28.02.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଈଶ୍ୱରୀୟ ସମ୍ପ୍ରଦାୟ ଅଟ, ତୁମକୁ ଜ୍ଞାନର ସୂର୍ଯ୍ୟ ବାବା ମିଳିଛନ୍ତି, ବର୍ତ୍ତମାନ
ତୁମେ ଜାଗ୍ରତ ହୋଇଛ, ତେଣୁ ଅନ୍ୟମାନଙ୍କୁ ମଧ୍ୟ ଜାଗ୍ରତ କର ।”
ପ୍ରଶ୍ନ:-
ଅନେକ ପ୍ରକାରର
ତକରାଳ ଅର୍ଥାତ୍ ବିବାଦ ସୃଷ୍ଟି ହେବାର କାରଣ ତଥା ତା’ର ନିବାରଣ କ’ଣ?
ଉତ୍ତର:-
ଯେତେବେଳେ ଦେହ-ଅଭିମାନରେ ଆସୁଛ ସେତେବେଳେ ଅନେକ ପ୍ରକାରର ବିବାଦ ସୃଷ୍ଟି ହେଉଛି । ମାୟାର
ଗ୍ରହାଚାରୀ ଅର୍ଥାତ୍ ଖରାପ ଗ୍ରହର ପ୍ରଭାବରେ ଆସିଯାଉଛ । ବାବା କହୁଛନ୍ତି ଦେହୀ-ଅଭିମାନୀ ହୁଅ,
ସେବାରେ ଲାଗିଯାଅ । ସର୍ବଦା ଯୋଗର ଯାତ୍ରାରେ ରୁହ ତେବେ ଗ୍ରହର ପ୍ରଭାବ ସମାପ୍ତ ହୋଇଯିବ ।
ଓମ୍ ଶାନ୍ତି ।
ରୁହାନୀ ସନ୍ତାନମାନଙ୍କ ପାଖକୁ ରୁହାନୀ ପିତା ଶ୍ରୀମତ ଦେବା ପାଇଁ ବା ବୁଝାଇବା ପାଇଁ ଆସିଛନ୍ତି
। ଏକଥା ତ ପିଲାମାନେ ବୁଝିଗଲେଣି ଯେ ଡ୍ରାମାର ଯୋଜନା ଅନୁସାରେ ହିଁ ସମସ୍ତ କାର୍ଯ୍ୟ ହେବ । ବାକି
ଆଉ ଅଳ୍ପ ସମୟ ରହିଛି । ଏହି ଭାରତକୁ ରାବଣ ପୁରୀରୁ ପୁଣି ବିଷ୍ଣୁପୁରୀରେ ପରିଣତ କରିବାର ଅଛି ।
ତେବେ ବାବା ମଧ୍ୟ ଗୁପ୍ତ ଅଟନ୍ତି, ପାଠପଢା ମଧ୍ୟ ଗୁପ୍ତ ଅଟେ । ସେଣ୍ଟର ତ ବହୁତ ଅଛି, ଛୋଟ ବଡ
ଗାଁମାନଙ୍କରେ ଛୋଟ ବଡ ସେଣ୍ଟର ସବୁ ରହିଛି ଏବଂ ପିଲାମାନେ ମଧ୍ୟ ବହୁତ ଅଛନ୍ତି । ଏବେ ପିଲାମାନେ
ଚାଲେଞ୍ଜ (ଆହ୍ୱାନ) ତ କରିଛନ୍ତି ଏବଂ ଲେଖି ଦେବାର ମଧ୍ୟ ଅଛି, ଯେତେବେଳେ କୌଣସି ପୁସ୍ତକ ତିଆରି
କରୁଛ ତେବେ ସେଥିରେ ଲେଖିବାର ମଧ୍ୟ ଅଛି ଯେ - ଆମେ ନିଜର ଏହି ଭାରତ ଭୂମିକୁ ସ୍ୱର୍ଗରେ ପରିଣତ
କରି ଛାଡିବୁ । ତୁମକୁ ମଧ୍ୟ ନିଜର ଭାରତ ଭୂମି ବହୁତ ପ୍ରିୟ ଅଟେ କାରଣ ତୁମେ ଜାଣିଛ ଏହି ଭାରତ
ହିଁ ସ୍ୱର୍ଗ ଥିଲା, ଏହାକୁ ୫ ହଜାର ବର୍ଷ ହୋଇଗଲାଣି । ଭାରତ ବହୁତ ଗୌରବଶାଳୀ ଥିଲା, ଏହା ହିଁ
ସ୍ୱର୍ଗ ଥିଲା । ତୁମ ବ୍ରହ୍ମା ମୁଖବଂଶାବଳୀମାନଙ୍କୁ ହିଁ ଏହି ଜ୍ଞାନ ଜଣା ଅଛି । ଏହି ଭାରତକୁ
ନିଶ୍ଚିତ ଭାବରେ ଶ୍ରୀମତ ଆଧାରରେ ଆମକୁ ସ୍ୱର୍ଗ କରିବାକୁ ହେବ । ସମସ୍ତଙ୍କୁ ରାସ୍ତା ବତାଇବାକୁ
ହେବ, ଏଥିରେ କୌଣସି ଖିଟ୍ପିଟ୍ର କଥା ହିଁ ନାହିଁ । ପରସ୍ପର ମଧ୍ୟରେ ବସି ବିଚାର କରିବା ଦରକାର
ଯେ ଏହି ପ୍ରଦର୍ଶନୀର ଚିତ୍ର ଦ୍ୱାରା ଆମେ କ’ଣ ଏଭଳି ପ୍ରଚାର କରିବା ଯାହାକି ଖବର କାଗଜରେ ମଧ୍ୟ
