27.11.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ଯାହା ପଢାଉଛନ୍ତି ତାକୁ ଭଲ ଭାବରେ ପଢ, ତେବେ ୨୧ ଜନ୍ମ ପାଇଁ ରୋଜଗାର କରିବାର ରାସ୍ତା ମିଳିଯିବ,
ସଦାକାଳ ପାଇଁ ସୁଖୀ ହୋଇଯିବ ।”
ପ୍ରଶ୍ନ:-
ତୁମମାନଙ୍କର
ଅତିନ୍ଦ୍ରିୟ ସୁଖର ଗାୟନ କାହିଁକି ରହିଛି?
ଉତ୍ତର:-
କାହିଁକି ନା ତୁମେ ସନ୍ତାନମାନେ ହିଁ ବର୍ତ୍ତମାନ ବାବାଙ୍କୁ ଜାଣୁଛ, ତୁମେମାନେ ହିଁ ବାବାଙ୍କ
ଦ୍ୱାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ତୁମେମାନେ ଏବେ ସଂଗମଯୁଗରେ ବେହଦ ଅର୍ଥାତ୍
ବିଶ୍ୱର ପରିବର୍ତ୍ତନ ସମୟରେ ଛିଡା ହୋଇଛ । ଜାଣିଛ ଯେ ଆମେ ଏହି ଲୁଣ ପାଣି ଅର୍ଥାତ୍ ନର୍କ
ଦୁନିଆରୁ ଅମୃତ ଭଳି ମିଠାପାଣି ଅର୍ଥାତ୍ ସ୍ୱର୍ଗ ଦୁନିଆକୁ ଯାଉଛୁ । ଆମକୁ ସ୍ୱୟଂ ଭଗବାନ ପାଠ
ପଢାଉଛନ୍ତି, ଏହିଭଳି ଖୁସି ବ୍ରାହ୍ମଣମାନଙ୍କୁ ହିଁ ମିଳୁଛି, ସେଥିପାଇଁ ତୁମର ହିଁ ଅତିନ୍ଦ୍ରିୟ
ସୁଖର ଗାୟନ ରହିଛି ।
ଓମ୍ ଶାନ୍ତି ।
ବେହଦର ଆତ୍ମିକ ବାବା ବେହଦର ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି ଅର୍ଥାତ୍ ନିଜର ମତ ଦେଉଛନ୍ତି
। ଏ କଥା ତ ନିଶ୍ଚିତ ବୁଝୁଛ ଯେ ଆମେମାନେ ଜୀବାତ୍ମା ଅଟୁ । କିନ୍ତୁ ନିଜକୁ ତ ଆତ୍ମ ନିଶ୍ଚୟ
କରିବାକୁ ହେବ ନା । ଆମେ କୌଣସି ନୂଆ ସ୍କୁଲ୍ରେ ପଢୁନାହୁଁ । ପ୍ରତି ୫ ହଜାର ବର୍ଷରେ ଥରେ ଏହି
ସ୍କୁଲରେ ପାଠ ପଢି ଆସିଛୁ । ବାବା ପଚାରୁଛନ୍ତି ଯେ ଆଗରୁ କେବେ ପାଠ ପଢିବାକୁ ଆସିଥିଲ? ତେବେ
ସମସ୍ତେ କହୁଛନ୍ତି ଆମେ ପ୍ରତି ୫ ହଜାର ବର୍ଷ ପରେ ପୁରୁଷୋତ୍ତମ ସଂଗମଯୁଗରେ ଏଠାକୁ ପଢିବାକୁ
ଆସୁଛୁ । ଏକଥା ତ ମନେ ଥିବ, ନା ଏହା ମଧ୍ୟ ଭୁଲିଯାଉଛ? ଛାତ୍ରମାନଙ୍କୁ ନିଜର ସ୍କୁଲ ତ ନିଶ୍ଚିତ
ମନେ ପଡିବ ନା । ଲକ୍ଷ୍ୟ-ଉଦ୍ଦେଶ୍ୟ ତ ଗୋଟିଏ । ଯେଉଁମାନେ ବି ସନ୍ତାନ ହେଉଛନ୍ତି, ତେବେ ଦୁଇ
ଦିନର ସନ୍ତାନ ହୁଅନ୍ତୁ ଅଥବା ପୁରୁଣା ହୁଅନ୍ତୁ କିନ୍ତୁ ଲକ୍ଷ୍ୟ ତ ଗୋଟିଏ । ଏଥିରେ କାହାର କିଛି
ବି କ୍ଷତି ହୋଇପାରିବ ନାହିଁ । ପାଠପଢା ଦ୍ୱାରା ରୋଜଗାର ହୋଇଥାଏ । ସେମାନେ ମଧ୍ୟ ଗ୍ରନ୍ଥକୁ ପଢି
ଶୁଣାଉଛନ୍ତି ତା’ଦ୍ୱାରା ମଧ୍ୟ ତାଙ୍କର ରୋଜଗାର ହେଉଛି । ଶରୀର ନିର୍ବାହ ନିମନ୍ତେ ରୋଜଗାର
ହୋଇଯାଉଛି । ସାଧୁ ହେଲେ ଗୋଟିଏ ଦୁଇଟି ଶାସ୍ତ୍ର ବସି ଶୁଣାଇ ଦେଲେ ତେବେ ରୋଜଗାର ହୋଇଗଲା । ଏସବୁ
ହେଲା ରୋଜଗାରର ବାଟ । ପ୍ରତ୍ୟେକ କଥାରେ ଅର୍ଥର ଆବଶ୍ୟକତା ରହିଛି ନା । ଯଦି ପଇସା ଅଛି, ତେବେ
