30.01.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସାରା
କଳ୍ପ ଭିତରେ ଏହା ହିଁ ହେଉଛି ସର୍ବୋତ୍ତମ କଲ୍ୟାଣକାରୀ ସଂଗମଯୁଗ, ଏହି ସମୟରେ ତୁମେ ପିଲାମାନେ
ଯୋଗ ରୂପକ ସାକାରିନ୍ ଦ୍ୱାରା ସତ୍ତ୍ୱପ୍ରଧାନ ଅର୍ଥାତ୍ ମିଠା ହେଉଛ ” ।
ପ୍ରଶ୍ନ:-
ଅନେକ ପ୍ରକାରର
ପ୍ରଶ୍ନର ଉତ୍ପତ୍ତିର କାରଣ ତଥା ସେ ସବୁର ନିବାରଣ କ’ଣ?
ଉତ୍ତର:-
ଯେତେବେଳେ ଦେହ-ଅଭିମାନରେ ଆସୁଛ ସେତେବେଳେ ହିଁ ସଂଶୟ ଉପନ୍ନ ହେଉଛି ଏବଂ ସଂଶୟ ଆସିବା ଦ୍ୱାରା
ହିଁ ଅନେକ ପ୍ରକାରର ପ୍ରଶ୍ନର ଉତ୍ପତ୍ତି ହୋଇଥାଏ । ବାବା କହୁଛନ୍ତି ମୁଁ ତୁମମାନଙ୍କୁ ଯେଉଁ
କାର୍ଯ୍ୟ ଦେଇଛି ଯାହାକି ପତିତରୁ ପାବନ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ, ସର୍ବଦା ଏହି
ଧନ୍ଦାରେ ବ୍ୟସ୍ତ ରହିଲେ ସବୁ ପ୍ରଶ୍ନ ସମାପ୍ତ ହୋଇଯିବ ।
ଗୀତ:-
ତୁହ୍ମେ ପାକେ
ହମନେ ଜାହାନ ପା ଲିଆ ହୈ....
ଓମ୍ ଶାନ୍ତି ।
ମିଠା ମିଠା
ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ । ମିଠା ମିଠା ଆତ୍ମିକ ସନ୍ତାନ ବୋଲି କିଏ କହିଲେ? ଏ କଥା
ନିଶ୍ଚିତ ଭାବରେ ଆତ୍ମାର ପିତା ପରମାତ୍ମା ହିଁ କହିପାରିବେ । ମିଠା-ମିଠା ସନ୍ତାନମାନେ ଏବେ
ସମ୍ମୁଖରେ ବସିଛନ୍ତି ଏବଂ ବାବା ବହୁତ ସ୍ନେହର ସହିତ ବୁଝାଉଛନ୍ତି । ଏବେ ତୁମେମାନେ ଜାଣୁଛ ଯେ,
ସୁଖ-ଶାନ୍ତିର ଦାତା, ଦୁଃଖହର୍ତ୍ତା ବାବାଙ୍କ ବ୍ୟତୀତ ସାରା ଦୁନିଆରେ ଅନ୍ୟ କୌଣସି ମନୁଷ୍ୟ
ହୋଇପାରିବେ ନାହିଁ ସେଥିପାଇଁ ସମସ୍ତେ ଦୁଃଖ ସମୟରେ ବାବାଙ୍କୁ ମନେ ପକାଇ ଆସୁଛନ୍ତି । ତୁମେମାନେ
ବାବାଙ୍କ ସମ୍ମୁଖରେ ବସିଛ । ତେଣୁ ଜାଣୁଛ ଯେ, ବାବା ଆମକୁ ସୁଖଧାମର ଯୋଗ୍ୟ କରୁଛନ୍ତି । ଆମେମାନେ
ସଦାକାଳ ପାଇଁ ସୁଖଧାମର ମାଲିକ କରୁଥିବା ବାବାଙ୍କ ସମ୍ମୁଖକୁ ଆସିଛୁ । ଏବେ ବୁଝିପାରୁଛୁ ଯେ,
ସମ୍ମୁଖରେ ଶୁଣିବା ଏବଂ ଦୂରରେ ରହି ଶୁଣିବାରେ ବହୁତ ଅନ୍ତର ରହିଛି । ମଧୁବନରେ ତୁମେମାନେ
ସମ୍ମୁଖରେ ଶୁଣୁଛ । ମଧୁବନ ପ୍ରସିଦ୍ଧ ଅଟେ । ମଧୁବନରେ ସେମାନେ ଶ୍ରୀକୃଷ୍ଣଙ୍କର ଚିତ୍ର
ଦେଖାଇଛନ୍ତି କିନ୍ତୁ ବର୍ତ୍ତମାନ ତ ଶ୍ରୀକୃଷ୍ଣ ନାହାଁନ୍ତି । ତୁମେ ପିଲାମାନେ ଜାଣିଛ । ନିଜକୁ
ବାରମ୍ବାର ଆତ୍ମା ନିଶ୍ଚୟ କରିବାକୁ ହେବ - ଏଥିରେ ମେହନତ ଲାଗିଥାଏ । ମୁଁ ଆତ୍ମା ବାବାଙ୍କଠାରୁ
ବର୍ସା ନେଉଛି । ବାବା ସାରା ସୃଷ୍ଟିଚକ୍ର ଭିତରେ ଥରେ ମାତ୍ର ଆସୁଛନ୍ତି । ଏହା କଳ୍ପର
କଲ୍ୟାଣକାରୀ ସଂଗମଯୁଗ । ଏହାର ନାମ ପୁରୁଷୋତ୍ତମ ରଖାଯାଇଛି । ଏହା ସଂଗମଯୁଗ ଅଟେ, ଯେଉଁ ସମୟରେ
