29.01.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜର
ମିଠାବାବାଙ୍କୁ ମନେ ପକାଇବା ଦ୍ୱାରା ତୁମେମାନେ ସତ୍ତ୍ୱପ୍ରଧାନ ଦେବତା ହୋଇଯିବ, ଯୋଗର ଯାତ୍ରା
ଉପରେ ହିଁ ସବୁ କିଛି ନିର୍ଭର କରେ ” ।
ପ୍ରଶ୍ନ:-
ଯେପରି ପିଲାମାନେ
ବାବାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି, ସେହିପରି କେଉଁ ପିଲାମାନଙ୍କ ପ୍ରତି ସମସ୍ତେ ଆକର୍ଷିତ
ହୁଅନ୍ତି?
ଉତ୍ତର:-
ଯେଉଁମାନେ ଫୁଲ ଭଳି ହୋଇଛନ୍ତି । ଯେପରି ଛୋଟ ପିଲାମାନେ ଫୁଲ ଭଳି ପବିତ୍ର ଅଟନ୍ତି, ସେମାନଙ୍କୁ
ବିକାରର ଜ୍ଞାନ ଜଣା ନ ଥାଏ, ସେଥିପାଇଁ ସେମାନେ ସମସ୍ତଙ୍କୁ ଆକର୍ଷିତ କରିଥା’ନ୍ତି । ସେହିପରି
ତୁମେ ପିଲାମାନେ ମଧ୍ୟ ଯେତେବେଳେ ଫୁଲ ଭଳି ପବିତ୍ର ହୋଇଯିବ, ସେତେବେଳେ ସମସ୍ତେ ତୁମ ପ୍ରତି
ଆକର୍ଷିତ ହେବେ । ତେଣୁ ତୁମ ଭିତରେ କୌଣସି ପ୍ରକାରର ବିକାରର କଣ୍ଟା ରହିବା ଉଚିତ୍ ନୁହେଁ ।
ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନେ ଜାଣିଛନ୍ତି ଯେ ଏହା ପୁରୁଷୋତ୍ତମ ସଂଗମଯୁଗ ଅଟେ । ନିଜର ଭବିଷ୍ୟତର
ପୁରୁଷୋତ୍ତମ ମୁଖକୁ ଦେଖୁଛ? ପୁରୁଷୋତ୍ତମ ଶରୀରକୁ ଦେଖୁଛ? ଅନୁଭବ କରୁଛ ଯେ ଆମେ ପୁଣି ନୂଆ
ଦୁନିଆ ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କ ବଂଶାବଳୀକୁ ଯିବୁ ଅର୍ଥାତ୍ ସୁଖଧାମକୁ ଯିବୁ ଅଥବା
ପୁରୁଷୋତ୍ତମ ହେବୁ । ବସୁ ବସୁ ଏହି ବିଚାର ଆସୁଛି! ବିଦ୍ୟାର୍ଥୀମାନେ ଯେଉଁ ପାଠ ପଢୁଥା’ନ୍ତି ଏବଂ
ଯେଉଁ ଶ୍ରେଣୀରେ ପଢୁଥା’ନ୍ତି, ତାହା ନିଶ୍ଚିତ ତାଙ୍କ ବୁଦ୍ଧିରେ ଥିବ ନା - ମୁଁ ବାରିଷ୍ଟର ବା
ଅମୁକ ହେବି । ସେହିପରି ତୁମେମାନେ ମଧ୍ୟ ଯେତେବେଳେ ଏଠାରେ ବସୁଛ ତେବେ ଏକଥା ଜାଣିଛ ଯେ ଆମେ
ବିଷ୍ଣୁଙ୍କ କୁଳକୁ ଯିବୁ । ବିଷ୍ଣୁଙ୍କର ଦୁଇଟି ରୂପ ଅଛି - ଲକ୍ଷ୍ମୀ ଏବଂ ନାରାୟଣ ।
ତୁମମାନଙ୍କର ବୁଦ୍ଧି ଏବେ ଅଲୌକିକ ହୋଇଯାଇଛି । ଆଉ କୌଣସି ମନୁଷ୍ୟର ବୁଦ୍ଧିରେ ଏହି ସବୁ କଥାର
ବିଚାର ଆସୁ ନ ଥିବ । ତୁମମାନଙ୍କ ବୁଦ୍ଧିରେ ଏହି ସବୁ କଥା ଅଛି । ଏହା କୌଣସି ସାଧାରଣ ସତ୍ସଂଗ
ନୁହେଁ । ତୁମେମାନେ ଏଠାରେ ବସିଛ ଏବଂ ଜାଣୁଛ ଯେ, ସତ୍ୟ ବାବା ଯାହାଙ୍କୁ ଶିବ କୁହାଯାଏ ଆମେ
ତାଙ୍କ ସଂଗରେ ବସିଛୁ । ଶିବବାବା ହିଁ ରଚୟିତା ଅଟନ୍ତି, ସେ ହିଁ ରଚନାର ଆଦି-ମଧ୍ୟ-ଅନ୍ତକୁ
ଜାଣିଛନ୍ତି ଏବଂ ଆମକୁ ସେହି ଜ୍ଞାନ ଦେଉଛନ୍ତି, ଯେମିତି କି କାଲିର କଥା ଶୁଣାଉଛନ୍ତି । ଯଦି
ଏଠାରେ ବସିଛ ତେବେ ଏକଥା ତ ମନେ ଥିବ ନା, ଆମେ ଏଠାକୁ ଆସିଛୁ - ନବ ଯୌବନ ପ୍ରାପ୍ତ କରିବା ପାଇଁ
