍‌କାର ହେବା ଦରକାର । ଏ ସବୁ କଥା ବାବା ତୁମମାନଙ୍କୁ ଶୁଣାଉଛନ୍ତି, ତେଣୁ ସେସବୁ ଦେଖିବାର ଇଚ୍ଛା ତୁମର ଏହିଠାରେ ହିଁ ହେବ । ଭାବିବେ, ମୋର ଯେପରି ମୃତ୍ୟୁ ନ ହେଉ, ସବୁ କିଛି ଦେଖିକରି ଯିବି । କିନ୍ତୁ ଆୟୁଷ ବଢାଇବା ପାଇଁ ଯୋଗବଳ ଦରକାର । ଯାହାଦ୍ୱାରା ବାବାଙ୍କଠାରୁ ସବୁକିଛି ଶୁଣିପାରିବ, ସବୁକିଛି ଦେଖିପାରିବ । ଯିଏ ପୂର୍ବରୁ ଚାଲିଯାଇଛନ୍ତି ତାଙ୍କର ଚିନ୍ତନ କରିବା ଦରକାର ନାହିଁ । ଏ ସବୁ ଡ୍ରାମାର ପାର୍ଟ ଅଟେ । ବାବାଙ୍କଠାରୁ ଅଧିକ ସ୍ନେହ ନେବା ତାଙ୍କର ଭାଗ୍ୟରେ ନ ଥିଲା । କାହିଁକି ନା ତୁମେ ଯେତିକି-ଯେତିକି ଯୋଗ୍ୟ ସେବାଧାରୀ ହେଉଛ, ସେତିକି ସେତିକି ତୁମେ ବାବାଙ୍କୁ ବହୁତ ପ୍ରିୟ ଲାଗୁଛ । ତେଣୁ ତୁମେ ଯେତେ ସେବା କରୁଛ, ଯେତେ ବାବାଙ୍କ ସ୍ମୃତିରେ ରହୁଛ ସେତେ ତୁମର ୟାଦ ସ୍ଥାୟୀ ହୋଇ ରହୁଛି । ଏହାଦ୍ୱାରା ତୁମକୁ ବହୁତ ମଜା ଆସିବ । ଏବେ ତୁମେ ଈଶ୍ୱରୀୟ ସନ୍ତାନ ହେଉଛ । ବାବା କହୁଛନ୍ତି ତୁମେ ଆତ୍ମାମାନେ ମୋ ପାଖରେ ଥିଲ ନା । ଭକ୍ତିମାର୍ଗରେ ମୁକ୍ତି ପାଇଁ ବହୁତ ପରିଶ୍ରମ କରିଥା’ନ୍ତି । ତେବେ ଏମାନେ ଜୀବନମୁକ୍ତି କ’ଣ ଜାଣିନାହାଁନ୍ତି । ଏହା ବହୁତ ରମଣୀୟ ଜ୍ଞାନ ଅଟେ ସେଥିପାଇଁ ଏହି ଜ୍ଞାନପ୍ରତି ବହୁତ ସ୍ନେହ ରହୁଛି । ଶିବବାବା, ପିତା ସହିତ ଶିକ୍ଷକ, ସତଗୁରୁ ମଧ୍ୟ ଅଟନ୍ତି । ବାବା ସତ୍ୟ-ସତ୍ୟ ସୁପ୍ରିମ ବାବା ଅଟନ୍ତି ଯିଏକି ଆମକୁ ୨୧ ଜନ୍ମ ପାଇଁ ସୁଖଧାମକୁ ନେଇଯାଉଛନ୍ତି । ଆତ୍ମା ହିଁ ଦୁଃଖୀ ହୋଇଥାଏ, ସୁଖ-ଦୁଃଖ ଆତ୍ମା ହିଁ ଅନୁଭବ କରିଥାଏ । ସେଥିପାଇଁ ପୁଣ୍ୟ ଆତ୍ମା ପାପ ଆତ୍ମା ବୋଲି କୁହାଯାଉଛି । ଏବେ ବାବା ଆମକୁ ସବୁ ଦୁଃଖରୁ ଉଦ୍ଧାର କରିବା ପାଇଁ ଆସିଛନ୍ତି । ଏବେ ତୁମମାନଙ୍କୁ ବେହଦକୁ ଯିବାକୁ ହେବ । ସେଠାରେ ସମସ୍ତେ ସୁଖୀ ହେବ । ସାରା ଦୁନିଆ ହିଁ ସୁଖୀ ହୋଇଯିବ । ଡ୍ରାମାରେ ଏହିଭଳି ପାର୍ଟ ରହିଛି, ଏହାକୁ ମଧ୍ୟ ତୁମେମାନେ ଜାଣିଗଲଣି । ତେଣୁ ତୁମେ କେତେ ଖୁସିରେ ରହୁଛ । ବାବା ଆସିଛନ୍ତି ଆମକୁ ସ୍ୱର୍ଗକୁ ନେଇଯିବା ପାଇଁ । ଆମ ସମସ୍ତ ଆତ୍ମାମାନଙ୍କୁ ବାବା ସ୍ୱର୍ଗକୁ ନେଇଯିବେ । ବାବା ଧୈର୍ଯ୍ୟ ଦେଉଛନ୍ତି - ମିଠା-ମିଠା ପିଲାମାନେ, ମୁଁ ତୁମକୁ ସବୁ ଦୁଃଖରୁ ଦୂର କରିବା ପାଇଁ ଆସିଛି । ତେଣୁ ଏଭଳି ବାବାଙ୍କ ପ୍ରତି କେତେ ସ୍ନେହ ରହିବା ଦରକାର । ତୁମକୁ ସବୁ ସମ୍ବନ୍ଧ ଦୁଃଖ ଦେଇଛି । ଏମାନେ ଦୁଃଖଦାୟୀ ସନ୍ତାନ ଅଟନ୍ତି । ତୁମେ ଦୁଃଖୀ ହୋଇ, ଦୁଃଖର କଥା ହିଁ ଶୁଣି ଆସିଛ । ଏବେ ବାବା ସବୁ କଥା ବୁଝାଉଛନ୍ତି । ବାବା ତୁମକୁ ଅନେକ ଥର ବୁଝାଇ ଚକ୍ରବର୍ତ୍ତୀ ରାଜା କରିଛନ୍ତି । ତେବେ ଯେଉଁ ବାବା ଆମକୁ ଏଭଳି ସ୍ୱର୍ଗର ମାଲିକ କରୁଛନ୍ତି, ତାଙ୍କ ପ୍ରତି କେତେ ସ୍ନେହ ରହିବା ଦରକାର । ଏବେ ଏକମାତ୍ର ବାବାଙ୍କୁ ହିଁ ତୁମେ ମନେ ପକାଉଛ । ବାବାଙ୍କ ବ୍ୟତୀତ ଆଉ କାହା ସହିତ ତୁମର ସମ୍ବନ୍ଧ ନାହିଁ । ଏକଥା ମୁଁ ଆତ୍ମାକୁ ହିଁ ବୁଝାଉଛି । ଆମେ ପରମପିତା ପରମାତ୍ମାଙ୍କର ସନ୍ତାନ ଅଟୁ । ବର୍ତ୍ତମାନ ଯେପରି ଆମକୁ ରାସ୍ତା ମିଳିଯାଇଛି ତେଣୁ ଅନ୍ୟମାନଙ୍କୁ ମଧ୍ୟ ସୁଖର ରାସ୍ତା ବତାଇବାକୁ ହେବ । ତୁମକୁ କେବଳ ଅଧାକଳ୍ପ ପାଇଁ ନୁହେଁ, ତିନି ଚତୁର୍ଥାଂଶ ସୁଖ ମିଳୁଛି । ତୁମ ପାଖରେ ମଧ୍ୟ ଅନେକ ସମର୍ପିତ ହେଉଛନ୍ତି କାହିଁକି ନା ତୁମେ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେଇ ତାଙ୍କର ସବୁ ଦୁଃଖ ଦୂର କରିଦେଉଛ ।

ତୁମେ ଜାଣୁଛ ଏହାଙ୍କୁ (ବ୍ରହ୍ମାଙ୍କୁ) ମଧ୍ୟ ଏହି ଜ୍ଞାନ ପରମପିତାଙ୍କଠାରୁ ମିଳୁଛି । ଇଏ ପୁଣି ଆମକୁ ସନ୍ଦେଶ ଦେଉଛନ୍ତି । ଆମେ ପୁଣି ଅନ୍ୟମାନଙ୍କୁ ସନ୍ଦେଶ ଦେବା । ତୁମେ ବାବାଙ୍କର ପରିଚୟ ଦେଇ, ସବୁ ପିଲାମାନଙ୍କୁ ଅଜ୍ଞାନ ନିଦ୍ରାରୁ ଜାଗ୍ରତ କରି ଚାଲିଛ । ଭକ୍ତିକୁ ଅଜ୍ଞାନ କୁହାଯାଏ । ଜ୍ଞାନ ଏବଂ ଭକ୍ତି ଅଲଗା-ଅଲଗା । ଜ୍ଞାନର ସାଗର ବାବା ଏବେ ତୁମମାନଙ୍କୁ ଜ୍ଞାନ ଶିଖାଉଛନ୍ତି । ଏବେ ତୁମମାନଙ୍କ ବୁଦ୍ଧିରେ ଆସୁଛି ଯେ - ବାବା ପ୍ରତି ୫ ହଜାର ବର୍ଷରେ ଥରେ ଆସି ଆମକୁ ଜାଗ୍ରତ କରୁଛନ୍ତି । ଆମର ଜୀବନ ରୂପୀ ଦୀପରେ ଆଉ ଅଳ୍ପ ଘୃତ ବାକି ଅଛି ସେଥିପାଇଁ ଏବେ ଆହୁରି ଜ୍ଞାନ ଘୃତ ପକାଇ ଆତ୍ମା ରୂପୀ ଦୀପକୁ ଜାଗ୍ରତ କରୁଛନ୍ତି । ଯେବେ ବାବାଙ୍କୁ ମନେ ପକାଉଛନ୍ତି ତେବେ ଆତ୍ମା ରୂପୀ ଦୀପ ପ୍ରଜ୍ୱଳିତ ହୋଇଯାଉଛି । ଆତ୍ମାରେ ଯେଉଁ କଳଙ୍କି ଲାଗିଛି ତାହା ଯୋଗ ଦ୍ୱାରା ହିଁ ଭସ୍ମ ହେବ, ଏଥିରେ ହିଁ ମାୟା ସହିତ ଲଢେଇ ଚାଲିଛି । ଏକଥା ମାୟା ବାରମ୍ବାର ଭୁଲାଇ ଦେଉଛି ତେଣୁ ପାପ ଭସ୍ମ ହେବା ପରିବର୍ତ୍ତେ ଆହୁରି ବଢି ଚାଲିଛି ଅର୍ଥାତ୍ ଯେତିକି ପାପ କଟୁଛି କେତେ ବି ତା’ଠାରୁ ଅଧିକ ହୋଇଯାଉଛି । ବାବା କହୁଛନ୍ତି - ପିଲାମାନେ, ମୋତେ ମନେ ପକାଇଲେ ତୁମର ପାପ ଭସ୍ମ ହେବ । ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିବ, ଶରୀରର ଆକର୍ଷଣ ଯେପରି ନ ରହୁ । ତେଣୁ ତୁମେମାନେ ଦେହୀ-ଅଭିମାନୀ ହୁଅ । ଆମେ ଆତ୍ମା ଅଟୁ, ବାବାଙ୍କ ପାଖକୁ ଶରୀର ସହିତ ତ ଯାଇପାରିବୁ ନାହିଁ, ଶରୀରରୁ ଅଲଗା ହୋଇ ହିଁ ଯିବାକୁ ହେବ । ଆତ୍ମିକ ଦୃଷ୍ଟି ଦ୍ୱାରା ପାପ କଟିବ । ଶରୀରକୁ ଦେଖିଲେ ପାପ ବଢିବ । କେତେବେଳେ ପାପ କଟୁଛି କେତେବେଳେ ବଢୁଛି ଏହିଭଳି ହୋଇ ଚାଲିଛି । କେବେ ତଳକୁ, କେବେ ଉପରକୁ - ଏହା ବଡ ଜଟିଳ ରାସ୍ତା ଅଟେ । ଏହିଭଳି ଭାବରେ ଅନ୍ତିମ ସମୟରେ ତୁମେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବ । ମୁଖ୍ୟ ରୂପେ ପ୍ରତ୍ୟେକ କଥାରେ ଆଖି ହିଁ ଧୋକା ଦେଇଥାଏ, ସେଥିପାଇଁ ଶରୀରକୁ ଦେଖ ନାହିଁ । ଆମର ବୁଦ୍ଧି ସବୁବେଳେ ଶାନ୍ତିଧାମ ଏବଂ ସୁଖଧାମରେ ରହିଥିବା ଦରକାର, ପୁଣି ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ । ଶୁଦ୍ଧ ଭୋଜନ ମଧ୍ୟ ଖାଇବା ଉଚିତ୍ । ଦେବତାମାନଙ୍କର ଭୋଜନ ପବିତ୍ର ଅଟେ, ବିଷ୍ଣୁଙ୍କଠାରୁ ବୈଷ୍ଣବ ଶବ୍ଦ ଆସିଛି । ଦେବତାମାନେ କ’ଣ କେବେ ଖରାପ ଜିନିଷ ଖାଉଥିବେ! ବିଷ୍ଣୁଙ୍କର ମନ୍ଦିରକୁ ନର-ନାରାୟଣ ମନ୍ଦିର ମଧ୍ୟ କହିଥା’ନ୍ତି । ତେବେ ଲକ୍ଷ୍ମୀ-ନାରାୟଣ ତ ସ୍ଥୂଳ ଶରୀରଧାରୀ ହେଲେ ନା । ତେଣୁ ତାଙ୍କର ୪ ଭୂଜା ରହିବା ଉଚିତ୍ ନୁହେଁ । କିନ୍ତୁ ଭକ୍ତିମାର୍ଗରେ ତାଙ୍କୁ ମଧ୍ୟ ୪ ଭୂଜା ଦେଇ ଦେଇଛନ୍ତି । ଏହାକୁ ହିଁ ବେହଦର ଅଜ୍ଞାନତା କୁହାଯାଉଛି । ଭାବୁନାହାଁନ୍ତି ଯେ ୪ ଭୂଜାଧାରୀ କୌଣସି ମନୁଷ୍ୟ ତ ହୋଇପାରିବେ ନାହିଁ । ସତ୍ୟଯୁଗରେ ମଧ୍ୟ ଦୁଇ ଭୂଜାଧାରୀ ମନୁଷ୍ୟ ହିଁ ରହିବେ । ବ୍ରହ୍ମାଙ୍କର ମଧ୍ୟ ଦୁଇଟି ଭୂଜା ରହିଛି । ବ୍ରହ୍ମାଙ୍କର କନ୍ୟା ସରସ୍ୱତୀ, ତାଙ୍କୁ ମିଶାଇ ୪ ଭୂଜା ଦେଖାଇଛନ୍ତି । ସରସ୍ୱତୀ ବ୍ରହ୍ମାଙ୍କର ସ୍ତ୍ରୀ ନୁହଁନ୍ତି, ଇଏ ତ ପ୍ରଜାପିତା ବ୍ରହ୍ମାଙ୍କର କନ୍ୟା ଅଟନ୍ତି । ଯେତେ ଯେତେ ସନ୍ତାନ ପୋଷ୍ୟ ହୋଇ ଚାଲିଛନ୍ତି, ସେତିକି ସେତିକି ତାଙ୍କର ଭୂଜା ବଢିଚାଲିଛି । ବ୍ରହ୍ମାଙ୍କର ହିଁ ୧୦୮ ଭୂଜା ଅଛି ବୋଲି କହୁଛନ୍ତି । ବିଷ୍ଣୁ ବା ଶଙ୍କରଙ୍କର କହୁନାହାଁନ୍ତି । ବ୍ରହ୍ମାଙ୍କର ବହୁତ ଭୂଜା ରହିଛି । ଭକ୍ତିମାର୍ଗରେ ତ କିଛି ବି ବୁଝି ନ ଥିଲେ । ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି, ତୁମେ କହୁଛ ବାବା ଆସି ଆମକୁ ବୁଦ୍ଧିମାନ କରୁଛନ୍ତି । ମନୁଷ୍ୟମାନେ କହୁଛନ୍ତି ଆମେ ଶିବଙ୍କର ଭକ୍ତ ଅଟୁ । ଆଚ୍ଛା, ତୁମେ ଶିବଙ୍କୁ କ’ଣ ବୋଲି ଭାବୁଛ? ଏବେ ତୁମେ ଜାଣୁଛ ଶିବବାବା ସବୁ ଆତ୍ମାମାନଙ୍କର ପିତା ଅଟନ୍ତି । ସେଥିପାଇଁ ତାଙ୍କର ପୂଜା କରୁଛନ୍ତି । ବାବା ମୁଖ୍ୟ କଥା କହୁଛନ୍ତି - ମୋତେ ମନେ ପକାଅ । ତୁମେ ଡାକୁଛ ମଧ୍ୟ ହେ ପତିତ-ପାବନ, ଏଠାକୁ ଆସ, ଆସି ଆମକୁ ପବିତ୍ର କର । ସମସ୍ତେ ପତିତ-ପାବନ ସୀତାରାମ ବୋଲି ଡାକିବାରେ ଲାଗିଛନ୍ତି । ଇଏ ମଧ୍ୟ ପତିତ-ପାବନ ସୀତାରାମ ବୋଲି ଗୀତ ଗାଉଥିଲେ । ବାବା (ବ୍ରହ୍ମା)କ’ଣ ଜାଣି ଥିଲେ କି ବାବା ସ୍ୱୟଂ ଆସି ତାଙ୍କ ଶରୀରରେ ପ୍ରବେଶ କରିବେ । କେତେ ଆଶ୍ଚର୍ଯ୍ୟ କଥା ନା, କେବେ ସ୍ୱପ୍ନରେ ମଧ୍ୟ ଏହି କଥା ନ ଥିଲା । ପ୍ରଥମେ ତ ଆଶ୍ଚର୍ଯ୍ୟ ହେଉଥିଲେ ଯେ ଏହା କ’ଣ ହେଉଛି! ମୁଁ କାହାକୁ ଦେଖୁଛି ତେବେ ବସୁ-ବସୁ ତାଙ୍କ ପ୍ରତି ଆକର୍ଷଣ ହୋଇଯାଉଛି । ଏହା କ’ଣ ହେଉଛି? ଶିବବାବା ତାଙ୍କୁ ଆକର୍ଷିତ କରୁଥିଲେ । ସମ୍ମୁଖରେ ବସିଲେ ଧ୍ୟାନରେ ଚାଲିଯାଉଥିଲେ । ତେଣୁ ଆଶ୍ଚର୍ଯ୍ୟ ହେଉଥଲେ, ଏ ସବୁ କ’ଣ ହେଉଛି? ଏହି ସବୁ କଥାକୁ ବୁଝିବା ପାଇଁ ପୁଣି ଏକାନ୍ତର ଆବଶ୍ୟକତା ରହିଛି । ତେଣୁ ବୈରାଗ୍ୟ ଆସିବାକୁ ଲାଗିଲା - କୁଆଡେ ଯିବି? ଆଚ୍ଛା, ବନାରସ ଯାଉଛି । ଏହା ତାଙ୍କର ଆକର୍ଷଣ ଥିଲା । ଯାହା ତାଙ୍କୁ କରାଉଥିଲେ ତେଣୁ ଏତେ ବଡ ବ୍ୟବସାୟ ଛାଡି ଚାଲିଗଲେ । ବିଚରା ସେମାନଙ୍କୁ କ’ଣ ଜଣା ଥିଲା କି, ବନାରସ କାହିଁକି ଯାଉଛନ୍ତି? ସେଠାରେ ବଗିଚାରେ ଯାଇ ରହିଲେ । ହାତରେ ପେନ୍‌ସିଲ୍ ଧରି କାନ୍ଥରେ ଚକ୍ର ତିଆରି କରୁଥିଲେ । ବାବା କ’ଣ କ’ଣ ସବୁ କରାଉଥିଲେ, କିଛି ବି ଜଣାପଡୁ ନ ଥିଲା । ରାତ୍ରିରେ ନିଦ୍ରା ଆସିଲେ, ଭାବୁଥିଲେ କୁଆଡେ ଉଡିଯାଇଛି । ପୁଣି ଯେମିତି ତଳକୁ ଆସିଯାଉଥିଲେ । କିଛି ଜଣାପଡୁ ନ ଥିଲା କ’ଣ ହେଉଛି । ଆରମ୍ଭରୁ କେତେ ସାକ୍ଷାତ୍‌କାର ହେଉଥିଲା । କନ୍ୟାମାନେ ବସୁ-ବସୁ ଧ୍ୟାନରେ ଚାଲିଯାଉଥିଲେ । ତୁମେମାନେ ମଧ୍ୟ ବହୁତ କିଛି ଦେଖିଛ । ତୁମେ କହୁଛ ଯାହା ଆମେ ଦେଖିଛୁ ତାହା ତୁମେ ଦେଖିପାରିବ ନାହିଁ । ପୁଣି ଅନ୍ତିମ ସମୟରେ ମଧ୍ୟ ବାବା ବହୁତ ସାକ୍ଷାତ୍‌କାର