29.06.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଶରୀର ସହିତ ଯାହା କିଛି ବି ଦେଖିବାକୁ ମିଳୁଛି, ସେ ସବୁ ବିନାଶ ହୋଇଯିବ, ତୁମ ଆତ୍ମାମାନଙ୍କୁ ଏବେ ଘରକୁ ଫେରିଯିବାକୁ ହେବ ସେଥିପାଇଁ ପୁରୁଣା ଦୁନିଆକୁ ଭୁଲିଯାଅ ।”

ପ୍ରଶ୍ନ:-
ତୁମେ ପିଲାମାନେ କେଉଁ ଶବ୍ଦରେ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଶୁଣାଇ ପାରିବ?

ଉତ୍ତର:-
ସମସ୍ତଙ୍କୁ ଏହି କଥା ଶୁଣାଅ ଯେ, ବେହଦର ପିତା ବେହଦର ଅବିନାଶୀ ସମ୍ପତ୍ତି ଦେବା ପାଇଁ ଆସିଛନ୍ତି । ଏବେ ହଦର ଅର୍ଥାତ୍ ଅଳ୍ପକାଳର ସମ୍ପତ୍ତି ପାଇବା ଶେଷ ହେଲା ଅର୍ଥାତ୍ ଭକ୍ତି ଶେଷ ହେଲା । ଏବେ ରାବଣ ରାଜ୍ୟ ସମାପ୍ତ ହେବାକୁ ଯାଉଛି । ବାବା ତୁମକୁ ୫ ବିକାର ରୂପୀ ରାବଣର ଜେଲ୍‌ରୁ ମୁକ୍ତ କରିବା ପାଇଁ ଆସିଛନ୍ତି । ଏହା ପୁରୁଷୋତ୍ତମ ସଂଗମଯୁଗ, ଏଥିରେ ତୁମକୁ ପୁରୁଷାର୍ଥ କରି ଦୈବୀଗୁଣ ସମ୍ପନ୍ନ ହେବାକୁ ପଡିବ । ତେଣୁ କେବଳ ଯଦି ପୁରୁଷୋତ୍ତମ ସଂଗମ ଯୁଗକୁ ମଧ୍ୟ ଜାଣି ଯିବ ତେବେ ବି ତୁମର ସ୍ଥିତି ଶ୍ରେଷ୍ଠ ହୋଇପାରିବ ।

ଓମ୍ ଶାନ୍ତି ।
ଏବେ ଆତ୍ମିକ ପିଲାମାନେ କ’ଣ କରୁଛନ୍ତି? ଅବ୍ୟଭିଚାରୀ ସ୍ମୃତିରେ ବସିଛନ୍ତି । ଗୋଟିଏ ହେଲା ବ୍ୟଭିଚାରୀ ସ୍ମୃତି, ଅନ୍ୟଟି ଅବ୍ୟଭିଚାରୀ ସ୍ମୃତି । ଅବ୍ୟଭିଚାରୀ ସ୍ମୃତି ଅଥବା ଅବ୍ୟଭିଚାରୀ ଭକ୍ତି ଯେବେ ପ୍ରଥମେ ଆରମ୍ଭ ହୋଇଥାଏ ସେତେବେଳେ ପ୍ରଥମେ ପ୍ରଥମେ ଶିବଙ୍କର ପୂଜା କରିଥା’ନ୍ତି । ସିଏ ହିଁ ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି । ସିଏ ପିତା ଏବଂ ଶିକ୍ଷକ ମଧ୍ୟ ଅଟନ୍ତି ଯିଏକି ଆମମାନଙ୍କୁ ପାଠ ପଢାଉଛନ୍ତି, କ’ଣ ପଢାଉଛନ୍ତି ? ମନୁଷ୍ୟରୁ ଦେବତା କରୁଛନ୍ତି । ପୁଣି ଦେବତାରୁ ମନୁଷ୍ୟ ହେବା ପାଇଁ ତୁମମାନଙ୍କୁ ୮୪ ଜନ୍ମ ଲାଗୁଛି । ପୁଣି ମନୁଷ୍ୟରୁ ଦେବତା ହେବା ପାଇଁ ଗୋଟିଏ ସେକେଣ୍ଡ ଲାଗୁଛି । ଏ କଥା ପିଲାମାନେ ଜାଣିଛନ୍ତି - ଆମେ ବାବାଙ୍କର ସ୍ମୃତିରେ ବସିଛୁ । ସିଏ ଆମର ଶିକ୍ଷକ ଏବଂ ସତ୍‌ଗୁରୁ ମଧ୍ୟ ଅଟନ୍ତି । ବାବା ଆମକୁ ଯୋଗ ଶିଖାଉଛନ୍ତି ଏବଂ କହୁଛନ୍ତି କେବଳ ଜଣଙ୍କର