ଅର୍ଥାତ୍ ଏହି ଶରୀର ପରିବର୍ତ୍ତନ କରି ଦେବତା ଶରୀର ନେବା ପାଇଁ । ଆତ୍ମା କହୁଛି ମୋର ଏହା
ତମୋପ୍ରଧାନ ପୁରୁଣା ଶରୀର, ଏବେ ଏହାକୁ ପରିବର୍ତ୍ତନ କରି ଲକ୍ଷ୍ମୀ-ନାରାୟଣଙ୍କ ଭଳି ହେବାକୁ
ପଡିବ । ତୁମର ଲକ୍ଷ୍ୟ-ଉଦ୍ଦେଶ୍ୟ କେତେ ଶ୍ରେଷ୍ଠ । ତେବେ ଶିକ୍ଷାଦାତା ନିଶ୍ଚିତ ପଢୁଥିବା
ଛାତ୍ରମାନଙ୍କଠାରୁ ଅଧିକ ଯୋଗ୍ୟ ହୋଇଥିବେ ନା । ପାଠ ପଢାଉଛନ୍ତି, ଭଲ କର୍ମ ଶିଖାଉଛନ୍ତି, ତେଣୁ
ନିଶ୍ଚିତ ଭାବେ ଶ୍ରେଷ୍ଠ ହୋଇଥିବେ । ତୁମେମାନେ ଜାଣିଛ ଆମକୁ ସବୁଠାରୁ ଉଚ୍ଚରୁ ଉଚ୍ଚ ଭଗବାନ ପାଠ
ପଢାଉଛନ୍ତି । ଭବିଷ୍ୟତରେ ଆମେ ପୁନର୍ବାର ଦେବତା ହେବୁ । ଆମେ ଯାହା କିଛି ପଢୁଛୁ ତାହା ଭବିଷ୍ୟତ
ନୂଆ ଦୁନିଆ ପାଇଁ । ଆଉ କାହାକୁ ନୂଆ ଦୁନିଆ ବିଷୟରେ ଜଣା ହିଁ ନାହିଁ । ଏବେ ତୁମମାନଙ୍କ
ବୁଦ୍ଧିରେ ଆସୁଛି ଯେ ଏହି ଲକ୍ଷ୍ମୀ-ନାରାୟଣ ନୂଆ ଦୁନିଆର ମାଲିକ ଥିଲେ, ତେବେ ନିଶ୍ଚିତ ଭାବରେ
ତାହାର ପୁଣି ପୁନରାବୃତ୍ତି ହେବ । ବାବା ବୁଝାଉଛନ୍ତି ତୁମକୁ ପାଠପଢାଇ ମନୁଷ୍ୟରୁ ଦେବତା କରୁଛି
। ଦେବତାମାନଙ୍କ ଭିତରେ ମଧ୍ୟ ନିଶ୍ଚିତ କ୍ରମାନୁସାରେ ଥିବେ । ସେଠାରେ ଦୈବୀ ରାଜଧାନୀ ରହିଛି ନା
। ତୁମର ଦିନସାରା ଏହି ଚିନ୍ତନ ଚାଲୁଥିବ ଯେ ମୁଁ ଆତ୍ମା ଅଟେ । ମୋର ଆତ୍ମା ଯିଏକି ବହୁତ ପତିତ
ଥିଲା, ତାହା ଏବେ ପବିତ୍ର ହେବା ପାଇଁ ପରମ ପବିତ୍ର ବାବାଙ୍କୁ ସ୍ମରଣ କରୁଛି । ଯୋଗର ଅର୍ଥକୁ
ମଧ୍ୟ ବୁଝିବାକୁ ହେବ । ଆତ୍ମା ସ୍ମରଣ କରିଥାଏ ନିଜର ମିଠାବାବାଙ୍କୁ । ବାବା ନିଜେ କହୁଛନ୍ତି -
ପିଲାମାନେ ମୋତେ ମନେ ପକାଇଲେ ତୁମେମାନେ ସତ୍ତ୍ୱପ୍ରଧାନ ଦେବତା ହୋଇଯିବ । ତେବେ ସବୁକିଛି ଯୋଗର
ଯାତ୍ରା ଉପରେ ନିର୍ଭର କରେ । ବାବା ନିଶ୍ଚୟ ପଚାରିବେ ନା - ପିଲାମାନେ କେତେ ସମୟ ମୋତେ ମନେ
ପକାଉଛ? ଯୋଗ କରିବାରେ ହିଁ ମାୟାର ଲଢେଇ ହୋଇଥାଏ । ତୁମେମାନେ ନିଜେ ଜାଣୁଛ ଏହା ଯୋଗର ଯାତ୍ରା
ନୁହେଁ, ଯେମିତିକି ଏକ ଲଢେଇ ଅଟେ, ଏଥିରେ ବିଘ୍ନ ବହୁତ ପଡିଥାଏ । ଯୋଗର ଯାତ୍ରାରେ ରହିବାରେ ହିଁ
ମାୟା ବିଘ୍ନ ପକାଇଥାଏ ଅର୍ଥାତ୍ ବାବାଙ୍କୁ ଭୁଲାଇ ଦେଇଥାଏ । କହୁଛନ୍ତି ମଧ୍ୟ ବାବା ଆପଣଙ୍କ
ସ୍ମୃତିରେ ରହିବାରେ ହିଁ ମାୟାର ତୋଫାନ ବହୁତ ଆସୁଛି । ଏକ ନମ୍ବର ତୋଫାନ ହେଲା ଦେହ-ଅଭିମାନର ।
ତାପରେ ହେଲା କାମ ବିକାର, କ୍ରୋଧ, ଲୋଭ, ମୋହ... । ପିଲାମାନେ କହୁଛନ୍ତି, ବାବା ଆମେ ବହୁତ
ଚେଷ୍ଟା କରୁଛୁ ଯେ ଯୋଗଯୁକ୍ତ ହୋଇ ରହିବାରେ କୌଣସି ବିଘ୍ନ ନ ଆସୁ କିନ୍ତୁ ପୁଣି ବି ତୋଫାନ ଆସୁଛି
