29.11.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ସଚ୍ଚା-ସଚ୍ଚା ରାଜଋଷି ଅଟ, ତୁମର କର୍ତ୍ତବ୍ୟ ହେଲା ତପସ୍ୟା କରିବା, ତପସ୍ୟା ଦ୍ୱାରା ହିଁ ପୂଜା ପାଇବା ଯୋଗ୍ୟ ହେବ ।”

ପ୍ରଶ୍ନ:-
କେଉଁ ପୁରୁଷାର୍ଥ ସଦାକାଳ ପାଇଁ ତୁମକୁ ପୂଜନ ଯୋଗ୍ୟ କରିଦେଉଛି?

ଉତ୍ତର:-
ଆତ୍ମାର ଜ୍ୟୋତି ଜାଗ୍ରତ କରିବା ଅଥବା ତମୋପ୍ରଧାନ ଆତ୍ମାକୁ ସତ୍ତ୍ୱପ୍ରଧାନ କରିବାର ପୁରୁଷାର୍ଥ କର ତେବେ ସଦାକାଳ ପାଇଁ ପୂଜା ଯୋଗ୍ୟ ହୋଇଯିବ । ଯେଉଁମାନେ ବର୍ତ୍ତମାନ ଅବହେଳା କରିବେ ସେମାନେ ବହୁତ କାନ୍ଦିବେ । ଯଦି ପୁରୁଷାର୍ଥ କରି ପାସ୍ ନ ହେଲ, ଧର୍ମରାଜଙ୍କ ଦ୍ୱାରା ଦଣ୍ଡିତ ହେଲ ତେବେ ଦଣ୍ଡ ପାଉଥିବା ଆତ୍ମା ପୂଜା ପାଇପାରିବେ ନାହିଁ । ଯେଉଁଦିନ ଦଣ୍ଡ ଭୋଗ କରିବେ ସେମାନେ ଲଜ୍ଜାରେ ମୁଣ୍ଡ ଟେକି ପାରିବେ ନାହିଁ ।

ଓମ୍ ଶାନ୍ତି ।
ଆତ୍ମାମାନଙ୍କୁ ଆତ୍ମାର ପିତା ବସି ବୁଝାଉଛନ୍ତି । ପ୍ରଥମେ-ପ୍ରଥମେ କହୁଛନ୍ତି - ନିଜକୁ ଆତ୍ମା ନିଶ୍ଚୟ କର । ପ୍ରଥମେ ଆତ୍ମା, ପରେ ଶରୀର । ଯେଉଁଠି ବି ହେଉ, ପ୍ରଦର୍ଶନୀ ଅଥବା ମିୟ୍ୟୁଜିୟମ୍‌ରେ, କ୍ଲାସ୍‌ରେ ପ୍ରଥମେ-ପ୍ରଥମେ ଏହି ସାବଧାନୀ ଦେବାକୁ ହେବ ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ପିଲାମାନେ ଯେତେବେଳେ କ୍ଳାସରେ ବସୁଛନ୍ତି ସମସ୍ତେ ଦେହୀ-ଅଭିମାନୀ ହୋଇ ବସୁ ନାହାଁନ୍ତି । ଏଠାରେ ବସିଥିଲେ ମଧ୍ୟ ବୁଦ୍ଧି କୁଆଡେ କୁଆଡେ ଚାଲିଯାଉଛି । ସତସଙ୍ଗମାନଙ୍କରେ ମଧ୍ୟ ଯେ ପର୍ଯ୍ୟନ୍ତ ସାଧୁ ଆଦି ନ ଆସିଥା’ନ୍ତି ସେ ପର୍ଯ୍ୟନ୍ତ ବସି କ’ଣ କରିଥା’ନ୍ତି । ମନରେ କୌଣସି ନାଁ କୌଣସି ବିଚାର ଚାଲୁଥାଏ । ପୁଣି ସାଧୁ ଆସିଗଲା ପରେ କଥା ଆଦି ଶୁଣିବାରେ ଲାଗିଯା’ନ୍ତି । ବାବା ବୁଝାଉଛନ୍ତି - ଏସବୁ ହେଲା ଭକ୍ତିମାର୍ଗର ଶୁଣିବା-ଶୁଣାଇବାର କଥା । ବାବା ବୁଝାଉଛନ୍ତି ଏସବୁ ହେଉଛି କୃତ୍ରିମ । ଏଥିରେ କିଛି ବି ସାରାଂଶ ନାହିଁ । ଦୀପାବଳିକୁ ମଧ୍ୟ ଆର୍ଟିଫିସିଆଲ୍ (କୃତ୍ରିମ) ରୂପରେ ପାଳନ କରୁଛନ୍ତି । ବାବା ବୁଝାଇଛନ୍ତି - ଜ୍ଞାନର ତୃତୀୟ ନେତ୍ର ଖୋଲିବା ଦରକାର ଯେପରି ଘରେ-ଘରେ ପ୍ରକାଶ ହେବ । ଏବେ ତ ଘରେ-ଘରେ ଅନ୍ଧକାର ହିଁ ଅନ୍ଧକାର ରହିଛି । ଏ ସବୁ ବାହାରର ପ୍ରକାଶ । ତୁମେ ନିଜର ଜ୍ୟୋତିକୁ ଜାଗ୍ରତ କରିବା