ଯେକୌଣସି ସ୍ଥାନକୁ ଭ୍ରମଣରେ ଯାଇପାରିବ । ତୁମେମାନେ ଜାଣିଛ - ବାବା ଆମକୁ ବହୁତ ଭଲ ପାଠ
ପଢାଉଛନ୍ତି ଯାହା ଦ୍ୱାରା ୨୧ ଜନ୍ମର ରୋଜଗାର ମିଳୁଛି । ଏହି ରୋଜଗାର ଦ୍ୱାରା ଆମେ ସଦା ସୁଖୀ
ହୋଇଯିବା, କେବେ ରୋଗୀ ହେବା ନାହିଁ, ସଦା ଅମର ରହିବା । ଏହିପରି ନିଶ୍ଚୟ କରିବାକୁ ହୁଏ । ଏହିପରି
ନିଶ୍ଚୟ ରଖିଲେ ତୁମକୁ ଆନନ୍ଦ ମିଳିବ । ନଚେତ୍ କୌଣସି ନା କୌଣସି କଥାରେ ବିଘ୍ନ ଅନୁଭବ ହେଉଥିବ ।
ଭିତରେ ଭିତରେ ସ୍ମରଣ କରିବା ଉଚିତ୍ ଯେ - ମୁଁ ବେହଦର ବାବାଙ୍କ ନିକଟରେ ପାଠ ପଢୁଛି ।
ଭଗବାନୁବାଚ - ଏହା ତ ଗୀତା ଜ୍ଞାନ ଅଟେ । ଗୀତାର ମଧ୍ୟ ଯୁଗ ଆସିଥାଏ ନା । କେବଳ ଭୁଲିଯାଇଛନ୍ତି
- ଏହା ହେଉଛି ପଞ୍ଚମଯୁଗ । ଏହି ସଂଗମଯୁଗ ବହୁତ ଛୋଟ । ବାସ୍ତବରେ ଏକ ଚତୁର୍ଥାଂଶ ମଧ୍ୟ କୁହାଯିବ
ନାହିଁ । ଏଥିରେ ଶତକଡା ଲଗାଇପାରିବ । ତାହା ମଧ୍ୟ ବାବା ଆଗକୁ ବତାଇବେ । କିଛି ତ ବାବାଙ୍କୁ
ଶୁଣାଇବାର ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି ନା । ତୁମ ସମସ୍ତ ଆତ୍ମାମାନଙ୍କ ଭିତରେ ଅଭିନୟ ମଧ୍ୟ
ନିଧାର୍ଯ୍ୟ ହୋଇ ରହିଛି, ଯାହାରକି ପୁନରାବୃତ୍ତି ହେଉଛି । ତୁମେ ଯାହା କିଛି ବି ଶିଖୁଛ ତାହା
ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି ନା । ଏହି ପୁନରାବୃତ୍ତିର ରହସ୍ୟକୁ ତୁମେମାନେ ଜାଣିଛ । ପାଦେ
ପାଦେରେ ପାର୍ଟ ବଦଳି ଚାଲିଛି । ଗୋଟିଏ ସେକେଣ୍ଡ ଅନ୍ୟ ସେକେଣ୍ଡ ସହିତ ସମାନ ହୋଇପାରିବ ନାହିଁ ।
ଡ୍ରାମା ଟିକ୍ ଟିକ୍ ହୋଇ ଚାଲୁଛି ଅର୍ଥାତ୍ ଉକୁଣୀ ସଦୃଶ ଧୀରେ ଧୀରେ ଚାଲୁଛି । ଗୋଟିଏ ଟିକ୍ ହେଲା
ଅର୍ଥାତ୍ ଗୋଟିଏ ସେକେଣ୍ଡ ବିତିଗଲା । ଏବେ ତୁମେମାନେ ବେହଦରେ ଛିଡା ହୋଇଛ ଅର୍ଥାତ୍
ସୃଷ୍ଟିଚକ୍ରର ସଂଗମରେ ଉପସ୍ଥିତ ଅଛ । ଅନ୍ୟ କୌଣସି ମନୁଷ୍ୟ ସଂଗମଯୁଗକୁ ଜାଣି ନାହାଁନ୍ତି ।
କାହାକୁ ମଧ୍ୟ ବେହଦ ଅର୍ଥାତ୍ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଜଣା ନାହିଁ । ଏବେ ତୁମକୁ
ଭବିଷ୍ୟତ ବିଷୟରେ ମଧ୍ୟ ଜଣା ଅଛି । ଆମେ ଏବେ ନୂଆ ଦୁନିଆକୁ ଯାଉଛୁ । ଏହା ସଂଗମଯୁଗ ଅଟେ, ଯାହାକୁ
ଅତିକ୍ରମ କରିବାକୁ ହେବ । ଯେପରି ଦୁଇଟି ସମୁଦ୍ର ସଂଯୋଗ କରୁଥିବା ଲୁଣିପାଣିର ଜଳପଥ ଅଛି ନା,
ସେହିପରି ଏହା ହେଉଛି ମିଠା ମିଠା ଅମୃତର ଜଳପଥ । ତାହା ହେଉଛି ବିଷର ସାଗର । ଏବେ ତୁମେ ବିଷ
ସାଗରରୁ କ୍ଷୀର ସାଗରକୁ ଯାଉଛ । ଏସବୁ ହେଲା ବେହଦର କଥା । ଏ ସମ୍ବନ୍ଧରେ ଦୁନିଆର ମନୁଷ୍ୟମାନଙ୍କୁ
