27.07.26          Morning Odia Murli         Om Shanti         BapDada       Madhuban


“ମିଠେବଚ୍ଚେ:- ସାରା ଦୁନିଆରେ ତୁମ ପରି ଭାଗ୍ୟବାନ କେହି ନାହାଁନ୍ତି, ତୁମେ ରାଜଋଷି ଅଟ, ତୁମେ ରାଜତ୍ୱ କରିବା ପାଇଁ ରାଜଯୋଗ ଶିକ୍ଷା କରୁଛ ।”

ପ୍ରଶ୍ନ:-
ନିରାକାର ବାବାଙ୍କ ପାଖରେ କେଉଁ ସଂସ୍କାର ଅଛି, ଯାହାକୁ ଏହି ସଙ୍ଗମରେ ତୁମେ ପିଲାମାନେ ମଧ୍ୟ ଧାରଣ କରୁଛ?

ଉତ୍ତର:-
ନିରାକାର ବାବାଙ୍କ ପାଖରେ ଜ୍ଞାନର ସଂସ୍କାର ଅଛି, ସିଏ ତୁମକୁ ଜ୍ଞାନ ଶୁଣାଇ ପତିତରୁ ପାବନ କରି ଦେଉଛନ୍ତି ସେଥିପାଇଁ ତାଙ୍କୁ ଜ୍ଞାନର ସାଗର, ପତିତ-ପାବନ କୁହାଯାଉଛି । ତୁମେ ପିଲାମାନେ ମଧ୍ୟ ଏବେ ସେହି ସଂସ୍କାର ଧାରଣ କରୁଛ । ତୁମେ ନିଶାର ସହିତ କହୁଛ ଆମକୁ ଭଗବାନ ପଢାଉଛନ୍ତି । ଆମେ ତାଙ୍କ ଠାରୁ ଶୁଣିକରି ଶୁଣାଉଛୁ ।

ଗୀତ:-
ଆଖିର ୱହ ଦିନ ଆୟା ଆଜ...

ଓମ୍ ଶାନ୍ତି ।
ମିଠା-ମିଠା ଆତ୍ମିକ ପିଲାମାନେ ଏହି ଗୀତ ଶୁଣିଲେ । ଏହି ମହିମା କାହାର? ଏକମାତ୍ର ବାବାଙ୍କର । ଶିବାୟ ନମଃ, ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି ନା । ପିଲାମାନେ ଜାଣିଛନ୍ତି ସେ ଆମର ପିତା ଅଟନ୍ତି । ଏପରି ନୁହେଁ ଯେ ଆମେ ସମସ୍ତେ ପିତା ଅଟୁ । ଗାୟନ ମଧ୍ୟ କରାଯାଏ ସାରା ଦୁନିଆ ଭାଇ-ଭାଇ । ସନ୍ନ୍ୟାସୀ ଅଥବା ବିଦ୍ୱାନଙ୍କ କହିବା ଅନୁସାରେ ଈଶ୍ୱର ସର୍ବବ୍ୟାପୀ କହିବା ଦ୍ୱାରା ସମସ୍ତେ ପିତା ହୋଇଯାଉଛନ୍ତି । କିନ୍ତୁ ଭାଇ ହେବା ଦ୍ୱାରା ପିତା ଜଣେ ଭଗବାନ ସିଦ୍ଧ ହେଉଛି, ଯାହାଙ୍କଠାରୁ ବର୍ସା ମିଳିବ । ସମସ୍ତେ ପିତା ହେଲେ ବର୍ସାର କୌଣସି କଥା ରହିବ ନାହିଁ । ପିଲାମାନେ ଜାଣିଛନ୍ତି ସବୁ ଆତ୍ମାମାନଙ୍କର ପିତା ଜଣେ, ତାଙ୍କୁ ହିଁ କୁହାଯାଉଛି - ବିଶ୍ୱର ଈଶ୍ୱର ପିତା । ବିଶ୍ୱରେ କିଏ ଅଛନ୍ତି? ସମସ୍ତେ ଆତ୍ମା ଭାଇ-ଭାଇ ଅଟନ୍ତି । ସମସ୍ତଙ୍କର ଈଶ୍ୱର ପିତା ଜଣେ ହିଁ ଅଟନ୍ତି । ସେହି ବାବାଙ୍କୁ ସମସ୍ତେ ପ୍ରାର୍ଥନା କରୁଛନ୍ତି, ତେବେ ଜଣଙ୍କର ହିଁ ବନ୍ଦନା ଅଥବା ପୂଜା ହେବା ଦରକାର । ତାହା ହେଲା ସତ୍ତ୍ୱପ୍ରଧାନ ପୂଜା । ଏକଥା ମଧ୍ୟ ବୁଝାଯାଇଛି ଯେ - ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ । ବାବା ସଦ୍‌ଗତି ପାଇଁ ଜ୍ଞାନ ଦେଉଛନ୍ତି । ଜୀବନମୁକ୍ତି ଧାମକୁ ସଦ୍‌ଗତି