ଚିତ୍ର ବାହାରିବ, ତେଣୁ ପରସ୍ପର ମଧ୍ୟରେ ଏହା ଉପରେ ଆଲୋଚନା କରିବା ଦରକାର । ଯେପରି ସରକାର ନିଜ
ଭିତରେ ମିଶି ବିଚାର ବିମର୍ଶ କରିଥା’ନ୍ତି ଯେ ଭାରତକୁ ଆମେ କିପରି ସୁଧାରିବା? ଏଠାରେ ଏତେ ଯେଉଁ
ମତଭେଦ ହୋଇଯାଇଛି, ତାକୁ ପରସ୍ପର ମିଶି କିପରି ଠିକ୍ କରିବା ଏବଂ ଭାରତରେ ଶାନ୍ତି ଏବଂ ସୁଖ କିପରି
ସ୍ଥାପନ ହେବ । ସରକାରଙ୍କର ମଧ୍ୟ ସେଥିପାଇଁ ପୁରୁଷାର୍ଥ ଚାଲିଛି । ତୁମମାନଙ୍କର ମଧ୍ୟ ପାଣ୍ଡବ
ସରକାର ରୂପରେ ଗାୟନ ହେଉଛି । ଏହା ବହୁତ ବଡ ଈଶ୍ୱରୀୟ ସରକାର, ବାସ୍ତବରେ ଏହାକୁ କୁହାଯାଉଛି
ପବିତ୍ର ଈଶ୍ୱରୀୟ ସରକାର, ପତିତ-ପାବନ ପିତା ହିଁ ପତିତ ସନ୍ତାନମାନଙ୍କୁ ପାବନ ଦୁନିଆର ମାଲିକ
କରୁଛନ୍ତି । ଏକଥା ପିଲାମାନେ ଜାଣିଛନ୍ତି । ମୁଖ୍ୟ ଧର୍ମ ହେଲା ଭାରତର ଆଦି ସନାତନ ଦେବୀ ଦେବତା
ଧର୍ମ । ଏ କଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ । ରୁଦ୍ର
କୁହାଯାଉଛି ଈଶ୍ୱର ପିତା ଶିବବାବାଙ୍କୁ । ଗାୟନ ମଧ୍ୟ ଅଛି ଯେ ବାସ୍ତବରେ ବାବା ଆସି ରୁଦ୍ର
ଜ୍ଞାନ ଯଜ୍ଞ ରଚନା କରିଥିଲେ । ସେମାନେ ତ ଲମ୍ବା-ଚଉଡା ସମୟ ଲେଖି ଦେଇଛନ୍ତି । କାରଣ ସମସ୍ତେ
ଅଜ୍ଞାନ ନିଦ୍ରାରେ ଶୋଇରହିଛନ୍ତି । ଏବେ ତୁମକୁ ବାବା ଆସି ଜାଗ୍ରତ କରିଛନ୍ତି, ତୁମକୁ ପୁଣି
ଅନ୍ୟମାନଙ୍କୁ ଜାଗ୍ରତ କରିବାକୁ ହେବ । ଡ୍ରାମାର ପ୍ଲାନ୍ ଅନୁସାରେ ତୁମେମାନେ ସମସ୍ତଙ୍କୁ
ଜାଗ୍ରତ କରିଚାଲିଛ । ଏବେ ପର୍ଯ୍ୟନ୍ତ ଯିଏ ଯେପରି ଏବଂ ଯେତେ ପୁରୁଷାର୍ଥ କରିଛନ୍ତି ସେତିକି
କଳ୍ପ ପୂର୍ବରୁ ମଧ୍ୟ କରିଥିଲେ । ହଁ, ଯୁଦ୍ଧକ୍ଷେତ୍ରରେ ହାରିବା ଜିତିବା ତ ନିଶ୍ଚିତ ହୋଇଥାଏ ।
କେବେ ମାୟାର ଶକ୍ତି ଅଧିକ ହୋଇଯାଉଛି ତ କେବେ ଈଶ୍ୱରୀୟ ସନ୍ତାନମାନଙ୍କର ଶକ୍ତି ଅଧିକ ହୋଇଯାଉଛି
। କେବେ କେବେ ସେବା ବହୁତ ତୀବ୍ରଗତିରେ ଚାଲିଥାଏ । ଆଉ କେବେ କେବେ କେଉଁଠି କେଉଁଠି ପିଲାମାନଙ୍କ
ଉପରେ ମାୟାର ବିଘ୍ନ ପଡିଯାଏ, ଯାହାକି ଏକଦମ ବେହୋସ୍ କରିଦେଇଥାଏ । ଏହା ଯୁଦ୍ଧକ୍ଷେତ୍ର ଅଟେ ନା
। ମାୟା ରାବଣ, ରାମଙ୍କର ସନ୍ତାନମାନଙ୍କୁ ବେହୋସ୍ କରି ଦେଉଛି । ଲକ୍ଷ୍ମଣଙ୍କ ପାଇଁ ମଧ୍ୟ କାହାଣୀ
ଅଛି ନା ।
ତୁମେ କହୁଛ ସବୁ ମନୁଷ୍ୟମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଯାଇଛନ୍ତି । ତୁମେ ଈଶ୍ୱରୀୟ
