28.11.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହା
ହେଉଛି ଭୁଲ୍-ଭୁଲୈୟାର ଖେଳ, ତୁମେମାନେ ବାରମ୍ବାର ବାବାଙ୍କୁ ଭୁଲିଯାଉଛ, ଯଦି ନିଶ୍ଚୟବୁଦ୍ଧି
ହୋଇଯିବ ତେବେ ଏହି ଖେଳରେ ଫସିବ ନାହିଁ ।”
ପ୍ରଶ୍ନ:-
ବିନାଶର ସମୟ
ନିକଟରେ ଦେଖିବା ପରେ ତୁମମାନଙ୍କର କର୍ତ୍ତବ୍ୟ କ’ଣ?
ଉତ୍ତର:-
ତୁମର କର୍ତ୍ତବ୍ୟ ହେଲା - ନିଜର ପାଠପଢାରେ ଭଲ ଭାବରେ ଲାଗିପଡିବା, ଅନ୍ୟ କୌଣସି କଥାରେ ଯିବାର
ନାହିଁ । ବାବା ତୁମକୁ ନୟନରେ ବସାଇ, ଗଳାର ହାର କରି ସାଥିରେ ନେଇଯିବେ । ବାକି ତ ସମସ୍ତଙ୍କୁ
ନିଜ-ନିଜର ହିସାବ-କିତାବ ଚୁକ୍ତ କରି ଯିବାକୁ ହେବ । ବାବା କେବଳ ଆସିଛନ୍ତି ସମସ୍ତଙ୍କୁ ନିଜ
ସାଥିରେ ଘରକୁ ନେଇଯିବା ପାଇଁ ।
ଗୀତ:-
ଦୂର ଦେଶ କା
ରହନେ ବାଲା...
ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବସି ବୁଝାଉଛନ୍ତି - ଖାସ୍ ଭାରତ ଏବଂ ସାଧାରଣତଃ ସାରା
ବିଶ୍ୱରେ ମନୁଷ୍ୟମାନେ ଶାନ୍ତି ଚାହୁଁଛନ୍ତି । ତେବେ ଏକଥା ବୁଝିବା ଦରକାର ଯେ - ନିଶ୍ଚିତ ଭାବରେ
ବିଶ୍ୱର ମାଲିକ ହିଁ ବିଶ୍ୱରେ ଶାନ୍ତି ସ୍ଥାପନ କରିଥା’ନ୍ତି । ତେଣୁ ଈଶ୍ୱରୀୟ ପିତାଙ୍କୁ ହିଁ
ଡାକିବା ଦରକାର ଯେ ଏଠାକୁ ଆସି ବିଶ୍ୱରେ ଶାନ୍ତି ଖେଳାଇ ଦିଅ । କିନ୍ତୁ କାହାକୁ ଡାକିବେ ଏକଥା
ମଧ୍ୟ ବିଚରାଙ୍କୁ ଜଣା ନାହିଁ । ଏହା ସାରା ବିଶ୍ୱର କଥା ଅଟେ ନା । ସାରା ବିଶ୍ୱରେ ସମସ୍ତେ
ଶାନ୍ତି ଚାହୁଁଛନ୍ତି । ବାସ୍ତବରେ ଶାନ୍ତିଧାମ ଅଲଗା, ଯେଉଁଠି ବାବା ଏବଂ ଆତ୍ମାମାନେ ରହୁଛନ୍ତି
। ଏ କଥା ମଧ୍ୟ ବେହଦର ବାବା ବୁଝାଉଛନ୍ତି । ବର୍ତ୍ତମାନ ଏହି ଦୁନିଆରେ ତ ଅନେକ ମନୁଷ୍ୟ ଅଛନ୍ତି
ଏବଂ ଅନେକ ଧର୍ମ ମଧ୍ୟ ରହିଛି । କହୁଛନ୍ତି - ଏକ ଧର୍ମ ହୋଇଗଲେ ଶାନ୍ତି ହେବ । ତେବେ ସବୁ ଧର୍ମ
ମିଶି ଏକ ତ ହୋଇପାରିବ ନାହିଁ । ତ୍ରିମୂର୍ତ୍ତିର ମହିମା ମଧ୍ୟ ରହିଛି । ତ୍ରିମୂର୍ତ୍ତିର ଚିତ୍ର
ମଧ୍ୟ ବହୁତ ରଖୁଛନ୍ତି । ଏକଥା ମଧ୍ୟ ଜାଣିଛନ୍ତି, ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, କାହାର? କେବଳ
କ’ଣ ଶାନ୍ତିର କି! ଶାନ୍ତି ଏବଂ ସୁଖ ଉଭୟର ସ୍ଥାପନା ହେଉଛି । ଏହି ଭାରତରେ ହିଁ ୫ ହଜାର ବର୍ଷ
ପୂର୍ବେ ଯେତେବେଳେ ଏମାନଙ୍କର ରାଜ୍ୟ ଥିଲା ସେତେବେଳେ ନିଶ୍ଚୟ ବାକି ସବୁ ଜୀବ ଆତ୍ମାମାନେ, ଜୀବକୁ
