27.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମେ
ଏବେ ସଚ୍ଚା-ସଚ୍ଚା ପାଠଶାଳାରେ ବସିଛ, ଏହା ସତ୍ସଙ୍ଗ ମଧ୍ୟ ଅଟେ, ଏଠାରେ ତୁମକୁ ସତ୍ୟ ପିତାଙ୍କର
ସଙ୍ଗ ମିଳିଛି, ଯିଏକି ପାରି କରିଦେଉଛନ୍ତି ।”
ପ୍ରଶ୍ନ:-
ହିସାବ-କିତାବର
ଖେଳରେ ମନୁଷ୍ୟମାନଙ୍କର ବିଚାର ଏବଂ ତୁମର ବିଚାରରେ କେଉଁ ଅନ୍ତର ରହିଛି?
ଉତ୍ତର:-
ମନୁଷ୍ୟ ଭାବୁଛନ୍ତି ଯେ - ଏଠାରେ ଯେଉଁ ସବୁ ଦୁଃଖ ସୁଖର ଖେଳ ଚାଲିଛି, ଏହି ଦୁଃଖ ସୁଖ ସବୁ
ପରମାତ୍ମା ହିଁ ଦେଉଛନ୍ତି ଏବଂ ତୁମେ ପିଲାମାନେ ବୁଝୁଛ ଯେ ଏସବୁ ପ୍ରତ୍ୟେକଙ୍କର କର୍ମର ହିସାବ
କିତାବର ଖେଳ ଅଟେ । ବାବା କାହାକୁ ବି ଦୁଃଖ ଦିଅନ୍ତି ନାହିଁ । ସେ ତ ସୁଖର ରାସ୍ତା ବତାଇବା ପାଇଁ
ଆସିଥା’ନ୍ତି । ବାବା କହୁଛନ୍ତି ଯେ - ପିଲାମାନେ, ମୁଁ କାହାକୁ ବି ଦୁଃଖୀ କରି ନାହିଁ । ଏହା ତ
ତୁମର ହିଁ କର୍ମର ଫଳ ଅଟେ ।
ଗୀତ:-
ଇସ୍ ପାପ କି
ଦୁନିଆ ସେ...
ଓମ୍ ଶାନ୍ତି ।
ମଧୁର ଆତ୍ମିକ
ପିଲାମାନେ ଗୀତ ଶୁଣିଲେ । କାହାକୁ ଡାକୁଛନ୍ତି? ବାବାଙ୍କୁ । ବାବା ଆପଣ ଏଠାକୁ ଆସି ଏହି କଳିଯୁଗୀ
ପାପର ଦୁନିଆରୁ ସତ୍ୟଯୁଗୀ ପୁଣ୍ୟର ଦୁନିଆକୁ ନେଇଚାଲ । ଏବେ ଜୀବ ଆତ୍ମାମାନେ ସମସ୍ତେ କଳିଯୁଗୀ
ଅଟନ୍ତି । ସେମାନଙ୍କର ବୁଦ୍ଧି (ପ୍ରାର୍ଥନା କରିବା ସମୟରେ) ଉପରକୁ ଯାଇଥାଏ । ବାବା କହୁଛନ୍ତି
ମୁଁ ଯିଏ ଏବଂ ଯେମିତି ଅଟେ, ସେପରି କେହି ଜାଣି ନାହାଁନ୍ତି । ଋଷି-ମୁନି ମଧ୍ୟ କହିଥାନ୍ତି ଯେ
ଆମେ ରଚୟିତା ମାଲିକ ଅର୍ଥାତ୍ ବେହଦର ପିତା ଏବଂ ତାଙ୍କର ବେହଦ ରଚନାର ଆଦି, ମଧ୍ୟ, ଅନ୍ତକୁ ଜାଣି
ନାହୁଁ । ଆତ୍ମାମାନେ ଯେଉଁଠାରେ ରହିଥାନ୍ତି ତାହା ବ୍ରହ୍ମ ମହତତ୍ତ୍ୱ ଅଟେ, ଯେଉଁଠାରେ ସୂର୍ଯ୍ୟ
ଚନ୍ଦ୍ର ନଥାନ୍ତି । ନା ମୂଳବତନରେ, ନା ସୂକ୍ଷ୍ମବତନରେ ସୂର୍ଯ୍ୟ, ଚନ୍ଦ୍ର ଥା’ନ୍ତି । ବାକି ଏହି
ରଙ୍ଗମଞ୍ଚରେ ତ ବିଜୁଳି ଆଲୋକ ଆଦି ତ ସବୁ ଦରକାର ନା । ତେଣୁ ଏହି ରଙ୍ଗମଞ୍ଚକୁ ରାତିରେ ଚନ୍ଦ୍ର
ଏବଂ ତାରକାମାନଙ୍କଠାରୁ ଦିନରେ ସୂର୍ଯ୍ୟଙ୍କଠାରୁ ଆଲୋକ ମିଳୁଛି । ଏମାନେ ସବୁ ହେଲେ ବତୀ ସଦୃଶ ।
ଏହିସବୁ ବତୀଗୁଡିକ ଥାଇ ମଧ୍ୟ ଅନ୍ଧକାର ବୋଲି କୁହାଯାଉଛି । ରାତ୍ରୀରେ ତ ପୁଣି ବତୀ ଜଳାଇବାକୁ
ପଡିଥାଏ ନା । ସତ୍ୟଯୁଗ ତ୍ରେତୟା ଯୁଗକୁ କୁହାଯାଉଛି ଦିନ ଏବଂ ଭକ୍ତି ମାର୍ଗକୁ କୁହାଯାଉଛି ରାତି
। ଏହା ବି ବୁଝିବାର କଥା ଅଟେ । ନୂଆ ଦୁନିଆ ପୁଣି ପୁରୁଣା ଦୁନିଆ ନିଶ୍ଚିତ ହେବ । ପୁଣି ନୂଆ
ହେବ ତ ପୁରୁଣାର ନିଶ୍ଚିତ ବିନାଶ ହେବ । ଏହା ହେଲା ବେହଦର ଦୁନିଆ । ରାଜାମାନଙ୍କର ଘର ଆଦି ମଧ୍ୟ
