27.09.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମ
ସମସ୍ତଙ୍କୁ ଯୋଗର ମେହନତ୍ କରିବାକୁ ପଡିବ, ତୁମେ ନିଜକୁ ଆତ୍ମା ମନେ କରି ମୋତେ ମନେ ପକାଅ, ମୁଁ
ତୁମକୁ ସବୁ ପାପରୁ ମୁକ୍ତ କରିଦେବି ।”
ପ୍ରଶ୍ନ:-
ସମସ୍ତଙ୍କର ସଦ୍ଗତିର
ସ୍ଥାନ କେଉଁଠି, ଯାହାର ମହତ୍ୱ ସାରା ଦୁନିଆ ଜାଣିବ?
ଉତ୍ତର:-
ଆବୁଭୂମି ହିଁ ସମସ୍ତଙ୍କର ସଦ୍ଗତିର ସ୍ଥାନ । ତୁମେମାନେ ବ୍ରହ୍ମାକୁମାରୀଜ୍ ଅର୍ଥାତ୍ ସଂସ୍ଥାର
ନାମ ପାର୍ଶ୍ୱରେ ବ୍ରାକେଟ୍ରେ ସର୍ବୋତ୍ତମ ତୀର୍ଥସ୍ଥାନ ବୋଲି ଲେଖିପାରିବ । ସାରା ଦୁନିଆର ସଦ୍ଗତି
ଏହିଠାରେ ହିଁ ହେଉଛି, ସମସ୍ତଙ୍କର ସଦ୍ଗତି ଦାତା ଶିବବାବା ଏବଂ ଆଦମ ଅର୍ଥାତ୍ ପ୍ରଜାପିତା
ବ୍ରହ୍ମା ଏହିଠାରେ ରହି ସମସ୍ତଙ୍କର ସଦ୍ଗତି କରୁଛନ୍ତି । ଆଦମ ଅର୍ଥାତ୍ ଆଦମୀ ବା ମନୁଷ୍ୟ, ସେ
ଦେବତା ନୁହଁନ୍ତି । ତାଙ୍କୁ ଭଗବାନ ମଧ୍ୟ କୁହାଯାଇପାରିବ ନାହିଁ ।
ଓମ୍ ଶାନ୍ତି ।
ଦୁଇଥର ଓମ୍
ଶାନ୍ତି, କାହିଁକିନା ଗୋଟିଏ ହେଲା ବାବାଙ୍କ ପାଇଁ, ଅନ୍ୟଟି ଦାଦାଙ୍କ ପାଇଁ । ଦୁଇ ଜଣ ଆତ୍ମାଙ୍କ
ପାଇଁ । ସିଏ ପରମ ଆତ୍ମା, ଇଏ ହେଉଛନ୍ତି ଆତ୍ମା । ସିଏ ମଧ୍ୟ ନିଜର ଲକ୍ଷ୍ୟ ବତାଉଛନ୍ତି ଯେ ମୁଁ
ପରମଧାମର ନିବାସୀ ଅଟେ, ଉଭୟ ଏହିପରି କହୁଛନ୍ତି । ବାବା ଏବଂ ଦାଦା ଉଭୟେ କହୁଛନ୍ତି ଓମ୍ ଶାନ୍ତି
। ପିଲାମାନେ ମଧ୍ୟ ଓମ୍ ଶାନ୍ତି କହୁଛନ୍ତି ଅର୍ଥାତ୍ ଆମେ ଆତ୍ମା ଶାନ୍ତିଧାମର ନିବାସୀ ଅଟୁ ।
ଏଠାରେ ଜଣେ ଅନ୍ୟ ଜଣଙ୍କଠାରୁ ଛାଡି ଛାଡି ବସିବା ଉଚିତ୍, ଅଙ୍ଗ ସହିତ ଅଙ୍ଗ ଲାଗିବା ଉଚିତ୍ ନୁହେଁ,
କାହିଁକିନା ପ୍ରତ୍ୟେକଙ୍କର ଅବସ୍ଥାରେ, ଯୋଗରେ ରାତି ଦିନର ଫରକ ରହିଛି, କେହି କେହି ବହୁତ ଭଲ
ଭାବେ ଯୋଗ କରୁଛନ୍ତି, କେହି କେହି ବିଲ୍କୁଲ୍ ଯୋଗ କରୁନାହାଁନ୍ତି । ତେଣୁ ଯିଏ ବିଲ୍କୁଲ୍ ଯୋଗ
କରୁନାହାନ୍ତି ସେମାନେ ପାପ ଆତ୍ମା, ତମଃପ୍ରଧାନ ଏବଂ ଯିଏ ୟାଦ କରୁଛନ୍ତି ସେମାନେ ହେଲେ ପୁଣ୍ୟ
ଆତ୍ମା, ସତ୍ତ୍ୱପ୍ରଧାନ । ଏଥିରେ ବହୁତ ଫରକ ହୋଇଗଲା ନା । ଯଦିଓ ଘରେ ଏକତ୍ର ରହୁଛନ୍ତି କିନ୍ତୁ
ଫରକ ତ’ ରହୁଛି ନା । ସେଥିପାଇଁ ତ’ ଭାଗବତରେ ଆସୁରୀ ନାମର ଗାୟନ ରହିଛି । ଏହା ବର୍ତ୍ତମାନ ସମୟର
