28.09.25 Avyakt Bapdada Odia Murli 15.02.2007 Om Shanti Madhuban
“ଅବହେଳା ପଣିଆ, ଆଳସ୍ୟ
ଏବଂ ବାହାନାବାଜୀର ନିଦ୍ରାରୁ ଜାଗ୍ରତ ହେବା ହିଁ ଶିବରାତ୍ରିର ସଚ୍ଚା ଜାଗରଣ ଅଟେ”
ଆଜି ବାପଦାଦା ବିଶେଷ କରି
ନିଜର ଚାରିଆଡର ଅତି ଗେହ୍ଲା, ଅତି ସିକିଲଧେ ପରମାତ୍ମ ସ୍ନେହର ପାତ୍ର ପିଲାମାନଙ୍କ ସହିତ ମିଶିବା
ପାଇଁ ଏବଂ ପିତା ପୁତ୍ରଙ୍କର ବିଚିତ୍ର ଜନ୍ମ ଦିନ ପାଳନ କରିବା ପାଇଁ ଆସିଛନ୍ତି । ତୁମେ ସମସ୍ତେ
ମଧ୍ୟ ଆଜି ବିଶେଷ କରି ଏହି ବିଚିତ୍ର ଜନ୍ମ ଦିନ ପାଳନ କରିବା ପାଇଁ ଆସିଛ ନା! ଏଭଳି ଜନ୍ମ ଦିନ
ସାରା କଳ୍ପ ଭିତରେ କାହାର ବି ହୋଇନଥାଏ । କେବେ ବି ଏଭଳି ଶୁଣି ନଥିବ ଯେ ପିତାଙ୍କ ସହିତ
ସନ୍ତାନଙ୍କର ଜନ୍ମ ଦିନ ମଧ୍ୟ ଗୋଟିଏ ଦିନରେ ହୋଇଥିବ । ତେବେ ତୁମେମାନେ ନିଜର ପିତାଙ୍କର ଜନ୍ମ
ଦିନ ପାଳନ କରିବା ପାଇଁ ଆସିଛ ନା ପିଲାମାନଙ୍କର ମଧ୍ୟ ପାଳନ କରିବା ପାଇଁ ଆସିଛ? କାହିଁକି ନା
ସାରା କଳ୍ପ ଭିତରେ ପରମାତ୍ମ ପିତା ଏବଂ ପରମାତ୍ମ ସନ୍ତାନମାନଙ୍କ ଭିତରେ ଏତେ ନିବିଡ ସ୍ନେହ ରହିଛି,
ଯାହାକି ଜନ୍ମ ମଧ୍ୟ ଏକାଠି ହେଉଛି । ତେଣୁ ବାବାଙ୍କୁ ବିଶ୍ୱ ପରିବର୍ତ୍ତନର କାର୍ଯ୍ୟ ଏକୁଟିଆ
କରିବାର ନାହିଁ, ପିଲାମାନଙ୍କ ସହିତ ମିଶି କରିବାର ଅଛି । ଏହିଭଳି ସାଥୀରେ ରହିବାର ଏବଂ ସାଥୀ
ହେବାର ଅଲୌକିକ ସ୍ନେହ ଏହି ସଙ୍ଗମଯୁଗରେ ହିଁ ଅନୁଭବ କରୁଛ । ତେବେ ବାବା ଏବଂ ପିଲାମାନଙ୍କ ଭିତରେ
ଏତେ ଗଭୀର ସ୍ନେହ ଅଛି ଯାହାକି ଜନ୍ମ ମଧ୍ୟ ଏକାଠି ହେଉଛି ଏବଂ ରହୁଛନ୍ତି ମଧ୍ୟ କେଉଁଠି? କ’ଣ
ସାଥୀ ହୋଇ ରହୁଛ ନା ଏକା ଏକା ରହୁଛ? ଏଥିରେ ସବୁ ପିଲା ଉମଙ୍ଗ-ଉତ୍ସାହର ସହିତ କହୁଛନ୍ତି ଯେ ଆମେ
ବାବାଙ୍କ ସହିତ ଯୁଗଳ ରୂପରେ ରହୁଛି ଅର୍ଥାତ୍ ଏକାଠି ରହୁଛୁ । କ’ଣ ଏକାଠି ରହୁଛ ନା! ଏକା ଏକା ତ
ରହୁନାହଁ ନା! ଜନ୍ମ ମଧ୍ୟ ଏକାଠି ହୋଇଛି, ରହୁଛ ମଧ୍ୟ ଏକାଠି ଏବଂ ଭବିଷ୍ୟତ ପାଇଁ ମଧ୍ୟ
ତୁମମାନଙ୍କର ପ୍ରତିଜ୍ଞା କ’ଣ? ସାଥୀରେ ଅଛୁ, ସାଥୀରେ ରହିବୁ ଏବଂ ସାଥୀ ହୋଇ ନିଜର ମିଠା ଘରକୁ
ଯିବୁ । ତେବେ ଏତିକି ସ୍ନେହ ଅନ୍ୟ କୌଣସି ପିତା ପୁତ୍ରଙ୍କ ଭିତରେ ଦେଖିଛ? ସନ୍ତାନ କେହି ବି
ହୋଇଥାଉ, କେଉଁଠି ବି ରହୁଥାଉ ଏବଂ କିପରି ବି ହୋଇଥାଉ କିନ୍ତୁ ସାଥୀରେ ହିଁ ରହୁଛି ଏବଂ ସାଥୀରେ
ହିଁ ଘରକୁ ଯିବ । ତେବେ ଏହିଭଳି ବିଚିତ୍ର ଏବଂ ପ୍ରିୟରୁ ପ୍ରିୟ ଜନ୍ମ ଦିନ ପାଳନ କରିବା ପାଇଁ
ଆସିଛ । ଚାହେଁ ସମ୍ମୁଖରେ ବସି ପାଳନ କରୁଥାଅ ବା ଦେଶ ବିଦେଶରେ ଚାରିଆଡେ ରହୁଥିବା ପିଲାମାନେ ଏହି
ସମୟରେ ଏକାଠି ହୋଇ ପାଳନ କରୁଥାଆନ୍ତୁ ।
ବାପଦାଦା ଦେଖୁଛନ୍ତି ଯେ
ଚାରିଆଡର ପିଲାମାନେ କିପରି ଉମଙ୍ଗ-ଉତ୍ସାହର ସହିତ ଅନ୍ତର ଭିତରେ ବାଃ ବାବା! ବାଃ ବାବା, ବାଃ
ଜନ୍ମ ଦିନ! ର ଗୀତ ଗାଉଛନ୍ତି । ଯଦି ସ୍ୱୀଚ ଅନ୍ କରୁଛନ୍ତି ତେବେ ଚାରିଆଡର ପିଲାମାନଙ୍କର ଦିଲ୍ର