ବହୁତ ବଡ-ବଡ ହୋଇଥାଏ । ଏହା ହେଲା ବେହଦର ଘର, ବିଶ୍ୱ ରଙ୍ଗମଞ୍ଚ ଅଥବା ଷ୍ଟେଜ୍, ଏହାକୁ
କର୍ମକ୍ଷେତ୍ର ମଧ୍ୟ କୁହାଯାଏ । କର୍ମ ତ ନିଶ୍ଚିତ କରିବାକୁ ପଡିଥାଏ । ସବୁ ମନୁଷ୍ୟମାନଙ୍କ ପାଇଁ
ଏହା କର୍ମକ୍ଷେତ୍ର ଅଟେ । ସମସ୍ତଙ୍କୁ କର୍ମ କରିବାର ହିଁ ଅଛି ଓ ଅଭିନୟ କରିବାର ହିଁ ଅଛି ।
ପ୍ରତ୍ୟେକ ଆତ୍ମାକୁ ପୂର୍ବରୁ ହିଁ ଅଭିନୟ ମିଳିଛି । ତୁମମାନଙ୍କ ଭିତରେ ମଧ୍ୟ କେହି କେହି ଅଛନ୍ତି
ଯିଏକି, ଏହିସବୁ କଥାକୁ ଭଲ ଭାବରେ ବୁଝିପାରିବେ । ବାସ୍ତବରେ ଏହା ଗୀତାପାଠଶାଳା ଅଟେ ।
ପାଠଶାଳାରେ କ’ଣ କେବେ ବୁଢା ଆଦି ପଢିଥା’ନ୍ତି କି? ଏଠାରେ ତ ବୁଢା, ଯୁବକ ଆଦି ସମସ୍ତେ ପଢୁଛନ୍ତି
। ବେଦର ପାଠଶାଳା କୁହାଯିବ ନାହିଁ । ସେଠାରେ କୌଣସି ଲକ୍ଷ୍ୟ-ଉଦ୍ଦେଶ୍ୟ ନ ଥାଏ । ଆମେ ଏତେ
ବେଦ-ଶାସ୍ତ୍ର ଆଦି ପଢୁଛେ, ଏହା ଦ୍ୱାରା କ’ଣ ହେବୁ । ତାହା ଜାଣନ୍ତି ନାହିଁ । କୌଣସି ବି
ସତସଙ୍ଗରେ ଲକ୍ଷ୍ୟ ଉଦ୍ଦେଶ୍ୟ କିଛି ବି ନ ଥାଏ । ଏବେ ତ ସେ ସବୁକୁ ସତସଙ୍ଗ କହିବା ପାଇଁ ଲଜ୍ୱା
ଆସୁଛି । ସତ୍ ତ ଏକ ବାବା ହିଁ ଅଟନ୍ତି । ଯାହାଙ୍କ ପାଇଁ କୁହାଯାଏ ସତସଙ୍ଗ ରକ୍ଷା କରିଥାଏ...
କୁସଙ୍ଗ ବୁଡାଇ ଦେଇଥାଏ । କଳିଯୁଗୀ ମନୁଷ୍ୟଙ୍କର ସଙ୍ଗ ହିଁ କୁସଙ୍ଗ ଅଟେ । ସତ୍ୟର ସଙ୍ଗ ତ
ଗୋଟିଏ ହିଁ ଅଟେ । ଏବେ ତୁମକୁ ଏସବୁ ଆଶ୍ଚର୍ଯ୍ୟ ଲାଗୁଛି । ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର
ଜ୍ଞାନ ବାବା କିପରି ଦେଉଛନ୍ତି, ଏ ସବୁ ଶୁଣି ତୁମକୁ ତ ଖୁସି ହେବା ଦରକାର । ତୁମେ ସଚ୍ଚା ସଚ୍ଚା
ପାଠଶାଳାରେ ବସିଛ । ବାକି ସବୁ ମିଥ୍ୟା ପାଠଶାଳା ଅଟେ । ସେହି ସବୁ ସତସଙ୍ଗ ଆଦିରେ କୌଣସି
ଲକ୍ଷ୍ୟ ପ୍ରାପ୍ତି ହୋଇନଥାଏ । ସ୍କୁଲ୍ କଲେଜ ଆଦିରେ ପାଠପଢି ପୁଣି ବି କିଛି ନା କିଛି ପଦ
ପ୍ରାପ୍ତ କରି ବାହାରିଥାଆନ୍ତି । ବାକି ଅନ୍ୟ କେଉଁଠି ବି ପାଠପଢା ନାହିଁ । ସତସଙ୍ଗକୁ ପାଠପଢ଼ା
କୁହାଯିବ ନାହିଁ । ଶାସ୍ତ୍ର ଗ୍ରନ୍ଥ ଆଦି ତ ପଢି ପୁଣି ଦୋକାନ ଖୋଲି ବସିଥା’ନ୍ତି, ଅର୍ଥାତ୍
ଶାସ୍ତ୍ର ଗ୍ରନ୍ଥ ଶୁଣାଇଥା’ନ୍ତି ପଇସା ରୋଜଗାର କରିଥା’ନ୍ତି । ଅଳ୍ପ କିଛି ଗ୍ରନ୍ଥ ଶିଖି କରି
ଗୁରଦ୍ୱାର ଖୋଲି ଦେଉଛନ୍ତି । ଗୁରୁଦ୍ୱାର ବି କେତେ ଖୋଲୁଛନ୍ତି । ଗୁରୁଦ୍ୱାର ଅର୍ଥାତ୍
ଗୁରୁଙ୍କର ଦ୍ୱାର ବା ଘର କୁହାଯିବ ନା । ଫାଟକ ଖୋଲିଲେ, ସେଠାରେ ଯାଇ ଶାସ୍ତ୍ର ଆଦି ପଢିଥା’ନ୍ତି
। ତୁମର ଗୁରୁଦ୍ୱାର ହେଲା - ମୁକ୍ତି ଏବଂ ଜୀବନମୁକ୍ତିଧାମ, ସତ୍ଗୁରୁଙ୍କ ଦ୍ୱାର । ସତ୍ଗୁରୁଙ୍କର