ପାଇଁ ବିଲ୍‌କୁଲ୍ ଶାନ୍ତ ହୋଇ ବସୁଛ । ପିଲାମାନେ ଜାଣିଛନ୍ତି ଯେ ସ୍ୱଧର୍ମରେ ସ୍ଥିତ ହୋଇ ରହିଲେ ପାପ କଟିଯିବ । ଜନ୍ମ-ଜନ୍ମାନ୍ତରର ପାପ ଏହି ଯୋଗର ଯାତ୍ରା ଦ୍ୱାରା ହିଁ କଟିବ । ବର୍ତ୍ତମାନ ଆତ୍ମାର ଜ୍ୟୋତି ଲିଭିଯାଇଛି ନା । ଶକ୍ତି ରୂପି ପେଟ୍ରୋଲ୍ ଶେଷ ହୋଇଯାଇଛି । ତାହା ପୁଣି ଭରିଯିବ କାହିଁକି ନା ଆତ୍ମା ପବିତ୍ର ହୋଇଯାଉଛି । କେତେ ରାତି-ଦିନର ଫରକ ରହିଛି । ଏବେ ଲକ୍ଷ୍ମୀଙ୍କର କେତେ ପୂଜା ହେଉଛି । କେତେକ ସନ୍ତାନ ଲେଖୁଛନ୍ତି ଲକ୍ଷ୍ମୀ ବଡ, ନା ମା ସରସ୍ୱତୀ ବଡ । ଲକ୍ଷ୍ମୀ ତ ଜଣେ ଯିଏକି ଶ୍ରୀ ନାରାୟଣଙ୍କର ଯୁଗଳ । ତେଣୁ ମହାଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ୪ଟି ଭୁଜା ଦେଖାଇଥା’ନ୍ତି । ଏଥିରେ ଉଭୟ ଆସିଯାଉଛନ୍ତି । ବାସ୍ତବରେ ତାହାକୁ ଲକ୍ଷ୍ମୀ-ନାରାୟଣଙ୍କର ପୂଜା କୁହାଯାଏ । ସିଏ ଚତୁର୍ଭୁଜ ଅଟନ୍ତି ନା - ଦୁଇଜଣ ଏକତ୍ର ଅଛନ୍ତି । କିନ୍ତୁ ମନୁଷ୍ୟ କିଛି ହେଲେ ବୁଝୁ ନାହାଁନ୍ତି । ବେହଦର ବାବା କହୁଛନ୍ତି, ବର୍ତ୍ତମାନ ସମସ୍ତେ ଅଜ୍ଞାନୀ ହୋଇଯାଇଛନ୍ତି । ଲୌକିକ ପିତା କେବେ ସାରା ଦୁନିଆର ସନ୍ତାନମାନଙ୍କୁ କ’ଣ ଅଜ୍ଞାନ ବୋଲି କହିବେ କି! ଏବେ ତୁମେମାନେ ଜାଣୁଛ - ବିଶ୍ୱର ପିତା କିଏ? ସିଏ ନିଜେ ଏଠାକୁ ଆସି କହୁଛନ୍ତି ମୁଁ ସମସ୍ତ ଆତ୍ମାମାନଙ୍କର ପିତା, ତୁମେ ସମସ୍ତେ ମୋର ସନ୍ତାନ ଅଟ । ସାଧୁମାନେ ତ କହିଦେବେ ସମସ୍ତେ ଭଗବାନ ହିଁ ଭଗବାନ ଅଟନ୍ତି । ତୁମେ ଜାଣିଛ ଆମ ଆତ୍ମାମାନଙ୍କୁ ବେହଦର ବାବା ବେହଦର ଜ୍ଞାନ ବୁଝାଉଛନ୍ତି । ମନୁଷ୍ୟମାନଙ୍କର ତ ଦେହ-ଅଭିମାନ ରହୁଛି - ମୁଁ ଅମୁକ ଅଟେ... । ଶରୀରର ଯେଉଁ ନାମ ରହିଛି, ସେହି ଅନୁସାରେ ଚାଲୁଛନ୍ତି । ବାସ୍ତବରେ ଶିବବାବା ତ ନିରାକାର, ପରମଆତ୍ମା ଅଟନ୍ତି । ସେହି ପରମଆତ୍ମାଙ୍କର ନାମ ହେଲା ଶିବ । ଏକମାତ୍ର ଶିବବାବାଙ୍କର ହିଁ ଆତ୍ମା ଉପରେ ନାମ ରଖାଯାଇଛି । ବାସ୍ ସେ ହେଉଛନ୍ତି ପରମ ଆତ୍ମା ଅର୍ଥାତ୍ ପରମାତ୍ମା । ତାଙ୍କର ନାମ ହେଲା ଶିବ । ବାକି ଯେଉଁ ଢେର ସବୁ ଆତ୍ମା ଅଛନ୍ତି ସେମାନଙ୍କର ଶରୀରର ନାମ ରହିଛି । ଶିବବାବା ଏଠାରେ ରହୁ ନାହାଁନ୍ତି, ସେ ତ ପରମଧାମରୁ ଏଠାକୁ ଆସୁଛନ୍ତି । ଶିବ ଅବତରଣର ଗାୟନ ମଧ୍ୟ ରହିଛି । ଏବେ ବାବା ତୁମମାନଙ୍କୁ ବୁଝାଉଛନ୍ତି - ସମସ୍ତ ଆତ୍ମାମାନେ ଏଠାକୁ ଅଭିନୟ କରିବାକୁ ଆସୁଛନ୍ତି । ଏଠାରେ ବାବାଙ୍କର ମଧ୍ୟ ଅଭିନୟ ରହିଛି । ବାବା ତ ଏଠାରେ ବହୁତ ବଡ କାମ କରୁଛନ୍ତି । ଯଦି ଅବତାର ମାନୁଛନ୍ତି ତେବେ ତାଙ୍କର ଛୁଟିଦିନ ଏବଂ ଷ୍ଟାମ୍ପ ଆଦି ହେବା ଦରକାର । ସବୁ ଦେଶରେ ଛୁଟି ଦିନ ହେବା ଉଚିତ କାହିଁକି ନା ବାବା ତ ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି ନା । କିନ୍ତୁ ତାଙ୍କର ଜନ୍ମ ଦିନ ଏବଂ ଫେରିଯିବାର ତିଥି ତାରିଖ ଆଦି ଜଣା ପଡିବ ନାହିଁ କାରଣ ସେ ତ ନିଆରା ଅଟନ୍ତି ନା ସେଥିପାଇଁ କେବଳ ଶିବରାତ୍ରି ବୋଲି କହିଦେଉଛନ୍ତି । ଏ କଥା ମଧ୍ୟ ତୁମେମାନେ ଜାଣିଛ - ଅଧାକଳ୍ପ ବେହଦର ଦିନ ଏବଂ ଅଧାକଳ୍ପ ବେହଦର ରାତି ହେଉଛି । ରାତ୍ରି ପୂରା ହୋଇ ପୁଣି ଦିନ ଆସୁଛି । ମଝି ସମୟରେ ବାବା ଆସୁଛନ୍ତି । ଏହା ତ ସଠିକ୍ ସମୟ ଅଟେ । ପିଲା ଜନ୍ମ ହେଲେ ମୁନ୍‌ସିପାଲ୍‌ଟିରେ ପଞ୍ଜିକରଣ କରିଥାନ୍ତି, ପୁଣି ୬ ଦିନ ପରେ ତାର ନାମ ରଖିଥା’ନ୍ତି, ଯାହାକୁ ନାମକରଣ ଦିବସ ବୋଲି କୁହାଯାଇଥାଏ । କେହି ପୁଣି ଷଠି ବୋଲି କହିଥା’ନ୍ତି । ଭାଷା ବହୁତ ତ ରହିଛି ନା । ଲକ୍ଷ୍ମୀଙ୍କର ପୂଜାରେ ବାଣ ଫୁଟାଇଥା’ନ୍ତି । ତୁମେ ପଚାରିପାରିବ ଯେ ଲକ୍ଷ୍ମୀଙ୍କର ଯେଉଁ ପର୍ବ ଆପଣମାନେ ପାଳନ କରୁଛନ୍ତି, ସେ କେବେ ସିଂହାସନରେ ବସିଥିଲେ? ସିଂହାସନରେ ବସିବାର ରାଜ୍ୟାଭିଷେକ ଉତ୍ସବ ପାଳନ କରିଥା’ନ୍ତି, ତାଙ୍କର ଜନ୍ମଦିନ ପାଳନ କରି ନ ଥା’ନ୍ତି । ଲକ୍ଷ୍ମୀଙ୍କର ଚିତ୍ରକୁ ଥାଳିରେ ରଖି ତାଙ୍କଠାରୁ ଧନ ମାଗିଥା’ନ୍ତି । ବାସ୍ ଆଉ କିଛି ମାଗି ନ ଥା’ନ୍ତି । ମନ୍ଦିରକୁ ଯାଇ ତାଙ୍କଠାରୁ ଯଦିଓ କିଛି ମାଗିଥା’ନ୍ତି, କିନ୍ତୁ ଦୀପାବଳି ଦିନ ତ କେବଳ ପଇସା ମାଗିଥା’ନ୍ତି । ବାସ୍ତବରେ ସିଏ କ’ଣ ପଇସା ଦେଇଥା’ନ୍ତି କି! ଏହା ଯେପରି ଏକ ଭାବନା ରହିଛି... ଯଦି କେହି ଶୁଦ୍ଧ ଭାବନା ନେଇ ପୂଜା କରନ୍ତି ତେବେ ତାଙ୍କୁ ଅଳ୍ପକାଳ ପାଇଁ ଧନ ମିଳି ଯାଇପାରିବ । କିନ୍ତୁ ଏହା ହେଉଛି ଅଳ୍ପକାଳର ସୁଖ । ତେବେ କେଉଁଠି ତ ସ୍ଥାୟୀ ସୁଖ ମଧ୍ୟ ଥିବ ନା । ସ୍ୱର୍ଗ ବିଷୟରେ ତ ତାଙ୍କୁ କିଛି ଜଣା ହିଁ ନାହିଁ । ଏଠାରେ ସ୍ୱର୍ଗ ସହିତ ଆଉ କେହି ତୁଳନୀୟ ହୋଇପାରିବେ ନାହିଁ ।

