30.01.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ପୁରୁଣା ଦୁନିଆରେ କିଛି ବି ମୂଲ୍ୟବାନ ନୁହେଁ, ସେଥିପାଇଁ ତୁମମାନଙ୍କୁ ଏହି ଦୁନିଆ ସହିତ ମନ
ଲଗାଇବାର ନାହିଁ, ଯଦି ବାବାଙ୍କୁ ଭୁଲିଯିବ ତେବେ ଦଣ୍ଡ ଭୋଗ କରିବାକୁ ପଡିବ ।”
ପ୍ରଶ୍ନ:-
ବାବାଙ୍କର
ମୁଖ୍ୟ ନିର୍ଦ୍ଦେଶ କ’ଣ? ତା’ର ଉଲଂଘନ କାହିଁକି ହେଉଛି?
ଉତ୍ତର:-
ବାବା ନିର୍ଦ୍ଦେଶ ଦେଉଛନ୍ତି - କାହାଠାରୁ ସେବା ନିଅ ନାହିଁ, କାହିଁକି ନା ତୁମେ ନିଜେ ସେବକ ଅଟ
। କିନ୍ତୁ ଦେହ-ଅଭିମାନ ଥିବା କାରଣରୁ ପିଲାମାନେ ବାବାଙ୍କର ଏହି ନିର୍ଦ୍ଦେଶକୁ ଉଲଂଘନ କରୁଛନ୍ତି
। ବାବା କହୁଛନ୍ତି ତୁମେ ଯଦି ଏଠାରେ ସୁଖ ଭୋଗ କରିବ ତେବେ ସେଠିକାର ସୁଖ କମ୍ ହୋଇଯିବ । କେତେକ
ସନ୍ତାନ କହୁଛନ୍ତି ଆମେ ସ୍ୱାଧୀନ ରହିବୁ କିନ୍ତୁ ତୁମେ ସମସ୍ତେ ବାବାଙ୍କ ଉପରେ ନିର୍ଭର କରୁଛ ।
ଗୀତ:-
ଦିଲ କା ସାହାରା
ଟୁଟ ନ ଯାଏ...
ଓମ୍ ଶାନ୍ତି ।
ଶିବଭଗବାନୁବାଚ
ନିଜର ଶାଳଗ୍ରାମମାନଙ୍କ ପ୍ରତି । ଶିବ ଓ ଶାଳଗ୍ରାମମାନଙ୍କୁ ତ ସବୁ ମନୁଷ୍ୟ ଜାଣିଛନ୍ତି । ଉଭୟ
ନିରାକାର ଅଟନ୍ତି । ଏବେ କୃଷ୍ଣ ଭଗବାନୁବାଚ ତ କହିପାରିବ ନାହିଁ । ଭଗବାନ ତ କେବଳ ଜଣେ । ତେବେ
ଶିବଭଗବାନୁବାଚ କାହା ପ୍ରତି? ଆତ୍ମିକ ସନ୍ତାନମାନଙ୍କ ପ୍ରତି । ବାବା ବୁଝାଉଛନ୍ତି -
ପିଲାମାନଙ୍କର ଏବେ କେବଳ ବାବାଙ୍କ ସହିତ ସମ୍ପର୍କ ରହିଛି କାହିଁକି ନା ପତିତ-ପାବନ, ଜ୍ଞାନର
ସାଗର, ସ୍ୱର୍ଗର ବର୍ସା ଶିବବାବା ହିଁ ଦେଇଥା’ନ୍ତି । ତେଣୁ ସ୍ମରଣ ମଧ୍ୟ ତାଙ୍କୁ ହିଁ କରିବାକୁ
ହେବ । ବ୍ରହ୍ମା ହେଉଛନ୍ତି ତାଙ୍କର ଭାଗ୍ୟଶାଳୀ ରଥ । ରଥ ଦ୍ୱାରା ହିଁ ବାବା ସମ୍ପତ୍ତି ଦେଉଛନ୍ତି
। ବ୍ରହ୍ମା ସମତ୍ତି ଦେଉ ନାହାଁନ୍ତି, ସେ ତ ସମ୍ପତ୍ତି ନେଉଛନ୍ତି । ତେଣୁ ପିଲାମାନଙ୍କୁ ନିଜକୁ
ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇବାକୁ ପଡିବ । ଯଦି ରଥର କୌଣସି ଅସୁବିଧା ହେଲା ଅଥବା
କାରଣେ-ଅକାରଣେ ପିଲାମାନଙ୍କୁ ମୁରଲୀ ନ ମିଳିଲା ତେବେ ପିଲାମାନଙ୍କର ସମସ୍ତ ଧ୍ୟାନ ଶିବବାବାଙ୍କ
ଆଡକୁ ଯାଇଥାଏ । ସେ ତ କେବେ ରୋଗରେ ପଡିବେ ନାହିଁ । ପିଲାମାନଙ୍କୁ ତ ଏତିକି ଜ୍ଞାନ ମିଳିଛି
ଯାହାକି ସେମାନେ ମଧ୍ୟ ବୁଝାଇ ପାରିବେ । ପ୍ରଦର୍ଶନୀରେ ପିଲାମାନେ କେତେ ବୁଝାଉଛନ୍ତି । ଜ୍ଞାନ ତ
ପିଲାମାନଙ୍କ ପାଖରେ ଅଛି ନା, ପ୍ରତ୍ୟେକଙ୍କ ବୁଦ୍ଧିରେ ଚିତ୍ରର ଜ୍ଞାନ ଭରି ରହିଛି । ତେଣୁ
ପିଲାମାନଙ୍କୁ କେବେ ଅଟକିବାକୁ ପଡିବ ନାହିଁ । ଧରିନିଅ ପୋଷ୍ଟ ଆସିବା ବନ୍ଦ ହୋଇଯିବ । ଷ୍ଟ୍ରାଇକ
