29.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ତୁମକୁ ଜ୍ଞାନ ରତ୍ନର ଦାନ କରିବା ପାଇଁ ଆସିଛନ୍ତି, ମୁରଲୀ ଶୁଣାଇବା ପାଇଁ ଆସିଛନ୍ତି, ସେଥିପାଇଁ ତୁମକୁ କେବେ ହେଲେ ମୁରଲୀ ଶୁଣିବା ବନ୍ଦ କରିବା ଉଚିତ୍ ନୁହେଁ । ଯଦି ମୁରଲୀ ସହିତ ସ୍ନେହ ନାହିଁ ତେବେ ବାବାଙ୍କ ସହିତ ମଧ୍ୟ ସ୍ନେହ ନାହିଁ ।”

ପ୍ରଶ୍ନ:-
ସବୁଠାରୁ ଉତ୍ତମ ଚରିତ୍ର କ’ଣ ଯାହାକୁ ତୁମେମାନେ ଏହି ଜ୍ଞାନ ଦ୍ୱାରା ଧାରଣ କରୁଛ?

ଉତ୍ତର:-
ନିର୍ବିକାରୀ ହେବା ହିଁ ସବୁଠାରୁ ଉତ୍ତମ ଚରିତ୍ର ଅଟେ । ତୁମକୁ ଜ୍ଞାନ ମିଳୁଛି ଯେ ସାରା ଦୁନିଆ ବର୍ତ୍ତମାନ ବିକାରଗ୍ରସ୍ତ ହୋଇଯାଇଛି । ବିକାରଗ୍ରସ୍ତ ଅର୍ଥାତ୍ ଚରିତ୍ରହୀନ । ବାବା ନିର୍ବିକାରୀ ଦୁନିଆ ସ୍ଥାପନ କରିବା ପାଇଁ ଆସିଛନ୍ତି । ନିର୍ବିକାରୀ ଦେବତାମାନେ ହିଁ ଚରିତ୍ରବାନ ଥିଲେ ଏବଂ ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ଚରିତ୍ର ସୁଧୁରିଥାଏ ।

ଓମ୍ ଶାନ୍ତି ।
ପିଲାମାନେ ତୁମକୁ ପାଠପଢା କେବେ ବି ମିସ୍ କରିବା ଉଚିତ୍ ନୁହେଁ, ଯଦି ତୁମେ ପାଠପଢା ମିସ୍ କରିବ ତେବେ ପଦ ମଧ୍ୟ ମିସ୍ ହୋଇଯିବ । ମିଠା-ମିଠା ଆତ୍ମିକ ପିଲାମାନେ ତୁମେ କେଉଁଠାରେ ବସିଛ? ଈଶ୍ୱରୀୟ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟରେ । ପିଲାମାନେ ଏକଥା ମଧ୍ୟ ଜାଣିଛନ୍ତି ଯେ, ପ୍ରତି ୫ହଜାର ବର୍ଷ ପରେ ଆମେ ଏହି ବିଶ୍ୱବିଦ୍ୟାଳୟରେ ନାମ ଲେଖାଉଛୁ । ଏକଥା ମଧ୍ୟ ଜାଣିଛ ଶିବବାବା ଆମର ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି । ଏମିତି ତ ଗୁରୁଙ୍କର ମୂର୍ତ୍ତି ଅଲଗା, ପିତାଙ୍କର ଅଲଗା, ଶିକ୍ଷକଙ୍କର ଅଲଗା ରହିଥାଏ । କିନ୍ତୁ ଏଠାରେ ଗୋଟିଏ ମାତ୍ର ମୂର୍ତ୍ତି, କିନ୍ତୁ ତିନି ରୂପରେ ଅଛନ୍ତି ଅର୍ଥାତ୍ ସିଏ ଆମର ପିତା ଅଟନ୍ତି, ଶିକ୍ଷକ ଅଟନ୍ତି ଓ ଗୁରୁ ମଧ୍ୟ ଅଟନ୍ତି । ମନୁଷ୍ୟ ଜୀବନରେ ଏହି ତିନି ଜଣ ମୁଖ୍ୟ ଅଟନ୍ତି । ଏବେ ଏକମାତ୍ର ଶିବବାବା ଆମର ପିତା, ଶିକ୍ଷକ, ଗୁରୁ । ତିନୋଟିଯାକ ପାର୍ଟ ବାବା ନିଜେ କରୁଛନ୍ତି । ଗୋଟିଏ-ଗୋଟିଏ କଥା ବୁଝିଲା ପରେ ତୁମେମାନେ ବହୁତ ଖୁସି ହେବା ଉଚିତ୍ ଏବଂ ଏଭଳି ତ୍ରିମୂର୍ତ୍ତି ବିଶ୍ୱ ବିଦ୍ୟାଳୟରେ ଅନେକଙ୍କୁ ଆଣି ଦାଖିଲ କରାଇବା ଉଚିତ୍ । ଯେଉଁ ବିଶ୍ୱବିଦ୍ୟାଳୟମାନଙ୍କରେ ଭଲ ପାଠ ପଢାଯାଇଥାଏ ସେଠାରେ ପଢୁଥିବା ବିଦ୍ୟାର୍ଥୀମାନେ ଅନ୍ୟମାନଙ୍କୁ କହନ୍ତି - ଏହି ବିଶ୍ୱ ବିଦ୍ୟାଳୟରେ ପଢ, ଏଠାରେ ଭଲ ଜ୍ଞାନ ମିଳୁଛି ଏବଂ ଚରିତ୍ର ମଧ୍ୟ ସୁଧୁରିଯାଉଛି । ସେହିପରି ତୁମେ ମଧ୍ୟ ଅନ୍ୟମାନଙ୍କୁ ଆଣିବା ଉଚିତ୍ । ମାତାମାନେ ମାତାମାନଙ୍କୁ ଏବଂ ପୁରୁଷମାନେ ପୁରୁଷମାନଙ୍କୁ ବୁଝାଇବା ଉଚିତ୍ । ଦେଖ ଇଏ ପିତା, ଶିକ୍ଷକ, ଗରୁ ମଧ୍ୟ ଅଟନ୍ତି । ଏହିଭଳି ବୁଝାଉଛନ୍ତି ନା ନାହିଁ, ଏ କଥା ପ୍ରତ୍ୟେକ ନିଜର ମନକୁ ପଚାରିବା ଉଚିତ୍ । ତେବେ ତୁମେ ନିଜର ମିତ୍ର ସମ୍ବନ୍ଧୀମାନଙ୍କୁ, ସଖୀମାନଙ୍କୁ ବୁଝାଉଛ କି, ସିଏ ଆମର ପରମପିତା, ଶିକ୍ଷକ, ଗୁରୁ ମଧ୍ୟ ଅଟନ୍ତି ? ପରମପିତା ଶିବବାବା ଆମକୁ ଦେବୀ-ଦେବତା କରୁଛନ୍ତି । ବାବା ନିଜ ସମାନ ବାବା କରୁନାହାଁନ୍ତି । ବାକି ତାଙ୍କର ଯେଉଁ ମହିମା ରହିଛି, ସେହିଭଳି ନିଜ ସମାନ କରୁଛନ୍ତି । ବାବାଙ୍କର କାମ ହେଲା ପାଳନା କରିବା, ସ୍ନେହ କରିବା, ତେଣୁ ଏଭଳି ବାବାଙ୍କୁ ନିଶ୍ଚିତ ଭାବରେ ମନେପକାଇବା ଉଚିତ୍ । ତାଙ୍କର ତୁଳନା ଆଉ କାହା ସହିତ କରାଯାଇପାରିବ ନାହିଁ । ଯଦିଓ କହୁଛନ୍ତି ଯେ, ଗୁରୁଙ୍କଠାରୁ ଶାନ୍ତି ମିଳୁଛି କିନ୍ତୁ ବାବା ତ ଆମକୁ ବିଶ୍ୱର ମାଲିକ କରୁଛନ୍ତି । ସେମାନେ ଏପରି କହିପାରିବେ ନାହିଁ ଯେ, ମୁଁ ସବୁ ଆତ୍ମାମାନଙ୍କର ପିତା ଅଟେ । ଏ କଥା କେହି ବି ଜାଣି ନାହାଁନ୍ତି ଯେ, ସବୁ ଆତ୍ମମାନଙ୍କର ପିତା କିଏ ? ଏକମାତ୍ର ବେହଦର ବାବା, ଯାହାଙ୍କୁ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ଆଦି ସମସ୍ତେ ଈଶ୍ୱର ପିତା ବୋଲି କହୁଛନ୍ତି । ଏହା ଦ୍ୱାରା ବୁଦ୍ଧି ନିଶ୍ଚିତ ଭାବରେ ନିରାକାରଙ୍କ ଆଡକୁ ହିଁ ଯାଉଛି । ଏ କଥା କିଏ କହୁଛନ୍ତି ? ଆତ୍ମା ହିଁ କହୁଛି ଈଶ୍ୱର ପିତା । ତେବେ ନିଶ୍ଚିତ ଭାବରେ ତାଙ୍କ ସହିତ ମିଳନ କରିବା ଦରକାର । କେବଳ ପିତା ବୋଲି କହୁଛ କିନ୍ତୁ ତାଙ୍କ ସହିତ କେବେ ବି ମିଳନ କରୁନାହଁ, ତେବେ ସିଏ ତୁମର ପିତା କିପରି ହେଲେ? ସାରା ଦୁନିଆର ସନ୍ତାନମାନଙ୍କର ଯେଉଁ ଆଶା ରହିଛି ବାବା ତାହା ପୂର୍ଣ୍ଣ କରୁଛନ୍ତି । ସମସ୍ତଙ୍କର କାମନା ରହିଛି ଯେ, ଆମେ ଶାନ୍ତିଧାମକୁ ଯିବୁ । ଆତ୍ମାର ନିଜ ଘର କଥା ମନେ ପଡୁଛି । ଆତ୍ମା ରାବଣ ରାଜ୍ୟରେ ରହି ରହି ଥକିଗଲାଣି । ଇଂରାଜୀରେ ମଧ୍ୟ କହିଥା’ନ୍ତି ଓ ଗଡ ଫାଦର, ଲିବରେଟର୍ ଅର୍ଥାତ୍ ହେ ଈଶ୍ୱର ପିତା, ଉଦ୍ଧାର କର । ତମଃପ୍ରଧାନ ହୋଇ ହୋଇ ଅଭିନୟ କରି-କରି ଶାନ୍ତିଧାମକୁ ଚାଲିଯିବୁ । ପୁଣି ପ୍ରଥମେ ସୁଖଧାମକୁ ଆସିବୁ । ଏପରି ନୁହେଁ ଯେ, ଏଠାକୁ ଆସି ପ୍ରଥମରୁ ହିଁ ପତିତ ହେଉଛ । ବାବା ବୁଝାଉଛନ୍ତି ଏହା ହେଉଛି ବେଶ୍ୟାଳୟ, ରାବଣ ରାଜ୍ୟ । ଏହାକୁ ଘୋର ନର୍କ ବୋଲି ମଧ୍ୟ କୁହାଯାଉଛି ।

ଭାରତରେ ବା ଏହି ଦୁନିଆରେ କେତେ ଶାସ୍ତ୍ର, କେତେ ପାଠ୍ୟ ପୁସ୍ତକ ରହିଛି, ଏ ସବୁ ସମାପ୍ତ ହୋଇଯିବ । ବାବା ତୁମକୁ ଯେଉଁ ଉପହାର ଦେଉଛନ୍ତି, ଏହା କେବେ ନଷ୍ଟ ହେବ ନାହିଁ, ଏହା ହେଲା ଧାରଣା କରିବାର କଥା । ଯାହା କାମର ଜିନିଷ ନୁହେଁ ତାକୁ ଜଳାଇ ଦିଆଯାଏ । କିନ୍ତୁ ଜ୍ଞାନ କୌଣସି ଶାସ୍ତ୍ରର ଜିନିଷ ନୁହେଁ ଯାହାକି ଜଳାଯିବ । ତୁମକୁ ବର୍ତ୍ତମାନ ଜ୍ଞାନ ମିଳୁଛି, ଯାହାଦ୍ୱାରା ତୁମେ ୨୧ ଜନ୍ମ ପାଇଁ ଉଚ୍ଚ ପଦ ପାଉଛ । ଏପରି ନୁହେଁ ଯେ, ଏ ସବୁ ଶାସ୍ତ୍ରର କଥା । ଯାହାକୁ ଜଳାଇ ଦେବା । ନାଁ, ଏହି ଜ୍ଞାନ ସ୍ୱତଃ ଲୋପ ହୋଇଯାଉଛି । ଏଠାରେ କୌଣସି ପାଠ୍ୟ ପୁସ୍ତକ ଆଦି ନାହିଁ । ଜ୍ଞାନ-ବିଜ୍ଞାନ ଭବନ ନାମ ମଧ୍ୟ ରହିଛି, କିନ୍ତୁ ସେମାନଙ୍କୁ ଜଣା ନାହିଁ ଯେ, ଏହି ନାମ କାହିଁକି ରଖାଯାଇଛି, ଏହାର ଅର୍ଥ କ’ଣ? ଜ୍ଞାନ-ବିଜ୍ଞାନର ମହିମା କେତେ ଉଚ୍ଚ । ଜ୍ଞାନ ଅର୍ଥାତ୍ ସୃଷ୍ଟିଚକ୍ରର ଜ୍ଞାନ, ଯାହା ତୁମେ ଏବେ ଧାରଣ କରୁଛ, ବିଜ୍ଞାନ ଅର୍ଥାତ୍ ଶାନ୍ତିଧାମ । ଜ୍ଞାନଠାରୁ ମଧ୍ୟ ତୁମେ ଉର୍ଦ୍ଧ୍ୱକୁ ଯାଉଛ, ଏହି ଜ୍ଞାନରେ ପାଠପଢାର ଆଧାରରେ ତୁମେ ସେଠାରେ ରାଜତ୍ୱ କରୁଛ । ତୁମେ ଜାଣିଛ ଯେ, ଆମ ଆତ୍ମାମାନଙ୍କର ପିତା ଆସି ପାଠ ପଢାଉଛନ୍ତି । ନଚେତ୍ ଭଗବାନୁବାଚ ଗୁପ୍ତ ହୋଇଯିବ । ଭଗବାନ କ’ଣ କୌଣସି ଶାସ୍ତ୍ର ଆଦି ପଢି ଆସୁଛନ୍ତି । ଭଗବାନଙ୍କଠାରେ ତ ଜ୍ଞାନ-ବିଜ୍ଞାନ ଉଭୟ ରହିଛି । ତେଣୁ ଯିଏ ଯେପରି ହୋଇଥା’ନ୍ତି, ସେହିପରି କରିଥା’ନ୍ତି, ଏହା ହେଲା ବହୁତ ସୂକ୍ଷ୍ମ କଥା । ଜ୍ଞାନଠାରୁ ବିଜ୍ଞାନ ବହୁତ ସୂକ୍ଷ୍ମ । ତୁମକୁ ଜ୍ଞାନଠାରୁ ମଧ୍ୟ ଉର୍ଦ୍ଧକୁ ଯିବାକୁ ହେବ । ଜ୍ଞାନ ତ ସ୍ଥୁଳ ଜିନିଷ । ଆମେ ପାଠ ପଢାଉଛୁ, ତେବେ ଶବ୍ଦ ହୋଇ ନ ଥାଏ । ବିଜ୍ଞାନ ହେଲା ସୂକ୍ଷ୍ମ ଏଥିରେ ଶବ୍ଦରୁ ଉର୍ଦ୍ଧରେ ଶାନ୍ତିରେ ରହିବାକୁ ହୋଇଥାଏ । ଯେଉଁ ଶାନ୍ତିକୁ ପ୍ରାପ୍ତ କରିବା ପାଇଁ ହିଁ ଚାରିଆଡେ ଘୂରି ବୁଲୁଛନ୍ତି, ସନ୍ନ୍ୟାସୀମାନଙ୍କ ପାଖକୁ ଯାଉଛନ୍ତି । କିନ୍ତୁ ଯାହା