ଶବ୍ଦ, ଉମଙ୍ଗ ଉତ୍ସାହର ଶବ୍ଦ ବାପଦାଦାଙ୍କର କାନରେ ଶୁଭୁଛି । ବାପଦାଦା ସବୁ ପିଲାଙ୍କର ଉତ୍ସାହକୁ
ଦେଖି ପିଲାମାନଙ୍କୁ ମଧ୍ୟ ନିଜର ଦିବ୍ୟ ଜନ୍ମର ପଦ୍ମ-ପଦ୍ମ-ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି ।
ବାସ୍ତବରେ ଉତ୍ସବର ଅର୍ଥ ହେଉଛି ଉମଙ୍ଗ-ଉତ୍ସାହରେ ରହିବା । ତେବେ ତୁମେ ସମସ୍ତେ ଉତ୍ସାହର ସହିତ
ଏହି ଉତ୍ସବକୁ ପାଳନ କରୁଛ ଏବଂ ଭକ୍ତମାନେ ମଧ୍ୟ ଏହାକୁ ଶିବରାତ୍ରି ନାମ ଦେଇଛନ୍ତି ।
ଆଜି ବାପଦାଦା ସେହି
ଭକ୍ତ ଆତ୍ମାକୁ ଅଭିନନ୍ଦନ ଦେଉଥିଲେ, ଯିଏକି ତୁମମାନଙ୍କର ଏହି ବିଚିତ୍ର ଜନ୍ମ ଦିନକୁ ପାଳନ
କରିବାର ବହୁତ ସୁନ୍ଦର କପୀ କରିଛି । ତୁମେମାନେ ଏହାକୁ ଜ୍ଞାନଯୁକ୍ତ ଭାବରେ ଏବଂ ସ୍ନେହପୂର୍ବକ
ପାଳନ କରୁଛ ଏବଂ ସେହି ଭକ୍ତ ଆତ୍ମାଟି ଭାବନା ଏବଂ ଶ୍ରଦ୍ଧାର ସହିତ ପାଳନ କରିବାର କପୀ କରିଛି ।
ତେଣୁ ଆଜି ସେହି ସନ୍ତାନଟିକୁ ଅଭିନନ୍ଦନ ଦେଉଥିଲୁ ଯେ କପୀ କରିବାରେ ମଧ୍ୟ ସେ ବହୁତ ଭଲ ପାର୍ଟ
କରିଛି । ଦେଖ ସେ କିପରି ସବୁ କଥାକୁ କପୀ କରିଛି । କାରଣ କପୀ କରିବା ପାଇଁ ମଧ୍ୟ ଅକଲ ଦରକାର
ନା! ମୁଖ୍ୟ କଥା ହେଲା ଏହି ଦିନ ଭକ୍ତମାନେ ବ୍ରତ ରଖିଥାଆନ୍ତି, ସେମାନେ ଖାଇବା ପିଇବାର ବ୍ରତ
ରଖିଥାଆନ୍ତି ଏବଂ ଭାବନାର ସହିତ ନିଜର ମନୋବୃତ୍ତିକୁ ଶ୍ରେଷ୍ଠ କରିବା ପାଇଁ ମଧ୍ୟ ବ୍ରତ
ରଖିଥାଆନ୍ତି ଏଥିପାଇଁ ସେମାନଙ୍କୁ ପ୍ରତି ବର୍ଷ ବ୍ରତ ରଖିବାକୁ ପଡିଥାଏ କିନ୍ତୁ ତୁମେମାନେ କେଉଁ
ବ୍ରତ ଧାରଣ କରିଛ? ଥରେ ମାତ୍ର ହିଁ ବ୍ରତ ଧାରଣ କରୁଛ, ପ୍ରତି ବର୍ଷ ନୁହେଁ । କେବଳ ଥରେ ମାତ୍ର
ହିଁ ପବିତ୍ରତାର ବ୍ରତ ରଖୁଛ । କ’ଣ ସମସ୍ତେ ପବିତ୍ରତାର ବ୍ରତ ରଖିଛ ତ? ପକ୍କା ତ? ଯେଉଁମାନେ
ପକ୍କା ବ୍ରତ ରଖିଛନ୍ତି ସେମାନେ ହାତ ଉଠାଅ, ପକ୍କା, ଟିକିଏ ବି କଞ୍ଚା ନୁହେଁ ତ? ପକ୍କା ତ ଆଚ୍ଛା!
ଆଉ ଗୋଟିଏ ପ୍ରଶ୍ନ ଅଛି, ଆଚ୍ଛା ବ୍ରତ ତ ରଖିଛ ସେଥିପାଇଁ ଅଭିନନ୍ଦନ କିନ୍ତୁ ଅପବିତ୍ରତାର ମୁଖ୍ୟ
ରୂପରେ ପାଞ୍ଚୋଟି ସାଥୀ ଅଛନ୍ତି, ଠିକ୍ କଥା ନା! ମୁଣ୍ଡ ହଲାଅ । ଆଚ୍ଛା ପାଞ୍ଚୋଟି ଯାକର ବ୍ରତ
ରଖିଛ, ନା ଦୁଇ ତିନୋଟିର ରଖିଛ? କାହିଁକି ନା ଯେଉଁଠି ପବିତ୍ରତା ଥିବ ସେଠାରେ ଯଦି ଅଂଶ ମାତ୍ରରେ
ମଧ୍ୟ ଅପବିତ୍ରତା ରହିଥିବ ତେବେ କ’ଣ ତାଙ୍କୁ ସମ୍ପୂର୍ଣ୍ଣ ପବିତ୍ର ଆତ୍ମା କୁହାଯିବ? ତେବେ ତୁମ
ବ୍ରାହ୍ମଣ ଆତ୍ମାମାନଙ୍କର ତ ପବିତ୍ରତା ବ୍ରାହ୍ମଣ ଜନ୍ମର ସମ୍ପତ୍ତି ମଧ୍ୟ ଅଟେ, ବ୍ୟକ୍ତିତ୍ୱ
ମଧ୍ୟ ଅଟେ, ଏବଂ ରାଜକୀୟତା ମଧ୍ୟ ଅଟେ । ତେଣୁ ଚେକ୍ କର - ଯେ ମୁଖ୍ୟ ପବିତ୍ରତା ଉପରେ ତ
ତୁମେମାନେ ଧ୍ୟାନ ଦେଉଛ କିନ୍ତୁ ସମ୍ପୂର୍ଣ୍ଣ ପବିତ୍ରତା ପାଇଁ ଅନ୍ୟ ଯେଉଁ ସବୁ ସାଥୀମାନେ ଅଛନ୍ତି,
ସେମାନଙ୍କୁ ଢିଲା ଛାଡି ଦେଇ ନାହଁ ତ? ବଡକୁ ଠିକ୍ ରଖି ଛୋଟମାନଙ୍କ ଉପରେ ସ୍ନେହ ରଖି ନାହଁ ତ?
