27.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କ ଭଳି ଦୟାଶୀଳ ଏବଂ କଲ୍ୟାଣକାରୀ ହୁଅ, ବୁଦ୍ଧିମାନ ତାଙ୍କୁ କୁହାଯିବ ଯିଏ ନିଜେ ବି ପୁରୁଷାର୍ଥ କରୁଥିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଉଥିବେ ।”

ପ୍ରଶ୍ନ:-
ତୁମେ ପିଲାମାନେ ନିଜର ପାଠପଢା ଆଧାରରେ କେଉଁ ଚେକିଂ କରିପାରିବ, ତୁମର ପୁରୁଷାର୍ଥ କ’ଣ?

ଉତ୍ତର:-
ତୁମେ ନିଜର ପାଠପଢା ଆଧାରରେ ଚେକିଂ କରିପାରିବ ଯେ ମୁଁ ଉତ୍ତମ ପାର୍ଟ କରୁଛି, ନା ମଧ୍ୟମ ପାର୍ଟ କରୁଛି, ନା କନିଷ୍ଠ ପାର୍ଟ କରୁଛି । ସବୁଠାରୁ ଉତ୍ତମ ପାର୍ଟ ସେହିମାନଙ୍କର କୁହାଯିବ ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଉତ୍ତମ କରୁଛନ୍ତି ଅର୍ଥାତ୍ ସେବା କରି ବ୍ରାହ୍ମଣମାନଙ୍କର ବୃଦ୍ଧି କରୁଛନ୍ତି । ତୁମର ମୁଖ୍ୟ ପୁରୁଷାର୍ଥ ହେଲା ପୁରୁଣା ଜୋତା ଅର୍ଥାତ୍ ପୁରୁଣା ଶରୀରକୁ ତ୍ୟାଗ କରି ନୂଆ ଜୋତା ପିନ୍ଧିବାର । ଯେତେବେଳେ ଆତ୍ମା ପବିତ୍ର ହୋଇଯିବ ସେତେବେଳେ ତାକୁ ନୂଆ ଅର୍ଥାତ୍ ପବିତ୍ର ଜୋତା (ଶରୀର) ମିଳିବ ।

ଓମ୍ ଶାନ୍ତି ।
ପିଲାମାନେ ଦୁଇ ପଟରୁ ରୋଜଗାର କରୁଛନ୍ତି, ଗୋଟିଏ ହେଲା ଯୋଗର ଯାତ୍ରା ଏବଂ ଅନ୍ୟଟି ହେଲା ୮୪ ଜନ୍ମ ଚକ୍ରର ଜ୍ଞାନର ସ୍ମରଣ ଦ୍ୱାରା ରୋଜଗାର । ଏହାକୁ କୁହାଯାଏ ଡବଲ୍ ଆମଦାନୀ କିନ୍ତୁ ଅଜ୍ଞାନ କାଳରେ ହୋଇଥାଏ ଅଳ୍ପକାଳର କ୍ଷଣସ୍ଥାୟୀ ଗୋଟିଏ ପଟ ଆମଦାନୀ । ତୁମର ଏହି ଯୋଗ ରୂପୀ ଯାତ୍ରାର ରୋଜଗାର ବହୁତ ବଡ ରୋଜଗାର, ଏହାଦ୍ୱାରା ତୁମର ଆୟୁଷ ମଧ୍ୟ ବଡ ହୋଇଥାଏ, ତୁମେ ପବିତ୍ର ମଧ୍ୟ ହୋଇଥାଅ ଏବଂ ସମସ୍ତ ଦୁଃଖରୁ ମଧ୍ୟ ତୁମେ ମୁକ୍ତ ହୋଇଯାଇଥାଅ, ତେଣୁ ଏହା ବହୁତ ବଡ ଆମଦାନୀ । ସତ୍ୟଯୁଗରେ ଆୟୁଷ ମଧ୍ୟ ବଡ ରହିବ, ଦୁଃଖର କୌଣସି ନାମ ମଧ୍ୟ ରହିବ ନାହିଁ କାହିଁକିନା ସେଠାରେ ରାବଣ ରାଜ୍ୟ ହିଁ ନାହିଁ । ଅଜ୍ଞାନ କାଳରେ ପାଠପଢ଼ାର ସୁଖ ଅଳ୍ପକାଳ ପାଇଁ ରହିଥାଏ ଏବଂ ଅନ୍ୟଟି ହେଲା ପାଠପଢ଼ାର ସୁଖ, ଶାସ୍ତ୍ର ପଢ଼ିଲାବାଲାଙ୍କୁ ମିଳିଥାଏ । ଏହା ଦ୍ୱାରା ଅନୁସରଣକାରୀମାନଙ୍କର କୌଣସି ଲାଭ ହୋଇ ନ ଥାଏ । ଏମାନେ ତ’ ଅନୁସରଣକାରୀ ଅଥବା ଶିଷ୍ୟ ମଧ୍ୟ ନୁହଁନ୍ତି କାରଣ ନା ଏମାନେ ପୋଷାକ ଆଦି ପରିବର୍ତ୍ତନ କରନ୍ତି ନା ଘର ଦ୍ୱାର ଛାଡନ୍ତି, ତେଣୁ ଏମାନଙ୍କୁ ଶିଷ୍ୟ ବୋଲି କିପରି କୁହାଯାଇପାରିବ! ସେଠାରେ ତ’ ଶାନ୍ତି, ପବିତ୍ରତା ସବୁକିଛି ରହିଛି । ଏଠାରେ ତ ଅପବିତ୍ରତା ତେଣୁ ଘରେ ଘରେ କେତେ ଅଶାନ୍ତି