କୁହଯାଉଛି । ଏକଥା ଆତ୍ମାକୁ ବୁଦ୍ଧିରେ ଧାରଣ କରିବାକୁ ହେବ । ଆମର ଘର ହେଉଛି ଶାନ୍ତିଧାମ । ତାକୁ ମୁକ୍ତିଧାମ, ନିର୍ବାଣଧାମ ମଧ୍ୟ କୁହାଯାଉଛି । ସବୁଠାରୁ ଭଲ ନାମ ହେଲା - ଶାନ୍ତିଧାମ । ଏଠାରେ ତ କର୍ମେନ୍ଦ୍ରିୟ ଥିବା କାରଣରୁ ଆତ୍ମାକୁ କଥା କହିବାକୁ ପଡ଼ିଥାଏ । ସୂକ୍ଷ୍ମବତନରେ ଈଶାରା ଦ୍ୱାରା କଥା ହୋଇଥାନ୍ତି, ଶବ୍ଦ ହୋଇନଥାଏ । ତିନି ଲୋକକୁ ମଧ୍ୟ ତୁମେ ଜାଣିଗଲଣି । ମୂଳବତନ, ସୂକ୍ଷ୍ମବତନ, ସ୍ଥୂଳବତନ - ବୁଦ୍ଧିରେ ଏକଥା ଭଲ ଭାବରେ ରହିଛି । ମନୁଷ୍ୟ ସୃଷ୍ଟି ପାଇଁ ହିଁ ଗାୟନ କରାଯାଉଛି ଯେ ଏହି ସୃଷ୍ଟି ଘୂରି ଚାଲିଛି । ଏହାକୁ ବିଶ୍ୱର ଇତିହାସ-ଭୂଗୋଳ କୁହାଯାଉଛି । ମନୁଷ୍ୟମାନେ ହିଁ ତ ଏହାକୁ ଜାଣିବେ ନା । ସେମାନେ ବିଶ୍ୱର ଇତିହାସ ଭୂଗୋଳ ଶୁଣାଉଛନ୍ତି । ବାବା ଉଚ୍ଚରୁ ଉଚ୍ଚ ଅଟନ୍ତି । ବିଶ୍ୱର ଇତିହାସ ଭୂଗୋଳର କିପରି ପୁନରାବୃତ୍ତି ହେଉଛି, ସିଏ ହିଁ ଜାଣିଛନ୍ତି । ଏହି ଚକ୍ରକୁ ଜାଣିବା ଦ୍ୱାରା ହିଁ ତୁମେ ଚକ୍ରବର୍ତ୍ତୀ ରାଜା ହୋଇଛ । ଗାୟନ ମଧ୍ୟ କରୁଛନ୍ତି ଦେବତାମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ଅଛି ନା । ସେ ସମ୍ପୂର୍ଣ୍ଣ ନିର୍ବିକାରୀ ଅଟନ୍ତି ଏବଂ ନିଜକୁ ସମ୍ପୂର୍ଣ୍ଣ ବିକାରୀ ବୋଲି କହୁଛନ୍ତି । ସତ୍ୟଯୁଗରେ ସମ୍ପୂର୍ଣ୍ଣ ନିର୍ବିକାରୀ ଅଥବା ସମ୍ପୂର୍ଣ୍ଣ ପବିତ୍ର । କଳିଯୁଗରେ ସମ୍ପୂର୍ଣ୍ଣ ବିକାରୀ, ସମ୍ପୂର୍ଣ୍ଣ ପତିତ । ଏହା ଭାରତର ହିଁ କଥା । ବାବା ହିଁ ଆସି ଏକଥା ବୁଦ୍ଧିରେ ଧାରଣ କରାଉଛନ୍ତି ଆଉ କେହି ଏହାକୁ ଜାଣିନାହାଁନ୍ତି । ସେମାନେ ତ ସତ୍ୟଯୁଗକୁ ବହୁତ ଲମ୍ବା ସମୟ ଦେଇ ଦେଇଛନ୍ତି । ଭାବୁଛନ୍ତି ଲକ୍ଷ-ଲକ୍ଷ ବର୍ଷ ପୂର୍ବରୁ ସତ୍ୟଯୁଗ ଥିଲା । ତେଣୁ କାହାରି ବୁଦ୍ଧିରେ ଏକଥା ଆସୁନାହିଁ ।

ଏବେ ପିଲାମାନେ ଜାଣୁଛନ୍ତି - ଆମେ ଏବେ ସମ୍ପୂର୍ଣ୍ଣ ବିକାରୀରୁ ସମ୍ପୂର୍ଣ୍ଣ ନିର୍ବିକାରୀ ହେଉଛୁ । ତେଣୁ ସମ୍ପୂର୍ଣ୍ଣ ପତିତରୁ ସମ୍ପୂର୍ଣ୍ଣ ପବିତ୍ର ହେବାକୁ ପଡ଼ିବ । ବାବା ବୁଝାଉଛନ୍ତି ଆତ୍ମାରେ ହିଁ ଖାଦ ମିଶିଛି, ତେଣୁ ସୁବର୍ଣ୍ଣ ଯୁଗରୁ ଲୌହଯୁଗ ହୋଇଯାଇଛି । ଏଠାରେ ଆତ୍ମାର ତୁଳନା କରାଯାଉଛି । ଏହାକୁ ଭଲ ଭାବରେ ବୁଝିବାକୁ ହେବ । ତୁମେମାନେ ବହୁତ ଭାଗ୍ୟବାନ ଅଟ, ତୁମପରି ଭାଗ୍ୟବାନ ଆଉ କେହି ନାହାଁନ୍ତି । ଏବେ ତୁମେ ରାଜଯୋଗରେ ବସିଛ, ତୁମେ ରାଜଋଷି ଅଟ । ରାଜତ୍ୱ ପ୍ରାପ୍ତ କରିବା ପାଇଁ କେବେ କୌଣସି ପାଠପଢାଯାଇଥାଏ କି? ବାରିଷ୍ଟର କରାଇ ଦେବେ କିନ୍ତୁ ବିଶ୍ୱର ମହାରାଜା କିଏ କରାଇବ? ବାବାଙ୍କ ବିନା କେହି କରାଇପାରିବେ ନାହିଁ । ଏଠାରେ ତ କେହି ମହାରାଜା ନାହାଁନ୍ତି । ସତ୍ୟଯୁଗ ପାଇଁ ତ ନିଶ୍ଚୟ ଦରକାର । ଏଥିପାଇଁ ନିଶ୍ଚିତ କାହାକୁ ଆସିବାକୁ ପଡ଼ିବ । ବାବା କହୁଛନ୍ତି ମୁଁ ସେତେବେଳେ ଆସୁଛି, ଯେତେବେଳେ ଭକ୍ତି ପୂରା ହେଉଛି । ଏବେ ଭକ୍ତି ପୂରା ହେଲା ଆଉ କୌଣସି କଥା ଏଥିରେ ଉଠାଇ ପାରିବ ନାହିଁ । ଆମକୁ ବାବା ପାଠ ପଢାଉଛନ୍ତି - ଏହି ନିଶା ରହିବା ଦରକାର । ଆମ ଆତ୍ମାମାନଙ୍କୁ ନିରାକାର ବାବା ପରମପିତା ପରମାତ୍ମା ଶିବ ପଢାଉଛନ୍ତି । ଶିବଙ୍କୁ ତ କେହି ଜାଣିନାହାଁନ୍ତି । ଏବେ ତୁମେମାନେ ଜାଣୁଛ ବାବା ପୁଣି ଥରେ ସ୍ୱର୍ଗର ରାଜତ୍ୱ ସ୍ଥାପନ କରୁଛନ୍ତି, ଆମେ ତାଙ୍କୁ ମହାରାଜନ ଶ୍ରୀନାରାୟଣ ଓ ମହାରାଣୀ ଶ୍ରୀଲକ୍ଷ୍ମୀ କହୁଛୁ । ଭକ୍ତିମାର୍ଗରେ ସତ୍ୟ ନାରାୟଣଙ୍କର କାହାଣୀ ଶୁଣାଇଥାନ୍ତି । ଅମରକଥା ଏବଂ ତିଜରିର କଥା ବି ରହିଛି । ବାବା ଆମକୁ ତୃତୀୟ ନେତ୍ର ମଧ୍ୟ ଦେଉଛନ୍ତି । ନରରୁ ନାରାୟଣ ହେବା ପାଇଁ କାହାଣୀ ଶୁଣାଯାଇଥାଏ । ଯେଉଁ କଥା ଅତୀତ ହୋଇଯାଇଛି, ତାହା ପୁଣି ଭକ୍ତିମାର୍ଗରେ କାମରେ ଆସୁଛି । ଏବେ ତୁମେମାନେ ବୁଝୁଛ ଯେ ବାବା ଆମକୁ ସ୍ୱର୍ଗର ମାଲିକ କରାଉଛନ୍ତି, ଆମେ ଏହାର ହକଦାର ଅଟୁ । ଭଗବାନ ତ ସ୍ୱର୍ଗର ରଚୟିତା ଅଟନ୍ତି ନା । ଆମେ ଭଗବାନଙ୍କର ସନ୍ତାନ ଅଟୁ, ତେବେ ଆମେ ସ୍ୱର୍ଗରେ କାହିଁକି ନାହୁଁ! କଳିଯୁଗରେ କାହିଁକି ପଡ଼ିଛୁ? ପରମପିତା ପରମାତ୍ମା ଏବେ ନୂଆ ଦୁନିଆ ରଚନା କରୁଛନ୍ତି । ଭଗବାନ କ’ଣ କେବେ ପୁରୁଣା ଦୁନିଆ ରଚନା କରିବେ । ପ୍ରଥମେ ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ତା’ପରେ ପୁରୁଣା ଦୁନିଆର ବିନାଶ କରାଇବେ । ତୁମେ ଜାଣିଛ ଆମେ ସତ୍ୟଯୁଗ ପାଇଁ ରାଜ୍ୟ ନେଉଛୁ । ସତ୍ୟଯୁଗରେ କେଉଁମାନେ ରହିବେ? ସେଠାରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ବଂଶାବଳୀ ହେବ ଏବଂ ଆହୁରି ମଧ୍ୟ ରାଜାମାନେ ରହିବେ ନା । ଯାହାର ଚିହ୍ନ ହେଲା ବିଜୟ ମାଳା । ପିଲାମାନେ ଜାଣିଛନ୍ତି ଯେ ଏବେ ଆମେ ବିଜୟମାଳାରେ ଗୁନ୍ଥା ହେବା ପାଇଁ ପୁରୁଷାର୍ଥ କରୁଛୁ । ଦୁନିଆରେ ମାଳାର