ତୁମେ ଜାଣିଛ ଅଧାକଳ୍ପ ଜ୍ଞାନ, ଅଧାକଳ୍ପ ଭକ୍ତି ଚାଲୁଛି । ପୁଣି ବୈରାଗ୍ୟ ଆସୁଛି । ବାବା ବୁଝାଉଛନ୍ତି - ଏହା ହେଉଛି ପୁରୁଣା ଛି-ଛି ଦୁନିଆ ଅର୍ଥାତ୍ ବିକାରୀ ଦୁନିଆ, ସେଥିପାଇଁ ନୂଆ ଦୁନିଆ ଦରକାର ଏବଂ ସେହି ନୂଆ ଦୁନିଆକୁ ବୈକୁଣ୍ଠ କୁହାଯାଉଛି, ତାକୁ ହେଭେନ୍‌, ପାରାଡାଇଜ୍ ମଧ୍ୟ କୁହାଯାଉଛି । ଏହି ଡ୍ରାମାର ପାର୍ଟଧାରୀମାନେ ମଧ୍ୟ ଅବିନାଶୀ । ତୁମେ ଜାଣୁଛ ଯେ ଆମେ ଆତ୍ମାମାନେ ଏଠାରେ କିପରି ଅଭିନୟ କରୁଛୁ । ବାବା ବୁଝାଉଛନ୍ତି - କାହାକୁ ବି ପ୍ରଦର୍ଶନୀ ଆଦି ଦେଖାଇବାକୁ ହେଲେ ପ୍ରଥମେ-ପ୍ରଥମେ ଏହି ଲକ୍ଷ୍ୟ-ଉଦ୍ଦେଶ୍ୟ ସମ୍ବନ୍ଧରେ ବୁଝାଇବାକୁ ହେବ । ଦ୍ୱିତୀୟରେ ଜୀବନମୁକ୍ତି କିପରି ମିଳୁଛି - ଜନ୍ମ-ମରଣର ଚକ୍ରରେ ତ ନିଶ୍ଚୟ ଆସିବାକୁ ପଡିବ । ତୁମେ ସିଡି ଚିତ୍ର ଉପରେ ବହୁତ ଭଲ ଭାବରେ ବୁଝାଇପାରିବ । ରାବଣ ରାଜ୍ୟରେ ହିଁ ଭକ୍ତି ଆରମ୍ଭ ହେଉଛି । ସତ୍ୟଯୁଗରେ ଭକ୍ତିର ଚିହ୍ନ-ବର୍ଣ୍ଣ ମଧ୍ୟ ନ ଥାଏ । ଜ୍ଞାନ ଏବଂ ଭକ୍ତି ଉଭୟ ଅଲଗା ଅଟେ ନା । ଏବେ ତୁମର ଏହି ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସୁଛି । ତୁମେ ଜାଣିଛ ଯେ ଏହି ପୁରୁଣା ଦୁନିଆ ଏବେ ସମାପ୍ତ ହୋଇଯିବ । ବାପା ସର୍ବଦା ପିଲାମାନଙ୍କର ସୁଖଦାୟୀ ହିଁ ହୋଇଥା’ନ୍ତି । ପୁଅ ପାଇଁ ବାପା କେତେ ମୁଣ୍ଡ ପିଟିଥା’ନ୍ତି । ସନ୍ତାନ ପାଇଁ ହିଁ ଗୁରୁଙ୍କ ପାଖକୁ ଯାଇଥା’ନ୍ତି, ସାଧୁମାନଙ୍କ ପାଖକୁ ଯାଇଥା’ନ୍ତି - କେମିତି ବି ହେଉ ପୁଅଟିଏ ଜନ୍ମ ହେଉ, ସେମାନେ ଭାବନ୍ତି ଯେ ପୁଅ ହେଲେ ତାଙ୍କୁ ସମ୍ପତ୍ତି ଦେଇଯିବୁ, ତାକୁ ଉତ୍ତରାଧିକାରୀ କରିବୁ । ତେଣୁ ବାବା କେବେ ପିଲାମାନଙ୍କୁ ଦୁଃଖ ଦେବେ କି ! ଏହା ଅସମ୍ଭବ । ତୁମେ ମାତା-ପିତା କହି କେତେ ରଡିମାରୁଛ । ତେଣୁ ପିଲାମାନଙ୍କର ଆତ୍ମିକ ପିତା ସମସ୍ତଙ୍କୁ ସୁଖର ରାସ୍ତା ହିଁ ବତାଉଛନ୍ତି । ଏକମାତ୍ର ବାବା ହିଁ ସୁଖ ଦେଉଛନ୍ତି । ବାବା ହିଁ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି । ଏହି ବିନାଶ ମଧ୍ୟ ସୁଖ ପାଇଁ । ନଚେତ୍ ମୁକ୍ତି-ଜୀବନମୁକ୍ତି କିପରି ପାଇବେ? କିନ୍ତୁ ଏକଥା ମଧ୍ୟ କେହି କ’ଣ ବୁଝୁଛନ୍ତି କି! ଏଠାରେ ତ ସମସ୍ତେ ଗରିବ, ଅବଳା, ଯେଉଁମାନେ କି ନିଜକୁ ଆତ୍ମା ନିଶ୍ଚୟ କରିପାରିବେ । ବାକି ବଡ ଲୋକମାନଙ୍କର ଦେହର ଅଭିମାନ ଏତେ ପକ୍କା