ହୋଇଯିବ ତେବେ ପୁଣି କ’ଣ କରିବ? ଜ୍ଞାନ ତ ପିଲାମାନଙ୍କ ପାଖରେ ଅଛି । ବୁଝାଇବାକୁ ହେବ ଯେ
ସତ୍ୟଯୁଗ ଥିଲା, ଏବେ ତ କଳିଯୁଗ ପୁରୁଣା ଦୁନିଆ । ଗୀତରେ ମଧ୍ୟ କହୁଛନ୍ତି - ପୁରୁଣା ଦୁନିଆରେ
କୌଣସି କଥାର ମୂଲ୍ୟ ନାହିଁ, ତେଣୁ ଏଥିରେ ମନ ଲଗାଇବା ଉଚିତ୍ ନୁହେଁ । ନଚେତ୍ ଦଣ୍ଡ ମିଳିଯିବ ।
ବାବାଙ୍କୁ ମନେ ପକାଇଲେ ଦଣ୍ଡ ଭୋଗ କଟିଯିବ । ଏପରି ନ ହେଉ ବାବାଙ୍କଠାରୁ ଯୋଗ ତୁଟିଯିବ ପୁଣି
ଦଣ୍ଡ ଭୋଗ କରି ପୁରୁଣା ଦୁନିଆକୁ ଚାଲିଯିବ ଏପରି ତ ଢେର ଚାଲିଯାଉଛନ୍ତି, ଯେଉଁମାନେ ବାବାଙ୍କୁ
ମନେ ପକାଉ ନାହାଁନ୍ତି । ପୁରୁଣା ଦୁନିଆରେ ମନ ଲାଗିଗଲା, ଏହି ସମୟ ବହୁତ ଖରାପ ଅଟେ । ଯଦି କାହା
ସହିତ ମନ ଲଗାଇବ ତେବେ ଦଣ୍ଡ ବହୁତ ମିଳିବ । ପିଲାମାନଙ୍କର ଜ୍ଞାନ ଶୁଣିବା ଉଚିତ୍ । ଏବେ
ଭକ୍ତିମାର୍ଗର ଗୀତା ମଧ୍ୟ ଶୁଣିବା ଉଚିତ୍ ନୁହେଁ । ତୁମେ ସଂଗମଯୁଗରେ ଅଛ । ଜ୍ଞାନର ସାଗର
ବାବାଙ୍କ ଦ୍ୱାରା ତୁମକୁ ସଂଗମଯୁଗରେ ହିଁ ଜ୍ଞାନ ମିଳୁଛି । ଦୁନିଆରେ କେହି ଜାଣିନାହାଁନ୍ତି ଯେ
ଜ୍ଞାନର ସାଗର କେବଳ ଜଣେ । ସେ ଯେତେବେଳେ ଜ୍ଞାନ ଦେଉଛନ୍ତି ସେତେବେଳେ ମନୁଷ୍ୟମାନଙ୍କର ସଦ୍ଗତି
ହେଉଛି । ସଦ୍ଗତିଦାତା ଜଣେ ହିଁ ଅଟନ୍ତି, ତେଣୁ ତାଙ୍କ ମତକୁ ପାଳନ କରିବାକୁ ହେବ । କିନ୍ତୁ
ମାୟା କାହାକୁ ବି ଛାଡୁ ନାହିଁ । ଦେହ-ଅଭିମାନ ଆସିବା ଦ୍ୱାରା ହିଁ କୌଣସି ନା କୌଣସି ଭୁଲ୍
ହୋଇଥାଏ । କେହି ଆଂଶିକ କାମ ବିକାରର ବଶବର୍ତ୍ତୀ ହୋଇଥା’ନ୍ତି ତ, କେହି କ୍ରୋଧର ବଶବର୍ତ୍ତୀ
ହୋଇଥା’ନ୍ତି । ମନରେ ବହୁତ ତୋଫାନ ଆସିଥାଏ - ପ୍ରେମ କରିବୁ, ଏପରି କରିବୁ... । ତୁମକୁ କାହାର
ଶରୀର ପ୍ରତି ମନ ଲଗାଇବା ଉଚିତ୍ ନୁହେଁ । ବାବା କହୁଛନ୍ତି - ନିଜକୁ ଆତ୍ମା ମନେ କର ତେବେ ଶରୀରର
ଅଭିମାନ ରହିବ ନାହିଁ । ନଚେତ୍ ବାବାଙ୍କର ଆଜ୍ଞାର ଉଲଂଘନ ହୋଇଯାଉଛି । ଦେହ-ଅହଂକାର ଦ୍ୱାରା
ବହୁତ କ୍ଷତି ହୋଇଥାଏ, ସେଥିପାଇଁ ଦେହ-ସହିତ ଦେହର ସମ୍ବନ୍ଧକୁ ଭୁଲିବାକୁ ହେବ । କେବଳ ବାବା ଓ
ଘରକୁ ମନେ ପକାଇବାକୁ ପଡିବ । ଆତ୍ମାମାନଙ୍କୁ ବାବା ବୁଝାଉଛନ୍ତି, ଶରୀର ଦ୍ୱାରା କାମ କରି ମଧ୍ୟ
ମୋତେ ମନେ ପକାଅ ତେବେ ବିକର୍ମ ଭସ୍ମ ହୋଇଯିବ । ରାସ୍ତା ତ ବହୁତ ସହଜ । ବ୍ରହ୍ମାବାବା ମଧ୍ୟ
ଜାଣୁଛନ୍ତି ଯେ ତୁମ ଦ୍ୱାରା ବହୁତ ଭୁଲ୍ ହେଉଛି । କିନ୍ତୁ ଏପରି ନ ହେଉ ଭୁଲରେ ବାନ୍ଧି ହୋଇଯିବ
। ଗୋଟିଏ ଥର ଭୁଲ୍ ହେଲା ସେହି ଭୁଲ୍ ପୁନର୍ବାର କରିବା ଉଚିତ୍ ନୁହେଁ । ନିଜର କାନ ଧରି ଭୁଲକୁ
ସ୍ୱୀକାର କରିବା ଉଚିତ୍, ଯେପରି ସେହି ଭୁଲ୍ ଆଉ କେବେ ନ ହେଉ । ଏହିଭଳି ପୁରୁଷାର୍ଥ କରିବା
ଉଚିତ୍ । ଯଦି ବାରମ୍ବାର ଭୁଲ୍ ହେଉଛି ତେବେ ବୁଝିଯିବା ଦରକାର ଆମର ବହୁତ କ୍ଷତି ହେବ । ଭୁଲ୍
କରି-କରି ତ ଏତେ ଦୁର୍ଗତି ହୋଇଛି ନା । କେତେ ବଡ ସିଡିରୁ ତଳକୁ ଖସି ଖସି କ’ଣ ହୋଇଯାଇଛ! ଆଗରୁ ତ
ଏହି ଜ୍ଞାନ ନ ଥିଲା । ଏବେ ପୁରୁଷାର୍ଥର କ୍ରମ ଅନୁସାରେ ଜ୍ଞାନରେ ସମସ୍ତେ ପ୍ରବୀଣ ହୋଇଗଲେଣି ।
ଏବେ ଯେତେ ଦୂର ସମ୍ଭବ ଅନ୍ତର୍ମୂଖୀ ହୋଇ ରହିବାକୁ ହେବ, ମୁଖରେ କିଛି କହିବା ଉଚିତ୍ ନୁହେଁ ।
ଯେଉଁମାନେ ଜ୍ଞାନରେ ପ୍ରବୀଣ, ସେମାନେ କେବେ ପୁରୁଣା ଦୁନିଆରେ ମନ ଲଗାଇବେ ନାହିଁ । ତାଙ୍କର
ବୁଦ୍ଧିରେ ରହିବ ଆମେ ତ ରାବଣ ରାଜ୍ୟର ବିନାଶ କରିବାକୁ ଚାହୁଁଛୁ । ଏହି ଶରୀର ମଧ୍ୟ ପୁରୁଣା
ରାବଣ ସମ୍ପ୍ରଦାୟର ତେବେ ଆମେ ରାବଣ ସମ୍ପ୍ରଦାୟକୁ କାହିଁକି ମନେ ପକାଇବୁ? ଏକମାତ୍ର ରାମଙ୍କୁ ମନେ
ପକାଅ । ସଚ୍ଚା ପିତାବ୍ରତା ହୁଅ ।
ବାବା କହୁଛନ୍ତି -
ସର୍ବଦା ମୋତେ ସ୍ମରଣ କରୁଥାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ । ତୁମମାନଙ୍କୁ ପିତାବ୍ରତା
ଅଥବା ଭଗବାନ ବ୍ରତା ହେବା ଦରକାର । ଭକ୍ତ ଭଗବାନଙ୍କୁ ହିଁ ମନେ ପକାଇଥା’ନ୍ତି ଯେ, ହେ ଭଗବାନ ଆସି
ଆମକୁ ସୁଖ-ଶାନ୍ତିର ବର୍ସା ଦିଅ । ଭକ୍ତିମାର୍ଗରେ ତ ଭଗବାନଙ୍କ ଉପରେ ଆତ୍ମାହୁତି ଦେଇ
ଦେଇଥା’ନ୍ତି, ବଳି ଚଢିଥା’ନ୍ତି । କିନ୍ତୁ ଏଠାରେ ବଳି ଚଢିବାର କଥା ନାହିଁ । ଆମେ ତ ଜୀବଦ୍ଦଶାରୁ
ମରିଯାଉଛୁ ଅର୍ଥାତ୍ ବଳି ଚଢୁଛୁ । ଏହାକୁ କୁହାଯାଉଛି ବଞ୍ଚି ଥାଉ ଥାଉ ବାବାଙ୍କର ହେବା ।
କାହିଁକି ନା ତାଙ୍କଠାରୁ ବର୍ସା ନେବାକୁ ହେବ । ତେଣୁ ତାଙ୍କ ମତରେ ଚାଲିବାକୁ ପଡିବ । ବଞ୍ଚି
ଥାଉ ଥାଉ ବଳି ଚଢିବା, ସମର୍ପଣ ହେବା ବାସ୍ତବରେ ବର୍ତ୍ତମାନର କଥା । ଭକ୍ତିମାର୍ଗରେ ସେମାନେ ପୁଣି
କେତେ ଜୀବଘାତ ଆଦି କରୁଛନ୍ତି । ଏଠାରେ ଜୀବଘାତର କଥା ନାହିଁ । ବାବା କହୁଛନ୍ତି ନିଜକୁ ଆତ୍ମା
ଭାବ, ବାବାଙ୍କ ସହିତ ଯୋଗ ଲଗାଅ, ଦେହ-ଅଭିମାନୀ ହୁଅ ନାହିଁ । ଉଠିବା-ବସିବା ସମୟରେ ମଧ୍ୟ
ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରିବାକୁ ହେବ । ଶତ ପ୍ରତିଶତ ପାସ୍ ତ କେହି ହୋଇନାହାଁନ୍ତି
। ଅବସ୍ଥା ତଳ-ଉପର ହେଉଛି । ଭୁଲ୍ ହୋଇଯାଉଛି, ଯଦି ସେଥିପ୍ରତି ସାବଧାନୀ ନ ମିଳିବ ତେବେ ଭୁଲ୍କୁ
ସୁଧାରିବ କିପରି? ମାୟା କାହାକୁ ମଧ୍ୟ ଛାଡୁ ନାହିଁ । କହୁଛନ୍ତି ବାବା ଆମେ ମାୟାଠାରୁ ହାରିଯାଉଛୁ,
ପୁରୁଷାର୍ଥ କରୁଛୁ କିନ୍ତୁ ଜାଣିପାରୁ ନାହୁଁ କ’ଣ ହୋଇଯାଉଛି । ଆମ ଦ୍ୱାରା ଏତେ ବଡ ଭୁଲ୍ କିପରି
ହୋଇଯାଉଛି । ଜାଣୁଛୁ ମଧ୍ୟ ଏହାଦ୍ୱାରା ବ୍ରାହ୍ମଣ ପରିବାରରେ ଆମର ନାମ ବଦନାମ ହେଉଛି । ତଥାପି
ମଧ୍ୟ ମାୟାର ଏପରି ଆକ୍ରମଣ ହେଉଛି ଯାହାକି ବୁଝିପାରୁ ନାହୁଁ । ଦେହ-ଅଭିମାନରେ ଆସିବା ଦ୍ୱାରା
ଯେପରି ଅଜ୍ଞାନୀ ହୋଇଯାଉଛୁ । ଅଜ୍ଞାନତାର କାମ କଲେ ନିନ୍ଦା ମଧ୍ୟ ହୁଏ, ସମ୍ପତ୍ତି ମଧ୍ୟ କମ୍
ହୋଇଯାଏ । ଏହିପରି ବହୁତ ଭୁଲ୍ କରିଥା’ନ୍ତି । ମାୟା ଏପରି ଜୋରରେ ଚାପୁଡା ଲଗାଇଦିଏ ଯେ ନିଜେ ତ
ହାରିଯାଆନ୍ତି ପୁଣି କ୍ରୋଧରେ ଆସି କାହାକୁ ଚାପୁଡା ଅଥବା ଜୋତା ଆଦି ମାରି ଦିଅନ୍ତି ପୁଣି
ପଶ୍ଚାତାପ ମଧ୍ୟ କରନ୍ତି । ବାବା କହୁଛନ୍ତି - ଏବେ ତ ବହୁତ ମେହନତ କରିବାକୁ ପଡିବ । ନିଜର କ୍ଷତି
କରିବା ସହିତ ଅନ୍ୟମାନଙ୍କର ମଧ୍ୟ କ୍ଷତି କରିଛ ତେଣୁ କେତେ କ୍ଷତି ହୋଇଗଲା । ରାହୁର ଗ୍ରହଣ
ଲାଗିଗଲା । ବର୍ତ୍ତମାନ ବାବା କହୁଛନ୍ତି ଏହି ବିକାରଗୁଡିକୁ ଦାନ କରିଦିଅ ତେବେ ଗ୍ରହଣ ଛାଡିଯିବ
। ରାହୁର ଗ୍ରହଣ ଲାଗି ଗଲେ ପୁଣି ଛାଡିବା ପାଇଁ ସମୟ ଲାଗିଥାଏ । ସିଡି ଚଢି ପୁଣି ଓହ୍ଲାଇବାକୁ
ମୁସ୍କିଲ୍ ହୋଇଥାଏ । ମନୁଷ୍ୟମାନଙ୍କର ମଦ୍ୟପାନର ଅଭ୍ୟାସ ପଡିଗଲେ ତାକୁ ପୁଣି ଛାଡିବା କେତେ
ମୁସ୍କିଲ ହୋଇଥାଏ । ସବୁଠାରୁ ବଡ ଭୁଲ୍ ହେଲା - କଳା ମୁହଁ କରିବା ଅର୍ଥାତ୍ ବିକାରଗ୍ରସ୍ତ ହେବା,
ବାରମ୍ବାର କେବଳ ଶରୀର ମନେ ପଡିଥାଏ । ପୁଣି ପିଲା ହେଲା ପରେ ତାଙ୍କ କଥା ମନେ ପଡେ । ସେ ପୁଣି
ଅନ୍ୟମାନଙ୍କୁ କ’ଣ ଜ୍ଞାନ ଦେବେ । ତାଙ୍କ କଥା କେହି ମଧ୍ୟ ଶୁଣିବେ ନାହିଁ । ଆମେ ତ ବର୍ତ୍ତମାନ
ସମସ୍ତଙ୍କୁ ଭୁଲିବା ପାଇଁ ଚେଷ୍ଟା କରୁଛୁ ଏବଂ କେବଳ ଜଣଙ୍କୁ ମନେ ପକାଉଛୁ । କିନ୍ତୁ ଏଥିପ୍ରତି
ବହୁତ ଧ୍ୟାନ ଦେବାକୁ ପଡିଥାଏ । ମାୟା ବହୁତ ତୀକ୍ଷଣ ଅଟେ । ସେଥିପାଇଁ ସାରା ଦିନ ଶିବବାବାଙ୍କୁ
ମନେ ପକାଇବାର ମଧ୍ୟ ଖିଆଲ ରହିବା ଉଚିତ୍ । ଏବେ ନାଟକ ଶେଷ ହେବାକୁ ଯାଉଛି, ଆମକୁ ଘରକୁ ଯିବାକୁ
ହେବ । ଏହି ଶରୀର ମଧ୍ୟ ଶେଷ ହୋଇଯିବ । ତେବେ ଯେତେ ବାବାଙ୍କୁ ସ୍ମରଣ କରିବ ସେତେ ଦେହ-ଅଭିମାନ
ତୁଟିଯିବ ଏବଂ କାହା କଥା ମଧ୍ୟ ମନେ ପଡିବ ନାହିଁ । ଏହା କେତେ ବଡ ଲକ୍ଷ୍ୟ, ଏକମାତ୍ର ବାବାଙ୍କ
ବିନା ଆଉ କାହା ସହିତ ମନ ଲଗାଇବା ଉଚିତ୍ ନୁହେଁ । ନଚେତ୍ ସେ ନିଶ୍ଚିତ ସ୍ମୃତିରେ ଆସିବେ ଏବଂ
ତୁମର ନିଶ୍ଚିତ କ୍ଷତି ହେବ । ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । କହିବା ତ ବହୁତ ସହଜ । ଲକ୍ଷ-ଲକ୍ଷ
