28.01.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯଦି
ସମ୍ମାନର ସହିତ ପାସ୍ ହେବାକୁ ଚାହୁଁଛ ଶୀମତକୁ ପାଳନ କର, କୁସଙ୍ଗ ଓ ମାୟାର ତୋଫାନ ଠାରୁ ନିଜକୁ
ଦୂରେଇ ରଖ । ”
ପ୍ରଶ୍ନ:-
ବାବା
ସନ୍ତାନମାନଙ୍କର କେଉଁ ସେବା କରୁଛନ୍ତି, ଯାହାକି ସନ୍ତାନମାନଙ୍କୁ ମଧ୍ୟ କରିବାକୁ ହେବ?
ଉତ୍ତର:-
ବାବା ପିଲାମାନଙ୍କୁ ଗେହ୍ଲା ସନ୍ତାନ ବୋଲି କହି ହୀରା ତୁଲ୍ୟ କରିବାର ସେବା କରୁଛନ୍ତି । ସେହିପରି
ଆମମାନଙ୍କୁ ମଧ୍ୟ ଆମର ମିଠା ଭାଇମାନଙ୍କୁ ଅର୍ଥାତ୍ ଆତ୍ମାମାନଙ୍କୁ ହୀରାତୁଲ୍ୟ କରିବାକୁ ହେବ ।
ଏଥିରେ କୌଣସି ଅସୁବିଧାର କଥା ନାହିଁ, କେବଳ ଏତିକି କହିବାକୁ ହେବ ଯେ ବାବାଙ୍କୁ ମନେ ପକାଇବା
ଦ୍ୱାରା ତୁମେମାନେ ହୀରାତୁଲ୍ୟ ହୋଇଯିବ ।
ପ୍ରଶ୍ନ:-
ବାବା ନିଜର
ପିଲାମାନଙ୍କୁ କେଉଁ ହୁକୁମ ଦେଉଛନ୍ତି?
ଉତ୍ତର:-
ପିଲାମାନେ, ତୁମେ
ସଚ୍ଚା ରୋଜଗାର କର ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ । ତୁମକୁ କାହାଠାରୁ ମଧ୍ୟ କରଜ ଅଥବା ଧାର
ନେବାର ହୁକୁମ୍ ନାହିଁ ।
ଗୀତ:-
ଇସ୍ ପାପ କୀ
ଦୁନିଆ ସେ ...
ଓମ୍ ଶାନ୍ତି ।
ନୂଆ ଦୁନିଆକୁ
ଯିବା ପାଇଁ ପ୍ରସ୍ତୁତ ହେଉଥିବା ମିଠା ମିଠା ଆତ୍ମିକ ପିଲାମାନଙ୍କ ପ୍ରତି ବାବା ଗୁଡ଼୍ମର୍ଣ୍ଣିଙ୍ଗ
କରୁଛନ୍ତି । ଆତ୍ମିକ ପିଲାମାନେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛନ୍ତି ଯେ, ବାସ୍ତବରେ ଆମେ ଏହି
ଦୁନିଆରୁ ଦୂରକୁ ଯାଉଛୁ । କେଉଁ ଆଡ଼େ? ନିଜର ସୁଇଟ୍ ସାଇଲେନ୍ସ ଘରକୁ ଅର୍ଥାତ୍ ମିଠା ଶାନ୍ତିଧାମକୁ
। ଶାନ୍ତିଧାମ ହିଁ ଦୂରଦେଶ ଅଟେ, ଯେଉଁଠାରୁ ଆମେ ଆତ୍ମାମାନେ ଆସୁଛୁ । ତାହା ହେଉଛି ବ୍ରହ୍ମଲୋକ,
ଏହା ସ୍ଥୂଳଲୋକ ଅଟେ । ତାହା ଆମ ଆତ୍ମାମାନଙ୍କର ଘର, ଯେଉଁ ଘରକୁ ବାବାଙ୍କ ବିନା ତ କେହି
ନେଇଯାଇପାରିବେ ନାହିଁ । ତୁମେ ସବୁ ବ୍ରାହ୍ମଣମାନେ ଆତ୍ମିକ ସେବା କରୁଛ । ଏହି ସେବା କିଏ
ଶିଖାଇଛନ୍ତି? ଦୂର ଦେଶକୁ ନେଇଯାଉଥିବା ‘ବାବା’ ଶିଖାଇଛନ୍ତି । କେତେ ଜଣଙ୍କୁ ଦୂରକୁ ନେଇଯିବେ?