ଛାଡି ନିଜର ଘରକୁ ଯାଇଥିବେ । ବର୍ତ୍ତମାନ ସମସ୍ତେ ଚାହୁଁଛନ୍ତି ଗୋଟିଏ ଧର୍ମ, ଗୋଟିଏ ରାଜ୍ୟ,
ଗୋଟିଏ ଭାଷା ହେଉ । ଏବେ ତୁମେମାନେ ଜାଣୁଛ ଯେ - ବାବା ଶାନ୍ତି, ସୁଖ, ସମ୍ପତ୍ତିର ସ୍ଥାପନା
କରୁଛନ୍ତି । ଗୋଟିଏ ରାଜ୍ୟ ନିଶ୍ଚିତ ଏହିଠାରେ ହିଁ ହେବ ନା । ଗୋଟିଏ ରାଜ୍ୟର ସ୍ଥାପନା ହେଉଛି -
ଏହା କୌଣସି ନୂଆ କଥା ନୁହେଁ । ଅନେକ ଥର ଗୋଟିଏ ରାଜ୍ୟର ସ୍ଥାପନା ହୋଇଛି । ପରେ ପୁଣି ଅନେକ
ଧର୍ମ ସବୁ ଆସିବା ଦ୍ୱାରା ସୃଷ୍ଟି ରୂପି ବୃକ୍ଷ ବୃଦ୍ଧି ହୋଇଯାଉଛି, ପୁଣି ବାବାଙ୍କୁ ଆସିବାକୁ
ପଡୁଛି । ତେବେ ଆତ୍ମା ହିଁ ଶୁଣୁଛି, ପଢୁଛି, ଆତ୍ମାରେ ହିଁ ସବୁ ସଂସ୍କାର ରହିଛି । ମୁଁ ଆତ୍ମା
ଭିନ୍ନ-ଭିନ୍ନ ଶରୀର ଧାରଣ କରୁଛି । ପିଲାମାନଙ୍କର ଏହି ନିଶ୍ଚୟ ହେବାରେ ହିଁ ବହୁତ ପରିଶ୍ରମ
ଲାଗୁଛି । କହୁଛନ୍ତି ବାବା ଆମେ ଘଡି ଘଡି ଆପଣଙ୍କୁ ଭୁଲିଯାଉଛୁ । ବାବା ବୁଝାଉଛନ୍ତି - ଏହା ଭୁଲ୍-ଭୁଲୈୟାର
ଖେଳ । ଏଥିରେ ତୁମେ ଯେପରି ଫସିଯାଇଛ । ଜଣା ନାହିଁ ଆମେ ନିଜର ଘର ଅଥବା ରାଜଧାନୀକୁ କିପରି ଯିବୁ
। ଏବେ ବାବା ବୁଝାଉଛନ୍ତି ଆଗରୁ କିଛି ଜାଣି ନ ଥିଲ । ଆତ୍ମା କେତେ ପଥରବୁଦ୍ଧି ହୋଇଯାଉଛି । ପଥର
ବୁଦ୍ଧି ଏବଂ ପାରସବୁଦ୍ଧିର ଗାୟନ ଭାରତରେ ହିଁ ରହିଛି । ପଥରବୁଦ୍ଧି ରାଜା ଏବଂ ପାରସବୁଦ୍ଧି
ରାଜାମାନେ ଏହିଠାରେ ହିଁ ଅଛନ୍ତି । ପାରସନାଥଙ୍କ ମନ୍ଦିର ମଧ୍ୟ ରହିଛି । ଏବେ ତୁମେମାନେ ଜାଣୁଛ
ଆମେ ଆତ୍ମାମାନେ ଅଭିନୟ କରିବା ପାଇଁ କେଉଁଠୁ ଆସିଛୁ । ଆଗରୁ କିଛି ହେଲେ ଜାଣିନଥିଲୁ । ଏହାକୁ
କଣ୍ଟାର ଜଙ୍ଗଲ କୁହାଯାଉଛି । ବର୍ତ୍ତମାନ ସାରା ଦୁନିଆ ହିଁ କଣ୍ଟାର ଜଙ୍ଗଲ । ଫୁଲର ବଗିଚାରେ
ନିଆଁ ଲାଗିଥିବାର କଥା କେବେ ଶୁଣିନଥିବ । ସର୍ବଦା ଜଙ୍ଗଲରେ ହିଁ ନିଆଁ ଲାଗିଥାଏ । ଏହା ମଧ୍ୟ
ଜଙ୍ଗଲ ଅଟେ, ଏଥିରେ ନିଶ୍ଚୟ ନିଆଁ ଲାଗିବ । ଭଂଭୋର (ସିନ୍ଧ୍ର ଏକ ପ୍ରାଚୀନ ସହର) ସାରା ବିଶ୍ୱକୁ
ନିଆଁ ଲାଗିବ । ଏହି ସାରା ଦୁନିଆକୁ ଭଁଭୋର କୁହାଯାଉଛି । ଏବେ ତୁମେ ବାବାଙ୍କୁ ଜାଣିଯାଇଛ ।
ତାଙ୍କ ସମ୍ମୁଖରେ ବସିଛ । ତୁମେମାନେ ଯେଉଁ ଗାୟନ କରୁଥିଲ ତୁମ ସହିତ ବସିବୁ... । ବାସ୍ତବରେ
ସେସବୁ ଏବେ ହେଉଛି । ଭଗବାନୁବାଚ ଅର୍ଥାତ୍ ଭଗବାନ ସ୍ୱୟଂ କହୁଛନ୍ତି ତେଣୁ ନିଶ୍ଚୟ ପଢିବ ନା ।
ଭଗବାନୁବାଚ ମଧ୍ୟ ସନ୍ତାନମାନଙ୍କ ପାଇଁ ହିଁ ହେବ ନା । ତୁମେମାନେ ଜାଣିଛ ନିଜେ ଭଗବାନ ପାଠ