ଆତ୍ମାଙ୍କ ମଧ୍ୟରୁ କେହି ଜଣେ ଜଣେ ଆତ୍ମା ବାହାରୁଛନ୍ତି । କେହି କେହି ବୃତ୍ତି ମଧ୍ୟ ନେଇଥା’ନ୍ତି
ନା । ଯିଏ ଭଲ ଭାବରେ ପରିଶ୍ରମ କରିବେ, ନିଶ୍ଚିତ ବୃତ୍ତି ନେବେ । ସାକ୍ଷୀ ହୋଇ ଦେଖିବାକୁ ହେବ,
କିପରି ସେବା କରୁଛି? ଅନେକ ସନ୍ତାନ ଚାହୁଁଛନ୍ତି ଶାରୀରିକ ସେବାକୁ ଛାଡି ଏଥିରେ ଲାଗିଯିବୁ ।
କିନ୍ତୁ ବାବା ପରିସ୍ଥିତିକୁ ମଧ୍ୟ ଦେଖୁଛନ୍ତି ନା । ଏକା ଅଛନ୍ତି, କୌଣସି ମିତ୍ର ସମ୍ବନ୍ଧୀ
ନାହାଁନ୍ତି ତେବେ କୌଣସି ଦ୍ୱିଧା ନାହିଁ । ତଥାପି ମଧ୍ୟ କହୁଛନ୍ତି ଚାକିରୀ ମଧ୍ୟ କର ଏବଂ ଏହି
ସେବା ମଧ୍ୟ କର । ଚାକିରୀ କ୍ଷେତ୍ରରେ ମଧ୍ୟ ଅନେକଙ୍କ ସହିତ ସାକ୍ଷାତ୍ ହୋଇଥାଏ । ତୁମମାନଙ୍କୁ
ଜ୍ଞାନ ତ ବହୁତ ମିଳିଛି । ପିଲାମାନଙ୍କ ଦ୍ୱାରା ବାବା ମଧ୍ୟ ବହୁତ ସେବା କରାଉଛନ୍ତି । କାହାର
ଶରୀରରେ ପ୍ରବେଶ କରି ମଧ୍ୟ ବାବା ସେବା କରାଇଥା’ନ୍ତି । ସେବା ତ କରିବାକୁ ହିଁ ହେବ । ଯାହାଙ୍କ
ମୁଣ୍ଡରେ ଦାୟିତ୍ୱ ଥାଏ ସେ କିପରି ଶୋଇ ପାରିବେ! ଶିବବାବା ଜାଗ୍ରତ ଜ୍ୟୋତି ଅଟନ୍ତି । ବାବା
କହୁଛନ୍ତି - ମୁଁ ତ ଦିନରାତି ସେବା କରୁଛି, ଶରୀର ଥକିଯାଇଥାଏ । ତେବେ ପୁଣି ଆତ୍ମା ମଧ୍ୟ କ’ଣ
କରିବ, ଶରୀର କାମ କରୁ ନାହିଁ । ବାବା ତ ଅଥକ ଅଟନ୍ତି ନା । ସେ ହେଉଛନ୍ତି ଜାଗ୍ରତ ଜ୍ୟୋତି, ସାରା
ଦୁନିଆକୁ ଜାଗ୍ରତ କରୁଛନ୍ତି । ତାଙ୍କର ପାର୍ଟ ହିଁ ବିଚିତ୍ର ଅଟେ, ଯାହାକୁ ତୁମ ପିଲାମାନଙ୍କ
ଭିତରେ ମଧ୍ୟ ବହୁତ କମ୍ ଜାଣିଛନ୍ତି । ବାବା କାଳର କାଳ ଅଟନ୍ତି । ତାଙ୍କ ଆଜ୍ଞା ନ ମାନିଲେ
ଧର୍ମରାଜଙ୍କଠାରୁ ଠେଙ୍ଗା ମାଡ ଖାଇବ । ବାବାଙ୍କର ମୁଖ୍ୟ ନିର୍ଦ୍ଦେଶ ହେଉଛି କାହାଠାରୁ ସେବା
ନିଅ ନାହିଁ । କିନ୍ତୁ ଦେହ-ଅଭିମାନରେ ଆସି ବାବାଙ୍କ ଆଜ୍ଞାର ଉଲଂଘନ କରୁଛନ୍ତି । ବାବା କହୁଛନ୍ତି
ତୁମେ ନିଜେ ସେବକ ଅଟ । ଯଦି ଏଠାରେ ସୁଖ ଭୋଗ କରିବ ତେବେ ସେଠାରେ କମ୍ ହୋଇଯିବ । ଅଭ୍ୟାସ ହୋଇ
ଗଲେ ପୁଣି ସେବକ ବିନା ରହିପାରିବେ ନାହିଁ । ଅନେକ କହୁଛନ୍ତି ଆମେ ସ୍ୱାଧୀନ ରହିବୁ କିନ୍ତୁ ବାବା
କହୁଛନ୍ତି ନିର୍ଭରଶୀଳ ହେବା ମଧ୍ୟ ଭଲ । ଏବେ ତୁମେ ସମସ୍ତେ ବାବାଙ୍କ ଉପରେ ନିର୍ଭର କରୁଛ । ଯଦି
ସ୍ୱାଧୀନ ରହିଲେ ତଳକୁ ଖସିଯିାଇଥାଆନ୍ତି । ତୁମେ ସମସ୍ତେ ମଧ୍ୟ ଶିବବାବାଙ୍କ ଉପରେ ନିର୍ଭର କରୁଛ
ନା । ସାରା ଦୁନିଆ ତାଙ୍କ ଉପରେ ନିର୍ଭର କରୁଛି, ସେଥିପାଇଁ ତ କହୁଛନ୍ତି ହେ ପତିତ-ପାବନ ଆସ ।
ତାଙ୍କଠାରୁ ହିଁ ସୁଖ-ଶାନ୍ତି ମିଳୁଛି, କିନ୍ତୁ ଏକଥା କେହି ତ ବୁଝୁ ନାହାଁନ୍ତି । ଏହି