କରାଇବେ, କାହିଁକି ନା ସତ୍ୟଯୁଗ ନିକଟତର ହୋଇ ଆସିଥିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କର ସନ୍ଦେଶ ଶୁଣାଇ ସମସ୍ତଙ୍କର ଦୁଃଖ ଦୂର କରିବାକୁ ହେବ । ସମସ୍ତଙ୍କୁ ସୁଖର ରାସ୍ତା ବତାଇବାକୁ ହେବ । ସମସ୍ତ ସୀମା ଭିତରୁ ଉର୍ଦ୍ଧ୍ୱକୁ ଉଠି ବେହଦକୁ ଯିବାକୁ ହେବ ।

(୨) ଅନ୍ତିମ ସମୟର ସମସ୍ତ ସାକ୍ଷାତ୍‌କାର କରିବା ପାଇଁ ତଥା ବାବାଙ୍କଠାରୁ ସ୍ନେହର ପାଳନା ନେବା ପାଇଁ ଜ୍ଞାନ ଯୋଗରେ ମଜବୁତ ହେବାକୁ ପଡିବ । ଅନ୍ୟମାନଙ୍କ କଥା ଚିନ୍ତନ ନ କରି ଯୋଗବଳ ଦ୍ୱାରା ନିଜର ଆୟୁଷକୁ ବଢାଇବାକୁ ହେବ ।

ବରଦାନ:-
ଅବହେଳା ପଣିଆକୁ ବା ନିଜ ଉପରେ ଅଧିକ ଧ୍ୟାନ ଦେବାର ଅଭିମାନକୁ ଛାଡି ବାବାଙ୍କର ସହଯୋଗର ପାତ୍ର ହେଉଥିବା ସହଜ ପୁରୁଷାର୍ଥୀ ହୁଅ ।

କେତେକ ପିଲା ସାହସର ସହିତ ପୁରୁଷାର୍ଥ କରିବା ପରିବର୍ତ୍ତେ ଅବହେଳା ପଣିଆ କାରଣରୁ ଅଭିମାନରେ ଆସିଯାଉଛନ୍ତି ଯେ ମୁଁ ତ ସର୍ବଦା ପାତ୍ର ହିଁ ଅଟେ । ବାବା ମୋତେ ସାହାଯ୍ୟ କରିବେ ନାହିଁ ତ ଆଉ କାହାକୁ ସାହାଯ୍ୟ କରିବେ! ଏହିଭଳି ଅଭିମାନ ଥିବା କାରଣରୁ ପ୍ରଥମେ ସାହସର ସହିତ ପ୍ରଥମ ପାଦର ଉଠାଇବାର ବିଧିକୁ ଭୁଲିଯାଉଛନ୍ତି । ଆଉ କେତେକ ପିଲାଙ୍କ ଭିତରେ ପୁଣି ନିଜ ଉପରେ ଧ୍ୟାନ ଦେବାର ଅଭିମାନ ମଧ୍ୟ ଅଛି ଯାହାକି ସେମାନଙ୍କୁ ସହଯୋଗରୁ ବଞ୍ଚିତ କରିଦେଉଛି । ଭାବୁଛନ୍ତି ମୁଁ ତ ବହୁତ ଯୋଗ କରିସାରିଲିଣି, ଜ୍ଞାନୀ ଯୋଗୀ ତୁ ଆତ୍ମା ହୋଇଗଲିଣି, ମୋ’ର ତ ସେବାର ରାଜଧାନୀ ନିର୍ମାଣ ହୋଇଗଲାଣି... । ତେଣୁ ଏହିଭଳି ଅଭିମାନଗୁଡିକୁ ଛାଡି ସାହସ ଆଧାରରେ ସାହାଯ୍ୟ ପାଇବାର ପାତ୍ର ହୁଅ, ତେବେ ସହଜ ପୁରୁଷାର୍ଥୀ ହୋଇଯିବ ।

ସ୍ଲୋଗାନ:-
ତୁମ ଭିତରେ ଯେଉଁ ସବୁ ବ୍ୟର୍ଥ ଏବଂ ନକାରାତ୍ମକ ସଂକଳ୍ପ ଚାଲୁଛି ସେଗୁଡିକୁ ପରିବର୍ତ୍ତନ କରି ବିଶ୍ୱ କଲ୍ୟାଣର କାର୍ଯ୍ୟରେ ଲଗାଅ ।