ପଢାଉଛନ୍ତି । ଭଗବାନ କିଏ? ତେବେ ନିରାକାର ଶିବଙ୍କୁ ହିଁ ଭଗବାନ କୁହାଯିବ । ଭଗବାନ ଶିବଙ୍କର
ପୂଜା ମଧ୍ୟ ଏହିଠାରେ ହିଁ ହେଉଛି । ସତ୍ୟଯୁଗରେ ପୂଜା ଆଦି ହୁଏ ନାହିଁ । ସେଠାରେ କେହି
ଭଗବାନଙ୍କୁ ସ୍ମରଣ ମଧ୍ୟ କରନ୍ତି ନାହିଁ । ଭକ୍ତମାନଙ୍କୁ ସତ୍ୟଯୁଗୀ ରାଜଧାନୀର ଫଳ ମିଳୁଛି ।
ତୁମେମାନେ ଜାଣୁଛ ଆମେ ସବୁଠାରୁ ଅଧିକ ଭକ୍ତି କରିଛୁ ସେଥିପାଇଁ ଆମେମାନେ ହିଁ ପ୍ରଥମେ ପ୍ରଥମେ
ବାବାଙ୍କ ପାଖକୁ ଆସିଛୁ । ପୁଣି ଆମେମାନେ ହିଁ ପ୍ରଥମେ ରାଜଧାନୀକୁ ଆସିବୁ । ତେଣୁ ପିଲାମାନଙ୍କୁ
ନୂଆ ଦୁନିଆରେ ଉଚ୍ଚପଦ ପାଇବା ପାଇଁ ପୁରା ପୁରୁଷାର୍ଥ କରିବା ଦରକାର । ପିଲାମାନଙ୍କର ଇଛା ହେଉଛି
ଯେ ଏବେ ଆମେ ତୁରନ୍ତ ନୂଆ ଘରକୁ ଯିବୁ । ଆରମ୍ଭରେ ନୂଆ ଘର ଥିବ ପରେ ପୁଣି ପୁରୁଣା ହୋଇଯିବ । ଘରେ
ପିଲାମାନଙ୍କର ବୃଦ୍ଧି ହେବାକୁ ଲାଗିବ । ପୁତ୍ର, ପୌତ୍ର, ପ୍ର ପୌତ୍ରମାନେ ପୁରୁଣା ଘରକୁ ଆସିବେ
ନା । କହିବେ ଏହା ଆମର ଜେଜେ, ଅଣଜେଜେଙ୍କର ଘର । ପଛରେ ମଧ୍ୟ ବହୁତ ଆସିବେ ନା । ଯେତେ ଜୋରରେ
ପୁରୁଷାର୍ଥ କରିବ ସେଇ ଅନୁସାରେ ପ୍ରଥମେ ନୂଆ ଘରକୁ ଆସିବ । ପୁରୁଷାର୍ଥର ବହୁତ ସହଜ ଯୁକ୍ତି ବାବା
ବୁଝାଉଛନ୍ତି । ଭକ୍ତିରେ ମଧ୍ୟ ପୁରୁଷାର୍ଥ କରିଥା’ନ୍ତି ନା । ଯେଉଁମାନେ ବହୁତ ଭକ୍ତି କରନ୍ତି
ସେମାନଙ୍କ ନାମ ପ୍ରସିଦ୍ଧ ହୋଇଥାଏ । କେତେକ ଭକ୍ତଙ୍କର ଷ୍ଟାମ୍ପ ମଧ୍ୟ ବାହାର କରିଥା’ନ୍ତି ।
ଜ୍ଞାନର ମାଳା ବିଷୟରେ ତ କାହାକୁ ହେଲେ ଜଣା ନାହିଁ । ପ୍ରଥମେ ଜ୍ଞାନ, ପରେ ଭକ୍ତି । ଏ କଥା ତୁମ
ବୁଦ୍ଧିରେ ଅଛି । ଅଧା ସମୟ ହେଉଛି ଜ୍ଞାନ-ସତ୍ୟଯୁଗ ତ୍ରେତାଯୁଗ । ଏବେ ତୁମେମାନେ ଜ୍ଞାନରେ
ପରିପୂର୍ଣ୍ଣ ହେବାରେ ଲାଗିଛ । ଶିକ୍ଷକଙ୍କ ପାଖରେ ସର୍ବଦା ପୂର୍ଣ୍ଣ ଜ୍ଞାନ ରହିଥାଏ । ଛାତ୍ରମାନେ
କ୍ରମଅନୁସାରେ ନମ୍ବର ରଖିଥା’ନ୍ତି । ଇଏ ହେଲେ ବେହଦର ଶିକ୍ଷକ । ତୁମେ ହେଲ ବେହଦର ଛାତ୍ର,
ଛାତ୍ରମାନେ ତ କ୍ରମାନ୍ୱୟରେ ପାସ୍ ହେବେ । ଯେପରି କଳ୍ପ ପୂର୍ବରୁ ହୋଇଥିଲେ । ବାବା ବୁଝାଉଛନ୍ତି
ତୁମେ ହିଁ ୮୪ ଜନ୍ମ ନେଇଛ । ୮୪ ଜନ୍ମରେ ୮୪ ଜଣ ଶିକ୍ଷକ ହୋଇଥା’ନ୍ତି । ପୁର୍ନଜନ୍ମ ତ ନିଶ୍ଚୟ
ନେବାକୁ ହିଁ ହେବ । ପ୍ରଥମେ ଦୁନିଆ ସତ୍ତ୍ୱପ୍ରଧାନ ଥାଏ ପରେ ପୁଣି ପୁରୁଣା ତମୋପ୍ରଧାନ ଦୁନିଆ
ହୋଇଯାଏ । ଯେଉଁଠାରେ ମନୁଷ୍ୟମାନେ ମଧ୍ୟ ତମୋପ୍ରଧାନ ହୋଇଥିବେ । ବୃକ୍ଷ ମଧ୍ୟ ପ୍ରଥମେ ନୂଆ
ସତ୍ତ୍ୱପ୍ରଧାନ ହୋଇଥାଏ । ନୂଆ ପତ୍ର ବହୁତ ସୁନ୍ଦର ହୋଇଥାଏ । ତେବେ ଏହା ତ ବେହଦର ବୃକ୍ଷ ଅଟେ ।
ଏଥିରେ ଢେର ଧର୍ମ ରହିଛି । ତୁମ ବୁଦ୍ଧି ଏବେ ବେହଦ ଆଡକୁ ଯିବ । କେତେ ବଡ ବୃକ୍ଷ । ପ୍ରଥମେ
ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମ ହିଁ ହେବ । ପୁଣି ଭିନ୍ନ ଭିନ୍ନ ଧର୍ମ ସବୁ ଆସିବ । ତୁମେ
ହିଁ ୮୪ ଭିନ୍ନ-ଭିନ୍ନ ଜନ୍ମ ନେଇଛ । ତାହା ମଧ୍ୟ ଅବିନାଶୀ ଅଟେ । ତୁମେ ଜାଣିଛ କଳ୍ପ-କଳ୍ପ ଆମେ
୮୪ ଜନ୍ମର ଚକ୍ରରେ ଘୂରୁଛୁ । ୮୪ ଜନ୍ମର ଚକ୍ରରେ ଆମେ ହିଁ ଆସୁଛୁ । ୮୪ ଲକ୍ଷ ଜନ୍ମ କୌଣସି
ମନୁଷ୍ୟର ଆତ୍ମା ନେଉ ନାହିଁ । ଏପରି ତ ଭିନ୍ନ-ଭିନ୍ନ ଜୀବଜନ୍ତୁ ଆଦି ଢେର ରହିଛନ୍ତି । ସେଗୁଡିକୁ
କେହି ଗଣନା ମଧ୍ୟ କରିପାରିବେ ନାହିଁ । ମନୁଷ୍ୟର ଆତ୍ମା ୮୪ ଜନ୍ମ ନେଉଛି । ତେଣୁ ଏହି ଅଭିନୟ କରି
କରି ଏକଦମ୍ ଯେପରି ହାଲିଆ ହୋଇଯାଇଛନ୍ତି । ଦୁଃଖୀ ହୋଇ ଯାଇଛନ୍ତି । ସିଡି ଓହ୍ଲାଇ
ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଯାଇଛନ୍ତି । ବାବା ପୁଣି ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ
କରୁଛନ୍ତି । ବାବା କହୁଛନ୍ତି - ମୁଁ ତମୋପ୍ରଧାନ ଶରୀର ଏବଂ ତମୋପ୍ରଧାନ ଦୁନିଆକୁ ଆସିଛି । ଏବେ
ସମଗ୍ର ଦୁନିଆ ତମୋପ୍ରଧାନ ହୋଇଯାଇଛି । ମନୁଷ୍ୟ ତ ଏପରି କହିଦେଉଛନ୍ତି - ସାରା ବିଶ୍ୱରେ କିପରି
ଶାନ୍ତି ହେବ । ଜାଣୁ ନାହାଁନ୍ତି ଯେ ବିଶ୍ୱରେ ଶାନ୍ତି କେବେ ଥିଲା । ବାବା କହୁଛନ୍ତି
ତୁମମାନଙ୍କ ଘରେ ଚିତ୍ର ଅଛି ନା । ଏମାନଙ୍କ ରାଜ୍ୟ ଥିବା ସମୟରେ ସାରା ବିଶ୍ୱରେ ଶାନ୍ତି ଥିଲା,
ତାକୁ ସ୍ୱର୍ଗ କୁହାଯାଉଥିଲା । ନୂଆ ଦୁନିଆକୁ ହିଁ ହେଭେନ୍ ଗୋଲ୍ଡେନ୍ ଯୁଗ କୁହାଯାଏ । ଏବେ ଏହି
ପୁରୁଣା ଦୁନିଆ ବଦଳିଯିବ । ପୁଣି ସେହି ରାଜଧାନୀ ସ୍ଥାପନ ହେଉଛି । ବିଶ୍ୱରେ ଏମାନଙ୍କର ରାଜ୍ୟ
ଥିଲା । ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରକୁ ବହୁତ ମନୁଷ୍ୟ ଯାଇଥା’ନ୍ତି । ଏ କଥା କ’ଣ ବୁଦ୍ଧିରେ ଅଛି
ଯେ ଏଇମାନେ ହିଁ ଭାରତର ମାଲିକ ଥିଲେ ଏମାନଙ୍କ ରାଜ୍ୟରେ ନିଶ୍ଚୟ ସୁଖ-ଶାନ୍ତି ଥିଲା । ଏହା ୫
ହଜାର ବର୍ଷର କଥା - ଯେତେବେଳେ କି ଏମାନଙ୍କର ରାଜ୍ୟ ଥିଲା । ଅଧାକଳ୍ପ ପରେ ପୁଣି ପୁରୁଣା ଦୁନିଆ
କୁହାଯାଉଛି ସେଥିପାଇଁ ବ୍ୟବସାୟୀମାନେ ତାଙ୍କ ଖାତାରେ ସ୍ୱସ୍ତିକା ଅଙ୍କନ କରିଥା’ନ୍ତି । ଏହାର
ମଧ୍ୟ ଅର୍ଥ ରହିଛି ନା । ସେମାନେ ତ ଗଣେଶ ବୋଲି କହି ଦିଅନ୍ତି । ଗଣେଶଙ୍କୁ ପୁଣି ବିଘ୍ନ ବିନାଶକ
ଦେବତା ଭାବିଥା’ନ୍ତି । ସ୍ୱସ୍ତିକାରେ ପୂରା ୪ ଭାଗ ରହିଥାଏ । ଏ ସବୁ ଭକ୍ତିମାର୍ଗ । ଏବେ
ଦୀପାବଳୀ ପାଳନ କରୁଛନ୍ତି, ବାସ୍ତବରେ ଯୋଗର ଯାତ୍ରା ହିଁ ସତ୍ୟ-ସତ୍ୟ ଦୀପାବଳୀ ଅଟେ ଯାହା ଦ୍ୱାରା
ଆତ୍ମାର ଜ୍ୟୋତି ୨୧ ଜନ୍ମ ପାଇଁ ଜାଗ୍ରତ ହୋଇଯାଉଛି । ବହୁତ ରୋଜଗାର ହେଉଛି । ତେଣୁ ତୁମେମାନେ
ବହୁତ ଖୁସି ହେବା ଉଚିତ୍ । ଏବେ ନୂଆ ଦୁନିଆ ପାଇଁ ତୁମର ନୂଆ ଖାତା ଆରମ୍ଭ ହେଉଛି । ତୁମମାନଙ୍କୁ
୨୧ ଜନ୍ମର ଖାତା ଏବେ ଜମା କରିବାକୁ ହେବ । ଏବେ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି, ନିଜକୁ
ଆତ୍ମା ଭାବି ଶୁଣୁଛ! ଆତ୍ମା ଭାବି ଶୁଣିଲେ ଖୁସି ମଧ୍ୟ ରହିବ । ବାବା ଆମମାନଙ୍କୁ ପାଠ ପଢାଉଛନ୍ତି
। ଭଗବାନୁବାଚ ମଧ୍ୟ ରହିଛି ନା । ଭଗବାନ ଜଣେ ଅଟନ୍ତି । ତେବେ ନିଶ୍ଚିତ ଭାବରେ ସେ ଆସି ଶରୀର
ନେଉଥିବେ, ସେଥିପାଇଁ ଭଗବାନୁବାଚ କୁହାଯାଉଛି । ଏହା ମଧ୍ୟ କାହାକୁ ହେଲେ ଜଣା ନାହିଁ ତେଣୁ
ନେତି-ନେତି କହି ଦେଉଛନ୍ତି । କହୁଛନ୍ତି ମଧ୍ୟ ସେ ପରମପିତା ପରମାତ୍ମା । ପୁଣି କହିଦେଉଛନ୍ତି -
ଆମେ ଜାଣି ନାହୁଁ । କହୁଛନ୍ତି ମଧ୍ୟ ଶିବବାବା, ବ୍ରହ୍ମାଙ୍କୁ ମଧ୍ୟ ବାବା କହୁଛନ୍ତି ।
ବିଷ୍ଣୁଙ୍କୁ କେବେ ବାବା କହିବେ ନାହିଁ । ପ୍ରଜାପିତା କୁହାଯାଉଛି ତେଣୁ ବାବା ହେଲେ ନା । ତୁମେ
ହେଉଛ ବି.କେ., ପ୍ରଜାପିତା ନାଁ ନ ଥିବାରୁ କିଛି ବୁଝୁ ନାହାଁନ୍ତି । ଏତେ ଢେର ବି.କେ. ଅଛନ୍ତି
ତେବେ ନିଶ୍ଚିତ ପ୍ରଜାପିତା ମଧ୍ୟ ଥିବେ ସେଥିପାଇଁ ପ୍ରଜାପିତା ଶବ୍ଦ ନିଶ୍ଚୟ ଲେଖ । ତେବେ
ବୁଝିଯିବେ ଯେ, ପ୍ରଜାପିତା ତ ଆମର ହିଁ ବାବା ଅଟନ୍ତି । ନୂଆ ସୃଷ୍ଟି ନିଶ୍ଚିତ ପ୍ରଜାପିତାଙ୍କ
ଦ୍ୱାରା ହିଁ ରଚନା କରାଯାଉଛି । ଆମେ ସମସ୍ତେ ଆତ୍ମା, ପରସ୍ପର ଭାଇ ଭାଇ ପୁଣି ଶରୀର ଧାରଣ କରି
ଭାଇ-ଭଉଣୀ ହୋଇଯାଉଛୁ । ବାବାଙ୍କର ସନ୍ତାନ ତ ଅବିନାଶୀ ଅଟନ୍ତି ପୁଣି ସାକାରରେ ଭାଇ-ଭଉଣୀ ଦରକାର
। ତେଣୁ ନାମ ରହିଛି ପ୍ରଜାପିତା ବ୍ରହ୍ମା । କିନ୍ତୁ ଆମେ ବ୍ରହ୍ମାଙ୍କୁ ସ୍ମରଣ କରୁନାହୁଁ ।
ସ୍ମରଣ ତ ଲୌକିକମାନଙ୍କୁ ଏବଂ ପାରଲୌକିକଙ୍କୁ କରିଥା’ନ୍ତି । ପ୍ରଜାପିତା ବ୍ରହ୍ମାଙ୍କୁ କେହି