ଭକ୍ତିମାର୍ଗର ସମୟକୁ ମଧ୍ୟ ଅତିକ୍ରମ କରିବାକୁ ହେବ, ରାତ୍ରି ପୂରା ହେଲେ ବାବା ଆସୁଛନ୍ତି ।
ଏଥିରେ ଗୋଟିଏ ସେକେଣ୍ଡର ମଧ୍ୟ ଫରକ ପଡିପାରିବ ନାହିଁ । ବାବା କହୁଛନ୍ତି - ମୁଁ ଏହି ଡ୍ରାମାକୁ
ଜାଣିଛି । ଡ୍ରାମାର ଆଦି, ମଧ୍ୟ, ଅନ୍ତକୁ ଆଉ କେହି ଜାଣି ନାହାଁନ୍ତି । ସତ୍ୟଯୁଗରୁ ଆରମ୍ଭ କରି
ଏହି ଜ୍ଞାନ ପ୍ରାୟଃ ଲୋପ ହୋଇଯାଇଛି । ଏବେ ତୁମେ ରଚୟିତା ଓ ରଚନାର ଆଦି, ମଧ୍ୟ, ଅନ୍ତକୁ ଜାଣୁଛ
। ଏହାକୁ ହିଁ ଜ୍ଞାନ କୁହାଯାଉଛି, ବାକି ସବୁ ହେଉଛି ଭକ୍ତି । ବାବାଙ୍କୁ ଜ୍ଞାନର ସାଗର
କୁହାଯାଉଛି । ଏବେ ଆମକୁ ସେହି ଜ୍ଞାନ ମିଳୁଛି । ତେଣୁ ପିଲାମାନଙ୍କ ଭିତରେ ବହୁତ ଆଗ୍ରହ ରହିବା
ଉଚିତ୍ । ପରନ୍ତୁ ଏକଥା ମଧ୍ୟ ବୁଝୁଛନ୍ତି ଯେ ରାଜଧାନୀ ସ୍ଥାପନ ହେଉଛି । କେହି ତ ପ୍ରଜାରେ ମଧ୍ୟ
ସାଧାରଣ ଚାକର-ବାକର ହେବେ । ସେଥିପାଇଁ ଟିକିଏ ହେଲେ ମଧ୍ୟ ଜ୍ଞାନ ବୁଝିପାରୁ ନାହାଁନ୍ତି । ଏହା
ମଧ୍ୟ ଆଶ୍ଚର୍ଯ୍ୟ ଅଟେ ନା! ଜ୍ଞାନ ତ ବହୁତ ସହଜ । ୮୪ ଜନ୍ମର ଚକ୍ର ଏବେ ପୂରା ହେବାକୁ ଯାଉଛି ।
ଏବେ ନିଜ ଘରକୁ ଯିବାକୁ ହେବ । ଆମେ ଡ୍ରାମାର ମୁଖ୍ୟ ଅଭିନେତା ଅଟୁ । ଏବେ ଆମେ ସାରା ଡ୍ରାମାକୁ
ଜାଣିସାରିଛୁ । ସାରା ଡ୍ରାମାରେ ଆମେ ହିଁ ହିରୋ-ହିରୋଇନ୍ର ପାର୍ଟଧାରୀ ଅଟୁ । ଏହା କେତେ ସହଜ ।
କିନ୍ତୁ ଯଦି ଭାଗ୍ୟରେ ନାହିଁ ତେବେ ପୁରୁଷାର୍ଥ ମଧ୍ୟ କରିବେ ନାହିଁ! ପାଠପଢାରେ ଏପରି ହୋଇଥାଏ ।
କେହି ପୁଣି ଫେଲ୍ ହୋଇଯାଆନ୍ତି । ଏହା କେତେ ବଡ ବିଦ୍ୟାଳୟ ଅଟେ । ରାଜଧାନୀ ସ୍ଥାପନ ହେବାକୁ
ଯାଉଛି । ଏବେ ଯିଏ ଯେତେ ପଢିପାରିବେ, ସନ୍ତାନମାନେ ଜାଣିପାରିବେ ଯେ ଆମେ କି ପଦ ପାଇବୁ? କେତେ
ଢେର ସନ୍ତାନ ଅଛନ୍ତି । ସମସ୍ତେ ତ ଉତ୍ତରାଧିକାରୀ ହେବେ ନାହିଁ । ପବିତ୍ର ରହିବା ବହୁତ ମୁସ୍କିଲ୍
। ବାବା କେତେ ସହଜ କରି ବୁଝାଉଛନ୍ତି, ଏବେ ନାଟକ ପୂରା ହେବାକୁ ଯାଉଛି । ତେଣୁ ବାବାଙ୍କ
ସ୍ମୃତିରେ ରହି ସତ୍ତ୍ୱପ୍ରଧାନ ହୋଇ, ସତ୍ତ୍ୱପ୍ରଧାନ ଦୁନିଆର ମାଲିକ ହେବାକୁ ପଡିବ । ସେଥିପାଇଁ
ଯେତେ ଦୂର ସମ୍ଭବ ଯୋଗଯୁକ୍ତ ହୋଇ ରହିବାକୁ ପଡିବ । କିନ୍ତୁ ଭାଗ୍ୟରେ ନଥିଲେ ବାବାଙ୍କ ବଦଳରେ
ଅନ୍ୟମାନଙ୍କୁ ମନେ ପକାଉଛନ୍ତି । ଅନ୍ୟ ସହିତ ମନ ଲଗାଇବା ଦ୍ୱାରା ପରେ ପୁଣି ବହୁତ କାନ୍ଦିବାକୁ
ମଧ୍ୟ ପଡିଥାଏ । ବାବା କହୁଛନ୍ତି - ଏହି ପୁରୁଣା ଦୁନିଆରେ ମନ ଲଗାଅ ନାହିଁ । ଏ ସବୁ ତ ବିନାଶ
ହୋଇଯିବ । ଏକଥା ଆଉ କେହି ଜାଣିନାହାଁନ୍ତି । ସେମାନେ ଭାବୁଛନ୍ତି କଳିଯୁଗ ଆହୁରି ବହୁତ ସମୟ