ଅର୍ଥ କେହି ଜାଣିନାହାଁନ୍ତି ଯେ ଏହା କାହିଁକି ପୂଜା କରାଯାଇଥାଏ, ଉପରେ ଥିବା ଫୁଲ କିଏ? ମାଳାକୁ ଗଡ଼ାଇ-ଗଡ଼ାଇ ଫୁଲକୁ ନମସ୍କାର କରି ପୁଣି ଥରେ ମାଳା ଗଡ଼ାଇଥାନ୍ତି । ଏଥିପାଇଁ ମାଳା ଗଡ଼ାଇଥାନ୍ତି ଯେ ବୁଦ୍ଧି ବାହାର ଦୁନିଆକୁ ଚାଲିନଯାଉ । ଭିତରେ ରାମ-ରାମର ଧୂନ୍ ଲଗାଇଥାନ୍ତି, ଯେପରି ବାଜା ବାଜି ଥାଏ । ବହୁତ ଅଭ୍ୟାସ କରିଥାନ୍ତି । ଏସବୁ ହେଲା ଭକ୍ତି ମାର୍ଗର କଥା । ହଁ, ବହୁତ ଭକ୍ତି କରୁଥିଲେ କେବେ କୌଣସି ବିକର୍ମ କରିବେ ନାହିଁ । ବହୁତ ଭକ୍ତି କଲାବାଲାଙ୍କ ପାଇଁ ଭାବନ୍ତି ଯେ ଇଏ ବହୁତ ସତ୍ୟବାଦୀ ହୋଇଥିବେ । ମନ୍ଦିରରେ ମାଳା ରଖାଯାଇଥାଏ । ମାଳା ଗଡ଼ାଇବା ସମୟରେ ମୁଖରେ ରାମ-ରାମ କହିଥାନ୍ତି । ବହୁତ ଲୋକ ଭାବନ୍ତି ଯେ ଭକ୍ତି କରିବା ଦ୍ୱାରା ପାପ ହୋଇ ନ ଥାଏ । କହନ୍ତି ନବଧା ଭକ୍ତି କରିବା ଦ୍ୱାରା ମନୁଷ୍ୟ ପାପ ମୁକ୍ତ ହୋଇଯାଇଥାନ୍ତି । କିନ୍ତୁ ଏପରି କିଛି ବି ହୋଇ ନ ଥାଏ । ଏହା ଏକ ନାଟକ ଅଟେ । ଏଥିରେ ସତ୍ତ୍ୱପ୍ରଧାନ, ସତ୍ତ୍ୱ, ରଜୋ ତମୋରେ ସମସ୍ତଙ୍କୁ ଆସିବାକୁ ହିଁ ହେବ । ଘରକୁ ଜଣେ ହେଲେ ମଧ୍ୟ ଫେରି ଯାଇପାରିବେ ନାହିଁ । ଯେପରି ଉପରେ ଜାଗା ଖାଲି ହୋଇଯାଉଛି, ସେହିପରି ଏଠାରେ ମଧ୍ୟ ବହୁତ ଜାଗା ଖାଲି ହୋଇଯିବ । ଦିଲ୍ଲୀର ଆଖପାଖରେ, ମିଠା ନଦୀ କୂଳରେ ରାଜଧାନୀ ହେବ । ସମୁଦ୍ର ପଟେ ରାଜଧାନୀ ହୋଇ ନ ଥାଏ । ସତ୍ୟଯୁଗରେ ଏହି ବମ୍ବେ ଆଦି ରହିବ ନାହିଁ । ତାହା ପ୍ରଥମେ ମାଛ ଧରିବାର ପେଣ୍ଠସ୍ଥଳୀ ଥିଲା । ମାଛ ଧରାଳୀ ସେଠାରେ ରହୁଥିଲେ । ଏବେ ତ ସମୁଦ୍ରକୁ କେତେ ଶୁଖାଇ ଦେଇଛନ୍ତି । ପୁଣି ମଧ୍ୟ ସେଠାରେ ମାଛଧରା କେନ୍ଦ୍ର ହେବ । ସତ୍ୟଯୁଗରେ ତ ବମ୍ବେ ରହିବ ନାହିଁ । ସେଠାରେ କୌଣସି ପାହାଡ଼ ଆଦି ବି ରହିବ ନାହିଁ । କେଉଁ ଆଡ଼େ ଯିବା ଦରକାର ପଡ଼ିବ ନାହିଁ । ଏଠାରେ ମନୁଷ୍ୟ ଥକିଯାଉଥିବାରୁ ଆରାମ କରିବାକୁ ଯାଇଥାନ୍ତି । ସତ୍ୟଯୁଗରେ ଥକିଯିବା ଭଳି କୌଣସି ପ୍ରକାରର ଅସୁବିଧା ହେବ ନାହିଁ କାହିଁକି ନା ତୁମେ ସ୍ୱର୍ଗବାସୀ ହୋଇଯାଉଛ । ସେଠାରେ ସାମାନ୍ୟ ଅସୁବିଧା ମଧ୍ୟ ହେବ ନାହିଁ । ତେଣୁ ଏବେ ପିଲାମାନଙ୍କୁ ବାବାଙ୍କ ଶ୍ରୀମତରେ ଚାଲିବାକୁ ହେବ ।