ସମ୍ପ୍ରଦାୟର ସନ୍ତାନମାନେ ହିଁ ଏହିଭଳି କହୁଛ, ଯାହାଙ୍କୁ ଜ୍ଞାନର ସୂର୍ଯ୍ୟ ମିଳିଯାଇଛନ୍ତି ଏବଂ
ଜାଗ୍ରତ ହୋଇଯାଇଛନ୍ତି, ସେହିମାନେ ହିଁ ଏହି କଥାକୁ ବୁଝିପାରିବେ । ଏଥିରେ ପରସ୍ପରକୁ କହିବାର
ମଧ୍ୟ କିଛି କଥା ନାହିଁ । ତୁମେମାନେ ଜାଣିଛ ବାସ୍ତବରେ ଆମେ ଈଶ୍ୱରୀୟ ସମ୍ପ୍ରଦାୟ ହିଁ ଜାଗ୍ରତ
ହୋଇଛୁ ବାକି ଅନ୍ୟମାନେ ସମସ୍ତେ ଅଜ୍ଞାନ ନିଦରେ ଶୋଇ ରହିଛନ୍ତି । ସେମାନେ ଏକଥା ଜାଣିନାହାଁନ୍ତି
ଯେ ପିଲାମାନଙ୍କୁ ସମ୍ପତ୍ତି ଦେବା ପାଇଁ ପରମପିତା ପରମାତ୍ମା ଆସିଗଲେଣି । ଏକଥା ବିଲ୍କୁଲ୍
ଭୁଲିଯାଇଛନ୍ତି । ବାବା ଭାରତକୁ ହିଁ ଆସୁଛନ୍ତି, ଆସି ସ୍ୱର୍ଗର ମାଲିକ କରୁଛନ୍ତି । ଭାରତ
ସ୍ୱର୍ଗର ମାଲିକ ଥିଲା, ଏଥିରେ କୌଣସି ସନ୍ଦେହ ନାହିଁ । ପରମପିତା ପରମାତ୍ମାଙ୍କର ଜନ୍ମ ମଧ୍ୟ
ଏହିଠାରେ ହିଁ ହୋଇଥାଏ । ସେଥିପାଇଁ ଶିବଜୟନ୍ତୀ ପାଳନ କରୁଛନ୍ତି ନା । ତେବେ ନିଶ୍ଚିତ ସିଏ ଆସି
କିଛି ତ କରିଥିବେ ନା । ବୁଦ୍ଧି କହୁଛି, ନିଶ୍ଚିତ ଭାବରେ ବାବା ଆସି ସ୍ୱର୍ଗର ସ୍ଥାପନା କରିଥିବେ
। ପ୍ରେରଣା ଦ୍ୱାରା କ’ଣ ସ୍ଥାପନା ହୋଇପାରିବ! ଏଠାରେ ତ ତୁମମାନଙ୍କୁ ରାଜଯୋଗ ଶିଖାଯାଉଛି ।
ଯୋଗର ଯାତ୍ରା ବିଷୟରେ ବୁଝାଯାଉଛି । ପ୍ରେରଣାରେ କୌଣସି ଶବ୍ଦ ହୁଏ ନାହିଁ । ଭାବୁଛନ୍ତି
ଶଙ୍କରଙ୍କର ମଧ୍ୟ ପ୍ରେରଣା ମିଳୁଛି ସେଥିପାଇଁ ଯାଦବମାନେ (ୟୁରୋପବାସୀ) ମୁଶଳ (ମିସାଇଲ୍) ଆଦି
ତିଆରି କରୁଛନ୍ତି । କିନ୍ତୁ ଏଥିରେ ପ୍ରେରଣାର ତ କୌଣସି କଥା ନାହିଁ । ତୁମେ ବୁଝିଯାଇଛ ଯେ ମୁଶଳ
ଆଦି ତିଆରି କରିବାର ଡ୍ରାମାରେ ସେମାନଙ୍କୁ ପାର୍ଟ ମିଳିଛି । ଏଥିରେ ପ୍ରେରଣାର କୌଣସି କଥା ନାହିଁ
। ଡ୍ରାମା ଅନୁସାରେ ବିନାଶ ତ ନିଶ୍ଚୟ ହେବାର ଅଛି । ଗାୟନ ମଧ୍ୟ ରହିଛି ଯେ - ମହାଭାରତ ଲଢେଇରେ
ମୁଶଳ କାମରେ ଆସିଥିଲା । ତେବେ ଯାହା ଅତୀତ ହୋଇଯାଇଛି, ତାହାର ପୁଣି ପୁନରାବୃତ୍ତି ହେବ ।
ତୁମେ ପ୍ରତିଶୃତି ଦେଉଛ ଯେ ଆମେ ଭାରତରେ ସ୍ୱର୍ଗ ସ୍ଥାପନ କରିବୁ, ଯେଉଁଠି ଗୋଟିଏ ଧର୍ମ ଥିବ ।
ତୁମେ ଏପରି ଲେଖୁ ନାହଁ ଯେ ଅନେକ ଧର୍ମର ବିନାଶ ହେବ । ତାହା ତ ଚିତ୍ରରେ ଲେଖାଯାଇଛି ଯେ -
ଯେହେତୁ ସ୍ୱର୍ଗର ସ୍ଥାପନା ହେଉଛି, ତେଣୁ ସେଠାରେ ଅନ୍ୟ କୌଣସି ଧର୍ମ ନ ଥାଏ । ଏବେ ତୁମେ
