29.06.25 Avyakt Bapdada Odia Murli 31.12.2005 Om Shanti Madhuban
“ନୂତନ ବର୍ଷରେ ନିଜର
ପୁରୁଣା ସଂସ୍କାରକୁ ଯୋଗ ଅଗ୍ନିରେ ଭସ୍ମ କରି ବ୍ରହ୍ମାବାବାଙ୍କ ସମାନ ତ୍ୟାଗ, ତପସ୍ୟା ଏବଂ
ସେବାରେ ନମ୍ବରୱାନ ହୁଅ ”
ଆଜି ବାପଦାଦା ଚାରିଆଡର
ଚାହେଁ ସମ୍ମୁଖରେ ବସିଥିବା, ଚାହେଁ ଦୂରରେ ବସିଥିଲେ ମଧ୍ୟ ଦିଲ୍ର ସମୀପରେ ଥିବା ପିଲାମାନଙ୍କୁ
ତିନୋଟି ଅଭିନନ୍ଦନ ଦେଉଛନ୍ତି । ଗୋଟିଏ ହେଲା ନୂଆ ଜୀବନର ଅଭିନନ୍ଦନ, ଦ୍ୱିତୀୟରେ ନୂଆ ଯୁଗର
ଅଭିନନ୍ଦନ ଏବଂ ତୃତୀୟରେ ଆଜିର ଦିନରେ ନୂଆବର୍ଷର ଅଭିନନ୍ଦନ ଦେଉଛନ୍ତି । ତୁମେମାନେ ମଧ୍ୟ ନୂତନ
ବର୍ଷର ଅଭିନନ୍ଦନ ଦେବା ପାଇଁ ଏବଂ ଅଭିନନ୍ଦନ ନେବା ପାଇଁ ଆସିଛ । ବାସ୍ତବରେ ସଚ୍ଚା ହୃଦୟର
ଖୁସିର ଅଭିନନ୍ଦନ ତୁମେ ବ୍ରାହ୍ମଣ ଆତ୍ମାମାନେ ନେଉଛ ମଧ୍ୟ ଏବଂ ଦେଉଛ ମଧ୍ୟ । ତେବେ ଆଜି ଦିନର
ମହତ୍ୱ ହେଲା ବିଦାୟ ମଧ୍ୟ ଦେଉଛ ଏବଂ ବଧାଇ ଅର୍ଥାତ୍ ଅଭିନନ୍ଦନ ମଧ୍ୟ ଦେଉଛ । ଏହା ବିଦାୟୀ ଏବଂ
ବଧାଇର ସଙ୍ଗମଯୁଗ ଅଟେ । ତେଣୁ ଆଜିର ଦିନକୁ ସଙ୍ଗମର ଦିନ କୁହାଯିବ । ତେବେ ସଙ୍ଗମର ମହିମା ମଧ୍ୟ
ବହୁତ ବଡ । ତୁମେ ସମସ୍ତେ ଜାଣିଛ ଯେ ସଙ୍ଗମଯୁଗର ମହିମା କାରଣରୁ ଆଜି କାଲି ପୁରୁଣା ଏବଂ
ନୂଆବର୍ଷର ସଙ୍ଗମକୁ କେତେ ଧୁମ୍ଧାମ୍ରେ ପାଳନ କରୁଛନ୍ତି ଏବଂ ସଙ୍ଗମଯୁଗର ମହିମା କାରଣରୁ ହିଁ
ଏହି ପୁରୁଣା ବର୍ଷ ଏବଂ ନୂଆବର୍ଷର ସଙ୍ଗମର ମହିମା ହେଉଛି । ଯେଉଁଠାରେ ଦୁଇଟି ନଦୀ ମଧ୍ୟ ମିଳିତ
ହେଉଛି ସେଠାରେ ମଧ୍ୟ ସଙ୍ଗମ ହେଉଛି, ତା’ର ମଧ୍ୟ ମହିମା ରହିଛି । ଯେଉଁଠି ନଦୀ ଏବଂ ସାଗରର
ସଙ୍ଗମ ହେଉଛି ତା’ର ମଧ୍ୟ ମହିମା ରହିଛି । କିନ୍ତୁ ସବୁଠାରୁ ବଡ ମହିମା ଏହି ସଙ୍ଗମଯୁଗର ବା
ପୁରୁଷୋତ୍ତମ ଯୁଗର ହିଁ ଅଟେ ଯେଉଁଠି ତୁମ ଭଳି ଭାଗ୍ୟବାନ ବ୍ରାହ୍ମଣ ଆତ୍ମାମାନେ ରହିଛ । ଏହିଭଳି
ନିଶା ରହୁଛି ତ? ଯଦି ତୁମକୁ କେହି ପଚାରିବ ଯେ ତୁମେମାନେ କେଉଁ ସମୟରେ ଅଛ? କ’ଣ କଳିଯୁଗରେ ରହୁଛ,
ନା ସଙ୍ଗମଯୁଗରେ ରହୁଛ? ତେବେ ସେମାନେ ନିଶ୍ଚୟ ଏବଂ ନିଶାର ସହିତ କ’ଣ କହିବ? ଆମେ ଏହି ସମୟରେ
ପୁରୁଷୋତ୍ତମ ସଙ୍ଗମଯୁଗରେ ହିଁ ରହୁଛୁ । ତେଣୁ ତୁମେମାନେ ଏବେ କଳିଯୁଗୀ ନୁହେଁ, ସଙ୍ଗମଯୁଗୀ ଅଟ
ଏବଂ ଏହି ସଙ୍ଗମଯୁଗର ବିଶେଷ ମହିମା କାହିଁକି ରହିଛି? କାହିଁକିନା ଭଗବାନଙ୍କ ସହିତ ପିଲାମାନଙ୍କର
ମିଳନ ହେଉଛି । ମେଳା ମଧ୍ୟ ହେଉଛି ଏବଂ ମିଳନ ମଧ୍ୟ ହେଉଛି ଯାହାକି କୌଣସି ବି ଯୁଗରେ ହୋଇ ନଥାଏ
। ତେବେ ମେଳା କରିବା ପାଇଁ ଆସିଛ ନା! ତୁମେମାନେ ମିଳନ ମେଳା କରିବା ପାଇଁ କେଉଁଠୁ କେଉଁଠୁ ଆସି
ପହଞ୍ଚି ଯାଇଛ । କେବେ ସ୍ୱପ୍ନରେ ମଧ୍ୟ ଭାବିଥିଲ କି ଡ୍ରାମାରେ ମୋ ଭଳି ଆତ୍ମାର ଏଭଳି ଭାଗ୍ୟ
ମଧ୍ୟ ନିଧାର୍ଯ୍ୟ ଅଛି? ଆତ୍ମାର ପରମାତ୍ମାଙ୍କ ସହିତ ମିଶିବାର ଭାଗ୍ୟ ଥିଲା ଏବଂ ଅଛି । ବାବା
ମଧ୍ୟ ପ୍ରତ୍ୟେକ ସନ୍ତାନର ଭାଗ୍ୟକୁ ଦେଖି ହର୍ଷିତ ହେଉଛନ୍ତି । ବାଃ! ଭାଗ୍ୟବାନ ପିଲାମାନେ ବାଃ!
