28.11.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମକୁ ଏକମାତ୍ର ବାବାଙ୍କଠାରୁ ହିଁ ଶୁଣିବାକୁ ହେବ ଏବଂ ନିଜେ ଶୁଣିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାକୁ ହେବ ।”

ପ୍ରଶ୍ନ:-
ବାବା ତୁମମାନଙ୍କୁ କେଉଁ ଜ୍ଞାନ ଦେଇଛନ୍ତି, ଯାହାକୁ ଅନ୍ୟମାନଙ୍କୁ ଶୁଣାଇବାକୁ ପଡ଼ିବ?

ଉତ୍ତର:-
ବାବା ତୁମମାନଙ୍କୁ ଜ୍ଞାନ ଦେଇଛନ୍ତି ଯେ ତୁମେ ଆତ୍ମାମାନେ ସମସ୍ତେ ଭାଇ-ଭାଇ ଅଟ । ତୁମକୁ ଏକମାତ୍ର ବାବାଙ୍କ ସ୍ମୃତିରେ ରହିବାକୁ ହେବ । ଏହି କଥାକୁ ତୁମେମାନେ ସମସ୍ତଙ୍କୁ ଶୁଣାଅ, କାହିଁକି ନା ତୁମକୁ ସମଗ୍ର ବିଶ୍ୱର ଆତ୍ମା ଭାଇମାନଙ୍କର କଲ୍ୟାଣ କରିବାକୁ ହେବ । ତୁମେମାନେ ହିଁ ଏହି ସେବାର ନିମିତ୍ତ ଅଟ ।

ଓମ୍ ଶାନ୍ତି ।
ବାସ୍ତବରେ ଓମ୍ ଶାନ୍ତି ବୋଲି କାହିଁକି କୁହାଯାଇଥାଏ? ଏହା ଆତ୍ମାର ପରିଚୟ, ଆତ୍ମାର ପରିଚୟ ଆତ୍ମା ହିଁ ଦେଉଛି । ଶରୀର ଦ୍ୱାରା ଆତ୍ମା ହିଁ କଥାବାର୍ତ୍ତା କରୁଛି । ଆତ୍ମା ବିନା ତ ଶରୀର କିଛି କରିପାରିବ ନାହିଁ । ତେଣୁ ଆତ୍ମା ଏହିଭଳି ନିଜର ପରିଚୟ ଦେଉଛି । ମୁଁ ଆତ୍ମା ପରମପିତା ପରମାତ୍ମାଙ୍କର ସନ୍ତାନ । ସେମାନେ ତ କହି ଦେଉଛନ୍ତି, ଅହମ୍ ଆତ୍ମା ସୋ ପରମାତ୍ମା । ତୁମକୁ ଏହି ସବୁ କଥା ବୁଝାଯାଉଛି । ବାବା ତ ତୁମକୁ ସନ୍ତାନ ବୋଲି କହିବେ ନା । ଆତ୍ମିକ ବାବା କହୁଛନ୍ତି - ହେ ଆତ୍ମିକ ସନ୍ତାନମାନେ, ଏହି କର୍ମେନ୍ଦ୍ରିୟ ଦ୍ୱାରା ତୁମେମାନେ ବୁଝୁଛ । ବାବା ବୁଝାଉଛନ୍ତି ପ୍ରଥମେ ଜ୍ଞାନ, ଜ୍ଞାନ ପରେ ପୁଣି ଭକ୍ତି । ଏପରି ନୁହେଁ ଯେ ପ୍ରଥମେ ଭକ୍ତି, ପଛରେ ଜ୍ଞାନ । ପ୍ରଥମେ ଜ୍ଞାନ ଦିନ, ଭକ୍ତି ହେଉଛି ରାତି । ପୁନଃ ଦିନ କେବେ ଆସିବ? ଯେତେବେଳେ ଭକ୍ତି ପ୍ରତି ବୈରାଗ୍ୟ ଆସିବ । ଏ କଥା ତୁମମାନଙ୍କ ବୁଦ୍ଧିରେ ରହିବା ଉଚିତ୍ । ଜ୍ଞାନ ଏବଂ ବିଜ୍ଞାନ ଦୁଇଟି କଥା ଅଟେ ନା । ଏବେ ତୁମେମାନେ ଜ୍ଞାନର ପାଠ ପଢ଼ୁଛ । ପୁଣି ସତ୍ୟଯୁଗ ତ୍ରେତା ଯୁଗରେ ତୁମମାନଙ୍କୁ ଜ୍ଞାନର ପ୍ରାରବ୍ଧ ମିଳିବ । ବର୍ତ୍ତମାନ ବାବା ଜ୍ଞାନ ଦେଉଛନ୍ତି ଯାହାର ପ୍ରାରବ୍ଧ ପୁଣି ସତ୍ୟଯୁଗରେ ମିଳିବ । ଏ ସବୁ ବୁଝିବାର କଥା ନା । ଏବେ ବାବା ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି । ତୁମେମାନେ ଜାଣିଛ, ପୁଣି ଆମେ ଜ୍ଞାନଠାରୁ ଉର୍ଦ୍ଧ୍ୱ ବିଜ୍ଞାନ ଅର୍ଥାତ୍ ନିଜର ଘର ଶାନ୍ତିଧାମକୁ ଯିବୁ । ଶାନ୍ତିଧାମକୁ ନା ଜ୍ଞାନ ନା ଭକ୍ତି କୁହାଯିବ । ତାକୁ ବିଜ୍ଞାନ କୁହାଯାଉଛି । ତୁମେ ଜ୍ଞାନରୁ ଉର୍ଦ୍ଧ୍ୱକୁ ଶାନ୍ତିଧାମକୁ ଚାଲିଯାଉଛ । ଏହି ସବୁ ଜ୍ଞାନକୁ ବୁଦ୍ଧିରେ ରଖିବାକୁ ହେବ । ବାବା ଜ୍ଞାନ ଦେଉଛନ୍ତି - କେଉଁ ସ୍ଥାନକୁ ଯିବା ନିମନ୍ତେ? ଭବିଷ୍ୟତ ନୂଆ ଦୁନିଆକୁ ଯିବା ପାଇଁ ଜ୍ଞାନ ଦେଉଛନ୍ତି । ନୂଆ ଦୁନିଆକୁ ଯିବ କିନ୍ତୁ ପ୍ରଥମେ ନିଜର ଘରକୁ ନିଶ୍ଚିତ ଯିବ । ମୁକ୍ତିଧାମକୁ ଯିବାକୁ ହେବ । ଆତ୍ମାମାନେ ଯେଉଁଠି ନିବାସ କରନ୍ତି ସେଠାକୁ ତ ନିଶ୍ଚିତ ଯିବେ ନା । ଏହି ନୂଆ ନୂଆ କଥା ତୁମେମାନେ ହିଁ ଶୁଣୁଛ, ଆଉ କେହି ଏ କଥା ବୁଝିପାରିବେ ନାହିଁ । ତୁମେମାନେ ଜାଣିଛ, ଆମେ ଆତ୍ମାମାନେ ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ଅଟୁ । ଆତ୍ମିକ ପିଲାମାନଙ୍କର ନିଶ୍ଚୟ ଆତ୍ମିକ ପିତା ଆବଶ୍ୟକ । ଆତ୍ମିକ ପିତା ଏବଂ ଆତ୍ମିକ ସନ୍ତାନ । ଆତ୍ମିକ ସନ୍ତାନମାନଙ୍କର ଏକମାତ୍ର ଆତ୍ମିକ ପିତା ଅଛନ୍ତି । ସେ ଆସି ଜ୍ଞାନ ଦେଉଛନ୍ତି । ବାବା କିପରି ଆସୁଛନ୍ତି - ତାହା ମଧ୍ୟ ବୁଝାଉଛନ୍ତି । ବାବା କହୁଛନ୍ତି ମୋତେ ମଧ୍ୟ ପ୍ରକୃତିରେ ଅର୍ଥାତ୍ ଶରୀରରେ ପ୍ରବେଶ କରିବାକୁ ପଡ଼ୁଛି । ଏବେ ତୁମକୁ କେବଳ ବାବାଙ୍କଠାରୁ ହିଁ ଶୁଣିବାକୁ ହେବ । ବାବାଙ୍କ ବ୍ୟତୀତ ଆଉ କାହାଠାରୁ ଶୁଣିବାର ନାହିଁ । ପିଲାମାନେ ନିଜେ ଶୁଣି ପୁଣି ଅନ୍ୟ ଆତ୍ମା ଭାଇମାନଙ୍କୁ ଶୁଣାଉଛନ୍ତି । କିଛି ନା କିଛି ଶୁଣାଉଛନ୍ତି ନିଶ୍ଚୟ । ନିଜକୁ ଆତ୍ମା ଭାବ । ବାବାଙ୍କୁ ମନେ ପକାଅ କାହିଁକି ନା ସେ ହିଁ ପତିତ-ପାବନ ଅଟନ୍ତି । ବୁଦ୍ଧି ବାବାଙ୍କ ପାଖକୁ ଚାଲିଯାଉଛି । ପିଲାମାନଙ୍କୁ ବୁଝାଇବା ଦ୍ୱାରା ବୁଝିଯାଉଛନ୍ତି, ଆଗରୁ ଅଜ୍ଞାନୀ ଥିଲେ । ଭକ୍ତିମାର୍ଗରେ ଅଜ୍ଞାନତା କାରଣରୁ ରାବଣର କବଳକୁ ଆସି କ’ଣ ସବୁ କରୁଛନ୍ତି! କିପରି ଅପବିତ୍ର ହୋଇଯାଉଛନ୍ତି । ମଦ ପିଇ କ’ଣ ହୋଇଯାଉଛନ୍ତି? ମଦ ଅପବିତ୍ରତାକୁ ଆହୁରି ବଢାଇ ଦେଇଥାଏ । ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ବେହଦର ଅବିନାଶୀ ବାବାଙ୍କଠାରୁ ଆମକୁ ଅବିନାଶୀ ସମ୍ପତ୍ତି ନେବାକୁ ହେବ । କଳ୍ପ କଳ୍ପ ନେଇ ଆସିଛୁ ସେଥିପାଇଁ ଦୈବୀଗୁଣ ମଧ୍ୟ ନିଶ୍ଚିତ ଧାରଣ କରିବାକୁ ହେବ । କୃଷ୍ଣଙ୍କର ଦୈବୀଗୁଣର କେତେ ମହିମା ରହିଛି । କୃଷ୍ଣ କେତେ ମିଠା, ବୈକୁଣ୍ଠର ମାଲିକ ଅଟନ୍ତି । ବର୍ତ୍ତମାନର