ସମସ୍ତ ମନୁଷ୍ୟମାତ୍ର ଉତ୍ତମ ହୋଇଥା’ନ୍ତି । ଏବେ ତ ସମସ୍ତ ମନୁଷ୍ୟମାତ୍ରଙ୍କର ଆତ୍ମା ତମୋପ୍ରଧାନ
ହୋଇଯାଇଛି ଯାହା ପୁଣି ସତ୍ତ୍ୱପ୍ରଧାନ ହେବ । ସତ୍ତ୍ୱପ୍ରଧାନ ଥିବା ସମୟରେ ଆତ୍ମା ଉତ୍ତମ ଥିଲା ।
ତମୋପ୍ରଧାନ ହେବା ଦ୍ୱାରା ମନୁଷ୍ୟ ମଧ୍ୟ କନିଷ୍ଠ ହୋଇଯାଇଛନ୍ତି । ତେବେ ବର୍ତ୍ତମାନ ବାବା
ଆତ୍ମାମାନଙ୍କୁ ସମ୍ମୁଖରେ ବସି ବୁଝାଉଛନ୍ତି । ସାରା ପାର୍ଟ ଆତ୍ମା ହିଁ କରୁଛି, ଶରୀର ନୁହେଁ ।
ଏବେ ତୁମମାନଙ୍କ ବୁଦ୍ଧିରେ ଆସିଯାଇଛି ଯେ, ଆମେ ଆତ୍ମାମାନେ ବାସ୍ତବରେ ନିରାକାରୀ ଦୁନିଆ ବା
ଶାନ୍ତିଧାମର ନିବାସୀ ଅଟୁ । ଏହି କଥାକୁ କେହି ଜାଣି ନାହାଁନ୍ତି । ନା କାହାକୁ ବୁଝାଇ ପାରିବେ ।
ଏବେ ତୁମର ବୁଦ୍ଧିର ତାଲା ଖୋଲି ଯାଇଛି । ତୁମେ ଜାଣୁଛ ବାସ୍ତବରେ ଆତ୍ମା ପରମଧାମରେ ରହୁଛି ।
ତାହା ହେଲା ନିରାକାରୀ ଦୁନିଆ । ଏହା ସାକାରୀ ଦୁନିଆ । ଏଠାରେ ଆମେ ସବୁ ଆତ୍ମାମାନେ ପାର୍ଟଧାରୀ
ଅଟୁ । ପ୍ରଥମେ-ପ୍ରଥମେ ଆମେମାନେ ଅଭିନୟ କରିବା ପାଇଁ ଆସୁଛୁ । ପୁଣି କ୍ରମାନ୍ୱୟରେ ସମସ୍ତେ
ଆସିଥା’ନ୍ତି । ସବୁ ପାର୍ଟଧାରୀ ଏକାଠି ଆସନ୍ତି ନାହିଁ । ଭିନ୍ନ ଭିନ୍ନ ପ୍ରକାରର ପାର୍ଟଧାରୀମାନେ
ସମୟ ଅନୁସାରେ ଏଠାକୁ ଆସିବାରେ ଲାଗିଛନ୍ତି । ସମସ୍ତେ ସେତେବେଳେ ଏକାଠି ହେବେ ଯେତେବେଳେ ନାଟକ
ଶେଷ ହେବ । ଏବେ ତୁମମାନଙ୍କୁ ପରିଚୟ ମିଳିଛି, ମୁଁ ଆତ୍ମା ପ୍ରକୃତରେ ଶାନ୍ତିଧାମର ନିବାସୀ ଅଟେ,
ଏଠାକୁ ପାର୍ଟ କରିବା ପାଇଁ ଆସିଛି । ବାବା ସାରା ସମୟ ଅର୍ଥାତ୍ ପୁରା କଳ୍ପ ପାର୍ଟ କରିବା ପାଇଁ
ଆସନ୍ତି ନାହିଁ । ଆମେ ହିଁ ପାର୍ଟ କରି କରି ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଯାଉଛୁ । ଏବେ
ତୁମମାନଙ୍କୁ ସମ୍ମୁଖରେ ଶୁଣିବାକୁ ବହୁତ ମଜା ଲାଗୁଛି । ନିଜେ ମୁରଲୀ ପଢିଲେ ଏତେ ମଜା ଆସେ ନାହିଁ
। ଏଠାରେ ସମ୍ମୁଖରେ ରହିଛ ନା ।
ତୁମେ ପିଲାମାନେ ଜାଣୁଛ
ଯେ ଭାରତ ଭଗବାନ-ଭଗବତୀଙ୍କର ସ୍ଥାନ ଥିଲା । ଯାହାକି ଏବେ ନାହିଁ । ସ୍ମାରକୀ ସ୍ୱରୂପ ସେମାନଙ୍କର
ଚିତ୍ର ଦେଖୁଛ ଅର୍ଥାତ୍ ନିଶ୍ଚିତ ଭାବରେ ସେମାନଙ୍କର ଦୁନିଆ ଥିଲା । ଆମେମାନେ ମଧ୍ୟ ସେଠାକାର
ଅର୍ଥାତ୍ ସ୍ୱର୍ଗର ନିବାସୀ ଥିଲେ । ପ୍ରଥମେ-ପ୍ରଥମେ ଆମେ ଦେବତା ଥିଲେ, ନିଜର ପାର୍ଟକୁ ତ ମନେ
ପକାଇବା, ନା କି ଭୁଲିଯିବା । ବାବା କହୁଛନ୍ତି ତୁମେମାନେ ହିଁ ଏଠାରେ ଏହି ପାର୍ଟ କରିଛ । ଏହା
ଡ୍ରାମା ଅଟେ । ନୂଆ ଦୁନିଆ ପୁଣି ନିଶ୍ଚିତ ପୁରୁଣା ହେବ । ପ୍ରଥମେ-ପ୍ରଥମେ ଉପରୁ ଯେଉଁ