ନିଜର ଭାଗ୍ୟକୁ ଦେଖି ଦିଲ୍ ଭିତରେ ନିଜ ପ୍ରତି ବାଃ! ମୁଁ ବାଃ!, ବାଃ! ମୋ’ର ଭାଗ୍ୟ ବାଃ!, ବାଃ!
ମୋର ବାବା ବାଃ!, ମୋ’ର ବ୍ରାହ୍ମଣ ପରିବାର ବାଃ!, ଏହିଭଳି ବାଃ ବାଃ!ର ଗୀତ ଆପେ ଆପେ ଦିଲ୍ ଭିତରେ
ଗାଇ ଚାଲିଛ ନା ।
ତେବେ ଆଜି ଏହି ସଙ୍ଗମ
ସମୟରେ ନିଜ ଭିତରେ ଭାବି ନେଇଛ ଯେ କେଉଁ କେଉଁ କଥାକୁ ବିଦାୟ ଦେବାକୁ ପଡିବ? ସମସ୍ତେ ଭାବି କରି
ରଖିଛ ତ? ସଦାକାଳ ପାଇଁ ହିଁ ବିଦାୟ ଦେବାକୁ ହେବ । କାହିଁକି ନା ସଦାକାଳ ପାଇଁ ବିଦାୟୀ ଦେବା
ଦ୍ୱାରା ସଦାକାଳର ବଧାଇର ଉତ୍ସବ ପାଳନ କରିପାରିବ । ତେବେ ଏଭଳି ବଧାଇ ଦିଅ ଯାହାକି ତୁମ ଚେହେରାକୁ
ଦେଖି - ଯେଉଁ ଆତ୍ମା ବି ସମ୍ମୁଖକୁ ଆସିବ ସେ ମଧ୍ୟ ବଧାଇ ପ୍ରାପ୍ତ କରି ଖୁସି ହୋଇଯିବ ।
ଯେଉଁମାନେ ଅନ୍ତରର ସହିତ ବଧାଇ ଦେଇଥାଆନ୍ତି ବା ନେଇଥାଆନ୍ତି ସେମାନେ ସଦାସର୍ବଦା କିପରି
ଦେଖାଯାଉଥାଆନ୍ତି? ସଙ୍ଗମଯୁଗୀ ଫରିସ୍ତା । ତେବେ ଏହିଭଳି ହେବା ପାଇଁ ତ ସମସ୍ତେ ପୁରୁଷାର୍ଥ
କରୁଛ ନା - ବ୍ରାହ୍ମଣରୁ ଫରିସ୍ତା ଏବଂ ଫରିସ୍ତାରୁ ଦେବତା! କାହିଁକି ନା ବାବାଙ୍କୁ ସବୁ
ପ୍ରକାରର ସଂକଳ୍ପ ବା ଯାହା କିଛି ବି ଘର ଗୃହସ୍ଥର ହେଉ ବା କର୍ମଧନ୍ଦାର ବୋଝ ରହିଛି ସେଗୁଡିକୁ ତ
ଦେଇ ଦେଇଛ ନା! କ’ଣ ସବୁ ବୋଝ ଦେଇଦେଇଛ, ନା କିଛି କିଛି ରହିଯାଇଛି? କାହିଁକିନା ଟିକିଏ ବି ବୋଝ
ରହିଥିଲେ ତୁମକୁ ଫରିସ୍ତା ହେବା ପାଇଁ ଦେବ ନାହିଁ ଏବଂ ବାବା ଯେହେତୁ ପିଲାମାନଙ୍କର ବୋଝ ନେବା
ପାଇଁ ଆସିଛନ୍ତି, ତେବେ ବୋଝ ଦେଇ ଦେବା କ’ଣ କଷ୍ଟକର କାମ କି? କ’ଣ କହୁଛ ମୁଶକିଲ୍ ନା ସହଜ?
ଯେଉଁମାନେ ଭାବୁଛନ୍ତି ଆମେ ବୋଝ ସବୁ ଦେଇ ଦେଇଛୁ ସେମାନେ ହାତ ଉଠାଅ । କ’ଣ ଦେଇ ଦେଇଛ ତ? ଦେଖ,
ଭାବିଚିନ୍ତି ହାତ ଉଠାଅ । ସବୁ ବୋଝ ଦେଇ ଦେଇଛ ତ? ଆଚ୍ଛା, ଯଦି ଦେଇ ଦେଇଛ ତେବେ ବହୁତ ବହୁତ
ଧନ୍ୟବାଦ ଏବଂ ଯେଉଁମାନେ ଦେଇ ନାହାଁନ୍ତି ସେମାନେ କ’ଣ ପାଇଁ ରଖିଛନ୍ତି? ବୋଝ ସହିତ ସ୍ନେହ ଅଛି
କି? କ’ଣ ବୋଝ ଭଲ ଲାଗୁଛି କି? ଦେଖ ବାପଦାଦା ସବୁ ପିଲାଙ୍କୁ କ’ଣ କହୁଛନ୍ତି? ହେ ମୋ’ର
ଚିନ୍ତାମୁକ୍ତ ସମ୍ରାଟ ପିଲାମାନେ, ତେବେ ବୋଝର ତ ଚିନ୍ତା ରହିଥାଏ ନା! ତେଣୁ ବୋଝ ନେବା ପାଇଁ
ହିଁ ବାବା ଆସିଛନ୍ତି କାହିଁକି ନା ବାବା ଦେଖୁଛନ୍ତି ୬୩ ଜନ୍ମ ଧରି ବୋଝ ଉଠାଇ ଉଠାଇ ପିଲାମାନେ
ବହୁତ ଭାରୀ ହୋଇଗଲେଣି, ସେଥିପାଇଁ ଯେହେତୁ ବାବା ପିଲାମାନଙ୍କୁ ସ୍ନେହର ସହିତ କହୁଛନ୍ତି ବୋଝ ସବୁ
ମୋତେ ଦେଇଦିଅ ତେବେ ପୁଣି କାହିଁକି ବୋଝ ରଖୁଛ? କ’ଣ ବୋଝ ରଖିବାକୁ ଭଲ ଲାଗୁଛି? ତେବେ ସବୁଠାରୁ
ସୂକ୍ଷ୍ମବୋଝ ହେଲା - ପୁରୁଣା ସଂସ୍କାର ଗୁଡିକର ବୋଝ । ବାପଦାଦା ପ୍ରତ୍ୟେକ ସନ୍ତାନର ଏହି ବର୍ଷର,
କାହିଁକି ନା ବର୍ଷ ଶେଷ ହେଉଛି ନା, ତେଣୁ ଏହି ବର୍ଷର ଚାର୍ଟ ଦେଖୁଥିଲେ । ତେଣୁ ତୁମେମାନେ ମଧ୍ୟ
ନିଜ ନିଜର ବର୍ଷକର ଚାର୍ଟ ଚେକ୍ କରିଥିବ । ବାପଦାଦା ଦେଖିଲେ ଯେ କେତେକ ପିଲାଙ୍କର ଏହି ପୁରୁଣା
ସଂସାର ପ୍ରତି ଆକର୍ଷଣ କମ୍ ହୋଇଯାଇଛି, ପୁରୁଣା ସମ୍ବନ୍ଧର ଆକର୍ଷଣ ମଧ୍ୟ କମ୍ ହୋଇଯାଇଛି କିନ୍ତୁ
ପୁରୁଣା ସଂସ୍କାରର ବୋଝ ଅଧିକାଂଶ ପିଲାଙ୍କ ଉପରେ ଏବେ ବି ରହିଛି । କୌଣସି ନା କୌଣସି ରୂପରେ ଚାହେଁ
ମନ ଭିତରେ ଅଶୁଦ୍ଧ ସଂକଳ୍ପ ରୂପରେ ନୁହେଁ କିନ୍ତୁ ବ୍ୟର୍ଥ ସଂକଳ୍ପର ସଂସ୍କାର ଏବେ ମଧ୍ୟ କିଛି
ମାତ୍ରାରେ ଦେଖିବାକୁ ମିଳୁଛି । ବାଣୀରେ ମଧ୍ୟ ଦେଖିବାକୁ ମିଳୁଛି । ସମ୍ବନ୍ଧ-ସମ୍ପର୍କରେ ମଧ୍ୟ
କୌଣସି ନା କୌଣସି ସଂସ୍କାର ଏବେ ବି ଦେଖାଯାଉଛି ।
ତେବେ ଆଜି ବାପଦାଦା ସବୁ
ପିଲାଙ୍କୁ ଅଭିନନ୍ଦନ ଦେବା ସହିତ ଏହି ସଂକେତ ମଧ୍ୟ ଦେଉଛନ୍ତି ଯେ ଏହିଭଳି ରହି ଯାଇଥିବା
ସଂସ୍କାର ଗୁଡିକ ସମୟ ଅନୁସାରେ ଧୋକା ମଧ୍ୟ ଦେଉଛି ଏବଂ ଅନ୍ତିମ ସମୟରେ ମଧ୍ୟ ଧୋକା ଦେବାର
ନିମିତ୍ତ ହୋଇଯିବ, ସେଥିପାଇଁ ଆଜି ହିଁ ସେହି ସଂସ୍କାର ଗୁଡିକର ଦାହ ସଂସ୍କାର କରିଦିଅ । ତେବେ
ସମସ୍ତେ ନିଜ ନିଜର ପୁରୁଣା ସଂସ୍କାର ଗୁଡିକୁ ମଧ୍ୟ ଜାଣିଛନ୍ତି ଏବଂ ଛାଡିବାକୁ ମଧ୍ୟ ଚାହୁଁଛନ୍ତି,
ବିରକ୍ତ ମଧ୍ୟ ହୋଇଗଲେ କିନ୍ତୁ ସଦାକାଳ ପାଇଁ ପରିବର୍ତ୍ତନ କରିବାରେ ତୀବ୍ର ପୁରୁଷାର୍ଥୀ ହୋଇପାରୁ
ନାହାଁନ୍ତି । ପୁରୁଷାର୍ଥ ତ କରୁଛନ୍ତି କିନ୍ତୁ ତୀବ୍ର ପୁରୁଷାର୍ଥ ହେଉ ନାହିଁ । ତେବେ ଏହାର
କାରଣ କ’ଣ? ତୀବ୍ର ପୁରୁଷାର୍ଥ କାହିଁକି ହେଉ ନାହିଁ? ଏହାର କାରଣ ହେଲା, ଯେପରି ରାବଣକୁ ମଧ୍ୟ
ମାରୁଛନ୍ତି କିନ୍ତୁ କେବଳ ମାରୁନାହାଁନ୍ତି ଜଳାଉଛନ୍ତି ମଧ୍ୟ । ସେହିଭଳି ତୁମେମାନେ ମଧ୍ୟ
ସଂସ୍କାର ରୂପୀ ରାବଣକୁ ମାରିବାକୁ ପୁରୁଷାର୍ଥ କରୁଛ, ସେ କିଛି କିଛି ବେହୋଶ ମଧ୍ୟ ହୋଇଯାଉଛି,
କିନ୍ତୁ ଜଳାଇ ନଥିବା କାରଣରୁ ସେ ମଝିରେ ମଝିରେ ବେହୋଶ ଅବସ୍ଥାରୁ ଉଠି ପଡୁଛି । ସେଥିପାଇଁ ନିଜର
ପୁରୁଣା ସଂସ୍କାର ଗୁଡିକର ଦାହ ସଂସ୍କାର କରିବା ପାଇଁ ଏହି ନୂତନ ବର୍ଷରେ ଯୋଗର ଅଗ୍ନି ଦ୍ୱାରା