ନାମ କ’ଣ ? ଅକାଳମୁରତ । ସତ୍ଗୁରୁଙ୍କୁ ଅକାଳମୁରତ କହିଥା’ନ୍ତି ସେ ଆସି ମୁକ୍ତି-ଜୀବନମୁକ୍ତିର
ଦ୍ୱାର ଖୋଲିଥା’ନ୍ତି । ଅକାଳ ମୁରତ ଅଟନ୍ତି ନା । ଯାହାଙ୍କୁ କାଳ ମଧ୍ୟ ଖାଇ ପାରିବ ନାହିଁ ।
ଆତ୍ମା ତ ବିନ୍ଦୁ ହିଁ ଅଟେ । ତାକୁ କାଳ କିପରି ଖାଇବ । ଆତ୍ମା ତ ଶରୀର ଛାଡି ଚାଲିଯାଇଥାଏ ।
ମନୁଷ୍ୟ କ’ଣ ବୁଝିଛନ୍ତି କି ଗୋଟିଏ ପୁରୁଣା ଶରୀର ଛାଡି ପୁଣି ଯାଇ ଅନ୍ୟ ଶରୀର ନେବୁ, ତେବେ
ଏଥିରେ କାନ୍ଦିବା କ’ଣ ଦରକାର । ଏହା ତୁମେ ଜାଣିଛ ଯେ - ଡ୍ରାମା ଅନାଦି ବା ପୂର୍ବ ପ୍ରସ୍ତୁତ ଅଟେ
। ପ୍ରତ୍ୟେକଙ୍କୁ ନିଜ ନିଜର ଅଭିନୟ କରିବାକୁ ହିଁ ହେବ । ବାବା ବୁଝାଇଛନ୍ତି ଯେ - ସତ୍ୟଯୁଗରେ
ସମସ୍ତେ ନଷ୍ଟମୋହା ଅଟନ୍ତି । ମୋହଜିତ ରାଜାଙ୍କର କାହାଣୀ ମଧ୍ୟ ଅଛି ନା । ପଣ୍ଡିତମାନେ
ଶୁଣାଇଥାନ୍ତି, ମାତାମାନେ ବି ଶୁଣି-ଶୁଣି ପୁଣି ଗ୍ରନ୍ଥ ଧରି ବସିଯାଆନ୍ତି - ଶୁଣାଇବା ପାଇଁ ।
ବହୁତ ମନୁଷ୍ୟ ଯାଇ ଶୁଣିଥା’ନ୍ତି । ସେ ସବୁକୁ କୁହାଯାଏ କର୍ଣ୍ଣରସ । ଡ୍ରାମା ପ୍ଲାନ୍ ଅନୁସାରେ
ମନୁଷ୍ୟ ତ କହିବେ ଆମର ଦୋଷ କଣ ଅଛି । ବାବା କହୁଛନ୍ତି ଯେ ତୁମେ ମୋତେ ଡାକିଥିଲ କି ଦୁଃଖର
ଦୁନିଆରୁ ନେଇଯାଅ । ବର୍ତ୍ତମାନ ମୁଁ ଆସିଯାଇଛି, ତେଣୁ ମୋ କଥା ଶୁଣିବା ଦରକାର ନା । ବାବା
ପିଲାମାନଙ୍କୁ ବସି ବୁଝାଉଛନ୍ତି, ଶ୍ରେଷ୍ଠ ମତ ମିଳୁଛି ତ ତାକୁ ଗ୍ରହଣ କରିବା ଦରକାର ନା । ତୁମର
ମଧ୍ୟ କୌଣସି ଦୋଷ ନାହିଁ । ଏହା ବି ଡ୍ରାମାରେ ଥିଲା । ରାମ ରାଜ୍ୟ ରାବଣ ରାଜ୍ୟର ଖେଳ ପୂର୍ବ
ପ୍ରସ୍ତୁତ ଅଟେ । ଖେଳରେ ଯଦି କେହି ହାରିଯାଇଥାନ୍ତି ତେବେ ତାଙ୍କର ଦୋଷ କ’ଣ ଅଛି । ଜୟ ଏବଂ
ପରାଜୟ ହୋଇଥାଏ, ଏଥିରେ ଲଢେଇର କୌଣସି କଥା ନାହିଁ । ତୁମର ବାଦଶାହୀ ଥିଲା । ଏହା ବି ପୂର୍ବରୁ
ତୁମକୁ ଜଣା ନ ଥିଲା, ଏବେ ତୁମେମାନେ ବୁଝୁଛ । ଯେଉଁମାନେ କି ସେବାଯୋଗ୍ୟ ଅଟନ୍ତି, ସେମାନଙ୍କର
ସୁନାମ ହେଉଛି । ଦିଲ୍ଲୀରେ ସବୁଠାରୁ ସୁନାମଧନ୍ୟ ଜ୍ଞାନୀ ଆତ୍ମା କିଏ? ତେବେ ତୁରନ୍ତ ଜଗଦିଶଙ୍କର
ନାମ କହିବେ । ତୁମମାନଙ୍କ ପାଇଁ ମ୍ୟାଗାଜିନ୍ ମଧ୍ୟ ବାହାର କରୁଛନ୍ତି । ସେଥିରେ ସବୁ କିଛି
ଆସିଯାଉଛି । ଅନେକ ପ୍ରକାରର ପଏଣ୍ଟସ୍ ଲେଖୁଛନ୍ତି, ବୃଜମୋହନ ମଧ୍ୟ ଲେଖୁଛନ୍ତି । ଲେଖିବା କୌଣସି
ମାଉସୀ ଘର କଥା ନୁହେଁ । ନିଶ୍ଚିତ ବିଚାର ସାଗର ମନ୍ଥନ କରୁଛନ୍ତି । ଭଲ ସେବା କରୁଛନ୍ତି । କେତେ
ଲୋକ ପଢି କରି ଖୁସି ହେଉଛନ୍ତି । ପିଲାମାନେ ମଧ୍ୟ ପଢି ସତେଜ ହୋଇଯାଉଛନ୍ତି । କିଏ କିଏ ତ
ପ୍ରଦର୍ଶନୀରେ ବହୁତ ପରିଶ୍ରମ କରିଥାନ୍ତି, କିଏ-କିଏ କର୍ମ ବନ୍ଧନରେ ଆବଦ୍ଧ ହୋଇ ରହିଛନ୍ତି,