ହେଉଛି, ତୁମକୁ ଏବେ ଈଶ୍ୱରଙ୍କର ମତ ମିଳୁଛି । ଏବେ ତୁମେମାନେ ନିଜର ପିତାଙ୍କୁ ମନେପକାଅ । ନିଜକୁ ଈଶ୍ୱରୀୟ ଗଭର୍ଣ୍ଣମେଣ୍ଟ (ସରକାର) ବୋଲି ମନେ କର । କିନ୍ତୁ ତୁମେ ଗୁପ୍ତ । ତେଣୁ ତୁମେମାନଙ୍କୁ କେତେ ଆନ୍ତରିକ ଖୁସିରେ ରହିବା ଉଚିତ୍ । ଏବେ ଆମେ ଶ୍ରୀମତରେ ଚାଲୁଛୁ । ତାଙ୍କର ଶକ୍ତି ଦ୍ୱାରା ଆମେ ସତ୍ତ୍ୱପ୍ରଧାନ ହେଉଛୁ । ଏଠାରେ ତ’ କୌଣସି ରାଜ୍ୟ ଭାଗ୍ୟ ନେବାର ନାହିଁ । ଆମର ରାଜ୍ୟ ଭାଗ୍ୟ ନୂଆ ଦୁନିଆରେ ହେବ । ବର୍ତ୍ତମାନ ତୁମେମାନେ ଏହିସବୁ କଥାକୁ ଜାଣୁଛ । ଏହି ଲକ୍ଷ୍ମୀ-ନାରାୟଣଙ୍କର ୮୪ ଜନ୍ମର କାହାଣୀକୁ ତୁମେମାନେ କହିପାରିବ । ଯେ କୌଣସି ମନୁଷ୍ୟ ହୁଅନ୍ତୁ ଅଥବା କେତେ ପ୍ରବୀଣ ଶିକ୍ଷାଦାତା ହୁଅନ୍ତୁ କିନ୍ତୁ ଜଣେ ହେଲେ ବି ଏପରି କହିପାରିବେ ନାହିଁ ଯେ, ଏଠାକୁ ଆସିଲେ ଆମେ ତୁମକୁ ଲକ୍ଷ୍ମୀ-ନାରାୟଣଙ୍କର ୮୪ ଜନ୍ମର କାହାଣୀ ଶୁଣାଇବୁ । ତୁମମାନଙ୍କ ବୁଦ୍ଧିରେ ଏବେ ସ୍ମୃତି ରହୁଛି, ତୁମେ ବିଚାର ସାଗର ମନ୍ଥନ ମଧ୍ୟ କରୁଛ ।

ବର୍ତ୍ତମାନ ତୁମେମାନେ ଜ୍ଞାନ ସୂର୍ଯ୍ୟବଂଶୀ । ପୁଣି ସତ୍ୟଯୁଗରେ ତୁମକୁ ବିଷ୍ଣୁବଂଶୀ କୁହାଯିବ । ଜ୍ଞାନ ସୂର୍ଯ୍ୟ ପ୍ରକଟିତ ହେଲେ... ଏହି ସମୟରେ ତୁମକୁ ଜ୍ଞାନ ମିଳୁଛି ନା । ଜ୍ଞାନ ଦ୍ୱାରା ହିଁ ସଦ୍‌ଗତି ହୋଇଥାଏ । ଅଧାକଳ୍ପ ଜ୍ଞାନ ଚାଲୁଛି ପୁଣି ଅଧାକଳ୍ପ ଅଜ୍ଞାନୀ ହୋଇଯାଉଛନ୍ତି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ତୁମେମାନେ ଏବେ ବୁଦ୍ଧିମାନ ହେଉଛ । ତୁମେ ଯେତେ ଯେତେ ବୁଦ୍ଧିମାନ ହେଉଛ ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବାର ପୁରୁଷାର୍ଥ କରୁଛ । ତୁମର ପିତା ଦୟାର ସାଗର, କଲ୍ୟାଣକାରୀ ତେଣୁ ପିଲାମାନଙ୍କୁ ମଧ୍ୟ ଏହିଭଳି ହେବାକୁ ପଡିବ । ଯଦି ପିଲାମାନେ କଲ୍ୟାଣକାରୀ ନ ହେବେ ତେବେ ତାଙ୍କୁ କ’ଣ କୁହାଯିବ? ଗାୟନ ମଧ୍ୟ ଅଛି ନା ‘ ହିମ୍ମତେ ବଚ୍ଚେ, ମଦଦେ ବାପ’ । ଏହା ମଧ୍ୟ ନିଶ୍ଚିତ ଦରକାର । ନଚେତ୍ ସମ୍ପତ୍ତି କିପରି ପାଇବ । ସେବା ଅନୁସାରେ ତ’ ତୁମେ ସମ୍ପତ୍ତି ପାଉଛ, ଏହା ତୁମର ଈଶ୍ୱରୀୟ ମିଶନ ଅଟେ ନା । ଯେପରି ଖ୍ରୀଷ୍ଟିୟାନ ମିଶନ, ଇସ୍‌ଲାମୀ ମିଶନ ରହିଛି, ସେମାନେ ନିଜର ଧର୍ମକୁ ବଢ଼ାଇ ଚାଲିଛନ୍ତି । ସେହିଭଳି ତୁମେମାନେ ମଧ୍ୟ ନିଜର ବ୍ରାହ୍ମଣ ଧର୍ମ ଏବଂ ଦୈବୀ ଧର୍ମକୁ ବଢ଼ାଉଛ । ଡ୍ରାମା ଅନୁସାରେ ତୁମେମାନେ ନିଶ୍ଚିତ ବାବାଙ୍କର ସହଯୋଗୀ ହେବ । କଳ୍ପ ପୂର୍ବରୁ ଯେଉଁ ଅଭିନୟ କରିଥିଲ ତାହା ନିଶ୍ଚିତ ଭାବରେ କରିବ । ତୁମେ ଦେଖୁଛ ପ୍ରତ୍ୟେକ ନିଜ ନିଜର ଉତ୍ତମ, ମଧ୍ୟମ, କନିଷ୍ଠ ଅଭିନୟ କରୁଛନ୍ତି । ସବୁଠାରୁ ଉତ୍ତମ ଅଭିନୟ ସେହିମାନେ କରୁଛନ୍ତି ଯେଉଁମାନେ କି ଅନ୍ୟମାନଙ୍କୁ ଉତ୍ତମ କରୁଛନ୍ତି । ତେଣୁ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେଇ ଆଦି, ମଧ୍ୟ, ଅନ୍ତର ରହସ୍ୟକୁ ବୁଝାଇବାକୁ ପଡିବ । ଋଷି ମୁନି ଆଦି ମଧ୍ୟ ନେତି-ନେତି ବୋଲି କହି ଆସୁଛନ୍ତି । ପୁଣି ସର୍ବବ୍ୟାପୀ ବୋଲି ମଧ୍ୟ କହିଦେଉଛନ୍ତି । କାରଣ ସେମାନେ କିଛି ବି ଜାଣିନାହାନ୍ତି । ଡ୍ରାମା ଅନୁସାରେ ଆତ୍ମାର ବୁଦ୍ଧି ମଧ୍ୟ ତମଃପ୍ରଧାନ ହୋଇଯାଉଛି । ଏହାକୁ ଶରୀରର ବୁଦ୍ଧି ବୋଲି କୁହାଯିବ ନାହିଁ । ଆତ୍ମାରେ ହିଁ ମନ ବୁଦ୍ଧି ରହିଛି । ଏହି କଥାକୁ ଭଲ ଭାବରେ ବୁଝି, ଚିନ୍ତନ କରି ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ହେବ । ସେମାନେ ଶାସ୍ତ୍ର ଆଦି ଶୁଣାଇବା ପାଇଁ କେତେ ମଠ ଅଥବା ଦୋକାନ ଆଦି ଖୋଲିଛନ୍ତି । ସେହିପରି ତୁମର ମଧ୍ୟ ଦୋକାନ ଅଛି, ବଡ ବଡ ସହରମାନଙ୍କରେ ବଡ ବଡ ଦୋକାନ ଦରକାର । ଯେଉଁ ପିଲାମାନେ ବହୁତ ତୀକ୍ଷ୍‌ଣ ବୁଦ୍ଧି ହୋଇଥା’ନ୍ତି, ତାଙ୍କ ପାଖରେ ବହୁତ ସମ୍ପତ୍ତି ରହିଥାଏ । ଯଦି ଯଥେଷ୍ଟ ସମ୍ପତ୍ତି ନ ଥିବ ତେବେ କାହାକୁ ଦେଇ ମଧ୍ୟ ପାରିବେ ନାହିଁ । ଧାରଣା ମଧ୍ୟ କ୍ରମାନୁସାରେ ହୋଇଥାଏ । ତେଣୁ ପିଲାମାନଙ୍କୁ ଭଲ ଭାବରେ ଧାରଣ କରିବାକୁ ହେବ ଯେପରି ଅନ୍ୟମାନଙ୍କୁ ବୁଝାଇପାରିବେ । ବାବାଙ୍କଠାରୁ ସମ୍ପତ୍ତି ନେବା - ଏହା କୌଣସି ବଡ କଥା ନୁହେଁ, ଗୋଟିଏ ସେକେଣ୍ଡର କଥା । ତୁମେ ଆତ୍ମାମାନେ ବାବାଙ୍କୁ ଜାଣିଗଲ, ତେଣୁ ବେହଦର ମାଲିକ ହୋଇଗଲ । ମାଲିକ ମଧ୍ୟ କ୍ରମାନୁସାରେ ଥା’ନ୍ତି । ସେଠାରେ ରାଜା ବି ମାଲିକ ତ’ ପ୍ରଜାମାନେ ମଧ୍ୟ ନିଜକୁ ମାଲିକ ବୋଲି କହିବେ । ଏଠାରେ ମଧ୍ୟ ସମସ୍ତେ “ଆମର ଭାରତ” ବୋଲି କହୁଛନ୍ତି ନା । ତୁମେ ମଧ୍ୟ କହୁଛ ଶ୍ରୀମତ ଆଧାରରେ ଆମେ ନିଜର ସ୍ୱର୍ଗ ସ୍ଥାପନ କରୁଛୁ । ସ୍ୱର୍ଗରେ ମଧ୍ୟ ରାଜଧାନୀ ଅଛି ଏବଂ ରାଜଧାନୀରେ ଅନେକ ପ୍ରକାରର ପଦ ମଧ୍ୟ ରହିଛି । ତେବେ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବା ଦରକାର । ବାବା କହୁଛନ୍ତି - ତୁମେମାନେ ଏବେ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ, ତାହା ହିଁ କଳ୍ପ କଳ୍ପାନ୍ତର ଚାଲିବ । ପରୀକ୍ଷାରେ କାହାର ନମ୍ବର କମ୍ ହୋଇଗଲେ ହୃଦ୍‌ଘାତ ମଧ୍ୟ ହୋଇଯାଇଥାଏ । ଏହା ତ’ ବେହଦର କଥା । ଯଦି ପୁରା ପୁରୁଷାର୍ଥ ନ କରିବ ତେବେ ହୃଦୟ ସିଂହାସନରେ ବସିପାରିବ ନାହିଁ, ପୁଣି ଦଣ୍ଡ ମଧ୍ୟ ଭୋଗ କରିବାକୁ ପଡିବ । ସେହି ସମୟରେ ତୁମେ ଆଉ କ’ଣ କିଛି କରିପାରିବ କି! କିଛି ବି ନୁହେଁ । ଆତ୍ମା କ’ଣ କରିବ! ଲୋକମାନେ ତ’ ଜୀବଘାତ କରୁଛନ୍ତି, ପାଣିରେ ବୁଡି ମରୁଛନ୍ତି । କିନ୍ତୁ ଏଥିରେ ଜୀବଘାତ ଆଦି କରିବାର କୌଣସି କଥା ନାହିଁ । ଆତ୍ମାକୁ ତ’ ହତ୍ୟା କରାଯାଇପାରିବ ନାହିଁ, ଏହା ତ’ ଅବିନାଶୀ, ବାକି ଶରୀରକୁ ହତ୍ୟା କରାଯାଇଥାଏ, ଯେଉଁଥିରେ ତୁମେ ଅଭିନୟ କରୁଛ । ଏବେ ତୁମେମାନେ ଶରୀର ରୂପୀ ପୁରୁଣା ଜୋତାକୁ ଛାଡି ନୂଆ ଦୈବୀ ଜୋତା ନେବା ପାଇଁ ପୁରୁଷାର୍ଥ କରୁଛ । ଏ କଥା କିଏ କହୁଛି? ଆତ୍ମା । ଯେପରି ପିଲାମାନେ କହିଥା’ନ୍ତି ନା - ମୋତେ ନୂଆ ପୋଷାକ ଦିଅ, ସେହିପରି ଆମ ଆତ୍ମାମାନଙ୍କୁ ମଧ୍ୟ ନୂଆ ପୋଷାକ ଦରକାର । ବାବା କହୁଛନ୍ତି - ତୁମର ଆତ୍ମା ନୂଆ ହେଲେ ଶରୀର ମଧ୍ୟ ନୂଆ ଦରକାର, ତେବେ ଯାଇ ଶୋଭା ପାଇବ । ଆତ୍ମା ପବିତ୍ର ହେଲେ ୫ ତତ୍ତ୍ୱ ମଧ୍ୟ ନୂଆ ହୋଇଯାଉଛି, ୫ ତତ୍ତ୍ୱରେ ହିଁ ଶରୀର ଗଠନ ହୋଇଥାଏ । ଆତ୍ମା ସତ୍ତ୍ୱପ୍ରଧାନ ହେଲେ ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ମିଳିଥାଏ । ଆତ୍ମା ତମଃପ୍ରଧାନ ହେଲେ ଶରୀର ମଧ୍ୟ ତମଃପ୍ରଧାନ ହୋଇଥାଏ । ଏବେ ସାରା ଦୁନିଆର ପିତୁଳା ଗୁଡିକ ତମଃପ୍ରଧାନ ହୋଇଯାଇଛି । ଦିନକୁ ଦିନ ଦୁନିଆ ପୁରୁଣା ହେବାରେ ଲାଗିଛି, ପତିତ ହୋଇଯାଉଛି । ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା ହୋଇଥାଏ । ପୁରୁଣା ଦୁନିଆକୁ କଳିଯୁଗ କୁହାଯାଉଛି । ବାକି ଏହି ସଙ୍ଗମଯୁଗ ବିଷୟରେ କେହି ବି ଜାଣିନାହାନ୍ତି । ତୁମେମାନେ ହିଁ ଜାଣିଛ ଯେ ଏହି ପୁରୁଣା ଦୁନିଆର ଏବେ ପରିବର୍ତ୍ତନ ହେବ ।

ଏବେ ବେହଦର ବାବା ଯିଏକି ବାପା, ଶିକ୍ଷକ, ଗୁରୁ ଅଟନ୍ତି, ତାଙ୍କର ନିର୍ଦ୍ଦେଶ ହେଲା ସମସ୍ତେ ପବିତ୍ର ହୁଅ । କାମ ବିକାର ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରି ଜଗତଜିତ୍ ହୁଅ । ଜଗତଜିତ୍ ଅର୍ଥାତ୍ ବିଷ୍ଣୁବଂଶୀ ହୁଅ । କଥା ଗୋଟିଏ କିନ୍ତୁ ଏହି ଶବ୍ଦର ଅର୍ଥକୁ କେବଳ ତୁମେମାନେ ଜାଣିଛ । ପିଲାମାନେ ଜାଣିଛନ୍ତି, ଆମର ଶିକ୍ଷାଦାତା ହେଲେ ବାବା । ପ୍ରଥମେ ତ’ ଏହି ନିଶ୍ଚୟ ପକ୍କା ହେବା ଦରକାର । ପିଲା ବଡ ହେଲେ ବାପାକୁ ମନେପକାଇବାକୁ ପଡିଥାଏ, ପୁଣି ଶିକ୍ଷକ ଏବଂ ଗୁରୁଙ୍କୁ ମନେପକାଇବାକୁ ପଡିଥାଏ । ଭିନ୍ନ ଭିନ୍ନ ସମୟରେ ମନେପକାଇବାକୁ ପଡିଥାଏ । ଏଠାରେ ତ’ ତୁମକୁ ତିନିଜଣ ଏକତ୍ର ଗୋଟିଏ ସମୟରେ ମିଳିଛନ୍ତି । ପିତା, ଶିକ୍ଷକ, ଗୁରୁ ଜଣେ ହିଁ ଅଟନ୍ତି । ସନ୍ନ୍ୟାସୀମାନେ ତ’ ବାନପ୍ରସ୍ଥର ଅର୍ଥକୁ ମଧ୍ୟ ବୁଝୁନାହାଁନ୍ତି । ସେମାନେ ଭାବୁଛନ୍ତି ଆମକୁ ତ ବାନପ୍ରସ୍ଥ ନେବାର ଅଛି ତେଣୁ ଗୁରୁ କରିବା ଦରକାର । ୬୦ ବର୍ଷ ପରେ ଗୁରୁ କରିଥା’ନ୍ତି । ଏହି କାଇଦା ବର୍ତ୍ତମାନ ହିଁ ବାହାରିଛି । ବାବା କହୁଛନ୍ତି - ବହୁତ ଜନ୍ମର ଅନ୍ତିମ ବାନପ୍ରସ୍ଥ ଅବସ୍ଥାରେ ମୁଁ ଏହାଙ୍କର ସତ୍‌ଗୁରୁ ହେଉଛି । ବାବା ମଧ୍ୟ କହୁଛନ୍ତି ମୁଁ ୬୦ ବର୍ଷ ପରେ ସତଗୁରୁ କରିଛି, ଯେବେ କି ନିର୍ବାଣଧାମ ଯିବାର ସମୟ ଆସୁଛି । ବାବା ଆସୁଛନ୍ତି ସମସ୍ତଙ୍କୁ ନିର୍ବାଣଧାମକୁ ନେଇଯିବା ପାଇଁ । ପ୍ରଥମେ ମୁକ୍ତିଧାମ ଯାଇ ପୁଣି ଆମକୁ ଅଭିନୟ କରିବା ପାଇଁ ଆସିବାକୁ ହେବ । ବାନପ୍ରସ୍ଥ ଅବସ୍ଥା ତ ଅନେକଙ୍କର ହେଉଛି, ପୁଣି ଗୁରୁ ମଧ୍ୟ କରୁଛନ୍ତି । ଆଜିକାଲି ତ’ ଛୋଟ ପିଲାଙ୍କର ମଧ୍ୟ ଗୁରୁ କରାଇଦେଉଛନ୍ତି ଯାହା ଦ୍ୱାରା ଗୁରୁଙ୍କୁ ଦକ୍ଷିଣା ମଧ୍ୟ ମିଳିଯାଉଛି । ଖ୍ରୀଷ୍ଟିୟାନମାନେ ଛୋଟ ପିଲାମାନଙ୍କୁ ଧର୍ମରେ ଅନ୍ତର୍ଭୁକ୍ତ କରିବା ପାଇଁ ପାଦ୍ରୀମାନଙ୍କ କୋଳକୁ ଟେକି ଦେଇଥା’ନ୍ତି । ସେମାନେ ଖ୍ରୀଷ୍ଟିୟାନ କରାଇବା ପାଇଁ ତାଙ୍କ କୋଳକୁ ଦେଇଥା’ନ୍ତି । କିନ୍ତୁ ସେମାନେ କୌଣସି ନିର୍ବାଣଧାମକୁ ନେଇନଥା’ନ୍ତି । ଏହି ସବୁର ରହସ୍ୟକୁ ବାବା ବୁଝାଉଛନ୍ତି, ଈଶ୍ୱରଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଈଶ୍ୱର ହିଁ ଦେଇପାରିବେ ନା । ଯାହାକି ଆରମ୍ଭରୁ ଶୁଣାଇ ଆସୁଛନ୍ତି । ନିଜର ଏବଂ ସୃଷ୍ଟିର ରହସ୍ୟକୁ ମଧ୍ୟ ଶୁଣାଉଛନ୍ତି । ଈଶ୍ୱର ସ୍ୱୟଂ ଆସି ଆଦି ସନାତନ ଦେବୀ-ଦେବତା ଅର୍ଥାତ୍ ସ୍ୱର୍ଗର ସ୍ଥାପନା କରୁଛନ୍ତି, ଏହାର ନାମ ଭାରତ ହିଁ ରହି ଆସିଛି । ଗୀତାରେ କେବଳ କୃଷ୍ଣଙ୍କର ନାମ ଲେଖି କେତେ ଗଡବଡ କରିଦେଇଛନ୍ତି । ଏହା ମଧ୍ୟ ଡ୍ରାମା, ହାରିବା ଏବଂ ଜିତିବାର ଖେଳ । ଏଥିରେ କିପରି ହାରିବା ଏବଂ ଜିତିବା ହେଉଛି, ଏହା ବାବାଙ୍କ ବ୍ୟତୀତ କେହି କହିପାରିବେ ନାହିଁ । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ଜାଣିନାହାନ୍ତି ଯେ, ଆମକୁ ହାରିବାକୁ ପଡିବ । ଏ କଥା କେବଳ ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ । ଶୂଦ୍ରମାନେ ମଧ୍ୟ ଜାଣିନାହାନ୍ତି । ବାବା ହିଁ ଆସି ତୁମକୁ ବ୍ରାହ୍ମଣରୁ ଦେବତା କରୁଛନ୍ତି । ହମ୍ ସୋ’ର ଅର୍ଥ ବିଲ୍‌କୁଲ୍ ଅଲଗା ଏବଂ ଓମ୍‌ର ଅର୍ଥ ମଧ୍ୟ ଅଲଗା । ମନୁଷ୍ୟମାନେ ଯଥାର୍ଥ ଅର୍ଥକୁ ନ ଜାଣି ଯାହା ଆସିଲା ତାହା କହିଦେଉଛନ୍ତି । ଏବେ ତୁମେ ଜାଣୁଛ କିପରି ଆମେ ତଳକୁ ଖସି ଖସି ପୁଣି ଉପରକୁ ଚଢ଼ୁଛୁ । ଏହି ଜ୍ଞାନ ଏବେ ତୁମମାନଙ୍କୁ ମିଳୁଛି । ଡ୍ରାମା ଅନୁସାରେ ପୁଣି କଳ୍ପ ପରେ ବାବା ଏଠାକୁ ଆସି ଏହି ଜ୍ଞାନ ଦେବେ । ଯେତେ ବି ଧର୍ମସ୍ଥାପକ ଅଛନ୍ତି ସେମାନେ ପୁଣି ସମୟ ଅନୁସାରେ ଏଠାକୁ ଆସି ନିଜ ନିଜର ଧର୍ମ ସ୍ଥାପନ କରିବେ । ଏହାକୁ ପୁରୁଷାର୍ଥର କ୍ରମାନୁସାରେ ବୋଲି କୁହାଯାଇପାରିବ ନାହିଁ । ସମୟର କ୍ରମାନୁସାରେ ଆସି ନିଜ ନିଜର ଧର୍ମ ସ୍ଥାପନ କରିବେ । ଏକଥା ଏକମାତ୍ର ବାବା ହିଁ ବୁଝାଉଛନ୍ତି, ମୁଁ କିପରି ବ୍ରାହ୍ମଣ ପୁଣି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ବଂଶାବଳୀ ସ୍ଥାପନ କରୁଛି? ଏବେ ତୁମେମାନେ ହେଉଛ ଜ୍ଞାନ ସୂର୍ଯ୍ୟବଂଶୀ ପୁଣି ବିଷ୍ଣୁବଂଶୀ ହେବ । ଏହି ସବୁ କଥାକୁ ବହୁତ ସାବଧାନତାର ସହିତ ଲେଖିବାକୁ ପଡିବ, ଯେପରି କେହି ଭୁଲ୍ ବାହାର କରିପାରିବେ ନାହିଁ ।

ତୁମେମାନେ ଜାଣିଛ, ଏହି ଜ୍ଞାନର ଗୋଟିଏ ଗୋଟିଏ ମହାବାକ୍ୟ ରତ୍ନ, ହୀରା ସମାନ ଅଟେ । ତେଣୁ ଅନ୍ୟମାନଙ୍କୁ ବୁଝାଇବା ପାଇଁ ପିଲାମାନଙ୍କ ପାଖରେ ତୀକ୍ଷ୍‌ଣ ବୁଦ୍ଧି ଥିବା ଦରକାର । କୌଣସି ଶବ୍ଦ ଯଦି ଭୁଲ୍‌ରେ ବାହାରିଗଲା ତେବେ ତୁରନ୍ତ ଠିକ୍ କରି ବୁଝାଇବା ଉଚିତ୍ । ସବୁଠାରୁ ବଡ ଭୁଲ୍ ହେଲା ବାବାଙ୍କୁ ଭୁଲିଯିବା । ବାବା ନିର୍ଦ୍ଦେଶ ଦେଉଛନ୍ତି, ମୋତେ ମନେ ପକାଅ, ଏ କଥାକୁ ଭୁଲିବା ଉଚିତ୍ ନୁହେଁ । ବାବା କହୁଛନ୍ତି - ତୁମେମାନେ ମୋର ବହୁତ ପୁରୁଣା ପ୍ରେମିକା, ତୁମ ସମସ୍ତଙ୍କର ମୁଁ ଜଣେ ପ୍ରେମିକ । ଦୁନିଆରେ ତ’ ପରସ୍ପରର ଚେହେରା ଦେଖି ପ୍ରେମିକ ପ୍ରେମିକା ହୋଇଥା’ନ୍ତି । ଏଠାରେ ତ’ ଜଣେ ପ୍ରେମିକ ଅଛନ୍ତି, ତେଣୁ ସିଏ ଜଣେ ମାତ୍ର କେତେ ପ୍ରେମିକାଙ୍କୁ ମନେପକାଇବେ । ଅନେକ ଜଣକୁ ମନେ ପକାଇବା ସହଜ କିନ୍ତୁ ଜଣେ ଅନେକଙ୍କୁ କିପରି ମନେ ପକାଇ ପାରିବେ? ବାବାଙ୍କୁ କହୁଛନ୍ତି - ବାବା ଆମେ ଆପଣଙ୍କୁ ମନେ ପକାଉଛୁ, କିନ୍ତୁ ଆପଣ ଆମକୁ ମନେ ପକାଉଛନ୍ତି? ବାବା କହୁଛନ୍ତି, ଆରେ ତୁମକୁ ମୋତେ ମନେ ପକାଇବାକୁ ହେବ କାରଣ ପତିତରୁ ପବିତ୍ର ତୁମେ ହେବ ନା । ମୁଁ କ’ଣ ପତିତ ଯେ ମୁଁ ମନେ ପକାଇବି । ତୁମର କାମ ହେଲା ମୋତେ ମନେ ପକାଇବା, କାହିଁକିନା ତୁମକୁ ପବିତ୍ର