ବୁଝିଯାଇଛ ଯେ ସବୁଠାରୁ ବଡ ପାର୍ଟ ହେଲା ଶିବଙ୍କର, ବ୍ରହ୍ମାଙ୍କର ଏବଂ ବିଷ୍ଣୁଙ୍କର । ବ୍ରହ୍ମାରୁ
ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ଏହା ତ ବହୁତ ଗୁହ୍ୟ କଥା । ବିଷ୍ଣୁରୁ ବ୍ରହ୍ମା କିପରି ହେଉଛନ୍ତି,
ବ୍ରହ୍ମାରୁ ପୁଣି ବିଷ୍ଣୁ କିପରି ହେଉଛନ୍ତି, ଏକଥା ଜ୍ଞାନବାନ ସନ୍ତାନମାନଙ୍କ ବୁଦ୍ଧିରେ ତୁରନ୍ତ
ଆସିଯାଇଥାଏ । ଦୈବୀ ସମ୍ପ୍ରଦାୟ ତ ତିଆରି ହେଉଛି । ଏହା ଜଣଙ୍କର କଥା ନୁହେଁ । ଏସବୁ କଥାକୁ ତୁମେ
ପିଲାମାନେ ହିଁ ବୁଝିଛ । ଦୁନିଆରେ ଜଣେ ବି ମନୁଷ୍ୟ ଏକଥା ଜାଣିନାହିଁ । ଯଦିଓ ଲକ୍ଷ୍ମୀ-ନାରାୟଣ
ବା ବିଷ୍ଣୁଙ୍କର ପୂଜା କରୁଛନ୍ତି, କିନ୍ତୁ ସେମାନଙ୍କୁ ଏକଥା ଜଣା ନାହିଁ ଯେ ବିଷ୍ଣୁଙ୍କର ହିଁ
ଦୁଇଟି ରୂପ ଲକ୍ଷ୍ମୀ-ନାରାୟଣ ଅଟନ୍ତି, ଯିଏକି ନୂଆ ଦୁନିଆରେ ରାଜତ୍ୱ କରିଥାନ୍ତି । ବାକି
ଚାରିଭୂଜା ଧାରୀ କୌଣସି ମନୁଷ୍ୟ ନ ଥା’ନ୍ତି । ଏହା ତ ସୂକ୍ଷ୍ମଲୋକରେ ପ୍ରବୃତ୍ତିମାର୍ଗର ଲକ୍ଷ୍ୟ
ଏବଂ ଉଦ୍ଦେଶ୍ୟ ରୂପେ ଦର୍ଶାଯାଇଥାଏ । ଏହି ବିଶ୍ୱର ଇତିହାସ-ଭୂଗୋଳ କିପରି ଚକ୍ର ଲଗାଉଛି ଏକଥା
କେହି ଜାଣିନାହାଁନ୍ତି । ଯଦି ବାବାଙ୍କୁ ହିଁ ଜାଣିନାହାଁନ୍ତି ତେବେ ବାବାଙ୍କର ରଚନାକୁ କିପରି
ଜାଣିପାରିବେ । ବାବା ହିଁ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି ଯାହାକୁ ଋଷି ମୁନିମାନେ
ମଧ୍ୟ କହୁଥିଲେ ଆମେ ଜାଣିନାହୁଁ । ଯଦି ବାବାଙ୍କୁ ଜାଣିଥାଆନ୍ତେ ତେବେ ରଚନାର ଆଦି-ମଧ୍ୟ-ଅନ୍ତକୁ
ମଧ୍ୟ ଜାଣିଥାଆନ୍ତେ । ବାବା କହୁଛନ୍ତି ମୁଁ କଳ୍ପରେ ଥରେ ମାତ୍ର ଆସି ତୁମ ପିଲାମାନଙ୍କୁ ସମସ୍ତ
ଜ୍ଞାନ ବୁଝାଉଛି, ଆଉ କେବେ ବି ଆସୁ ହିଁ ନାହିଁ । ତେଣୁ ସେମାନେ ରଚୟିତା ଏବଂ ରଚନାର ଆଦି ମଧ୍ୟ
ଅନ୍ତକୁ ଜାଣିବେ କିପରି । ବାବା ନିଜେ କହୁଛନ୍ତି - ମୁଁ ସଂଗମଯୁଗ ବ୍ୟତୀତ ଆଉ କେବେ ଆସି ହିଁ ନ
ଥାଏ । ମୋତେ ସଂଗମରେ ହିଁ ଡାକିଥା’ନ୍ତି । ସତ୍ୟଯୁଗକୁ ପାବନ ଏବଂ କଳିଯୁଗକୁ ପତିତ କୁହାଯାଏ ।
ତେବେ ନିଶ୍ଚିତ ମୁଁ ପତିତ ଦୁନିଆର ଶେଷ ସମୟରେ ଆସିବି ନା । କଳିଯୁଗ ଶେଷରେ ଆସି ପତିତରୁ ପାବନ
କରୁଛି । ସତ୍ୟଯୁଗ ଆରମ୍ଭରେ ସମସ୍ତେ ପାବନ ଥା’ନ୍ତି, ଏହା ତ ସହଜ କଥା ଅଟେ ନା । ମନୁଷ୍ୟମାନେ
କିଛି ବି ଜାଣି ନାହାଁନ୍ତି, ଯେ ପତିତପାବନ ବାବା କେବେ ଆସିବେ । ଏବେ ତ କଳିଯୁଗର ଅନ୍ତିମ ସମୟ