ସେଥିପାଇଁ ଜ୍ଞାନକୁ ବେଶି ଗ୍ରହଣ କରି ପାରୁ ନାହାଁନ୍ତି । ଏହାକୁ ମଧ୍ୟ କହିବା ଡ୍ରାମା,
ଅବଳାମାନଙ୍କ ଉପରେ ଅତ୍ୟାଚାର ହେବା ମଧ୍ୟ ଡ୍ରାମାରେ ପାର୍ଟ ରହିଛି । ଏଭଳି ଅଭିନୟ କାହିଁକି କଲ
ଏହି ପ୍ରଶ୍ନ ହିଁ ଉଠି ପାରିବ ନାହିଁ । ଏହା ତ ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ତାକୁ
କ’ଣ କେହି ପରିବର୍ତ୍ତନ କରିପାରିବ । କେହି ପୁଣି କହିଥା’ନ୍ତି ମୁଁ କ’ଣ ଭୁଲ୍ କଲି ଯେ ମୋତେ ଏପରି
ଅଭିନୟ କରିବାକୁ ପଡିଲା । ଏଠାରେ ଭୁଲ୍ର ତ କୌଣସି କଥା ନାହିଁ । ଏହା ତ ଅଭିନୟ ଅଟେ । ଅବଳାମାନେ
କେହି ତ ନିମିତ୍ତ ହେବେ ଯାହାଙ୍କ ଉପରେ ଅତ୍ୟାଚାର ହେବ । ତେବେ ସମସ୍ତେ କହିବେ ଆମକୁ ଏହି ଅଭିନୟ
କାହିଁକି ମିଳିଲା? ନାଁ ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ପୁରୁଷମାନଙ୍କ ଉପରେ ବି ଅତ୍ୟାଚାର
ହେଉଛି । ଏହିସବୁ କଥାରେ କେତେ ସହନଶୀଳ ହେବାକୁ ପଡିଥାଏ । ବହୁତ ସହନଶୀଳତା ଦରକାର, ମାୟାର
ବିଘ୍ନ ତ ବହୁତ ପଡିବ । ବିଶ୍ୱର ବାଦଶାହୀ ନେଉଛ ତ କିଛି ପରିଶ୍ରମ ତ କରିବାକୁ ହେବ । ଡ୍ରାମାରେ
ପ୍ରାକୃତିକ ଦୁର୍ବିପାକ, ଖିଟ୍ପିଟ୍ ଆଦି କେତେ କଥା ରହିଛି । ଅବଳାମାନଙ୍କ ଉପରେ ଅତ୍ୟାଚାର
ହେବାର ମଧ୍ୟ ଲେଖାଅଛି । ରକ୍ତର ନଦୀ ବି ବହିବ । କେଉଁ ସ୍ଥାନ ବି ନିରାପଦ ରହିପାରିବ ନାହିଁ ।
ଏବେ ତ ସକାଳର କ୍ଲାସ୍ କରିବା ପାଇଁ ସେଣ୍ଟର ଆଦିକୁ ଯାଉଛ । ଏପରି ବି ସମୟ ଆସିବ ଯେତେବେଳେ କି
ତୁମେ ବାହାରକୁ ବାହାରି ପାରିବ ନାହିଁ । ଦିନକୁ ଦିନ ଦୁନିଆ ବିଗିଡି ଚାଲିଛି ଏବଂ ଆହୁରି ମଧ୍ୟ
ବିଗିଡିବ । ଅସହ୍ୟ ଦୁଃଖର ଦିନ ଜୋରରେ ଆସିବ । ବେମାରି ଆଦିରେ ଦୁଃଖୀ ହେଲେ ପୁଣି ଭଗବାନଙ୍କୁ
ଡାକିଥା’ନ୍ତି । ଏବେ ତୁମକୁ ଜଣା ପଡିଗଲାଣି, ଆଉ ବାକି ଅଳ୍ପ ଦିନ ଅଛି । ପୁଣି ଆମେ ନିଜର
ଶାନ୍ତିଧାମ, ସୁଖଧାମକୁ ନିଶ୍ଚିତ ଯିବା । ଦୁନିଆକୁ ତ ଏହା ବି ଜଣା ନାହିଁ । ଏବେ ତୁମେମାନେ
ଅନୁଭବ କରୁଛ ନା । ବର୍ତ୍ତମାନ ବାବାଙ୍କୁ ଭଲ ଭାବରେ ଜାଣିଗଲଣି । ସେମାନେ ତ ସବୁ ଭାବୁଛନ୍ତି
ପରମାତ୍ମା ଲିଙ୍ଗ ସଦୃଶ ଅଟନ୍ତି । ଶିବଲିଙ୍ଗର ପୂଜା ବି କରିଥାନ୍ତି । ତୁମେମାନେ ଶିବଙ୍କର
ମନ୍ଦିରକୁ ଯାଉଥିଲ, କ’ଣ କେବେ ଏହି ବିଚାର କରୁଥିଲ ଯେ ଏହି ଶିବଲିଙ୍ଗଟି କ’ଣ ଅଟେ? ନିଶ୍ଚିତ ଏହା
ଜଡ ଅଟେ, ତେବେ ପୁଣି ଚୈତନ୍ୟରେ ମଧ୍ୟ ଥିବେ ! ତେବେ ଏହା ପୁଣି କ’ଣ? ଭଗବାନ ତ ରଚୟିତା ଉପରେ
ଅଛନ୍ତି । ଏହା ତାଙ୍କର ଚିହ୍ନ ଅଟେ, କେବଳ ପୂଜା କରିବା ପାଇଁ । ଯେବେ ତୁମେମାନେ ପୂଜ୍ୟ ହେବ
