29.11.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ- ଯଦି
ଶିବବାବାଙ୍କ ପ୍ରତି ସମ୍ମାନ ଅଛି ତେବେ ତାଙ୍କ ଶ୍ରୀମତରେ ଚାଲ, ଶ୍ରୀମତରେ ଚାଲିବା ଅର୍ଥ
ବାବାଙ୍କର ସମ୍ମାନ କରିବା ।”
ପ୍ରଶ୍ନ:-
ପିଲାମାନେ
ବାବାଙ୍କଠାରୁ ମଧ୍ୟ ବଡ ଜାଦୁକର ଅଟନ୍ତି - କିପରି?
ଉତ୍ତର:-
ସର୍ବୋଚ୍ଚ ବାବାଙ୍କୁ ନିଜର ସନ୍ତାନ କରିଦେବା, ଶରୀର-ମନ-ଧନରେ ବାବାଙ୍କୁ ଉତ୍ତରାଧିକାରୀ କରି
ତାଙ୍କ ଉପରେ ସମର୍ପଣ ହୋଇଯିବା - ଏହା ହିଁ ପିଲାମାନଙ୍କର ଜାଦୁକରୀ ଅଟେ । ଯେଉଁମାନେ ବର୍ତ୍ତମାନ
ଭଗବାନଙ୍କୁ ନିଜର ଉତ୍ତରାଧିକାରୀ କରୁଛନ୍ତି, ସେମାନେ ୨୧ ଜନ୍ମ ପାଇଁ ବାବାଙ୍କର ସମ୍ପତ୍ତିର
ଅଧିକାରୀ ହୋଇଯାଉଛନ୍ତି ।
ପ୍ରଶ୍ନ:-
ଟ୍ରିବ୍ୟୁନାଲ୍
(ଅଦାଲତ) କେଉଁ ପିଲାମାନଙ୍କ ପାଇଁ ବସିଥାଏ?
ଉତ୍ତର:-
ଯିଏ ଦାନ ଦେଇଥିବା ଜିନିଷକୁ ଫେରାଇ ନେବା ପାଇଁ ସଙ୍କଳ୍ପ କରନ୍ତି । ମାୟାର ଅଧିନ ହୋଇ ଅପସେବା
କରନ୍ତି, ତାଙ୍କ ନିମନ୍ତେ କଚେରୀ କରାଯାଏ ।
ଓମ୍ ଶାନ୍ତି ।
ବିଚିତ୍ର ବାବା
ବସି ବିଚିତ୍ର ସନ୍ତାନମାନଙ୍କୁ ବୁଝାଉଛନ୍ତି ଅର୍ଥାତ୍ ଦୂରଦେଶର ନିବାସୀ ଯାହାଙ୍କୁ ପରମପିତା
ପରମାତ୍ମା କୁହାଯାଉଛି, ସିଏ ବହୁତ ବହୁତ ଦୂରଦେଶରୁ ଆସି ଏହି ଶରୀର ଦ୍ୱାରା ତୁମକୁ ଏହି ରାଜଯୋଗର
ପାଠ ପଢାଉଛନ୍ତି । ଯେଉଁମାନେ ପାଠ ପଢନ୍ତି ସେମାନେ ପଢାଉଥିବା ଶିକ୍ଷକଙ୍କ ସହିତ ସ୍ୱତଃ ଯୋଗ
ରଖିଥା’ନ୍ତି । ତାଙ୍କୁ କହିବାକୁ ପଡେ ନାହିଁ ଯେ ହେ ସନ୍ତାନମାନେ, ଶିକ୍ଷକଙ୍କ ସହିତ ଯୋଗ ରଖ
ଅଥବା ତାଙ୍କୁ ମନେ ପକାଅ । କିନ୍ତୁ ଏଠାରେ ବାବା କହୁଛନ୍ତି - ହେ ଆତ୍ମିକ ସନ୍ତାନମାନେ, ଇଏ
ତୁମର ପିତା, ଶିକ୍ଷକ ଏବଂ ଗୁରୁ ମଧ୍ୟ ଅଟନ୍ତି । ଏହାଙ୍କ ସହିତ ଯୋଗ ରଖ ଅର୍ଥାତ୍ ତାଙ୍କୁ ମନେ
ପକାଅ । କିନ୍ତୁ ବାବା ବିଚିତ୍ର ତେଣୁ ତୁମେମାନେ ବାରମ୍ବାର ତାଙ୍କୁ ଭୁଲିଯାଉଛ ସେଥିପାଇଁ
କହିବାକୁ ପଡୁଛି । ପାଠ ପଢାଉଥିବା ଶିକ୍ଷକଙ୍କୁ ମନେ ପକାଇଲେ ତୁମର ପାପ ଭସ୍ମ ହୋଇଯିବ ।
ବାସ୍ତବରେ ନିୟମ ଏହା କହୁନାହିଁ ଯେ, ଶିକ୍ଷକ କହିବେ ମୋତେ ଦେଖ, ଏଥିରେ ବହୁତ ଫାଇଦା ଅଛି ।
କିନ୍ତୁ ବାବା କହୁଛନ୍ତି, କେବଳ ମୋତେ ମନେ ପକାଅ । ଏହି ଯୋଗ ଦ୍ୱାରା ହିଁ ତୁମର ପାପ କଟିବ,
ଏହାକୁ କୁହାଯାଉଛି ଯୋଗର ଯାତ୍ରା । ଏବେ ବିଚିତ୍ର ବାବା ପିଲାମାନଙ୍କୁ ଦେଖୁଛନ୍ତି । ପିଲାମାନେ
ମଧ୍ୟ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଉଛନ୍ତି । ତୁମେମାନେ ମଧ୍ୟ ବାରମ୍ବାର ଶରୀର