ସ୍ମରଣ କରନ୍ତି ନାହିଁ । ଦୁଃଖରେ ବାବାଙ୍କୁ ସ୍ମରଣ କରନ୍ତି, ବ୍ରହ୍ମାଙ୍କୁ ନୁହେଁ, କୁହନ୍ତି ହେ
ଭଗବାନ । ହେ ବ୍ରହ୍ମା ବୋଲି କେବେହେଲେ କହନ୍ତି ନାହିଁ । ସୁଖରେ କାହାକୁ ବି ସ୍ମରଣ କରନ୍ତି ନାହିଁ
। ସ୍ୱର୍ଗରେ ତ ସୁଖ ହିଁ ସୁଖ ରହିଛି । ଏକଥା ମଧ୍ୟ କାହାକୁ ହେଲେ ଜଣା ନାହିଁ । ତୁମେମାନେ
ଜାଣୁଛ ବର୍ତ୍ତମାନ ୩ ଜଣ ପିତା ଅଛନ୍ତି । ଭକ୍ତିମାର୍ଗରେ ଲୌକିକ ଏବଂ ପାରଲୌକିକ ବାବାଙ୍କୁ ମନେ
ପକାଇଥା’ନ୍ତି । ସତ୍ୟଯୁଗରେ କେବଳ ଲୌକିକ ପିତାଙ୍କୁ ମନେ ପକାଇଥା’ନ୍ତି । କିନ୍ତୁ ସଂଗମ ଯୁଗରେ
୩ ଜଣଙ୍କୁ ମନେ ପକାଇଥା’ନ୍ତି । ଲୌକିକ ପିତା ମଧ୍ୟ ଥା’ନ୍ତି କିନ୍ତୁ ଜାଣିଥା’ନ୍ତି ସେ ହେଉଛନ୍ତି
ହଦର ପିତା । ତାଙ୍କଠାରୁ ହଦର ବର୍ସା ମିଳୁଛି । ଏବେ ଆମକୁ ବେହଦର (ଅସୀମ) ବାବା ମିଳିଛନ୍ତି,
ଯାହାଙ୍କଠାରୁ ବେହଦର ବର୍ସା ମିଳୁଛି । ଏସବୁ ବୁଦ୍ଧିର କଥା । ଏବେ ବେହଦର ବାବା ବ୍ରହ୍ମାଙ୍କ
ଶରୀରରେ ଆସିଛନ୍ତି ଆମମାନଙ୍କୁ ବେହଦର ସୁଖ ଦେବା ପାଇଁ । ତାଙ୍କର ହେଲେ ହିଁ ଆମେ ବେହଦର ବର୍ସା
ପାଇଥାଉ । ଏହା ଯେପରି ଦାଦାଙ୍କଠାରୁ ବର୍ସା ମିଳୁଛି - ବ୍ରହ୍ମା ଦ୍ୱାରା । ସେ କହୁଛନ୍ତି ମୁଁ
ତୁମକୁ ବର୍ସା ଦେଉଛି । ମୁଁ ପାଠ ପଢାଉଛି । ମୋ ପାଖରେ ଜ୍ଞାନ ଅଛି । ବାକି ନା ମନୁଷ୍ୟଠାରେ
ଜ୍ଞାନ ଅଛି ନା ଦେବତାମାନଙ୍କ ପାଖରେ ଜ୍ଞାନ ଅଛି । ଏହି ଜ୍ଞାନ କେବଳ ମୋ ପାଖରେ ଅଛି, ଯାହା ମୁଁ
ତୁମମାନଙ୍କୁ ଦେଉଛି । ଏହା ହେଉଛି ଆତ୍ମିକ ଜ୍ଞାନ । ତୁମେ ଜାଣିଛ ଆତ୍ମାର ପିତା ଶିବବାବାଙ୍କ
ଦ୍ୱାରା ଆମକୁ ଏହି ପଦ ମିଳୁଛି । ଏହିପରି ବିଚାର ସାଗର ମନ୍ଥନ କରିବା ଉଚିତ୍ । ଗାୟନ ମଧ୍ୟ ରହିଛି,
ମନ କେ ଜିତେ୍ ଜିତ, ମନ ସେ ହାରେ ହାର... ବାସ୍ତବରେ କହିବା ଦରକାର - ମାୟା ଉପରେ ବିଜୟ, କାହିଁକି
ନା ମନକୁ ଜିତା ଯାଏ ନାହିଁ । ମନୁଷ୍ୟ କହୁଛନ୍ତି ମନର ଶାନ୍ତି କିପରି ହେବ? ବାବା କହୁଛନ୍ତି
ଆତ୍ମା କିପରି କହିବ ଯେ, ମନର ଶାନ୍ତି ଦରକାର । ଆତ୍ମା ତ ହେଉଛି ଶାନ୍ତିଧାମର ବାସିନ୍ଦା । ଆତ୍ମା
ଶରୀରକୁ ଆସିବା ପରେ କାର୍ଯ୍ୟ କରିବାରେ ଲାଗିଯାଏ । ବାବା କହୁଛନ୍ତି ତୁମେ ଏବେ ସ୍ୱଧର୍ମରେ
ସ୍ଥିତ ହୁଅ, ନିଜକୁ ଆତ୍ମା ବୋଲି ଭାବ । ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି । ବାକି ଶାନ୍ତି