ତେବେ ପୁଣି ଏହିସବୁ ଭକ୍ତିର ସାମଗ୍ରୀ ରହିବ ନାହିଁ । ଶିବକାଶୀଙ୍କ ମନ୍ଦିରକୁ ଯାଇଥାନ୍ତି,
କାହାକୁ କ’ଣ ଜଣା ଅଛି ଯେ ଭଗବାନ ନିରାକାର ଅଟନ୍ତି । ଆମେ ମଧ୍ୟ ତାଙ୍କର ସନ୍ତାନ ଅଟୁ ।
ବାବାଙ୍କର ସନ୍ତାନ ହୋଇ ପୁଣି ଆମେ ଦୁଃଖୀ କାହିଁକି ହୋଇଛେ? ଏହା ବିଚାର କରିବାର କଥା ଅଟେ ନା ।
ଆତ୍ମା କହିଥାଏ ମୁଁ ପରମାତ୍ମାଙ୍କର ସନ୍ତାନ ଅଟେ, ତେବେ ମୁଁ ଦୁଃଖୀ କାହିଁକି? ବାବା ତ ସୁଖଦାତା
ହିଁ ଅଟନ୍ତି । ଡାକିଥାନ୍ତି ମଧ୍ୟ ହେ ଭଗବାନ, ଆମର ଦୁଃଖ ହରଣ କର । ସେ କିପରି ହରଣ କରିବେ?
ଦୁଃଖ-ସୁଖ ଏହା ତ ନିଜର କର୍ମର ହିସାବ କିତାବ ଅଟେ । ମନୁଷ୍ୟ ଭାବିଥାନ୍ତି ଯେ ସୁଖ ବଦଳରେ ସୁଖ,
ଦୁଃଖ ବଦଳରେ ଦୁଃଖ ପରମାତ୍ମା ହିଁ ଦେଇଥାନ୍ତି । ସବୁ ଦୋଷ ତାଙ୍କ ଉପରେ ରଖିଦେଇଛନ୍ତି, ବାବା
କହୁଛନ୍ତି ମୁଁ କେବେ ଦୁଃଖ ଦେଇନଥାଏ । ମୁଁ ତ ଅଧାକଳ୍ପ ପାଇଁ ସୁଖ ଦେଇକରି ଚାଲିଯାଏ । ଏହା ପୁଣି
ସୁଖ ଏବଂ ଦୁଃଖର ଖେଳ ଅଟେ । କେବଳ ସୁଖର ହିଁ ଖେଳ ହୋଇଥିଲେ ତ ପୁଣି ଏସବୁ ଭକ୍ତି ଆଦି କିଛି ବି
ନ ଥାନ୍ତା । ଭଗବାନଙ୍କ ସହିତ ମିଶିବା ପାଇଁ ହିଁ ଏହି ଭକ୍ତି ଆଦି ସବୁକିଛି କରିଥାନ୍ତି ନା । ଏବେ
ବାବା ଆସି ସମ୍ପୂର୍ଣ୍ଣ ସମାଚାର ଶୁଣାଉଛନ୍ତି । ବାବା କହୁଛନ୍ତି ତୁମେ ପିଲାମାନେ କେତେ
ଭାଗ୍ୟଶାଳୀ ଅଟ । ସେହି ଋଷି-ମୁନି ଆଦିଙ୍କର କେତେ ନାମାଚାର ହେଉଛି । ତୁମେ ହେଉଛ ରାଜଋଷି,
ସେମାନେ ହେଲେ ହଠଯୋଗ ଋଷି । ଋଷି ଅର୍ଥାତ୍ ପବିତ୍ର । ତୁମେ ସ୍ୱର୍ଗର ରାଜା ହେଉଛ ତେଣୁ ପବିତ୍ର
ନିଶ୍ଚିତ ହେବାକୁ ପଡିବ । ସତ୍ୟ-ତ୍ରେତୟା ଯୁଗରେ ଯେଉଁମାନଙ୍କର ରାଜ୍ୟ ଥିଲା ସେମାନଙ୍କର ହିଁ
ପୁଣି ରାଜ୍ୟ ହେବ । ବାକି ସମସ୍ତେ ପଛରେ ଆସିବେ । ତୁମେ ଏବେ କହୁଛ ଯେ ଆମେ ଶ୍ରୀମତ ଆଧାରରେ
ନିଜର ରାଜ୍ୟ ସ୍ଥାପନ କରୁଛୁ । ପୁରୁଣା ଦୁନିଆର ବିନାଶ ହେବା ପାଇଁ ମଧ୍ୟ ସମୟ ତ ଲାଗିବ ନା ।
ସତ୍ୟଯୁଗକୁ ଆସିବାର ଅଛି, କଳିଯୁଗକୁ ଯିବାର ଅଛି ।
ଦୁନିଆ କେତେ ବଡ ଅଟେ ।
ଗୋଟିଏ ଗୋଟିଏ ସହର ଅସଂଖ୍ୟ ମନୁଷ୍ୟମାନଙ୍କ ଦ୍ୱାରା ଭରି ହୋଇ ରହିଛି । ଧନଶାଳୀ ବ୍ୟକ୍ତି ସାରା
ଦୁନିଆର ଚକ୍କର ଲଗାଇଥା’ନ୍ତି କିନ୍ତୁ ଏଠାରେ ସମଗ୍ର ବିଶ୍ୱକୁ କେହି ଦେଖି ପାରିବେ ନାହିଁ । ହଁ
ସତ୍ୟଯୁଗରେ ଦେଖିପାରିବେ କାହିଁକି ନା ସତ୍ୟଯୁଗରେ ଥାଏ ହିଁ ଗୋଟିଏ ରାଜ୍ୟ, ଏତେ ଅଳ୍ପ ରାଜାମାନେ
ଥିବେ । ଏଠାରେ ତ ଦେଖ କେତେ ବଡ ଦୁନିଆ ଅଟେ । ଏତେ ବଡ ଦୁନିଆର ଚକ୍ର କିଏ ଲଗାଇପାରିବ । ସେଠାରେ
ତୁମକୁ ସମୁଦ୍ରକୁ ଯିବାର ନାହିଁ । ସେଠାରେ ସିଲୋନ୍ (ଶ୍ରୀଲଙ୍କା), ବର୍ମା ଆଦି ଦେଶ କ’ଣ ଥିବ?