କିଛି ବି ଜଣା ନାହିଁ । ଏସବୁ ନୂଆ କଥା ଅଟେ ନା । ଏ କଥା ମଧ୍ୟ ତୁମେମାନେ ଜାଣିଛ ଯେ, ଭଗବାନ
କାହାକୁ କୁହାଯାଏ । ସେ କ’ଣ ଅଭିନୟ କରୁଛନ୍ତି । ଭାଷଣର ବିଷୟ ବସ୍ତୁରେ ମଧ୍ୟ କହୁଛ, ଆସନ୍ତୁ ଆମେ
ଆପଣମାନଙ୍କୁ ପରମପିତା ପରମାତ୍ମାଙ୍କର ଜୀବନ କାହାଣୀ ଶୁଣାଇବୁ । ଏମିତି ବି ସନ୍ତାନମାନେ ନିଜ
ପିତାଙ୍କର ଜୀବନ କାହାଣୀକୁ ଶୁଣାଇଥା’ନ୍ତି । ଏହା ତ ସାଧାରଣ କଥା । ଇଏ ତ ପୁଣି ପିତାଙ୍କର ପିତା
ଅଟନ୍ତି ନା । ତୁମମାନଙ୍କ ଭିତରେ ମଧ୍ୟ ତାଙ୍କୁ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛନ୍ତି । ଏବେ
ତୁମକୁ ଯଥାର୍ଥ ଭାବରେ ବାବାଙ୍କର ପରିଚୟ ଦେବାକୁ ହେବ । ତୁମକୁ ମଧ୍ୟ ବାବା ନିଜର ପରିଚୟ
ଦେଇଛନ୍ତି ସେଥିପାଇଁ ତ ତୁମେ ବୁଝାଇ ପାରୁଛ ଆଉ ତ କେହି ବେହଦର ବାବାଙ୍କୁ ଜାଣିପାରିବେ ନାହିଁ ।
ତୁମେମାନେ ମଧ୍ୟ ସଂଗମଯୁଗରେ ହିଁ ତାଙ୍କୁ ଜାଣୁଛ । ମନୁଷ୍ୟ ମାତ୍ରକେ ଦେବତା ହୁଅନ୍ତୁ ଅଥବା
ଶୁଦ୍ର ହୁଅନ୍ତୁ, ପାପ ଆତ୍ମା ହୁଅନ୍ତୁ ଅଥବା ପୁଣ୍ୟ ଆତ୍ମା ହୁଅନ୍ତୁ କେହି ବି ଜାଣି ନାହାଁନ୍ତି,
କେବଳ ତୁମେ ବ୍ରାହ୍ମଣମାନେ ଯିଏକି ସଂଗମଯୁଗରେ ଅଛ, ତୁମେମାନେ ହିଁ ଜାଣୁଛ । ତେଣୁ ତୁମେମାନେ
କେତେ ଖୁସି ହେବା ଦରକାର । ସେଥିପାଇଁ ତ ଗାୟନ ରହିଛି - ଅତୀନ୍ଦ୍ରିୟ ସୁଖ କ’ଣ ଯଦି ଜାଣିବାକୁ
ଚାହୁଁଛ, ଗୋପ ଗୋପୀମାନଙ୍କୁ ପଚାର ।
ବାବା ପିତା ବି ଅଟନ୍ତି ତ ଶିକ୍ଷକ ଏବଂ ସତଗୁରୁ ମଧ୍ୟ ଅଟନ୍ତି, ସୁପ୍ରିମ ଶବ୍ଦ ତ ନିଶ୍ଚୟ
ଲେଖିବାକୁ ହେବ । କିନ୍ତୁ କେବେ-କେବେ ପିଲାମାନେ ଭୁଲିଯାଉଛନ୍ତି । ଏହିସବୁ କଥା ପିଲାମାନଙ୍କ
ବୁଦ୍ଧିରେ ରହିବା ଦରକାର । ଶିବବାବାଙ୍କ ମହିମାରେ ଏହି ଶବ୍ଦ ନିଶ୍ଚିତ ଲେଖିବା ଉଚିତ୍ ।
ତୁମମାନଙ୍କ ବ୍ୟତୀତ ଆଉ କେହି ତାଙ୍କୁ ଜାଣି ହିଁ ନାହାଁନ୍ତି । କେବଳ ତୁମେମାନେ ହିଁ ବୁଝାଇ
ପାରିବ, ତେବେ ତୁମର ବିଜୟ ହେଲା ନା । ତୁମେମାନେ ଜାଣିଛ ବେହଦର ବାବା ସମସ୍ତଙ୍କର ଶିକ୍ଷକ,
ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । ଅସୀମ ସୁଖ, ଅସୀମ ଜ୍ଞାନର ଦାତା ଅଟନ୍ତି । ତଥାପି ମଧ୍ୟ
ଏପରି ବାବାଙ୍କୁ ଭୁଲିଯାଉଛ । ଦେଖ, ମାୟା କେତେ ଶକ୍ତିଶାଳୀ । ଈଶ୍ୱରଙ୍କୁ ତ ସର୍ବଶକ୍ତିମାନ
କହୁଛନ୍ତି କିନ୍ତୁ ମାୟା ମଧ୍ୟ କମ୍ ନୁହେଁ । ତୁମେ ପିଲାମାନେ ଏବେ ଠିକ୍ ଭାବରେ ଜାଣୁଛ - ତାର
ନାମ ହିଁ ହେଉଛି ରାବଣ । ରାମ ରାଜ୍ୟ ଏବଂ ରାବଣ ରାଜ୍ୟ । ଏହା ଉପରେ ମଧ୍ୟ ଠିକ୍ ଭାବେ ବୁଝାଇବାକୁ