ଆତ୍ମାମାନେ ଆସିଥା’ନ୍ତି, ସେମାନେ ସୁବର୍ଣ୍ଣଯୁଗ ଅର୍ଥାତ୍ ସତ୍ୟଯୁଗରେ ଆସିଥା’ନ୍ତି । ଏହି ସବୁ
କଥା ଏବେ ତୁମମାନଙ୍କ ବୁଦ୍ଧିରେ ଅଛି । ତୁମେମାନେ ବିଶ୍ୱର ମାଲିକ ମହାରାଜା-ମହାରାଣୀ ଥିଲ ।
ସେଠାରେ କେବଳ ତୁମମାନଙ୍କର ରାଜଧାନୀ ଥିଲା । ଏବେ ତ ରାଜଧାନୀ ନାହିଁ । ଏବେ ତୁମେ ଶିକ୍ଷା
ଗ୍ରହଣ କରୁଛ ଯେ, ସେଠାରେ ଆମେ ରାଜକାର୍ଯ୍ୟ କିପରି ଚଳାଇବା । ସେଠାରେ ମନ୍ତ୍ରୀ ନ ଥା’ନ୍ତି
କାରଣ ମତଦାତାଙ୍କର ଆବଶ୍ୟକ ହିଁ ନ ଥାଏ । ସେମାନେ ତ ଶ୍ରୀମତ ଦ୍ୱାରା ଶ୍ରେଷ୍ଠରୁ ଶ୍ରେଷ୍ଠ
ହୋଇଯାଇଥା’ନ୍ତି । ତେଣୁ ସେମାନଙ୍କୁ ଅନ୍ୟ କାହାଠାରୁ ମତ ନେବାର ଆବଶ୍ୟକତା ନ ଥାଏ । ଯଦି
କାହାଠାରୁ ମତ ନେଲେ ତେବେ ବୁଝିବାକୁ ହେବ ଯେ, ତାଙ୍କର ବୁଦ୍ଧି ଦୁର୍ବଳ ଅଛି । ଏବେ ବାବାଙ୍କଠାରୁ
ଯେଉଁ ଶ୍ରୀମତ ମିଳୁଛି ତାହା ସତ୍ୟଯୁଗରେ ମଧ୍ୟ କାୟମ ରହିବ । ଏବେ ତୁମେମାନେ ଜାଣୁଛ, ପ୍ରଥମେ
ପ୍ରଥମେ ନିଶ୍ଚିତ ଭାବରେ ଏହି ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ଏବେ ତୁମମାନଙ୍କର ଆତ୍ମା
ସତେଜ ହେଉଛି । ଏହି ଜ୍ଞାନ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କେହି ବି ଦେଇପାରିବେ ନାହିଁ ।
ଏବେ ତୁମ ପିଲାମାନଙ୍କୁ
ଦେହୀ-ଅଭିମାନୀ ହେବାକୁ ପଡିବ । ଶାନ୍ତିଧାମରୁ ଆସି ଏଠାରେ ତୁମେମାନେ ବାଣୀରେ ଆସୁଛ ।
କଥାବାର୍ତ୍ତା କରିବା ବିନା କର୍ମ ହୋଇପାରିବ ନାହିଁ । ଏହା ବହୁତ ବୁଝିବାର କଥା । ଯେମିତି
ବାବାଙ୍କ ଭିତରେ ସାରା ସୃଷ୍ଟିର ଜ୍ଞାନ ରହିଛି, ସେମିତି ତୁମ ଆତ୍ମା ଭିତରେ ମଧ୍ୟ ଜ୍ଞାନ ରହିଛି
। ଆତ୍ମା କହୁଛି - ମୁଁ ଗୋଟିଏ ଶରୀର ଛାଡି ସଂସ୍କାର ଅନୁସାରେ ପୁଣି ଅନ୍ୟ ଏକ ଶରୀର ଧାରଣ କରୁଛି
। ପୁନର୍ଜନ୍ମ ମଧ୍ୟ ନିଶ୍ଚିତ ହୋଇଥାଏ । ଆତ୍ମାକୁ ଯାହା ବି ପାର୍ଟ ମିଳିଛି, ତାହା କରି ଚାଲିଛି
। ସଂସ୍କାର ଅନୁସାରେ ପରବର୍ତ୍ତୀ ଜନ୍ମ ନେଇ ଚାଲିଛି । ଆତ୍ମାର ପବିତ୍ରତାର ମାତ୍ରା ଦିନକୁ ଦିନ
କମି-କମି ଯାଉଛି । ପତିତ ଅକ୍ଷର ଦ୍ୱାପର ଯୁଗଠାରୁ ବ୍ୟବହାର କରାଯାଏ । ତଥାପି ମଧ୍ୟ କିଛିଟା ଫରକ
ନିଶ୍ଚିତ ପଡିଥାଏ । ନୂଆ ଘର ତିଆରି କରିଲେ, ଏକ ମାସ ପରେ ସେଥିରେ କିଛିଟା ଫରକ ତ ନିଶ୍ଚିତ ପଡିବ
। ଏବେ ତୁମେ ପିଲାମାନେ ଜାଣୁଛ ଯେ, ବାବା ଆମକୁ ସମ୍ପତ୍ତି ଦେଉଛନ୍ତି । ବାବା କହୁଛନ୍ତି ମୁଁ
ଆସିଛି ତୁମମାନଙ୍କୁ ସମ୍ପତ୍ତି ଦେବା ପାଇଁ । ତେବେ ଯିଏ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚପଦ
ପାଇବ । ବାବାଙ୍କ ପାଖରେ କୌଣସି ପ୍ରଭେଦ ନାହିଁ । ବାବା ଜାଣିଛନ୍ତି ମୁଁ ଆତ୍ମାମାନଙ୍କୁ ପାଠ
ପଢାଉଛି । ବାବାଙ୍କଠାରୁ ସମ୍ପତ୍ତି ନେବାର ହକ ଆତ୍ମାମାନଙ୍କର ଅଛି । ଏଥିରେ ପୁରୁଷ-ସ୍ତ୍ରୀର
ଦୃଷ୍ଟି ନାହିଁ । ତୁମେମାନେ ସମସ୍ତେ ସନ୍ତାନ ଅଟ । ଏବେ ବାବାଙ୍କଠାରୁ ବର୍ସା ନେଉଛ । ଆତ୍ମାମାନେ
ପରସ୍ପର ଭାଇ-ଭାଇ ଅଟନ୍ତି, ଯାହାଙ୍କୁ ବାବା ପାଠ ପଢାଉଛନ୍ତି, ବର୍ସା ଦେଉଛନ୍ତି । ବାବା ହିଁ
ଆତ୍ମିକ ସନ୍ତାନମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି - ହେ ମୋର ଗେହ୍ଲା ମିଠା ସିକିଲଧେ
ସନ୍ତାନମାନେ, ତୁମେମାନେ ବହୁତ ସମୟ ହେବ ଅଭିନୟ କରି କରି ଏବେ ପୁନର୍ବାର ଆସି ମୋ ସହିତ ମିଶୁଛ,
ନିଜର ସମ୍ପତ୍ତି ନେବା ପାଇଁ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ତୁମମାନଙ୍କର ଆରମ୍ଭରୁ
ଶେଷ ପର୍ଯ୍ୟନ୍ତ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ତୁମେ ଅଭିନେତାମାନେ ଅଭିନୟ କରିଚାଲିଛ । ଆତ୍ମା
ଅବିନାଶୀ ତା’ ଭିତରେ ଅବିନାଶୀ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ଶରୀର ତ ବଦଳି ଚାଲିଛି । ବାକି
ଆତ୍ମା ପବିତ୍ରରୁ ଅପବିତ୍ର ହେଉଛି । ସତ୍ୟଯୁଗରେ ଆତ୍ମା ପବିତ୍ର ଥିଲା, ଏବେ ପତିତ ହୋଇଯାଇଛି ।
ଏହାକୁ କୁହାଯାଏ ପତିତ ଦୁନିଆ । ଯେତେବେଳେ ଦେବତାମାନଙ୍କର ରାଜ୍ୟ ଥିଲା ସେତେବେଳେ ନିର୍ବିକାରୀ
ଦୁନିଆ ଥିଲା । ଯାହାକି ଏବେ ନାହିଁ । ଏହା ମଧ୍ୟ ଏକ ଖେଳ ଅଟେ ନା । ନୂଆ ଦୁନିଆରୁ ପୁରୁଣା
ଦୁନିଆ, ପୁରୁଣା ଦୁନିଆରୁ ପୁଣି ନୂଆ ଦୁନିଆ । ଏବେ ସୁଖଧାମର ସ୍ଥାପନା ହେଉଛି, ବାକି ସବୁ
ଆତ୍ମାମାନେ ମୁକ୍ତିଧାମରେ ରହିବେ । ଏବେ ଏହି ବେହଦର ନାଟକ ଶେଷ ହେବାକୁ ଯାଉଛି । ସବୁ ଆତ୍ମାମାନେ
ମଶା ମାଛି ସଦୃଶ ଘରକୁ ଫେରିଯିବେ । ଏହି ସମୟରେ କେହି ବି ଆତ୍ମା ଯଦି ପରମଧାମରୁ ଆସୁଛି, ତେବେ
ତା’ର କି ମୂଲ୍ୟ ହେବ । ମୂଲ୍ୟ ସେମାନଙ୍କର ରହିଛି ଯେଉଁମାନେ ପ୍ରଥମେ-ପ୍ରଥମେ ନୂଆ ଦୁନିଆରେ
ଆସୁଛନ୍ତି । ତୁମେମାନେ ଜାଣିଛ ଯେଉଁ ନୂଆ ଦୁନିଆ ଥିଲା ତାହା ଏବେ ପୁରୁଣା ହୋଇଯାଇଛି । ନୂଆ
ଦୁନିଆରେ ଆମେ ଦେବୀ-ଦେବତା ଥିଲେ । ସେଠାରେ ଦୁଃଖର ନାମ-ଗନ୍ଧ ନ ଥିଲା । ଏଠାରେ ତ ଅସରନ୍ତି
ଦୁଃଖ ରହିଛି । ସେଥିପାଇଁ ବାବା ଆସି ଦୁଃଖର ଦୁନିଆରୁ ମୁକ୍ତ କରୁଛନ୍ତି । ଏହି ପୁରୁଣା ଦୁନିଆ
ବଦଳିବ ନିଶ୍ଚିତ । ତୁମେମାନେ ବୁଝୁଛ ଯେ, ଆମେ ନିଶ୍ଚିତ ସତ୍ୟଯୁଗର ମାଲିକ ଥିଲେ ପୁଣି ୮୪ ଜନ୍ମ
ପରେ ଏହିପରି ହୋଇଯାଇଛୁ । ଏବେ ପୁଣି ବାବା କହୁଛନ୍ତି, ମୋତେ ସ୍ମରଣ କରିଲେ ତୁମେମାନେ ପୁଣି