ବାବାଙ୍କ ପାଖରେ ଅଛି ତାହା ଅନ୍ୟ କାହାଠାରୁ ମିଳିପାରିବ ନାହିଁ । ହଠଯୋଗ କରୁଛନ୍ତି, ଗୁମ୍ଫାରେ ବସି ଧ୍ୟାନ କରୁଛନ୍ତି କିନ୍ତୁ ଏହା ଦ୍ୱାରା କୌଣସି ଶାନ୍ତି ମିଳିପାରିବ ନାହିଁ । ଏଠାରେ ତ ଅସୁବିଧାର କୌଣସି କଥା ନାହିଁ । ଏହି ପାଠପଢା ମଧ୍ୟ ବହୁତ ସହଜ, ୭ ଦିନର କୋର୍ସ କରାଯାଇଥାଏ, ୭ ଦିନର କୋର୍ସ କରି କେଉଁଆଡେ ବି ବାହାରକୁ ଚାଲିଯାଇ ପାରିବ, ଏପରି ଆଉ କୌଣସି ଲୌକିକ କଲେଜରେ କରିପାରିବ ନାହିଁ । ତୁମ ପାଇଁ ଏହି ୭ ଦିନର ପାଠ୍ୟକ୍ରମ ହିଁ ରହିଛି । ସବୁକିଛି ବୁଝାଯାଉଛି, କିନ୍ତୁ ୭ ଦିନ କେହି ଦେଇପାରିବେ ନାହିଁ । ବୁଦ୍ଧିଯୋଗ କୁଆଡେ ନା କୁଆଡେ ଚାଲିଯାଇଥାଏ । ତୁମେ ତ ଭଟ୍ଟୀରେ ରହି କାହାର ଚେହେରା ମଧ୍ୟ ଦେଖୁ ନ ଥିଲ, କାହା ସହିତ କଥାବାର୍ତ୍ତା ମଧ୍ୟ ହେଉନଥିଲ । ବାହାରକୁ ମଧ୍ୟ ବାହାରୁ ନ ଥିଲ । ତପସ୍ୟା କରିବା ପାଇଁ ସାଗର କୂଳରେ ଯାଇ ବସି ଯୋଗ କରୁଥିଲ । ସେହି ସମୟରେ ତୁମେ ଏହି ଚକ୍ରକୁ ବୁଝି ନଥିଲ । ଏହି ପାଠପଢାକୁ କିଛି ବି ବୁଝି ନ ଥିଲ । ତେଣୁ ପ୍ରଥମେ-ପ୍ରଥମେ ବାବାଙ୍କ ସହିତ ଯୋଗ ଦରକାର । ବାବାଙ୍କର ପରିଚୟ ଆବଶ୍ୟକ, ପୁଣି ପଛରେ ଶିକ୍ଷକ ଦରକାର । ପ୍ରଥମେ ତ ବାବାଙ୍କ ସାଥିରେ ଯୋଗ କିପରି ଲଗାଇବ, ଏ କଥା ମଧ୍ୟ ଶିଖାଇବାକୁ ପଡିବ, କାହିଁକି ନା ଏହି ବାବା ଅଶରୀର ଅଟନ୍ତି, ଅନ୍ୟମାନେ ତ କେହି ମାନୁନାହାଁନ୍ତି । କହୁଛନ୍ତି ଈଶ୍ୱର ପିତା ସର୍ବତ୍ର ବିଦ୍ୟମାନ । ବାସ୍ ସର୍ବବ୍ୟାପୀର ଜ୍ଞାନ ହିଁ ଚାଲି ଆସୁଛି । ଏବେ ତୁମ ବୁଦ୍ଧିରେ ସେ କଥା ନାହିଁ । ତୁମେମାନେ ତ ବିଦ୍ୟାର୍ଥୀ ଅଟ ।ବାବା କହୁଛନ୍ତି ନିଜର ଧନ୍ଦା ଆଦି ମଧ୍ୟ କର କିନ୍ତୁ କ୍ଳାସ ନିଶ୍ଚିତ ଭାବରେ କର । ଭଲେ ଗୃହସ୍ଥ ବ୍ୟବହାରରେ ରୁହ । ଯଦି କେହି କହୁଛନ୍ତି ସ୍କୁଲକୁ ଯିବାର ନାହିଁ ତେବେ ପୁଣି ବାବା ବି କଣ କରିପାରିବେ । ଆରେ, ଭଗବାନ ପାଠ ପଢାଉଛନ୍ତି, ତୁମକୁ ଭଗବାନ ଭଗବତୀ କରାଇବା ପାଇଁ ! ଭଗବାନୁଉବାଚ - ମୁଁ ତୁମମାନଙ୍କୁ ରାଜାମାନଙ୍କର ରାଜା କରୁଛି । ତେବେ କ’ଣ ତୁମେ ଭଗବାନଙ୍କଠାରୁ ରାଜଯୋଗ ଶିଖିବ ନାହିଁ ? ଏପରି କିଏ ରହିପାରିବ ! ସେଥିପାଇଁ ହିଁ ତୁମେ ପଳାଇ ଆସୁଛ, ବିଷୟ ବିକାରରୁ ରକ୍ଷା ପାଇବା ପାଇଁ ପଳାଇ ଆସିଲ । ତୁମେ ଆସି ଭଟ୍ଟୀରେ ରହିଲ, ଯେଉଁମାନଙ୍କୁ କେହି ଦେଖିପାରିଲେ ନାହିଁ କି ମିଶିପାରିଲେ ନାହିଁ । ତୁମେମାନେ କାହାକୁ ମଧ୍ୟ ଦେଖୁ ନ ଥିଲ । ପୁଣି କାହା ସହିତ ମନ ଲଗାଇବ । ପିଲାମାନଙ୍କର ନିଶ୍ଚୟ ମଧ୍ୟ ହେଉଛି ଯେ ଭଗବାନ ପାଠ ପଢାଉଛନ୍ତି, ତଥାପି ବି ବାହାନା କରୁଛନ୍ତି, ଦେହ ଖରାପ ଅଛି, ଏହି କାମ ଅଛି । ବାବା ତ ବହୁତ ସମୟ ଦେଇ ପାରିବେ ଅର୍ଥାତ୍ ପିଲାମାନଙ୍କ ସହିତ ଅଲଗା ଅଲଗା ସମୟରେ ସାକ୍ଷାତ କରିପାରିବେ । ଆଜିକାଲି ସ୍କୁଲରେ ମଧ୍ୟ ଶିଫ୍ଟ ଅନୁସାରେ ଅର୍ଥାତ୍ ଅଲଗା ଅଲଗା ଭାବେ ପାଠ ପଢାଉଛନ୍ତି । ଏଠାରେ ତ କୌଣସି ଅଧିକ ପାଠପଢା ନାହିଁ । କେବଳ ଅଲଫ ଏବଂ ବେ କୁ ବୁଝିବା ପାଇଁ ଭଲ ବୁଦ୍ଧି ଥିବା ଦରକାର । ଅଲଫ ଏବଂ ବେ କୁ ମନେପକାଅ ଏବଂ ସମସ୍ତଙ୍କୁ ଏହି କଥା କୁହ । ତ୍ରିମୂର୍ତ୍ତିର ଚିତ୍ର ତ ବହୁତ ତିଆରି କରୁଛନ୍ତି କିନ୍ତୁ ଉପରେ ଶିବବାବାଙ୍କୁ ଦେଖାଉନାହାଁନ୍ତି । ସେମାନେ କ’ଣ ଜାଣିଛନ୍ତି ଯେ, ଗୀତାର ଭଗବାନ ଶିବ, ଯାହାଙ୍କ ଠାରୁ ଏହି ଜ୍ଞାନ ନେଇ ବିଷ୍ଣୁ ହୋଇଛନ୍ତି । ଏହା ରାଜଯୋଗ ନା । ବର୍ତ୍ତମାନ ଏହା ବହୁତ ଜନ୍ମର ଅନ୍ତିମ ଜନ୍ମ, କେତେ ସହଜ ଭାବରେ ବୁଝାଯାଉଛି । ପୁସ୍ତକ ଆଦି ତ କିଛି ବି ହାତରେ ନାହିଁ । କେବଳ ଗୋଟିଏ ବ୍ୟାଜ୍ ରହିବା ଦରକାର, ସେଥିରେ ମଧ୍ୟ ତ୍ରିମୂର୍ତ୍ତିର ଚିତ୍ର ଥିବା ଉଚିତ୍ । ଯାହା ଉପରେ ବୁଝାଇବାକୁ ହେବ ଯେ, ବାବା କିପରି ବ୍ରହ୍ମାଙ୍କ ଦ୍ୱାରା ପାଠ ପଢାଇ ବିଷ୍ଣୁଙ୍କ ସମାନ କରୁଛନ୍ତି ।

ଅନେକ ଭାବୁଛନ୍ତି, ଆମେ ରାଧାଙ୍କ ଭଳି ହେବୁ । କଳସ ତ ମାତାମାନଙ୍କୁ ମୁଳୁଛି ଅର୍ଥାତ୍ ରାଧାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ତାଙ୍କୁ କଳସ ମିଳୁଛି । ଏହି ରହସ୍ୟକୁ ମଧ୍ୟ ବାବା ହିଁ ବୁଝାଇପାରିବେ । କୌଣସି ମନୁଷ୍ୟ ଏକଥା ଜାଣି ନାହାଁନ୍ତି । ତୁମ ପାଖକୁ ସେଣ୍ଟରକୁ କେତେ ଜଣ ଆସୁଛନ୍ତି । କେହି ତ ଦିନେ ଆସିଲେ ପୁଣି ୪ ଦିନ ଆସନ୍ତି ନାହିଁ । ତେବେ ପଚାରିବା ଦରକାର ଏତେ ଦିନ ତୁମେ କ’ଣ କରୁଥିଲ? ବାବାଙ୍କୁ ମନେ ପକାଉ ଥିଲ ? ସ୍ୱଦର୍ଶନ ଚକ୍ର ଘୂରାଉଥିଲ ? ଯେଉଁମାନେ ବହୁତ ବିଳମ୍ବରେ ଆସିଥା’ନ୍ତି ତାଙ୍କଠୁ ଲେଖା କରି ପଚାରିବା ଦରକାର । କେହି ପୁଣି ବଦଳି ହୋଇଯାଇଥା’ନ୍ତି ତଥାପି ବି ସିଏ କୌଣସି ସେଣ୍ଟରର ତ ନିଶ୍ଚିତ ଭାବରେ ହୋଇଥିବେ, ତାଙ୍କୁ ମନ୍ତ୍ର ମିଳୁଛି ବାବାଙ୍କୁ ମନେ ପକାଇବାକୁ ଏବଂ ସ୍ୱଦର୍ଶନ ଚକ୍ର ଘୂରାଇବାକୁ । ବାବା ତ ବହୁତ ସହଜ କଥା କହୁଛନ୍ତି । ମାତ୍ର ଦୁଇଟି ଶବ୍ଦ - ମନମନାଭବ, ମୋତେ ମନେ ପକାଅ ଏବଂ ସମ୍ପତ୍ତିକୁ ମନେ ପକାଅ । ଏହି ଦୁଇଟି ଶବ୍ଦରେ ହିଁ ସାରା ସୃଷ୍ଟି ରୂପି ଚକ୍ରର ଜ୍ଞାନ ସମାହିତ ହୋଇ ରହିଛି । ଯେତେବେଳେ କେହି ଶରୀର ଛାଡନ୍ତି ତେବେ କୁହନ୍ତି ଅମୁକ ସ୍ୱର୍ଗକୁ ଗଲା । କିନ୍ତୁ ସ୍ୱର୍ଗ କ’ଣ କେହି ବି ଜାଣି ନାହାଁନ୍ତି । ତୁମେମାନେ ଏବେ ଜାଣୁଛ ସେଠାରେ ମଧ୍ୟ ରାଜତ୍ୱ ରହିଛି । ସେଠାରେ ଉଚ୍ଚରୁ ଆରମ୍ଭ କରି ନୀଚ୍ଚ ପର୍ଯ୍ୟନ୍ତ, ସାହୁକାରରୁ ନେଇ ଗରୀବ ପର୍ଯ୍ୟନ୍ତ ସମସ୍ତେ ସୁଖୀ ହେବେ । ଏହା ଦୁଃଖର ଦୁନିଆ, ତାହା ସୁଖର ଦୁନିଆ । ବାବା ତ ବହୁତ ଭଲ ଭାବରେ ବୁଝାଉଛନ୍ତି, ଭଲେ କେହି ଦୋକାନୀ ହୋଇଥା’ନ୍ତୁ ଅଥବା ଯାହା ବି ହୋଇଥା’ନ୍ତୁ, ପାଠପଢା ପାଇଁ ବାହାନା କରିବା ଠିକ୍ ନୁହେଁ । ନ ଆସିଲେ ତାଙ୍କୁ ପଚାରିବା ଉଚିତ୍ । ତୁମେ କେତେ ସମୟ ବାବାଙ୍କୁ ମନେ ପକାଉଛ ? ସ୍ୱଦର୍ଶନ ଚକ୍ର ଘୂରାଉଛ? ଖାଅ-ପିଅ, ବୁଲା-ଚଲା କର ସେଥିପାଇଁ କିଛି ମନା ନାହିଁ, କିନ୍ତୁ ଏଥିପାଇଁ ମଧ୍ୟ ସମୟ ବହାର କର, ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିବାକୁ ହେବ, ଧରିନିଅ କେହି କପଡା ସଫା କରିବାର କାମ କରୁଛନ୍ତି, ବହୁତ ଲୋକ ତାଙ୍କ ପାଖକୁ ଆସୁଛନ୍ତି । ସିଏ ମୁସଲମାନ, ପାରସୀ ଅଥବା ହିନ୍ଦୁ ହୋଇଥାଆନ୍ତୁ । ତାଙ୍କୁ କୁହ ତୁମେ ସ୍ଥୁଳରେ କପଡା ସଫା କରୁଛ କିନ୍ତୁ ତୁମର ଏହି ଶରୀର ତ ପୁରୁଣା ମଇଳା ବସ୍ତ୍ର, ତୁମର ଆତ୍ମା ମଧ୍ୟ ତମଃପ୍ରଧାନ ହୋଇଯାଇଛି, ତାକୁ ସତ୍ତ୍ୱପ୍ରଧାନ ସ୍ୱଚ୍ଛ କରିବାକୁ ପଡିବ । ବର୍ତ୍ତମାନ ସାରା ଦୁନିଆ ତମଃପ୍ରଧାନ, କଳିଯୁଗ ପତିତ ପୁରୁଣା ହୋଇଯାଇଛି । ତୁମର ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ଲକ୍ଷ୍ୟ ରହିଛି ନା । ତେବେ ବର୍ତ୍ତମାନ କର ନ କର, ବୁଝ ନ ବୁଝ, ତୁମ ଇଚ୍ଛା । ତୁମେ ଆତ୍ମା ନା । ଆତ୍ମା ନିଶ୍ଚିତ ଭାବରେ ପବିତ୍ର ହେବା ଦରକାର । ଏବେ ତ ତୁମର ଆତ୍ମା ଅପବିତ୍ର ହୋଇଯାଇଛି । ଆତ୍ମା ଏବଂ ଶରୀର ଉଭୟ ପତିତ ହୋଇଯାଇଛି । ଏହାକୁ ସଫା କରିବା ପାଇଁ ତୁମେ ବାବାଙ୍କୁ ମନେ ପକାଅ । ତେବେ ବାବା ଗ୍ୟାରେଣ୍ଟି ଦେଉଛନ୍ତି ଯେ ତୁମର ଆତ୍ମା ଏକଦମ ୧୦୦ ପ୍ରତିଶତ ପବିତ୍ର ସୁନା ପରି ହୋଇଯିବ । ଯଦି ଆତ୍ମା ସମ୍ପୂର୍ଣ୍ଣ ପବିତ୍ର ଅର୍ଥାତ୍ ସଚ୍ଚା ସୁନା ହୋଇଯିବ ତେବେ ଶରୀର ରୂପି ଅଳଙ୍କାର ମଧ୍ୟ ବହୁତ ଭଲ ମିଳିବ । ଏ କଥାକୁ ମାନିବ ବା ନ ମାନିବ ତୁମର ଇଚ୍ଛା । ଏପରି କଲେ ମଧ୍ୟ କେତେ ସେବା ହେଲା । ତୁମେ ଡାକ୍ତରଙ୍କ ପାଖକୁ ଯାଅ, କଲେଜକୁ ଯାଅ, ବଡ-ବଡ ଲୋକମାନଙ୍କ ପାଖକୁ ଯାଇ ବୁଝାଅ ଯେ ତୁମର ଚରିତ୍ର ବହୁତ ଭଲ ହେବା ଦରକାର ।