ବାବା କହୁଛନ୍ତି - ମିଠା ଗେହ୍ଲା ପିଲାମାନେ, ଶରୀର ନିର୍ବାହ ପାଇଁ କର୍ମଧନ୍ଦା ଆଦି କରିବାକୁ ହେବ । ସ୍କୁଲରେ ଛାତ୍ରମାନେ ପାଠପଢି ପୁଣି ଘରେ ଯାଇ ପଢିଥାନ୍ତି । ଘରର କର୍ମଧନ୍ଦା ବି କରିଥାନ୍ତି । ଏହା ମଧ୍ୟ ସେହିପରି ଅଟେ । ଏହି ପାଠପଢାରେ ତୁମର କୌଣସି ଅସୁବିଧା ନାହିଁ । ହଦର ପାଠରେ କେତେ ବିଷୟବସ୍ତୁ ରହିଥାଏ । ଏଠାରେ ତ ଗୋଟିଏ ପାଠ ଏବଂ ଗୋଟିଏ ହିଁ ପଏଣ୍ଟ (ମନ୍ତ୍ର) ରହିଛି - ମନମନାଭବ, ଏହା ଦ୍ୱାରା ତୁମର ପାପ ନାଶ ହେବ । ଭଗବାନୁବାଚ ଅଟେ ନା, ସେମାନେ ଭାବୁଛନ୍ତି ଭଗବାନ ଦ୍ୱାପରରେ ଗୀତା ଶୁଣାଇଥିଲେ । କିନ୍ତୁ ଦ୍ୱାପରରେ ଶୁଣାଇ କ’ଣ କରିବେ? ଶ୍ରୀକୃଷ୍ଣଙ୍କ ଚିତ୍ରରେ ବହୁତ ଭଲ କଥା ଲେଖା ହୋଇଛି, ଏହି ଲଢେଇ ନିମିତ୍ତ ଅଟେ । ସମସ୍ତେ ମୃତ୍ୟୁବରଣ କଲେ ଯାଇ ମୁକ୍ତି-ଜୀବନମୁକ୍ତିକୁ ଯିବେ । କେବଳ ଲଢେଇରେ ମରିବେ ନାହିଁ! ଅନେକ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ । ତେଣୁ ପିଲାମାନଙ୍କୁ କୌଣସି ପ୍ରକାରର ଦୁଃଖ ହେବା ଅନୁଚିତ୍ । ମନୁଷ୍ୟମାନଙ୍କର ହୃଦଘାତ ହେଲେ ସେଥିରେ କୌଣସି ଦୁଃଖ ହୋଇ ନ ଥାଏ । ମୃତ୍ୟୁ ହେବ ତ ଏହିପରି, ବସି-ବସି ହୃଦଘାତ ହେଲା ଆଉ ସମାପ୍ତ । ଡ଼ାକ୍ତର ଆସିବା ପୂର୍ବରୁ ଆତ୍ମା ବାହାରିଯାଇଥାଏ । ଏବେ ତ ସମସ୍ତଙ୍କର ମୃତ୍ୟୁ ହେବ । ପଛକୁ ନା ଡ଼ାକ୍ତରଖାନା ନା ଡ଼ାକ୍ତର ରହିବେ । ନା କ୍ରିୟା କର୍ମ କରିବାବାଲା ରହିବେ । କିଛି ବି ହେବ ନାହିଁ । ସମସ୍ତଙ୍କ ପ୍ରାଣ ଶରୀରରୁ ବାହାରିଯିବ । ମୁଶଳ ଧାରାରେ ବର୍ସା ହେବ । ମୃତ୍ୟୁ ପାଇଁ କୌଣସି ବିଳମ୍ବ ହେବ ନାହିଁ । ଚେଷ୍ଟା କରୁଛନ୍ତି - ଏଭଳି ବମ୍ ତିଆରି କରିବୁ ଯେ ମନୁଷ୍ୟ ତୁରନ୍ତ ମରିଯିବେ । ଏଭଳି-ଏଭଳି ବମ୍ ତିଆରି କରୁଛନ୍ତି । ବମ୍ ତିଆରି କରିବାରେ ଉନ୍ନତି କରିଚାଲିଛନ୍ତି । ଏହା ଡ଼୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଡ୍ରାମାରେ ଏହି ପୂର୍ବ-ପ୍ରସ୍ତୁତି ଖେଳ ରହିଛି, ସେଥିପାଇଁ କଳ୍ପ-କଳ୍ପ ବିନାଶ ହେଉଛି । ସତ୍ୟଯୁଗରେ ତୁମର ଏହି ଜ୍ଞାନ ରହିବ ନାହିଁ । ବାବାଙ୍କୁ ହିଁ ଏଠାକୁ ଆସି ଜ୍ଞାନ ଦେବାକୁ ପଡିବ । ସ୍ଥାପନା ହୋଇଗଲା, ପୁଣି ଜ୍ଞାନର କଥା ରହିବ ନାହିଁ । ପୁଣି ଯେବେ ରାବଣ ରାଜ୍ୟ ଆରମ୍ଭ ହେବ, ତେବେ ଭକ୍ତି ବି ଆରମ୍ଭ ହେବ । ଏବେ ଭକ୍ତି ପୂରା ହେଉଛି, ଏବେ ତୁମକୁ ଯୋଗବଳ ଦ୍ୱାରା ପବିତ୍ର ହେବାକୁ ପଡ଼ିବ । ପବିତ୍ର ହେବା ଦ୍ୱାରା ହିଁ ସୁଖଧାମ ଶାନ୍ତିଧାମକୁ ଯାଇପାରିବ । ଚାର୍ଟ ବି ରଖିବାକୁ ପଡ଼ିବ । ଏ କଥା ତ ବୁଝିଯାଇଛ - ଆମକୁ ବାବାଙ୍କୁ ସ୍ମରଣ କରି ତମୋପ୍ରଧାନରୁ ସତ୍ତ୍ୱୋପ୍ରଧାନ ଏହିଠାରେ ହିଁ ହେବାକୁ ପଡ଼ିବ । ଏପରି କୌଣସି ଶାସ୍ତ୍ର ଆଦିରେ ଲେଖା ହୋଇନାହିଁ । ପିଲାମାନେ ଗୀତ ଶୁଣିଲେ - ଆଖିର ୱହ ଦିନ ଆୟା ଆଜ... ଯେବେ ଭାରତବାସୀ ପୁଣି ରାଜା ମାନଙ୍କର ରାଜା ହେଉଛନ୍ତି । ରାଜାମାନଙ୍କର ରାଜା ଅଥବା ମହାରାଜା ହେଉଛନ୍ତି । ପଛକୁ ତ୍ରେତାଯୁଗରେ ରାଜା-ରାଣୀ ହେବେ । ପୁଣି ଯେଉଁମାନେ ପୂଜ୍ୟ ମହାରାଜା-ମହାରାଣୀ ଥିଲେ, ସେମାନେ ଦ୍ୱାପରରେ ବାମମାର୍ଗରେ ଆସି ପୂଜାରୀ ହୋଇଯାଉଛନ୍ତି । ନିଜେ ହିଁ ପୂଜ୍ୟ ନିଜେ ହିଁ ପୂଜାରୀ ହେଉଛନ୍ତି । ବାବା କହୁଛନ୍ତି ମୁଁ ପୂଜାରୀ ହେଉନାହିଁ ଦେବତାମାନେ ପୂଜ୍ୟ ହୋଇଥା’ନ୍ତି, ମୁଁ ହେଉନାହିଁ । ନା, ମୁଁ ପୂଜାରୀ ହେଉଛି । ଭାରତବାସୀ ଦେବୀ-ଦେବତାମାନଙ୍କର ମନ୍ଦିର ତିଆରି କରି ତାଙ୍କର ପୂଜା କରୁଛନ୍ତି । ଲକ୍ଷ୍ମୀ-ନାରାୟଣ ଯିଏ ପ୍ରଥମେ ପୂଜ୍ୟ ଥିଲେ ସେମାନେ ପୁଣି ଭକ୍ତିମାର୍ଗରେ ଶିବବାବାଙ୍କର ପୂଜାରୀ ମଧ୍ୟ ହେଉଛନ୍ତି । ଯେଉଁ ଶିବବାବା ମହାରାଜା-ମହାରାଣୀ କରାଇଥିଲେ, ତାଙ୍କର ପୁଣି ମନ୍ଦିର ତିଆରି କରି ପୂଜା କରୁଛନ୍ତି । ବିକାରୀ ମଧ୍ୟ କେହି ତୁରନ୍ତ ହୋଇଯାଇ ନ ଥା’ନ୍ତି । ଧିରେ-ଧିରେ ହୋଇଥା’ନ୍ତି । ଦେବତାମାନଙ୍କର ବାମମାର୍ଗର ଚିହ୍ନ ମଧ୍ୟ ଦେଖାଉଛନ୍ତି । ଯିଏ ପୂଜ୍ୟ ଲକ୍ଷ୍ମୀ-ନାରାୟଣ ଥିଲେ ସେ ପୁଣି ପୂଜାରୀ ହୋଇଯାଇଛନ୍ତି । ପ୍ରଥମେ-ପ୍ରଥମେ ଶିବଙ୍କର ମନ୍ଦିର ତିଆରି କରୁଛନ୍ତି । ସେ ସମୟରେ ପୂଜା କରିବା ପାଇଁ ହୀରାକୁ କାଟି ଶିବଲିଙ୍ଗ ତିଆରି କରୁଥିଲେ । ଏକଥା କେହି ବି ଜାଣିନାହାଁନ୍ତି ଯେ ପରମାତ୍ମା ଛୋଟ ବିନ୍ଦୁ ଅଟନ୍ତି । ଏକଥା ତୁମେ ଏବେ ବୁଝୁଛ ଯେ ସିଏ ବଡ଼ ଲିଙ୍ଗ ରୂପ ନୁହଁନ୍ତି । ମନ୍ଦିର ତ ବହୁତ ତିଆରି କରିବେ । ରାଜାଙ୍କୁ ଦେଖି ପ୍ରଜା ମଧ୍ୟ ଏହିପରି କରିବେ । ପ୍ରଥମେ-ପ୍ରଥମେ ଶିବବାବାଙ୍କର ପୂଜା ହେଉଛି । ତାକୁ କୁହାଯାଉଛି ଅବ୍ୟଭିଚାରୀ ସତ୍ତ୍ୱପ୍ରଧାନ ପୂଜା, ପୁଣି ସତ୍ତ୍ୱ-ରଜୋ-ତମୋ ଦେଇ ଆସୁଛନ୍ତି । ତୁମେ ରଜୋ ତମୋରେ ଆସିଥିବାରୁ ତୁମର ନାମ ମଧ୍ୟ ହିନ୍ଦୁ ରଖି ଦେଇଛନ୍ତି । ଅସଲରେ ତୁମେ ଦେବୀ-ଦେବତା ଥିଲ । ବାବା କହୁଛନ୍ତି ତୁମେ ଅସଲରେ ଦେବୀ-ଦେବତା ଧର୍ମର ଅଟ । କିନ୍ତୁ ତୁମେ ବହୁତ ପତିତ ହୋଇଯାଇଛ, ସେଥିପାଇଁ ନିଜକୁ ଦେବତା ବୋଲି କହିପାରୁନାହଁ, କାହିଁକିନା ତୁମେ ଅପବିତ୍ର ଅଟ । ହିନ୍ଦୁ ନାମ ତ ବହୁତ ପଛରେ ଆସିଛି ।

