29.03.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଜ୍ଞାନ ଦ୍ୱାରା ତୁମର ବହୁତ ଭଲ ଜାଗୃତି ହୋଇଛି, ତୁମେ ନିଜର ୮୪ ଜନ୍ମକୁ, ନିରାକାର ଓ ସାକାର ପିତାଙ୍କୁ ଜାଣିଛ, ତୁମର ଏତେତେଣେ ବୁଲି ବୁଲି ଭକ୍ତି କରିବା ମଧ୍ୟ ବନ୍ଦ ହୋଇଯାଇଛି ।”

ପ୍ରଶ୍ନ:-
ଈଶ୍ୱରଙ୍କର ଗତ ମତ ନ୍ୟାରା ଅର୍ଥାତ୍ ଗତି ଓ ମତ ସବୁଠାରୁ ଅଲଗା ବୋଲି କାହିଁକି ଗାୟନ କରାଯାଇଛି?

ଉତ୍ତର:-
(୧) କାହିଁକି ନା ସିଏ ତୁମକୁ ଏପରି ମତ ଦେଉଛନ୍ତି ଯାହା ଦ୍ୱାରା ତୁମେ ବ୍ରାହ୍ମଣମାନେ ସମସ୍ତଙ୍କଠାରୁ ନିଆରା ହୋଇଯାଉଛ । ତୁମ ସମସ୍ତଙ୍କର ଗୋଟିଏ ମତ ହୋଇଯାଉଛି (୨) ଈଶ୍ୱର ହିଁ ସମସ୍ତଙ୍କର ସଦ୍‌ଗତି କରୁଛନ୍ତି । ପୂଜାରୀରୁ ପୂଜ୍ୟ କରାଉଛନ୍ତି, ସେଥିପାଇଁ ତାଙ୍କର ଗତି ଅର୍ଥାତ୍ କର୍ତ୍ତବ୍ୟ ଏବଂ ମତ ସମସ୍ତଙ୍କ ଠାରୁ ଅଲଗା ଅଟେ, ଯାହାକୁ ତୁମ ପିଲାମାନଙ୍କ ବ୍ୟତୀତ ଅନ୍ୟ କେହି ବୁଝିପାରିବେ ନାହିଁ ।

ଓମ୍ ଶାନ୍ତି ।
ତୁମେ ସନ୍ତାନମାନେ ଜାଣିଛ, ପିଲାମାନଙ୍କର ଯଦି ସ୍ୱାସ୍ଥ୍ୟ ଠିକ୍ ନ ଥିବ, ତେବେ ବାବା କହିବେ ଭଲେ ଏଠାରେ ଶୋଇଯାଅ । ଏଥିରେ କୌଣସି ଅସୁବିଧା ନାହିଁ, କାହିଁକି ନା ସିକିଲଧେ ସନ୍ତାନ ଅଟନ୍ତି ଅର୍ଥାତ୍ ୫ ହଜାର ବର୍ଷ ପରେ ପୁନର୍ବାର ଆସି ମିଳିଛନ୍ତି । କାହାକୁ ମିଳିଛନ୍ତି? ବେହଦର ବାବାଙ୍କୁ । ଏ କଥା ମଧ୍ୟ ତୁମେ ସନ୍ତାନମାନେ ଜାଣିଛ, ଯାହାର ନିଶ୍ଚୟ ରହିଛି ଯେ ବାସ୍ତବରେ ଆମେ ବେହଦ ବାବାଙ୍କ ସହିତ ମିଶୁଛୁ କାହିଁକି ନା ପିତା ଦୁଇଜଣ ଥାନ୍ତି ଜଣେ ହଦର (ଲୌକିକ)ପିତା ଓ ଆଉ ଜଣେ ବେହଦର (ପାରଲୌକିକ) ପିତା । ଦୁଃଖରେ ସମସ୍ତେ ବେହଦର ପିତାଙ୍କୁ ମନେ ପକାଇଥାନ୍ତି । ସତ୍ୟଯୁଗରେ ଏକମାତ୍ର ଲୌକିକ ପିତାଙ୍କୁ ହିଁ ୟାଦ କରିବେ କାହିଁକି ନା ତାହା ହେଉଛି ସୁଖଧାମ । ଲୌକିକ ପିତା ତାଙ୍କୁ କୁହାଯାଇଥାଏ ଯିଏ ଏହି ଦୁନିଆରେ ଶରୀରକୁ ଜନ୍ମ ଦେଇଥା’ନ୍ତି । ପାରଲୌକିକ ପିତା ତ ଥରେ ମାତ୍ର ଆସି ତୁମକୁ ନିଜର କରୁଛନ୍ତି । ତୁମେ ବାବାଙ୍କ ସହିତ ଅମରଲୋକର ନିବାସୀ ଅଟ - ଯାହାକୁ ପରଲୋକ, ପରମଧାମ କୁହାଯାଏ । ତାହା ହେଉଛି ସର୍ବୋଚ୍ଚଧାମ । ସ୍ୱର୍ଗକୁ ସର୍ବୋଚ୍ଚଧାମ କୁହାଯିବ ନାହିଁ । ସ୍ୱର୍ଗ ଏବଂ ନର୍କ ଏହିଠାରେ ହିଁ ହେଉଛି । ନୂଆ ଦୁନିଆକୁ ସ୍ୱର୍ଗ, ପୁରୁଣା ଦୁନିଆକୁ ନର୍କ କୁହାଯାଉଛି । ବର୍ତ୍ତମାନ ହେଉଛି ପତିତ ଦୁନିଆ, ଡାକୁଛନ୍ତି ମଧ୍ୟ - ହେ ପତିତ-ପାବନ ଆସ । ସତ୍ୟଯୁଗରେ ଏପରି କହିବେ ନାହିଁ । ଯେବେଠାରୁ ରାବଣ ରାଜ୍ୟ ହେଉଛି ସେବେଠାରୁ ପତିତ ହେଉଛନ୍ତି, ତାହାକୁ ୫ ବିକାରର ରାଜ୍ୟ କୁହାଯାଉଛି । ସତ୍ୟଯୁଗରେ ନିର୍ବିକାରୀ ରାଜ୍ୟ ହିଁ ହେବ । ଭାରତ ଦେଶର କେତେ ଉଚ୍ଚ ମହିମା ରହିଛି । କିନ୍ତୁ ବିକାରୀ ହୋଇଯାଇଥିବାରୁ ଭାରତର ମହିମାକୁ ଜାଣିନାହାଁନ୍ତି । ଭାରତ ସଂପୂର୍ଣ୍ଣ ନିର୍ବିକାରୀ ଥିଲା, ଯେତେବେଳେ ଏହି ଲକ୍ଷ୍ମୀ-ନାରାୟଣ ରାଜତ୍ୱ କରୁଥିଲେ । ବର୍ତ୍ତମାନ ସେହି ରାଜ୍ୟ ନାହିଁ । ସେହି ରାଜ୍ୟ କେଉଁ ଆଡେ ଗଲା - ଏ କଥା ପଥରବୁଦ୍ଧି ମନୁଷ୍ୟମାନେ ଜାଣିନାହାଁନ୍ତି । ଅନ୍ୟ ସମସ୍ତେ ନିଜ-ନିଜର ଧର୍ମ ସ୍ଥାପକମାନଙ୍କୁ ଜାଣିଛନ୍ତି, ଏକମାତ୍ର ଭାରତବାସୀ ହିଁ ଅଟନ୍ତି ଯିଏ ନା ନିଜର ଧର୍ମକୁ ଜାଣିଛନ୍ତି, ନା ଧର୍ମ ସ୍ଥାପକଙ୍କୁ ଜାଣିଛନ୍ତି । ଅନ୍ୟ ଧର୍ମାବଲମ୍ବୀମାନେ ନିଜର ଧର୍ମକୁ ତ ଜାଣିଛନ୍ତି କିନ୍ତୁ ସେମାନଙ୍କର ଧର୍ମସ୍ଥାପକ ପୁଣି କେବେ ଧର୍ମ ସ୍ଥାପନ କରିବାକୁ ଆସିବେ, ଏ କଥା ଜାଣିନାହାଁନ୍ତି । ଶିଖ୍ ଧର୍ମର ଲୋକମାନେ ମଧ୍ୟ ଏ କଥା ଜାଣିନାହାଁନ୍ତି ଯେ ଆମର ଶିଖ୍ ଧର୍ମ ଆରମ୍ଭରୁ ନ ଥିଲା । ଗୁରୁନାନକ ଆସି ସ୍ଥାପନ କରିଛନ୍ତି ତେବେ ନିଶ୍ଚିତ ରୂପେ ଏ ଧର୍ମ ସୁଖଧାମରେ ରହିବ ନାହିଁ, ତେବେ ତ ଯାଇ ଗୁରୁନାନକ ଆସି ପୁଣି ସ୍ଥାପନା କରିବେ କାହିଁକି ନା ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି ନା । ଖ୍ରୀଷ୍ଟିୟାନ୍ ଧର୍ମ ମଧ୍ୟ ନ ଥିଲା ପୁଣି ସ୍ଥାପନା ହେଲା । ପ୍ରଥମେ ନୂଆ ଦୁନିଆ ଥିଲା, ଏକ ଧର୍ମ ଥିଲା । କେବଳ ତୁମେ ଭାରତବାସୀ ହିଁ ଥିଲ, ଗୋଟିଏ ଧର୍ମ ଥିଲା ପୁଣି ତୁମେ ୮୪ ଜନ୍ମ ନେଇ ନେଇ ଏକଥା ମଧ୍ୟ ଭୁଲିଯାଇଛ ଯେ ଆମେ ହିଁ ଦେବତା ଥିଲୁ । ପୁଣି ଆମେ ହିଁ ୮୪ ଜନ୍ମ ନେଉଛୁ, ସେଥିପାଇଁ ବାବା କହୁଛନ୍ତି ତୁମେ ନିଜର ଜନ୍ମକୁ ଜାଣିନାହଁ, ମୁଁ ତୁମକୁ କହୁଛି । ଅଧାକଳ୍ପ ରାମରାଜ୍ୟ ଥିଲା, ପୁଣି ରାବଣରାଜ୍ୟ ହୋଇଗଲା । ପ୍ରଥମେ ସୂର୍ଯ୍ୟବଂଶୀ କୁଳ ପୁଣି ଚନ୍ଦ୍ରବଂଶ କୁଳ, ରାମରାଜ୍ୟ ହେଉଛି । ସୂର୍ଯ୍ୟବଂଶୀ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ଯେଉଁମାନେ ସୂର୍ଯ୍ୟବଂଶୀ ଲକ୍ଷ୍ମୀ-ନାରାୟଣଙ୍କ କୁଳର ଥିଲେ, ସେମାନେ ୮୪ ଜନ୍ମ ନେଇ ଏବେ ରାବଣ କୁଳର ହୋଇଯାଇଛନ୍ତି । ଆଗରୁ ପୂଣ୍ୟ ଆତ୍ମାମାନଙ୍କ କୁଳର ଥିଲେ, ଏବେ ପାପ ଆତ୍ମାମାନଙ୍କ କୁଳର ହୋଇଯାଉଛନ୍ତି । ୮୪ ଜନ୍ମ ନେଇଛନ୍ତି, ସେମାନେ ତ ୮୪ ଲକ୍ଷ କହିଦେଉଛନ୍ତି । ଏବେ ୮୪ ଲକ୍ଷର ହିସାବ କିଏ ବସି ବିଚାର କରିବ, ସେଥିପାଇଁ କାହାର ବିଚାର ଚାଲୁନାହିଁ । ଏବେ ତୁମକୁ ବାବା ବୁଝାଇଛନ୍ତି, ତୁମେ ବାବାଙ୍କ ଆଗରେ ବସିଛ, ନିରାକାର ପିତା ଏବଂ ସାକାର ପିତା ଉଭୟ ହିଁ ଭାରତରେ ନାମୀଗ୍ରାମୀ ଅଟନ୍ତି । ବାବାଙ୍କ ମହିମା ମଧ୍ୟ ଗାନ କରୁଛନ୍ତି କିନ୍ତୁ ବାବାଙ୍କୁ ଜାଣିନାହାଁନ୍ତି, ଅଜ୍ଞାନ ନିଦ୍ରାରେ ଶୋଇ ରହିଛନ୍ତି । ଜ୍ଞାନ ଦ୍ୱାରା ଜାଗୃତି ଆସିଥାଏ । ଆଲୋକରେ ମନୁଷ୍ୟ କେବେ ଧକ୍କା ଖାଇ ନ ଥାନ୍ତି । ଅନ୍ଧକାରରେ ଧକ୍କା ଖାଇ ଚାଲିଥା’ନ୍ତି । ଭାରତବାସୀ ପୂଜ୍ୟ ଥିଲେ, ଏବେ ପୂଜାରୀ ହୋଇଯାଇଛନ୍ତି । ଲକ୍ଷ୍ମୀ-ନାରାୟଣ ପୂଜ୍ୟ ଥିଲେ ନା, ସିଏ ପୁଣି କାହାର ପୂଜା କରିବେ । ନିଜର ଚିତ୍ର ତିଆରି କରି ନିଜର ପୂଜା ତ କରିବେ ନାହିଁ । ଏ କଥା ତ ହୋଇପାରିବ ନାହିଁ । ତୁମେ ପିଲାମାନେ ଜାଣିଛ - ଆମେ ହିଁ ପୂଜ୍ୟ ଥିଲୁ ଆମେ ହିଁ ପୁଣି ପୂଜାରୀ କିପରି ହେଉଛୁ । ଏହି କଥା ଆଉ କେହି ବୁଝିପାରିବେ ନାହିଁ । ବାବା ହିଁ ବୁଝାଉଛନ୍ତି, ସେଥିପାଇଁ କହୁଛନ୍ତି ମଧ୍ୟ ଈଶ୍ୱରଙ୍କର ଗତି ମତ ନିଆରା ଅଟେ ।

ଏବେ ତୁମେ ସନ୍ତାନମାନେ ଜାଣିଛ ବାବା ଆମର ସାରା ଦୁନିଆରୁ ଗତି ଓ ମତି ଅଲଗା କରିଦେଇଛନ୍ତି । ସାରା ଦୁନିଆରେ ଅନେକ ମତ-ମତାନ୍ତର ରହିଛି, ଏଠାରେ ତୁମ ବ୍ରାହ୍ମଣମାନଙ୍କର ଏକ ମତ ଅଟେ । ଈଶ୍ୱରଙ୍କର ମତ ଏବଂ ଗତି ସ୍ୱତନ୍ତ୍ର । ଗତି ଅର୍ଥାତ୍ ସଦ୍‌ଗତି । ସଦ୍‌ଗତି ଦାତା ଏକ ମାତ୍ର ବାବା ହିଁ ଅଟନ୍ତି । ଗାୟନ ମଧ୍ୟ କରୁଛନ୍ତି ସମସ୍ତଙ୍କର ସଦ୍‌ଗତି ଦାତା ରାମ ଅଟନ୍ତି । କିନ୍ତୁ ବୁଝୁନାହାଁନ୍ତି କି ରାମ କାହାକୁ କୁହାଯାଉଛି । କୁହନ୍ତି ଯୁଆଡେ ଦେଖୁଛୁ ରାମ ହିଁ ରାମ ଦେଖାଯାଉଛନ୍ତି, ଏହାକୁ ଅଜ୍ଞାନ ଅନ୍ଧକାର କୁହାଯାଉଛି । ଅନ୍ଧକାରରେ ଦୁଃଖ, ଆଲୋକରେ ରହିଛି ସୁଖ । ଅନ୍ଧକାରରେ ହିଁ ଭଗବାନଙ୍କୁ ଡ଼ାକିଥା’ନ୍ତି ନା । ବନ୍ଦନା କରିବା ଅର୍ଥାତ୍ ବାବାଙ୍କୁ ଡାକିବା, ଯେପରି ଭିକ ମାଗିଥା’ନ୍ତି । ଦେବତାଙ୍କ ମନ୍ଦିରକୁ ଯାଇ ମାଗିବା ଅର୍ଥାତ୍ ଭିକ ମାଗିବା ହେଲା ନା । ସତ୍ୟଯୁଗରେ ଭିକ ମାଗିବାର ଆବଶ୍ୟକତା ନାହିଁ । ଭିକାରୀମାନଙ୍କୁ ଦରିଦ୍ର କୁହାଯାଏ । ସତ୍ୟଯୁଗରେ ତୁମେ କେତେ ଧନବାନ ଥିଲ, ତାକୁ ସମୃଦ୍ଧ ଭାରତ କୁହାଯାଉଥିଲା । ଭାରତ ଏବେ ଦରିଦ୍ର ହୋଇଯାଇଛି । ଏ କଥା ମଧ୍ୟ କେହି ବୁଝୁନାହାଁନ୍ତି । କଳ୍ପର ଆୟୁକୁ ଓଲଟା-ସିଧା ଲେଖି ଦେଇଥିବାରୁ ମନୁଷ୍ୟମାନଙ୍କର ମତିଭ୍ରମ ହୋଇଯାଇଛି । ବାବା ବହୁତ ସ୍ନେହର ସହିତ ବସି ବୁଝାଉଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ପିଲାମାନଙ୍କୁ ବୁଝାଇଥିଲେ, “ମୋତେ ଅର୍ଥାତ୍ ପତିତ-ପାବନ ବାବାଙ୍କୁ ମନେ ପକାଇଲେ ତୁମେ ପବିତ୍ର ହୋଇଯିବ ।” ପତିତ କିପରି ହୋଇଛ, ଆତ୍ମାରେ ବିକାରର ଖାଦ ମିଶି ଯାଇଛି । ସବୁ ମନୁଷ୍ୟ ଆତ୍ମାରେ ଜଙ୍କ ଲାଗିଯାଇଛି । ଏବେ ସେହି ଜଙ୍କ କିପରି ଛାଡିବ? ଏଥିପାଇଁ ମୋତେ ମନେ ପକାଅ । ଦେହ-ଅଭିମାନ ଛାଡି ଦେହୀ-ଅଭିମାନୀ ହୁଅ । ନିଜକୁ ଆତ୍ମା ଭାବ । ପ୍ରଥମେ ତୁମେ ହେଉଛ ଆତ୍ମା, ପରେ ପୁଣି ଏହି ଶରୀର ଧାରଣ କରୁଛ । ଆତ୍ମା ତ ଅମର ଅଟେ । ଶରୀରର ମୃତ୍ୟୁ ହୋଇଯାଉଛି । ସତ୍ୟଯୁଗକୁ ଅମରଲୋକ କୁହାଯାଉଛି । କଳିଯୁଗକୁ ମୃତ୍ୟୁଲୋକ କୁହାଯାଉଛି । ଦୁନିଆରେ ଏ କଥା କେହି ବି ଜାଣିନାହାଁନ୍ତି କି ଅମରଲୋକ ଥିଲା, ପୁଣି ମୃତ୍ୟୁଲୋକ କିପରି ହେଲା । ଅମରଲୋକ ଅର୍ଥାତ୍ ଅକାଳ ମୃତ୍ୟୁ ହୁଏ ନାହିଁ । ସେଠାରେ ଆୟୁ ମଧ୍ୟ ଲମ୍ବା ହେବ । ତାହା ହେଉଛି ହିଁ ପବିତ୍ର ଦୁନିଆ ।

ତୁମେ ରାଜଋଷି ଅଟ । ଋଷି ପବିତ୍ରକୁ କୁହାଯାଇଥାଏ । ତୁମକୁ କିଏ ପବିତ୍ର କରାଇଛନ୍ତି? ସନ୍ନ୍ୟାସୀମାନଙ୍କୁ ଶଙ୍କରାଚାର୍ଯ୍ୟ, ତୁମକୁ ଶିବାଚାର୍ଯ୍ୟ ପବିତ୍ର କରାଉଛନ୍ତି । ଇଏ ବାବା ତ କୌଣସି ଶାସ୍ତ୍ର ପଢି ନାହାଁନ୍ତି । ଏହାଙ୍କ ଦ୍ୱାରା ତୁମକୁ ଶିବବାବା ଆସି ପଢାଉଛନ୍ତି । ଶଙ୍କରାଚାର୍ଯ୍ୟ ତ ଗର୍ଭରୁ ଜନ୍ମ ନେଇଛନ୍ତି, କେଉଁଠୁ ଉପରୁ ଅବତରିତ ହୋଇନାହାଁନ୍ତି । ବାବା ତ ଏହାଙ୍କ ଶରୀରରେ ପ୍ରବେଶ କରୁଛନ୍ତି, ଆସୁଛନ୍ତି, ଯାଉଛନ୍ତି, ସେ ମାଲିକ ଅଟନ୍ତି ନା । ଯାହା ଶରୀରରେ ଚାହିଁବେ ପ୍ରବେଶ କରିପାରିବେ । ବାବା ବୁଝାଉଛନ୍ତି କାହାର କଲ୍ୟାଣ କରିବା ଅର୍ଥେ ମୁଁ ପ୍ରବେଶ କରିଥାଏ । ମୁଁ ପତିତ ଶରୀରରେ ହିଁ ଆସୁଛି ନା । ବହୁତଙ୍କର କଲ୍ୟାଣ କରୁଛି । ପିଲାମାନଙ୍କୁ ବୁଝାଇ ଦିଆଯାଇଛି - ମାୟା ବି କମ୍ ନୁହେଁ । କେବେ-କେବେ ଧ୍ୟାନରେ ମଧ୍ୟ ମାୟା ପ୍ରବେଶ କରି ଓଲଟା-ସିଧା କଥା କୁହାଇଥାଏ, ସେଥିପାଇଁ ପିଲାମାନଙ୍କୁ ଏଥିପ୍ରତି ବହୁତ ଧ୍ୟାନ ଦେବାକୁ ହେବ । କେତେକଙ୍କ ଶରୀରରେ ଯେତେବେଳେ ମାୟା ପ୍ରବେଶ କରିଥାଏ, ତେବେ କୁହନ୍ତି ମୁଁ ଶିବ ଅଟେ, ଅମୁକ ଅଟେ । ମାୟା ବହୁତ ସଇତାନ ଅଟେ । ବୁଦ୍ଧିମାନ ସନ୍ତାନମାନେ ଭଲ ଭାବରେ ବୁଝିଯିବେ ଯେ, ଇଏ କାହାର ପ୍ରବେଶତା । ବାବାଙ୍କ ପାଇଁ ଏହି ବ୍ରହ୍ମାଙ୍କର ଶରୀର ତ ନିଧାର୍ଯ୍ୟ କରାଯାଇଛି ନା । ପୁଣି ଅନ୍ୟର କଥା ଆମେ କାହିଁକି ଶୁଣିବୁ! ଯଦି ଶୁଣୁଛ ତେବେ ବାବାଙ୍କୁ ପଚାର ଏ କଥା ଠିକ୍ ଅଟେ ନା ନାହିଁ? ବାବା ତୁରନ୍ତ ବୁଝାଇ ଦେବେ । କେତେକ ବ୍ରାହ୍ମଣୀ ମଧ୍ୟ ଏହି କଥାକୁ ବୁଝିପାରୁ ନାହାଁନ୍ତି ଯେ ଏହା କ’ଣ । କାହା ଶରୀରରେ ତ ଏପରି ପ୍ରବେଶତା ହୋଇଯାଇଥାଏ ଯେ ଚାପୁଡା ମଧ୍ୟ ମାରିଥା’ନ୍ତି, ଗାଳି ମଧ୍ୟ ଦେବାରେ ଲାଗିପଡିଥା’ନ୍ତି । ତେବେ ବାବା କ’ଣ କେବେ କାହାକୁ ଗାଳି ଦେଇପାରିବେ । ଏହି କଥାକୁ ମଧ୍ୟ କେତେକ ସନ୍ତାନ ବୁଝିପାରୁ ନାହାଁନ୍ତି । ଫାଷ୍ଟକ୍ଳାସ ସନ୍ତାନମାନେ ମଧ୍ୟ କେଉଁଠି-କେଉଁଠି ଭୁଲିଯାଉଛନ୍ତି । ସବୁ କଥା ପଚାରିବା ଉଚିତ୍ କାହିଁକି ନା ଅନେକଙ୍କ ଶରୀରରେ ମାୟା ପ୍ରବେଶ କରିଯାଉଛି । ପୁଣି ଧ୍ୟାନରେ ଯାଇ କ’ଣ କ’ଣ ସବୁ କଥା କହିଥା’ନ୍ତି । ଏ ସବୁ କଥା ପ୍ରତି ମଧ୍ୟ ବହୁତ ଧ୍ୟାନ ଦେବାକୁ ହେବ । ବାବାଙ୍କୁ ସଂପୂର୍ଣ୍ଣ ସମାଚାର ଦେବାକୁ ପଡିବ । ଅମୁକ ଶରୀରରେ ମମ୍ମା ଆସୁଛନ୍ତି, ବାବା ଆସୁଛନ୍ତି - ଏ ସବୁ କଥାକୁ ଛାଡି ବାବାଙ୍କର ଗୋଟିଏ ନିର୍ଦ୍ଦେଶ ହେଉଛି ମୋତେ ମନେ ପକାଅ । ବାବା ଏବଂ ସୃଷ୍ଟିଚକ୍ରକୁ ୟାଦ କର । ରଚୟିତା ଓ ରଚନାକୁ ଯିଏ ସ୍ମରଣ କରୁଥିବେ ତାଙ୍କର ଚେହେରା ସର୍ବଦା ହର୍ଷିତ ରହିବ । ଅନେକ ଅଛନ୍ତି ଯିଏ ସ୍ମରଣ କରୁନାହାଁନ୍ତି । କର୍ମ-ବନ୍ଧନ ବହୁତ କଡା ଅଟେ । ବିବେକ କହୁଛି - ଆମକୁ ବେହଦର ବାବା ମିଳିଛନ୍ତି ଏବଂ ସେ କହୁଛନ୍ତି ଯେ ମୋତେ ୟାଦ କର । ତେବେ କାହିଁକି ଆମେ ବାବାଙ୍କୁ ୟାଦ ନ କରିବା । ଯାହା କିଛି ହେଉଛି ବାବାଙ୍କୁ ପଚାର । ବାବା ବୁଝାଇ ଦେବେ କର୍ମଭୋଗ ତ ବର୍ତ୍ତମାନ ରହିଛି ନା । କର୍ମାତୀତ ଅବସ୍ଥା ହୋଇଗଲେ ତୁମେ ସର୍ବଦା ହର୍ଷିତ ରହିବ । ସେ ପର୍ଯ୍ୟନ୍ତ କିଛି ନା କିଛି କର୍ମଭୋଗ ଭୋଗିବାକୁ ହେବ । ଏକଥା ମଧ୍ୟ ଜାଣିଛ ଯେ ମିରୁଆ ମୌତ ମଲୁକା ଶିକାର ଅର୍ଥାତ୍ କାହାର ପୁଷ ମାସ ତ କାହାର ସର୍ବନାଶ । ଦୁନିଆର ବିନାଶ ହେବ । ତୁମେ ଫରିସ୍ତା ହେବାକୁ ଯାଉଛ । ବାକି ଆଉ ଅଳ୍ପଦିନ ଏହି ଦୁନିଆରେ ଅଛ ପୁଣି ତୁମମାନଙ୍କୁ ଏହି ସ୍ଥୂଳବତନରେ ଭଲ ଲାଗିବ ନାହିଁ । ସୂକ୍ଷ୍ମବତନ ଏବଂ ମୂଳବତନ ଭଲ ଲାଗିବ । ସୁକ୍ଷ୍ମବତନବାସୀମାନଙ୍କୁ ଫରିସ୍ତା ଅର୍ଥାତ୍ ପରୀ କୁହାଯାଏ । ତୁମେ ଫରିସ୍ତା ବହୁତ ଅଳ୍ପ ସମୟ ପାଇଁ ହୋଇଥାଅ, ଯେବେ କି ତୁମେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିଥାଅ । ସୂକ୍ଷ୍ମବତନରେ ହାଡ ମାଂସ ନ ଥାଏ । ହାଡ ମାଂସ ନ ରହିଲେ ବାକି କ’ଣ ରହିଲା? କେବଳ ସୂକ୍ଷ୍ମ ଶରୀର ରହିଯାଏ! ଏପରି ନୁହେଁ କି ନିରାକାର ହୋଇଯାଉଛ ନା, ସୂକ୍ଷ୍ମ ଆକାର ରହିବ । ସେଠାକାର ଭାଷା ମୁବି ଅର୍ଥାତ୍ ଈଶାରାରେ ଚାଲିବ । ଆତ୍ମା ଶବ୍ଦରୁ ଉର୍ଦ୍ଧ୍ୱରେ ରହିବ । ତାକୁ ସଟିଲ ୱାଲର୍ଡ ଅର୍ଥାତ୍ ସୂକ୍ଷ୍ମଲୋକ କୁହାଯାଉଛି । ସୂକ୍ଷ୍ମ ଈଶାରାରେ ବାର୍ତ୍ତାଳାପ ହେବ । ଏଠାରେ ତ ବାଣୀ ରହିଛି । ଏହା ପରେ ଈଶାରାର ଦୁନିଆ ମୁବି ତା’ପରେ ଶାନ୍ତିର ଅର୍ଥାତ୍ ନିରବତାର ଦୁନିଆ । ଏଠାରେ କଥାବାର୍ତ୍ତା ଚାଲୁଛି । ଏହା ଡ୍ରାମାର ପୂର୍ବ ପ୍ରସ୍ତୁତ ଅଭିନୟ ଅଟେ । ସେଠାରେ ସମସ୍ତେ ସାଇଲେନ୍ସରେ ରହିବେ । ତାହା ମୁବି ଅର୍ଥାତ୍ ଈଶାରା ବା ଠାର ଏବଂ ଏଠାରେ ଟକି ଅର୍ଥାତ୍ ବାଣୀ ରହିଛି । ଏହି ତିନିଲୋକକୁ ମଧ୍ୟ ବିରଳ କେହି ୟାଦ କରୁଥିବେ । ବାବା ବୁଝାଉଛନ୍ତି - ପିଲାମାନେ, ଦଣ୍ଡରୁ ମୁକ୍ତ ହେବା ପାଇଁ ଅତି କମ୍‌ରେ ୮ ଘଣ୍ଟା କର୍ମଯୋଗୀ ହୋଇ କର୍ମ କର, ୮ ଘଣ୍ଟା ଆରାମ କର ଏବଂ ୮ ଘଣ୍ଟା ବାବାଙ୍କୁ ୟାଦ କର । ଏହି ଅଭ୍ୟାସ ଦ୍ୱାରା ତୁମେ ପବିତ୍ର ହୋଇଯିବ । ଶୋଇବା କୌଣସି ବାବାଙ୍କର ୟାଦ ନୁହେଁ । ଏପରି କେହି ବି ନ ଭାବନ୍ତୁ ଯେ ବାବାଙ୍କର ତ ଆମେ ସନ୍ତାନ ଅଟୁ ପୁଣି ୟାଦ କାହିଁକି କରିବୁ । ନାଁ, ବାବା ତ କହୁଛନ୍ତି ମୋତେ ସେଠାରେ ଅର୍ଥାତ୍ ପରମଧାମରେ ମନେ ପକାଅ । ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ଯେ ପର୍ଯ୍ୟନ୍ତ ତୁମେ ଯୋଗବଳ ଦ୍ୱାରା ପବିତ୍ର ନ ହୋଇଛ ସେ ପର୍ଯ୍ୟନ୍ତ ଘରକୁ ମଧ୍ୟ ଯାଇପାରିବ ନାହିଁ । ନଚେତ୍ ପୁଣି ଦଣ୍ଡ ଭୋଗ କରି ଯିବାକୁ ହେବ । ସୂକ୍ଷ୍ମବତନ ମୂଳବତନକୁ ମଧ୍ୟ ଯିବାକୁ ହେବ, ତାପରେ ସ୍ୱର୍ଗକୁ ଆସିବାକୁ ହେବ । ବାବା ବୁଝାଉଛନ୍ତି ଆଗକୁ ଗଲେ ଖବରକାଗଜରେ ମଧ୍ୟ ବାହାରିବ, ଏବେ ତ ବହୁତ ସମୟ ଅଛି । ଏତେ ବଡ ରାଜଧାନୀ ସ୍ଥାପନ ହେଉଛି । ସାଉଥ୍‌, ନର୍ଥ, ଇଷ୍ଟ, ୱେଷ୍ଟ (ଦକ୍ଷିଣ, ଉତ୍ତର, ପୂର୍ବ, ପଶ୍ଚିମ) ଭାରତରେ କେତେ ସ୍ଥାନ ଅଛି । ଏବେ ଖବରକାଗଜ ଦ୍ୱାରା ହିଁ ଖବର ଯିବ । ବାବା କହୁଛନ୍ତି ମୋତେ ୟାଦ କଲେ ତୁମର ପାପ କଟିଯିବ । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ, ମୁକ୍ତିଦାତା ଆମକୁ ଦୁଃଖରୁ ମୁକ୍ତ କର । ପିଲାମାନେ ଜାଣିଛନ୍ତି ଡ୍ରାମାର ପ୍ଲାନ ଅନୁସାରେ ବିନାଶ ମଧ୍ୟ ହେବ । ଏହି ଲଢେଇ ପରେ ପୁଣି ଶାନ୍ତି ହିଁ ଶାନ୍ତି ହେବ, ସୁଖଧାମ ହୋଇଯିବ । ସବୁ ଓଲଟ ପାଲଟ ହୋଇଯିବ । ସତ୍ୟଯୁଗରେ ଗୋଟିଏ ଧର୍ମ ହିଁ ଥାଏ । କଳିଯୁଗରେ ଅନେକ ଧର୍ମ ରହିଛି । ଏ କଥା ତ ଯେ କେହି ବି ବୁଝିପାରିବେ । ସବୁଠାରୁ ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ଯେତେବେଳେ ସୂର୍ଯ୍ୟବଂଶୀ ଥିଲେ, ସେତେବେଳେ ଚନ୍ଦ୍ରବଂଶୀ ନ ଥିଲେ ପରେ ଚନ୍ଦ୍ରବଂଶୀ ଆସିଲେ । ଶେଷ ଆଡକୁ ଏହି ଦେବୀ-ଦେବତା ଧର୍ମ ପ୍ରାୟଃ ଲୋପ ହୋଇଯାଉଛି । ପରେ ପୁଣି ଅନ୍ୟ ଧର୍ମାବଲମ୍ବୀମାନେ ଆସିଥା’ନ୍ତି । ଯେ ପର୍ଯ୍ୟନ୍ତ ତାଙ୍କ ସଂସ୍ଥାର ବୃଦ୍ଧି ନ ହୋଇଛି ସେ ପର୍ଯ୍ୟନ୍ତ ଜଣାପଡି ନ ଥାଏ । ଏବେ ତୁମେ ପିଲାମାନେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ତୁମକୁ ପଚାରୁଛନ୍ତି ସିଡିରେ କେବଳ ଭାରତବାସୀମାନଙ୍କୁ କାହିଁକି ଦେଖାଇଛନ୍ତି? କୁହ, ଏହି ଖେଳ ଭାରତ ଉପରେ ଆଧାରିତ । ଅଧାକଳ୍ପ ଭାରତବାସୀଙ୍କର ଅଭିନୟ ରହିଛି, ବାକି ଦ୍ୱାପର, କଳିଯୁଗରେ ଅନ୍ୟ ସବୁ ଧର୍ମ ଆସିଥା’ନ୍ତି । ସୃଷ୍ଟିଚକ୍ର ଚିତ୍ରରେ ଏ ସବୁ ଜ୍ଞାନ ରହିଛି । ଗୋଲା ଚିତ୍ର ବି ବହୁତ ଫାଷ୍ଟକ୍ଲାସ୍ ଅଟେ । ସତ୍ୟଯୁଗ-ତ୍ରେତା ହେଲା ଶ୍ରେଷ୍ଠାଚାରୀ ଦୁନିଆ । ଦ୍ୱାପର-କଳିଯୁଗ ଭ୍ରଷ୍ଟାଚାରୀ ଦୁନିଆ । ଏବେ ତୁମେ ସଂଗମରେ ଅଛ । ଏହା ଜ୍ଞାନର କଥା ଅଟେ । ଏହି ୪ ଯୁଗର ଚକ୍ର କିପରି ଘୂରୁଛି - ଏକଥା କେହି ଜାଣିନାହାଁନ୍ତି । ସତ୍ୟଯୁଗରେ ଏହି ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ରହିବ । ଏମାନଙ୍କୁ ମଧ୍ୟ ଜଣା ନ ଥାଏ ଯେ ସତ୍ୟଯୁଗ ପରେ ପୁଣି ତ୍ରେତା ହେବ, ତ୍ରେତା ପରେ ପୁଣି ଦ୍ୱାପର କଳିଯୁଗ ଆସିବ । ଏଠାରେ ମଧ୍ୟ ମନୁଷ୍ୟମାନେ ବିଲ୍‌କୁଲ୍ ଜାଣିନାହାଁନ୍ତି । ଯଦିଓ କହୁଛନ୍ତି କିନ୍ତୁ କିପରି ଚକ୍ର ଘୂରୁଛି ଏ କଥା କେହି ଜାଣିନାହାଁନ୍ତି - ସେଥିପାଇଁ ବାବା ବୁଝାଉଛନ୍ତି - ଗୀତା ଉପରେ ସମସ୍ତ ଗୁରୁତ୍ୱ ଦିଅ । ସତ୍ୟ ଗୀତା ଶୁଣିବା ଦ୍ୱାରା ସ୍ୱର୍ଗବାସୀ ହୋଇଥାନ୍ତି । ଏଠାରେ ଶିବବାବା ନିଜେ ଶୁଣାଉଛନ୍ତି, ସେଠାରେ ମନୁଷ୍ୟ ପଢୁଛନ୍ତି । ଗୀତା ମଧ୍ୟ ସର୍ବ ପ୍ରଥମେ ତୁମେ ପଢୁଛ । ଭକ୍ତି ମଧ୍ୟ ପ୍ରଥମେ-ପ୍ରଥମେ ତୁମେ କରୁଛ ନା । ତୁମେ ପ୍ରଥମେ ଶିବଙ୍କର ପୂଜାରୀ ହେଉଛ । ତୁମକୁ ପ୍ରଥମେ-ପ୍ରଥମେ ଅବ୍ୟଭିଚାରୀ ଅର୍ଥାତ୍ ଏକମାତ୍ର ଶିବବାବାଙ୍କର ପୂଜା କରିବାକୁ ହୁଏ । ସୋମନାଥ ମନ୍ଦିର ତିଆରି କରିବାର ଶକ୍ତି ଆଉ କାହାର ନାହିଁ । ବୋର୍ଡ ଉପରେ ଅନେକ ପ୍ରକାରର କଥା ଲେଖିପାରିବ । ଏ କଥା ମଧ୍ୟ ଲେଖିପାରିବ ଯେ ଭାରତବାସୀ ସତ୍ୟ ଗୀତା ଶୁଣିବା ଦ୍ୱାରା ସତ୍ୟଖଣ୍ଡର ମାଲିକ ହେଉଛନ୍ତି ।