ନା କିଛି ନୁହେଁ । ଏହି କରାଚୀ ମଧ୍ୟ ନ ଥିବ । ସେଠାରେ ତୁମେ ମଧୁର ନଦୀ କୂଳରେ ରହିବ । ଚାଷ ଜମି
ଆଦି ସବୁକିଛି ଥିବ । ସୃଷ୍ଟି ତ ବହୁତ ବଡ ଅଟେ, ହେଲେ ଅଳ୍ପ ମଣିଷ ଥିବେ, ପୁଣି ପରେ ବୃଦ୍ଧି ହେବ
। ପୁଣି ଅନ୍ୟ ଦେଶକୁ ଯାଇ ନିଜର ରାଜ୍ୟ ସ୍ଥାପନ କଲେ । ଧିରେ ଧିରେ ଅଧିକାର କରିଚାଲିଲେ । ନିଜର
ରାଜ୍ୟ ସ୍ଥାପନ କରିଦେଲେ । ଏବେ ତ ସେ ସବୁକୁ ଛାଡିବାକୁ ପଡୁଛି । ଏକମାତ୍ର ଭାରତ ଦେଶ, ଯିଏକି
କାହାଠାରୁ କେବେ ରାଜ୍ୟ ଛଡାଇ ନେଇ ନାହିଁ କାହିଁକି ନା ଭାରତ ପ୍ରକୃତରେ ଅହିଂସକ ଦେଶ ଅଟେ ନା ।
ଭାରତ ହିଁ ସମଗ୍ର ବିଶ୍ୱର ମାଲିକ ଥିଲା ଆଉ ସମସ୍ତେ ପଛରେ ଆସିଛନ୍ତି ଯାହାକି ଭାଗ-ଭାଗ କରି
ନେଇଯାଇଛନ୍ତି । ତୁମେ କାହାଠାରୁ ରାଜ୍ୟ ଛଡେଇ ନାହଁ, ଇଂରେଜମାନେ ରାଜ୍ୟ ଛଡେଇଛନ୍ତି । ତୁମ
ଭାରତବାସୀମାନଙ୍କୁ ତ ବାବା ବିଶ୍ୱର ମାଲିକ କରୁଛନ୍ତି । ତୁମେ ସବୁ କେଉଁ ଆଡେ ଗଲ ବହୁତ ଅଳ୍ପ
ରହିଛ । ତୁମମାନଙ୍କ ବୁଦ୍ଧିରେ ଏହି ସବୁ କଥା ରହିଛି, ବୁଢୀମାତାମାନେ ତ ଏତେ କଥା ସବୁ
ବୁଝିପାରିବେ ନାହିଁ । ବାବା କହୁଛନ୍ତି ତୁମେ କିଛି ବି ପଢି ନାହଁ, ତେଣୁ ବହୁତ ଭଲ । ପଢିଥିବା
କଥା ସବୁ ବୁଦ୍ଧିରୁ ବାହାର କରିବାକୁ ପଡିବ, କେବଳ ଗୋଟିଏ କଥାକୁ ଧାରଣା କରିବାର ଅଛି - ମଧୁର
ସନ୍ତାନମାନେ ବାବାଙ୍କୁ ମନେ ପକାଅ । ତୁମେ ଭକ୍ତିରେ କହିଥିଲ ନା ବାବା ଆପଣ ଆସିବେ ତ ଆମେ
ସମର୍ପଣ ହୋଇଯିବୁ । ଆପଣଙ୍କୁ ପୁଣି ଆମ ଉପରେ ସମର୍ପଣ ହେବାକୁ ପଡିବ । ଅଦଳବଦଳ ହୋଇଥାଏ ନା ।
ବିବାହ ସମୟରେ ସ୍ତ୍ରୀ-ପୁରୁଷ ଜଣେ-ଅନ୍ୟ ଜଣଙ୍କ ହାତକୁ ଲୁଣ ଦେଇଥାନ୍ତି । ବାବାଙ୍କୁ ମଧ୍ୟ
କହିଥା’ନ୍ତି, ଆମେ ପୁରୁଣା ସବୁ କିଛି ଆପଣଙ୍କୁ ଦେଉଛୁ । ମୃତ୍ୟୁ ତ ନିଶ୍ଚିତ, ଏ ସବୁ ତ ବିନାଶ
ହୋଇଯିବ । ଆପଣ ଆମକୁ ପୁଣି ନୂଆ ଦୁନିଆରେ ସବୁ କିଛି ଦେବେ । ବାବା ଆସି ହିଁ ଛନ୍ତି ସମସ୍ତଙ୍କୁ
ନେଇଯିବା ପାଇଁ ସେ କାଳ ଅଟନ୍ତି ନା । ସିନ୍ଧ୍ରେ କହୁଥିଲେ - ଇଏ କେଉଁ କାଳ ଅଟେ ଯିଏକି
ସମସ୍ତଙ୍କୁ ଅପହରଣ କରି ନେଇଯାଉଛି, ତୁମେମାନେ ତ ଖୁସି ହେଉଛ । ବାବା ତ ଆସୁଛନ୍ତି ନେଇଯିବା ପାଇଁ