ହିଁ କଥା । ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି - ଏହା ହେଉଛି ଈଶ୍ୱରୀୟ ଚରିତ୍ର, ଯାହାର ଗାୟନ
ଭକ୍ତିମାର୍ଗରେ କରୁଛନ୍ତି । ସତ୍ୟଯୁଗରେ ତ’ କିଛି ବି ମନେରହିବ ନାହିଁ, ସବୁକିଛି ଭୁଲିଯିବ ।
ବାବା ତୁମକୁ ବର୍ତ୍ତମାନ ହିଁ ଶିକ୍ଷା ଦେଉଛନ୍ତି । ସତ୍ୟଯୁଗରେ ତ’ ତୁମେ ବିଲ୍କୁଲ୍ ଭୁଲିଯାଉଛ,
ପୁଣି ଦ୍ୱାପରରେ ଶାସ୍ତ୍ର ଆଦି ରଚନା କରି ରାଜଯୋଗ ଶିଖାଇବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ
ତୁମେ ରାଜଯୋଗ ତ’ ଶିଖାଇ ପାରିବ ନାହିଁ । ଯେବେ ବାବା ସମ୍ମୁଖକୁ ଆସିବେ ସେତେବେଳେ ଯାଇ ରାଜଯୋଗ
ଶିଖାଇବେ । ତୁମେମାନେ ଜାଣିଛ ବାବା କିପରି ରାଜଯୋଗ ଶିଖାଉଛନ୍ତି । ପୁଣି ୫ ହଜାର ବର୍ଷ ପରେ ଆସି
ଏହିପରି କହିବେ - ମିଠା ମିଠା ଆତ୍ମିକ ପିଲାମାନେ, ଏହିପରି ସମ୍ବୋଧନ କେବେ ବି କୌଣସି ମନୁଷ୍ୟ,
ମନୁଷ୍ୟକୁ କରିପାରିବେ ନାହିଁ, ନା ଦେବତାମାନେ ଦେବତାମାନଙ୍କୁ କରିପାରିବେ । ଏକମାତ୍ର ଆତ୍ମିକ
ପିତା ହିଁ ଆତ୍ମିକ ପିଲାମାନଙ୍କୁ କହୁଛନ୍ତି - ଥରେ ଅଭିନୟ କଲ ପୁଣି ୫ ହଜାର ବର୍ଷ ପରେ ଅଭିନୟ
କରିବ କାହିଁକିନା ପୁଣି ଥରେ ତୁମେମାନେ ଶିଢ଼ିରେ ତଳକୁ ଓହ୍ଲାଉଛ ନା । ତୁମ ବୁଦ୍ଧିରେ ଏବେ ଆଦି
ମଧ୍ୟ ଅନ୍ତର ରହସ୍ୟ ଅଛି । ତୁମେ ଜାଣିଛ ତାହା ଶାନ୍ତିଧାମ ଅଥବା ପରମଧାମ ଅଟେ, ନିରାକାରୀ
ଦୁନିଆରେ ଭିନ୍ନ ଭିନ୍ନ ଧର୍ମର ଆତ୍ମାମାନେ କ୍ରମାନୁସାରେ ରହିଥା’ନ୍ତି । ଯେପରି ତାରକାମାନଙ୍କୁ
ଦେଖୁଛ ନା କିପରି ଝୁଲି ରହିଛନ୍ତି ଆଉ କିଛି ବି ଦେଖାଯାଉନାହିଁ, ଉପରେ ଆଉ କୌଣସି ଜିନିଷ ନାହିଁ,
ବ୍ରହ୍ମତତ୍ତ୍ୱ ରହିଛି । ଏଠାରେ ତୁମେ ଧରିତ୍ରୀ ଉପରେ ଛିଡା ହୋଇଛ, ଏହା ହେଉଛି କର୍ମକ୍ଷେତ୍ର ।
ଏଠାକୁ ଆସି ଶରୀର ନେଇ କର୍ମ କରୁଛ । ବାବା ବୁଝାଉଛନ୍ତି, ତୁମେ ମୋ’ଠାରୁ ବର୍ସା ପାଉଛ ଯେଉଁ
ବର୍ସା ଦ୍ୱାରା ୨୧ ଜନ୍ମ ପର୍ଯ୍ୟନ୍ତ ତୁମର କର୍ମ ଅକର୍ମ ହୋଇଯାଉଛି କାହିଁକିନା ସେଠାରେ
ରାବଣରାଜ୍ୟ ନ ଥାଏ । ତାହା ହେଲା ଈଶ୍ୱରୀୟ ରାଜ୍ୟ ଯାହା ଏବେ ଈଶ୍ୱର ସ୍ଥାପନ କରୁଛନ୍ତି ।
ପିଲାମାନଙ୍କୁ ବୁଝାଉଛନ୍ତି - ଶିବବାବାଙ୍କୁ ମନେ ପକାଅ ତେବେ ସ୍ୱର୍ଗର ମାଲିକ ହେବ । ଶିବବାବା