କ’ଣ ବାବାଙ୍କଠାରୁ ଅନୁମତି ମିଳିଛି ଯେ ଅନ୍ୟ ଚାରିଟିକୁ ସାଥୀ କରି ରଖ? ତେବେ ପବିତ୍ରତା କେବଳ
ବ୍ରହ୍ମଚର୍ଯ୍ୟ ବ୍ରତକୁ କୁହାଯାଏ ନାହିଁ କିନ୍ତୁ ବ୍ରହ୍ମଚର୍ଯ୍ୟ ସହିତ ବ୍ରହ୍ମାଚାରୀ ମଧ୍ୟ ହେବା
ଅର୍ଥାତ୍ ପବିତ୍ରତାର ବ୍ରତ ପାଳନ କରିବା । କେତେକ ପିଲା ବାର୍ତ୍ତାଳାପ କରିବା ସମୟରେ କହିଥାଆନ୍ତି,
କାରଣ ବାର୍ତ୍ତାଳାପ ତ ସମସ୍ତେ କରୁଛନ୍ତି ନା, ତେଣୁ ବହୁତ ମିଠା ମିଠା କଥା କହିଥାଆନ୍ତି ।
କୁହନ୍ତି ବାବା ମୁଖ୍ୟ ତ ଠିକ୍ ଅଛି ନା, ବାକି ଛୋଟ ଛୋଟ ବିକାରଗୁଡିକ ଏମିତି କେବେ କେବେ ମନ
ଭିତରେ ସଂକଳ୍ପ ରୂପରେ ଆସିଯାଉଛନ୍ତି । ମନ ଭିତରେ ଆସୁଛି କିନ୍ତୁ ବାଣୀରେ ଆସୁନାହିଁ, ତେବେ ମନ
ଭିତରକୁ ତ କେହି ଦେଖୁନାହାଁନ୍ତି । ଆଉ କେହି କେହି କୁହନ୍ତି ଛୋଟ ଛୋଟ ପିଲାଙ୍କ ଉପରେ ସ୍ନେହ
ଥାଏ ନା । ତେଣୁ ଏହି ଚାରୋଟି ଉପରେ ମଧ୍ୟ ସ୍ନେହ ଆସିଯାଉଛି । କେବେ କ୍ରୋଧ ଆସିଯାଉଛି, କେବେ
ମୋହ ଆସିଯାଉଛି । ଆମେ ଚାହୁଁନାହୁଁ ଯେ କିନ୍ତୁ ଆସିଯାଉଛି । କିନ୍ତୁ ବାପଦାଦା କହୁଛନ୍ତି ତୁମେ
ଆସିବାର ବାଟ ଖୋଲା ରଖିଛ ବୋଲି ତ ସେମାନେ ଆସୁଛନ୍ତି! ତେଣୁ ବାଟ କାହିଁକି ଖୋଲା ରଖିଛ? ନିଜର
ଦୁର୍ବଳତା ରୂପକ ଫାଟକ ଖୋଲା ରଖିଛ, ତେଣୁ ଦୁର୍ବଳତାର ଫାଟକ ଖୋଲା ରଖିବା ଅର୍ଥ ମାୟାକୁ
ନିମନ୍ତ୍ରଣ ଦେବା ।
ତେବେ ଆଜିର ଦିନରେ
ବାବାଙ୍କର ଏବଂ ନିଜର ଜନ୍ମ ଦିନ ତ ପାଳନ କରୁଛ କିନ୍ତୁ ଜନ୍ମ ହେବା ପରେ ଯେଉଁ ବ୍ରତକୁ ଧାରଣ
କରିବା ପାଇଁ ପ୍ରତିଜ୍ଞା କରିଛ ତାହା ମନେ ଅଛି ତ? ବାବା ତୁମକୁ ଜନ୍ମ ହେବା ମାତ୍ରକେ ପ୍ରଥମେ
ପ୍ରଥମେ କେଉଁ ବରଦାନ ଦେଇଛନ୍ତି, ମନେ ଅଛି ତ? ଜନ୍ମଦିନର ବରଦାନ ମନେ ଅଛି ତ? କ’ଣ ଦେଇଛନ୍ତି?
ପବିତ୍ର ଭବ, ଯୋଗୀ ଭବ । ସମସ୍ତଙ୍କୁ ବରଦାନ ମନେ ଅଛି ତ? ଭୁଲିଯାଇ ନାହଁ ତ? ତେବେ ପବିତ୍ର ଭବର
ବରଦାନ କେବଳ ଗୋଟିଏ ବିକାର ପାଇଁ ଦେଇ ନାହାଁନ୍ତି । ପାଞ୍ଚୋଟିଯାକ ବିକାର ପାଇଁ ଦେଇଛନ୍ତି ।
ତେଣୁ ଆଜି ବାପଦାଦା କ’ଣ ଚାହୁଁଛନ୍ତି? ଜନ୍ମ ଦିନ ପାଳନ କରିବା ପାଇଁ ଆସିଛ ନା! ବାବାଙ୍କର ମଧ୍ୟ
ଜନ୍ମ ଦିନ ପାଳନ କରିବା ପାଇଁ ଆସିଛ ନା! ଯେହେତୁ ଶିବରାତ୍ରି ପାଳନ କରିବା ପାଇଁ ଆସିଛ, ତେଣୁ
ଜନ୍ମ ଦିନର ଉପହାର ମଧ୍ୟ ଆଣିଛ ନା ଖାଲି ହାତରେ ଆସିଛ? ଏବେ ତ ସ୍ଥାପନାର ୭୦ ବର୍ଷ ସମାପ୍ତ
ହେବାକୁ ଯାଉଛି । ମନେ ଅଛି ତ! ବିଚାର କର ୭୦ ବର୍ଷ, ହୁଏତ ତୁମେମାନେ ପଛରେ ଆସି ଥାଇ ପାର କିନ୍ତୁ
ସ୍ଥାପନାକୁ ତ ୭୦ ବର୍ଷ ହୋଇଗଲାଣି ନା! ଏବେ ଏବେ ଆସିଥିଲେ ମଧ୍ୟ ସ୍ଥାପନାର କର୍ତ୍ତବ୍ୟରେ ତ ତୁମେ
ସବୁ ସାଥୀ ଅଟ ନା! ଚାହେଁ ଆଜି ପ୍ରଥମଥର ପଛକେ ଆସିଥାଅ କିନ୍ତୁ ସାଥୀ ତ ଅଟ ନା! ତେବେ ଯେଉଁମାନେ
ପ୍ରଥମ ଥର ମିଳନ କରିବା ପାଇଁ ମଧୁବନକୁ ଆସିଛନ୍ତି ସେମାନେ ଲମ୍ବା ହାତ ଉଠାଅ । ଆଚ୍ଛା । ତୁମ
ସମସ୍ତଙ୍କୁ ହୁଏ ତ ଏବେ ମାତ୍ର ଏକ ବର୍ଷ ହୋଇଥିବ, ଦୁଇବର୍ଷ ହୋଇଥିବ କିନ୍ତୁ ନିଜକୁ କ’ଣ ବୋଲାଉଛ?