ଜଳାଇବାର ଦୃଢ ସଂକଳ୍ପ ଉପରେ ଧ୍ୟାନ ଦିଅ । ପଚାରୁଛ ନା । ଏହି ନୂଆ ବର୍ଷରେ କ’ଣ କରିବୁ? ତେବେ
ସେବାର କଥା ତ ଅଲଗା ଅଟେ କିନ୍ତୁ ପ୍ରଥମେ ନିଜ ବିଷୟରେ ଚିନ୍ତା କର । ଯୋଗ ତ ଲଗାଉଛ, ବାପଦାଦା
ପିଲାମାନଙ୍କୁ ଯୋଗ କରିବାରେ ଅଭ୍ୟାସ କରିବାର ମଧ୍ୟ ଦେଖୁଛନ୍ତି । ଅମୃତବେଳାରେ ମଧ୍ୟ ବହୁତ
ପୁରୁଷାର୍ଥ କରୁଛନ୍ତି କିନ୍ତୁ ଯୋଗ ତପସ୍ୟାକୁ ତପ ରୂପରେ କରୁ ନାହାଁନ୍ତି । ସ୍ନେହର ସହିତ ଯୋଗ
ନିଶ୍ଚିତ କରୁଛନ୍ତି, ବାବାଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ ମଧ୍ୟ ବହୁତ କରୁଛନ୍ତି, ଶକ୍ତି
ନେବାର ମଧ୍ୟ ଅଭ୍ୟାସ କରୁଛନ୍ତି କିନ୍ତୁ ଯୋଗକୁ ଏତେ ଶକ୍ତିଶାଳୀ କରିପାରି ନାହାଁନ୍ତି ଯାହାକି
ଯଦି ସଂକଳ୍ପ କରିବ ବିଦାୟ ହେଉ ତେବେ ବିଦାୟ ହୋଇଯିବ । ଯୋଗକୁ ଯୋଗ ଅଗ୍ନି ରୂପରେ କାର୍ଯ୍ୟରେ
ଲଗାଉ ନାହଁ ସେଥିପାଇଁ ଏବେ ଯୋଗକୁ ଶକ୍ତିଶାଳୀ କର । ସଂସ୍କାରକୁ ଭସ୍ମ କରିବାରେ ବିଶେଷ ଭାବରେ
ଏକାଗ୍ରତାର ଶକ୍ତିର ଆବଶ୍ୟକତା ରହିଛି । ତେବେ ଯେତେବେଳେ ଯେଉଁ ସ୍ୱରୂପରେ ମନ ବୁଦ୍ଧିକୁ ଏକାଗ୍ର
କରିବାକୁ ଚାହିଁବ, ଯେତେ ସମୟ ପର୍ଯ୍ୟନ୍ତ ଏକାଗ୍ର କରିବାକୁ ଚାହିଁବ ଏଭଳି ଏକାଗ୍ରତା ଯାହାକି
ସଂକଳ୍ପ କରିବା ମାତ୍ରକେ ଭସ୍ମ ହୋଇଯାଉଥିବ । ଏହାକୁ କୁହାଯାଏ ଯୋଗ ଅଗ୍ନି । ଚିହ୍ନ ବର୍ଣ୍ଣ
ମଧ୍ୟ ସମାପ୍ତ ହୋଇଯାଇଥିବ । ମରିଯିବା ପରେ ପୁଣି ବି ଶବ ତ ରହୁଛି ନା! କିନ୍ତୁ ଭସ୍ମ ହେବା ପରେ
ଚିହ୍ନ ବର୍ଣ୍ଣ ହିଁ ସମାପ୍ତ ହୋଇଯାଏ । ତେଣୁ ଏହି ବର୍ଷ ଯୋଗକୁ ଶକ୍ତିଶାଳୀ ସ୍ଥିତିକୁ ଆଣ । ଯେଉଁ
ସ୍ୱରୂପରେ ରହିବାକୁ ଚାହିଁବ, ମାଷ୍ଟର ସର୍ବଶକ୍ତିବାନ ହୋଇ ଆଦେଶ ଦିଅ, ସମାପ୍ତ କରିବାର ଶକ୍ତି
ତୁମର ଆଦେଶକୁ ମାନିବ ନାହିଁ, ଏଭଳି ହୋଇପାରିବ ନାହିଁ । ମାଲିକ ଅଟ ନା! ମାଷ୍ଟର ଅର୍ଥାତ୍ ମାଲିକ
ବୋଲି କହୁଛ ନା! ଯଦି ମାଷ୍ଟର ଆଦେଶ ଦେବ କିନ୍ତୁ ଶକ୍ତି ହାଜର ନ ହେବ ତେବେ ତାକୁ କ’ଣ ମାଷ୍ଟର
କୁହାଯିବ? ତେଣୁ ବାପଦାଦା ଦେଖିଲେ ଯେ ପୁରୁଣା ସଂସ୍କାରର କିଛି ନା କିଛି ଅଂଶ ଏବେ ବି ବାକି
ରହିଛି ଏବଂ ସେହି ଅଂଶ ମଝିରେ ମଝିରେ ବଂଶ ମଧ୍ୟ ସୃ୍ଷ୍ଟି କରିଦେଉଛି, ଯାହାକି କର୍ମ ପର୍ଯ୍ୟନ୍ତ
ମଧ୍ୟ ଆସିଯାଉଛି । ତେଣୁ ଯୁଦ୍ଧ କରିବାକୁ ପଡୁଛି । ତେଣୁ ବାପଦାଦାଙ୍କୁ ପିଲାମାନଙ୍କର
ବର୍ତ୍ତମାନ ସମୟ ହିସାବରେ ଯୁଦ୍ଧ କରିବାର ସ୍ୱରୂପ ଭଲ ଲାଗୁ ନାହିଁ । ବାପଦାଦା ପ୍ରତ୍ୟେକ
ସନ୍ତାନକୁ ମାଲିକ ରୂପରେ ଦେଖିବାକୁ ଚାହୁଁଛନ୍ତି । ଆଦେଶ ଦେବା ମାତ୍ରକେ ଶକ୍ତିଗୁଡିକ ଜୀ ହଜୁର
କରୁଥିବେ ।
ଏବେ ଶୁଣିଲ ତ ଏହି ବର୍ଷ
ସ୍ୱ ପ୍ରତି କ’ଣ କରିବାକୁ ହେବ? ଶକ୍ତିଶାଳୀ, ଚିନ୍ତାମୁକ୍ତ ସମ୍ରାଟ, କାହିଁକି ନା ସମସ୍ତଙ୍କର
ଲକ୍ଷ୍ୟ ରହିଛି ନା, କାହାକୁ ବି ପଚାରିଲେ କ’ଣ କହୁଛନ୍ତି? ଆମେ ବିଶ୍ୱର ରାଜ୍ୟ ପ୍ରାପ୍ତ କରିବୁ,
ରାଜ୍ୟ ଅଧିକାରୀ ହେବୁ । ନିଜକୁ ରାଜଯୋଗୀ ବୋଲାଉଛନ୍ତି । କ’ଣ ପ୍ରଜାଯୋଗୀ ଅଟ କି? ଏହି ସଭାରେ
କେହି ପ୍ରଜାଯୋଗୀ ଅଛନ୍ତି କି? ଅଛନ୍ତି? ଯିଏକି ପ୍ରଜାଯୋଗୀ ହୋଇଥିବ, ରାଜଯୋଗୀ ହୋଇ ନଥିବ! କ’ଣ
କହୁଛ ଟୀଚରମାନେ, କେହି ଅଛନ୍ତି କି? ତୁମମାନଙ୍କ ସେଣ୍ଟରରେ କେହି ପ୍ରଜାଯୋଗୀ ଅଛନ୍ତି କି!