ସ୍ମୃତିରେ ରୁହ । ସିଏ ନିଜେ କହୁଛନ୍ତି - ହେ ଆତ୍ମାମାନେ, ହେ ସନ୍ତାନମାନେ ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡ, ଏବେ ଆମକୁ ଘରକୁ ଯିବାକୁ ହେବ । ଏହି ପୁରୁଣା ଦୁନିଆ ବର୍ତ୍ତମାନ ପରିବର୍ତ୍ତନ ହେବାକୁ ଯାଉଛି, ଏବେ ଏଠାରେ ରହିବାର ନାହିଁ । ପୁରୁଣା ଦୁନିଆର ବିନାଶ ପାଇଁ ହିଁ ଏହି ବାରୁଦ ଆଦି ତିଆରି କରୁଛନ୍ତି, ବିନାଶ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ସାହାଯ୍ୟ କରିବ, ବିନାଶ ତ ନିଶ୍ଚିତ ହେବ । ତୁମେ ଏବେ ପୁରୁଷୋତ୍ତମ ସଂଗମ ଯୁଗରେ ଅଛ । ଏ କଥା ଆତ୍ମା ଜାଣିଛି, ଆମେ ଏବେ ଘରକୁ ଫେରିଯିବୁ ସେଥିପାଇଁ ବାବା କହୁଛନ୍ତି ଏହି ପୁରୁଣା ଦୁନିଆ, ପୁରୁଣା ଦେହକୁ ମଧ୍ୟ ଛାଡିବାକୁ ପଡିବ । ଦେହ ସହିତ ଯାହାବି ଏହି ଦୁନିଆରେ ଦେଖୁଛ ସବୁ ବିନାଶ ହୋଇଯିବ, ଶରୀର ମଧ୍ୟ ଶେଷ ହୋଇଯିବ । ଏବେ ଆମ ଆତ୍ମାମାନଙ୍କୁ ଘରକୁ ଫେରିବାକୁ ହେବ । ଘରକୁ ଯିବା ବିନା ଆମେ ନୂଆ ଦୁନିଆକୁ ଆସିପାରିବା ନାହିଁ । ଏବେ ତୁମେ ପୁରୁଷୋତ୍ତମ ହେବା ପାଇଁ ପୁରୁଷାର୍ଥ କରୁଛ । ଏହି ଦେବତାମାନେ ପୁରୁଷୋତ୍ତମ ଅଟନ୍ତି, ସବୁଠାରୁ ଉଚ୍ଚରୁ ଉଚ୍ଚ ହେଉଛନ୍ତି ନିରାକାର ବାବା ଏବଂ ମନୁଷ୍ୟ ସୃଷ୍ଟିରେ ଦେବତାମାନେ ଉଚ୍ଚ । ସେମାନେ ମଧ୍ୟ ମନୁଷ୍ୟ ଅଟନ୍ତି କିନ୍ତୁ ସେମାନେ ହେଲେ ଦୈବୀ ଗୁଣଯୁକ୍ତ, ପୁଣି ସେହିମାନେ ହିଁ ଆସୁରୀ ଗୁଣଧାରୀ ହୋଇଯାଇଛନ୍ତି । ଏବେ ପୁଣି ଆସୁରୀ ଗୁଣଧାରୀରୁ ଦୈବୀ ଗୁଣଧାରୀ ହେବାକୁ ପଡିବ । ସତ୍ୟଯୁଗକୁ ଯିବାକୁ ପଡିବ, କାହାକୁ? ତୁମ ପିଲାମାନଙ୍କୁ । ତୁମେମାନେ ଏବେ ନିଜେ ଏହି ପାଠପଢି ପୁଣି ଅନ୍ୟମାନଙ୍କୁ ମଧ୍ୟ ପଢାଉଛ । ତୁମକୁ କେବଳ ବାବାଙ୍କର ସନ୍ଦେଶ ହିଁ ଦେବାକୁ ହେବ । ବେହଦର ବାବା ବେହଦର ସମ୍ପତ୍ତି ଦେବା ପାଇଁ ଆସିଛନ୍ତି । ଏବେ ହଦର ବର୍ସା ଶେଷ ହେବାକୁ ଯାଉଛି ।