ବ୍ରହ୍ମାକୁମାରୀ, ବ୍ରହ୍ମାକୁମାର, ନା ପୁରୁଷାର୍ଥୀ କୁମାରୀ ପୁରୁଷାର୍ଥୀ କୁମାର? କ’ଣ ବୋଲାଉଛ?
କେହି ନିଜକୁ ପୁରୁଷାର୍ଥୀ କୁମାର କହୁଛ କି? ବ୍ରହ୍ମାକୁମାର ର ଦସ୍ତଖତ କରୁଛ ନା! ସମସ୍ତେ ବି.କେ.
ଲେଖୁଛ ନା ପି.କେ. ଲେଖୁଛ? ପୁରୁଷାର୍ଥୀ କୁମାର ଲେଖୁଛ? ତେବେ ତୁମେମାନେ ପ୍ରତିଜ୍ଞା କ’ଣ କରିଛ?
ସାଥୀ ହୋଇ ରହିବୁ, ସାଥୀରେ ଯିବୁ, ଯୁଗଳ ହୋଇ ରହିବୁ, ତେବେ ଯୁଗଳ ହେବା ପାଇଁ ତ ସମାନତା ଦରକାର
ନା!
ଆଜିର ୭୦ ବର୍ଷର ଉତ୍ସବକୁ
ତ ପାଳନ କରି କରି ଆସୁଛ । ବାପଦାଦା ଦେଖୁଛନ୍ତି ଯେଉଁ ସବୁ ଜୋନ ଗୁଡିକର ସେବାର ଟର୍ଣ୍ଣ ପଡୁଛି
ସେମାନେ ୭୦ ବର୍ଷର ସମ୍ମାନ ସମାରୋହ ପାଳନ କରୁଛନ୍ତି । ସମସ୍ତେ ପାଳନ କରୁଛନ୍ତି ନା! କେବଳ ଛୋଟ
ଛୋଟ ଉପହାର ସବୁ ଦେଇଦେଉଛନ୍ତି, ବାସ୍, କିନ୍ତୁ ଆଜି ଗୋଟିଏ ହେଲା ଜନ୍ମ ଦିନ ଯାହାକୁ ପାଳନ
କରିବା ପାଇଁ ଆସିଛ, ଏହା ତ ପକ୍କା ଅଟେ ନା? ଏବଂ ଦ୍ୱିତୀୟରେ ୭୦ ବର୍ଷ ସମାପ୍ତ ହେଉଥିବା କାରଣରୁ
ସମ୍ମାନ ସମାରୋହ ମଧ୍ୟ ପାଳନ କରୁଛ । ଯେହେତୁ ଜନ୍ମ ଦିନ ମଧ୍ୟ ପାଳନ କରୁଛ, ତେଣୁ ଏଥିରେ ଉପହାର
କ’ ଣ ଦେବ? କ’ଣ ଟ୍ରେ ଦେଇ ଦେବ, ଚାଦର ଦେଇ ଦେବ...? କ’ଣ ଉପହାର ଆଣିଛ? ଆଚ୍ଛା ଠିକ୍ ଅଛି
ଚାନ୍ଦିର ଗ୍ଲାସ୍ ଦେଇଦେବ! କିନ୍ତୁ ଆଜିର ଦିନରେ ବାପଦାଦାଙ୍କର ଆଶାର ପ୍ରଦୀପ ପିଲାମାନଙ୍କ ପ୍ରତି
ଶୁଭ ଆଶା ହେଲା ଶୁଣାଇବୁ, କ’ଣ ଆଶା ବାପଦାଦା ରଖିଛନ୍ତି? ତେବେ ଶୁଣାଇବା ବା କହିବାର ଅର୍ଥ କ’ଣ?
ଗୋଟିଏ କାନରେ ଶୁଣିବା ଏବଂ ମନ ଭିତରେ ରଖିଦେବା, ଏଇଆ? ମନରୁ ପୋଛି ଦେଉଛ, ତାହା ବି ନୁହେଁ
କିନ୍ତୁ ମନ ଭିତରେ ହିଁ ରଖି ଦେଉଛ । ତେବେ ଆଜିର ଦିନରେ ସେହି ଶୁଭ ଆଶାଟିକୁ ଶୁଣାଇବୁ ତ? ପ୍ରଥମ
ଧାଡି ବାଲା କୁହ, ମୁଣ୍ଡ ହଲାଅ, ଟୀଚରମାନେ ମୁଣ୍ଡ ହଲାଅ । ଆଚ୍ଛା, ପତାକା ହଲାଉଛନ୍ତି । କ’ଣ
କହୁଛ ଡବଲ ବିଦେଶୀମାନେ, ଶୁଣାଇବୁ ତ? ନିଜକୁ ବାନ୍ଧିବାକୁ ପଡିବ, ଅର୍ଥାତ୍ ପ୍ରତିଜ୍ଞାବଦ୍ଧ
ହେବାକୁ ପଡିବ ତେବେ ହଁ କୁହ, ଏମିତି ହାଲୁକା ହାଲୁକା ହଁ କୁହନାହିଁ, କାହିଁକି ନା ୭୦ ବର୍ଷ
ପର୍ଯ୍ୟନ୍ତ ବାପଦାଦା ମଧ୍ୟ ଅବହେଳା ପଣିଆ, ବାହାନାବାଜୀ ଏବଂ ଆଳସ୍ୟର ଖେଳ ବହୁତ ଦେଖିସାରିଲେଣି
। ଆଚ୍ଛା ଠିକ୍ ଅଛି ୭୦ ନ ହେଲେ ୫୦ ହେଉ ବା ୪୦ ହେଉ ବା ୩୦ ବା ୨୦ ବର୍ଷ ମଧ୍ୟ ହେଉ କିନ୍ତୁ
ଏତିକି ସମୟ ତ ପିଲାମାନଙ୍କର ଏହି ତିନୋଟି ଖେଳ ଖୁବ୍ ଦେଖି ସାରିଲୁଣି ନା! ତେଣୁ ଆଜିର ଦିନରେ
ଭକ୍ତମାନେ ତ ଜାଗରଣ କରୁଛନ୍ତି, ଶୋଉ ନାହାଁନ୍ତି, ତେବେ ତୁମମାନଙ୍କର ଜାଗରଣ କ’ଣ? କେଉଁ
ନିଦ୍ରାରେ ବାରମ୍ବାର ଶୋଇ ପଡୁଛ? ଅବହେଳାପଣିଆ, ଆଳସ୍ୟ ଏବଂ ବାହାନାବାଜୀର ନିଦ୍ରାରେ ଆରାମରେ
ଶୋଇ ପଡୁଛ । ତେଣୁ ଆଜି ବାପଦାଦା ଏହି ତିନୋଟି କଥାର ସବୁ ସମୟରେ ଜାଗରଣ ଦେଖିବାକୁ ଚାହୁଁଛନ୍ତି