ଧାରଣ କରୁଛ । ମୁଁ ତ ସାରା କଳ୍ପ ଶରୀର ଧାରଣ କରୁନାହିଁ, କେବଳ ଏହି ସଂଗମଯୁଗରେ ହିଁ ବହୁତ
ଦୂରଦେଶରୁ ତୁମମାନଙ୍କୁ ପାଠ ପଢାଇବା ପାଇଁ ଆସୁଛି । ଏହି କଥାକୁ ଭଲ ଭାବରେ ମନେ ରଖିବାକୁ ହେବ
ଯେ - ବାବା ଆମର ପିତା, ଶିକ୍ଷକ ଏବଂ ସତ୍ଗୁରୁ ଅଟନ୍ତି । ବିଚିତ୍ର ମଧ୍ୟ ଅଟନ୍ତି । ତାଙ୍କର
ନିଜର ଶରୀର ନାହିଁ, ତେବେ ଆସୁଛନ୍ତି କିପରି? କହୁଛନ୍ତି ମୋତେ ପ୍ରକୃତିର, ମୁଖର ଆଧାର ନେବାକୁ
ପଡୁଛି । ମୁଁ ତ ବିଚିତ୍ର । ତୁମେ ସମସ୍ତେ ଚିତ୍ରଧାରୀ ଅଟ । ମୋତେ ମଧ୍ୟ ନିଶ୍ଚୟ ରଥର ଆବଶ୍ୟକତା
ରହିଛି । ଘୋଡା ଗାଡିରେ ତ ଆସିବେ ନାହିଁ ନା । ବାବା କହୁଛନ୍ତି, ମୁଁ ସେହି ଶରୀରରେ ପ୍ରବେଶ
କରୁଛି, ଯିଏକି ନମ୍ବରୱାନ ଥିଲେ, ସେ ପୁଣି ଲାଷ୍ଟ ନମ୍ବର ହୋଇଯାଉଛନ୍ତି । ଯିଏ ସତ୍ତ୍ୱପ୍ରଧାନ
ଥିଲେ ସିଏ ପୁଣି ତମଃପ୍ରଧାନ ହେଉଛନ୍ତି । ତେଣୁ ତାଙ୍କୁ ହିଁ ପୁଣି ସତ୍ତ୍ୱପ୍ରଧାନ କରିବା ପାଇଁ
ବାବା ପାଠ ପଢାଉଛନ୍ତି । ବାବା ବୁଝାଉଛନ୍ତି - ଏହି ରାବଣ ରାଜ୍ୟରେ ୫ ବିକାର ଉପରେ ବିଜୟ
ପ୍ରାପ୍ତ କରି ତୁମମାନଙ୍କୁ ଜଗତଜିତ୍ ହେବାକୁ ପଡିବ । ପିଲାମାନଙ୍କୁ ଏକଥା ମଧ୍ୟ ମନେ ରଖିବାକୁ
ହେବ ଯେ, ଆମକୁ ବିଚିତ୍ର ବାବା ପାଠ ପଢାଉଛନ୍ତି । ବାବାଙ୍କୁ ମନେ ନ ପକାଇଲେ ପାପ କିପରି ଭସ୍ମ
ହେବ । ଏ କଥା ମଧ୍ୟ ତୁମେମାନେ କେବଳ ଏହି ସଂଗମଯୁଗରେ ହିଁ ଶୁଣୁଛ । ଯାହାକିଛି ହେଉଛି ପୁଣି
କଳ୍ପ ପରେ ତାହା ହିଁ ପୁନରାବୃତ୍ତି ହେବ । ବାବା କେତେ ସୁନ୍ଦର ଭାବେ ବୁଝାଉଛନ୍ତି । ଏଥିରେ
ବହୁତ ବିଶାଳ ବୁଦ୍ଧି ହେବା ଆବଶ୍ୟକ । ଏହା କୌଣସି ସାଧୁ ସନ୍ଥ ଆଦିଙ୍କର ସତସଙ୍ଗ ନୁହେଁ । ତାଙ୍କୁ
ପିତା ସହିତ ସନ୍ତାନ ମଧ୍ୟ କୁହାଯାଉଛି । ତୁମେମାନେ ଜାଣିଛ ଇଏ ଆମର ପିତା ସହିତ ସନ୍ତାନ ମଧ୍ୟ
ଅଟନ୍ତି । ଆମେ ସବୁ ସମ୍ପତ୍ତି ଏହି ସନ୍ତାନକୁ ଦେଇ ତାଙ୍କଠାରୁ ୨୧ ଜନ୍ମ ପାଇଁ ବର୍ସା ନେଉଛୁ ।
ଅଳିଆ ଆବର୍ଜନା ଅର୍ଥାତ୍ ମୂଲ୍ୟହୀନ ଜିନିଷ ସବୁ ଦେଇ ବାବାଙ୍କଠାରୁ ଆମେ ବିଶ୍ୱର ରାଜତ୍ୱ ନେଉଛୁ
। ସମସ୍ତେ କହୁଛନ୍ତି - ବାବା ଆମେ ଭକ୍ତିମାର୍ଗରେ କହିଥିଲୁ ଯେ, ଯେତେବେଳେ ଆପଣ ଆସିବେ ସେତେବେଳେ
ଆମେ ତନ-ମନ-ଧନ ସହିତ ସମର୍ପଣ ହୋଇଯିବୁ । ଲୌକିକ ପିତା ମଧ୍ୟ ସନ୍ତାନମାନଙ୍କ ଉପରେ ସମର୍ପଣ
ହୋଇଥା’ନ୍ତି ନା । ଏଠାରେ ତୁମକୁ କିପରି ବିଚିତ୍ର ବାବା ମିଳିଛନ୍ତି, ତାଙ୍କୁ ମନେ ପକାଇଲେ ତୁମର
ପାପ ଭସ୍ମ ହେବ ଏବଂ ତୁମେମାନେ ନିଜ ଘରକୁ ଚାଲିଯିବ । ଏହା କେତେ ଲମ୍ବା ଯାତ୍ରା । ବାବାଙ୍କୁ
ଦେଖ ସେ କେଉଁଠାକୁ ଆସୁଛନ୍ତି! ପୁରୁଣା ରାବଣ ରାଜ୍ୟକୁ । କହୁଛନ୍ତି ମୋ ଭାଗ୍ୟରେ ପବିତ୍ର ଶରୀର
ମିଳିବାର ନାହିଁ । ମୁଁ ପତିତମାନଙ୍କୁ ପବିତ୍ର କରିବା ପାଇଁ କିପରି ଆସିବି । ମୋତେ ତ ପତିତ
ଦୁନିଆରେ ହିଁ ଆସି ସମସ୍ତଙ୍କୁ ପବିତ୍ର କରିବାକୁ ପଡୁଛି । ତେଣୁ ଏପରି ଶିକ୍ଷକଙ୍କର ଖାତିରି
ମଧ୍ୟ କରିବା ଉଚିତ୍ ନା । ଅନେକ ଅଛନ୍ତି ଯେଉଁମାନେ ଖାତିରି କରିବା ଜାଣି ହିଁ ନାହାଁନ୍ତି । ଏଭଳି
ମଧ୍ୟ ଡ୍ରାମାରେ ହେବାର ଅଛି । ରାଜଧାନୀରେ ତ କ୍ରମାନ୍ୱୟରେ ସବୁ ପ୍ରକାରର ପଦ ଦରକାର ନା । ତେଣୁ
ସବୁ ପ୍ରକାରର ପଦ ଏହିଠାରେ ହିଁ ହେଉଛି । ଯେଉଁମାନଙ୍କର କମ୍ ପଦ ସେମାନେ ନା ପଢିବେ, ନା
ବାବାଙ୍କ ସ୍ମୃତିରେ ରହିବେ । ସେମାନଙ୍କର ଅବସ୍ଥା ହିଁ ସେହିପରି ହେବ । ଇଏ ବହୁତ ବିଚିତ୍ର ବାବା
ଅଟନ୍ତି ନା । ଏହାଙ୍କର ଚଳଣୀ ମଧ୍ୟ ଅଲୌକିକ ଅଟେ । ତାଙ୍କ ସଦୃଶ ପାର୍ଟ ଅନ୍ୟ କାହାକୁ
ମିଳିପାରିବ ନାହିଁ । ବାବା ଆସି ତୁମମାନଙ୍କୁ କେତେ ଉଚ୍ଚ ପାଠ ପଢାଉଛନ୍ତି, ତେଣୁ ପାଠପଢାର
ସମ୍ମାନ ମଧ୍ୟ ରଖିବା ଦରକାର । ତାଙ୍କ ଶ୍ରୀମତରେ ଚାଲିବା ଦରକାର । କିନ୍ତୁ ମାୟା ବାରମ୍ବାର
ଭୁଲାଇ ଦେଉଛି । ମାୟା ଏତେ ଶକ୍ତିଶାଳୀ ଯେ ଭଲ ଭଲ ସନ୍ତାନମାନଙ୍କୁ ମଧ୍ୟ ତଳେ ପକାଇଦେଉଛି । ବାବା
ତୁମମାନଙ୍କୁ କେତେ ଧନବାନ୍ କରୁଛନ୍ତି କିନ୍ତୁ ମାୟା ଏକଦମ୍ ତୁମର ମୁହଁକୁ ବୁଲାଇଦେଉଛି । ତେଣୁ
ମାୟାଠାରୁ ନିଜକୁ ରକ୍ଷା କରିବାକୁ ହେଲେ ବାବାଙ୍କୁ ନିଶ୍ଚିତ ମନେ ପକାଇବାକୁ ପଡିବ । ବହୁତ ଭଲ
ଭଲ ସନ୍ତାନମାନେ ମଧ୍ୟ ବାବାଙ୍କର ହୋଇ ପୁଣି ମାୟାର ହୋଇଯାଉଛନ୍ତି, ସେ କଥା ନ କହିଲେ ଭଲ, ପକ୍କା
ଟ୍ରେଟର ଅର୍ଥାତ୍ ବିଶ୍ୱାସଘାତକ ହୋଇଯାଉଛନ୍ତି । ମାୟା ଏକଦମ୍ ନାକକୁ ଧରିନେଉଛି । ଶାସ୍ତ୍ରରେ
ମଧ୍ୟ ବର୍ଣ୍ଣିତ ରହିଛି ନା - ଗଜକୁ କୁମ୍ଭୀର ଧରିଥିଲା । କିନ୍ତୁ ଏହାର ଅର୍ଥକୁ କେହି ବି
ବୁଝୁନାହାଁନ୍ତି । ବାବା ପ୍ରତ୍ୟେକ କଥା ଭଲ ଭାବରେ ବୁଝାଉଛନ୍ତି । କେତେକ ସନ୍ତାନ ବୁଝୁଛନ୍ତି
କିନ୍ତୁ ପୁରୁଷାର୍ଥର କ୍ରମାନୁସାରେ । କାହାକୁ ତ ସାମାନ୍ୟ ଧାରଣା ମଧ୍ୟ ହେଉନାହିଁ । ବହୁତ ଉଚ୍ଚ
ପାଠପଢା ଅଟେ ନା । ତେଣୁ ଏହାକୁ ଧାରଣା କରିପାରୁ ନାହାଁନ୍ତି । ବାବା କହୁଛନ୍ତି ସେମାନଙ୍କର
ଭାଗ୍ୟରେ ରାଜ୍ୟ ଭାଗ୍ୟ ନାହିଁ । କେହି ଅରଖ, କେହି ସୁଗନ୍ଧଯୁକ୍ତ ଫୁଲ ଅଟନ୍ତି । ଏହା ଭେରାଇଟୀ