। ଆଜି କ୍ରୋଧର ତୋଫାନ ଆସିଲା, ଆଜି ଲୋଭର ତୋଫାନ ଆସିଲା । ଆଜି ମୋର ଅବସ୍ଥା ଭଲ ରହିଲା, କୌଣସି
ତୋଫାନ ଆସିଲା ନାହିଁ । ଯୋଗର ଯାତ୍ରାରେ ସାରା ଦିନ ରହିଲି, ମନ ବହୁତ ଖୁସି ଥିଲା । ବାବାଙ୍କୁ
ବହୁତ ସ୍ମରଣ କରିଲି । ଯୋଗରେ ସ୍ନେହର ଲୁହ ମଧ୍ୟ ବୋହିଥାଏ । ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା
ତୁମେ ମିଠା ହୋଇଯିବ ।
ତୁମେ ପିଲାମାନେ ଏକଥା ମଧ୍ୟ ଜାଣିଛ ଯେ, ଆମେ ମାୟାଠାରୁ ହାରି-ହାରି କେଉଁଠି ଆସି ପହଞ୍ଚିଯାଇଛୁ
। ପିଲାମାନେ ହିସାବ ବାହାର କରୁଛନ୍ତି, ଗୋଟିଏ କଳ୍ପରେ କେତେ ମାସ, କେତେ ଦିନ... ରହିଛି ।
ବୁଦ୍ଧିରେ ଆସୁଛି ନା । ଯଦି କେହି କହେ କଳ୍ପର ଆୟୁଷ ଲକ୍ଷ-ଲକ୍ଷ ବର୍ଷ ତେବେ କେହି କ’ଣ ହିସାବ
କରିପାରିବ । ବାବା ବୁଝାଉଛନ୍ତି - ଏହି ସୃଷ୍ଟିର ଚକ୍ର ଘୂରି ଚାଲିଛି । ଏହି ସାରା ଚକ୍ର ମଧ୍ୟରେ
ଆମେ କେତେ ଜନ୍ମ ନେଉଛୁ । କିପରି ରାଜ ପରିବାରରେ ଜନ୍ମ ନେଉଛୁ । ଏକଥା ତ ତୁମେମାନେ ଜାଣିଛ ନା ।
ଏହା ନୂଆ ଦୁନିଆ ପାଇଁ ବିଲ୍କୁଲ୍ ନୂଆ କଥା, ନୂଆ ଜ୍ଞାନ । ନୂଆ ଦୁନିଆ ସ୍ୱର୍ଗକୁ କୁହାଯାଉଛି ।
ତୁମେ କହିବ ଆମେମାନେ ଏବେ ମନୁଷ୍ୟ ଅଟୁ, ଦେବତା ହେବାକୁ ଯାଉଛୁ । ଦେବତା ପଦ ହେଲା ବହୁତ ଉଚ୍ଚ
ପଦ । ତୁମେମାନେ ଜାଣିଛ ଯେ, ଆମେ ସବୁଠାରୁ ନିଆରା ଅର୍ଥାତ୍ ଅଲଗା ଜ୍ଞାନ ପ୍ରାପ୍ତ କରୁଛୁ । ଆମର
ଶିକ୍ଷାଦାତା ମଧ୍ୟ ବିଲ୍କୁଲ ନିଆରା ଏବଂ ବିଚିତ୍ର ଅଟନ୍ତି । ତାଙ୍କର ଆମ ସଦୃଶ ସାକାର ଚିତ୍ର
ଅର୍ଥାତ୍ ଶରୀର ନାହିଁ । ସେ ନିରାକାର ଅଟନ୍ତି । ତେବେ ଡ୍ରାମାରେ ଦେଖ ତାଙ୍କର କିପରି ଶ୍ରେଷ୍ଠ
ପାର୍ଟ ରହିଛି । ବାବା ପାଠ କିପରି ପଢାଇବେ? ସିଏ ନିଜେ କହୁଛନ୍ତି - ମୁଁ ଅମୁକ ଶରୀରରେ ଆସୁଛି ।
କେଉଁ ଶରୀରରେ ଆସୁଛି, ତାହା ମଧ୍ୟ ଶୁଣାଉଛନ୍ତି । କିନ୍ତୁ ମନୁଷ୍ୟମାନେ ଦ୍ୱନ୍ଦରେ ପଡୁଛନ୍ତି -
କ’ଣ ଏହି ଗୋଟିଏ ଶରୀରରେ ହିଁ ଆସିବେ! କିନ୍ତୁ ଏହା ତ ଡ୍ରାମା ଅଟେ ନା । ଏଥିରେ ପରିବର୍ତ୍ତନ
ହୋଇପାରିବ ନାହିଁ । ଏହିସବୁ କଥା ତୁମେମାନେ ହିଁ ଶୁଣୁଛ, ଧାରଣ ମଧ୍ୟ କରୁଛ ଏବଂ ଅନ୍ୟମାନଙ୍କୁ
ଶୁଣାଉଛ - କିପରି ଆମକୁ ଶିବବାବା ପାଠ ପଢାଉଛନ୍ତି? ଆମେ ପୁଣି ଅନ୍ୟ ଆତ୍ମାମାନଙ୍କୁ ପଢାଉଛୁ ।
ପଢୁଛି ତ ଆତ୍ମା ନା । ଆତ୍ମା ହିଁ ଶିଖୁଛି ଏବଂ ଅନ୍ୟମାନଙ୍କୁ ମଧ୍ୟ ଶିଖାଉଛି । ଆତ୍ମା ଅତି
ମୂଲ୍ୟବାନ । ଆତ୍ମା ଅବିନାଶୀ, ଅମର । କେବଳ ଶରୀର ନଷ୍ଟ ହୋଇଥାଏ । ଆମେ ଆତ୍ମାମାନେ ନିଜର