ହେବ । ଯଦି ରାମ ରାଜ୍ୟ ଅଛି ତେବେ ନିଶ୍ଚିତ ରାବଣ ରାଜ୍ୟ ମଧ୍ୟ ଥିବ । ସବୁବେଳେ ତ ରାମ ରାଜ୍ୟ
ହୋଇ ପାରିବ ନାହିଁ । ରାମ ରାଜ୍ୟ ଅଥବା ଶ୍ରୀକୃଷ୍ଣଙ୍କର ରାଜ୍ୟ କିଏ ସ୍ଥାପନ କରୁଛନ୍ତି, ଏକଥା
ବେହଦର ବାବା ବସି ବୁଝାଉଛନ୍ତି । ତୁମକୁ ଭାରତ ଭୂମିର ବହୁତ ମହିମା କରିବା ଦରକାର । ଭାରତ
ସତ୍ୟଖଣ୍ଡ ଥିଲା, କେତେ ମହିମାର ଅଧିକାରୀ ଥିଲା । ତେବେ ଏଭଳି ରାଜ୍ୟର ସ୍ଥାପନା କର୍ତ୍ତା କେବଳ
ବାବା ହିଁ ଅଟନ୍ତି । ତୁମମାନଙ୍କର ବାବାଙ୍କ ସହିତ କେତେ ସ୍ନେହ ରହିଛି । ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତ
ବୁଦ୍ଧିରେ ରହିଛି । ଏକଥା ମଧ୍ୟ ଜାଣିଛ ଯେ, ଆମ ଛାତ୍ରଛାତ୍ରୀମାନଙ୍କୁ ପଢାର ନିଶା ମଧ୍ୟ ରହିବା
ଦରକାର । ଚରିତ୍ର ପ୍ରତି ଧ୍ୟାନ ମଧ୍ୟ ରହିବା ଉଚିତ୍ । ବିବେକ କହୁଛି ଏବେ ଏହି ଈଶ୍ୱରୀୟ ପାଠପଢା
ଚାଲୁଛି ତେଣୁ ଗୋଟିଏ ଦିନ ମଧ୍ୟ ମିସ୍ ଅର୍ଥାତ୍ ଅନୁପସ୍ଥିତ ହେବା ଉଚିତ୍ ନୁହେଁ ଏବଂ ଶିକ୍ଷକ
ଆସିଯିବା ପରେ ମଧ୍ୟ ପହଞ୍ଚିବା ଉଚିତ୍ ନୁହେଁ । ଶିକ୍ଷକ ଆସିବା ପରେ କ୍ଳାସକୁ ଆସିବା ଇଏ ମଧ୍ୟ
ଶିକ୍ଷକଙ୍କ ପ୍ରତି ଏକ ପ୍ରକାରର ଅପମାନ ଅଟେ । ସ୍କୁଲରେ ମଧ୍ୟ ଛାତ୍ରମାନେ ଡେରିରେ ଆସିଲେ ତାଙ୍କୁ
ଶିକ୍ଷକମାନେ ବାହାରେ ଛିଡା କରିଦେଇଥା’ନ୍ତି । ବାବା ନିଜର ପିଲାଦିନର ଉଦାହରଣ ହେଉଛନ୍ତି । ଆମର
ଶିକ୍ଷକମାନେ ତ ବହୁତ କଠୋର ଥିଲେ, ଭିତରକୁ ଆସିବାକୁ ମଧ୍ୟ ଦେଉନଥିଲେ । ଏଠାରେ ତ ବହୁତ ଅଛନ୍ତି
ଯେଉଁମାନେ ଡେରିରେ ଆସୁଛନ୍ତି । ସେବା କରୁଥିବା ସୁପୁତ୍ର ସନ୍ତାନମାନେ ତ ନିଶ୍ଚିତ ବାବାଙ୍କର
ପ୍ରିୟ ହେବେ । ଏବେ ତୁମେମାନେ ଜାଣୁଛ ଯେ - ଆଦି ସନାତନ ଦେବୀ-ଦେବତା ଧର୍ମ ତ ଥିଲା ନା । ତେବେ
ଏମାନଙ୍କର ଧର୍ମ କେବେ ସ୍ଥାପନ ହୋଇଥିଲା । ଏକଥା ଟିକିଏ ହେଲେ କାହାରି ବୁଦ୍ଧିରେ ନାହିଁ । ତୁମ
ବୁଦ୍ଧିରୁ ମଧ୍ୟ ଏ କଥା ଘଡି ଘଡି ଖସିଯାଉଛି । ତୁମେମାନେ ଏବେ ଦେବୀ-ଦେବତା ହେବା ପାଇଁ
ପୁରୁଷାର୍ଥ କରୁଛ । ଏହି ପାଠ କିଏ ପଢାଉଛନ୍ତି? ନିଜେ ପରମପିତା ପରମାତ୍ମା । ତୁମେମାନେ ଜାଣିଛ
ଏହା ଆମର ବ୍ରାହ୍ମଣ କୁଳ, ଏହା ଡିନାୟଷ୍ଟି ଅର୍ଥାତ୍ ରାଜବଂଶ ନୁହେଁ । ଏହା ସର୍ବୋତ୍ତମ
ବ୍ରାହ୍ମଣ କୁଳ ଅଟେ । ବାବା ମଧ୍ୟ ସର୍ବୋତ୍ତମ ଅଟନ୍ତି ନା । ସିଏ ଉଚ୍ଚରୁ ଉଚ୍ଚ ଅଟନ୍ତି ତେଣୁ
ତାଙ୍କର ଆମଦାନୀ ମଧ୍ୟ ନିଶ୍ଚିତ ଉଚ୍ଚ ହୋଇଥିବ ନା । ତାଙ୍କୁ ହିଁ ଶ୍ରୀ ଶ୍ରୀ କୁହାଯାଏ । ଯିଏକି
ତୁମମାନଙ୍କୁ ମଧ୍ୟ ଶ୍ରେଷ୍ଠ କରୁଛନ୍ତି । ତୁମେମାନେ ଜାଣିଛ ଯେ, ଆମକୁ ଶ୍ରେଷ୍ଠ କିଏ କରୁଛନ୍ତି?