ହିଁ ସ୍ୱର୍ଗ ସ୍ଥାପନ କରୁଛନ୍ତି ନା । ତେଣୁ ତୁମେମାନେ ଶିବବାବାଙ୍କୁ ଏବଂ ସୁଖଧାମକୁ ମନେ ପକାଅ
। ପ୍ରଥମେ ଶାନ୍ତିଧାମକୁ ମନେ ପକାଇଲେ ମଧ୍ୟ ସୃଷ୍ଟିଚକ୍ର ମନେପଡିବ । ପିଲାମାନେ ଭୁଲିଯାଉଛନ୍ତି,
ସେଥିପାଇଁ ବାରମ୍ବାର ମନେ ପକାଇ ଦେବାକୁ ପଡୁଛି । ବାବା କହୁଛନ୍ତି ହେ ମିଠା ମିଠା ପିଲାମାନେ,
ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର ତେବେ ତୁମର ପାପ ଭସ୍ମ ହୋଇଯିବ । ବାବା ପ୍ରତିଶ୍ରୃତି
ଦେଉଛନ୍ତି, ତୁମେମାନେ ମୋତେ ମନେ ପକାଇଲେ, ମୁଁ ତୁମକୁ ପାପରୁ ମୁକ୍ତ କରିଦେବି । ବାବା ହିଁ
ପତିତ ପାବନ ସର୍ବଶକ୍ତିମାନ ଅଧିକାରୀ ଅଟନ୍ତି, ତାଙ୍କୁ ସାରା ବିଶ୍ୱର ଅଧିକାରୀ ବୋଲି କୁହାଯାଉଛି
। ସିଏ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି, ବେଦ-ଶାସ୍ତ୍ର ଆଦି ସବୁ କିଛି ଜାଣିଛନ୍ତି
ସେଥିପାଇଁ ତ’ କହୁଛନ୍ତି ଏଥିରେ କୌଣସି ସାରତତ୍ତ୍ୱ ନାହିଁ । ଗୀତାରେ ମଧ୍ୟ କୌଣସି ସାରତତ୍ତ୍ୱ
ନାହିଁ । ଯଦିଓ ସିଏ ସର୍ବଶାସ୍ତ୍ରମୟୀ ଶିରୋମଣୀ ମାତା ପିତା ଅଟେ, ବାକି ସମସ୍ତେ ତାଙ୍କର ସନ୍ତାନ
। ଯେପରି ପ୍ରଥମେ ପ୍ରଜାପିତା ବ୍ରହ୍ମା ବାକି ଅନ୍ୟ ସମସ୍ତେ ତାଙ୍କର ସନ୍ତାନ । ପ୍ରଜାପିତା
ବ୍ରହ୍ମାଙ୍କୁ ଆଦମ କହୁଛନ୍ତି, ଆଦମ ଅର୍ଥାତ୍ ଆଦମୀ, ତେଣୁ ମନୁଷ୍ୟ ଅଟନ୍ତି ନା । ଏଥିପାଇଁ
ତାଙ୍କୁ ଦେବତା କୁହାଯାଇ ପାରିବ ନାହିଁ । ଏଡମ୍ଙ୍କୁ ଆଦମ କହୁଛନ୍ତି । ଭକ୍ତମାନେ ବ୍ରହ୍ମା
ଆଦମଙ୍କୁ ଦେବତା ବୋଲି କହିଦେଉଛନ୍ତି । ବାବା ବସି ବୁଝାଉଛନ୍ତି ଏଡମ୍ ଅର୍ଥାତ୍ ଆଦମୀ, ତେଣୁ ସିଏ
ନା ଦେବତା, ନା ଭଗବାନ ଅଟନ୍ତି । ଲକ୍ଷ୍ମୀ ନାରାୟଣ ହେଉଛନ୍ତି ଦେବତା, ସ୍ୱର୍ଗରେ ଏହାଙ୍କର ଦୈବୀ
ବଂଶାବଳୀ ରହିଛି । ନୂଆ ଦୁନିଆ ଅଟେ ନା, ତାହା ହେଉଛି ବିଶ୍ୱର ଆଶ୍ଚର୍ଯ୍ୟପୂର୍ଣ୍ଣ ଦୁନିଆ, ବାକି
ତ’ ଏଠାରେ ସବୁ ମାୟାର ଆଶ୍ଚର୍ଯ୍ୟ ରହିଛି । ଦ୍ୱାପର ପରେ ମାୟାର ଆଶ୍ଚର୍ଯ୍ୟ ସବୁ ତିଆରି ହେଉଛି
। ଈଶ୍ୱରୀୟ ଆଶ୍ଚର୍ଯ୍ୟ ହେଲା - ହେଭେନ୍, ସ୍ୱର୍ଗ । ଯାହାକି ବାବା ସ୍ଥାପନ କରୁଛନ୍ତି,
ବର୍ତ୍ତମାନ ସ୍ଥାପନ ହେଉଛି, ଏହି ଦିଲ୍ୱାଡା ମନ୍ଦିରର ମୂଲ୍ୟ ବିଷୟରେ କାହାକୁ ଜଣାନାହିଁ ।