ପରମପିତା ପରମାତ୍ମାଙ୍କଠାରୁ ଜ୍ଞାନ ପ୍ରାପ୍ତ କରୁଛୁ । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଏବଂ
୮୪ ଜନ୍ମର ଜ୍ଞାନ ପ୍ରାପ୍ତ କରୁଛୁ । ତେବେ ଜ୍ଞାନ କିଏ ପ୍ରାପ୍ତ କରୁଛି? ଆତ୍ମା । ଆତ୍ମା
ଅବିନାଶୀ ଅଟେ । ମୋହ ମଧ୍ୟ ରଖିବା ଦରକାର ଅବିନାଶୀ ବସ୍ତୁରେ, ନା କି ବିନାଶୀ ବସ୍ତୁରେ । ଏତେ
ସମୟ ତୁମେମାନେ ବିନାଶୀ ଶରୀରରେ ମୋହ ରଖି ଆସିଛ । ଏବେ ଜାଣୁଛ - ଆମେ ଆତ୍ମା ଅଟୁ, ଶରୀରର
ଚେତନାକୁ ଏବେ ଭୁଲିବାକୁ ହେବ । କେହି-କେହି ସନ୍ତାନ ମଧ୍ୟ ଏପରି ଲେଖୁଛନ୍ତି ଯେ, ମୁଁ ଆତ୍ମା ଏହି
କାମ କରିଲି । ମୁଁ ଆତ୍ମା ଆଜି ଏହିପରି ଭାଷଣ କରିଲି । ମୁଁ ଆତ୍ମା ଆଜି ବାବାଙ୍କୁ ବହୁତ ସ୍ମରଣ
କରିଛି । ସେ ହେଲେ ପରମ ଆତ୍ମା, ଜ୍ଞାନର ସାଗର । ତୁମମାନଙ୍କୁ କେତେ ଜ୍ଞାନ ଦେଉଛନ୍ତି ।
ବ୍ରହ୍ମଲୋକ ଏବଂ ସୂକ୍ଷ୍ମଲୋକକୁ ତୁମେମାନେ ଜାଣିଛ । ମନୁଷ୍ୟମାନଙ୍କ ବୁଦ୍ଧିରେ ତ କିଛି ବି
ଜ୍ଞାନ ନାହିଁ । ତୁମ ବୁଦ୍ଧିରେ ଅଛି ଯେ, ରଚୟିତା କିଏ? ଏହି ମନୁଷ୍ୟ ସୃଷ୍ଟିର ରଚୟିତା ଅଛନ୍ତି
ବୋଲି ଗାୟନ କରାଯାଏ, ତେବେ ନିଶ୍ଚିତ ସେ ତାଙ୍କର କର୍ତ୍ତବ୍ୟ କରୁଥିବେ ।
ତୁମେମାନେ ଜାଣିଛ ଏମିତି କୌଣସି ମନୁଷ୍ୟ ନାହାଁନ୍ତି ଯାହାଙ୍କୁ ଆତ୍ମା ଏବଂ ପିତା ପରମାତ୍ମା ମନେ
ରହିଥିବ । ବାବା ହିଁ ଜ୍ଞାନ ଦେଉଛନ୍ତି ଯେ ନିଜକୁ ଆତ୍ମା ନିଶ୍ଚୟ କର । ତୁମେମାନେ ନିଜକୁ ଶରୀର
ମନେ କରି ଓଲଟା ହୋଇଯାଇଛ । ଆତ୍ମା ସତ୍ୟ-ଚୈତନ୍ୟ-ଆନନ୍ଦ ସ୍ୱରୂପ ଅଟେ । ଆତ୍ମାର ସବୁଠାରୁ ଅଧିକ
ମହିମା ରହିଛି । ଦେଖ, ବାବାଙ୍କର ଆତ୍ମାର କେତେ ମହିମା ରହିଛି । ସେ ହିଁ ଦୁଃଖହର୍ତ୍ତା
ସୁଖକର୍ତ୍ତା ଅଟନ୍ତି, ମଶା-ମାଛିଙ୍କର ତ ମହିମା କରାଯାଏ ନାହିଁ ଯେ ସେମାନେ ଦୁଃଖହର୍ତ୍ତା
ସୁଖକର୍ତ୍ତା ଅଟନ୍ତି, ଜ୍ଞାନର ସାଗର ଅଟନ୍ତି । ନା, ଏହା ବାବାଙ୍କର ହିଁ ମହିମା ଅଟେ । ତୁମେମାନେ
ମଧ୍ୟ ସମସ୍ତେ ପ୍ରତ୍ୟେକ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟ କାହିଁକି ନା ବାବାଙ୍କର ସନ୍ତାନ ଅଟ,
ବାବା ସମସ୍ତଙ୍କର ଦୁଃଖ ହରଣ କରି ସୁଖ ଦେଉଛନ୍ତି, ତାହା ମଧ୍ୟ ଅଧାକଳ୍ପ ପାଇଁ । ଏହି ଜ୍ଞାନ ଆଉ
କାହା ପାଖରେ ନାହିଁ । ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି । ଆମ ଭିତରେ କିଛି ବି ଜ୍ଞାନ
ନ ଥିଲା । ଯଦି ବାବାଙ୍କୁ ହିଁ ଜାଣି ନ ଥିଲେ ତେବେ ଆଉ କି ଜ୍ଞାନ ରହିବ । ଏବେ ତୁମେମାନେ ଅନୁଭବ
କରୁଛ ଯେ, ଆମେମାନେ ପ୍ରଥମେ ଜ୍ଞାନ ନେଉଥିଲୁ, କିଛି ବି ଜାଣି ନ ଥିଲୁ । ଛୋଟ ପିଲାଙ୍କ ଭିତରେ