ଏବେ ତୁମେ ଜାଣୁଛ ଆମେ ସତ୍ୟ ଗୀତା ଶୁଣି ସ୍ୱର୍ଗବାସୀ ହେଉଛୁ । ଯେତେବେଳେ ତୁମେ ବୁଝାଉଛ ସେତେବେଳେ କହୁଛନ୍ତି - ହଁ, ବାସ୍ତବରେ ଏହା ଠିକ୍ କଥା କିନ୍ତୁ ବାହାରକୁ ଚାଲିଗଲେ ସବୁ କିଛି ଭୁଲିଯାଉଛନ୍ତି, ତୁମ କଥା ତୁମ ପାଖରେ ରହିଯାଉଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ରଚୟିତା ଏବଂ ରଚନାର ଜ୍ଞାନକୁ ସ୍ମରଣ କରି ସର୍ବଦା ହର୍ଷିତ ରହିବାକୁ ହେବ । ଯୋଗର ଯାତ୍ରା ଦ୍ୱାରା ନିଜର ସବୁ ପୁରୁଣା କର୍ମବନ୍ଧନକୁ ସମାପ୍ତ କରି କର୍ମାତୀତ ଅବସ୍ଥାରେ ପହଞ୍ଚିବାକୁ ହେବ ।

(୨) ଧ୍ୟାନରେ ଯିବା ବା ସାକ୍ଷାତ୍‌କାରରେ ମାୟାର ବହୁତ ପ୍ରବେଶତା ହୋଇଥାଏ, ସେଥିପାଇଁ ସେହି ସବୁ ଇଚ୍ଛା ଠାରୁ ଦୂରେଇ ରହିବାକୁ ହେବ । ବାବାଙ୍କୁ ନିଜର ସମସ୍ତ ସମାଚାର ଶୁଣାଇ ତାଙ୍କଠାରୁ ରାୟ ନେବାକୁ ହେବ, କୌଣସି ବି ଭୁଲ୍ କରିବାର ନାହିଁ ।

ବରଦାନ:-
ନିଜର ଶୁଭଭାବନା ଦ୍ୱାରା ନିର୍ବଳ ଆତ୍ମାମାନଙ୍କ ଭିତରେ ବଳ ଭରୁଥିବା ସଦା ଶକ୍ତି ସ୍ୱରୂପ ହୁଅ ।

ସେବାଧାରୀ ପିଲାମାନଙ୍କର ବିଶେଷ ସେବା ହେଲା ନିଜେ ଶକ୍ତି ସ୍ୱରୂପ ସ୍ଥିତିରେ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶକ୍ତି ସ୍ୱରୂପ କରିବା ଅର୍ଥାତ୍ ନିର୍ବଳ ଆତ୍ମାମାନଙ୍କ ଭିତରେ ବଳ ଭରିବା । ଏଥିପାଇଁ ସର୍ବଦା ଶୁଭଭାବନା ତଥା ଶ୍ରେଷ୍ଠ କାମନା ସ୍ୱରୂପ ହୁଅ । ତେବେ ଶୁଭ ଭାବନାର ଅର୍ଥ ଏହା ନୁହେଁ ଯେ କାହା ପ୍ରତି ଭଲ ଭାବନା । ଏଭଳି ରଖିବା ଦ୍ୱାରା ତା’ ପ୍ରତି ମୋହ ଆସିଯିବ - ଏଭଳି ଭୁଲ୍ କରିବାର ନାହିଁ । ତେଣୁ ଶୁଭଭାବନା ମଧ୍ୟ ବେହଦର ହେବା ଦରକାର । ଜଣଙ୍କ ପ୍ରତି ବିଶେଷ ଭାବନା ରଖିବା ମଧ୍ୟ କ୍ଷତିକାରକ ଅଟେ, ସେଥିପାଇଁ ବେହଦର ସ୍ଥିତିରେ ସ୍ଥିତ ହୋଇ ନିର୍ବଳ ଆତ୍ମାମାନଙ୍କୁ, ନିଜକୁ ପ୍ରାପ୍ତ ହୋଇଥିବା ଶକ୍ତିଗୁଡିକ ଆଧାରରେ ଶକ୍ତି ସ୍ୱରୂପ କର ।

ସ୍ଲୋଗାନ:-
ଅନେକଙ୍କର ଅର୍ଥାତ୍ ଦିବ୍ୟଗୁଣ ରୂପୀ ଗହଣାଗୁଡିକ ବ୍ରାହ୍ମଣ ଜୀବନର ଶୃଙ୍ଗାର ଅଟେ, ସେଥିପାଇଁ ଅଳଙ୍କାରୀ ହୁଅ ଦେହ ଅହଂକାରୀ ନୁହେଁ ।

ଅବ୍ୟକ୍ତ ଈଶାରା:- ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ

(୨୯) କେହି ସନ୍ତାନମାନେ କହିଥାଆନ୍ତି ଏମିତି ବି କ୍ରୋଧ ଆସେନାହିଁ, କିନ୍ତୁ କେହି ମିଛ କହିଲେ କ୍ରୋଧ ଆସିଯାଏ । ସିଏ ତ ମିଛ କହିଲା, ତୁମେ ତ କ୍ରୋଧରେ କହିଲ ତେବେ ପରସ୍ପର ମଧ୍ୟରେ ଠିକ୍ କିଏ? କେହି ଚାଲାକରେ କହିଥାଆନ୍ତି - ମୁଁ କ୍ରୋଧ କରେ ନାହିଁ, ମୋର ଆବାଜ ବା (ମୁଖର ଶବ୍ଦ) ତ ବଡ, ଆବାଜ ତ ଏପରି ତୀକ୍ଷ୍ମ କିନ୍ତୁ ଯଦି ବିଜ୍ଞାନର ସାଧନ ଦ୍ୱାରା ଆବାଜକୁ କମ ବେଶୀ କରିପାରିବ, ତେବେ କ’ଣ ଶାନ୍ତିର ଶକ୍ତି ଦ୍ୱାରା ନିଜର ଆବାଜର ଗତିକୁ କମ୍ ବା ବେଶୀ କରିପାରିବ ନାହିଁ?