ଅଗଣିତ ଆତ୍ମାକୁ । ଜଣେ ପଣ୍ଡାଙ୍କର ସନ୍ତାନ ତୁମେ ସମସ୍ତେ ମଧ୍ୟ ପଣ୍ଡା ଅଟ । ତୁମର ନାମ ହିଁ
ହେଉଛି ପାଣ୍ଡବ ସେନା । ତୁମେ ପିଲାମାନେ ସମସ୍ତଙ୍କୁ ଦୂର ସ୍ଥାନକୁ ନେଇଯିବା ପାଇଁ ଉପାୟ ବତାଉଛ
- ମନମନାଭବ, ବାବାଙ୍କୁ ମନେ ପକାଅ । ଏ କଥା ମଧ୍ୟ କହୁଛନ୍ତି - ବାବା, ଏହି ଦୁନିଆରୁ କୌଣସି ଦୂର
ଦେଶକୁ ନେଇଯାଅ । ନୂଆ ଦୁନିଆରେ ତ ଏପରି କହିବେ ନାହିଁ । ଏଠାରେ ରାବଣ ରାଜ୍ୟ ଚାଲିଛି, ତେଣୁ
କହୁଛନ୍ତି ଏଠାରୁ ଦୂରକୁ ନେଇଚାଲ । ଏଠାରେ ଶାନ୍ତି ନାହିଁ । ଏହାର ନାମ ହେଲା ଦୁଃଖଧାମ ।
ବର୍ତ୍ତମାନ ବାବା ତୁମକୁ କୌଣସି ବି ଧକ୍କା ଖାଇବାରୁ ରକ୍ଷା କରୁଛନ୍ତି । ଭକ୍ତିମାର୍ଗରେ
ବାବାଙ୍କୁ ଖୋଜିବା ପାଇଁ ତୁମେମାନେ କେତେ ଧକ୍କା ଖାଇଛ । ବାବା ନିଜେ କହୁଛନ୍ତି, ମୁଁ ଗୁପ୍ତ ଅଟେ
। ଏହି ସ୍ଥୂଳ ଆଖି ଦ୍ୱାରା କେହି ମୋତେ ଦେଖିପାରିବେ ନାହିଁ । କୃଷ୍ଣଙ୍କ ମନ୍ଦିରରେ ମୁଣ୍ଡିଆ
ମାରିବା ପାଇଁ କଠଉ ରଖିଥା’ନ୍ତି, ମୋର ତ ପାଦ ନାହିଁ, ଯେଉଁଠି ତୁମକୁ ମୁଣ୍ଡିଆ ମାରିବାକୁ ପଡ଼ିବ
। ତୁମମାନଙ୍କୁ ତ କେବଳ କହୁଛି - ଗେହ୍ଲା ସନ୍ତାନମାନେ, ତୁମେ ମଧ୍ୟ ଅନ୍ୟମାନଙ୍କୁ କହୁଛ ମିଠା
ଭାଇମାନେ, ପାରଲୌକିକ ବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ ହେବ । ବାସ୍ ଆଉ କୌଣସି କଷ୍ଟ
କରିବାର ନାହିଁ । ଯେପରି ବାବା ତୁମମାନଙ୍କୁ ହୀରାତୁଲ୍ୟ କରୁଛନ୍ତି, ପିଲାମାନେ ମଧ୍ୟ
ଅନ୍ୟମାନଙ୍କୁ ହୀରାତୁଲ୍ୟ କରାଉଛନ୍ତି । ଶିଖିବାକୁ ହେବ ଯେ, ମନୁଷ୍ୟମାନଙ୍କୁ ହୀରାତୁଲ୍ୟ କିପରି
କରିବା? ଡ୍ରାମା ଅନୁସାରେ କଳ୍ପ ପୂର୍ବ ସଦୃଶ କଳ୍ପ-କଳ୍ପର ସଙ୍ଗମରେ ବାବା ଆସି ଆମକୁ ଶିଖାଉଛନ୍ତି
। ପୁଣି ଆମେ ଅନ୍ୟମାନଙ୍କୁ ଶିଖାଉଛୁ । ବାବା ହୀରାତୁଲ୍ୟ କରୁଛନ୍ତି । ତୁମେମାନେ ଜାଣିଛ ଖୋଜୋଂ
(ଗୋଟିଏ ଧର୍ମ) ମାନଙ୍କର ଗୁରୁ ଆଗା ଖାଁ ଙ୍କୁ ସୁନା, ଚାନ୍ଦି, ହୀରା ସହିତ ସମତୁଲ କରି ଓଜନ
କରିଥିଲେ । ନେହେରୁଙ୍କୁ ମଧ୍ୟ ସୁନାରେ ଓଜନ କରିଥିଲେ । ହେଲେ ସେ ତ କାହାକୁ ହୀରାତୁଲ୍ୟ କରୁ
ନାହାଁନ୍ତି । ବାବା ତ ତୁମମାନଙ୍କୁ ହୀରା ସଦୃଶ କରାଉଛନ୍ତି । ତେବେ ବାବାଙ୍କୁ ତୁମେମାନେ
କେଉଁଥିରେ ଓଜନ କରିବ? ତୁମେ ହୀରା ଆଦି କ’ଣ କରିବ । ତୁମର ତ ଏସବୁ ଦରକାର ହିଁ ନାହିଁ । ଲୋକମାନେ
ତ ପ୍ରତିଯୋଗିତାରେ ବହୁତ ପଇସା ଉଡ଼ାଇଥା’ନ୍ତି । ଘର, ସମ୍ପତ୍ତି ଆଦି କରିଥା’ନ୍ତି । ତୁମେମାନେ ତ
ଅବିନାଶୀ ରୋଜଗାର କରୁଛ । କାହାଠାରୁ ଧାର ନେଲେ ପୁଣି ୨୧ ଜନ୍ମ ପାଇଁ ଭରପୁର କରି ଦେବାକୁ ପଡ଼ିବ
। ତେଣୁ ତୁମକୁ କାହାଠାରୁ ଧାର ନେବାର ହୁକୁମ୍ ନାହିଁ । ତୁମେମାନେ ଜାଣିଛ ବର୍ତ୍ତମାନ ହେଉଛି