ଦୁନିଆକୁ କୃଷ୍ଣଙ୍କର ରାଜଧାନୀ କୁହାଯିବ ନାହିଁ । ଡିନାୟଷ୍ଟି ଅର୍ଥାତ୍ ରାଜବଂଶ ବିଷ୍ଣୁ ଅଥବା ଲକ୍ଷ୍ମୀ-ନାରାୟଣଙ୍କର କୁହାଯିବ । ଏବେ ତୁମେମାନେ ଜାଣୁଛ ବାବା ହିଁ ସତ୍ୟଯୁଗର ରାଜତ୍ତ୍ୱ ସ୍ଥାପନା କରୁଛନ୍ତି । ଏହି ଚିତ୍ର ଆଦି ନଥିଲେ ମଧ୍ୟ ତୁମେମାନେ ଅନ୍ୟକୁ ବୁଝାଇପାରିବ । ବହୁତ ମନ୍ଦିର ତିଆରି ହେଉଛି । ଯାହାଙ୍କ ପାଖରେ ଜ୍ଞାନ ଅଛି ସେ ଅନ୍ୟର ମଧ୍ୟ କଲ୍ୟାଣ କରିବା ପାଇଁ, ନିଜ ସମାନ କରିବା ପାଇଁ ଦୌଡ଼ିବେ । ନିଜକୁ ଦେଖିବାକୁ ହେବ ଯେ ମୁଁ କେତେ ଜଣ ଆତ୍ମାଙ୍କୁ ଜ୍ଞାନ ଶୁଣାଇଛି! କାହାକୁ କାହାକୁ ତୁରନ୍ତ ଜ୍ଞାନର ତୀର ଲାଗିଯାଏ । ଭୀଷ୍ମ-ପିତାମହ ଆଦି ମଧ୍ୟ କହିଛନ୍ତି ନା - ଆମକୁ କୁମାରୀମାନେ ଜ୍ଞାନ ବାଣ ମାରିଲେ । ଏମାନେ ସମସ୍ତେ ପବିତ୍ର କୁମାର କୁମାରୀ ଅର୍ଥାତ୍ ସନ୍ତାନ ଅଟନ୍ତି । ତୁମେ ସମସ୍ତେ ମୋର ସନ୍ତାନ, ତେଣୁ କହୁଛ ଯେ ଆମେ ବ୍ରହ୍ମାଙ୍କର ସନ୍ତାନ ବ୍ରହ୍ମାକୁମାର-କୁମାରୀ ଭାଇ ଭଉଣୀ ଅଟୁ । ଏହା ପବିତ୍ର ସମ୍ପର୍କ ଅଟେ । ତୁମେ ସମସ୍ତେ ପୋଷ୍ୟ ସନ୍ତାନ ଅଟ । ବାବା ହିଁ ତୁମମାନଙ୍କୁ ପୋଷ୍ୟ କରିଛନ୍ତି । ଶିବବାବା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସନ୍ତାନମାନଙ୍କୁ ପୋଷ୍ୟ କରୁଛନ୍ତି । ବାସ୍ତବରେ ପୋଷ୍ୟ ଶବ୍ଦ ମଧ୍ୟ କୁହାଯିବ ନାହିଁ । ବାସ୍ତବରେ ତୁମେ ସମସ୍ତେ ଶିବବାବାଙ୍କର ହିଁ ତ ସନ୍ତାନ ଅଟ । ସମସ୍ତେ ମୋତେ ଡାକୁଛନ୍ତି ଶିବବାବା, ଶିବବାବା ଆସ । କିନ୍ତୁ କିଛି ବୁଦ୍ଧିରେ ନାହିଁ । ସମସ୍ତ ଆତ୍ମାମାନେ ଶରୀର ଧାରଣ କରି ଅଭିନୟ କରୁଛନ୍ତି । ତେଣୁ ଶିବବାବା ମଧ୍ୟ ନିଶ୍ଚିତ ଶରୀର ଦ୍ୱାରା ଅଭିନୟ କରିବେ ନା । ଶିବବାବା ଯଦି ଅଭିନୟ ନ କରିବେ ତେବେ ସେ ମଧ୍ୟ କେଉଁ କାମକୁ ନୁହଁନ୍ତି । ତାଙ୍କର କିଛି ମୂଲ୍ୟ ହିଁ ରହିବ ନାହିଁ । ତାଙ୍କର ମହତ୍ୱ ଏଇଥିପାଇଁ ରହିଛି ଯେହେତୁ ସେ ସାରା ଦୁନିଆର ସଦ୍‌ଗତି କରୁଛନ୍ତି । ସେଥିପାଇଁ ଭକ୍ତିମାର୍ଗରେ ତାଙ୍କର ମହିମାର ଗାନ କରୁଛନ୍ତି । ସଦ୍‌ଗତି ହୋଇଗଲା ପରେ ଆଉ ବାବାଙ୍କୁ ମନେ ପକାଇବା ଦରକାର ହିଁ ନାହିଁ । ସେମାନେ କେବଳ ଗଡ଼ଫାଦର ଅର୍ଥାତ୍ ଈଶ୍ୱର ପିତା କହୁଛନ୍ତି, ତେଣୁ ଶିକ୍ଷକଙ୍କର ପରିଚୟ ମିଳିପାରୁ ନାହିଁ । କେବଳ କଥାରେ ରହିଯାଉଛି ଯେ ପରମପିତା ପରମାତ୍ମା ପବିତ୍ର କରିଲାବାଲା ଅଟନ୍ତି । ସେମାନେ ସଦ୍‌ଗତିଦାତା ବୋଲି ମଧ୍ୟ କହୁ ନାହାଁନ୍ତି । ଗାୟନ ମଧ୍ୟ କରୁଛନ୍ତି ଯେ, ସମସ୍ତଙ୍କର ସଦ୍‌ଗତି ଦାତା ଜଣେ ଅଟନ୍ତି । କିନ୍ତୁ ବିନା ଅର୍ଥରେ କହିଦେଉଛନ୍ତି । ଏବେ ତୁମେ ଯାହା କିଛି କହୁଛ ତାହା ସବୁ ଅର୍ଥ ସହିତ । ଜାଣିଛ ଭକ୍ତି ରୂପି ରାତ୍ରି ଅଲଗା ଏବଂ ଜ୍ଞାନ ରୂପି ଦିନ ଅଲଗା ଅଟେ । ଦିନର ମଧ୍ୟ ସମୟ ଏବଂ ଭକ୍ତିର ମଧ୍ୟ ସମୟ ରହିଥାଏ । ଏହା ବେହଦର କଥା । ତୁମମାନଙ୍କୁ ବେହଦର ଜ୍ଞାନ ମିଳୁଛି । ଅଧାକଳ୍ପ ଦିନ ଏବଂ ଅଧାକଳ୍ପ ରାତି । ବାବା କହୁଛନ୍ତି - ମୁଁ ରାତିକୁ ଦିନ କରିବାକୁ ଆସୁଛି ।

ତୁମେ ଜାଣିଛ ଅଧାକଳ୍ପ ରାବଣର ରାଜ୍ୟ ଚାଲୁଛି । ଯେଉଁଠି ଅନେକ ପ୍ରକାରର ଦୁଃଖ ରହିଛି ପୁଣି ବାବା ନୂଆ ଦୁନିଆ ସ୍ଥାପନ କରିବା ପାଇଁ ଆସିଛନ୍ତି ଯେଉଁଠାରେ କେବଳ ସୁଖ ହିଁ ସୁଖ ମିଳିଥାଏ । ଏ କଥା ମଧ୍ୟ କହନ୍ତି ଯେ - ଏହା ସୁଖ ଏବଂ ଦୁଃଖର ଖେଳ ଅଟେ । ସୁଖ ଅର୍ଥ ରାମ, ଦୁଃଖ ଅର୍ଥ ରାବଣ । ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ, ତେଣୁ ରାମରାଜ୍ୟ ଆସୁଛି, ପୁଣି ଅଧାକଳ୍ପ ପରେ ରାବଣ, ରାମରାଜ୍ୟ ଉପରେ ବିଜୟ ପ୍ରାପ୍ତ କରି ନିଜର ରାଜ୍ୟ କରିଥାଏ । ତୁମେମାନେ ଏବେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ । ପ୍ରତି ଅକ୍ଷର ତୁମେମାନେ ଅର୍ଥ ସହିତ କହୁଛ । ଏହା ହେଲା ତୁମର ଈଶ୍ୱରୀୟ ଭାଷା । ଯାହାକୁ କେହି ବି ବୁଝିପାରିବେ ନାହିଁ । ଈଶ୍ୱର କିପରି କଥା ହେଉଛନ୍ତି । ତୁମେମାନେ ଜାଣିଛ, ଏହା ଈଶ୍ୱର ପିତାଙ୍କର ଭାଷା, କାହିଁକି ନା ଈଶ୍ୱର ପିତା ହିଁ ଜ୍ଞାନର ସାଗର ଅଟନ୍ତି । ଗାୟନ ମଧ୍ୟ କରାଯାଏ ସିଏ ଜ୍ଞାନର ସାଗର ନଲେଜଫୁଲ୍ ଅଟନ୍ତି, ତେଣୁ ନିଶ୍ଚିତ କାହାକୁ ଜ୍ଞାନ ତ ଦେବେ ନା । ଏବେ ତୁମେମାନେ ଜାଣୁଛ ବାବା କିପରି ଜ୍ଞାନ ଦେଉଛନ୍ତି । ନିଜର ପରିଚୟ ଦେବା ସହିତ ସୃଷ୍ଟି ଚକ୍ରର ଜ୍ଞାନ ମଧ୍ୟ ଦେଉଛନ୍ତି । ଯେଉଁ ଜ୍ଞାନ ଦ୍ୱାରା ଆମେ ଚକ୍ରବର୍ତ୍ତୀ ରାଜା ହେଉଛୁ । ସ୍ୱଦର୍ଶନ ଚକ୍ର ଅଟେ ନା । ଯୋଗବଳ ଦ୍ୱାରା ଆମର ପାପ କଟିଯାଉଛି । ଏହା ତୁମମାନଙ୍କର ଯୋଗବଳ ଅହିଂସକ ଚକ୍ର ଅଟେ । ମୁଣ୍ଡ କାଟିବାର ଚକ୍ର ହିଂସକ ଚକ୍ର ଅଟେ । ଅଜ୍ଞାନୀ ମନୁଷ୍ୟ ଜଣେ ଅନ୍ୟଜଣଙ୍କର ମୁଣ୍ଡ କାଟିଥା’ନ୍ତି । ତୁମେମାନେ ଏହି ସ୍ୱଦର୍ଶନ ଚକ୍ରକୁ ଜାଣିବା ଦ୍ୱାରା ରାଜତ୍ତ୍ୱ ପାଉଛ । କାମ ମହାଶତ୍ରୁ ଅଟେ । ଯାହା ଦ୍ୱାରା ଆଦି, ମଧ୍ୟ, ଅନ୍ତ ଦୁଃଖ ମିଳୁଛି । ତାହା ହେଲା