କେଉଁଠି ଖୋଜିବ । ଏହା ଉପରେ ରାଣୀଙ୍କ ହାରର ମଧ୍ୟ ଉଦାହରଣ ରହିଛି । ସନ୍ନ୍ୟାସୀମାନେ ଏହି
ଦୃଷ୍ଟାନ୍ତ ଦେଇ ପୁଣି ନିଜେ ଜଙ୍ଗଲକୁ ଯାଇ ଶାନ୍ତି ଖୋଜିଥା’ନ୍ତି । ବାବା କହୁଛନ୍ତି ତୁମ
ଆତ୍ମାମାନଙ୍କର ସ୍ୱଧର୍ମ ହେଉଛି ଶାନ୍ତି । ଶାନ୍ତିଧାମ ତୁମର ଘର, ଯେଉଁଠାରୁ ତୁମେ ପାର୍ଟ
କରିବାକୁ ଆସୁଛ । ଆତ୍ମାକୁ ଶରୀର ଦ୍ୱାରା କର୍ମ କରିବାକୁ ପଡୁଛି । ଶରୀରରୁ ଅଲଗା ହେଲେ
ନିସ୍ତବ୍ଧ ହୋଇଯାଏ । ଆତ୍ମା ଯାଇ ଅନ୍ୟ ଏକ ଶରୀର ନେଇଥାଏ ତେବେ ଚିନ୍ତା କାହିଁକି? କ’ଣ ଆତ୍ମା
ଫେରି ଆସିବ କି! କିନ୍ତୁ ମୋହ ବିଚଳିତ କରିଥାଏ । ସେଠାରେ ତୁମକୁ ମୋହ ବିଚଳିତ କରିବ ନାହିଁ ।
କାରଣ ସେଠାରେ ୫ ବିକାର ହିଁ ରହିବ ନାହିଁ । ରାବଣ ରାଜ୍ୟ ହିଁ ନାହିଁ । ତାହା ହେଲା ରାମରାଜ୍ୟ ।
ଯଦି ସବୁବେଳେ ରାବଣ ରାଜ୍ୟ ହେବ, ତେବେ ମନୁଷ୍ୟମାନେ ଥକିଯିବେ । କେବେହେଲେ ସୁଖ ଦେଖିପାରିବେ
ନାହିଁ । ଏବେ ତୁମେ ଆସ୍ତିକ ହୋଇଛ ଏବଂ ତ୍ରିକାଳଦର୍ଶୀ ମଧ୍ୟ ହୋଇଛ । ମନୁଷ୍ୟମାନେ ବାବାଙ୍କୁ
ଜାଣି ହିଁ ନାହାଁନ୍ତି । ସେଥିପାଇଁ ନାସ୍ତିକ ବୋଲି କୁହାଯାଉଛି ।
ବର୍ତ୍ତମାନ ତୁମେ ଜାଣୁଛ ଏହି ଶାସ୍ତ୍ର ଆଦି ଯାହା ଅତୀତ ହୋଇଯାଇଛି, ଏ ସବୁ ହେଲା ଭକ୍ତି ମାର୍ଗ
। ବର୍ତ୍ତମାନ ତୁମେ ଜ୍ଞାନ ମାର୍ଗରେ ଅଛ । ବାବା ତୁମମାନଙ୍କୁ କେତେ ସ୍ନେହର ସହିତ ନୟନ ଉପରେ
ବସାଇ ନେଇଯାଉଛନ୍ତି । ଗଳାର ହାର କରି ସମସ୍ତଙ୍କୁ ନେଇଯାଉଛନ୍ତି । ସମସ୍ତେ ତାଙ୍କୁ ଡାକୁଛନ୍ତି
। ଯେଉଁମାନେ କାମ ଚିତା ଉପରେ ବସି କଳା ହୋଇ ଯାଇଛନ୍ତି ତାଙ୍କୁ ଜ୍ଞାନ ଚିତା ଉପରେ ବସାଇ,
ହିସାବ-କିତାବ ଚୁକ୍ତ କରାଇ ଘରକୁ ନେଇଯାଉଛନ୍ତି । ଏବେ ତୁମର କାମ ହେଉଛି ପାଠ ପଢିବା, ଅନ୍ୟ
କୌଣସି କଥାରେ ଯିବା ଉଚିତ୍ ନୁହେଁ । କିପରି ମରିବୁ, କ’ଣ ହେବ... ଏସବୁ କଥାରେ ଆମେ କାହିଁକି
ଯିବୁ । ଏହା ତ ବିନାଶର ସମୟ, ସବୁ ହିସାବ-କିତାବ ଚୁକ୍ତ କରି ଘରକୁ ଚାଲିଯିବା । ଏହି ବେହଦ
ଡ୍ରାମାର ରହସ୍ୟ କେବଳ ତୁମମାନଙ୍କ ବୁଦ୍ଧିରେ ଅଛି, ଏହି ରହସ୍ୟକୁ ଆଉ କେହି ହେଲେ ଜାଣି
ନାହାଁନ୍ତି । ପିଲାମାନେ ଜାଣିଛନ୍ତି ଆମେ ବାବାଙ୍କ ପାଖକୁ ବେହଦର ବର୍ସା ନେବା ପାଇଁ କଳ୍ପ-କଳ୍ପ
ଆସୁଛୁ । ଆମେ ହେଉଛୁ ଜୀବର ଆତ୍ମାମାନେ । ବାବା ମଧ୍ୟ ବ୍ରହ୍ମାଙ୍କ ଶରୀରରେ ଆସି ପ୍ରବେଶ
କରିଛନ୍ତି । ବାବା କହୁଛନ୍ତି ମୁଁ ସାଧାରଣ ଶରୀରରେ ଆସୁଛି, ଏହାଙ୍କୁ ମଧ୍ୟ ବୁଝାଉଛି ଯେ ତୁମେ