ସମସ୍ତେ ତ ରାଜଯୋଗୀ ବୋଲାଉଛ ନା! ପ୍ରଜାଯୋଗୀରେ ତ କେହି ବି ହାତ ଉଠାଉ ନାହାଁନ୍ତି । ଭଲ ଲାଗୁ
ନାହିଁ ନା! ତେଣୁ ବାବା ମଧ୍ୟ ଗର୍ବ କରୁଛନ୍ତି । ବାପଦାଦା ନିଶାର ସହିତ କହୁଛନ୍ତି ଯେ
ସଙ୍ଗମଯୁଗରେ ମଧ୍ୟ ମୋ’ର ପ୍ରତ୍ୟେକ ସନ୍ତାନ ରାଜା ଅଟେ । ଆଉ କେହି ବାପ ଏଭଳି ଗର୍ବର ସହିତ
କହିପାରିବ ନାହିଁ ଯେ ମୋ’ର ପ୍ରତ୍ୟେକ ସନ୍ତାନ ରାଜା ଅଟେ । କିନ୍ତୁ ବାପଦାଦା କହୁଛନ୍ତି ଯେ ମୋର
ପ୍ରତ୍ୟେକ ସନ୍ତାନ ସ୍ୱରାଜ୍ୟ ଅଧିକାରୀ ରାଜା ଅଟେ । ପ୍ରଜାଯୋଗୀରେ ତ ହାତ ଉଠାଉ ନାହଁ ନା, ତେଣୁ
ରାଜା ଅଟ ନା? କିନ୍ତୁ ଏଭଳି ଢିଲା ଢାଲା ରାଜା ହୁଅ ନାହିଁ । ପଛବାଲା କ’ଣ ଅଟ? ଯେଉଁମାନେ
ଭାବୁଛନ୍ତି ଆମେ ରାଜଯୋଗୀ ଅଟୁ ସେମାନେ ହାତ ଉଠାଅ । ଉପରେ ମଧ୍ୟ ବସିଛନ୍ତି, (ଗ୍ୟାଲେରୀରେ ବସି
ହାତ ହଲାଉଛନ୍ତି, (ଆଜି ହଲ୍ରେ ୧୮ ହଜାର ଭାଇ ଭଉଣୀ ବସିଛନ୍ତି) ବାପଦାଦା ଦେଖୁଛନ୍ତି, ଉପରବାଲା
ହାତ ଉଠାଅ ।
ଏବେ ଏହା ଶେଷ ପାଳି ଠାରୁ
ହିଁ ଆରମ୍ଭ ହୋଇଯିବ । ତେଣୁ ବାପଦାଦା ତିନି ମାସ ଦେଉଛନ୍ତି । ଠିକ୍ ଅଛି ତ? ଦିଆଯିବ ତ? ପାଠ
ଦିଆଯିବ କାହିଁକି ନା ଏଭଳି ମଝିରେ ମଝିରେ ଘରେ କରିବା ପାଇଁ ଦିଆଯାଉଥିବା ପାଠ ମଧ୍ୟ ଶେଷ ପରୀକ୍ଷା
ଫଳରେ ମିଶିବ । ତେଣୁ ତିନି ମାସ ଭିତରେ ସମସ୍ତେ ନିଜ ନିଜର ଚାର୍ଟକୁ ଚେକ୍ କରିବ ଯେ ମୁଁ ମାଷ୍ଟର
ସର୍ବଶକ୍ତିବାନ ହୋଇ କୌଣସି ବି କର୍ମେନ୍ଦ୍ରିୟକୁ, କୌଣସି ବି ଶକ୍ତିକୁ ଯେତେବେଳେ ଆଦେଶ ଦେଉଛି
ଯାହା ଆଦେଶ ଦେଇଛି ସେ ବାସ୍ତବିକ ରୂପରେ ଆଦେଶକୁ ପାଳନ କରୁଛି ନା ନାହିଁ? ଏହିପରି କରିପାରିବ?
ପ୍ରଥମ ଲାଇନ୍ବାଲା କରିପାରିବ? ହାତ ଉଠାଅ । ଆଚ୍ଛା ତିନି ମାସ ପର୍ଯ୍ୟନ୍ତ କୌଣସି ବି ପୁରୁଣା
ସଂସ୍କାର ଆକ୍ରମଣ କରିବ ନାହିଁ । ଏଥିରେ କେହି ବି ବେପରୁଆ ହେବ ନାହିଁ କି ରାଜକୀୟ ଅବହେଳା ପଣିଆ
ମଧ୍ୟ କରିବ ନାହିଁ, ମୁଁ ହୋଇଯିବିନି କି...... । ବାପଦାଦାଙ୍କ ସହିତ ବହୁତ ମିଠା ମିଠା
ବାର୍ତ୍ତାଳାପ ମଧ୍ୟ କରୁଛନ୍ତି, କହୁଛନ୍ତି ବାବା ଆପଣ ଚିନ୍ତା କରନ୍ତୁ ନାହିଁ ମୁଁ ନିଶ୍ଚିତ
ହୋଇଯିବି । ବାପଦାଦା ମଧ୍ୟ କ’ଣ କରିବେ ଏହିଭଳି କଥା ଶୁଣି ହସି ଦେଉଛନ୍ତି । କିନ୍ତୁ ବାପଦାଦା
ଏହି ତିନି ମାସ ଭିତରେ ଯଦି ଏଭଳି କଥା କହିଲ ତେବେ ଶୁଣିବେ ନାହିଁ । ଯଦି ମଞ୍ଜୁର ଅଛି ତେବେ ହାତ
ଉଠାଅ । ଦିଲ୍ର ସହିତ ହାତ ଉଠାଅ, ସଭାକୁ ଦେଖି ହାତ ଉଠାଅ ନାହିଁ । କରିବାକୁ ହିଁ ପଡିବ, ଚାହେଁ
କିଛି ବି ସହନ କରିବାକୁ ପଡୁ, କିଛି ବି ଛାଡିବାକୁ ପଡୁ, କୌଣସି ଆପତ୍ତି ନାହିଁ । କରିବାକୁ ହିଁ
ପଡିବ । ପକ୍କା ତ! ପକ୍କା? କ’ଣ କହୁଛ ଟୀରଚମାନେ କରିବ ତ?