ଫୁଲର ବଗିଚା ଅଟେ ନା । ଏପରି ରହିବା ମଧ୍ୟ ଦରକାର ନା । ରାଜଧାନୀରେ ତୁମମାନଙ୍କୁ ଚାକର ବାକର
ମଧ୍ୟ ମିଳିବେ । ନଚେତ୍ ଚାକର ବାକର କିପରି ମିଳିବେ । ରାଜତ୍ୱ ଏହିଠାରେ ହିଁ ପ୍ରସ୍ତୁତ ହେଉଛି ।
ଚାକର, ବାକର, ଚଣ୍ଡାଳ ଆଦି ସବୁ ମିଳିବେ । ରାଜଧାନୀ ସ୍ଥାପନ ହେଉଛି । କେତେ ଆଶ୍ଚର୍ଯ୍ୟର କଥା
ଅଟେ ନା । ବାବା ତୁମମାନଙ୍କୁ ଏତେ ଉଚ୍ଚ କରୁଛନ୍ତି ତେଣୁ ଏପରି ବାବାଙ୍କୁ ସ୍ମରଣ କରି ପ୍ରେମର
ଅଶ୍ରୁ ବହି ଆସିବା ଦରକାର ।
ତୁମେମାନେ ମାଳାର ଦାନ
ହେଉଛ ନା । କହୁଛ ବାବା ଆପଣ କେତେ ବିଚିତ୍ର ଅଟନ୍ତି । କିପରି ଆସି ଆମ ପତିତମାନଙ୍କୁ ପବିତ୍ର
କରିବା ପାଇଁ ପାଠ ପଢାଉଛନ୍ତି । ଭକ୍ତିମାର୍ଗରେ ଶିବଙ୍କର ପୂଜା କରୁଛନ୍ତି କିନ୍ତୁ ବୁଝୁ
ନାହାନ୍ତି ଯେ ଇଏ ପତିତ ପାବନ ଅଟନ୍ତି, ତଥାପି ବି ଡାକୁଛନ୍ତି - ହେ ପତିତ ପାବନ ଆସ, ଆସି ଆମକୁ
ସର୍ବଗୁଣ ସମ୍ପନ୍ନ ଦେବୀ-ଦେବତା କର । ତେବେ ପିଲାମାନଙ୍କର ଆଜ୍ଞାକୁ ମଧ୍ୟ ବାବା ମାନୁଛନ୍ତି ଏବଂ
ଯେତେବେଳେ ଆସୁଛନ୍ତି କହୁଛନ୍ତି କି - ପିଲାମାନେ ପବିତ୍ର ହୁଅ । ଏଥିପାଇଁ ହିଁ ସବୁ ହଙ୍ଗାମା
ହେଉଛି । ବାବା କେତେ ୱାଣ୍ଡରଫୁଲ ଅଟନ୍ତି ନା । ପିଲାମାନଙ୍କୁ କହୁଛନ୍ତି ମୋତେ ମନେ ପକାଇଲେ ପାପ
କଟିଯିବ । ବାବା ଜାଣିଛନ୍ତି ଯେ, ମୁଁ ଆତ୍ମାମାନଙ୍କ ସହିତ କଥା ହେଉଛି । ସବୁକିଛି ଆତ୍ମା ହିଁ
କରୁଛି, ବିକର୍ମ ମଧ୍ୟ ଆତ୍ମା ହିଁ କରୁଛି । ଆତ୍ମା ହିଁ ଶରୀର ଦ୍ୱାରା ସମସ୍ତ କର୍ମର ଫଳ ଭୋଗ
କରୁଛି । ତୁମ ପାଇଁ ମଧ୍ୟ ଟ୍ରିବୁନାଲ୍ ଅର୍ଥାତ୍ ଅଦାଲତ ବସିବ । ଖାସ୍ ସେହିମାନଙ୍କ ପାଇଁ ଯିଏ
ଯୋଗ୍ୟ ସେବାଧାରୀ ହୋଇ ପୁଣି ବିଶ୍ୱାସଘାତକ ହୋଇଯାଉଛନ୍ତି । ଏକଥା ବାବା ହିଁ ଜାଣିଛନ୍ତି, କିପରି
ମାୟା ଗିଳି ଦେଉଛି । ତେଣୁ ସେମାନେ କହୁଛନ୍ତି, ବାବା ଆମେ ହାରିଗଲୁ, ମୁହଁ କଳା କରିଦେଲୁ... ଏବେ
କ୍ଷମା କର । ତଳକୁ ଖସି ମାୟାର ହେଲ, ପୁଣି କ୍ଷମା କ’ଣ ପାଇଁ ମାଗୁଛ । ତାଙ୍କୁ ପୁଣି ବହୁତ ବହୁତ
ମେହନତ କରିବାକୁ ପଡିବ । ଅନେକ ଅଛନ୍ତି ଯେଉଁମାନେ ମାୟାଠାରୁ ହାରିଯାଉଛନ୍ତି । ବାବା କହୁଛନ୍ତି
- ଏଠାରେ ବାବାଙ୍କ ପାଖରେ ସବୁ ବିକାରକୁ ଦାନ ଦେଇଯାଅ, ପୁଣି କେବେ ଫେରାଇ ନେବ ନାହିଁ । ନଚେତ୍
ତୁମର ସବୁ କିଛି ଖଲାସ୍ ହୋଇଯିବ । ହରିଶ୍ଚନ୍ଦ୍ରଙ୍କର ଉଦାହରଣ ରହିଛି ନା । ଦାନ ଦେଇ ପୁଣି ବହୁତ
ଖବରଦାର ରହିବାକୁ ହେବ । ଯଦି ଫେରାଇ ନେବ ତେବେ ଶହେଗୁଣା ଦଣ୍ଡ ଭୋଗ କରିବାକୁ ପଡିବ, ପୁଣି ବହୁତ