ନିଜର ଜନ୍ମକୁ ଜାଣି ନାହଁ । ଆଉ କେହି ଏପରି କହିପାରିବେ ନାହିଁ ଯେ ପିଲାମାନେ, ଦେହୀ-ଅଭିମାନୀ
ହୁଅ, ବାବାଙ୍କୁ ମନେ ପକାଅ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯୋଗର
ଯାତ୍ରାରେ ରହି ସଚ୍ଚା-ସଚ୍ଚା ଦୀପାବଳି ପ୍ରତିଦିନ ପାଳନ କରିବାକୁ ହେବ । ନିଜର ନୂଆ ଖାତା ୨୧
ଜନ୍ମ ପାଇଁ ଜମା କରିବାକୁ ହେବ ।
(୨) ଡ୍ରାମାର ରହସ୍ୟକୁ
ବୁଦ୍ଧିରେ ରଖି ପାଠପଢା ବ୍ୟତୀତ ଅନ୍ୟ କୌଣସି କଥାରେ ଯିବାର ନାହିଁ । ନିଜର ସବୁ ହିସାବ-କିତାବ
ଚୁକ୍ତ କରିବାକୁ ହେବ ।
ବରଦାନ:-
ଆତ୍ମ-ଅଭିମାନୀ
ସ୍ଥିତି ଦ୍ୱାରା ବ୍ୟର୍ଥ କଥାର ଷ୍ଟକକୁ ସମାପ୍ତ କରୁଥିବା ଖୁସି ରୂପୀ ସମ୍ପତ୍ତିରେ ସମ୍ପନ୍ନ ଭବ
।
ନିଜର ଆତ୍ମ ଅଭିମାନୀ
ସ୍ଥିତି ଦ୍ୱାରା ବ୍ୟର୍ଥ କଥାର ଷ୍ଟକକୁ ସମାପ୍ତ କର, ନଚେତ୍ ପରସ୍ପରର ଅବଗୁଣକୁ ବର୍ଣ୍ଣନା କରି
କରି ରୋଗ-ବେମାରୀର ଜୀବାଣୁ ଗୁଡିକୁ ବାୟୁମଣ୍ଡଳରେ ଖେଳାଇ ଚାଲିଥିବ, ଯାହାଦ୍ୱାରା ବାତାବରଣ
ଦୁର୍ବଳ ହେବ । ତୁମ ପାଖକୁ ଅନେକ ପ୍ରକାରର ମନୋଭାବ ରଖି ଅନେକ ଆତ୍ମା ଆସିବେ କିନ୍ତୁ ସେମାନେ
ତୁମଠାରୁ କେବଳ ଶୁଭଭାବନାର କଥା ହିଁ ନେଇ କରି ଯାଆନ୍ତୁ ଏବଂ ଏହା ସେତେବେଳେ ହୋଇପାରିବ ଯେତେବେଳେ
ତୁମ ପାଖରେ ଖୁସି ହେବା ଭଳି କଥା ବହୁତ ମାତ୍ରାରେ ଷ୍ଟକ ଜମା ଥିବ । ଯଦି ମନ ଭିତରେ କାହା ପ୍ରତି
କୌଣସି ବ୍ୟର୍ଥ କଥା ଥିବ, ତେବେ ଯେଉଁଠି ବ୍ୟର୍ଥ କଥା ଥିବ, ସେଠାରେ ବାବା ନ ଥିବେ, ପାପ ଥିବ ।
ସ୍ଲୋଗାନ:-
ଯଦି ସ୍ମୃତି
ରୂପୀ ସ୍ୱୀଚ୍ ଅନ୍ ଥିବ ତେବେ ମୁଡ୍ ଅଫ୍ ହୋଇପାରିବ ନାହିଁ ।
ଅବ୍ୟକ୍ତ ଈଶାରା:-
ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।
ଯିଏ ଯେତେ ଅଧିକ ବ୍ୟସ୍ତ
ରହୁଥିବେ ସେହି ଅନୁସାରେ ତାଙ୍କୁ ସେତେ ଅଧିକ ଏହି ଅଭ୍ୟାସ କରିବା ଜରୁରୀ ଅଟେ । ତା’ଦ୍ୱାରା ସେବା
କରିବାରେ ମଝିରେ-ମଝିରେ ଯେଉଁ କ୍ଲାନ୍ତିର ଅନୁଭବ କରୁଛ ବା ପରସ୍ପର ଭିତରେ କିଛି ନା କିଛି ହଲ୍ଚଲ୍
ହୋଇ ଯାଉଛି, ତାହା ହେବ ନାହିଁ । ଯଦି ଗୋଟିଏ ସେକେଣ୍ଡରେ ଦେହଠାରୁ ଅଲଗା ହେବାର ଅଭ୍ୟାସ ଥିବ
ତେବେ ଯଦି କୌଣସି ସେଭଳି କଥା ଆସିଗଲା ତେବେ ଗୋଟିଏ ସେକେଣ୍ଡରେ ନିଜର ଅଭ୍ୟାସ ଦ୍ୱାରା ଏହିସବୁ
କଥାରୁ ଦୂରେଇ ଯାଇପାରିବା, ଭାବିବା ମାତ୍ରକେ ହୋଇଯିବ । ଯୁଦ୍ଧ କରିବାକୁ ପଡିବ ନାହିଁ ।