ସ୍ୱର୍ଗର ମାଲିକ ହୋଇଯିବ । ତେଣୁ ଆମେ କାହିଁକି ନିଜକୁ ଆତ୍ମା ଭାବି ବାବାଙ୍କୁ ସ୍ମରଣ ନ କରିବା
। କିଛି ତ ପରିଶ୍ରମ କରିବାକୁ ପଡିବ ନା । ରାଜ୍ୟପଦ ପାଇବା କ’ଣ ସହଜ କଥା କି! ତେଣୁ ବାବାଙ୍କୁ
ସ୍ମରଣ କରିବାକୁ ହେବ । ଏହା ମଧ୍ୟ ମାୟାର ଚମତ୍କାରୀ ଅଟେ, ଯାହାକି ବାରମ୍ବାର ତୁମକୁ ଭୂଲାଇ
ଦେଉଛି । ସେଥିପାଇଁ ଉପାୟ ବାହାର କରିବା ଦରକାର । ଏମିତି ନୁହେଁ ଯେ ମୋର ହୋଇଗଲେ ଯୋଗ ଲାଗିଯିବ
। ତେବେ ପୁରୁଷାର୍ଥ କରିବା କ’ଣ ଦରକାର? ନା । ଯେ ପର୍ଯ୍ୟନ୍ତ ବଞ୍ଚିଛ ସେ ପର୍ଯ୍ୟନ୍ତ
ପୁରୁଷାର୍ଥ କରିବାକୁ ହେବ, ଜ୍ଞାନ ଅମୃତ ପାନ କରିବାକୁ ହେବ । ଏ କଥା ମଧ୍ୟ ଜାଣିଛ ଯେ, ଏହା ଆମର
ଅନ୍ତିମ ଜନ୍ମ । ତେଣୁ ଏହି ଶରୀରର ସ୍ମୃତିକୁ ଭୁଲି ଦେହୀ-ଅଭିମାନୀ ହେବାକୁ ପଡିବ । ଘର ଗୃହସ୍ଥରେ
ମଧ୍ୟ ରହିବାକୁ ହେବ । କିନ୍ତୁ ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ । କେବଳ ନିଜକୁ ଆତ୍ମା
ନିଶ୍ଚୟ କରି ବାବାଙ୍କୁ ମନେ ପକାଅ । ତ୍ୱମେବ ମାତାଶ୍ଚ ପିତା... ଏସବୁ ହେଲା ଭକ୍ତିମାର୍ଗର ମହିମା
। ତୁମକୁ କେବଳ ଏକମାତ୍ର ଅଲଫ ଅର୍ଥାତ୍ ବାବାଙ୍କୁ ସ୍ମରଣ କରିବାକୁ ହେବ । ସେହି ଜଣେ ହିଁ ମିଠା
ସାକାରିନ୍ ଅଟନ୍ତି । ତେଣୁ ଅନ୍ୟ ସବୁ କଥାକୁ ଛାଡି ଏକମାତ୍ର ସାକାରିନ୍ ବାବାଙ୍କୁ ମନେ ପକାଅ ।
ଏବେ ତୁମମାନଙ୍କର ଆତ୍ମା ତମୋପ୍ରଧାନ ହୋଇଯାଇଛି, ତାକୁ ସତ୍ତ୍ୱପ୍ରଧାନ କରିବା ପାଇଁ ଯୋଗର
ଯାତ୍ରାରେ ରୁହ । ସମସ୍ତଙ୍କୁ ଏହି କଥା ଜଣାଅ ଯେ, ବାବାଙ୍କ ଠାରୁ ସୁଖର ସମ୍ପତ୍ତି ନିଅ । ସୁଖ ତ
ସତ୍ୟଯୁଗରେ ଥାଏ ଏବଂ ସେହି ସୁଖଧାମର ସ୍ଥାପକ କେବଳ ବାବା ହିଁ ଅଟନ୍ତି । ବାବାଙ୍କୁ ମନେ ପକାଇବା
ବହୁତ ସହଜ କିନ୍ତୁ ମାୟାର ବିଘ୍ନ ବହୁତ ରହିଛି ତେଣୁ ଚେଷ୍ଟା କରି ମୋତେ ମନେ ପକାଅ ତେବେ ଖାଦ
ଅର୍ଥାତ୍ ବିକାର ବାହାରିଯିବ । ଗାୟନ ରହିଛି ଯେ, ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି । ଆମେ
ଆତ୍ମାମାନେ ଆତ୍ମିକ ବାବାଙ୍କର ସନ୍ତାନ, ସେଠାକାର ନିବାସୀ ଅଟୁ । ପୁଣି ଆମକୁ ନିଜର ପାର୍ଟର
ପୁନରାବୃତ୍ତି କରିବାକୁ ହେବ । ଏହି ଡ୍ରାମା ଭିତରେ ସବୁଠାରୁ ଅଧିକ ପାର୍ଟ ଆମର ରହିଛି । ସୁଖ
ମଧ୍ୟ ସବୁଠାରୁ ଅଧିକ ଆମକୁ ମିଳିବ । ବାବା କହୁଛନ୍ତି ତୁମର ଦେବୀ-ଦେବତା ଧର୍ମ ବହୁତ ସୁଖଦାୟୀ
ଅଟେ । ବାକି ସମସ୍ତେ ଶାନ୍ତିଧାମକୁ ଅଟୋମେଟିକ୍ ଅର୍ଥାତ୍ ଆପେ ଆପେ ନିଜର ହିସାବ-କିତାବ ଚୁକ୍ତ
କରି ଚାଲିଯିବେ । ଏହାର ଅଧିକ ବିସ୍ତାରକୁ ଆମେ କାହିଁକି ଯିବା । ବାବା କେବଳ ଆସୁଛନ୍ତି
ସମସ୍ତଙ୍କୁ ଘରକୁ ଫେରାଇ ନେବା ପାଇଁ । ଅନ୍ତିମ ସମୟରେ ମଶା ସଦୃଶ ସମସ୍ତଙ୍କୁ ନେଇଯାଉଛନ୍ତି ।
ସତ୍ୟଯୁଗରେ ବହୁତ ଅଳ୍ପ ସଂଖ୍ୟକ ମନୁଷ୍ୟ ଥା’ନ୍ତି । ଏସବୁ ଡ୍ରାମାରେ ନିଧାର୍ଯ୍ୟ ଅଛି । ଶରୀର
ସବୁ ନଷ୍ଟ ହୋଇଯିବ । ଆତ୍ମା ଯିଏକି ଅବିନାଶୀ ଅଟେ ସିଏ ନିଜର କର୍ମର ସବୁ ହିସାବ-କିତାବ ଚୁକ୍ତ
କରି ଘରକୁ ଚାଲିଯିବ । ଏମିତି ନୁହେଁ ଯେ ଆତ୍ମା ନିଆଁରେ ପଡିଗଲେ ପବିତ୍ର ହୋଇଯିବ । ଆତ୍ମାକୁ ତ
ଯୋଗ ଅଗ୍ନି ଦ୍ୱାରା ହିଁ ପବିତ୍ର ହେବାକୁ ପଡିବ । ଏହା ଯୋଗାଗ୍ନି ଅଟେ । କିନ୍ତୁ ଦୁନିଆରେ ନାଟକ
ତିଆରି କରିଛନ୍ତି ଯେ, ସୀତା ଅଗ୍ନି ପରୀକ୍ଷା ଦେଇଥିଲେ । ଅଗ୍ନି ଦ୍ୱାରା କ’ଣ ପବିତ୍ର ହୋଇପାରିବ
। ବାବା ବୁଝାଉଛନ୍ତି ତୁମେ ସବୁ ଆତ୍ମାରୂପୀ ସୀତାମାନେ ବର୍ତ୍ତମାନ ପତିତ ଅଟ । ରାବଣର ରାଜ୍ୟରେ
ଅଛ । ଏବେ ଏକମାତ୍ର ବାବାଙ୍କ ସ୍ମୃତି ଦ୍ୱାରା ତୁମକୁ ପବିତ୍ର ହେବାକୁ ପଡିବ । ରାମ କେବଳ ସେହି
ଜଣେ ହିଁ ଅଟନ୍ତି । ଅଗ୍ନି ଅକ୍ଷର ଶୁଣିଲେ ଭାବୁଛନ୍ତି ଯେ ସୀତା ନିଆଁ ପାରି ହୋଇଥିଲେ । କେଉଁଠି
ଯୋଗ ରୂପୀ ଅଗ୍ନି, କେଉଁଠି ଏହି ନିଆଁ । ଆତ୍ମା ପରମପିତା ପରମାତ୍ମାଙ୍କ ସହିତ ଯୋଗ ରଖିଲେ ହିଁ
ପତିତରୁ ପାବନ ହୋଇପାରିବ । ତେବେ ଏଥିରେ ରାତି ଦିନର ଫରକ ରହିଛି ନା । ଏହି ନର୍କ ଦୁନିଆରେ ସବୁ
ଆତ୍ମା ରୂପୀ ସୀତାମାନେ ରାବଣର ଜେଲ୍ରେ ଶୋକବାଟିକାରେ ଅଛନ୍ତି । ଏଠାକାର ସୁଖକୁ ତ କାକବିଷ୍ଠା
ସହିତ ତୁଳନା କରାଯାଇଛି । ସ୍ୱର୍ଗରେ ଅସରନ୍ତି ସୁଖ ରହିଛି ।
ତୁମେ ଆତ୍ମାମାନଙ୍କର ଏବେ
ଶିବ ସାଜନଙ୍କ ସହିତ ନିର୍ବନ୍ଧ ହୋଇଯାଇଛି । ତେଣୁ ଆତ୍ମା ଫିମେଲ ଅର୍ଥାତ୍ ସ୍ତ୍ରୀ ହେଲା ନା ।
ଶିବବାବା କହୁଛନ୍ତି କେବଳ ମୋତେ ମନେ ପକାଅ, ତେବେ ତୁମେମାନେ ପବିତ୍ର ହୋଇଯିବ । ଶାନ୍ତିଧାମକୁ
ଯାଇ ପୁଣି ସୁଖଧାମକୁ ଆସିଯିବ । ସେଥିପାଇଁ ଏବେ ପିଲାମାନଙ୍କୁ ଜ୍ଞାନ ରତ୍ନରେ ନିଜର ଝୁଲାମୁଣିକୁ
ଭରିବା ଦରକାର । ଏଥିରେ କୌଣସି ପ୍ରକାରର ସଂଶୟ ଆସିବା ଉଚିତ୍ ନୁହେଁ । ଦେହ-ଅଭିମାନରେ ଆସିଲେ
ଅନେକ ପ୍ରକାରର ପ୍ରଶ୍ନ ଉଠିଥାଏ । ପୁଣି ବାବା ଯେଉଁ ଧନ୍ଦା ଦେଇଥା’ନ୍ତି ତାହାକୁ କରି ନ ଥା’ନ୍ତି
। ମୂଳକଥା ହେଲା ଆମକୁ ପତିତରୁ ପବିତ୍ର ହେବାକୁ ପଡିବ । ଅନ୍ୟ ସବୁ କଥାକୁ ଛାଡି ଦେବା ଦରକାର ।
ରାଜଧାନୀର ଯେମିତି ନୀତି-ନିୟମ ଥିବ ସେମିତି ହେବ । ଯେମିତି ମହଲ ତିଆରି କରିଥିବେ ସେମତି କରିବେ