। କେବେ ବି ଦେଖ ଯଦି କ୍ରୋଧ ଆସୁଛି ବା ଲୋଭ ଆସୁଛି ବା ଅଭିମାନ ଆସୁଛି ତେବେ ଏହାର କାରଣ କ’ଣ
ଶୁଣାଉଛ? ଏଥିରେ ବାପଦାଦାଙ୍କୁ ଗୋଟିଏ ଟେଡ୍ମାର୍କ ଅର୍ଥାତ୍ ବିଶେଷ କଥା ଦେଖିବାକୁ ମିଳୁଛି, ଯଦି
କୌଣସି କଥା ଆସୁଛି ତେବେ କ’ଣ କହୁଛ - ଏମିତି ତ ଚାଲି ଆସୁଛି.... ତେବେ ଜଣା ନାହିଁ କିଏ ଏହାକୁ
ଚଲାଇଛି? ଏହା କ’ଣ କିଛି ନୂଆ କଥା କି, ଏମିତି ତ ହୋଇଆସୁଛି । ତେବେ ଏହାକୁ କ’ଣ କୁହାଯିବ? କ’ଣ
ଏହା ଅବହେଳା ପଣିଆ ନୁହେଁ କି? ଇଏ ବି ତ କରୁଛି, ଅଧିକାଂଶ ପିଲା କ୍ରୋଧରୁ ରକ୍ଷା ପାଇବା ପାଇଁ
କହୁଛନ୍ତି ସେ ଏହିଭଳି କରିଲା ତେଣୁ କ୍ରୋଧ ଆସିଲା । ମୁଁ ଭୁଲ୍ କରିଛି, ଏକଥା କହୁନାହାଁନ୍ତି ।
ସିଏ ଏମିତି କରିଲା, ଏପରି ହେଲା ସେଥିପାଇଁ ହେଲା । ତେବେ ଅନ୍ୟ ଉପରେ ଦୋଷ ରଖିଦେବା ବହୁତ ସହଜ
ଅଟେ । ଇଏ ଯଦି ଏପରି ନ କରିବ ତେବେ ଏପରି ହେବ ନାହିଁ । କିନ୍ତୁ ବାବା ଯାହା କହିଛନ୍ତି ତାହା
ହେବ ନାହିଁ । ସେ ଯଦି ଏହିପରି କରିବ ତେବେ ଠିକ୍ ହୋଇଯିବ । ତେବେ କ’ଣ ବାବାଙ୍କର ଶ୍ରୀମତ
ଅନୁସାରେ କ୍ରୋଧକୁ ସମାପ୍ତ କରିପାରିବ ନାହିଁ? ଆଜିକାଲି ତ କ୍ରୋଧର ସନ୍ତାନ ରୋବାବ୍ ଦେଖାଇବା
ମଧ୍ୟ ବହୁତ ହେଉଛି, ତାହା ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଅଛି । ତେବେ କ’ଣ ଆଜି ଚାରୋଟି ଯାକର
ବ୍ରତ ନେବ ତ? ଯେପରି ପ୍ରଥମ ବିକାର ପାଇଁ ବିଶେଷ ଭାବରେ ଅଧିକାଂଶ ପିଲା ଦୃଢ ସଂକଳ୍ପ କରିଛନ୍ତି
। ସେହିପରି ଦୃଢ ସଂକଳ୍ପ କ’ଣ ଅନ୍ୟ ଚାରୋଟି ବିକାର ପାଇଁ କରିବ ନାହିଁ! କିନ୍ତୁ ଏପରି ବାହାନା
କରିବ ନାହିଁ ଯେ ସେ ଏପରି କରିଲା ସେଥିପାଇଁ ମୋ’ର ଆସିଗଲା, ତେବେ ବାବା ଯେଉଁ କଥା ବାରମ୍ବାର
ଚାହୁଁଛନ୍ତି, କହୁଛନ୍ତି, ତାକୁ ଭୁଲି ଯାଉଛ କିନ୍ତୁ ସିଏ କ’ଣ କରିଲା ସେ କଥା ମନେ ରହୁଛି । ତେଣୁ
ଏହା ବାହାନାବାଜୀ ହେଲା ନା! ତେଣୁ ଆଜି ବାପଦାଦା ଜନ୍ମ ଦିନର ଉପହାର ଚାହୁଁଛନ୍ତି, ଏହି ତିନୋଟି
କଥା ଯାହାକି ଚାରୋଟିଯାକ ବିକାରକୁ ହାଲୁକା କରିଦେଉଛି । ତେବେ ସଂସ୍କାରର ସାମନା ତ କରିବାକୁ ହିଁ
ପଡିବ, ଏହା ସଂସ୍କାରର ସାମନା କରିବା ନୁହେଁ କିନ୍ତୁ ତୁମ ପାଇଁ ପରୀକ୍ଷା ଅଟେ । କେବଳ ଏହି
ଗୋଟିଏ ଜନ୍ମର ପାଠପଢା ଏବଂ ସାରା କଳ୍ପର ପ୍ରାପ୍ତି, ଅଧାକଳ୍ପ ରାଜ୍ୟ ଭାଗ୍ୟ, ଅଧାକଳ୍ପ ପୂଜ୍ୟ ।
ସାରା କଳ୍ପର ପ୍ରାପ୍ତି କେବଳ ଗୋଟିଏ ଜନ୍ମରେ, ତାହା ମଧ୍ୟ କେତେ ଛୋଟିଆ ଜନ୍ମ । ପୂରା ଜନ୍ମ ବା
ପୂରା ଜୀବନ ମଧ୍ୟ ନୁହେଁ, ଛୋଟିଆ ଜନ୍ମ ଅର୍ଥାତ୍ ଅଳ୍ପ ସମୟ । ତେବେ କ’ଣ ସାହସ ଅଛି ତ? ଯେଉଁମାନେ
ଭାବୁଛନ୍ତି ଆମେ ନିଶ୍ଚିତ ସାହସ ରଖିବୁ, ଏମିତି ନୁହେଁ ଯେ ପୁରୁଷାର୍ଥ କରିବୁ, ଧ୍ୟାନ ଦେବୁ...