ଦୁଃଖର ଚକ୍ର । ତୁମମାନଙ୍କୁ ବାବା ଏହି ଚକ୍ରର ଜ୍ଞାନ ବୁଝାଉଛନ୍ତି, ସ୍ୱଦର୍ଶନ ଚକ୍ରଧାରୀ କରିଦେଉଛନ୍ତି । ଶାସ୍ତ୍ରରେ ତ କେତେ କଥା ଲେଖି ଦେଇଛନ୍ତି । ତୁମମାନଙ୍କୁ ଏବେ ସେ ସବୁ ଭୁଲିବାକୁ ପଡ଼ୁଛି । ଏବେ କେବଳ ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ, କାହିଁକି ନା ବାବାଙ୍କଠାରୁ ହିଁ ସ୍ୱର୍ଗର ସମ୍ପତ୍ତି ନେବୁ । ଯୋଗବଳ ଦ୍ୱାରା ନେବାକୁ ହେବ । କେତେ ସହଜ । ବେହଦର ବାବା ନୂଆ ଦୁନିଆ ସ୍ଥାପନ କରୁଛନ୍ତି ତେଣୁ ସମ୍ପତ୍ତି ନେବା ପାଇଁ ହିଁ ଯୋଗ କରୁଛ । ଏହା ହେଉଛି ମନମନା ଭବ, ମଧ୍ୟାଜୀ ଭବ । ବାବା ଏବଂ ବାବାଙ୍କ ସମ୍ପତ୍ତିକୁ ସ୍ମରଣ କରି ପିଲାମାନଙ୍କର ଖୁସିର ପାରଦ ଚଢ଼ି ରହିବା ଉଚିତ୍ । ଆମେ ବେହଦ ବାବାଙ୍କର ସନ୍ତାନ ଅଟୁ । ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି, ଆମେ ସ୍ୱର୍ଗରେ ମାଲିକ ଥିଲୁ ପୁଣି ନିଶ୍ଚିତ ହେବୁ । ପୁଣି ତୁମେମାନେ ହିଁ ନର୍କବାସୀ ହୋଇଛ । ସତ୍ତ୍ୱପ୍ରଧାନ ଥିଲ, ଏବେ ତମଃପ୍ରଧାନ ହୋଇଯାଇଛ । ଭକ୍ତିମାର୍ଗରେ ମଧ୍ୟ ଆମେ ହିଁ ଆସିଥିଲୁ । ଆମେ ଅଲରାଉଣ୍ଡ ଚକ୍ର ଲଗାଇଛୁ । ଆମେ ଭାରତବାସୀ ହିଁ ସୂର୍ଯ୍ୟବଂଶୀ ଥିଲୁ ପୁଣି ଚନ୍ଦ୍ରବଂଶୀ, ବୈଶ୍ୟବଂଶୀ... ହୋଇ ତଳକୁ ଖସିଆସିଛୁ । ଆମେ ଭାରତବାସୀ ଦେବୀ-ଦେବତା ଥିଲୁ ପୁଣି ଆମେ ହିଁ ତଳକୁ ଖସିଛୁ । ତୁମେମାନେ ଏବେ ସବୁ କଥା ଜାଣୁଛ । ବାମମାର୍ଗରେ ଯାଇ କେତେ ଛି ଛି ପତିତ ହୋଇଯାଉଛ । ମନ୍ଦିରରେ ମଧ୍ୟ ଏପରି ଛି-ଛି ବିକାରୀ ଚିତ୍ର ତିଆରି କରାଯାଇଛି । ପୂର୍ବରୁ ଘଡ଼ିରେ ମଧ୍ୟ ଏପରି ଚିତ୍ର କରୁଥିଲେ । ଏବେ ଜାଣୁଛ ଆମେ କେତେ ଗୁଲ୍‌ଗୁଲ୍ ଅର୍ଥାତ୍ ଫୁଲ ସଦୃଶ ଥିଲୁ ପୁଣି ଆମେ ହିଁ ପୁନର୍ଜନ୍ମ ନେଇ-ନେଇ କେତେ ଛି ଛି ହୋଇଯାଇଛୁ । ଏମାନେ ଯେତେବେଳେ ସତ୍ୟଯୁଗର ମାଲିକ ଥିଲେ ସେତେବେଳେ ଦୈବଗୁଣଧାରୀ ମନୁଷ୍ୟ ଥିଲେ । ଏବେ ଆସୁରୀ ଗୁଣଧାରୀ ହୋଇଯାଇଛନ୍ତି ନଚେତ୍ ରୂପରେ ତ କୌଣସି ଫରକ ନାହିଁ । ବାସ୍ତବରେ କୌଣସି ଲାଞ୍ଜ ଅଥବା ଶୁଣ୍ଢଧାରୀ ମନୁଷ୍ୟ ନ ଥା’ନ୍ତି । ଏହା କେବଳ ଦେବତାମାନଙ୍କର ଚିହ୍ନ ଅଟେ । ବାକି ସ୍ୱର୍ଗ ତ ପ୍ରାୟଃ ଲୋପ ହୋଇଯାଇଛି । କେବଳ ଏହି ଚିତ୍ର ସବୁ ସ୍ମାରକୀ ରୂପରେ ଅଛି । ଚନ୍ଦ୍ରବଂଶୀଙ୍କର ମଧ୍ୟ ଚିହ୍ନ ରହିଛି । ଏବେ ତୁମେମାନେ ମାୟା ଉପରେ ବିଜୟପ୍ରାପ୍ତ କରିବାପାଇଁ ଯୁଦ୍ଧ କରୁଛ । ଯୁଦ୍ଧ କରି କରି ଫେଲ୍ ହୋଇଯାଉଥିବାରୁ ଏହାର ଚିହ୍ନ ସ୍ୱରୂପ ତୀର ଓ ଧନୁ ଦେଇଦେଇଛନ୍ତି । କିନ୍ତୁ ବାସ୍ତବରେ ଭାରତବାସୀ ଦେବୀ-ଦେବତା କୂଳର ଅଟନ୍ତି । ନଚେତ୍ ସେମାନେ କେଉଁ କୂଳର ବୋଲି ଗଣାଯିବେ । କିନ୍ତୁ ଭାରତବାସୀ ନିଜର କୂଳ ବିଷୟରେ ଜାଣି ନାହାଁନ୍ତି ତେଣୁ ନିଜକୁ ହିନ୍ଦୁ ବୋଲି କହିଦେଉଛନ୍ତି । ବାସ୍ତବରେ ତୁମର କୂଳ ହିଁ ଗୋଟିଏ । ଭାରତରେ ସମସ୍ତେ ଦେବତା କୂଳର ଅଟନ୍ତି, ଯାହାକି ବେହଦର ବାବା ହିଁ ସ୍ଥାପନ କରୁଛନ୍ତି । ଭାରତର ଶାସ୍ତ୍ର ମଧ୍ୟ ଗୋଟିଏ । ବର୍ତ୍ତମାନ ଡିଟି ଡିନାୟଷ୍ଟି ଅର୍ଥାତ୍ ଦୈବୀ ରାଜତ୍ତ୍ୱର ସ୍ଥାପନା ହେଉଛି, ସେଥିରୁ ପୁଣି ଭିନ୍ନ-ଭିନ୍ନ ଧର୍ମର ଶାଖା ବାହାରିବ । ବାବା ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । ମୁଖ୍ୟ ହେଉଛି ୪ଟି ଧର୍ମ । କିନ୍ତୁ ମୂଳଦୁଆ ଦେବୀ-ଦେବତା ଧର୍ମ । ସମସ୍ତ ଆତ୍ମା ମୁକ୍ତିଧାମର ନିବାସୀ ଅଟନ୍ତି । ତୁମେମାନେ ପୁଣି ଦେବତାଙ୍କର ଶାଖାକୁ ଚାଲିଯିବ । ଭାରତର ଦେବୀ-ଦେବତା ଧର୍ମର ସଂଖ୍ୟା ସୀମିତ ଅର୍ଥାତ୍ ୩୩ କୋଟି, କିନ୍ତୁ ଅନ୍ୟ କୌଣସି ଧର୍ମର ସଂଖ୍ୟା ସୀମାବଦ୍ଧ ନ ଥାଏ । ପୁଣି ସେଥିରୁ ଅନ୍ୟ ଧର୍ମ ଡ୍ରାମାର ଯୋଜନା ଅନୁସାରେ ସ୍ଥାପନା ହୋଇଛି । ଭାରତର ଅସଲ ଧର୍ମ ହେଉଛି ଦୈବୀ ଧର୍ମ, ଯାହାର ସ୍ଥାପନକର୍ତ୍ତା ମଧ୍ୟ ବାବା ଅଟନ୍ତି । ପୁଣି ନୂଆ ନୂଆ ପତ୍ର ବାହାରୁଛି । ଏହା ହେଉଛି ଈଶ୍ୱରୀୟ ବୃକ୍ଷ । ବାବା କହୁଛନ୍ତି - ମୁଁ ଏହି ବୃକ୍ଷର ବୀଜ ଅଟେ । ଏହା ହେଉଛି ମୂଳଦୁଆ ପୁଣି ସେଥିରୁ ଶାଖା ପ୍ରଶାଖା ବାହାରୁଛି । ମୁଖ୍ୟ କଥା ହେଉଛି ଆମେ ସବୁ ଆତ୍ମାମାନେ ଭାଇ-ଭାଇ ଅଟୁ । ସବୁ ଆତ୍ମାମାନଙ୍କର ପିତା କେବଳ ଜଣେ, ସମସ୍ତେ ତାଙ୍କୁ ହିଁ ମନେ ପକାଉଛନ୍ତି । ଏବେ ବାବା କହୁଛନ୍ତି - ତୁମେମାନେ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ସବୁ କିଛି ଭୁଲିବାକୁ ହେବ । ଏହା ବେହଦର ବୈରାଗ୍ୟ । ସଂସାରରେ ହଦର ଅର୍ଥାତ୍ ବିନାଶୀ ବୈରାଗ୍ୟ କରୁଛନ୍ତି । କେବଳ ଘର ଦ୍ୱାରର ବୈରାଗ୍ୟ କରିଥାଆନ୍ତି । ତୁମର ତ ସମଗ୍ର ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସୁଛି । ଭକ୍ତି ପରେ ପୁରୁଣା ଦୁନିଆର ବୈରାଗ୍ୟ । ପୁଣି ଆମେ ନୂଆ ଦୁନିଆକୁ ଯିବା ଭାୟା ଶାନ୍ତିଧାମ । ବାବା ମଧ୍ୟ କହୁଛନ୍ତି - ଏହି ପୁରୁଣା ଦୁନିଆ ଭସ୍ମ ହେବ । ଏହି ପୁରୁଣା ଦୁନିଆରେ ଏବେ ମନ ଲଗାଇବା ଉଚିତ୍ ନୁହେଁ ତୁମକୁ ଯୋଗ୍ୟ ହେବା ପର୍ଯ୍ୟନ୍ତ ଏହିଠାରେ ହିଁ ରହିବାକୁ ହେବ । ନିଜ ନିଜର ହିସାବ-କିତାବ ସବୁ ଚୁକ୍ତ କରିବାକୁ ହେବ ।