ଆଚ୍ଛା! ଏହି ମୁକୁଟ
ପିନ୍ଧିଥିବା ପିଲାମାନେ କ’ଣ କରିବ? (ଛୋଟ-ଛୋଟ ପିଲାମାନେ ମୁକୁଟ ପିନ୍ଧି ସମ୍ମୁଖରେ ବସିଛନ୍ତି)
ମୁକୁଟ ତ ବହୁତ ଭଲ ପିନ୍ଧି ଦେଇଛ? କରିବାକୁ ପଡିବ । ଆଚ୍ଛା ଦେଖ ପିଲାମାନେ ମଧ୍ୟ ହାତ ଉଠାଉଛନ୍ତି
। ଯଦି ନ କରିବ ତେବେ କ’ଣ ହେବ? ତାହା ମଧ୍ୟ କହିଦିଅ । ଏହାପରେ ବାପଦାଦାଙ୍କ ସିଜିନ୍ରେ ଗୋଟିଏ
ଥର ଆସିବାକୁ ଦିଆଯିବ ନାହିଁ କାହିଁକି ନା ବାପଦାଦା ଦେଖୁଛନ୍ତି ଯେ ସମୟ ତୁମମାନଙ୍କୁ ଅପେକ୍ଷା
କରି ରହିଛି । ତୁମେ କିନ୍ତୁ ସମୟକୁ ଅପେକ୍ଷା କରିବାବାଲା ନୁହେଁ, ତୁମେ ବ୍ୟବସ୍ଥା କରିବାବାଲା
ଅଟ । ସମୟ ତୁମମାନଙ୍କୁ ଅପେକ୍ଷା କରିଛି । ପ୍ରକୃତି ମଧ୍ୟ, ସତ୍ତ୍ୱପ୍ରଧାନ ପ୍ରକୃତି ତୁମମାନଙ୍କୁ
ଆବାହନ କରୁଛି । ତେଣୁ ଏହି ତିନି ମାସ ଭିତରେ ନିଜର ଶକ୍ତିଶାଳୀ ସ୍ଥିତିରେ ରହି ପୁରୁଣା ସଂସ୍କାର
ଗୁଡିକୁ ପରିବର୍ତ୍ତନ କରିବାକୁ ହେବ । ଯଦି ଏହି ତିନି ମାସ ଏହା ଉପରେ ଧ୍ୟାନ ଦେଲ ତେବେ ଆଗକୁ
ମଧ୍ୟ ତୁମର ଅଭ୍ୟାସରେ ପଡିଯିବ । ଯଦି ଗୋଟିଏ ଥର ପରିବର୍ତ୍ତନ କରିବାର ବିଧିକୁ ଜାଣିଗଲ ନା ତେବେ
ବହୁତ କାମରେ ଆସିବ । ତେଣୁ ସମୟକୁ ତୁମେ ଅପେକ୍ଷା କର ନାହିଁ, ବିନାଶ କେବେ ହେବ, ବିନାଶ କେବେ
ହେବ, ସମସ୍ତେ ଏହି କଥା ଅମୃତବେଳାରେ ବାର୍ତ୍ତାଳାପ କରିବା ବେଳେ ପଚାରୁଛନ୍ତି । ମୁଖ ଦ୍ୱାରା ତ
କିଛି କହୁ ନାହାଁନ୍ତି କିନ୍ତୁ ଭିତରେ ଭିତରେ ପଚାରୁଛନ୍ତି କିଏ ଜାଣେ ବିନାଶ କେବେ ହେବ, ୨
ବର୍ଷରେ ହେବ, କି ୧୦ ବର୍ଷରେ ହେବ, କେତେ ବର୍ଷରେ ହେବ? ତେବେ ତୁମେମାନେ କାହିଁକି ସମୟକୁ
ଅପେକ୍ଷା କରିଛ? ସମୟ ତ ତୁମକୁ ଅପେକ୍ଷା କରିଛି । ବାବାଙ୍କୁ ପଚାରୁଛନ୍ତି ଟିକିଏ ତାରିଖ ତ
ଶୁଣାଇ ଦିଅନ୍ତୁ, ଟିକିଏ ବର୍ଷ ତ କହିଦିଅନ୍ତୁ, ଆଉ ୧୦ ବର୍ଷ ଲାଗିବ, ନା ୨୦ ବର୍ଷ ଲାଗିବ ନା
କେତେ ବର୍ଷ ଲାଗିବ?