ମନୁଷ୍ୟ ଯାତ୍ରା କରିବାକୁ ଯାଆନ୍ତି, ତେବେ ଏହା ହିଁ ସବୁଠାରୁ ଭଲ ତୀର୍ଥସ୍ଥାନ ଅଟେ । ତୁମେମାନେ
ଲେଖୁଛ ନା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଆବୁ ପର୍ବତ । ତେବେ ବନ୍ଧନୀରେ ଏ କଥା
ମଧ୍ୟ ଲେଖିବା ଦରକାର - (ସର୍ବୋତ୍ତମ ତୀର୍ଥସ୍ଥାନ) କାହିଁକିନା ତୁମେ ଜାଣିଛ ସମସ୍ତଙ୍କର ସଦ୍ଗତି
ଏହିଠାରୁ ହିଁ ହେଉଛି । କିନ୍ତୁ ଏକଥା କେହି ଜାଣିନାହାନ୍ତି । ଯେପରି ଗୀତା ସର୍ବଶାସ୍ତ୍ରମୟୀ
ଶିରୋମଣୀ ଅଟେ, ସେହିପରି ସବୁ ତୀର୍ଥ ମଧ୍ୟରୁ ଶ୍ରେଷ୍ଠ ତୀର୍ଥ ଅଟୁ । ଏହିପରି ଲେଖିବା ଦ୍ୱାରା
ମନୁଷ୍ୟମାନେ ପଢ଼ିବେ, ତାଙ୍କର ଧ୍ୟାନ ଆକର୍ଷିତ ହେବ । ସାରା ବିଶ୍ୱର ତୀର୍ଥ ମଧ୍ୟରୁ ଏହା ସବୁଠାରୁ
ବଡ ତୀର୍ଥ ଆବୁ ଅଟେ, ଯେଉଁଠାରେ ବାବା ବସି ସମସ୍ତଙ୍କର ସଦ୍ଗତି କରୁଛନ୍ତି । ତୀର୍ଥ ତ’ ବହୁତ
ହୋଇଗଲାଣି, ଗାନ୍ଧୀଙ୍କର ସମାଧିକୁ ମଧ୍ୟ ତୀର୍ଥ ବୋଲି ଭାବୁଛନ୍ତି । ସମସ୍ତେ ଏଠାରେ ଆସି ଫୁଲ
ଚଢ଼ାଉଛନ୍ତି, କାରଣ କ’ଣ ସେମାନେ କିଛି ଜାଣି ନାହାଁନ୍ତି । ତୁମେମାନେ ଜାଣିଛ ନା - ତେଣୁ ତୁମେ
ଏଠାରେ ବସିବା ସମୟରେ ତୁମର ଆନ୍ତରିକ ଖୁସି ରହିବା ଉଚିତ୍ । ଆମେ ସ୍ୱର୍ଗର ସ୍ଥାପନା କରୁଛୁ । ଏବେ
ବାବା କହୁଛନ୍ତି - ନିଜକୁ ଆତ୍ମା ଭାବି ମୋତେ ମନେପକାଅ, ଏହି ପାଠ ମଧ୍ୟ ବହୁତ ସହଜ ଅଟେ । କିଛି
ବି ଖର୍ଚ୍ଚ କରିବାକୁ ପଡୁନାହିଁ । ତୁମର ମମ୍ମାଙ୍କୁ ପଇସାଟିଏ ଖର୍ଚ୍ଚ କରିବାକୁ ପଡିଥିଲା କି?
ବିନା ପଇସା ଖର୍ଚ୍ଚରେ ପାଠପଢ଼ି କେତେ ହୋସିଆର ନମ୍ବରୱାନ ହୋଇଗଲେ, ରାଜଯୋଗିନୀ ହୋଇଗଲେ ନା । ଆଜି
ପର୍ଯ୍ୟନ୍ତ ମମ୍ମାଙ୍କ ଭଳି ଦ୍ୱିତୀୟ କେହି ଯୋଗ୍ୟ ହୋଇ ନାହାଁନ୍ତି ।
ଦେଖ, ଆତ୍ମାମାନଙ୍କୁ
ହିଁ ବାବା ବସି ରାଜଯୋଗର ପାଠ ପଢ଼ାଉଛନ୍ତି । ଆତ୍ମାମାନଙ୍କୁ ହିଁ ରାଜ୍ୟ ମିଳୁଛି, ଆତ୍ମା ହିଁ
ରାଜ୍ୟ ହରାଇଛି । ଏତେ ଛୋଟ ଆତ୍ମା କେତେ କାମ କରୁଛି । ସବୁଠାରୁ ଖରାପ କାମ ହେଲା ବିକାରର
ବଶବର୍ତ୍ତୀ ହେବା । ଆତ୍ମା ୮୪ ଜନ୍ମର ପାର୍ଟ କରୁଛି, ଏତେ ଛୋଟ ଆତ୍ମାରେ କେତେ ଶକ୍ତି ରହିଛି ।
ସାରା ବିଶ୍ୱ ଉପରେ ରାଜତ୍ୱ କରୁଛି । ଏହି ଦେବତାମାନଙ୍କ ଆତ୍ମାରେ କେତେ ଶକ୍ତି ରହିଛି ।
ପ୍ରତ୍ୟେକ ଧର୍ମର ନିଜସ୍ୱ ଶକ୍ତି ରହିଥାଏ ନା । ଖ୍ରୀଷ୍ଟିୟାନ ଧର୍ମରେ କେତେ ଶକ୍ତି ରହିଛି ।