ଜ୍ଞାନ ନ ଥାଏ କି କୌଣସି ଅବଗୁଣ ମଧ୍ୟ ନଥାଏ, ସେଥିପାଇଁ ତାଙ୍କୁ ମହାତ୍ମା କୁହାଯାଏ କାରଣ ସେମାନେ
ପବିତ୍ର । ଯେତେ ଛୋଟ ପିଲା ସେତେ ଭଲ ଫୁଲ ଅର୍ଥାତ୍ ପବିତ୍ର । ବିଲ୍କୁଲ୍ ଯେପରି କର୍ମାତୀତ
ଅବସ୍ଥା । ସେମାନେ କର୍ମ ବିକର୍ମ କିଛି ବି ଜାଣି ନ ଥାନ୍ତି । କେବଳ ନିଜକୁ ହିଁ ଜାଣିଥା’ନ୍ତି ।
ସେମାନେ ଫୁଲ ଅଟନ୍ତି, ସେଥିପାଇଁ ସମସ୍ତଙ୍କୁ ଆକର୍ଷିତ କରିଥା’ନ୍ତି । ଯେପରି ଏବେ ବାବା
ସମସ୍ତଙ୍କୁ ଆକର୍ଷିତ କରୁଛନ୍ତି । ବାବା କେବଳ ଆସିଛନ୍ତି ତୁମ ସମସ୍ତଙ୍କୁ ଫୁଲ କରିବା ପାଇଁ ।
ତୁମ ଭିତରେ ମଧ୍ୟ ବହୁତ ଖରାପ କଣ୍ଟା ସଦୃଶ ଅଛନ୍ତି । ୫ ବିକାର ରୂପୀ କଣ୍ଟା ଅଛି ନା ।
ବର୍ତ୍ତମାନ ତୁମମାନଙ୍କୁ ଫୁଲ ଏବଂ କଣ୍ଟାର ଜ୍ଞାନ ଜଣା ଅଛି । କଣ୍ଟାର ଜଙ୍ଗଲ ମଧ୍ୟ ଥାଏ । ବବୁଲ
ଗଛର କଣ୍ଟା ସବୁଠାରୁ ବଡ କଣ୍ଟା । ସେହି କଣ୍ଟାରୁ ମଧ୍ୟ ବହୁତ ଜିନିଷ ତିଆରି ହେଉଛି । ଏବେ କଣ୍ଟା
ସହିତ ମନୁଷ୍ୟର ତୁଳନା କରାଯାଉଛି । ବାବା ବୁଝାଉଛନ୍ତି ଏହି ସମୟରେ ଦୁନିଆରେ ବହୁତ ଦୁଃଖ
ଦେଲାବାଲା ମନୁଷ୍ୟ ରୂପୀ କଣ୍ଟା ଅଛନ୍ତି ସେଥିପାଇଁ ଏହାକୁ ଦୁଃଖର ଦୁନିଆ କୁହାଯାଏ । କହୁଛନ୍ତି
ମଧ୍ୟ ବାବା ସୁଖଦାତା ଅଟନ୍ତି । ମାୟା ରାବଣ ଦୁଃଖଦାତା ଅଟେ । ତେବେ ସତ୍ୟଯୁଗରେ ମାୟା ନ ଥିବ,
ତେଣୁ ଏହିସବୁ କଥା କିଛି ବି ନ ଥିବ । ଡ୍ରାମାରେ ଗୋଟିଏ ପାର୍ଟ ଦୁଇଥର ହୋଇପାରିବ ନାହିଁ । ଏବେ
ବୁଦ୍ଧିରେ ଅଛି ଯେ, ସାରା ଦୁନିଆରେ ଯେଉଁ ପାର୍ଟ ଚାଲିଛି, ତାହା ସବୁ ନୂଆ । ଏବେ ତୁମେମାନେ
ବିଚାର କର - ସତ୍ୟଯୁଗରୁ ଏ ପର୍ଯ୍ୟନ୍ତ ଦିନ ବି ବଦଳି ଯାଇଛି, କାର୍ଯ୍ୟକଳାପ ମଧ୍ୟ ବଦଳିଯାଇଛି ।
୫ ହଜାର ବର୍ଷର ସମ୍ପୂର୍ଣ୍ଣ କାର୍ଯ୍ୟକଳାପର ରେକର୍ଡ ଆତ୍ମାରେ ଭରି ହୋଇ ରହିଛି, ଯାହାକି ବଦଳି
ପାରିବ ନାହିଁ । ପ୍ରତ୍ୟେକ ଆତ୍ମାରେ ନିଜର ପାର୍ଟ ଭରି ହୋଇ ରହିଛି । ଏହି ଗୋଟିଏ କଥାକୁ ମଧ୍ୟ
କେହି ବୁଝିପାରୁ ନାହାଁନ୍ତି । ଏବେ ତୁମେମାନେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ଏହା ସ୍କୁଲ
ଅଟେ ନା । ଏବେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିବାକୁ ହେବ ଏବଂ ବାବାଙ୍କୁ ସ୍ମରଣ କରି ପବିତ୍ର
ହେବାର ପାଠପଢା ମଧ୍ୟ ପଢିବାକୁ ହେବ । ଏହା ପୂର୍ବରୁ କ’ଣ ଜାଣିଥିଲେ କି - ଆମକୁ ଏହିଭଳି ହେବାକୁ
ପଡିବ । ବାବା କେତେ ସ୍ପଷ୍ଟ ଭାବରେ ବୁଝାଉଛନ୍ତି । ତୁମେମାନେ ପ୍ରଥମ ନମ୍ବର ଜନ୍ମରେ ଏହିଭଳି
ଦେବୀ-ଦେବତା ଥିଲ, ପୁଣି ତଳକୁ ଖସି ଖସି ଏବେ କ’ଣ ହୋଇଯାଇଛ । ଦୁନିଆକୁ ତ ଦେଖ କ’ଣ ହୋଇଯାଇଛି!
କେତେ ଢେର ମନୁଷ୍ୟ ଅଛନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କ ରାଜଧାନୀ ବିଷୟରେ ଚିନ୍ତାକର କ’ଣ
ହୋଇଥିବ! ଏମାନେ ଯେଉଁଠି ରହୁଥିବେ କିପରି ହୀରା-ନୀଳାର ମହଲ ଥିବ । ବୁଦ୍ଧିରେ ଆସୁଛି ଏବେ ଆମେ
ସ୍ୱର୍ଗବାସୀ ହେବାକୁ ଯାଉଛୁ । ସେଠାରେ ଆମେ ନିଜର ଘର ଆଦି ତିଆରି କରିବୁ । ଏମିତି ନୁହେଁ ଯେ ତଳୁ
କୌଣସି ଦ୍ୱାରିକା ବାହାରି ଆସିବ ଯେପରି ଶାସ୍ତ୍ରରେ ଦେଖାଇଛନ୍ତି । ସବୁବେଳେ ଏହି ଶାସ୍ତ୍ରର ନାମ
ହିଁ ଚାଲି ଆସିଛି, ଆଉ କୌଣସି ନାମ ତ ଦିଆଯାଇପାରିବ ନାହିଁ । ପଢିବା ପାଇଁ ଅନ୍ୟ ସବୁ ବହି ମଧ୍ୟ
ଅଛି । ପୁଣି ଉପନ୍ୟାସ ମଧ୍ୟ ଅଛି । ବାକି ଏହାକୁ ପୁସ୍ତକ ଅଥବା ଶାସ୍ତ୍ର କୁହାଯାଏ । ସେ ସବୁ
ହେଲା ପାଠପଢା ପାଇଁ ବହି । ତେବେ ଯିଏ ଶାସ୍ତ୍ର ପଢନ୍ତି, ତାଙ୍କୁ ଭକ୍ତ କୁହାଯାଏ । ଭକ୍ତି ଏବଂ
ଜ୍ଞାନ ଦୁଇଟି ଜିନିଷ । ତେଣୁ ବୈରାଗ୍ୟ କାହାର କୁହାଯିବ? ଭକ୍ତିର ନା ଜ୍ଞାନର? ନିଶ୍ଚିତ ଭାବରେ
ଭକ୍ତିର କୁହାଯିବ । ଏବେ ତୁମମାନଙ୍କୁ ଜ୍ଞାନ ମିଳୁଛି, ଯାହାଦ୍ୱାରା ତୁମେମାନେ ଏତେ ଉଚ୍ଚ ହେଉଛ
। ଏବେ ବାବା ତୁମମାନଙ୍କୁ ସୁଖଦାୟୀ କରୁଛନ୍ତି । ସୁଖଧାମକୁ ହିଁ ସ୍ୱର୍ଗ କୁହାଯାଏ । ତୁମେମାନେ
ସୁଖଧାମକୁ ଯାଉଛ, ତେଣୁ ତୁମମାନଙ୍କୁ ହିଁ ପାଠପଢା ଯାଉଛି । ଏହି ଜ୍ଞାନ ମଧ୍ୟ ତୁମମାନଙ୍କର ଆତ୍ମା
ଧାରଣ କରୁଛି । ଆତ୍ମାର କୌଣସି ଧର୍ମ ନାହିଁ । ସେ ତ ଆତ୍ମା । ଆତ୍ମା ଯେତେବେଳେ ଶରୀରରେ ଆସେ
ସେତେବେଳେ ଶରୀରର ଧର୍ମ ଅଲଗା ହୋଇଥାଏ । ଆତ୍ମାର ଧର୍ମ କ’ଣ? ପ୍ରଥମତଃ ଆତ୍ମା ବିନ୍ଦୁ ଏବଂ
ଶାନ୍ତ ସ୍ୱରୂପ । ସିଏ ଶାନ୍ତିଧାମ, ମୁକ୍ତିଧାମରେ ନିବାସ କରେ । ଏବେ ବାବା ବୁଝାଉଛନ୍ତି -
ସେଠାରେ ନିବାସ କରିବାର ହକ ସବୁ ଆତ୍ମାଙ୍କର ରହିଛି । ବହୁତ ସନ୍ତାନ ଅନ୍ୟ ଧର୍ମକୁ ପରିବର୍ତ୍ତିତ
ହୋଇଯାଇଛନ୍ତି । ସେମାନେ ପୁଣି ନିଜର ଅସଲି ଧର୍ମକୁ ଚାଲିଆସିବେ । ଯେଉଁମାନେ ଦେବୀ-ଦେବତା ଧର୍ମକୁ
ଛାଡି ଅନ୍ୟ ଧର୍ମକୁ ଚାଲିଯାଇଛନ୍ତି ସେହି ସବୁ ଆତ୍ମାରୂପୀ ପତ୍ରମାନେ ପୁଣି ନିଜ ସ୍ଥାନକୁ ଫେରି
ଆସିବେ । ଏହି ସବୁ କଥାକୁ ଆଉ କେହି ବୁଝିପାରିବେ ନାହିଁ । ତେବେ ପ୍ରଥମେ-ପ୍ରଥମେ ତ ବାବାଙ୍କର
ପରିଚୟ ଦେବାକୁ ହେବ । ଏହି କଥାରେ ହିଁ ସମସ୍ତେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ତୁମେ ପିଲାମାନେ