ବାପଦାଦା ପିଲାମାନଙ୍କୁ
ମଧ୍ୟ ପଚାରୁଛନ୍ତି ଯେ ତୁମେ ସମସ୍ତେ ବାବାଙ୍କ ସମାନ ହୋଇଗଲଣି? କ’ଣ ପରଦା ଖୋଲି ଦେବା, ନା ପରଦା
ଖୋଲିବା ବେଳକୁ କିଏ ମୁଣ୍ଡ କୁଣ୍ଡାଉଥିବ, କିଏ ମୁହଁରେ କ୍ରିମ୍ ଲଗାଉଥିବ, ଯଦି ସମସ୍ତେ
ପ୍ରସ୍ତୁତ ଅଛ, ସଂସ୍କାରଗୁଡିକ ସମାପ୍ତ ହୋଇଯାଇଛି ତେବେ ବାପଦାଦାଙ୍କୁ ପରଦା ଖୋଲିବା ପାଇଁ ଡେରୀ
କାହିଁକି ଲାଗିବ । ପ୍ରଥମେ ପ୍ରସ୍ତୁତ ହୋଇଯାଅ ନା! ହୋଇଯିବୁ, ହୋଇଯିବୁ କହି ବାବାଙ୍କୁ ବହୁତ
ସମୟ ଖୁସି କରିସାରିଲଣି । ଏବେ ଆଉ ଏଭଳି କର ନାହିଁ । ହେବାକୁ ହିଁ ପଡିବ, କରିବାକୁ ହିଁ ହେବ ।
ବାବାଙ୍କ ସମାନ ହେବାରେ ତ ସମସ୍ତେ ହାତ ଉଠାଇ ଦେଇଛନ୍ତି, କିନ୍ତୁ ଉଠାଇବାର ଆବଶ୍ୟକତା ନାହିଁ ।
ବ୍ରହ୍ମାବାବାଙ୍କୁ ଦେଖ, ସାକାରରେ ତ ବ୍ରହ୍ମାବାବାଙ୍କୁ ଫଲୋ କରିବାକୁ ହେବ ନା! ବ୍ରହ୍ମାବାବା ତ
ତ୍ୟାଗ, ତପସ୍ୟା ଏବଂ ସେବା ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ସାକାର ରୂପରେ ପ୍ରାକ୍ଟିକାଲ୍ରେ
କରିଦେଖାଇଛନ୍ତି । ନିଜର ଡ୍ୟୁଟୀକୁ ମଧ୍ୟ, ଶିବବାବାଙ୍କ ଦ୍ୱାରା ମହାବାକ୍ୟ ଉଚ୍ଚାରଣ କରିବାର
ଡ୍ୟୁଟୀକୁ ଶେଷ ଦିନ ପର୍ଯ୍ୟନ୍ତ ପାଳନ କରିଛନ୍ତି । ଶେଷ ଦିନରେ ମୁରଲୀ ମନେ ଅଛି ନା? ତିନୋଟି
ଶବ୍ଦର ବରଦାନ ମନେ ଅଛି ତ? (ନିରାକାରୀ, ନିର୍ବିକାରୀ ଏବଂ ନିରଂହକାରୀ ହୁଅ) ଯେଉଁମାନଙ୍କୁ ମନେ
ଅଛି ସେମାନେ ହାତ ଉଠାଅ । ଆଚ୍ଛା ସମସ୍ତଙ୍କର ମନେ ଅଛି, ଧନ୍ୟବାଦ, ତ୍ୟାଗ ମଧ୍ୟ ଶେଷ ଦିନ
ପର୍ଯ୍ୟନ୍ତ କରିଛନ୍ତି, ନିଜର ପୁରୁଣା କୋଠରୀକୁ ଛାଡି ନାହାଁନ୍ତି । ପିଲାମାନେ କେତେ ସ୍ନେହରେ
ବ୍ରହ୍ମାବାବାଙ୍କୁ କହୁଥିଲେ କିନ୍ତୁ ସେ ପିଲାମାନଙ୍କ ପାଇଁ ନୂଆ ଘର ତିଆରି କରୁଥିଲେ, ନିଜେ
ବ୍ୟବହାର କରିନଥିଲେ ଏବଂ ସବୁ ଦିନ ଅଢେଇଟା, ତିନିଟା ସୁଦ୍ଧା ଉଠି ନିଜ ପାଇଁ ତପସ୍ୟା କରିଥିଲେ,
ସଂସ୍କାରକୁ ଭସ୍ମ କରିଥିଲେ ସେଥିପାଇଁ ତ କର୍ମାତୀତ ଏବଂ ଅବ୍ୟକ୍ତ ଫରିସ୍ତା ହୋଇଗଲେ । ଯାହା
ଭାବିଲେ ତାହା କରି ଦେଖାଇଲେ । କହିବା, ଭାବିବା ଏବଂ କରିବା ତିନୋଟିଯାକ ସମାନ । ତେଣୁ ନିଜର
ପିତାଙ୍କୁ ଅନୁକରଣ କର । ଶେଷ ସମୟ ପର୍ଯ୍ୟନ୍ତ ନିଜର କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ରୂପେ ପାଳନ
କରିଥିଲେ, ପତ୍ର ମଧ୍ୟ ଲେଖୁଥିଲେ, ଜାଣିଛ ନା କେତେ ପତ୍ର ଲେଖୁଥିଲେ ଅର୍ଥାତ୍ ସେବାକୁ ମଧ୍ୟ ଛାଡି
ନଥିଲେ । ତେଣୁ ନିଜର ପିତାଙ୍କୁ ଅନୁକରଣ କର । କେବଳ ମହାଦାନୀ ନୁହେଁ ଅଖଣ୍ଡ ମହାଦାନୀର
ବାସ୍ତବିକ ରୂପ ଶେଷ ପର୍ଯ୍ୟନ୍ତ ଦେଖାଇଥିଲେ । ଶେଷ ସମୟ ପର୍ଯ୍ୟନ୍ତ ବିନା ଆଧାରରେ ତପସ୍ୱୀ
ସ୍ୱରୂପରେ ବସୁଥିଲେ । ଏବେ ତ ପିଲାମାନଙ୍କୁ ବସିବା ପାଇଁ ଆଧାର ନେବାକୁ ପଡୁଛି । କିନ୍ତୁ
ବ୍ରହ୍ମାବାବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତପସ୍ୱୀ ରୂପରେ ରହିଥିଲେ । ଆଖିରେ ଚଷମା ମଧ୍ୟ ପିନ୍ଧୁ
ନଥିଲେ । ଏସବୁ ହେଲା ସୂକ୍ଷ୍ମ ଶକ୍ତିର ଚମତ୍କାରୀ । ସମ୍ପୂର୍ଣ୍ଣ ନିରାଧାର । ଏବେ ତ ଶରୀର ମଧ୍ୟ
ପୁରୁଣା ଅଟେ, ଦିନକୁ ଦିନ ପ୍ରକୃତି, ପାଣି, ପବନ ଦୂଷିତ ହୋଇ ଚାଲିଛି, ସେଥିପାଇଁ ବାପଦାଦା ତୁମକୁ
କହୁ ନାହାଁନ୍ତି ଆଧାର କାହିଁକି ନେଉଛ, ଚଷମା କାହିଁକି ପିନ୍ଧୁଛ? ଖୁସିରେ ପିନ୍ଧ କିନ୍ତୁ ନିଜର
ସ୍ଥିତିକୁ ଶକ୍ତିଶାଳୀ ନିଶ୍ଚିତ କର । ତେବେ ସାରା ବିଶ୍ୱର କାର୍ଯ୍ୟ ସମାପ୍ତ କରି ଦେଇଛ? ବାପଦାଦା
ତୁମକୁ ପ୍ରଶ୍ନ ପଚାରୁଛନ୍ତି, ତୁମେମାନେ ସନ୍ତୁଷ୍ଟ ଅଛ ତ, ବିଶ୍ୱ କଲ୍ୟାଣର କାର୍ଯ୍ୟ
ସମ୍ପୂର୍ଣ୍ଣ ହୋଇଯାଇଛି ତ? ଯେଉଁମାନେ ଭାବୁଛନ୍ତି ଯେ ବିଶ୍ୱ କଲ୍ୟାଣର କାର୍ଯ୍ୟ ଶେଷ ହୋଇଯାଇଛି,
ସେମାନେ ହାତ ଉଠାଅ । ଜଣେ ବି ନୁହେଁ? ତେବେ କିପରି କହୁଛ ବିନାଶ ହେଉ? ନିଜର କାମ ତ ଶେଷ କରି
ନାହଁ । ଆଚ୍ଛା!