ଛୋଟ ପଦ ପାଇବ । ପିଲାମାନେ ଜାଣିଛନ୍ତି, ଏବେ ରାଜଧାନୀ ସ୍ଥାପନ ହେଉଛି । ଅନ୍ୟ ଧର୍ମର
ଧର୍ମସ୍ଥାପକମାନେ ଯେଉଁ ଧର୍ମ ସ୍ଥାପନ କରୁଛନ୍ତି, ତାଙ୍କର ଆରମ୍ଭରୁ ରାଜତ୍ୱ ଚାଲୁନାହିଁ ।
୫୦-୬୦ କୋଟି ହେବେ ତେବେ ଯାଇ ସେନାବାହିନୀ ହେବ । ଆରମ୍ଭରୁ ତ ଜଣେ ଦୁଇଜଣ ଆସୁଛନ୍ତି, ପୁଣି
ବୃଦ୍ଧି ହେଉଛି । ତୁମେମାନେ ଜାଣିଛ ଯୀଶୁଖ୍ରୀଷ୍ଟ ମଧ୍ୟ କୌଣସି ନା କୌଣସି ବେଶରେ ଆସିବେ, ଅତି
ସାଧାରଣ ରୂପରେ ଯିଏ ପ୍ରଥମ ନମ୍ବରରେ ଥିଲେ ସିଏ ନିଶ୍ଚିତ ଲାଷ୍ଟ ନମ୍ବରରେ ଆସିବେ । ତେବେ
ଖ୍ରୀଷ୍ଟିୟାନ୍ମାନେ ତୁରନ୍ତ କହିବେ ବାସ୍ତବରେ ଖ୍ରୀଷ୍ଟ ଏହି ସମୟରେ ଅତି ସାଧାରଣ ରୂପରେ ଅଛନ୍ତି
। ଭାବୁଛନ୍ତି ପୁର୍ନଜନ୍ମ ତ ନେବାକୁ ହିଁ ହେବ । ତମଃପ୍ରଧାନ ତ ସମସ୍ତଙ୍କୁ ନିଶ୍ଚୟ ହେବାକୁ
ପଡିବ । ବର୍ତ୍ତମାନ ସମଗ୍ର ଦୁନିଆ ତମଃପ୍ରଧାନ, ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଛି । ତେଣୁ ଏହି ପୁରୁଣା
ଦୁନିଆର ବିନାଶ ନିଶ୍ଚୟ ହେବ । ଖ୍ରୀଷ୍ଟିୟାନ୍ମାନେ ମଧ୍ୟ କହିଥା’ନ୍ତି ଖ୍ରୀଷ୍ଟଙ୍କର ୩ ହଜାର
ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା ପୁଣି ଏବେ ନିଶ୍ଚିତ ହେବ । କିନ୍ତୁ ଏ କଥା ବୁଝାଇବ କିଏ ।
ବାବା କହୁଛନ୍ତି, ବର୍ତ୍ତମାନ ସେହି ଅବସ୍ଥା ପିଲାମାନଙ୍କର ହୋଇନାହିଁ । ଘଡି ଘଡି ଲେଖୁଛନ୍ତି ଆମେ
ଯୋଗରେ ରହିପାରୁ ନାହୁଁ । ପିଲାମାନଙ୍କର ଚାଲିଚଳଣିରୁ ବୁଝିଯାଉଛନ୍ତି । ବାବାଙ୍କୁ ସମାଚାର
ଦେବାକୁ ମଧ୍ୟ ଡରୁଛନ୍ତି । ବାବା ତ ସନ୍ତାନମାନଙ୍କୁ କେତେ ସ୍ନେହ କରୁଛନ୍ତି । ସ୍ନେହରେ
ନମସ୍କାର କରୁଛନ୍ତି । କିନ୍ତୁ ପିଲାମାନଙ୍କ ଭିତରେ ବହୁତ ଅହଂକାର ରହୁଛି । ଭଲ ଭଲ
ସନ୍ତାନମାନଙ୍କୁ ମଧ୍ୟ ମାୟା ଭୁଲାଇ ଦେଉଛି । ବାବା ବୁଝିପାରୁଛନ୍ତି, କହୁଛନ୍ତି ମୁଁ ଜ୍ଞାନର
ସାଗର ଅଟେ । ସର୍ବଜ୍ଞର ଅର୍ଥ ନୁହେଁ ଯେ ମୁଁ ସମସ୍ତଙ୍କର ଅନ୍ତରକୁ ଜାଣିଛି । ମୁଁ ପାଠ ପଢାଇବା
ପାଇଁ ଆସିଛି, ଏମିତି ନୁହେଁ କି ସମସ୍ତଙ୍କର ସଂକଳ୍ପକୁ ଜାଣିବା ପାଇଁ ଆସିଛ । ମୁଁ କାହାକୁ
ଅନୁଧ୍ୟାନ କରୁନାହିଁ । ଏହି ସାକାର ବ୍ରହ୍ମା ମଧ୍ୟ ଅନୁଧ୍ୟାନ କରୁନାହାଁନ୍ତି । ଏହାଙ୍କୁ
ସବୁକିଛି ଭୁଲିବାକୁ ହେବ । ତେଣୁ ଅନୁଧ୍ୟାନ କାହିଁକି କରିବେ । ତୁମେ ଏଠାକୁ ପାଠ ପଢିବା ପାଇଁ
ଆସୁଛ । ଭକ୍ତିମାର୍ଗ ଅଲଗା । ତଳକୁ ଖସିବାର ଉପାୟ ମଧ୍ୟ ଦରକାର ନା । ଏହିସବୁ କଥା ପାଇଁ ତୁମକୁ
ତଳକୁ ଖସିବାକୁ ପଡୁଛି । ଡ୍ରାମାର ଖେଳ ହିଁ ଏହିପରି ତିଆରି ହୋଇଛି । ଭକ୍ତିମାର୍ଗର ଶାସ୍ତ୍ର ପଢି