ଆତ୍ମାରେ ହିଁ ଶକ୍ତି ରହିଛି ଯିଏକି ଏହି ଶରୀର ଦ୍ୱାରା କର୍ମ କରିଥାଏ । ଆତ୍ମା ହିଁ ଏଠାକୁ ଆସି
ଏହି କର୍ମକ୍ଷେତ୍ରରେ କର୍ମ କରୁଛି । ସେଠାରେ କୌଣସି ପ୍ରକାରର ଖରାପ କର୍ମ ହୁଏ ନାହିଁ ।
ଯେତେବେଳେ ରାବଣରାଜ୍ୟ ଆରମ୍ଭ ହୋଇଥାଏ, ଆତ୍ମା ବିକାରୀ ମାର୍ଗରେ ଗମନ କରେ । ମନୁଷ୍ୟମାନେ
କହିଦେଉଛନ୍ତି ବିକାର ତ’ ସଦା ସର୍ବଦା ରହିଛି, ତେଣୁ ତୁମେ ସେମାନଙ୍କୁ ବୁଝାଇପାରିବ ଯେ ସେଠାରେ
ରାବଣ ରାଜ୍ୟ ହିଁ ନାହିଁ ତେବେ ବିକାର କିପରି ରହିବ! ସେଠାରେ ଯୋଗବଳର ହିଁ ଶକ୍ତି ରହିଛି, ଭାରତର
ରାଜଯୋଗ ପ୍ରସିଦ୍ଧ ଅଟେ । ତୁମେମାନେ ଯଦି ଏହି ରାଜଯୋଗ ଶିଖାଇବ, ତେବେ ବହୁତ ଶିଖିବାକୁ ଚାହିଁବେ
। ତୁମ ବିନା ତ ଆଉ କେହି ଶିଖାଇ ପାରିବେ ନାହିଁ । ଯେପରି ମହର୍ଷିମାନେ ଥିଲେ, ଯୋଗ ଶିଖାଇବା ପାଇଁ
କେତେ ମେହେନତ କରୁଥିଲେ । କିନ୍ତୁ ଦୁନିଆ କ’ଣ ଏକଥା ଜାଣିଛି ଯେ, ହଠଯୋଗୀ ରାଜଯୋଗ ଶିଖାଇ ପାରିବେ
ନାହିଁ । ଚିନ୍ମୟାନନ୍ଦଙ୍କ ପାଖକୁ କେତେ ମନୁଷ୍ୟ ଯାଉଛନ୍ତି, ଯଦି ସିଏ ଥରେ କହିଦେବେ ଯେ, ସତରେ
ଭାରତର ପ୍ରାଚୀନ ରାଜଯୋଗ ବି.କେ.ମାନଙ୍କ ବ୍ୟତୀତ କେହି ବୁଝାଇ ପାରିବେ ନାହିଁ, ବାସ୍ । କିନ୍ତୁ
ଏପରି କହିବାର କାଇଦା ନାହିଁ, ଯାହା ଦ୍ୱାରା ଏବେ ତୁମର ପ୍ରସିଦ୍ଧି ହୋଇଯିବ । ସମସ୍ତେ କ’ଣ
ଜ୍ଞାନ ବୁଝିବେ କି? ଏଥିରେ ବହୁତ ମେହେନତ ରହିଛି, ମହିମା ମଧ୍ୟ ଅନ୍ତିମ ସମୟରେ ହେବ, କହିବେ ନା
- ଓହୋ ପ୍ରଭୁ, ଶିବବାବା ଆପଣଙ୍କର ଲୀଳା । ଏବେ ତୁମେମାନେ ଜାଣୁଛ ଯେ, ତୁମମାନଙ୍କ ବ୍ୟତୀତ
ବାବାଙ୍କୁ ଅନ୍ୟ କେହି ସୁପ୍ରିମ୍ ପିତା, ଶିକ୍ଷକ, ସତ୍ଗୁରୁ ବୋଲି ଭାବୁନାହାଁନ୍ତି । ଏଠାରେ
ମଧ୍ୟ ବହୁତ ଅଛନ୍ତି, ଜ୍ଞାନରେ ଚାଲୁ ଚାଲୁ ଯେଉଁମାନଙ୍କୁ ମାୟା ହଇରାଣ କରିଦେଉଛି ସେମାନେ ବିଲ୍କୁଲ୍
ଅଜ୍ଞାନୀ ହୋଇଯାଉଛନ୍ତି । ଏହା ବହୁତ ବଡ ଲକ୍ଷ୍ୟ ଅଟେ । ଏହା ଯୁଦ୍ଧ ଭୂମି ଅଟେ, ଏଥିରେ ମାୟା
ବହୁତ ବିଘ୍ନ ପକାଇଥାଏ । ଦୁନିଆର ଲୋକମାନେ ତ ବିନାଶ ପାଇଁ ପ୍ରସ୍ତୁତି କରୁଛନ୍ତି, ତୁମେମାନେ
ଏଠାରେ ୫ ବିକାରକୁ ଜିତିବା ପାଇଁ ପୁରୁଷାର୍ଥ କରୁଛ । ସେମାନେ ବିନାଶ ପାଇଁ ପୁରୁଷାର୍ଥ କରୁଛନ୍ତି,
ତୁମେମାନେ ବିଜୟୀ ହେବା ପାଇଁ ପୁରୁଷାର୍ଥ କରୁଛ । ଉଭୟ କାମ ଏକତ୍ର ହେବ ନା । ଏବେ ସମୟ ଅଛି ।
ଆମର ରାଜ୍ୟ କ’ଣ ଏବେ ସ୍ଥାପନ ହୋଇଛି କି । ବର୍ତ୍ତମାନ ହିଁ ରାଜା, ପ୍ରଜା ସମସ୍ତେ ତିଆରି ହେବେ
। ତୁମେମାନେ ଅଧାକଳ୍ପ ପାଇଁ ବାବାଙ୍କଠାରୁ ବର୍ସା ନେଉଛ । ମୋକ୍ଷ ତ କାହାକୁ ବି ମିଳେ ନାହିଁ ।
ଯଦିଓ ଲୋକମାନେ କହୁଛନ୍ତି ଅମୁକ ମୋକ୍ଷ ପ୍ରାପ୍ତ କଲା, କିନ୍ତୁ ମରିବା ପରେ କ’ଣ ଜଣାପଡିଥାଏ କି
ସେ କୁଆଡେ ଗଲେ । ମନୁଷ୍ୟ କେବଳ ଗପ ମାରୁଛନ୍ତି ।
ତୁମେମାନେ ଜାଣିଛ
ଯେଉଁମାନେ ଶରୀର ଛାଡୁଛନ୍ତି ସେମାନେ ପୁଣି ଅନ୍ୟ ଏକ ଶରୀର ନିଶ୍ଚିତ ନେବେ । ମୋକ୍ଷ ପାଇପାରିବେ
ନାହିଁ । ଏପରି ନୁହେଁ ଯେ, ପାଣି ଫୋଟକା ପାଣିରେ ଲୀନ ହୋଇଯାଉଛି । ବାବା କହୁଛନ୍ତି - ଏହି
ଶାସ୍ତ୍ର ଆଦି ଭକ୍ତିମାର୍ଗର ସାମଗ୍ରୀ । ତୁମେମାନେ ଏବେ ସମ୍ମୁଖରେ ଶୁଣୁଛ । ଜ୍ଞାନ ରୂପୀ ଗରମ
ହାଲୁଆ ଖାଉଛ, ସବୁଠାରୁ ଅଧିକ ଜ୍ଞାନ ରୂପକ ଗରମ ହାଲୁଆ କିଏ ଖାଉଛନ୍ତି? (ବ୍ରହ୍ମା) ଇଏ ତ’ ବିଲ୍କୁଲ୍
ତାଙ୍କ ପାଖରେ ବସିଛନ୍ତି, ତେଣୁ ତୁରନ୍ତ ଶୁଣି ଧାରଣ କରୁଛନ୍ତି ପୁଣି ଇଏ ହିଁ ଉଚ୍ଚପଦ ପାଉଛନ୍ତି
। ସୂକ୍ଷ୍ମଲୋକରେ ଏବଂ ବୈକୁଣ୍ଠରେ ଏହାଙ୍କର ହିଁ ସାକ୍ଷାତ୍କାର କରୁଛନ୍ତି । ଏହି ଆଖି ଦ୍ୱାରା
ମଧ୍ୟ ଏହାଙ୍କୁ ହିଁ ଦେଖୁଛ । ବାବା ତ’ ସମସ୍ତଙ୍କୁ ପାଠ ପଢ଼ାଉଛନ୍ତି, ବାକି ସବୁ ତ ଯୋଗର ମେହେନତ
। ଯୋଗଯୁକ୍ତ ହୋଇ ରହିବା ଯେପରି ତୁମକୁ କଷ୍ଟସାଧ୍ୟ ହେଉଛି, ସେହିପରି ଏହାଙ୍କୁ ମଧ୍ୟ କଷ୍ଟ
ଲାଗୁଛି । ଏଥିରେ କୃପାର କୌଣସି କଥା ନାହିଁ । ବାବା କହୁଛନ୍ତି - ମୁଁ ଏହି ଶରୀର ଲୋନ୍ ନେଇଛି,
ତେଣୁ ତାହାର ହିସାବ କିତାବ ଦେଇଦେବି । ବାକି ଯୋଗର ପୁରୁଷାର୍ଥ ତ’ ଏହାଙ୍କୁ ମଧ୍ୟ କରିବାକୁ ହେବ
। ଏକଥା ମଧ୍ୟ ଜାଣୁଛି ଯେ, ଇଏ ମୋର ପାଖରେ ବସିଛନ୍ତି । ବ୍ରହ୍ମାବାବା କହୁଛନ୍ତି ମୁଁ ବାବାଙ୍କୁ
ଯେତେ ମନେ ପକାଇବା ପାଇଁ ଚେଷ୍ଟା କରୁଛି ତଥାପି ଭୁଲି ଯାଉଛି । ସବୁଠାରୁ ଅଧିକ ମେହେନତ ଏହାଙ୍କୁ
ହିଁ କରିବାକୁ ପଡୁଛି । ଯୁଦ୍ଧ କ୍ଷେତ୍ରରେ ଯେଉଁମାନେ ମହାରଥୀ ପହଲିମାନ, ଯେପରି ହନୁମାନଙ୍କର
ଉଦାହରଣ ରହିଛି, ମାୟା ପରୀକ୍ଷା ମଧ୍ୟ ନେଇଥିଲା କାହିଁକିନା ସିଏ ମହାରଥୀ ଥିଲେ । ଯେତେ ଅଧିକ