ଚାରିଆଡର ସର୍ବଦା
ଉମଙ୍ଗ-ଉତ୍ସାହର ସହିତ ଆଗକୁ ବଢୁଥିବା ପିଲାମାନଙ୍କୁ, ସର୍ବଦା ନିଜର ସାହସ ଦ୍ୱାରା ବାପଦାଦାଙ୍କର
ପଦ୍ମଗୁଣା ସାହାଯ୍ୟ ପ୍ରାପ୍ତ କରିବାର ପାତ୍ର ପିଲାମାନଙ୍କୁ, ସର୍ବଦା ଆମେ ବିଜୟୀ ରତ୍ନ ଅଟୁ, ସବୁ
କଳ୍ପରେ ଆମେ ହିଁ ବିଜୟୀ ହୋଇଥିଲୁ, ଏବେ ମଧ୍ୟ ଅଟୁ ଏବଂ ସବୁ କଳ୍ପରେ ଆମେ ହିଁ ବିଜୟୀ ହେଉଥିବୁ
- ଏହିଭଳି ବିଜୟୀ ପିଲାମାନଙ୍କୁ, ସର୍ବଦା ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ) ନା ସଂସାରର
ଆକର୍ଷଣ, ନା ସଂସ୍କାରର ଆକର୍ଷଣ, ଦୁଇଟିଯାକ ଆକର୍ଷଣଠାରୁ ମୁକ୍ତ ରହୁଥିବା ସର୍ବଦା ବାବାଙ୍କ
ସମାନ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
ବରଦାନ:-
ସଦାକାଳର ଆଟେନ୍ସନ୍
ଦ୍ୱାରା ବିଜୟ ମାଳାରେ ଗୁନ୍ଥି ହେଉଥିବା ବହୁତ ସମୟର ବିଜୟୀ ଭବ ।
ବହୁତ ସମୟର ବିଜୟୀ
ଆତ୍ମାମାନେ ବିଜୟ ମାଳାର ଦାନା ହୋଇଯାଆନ୍ତି । ତେଣୁ ବିଜୟୀ ହେବା ପାଇଁ ହେଲେ ସର୍ବଦା ବାବାଙ୍କୁ
ସମ୍ମୁଖରେ ରଖ - ଯାହା ବାବା କରିଛନ୍ତି ତାହା ହିଁ ମୋତେ କରିବାର ଅଛି । ପ୍ରତି ପାଦରେ ଯାହା
ବାବାଙ୍କର ସଂକଳ୍ପ ତାହା ହିଁ ପିଲାମାନଙ୍କର ସଂକଳ୍ପ, ଯାହା ବାବାଙ୍କର ବାଣୀ ତାହା ହିଁ
ପିଲାମାନଙ୍କର ବାଣୀ - ତେବେ ଯାଇ ବିଜୟୀ ହୋଇପାରିବ । ସବୁ ସମୟରେ ଏହିଭଳି ଧ୍ୟାନ ଦେବାକୁ ପଡିବ
ତେବେ ଯାଇ ସଦାକାଳର ରାଜ୍ୟଭାଗ୍ୟ ପ୍ରାପ୍ତ ହେବ କାହିଁକି ନା ଯେପରି ପୁରୁଷାର୍ଥ ସେହିପରି
ପ୍ରାରବ୍ଧ ମଧ୍ୟ ଜମା ହୋଇଥାଏ । ଯଦି ସଦାକାଳର ପୁରୁଷାର୍ଥ ଥିବ ତେବେ ସଦାକାଳର ରାଜ୍ୟଭାଗ୍ୟ
ପ୍ରାପ୍ତ ହୋଇଯିବ ।
ସ୍ଲୋଗାନ:-
ସେବାରେ ସର୍ବଦା
ଜୀ ହାଜିର କରିବା - ଏହା ହିଁ ହେଉଛି ସ୍ନେହର ପ୍ରକୃତ ପ୍ରମାଣ ।
ଅବ୍ୟକ୍ତ ଇଶାରା:-
ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ । ଯେପରି କୌଣସି ବି ବ୍ୟକ୍ତି
ଦର୍ପଣ ସମ୍ମୁଖରେ ଛିଡା ହେବା ମାତ୍ରକେ ନିଜର ସାକ୍ଷାତ୍କାର କରିନେଇଥାଏ, ସେହିପରି ତୁମମାନଙ୍କର
ଆତ୍ମିକ ସ୍ଥିତି ଏବଂ ଶକ୍ତି ରୂପୀ ଦର୍ପଣ ସମ୍ମୁଖକୁ ଯେଉଁ ଆତ୍ମା ଆସୁ ସେ ଗୋଟିଏ ସେକେଣ୍ଡ ଭିତରେ
ସ୍ୱ ସ୍ୱରୂପର ଦର୍ଶନ ବା ସାକ୍ଷାତ୍କାର କରିନେଉ । ତୁମର ପ୍ରତ୍ୟେକ କର୍ମରେ, ପ୍ରତ୍ୟେକ
ଚାଲିଚଳନରେ ଆତ୍ମ-ଅଭିମାନୀ ସ୍ଥିତିର ଆକର୍ଷଣ ରହୁ । ଯେଉଁମାନେ ସ୍ୱଚ୍ଛ ଏବଂ ଆତ୍ମିକ ଶକ୍ତି
ସମ୍ପନ୍ନ ଆତ୍ମା ସେମାନେ ସମସ୍ତଙ୍କୁ ନିଜ ଆଡକୁ ନିଶ୍ଚିତ ରୂପେ ଆକର୍ଷିତ କରିଥାଆନ୍ତି ।