ଏଠାରେ ତ ସମସ୍ତେ ବିକାରୀ । ବାବା କହୁଛନ୍ତି ସମ୍ପୂର୍ଣ୍ଣ ପବିତ୍ର ହେବାକୁ ପଡିବ । ଏଠାରେ ସମ୍ପୂର୍ଣ୍ଣ ପବିତ୍ର ଦୁନିଆ ଥିଲା ନା । ବର୍ତ୍ତମାନ ସମ୍ପୂର୍ଣ୍ଣ ଅପବିତ୍ର ଚରିତ୍ରହୀନ ହୋଇଯାଇଛନ୍ତି । ସମସ୍ତଙ୍କର ଚରିତ୍ର ବହୁତ ଖରାପ ହୋଇଯାଇଛି, ଯେ ପର୍ଯ୍ୟନ୍ତ ନିର୍ବିକାରୀ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ସୁଧୁରିବେ ନାହଁ । ଏଠାରେ ମନୁଷ୍ୟମାନେ ବିକାରୀ ହୋଇଯାଇଛନ୍ତି । ବର୍ତ୍ତମାନ ବିକାରୀ ଦୁନିଆକୁ ନିର୍ବିକାରୀ ଦୁନିଆ କରି ଏକମାତ୍ର ବାବା ହିଁ କରୁଛନ୍ତି । ବାକି ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ଏହିଭଳି ସୃଷ୍ଟିରୂପି ଚକ୍ର ଘୁରୁଛି ନା । ଏହି ସୃଷ୍ଟିଚକ୍ରର ଜ୍ଞାନ ବହୁତ ଭଲ । ତାହା ନିର୍ବିକାରୀ ଦୁନିଆ ଥିଲା, ଯେଉଁଠାରେ ଦେବୀ-ଦେବତାମାନେ ରାଜତ୍ୱ କରୁଥିଲେ । ଏବେ ସେମାନେ କୁଆଡେ ଗଲେ ? ଆତ୍ମା ତ ବିନାଶ ହୋଇ ନ ଥାଏ, ଗୋଟିଏ ଶରୀର ଛାଡି ଅନ୍ୟ ଏକ ନେଇଥାଏ । ଦେବୀ-ଦେବତାମାନେ ମଧ୍ୟ ୮୪ ଜନ୍ମ ନେଉଛନ୍ତି । ଏବେ ତୁମେମାନେ ବୁଦ୍ଧିମାନ ହୋଇଛ ଆଗରୁ ତୁମକୁ କିଛି ବି ଜଣା ନ ଥିଲା । ବର୍ତ୍ତମାନ ଏହି ପୁରୁଣା ଦୁନିଆ କେତେ ବିକାରୀ ହୋଇଯାଇଛି । ତୁମେ ଅନୁଭବ ମଧ୍ୟ କରିପାରୁଛ ଯେ ବାବା ଯାହା କହୁଛନ୍ତି ବାସ୍ତବରେ ତାହା ଠିକ୍ । ସେଠାରେ ତ ପବିତ୍ର ଦୁନିଆ ହେବ । ବର୍ତ୍ତମାନ ଅପବିତ୍ର ଦୁନିଆ, ତେଣୁ ନିଜର ନାମ ଦେବତା ପରିବର୍ତ୍ତେ ହିନ୍ଦୁ ରଖି ଦେଇଛନ୍ତି । ହିନ୍ଦୁସ୍ଥାନର ନିବାସୀ ନିଜକୁ ହିନ୍ଦୁ କହିଦେଉଛନ୍ତି, ଦେବତାମାନେ ତ ସ୍ୱର୍ଗରେ ଥିଲେ । ଏବେ ତୁମେମାନେ ଏହି ଚକ୍ରକୁ ବୁଝିଗଲଣି । ଯେଉଁମାନେ ବୁଦ୍ଧିମାନ ସେମାନେ ଭଲ ଭାବରେ ବୁଝିପାରୁଛନ୍ତି । ତେବେ ଯେପରି ବାବା ବୁଝାଉଛନ୍ତି ସେହିପରି ପୁନରାବୃତ୍ତି କରିବା ଦରକାର । ତୁମେ ମୁଖ୍ୟ-ମୁଖ୍ୟ ଶବ୍ଦକୁ ନୋଟ କରିଚାଲ । ପୁଣି ସମସ୍ତଙ୍କୁ ଶୁଣାଅ ଯେ, ବାବା ଏହିସବୁ ପଏଣ୍ଟ ଶୁଣାଉଛନ୍ତି । କୁହ, ମୁଁ ତ ସମସ୍ତଙ୍କୁ ଗୀତା ଜ୍ଞାନ ଶୁଣାଉଛି, ଏହା ତ ଗୀତାର ଯୁଗ ଅଟେ । ଚାରୋଟି ଯୁଗ ରହିଛି, ଏକଥା ସମସ୍ତେ ଜାଣିଛନ୍ତି । ବର୍ତ୍ତମାନ ଏହା ସଙ୍ଗମଯୁଗ । ଏହି ସଙ୍ଗମଯୁଗ ବିଷୟରେ କେହି ଜାଣି ନାହାଁନ୍ତି । ତୁମେମାନେ ଜାଣିଛ, ଏହା ପୁରୁଷୋତ୍ତମ ସଙ୍ଗମଯୁଗ । ମନୁଷ୍ୟମାନେ ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି କିନ୍ତୁ ସିଏ କେବେ ଆସିଥିଲେ, କ’ଣ କରିଥିଲେ ଏ କଥା ଜାଣି ନାହାଁନ୍ତି । ଶିବ ଜୟନ୍ତୀ ପରେ ପୁଣି କୃଷ୍ଣ ଜୟନ୍ତୀ ଏବଂ ରାମ ଜୟନ୍ତୀ ହୋଇଥାଏ । ଜଗତଅମ୍ବା, ଜଗତପିତାଙ୍କର ଜୟନ୍ତୀ ତ କେହି ପାଳନ କରୁ ନାହାଁନ୍ତି । ସମସ୍ତେ କ୍ରମାନୁସାରେ ଆସୁଛନ୍ତି ନା । ବର୍ତ୍ତମାନ ହିଁ ତୁମକୁ ଏ ସବୁର ଜ୍ଞାନ ମିଳୁଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଆମର ପିତା ପରମପିତା, ପରମ ଶିକ୍ଷକ ଏବଂ ପରମ ସଦ୍‌ଗୁରୁ ଅଟନ୍ତି - ଏହି କଥା ସମସ୍ତଙ୍କୁ ଶୁଣାଇବାକୁ ହେବ । ପରମାତ୍ମା ଏବଂ ତାଙ୍କର ସମ୍ପତ୍ତି ବିଷୟରେ ସମସ୍ତଙ୍କୁ ପଢାଇବାକୁ ହେବ ।

(୨) ଜ୍ଞାନ ଅର୍ଥାତ୍ ସୃଷ୍ଟିଚକ୍ରର ଜ୍ଞାନକୁ ଧାରଣ କରି ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ ଏବଂ ବିଜ୍ଞାନ ଅର୍ଥାତ୍ ଏହି ଶବ୍ଦମୟ ସଂସାରଠାରୁ ଉର୍ଦ୍ଧ୍ୱରେ ଶାନ୍ତି ଅବସ୍ଥାକୁ ଯିବାକୁ ହେବ । ସାତ ଦିନର ମୂଳପାଠକୁ ବୁଝି ସାରିବା ପରେ ଯେଉଁଠି ରହିଲେ ମଧ୍ୟ ପାଠପଢା ପଢିବାକୁ ହେବ ।

ବରଦାନ:-
ସେବାରେ ମାନ-ଶାନ୍ ପ୍ରାପ୍ତ କରିବାର କଞ୍ଚା ଫଳକୁ ତ୍ୟାଗ କରି ସର୍ବଦା ପ୍ରସନ୍ନଚିତ୍ତ ରହୁଥିବା ଅଭିମାନ ମୁକ୍ତ ଭବ ।

ରାଜକୀୟ ରୂପରେ ଇଚ୍ଛାର ସ୍ୱରୂପ ହେଲା ନାମ, ମାନ ଏବଂ ଶାନ୍ । ଯେଉଁମାନେ ନାମ ବିଖ୍ୟାତ କରିବା ପାଇଁ ସେବା କରନ୍ତି ସେମାନଙ୍କର ନାମ ଅଳ୍ପ କାଳ ପାଇଁ ବିଖ୍ୟାତ ହୋଇଯାଏ କିନ୍ତୁ ଉଚ୍ଚପଦ ପ୍ରାପ୍ତ କରିବାରେ ତାଙ୍କର ନାମ ପଛରେ ରହିଯାଏ, କାହିଁକି ନା ସେମାନେ କଞ୍ଚା ଫଳ ଖାଇ ଦେଲେ । କେହି କେହି ଭାବନ୍ତି ଯେ ସେବାର ଫଳାଫଳ ରୂପରେ ମୋତେ ସମ୍ମାନ ମିଳିବା ଉଚିତ୍‌, କିନ୍ତୁ ଏହା ସମ୍ମାନ ନୁହେଁ ଅଭିମାନ ଅଟେ । ଯେଉଁଠାରେ ଅଭିମାନ ଅଛି ସେଠାରେ ପ୍ରସନ୍ନତା ରହିପାରିବ ନାହିଁ । ସେଥିପାଇଁ ଅଭିମାନ ମୁକ୍ତ ହୋଇ ସର୍ବଦା ପ୍ରସନ୍ନତାର ଅନୁଭବ କର ।

ସ୍ଲୋଗାନ:-
ଯଦି ପରମାତ୍ମ ସ୍ନେହର ସୁଖଦାୟୀ ଝୁଲଣାରେ ଝୁଲୁଥିବ ତେବେ ଦୁଖଃର ଢେଉ ଆସିପାରିବ ନାହିଁ ।