ଏହି କଥାକୁ କେହି କିଛି ହେଲେ ବୁଝୁ ନାହାଁନ୍ତି । ତୁମେମାନେ କହୁଛ - ବାବା ଆମର ପିତା ଅଟନ୍ତି,
ଶିକ୍ଷକ ଏବଂ ସତଗୁରୁ ଅଟନ୍ତି ଯିଏକି ରାଜଯୋଗର ପାଠ ପଢାଉଛନ୍ତି । ଆମେ ହେଉଛୁ ଆତ୍ମା । ଆମ
ଆତ୍ମାମାନଙ୍କୁ ବାବା ମନେ ପକାଇ ଦେଇଛନ୍ତି ଯେ, ତୁମେ ମୋର ସନ୍ତାନ ଅଟ । ତେଣୁ ଆମେ ପରସ୍ପର
ଭାଇ-ଭାଇ ହେଲେ ନା । ବାବାଙ୍କୁ ସ୍ମରଣ ମଧ୍ୟ କରୁଛନ୍ତି । ଜାଣିଛନ୍ତି ସିଏ ନିରାକାର ବାବା
ଅଟନ୍ତି ତେଣୁ ନିଶ୍ଚିତ ଆତ୍ମାକୁ ମଧ୍ୟ ନିରାକାର ହିଁ କୁହାଯିବ । ଆତ୍ମା ହିଁ ଗୋଟିଏ ଶରୀର ଛାଡି
ଅନ୍ୟ ଏକ ଶରୀର ଧାରଣ କରୁଛି ଏବଂ ଅଭିନୟ କରୁଛି । କିନ୍ତୁ ମନୁଷ୍ୟମାନେ ପୁଣି ଆତ୍ମା ବଦଳରେ
ନିଜକୁ ଶରୀର ଭାବି ନେଉଛନ୍ତି । ମୁଁ ଜଣେ ଆତ୍ମା, ଏକଥା ଭୁଲି ଯାଉଛନ୍ତି । ମୁଁ କେବେ ଭୁଲେ ନାହିଁ
। ତୁମେ ଆତ୍ମାମାନେ ସମସ୍ତେ ହେଉଛ ଶାଳଗ୍ରାମ । ମୁଁ ହେଉଛି ପରମପିତା ଅର୍ଥାତ୍ ପରମଆତ୍ମା ।
ତାଙ୍କର ଅନ୍ୟ କୌଣସି ନାମ ନାହିଁ । ପରମାତ୍ମାଙ୍କର ନାମ ହେଉଛି ଶିବ । ତୁମେମାନେ ମଧ୍ୟ ଆତ୍ମା
କିନ୍ତୁ ତୁମେ ସବୁ ଶାଳଗ୍ରାମ ଅଟ । ଶିବଙ୍କ ମନ୍ଦିରକୁ ଯାଉଛ, ସେଠାରେ ମଧ୍ୟ ବହୁତ ଶାଳଗ୍ରାମ
ରଖିଥା’ନ୍ତି । ଶିବଙ୍କ ସହିତ ଶାଳଗ୍ରାମର ମଧ୍ୟ ପୂଜା କରିଥା’ନ୍ତି । ସେଥିପାଇଁ ବାବା
ବୁଝାଇଛନ୍ତି ଯେ, ତୁମର ଆତ୍ମା ଏବଂ ଶରୀର ଉଭୟର ପୂଜା ହୁଏ । ମୋର ତ କେବଳ ଆତ୍ମାର ହିଁ ପୂଜା
ହେଉଛି । ମୋର ଶରୀର ନାହିଁ । ତେଣୁ ତୁମେମାନେ କେତେ ଉଚ୍ଚ । ବାବାଙ୍କୁ ତ ଖୁସି ଲାଗୁଛି ନା ।
ବାପା ଗରିବ ଥିଲେ ମଧ୍ୟ ପିଲାମାନେ ପାଠ ପଢି କେତେ ଉପରକୁ ଉଠି ଯାଉଛନ୍ତି । କ’ଣରୁ କ’ଣ
ହୋଇଯାଉଛନ୍ତି । ବାବା ମଧ୍ୟ ଜାଣିଛନ୍ତି ତୁମେ କେତେ ଉଚ୍ଚ ଥିଲ । ଏବେ କିଭଳି ଅନାଥ ହୋଇଯାଇଛ ।
ବାବାଙ୍କୁ ହିଁ ଜାଣିନାହଁ । ଏବେ ତୁମେମାନେ ବାବାଙ୍କର ହେଉଛ ତେଣୁ ସାରା ବିଶ୍ୱର ମାଲିକ
ହୋଇଯାଉଛ ।
ବାବା କହୁଛନ୍ତି - ମୋତେ କହୁଛ ହେଭେନ୍ଲୀ ଗଡ ଫାଦର ଅର୍ଥାତ୍ ସ୍ୱର୍ଗୀୟ ଈଶ୍ୱର ପିତା । ଏ କଥା
ମଧ୍ୟ ତୁମେମାନେ ଜାଣିଛ ଯେ, ଏବେ ସ୍ୱର୍ଗର ସ୍ଥାପନା ହେଉଛି । ସେଠାରେ କ’ଣ-କ’ଣ ହେବ - ଏ କଥା
ତୁମ ବ୍ୟତୀତ ଆଉ କାହା ବୁଦ୍ଧିରେ ନାହିଁ । ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ବିଶ୍ୱର ମାଲିକ