ବାବା ବୁଝାଉଛନ୍ତି - ଏବେ ସବୁ ମନୁଷ୍ୟମାନେ ୫ ବିକାର ରୂପୀ ରାବଣର ଜେଲରେ ଅଛନ୍ତି । ସମସ୍ତେ ଦୁଃଖ ଭୋଗ କରୁଛନ୍ତି । ତୁମକୁ ଏବେ ଶୁଖିଲା ରୁଟି ମିଳୁଛି । ବାବା ଆସି ସମସ୍ତଙ୍କୁ ରାବଣର ଜେଲରୁ ମୁକୁଳାଇ ସଦାସର୍ବଦା ସୁଖୀ କରୁଛନ୍ତି । ବାବାଙ୍କ ବ୍ୟତୀତ ମନୁଷ୍ୟକୁ କେହି ବି ଦେବତା କରିପାରିବେ ନାହିଁ । ତୁମେ ମନୁଷ୍ୟରୁ ଦେବତା ହେବା ପାଇଁ ଏଠାରେ ବସିଛ । ବର୍ତ୍ତମାନ କଳିଯୁଗ, ଏଠାରେ ଅନେକ ଧର୍ମ ହୋଇଗଲାଣି । ତୁମମାନଙ୍କୁ ରଚୟିତା ଏବଂ ରଚନାର ପରିଚୟ ସ୍ୱଂୟ ବାବା ବସି ଦେଉଛନ୍ତି । ତୁମେ ତାଙ୍କୁ କେବଳ ଈଶ୍ୱର, ପରମାତ୍ମା ବୋଲି କହୁଥିଲ । ତୁମକୁ ଏକଥା ଜଣା ନ ଥିଲା ଯେ ସିଏ ପିତା, ଶିକ୍ଷକ ଏବଂ ଗୁରୁ ମଧ୍ୟ ଅଟନ୍ତି । ତାଙ୍କୁ ସତ୍‌ଗୁରୁ ବୋଲି ମଧ୍ୟ କୁହାଯାଉଛି । ତାକୁ ଅକାଳମୂର୍ତ୍ତ ମଧ୍ୟ କୁହାଯାଇଥାଏ । ତୁମକୁ ଆତ୍ମା ଏବଂ ଜୀବ ବୋଲି କୁହାଯାଏ । ସେହି ଅକାଳମୂର୍ତ୍ତ ଆତ୍ମା ଏହି ଶରୀର ରୂପୀ ସିଂହାସନରେ ବସିଛି । ବାବା ଜନ୍ମ ମୃତ୍ୟୁରେ ଆସୁନାହାଁନ୍ତି । ଏହି ଅକାଳମୂରତ ବାବା ପିଲାମାନଙ୍କୁ ବୁଝାଉଛନ୍ତି - ମୋର ନିଜର ଶରୀର ନାହିଁ, ମୁଁ ତୁମମାନଙ୍କୁ ପବିତ୍ର କିପରି କରିବି! ମୋର ତ ରଥ ଦରକାର ନା । ଅକାଳମୂରତଙ୍କୁ ବି ସିଂହାସନ ଦରକାର । ମନୁଷ୍ୟମାନଙ୍କର ହିଁ ଅକାଳ ତଖତ୍ (ଭ୍ରୃକୁଟୀ) ଥାଏ, ଆଉ କାହାର ନୁହେଁ । ତୁମ ସମସ୍ତଙ୍କୁ ଆତ୍ମା ରୁପୀ ସିଂହାସନର ଆବଶ୍ୟକତା ରହିଛି । ଯେଉଁଠାରେ ଅକାଳମୂରତ ଆତ୍ମା ବିରାଜମାନ ହୋଇଥାଏ । ସିଏ ସମସ୍ତଙ୍କର ପିତା, ତାଙ୍କୁ ମହାକାଳ ମଧ୍ୟ କୁହାଯାଉଛି, ଯିଏକି ପୁନର୍ଜନ୍ମରେ ଆସୁ ନାହାଁନ୍ତି । ତୁମେ ଆତ୍ମାମାନେ ପୁନର୍ଜନ୍ମରେ ଆସୁଛ । ମୁଁ କଳ୍ପର ସଙ୍ଗମ ଯୁଗରେ ଆସୁଛି । ଭକ୍ତିକୁ ରାତ୍ରି ଏବଂ ଜ୍ଞାନକୁ ଦିନ କୁହାଯାଇଥାଏ । ଏହି କଥାକୁ ପକ୍କା ମନେ ରଖିବାକୁ ହେବ । ମୁଖ୍ୟ ଦୁଇଟି କଥା ହେଲା - ଅଲଫ ଏବଂ ବେ । ବାବା ଏବଂ ବାଦଶାହୀ (ରାଜତ୍ୱ) । ବାବା ଆସି ଆମକୁ ରାଜତ୍ୱ ଦେଉଛନ୍ତି ଏବଂ ସେହି ରାଜତ୍ୱ ପାଇଁ ହିଁ ଆମକୁ ପାଠ ପଢାଉଛନ୍ତି । ସେଥିପାଇଁ ଏହାକୁ ପାଠଶାଳା ମଧ୍ୟ କୁହାଯାଉଛି ।