ଚାଲିବ । ଅଜ୍ଞାନତା ରୂପି ଘୋର ନିଦ୍ରାରେ ଶୋଇ ରହିଛନ୍ତି । ତୁମର ଏହି ପ୍ରଦର୍ଶନୀ ପ୍ରଜା ତିଆରି
କରିବା ପାଇଁ ବିହଙ୍ଗ ମାର୍ଗର ସେବାର ସାଧନ ଅଟେ । କେହି ରାଜା-ରାଣୀ ମଧ୍ୟ ବାହାରିପାରନ୍ତି ।
ଏପରି ଅନେକ ଅଛନ୍ତି ଯିଏକି ସେବା ପ୍ରତି ଭଲ ସଉକ ରଖିଥା’ନ୍ତି । ପୁଣି କେହି ଗରୀବ, କେହି
ସାହୁକାର ମଧ୍ୟ ଅଛନ୍ତି । ଯେଉଁମାନେ ଅନ୍ୟମାନଙ୍କୁ ନିଜ ସଦୃଶ କରୁଛନ୍ତି, ତାର ଫାଇଦା ମଧ୍ୟ
ତାଙ୍କୁ ମିଳୁଛି ନା । ଅନ୍ଧମାନଙ୍କର ଲାଠି ହେବାକୁ ପଡିବ, କେବଳ ଏହି କଥା କହିବାକୁ ହେବ ଯେ ବାବା
ଏବଂ ବର୍ସାକୁ ମନେପକାଅ, ବିନାଶ ସମ୍ମୁଖରେ ଦଣ୍ଡାୟମାନ । ଯେତେବେଳେ ବିନାଶର ସମୟ ନିକଟତର ହେବାର
ଦେଖିବେ ତେବେ ତୁମର କଥାକୁ ଶୁଣିବେ । ତୁମର ସେବା ମଧ୍ୟ ବୃଦ୍ଧି ହୋଇ ଚାଲିବ, ବୁଝିଯିବେ
ବାସ୍ତବରେ ଏହା ତ ଠିକ୍ କଥା, ତୁମେ ଚିତ୍କାର ତ କରିଚାଲିଛ ଯେ ବିନାଶ ହୋଇଯିବ । ତୁମର ପ୍ରଦର୍ଶନୀ,
ମେଳାର ସେବା ବୃଦ୍ଧି ହୋଇଚାଲିବ । ଚେଷ୍ଟା କରିବା ଉଚିତ୍ ଯେ କୌଣସି ଭଲ୍ ହଲ୍ ମିଳିଯାଉ, ଭଡା
ଦେବା ନିମନ୍ତେ ଆମେ ତ ପ୍ରସ୍ତୁତ ଅଛୁ । କୁହ, ତୁମର ଆହୁରି ସୁନାମ ହେବ । ଏପରି ଅନେକଙ୍କ ପାଖରେ
ହଲ ରହିଛି । ପୁରୁଷାର୍ଥ କରିଲେ ତୁମକୁ ୩ ପାଦ ପୃଥିବୀ ମିଳିଯିବ । ସେ ପର୍ଯ୍ୟନ୍ତ ତୁମେ
ଛୋଟ-ଛୋଟ ପ୍ରଦର୍ଶନୀ କର । ତୁମେ ଶିବଜୟନ୍ତୀ ପାଳନ କଲେ ମଧ୍ୟ ଚାରିଆଡେ ପ୍ରଚାର ହେବ । ତୁମେ
ଲେଖୁଛ ମଧ୍ୟ ଶିବଜୟନ୍ତୀ ଛୁଟି ଦିନ ଭାବେ ନିଧାର୍ଯ୍ୟ କର । ବାସ୍ତବରେ ଜଣଙ୍କର ହିଁ ଜନ୍ମ ଦିନ
ପାଳନ କରିବା ଉଚିତ୍ । ସେ ହିଁ ପତିତ-ପାବନ ଅଟନ୍ତି । ବାସ୍ତବରେ ଏହି ତ୍ରିମୂର୍ତ୍ତି ଷ୍ଟାମ୍ପ
ମଧ୍ୟ ଯଥାର୍ଥ ଅଟେ । ସତ୍ୟ ମେବ ଜୟତେ... ବର୍ତ୍ତମାନ ହେଉଛି ବିଜୟ ପ୍ରାପ୍ତ କରିବାର ସମୟ । ତେବେ
ବୁଝାଇବା ବ୍ୟକ୍ତି ମଧ୍ୟ ଭଲ ହୋଇଥିବା ଦରକାର । ସବୁ ସେଣ୍ଟରର ଯେଉଁମାନେ ମୁଖ୍ୟ, ସେମାନଙ୍କୁ
ଧ୍ୟାନ ଦେବାକୁ ପଡିବ । ତୁମେ ନିଜର ଷ୍ଟାମ୍ପ ମଧ୍ୟ ତିଆରି କରିପାରିବ । ଏହା ହେଉଛି
ତ୍ରିମୂର୍ତ୍ତୀ ଶିବଜୟନ୍ତୀ । କେବଳ ଶିବଜୟନ୍ତୀ କହିଲେ ବୁଝିପାରିବେ ନାହିଁ । ଏବେ କାର୍ଯ୍ୟ ତ
ପିଲାମାନଙ୍କୁ ହିଁ କରିବାକୁ ପଡିବ । ଅନେକ ଆତ୍ମାମାନଙ୍କର କଲ୍ୟାଣ ହେଲେ କେତେ ଆଶୀର୍ବାଦ ମିଳିବ,
ସେବାର ଆଶୀର୍ବାଦ ବହୁତ ମିଳିଥାଏ । ପ୍ରଦର୍ଶନୀ ଦ୍ୱାରା ତୁମେମାନେ ବହୁତ ସେବା କରିପାରିବ ।
ପ୍ରଜା ତ ତିଆରି ହେବେ ନା । ବାବା ଦେଖୁଛନ୍ତି କେଉଁ ପିଲାମାନଙ୍କର ସେବା ପ୍ରତି ଧ୍ୟାନ ରହୁଛି!