ଏଭଳି ସାହସ ରଖିବା ଦରକାର ନାହିଁ । ତୁମେମାନେ ଛୋଟ ପିଲା ନୁହେଁ, ୭୦ ବର୍ଷ ଶେଷ ହେବାକୁ ଯାଉଛି
। ତିନି ଚାରି ମାସର ପିଲା ନୁହେଁ ଯେ ଏହିଭଳି କହିବ । ତୁମେମାନେ ତ ବାବାଙ୍କର ସାଥୀ ଅଟ ନା! ବିଶ୍ୱ
କଲ୍ୟାଣକାରୀ ଅଟ, ତାହା ମଧ୍ୟ ୭୦ ବର୍ଷ ଶେଷ ହେବାକୁ ଯାଉଛି । ବାପଦାଦା ଏଥିରେ ହାତ ଉଠା କରାଉ
ନାହାଁନ୍ତି କାହିଁକି ନା ବାପଦାଦା ଦେଖିଛନ୍ତି ହାତ ଉଠାଇବା ପରେ ମଧ୍ୟ କେବେ କେବେ ପିଲାମାନେ
ବେପରୁଆ ହୋଇଯାଉଛନ୍ତି । ତେବେ କ’ଣ ଭାବୁଛ ଯାହା ବି ହୋଇଯାଉ, ପାହାଡ ଭଳି ପରୀକ୍ଷା ମଧ୍ୟ ଆସୁ
କିନ୍ତୁ ପାହାଡକୁ ମଧ୍ୟ ତୁଳା କରିଦେବୁ, ଏହିଭଳି ଦୃଢ ସଂକଳ୍ପ କରିବାର ସାହସ ଅଛି ତ! କାହିଁକି
ନା ସଂକଳ୍ପ ମଧ୍ୟ ବହୁତ ଭଲ ଭଲ କରୁଛ, ଯେତେବେଳେ ସଂକଳ୍ପ କରୁଛ ବାପଦାଦା ମଧ୍ୟ ଖୁସି
ହୋଇଯାଉଛନ୍ତି । କିନ୍ତୁ କ’ଣ ହେବ, ୭୦ ବର୍ଷ ତ ହାଲୁକାରେ ଛାଡିଦେଲେ କିନ୍ତୁ ଏବେ ବାପଦାଦା
ଦେଖୁଛନ୍ତି ଯେ ସମୟ ଉପରେ କିଛି ଭରସା ନାହିଁ ଏବଂ ଜ୍ଞାନ ଆଧାରରେ ଦେଖିବାକୁ ଗଲେ ସବୁ ପ୍ରକାରର
ପୁରୁଷାର୍ଥରେ ବହୁତ କାଳର ହିସାବ ମଧ୍ୟ ରହିଛି । ଆଚ୍ଛା, ଏବେ ଏବେ କରିନେବ କିନ୍ତୁ ବହୁତ କାଳର
ହିସାବ ମଧ୍ୟ ରହିଛି, କାହିଁକି ନା ସମସ୍ତେ ପ୍ରାପ୍ତି କେଉଁ ଭଳି ଚାହୁଁଛନ୍ତି । ଏବେ ହାତ ଉଠା
କରାଇବା, କେହି ରାମ ସୀତା ହେବ କି? ଯେଉଁମାନେ ରାମ ସୀତା ହେବାକୁ ଚାହୁଁଛନ୍ତି ସେମାନେ ହାତ
ଉଠାଅ, ରାଜତ୍ୱ ମିଳିବ । କେହି କେହି ହାତ ଉଠାଉଛନ୍ତି - ରାମ ସୀତା ହେବ ତ? ଲକ୍ଷ୍ମୀ-ନାରାୟଣ
ହେବ ନାହିଁ? ଡବଲ ବିଦେଶୀଙ୍କ ଭିତରେ କେହି ହାତ ଉଠାଉଛନ୍ତି କି? (କେହି ନାହାଁନ୍ତି) ଯେବେକି
ବହୁତ କାଳର ଭାଗ୍ୟ ପ୍ରାପ୍ତ କରିବା ପାଇଁ ଚାହୁଁଛ, ଲକ୍ଷ୍ମୀ-ନାରାୟଣ ହେବା ଅର୍ଥ ବହୁତ କାଳର
ରାଜ୍ୟ ଭାଗ୍ୟ ପ୍ରାପ୍ତ କରିବା । ତେବେ ବହୁତ କାଳର ପ୍ରାପ୍ତି ଯଦି କରିବ ତେବେ ସବୁ କଥାରେ ବହୁତ
କାଳ ତ ଦରକାର ନା! ଏବେ ଯେପରି ୬୩ ଜନ୍ମର ବହୁତ କାଳର ସଂସ୍କାର ରହିଛି ତେଣୁ କହୁଛ ନା, ମୋ’ର
ଉଦ୍ଦେଶ୍ୟ ନୁହେଁ କି ଭାବନା ମଧ୍ୟ ନୁହେଁ କିନ୍ତୁ ୬୩ ଜନ୍ମର ସଂସ୍କାର ଅଟେ ନା, ତେଣୁ ବହୁତ
କାଳର ହିସାବ ହେଲା ନା । ସେଥିପାଇଁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ସଂକଳ୍ପରେ ଦୃଢତା ରହିବା
ଦରକାର, କାରଣ ଦୃଢତାରେ ହିଁ କମୀ ରହିଯାଉଛି, ହୋଇ ହିଁ ଯିବ... ଚଳିଯିବ... ଚଳାଇ ଦିଅ, କିଏ
ହେଲାଣି, ଆଉ ଗୋଟିଏ ବହୁତ ଭଲ କଥା ଯାହାକି ସମସ୍ତଙ୍କୁ ଜଣା ଅଛି, ବାପଦାଦା ମଧ୍ୟ ତୁମର କଥା ସବୁ
ନୋଟ୍ କରୁଛନ୍ତି ନା, ଯଦି ନିଜର ସାହସ ନ ଥିବ ତେବେ କହିବେ ମହାରଥୀମାନେ ମଧ୍ୟ ଏହିଭଳି କରୁଛନ୍ତି,
ମୁଁ କରିଦେଲି ତ କ’ଣ ହେଲା? କିନ୍ତୁ ବାପଦାଦା ପଚାରୁଛନ୍ତି ଯେ ଯେଉଁ ସମୟରେ ମହାରଥୀ ଆତ୍ମା
କୌଣସି ଭୁଲ କାମ କରୁଛି ସେତେବେଳେ କ’ଣ ତାକୁ ମହାରଥୀ କୁହାଯିବ କି? ତେଣୁ ମହାରଥୀ ନାମକୁ
କାହିଁକି ଖରାପ କରୁଛ? ସେତେବେଳେ ତ ସିଏ ମହାରଥୀ ହିଁ ନୁହେଁ । ତେଣୁ ମହାରଥୀ କହି ନିଜକୁ
ଦୁର୍ବଳ କରିଦେବା ଏହା ନିଜକୁ ଧୋକା ଦେବା ଅଟେ । ଅନ୍ୟକୁ ଦେଖିବା ବହୁତ ସହଜ କିନ୍ତୁ ନିଜକୁ
ଦେଖିବା ପାଇଁ ଟିକିଏ ସାହସ ଦରକାର । ତେଣୁ ଆଜି ବାପଦାଦା ହିସାବର କିତାବ ଅର୍ଥାତ୍ ଖାତାକୁ
ସମାପ୍ତ କରିବାର ଉପହାର ନେବା ପାଇଁ ଆସିଛନ୍ତି । ଦୁର୍ବଳତା ଏବଂ ବାହାନାବାଜୀର ହିସାବ-କିତାବର
ଖାତା ବହୁତ ବଡ ଅଟେ, ତେଣୁ ତାକୁ ସମାପ୍ତ କରିବାକୁ ହେବ । ତେଣୁ ପ୍ରତ୍ୟେକ ସନ୍ତାନ ଯେଉଁମାନେ
ଭାବୁଛନ୍ତି ଯେ ଆମେ କରି ଦେଖାଇବୁ, କରିବାକୁ ହିଁ ହେବ, ନଇଁବାକୁ ହିଁ ହେବ, ପରିବର୍ତ୍ତନ ହେବାକୁ
ହିଁ ପଡିବ, ପରିବବର୍ତ୍ତନ ସମାରୋହ ପାଳନ କରିବାକୁ ହିଁ ପଡିବ, ଏଥିରେ ଯେଉଁମାନେ ଭାବୁଛନ୍ତି ଆମେ
ଦୃଢ ସଂକଳ୍ପ କରିବୁ ସେମାନେ ହାତ ଉଠାଅ । କ’ଣ ଦୃଢ ନା ଚାଲୁ? ତେବେ ଚାଲୁ ସଂକଳ୍ପ ମଧ୍ୟ
କରିଥାଆନ୍ତି, ଦୃଢ ସଂକଳ୍ପ ମଧ୍ୟ କରିଥାଆନ୍ତି । କ’ଣ ତୁମେ ସବୁ ଦୃଢ ସଂକଳ୍ପର ହାତ ଉଠାଇଛ ତ?