ହେବାର ଅଛି । ଯିଏ ଯେତେ ମନେ ପକାଇଥା’ନ୍ତି ଯେତେ ଭଲ ଭାବରେ ସେବା କରିଥା’ନ୍ତି, ତାଙ୍କର ଧାରଣା ମଧ୍ୟ ସେହିପରି ହୋଇଥାଏ । କିନ୍ତୁ ଯୋଗର ଯାତ୍ରା ବହୁତ କଷ୍ଟସାଧ୍ୟ । ସେଥିପାଇଁ ହିଁ ଯୁଦ୍ଧ ଚାଲୁଛି । ବାକି ଏପରି ନୁହେଁ ଯେ, ୮୪ ଜନ୍ମର ଚକ୍ରକୁ ତୁମେ ଭୁଲିଯିବ । ଏହି କାନ ତୁମର ସୁନାର ପାତ୍ର ହେବା ଦରକାର । ଯେତେ ତୁମେ ମନେ ପକାଇବ, ସେତେ ଧାରଣା ଭଲ ହେବ, ଏହାଦ୍ୱାରା ତୁମକୁ ଶକ୍ତି ମିଳିବ ସେଥିପାଇଁ କହୁଛନ୍ତି ଯୋଗର ଧାରଣା ଦରକାର । ଜ୍ଞାନ ଦ୍ୱାରା ରୋଜଗାର ହୋଇଥାଏ । ଯୋଗ ଦ୍ୱାରା କ୍ରମାନୁସାରେ ସର୍ବଶକ୍ତି ମିଳିଥାଏ । ତରବାରୀରେ ମଧ୍ୟ କ୍ରମାନୁସାରେ ଧାର ରହିଥାଏ । ତାହା ତ’ ହେଲା ସ୍ଥୂଳ କଥା । ବାବା କହୁଛନ୍ତି ଏକମାତ୍ର ମୂଳ କଥା ହେଲା - ଅଲଫକୁ ମନେ ପକାଅ । ଦୁନିଆର ବିନାଶ ପାଇଁ ଏକମାତ୍ର ଆଣିବିକ ବୋମା ରହିବ ଆଉ କିଛି ଦରକାର ନାହିଁ । ଏଥିରେ ନା ସେନା ଦରକାର ନା କ୍ୟାପ୍‌ଟେନ୍ । ଆଜିକାଲି ତ’ ଏଭଳି ବୋମା ତିଆରି କରୁଛନ୍ତି, ଗୋଟିଏ ସ୍ଥାନରେ ବସି ପକାଇ ପାରିବେ । ତୁମେ ଏଠାରେ ବସି-ବସି ରାଜ୍ୟ ନେଉଛ, ସେମାନେ ସେଠାରେ ବସି ସମସ୍ତଙ୍କର ବିନାଶ କରିବେ । ତୁମର ଜ୍ଞାନ ଏବଂ ଯୋଗ, ସେମାନଙ୍କର ମୃତ୍ୟୁର ସାମଗ୍ରୀ, ସମାନ ହୋଇଯାଉଛି, ଏହା ମଧ୍ୟ ଏକ ଖେଳ । ଏଠାରେ ସମସ୍ତେ ଅଭିନେତା ଅଟନ୍ତି ନା । ବର୍ତ୍ତମାନ ନାଟକ ପୂରା ହେଉଛି, ବାବା ହିଁ ଆସି ନିଜର ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ପରିଚୟ ଦେଉଛନ୍ତି । ଏବେ ବାବା କହୁଛନ୍ତି - ତୁମେ ବ୍ୟର୍ଥ କଥା ଶୁଣ ନାହିଁ, ସେଥିପାଇଁ କହୁଛନ୍ତି ଖରାପ କଥା ଶୁଣ ନାହିଁ... ଏହାର ଚିତ୍ର ମଧ୍ୟ ତିଆରି କରାଯାଇଛି । ଆଗରୁ ମାଙ୍କଡର ଚିତ୍ର ତିଆରି କରୁଥିଲେ, ଏବେ ମନୁଷ୍ୟମାନଙ୍କର କରୁଛନ୍ତି, କାହିଁକିନା ଚେହେରା ମନୁଷ୍ୟର ହେଲେ ମଧ୍ୟ ଚରିତ୍ର ମାଙ୍କଡ ସଦୃଶ୍ୟ ହୋଇଯାଇଛି, ସେଥିପାଇଁ ମାଙ୍କଡ ସହିତ ତୁଳନା କରୁଛନ୍ତି । ଏବେ ତୁମେ କାହାର ସେନା ଅଟ? ଶିବବାବାଙ୍କର । ବାବା ମାଙ୍କଡରୁ ତୁମକୁ ମନ୍ଦିର ଯୋଗ୍ୟ କରୁଛନ୍ତି । କେଉଁ କଥାକୁ କେଉଁଠିକୁ ନେଇଯାଇଛନ୍ତି । ମାଙ୍କଡ କ’ଣ ପୋଲ ତିଆରି କରିପାରିବେ କି? ଏ ସବୁ ହେଲା ଦୃଷ୍ଟାନ୍ତ । କେବେ ଯଦି କେହି ପଚାରନ୍ତି ତୁମେ କ’ଣ ଶାସ୍ତ୍ରକୁ ମାନୁଛ? ତେବେ କୁହ ବାଃ! ଏପରି କିଏ ଥିବ ଯିଏକି ଶାସ୍ତ୍ରକୁ ମାନୁନଥିବ । ଆମେ ତ ସବୁଠାରୁ ଅଧିକ ମାନୁଛୁ । ତୁମେ ମଧ୍ୟ ସେତିକି ପଢ଼ୁନାହଁ ଯେତିକି ଆମେ ପଢ଼ୁଛୁ । ଅଧାକଳ୍ପ ହେବ ଆମେ ପଢି ଆସିଛୁ । ସ୍ୱର୍ଗରେ ଶାସ୍ତ୍ର କିମ୍ବା ଭକ୍ତିର କୌଣସି ଜିନିଷ ରହିବ ନାହିଁ । ଏ କଥା କେତେ ସହଜ କରି ବାବା ବୁଝାଉଛନ୍ତି । ତଥାପି ନିଜ ସମାନ କରିପାରୁନାହାଁନ୍ତି । ନିଜ ପିଲାମାନଙ୍କର ବନ୍ଧନ ହେତୁ କେଉଁ ଆଡକୁ ବାହାରି ପାରୁନାହାଁନ୍ତି । ଏହାକୁ ମଧ୍ୟ ଡ୍ରାମା ହିଁ କୁହାଯିବ । ବାବା କହୁଛନ୍ତି - ଗୋଟିଏ ସପ୍ତାହ ଅଥବା ୧୫ ଦିନରେ କୋର୍ସ କରି ପୁଣି ନିଜ ସମାନ କରିବାରେ ଲାଗିଯିବା ଉଚିତ୍ । ଯେଉଁ ସବୁ ବଡ ବଡ ସହର ଅଥବା ରାଜଧାନୀ ଅଛି, ସେଠାରେ ପ୍ରଦର୍ଶନୀ ଲଗାଇବା ଉଚିତ୍‌, ତେବେ ଯାଇ ଆବାଜ୍ (ପ୍ରଚାର) ହେବ । ବଡ ଲୋକଙ୍କ ବିନା କିଛି ଆବାଜ୍ ବାହାରି ପାରିବ ନାହିଁ । ଭଲ ଭାବରେ ପ୍ରଦର୍ଶନୀ କର ତେବେ ବହୁତ ଆସିବେ । ତୁମକୁ ବାବାଙ୍କର ନିର୍ଦ୍ଦେଶ ମିଳୁଛି ନା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଜ୍ଞାନ ଏବଂ ଯୋଗ ଦ୍ୱାରା ନିଜର ବୁଦ୍ଧିକୁ ରିଫାଇନ୍ କରିବାକୁ ହେବ । ବାବାଙ୍କୁ ଭୁଲିବାର ଭୁଲ୍ କେବେ ହେଲେ କରିବାର ନାହିଁ । ଆତ୍ମିକ ପ୍ରେମିକା ହୋଇ ପରମାତ୍ମ ପ୍ରେମିକଙ୍କୁ ମନେ ପକାଇବାକୁ ହେବ ।

(୨) ବନ୍ଧନମୁକ୍ତ ହୋଇ ନିଜ ସମାନ କରିବାର ସେବା କରିବାକୁ ହେବ । ଉଚ୍ଚ ପଦ ପାଇବାର ପୁରୁଷାର୍ଥ କରିବାକୁ ହେବ । ପୁରୁଷାର୍ଥ କରିବାରେ କେବେ ହେଲେ ହତୋତ୍ସାହ ହେବାର ନାହିଁ ।

ବରଦାନ:-
ଗୋଟିଏ ମିନିଟ୍‌ର ଏକାଗ୍ର ସ୍ଥିତି ଦ୍ୱାରା ଶକ୍ତିଶାଳୀ ଅନୁଭବ କରୁଥିବା ଏବଂ କରାଉଥିବା ଏକାନ୍ତବାସୀ ଭବ ।

ଏକାନ୍ତବାସୀ ହେବାର ଅର୍ଥ ହେଲା ଯେ କୌଣସି ଗୋଟିଏ ଶକ୍ତିଶାଳୀ ସ୍ଥିତିରେ ସ୍ଥିତ ହେବା । ଚାହେଁ ବୀଜ ରୂପ ସ୍ଥିତିରେ ସ୍ଥିତ ହୋଇଯାଅ, ଚାହେଁ ଲାଇଟ୍-ମାଇଟ୍ ହାଉସ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତିର କେନ୍ଦ୍ର ଅନୁଭବ କରିବାର ସ୍ଥିତିରେ ସ୍ଥିତ ହୋଇ ବିଶ୍ୱକୁ ଲାଇଟ୍ ମାଇଟ୍ ଦିଅ, ଚାହେଁ ଫରିସ୍ତା ପଣିଆର ସ୍ଥିତି ଦ୍ୱାରା ଅନ୍ୟମାନଙ୍କୁ ଅବ୍ୟକ୍ତି ସ୍ଥିତିର ଅନୁଭବ କରାଅ । ଗୋଟିଏ ସେକେଣ୍ଡ ବା ଗୋଟିଏ ମିନିଟ୍ ମଧ୍ୟ ଏହି ସ୍ଥିତିରେ ଯଦି ଏକାଗ୍ର ହୋଇଯିବ, ତେବେ ନିଜକୁ ତଥା ଅନ୍ୟ ଆତ୍ମାମାନଙ୍କୁ ବହୁତ ଲାଭ ଦେଇପାରିବ । କେବଳ ଏହାର ଅଭ୍ୟାସ ଦରକାର ।

ସ୍ଲୋଗାନ:-
ବ୍ରହ୍ମାଚାରୀ ତାଙ୍କୁ କୁହାଯିବ ଯାହାଙ୍କର ପ୍ରତ୍ୟେକ ସଂକଳ୍ପରେ ଏବଂ ପ୍ରତ୍ୟେକ ବାଣୀରେ ପବିତ୍ରତାର ପ୍ରକମ୍ପନ ସମାହିତ ହୋଇ ରହିଛି ।