ବିନାଶୀ ରୋଜଗାର, ଯାହାକି ବିନାଶ ହୋଇଯିବ । ବ୍ରହ୍ମାବାବା ଦେଖିଲେ ଏହା ତ କଉଡ଼ି ଅଟେ, ମୋତେ ତ
ହୀରା ମିଳୁଛି, ଏହି କଉଡ଼ି କ’ଣ କରିବି? କାହିଁକି ବାବାଙ୍କଠାରୁ ଅସରନ୍ତି ସମ୍ପତ୍ତି ନ ନେବି ।
ଖାଇବାକୁ ତ ମିଳିବ ନିଶ୍ଚୟ । ଗୋଟିଏ ଢ଼ଗ ମଧ୍ୟ ଅଛି - ହାଥ ଜିନକା ୟେସେ .... ପହିଲା ପୁର୍
ଅର୍ଥାତ୍ ହାତ ଯାହାର ବରଦାନୀ ସେ ପ୍ରଥମ ନମ୍ବର ପାଇଥା’ନ୍ତି । ବାବାଙ୍କୁ ଶରାର୍ଫ ବା ପୁରଣା
ଜିନିଷ ବଦଳାଇ ନୂଆ ଦେଉଥିବା ବ୍ୟାପାରୀ ମଧ୍ୟ କହିଥା’ନ୍ତି ନା । ତେଣୁ ବାବା କହୁଛନ୍ତି ତୁମର
ପୁରୁଣା ଜିନିଷ ବଦଳ କରୁଛି । କେହି ମରିଗଲେ ପୁରୁଣା ଜିନିଷ ଧୋବାକୁ ଦେଇଥା’ନ୍ତି ନା । ବାବା
କହୁଛନ୍ତି - ମୁଁ ତୁମଠାରୁ କ’ଣ ନେଉଛି, ଦ୍ରୌପଦୀଙ୍କର ଉଦାହରଣ ଦେଖ । ଜଣେ ଦ୍ରୌପଦୀ ତ ନ ଥିଲେ
ନା । ତୁମେ ସମସ୍ତେ ଦ୍ରୌପଦୀ ଅଟ । ବହୁତ ଡ଼ାକୁଛନ୍ତି ବାବା ଆମକୁ ନଗ୍ନ ହେବାରୁ ରକ୍ଷା କର ।
ବାବା କେତେ ସ୍ନେହର ସହିତ ବୁଝାଉଛନ୍ତି - ପିଲାମାନେ, ଏହି ଅନ୍ତିମ ଜନ୍ମ ପବିତ୍ର ରୁହ । ବାବା
ପିଲାମାନଙ୍କୁ କହିଥା’ନ୍ତି ନା, ମୋ ଦାଢ଼ିର ଲାଜ ରଖ, କୂଳରେ କଳଙ୍କ ଲଗାଅ ନାହିଁ । ମଧୁର
ସନ୍ତାନମାନଙ୍କର କେତେ ଶୁଦ୍ଧ ଅଭିମାନ ରହିବା ଉଚିତ୍ । ବାବା ତୁମମାନଙ୍କୁ ହୀରାତୁଲ୍ୟ କରୁଛନ୍ତି
। ବ୍ରହ୍ମାବାବାଙ୍କୁ ମଧ୍ୟ ଶିବବାବା ହୀରା ସଦୃଶ କରାଉଛନ୍ତି । ତେଣୁ ଶିବବାବାଙ୍କୁ ମନେ
ପକାଇବାକୁ ହେବ । ଏହି ବ୍ରହ୍ମାବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ
ନାହିଁ । ମୁଁ ତୁମର ଗୁରୁ ନୁହେଁ, ସେ ମୋତେ ଶିଖାଉଛନ୍ତି, ପୁଣି ମୁଁ ତୁମକୁ ଶିଖାଉଛି । ଯଦି
ହୀରା ସଦୃଶ ହେବାକୁ ଚାହୁଁଛ ତେବେ ବାବାଙ୍କୁ ମନେ ପକାଅ ।
ବାବା ବୁଝାଉଛନ୍ତି ଭକ୍ତି
ମାର୍ଗରେ ଭଲେ କୌଣସି ଦେବତାଙ୍କର ଭକ୍ତି କରୁଛନ୍ତି, ତଥାପି ମଧ୍ୟ ବୁଦ୍ଧି ଦେକାନ, ଧନ୍ଦା ଆଦି
ଆଡ଼କୁ ଯାଉଛି, କାହିଁକିନା ସେଥିରୁ ଆମଦାନୀ ହେଉଛି । ବାବା ନିଜର ଅନୁଭବ ମଧ୍ୟ ଶୁଣାଉଛନ୍ତି
ଯେତେବେଳେ ବୁଦ୍ଧି ଇଆଡ଼େ, ସିଆଡ଼େ ଯାଉଥିଲା ସେତେବେଳେ ମୁଁ ନିଜକୁ ଚାପୁଡ଼ା ମାରୁଥିଲି - ଏହା
କାହିଁକି ମନେ ପଡ଼ୁଛି? ଆମ ଆତ୍ମାମାନଙ୍କୁ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ, କିନ୍ତୁ
ମାୟା ବାରମ୍ବାର ଭୁଲାଇ ଦେଉଛି, ମୁଥି ମାରିଦେଉଛି । ମାୟା ବୁଦ୍ଧିଯୋଗକୁ ଭ୍ରମିତ କରିଦେଉଛି ।
ଏହିପରି ନିଜ ସହିତ କଥା ହେବା ଉଚିତ୍ । ବାବା କହୁଛନ୍ତି ଏବେ ନିଜର କଲ୍ୟାଣ କରିବା ସହିତ
ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କର, ସେବାକେନ୍ଦ୍ର ସ୍ଥାପନ କର । ଏହିପରି ବହୁତ ସନ୍ତାନମାନେ