। ମୂଳକଥା ହେଲା ପବିତ୍ରତାର । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ.... ତେବେ ପାବନ ହେଲେ ସୁଖୀ
ହୋଇଯିବେ । ଦେବୀ-ଦେବତାମାନେ ହେଲେ ସବୁଠାରୁ ପବିତ୍ର ।
ଏବେ ତୁମେମାନେ ୨୧ ଜନ୍ମ
ପାଇଁ ସର୍ବୋତ୍ତମ ପବିତ୍ର ହେଉଛ । ତାକୁ ହିଁ କୁହାଯାଉଛି ସମ୍ପୂର୍ଣ୍ଣ ନିର୍ବିକାରୀ ପବିତ୍ର
ଜୀବନ । ତେଣୁ ବାବା ଯେଉଁ ଶ୍ରୀମତ ଦେଇଛନ୍ତି; ସେହି ଅନୁସାରେ ଚାଲିବା ଦରକାର । ଏଥିରେ କୌଣସି
ପ୍ରକାରର ସଂକଳ୍ପ ଉଠାଇବାର ଆବଶ୍ୟକତା ନାହିଁ । ପ୍ରଥମେ ମୁଁ ପତିତରୁ ପବିତ୍ର ତ ହୋଇଯାଏ । ବାସ୍
ଡାକୁଛନ୍ତି ହେ ପତିତ-ପାବନ... କିନ୍ତୁ କିଛି ବି ବୁଝୁ ନାହାଁନ୍ତି । ଏ କଥା ମଧ୍ୟ
ଜାଣିନାହାଁନ୍ତି ଯେ ପତିତ-ପାବନ କିଏ? ଏହା ହେଲା ପତିତ ଦୁନିଆ, ତାହା ହେଲା ପାବନ ଦୁନିଆ ।
ମୁଖ୍ୟ କଥା ହିଁ ହେଉଛି ପାବନ କିପରି ହେବ ଏବଂ କିଏ କରିବ? ଏ ସମ୍ବନ୍ଧରେ କେହି କିଛି ବି ଜାଣି
ନାହାଁନ୍ତି । ସେମାନେ ପତିତ-ପାବନ କହି ଡାକୁଛନ୍ତି କିନ୍ତୁ ଯଦି କହିବ ତୁମେ ପତିତ, ତେବେ
ବିଗିଡିଯିବେ । ନିଜକୁ କେହି ବି ବିକାରି ବୋଲି ଭାବୁ ନାହାଁନ୍ତି । କହୁଛନ୍ତି ଗୃହସ୍ଥି ତ ସମସ୍ତେ
ଥିଲେ । ରାଧା-କୃଷ୍ଣ, ଲକ୍ଷ୍ମୀ-ନାରାୟଣଙ୍କର ମଧ୍ୟ ସନ୍ତାନ ଥିଲେ ନା । କିନ୍ତୁ ସେଠାରେ ଯୋଗବଳ
ଦ୍ୱାରା ସନ୍ତାନ ଜନ୍ମ ହୋଇଥାନ୍ତି, ଏ କଥା ଭୁଲିଯାଇଛନ୍ତି । ତାକୁ ନିର୍ବିକାରୀ ଦୁନିଆ ସ୍ୱର୍ଗ
କୁହାଯାଏ । ତାହା ହେଲା ଶିବାଳୟ । ବାବା କହୁଛନ୍ତି ପତିତ ଦୁନିଆରେ ଜଣେ ବି ପବିତ୍ର ନାହାଁନ୍ତି
। ଏହି ବାବା ତ ପିତା, ଶିକ୍ଷକ ଏବଂ ସଦଗୁରୁ ଅଟନ୍ତି ଯିଏକି ସମସ୍ତଙ୍କୁ ସଦ୍ଗତି ଦେଇଥା’ନ୍ତି ।
ସେମାନେ ତ ଗୋଟିଏ ଗୁରୁ ଚାଲିଗଲେ ପୁଣି ତାଙ୍କ ପୁତ୍ରଙ୍କୁ ଗୁରୁଙ୍କ ଆସନରେ ବସାଇ ଦେଇଥା’ନ୍ତି ।
ତେବେ ସିଏ କିପରି ସଦ୍ଗତିକୁ ନେଇ ଯାଇପାରିବେ? ସମସ୍ତଙ୍କର ସଦ୍ଗତି ଦାତା ତ ଜଣେ ହିଁ ଅଟନ୍ତି
। ସତ୍ୟଯୁଗରେ କେବଳ ଦେବୀ-ଦେବତାମାନେ ରହିବେ । ବାକି ଏତେ ସବୁ ଆତ୍ମାମାନେ ଶାନ୍ତିଧାମକୁ
ଚାଲିଯିବେ । ଏହି ରାବଣ ରାଜ୍ୟରୁ ମୁକ୍ତି ପାଇଯିବେ । ବାବା ସମସ୍ତଙ୍କୁ ପବିତ୍ର କରି ନେଇଯିବେ ।
ପବିତ୍ରରୁ ପୁଣି ତୁରନ୍ତ କେହି ପତିତ ହୁଅନ୍ତି ନାହିଁ । କ୍ରମାନ୍ୱୟରେ ତଳକୁ ତଳକୁ ଆସିଥା’ନ୍ତି
। ସତ୍ତ୍ୱପ୍ରଧାନରୁ ସତ୍ତ୍ୱ-ରଜୋ-ତମୋ... ଏବେ ଏହି ୮୪ ଜନ୍ମର ଚକ୍ରର ଜ୍ଞାନ ତୁମମାନଙ୍କ
ବୁଦ୍ଧିରେ ଅଛି । ତୁମେ ଯେପରି ଏବେ ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ଅଟ । ଏହି ଚକ୍ର କିପରି