ବୋଲି କୁହାଯିବ । ଯଦି କହୁଛନ୍ତି କଳିଯୁଗ ଆହୁରି ୪୦ ହଜାର ବର୍ଷ ବାକି ଅଛି ତେବେ ଆଉ କେତେ ପତିତ
ହେବେ! କେତେ ଦୁଃଖ ଭୋଗିବେ । ସୁଖ ତ ମିଳିବ ହିଁ ନାହିଁ । କିଛି ବି ଜଣା ନ ଥିବା କାରଣରୁ ବିଲ୍କୁଲ୍
ହିଁ ଘୋର ଅନ୍ଧକାର ମଧ୍ୟରେ ଅଛନ୍ତି । ଏ କଥା ତୁମେ ହିଁ ବୁଝିପାରିବ । ତେଣୁ ପିଲାମାନଙ୍କୁ
ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ହେବ । ଚିତ୍ର ଗୁଡିକ ଉପରେ ଭଲ ଭାବରେ ବୁଝାଇବାକୁ ପଡିବ ।
ଡ୍ରାମାଅନୁସାରେ ଏହି ଚିତ୍ରଗୁଡିକୁ ମଧ୍ୟ ତିଆରି କରାଯାଇଛି । ପିଲାମାନେ ଜାଣିଛନ୍ତି, ଯେଉଁ ସମୟ
ବିତିଯାଉଛି ତାହାର ଡ୍ରାମାରେ ଅବିକଳ ପୁନରାବୃତ୍ତି ହୋଇଚାଲିଛି । ପିଲାମାନଙ୍କର ଅବସ୍ଥା ମଧ୍ୟ
କେବେ ତଳକୁ କେବେ ଉପରକୁ ମଧ୍ୟ ହୋଇ ଚାଲିବ । ଏ ସବୁ ବହୁତ ବୁଝିବାର କଥା । କେବେ କେବେ
ଗ୍ରହଚାରୀର ପ୍ରଭାବରେ ଆସିଗଲେ ପୁଣି ତାକୁ ସମାପ୍ତ କରିବା ପାଇଁ କେତେ ଉପାୟ କରିଥା’ନ୍ତି ।
ବାବା ବାରମ୍ବାର କହୁଛନ୍ତି - ପିଲାମାନେ, ତୁମେମାନେ ଦେହ-ଅଭିମାନରେ ଆସିବା କାରଣରୁ ବିବାଦ
ସୃଷ୍ଟି ହେଉଛି । ସେଥିପାଇଁ ତୁମକୁ ଦେହୀ-ଅଭିମାନୀ ହେବାକୁ ପଡିବ । ପିଲାମାନଙ୍କ ଭିତରେ
ଦେହ-ଅଭିମାନ ବହୁତ ରହିଛି । ତୁମେମାନେ ଦେହୀ-ଅଭିମାନୀ ହୋଇଗଲେ ବାବାଙ୍କର ସ୍ମୃତି ରହିବ ଏବଂ
ସେବାରେ ଉନ୍ନତି କରିଚାଲିବ । ଯେଉଁମାନଙ୍କୁ ଉଚ୍ଚ ପଦ ପାଇବାର ଅଛି ସେମାନେ ସଦା ସର୍ବଦା ସେବାରେ
ଲାଗି ରହିଥିବେ । ଯାହାର ଭାଗ୍ୟରେ ନ ଥିବ ସିଏ ପୁଣି ପୁରୁଷାର୍ଥ ମଧ୍ୟ କରିପାରିବ ନାହିଁ । ନିଜେ
ବି କହୁଛନ୍ତି ବାବା ମୋର ଧାରଣା ହେଉ ନାହିଁ । ଜ୍ଞାନ ବୁଦ୍ଧିରେ ଧାରଣ ହେଉନାହିଁ । ଯେଉଁମାନଙ୍କୁ
ଭଲ ଧାରଣା ହୋଇଥାଏ ସେମାନଙ୍କୁ ଖୁସି ମଧ୍ୟ ବହୁତ ମିଳିଥାଏ । ଜାଣୁଛନ୍ତି ଶିବବାବା ଆସିଯାଇଛନ୍ତି,
ଏବେ ବାବା କହୁଛନ୍ତି ପିଲାମାନେ ତୁମେ ଭଲ ଭାବରେ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଅ । କେହି କେହି
ତ ସେବାରେ ହିଁ ଲାଗି ରହିଛନ୍ତି । ପୁରୁଷାର୍ଥ କରିଚାଲିଛନ୍ତି । ଏକଥା ମଧ୍ୟ ପିଲାମାନେ
ଜାଣିଛନ୍ତି ଯେ ଯେଉଁ ମୂହୁର୍ତ୍ତ ବିତିଯାଉଛି, ତାହା ଡ୍ରାମାରେ ଅଛି ପୁଣି ତାହାର ସେହିପରି
ପୁନରାବୃତ୍ତି ହେବ । ପିଲାମାନଙ୍କୁ ବୁଝାଯାଉଛି ଯେ ବାହାରେ ଭାଷଣ ଆଦିର ତ ଅନେକ ପ୍ରକାରର ନୂଆ