ଦୃଢ ତ? ମଧୁବନବାଲା ବଡ ହାତ ଉଠାଅ । ଏଠାରେ ସମ୍ମୁଖରେ ମଧୁବନ ନିବାସୀ ବସନ୍ତି, ବହୁତ ପାଖରେ
ବସିବାର ସୁଯୋଗ ମିଳୁଛି । ପ୍ରଥମ ସିଟ୍ ମଧୁବନବାଲାଙ୍କୁ ମିଳୁଛି, ବାପଦାଦା ଖୁସି ହେଉଛନ୍ତି ।
ପ୍ରଥମରେ ବସିଛ, ତେଣୁ ପ୍ରଥମ ହୋଇ ରହିବ ।
ତେବେ ଆଜିର ଉପହାରଟି ତ
ବଢିଆ ଅଟେ ନା । ବାପଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି କାହିଁକି ନା ଏଥିରେ ତୁମେମାନେ ଏକା ନାହଁ,
ତୁମ ପଛରେ ତୁମର ରାଜଧାନୀର ରାଜ ପରିବାରବାଲା ମଧ୍ୟ ଅଛନ୍ତି, ତୁମମାନଙ୍କର ରୟାଲ୍ ପ୍ରଜା ତଥା
ଦ୍ୱାପର ଯୁଗଠାରୁ ଭକ୍ତମାନେ ମଧ୍ୟ ଅଛନ୍ତି, ସତୋ, ରଜୋ, ତମୋଗୁଣୀ ତିନି ପ୍ରକାରର ଭକ୍ତ ଅଛନ୍ତି,
ତେଣୁ ତୁମ ପଛରେ ଗୋଟିଏ ଲମ୍ବା ଧାଡି ରହିଛି । ଯାହା ତୁମେ କରିବ ତୁମ ପଛବାଲା ମଧ୍ୟ ସେଇଆ କରିବେ
। ତୁମେ ଯଦି ବାହାନାବାଜୀ କରିବ ତେବେ ତୁମର ଭକ୍ତମାନେ ମଧ୍ୟ ବହୁତ ବାହାନାବାଜୀ କରିବେ । ଏବେ ତ
ବ୍ରାହ୍ମଣ ପରିବାରବାଲା ମଧ୍ୟ ତୁମକୁ ଦେଖି ସେହିଭଳି କରିବେ, କାରଣ ଓଲଟା କଥାଗୁଡିକୁ କପୀ
କରିବାର ତ ସମସ୍ତେ ବୁଦ୍ଧିମାନ ଅଟନ୍ତି ନା । ତେଣୁ ଏବେ ହିଁ ଦୃଢ ସଂକଳ୍ପରେ ସଂସ୍କାରର ଟକ୍କର
ପଛକେ ହେଉ, ସ୍ୱଭାବର ମତଭେଦ ମଧ୍ୟ ହେଉ, ଆଉ ଗୋଟିଏ କଥା ଯାହାକୁ ଦୁର୍ବଳ ଆତ୍ମାମାନେ କହିଥାଆନ୍ତି,
କିଏ ଯଦି କେଉଁ କଥାରେ ମିଛ କହିଦେଲା, ତେବେ ଅନେକ ପିଲା କହିଥାଆନ୍ତି ଆମକୁ ମିଛ କଥା ଉପରେ ବହୁତ
କ୍ରୋଧ ଆସିଥାଏ । କିନ୍ତୁ ସଚ୍ଚା ବାବାଙ୍କର ଜ୍ଞାନ ଆଧାରରେ ତାକୁ ପରଖି ନିଅ, ସଚ୍ଚା ବାବା ତ
ତୁମ ସାଥୀରେ ଅଛନ୍ତି, ତେଣୁ ସାରା ମିଛ ଦୁନିଆ ଯଦି ଗୋଟିଏ ପଟରେ ରହିବ ଏବଂ ଏକମାତ୍ର ବାବା ତୁମ
ସାଥୀରେ ଥିବେ, ତେବେ ତୁମର ବିଜୟ ତ ସୁନିଶ୍ଚିତ ଅଟେ । କେହି ବି ତୁମକୁ ହଲଚଲ୍ କରିପାରିବ ନାହିଁ,
କାହିଁକି ନା ବାବା ତୁମ ସାଥୀରେ ଅଛନ୍ତି । ଯଦି କହୁଛ ତାହା ମିଥ୍ୟା ଅଟେ, ତେବେ ମିଥ୍ୟାକୁ
ମିଥ୍ୟା ଭାବି ଛାଡିଦିଅ, ଆଗକୁ କାହିଁକି ବଢାଉଛ! ତେଣୁ ବାବାଙ୍କୁ ଏସବୁ ବାହାନାବାଜୀ ଆଦୌ ଭଲ
ଲାଗୁ ନାହିଁ, ଏମିତି ହେଲା, ଏଇଆ ହେଲା, ସେଇଆ ହେଲା... ଏମିତି ସେମିତିର ଗୀତ ଏବେ ସମାପ୍ତ ହେବା
ଉଚିତ୍ । ଭଲ ହେଲା, ଭଲ ହେବ, ଭଲ ହୋଇ ରହିବୁ ସମସ୍ତଙ୍କୁ ଭଲ କରିବୁ । ଭଲ, ଭଲ, ଭଲର ଗୀତ ଗାଅ ।
କ’ଣ ପସନ୍ଦ ତ? ପସନ୍ଦ ତ? ବାହାନାବାଜୀକୁ ସମାପ୍ତ କରିବ ତ? କରିବ ତ? ଦୁଇଟିଯାକ ହାତ ଉଠାଅ ।
ହଁ, ଭଲ ଭାବରେ ହାତ ହଲାଅ । ଆଚ୍ଛା! ଦେଖିବାବାଲା ମଧ୍ୟ ହାତ ହଲାଉଛନ୍ତି । ଯିଏ ଯେଉଁଠି ବି
ଦେଖୁଥାଅ ସେଠାରେ ହାତ ହଲାଅ । ତୁମେମାନେ ତ ହାତ ହଲାଉଛ, ଆଚ୍ଛା । ଏବେ ହାତ ତଳକୁ କର, ଏବେ
ନିଜର ପରିବର୍ତ୍ତନ ପାଇଁ ତାଳି ବଜାଅ । (ସମସ୍ତେ ଜୋର୍ ସୋର୍ରେ ତାଳି ବଜାଇଲେ) ଆଚ୍ଛା!