ଭଗବାନୁବାଚ - ଭଗବାନ ତ ନିରାକାର । କିନ୍ତୁ ତାଙ୍କର ମଧ୍ୟ ପାର୍ଟ ରହିବା ଦରକାର । ସିଏ ହେଉଛନ୍ତି ଉଚ୍ଚରୁ ଉଚ୍ଚ ଭଗବାନ, ତାଙ୍କୁ ସମସ୍ତେ ମନେ ପକାଉଛନ୍ତି । ବାବା କହୁଛନ୍ତି ଏଭଳି କୌଣସି ମନୁଷ୍ୟ ନ ଥିବେ ଯିଏକି ଭକ୍ତିମାର୍ଗରେ ତାଙ୍କୁ ମନେପକାଉ ନ ଥିବେ । ଆନ୍ତରିକତାର ସହିତ ସମସ୍ତେ ଡାକୁଛନ୍ତି - ହେ ଭଗବାନ, ହେ ମୁକ୍ତିଦାତା, ହେ ଈଶ୍ୱର ପିତା, କାହିଁକିନା ସିଏ ହେଉଛନ୍ତି ସବୁ ଆତ୍ମାମାନଙ୍କର ପିତା । ତେଣୁ ନିଶ୍ଚିତ ଭାବରେ ସିଏ ଅବିନାଶୀ ସୁଖ ଦେଉଥିବେ । ବିନାଶୀ ପିତା ବିନାଶୀ ସୁଖ ଦେଇଥା’ନ୍ତି । ଏ କଥା କେହି ଜାଣିନାହାଁନ୍ତି - ଏବେ ବାବା ଆସିଛନ୍ତି, କହୁଛନ୍ତି - ପିଲାମାନେ, ଅନ୍ୟ ସବୁ ସାଙ୍ଗ ଛାଡି କେବଳ ମୋତେ ମନେପକାଅ, ଏ କଥା ମଧ୍ୟ ବାବା କହୁଛନ୍ତି ଯେ, ତୁମେ ଦେବୀ-ଦେବତାମାନେ ନୂଆ ଦୁନିଆରେ ରହୁଥିଲ, ସେଠାରେ ତ ଅସରନ୍ତି ସୁଖ ଥିଲା । ତା’ର ଅନ୍ତ ତୁମେ ପାଇପାରିବ ନାହିଁ । ନୂଆ ଘରେ ସର୍ବଦା ସୁଖ ଏବଂ ପୁରୁଣା ଘରେ ଦୁଃଖ ହୋଇଥାଏ । ସେଥିପାଇଁ ତ ବାବା ପିଲାମାନଙ୍କ ପାଇଁ ନୂଆ ଘର ତିଆରି କରୁଛନ୍ତି । ତେଣୁ ପିଲାମାନଙ୍କ ବୁଦ୍ଧିଯୋଗ ଏବେ ନୂଆ ଘରକୁ ଚାଲିଯାଉଛି, ଏହା ହେଲା ବିନାଶୀ କଥା । ବର୍ତ୍ତମାନ ଅବିନାଶୀ ବାବା ନୂଆ ଦୁନିଆର ସ୍ଥାପନା କରୁଛନ୍ତି, ପୁରୁଣା ଦୁନିଆରେ ଯାହା କିଛି ବି ଦେଖୁଛ ତାହା ସବୁ କବରସ୍ଥାନ ହେବାର ଅଛି । ଏବେ ପରିସ୍ତାନର ସ୍ଥାପନା ହେଉଛି । ତୁମେ ବର୍ତ୍ତମାନ ସଙ୍ଗମ ଯୁଗରେ ଅଛ । ତୁମେ କଳିଯୁଗ ଦେଖିପାରିବ ଏବଂ ସତ୍ୟଯୁଗକୁ ମଧ୍ୟ ଦେଖିପାରିବ । ତୁମେ ସଙ୍ଗମ ଯୁଗରେ ସବୁକିଛି ସାକ୍ଷୀ ହୋଇ ଦେଖୁଛ । ପ୍ରଦର୍ଶନୀ ଅଥବା ମିୟୁଜିୟମ ବୁଝିବାକୁ ଆସୁଛନ୍ତି ତେବେ ତାଙ୍କୁ ମଧ୍ୟ ତୁମେ ସଙ୍ଗମ ଯୁଗର ଚିତ୍ର ନିକଟରେ ଛିଡା କରିଦିଅ । ସେମାନଙ୍କୁ ବୁଝାଅ ଯେ, ଏପଟେ କଳିଯୁଗ, ସେପଟେ ସତ୍ୟଯୁଗ ରହିଛି, ଆମେ ଏବେ ଏହାର ମଝିରେ ଅଛୁ । ବାବା ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ସେଠାରେ ବହୁତ କମ୍ ମନୁଷ୍ୟ ରହିବେ, ଆଉ କୌଣସି ବି ଧର୍ମର ଆତ୍ମାମାନେ ସେଠାକୁ ଆସିବେ ନାହିଁ । କେବଳ ତୁମେ ହିଁ ପ୍ରଥମେ-ପ୍ରଥମେ ଆସୁଛ । ଏବେ ସ୍ୱର୍ଗକୁ ଯିବା ପାଇଁ ପୁରୁଷାର୍ଥ କରୁଛ, ପବିତ୍ର କରିବା ପାଇଁ ମୋତେ ଡାକୁଛ ଯେ, ହେ ବାବା, ଆମକୁ ପବିତ୍ର କରି ପବିତ୍ର ଦୁନିଆକୁ ନେଇଚାଲ । ଏପରି କହୁନାହଁ ଯେ ଶାନ୍ତିଧାମକୁ ନେଇଚାଲ । ପରମଧାମକୁ ଶାନ୍ତିଧାମ କୁହାଯାଇଥାଏ । ଏବେ ଆମକୁ ଘରକୁ ଯିବାକୁ ହେବ, ଯାହାକୁ ଶାନ୍ତିଧାମ କୁହାଯାଇଥାଏ । ଯେଉଁଥି ପାଇଁ ସନ୍ନ୍ୟାସୀ ଆଦି ଶିକ୍ଷା ଦେଉଛନ୍ତି । ସେମାନେ ସୁଖଧାମର ଜ୍ଞାନ ଦେଇପାରିବେ ନାହିଁ । ସେମାନେ ନିବୃତ୍ତିମାର୍ଗୀ ଅଟନ୍ତି । ତୁମମାନଙ୍କୁ ବୁଝାଯାଉଛି - କେଉଁ କେଉଁ ଧର୍ମ କେବେ-କେବେ ଆସୁଛି । ମନୁଷ୍ୟ ସୃଷ୍ଟିରୂପି ବୃକ୍ଷରେ ସର୍ବପ୍ରଥମ ମୁଳଦୂଆ ତୁମର ଅଟେ । ବୀଜକୁ ବୃକ୍ଷପତି କୁହାଯାଇଥାଏ । ବାବା କହୁଛନ୍ତି ମୁଁ ବୃକ୍ଷପତି ଉପରେ ନିବାସ କରୁଛି । ଯେତେବେଳେ ବୃକ୍ଷର ଏକଦମ୍ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଇଥାଏ ସେତେବେଳେ ମୁଁ ଦେବତା ଧର୍ମ ସ୍ଥାପନ କରିବା ପାଇଁ ଆସେ । କଲିକତାର ବଟବୃକ୍ଷ ଏକ ଆଶ୍ଚର୍ଯ୍ୟଜନକ ବୃକ୍ଷ । ଏଠାରେ ବିନା ମୁଳଦୁଆରେ ସାରା ବୃକ୍ଷ ଛିଡା ହୋଇଛି । ଠିକ୍ ସେହିପରି ଏହି ସୃଷ୍ଟିରୂପି ବେହଦର ବୃକ୍ଷରେ ମଧ୍ୟ ଆଦି ସନାତନ ଦେବୀ ଦେବତା ଧର୍ମ ନାହିଁ, ବାକି ସବୁ ଧର୍ମ ରହିଛି ।

ତୁମେମାନେ ବ୍ରହ୍ମଲୋକର ନିବାସୀ ଥିଲ । ସେଠାରୁ ତୁମେ ଅଭିନୟ କରିବା ପାଇଁ ଏଠାକୁ ଆସୁଛ । ତୁମେମାନେ ଅଲରାଉଣ୍ଡର ଅଭିନେତା ଅଟ । ସେଥିପାଇଁ ଅତି ବେଶୀରେ ୮୪ ଜନ୍ମ ନେଉଛ ପୁଣି ଅତି କମ୍‌ରେ ଗୋଟିଏ ଜନ୍ମ ମଧ୍ୟ ରହିଛି । କିନ୍ତୁ ମନୁଷ୍ୟମାନେ ୮୪ ଲକ୍ଷ ଜନ୍ମ ବୋଲି କହିଦେଉଛନ୍ତି । ଏହା ମଧ୍ୟ କେଉଁମାନେ ନେବେ, ଏ କଥା ମଧ୍ୟ ବୁଝିପାରୁ ନାହାଁନ୍ତି । ବାବା ଆସି ତୁମମାନଙ୍କୁ ବୁଝାଉଛନ୍ତି - ୮୪ ଜନ୍ମ ତୁମେ ନେଉଛ । ସର୍ବପ୍ରଥମେ ତୁମେ ମୋ ଠାରୁ ଅଲଗା ହେଉଛ । ପ୍ରଥମେ ସତ୍ୟଯୁଗୀ ଦେବତା ହେଉଛ, ଯେତେବେଳେ ଏହି ଆତ୍ମାମାନେ ସେଠାରେ ଅଭିନୟ କରୁଛନ୍ତି ସେତେବେଳେ ବାକି ସବୁ ଆତ୍ମାମାନେ କେଉଁ ଆଡେ ଯାଉଛନ୍ତି ? ଏ କଥା ମଧ୍ୟ ତୁମେ ଜାଣିଛ - ବାକି ସବୁ ଆତ୍ମାମାନେ ଶାନ୍ତିଧାମରେ ରହିଥା’ନ୍ତି, ତେଣୁ ଶାନ୍ତିଧାମ ଅଲଗା ହେଲା ନା । ବାକି ଦୁନିଆ ତ ଗୋଟିଏ, ଏହିଠାରେ ହିଁ ସମସ୍ତେ ଅଭିନୟ କରୁଛନ୍ତି । ନୂଆ ଦୁନିଆରେ ସୁଖର