ପଚାରୁଛନ୍ତି - ବାବା, ଅମୁକ ଜାଗାରେ ସେବାକେନ୍ଦ୍ର ସ୍ଥାପନା କରିବୁ । ବାବା କହୁଛନ୍ତି ମୁଁ ତ
ଦାତା ଅଟେ । ମୋର କିଛି ଦରକାର ନାହିଁ । ଏହି ଘର ଆଦି ସବୁ ତୁମ ପାଇଁ ତିଆରି ହେଉଛି ନା ।
ଶିବବାବା ତ ତୁମକୁ ହୀରାତୁଲ୍ୟ କରିବାକୁ ଆସିଛନ୍ତି । ତୁମେ ଯାହା କିଛି କରୁଛ ସେସବୁ ତୁମର ହିଁ
କାମରେ ଆସୁଛି । ଇଏ ତ କୌଣସି ଗୁରୁ ନୁହଁନ୍ତି ଯେ ଚେଲା ଆଦି ରଖିବେ, ପିଲାମାନେ ହିଁ ନିଜେ ରହିବା
ପାଇଁ ଘର ତିଆରି କରୁଛନ୍ତି । ହଁ, ସହଯୋଗୀମାନେ ଯେତେବେଳେ ଆସୁଛନ୍ତି ତେବେ ତାଙ୍କର ଖାତିରୀ
କରାଯାଉଛି ଯେ, ଆପଣ ଉପରେ ନୂଆ ଘରେ ଯାଇ ରୁହନ୍ତୁ । କେହି-କେହି ତ କହୁଛନ୍ତି ମୁଁ ନୂଆ ଘରେ
କାହିଁକି ରହିବି, ମୋତେ ପୁରୁଣା ଘର ହିଁ ଭଲ ଲାଗୁଛି । ଯେପରି ଆପଣ ପୁରୁଣା ଘରେ ରହୁଛନ୍ତି, ମୁଁ
ମଧ୍ୟ ସେହିପରି ରହିବି । ମୋର କୌଣସି ଅହଂକାର ନାହିଁ ଯେ ମୁଁ ଦାତା ଅଟେ । ବାପଦାଦା ହିଁ
ରହୁନାହାଁନ୍ତି ତେବେ ମୁଁ କାହିଁକି ରହିବି? ମୋତେ ମଧ୍ୟ ନିଜ ସାଥିରେ ରଖ । ଯେତେ ଆପଣଙ୍କ ନିକଟରେ
ରହିବୁ ସେତେ ଭଲ ।
ବାବା ବୁଝାଉଛନ୍ତି -
ଯେତେ ଅଧିକ ପୁରୁଷାର୍ଥ କରିବ ସୁଖଧାମରେ ସେତେ ଉଚ୍ଚପଦ ପାଇବ । ସ୍ୱର୍ଗକୁ ତ ସମସ୍ତେ ଯିବେ ନା ।
ଭାରତବାସୀ ଜାଣିଛନ୍ତି ଯେ ଭାରତ ପୁଣ୍ୟ ଆତ୍ମାମାନଙ୍କର ଦୁନିଆ ଥିଲା, ପାପର ନାମ ଗନ୍ଧ ମଧ୍ୟ ନ
ଥିଲା । ଏବେ ତ ପାପ ଆତ୍ମା ହୋଇଯାଇଛନ୍ତି । ଏହା ହେଉଛି ରାବଣ ରାଜ୍ୟ । ସତ୍ୟଯୁଗରେ ରାବଣ ରହିବ
ନାହିଁ । ଅଧାକଳ୍ପ ପରେ ହିଁ ରାବଣ ରାଜ୍ୟ ଆରମ୍ଭ ହେଉଛି । ବାବା ଏତେ ବୁଝାଉଛନ୍ତି ତଥାପି ମଧ୍ୟ
ବୁଝୁନାହାଁନ୍ତି । କଳ୍ପ-କଳ୍ପ ଏହିପରି ହୋଇଆସୁଛି । କୌଣସି ନୂଆ କଥା ନୁହେଁ । ତୁମେ ପ୍ରଦର୍ଶନୀ
କରୁଛ, କେତେ ଢ଼େର ସଂଖ୍ୟାରେ ଆସୁଛନ୍ତି । ପ୍ରଜା ତ ବହୁତ ହେବେ । ହୀରାତୁଲ୍ୟ ହେବାପାଇଁ ତ ସମୟ
ଲାଗିବ । ପ୍ରଜା ହେଲେ ମଧ୍ୟ ଭଲ କଥା । ବର୍ତ୍ତମାନ ମହାବିନାଶର ସମୟ । ସମସ୍ତଙ୍କର ହିସାବ-କିତାବ
ଚୁକ୍ତ ହେଉଛି । ଯେଉଁମାନେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବେ ସେହିମାନଙ୍କର ଅଷ୍ଟରତ୍ନର ମାଳା
ତିଆରି ହେବ । ଆଠ ଜଣ ଆତ୍ମା ହିଁ ନମ୍ବରୱାନରେ ଯିବେ, ଯାହାଙ୍କୁ ବିଲ୍କୁଲ୍ ଦଣ୍ଡ ମିଳିବ ନାହିଁ
। କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବେ । ପୁଣି ୧୦୮ ଅଛନ୍ତି । କ୍ରମଅନୁସାରେ କୁହାଯିବ ନା ।
ଏହା ପୂର୍ବ ପ୍ରସ୍ତୁତ ଅନାଦି ଡ୍ରାମା ଅଟେ, ଯାହାକୁ ସାକ୍ଷୀ ହୋଇ ଦେଖୁଛନ୍ତି, କିଏ ଭଲ
ପୁରୁଷାର୍ଥ କରୁଛନ୍ତି? କେତେକ ସନ୍ତାନ ପଛରେ ଆସି ମଧ୍ୟ ଭଲ ଭାବେ ଶ୍ରୀମତ ପାଳନ କରୁଛନ୍ତି ।