ଏବେ ପ୍ରତ୍ୟେକ ସନ୍ତାନ
ଗୋଟିଏ ମିନିଟ୍ ପାଇଁ ଦୃଢ ସଂକଳ୍ପ ସ୍ୱରୂପରେ ବସ ଯେ ବାହାନାବାଜୀ, ଆଳସ୍ୟ ଏବଂ ଅବହେଳାପଣିଆକୁ
ସବୁ ସମୟରେ ଦୃଢ ସଂକଳ୍ପ ଦ୍ୱାରା ସମାପ୍ତ କରି ବହୁତ କାଳର ହିସାବ ଜମା କରିବାକୁ ହିଁ ହେବ । ଯାହା
ବି ହୋଇଯାଉ, କିଛି ବି ଦେଖିବୁ ନାହିଁ କିନ୍ତୁ ବାବାଙ୍କର ହୃଦୟ ସିଂହାସନ ଅଧିକାରୀ ନିଶ୍ଚିତ ହେବୁ,
ବିଶ୍ୱର ରାଜ୍ୟ ସିଂହାସନର ଅଧିକାରୀ ନିଶ୍ଚିତ ହେବୁ । ଏହିଭଳି ଦୃଢ ସଂକଳ୍ପ ସ୍ୱରୂପରେ ସମସ୍ତେ
ବସ । ଆଚ୍ଛା! ଚାରିଆଡର ସର୍ବଦା ଉମଙ୍ଗ-ଉତ୍ସାହର ଅନୁଭବରେ ରହୁଥିବା, ସର୍ବଦା ଦୃଢତା ଦ୍ୱାରା
ସଫଳତାର ଚାବୀକୁ କାର୍ଯ୍ୟରେ ଲଗାଉଥିବା, ସର୍ବଦା ବାବାଙ୍କର ସଙ୍ଗ ଏବଂ ସବୁ କାର୍ଯ୍ୟରେ ସାଥୀ
ହୋଇ ରହୁଥିବା, ସର୍ବଦା ଏକନାମୀ, ଇକୋନମୀ ଏବଂ ଏକାଗ୍ରତା ସ୍ୱରୂପରେ ଆଗକୁ ଆଗକୁ ଉଡି ଚାଲୁଥିବା
ବାପଦାଦାଙ୍କର ଅତି ଗେହ୍ଲା, ସିକିଲଧେ ବିଶେଷ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ନମସ୍ତେ ।
ବରଦାନ:-
ସର୍ବ ବିନାଶୀ
ଇଚ୍ଛାଗୁଡିକୁ ତ୍ୟାଗ କରୁଥିବା ସଚ୍ଚା ତପସ୍ୱୀ ମୂରତ ହୁଅ ।
ବିନାଶୀ ଇଚ୍ଛା ଗୁଡିକୁ
ତ୍ୟାଗ କରି ସଚ୍ଚା ସଚ୍ଚା ତପସ୍ୱୀ ମୂରତ ହୁଅ । ତପସ୍ୱୀ ମୂରତର ଅର୍ଥ ହେଲା ବିନାଶୀ ଇଚ୍ଛା
ମାତ୍ରର ଅବିଦ୍ୟା ସ୍ୱରୂପ । ଯିଏ କିଛି ନେବା ପାଇଁ ସଂକଳ୍ପ କରିଥାଏ ସେ ଅଳ୍ପକାଳ ପାଇଁ ନେଇଥାଏ
କିନ୍ତୁ ସଦାକାଳ ପାଇଁ ହରାଇଥାଏ । ତେବେ ତପସ୍ୱୀ ହେବାରେ ଏହି ଅଳ୍ପକାଳର ଇଚ୍ଛା ଗୁଡିକ ହିଁ
ବିଶେଷ ବିଘ୍ନ ରୂପ ହୋଇଥାଏ, ସେଥିପାଇଁ ଏବେ ତପସ୍ୱୀମୂରତ ହେବାର ପ୍ରମାଣ ଦିଅ ଅର୍ଥାତ୍
ଅଳ୍ପକାଳର ମାନ-ଶାନ ପାଇବାର ଇଚ୍ଛାକୁ ତ୍ୟାଗ କରି ବିଧାତା ହୁଅ । ଯେତେବେଳେ ତୁମ ଭିତରେ ବିଧାତା
ପଣିଆର ସଂସ୍କାର ପ୍ରକଟ ହୋଇଯିବ, ସେତେବେଳେ ଅନ୍ୟ ସବୁ ସଂସ୍କାର ଗୁଡିକ ସ୍ୱତଃ ହିଁ ଦବିଯିବ ।
ସ୍ଲୋଗାନ:-
କର୍ମର ଫଳ
ପାଇବାର ସୂକ୍ଷ୍ମକାମନା ରଖିବା ମଧ୍ୟ ଫଳକୁ ପାଚିବା ପୂର୍ବରୁ ହିଁ ଖାଇଦେବା ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର । ପାପକଟେଶ୍ୱର ବା ପାପହରଣୀ ସେତେବେଳେ
ହୋଇପାରିବ, ଯେତେବେଳେ ତୁମର ଯୋଗ ଜ୍ୱାଳା ସ୍ୱରୂପ ହୋଇଯିବ । ଏହିଭଳି ଯୋଗ ଦ୍ୱାରା ଅନେକ
ଆତ୍ମାଙ୍କର ନିର୍ବଳତା ସମାପ୍ତ ହେବ । ଏଥିପାଇଁ ପ୍ରତି ମୂହୁର୍ତ୍ତରେ ଏବଂ ପ୍ରତି ନିଶ୍ୱାସରେ
ବାବା ଏବଂ ତୁମେ ଯୁଗଳ ରୂପରେ ରୁହ । କୌଣସି ବି ସମୟରେ ସାଧାରଣ ଯୋଗ ନ ହେଉ । ସ୍ନେହ ଏବଂ ଶକ୍ତି
ଦୁଇଟିଯାକ ସ୍ୱରୂପ ମିଳିତ ଭାବରେ ରହୁ ।