ଅଭିନୟ ପୁରୁଣା ଦୁନିଆରେ ଦୁଃଖର ଅଭିନୟ କରିବାକୁ ପଡୁଛି । ଏହା ସୁଖ ଏବଂ ଦୁଃଖର ଖେଳ ଅଟେ । ସତ୍ୟଯୁଗ ହେଲା ରାମ ରାଜ୍ୟ । ଏ କଥା ଦୁନିଆରେ କେହିବି ମନୁଷ୍ୟ ଜାଣିନାହାଁନ୍ତି ଯେ ସୃଷ୍ଟିର ଚକ୍ର କିପରି ଘୁରିଥାଏ । ଏମାନେ ନା ରଚୟିତା ନା ରଚନାର ଆଦି, ମଧ୍ୟ, ଅନ୍ତକୁ ଜାଣିଛନ୍ତି । ଏକମାତ୍ର ବାବାକୁ ହିଁ ଜ୍ଞାନର ସାଗର ବୋଲି କୁହାଯାଇଥାଏ । ରଚୟିତା ଏବଂ ରଚନାର ଆଦି, ମଧ୍ୟ, ଅନ୍ତର ଜ୍ଞାନ କୌଣସି ଶାସ୍ତ୍ରରେ ନାହିଁ । ମୁଁ ହିଁ ତୁମମାନଙ୍କୁ ଶୁଣାଉଛି । ପୁଣି ଏହି ଜ୍ଞାନ ପ୍ରାୟଃ ଲୋପ ହୋଇଯାଉଛି । ସତ୍ୟଯୁଗରେ ଏହି ଜ୍ଞାନ ରହିବ ନାହିଁ । ଭାରତରେ ହିଁ ପ୍ରାଚୀନ ସହଜ ରାଜଯୋଗର ଗାୟନ ରହିଛି । ଗୀତାରେ ମଧ୍ୟ ରାଜଯୋଗର ନାମ ଅଛି । ବାବା ତୁମକୁ ରାଜଯୋଗ ଶିଖାଇ ରାଜତ୍ୱର ବର୍ସା ଦେଉଛନ୍ତି । ବାକି ରଚନାଠାରୁ ବର୍ସା ମିଳିପାରିବ ନାହିଁ । ବର୍ସା ଏକମାତ୍ର ରଚୟିତା ବାବାଙ୍କଠାରୁ ହିଁ ମିଳୁଛି । ପ୍ରତ୍ୟେକ ମନୁଷ୍ୟ ସୃଷ୍ଟିକର୍ତ୍ତା ଅଟନ୍ତି କାହିଁକିନା ନିଜ ସନ୍ତାନର ରଚନା କରିଥା’ନ୍ତି, ତେଣୁ ସେମାନେ ହେଲେ ହଦର ବ୍ରହ୍ମା ଏବଂ ଇଏ ହେଲେ ବେହଦର ବ୍ରହ୍ମା । ସିଏ ହେଉଛନ୍ତି ନିରାକାର ଆତ୍ମାମାନଙ୍କର ପିତା, ଇଏ ଲୌକିକ ପିତା, ଇଏ ପୁଣି ପ୍ରଜାପିତା ବ୍ରହ୍ମା ଅଟନ୍ତି । ପ୍ରଜାପିତା କେତେବେଳେ ହେବା ଦରକାର ? କ’ଣ ସତ୍ୟଯୁଗରେ ? ନା । ପୁରୁଷୋତ୍ତମ ସଙ୍ଗମ ଯୁଗରେ ହେବା ଦରକାର । ମନୁଷ୍ୟମାନେ ଏ କଥା ମଧ୍ୟ ଜାଣି ନାହାଁନ୍ତି ଯେ ସତ୍ୟଯୁଗ କେବେ ହୋଇଥାଏ । ସେମାନେ ସତ୍ୟଯୁଗ, କଳିଯୁଗ ଇତ୍ୟାଦିକୁ ଲକ୍ଷ-ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି । ବାବା ବୁଝାଉଛନ୍ତି ଗୋଟିଏ ଯୁଗ ୧୨୫୦ ବର୍ଷର ହୋଇଥାଏ । ୮୪ ଜନ୍ମର ହିସାବ ମଧ୍ୟ ଦରକାର ନା । ଶିଢିର ମଧ୍ୟ ହିସାବ ଦରକାର - ଆମେ କିପରି ତଳକୁ ଓହ୍ଳାଉଛୁ । ଦେବୀ-ଦେବତାମାନେ ଆମର ପ୍ରଥମ ମୁଳଦୁଆ ଅଟନ୍ତି, ତାଙ୍କ ପରେ ପୁଣି ଇସ୍‌ଲାମୀ, ବୌଦ୍ଧିମାନେ ଆସୁଛନ୍ତି । ବାବା କଳ୍ପବୃକ୍ଷର ରହସ୍ୟକୁ ମଧ୍ୟ ବୁଝାଇଛନ୍ତି । ଏ କଥା ବାବାଙ୍କ ବ୍ୟତୀତ ଆଉ କେହି ବି ଶିଖାଇ ପାରିବେ ନାହିଁ । ତୁମକୁ ପଚାରୁଛନ୍ତି, ଏହି ଚିତ୍ର ଆଦି କିପରି ତଆରି କଲ? କିଏ ଶିଖାଇଲା ? ତାଙ୍କୁ କୁହ, ବାବା ଆମକୁ ଧ୍ୟାନରେ ଦେଖାଇଲେ ଏବଂ ଆମେ ତିଆରି କଲୁ । ପୁଣି ବାବା ଏହି ରଥରେ ଆସି ଏହି ଚିତ୍ରର ସଂଶୋଧନ କରୁଛନ୍ତି ଯେ, ଏହିଭଳି ତିଆରି କର । ବାବା ସ୍ୱଂୟ ସଂଶୋଧନ କରୁଛନ୍ତି ।

କୃଷ୍ଣଙ୍କୁ ଶ୍ୟାମ-ସୁନ୍ଦର କହୁଛନ୍ତି, କିନ୍ତୁ ମନୁଷ୍ୟମାନେ ବୁଝିପାରୁ ନାହାଁନ୍ତି ଯେ କାହିଁକି କୁହାଯାଉଛି? ଇଏ ବୈକୁଣ୍ଠର ମାଲିକ ଥିବା ସମୟରେ ପବିତ୍ର ଗୋରା ଥିଲେ ପୁଣି ଅପବିତ୍ର ହେବା ଦ୍ୱାରା ଶ୍ୟାମଳ ହୋଇଗଲେ, ସେଥିପାଇଁ ତାଙ୍କୁ ଶ୍ୟାମ-ସୁନ୍ଦର କହୁଛନ୍ତି । ଇଏ ହିଁ ପ୍ରଥମେ ସତ୍ୟଯୁଗରେ ଆସୁଛନ୍ତି । ତତ୍‌ତ୍ତ୍ୱମ୍ । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜତ୍ତ୍ୱ ଚାଲୁଛି । କିଏ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି ? ଏ କଥା ବି କାହାକୁ ଜଣା ନାହିଁ । ଭାରତକୁ ଭୁଲି ନିଜକୁ ହିନ୍ଦୁସ୍ଥାନର ବାସିନ୍ଦା ବୋଲି କହିଦେଉଛନ୍ତି । ବାବା କହୁଛନ୍ତି ମୁଁ ଭାରତରେ ହିଁ ଆସୁଛି । ଭାରତରେ ଦେବତାମାନଙ୍କର ରାଜ୍ୟ ଥିଲା ଯାହା ପ୍ରାୟଃ ଲୋପ ହୋଇଯାଇଛି । ମୁଁ ଆସିଛି ପୁଣି ଥରେ ସ୍ଥାପନ କରିବା ପାଇଁ । ପ୍ରଥମେ-ପ୍ରଥମେ ଆଦିସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ଏହି ସୃଷ୍ଟି ରୂପୀ ବୃକ୍ଷର ବୃଦ୍ଧି ହୋଇଚାଲିଛି । ନୂଆ-ନୂଆ ଧର୍ମ, ମଠ, ପନ୍ଥ ଇତ୍ୟାଦି ଅନ୍ତିମ ସମୟରେ ଆସୁଛି । ତେଣୁ ଏହାର ଶୋଭା ମଧ୍ୟ ବଢିଯାଉଛି । ପୁଣି ଅନ୍ତିମ ସମୟରେ ସାରା ବୃକ୍ଷର ଯେବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଉଛି ସେତେବେଳେ ମୁଁ ଆସୁଛି । ୟଦା ୟଦା ହି .... । ଆତ୍ମା ନିଜକୁ ବି ଜାଣି ନାହିଁ ଏବଂ ବାବାଙ୍କୁ ମଧ୍ୟ ଜାଣି ନାହିଁ । ନିଜକୁ ଏବଂ ଦେବତାମାନଙ୍କୁ ଗାଳି ଦେଉଛନ୍ତି ଓ ବାବାଙ୍କୁ ମଧ୍ୟ ଗାଳି ଦେଉଛି । ଯେତେବେଳେ ସମସ୍ତେ ତମଃପ୍ରଧାନ, ଅଜ୍ଞାନ ହୋଇଯାଉଛନ୍ତି ସେତେବେଳେ ମୁଁ ଆସୁଛି । ମୋତେ ପତିତ ଦୁନିଆରେ ହିଁ ଆସିବାକୁ ପଡୁଛି । ତୁମେ ମନୁଷ୍ୟମାନଙ୍କୁ ଜୀବଦାନ ଦେଉଛ ଅର୍ଥାତ୍ ମନୁଷ୍ୟରୁ ଦେବତା କରୁଛ । ସମସ୍ତଙ୍କୁ ସବୁ ଦୁଃଖରୁ ଦୂର କରିଦେଉଛ ତାହା ମଧ୍ୟ ଅଧାକଳ୍ପ ପାଇଁ । ସେଥିପାଇଁ ବନ୍ଦେ ମାତରମ୍‌ର ଗାୟନ ମଧ୍ୟ ଅଛି ନା । ଏମାନେ କେଉଁ ମାତା ଯାହାଙ୍କର ବନ୍ଦନା କରୁଛନ୍ତି ? ତୁମେ ହିଁ ହେଉଛ ସେହି ମାତା, ଯିଏକି ସାରା ସୃଷ୍ଟିକୁ ସ୍ୱର୍ଗ କରିଦେଉଛ । ଯଦିଓ ପୁରୁଷମାନେ ମଧ୍ୟ ଅଛନ୍ତି କିନ୍ତୁ ଅଧିକାଂଶ ମାତା ଅଛନ୍ତି ସେଥିପାଇଁ ବାବା ମାତାମାନଙ୍କର ମହିମା କରୁଛନ୍ତି । ବାବା ଆସି ତୁମକୁ କେତେ ମହିମା ଯୋଗ୍ୟ କରୁଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଅପାର ସୁଖର ଦୁନିଆକୁ ଯିବା ପାଇଁ ସଂଗମଯୁଗର ସ୍ମୃତିରେ ରହିବାକୁ ହେବ । ସାକ୍ଷୀ ହୋଇ ସବୁ କିଛି ଦେଖିବା ସହିତ ନିଜର ବୁଦ୍ଧିଯୋଗକୁ ନୂଆ ଦୁନିଆ ସହିତ ଯୋଡିବାକୁ ହେବ । ବୁଦ୍ଧିରେ ରହୁ ଯେ ଏବେ ଆମେ ଘରକୁ ଫେରିବୁ ।

(୨) ସମସ୍ତଙ୍କୁ ଜୀବଦାନ ଦେବାକୁ ହେବ, ମନୁଷ୍ୟରୁ ଦେବତା କରିବାର ସେବା କରିବାକୁ ହେବ । ବେହଦର ବାବାଙ୍କଠାରୁ ପାଠପଢି ଅନ୍ୟମାନଙ୍କୁ ପଢାଇବାକୁ ହେବ । ନିଜେ ଦୈବୀ ଗୁଣକୁ ଧାରଣ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ ।

ବରଦାନ:-
ସର୍ବଦା ଶ୍ରେଷ୍ଠ ସମୟ ଅନୁସାରେ ଶ୍ରେଷ୍ଠ କର୍ମ କରି ବାଃ ବାଃର ଗୀତ ଗାଉଥିବା ଭାଗ୍ୟବାନ ଆତ୍ମା ହୁଅ ।

ଏହି ଶ୍ରେଷ୍ଠ ସମୟରେ ସର୍ବଦା ଶ୍ରେଷ୍ଠ କର୍ମ କରି “ବାଃ-ବାଃ” ର ଗୀତ ମନେ ମନେ ଗାଉଥାଅ! ବାଃ ମୋ’ର ଶ୍ରେଷ୍ଠ କର୍ମ ବା ବାଃ ଶ୍ରେଷ୍ଠ କର୍ମ ଶିଖାଇଥିବା ବାବା । ତେଣୁ ସର୍ବଦା ବାଃ! ବାଃ! ର ଗୀତ ଗାଉଥାଅ । କେବେ ଭୁଲ୍‌ରେ ବି ଦୁଃଖର ଦୃଶ୍ୟ ଗୁଡିକୁ ଦେଖୁଥିଲେ ମଧ୍ୟ ମୁଖରୁ ହାୟ ଶବ୍ଦ ବାହାରିବା ଉଚିତ୍ ନୁହେଁ । ବାଃ ଡ୍ରାମା ବାଃ! ଏବଂ ବାଃ ବାବା ବାଃ! ଯାହା ସ୍ୱପ୍ନରେ ମଧ୍ୟ ନ ଥିଲା ସେହିଭଳି ଭାଗ୍ୟ ଘରେ ବସି ମିଳିଗଲା । ତେଣୁ ସର୍ବଦା ଏହି ଭାଗ୍ୟର ନିଶାରେ ରୁହ ।

ସ୍ଲୋଗାନ:-
ଯଦି ନିଜର ମନ ବୁଦ୍ଧିକୁ ଶକ୍ତିଶାଳୀ କରିଦେବ ତେବେ ଯେ କୌଣସି ହଲଚଲ୍ ପରିସ୍ଥିତିରେ ମଧ୍ୟ ଅଚଳ ଅଟଳ ରହିପାରିବ ।