ଏହିପରି ନିରନ୍ତର ଶ୍ରୀମତରେ ଚାଲିଲେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇ ଅଷ୍ଟରତ୍ନର ମାଳାରେ
ଆସିପାରିବେ । ହଁ, ଚାଲୁ ଚାଲୁ କେବେ ଗ୍ରହଚାରୀ ମଧ୍ୟ ଆସିଯାଉଛି । ଏହି ଚଢିବା-ଖସିବା ସମସ୍ତ
ପୁରଷାର୍ଥୀଙ୍କର ହେଉଛି । ଏହା ରୋଜଗାର ଅଟେ । କେବେ ବହୁତ ଖୁସିରେ ରହିବେ, କେବେ କମ୍ । ମାୟାର
ତୋଫାନ ଅଥବା କୁସଙ୍ଗ ପଛକୁ ହଟାଇ ଦେଇଥାଏ । ଖୁସି ହଜିଯାଇଥାଏ । ଗାୟନ ମଧ୍ୟ ଅଛି ସଙ୍ଗ ଉଦ୍ଧାର
କରେ କୁସଙ୍ଗ ବୁଡ଼ାଇଦିଏ । ଏବେ ରାବଣର ସଙ୍ଗ ବୁଡ଼ାଇ ଦେଉଛି, ରାମଙ୍କ ସଙ୍ଗ ଉଦ୍ଧାର କରୁଛି ।
ରାବଣର ମତ ଦ୍ୱାରା ଏପରି ହୋଇଛନ୍ତି । ଦେବତାମାନେ ମଧ୍ୟ ବାମମାର୍ଗୀ ହୋଇଯାଉଛନ୍ତି । ସେଥିପାଇଁ
ତାଙ୍କର କିପରି ବିକାରୀ ଚିତ୍ର ଦର୍ଶାଇଛନ୍ତି । ଏହା ବାମ ମାର୍ଗକୁ ଯିବାର ଚିହ୍ନ ଅଟେ । ଭାରତରେ
ହିଁ ରାମରାଜ୍ୟ ଥିଲା, ଭାରତରେ ହିଁ ଏବେ ରାବଣ ରାଜ୍ୟ ଚାଲିଛି । ରାବଣ ରାଜ୍ୟରେ ୧୦୦ ଶତକଡ଼ା
ଦୁଃଖୀ ହୋଇଯାଇଛନ୍ତି । ଏହା ଖେଳ ଅଟେ । ଏହି ଜ୍ଞାନ କାହାକୁ ମଧ୍ୟ ବୁଝାଇବା କେତେ ସହଜ ଅଟେ ।
(ଜଣେ ନର୍ସ ବାବାଙ୍କ
ସମ୍ମୁଖରେ ବସିଛନ୍ତି) ବାବା ଏହି କନ୍ୟାକୁ କହୁଛନ୍ତି ତୁମେ ନର୍ସ ଅଟ, ନର୍ସର ସେବା ମଧ୍ୟ କର,
ତା’ ସହିତ ତୁମେ ଏହି ସେବା ମଧ୍ୟ କରିପାରିବ । ରୋଗୀକୁ ମଧ୍ୟ ଏହି ଜ୍ଞାନ ଶୁଣାଅ ଯେ ବାବାଙ୍କୁ
ମନେ ପକାଅ ତେବେ ବିକର୍ମ ବିନାଶ ହେବ, ପୁଣି ୨୧ ଜନ୍ମ ପାଇଁ ତୁମେ ରୋଗୀ ହେବ ନାହିଁ । ଯୋଗ
ଦ୍ୱାରା ହିଁ ନିରୋଗୀ ସ୍ୱାସ୍ଥ୍ୟ ଏବଂ ୮୪ ଜନ୍ମର ଚକ୍ରକୁ ଜାଣିବା ଦ୍ୱାରା ସମ୍ପତ୍ତି ମିଳୁଛି ।
ତୁମେ ଅନେକଙ୍କର ସେବା କରିପାରିବ, ବହୁତଙ୍କର କଲ୍ୟାଣ କରିପାରିବ । ପଇସା ମଧ୍ୟ ଯାହା ମିଳିବ ଏହି
ରୁହାନୀ ସେବାରେ ଲଗାଇବ । ବାସ୍ତବରେ ତୁମେ ସମସ୍ତେ ନର୍ସ ଅଟ ନା । ଛି- ଛି ବିକାରୀ ମନୁଷ୍ୟଙ୍କୁ
ଦେବତା କରାଇବା - ଏହା ନର୍ସ ସଦୃଶ ସେବା ହେଲା ନା । ବାବା ମଧ୍ୟ କହୁଛନ୍ତି ମୋତେ ପତିତ
ମନୁଷ୍ୟମାନେ ଡାକୁଛନ୍ତି ଯେ ଆସି ପବିତ୍ର କରାଅ । ତୁମେ ମଧ୍ୟ ରୋଗୀମାନଙ୍କର ଏହି ସେବା କର, ତୁମ
ପ୍ରତି କୃତଜ୍ଞ ହୋଇ ରହିବେ । ତୁମ ଦ୍ୱାରା ସାକ୍ଷାତ୍କାର ମଧ୍ୟ ହୋଇପାରିବ । ଯଦି ଯୋଗଯୁକ୍ତ
ରହିବ ତେବେ ବଡ଼-ବଡ଼ ଡାକ୍ତର ଆଦି ସବୁ ଆସି ତୁମ ପାଦ ତଳେ ପଡ଼ିବେ । ତୁମେ ଏହା ପ୍ରତ୍ୟକ୍ଷ ରୂପେ
କରି ଦେଖ । ଏଠାକୁ ବାଦଲ ରିଫ୍ରେସ ହେବା ପାଇଁ ଆସୁଛନ୍ତି । ପୁଣି ଯାଇ ବର୍ଷା କରି ଅନ୍ୟମାନଙ୍କୁ
ରିଫ୍ରେସ୍ କରିବେ । କେତେକ ସନ୍ତାନ ଏକଥା ମଧ୍ୟ ଜାଣିନାହାଁନ୍ତି ଯେ ବର୍ଷା କେମିତି ହେଉଛି?