ପଢି ତୁମେମାନେ ତଳକୁ ଖସି ତମଃପ୍ରଧାନ ହେଉଛ । ଏବେ ତୁମମାନଙ୍କୁ ଏହି ଛି ଛି ଦୁନିଆରେ ବିଲ୍କୁଲ୍
ରହିବାର ନାହିଁ । କଳିଯୁଗରୁ ପୁଣି ସତ୍ୟଯୁଗକୁ ଆସିବ । ବର୍ତ୍ତମାନ ସଂଗମଯୁଗ । ଏହି ସବୁ କଥାକୁ
ଧାରଣ କରିବାକୁ ହେବ । ବାବା ହିଁ ବୁଝାଉଛନ୍ତି ବାକି ସମଗ୍ର ଦୁନିଆର ମନୁଷ୍ୟମାନଙ୍କ ବୁଦ୍ଧିରେ
ଗଡରେଜ୍ର ତାଲା ଲାଗିଛି । ତୁମେମାନେ ବୁଝୁଛ - ଯେଉଁମାନେ ଦୈବୀଗୁଣଧାରୀ ଥିଲେ ସେହିମାନେ ହିଁ
ପୁଣି ଆସୁରୀ ଗୁଣଧାରୀ ହେଉଛନ୍ତି । ବାବା ବୁଝାଉଛନ୍ତି ଏବେ ଭକ୍ତିମାର୍ଗର କଥା ସବୁ ଭୁଲିଯାଅ ।
ମୁଁ ଯାହା ଶୁଣାଉଛି, ତାକୁ ଶୁଣ, ହିଅର ନୋ ଇଭିଲ୍ (ଖରାପ କଥା ଶୁଣ ନାହିଁ)... । ଏବେ କେବଳ ମୋ
ଠାରୁ ଶୁଣ । ଏବେ ମୁଁ ତୁମକୁ ଉଦ୍ଧାର କରିବାକୁ ଆସିଛି ।
ତୁମେମାନେ ଈଶ୍ୱରୀୟ
ସମ୍ପ୍ରଦାୟର ଅଟ । ପ୍ରଜାପିତା ବ୍ରହ୍ମାଙ୍କର ମୁଖ କମଳ ଦ୍ୱାରା ତୁମେ ସୃଷ୍ଟି ହୋଇଛ ନା । ତୁମେ
ସବୁ ତାଙ୍କର ପୋଷ୍ୟ ସନ୍ତାନ ଅଛନ୍ତି । ତାଙ୍କୁ ଆଦିଦେବ କୁହାଯାଉଛି । ମହାବୀର ମଧ୍ୟ କୁହାଯାଉଛି
। ତୁମେମାନେ ମଧ୍ୟ ମହାବୀର ଅଟ ନା, ଯିଏକି ଯୋଗବଳ ଦ୍ୱାରା ମାୟା ଉପରେ ବିଜୟ ପ୍ରାପ୍ତ କରୁଛ ।
ବାବାଙ୍କୁ ଜ୍ଞାନର ସାଗର କୁହାଯାଉଛି । ଜ୍ଞାନ ସାଗର ବାବା ତୁମମାନଙ୍କୁ ଅବିନାଶୀ ଜ୍ଞାନ ରତ୍ନର
ଥାଳି ଭରପୁର କରିଦେଉଛନ୍ତି । ତୁମକୁ ମାଲାମାଲ୍ କରିଦେଉଛନ୍ତି । ଯିଏ ଯେତେ ଜ୍ଞାନ ଧାରଣ କରିବେ
ସିଏ ସେତେ ଉଚ୍ଚ ପଦ ପାଇବେ, କିନ୍ତୁ ଯିଏ ଜ୍ଞାନର ଧାରଣା କରିବେ ନାହିଁ ସିଏ ନିଶ୍ଚୟ କମ୍ ପଦ
ପାଇବେ । ବାବାଙ୍କଠାରୁ ତୁମେ କୁବେର ସମ୍ପତ୍ତି ପାଉଛ । ଆଲ୍ଲା ଅବଲଦୀନ୍ର କାହାଣୀ ମଧ୍ୟ ରହିଛି
ନା । ତୁମେମାନେ ଜାଣିଛ, ସେଠାରେ ଆମ ପାଇଁ କୌଣସି ଅପ୍ରାପ୍ତ ବସ୍ତୁ ରହିବ ନାହିଁ । ୨୧ ଜନ୍ମ
ପାଇଁ ବାବା ବର୍ସା ଦେଇ ଦେଉଛନ୍ତି । ବେହଦର ବାବା ବେଦହର ବର୍ସା ଦେଉଛନ୍ତି । ସେଥିପାଇଁ ବିନାଶୀ
ସମ୍ପତ୍ତି ମିଳିଥିଲେ ମଧ୍ୟ ବେହଦର ବାବାଙ୍କୁ ନିଶ୍ଚୟ ସ୍ମରଣ କରୁଛନ୍ତି - ହେ ପରମାତ୍ମା ଦୟା କର,
କୃପା କର । ଏ କଥା କେହି ବି ଜାଣି ନାହାଁନ୍ତି ଯେ, ସେ କ’ଣ ଦେଉଛନ୍ତି । ଏବେ ତୁମେମାନେ ଜାଣୁଛ
ବାବା ତ ଆମକୁ ବିଶ୍ୱର ମାଲିକ କରୁଛନ୍ତି । ଚିତ୍ରରେ ମଧ୍ୟ ଅଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ।
ଏବେ ବ୍ରହ୍ମା ସାଧାରଣ ରୂପରେ ତୁମ ସମ୍ମୁଖରେ ବସିଛନ୍ତି । ବାବା ତାଙ୍କ ଦ୍ୱାରା ନୂଆ ଦୁନିଆର