ଘୂରୁଛି, ଏହି ଜ୍ଞାନ ଦ୍ୱାରା ତୁମେମାନେ ଜାଣିଗଲ । ଏବେ ତୁମମାନଙ୍କୁ ଅନ୍ୟ ସମସ୍ତଙ୍କୁ ରାସ୍ତା
ବତାଇବାକୁ ହେବ । ସମସ୍ତେ ନୌକା ଅଟନ୍ତି, ତୁମେ ରାସ୍ତା ବତାଇଲାବାଲା ପାଇଲଟ ଅଟ । ସମସ୍ତଙ୍କୁ
କୁହ ତୁମେ ଏବେ ଶାନ୍ତିଧାମ, ସୁଖଧାମକୁ ମନେ ପକାଅ । କଳିଯୁଗ ଦୁଃଖଧାମକୁ ଭୁଲିଯାଅ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେ
ପର୍ଯ୍ୟନ୍ତ ଜୀବିତ ଅଛ ସେ ପର୍ଯ୍ୟନ୍ତ ଜ୍ଞାନ ଅମୃତ ପାନ କରିବାକୁ ହେବ । ନିଜର ବୁଦ୍ଧିରୂପୀ
ଝୁଲାକୁ ଜ୍ଞାନ ରତ୍ନରେ ଭରିବାକୁ ହେବ । ସଂଶୟରେ ଆସି କୌଣସି ପ୍ରଶ୍ନ ଉଠାଇବାର ନାହିଁ ।
(୨) ଯୋଗ ଅଗ୍ନି ଦ୍ୱାରା
ଆତ୍ମା ରୂପୀ ସୀତାକୁ ପାବନ କରିବାକୁ ହେବ । କୌଣସି କଥାରେ ଅଧିକ ବିସ୍ତାରକୁ ନ ଯାଇ
ଦେହୀ-ଅଭିମାନୀ ହେବାର ପରିଶ୍ରମ କରିବାକୁ ହେବ । ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ
।
ବରଦାନ:-
ସର୍ବଦା ଜ୍ଞାନର
ମନନ ଦ୍ୱାରା ମଗନ ଅବସ୍ଥାର ସାଗରରେ ବୁଡି ରହିବାର ଅନୁଭବ କରୁଥିବା ଅନୁଭବୀ ମୂରତ ଭବ ।
ଅନୁଭବକୁ ବଢାଇବାର ଆଧାର
ହେଲା ମନନ ଶକ୍ତି । ମନନ କରୁଥିବା ଆତ୍ମା ସ୍ୱତଃ ହିଁ ମଗନ ଅବସ୍ଥାରେ ରହିଥାଏ ଏବଂ ମଗନ ଅବସ୍ଥାରେ
ଯୋଗ ଲଗାଇବା ପାଇଁ ପଡି ନ ଥାଏ କିନ୍ତୁ ନିରନ୍ତର ଯୋଗ ଲାଗି ରହିଥାଏ, ମେହନତ କରିବାକୁ ପଡି ନ
ଥାଏ । ତେବେ ମଗନର ଅର୍ଥ ହେଲା ସ୍ନେହର ସାଗରରେ ଏକାକାର ହୋଇଯିବା, ଯାହାକି କେହି ଅଲଗା
କରିପାରିବ ନାହିଁ । ତେଣୁ ମେହନତ କରିବାରୁ ମୁକ୍ତ ହୁଅ, ସାଗରର ସନ୍ତାନ ଅଟ, ତେଣୁ ଅନୁଭବର
ପୋଖରୀରେ ବୁଡ ପକାଅ ନାହିଁ କିନ୍ତୁ ସାଗର ସହିତ ଏକାକାର ହୋଇଯାଅ, ତେବେ କୁହାଯିବ ଅନୁଭବୀ ମୂରତ
।
ସ୍ଲୋଗାନ:-
ଜ୍ଞାନ ସ୍ୱରୂପ
ଆତ୍ମା ତାଙ୍କୁ କୁହାଯିବ ଯାହାଙ୍କର ପ୍ରତିଟି ସଂକଳ୍ପ, ପ୍ରତିଟି ମୂହୁର୍ତ୍ତ ସମର୍ଥ ଅଟେ ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ଯଦି କୌଣସି ବି ସ୍ୱଭାବ,
ସଂସ୍କାର, ବ୍ୟକ୍ତି ଅଥବା ବୈଭବର ବନ୍ଧନ ନିଜ ଆଡକୁ ଆକର୍ଷିତ କରୁଛି ତେବେ ବାବାଙ୍କର ସ୍ମୃତିର
ଆକର୍ଷଣ ସର୍ବଦା ରହିପାରିବ ନାହିଁ । ତେବେ କର୍ମାତୀତ ହେବା ଅର୍ଥ ହେଲା ସମସ୍ତ କର୍ମବନ୍ଧନରୁ
ମୁକ୍ତ ବା ନିଆରା ହୋଇ ପ୍ରକୃତି ଦ୍ୱାରା ନିମିତ୍ତ ମାତ୍ର କର୍ମ କରାଇବା । ତେଣୁ ଏହିଭଳି ନିଆରା
ହେବାର ପୁରୁଷାର୍ଥ ବାରମ୍ବାର କରୁଥାଅ । ସହଜରେ ଏବଂ ସ୍ୱତଃ ଭାବରେ ଏହି ଅନୁଭୂତି ହେଉ ଯେ କର୍ମ
କରିବାବାଲା କର୍ମେନ୍ଦ୍ରିୟ ଗୁଡିକ ଏବଂ କରାଇବାବାଲା ଆତ୍ମା ଦୁହେଁ ଅଲଗା ହିଁ ଅଟନ୍ତି ।