। ଆମେ ତ ଖୁସିରେ ନିଜର ଘରକୁ ଯିବୁ । ଯାତନା ମଧ୍ୟ ସହନ କରିବାକୁ ପଡିଥାଏ । ଭଲ-ଭଲ ବଡ-ବଡ ଘରର
ମାତାମାନେ ମାଡ ଖାଉଛନ୍ତି । ତୁମେ ସଚ୍ଚା ରୋଜଗାର କରୁଛ । ମନୁଷ୍ୟ କ’ଣ କିଛି ଜାଣୁଛନ୍ତି କି
ସେମାନେ ତ ହେଲେ କଳିଯୁଗୀ ଶୁଦ୍ର ସମ୍ପ୍ରଦାୟ । ତୁମେ ଅଟ ସଙ୍ଗମଯୁଗୀ, ତୁମେ ଏବେ ପୁରୁଷୋତ୍ତମ
ହେଉଛ । ଜାଣୁଛ ଯେ ପ୍ରଥମ ନମ୍ବରର ପୁରୁଷୋତ୍ତମ ଏହି ଲକ୍ଷ୍ମୀ-ନାରାୟଣ ଅଟନ୍ତି ନା । ପୁଣି କଳା
କମି କମି ଯିବ । ଉପରୁ ତଳକୁ ଆସୁଥିବେ । ପୁଣି ଧୀରେ-ଧୀରେ ଅଧୋ ପତନ ହୋଇଚାଲିବ । ଏହି ସମୟରେ
ସମସ୍ତେ ଅଧୋ ପତିତ ହୋଇଯାଇଛନ୍ତି । ବୃକ୍ଷ ପୁରୁଣା ହୋଇଯାଇଛି, ମୂଳ ସଢି ଯାଇଛି । ଏବେ ପୁଣି
ସ୍ଥାପନା ହେଉଛି । ମୂଳଦୁଆ ପକାଯାଇଥାଏ ନା । କଲମୀ ଅର୍ଥାତ୍ ଚାରା କେତେ ଛୋଟ ହୋଇଥାଏ ପୁଣି
ସେଥିରୁ କେତେ ବଡ ବୃକ୍ଷ ସୃଷ୍ଟି ହୋଇଥାଏ । ଏହା ମଧ୍ୟ ବୃକ୍ଷ ଅଟେ, ସତ୍ୟଯୁଗରେ ବହୁତ ଛୋଟ
ବୃକ୍ଷ ହୋଇଥାଏ । ଏବେ କେତେ ବଡ ବୃକ୍ଷ ଅଟେ । ବିଭିନ୍ନ ପ୍ରକାରର ଫୁଲ କେତେ ରହିଛନ୍ତି, ମନୁଷ୍ୟ
ସୃଷ୍ଟିରେ । ଗୋଟିଏ ବୃକ୍ଷରେ କେତେ ବିଭିନ୍ନତା ରହିଛି । ଏହା ଅନେକ ମନୁଷ୍ୟମାନଙ୍କର ବିଭିନ୍ନତା
ପୂର୍ଣ୍ଣ ଧର୍ମର ବୃକ୍ଷ ଅଟେ । ଜଣଙ୍କର ଚେହେରା ଅନ୍ୟ ଜଣଙ୍କ ସହିତ ମିଶି ନ ଥାଏ । ପୂର୍ବ
ପ୍ରସ୍ତୁତ ଡ୍ରାମା ଅଟେ ନା । ଏକ ପ୍ରକାରର ଅଭିନୟ ତ କାହାର ହୋଇପାରିବ ନାହିଁ । ଏହାକୁ
କୁହାଯାଉଛି ପ୍ରକୃତି ପୂର୍ବ ପ୍ରସ୍ତୁତ ଅବିନାଶୀ ଡ୍ରାମା, ଏଥିରେ ମଧ୍ୟ ମନଗଢା କଥା ବହୁତ ରହିଛି
। ଯେଉଁ ବସ୍ତୁ ବାସ୍ତବ ହୋଇଥାଏ ତାହାର ବିନାଶ ମଧ୍ୟ ହୋଇଥାଏ । ପୁଣି ୫ ହଜାର ବର୍ଷ ପରେ ବାସ୍ତବ
ରୂପରେ ହୋଇଥାଏ । ଚିତ୍ର ଇତ୍ୟାଦି ମଧ୍ୟ ଅବିକଳ ତିଆରି ହୋଇନାହିଁ । ବ୍ରହ୍ମାଙ୍କର ଚେହେରା ବି
ପୁଣି ୫ ହଜାର ବର୍ଷ ପରେ ତୁମେ ଦେଖିବ । ଏହି ଡ୍ରାମାର ରହସ୍ୟକୁ ବୁଝିବା ପାଇଁ ବୁଦ୍ଧି ବଡ
ବିଶାଳ ହେବା ଦରକାର । ଆଉ କିଛି ନ ବୁଝିପାରିଲେ ବି କେବଳ ଗୋଟିଏ କଥା ବୁଦ୍ଧିରେ ରଖ - ଏକ
ଶିବବାବା ଦ୍ୱିତୀୟ କେହି ନାହାଁନ୍ତି । ଏହା ଆତ୍ମା କହୁଛି - ବାବା, ମୁଁ ଆପଣଙ୍କୁ ହିଁ ମନେ
ପକାଇବି ଏହା ତ ସହଜ ଅଟେ ନା । ହାତରେ କର୍ମ କରିଚାଲ ଏବଂ ବୁଦ୍ଧିରେ ବାବାଙ୍କୁ ୟାଦ କରୁଥାଅ ।