ସ୍ଥାପନା କରୁଛନ୍ତି ତେଣୁ ନିଶ୍ଚିତ ତାଙ୍କୁ ହିଁ ମାଲିକ କରିବେ ନା । ବାବା କେତେ ଭଲ ଭାବରେ
ବୁଝାଉଛନ୍ତି । ଯେଉଁ କଥାକୁ ତୁମେମାନେ ଭଲ ଭାବରେ ବୁଝାଇପାରିବ ନାହିଁ । ଭକ୍ତିମାର୍ଗରେ
ଶଙ୍କରଙ୍କ ଆଗକୁ ଯାଇ କହନ୍ତି - ଝୋଲୀ ଭରିଦିଅ । ଆତ୍ମା କହୁଛି, ମୁଁ ଏବେ କାଙ୍ଗାଳ ହୋଇଯାଇଛି ।
ମୋର ଝୋଲୀ ଅର୍ଥାତ୍ ଭାଗ୍ୟକୁ ଭରିଦିଅ । ମୋତେ ଏପରି କର । ଏବେ ତୁମେମାନେ ତୁମର ଝୁଲାମୁଣିକୁ
ଭରିବାକୁ ଆସିଛ । କହୁଛନ୍ତି, ଆମେ ନରରୁ ନାରାୟଣ ହେବାକୁ ଚାହୁଁଛୁ । ତେବେ ଏହା ହିଁ ନରରୁ
ନାରାୟଣ ହେବାର ପାଠପଢା । ଏହି ପୁରୁଣା ଦୁନିଆକୁ ଆସିବାକୁ ମନ କାହାର ହେବ? କିନ୍ତୁ ନୂଆ ଦୁନିଆକୁ
ସମସ୍ତେ ତ ଆସିପାରିବେ ନାହିଁ । କେହି କେହି ୨୫ ଶତକଡା ପୁରୁଣାରେ ଆସିବେ । କିଛି କମ୍ ତ ହେବ ନା
। ସାମାନ୍ୟ କାହାକୁ ସନ୍ଦେଶ ଦେଲେ ମଧ୍ୟ ତୁମେ ସ୍ୱର୍ଗର ମାଲିକ ନିଶ୍ଚୟ ହେବ । ଏବେ ନର୍କର
ମାଲିକ ମଧ୍ୟ ସମସ୍ତେ ହୋଇଛନ୍ତି ନା । ରାଜା, ରାଣୀ, ପ୍ରଜା ସମସ୍ତେ ନର୍କର ମାଲିକ ଅଟନ୍ତି ।
ସେଠାରେ ଦୁଇମୁକୁଟଧାରୀ ଥିଲ । ଯାହାକି ଏବେ ନାହିଁ । ଆଜିକାଲି ଧର୍ମ ଆଦିକୁ କେହି ମାନୁ
ନାହାଁନ୍ତି । ଦେବୀ ଦେବତା ଧର୍ମ ହିଁ ସମାପ୍ତ ହୋଇଯାଇଛି । କୁହାଯାଏ ରିଲିଜନ୍ ଇଜ୍ ମାଇଟ୍ (ଧର୍ମ
ହିଁ ଶକ୍ତି), ଧର୍ମକୁ ମାନୁ ନାହାଁନ୍ତି ତେଣୁ ଶକ୍ତି ନାହିଁ । ବାବା ବୁଝାଉଛନ୍ତି - ମଧୁର
ସନ୍ତାନମାନେ, ତୁମେମାନେ ହିଁ ପୂଜ୍ୟରୁ ପୂଜାରୀ ହେଉଛ । ୮୪ ଜନ୍ମ ନେଉଛ ନା । ଆମେ ବ୍ରାହ୍ମଣ,
ପୁଣି ଦେବତା କ୍ଷତ୍ରୀୟ ଆମେ ହିଁ ହେବୁ । ବୁଦ୍ଧିରେ ଏହି ସମସ୍ତ ଚକ୍ର ଆସୁଛି ନା । ଆମେ ଏହି ୮୪
ଜନ୍ମର ଚକ୍ର ଲଗାଇ ଚାଲିଛୁ ଏବେ ପୁଣି ଘରକୁ ଯିବାକୁ ହେବ । କିନ୍ତୁ ସେଠାକୁ କେହି ପତିତ
ଯାଇପାରିବେ ନାହିଁ । ଆତ୍ମା ହିଁ ପତିତ ଅଥବା ପାବନ ହେଉଛି । ସୁନାରେ ଖାଦ ମିଶିଥାଏ, ଅଳଙ୍କାରରେ
ମିଶି ନ ଥାଏ । ଏହା ହେଉଛି ଜ୍ଞାନ ଅଗ୍ନି ଯେଉଁଥିରେ ସମସ୍ତ ଖାଦ ବାହାରିଯିବ ଏବଂ ତୁମେ ପକ୍କା
ସୁନା ହୋଇଯିବ, ପୁଣି ତୁମକୁ ଭଲ ଅଳଙ୍କାର ଅର୍ଥାତ୍ ଶରୀର ମିଳିବ । ଏବେ ଆତ୍ମା ପତିତ ହୋଇଯାଇଛି,
ତେଣୁ ପବିତ୍ରମାନଙ୍କ ସମ୍ମୁଖରେ ଅପବିତ୍ର ମାନେ ନମସ୍କାର କରୁଛନ୍ତି । ଆତ୍ମା ତ ସବୁକିଛି କରୁଛି
ନା । ଏବେ ବାବା ବୁଝାଉଛନ୍ତି - ପିଲାମାନେ, କେବଳ ମୋତେ ମନେ ପକାଇଲେ ବେଡା ପାରି ହୋଇଯିବ,
ପବିତ୍ର ହୋଇ ପବିତ୍ର ଦୁନିଆକୁ ଚାଲିଯିବ । ଏବେ ଯିଏ ଯେତେ ପୁରୁଷାର୍ଥ କରିପାରିବେ । ସମସ୍ତଙ୍କୁ