ପହଲିମାନ ହେବ ସେତେ ଅଧିକ ମାୟା ପରୀକ୍ଷା ନେବ, ତୋଫାନ ମଧ୍ୟ ଅଧିକ ଆସିବ । ପିଲାମାନେ ଲେଖୁଛନ୍ତି
- ବାବା ଆମକୁ ଏହିଭଳି ବିଘ୍ନ ଆସୁଛି । ବାବା କହୁଛନ୍ତି - ଏ ସବୁ ତ’ ହେବ । ବାବା ପ୍ରତିଦିନ
ବୁଝାଉଛନ୍ତି - ତୁମମାନଙ୍କୁ ଖବରଦାର ରହିବାକୁ ହେବ । ବାବାଙ୍କୁ ପତ୍ର ଲେଖୁଛନ୍ତି - ବାବା, ମାୟା
ବହୁତ ତୋଫାନ ଆଣୁଛି । କେହି କେହି ଦେହ ଅଭମାନୀ ହୋଇଥିବାରୁ ବାବାଙ୍କୁ କିଛି କହୁନାହାନ୍ତି ।
ତୁମେମାନେ ଏବେ ବହୁତ ବୁଦ୍ଧିମାନ ହେଉଛ । ଆତ୍ମା ପବିତ୍ର ହେଲେ ପୁଣି ଶରୀର ମଧ୍ୟ ପବିତ୍ର
ମିଳିଥାଏ । ଏହା ଦ୍ୱାରା ଆତ୍ମା କେତେ ଚମତ୍କାରୀ ହୋଇଯାଉଛି । ପ୍ରଥମେ ଗରୀବମାନେ ହିଁ ଏହି
ଜ୍ଞାନକୁ ଧାରଣ କରୁଛନ୍ତି । ବାବାଙ୍କର ଦୀନବନ୍ଧୁ ବୋଲି ଗାୟନ ମଧ୍ୟ ରହିଛି । ବାକି ଲୋକ ତ’
ବିଳମ୍ବରେ ଆସିବେ । ତୁମେ ଜାଣିଛ, ଯେ ପର୍ଯ୍ୟନ୍ତ ଭାଇ ଭଉଣୀର ଦୃଷ୍ଟି ନ ହୋଇଛି ସେ ପର୍ଯ୍ୟନ୍ତ
ଭାଇ ଭାଇର ଦୃଷ୍ଟି କିପରି ହେବ । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ତ’ ଭାଇ ଭଉଣୀ ଅଟନ୍ତି ନା ।
ପୁଣି ବାବା ବୁଝାଉଛନ୍ତି ନିଜକୁ ଆତ୍ମା ଭାଇ ଭାଇ ବୋଲି ଭାବ । ଏହା ହେଉଛି ଅନ୍ତିମ ସମୟର
ସମ୍ବନ୍ଧ ପୁଣି ଉପରକୁ ଗଲେ ଆତ୍ମା ଭାଇମାନଙ୍କ ସହିତ ଯାଇ ମିଶିବେ । ଏହା ପରେ ପୁଣି ସତ୍ୟଯୁଗରେ
ମଧ୍ୟ ନୂଆ ସମ୍ବନ୍ଧ ଆରମ୍ଭ ହେବ । ସେଠାରେ ଶଳା, ଚାଚା, ମାମା ଆଦି ଅଧିକ ସମ୍ବନ୍ଧ ରହିବ ନାହିଁ
। ସେଠାରେ ସମ୍ବନ୍ଧ ବହୁତ କମ୍ ହେବ ତା’ପରେ ପୁଣି ବଢ଼ିଚାଲିବ । ବର୍ତ୍ତମାନ ତ’ ବାବା କହୁଛନ୍ତି
ଭାଇ ଭଉଣୀ ମଧ୍ୟ ନୁହେଁ, ନିଜକୁ ଆତ୍ମା ଭାଇ ଭାଇ ଭାବିବାକୁ ହେବ । ନାମ ରୂପରୁ ମଧ୍ୟ ଉର୍ଦ୍ଧ୍ୱକୁ
ଯିବାକୁ ହେବ । ବାବା ସବୁ ଆତ୍ମା ଭାଇମାନଙ୍କୁ ହିଁ ପାଠ ପଢ଼ାଉଛନ୍ତି । ପ୍ରଜାପିତା ବ୍ରହ୍ମାଙ୍କ
ସମ୍ବନ୍ଧରେ ଥିବାରୁ ଭାଇ ଭଉଣୀ ହେଉଛନ୍ତି ନା । କୃଷ୍ଣ ତ’ ନିଜେ ଛୋଟ ପିଲା ଅଟନ୍ତି, ସିଏ କିପରି
ଭାଇ ଭାଇର ସମ୍ବନ୍ଧ ଶିଖାଇବେ । ଗୀତାରେ ମଧ୍ୟ ଏକଥା ନାହିଁ । ଏହା ହେଲା ବିଲ୍କୁଲ୍ ନିଆରା
ଜ୍ଞାନ । ଡ୍ରାମାରେ ସବୁ ନିର୍ଦ୍ଧାରିତ ରହିଛି । ଗୋଟିଏ ସେକେଣ୍ଡର ପାର୍ଟ ଅନ୍ୟ ସେକେଣ୍ଡ ସହିତ