ଏବେ ତୁମେ ଜାଣୁଛ ଆମେ ହିଁ ପୂଜ୍ୟ ଥିଲୁ, ଏବେ ସଙ୍ଗମଯୁଗରେ ନା ପୂଜ୍ୟ ଅଛୁ ନା ପୂଜାରୀ । ତୁମେ କ’ଣ କରୁଛ? ଶ୍ରୀମତ ଦ୍ୱାରା ପୂଜ୍ୟ ହେଉଛ ଏବଂ ଅନ୍ୟଙ୍କୁ ମଧ୍ୟ କରାଉଛ । ତୁମେ ହେଲ ବ୍ରାହ୍ମଣ, ତୁମର ଆତ୍ମା ପବିତ୍ର ହୋଇଯାଉଛି । ପୂରା ପବିତ୍ର ହେଲେ ଏହି ପୁରୁଣା ଶରୀର ଛାଡ଼ିବାକୁ ପଡ଼ିବ । ବାବା କହୁଛନ୍ତି ଏହା ବିଲ୍‌କୁଲ୍ ସହଜ । ବୁଢୀମାତାମାନଙ୍କର ଧାରଣା ହେଉନାହିଁ । ବାବା କହୁଛନ୍ତି - ଏ କଥା ତ ବୁଝୁଛ ଯେ ଆମେ ଆତ୍ମା ଅଟୁ । ଆତ୍ମାରେ ହିଁ ଭଲ ଅଥବା ମନ୍ଦ ସଂସ୍କାର ରହିଥାଏ । ଆତ୍ମା ଯାହା କର୍ମ କରିଥାଏ ତାହା ପରଜନ୍ମରେ ଭୋଗିବାକୁ ପଡ଼ିଥାଏ । ବାବା ମଧ୍ୟ ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି । ବାବା କହୁଛନ୍ତି - ହେ ପିଲାମାନେ ଆତ୍ମ-ଅଭିମାନୀ ହୁଅ । ନିରାକାର ଶିବବାବା ନିରାକାରୀ ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି । ନିରାକାର ବାବାଙ୍କ ପାଖରେ ଜ୍ଞାନର ସଂସ୍କାର ଅଛି । ତାଙ୍କର ତ ନିଜର ଶରୀର ନାହିଁ । ସେ ଜ୍ଞାନର ସାଗର, ପତିତ ପାବନ ଅଟନ୍ତି । ତାଙ୍କ ପାଖରେ ସମସ୍ତ ଗୁଣ ରହିଛି । ବାବା କହୁଛନ୍ତି ମୁଁ ଆସି ତୁମମାନଙ୍କୁ ପବିତ୍ର କରାଉଛି । ଯୁକ୍ତି ବି କେତେ ସହଜ, ଗୋଟିଏ ଅକ୍ଷର ମନମନାଭବ, କେବଳ ମୋତେ ମନେ ପକାଅ, ଏହା ଦ୍ୱାରା ହିଁ ତୁମର ବିକର୍ମ ବିନାଶ ହେବ । ଏକଥା ମଧ୍ୟ ଜାଣିଛ ଯେ - ଏବେ ଆମେ ବ୍ରାହ୍ମଣ ଅଟୁ । ପୁଣି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ, ବୈଶ୍ୟ, ଶୁଦ୍ରବଂଶୀ ହେବୁ । ଆମେ ହିଁ ଏହି ୮୪ ଜନ୍ମର ଚକ୍ରରେ ଆସୁଛୁ । ଉପରୁ ତଳକୁ ଓହ୍ଳାଇବ ପୁଣି ବାବା ଆସିବେ । ବାସ୍ତବରେ ଏହି ସୃଷ୍ଟିର ଚକ୍ର ଘୂରି ଚାଲିଛି । ଏହି ସୃଷ୍ଟି ପୁରୁଣା ହେଉଛି, ପୁଣି ବାବା ନୂଆ ଦୁନିଆ କରିବାକୁ ଆସୁଛନ୍ତି । ଏହି କଥା ତ ବୁଦ୍ଧିରେ ରହୁଛି ନା । ଏହି ଚକ୍ର ବୁଦ୍ଧିରେ ରହିବା ଉଚିତ୍ । ଏବେ ତୁମେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ, ପୁଣି ଯାଇ ସତ୍ୟଯୁଗରେ ଚକ୍ରବର୍ତ୍ତୀ ରାଜା ହେବ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଶ୍ରୀମତ ଆଧାରରେ ପୂଜ୍ୟ ହେବାକୁ ପଡ଼ିବ । ଆତ୍ମାରେ ଯେଉଁ ଖରାପ ସଂସ୍କାର ଆସିଯାଇଛି, ତାକୁ ଜ୍ଞାନ ଯୋଗ ଦ୍ୱାରା ସମାପ୍ତ କରିବାକୁ ପଡିବ । ସମ୍ପୂର୍ଣ୍ଣ ନିର୍ବିକାରୀ ହେବାକୁ ପଡ଼ିବ ।