ଆଚ୍ଛା -
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସହନଶୀଳତାର
ଗୁଣକୁ ଧାରଣ କରି ମାୟାର ବିଘ୍ନରେ ଉତ୍ତୀର୍ଣ୍ଣ ହେବାକୁ ପଡିବ । ଅନେକ ପ୍ରକାରର ବିପଦ ଆସିବ,
ଅତ୍ୟାଚାର ହେବ - ଏଭଳି ସମୟରେ ସବୁ କିଛି ସହନ କରି ବାବାଙ୍କର ସ୍ମୃତିରେ ରହିବାକୁ ହେବ, ସଚ୍ଚା
ରୋଜଗାର ମଧ୍ୟ କରିବାକୁ ହେବ ।
(୨) ବିଶାଳ ବୁଦ୍ଧି ହୋଇ
ଏହି ପୂର୍ବ ପ୍ରସ୍ତୁତ ଡ୍ରାମାକୁ ଭଲ ଭାବରେ ବୁଝିବାକୁ ହେବ, ଏହା ତ ପୂର୍ବ ପ୍ରସ୍ତୁତ ଡ୍ରାମା
ଅଟେ, ସେଥିପାଇଁ ଏଥିରେ କୌଣସି ପ୍ରଶ୍ନ ଉଠିପାରିବ ନାହିଁ । ବାବା ଯେଉଁ ସୁମତ ଦେଉଛନ୍ତି, ସେହି
ଅନୁସାରେ ନିରନ୍ତର ଚାଲିବାକୁ ହେବ ।
ବରଦାନ:-
ମାୟାଜିତ୍,
ବିଜୟୀ ହେବା ସହିତ ପରୋପକାରୀ ହୁଅ ।
ଏବେ ପର୍ଯ୍ୟନ୍ତ ସ୍ୱର
କଲ୍ୟାଣ କରିବାରେ ବହୁତ ସମୟ ଖର୍ଚ୍ଚ କରୁଛ, କିନ୍ତୁ ଏବେ ପରୋପକାରୀ ହୁଅ । ମାୟାଜିତ୍ ବିଜୟୀ
ହେବା ସହିତ ସର୍ବ ସମ୍ପତ୍ତିର ବିଧାତା ହୁଅ ଅର୍ଥାତ୍ ପ୍ରତ୍ୟେକ ସମ୍ପତ୍ତିକୁ କାର୍ଯ୍ୟରେ ଲଗାଅ ।
ଖୁସି ରୂପକ ସମ୍ପତ୍ତି, ଶାନ୍ତି, ଶକ୍ତି, ଜ୍ଞାନ, ଗୁଣ ଏବଂ ସହଯୋଗ ଦେବାର ସମ୍ପତ୍ତିକୁ ବାଣ୍ଟ
ଏବଂ ବଢାଅ । ଏବେ ଯଦି ବିଧାତା ପଣିଆର ସ୍ଥିତିର ଅନୁଭବ କରିବ ଅର୍ଥାତ୍ ପରୋପକାରୀ ହେବ ତେବେ ଯାଇ
ଅନେକ ଜନ୍ମ ପର୍ଯ୍ୟନ୍ତ ବିଶ୍ୱ ରାଜ୍ୟ ଅଧିକାରୀ ହୋଇପାରିବ ।
ସ୍ଲୋଗାନ:-
ଯଦି ବିଶ୍ୱ
କଲ୍ୟାଣକାରୀ ହେବାକୁ ଚାହୁଁଛ ତେବେ ନିଜର ସମସ୍ତ ଦୋଷ ଦୁର୍ବଳତା ଗୁଡିକୁ ସଦାକାଳ ପାଇଁ ବିଦାୟ
ଦେଇଦିଅ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ପ୍ରଜାମାନଙ୍କୁ
ସୁରକ୍ଷିତ ରଖିବା ପାଇଁ ଯେପରି କିଲ୍ଲା ଅର୍ଥାତ୍ ଦୁର୍ଗମାନ ନିର୍ମାଣ କରାଯାଏ, ସେଥିରେ କେବଳ
ରାଜାଙ୍କ ପାଇଁ ଗୋଟିଏ କୋଠରୀ ତିଆରି କରି ନ ଥାଆନ୍ତି, ପୂରା ଦୁର୍ଗ ତିଆରି କରିଥାଆନ୍ତି,
ସେହିପରି ତୁମେମାନେ ମଧ୍ୟ ନିଜ ପାଇଁ, ନିଜର ସାଥୀମାନଙ୍କ ପାଇଁ, ଅନ୍ୟ ଆତ୍ମାମାନଙ୍କ ପାଇଁ
ଜ୍ୱାଳା ସ୍ୱରୂପ ଯୋଗର ଦୁର୍ଗ ନିର୍ମାଣ କର । ଯଦି ଯୋଗ ଶକ୍ତିର ଜ୍ୱାଳା ପ୍ରଜ୍ୱଳିତ କରି ରଖିବ,
ତେବେ ପ୍ରତ୍ୟେକ ଆତ୍ମା ନିଜକୁ ସୁରକ୍ଷିତ ଅନୁଭବ କରିବେ ।