ଜାଣିଛ ଯେ, ଏବେ ଆମକୁ କିଏ ପାଠ ପଢାଉଛନ୍ତି? ବାବା ପାଠ ପଢାଉଛନ୍ତି । ଶ୍ରୀ କୃଷ୍ଣ ତ ଦେହଧାରୀ
। ବ୍ରହ୍ମାଙ୍କୁ ଦାଦା କୁହାଯିବ । ଆତ୍ମା ରୂପରେ ସମସ୍ତେ ଭାଇ-ଭାଇ ଅଟ ନା । ତା’ପରେ ପୁଣି ପଦ
ପଦବୀ ରହିଛି । ଏହା ଭାଇର ଶରୀର, ଏହା ଭଉଣୀର ଶରୀର । ଏକଥା ମଧ୍ୟ ଏବେ ତୁମେମାନେ ଜାଣୁଛ । ଆତ୍ମା
ତ ଛୋଟ ତାରକା ସଦୃଶ । ଏତେ ସବୁ ଜ୍ଞାନ ଏହି ଛୋଟ ତାରକା ଭିତରେ ରହିଛି । କିନ୍ତୁ ସେହି ତାରକା
ଶରୀର ବିନା କଥା ମଧ୍ୟ କହି ପାରିବ ନାହିଁ । ଆତ୍ମାରୂପୀ ତାରକାକୁ ପାର୍ଟ କରିବା ପାଇଁ ଅଙ୍ଗ
ମଧ୍ୟ ଦରକାର । ତାରାମାନଙ୍କର ଦୁନିଆ ହିଁ ଅଲଗା । ପୁଣି ଏଠାକୁ ଆସି ଆତ୍ମା ରୂପି ତାରା ଶରୀର
ଧାରଣ କରିଥାଏ । ଶାନ୍ତିଧାମ ହେଲା ଆତ୍ମାମାନଙ୍କର ଘର । ଆତ୍ମା ଅତି ଛୋଟ ବିନ୍ଦୁ । ଶରୀର ବଡ ।
ତେଣୁ ତାକୁ କେତେ ମନେ ପକାଉଛନ୍ତି । ଏବେ ତୁମକୁ ଏକମାତ୍ର ପରମପିତା ପରମାତ୍ମାଙ୍କୁ ସ୍ମରଣ
କରିବାକୁ ହେବ । ଏହା ହିଁ ଆତ୍ମା ଏବଂ ପରମାତ୍ମାଙ୍କର ସତ୍ୟ ମେଳା । ଗାୟନ ମଧ୍ୟ ଅଛି ଆତ୍ମା ଏବଂ
ପରମାତ୍ମା ଅଲଗା ରହିଲେ ବହୁତ କାଳ... ଆମେ ବାବାଙ୍କଠାରୁ ଅଲଗା ହୋଇଯାଇଛେ ନା । ମନେ ପଡୁଛି କେତେ
ସମୟ ଅଲଗା ରହିଛ! ବାବା ଯାହା ସବୁ କଳ୍ପ କଳ୍ପ ଶୁଣାଇ ଆସିଛନ୍ତି ତାହା ହିଁ ଆସି ଶୁଣାଉଛନ୍ତି ।
ଏଥିରେ ଟିକିଏ ହେଲେ ଫରକ ହୋଇପାରିବ ନାହିଁ । ସେକେଣ୍ଡ ବାଇ ସେକେଣ୍ଡ ଯାହା କିଛି ଅଭିନୟ ହେଉଛି
ତାହା ନୂଆ ଅଟେ । ଗୋଟିଏ ସେକେଣ୍ଡ ବିତିଗଲା, ମିନିଟ୍ ବିତିଗଲା, ତାହା ଯେପରି ଅତିକ୍ରାନ୍ତ
ହୋଇଗଲା । ସମୟ ଅତିକ୍ରାନ୍ତ ହୋଇଚାଲିଛି, ଯାହାକୁ କୁହାଯିବ - ଏତେ ବର୍ଷ, ଏତେ ଦିନ, ଏତେ ମିନିଟ୍,
ଏତେ ସେକେଣ୍ଡ ଅତିକ୍ରମ କରି ଆସିଛୁ । ୫ ହଜାର ବର୍ଷ ସମ୍ପୂର୍ଣ୍ଣ ହୋଇଗଲେ, ପୁଣି ପ୍ରଥମରୁ
ଆରମ୍ଭ ହେବ । ସଠିକ୍ ହିସାବ ରହିଛି ନା । ମିନିଟ୍, ସେକେଣ୍ଡ ସବୁ ନୋଟ କରିଥା’ନ୍ତି । ଏବେ ଯଦି
ତୁମମାନଙ୍କୁ କେହି ପଚାରିବେ - ଇଏ କେବେ ଜନ୍ମ ନେଇଥିଲେ? ତେବେ ତୁମେ ଗଣନା କରି କହିପାରିବ ।
ଶ୍ରୀକୃଷ୍ଣ ହିଁ ପ୍ରଥମ ନମ୍ବରରେ ଜନ୍ମ ନେଇଥିଲେ । ଶିବଙ୍କର ତ ମିନିଟ୍, ସେକେଣ୍ଡ କିଛି ବି
ବାହାର କରିପାରିବ ନାହିଁ । ଶ୍ରୀକୃଷ୍ଣଙ୍କର ତିଥି-ତାରିଖ ପୁରା ଲେଖା ହୋଇ ରହିଛି ।
ମନୁଷ୍ୟମାନଙ୍କ ଘଡିରେ ମିନିଟ୍ ବା ସେକେଣ୍ଡର ଫରକ ପଡିପାରେ କିନ୍ତୁ ଶିବବାବାଙ୍କର ଅବତରଣରେ ତ
ବିଲ୍କୁଲ୍ ଫରକ ପଡିପାରିବ ନାହିଁ । ଜଣା ମଧ୍ୟ ପଡେ ନାହିଁ ଯେ, ସିଏ କେବେ ଆସିଲେ! ଏମିତି ବି