ଭାବୁଛନ୍ତି ଇନ୍ଦ୍ର ବର୍ଷା କରୁଛନ୍ତି । ଇନ୍ଦ୍ରଧନୁ କହିଥା’ନ୍ତି ନା । ଶାସ୍ତ୍ରରେ ତ କେତେ କଥା
ଲେଖିଦେଇଛନ୍ତି । ବାବା କହୁଛନ୍ତି ଏହା ପୁଣି ବି ହେବ, ଯେହେତୁ ଡ୍ରାମାରେ ନିଧାର୍ଯ୍ୟ ରହିଛି ।
ଆମେ କାହାର ନିନ୍ଦା କରୁନାହୁଁ, ଏହା ତ ପୁର୍ବ ପ୍ରସ୍ତୁତ ଅନାଦି ଡ୍ରାମା ଅଟେ । ବୁଝାଯାଉଛି ଯେ
ଏହା ଭକ୍ତିମାର୍ଗ ଅଟେ । କହୁଛନ୍ତି ମଧ୍ୟ ଜ୍ଞାନ, ଭକ୍ତି ଓ ବୈରାଗ୍ୟ, ତୁମର ଏହି ପୁରୁଣା ଦୁନିଆ
ପ୍ରତି ବୈରାଗ୍ୟ ଆସୁଛି । ନିଜେ ମଲେ ନିଜ ପାଇଁ ଦୁନିଆ ମରିଗଲା । ଆତ୍ମା ଶରୀରରୁ ଅଲଗା ହୋଇଗଲେ
ତା ପାଇଁ ଦୁନିଆ ସମାପ୍ତ ହୋଇଗଲା ।
ବାବା ପିଲାମାନଙ୍କୁ
ବୁଝାଉଛନ୍ତି - ମଧୁର ସନ୍ତାନମାନେ, ପାଠପଢ଼ାରେ ଅବହେଳା କର ନାହିଁ । ସବୁ କିଛି ପାଠପଢ଼ା ଉପରେ
ନିର୍ଭର କରୁଛି । କେହି ବାରିଷ୍ଟର ଲକ୍ଷେ ଟଙ୍କା ରୋଜଗାର କରୁଛନ୍ତି ତ ଆଉ କେହି ବାରିଷ୍ଟରଙ୍କ
ପାଖରେ ପିନ୍ଧିବା ପାଇଁ କୋଟ୍ ମଧ୍ୟ ନ ଥାଏ, ତେବେ ସବୁ କିଛି ପାଠପଢା ଉପରେ ଆଧାରିତ । ଏହି
ପାଠପଢ଼ା ତ ବହୁତ ସହଜ ଅଟେ, ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡ଼ିବ ଅର୍ଥାତ ନିଜର ୮୪ ଜନ୍ମର
ଆଦି-ମଧ୍ୟ-ଅନ୍ତକୁ ଜାଣିବାକୁ ହେବ । ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ
ଅବସ୍ଥା ହୋଇଯାଇଛି, ବୃକ୍ଷର ମୂଳ ହିଁ ନାହିଁ, ବାକି ସମଗ୍ର ବୃକ୍ଷ ଛିଡ଼ା ହୋଇଛି । ସେହିପରି ଏହି
ଆଦି ସନାତନ ଦେବୀ-ଦେବତା ଧର୍ମ ଯାହାକି ମୂଳଦୁଆ ଥିଲା, ବର୍ତ୍ତମାନ ତାହା ନାହିଁ । ଧର୍ମଭ୍ରଷ୍ଟ,
କର୍ମଭ୍ରଷ୍ଟ ହୋଇଯାଇଛନ୍ତି । ମନୁଷ୍ୟ ତ କାହାକୁ ସଦ୍ଗତି ଦେଇପାରିବେ ନାହିଁ । ବାବା ବସି ଏହି
ସବୁ କଥା ବୁଝାଉଛନ୍ତି, ତୁମେ ସଦାକାଳ ପାଇଁ ସୁଖୀ ହୋଇଯାଉଛ । ସେଠାରେ କେବେ ଅକାଳ ମୃତ୍ୟୁ ହେବ
ନାହିଁ । ଅମୁକ ମରିଗଲା, ଏହି ଶବ୍ଦ ମଧ୍ୟ ସେଠାରେ ରହିବ ନାହିଁ । ତେଣୁ ବାବା ରାୟ ଦେଉଛନ୍ତି,
ଅନେକଙ୍କୁ ରାସ୍ତା ବତାଇଲେ ସେ ତୁମ ପ୍ରତି କୃତଜ୍ଞ ରହିବେ । କାହାକୁ କାହାକୁ ସାକ୍ଷାତ୍କାର
ମଧ୍ୟ ହୋଇପାରେ । ଲକ୍ଷ୍ୟ-ଉଦ୍ଦେଶ୍ୟର ସାକ୍ଷାତ୍କାର ହୋଇଥାଏ କିନ୍ତୁ ଲକ୍ଷ୍ୟ ଉଦ୍ଦେଶ୍ୟ
ପ୍ରାପ୍ତ କରିବା ପାଇଁ ପାଠ ତ ପଢିବାକୁ ପଡ଼ିବ ନା । ବିନା ପାଠପଢାରେ କେହି ବାରିଷ୍ଟର ହୋଇପାରିବ