ଥିଲୁ, ଏବେ ପୁଣି ହେବାକୁ ଯାଉଛୁ । ପ୍ରଜାମାନେ ମଧ୍ୟ କହିବେ ମୁଁ ମାଲିକ ଅଟେ । ଏକଥା
ତୁମମାନଙ୍କର ବୁଦ୍ଧିରେ ଅଛି, ତେଣୁ ତୁମେମାନେ ଖୁସିରେ ରହିବା ଉଚିତ୍ । ଏ କଥା ନିଜେ ଶୁଣି ପୁଣି
ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାକୁ ହେବ । ସେଥିପାଇଁ ସେଣ୍ଟର୍ସ ଅଥବା ମିୟ୍ୟୁଜିୟମ୍ ଖୋଲି ଚାଲିଛି
। ଯାହା କଳ୍ପ ପୂର୍ବରୁ ହୋଇଥିଲା ତାହା ହୋଇ ଚାଲିବ । ମିୟ୍ୟୁଜିୟମ୍ ଅଥବା ସେଣ୍ଟର୍ସ ପାଇଁ
ତୁମମାନଙ୍କୁ ବହୁତ ପ୍ରସ୍ତାବ ଦେବେ ଆଗକୁ ବହୁତ ବାହାରିବେ । ସମସ୍ତଙ୍କର ହାଡ ନରମ ହୋଇଯାଉଛି
ଅର୍ଥାତ୍ ଅହଂକାର ତୁଟିଯାଉଛି । ଏବେ ତୁମେମାନେ ସାରା ଦୁନିଆର ହାଡକୁ ନରମ କରୁଛ ଅର୍ଥାତ୍ ସାରା
ଦୁନିଆର ଅହଂକାରକୁ ତୁଟାଇ ଦେଉଛ । ତୁମମାନଙ୍କର ଯୋଗରେ କେତେ ଜବରଦସ୍ତ ଶକ୍ତି ରହିଛି । ବାବା
କହୁଛନ୍ତି ତୁମଠାରେ ବହୁତ ଶକ୍ତି ଅଛି । ତୁମେ ଯୋଗଯୁକ୍ତ ହୋଇ ଭୋଜନ ତିଆରି କଲେ ଏବଂ ଖୁଆଇଲେ
ସେମାନଙ୍କର ବୁଦ୍ଧି ଏହି ଆଡକୁ ଆକର୍ଷିତ ହେବ । ଭକ୍ତିମାର୍ଗରେ ତ ଗୁରୁମାନଙ୍କର ଅଇଁଠା ମଧ୍ୟ
ଖାଇଥା’ନ୍ତି । ତୁମେମାନେ ଜାଣିଛ ଯେ ଭକ୍ତିମାର୍ଗର ବହୁତ ବିସ୍ତାର ରହିଛି, ଯାହାର ବର୍ଣ୍ଣନା
କରାଯାଇ ପାରିବ ନାହିଁ । ଏହା ବୀଜ ଏବଂ ତାହା ବୃକ୍ଷ ଅଟେ । ବୀଜର ବର୍ଣ୍ଣନା କରାଯାଇ ପାରିବ ।
ବାକି କାହାକୁ ଯଦି କୁହାଯିବ ଯେ, ଗଛର ସବୁ ପତ୍ରକୁ ଗଣତି କର ତେବେ କେହି ବି କରିପାରିବେ ନାହିଁ
। ପତ୍ର ତ ଅସଂଖ୍ୟ ରହିଥାଏ । ବୀଜରେ ତ ପତ୍ରର ଲକ୍ଷଣ ଦେଖାଯାଇ ନ ଥାଏ । କେତେ ଆଶ୍ଚର୍ଯ୍ୟ ଅଟେ
ନା । ଏହାକୁ ମଧ୍ୟ କୁଦରତ (ପ୍ରକୃତି) କୁହାଯିବ । କେତେ ୱାଣ୍ଡରଫୁଲ୍ ଜୀବଜନ୍ତୁ ଅଛନ୍ତି । ଅନେକ
ପ୍ରକାରର କୀଟ ରହିଛନ୍ତି, କିପରି ଜନ୍ମ ହେଉଛନ୍ତି? ଏହା ବହୁତ ବିଚିତ୍ର ଡ୍ରାମା ଅଟେ, ଏହାକୁ
ହିଁ ପ୍ରକୃତି କୁହାଯାଉଛି । ଏହା ମଧ୍ୟ ପୂର୍ବ ପ୍ରସ୍ତୁତ ଖେଳ । ସତ୍ୟଯୁଗରେ କ’ଣ କ’ଣ ସବୁ
ଦେଖିବ । ସେଠାରେ ସବୁ ନୂଆ ଜିନିଷ ହିଁ ଥିବ, ସବୁ କିଛି ନୂଆ ହେବ । ମୟୂର ପାଇଁ ତ ବାବା
କହୁଛନ୍ତି ଏହାକୁ ଭାରତର ଜାତୀୟ ପକ୍ଷୀ କୁହାଯାଏ, କାହିଁକି ନା ଶ୍ରୀକୃଷ୍ଣଙ୍କର ମୁକୁଟରେ ମୟୂରର
ପକ୍ଷୀ ଦେଖାନ୍ତି । ମୟୂର ଏବଂ ମୟୂରୀ ସୁନ୍ଦର ମଧ୍ୟ ଅଟନ୍ତି । ମୟୂରୀର ଗର୍ଭ ଧାରଣ ମଧ୍ୟ ଆଖିର
ଲୁହ ଦ୍ୱାରା ହୋଇଥାଏ । ସେଥିପାଇଁ ଜାତୀୟ ପକ୍ଷୀ କୁହାଯାଏ । ଏପରି ସୁନ୍ଦର ପକ୍ଷୀ ବିଦେଶରେ
ମଧ୍ୟ ଅଛନ୍ତି ।
ଏବେ ତୁମ ପିଲାମାନଙ୍କୁ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଯାଇଛି ଯାହାକି ଆଉ କେହି
ଜାଣି ନାହାଁନ୍ତି । କୁହ, ଆମେ ତୁମକୁ ପରମପିତା ପରମାତ୍ମାଙ୍କର ଜୀବନ କାହାଣୀ ବତାଉଛୁ । ଯେହେତୁ
ସେ ରଚୟିତା ଅଟନ୍ତି ତେଣୁ ନିଶ୍ଚିତ ତାଙ୍କର ରଚନା ମଧ୍ୟ ଥିବେ । ତାଙ୍କର ଇତିହାସ-ଭୂଗୋଳକୁ ଆମେ
ଜାଣିଛୁ । ଉଚ୍ଚରୁ ଉଚ୍ଚ ବେହଦ ବାବାଙ୍କର କ’ଣ ପାର୍ଟ ରହିଛି ତାହା ଆମେ ଜାଣିଛୁ, ଦୁନିଆ ତ କିଛି
ହେଲେ ଜାଣି ନାହିଁ । ଏହା ବହୁତ ଛି-ଛି ଦୁନିଆ ଅଟେ । ବର୍ତ୍ତମାନ ସମୟରେ ସୁନ୍ଦରତାରେ ମଧ୍ୟ
ବିପଦ ରହିଛି । ଦେଖ ଝିଅମାନଙ୍କୁ କିପରି ଅପହରଣ କରି ନେଇ ଯାଉଛନ୍ତି । ତୁମମାନଙ୍କୁ ତ ଏହି
ବିକାରୀ ଦୁନିଆ ପ୍ରତି ଘୃଣା ଆସିବା ଉଚିତ୍ । ଏହା ଛି-ଛି ଦୁନିଆ ଏବଂ ଛି ଛି ଶରୀର ଅଟେ । ଆମକୁ
ତ ଏବେ ବାବାଙ୍କୁ ସ୍ମରଣ କରି ନିଜର ଆତ୍ମାକୁ ପବିତ୍ର କରିବାକୁ ହେବ । ଆମେ ସତ୍ତ୍ୱପ୍ରଧାନ ଥିଲେ,
ତେଣୁ ସୁଖୀ ଥିଲେ । ଏବେ ତମୋପ୍ରଧାନ ହୋଇଯାଇଛ, ତେଣୁ ଦୁଃଖୀ ହୋଇଯାଇଛୁ, ପୁଣି ଆମମାନଙ୍କୁ
ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଏବେ ତୁମେମାନେ ଚାହୁଁଛ ଆମେ କିପରି ପତିତରୁ ପାବନ ହେବୁ । ଯଦିଓ
ଗାୟନ କରୁଛନ୍ତି ପତିତ-ପାବନ କିନ୍ତୁ ନିଜ ପ୍ରତି ଟିକେ ହେଲେ ଘୃଣା ଆସୁନାହିଁ । ଏବେ ତୁମେମାନେ
ଜାଣିଛ - ଏହା ହେଉଛି ଛି-ଛି ଦୁନିଆ । ନୂଆ ଦୁନିଆରେ ଆମକୁ ଶରୀର ମଧ୍ୟ ଗୁଲ୍-ଗୁଲ୍ ଅର୍ଥାତ୍
ପବିତ୍ର ମିଳିବ । ଏବେ ଆମେମାନେ ଅମରପୁରୀର ମାଲିକ ହେବାକୁ ଯାଉଛୁ । ତେଣୁ ତୁମେମାନେ ସର୍ବଦା
ଖୁସି ଏବଂ ହର୍ଷିତ ରହିବା ଉଚିତ୍ । ତୁମେମାନେ ବହୁତ ମଧୁର ସନ୍ତାନ ଅଟ । ବାବା ୫ ହଜାର ବର୍ଷ ପରେ
ଆସି ପୁଣି ସେହି ସନ୍ତାନମାନଙ୍କ ସହିତ ମିଶୁଛନ୍ତି । ତେଣୁ ନିଶ୍ଚୟ ଖୁସି ମିଳିବ ନା । ମୁଁ
ପୁନର୍ବାର ସନ୍ତାନମାନଙ୍କ ସହିତ ମିଶିବା ପାଇଁ ଆସିଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆମେ
ଈଶ୍ୱରୀୟ ବିଦ୍ୟାର୍ଥୀ ଅଟୁ, ସେଥିପାଇଁ ପାଠପଢାର ନିଶା ମଧ୍ୟ ରହୁ ତା’ ସହିତ ନିଜର ଚରିତ୍ର ଉପରେ
ମଧ୍ୟ ଧ୍ୟାନ ରହୁ । ଗୋଟିଏ ଦିନ ମଧ୍ୟ ପାଠପଢା ମିସ୍ କରିବାର ନାହିଁ । ଡେରିରେ ଶ୍ରେଣୀକୁ ଆସି
ଶିକ୍ଷକଙ୍କର ଅପମାନ କରିବାର ନାହିଁ ।
(୨) ଏହି ବିକାରୀ ଛି-ଛି
ଦୁନିଆ ପ୍ରତି ଘୃଣା ଆସିବା ଉଚିତ୍, ବାବାଙ୍କ ସ୍ମୃତି ଦ୍ୱାରା ନିଜର ଆତ୍ମାକୁ ପବିତ୍ର
ସତ୍ତ୍ୱପ୍ରଧାନ କରିବାର ପୁରୁଷାର୍ଥ କରିବାକୁ ହେବ । ସର୍ବଦା ଖୁସି ଏବଂ ହର୍ଷିତ ମୁଖ ରହିବାକୁ
ହେବ ।
ବରଦାନ:-
ନିରାଶ ଆତ୍ମା
ଭିତରେ ଆଶାର ସଞ୍ଚାର କରୁଥିବା ସଚ୍ଚା ପରୋପକାରୀ, ସନ୍ତୁଷ୍ଟମଣୀ ଭବ ।
ତ୍ରିକାଳଦର୍ଶୀ ହୋଇ
ପ୍ରତ୍ୟେକ ଆତ୍ମାର ଦୁର୍ବଳତାକୁ ପରଖି, ସେମାନଙ୍କର ଦୁର୍ବଳତାଗୁଡିକୁ ନିଜ ଭିତରେ ଧାରଣ କରିବା
ବା ବର୍ଣ୍ଣନା କରିବା ପରିବର୍ତ୍ତେ ସେହି ଦୁର୍ବଳତା ରୂପୀ କଣ୍ଟାକୁ ନିଜର କଲ୍ୟାଣକାରୀ ସ୍ୱରୂପ
ଦ୍ୱାରା ସମାପ୍ତ କରିଦେବା, କଣ୍ଟାକୁ ଫୁଲ କରିଦେବା, ନିଜେ ମଧ୍ୟ ସନ୍ତୁଷ୍ଟମଣୀ ଭଳି ସନ୍ତୁଷ୍ଟ
ରହିବା ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବା, ଯାହା ପ୍ରତି ସମସ୍ତେ ନିରାଶା ଦେଖାଉଥିବେ, ଏହିଭଳି
ବ୍ୟକ୍ତି ବା ଏହିଭଳି ସ୍ଥିତିରେ ସଦାକାଳ ପାଇଁ ଆଶାର ଦୀପ ଜଳାଇ ଦେବା ଅର୍ଥ ନିରାଶ ଆତ୍ମାକୁ
ଶକ୍ତିବାନ କରିଦେବା - ଯଦି ଏହିଭଳି ଶ୍ରେଷ୍ଠ କର୍ତ୍ତବ୍ୟ ଚାଲୁ ରହିଥିବ ତେବେ ପରୋପକାରୀ ବା
ସନ୍ତୁଷ୍ଟମଣୀର ବରଦାନ ପ୍ରାପ୍ତ ହୋଇଯିବ ।
ସ୍ଲୋଗାନ:-
ଯଦି ପରୀକ୍ଷା
ସମୟରେ ନିଜର ପ୍ରତିଜ୍ଞା ମନେ ପଡିବ ତେବେ ପ୍ରତ୍ୟକ୍ଷତା ହୋଇଯିବ ।
ଅବ୍ୟକ୍ତ ଈଶାରା:-
ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।
ସାରା ଦିନ ଭିତରେ ମଝିରେ
ମଝିରେ ଯଦି ଗୋଟିଏ ସେକେଣ୍ଡ ବି ମିଳୁଛି ତେବେ ବାରମ୍ବାର ଏହି ବିଦେହୀ ହେବାର ଅଭ୍ୟାସକୁ କରିଚାଲ
। ଦୁଇଚାରି ସେକେଣ୍ଡ ମଧ୍ୟ ବାହାର କର, ଏହାଦ୍ୱାରା ବହୁତ ସହଯୋଗ ମିଳିବ । ନଚେତ୍ ସାରା ଦିନ
ବୁଦ୍ଧି କେଉଁଠି କେଉଁଠି ଘୂରି ବୁଲିଛି, ତେଣୁ ବିଦେହୀ ହେବା ପାଇଁ ସମୟ ଲାଗିଯାଉଛି, କିନ୍ତୁ
ଅଭ୍ୟାସ ଚାଲୁ ରହିଥଲେ, ଯେବେ ଇଚ୍ଛା ସେବେ ବିଦେହୀ ହୋଇପାରିବ କାହିଁକି ନା ଅନ୍ତ ସମୟରେ ସବୁ
କିଛି ଅଚାନକ ହେବ । ତେଣୁ ଅଚାନକ ପରୀକ୍ଷାରେ ଏହିଭଳି ବିଦେହୀ ହେବାର ଅଭ୍ୟାସ ବହୁତ ଆବଶ୍ୟକ ।