ମିଶିପାରିବ ନାହିଁ । କେତେ ମାସ, କେତେ ଘଣ୍ଟା, କେତେ ଦିନ ଅତିକ୍ରମ ହେଉଛି, ପୁଣି ୫ ହଜାର ବର୍ଷ
ପରେ ଏହିପରି ହିଁ ଅତିକ୍ରମ ହେବ । କମ୍ ବୁଦ୍ଧିମାନ ଏତେ ଧାରଣା କରିପାରିବେ ନାହିଁ । ସେଥିପାଇଁ
ବାବା କହୁଛନ୍ତି ଏହା ତ’ ବହୁତ ସହଜ, ନିଜକୁ ଆତ୍ମା ଭାବି, ବେହଦର ବାବାଙ୍କୁ ମନେ ପକାଅ । ପୁରୁଣା
ଦୁନିଆର ବିନାଶ ମଧ୍ୟ ହେବ । ବାବା କହୁଛନ୍ତି ମୁଁ ସଙ୍ଗମ ଯୁଗରେ ହିଁ ଆସୁଛି । ତୁମେମାନେ ହିଁ
ଦେବୀ ଦେବତା ଥିଲ । ଏକଥା ତୁମେମାନେ ଜାଣିଛ ଯେତେବେଳେ ଏମାନଙ୍କର ରାଜ୍ୟ ଥିଲା ସେତେବେଳେ ଆଉ
କୌଣସି ଧର୍ମ ନ ଥିଲା । ବର୍ତ୍ତମାନ ତ’ ଏମାନଙ୍କର ରାଜ୍ୟ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବର୍ତ୍ତମାନ
ନାଟକ ସମାପ୍ତ ହେବାର ସମୟ, ଘରକୁ ଫେରିଯିବାକୁ ହେବ ସେଥିପାଇଁ ନିଜର ବୁଦ୍ଧିକୁ ନାମ-ରୂପ ଠାରୁ
ମୁକ୍ତ କରିବାକୁ ହେବ । ଆମେ ସବୁ ଆତ୍ମା ଭାଇ-ଭାଇ - ଏହି ଅଭ୍ୟାସ କରିବାକୁ ହେବ । ଦେହ-ଅଭିମାନରେ
ଆସିବାର ନାହିଁ ।
(୨) ପ୍ରତ୍ୟେକଙ୍କର
ଅବସ୍ଥା ଏବଂ ଯୋଗରେ ରାତି ଦିନର ପାର୍ଥକ୍ୟ ରହିଛି ସେଥିପାଇଁ ଛାଡି ଛାଡି ହୋଇ ବସିବା ଦରକାର,
ଯେପରି କାହାରି ଅଙ୍ଗ କାହା ସହିତ ଲାଗୁ ନ ଥିବ । ପୁଣ୍ୟ ଆତ୍ମା ହେବା ପାଇଁ ଯୋଗର ମେହନତ କରିବାକୁ
ହେବ ।
ବରଦାନ:-
ବାବାଙ୍କର
ସ୍ନେହରେ ନିଜର ମୂଳ ଦୁର୍ବଳତାକୁ ସ୍ୱାହା କରୁଥିବା ଜ୍ଞାନୀ ତୁ ଆତ୍ମା ଭବ ।
ବାପଦାଦା ଦେଖୁଛନ୍ତି ଏବେ
ପର୍ଯ୍ୟନ୍ତ ମଧ୍ୟ ଅଧିକାଂଶ ପିଲାଙ୍କ ଭିତରେ ପାଞ୍ଚଟିଯାକ ବିକାରର ବ୍ୟର୍ଥ ସଂକଳ୍ପ ଚାଲୁଛି ।
ଜ୍ଞାନୀ ଆତ୍ମାମାନଙ୍କ ଭିତରେ ମଧ୍ୟ କେବେ କେବେ ନିଜର ଗୁଣ ବା ବିଶେଷତାର ଅଭିମାନ ଆସିଯାଉଛି ।
ତେବେ ପ୍ରତ୍ୟେକ ଆତ୍ମା ନିଜର ମୂଳ ଦୁର୍ବଳତାଗୁଡିକୁ ବା ମୂଳ ସଂସ୍କାରକୁ ମଧ୍ୟ ଜାଣିଥାଆନ୍ତି -
ସେଗୁଡିକୁ ବାବାଙ୍କର ସ୍ନେହର ପ୍ରତିଦାନରେ ସ୍ୱାହା କରିଦେବା ହିଁ ସ୍ନେହର ପ୍ରମାଣ ଅଟେ । ସ୍ନେହୀ
ବା ଜ୍ଞାନୀ ତୁ ଆତ୍ମାମାନେ ବାବାଙ୍କର ସ୍ନେହରେ ବ୍ୟର୍ଥ ସଂକଳ୍ପକୁ ମଧ୍ୟ ସ୍ୱାହା କରିଦେଇଥାଆନ୍ତି
।
ସ୍ଲୋଗାନ:-
ସ୍ୱମାନର ଆସନ
ଉପରେ ସ୍ଥିତ ରହି ସମସ୍ତଙ୍କୁ ସମ୍ମାନ ଦେଉଥିବା ମାନନୀୟ ଆତ୍ମା ହୁଅ ।