କି? ଏପରି ନୁହେଁ ଯେ ସାକ୍ଷାତ୍କାର ହେଲା ଅର୍ଥାତ୍ ମୁକ୍ତ ହୋଇଗଲେ । ମୀରାଙ୍କୁ ସାକ୍ଷାତ୍କାର
ହୋଇଥିଲା, ଏହାର ଅର୍ଥ ନୁହେଁ ଯେ, ମୀରା କୃଷ୍ଣପୁରୀକୁ ଚାଲିଗଲେ । ନୌଧା ଭକ୍ତି କରିବା ଦ୍ୱାରା
ସାକ୍ଷାତ୍କାର ହୋଇଥାଏ । ଏଠାରେ ପୁଣି ନୌଧା ସ୍ମୃତି ରହିଛି । ସନ୍ନ୍ୟାସୀମାନେ ତ ବ୍ରହ୍ମଜ୍ଞାନୀ,
ତତ୍ତ୍ୱଜ୍ଞାନୀ ଅଟନ୍ତି । ବାସ୍ ବ୍ରହ୍ମରେ ଲୀନ ହେବାର ଇଚ୍ଛା ରଖିଥା’ନ୍ତି । ତେବେ ବ୍ରହ୍ମ ତ
ପରମାତ୍ମା ନୁହଁନ୍ତି ।
ବର୍ତ୍ତମାନ ବାବା
ବୁଝାଉଛନ୍ତି ଯଦିଓ ଶରୀର ନିର୍ବାହ ଅର୍ଥେ ନିଜର ଧନ୍ଦା ଆଦି କରୁଛ କିନ୍ତୁ ନିଜକୁ ଟ୍ରଷ୍ଟି (ନିମିତ୍ତ)
ବୋଲି ଭାବ । ତେବେ ଉଚ୍ଚପଦ ମିଳିବ । ମମତା ତୁଟିଯିବ । ଏହି ବ୍ରହ୍ମାବାବା ତୁମର ଧନ ନେଇ କ’ଣ
କରିବେ? ଇଏ ତ ସବୁକିଛି ଛାଡ଼ି ଦେଇଛନ୍ତି ନା । ଘରଦ୍ୱାର ଅଥବା ମହଲ ଆଦି ତ ତିଆରି କରିବାର ନାହିଁ
। ଘର ଆଦି ତିଆରି ହେଉଛି କାହିଁକି ନା ଢ଼େର ସନ୍ତାନ ଆସିବେ । ଆବୁରୋଡ଼ଠାରୁ ଏ ପର୍ଯ୍ୟନ୍ତ ଧାଡ଼ି
ଲାଗିଯିବ । ତୁମର ପ୍ରଭାବ ଜଣାପଡିଲେ ମୁଣ୍ଡ ଖରାପ କରିଦେବେ । ଯେପରି କୌଣସି ବଡ଼ ଲୋକ ଆସିଲେ କେତେ
ଭିଡ଼ ଲାଗିଯାଏ । ଅନ୍ତ ସମୟରେ ତୁମର ପ୍ରଭାବ ଜଣାପଡିବ, ଏବେ ନୁହେଁ । ଯେଉଁଥି ପାଇଁ ବାବାଙ୍କୁ
ୟାଦ କରିବାର ଅଭ୍ୟାସ କରିବାକୁ ହେବ, ଯାହା ଦ୍ୱାରା ପାପ କଟିଯିବ । ଏହିପରି ଯୋଗଯୁକ୍ତ ରହି ଶରୀର
ଛାଡ଼ିବାକୁ ପଡ଼ିବ । ସତ୍ୟଯୁଗରେ ଶରୀର ଛାଡିବା ସମୟରେ, ଜାଣିଯିବ ଯେ, ଗୋଟିଏ ଶରୀର ଛାଡ଼ି ଆଉ
ଗୋଟିଏ ନେବି । ଏଠାରେ କେତେ ଦେହ-ଅଭିମାନ ରହୁଛି । ଫରକ ରହିଛି ନା । ଏହି ସବୁ କଥାକୁ ନୋଟ୍ କର
ପୁଣି ଅନ୍ୟକୁ କରାଅ । ଅନ୍ୟମାନଙ୍କୁ ମଧ୍ୟ ନିଜ ସଦୃଶ ହୀରା ତୁଲ୍ୟ କରିବାକୁ ହେବ । ଯେତେ
ପୁରୁଷାର୍ଥ କରିବ ସେତେ ଉଚ୍ଚପଦ ପାଇବ । ଏ କଥା ବାବା ବୁଝାଉଛନ୍ତି, ଇଏ କୌଣସି ସାଧୁ-ସନ୍ଥ
ନୁହଁନ୍ତି ।
ଏହି ଜ୍ଞାନ ବହୁତ
ମଜାଦାର ଅଟେ, ଏହାକୁ ଭଲ ଭାବରେ ଧାରଣ କରିବାକୁ ହେବ । ଏପରି ନୁହେଁ, ବାବାଙ୍କଠାରୁ ଶୁଣିଲ, ଏହି
କଥା ଏହିଠାରେ ହିଁ ରହିଗଲା । ଗୀତରେ ମଧ୍ୟ ଶୁଣିଲ ନା, କହୁଛନ୍ତି ସାଥିରେ ନେଇଚାଲ । ତୁମେ ଏହି
କଥାକୁ ଆଗରୁ ବୁଝିପାରୁ ନ ଥିଲ, ଏବେ ବାବା ବୁଝାଉଛନ୍ତି ତେଣୁ ବୁଝିପାରୁଛ । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପଢ଼ାରେ କେବେ