ତୁମେମାନେ ଅଧାକଳ୍ପ ପାଇଁ ସୁଖ ଜମା କରୁଛ । ଯାହାର ନାମ ଶାନ୍ତିଧାମ, ସୁଖଧାମ । ପ୍ରଥମେ ସୁଖ ପରେ ଦୁଃଖ ହେଉଛି । ବାବା ବୁଝାଉଛନ୍ତି, ଯେଉଁ ନୂଆ ନୂଆ ଆତ୍ମାମାନେ ଉପରୁ ଆସୁଛନ୍ତି, ଯେପରି ଖ୍ରୀଷ୍ଟଙ୍କର ଆତ୍ମା ଆସିଲେ ତାଙ୍କୁ ପ୍ରଥମେ ଦୁଃଖ ମିଳେ ନାହିଁ । ଏହି ଖେଳ ହିଁ ହେଉଛି ପ୍ରଥମେ ସୁଖ, ପରେ ଦୁଃଖର । ଯେଉଁମାନେ ନୂଆ ନୂଆ ଆସୁଛନ୍ତି, ସେମାନେ ହେଲେ ସତ୍ତ୍ୱପ୍ରଧାନ । ଯେପରି ତୁମର ସୁଖର ପରିମାଣ ଅଧିକ । ସେହିପରି ଅନ୍ୟ ସମସ୍ତଙ୍କର ଦୁଃଖର ପରିମାଣ ଅଧିକ । ଏସବୁ ବୁଦ୍ଧି ଦ୍ୱାରା ବୁଝିବାକୁ ହୁଏ । ବାବା ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି । ସେମାନେ ପୁଣି ଅନ୍ୟ ଆତ୍ମାମାନଙ୍କୁ ବୁଝାଉଛନ୍ତି । ବାବା କହୁଛନ୍ତି - ମୁଁ ଏହି ଶରୀର ଧାରଣ କରିଛି । ବହୁତ ଜନ୍ମର ଅନ୍ତିମ ସମୟରେ ଅର୍ଥାତ୍ ତମଃପ୍ରଧାନ ଶରୀରରେ ପ୍ରବେଶ କରୁଛି । ପୁଣି ତାଙ୍କୁ ହିଁ ପ୍ରଥମ ନମ୍ବରରେ ଯିବାକୁ ହେବ । ଫାଷ୍ଟ ସୋ ଲାଷ୍ଟ, ଲାଷ୍ଟ ସୋ ଫାଷ୍ଟ ଅର୍ଥାତ୍ ପ୍ରଥମ ନମ୍ବରର ଆତ୍ମା ଶେଷକୁ ଓ ସେହି ଶେଷ ଆତ୍ମା ପ୍ରଥମକୁ ଆସୁଛନ୍ତି । ଏ କଥା ମଧ୍ୟ ବୁଝାଇବାକୁ ପଡ଼ୁଛି । ପ୍ରଥମ ନମ୍ବରରେ ବ୍ରହ୍ମା ପରେ ପୁଣି କିଏ? ମମ୍ମା । ତାଙ୍କର ପାର୍ଟ ରହିବା ଉଚିତ୍ । ସେ ବହୁତଙ୍କୁ ଶିକ୍ଷା ଦେଇଛନ୍ତି । ପୁଣି ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଅଛନ୍ତି, ଯିଏ ବହୁତଙ୍କୁ ଶିକ୍ଷା ଦିଅନ୍ତି ଓ ପଢ଼ାନ୍ତି । ଏପରି ମଧ୍ୟ ବହୁତ ଅଛନ୍ତି ଯେଉଁମାନେ ଚେଷ୍ଟା କରି ପାଠ ପଢାଉଥିବା ଶିକ୍ଷକଙ୍କଠାରୁ ମଧ୍ୟ ଆଗକୁ ଚାଲିଯାଇଥାଆନ୍ତି । ବହୁତ ସେଣ୍ଟରରେ ଏପରି ରହିଛନ୍ତି ଯିଏକି ପଢ଼ାଉଥିବା ନିମିତ୍ତ ଶିକ୍ଷିକାଙ୍କଠାରୁ ମଧ୍ୟ ଉଚ୍ଚକୁ ଚାଲିଯାଉଛନ୍ତି, ଜଣେ-ଜଣେ ଏହିଭଳି ଅଛନ୍ତି । ସମସ୍ତଙ୍କ ଚଳଣିରୁ ଜଣାପଡ଼ିଯାଏ ନା । କାହାକୁ କାହାକୁ ତ ମାୟା ଏପରି ନାକରୁ ଧରିନେଉଛି ଯେ ଏକଦମ୍ ଖଲାସ କରିଦେଉଛି । ବିକାରଗ୍ରସ୍ତ ହୋଇଯାଉଛନ୍ତି । ଆଗକୁ ଗଲେ ତୁମେ ଅନେକଙ୍କର କଥା ଶୁଣିବ । ଆଶ୍ଚର୍ଯ୍ୟ ହେବେ, ଇଏ ତ ଆମକୁ ଜ୍ଞାନ ଦେଉଥିଲେ, ପୁଣି ଇଏ କିପରି ଚାଲିଗଲେ । ଆମକୁ କହୁଥିଲେ ପବିତ୍ର