ନୁହେଁ ଯେ, ଯେତେବେଳେ ବ୍ରହ୍ମାଙ୍କୁ ସାକ୍ଷାତ୍କାର ହେଲା ସେତେବେଳେ ଆସିଲେ । ନା । ଅନୁମାନ କରି
କହିଦେଉଛନ୍ତି । ବାକି ଏମିତି ନୁହେଁ ଯେ ସେହି ସମୟରେ ପ୍ରବେଶ କଲେ । ସାକ୍ଷାତ୍କାର ହେଲା ଯେ,
ମୁଁ ଅମୁକ ହେବି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସୁଖଧାମକୁ
ଯିବା ପାଇଁ ସୁଖଦାୟୀ ହେବାକୁ ପଡିବ । ସମସ୍ତଙ୍କର ଦୁଃଖ ହରଣ କରି ସୁଖ ଦେବାକୁ ହେବ । କେବେ ବି
କଣ୍ଟା ଭଳି ଦୁଃଖଦାୟୀ ହେବାର ନାହିଁ ।
(୨) ଏହି ବିନାଶୀ ଶରୀର
ଭିତରେ ଆତ୍ମା ହିଁ ଅତି ମୂଲ୍ୟବାନ ଅଟେ, ସେ ହିଁ ଅମର ଏବଂ ଅବିନାଶୀ ଅଟେ, ସେଥିପାଇଁ ଅବିନାଶୀ
ଆତ୍ମା ସହିତ ହିଁ ସ୍ନେହ ରଖିବାକୁ ହେବ । ଦେହର ଚେତନାକୁ ଭୁଲି ଯିବାକୁ ହେବ ।
ବରଦାନ:-
ନିଜର ଅନାଦି ଆଦି
ସ୍ୱରୂପର ସ୍ମୃତି ଦ୍ୱାରା ନିର୍ବନ୍ଧନ ହେଉଥିବା ଏବଂ କରୁଥିବା ମରଜୀବା ଭବ ।
ଯେପରି ବାବା
ବ୍ରହ୍ମାଙ୍କର ଶରୀରକୁ ଧାର ନେଇଥାଆନ୍ତି, ବନ୍ଧନରେ ଆସନ୍ତି ନାହିଁ, ସେହିଭଳି ତୁମେ ସବୁ ମରଜୀବା
ଜନ୍ମଧାରୀ ପିଲାମାନେ ଶରୀରର, ସଂସ୍କାର ଗୁଡିକର ତଥା ସ୍ୱଭାବର ବନ୍ଧନଠାରୁ ମୁକ୍ତ ହୁଅ, ଯେବେ
ଚାହୁଁଛ, ଯେପରି ଚାହୁଁଛ ସେହିଭଳି ନିଜର ସଂସ୍କାର ତିଆରି କରିଦିଅ । ବାବା ଯେପରି ନିର୍ବନ୍ଧନ
ଅଟନ୍ତି, ସେହିପରି ନିର୍ବନ୍ଧନ ହୁଅ । ମୂଳବତନର ସ୍ଥିତିରେ ସ୍ଥିତ ହୋଇ ପୁଣି ତଳକୁ ଆସ । ନିଜର
ଅନାଦି ସ୍ୱରୂପର ସ୍ମୃତିରେ ରୁହ, ନିଜକୁ ଅବତରିତ ହୋଇଥିବା ଆତ୍ମା ମନେ କରି କର୍ମ କର, ତେବେ
ଅନ୍ୟମାନେ ମଧ୍ୟ ତୁମକୁ ଅନୁକରଣ କରିବେ ।
ସ୍ଲୋଗାନ:-
ନିଜର ମାନସୀକ
ବୃତ୍ତି ଦ୍ୱାରା ବାୟୁମଣ୍ଡଳକୁ ଶକ୍ତିଶାଳୀ କରିବା ହିଁ ମାନସୀକ ସେବା ଅଟେ ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ଯେ ପର୍ଯ୍ୟନ୍ତ କୌଣସି
ପ୍ରକାରର ଆକର୍ଷଣ ରହିଛି, ହୁଏ ତ ତାହା ସଂକଳ୍ପରେ ରହିଥାଉ, ସମ୍ବନ୍ଧ ରୂପରେ ରହିଥାଉ, ସମ୍ପର୍କ
ରୂପରେ ରହିଥାଉ ବା ନିଜର କୌଣସି ବିଶେଷତା ପ୍ରତି ରହିଥାଉି, କୌଣସି ବି ଆକର୍ଷଣ ବା ମୋହ
ବନ୍ଧନଯୁକ୍ତ କରିଦେବ, ଅଶରୀରୀ ହେବା ପାଇଁ ଦେବ ନାହିଁ କି ବିଶ୍ୱକଲ୍ୟାଣକାରୀ ହେବା ପାଇଁ ମଧ୍ୟ
ଦେବ ନାହିଁ ସେଥିପାଇଁ ପ୍ରଥମେ ନିଜେ ମୋହର ଆକର୍ଷଣଠାରୁ ମୁକ୍ତ ହୁଅ, ତେବେ ଯାଇ ବିଶ୍ୱକୁ ମୁକ୍ତି
ବା ଜୀବନମୁକ୍ତିର ସମ୍ପତ୍ତି ପ୍ରାପ୍ତ କରାଇପାରିବ ।