ସେହିମାନେ ହିଁ ବାବାଙ୍କର ହୃଦୟରେ ସ୍ଥାନ ପାଇପାରିବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯଦି
କେତେବେଳେ କୌଣସି ଭୁଲ୍ ହୋଇଗଲା ତେବେ ସେହି ସମୟରେ ନିଜର କାନ ଧରିବା ଉଚିତ୍, ଦ୍ୱିତୀୟ ଥର
ଯେପରି ସେହି ଭୁଲ୍ ନ ହେଉ । କେବେହେଲେ ଦେହର ଅହଂକାରରେ ଆସିବା ଉଚିତ୍ ନୁହେଁ । ଜ୍ଞାନରେ
ପ୍ରବୀଣ ଅର୍ଥାତ୍ ଦକ୍ଷ ହୋଇ ଅନ୍ତମୂର୍ଖୀ ହୋଇ ରହିବାକୁ ହେବ ।
(୨) ସଚ୍ଚା ସଚ୍ଚା
ପିତାବ୍ରତା ହୋଇ, ବଞ୍ଚି ଥାଉ-ଥାଉ ବଳି ଚଢିବାକୁ ହେବ ଅର୍ଥାତ୍ ସ୍ୱାହା ହେବାକୁ ପଡିବ । କାହା
ସହିତ ମନ ଲଗାଇବାର ନାହିଁ କିମ୍ବା କୌଣସି ପ୍ରକାରର ବୁଦ୍ଧିହୀନ କାମ କରିବାର ନାହିଁ ।
ବରଦାନ:-
ଜୁଦାଇ ଅର୍ଥାତ୍
ବିଚ୍ଛେଦକୁ ସବୁ ଦିନ ପାଇଁ ବିଦାୟ ଦେଉଥିବା ସ୍ନେହୀ ସ୍ୱରୂପ ହୁଅ ।
ଯାହା ସ୍ନେହୀକୁ ପସନ୍ଦ
ଅଟେ ତାହା ସ୍ନେହ କରୁଥିବା ଆତ୍ମାକୁ ମଧ୍ୟ ପସନ୍ଦ ହେବା ଦରକାର - ଏହା ହିଁ ହେଉଛି ସ୍ନେହର
ସ୍ୱରୂପ । ଚାଲିବା-ବୁଲିବା, ଖାଇବା-ପିଇବା, ରହିବ ସବୁ କିଛି ସ୍ନେହୀଙ୍କର ଦିଲ୍ ପସନ୍ଦ ହେବା
ଦରକାର ସେଥିପାଇଁ ଯାହା ବି ସଂକଳ୍ପ ବା କର୍ମ କରୁଛ, ପ୍ରଥମେ ବିଚାର କର ଯେ ଏହା ସ୍ନେହୀ
ପିତାଙ୍କର ଦିଲ୍ ପସନ୍ଦ ଅଟେ ତ । ଯଦି ଏହିଭଳି ସଚ୍ଚା ସ୍ନେହୀ ହୋଇଯିବ ତେବେ ନିରନ୍ତର ଯୋଗୀ,
ସହଜଯୋଗୀ ହୋଇଯିବ । ଯଦି ସ୍ନେହୀ ସ୍ୱରୂପକୁ ସମାନ ସ୍ୱରୂପରେ ପରିବର୍ତ୍ତନ କରିଦେବ ତେବେ ଅମରଭବର
ବରଦାନ ମିଳିଯିବ ଏବଂ ଜୁଦାଇକୁ ସଦାକାଳ ପାଇଁ ବିଦାୟ ମିଳିଯିବ ।
ସ୍ଲୋଗାନ:-
ସ୍ୱଭାବକୁ ସରଳ
କର ଏବଂ ପୁରୁଷାର୍ଥ ପ୍ରତି ଧ୍ୟାନ ଦିଅ ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର
(୩୦) ଯେପରି ବୀଜ ମଧ୍ୟରେ
ସାରା ବୃକ୍ଷଟି ସମାହିତ ହୋଇ ରହିଥାଏ, ସେହିଭଳି ତୁମର ସଂକଳ୍ପ ରୂପୀ ବୀଜରେ ସାରା ବୃକ୍ଷର
ବିସ୍ତାର ସମାହିତ ହୋଇଯାଉ ତେବେ ଯାଇ ହଲ୍ଚଲ୍ ସମାପ୍ତ ହେବ । ଯେପରି ଆଜିକାଲି ଦୁନିଆରେ
ରାଜନୀତିର ହଲଚଲ୍, ଜିନିଷ ପତ୍ରର ମୂଲ୍ୟରେ ହଲଚଲ୍, ମୁଦ୍ରାର ମୂଲ୍ୟରେ ହଲଚଲ୍, କର୍ମଭୋଗର
ହଲଚଲ୍, ଧର୍ମରେ ହଲଚଲ୍.... ବଢି ବଢି ଚାଲିଛି । ସେହି ହଲଚଲରୁ ନିଜକୁ ବା ସମସ୍ତଙ୍କୁ ମୁକ୍ତ
କରିବା ପାଇଁ ମନ ବୁଦ୍ଧିକୁ ଏକାଗ୍ର କରିବାର ଅଭ୍ୟାସ କରିବା ସହିତ ସକାଶ ଦେବାର ସେବା କରିଚାଲ ।