ହୁଅ ଏବଂ ନିଜେ ଛି ଛି ପତିତ ହୋଇଗଲେ । ବୁଝି ତ ନିଶ୍ଚିତ ପାରିବେ ଯେ, ବହୁତ ଛି-ଛି ହୋଇଯାଉଛନ୍ତି । ବାବା କହୁଛନ୍ତି ବଡ଼ ବଡ଼ ଭଲ ଭଲ ମହାରଥୀମାନଙ୍କୁ ମଧ୍ୟ ମାୟା ଜୋରରେ ହଇରାଣ କରିବ । ଯେପରି ତୁମେମାନେ ମାୟାକୁ ହରାଇ ବିଜୟୀ ହେଉଛ, ମାୟା ମଧ୍ୟ ଏହିପରି କରିବ । ବାବା କେତେ ଭଲ ଭଲ ଫାଷ୍ଟକ୍ଲାସ୍‌, ରମଣୀକ ନାମ ମଧ୍ୟ ରଖିଥିଲେ । କିନ୍ତୁ ଅହୋ ମାୟା, ଆଶ୍ଚର୍ଯ୍ୟବତ୍ ଶୁଣନ୍ତି, କଥନ୍ତି, ପୁଣି ଭାଗନ୍ତି ... ଗିରନ୍ତି ହୋଇଯାଉଛନ୍ତି । ମାୟା କେତେ ଜବରଦସ୍ତ ଅଟେ, ସେଥିପାଇଁ ପିଲାମାନଙ୍କୁ ବହୁତ ଖବରଦାର ହୋଇ ରହିବାକୁ ହେବ । ଏହା ଯୁଦ୍ଧ ଭୁମି ଅଟେ ନା । ମାୟା ସହିତ ତୁମର କେତେ ବଡ଼ ଯୁଦ୍ଧ ହେଉଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହିଠାରେ ହିଁ ସବୁ ହିସାବ-କିତାବକୁ ଚୁକ୍ତ କରି ଅଧାକଳ୍ପ ପାଇଁ ସୁଖ ଜମା କରିବାକୁ ହେବ । ଏହି ପୁରୁଣା ଦୁନିଆ ସହିତ ବର୍ତ୍ତମାନ ଆଉ ମନ ଲଗାଇବା ଉଚିତ୍ ନୁହେଁ । ଏହି ଆଖି ଦ୍ୱାରା ଯାହା କିଛି ଦେଖାଯାଉଛି, ସେଗୁଡିକୁ ଭୁଲିଯିବାକୁ ହେବ ।

(୨) ମାୟା ବହୁତ ଶକ୍ତିଶାଳୀ, ତେଣୁ ତା’ଠାରୁ ସାବଧାନ ହୋଇ ରହିବାକୁ ହେବ । ପାଠପଢ଼ାରେ ଦ୍ରୁତଗତିରେ ଆଗକୁ ଯିବାକୁ ହେବ । ଏକମାତ୍ର ବାବାଙ୍କଠାରୁ ହିଁ ଶୁଣିବାକୁ ହେବ ଏବଂ ତାଙ୍କଠାରୁ ଶୁଣିଥିବା ଜ୍ଞାନ ଅନ୍ୟମାନଙ୍କୁ ଶୁଣାଇବାକୁ ହେବ ।

ବରଦାନ:-
ବେହଦର ଦୃଷ୍ଟି, ବୃତ୍ତି ଏବଂ ସ୍ଥିତି ଦ୍ୱାରା ସମସ୍ତଙ୍କର ପ୍ରିୟ ହେଉଥିବା ଡବଲ ଲାଇଟ୍ ଫରିସ୍ତା ହୁଅ ।

ଫରିସ୍ତାମାନେ ସମସ୍ତଙ୍କର ପ୍ରିୟ ଅଟନ୍ତି, କାହିଁକି ନା ଫରିସ୍ତା ସମସ୍ତଙ୍କର ଅଟେ, ଜଣେ ଦୁଇ ଜଣଙ୍କର ନୁହେଁ । ବେହଦର ଦୃଷ୍ଟି, ବୃତ୍ତି ଏବଂ ସ୍ଥିତିବାଲା ଫରିସ୍ତା ସମସ୍ତଙ୍କ ପାଇଁ ପରମାତ୍ମାଙ୍କର ସନ୍ଦେଶବାହକ ହୋଇଥାଏ । ଫରିସ୍ତା ଅର୍ଥାତ୍ ଡବଲ ଲାଇଟ୍‌, ସମସ୍ତଙ୍କର ରିସ୍ତା ଅର୍ଥାତ୍ ସମ୍ବନ୍ଧ ଏକମାତ୍ର ବାବାଙ୍କ ସହିତ ଯୋଡିବାବାଲା, ଦେହ ଏବଂ ଦେହର ସମ୍ବନ୍ଧଠାରୁ ସ୍ୱତନ୍ତ୍ର, ନିଜକୁ ଏବଂ ସମସ୍ତଙ୍କୁ ନିଜର ଚାଲିଚଳନ ଏବଂ ଚେହେରା ଦ୍ୱାରା ବାବାଙ୍କ ସମାନ କରିବାବାଲା, ସମସ୍ତଙ୍କର କଲ୍ୟାଣକାରୀ ଅଟେ । ଏହିଭଳି ଫରିସ୍ତା ହିଁ ସମସ୍ତଙ୍କର ପ୍ରିୟ ଅଟେ ।

ସ୍ଲୋଗାନ:-
ଯେତେବେଳେ ତୁମମାନଙ୍କର ଚେହେରା ଦ୍ୱାରା ବାବାଙ୍କର ଚରିତ୍ର ଦେଖାଯିବ ସେତେବେଳେ ଯାଇ ସମାପ୍ତି ହେବ ।