ବି ଅବହେଳା କରିବା ଉଚିତ୍ ନୁହେଁ । ତୁମକୁ ସ୍ୱଦର୍ଶନ ଚକ୍ରଧାରୀ ହୋଇ ରହିବାକୁ ହେବ ଏବଂ
ସମସ୍ତଙ୍କୁ ହୀରା ସଦୃଶ କରିବାର ସେବା କରିବାକୁ ହେବ ।
(୨) ନିଜେ ସଚ୍ଚା
ରୋଜଗାର କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ । ନିଜର ସମସ୍ତ ପୁରୁଣା ଜିନିଷ ପତ୍ରକୁ
ବଦଳାଇବାକୁ ହେବ । କୁସଙ୍ଗଠାରୁ ନିଜକୁ ଦୂରେଇ ରଖିବାକୁ ହେବ ।
ବରଦାନ:-
ଜଗତର ଜ୍ୟୋତି
ହୋଇ ଭକ୍ତମାନଙ୍କୁ ଦୃଷ୍ଟି ଦ୍ୱାରା କୃତାର୍ଥ କରୁଥିବା ଦର୍ଶନୀୟ ମୂରତ ଭବ ।
ସାରା ବିଶ୍ୱ ତୁମ ଭଳି
ଜଗତର ନୟନମାନଙ୍କ ଠାରୁ ଦୃଷ୍ଟି ନେବା ପାଇଁ ଅପେକ୍ଷା କରି ରହିଛି । ଯେତେବେଳେ ତୁମେ ଜଗତର
ଜ୍ୟୋତି ଆତ୍ମାମାନେ ନିଜର ସମ୍ପୂର୍ଣ୍ଣ ସ୍ଥିତି ପର୍ଯ୍ୟନ୍ତ ପହଞ୍ଚିଯିବ ଅର୍ଥାତ୍
ସମ୍ପୂର୍ଣ୍ଣତାର ଆଖି ଖୋଲିବ ସେତେବେଳେ ମାତ୍ର ଗୋଟିଏ ସେକେଣ୍ଡରେ ବିଶ୍ୱ ପରିବର୍ତ୍ତନ ହୋଇଯିବ ।
ସେତେବେଳେ ତୁମେ ଦର୍ଶନୀୟ ମୂର୍ତ୍ତି ଆତ୍ମାମାନେ ନିଜର ଦୃଷ୍ଟି ଦ୍ୱାରା ଭକ୍ତ ଆତ୍ମାମାନଙ୍କୁ
କୃତାର୍ଥ କରିପାରିବ । ତେବେ ଦୃଷ୍ଟି ଦ୍ୱାରା କୃତାର୍ଥ ହେବାବାଲାଙ୍କର ମଧ୍ୟ ଲମ୍ବାଧାଡି
ଲାଗିଥିବ ତେଣୁ ସମ୍ପୂର୍ଣ୍ଣତା ରୂପୀ ଆଖି ସର୍ବଦା ଖୋଲା ରହିବା ଦରକାର । ଆଖି ମିଳିବା ଏବଂ
ସଂକଳ୍ପରେ ଅଣନିଃଶ୍ୱାସୀ ହେବା ବା ଢୁଳେଇବା ବନ୍ଦ କର ତେବେ ଯାଇ ଦର୍ଶନୀୟ ମୂର୍ତ୍ତି ହୋଇପାରିବ
।
ସ୍ଲୋଗାନ:-
ନିର୍ମଳ ସ୍ୱଭାବ
ନିର୍ମାଣତାର ଲକ୍ଷଣ, ତେଣୁ ନିର୍ମଳ ହୋଇ ସଫଳତା ପ୍ରାପ୍ତ କର ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର
(୨୮) ମନ-ବୁଦ୍ଧିକୁ
ଏକାଗ୍ର କରିବା ପାଇଁ ମନମନାଭବର ମନ୍ତ୍ରକୁ ସର୍ବଦା ସ୍ମୃତିରେ ରଖ । ଏହି ମନ୍ତ୍ରର ବାସ୍ତବିକ
ଧାରଣା ଦ୍ୱାରା ପ୍ରଥମ ନମ୍ବର ପଦ ପାଇପାରିବ । ତେବେ ମନର ଏକାଗ୍ରତାର ଅର୍ଥ ହେଲା ଜଣଙ୍କ
ସ୍ମୃତିରେ ରହିବା ବା ମନ-ବୁଦ୍ଧିକୁ ଏକାଗ୍ର କରିବା - ଏହାକୁ ହିଁ ଏକାନ୍ତ କୁହାଯାଉଛି ।
ଯେତେବେଳେ ସବୁ ପ୍ରକାରର ଆକର୍ଷଣର ଭାଇବ୍ରେଶନଠାରୁ ଅନ୍ତର୍ମୁଖୀ ହୋଇଯିବ, ସେତେବେଳେ ଯାଇ ନିଜର
ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସାରା ବିଶ୍ୱକୁ ସକାଶ ଦେବାର ସେବା କରିପାରିବ ।