ହୋଇଗଲାଣି ଯେ ସେ କଥା ନ ପଚାରିଲେ ଭଲ । ବାବା ବାରମ୍ବାର ବୁଝାଉଛନ୍ତି - ତୁମେ ହେଲ ରାଜଋଷି । ଋଷି ସର୍ବଦା ତପସ୍ୟା କରିଥା’ନ୍ତି । ସେମାନେ ତ ବ୍ରହ୍ମକୁ, ତତ୍ତ୍ୱକୁ ମନେ ପକାଇଥା’ନ୍ତି ଅଥବା କେହି କାଳୀ ଆଦିଙ୍କୁ ମଧ୍ୟ ମନେ ପକାଉଥିବେ । ବହୁତ ସନ୍ନ୍ୟାସୀ ମଧ୍ୟ ମା କାଳୀଙ୍କୁ ପୂଜା କରିଥା’ନ୍ତି । ମା’ କାଳୀ କହି ଡାକିଥା’ନ୍ତି । ବାବା କହୁଛନ୍ତି - ବର୍ତ୍ତମାନ ସମସ୍ତେ ବିକାରୀ । କାମ ଚିତା ଉପରେ ବସି ସବୁ କଳା ହୋଇଯାଇଛନ୍ତି । ମା’ ବାପା ସନ୍ତାନ ସମସ୍ତେ କଳା ହୋଇଯାଇଛନ୍ତି । ଏହା ବେହଦର କଥା । ସତ୍ୟଯୁଗରେ କେହି ବି କଳା ନଥା’ନ୍ତି, ସେଠାରେ ସମସ୍ତେ ଗୋରା । ପୁଣି ଶ୍ୟାମଳ କେବେ ହେଉଛନ୍ତି, ଏକଥା ତୁମକୁ ବାବା ବୁଝାଉଛନ୍ତି । ଅଳ୍ପ-ଅଳ୍ପ ପତିତ ହୋଇ ଶେଷରେ ବିଲ୍‌କୁଲ୍ ହିଁ କଳା ହୋଇଯା’ନ୍ତି । ବାବା କହୁଛନ୍ତି ରାବଣ କାମ ଚିତାରେ ଚଢାଇ ବିଲ୍‌କୁଲ୍ କଳା କରିଦେଇଛି, ଏବେ ପୁଣି ତୁମମାନଙ୍କୁ ମୁଁ ଜ୍ଞାନ ଚିତା ଉପରେ ବସାଉଛି । ଆତ୍ମାକୁ ହିଁ ପବିତ୍ର ହେବାକୁ ପଡୁଛି । ବର୍ତ୍ତମାନ ପତିତ-ପାବନ ବାବା ଆସି ପବିତ୍ର ହେବାର ଯୁକ୍ତି ବତାଉଛନ୍ତି । ପାଣି କ’ଣ ଉପାୟ ବତାଇବ କିନ୍ତୁ ତୁମେ କାହାକୁ ବୁଝାଇଲେ କୋଟିକରେ କେହି ଜଣେ ବୁଝୁଛନ୍ତି ଏବଂ ଉଚ୍ଚ ପଦ ପାଉଛନ୍ତି । ବର୍ତ୍ତମାନ ତୁମେମାନେ ବାବାଙ୍କଠାରୁ ନିଜର ୨୧ ଜନ୍ମ ପାଇଁ ବର୍ସା ନେବାକୁ ଆସିଛ । ଆଗକୁ ଗଲେ ତୁମକୁ ବହୁତ ସାକ୍ଷାତ୍‌କାର ହେବ । ତୁମକୁ ନିଜର ପାଠପଢା ବିଷୟରେ ସବୁ ଜଣାପଡିଯିବ । ଯେଉଁମାନେ ଏବେ ଅବହେଳା କରୁଛନ୍ତି ସେମାନେ ବହୁତ କାନ୍ଦିବେ । ବହୁତ ଦଣ୍ଡ ମଧ୍ୟ ରହିଛି ନା । ପୁଣି ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ମୁଖ ଉପରକୁ ଉଠାଇ ପାରିବେ ନାହିଁ ସେଥିପାଇଁ ବାବା କହୁଛନ୍ତି - ମଧୁର ସନ୍ତାନମାନେ, ପୁରୁଷାର୍ଥ କରି ପାସ୍ ହୋଇଯାଅ, ଯେପରି କୌଣସି ପ୍ରକାରର ଦଣ୍ଡ ଭୋଗିବାକୁ ନ ପଡେ ତେବେ ଯାଇ ପୂଜା ଯୋଗ୍ୟ ହୋଇପାରିବ । ଦଣ୍ଡ ଭୋଗ କଲେ କଣ ପୂଜା ହେବ କି! ସେଥିପାଇଁ ତୁମମାନଙ୍କୁ ବହୁତ ପୁରୁଷାର୍ଥ କରିବାକୁ ପଡିବ । ନିଜ ଆତ୍ମାର ଜ୍ୟୋତିକୁ ଜାଗ୍ରତ କରିବାକୁ ହେବ । ଏବେ ଆତ୍ମା ତମୋପ୍ରଧାନ ହୋଇଯାଇଛି, ଯାହାକୁ ସତ୍ତ୍ୱପ୍ରଧାନ କରିବାକୁ ହେବ । ଆତ୍ମା