ନୂଆ ଲୋକ ଶୁଣିବା ପାଇଁ ଆସିଥାନ୍ତି । ତୁମେ ଜାଣିଛ ଗୀତା, ବେଦ, ଶାସ୍ତ୍ର ଇତ୍ୟାଦି ଉପରେ
ମନୁଷ୍ୟ କେତେ ଭାଷଣ କରୁଛନ୍ତି, ସେମାନଙ୍କୁ କ’ଣ ଏକଥା ଜଣା ଅଛି ଯେ ଏଠାରେ ଇଶ୍ୱର ନିଜେ ନିଜର
ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛନ୍ତି । ସୃଷ୍ଟିର ରଚୟିତା ହିଁ ଆସି ସୃଷ୍ଟିର
ସମସ୍ତ ଜ୍ଞାନ ଶୁଣାଉଛନ୍ତି । ତ୍ରିକାଳଦର୍ଶୀ କରିବା ତ ବାବାଙ୍କର ହିଁ କର୍ତ୍ତବ୍ୟ ଅଟେ ।
ଶାସ୍ତ୍ରରେ ଏହି ସବୁ କଥା ନାହିଁ । ଏ ସବୁ ହେଲା ନୂଆ କଥା । ବାବା ବାରମ୍ବାର ବୁଝାଉଛନ୍ତି ଯେ
ଯେଉଁଠି ବି ଜ୍ଞାନ ବୁଝାଉଛ ପ୍ରଥମେ-ପ୍ରଥମେ ଏହି କଥା ବୁଝାଅ ଯେ ଗୀତାର ଭଗବାନ କିଏ? ଶ୍ରୀକୃଷ୍ଣ
ନା ନିରାକାର ଶିବ? ଏହି ସବୁ କଥା ତୁମେ ପ୍ରୋଜେକ୍ଟର ଦ୍ୱାରା ବୁଝାଇ ପାରିବ ନାହିଁ ।
ପ୍ରଦର୍ଶନୀରେ ଚିତ୍ର ତ ସମ୍ମୁଖରେ ରହିଥାଏ, ତାହା ଉପରେ ବୁଝାଇ ତୁମେ ପଚାରି ପାରିବ, ଏବେ
କୁହନ୍ତୁ ଗୀତାର ଭଗବାନ କିଏ? ଜ୍ଞାନର ସାଗର କିଏ? ଶ୍ରୀକୃଷ୍ଣଙ୍କୁ ତ କୁହାଯାଇ ପାରିବ ନାହିଁ ।
ପବିତ୍ରତା, ସୁଖ-ଶାନ୍ତିର ସାଗର, ମୁକ୍ତିଦାତା ଏବଂ ପଥପ୍ରଦର୍ଶକ କିଏ? ପ୍ରଥମେ ପ୍ରଥମେ ଲେଖାଇବା
ଦରକାର, ଫର୍ମ ପୂରଣ କରାଇବା ଦରକାର ପୁଣି ସମସ୍ତଙ୍କଠାରୁ ଦସ୍ତଖତ ନେବା ଦରକାର ।
(ଚଢେଇମାନଙ୍କର ଶବ୍ଦ ହେଉଥିଲା) ଦେଖ କେତେ ଝଗଡା କରୁଛନ୍ତି । ଏହି ସମୟରେ ସାରା ଦୁନିଆରେ ଲଢେଇ
ଝଗଡା ବହୁତ ଚାଲିଛି । ମନୁଷ୍ୟମାନେ ମଧ୍ୟ ପରସ୍ପର ମଧ୍ୟରେ ଲଢେଇ ଝଗଡା କରୁଛନ୍ତି ।
ମନୁଷ୍ୟମାନଙ୍କ ଭିତରେ ହିଁ ବୁଝିବା ପାଇଁ ବୁଦ୍ଧି ଅଛି । ୫ ବିକାର ମଧ୍ୟ ମନୁଷ୍ୟମାନଙ୍କ ଭିତରେ
ଅଛି ବୋଲି ଗାୟନ ଅଛି । କିନ୍ତୁ ଜୀବଜନ୍ତୁଙ୍କ ପାଇଁ ଗାୟନ ନାହିଁ । ଏହା ହେଲା ବିକାରୀ ଦୁନିଆ ।
ଦୁନିଆ ମନୁଷ୍ୟଙ୍କ ପାଇଁ ହିଁ କୁହାଯାଏ । କଳିଯୁଗରେ ଆସୁରୀ ସମ୍ପ୍ରଦାୟ ଅଛନ୍ତି, ସତ୍ୟଯୁଗରେ
ଦୈବୀ ସମ୍ପ୍ରଦାୟ ଥାନ୍ତି । ଏବେ ତୁମକୁ ଏହି ସବୁ କଥାର ପ୍ରଭେଦ ବିଷୟରେ ଜଣା ଅଛି । ଏକଥାକୁ
ତୁମେମାନେ ସିଦ୍ଧ କରି ବୁଝାଇପାରିବ । ସିଢି ଚିତ୍ରରେ ମଧ୍ୟ ବହୁତ ସ୍ପଷ୍ଟ ଭାବରେ ଦେଖାଇ
ଦିଆଯାଇଛି । ତଳେ ଅଛନ୍ତି ପତିତ ମନୁଷ୍ୟମାନେ, ଉପରେ ପବିତ୍ର ଦେବୀ ଦେବତା । ଏହି ଚିତ୍ରରେ ବହୁତ
ସ୍ପଷ୍ଟ ଭାବରେ ରହିଛି । ସିଢି ଚିତ୍ର ହିଁ ମୁଖ୍ୟ ଅଟେ, ଯେଉଁଠି ଉତ୍ଥାନ କଳା ଏବଂ ପତନ କଳାର
ବର୍ଣ୍ଣନା କରାଯାଇଛି । ଏହି ସିଢି ଚିତ୍ର ବହୁତ ଭଲ ଚିତ୍ର ଅଟେ । ଏଥିରେ ଏଭଳି କଣ ଲେଖିବା
ଦରକାର ଯାହାଦ୍ୱାରା ମନୁଷ୍ୟ ବିଲ୍କୁଲ୍ ଭଲ ଭାବରେ ବୁଝିଯିବେ ଯେ ନିଶ୍ଚିତ ଭାବରେ ଏହା ପତିତ
ଦୁନିଆ ଅଟେ, ପାବନ ଦୁନିଆ ସ୍ୱର୍ଗ ଥିଲା । ଏଠାରେ ସମସ୍ତେ ପତିତ, କେହି ଜଣେ ବି ପବିତ୍ର
ନାହାଁନ୍ତି । ରାତି ଦିନ ତୁମ ଭିତରେ ଏହି ଚିନ୍ତନ ଚାଲିବା ଦରକାର । ଆତ୍ମ ପ୍ରକାଶ ବଚ୍ଚା ଚିଠି
ଲେଖି ପଚାରୁଛି - ବାବା ଏହି ଚିତ୍ର ତିଆରି କରିବା, ବାବା କହୁଛନ୍ତି ବିଚାର ସାଗର ମନ୍ଥନ କରି
କୌଣସି ବି ଚିତ୍ର ତିଆରି କର, କିନ୍ତୁ ସିଢି ଚିତ୍ର ବହୁତ ଭଲ ହେବା ଦରକାର । ଏହା ଉପରେ ବହୁତ ଭଲ
ଭାବରେ ବୁଝାଇପାରିବ । ୮୪ ଜନ୍ମ ଶେଷ କରି ପୁଣି ପ୍ରଥମ ନମ୍ବରର ଜନ୍ମ ନେଇଛ, ତେଣୁ ପତନରୁ ଉତ୍ଥାନକୁ
ଯିବାକୁ ପଡିବ, ଏଥିରେ ପ୍ରତ୍ୟେକଙ୍କର ବିଚାର ଚାଲିବା ଦରକାର ନଚେତ୍ ସେବା କିପରି କରିପାରିବ ।
ଚିତ୍ର ଉପରେ ବୁଝାଇବା ବହୁତ ସହଜ ହୋଇଥାଏ । ସତ୍ୟଯୁଗ ପରେ ସିଢିରେ ଖସିବାକୁ ପଡିଥାଏ । ଏକଥା
ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ଯଦି ଆମେ ପାର୍ଟଧାରୀ (ଅଭିନେତା) ଅଟୁ । ତୁମେ ଏଠାରୁ
ଟ୍ରାନ୍ସଫର ହୋଇ ସିଧା ସଳଖ ସତ୍ୟଯୁ୍ଗକୁ ଯାଇ ନ ଥାଅ, ପ୍ରଥମେ ଶାନ୍ତିଧାମକୁ ଯିବାକୁ ହେବ । ହଁ
ତୁମମାନଙ୍କ ଭିତରେ କ୍ରମାନୁସାରେ ଅଛନ୍ତି ଯିଏକି ନିଜକୁ ଏହି ଡ୍ରାମାର ପାର୍ଟଧାରୀ ବୋଲି
ଭାବୁଛନ୍ତି । ଦୁନିଆରେ ଏଭଳି କେହି ବି କହିପାରିବେ ନାହିଁ ଯେ ମୁଁ ପାର୍ଟଧାରୀ ଅଟେ । ଆମେ
ଲେଖୁଛେ ମଧ୍ୟ ଯେ ଯଦି ପାର୍ଟଧାରୀ ହୋଇ ବି ଡ୍ରାମାର ରଚୟିତା, ନିର୍ଦ୍ଦେଶକ, ଆଦି-ମଧ୍ୟ-ଅନ୍ତକୁ
ଜାଣିନାହାଁନ୍ତି ତେବେ ସିଏ ପ୍ରଥମ ନମ୍ବର ବୋକା ଅଟନ୍ତି । ଏହା ତ ଭଗବାନଉବାଚ ଅଟେ । ଶିବ
ଭଗବାନଉବାଚ ବ୍ରହ୍ମାଙ୍କ ଶରୀର ଦ୍ୱାରା । ଜ୍ଞାନର ସାଗର ସେହି ନିରାକାର ଅଟନ୍ତି, ଯାହାଙ୍କର
ନିଜର ଶରୀର ନାହିଁ । ଏହା ବୁଝିବା ପାଇଁ ବହୁତ ଭଲ ଯୁକ୍ତି ଅଟେ । ତୁମ ପିଲାମାନଙ୍କୁ ବହୁତ ନିଶା
ରହିବା ଦରକାର, ଆମେ କ’ଣ କାହାର ନିନ୍ଦା କରୁଛୁ କି । ଏହା ତ ଠିକ୍ କଥା ନା । ଯିଏବି ବଡ ବଡ
ଅଛନ୍ତି, ସେମାନଙ୍କର ଚିତ୍ର ତୁମେ ଦେଇପାରିବ । ସିଢି ଚିତ୍ର କାହାକୁ ବି ଦେଖାଇ ପାରିବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଭାରତରେ
ସୁଖ ଶାନ୍ତିର ସ୍ଥାପନା କରିବା ବା ଭାରତକୁ ସ୍ୱର୍ଗରେ ପରିଣତ କରିବା ପାଇଁ ପରସ୍ପର ମଧ୍ୟରେ
ମିଳିମିଶି ଆଲୋଚନା କରିବାକୁ ହେବ । ଶ୍ରୀମତ ଅନୁସାରେ ଭାରତର ଏହିଭଳି ସେବା କରିବାକୁ ହେବ ।
(୨) ସେବାରେ ଉନ୍ନତି
କରିବା ବା ସେବା ଦ୍ୱାରା ଉଚ୍ଚ ପଦ ପାଇବା ପାଇଁ ଦେହୀ-ଅଭିମାନୀ ହେବାର ମେହନତ କରିବାକୁ ହେବ ।
ଜ୍ଞାନର ବିଚାର ସାଗର ମନ୍ଥନ କରିବାକୁ ହେବ ।
ବରଦାନ:-
ପବିତ୍ରତା
ଆଧାରରେ ସୁଖ ଶାନ୍ତିର ଅନୁଭବ କରୁଥିବା ନମ୍ବରୱାନ ଅଧିକାରୀ ଭବ ।
ଯେଉଁ ପିଲାମାନେ
ପବିତ୍ରତାର ପ୍ରତିଜ୍ଞାକୁ ସଦାସର୍ବଦା ସ୍ମୃତିରେ ରଖିଥାଆନ୍ତି ସେମାନଙ୍କୁ ସ୍ୱତଃ ହିଁ
ସୁଖ-ଶାନ୍ତିର ଅନୁଭୂତି ହୋଇଥାଏ । ତେଣୁ ପବିତ୍ରତାର ଅଧିକାର ନେବାରେ ନମ୍ବରୱାନ ହେବା ଅର୍ଥ
ସର୍ବପ୍ରାପ୍ତିରେ ନମ୍ବରୱାନ ହେବା, ସେଥିପାଇଁ ପବିତ୍ରତାର ମୂଳଦୁଆକୁ କେବେହେଲେ ଦୁର୍ବଳ କର ନାହିଁ,
ତେବେ ଯାଇ ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ କରି ଆଗକୁ ବଢିପାରିବ । ତେବେ ଯାହା ବି
ହୋଇଯାଉ କିନ୍ତୁ ଏହି ପବିତ୍ରତା ଧର୍ମରେ ସର୍ବଦା ସ୍ଥିତ ରହିବାକୁ ହେବ - ଚାହେଁ ବ୍ୟକ୍ତି, ଚାହେଁ
ପ୍ରକୃତି, ଚାହେଁ ପରିସ୍ଥିତି ଯେତେ ବି ହଲଚଲ୍ କରିବାକୁ ଚେଷ୍ଟା କରୁ କିନ୍ତୁ ନିଜର ସ୍ୱଧର୍ମକୁ
କେବେ ହେଲେ ଛାଡିବାର ନାହିଁ, ସେଥିପାଇଁ ଯେତେ ବି କଷ୍ଟ ସହନ କରିବାକୁ ପଡୁ ବା ମାଟିରେ ମିଶିବାକୁ
ପଡୁ ।
ସ୍ଲୋଗାନ:-
ଯଦି ବ୍ୟର୍ଥ
ରୂପକ ଦୋଷଠାରୁ ନିର୍ଦ୍ଦୋଶ ଅର୍ଥାତ୍ ମୁକ୍ତ ରହିବ ତେବେ ସଚ୍ଚା ସଚ୍ଚା ମହାତ୍ମା ହୋଇଯିବ ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ବାପଦାଦା ଚାହୁଁଛନ୍ତି
ଯେ ମୋ’ର ପ୍ରତ୍ୟେକ ସନ୍ତାନ ଏକରସ ଭାବରେ ଶ୍ରେଷ୍ଠ ସ୍ଥିତିର ଆସନଧାରୀ, ଏକାନ୍ତବାସୀ, ଅଶରୀରୀ
ଏକତା ସ୍ଥାପନକାରୀ, ଏକନାମୀ ଏବଂ ଇକୋନାମୀର ଅବତାର ହୁଅନ୍ତୁ, ପରସ୍ପରର ବିଚାରକୁ ବୁଝିବା ସହିତ
ପରସ୍ପରକୁ ସମ୍ମାନ ଦେଇ, ପରସ୍ପରକୁ ସାବଧାନ କରାଇ, ବିଚାରର ଆଦାନପ୍ରଦାନ କରି ସଂଗଠନର ଶକ୍ତିର
ସ୍ୱରୂପକୁ ପ୍ରତ୍ୟକ୍ଷ କର କାହିଁକି ନା ତୁମମାନଙ୍କର ସଂଗଠନର ଏକତାର ଶକ୍ତି ସାରା ବ୍ରାହ୍ମଣ
ପରିବାରକୁ ସଂଗଠିତ କରିବାର ନିମିତ୍ତ ହେବ ।