ଏହି ପରିଚୟ ଦେଇଚାଲ । ସେ ହେଲେ ହଦର ପିତା ଇଏ ବେହଦର ପିତା । ସ୍ୱର୍ଗର ବର୍ସା ଦେବା ପାଇଁ ବାବା
ସଂଗମଯୁଗରେ ହିଁ ଆସୁଛନ୍ତି । ତେଣୁ ଏପରି ବାବାଙ୍କୁ ନିରନ୍ତର ସ୍ମରଣ କରିବାକୁ ପଡିବ ନା ।
ଛାତ୍ର କେବେ କ’ଣ ଶିକ୍ଷକଙ୍କୁ ଭୁଲିଯାଆନ୍ତି! କିନ୍ତୁ ଏଠାରେ ମାୟା ଭୁଲାଇ ଦେଉଛି । ତୁମମାନଙ୍କୁ
ବହୁତ ସାବଧାନ ରହିବାକୁ ହେବ । ଏହା ଯୁଦ୍ଧ ଭୂମି ଅଟେ ନା । ବାବା କହୁଛନ୍ତି, ଏବେ ବିକାରଗ୍ରସ୍ତ
ହୁଅ ନାହିଁ, ଅପବିତ୍ର ହୁଅ ନାହିଁ । ଏବେ ତ ସ୍ୱର୍ଗକୁ ଯିବାକୁ ହେବ । ତେବେ ତୁମେମାନେ ପବିତ୍ର
ହେଲେ ହିଁ ପବିତ୍ର ନୂଆ ଦୁନିଆର ମାଲିକ ହୋଇପାରିବ । ମୁଁ ତୁମକୁ ବିଶ୍ୱର ରାଜତ୍ୱ ଦେଉଛି । କ’ଣ
କମ୍ କଥା କି! ସେଥିପାଇଁ କେବଳ ଏହି ଗୋଟିଏ ଜନ୍ମ ପବିତ୍ର ହୋଇ ରୁହ । ଯଦି ଏବେ ପବିତ୍ର ନ ହେବ
ତେବେ ତଳକୁ ଖସିଯିବ । ବହୁତ ପ୍ରଲୋଭନ ରହିଛି । କାମ ଉପରେ ବିଜୟ ପ୍ରାପ୍ତ କରିଲେ ତୁମେ ସାରା
ଜଗତର ମାଲିକ ହୋଇଯିବ । ତୁମେମାନେ ସ୍ପଷ୍ଟ ଭାବରେ କହିପାରିବ ଯେ ପରମପିତା ପରମାତ୍ମା ହିଁ
ଜଗତଗୁରୁ ଅଟନ୍ତି ଯିଏ ସମଗ୍ର ଜଗତକୁ ସଦ୍ଗତି ଦେଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅବିନାଶୀ
ଜ୍ଞାନରତ୍ନ ଦ୍ୱାରା ବୁଦ୍ଧିରୂପକ ଝୁଲାମୁଣିକୁ ଭରପୁର କରି ମାଲାମାଲ୍ ହେବାକୁ ପଡିବ । କୌଣସି
ପ୍ରକାରର ଅହଂକାର ଦେଖାଇବା ଉଚିତ୍ ନୁହେଁ ।
(୨) ସେବା କରିବାର
ଯୋଗ୍ୟ ହେବା ପରେ କେବେହେଲେ ବିଶ୍ୱାସଘାତକ ହୋଇ ଅପସେବା କରିବା ଉଚିତ୍ ନୁହେଁ । ଦାନ ଦେବା ପରେ
ବହୁତ ବହୁତ ଖବରଦାର ହୋଇ ରହିବାକୁ ହେବ, କେବେ ବି ଦାନ ଦେଇଥିବା ବସ୍ତୁକୁ ଫେରାଇ ନେବାର ବିଚାର
ଆସିବା ଉଚିତ୍ ନୁହେଁ ।
ବରଦାନ:-
ସିଧାସଳଖ
ପରମାତ୍ମ ଲାଇଟ୍ର ସଂଯୋଗ ଦ୍ୱାରା ଅନ୍ଧକାରକୁ ହଟାଉଥିବା ଲାଇଟ୍ ହାଉସ୍ ଭବ ।
ତୁମମାନଙ୍କ ପାଖରେ
ସିଧାସଳଖ ପରମାତ୍ମ ଲାଇଟ୍ର କନେକ୍ଶନ୍ ଅଛି । କେବଳ ସ୍ୱମାନର ସ୍ମୃତିର ସ୍ୱିଚ୍ ଡାଇରେକ୍ଟ
ଲାଇନ୍ ସହିତ ଅନ୍ କରିଦିଅ ତେବେ ଆଲୋକ ମିଳିଯିବ ଏବଂ କେତେ ବି ସୂର୍ଯ୍ୟର ଆଲୋକକୁ ଲୁଚାଇ ଦେବା
ଭଳି କଳା ବାଦଲ ହୋଇଥିଲେ ମଧ୍ୟ ତୁରନ୍ତ ହଟିଯିବ । ଏହାଦ୍ୱାରା ନିଜେ ତ ଆଲୋକ ଭିତରେ ନିଶ୍ଚିତ
ରହିବ କିନ୍ତୁ ଅନ୍ୟମାନଙ୍କ ପାଇଁ ମଧ୍ୟ ଲାଇଟ୍ ହାଉସ୍ ପାଲଟିଯିବ ।
ସ୍ଲୋଗାନ:-
ତୁମେ ଯଦି
ସ୍ୱପୁରୁଷାର୍ଥରେ ତୀବ୍ର ହୋଇଯିବ, ତେବେ ତୁମର ପ୍ରକମ୍ପନ ଦ୍ୱାରା ଅନ୍ୟମାନଙ୍କର ମାୟା ମଧ୍ୟ
ସହଜରେ ହଟିଯିବ ।