ରୂପରେ ହେଉଛି ବିନ୍ଦୁ, ଏକ ତାରକା ସଦୃଶ । ଏହାର ଆଉ କୌଣସି ନାମ ରଖାଯାଇ ପାରିବ ନାହିଁ । ଏକଥା ପିଲାମାନଙ୍କୁ ବୁଝାଯାଇଛି ଏବଂ ଏହାର ସାକ୍ଷାତ୍‌କାର ମଧ୍ୟ ହୋଇଛି । ସ୍ୱାମୀ ବିବେକାନନ୍ଦ ଏବଂ ରାମକୃଷ୍ଣ ପରମହଂସଙ୍କର ମଧ୍ୟ ଦୃଷ୍ଟାନ୍ତ ରହିଛି । ବିବେକାନନ୍ଦ ଦେଖିଲେ ଯେ ରାମକୃଷ୍ଣଙ୍କ ଭିତରୁ ଗୋଟିଏ ଲାଇଟ୍ ବାହାରିଲା । ତେବେ ଆତ୍ମା ହିଁ ତ ବାହାରିଯାଏ ନା । ସେ ଭାବିଲେ ଏହା ମୋ ଭିତରେ ମିଶିଗଲା । ବାସ୍ତବରେ ଆତ୍ମା ଅନ୍ୟ ଜଣଙ୍କଠାରେ ମିଶି ଯାଇପାରିବ କି! ଆତ୍ମା ତ ଯାଇ ଅନ୍ୟ ଶରୀର ନେଇଥାଏ । ଶେଷ ସମୟରେ ତୁମେମାନେ ବହୁତ ସାକ୍ଷାତ୍‌କାର କରିବ । ନାମ ଏବଂ ରୂପଠାରୁ ଅଲଗା କୌଣସି ଜିନିଷ ହିଁ ନାହିଁ । ଆକାଶ ପୋଲାର ଅଟେ, ଏହାର ମଧ୍ୟ ନାମ ରହିଛି । ଏବେ ଏ କଥା ତ ପିଲାମାନେ ଜାଣିଛନ୍ତି ଯେ, କଳ୍ପ-କଳ୍ପ ଯେଉଁ ସ୍ଥାପନା ହୋଇଆସିଛି ତାହା ତ ନିଶ୍ଚିତ ହେବ । ଆମେ ବ୍ରାହ୍ମଣମାନେ ଏବେ କ୍ରମ ଅନୁସାରେ ପୁରୁଷାର୍ଥ କରୁଛୁ । ଯେଉଁ ଯେଉଁ ସେକେଣ୍ଡ ଅତ୍ରିକାନ୍ତ ହେଉଛି ତାକୁ ହିଁ ଡ୍ରାମା କୁହାଯାଉଛି । ସାରା ଦୁନିଆର ଚକ୍ର ଘୂରି ଚାଲିଛି । ଏହା ୫ ହଜାର ବର୍ଷର ଚକ୍ର ଯାହାକି ଉକୁଣୀ ସଦୃଶ ଚାଲୁଛି । ଟିକ୍‌-ଟିକ୍ ହୋଇ ଚାଲିଛି, ଏବେ ମଧୁର ସନ୍ତାନମାନଙ୍କୁ କେବଳ ବାବାଙ୍କୁ ସ୍ମରଣ କରିବାକୁ ହେବ । ଚାଲିବା-ବୁଲିବା, କାମ କରିବା ସମୟରେ ବାବାଙ୍କୁ ସ୍ମରଣ କରିବାରେ ହିଁ କଲ୍ୟାଣ ରହିଛି । କିନ୍ତୁ ମାୟା ଚାପୁଡା ଲଗାଇ ଦେଉଛି । ତୁମେ ହେଉଛ ବ୍ରାହ୍ମଣ, ତୁମମାନଙ୍କୁ ଭ୍ରମରୀ ସଦୃଶ କୀଟମାନଙ୍କୁ ମଧ୍ୟ ନିଜ ସମାନ ବ୍ରାହ୍ମଣ କରିବାକୁ ହେବ । ସେହି ଭ୍ରମରୀର ତ କେବଳ ଦୃଷ୍ଟାନ୍ତ ରହିଛି । ତୁମେ ହେଉଛ ପ୍ରକୃତ ବ୍ରାହ୍ମଣ । ବ୍ରାହ୍ମଣମାନଙ୍କୁ ହିଁ ପୁଣି ଦେବତା ହେବାକୁ ପଡିବ । ଏହା ତୁମର ପୁରୁଷୋତ୍ତମ ହେବାର ସଂଗମଯୁଗ ଅଟେ । ଏଠାକୁ ତୁମେମାନେ ପୁରୁଷୋତ୍ତମ ହେବା ପାଇଁ ଆସିଛ । ତେବେ ପ୍ରଥମେ ବ୍ରାହ୍ମଣ ନିଶ୍ଚିତ ହେବାକୁ ପଡିବ । ବ୍ରାହ୍ମଣମାନଙ୍କର ଚୂଟି ରହିଛି ନା । ତୁମେମାନେ ବ୍ରାହ୍ମଣମାନଙ୍କୁ ବୁଝାଇପାରିବ । କୁହ, ତୁମ ବ୍ରାହ୍ମଣମାନଙ୍କର କୁଳ ଅଛି, ରାଜଧାନୀ ନାହିଁ । ତୁମର ଏହି କୁଳ କିଏ ସ୍ଥାପନ କରିଛନ୍ତି? ତୁମର ମୁଖ୍ୟ କିଏ? ଏହି ବିଷୟରେ ତୁମେମାନେ ବୁଝାଇଲେ ବହୁତ ଖୁସି ହେବେ । ବ୍ରାହ୍ମଣମାନଙ୍କୁ ସମ୍ମାନ ଦେଇଥା’ନ୍ତି କାହିଁକି ନା ସେମାନେ ଶାସ୍ତ୍ର ଆଦି ଶୁଣାଇଥା’ନ୍ତି । ପୂର୍ବରୁ ରାକ୍ଷୀ ବାନ୍ଧିବା ପାଇଁ ମଧ୍ୟ ବ୍ରାହ୍ମଣମାନେ ଯାଉଥିଲେ । ଆଜିକାଲି ତ କନ୍ୟାମାନେ ଯାଉଛନ୍ତି । ଯେଉଁମାନେ ପବିତ୍ରତାର ପ୍ରତିଜ୍ଞା କରିବେ ତୁମେ ସେମାନଙ୍କୁ ହିଁ ରାକ୍ଷୀ ବାନ୍ଧିବା ଉଚିତ୍ । ପ୍ରତିଜ୍ଞା ନିଶ୍ଚିତ କରିବାକୁ ହିଁ ପଡିବ । ଭାରତକୁ ପୁନର୍ବାର ପବିତ୍ର କରିବା ପାଇଁ ଆମେ ଏହି ପ୍ରତିଜ୍ଞା କରୁଛୁ । ତୁମେମାନେ ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ମଧ୍ୟ ପବିତ୍ର କରାଅ । ଆଉ କାହାର ଶକ୍ତି ନାହିଁ ଯିଏକି ଏପରି କହିବେ । ତୁମେ ଜାଣିଛ ଏହି ଅନ୍ତିମ ଜନ୍ମ ପବିତ୍ର ରହିଲେ ପବିତ୍ର ଦୁନିଆର ମାଲିକ ହୋଇଯିବ । ଏହା ହିଁ ତୁମର ଧନ୍ଦା ଅଟେ । ଏପରି କୌଣସି ମନୁଷ୍ୟ କେଉଁଠି ନାହାଁନ୍ତି । ତୁମକୁ ଯାଇ ଏହି ପ୍ରତିଜ୍ଞା ହିଁ କରାଇବାକୁ ହେବ । ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଏହା ଉପରେ ବିଜୟ ପ୍ରାପ୍ତ କଲେ ହିଁ ତୁମେ ଜଗତ୍‌ଜିତ୍ ହେବ । ଏହି ଲକ୍ଷ୍ମୀ-ନାରାୟଣ ନିଶ୍ଚିତ ଭାବରେ ପୂର୍ବ ଜନ୍ମରେ ପୁରୁଷାର୍ଥ କରିଥିଲେ ସେଥିପାଇଁ ତ ଏପରି ହୋଇଛନ୍ତି ନା । ଏବେ ତୁମେ କହିପାରିବ - କେଉଁ କର୍ମ ଦ୍ୱାରା ଏମାନଙ୍କୁ ଏହି ପଦ ମିଳିଛି, ଏଥିରେ ଦ୍ୱନ୍ଦର କୌଣସି କଥା ହିଁ ନାହିଁ । ତୁମେମାନେ ଦୀପାବଳିରେ ଖୁସି ହେଉ ନାହିଁ । ତୁମେ ତ ଖୁସି ହେଉଛ - ଆମେ ବାବାଙ୍କର ହୋଇଛୁ, ତାଙ୍କଠାରୁ ବର୍ସା ପାଉଛୁ । ଭକ୍ତିମାର୍ଗରେ ମନୁଷ୍ୟ କେତେ ଖର୍ଚ୍ଚ କରୁଛନ୍ତି । କେତେ କ୍ଷତି ମଧ୍ୟ ହୋଇଯାଉଛି । ନିଆଁ ଲାଗିଯାଉଛି । କିନ୍ତୁ କିଛି ହେଲେ ବୁଝୁ ନାହାଁନ୍ତି ।

ତୁମେମାନେ ଜାଣିଛ ବର୍ତ୍ତମାନ ଆମେ ପୁନର୍ବାର ନିଜର ନୂଆ ଘରକୁ ଯିବୁ । ଚକ୍ରର ପୁଣି ଅବିକଳ ପୁନରାବୃତ୍ତି ହେବ । ଏହା ବେହଦର ଚଳଚିତ୍ର ଅଟେ । ବେହଦର ସ୍ଲାଇଡ୍ ଅଟେ । ତୁମେମାନେ ବେହଦର ବାବାଙ୍କର ହୋଇଛ, ତେଣୁ ଅପାର ଖୁସି ହେବା ଉଚିତ୍ । ଆମେ ବାବାଙ୍କଠାରୁ ସ୍ୱର୍ଗର ବର୍ସା ନିଶ୍ଚିତ ନେବୁ । ବାବା କହୁଛନ୍ତି ପୁରୁଷାର୍ଥ ଦ୍ୱାରା ଯାହା ଚାହୁଁଛ ତାହା ନିଅ । ତୁମକୁ ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ । ପୁରୁଷାର୍ଥ ଦ୍ୱାରା ହିଁ ତୁମେ ଉଚ୍ଚ ହୋଇପାରିବ । ଏହି (ବୁଢା) ବାବା ଏତେ ଉଚ୍ଚ ହୋଇପାରିଲେ, ତେବେ ତୁମେମାନେ କାହିଁକି ହୋଇପାରିବ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବା ଯେପରି ସନ୍ତାନମାନଙ୍କ ପ୍ରତି ସୁଖଦାୟୀ ଅଟନ୍ତି, ସେହିପରି ସୁଖଦାୟୀ ହେବାକୁ ପଡିବ । ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତିର ରାସ୍ତା ବତାଇବାକୁ ହେବ ।

(୨) ଦେହୀ-ଅଭିମାନୀ ହେବା ପାଇଁ ତପସ୍ୟା କରିବାକୁ ହେବ । ଏହି ପୁରୁଣା ଛି-ଛି ଦୁନିଆରୁ ବେହଦର ବୈରାଗୀ ହେବାକୁ ପଡିବ ।

ବରଦାନ:-
ପ୍ରତ୍ୟେକଙ୍କର ବିଶେଷତାକୁ ସ୍ମୃତିରେ ରଖି ସମସ୍ତଙ୍କର ବିଶ୍ୱସ୍ତ ହୋଇ ଏକମତବାଲା ସଂଗଠନ ନିର୍ମାଣ କରୁଥିବା ସମସ୍ତଙ୍କର ଶୁଭଚିନ୍ତକ ଭବ ।

ଡ୍ରାମା ଅନୁସାରେ ପ୍ରତ୍ୟେକଙ୍କୁ କୌଣସି ନା କୌଣସି ବିଶେଷତା ନିଶ୍ଚିତ ମିଳିଛି, ନିଜର ସେହି ବିଶେଷତାକୁ କାର୍ଯ୍ୟରେ ଲଗାଅ ଏବଂ ଅନ୍ୟମାନଙ୍କର ବିଶେଷତାକୁ ଦେଖ । ପରସ୍ପର ସହିତ ବିଶ୍ୱସ୍ତ ହୋଇ ରୁହ ଯାହାଦ୍ୱାରା ସେମାନଙ୍କର କଥାର ଭାବ ପରିବର୍ତ୍ତନ ହୋଇଯିବ । ଯେତେବେଳେ ସମସ୍ତଙ୍କର ବିଶେଷତାକୁ ଦେଖିବ ସେତେବେଳେ ଅନେକ ହୋଇଥିଲେ ମଧ୍ୟ ଏକ ଭଳି ଦେଖାଯିବ ଏବଂ ସଂଗଠନ ଏକମତ ହୋଇଥିବ । ଯଦି କେହି କାହାର ନିନ୍ଦା କଥା ଶୁଣାଉଛି ତେବେ ସେଥିରେ ଟିକ୍କା-ଟିପ୍ପଣି ଦେବା ପରିବର୍ତ୍ତେ ଶୁଣାଇବାବାଲାର ବିଚାରକୁ ପରିବର୍ତ୍ତନ କରିଦିଅ ତେବେ କୁହାଯିବ ଶୁଭଚିନ୍ତକ ।

ସ୍ଲୋଗାନ:-
ଶ୍ରେଷ୍ଠ ସଂକଳ୍ପ ରୂପୀ ସମ୍ପତ୍ତି ହିଁ ଶ୍ରେଷ୍ଠ ପ୍ରାରବ୍ଧ ବା ବ୍ରାହ୍ମଣ ଜୀବନର ଆଧାର ଅଟେ ।

ଅବ୍ୟକ୍ତ ଈଶାରା:- ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।

ଯଦି ଗୋଟିଏ ସେକେଣ୍ଡରେ ବିଦେହୀ ହେବାର ଅଭ୍ୟାସ ନ ଥିବ, ତେବେ ଅନ୍ତିମ ସମୟ ମଧ୍ୟ ଯୁଦ୍ଧ କରିବାରେ ହିଁ ବିତିଯିବ ଏବଂ ଯେଉଁ କଥାରେ ତୁମେ ଦୁର୍ବଳ ଥିବ, ଚାହେଁ ସ୍ୱଭାବରେ, ଚାହେଁ ସମ୍ବନ୍ଧ ରଖିବାରେ, ଚାହେଁ ସଂକଳ୍ପ ଶକ୍ତିରେ, ବୃତ୍ତିରେ, ବାୟୁମଣ୍ଡଳର ପ୍ରଭାବରେ, ଯେଉଁ କଥାରେ ବି ଦୁର୍ବଳ ଥିବ, ମାୟା ଜାଣି-ଶୁଣି ସେହି କଥାରେ ହିଁ ଶେଷ ପରୀକ୍ଷା ନେବ ସେଥିପାଇଁ ବିଦେହୀ ହେବାର ଅଭ୍ୟାସ ବହୁତ ଜରୁରୀ ଅଟେ ।