(୨) ଶରୀର ନିର୍ବାହ ଅର୍ଥେ କର୍ମ କରି ମଧ୍ୟ ପାଠ ପଢିବାକୁ ହେବ ଏବଂ ପଢାଇବାକୁ ହେବ । ଯୋଗବଳ ଦ୍ୱାରା ପବିତ୍ର ହୋଇ ରାଜପଦ ନେବାକୁ ହେବ ।

ବରଦାନ:-
ନିଜର ଶ୍ରେଷ୍ଠ ସ୍ଥିତି ଦ୍ୱାରା ମାୟାକୁ ନିଜ ଆଗରେ ନତମସ୍ତକ କରୁଥିବା ସର୍ବୋଚ୍ଚ ପଦର ଅଧିକାରୀ ହୁଅ ।

ଯେପରି ମହାନ ଆତ୍ମାମାନେ କେବେ ବି କାହା ନିକଟରେ ନତମସ୍ତକ ହୁଅନ୍ତି ନାହିଁ, ବରଂ ତାଙ୍କ ଆଗରେ ସମସ୍ତେ ନତମସ୍ତକ ହୋଇଥାଆନ୍ତି । ସେହିପରି ତୁମେମାନେ ବାବାଙ୍କ ଦ୍ୱାରା ବଚ୍ଛା ଯାଇଥିବା ସର୍ବଶ୍ରେଷ୍ଠ ଆତ୍ମାମାନେ କେଉଁଠି ବି, କୌଣସି ପରିସ୍ଥିତିରେ ବା ମାୟାର ଭିନ୍ନ ଭିନ୍ନ ଆକର୍ଷଣ କରୁଥିବା ରୂପରେ ବି ନିଜକୁ ନୁଆଁଇ ପାରିବ ନାହିଁ । ଯଦି ଏବେଠାରୁ ସର୍ବଦା ନତମସ୍ତକ କରାଇବାର ସ୍ଥିତିରେ ସ୍ଥିତ ରହିବ, ତେବେ ଯାଇ ସର୍ବୋଚ୍ଚ ପଦ ପାଇବାର ଅଧିକାର ପ୍ରାପ୍ତ ହେବ । ଏହିଭଳି ଆତ୍ମାମାନଙ୍କ ନିକଟରେ ସତ୍ୟଯୁଗରେ ପ୍ରଜାମାନେ ସ୍ୱମାନର ସହିତ ନତମସ୍ତକ ହେବେ ଏବଂ ଦ୍ୱାପରଯୁଗରୁ ତୁମମାନଙ୍କର ସ୍କାରକୀ ଆଗରେ ଭକ୍ତମାନେ ମୁଣ୍ଡ ନୁଆଇଁବେ ।

ସ୍ଲୋଗାନ:-
କର୍ମ କରିବା ସମୟରେ ଯଦି ଯୋଗର ସନ୍ତୁଳନ ଠିକ୍ ଥିବ, ତେବେ କୁହାଯିବ କର୍ମଯୋଗୀ ।

ଅବ୍ୟକ୍ତ ଈଶାରା:- ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

କେତେକ ପିଲା କହୁଛନ୍ତି, ଯେତେବେଳେ ଆମେ ଯୋଗ କରିବା ପାଇଁ ବସୁଛୁ ସେତେବେଳେ ଆତ୍ମ-ଅଭିମାନୀ ହେବା ପରିବର୍ତ୍ତେ ସେବା ମନେ ପଡୁଛି । କିନ୍ତୁ ଏଭଳି ହେବା ଉଚିତ୍ ନୁହେଁ କାହିଁକିନା ଶେଷ ସମୟରେ ଯଦି ଅଶରୀରୀ ହେବା ପରିବର୍ତ୍ତେ ସେବାର ମଧ୍ୟ ସଂକଳ୍ପ ଚାଲିଲା, ତେବେ ଗୋଟିଏ ସେକେଣ୍ଡର ପରୀକ୍ଷାରେ ଫେଲ ହୋଇଯିବ । ସେହି ସମୟରେ କେବଳ ବାବାଙ୍କ ବ୍ୟତୀତ, ବା ନିରାକାରୀ, ନିର୍ବିକାରୀ, ନିରହଂକାରୀ ସ୍ଥିତି ବ୍ୟତୀତ ଅନ୍ୟ କିଛି ବି ମନେ ନ ପଡୁ । କାରଣ ସେବାର ସଂକଳ୍ପରେ ପୁଣି ବି ସାକାର ସ୍ଥିତିକୁ ଆସିଯିବ, ସେଥିପାଇଁ ଯେଉଁ ସମୟରେ ଯାହା ଆବଶ୍ୟକ ସେହିଭଳି ସ୍ଥିତି ହେବା ଦରକାର ନଚେଚ୍ ଧୋକା ମିଳିଯିବ ।