30.03.25 Avyakt Bapdada Odia Murli 30.11.2004 Om Shanti Madhuban
“ଏବେ ନିଜର ଚାଲିଚଳନ ଏବଂ
ଚେହେରା ଦ୍ୱାରା ବ୍ରହ୍ମାବାବାଙ୍କ ସମାନ ଅବ୍ୟକ୍ତ ରୂପ ଦେଖାଅ ସାକ୍ଷାତ୍କାର ମୂରତ ହୁଅ”
ଆଜି ଭାଗ୍ୟ ବିଧାତା ବାବା
ନିଜର ଚାରିଆଡର ଶ୍ରେଷ୍ଠ ଭାଗ୍ୟବାନ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ସାରା କଳ୍ପ ଭିତରେ
ଏଭଳି ଶ୍ରେଷ୍ଠ ଭାଗ୍ୟ କାହାର ବି ହୋଇପାରିବ ନାହିଁ । କଳ୍ପ କଳ୍ପ କେବଳ ତୁମେ ପିଲାମାନେ ହିଁ ଏହି
ଅଧିକାର ପ୍ରାପ୍ତ କରୁଛ । ମନେ ଅଛି ତ ନିଜର କଳ୍ପ କଳ୍ପର ଅଧିକାରର ଭାଗ୍ୟ? ଏହି ଭାଗ୍ୟ
ସର୍ବଶ୍ରେଷ୍ଠ ଭାଗ୍ୟ କାହିଁକି ଅଟେ? କାହିଁକି ନା ସ୍ୱୟଂ ଭାଗ୍ୟ ବିଧାତା ହିଁ ଏହି ଶ୍ରେଷ୍ଠ
ଭାଗ୍ୟର ଦିବ୍ୟ ଜନ୍ମ ତୁମମାନଙ୍କୁ ଦେଇଛନ୍ତି । ଯାହାର ଜନ୍ମ ହିଁ ଭାଗ୍ୟ ବିଧାତାଙ୍କ ଦ୍ୱାରା
ହୋଇଥିବ ତା’ଠାରୁ ଶ୍ରେଷ୍ଠ ଆଉ କିଛି ହୋଇପାରିବ ହିଁ ନାହିଁ । ତେବେ ନିଜର ଭାଗ୍ୟର ନିଶା
ସ୍ମୃତିରେ ରହୁଛି ତ? ଯଦି ନିଜର ଭାଗ୍ୟର ଲିଷ୍ଟ ବାହାର କରିବ ତେବେ କେତେ ବଡ ଲିଷ୍ଟ ହୋଇଯିବ?
କୌଣସି ବି ବସ୍ତୁ ତୁମର ଏହି ଭାଗ୍ୟବାନ ବ୍ରାହ୍ମଣ ଜନ୍ମରେ ଅପ୍ରାପ୍ତ ନୁହେଁ । ତେବେ ସମସ୍ତଙ୍କ
ମନ ଭିତରେ ନିଜର ଭାଗ୍ୟର ତାଲିକା ସ୍ମୃତିରେ ଆସିଗଲା ନା? ଏବେ ତା’କୁ ସ୍ମୃତିକୁ ଆଣ, କ’ଣ ଆସିଗଲା
ତ? ଏବେ ତୁମର ଦିଲ୍ କେଉଁ ଗୀତ ଗାଉଛି? ବାଃ ଭାଗ୍ୟ ବିଧାତା ବାଃ, ବାଃ ମୋ’ର ଭାଗ୍ୟ ବାଃ । ତେବେ
ଏହି ଶ୍ରେଷ୍ଠ ଭାଗ୍ୟର ବିଶେଷତା ହେଲା ଜଣେ ଭଗବାନଙ୍କ ଦ୍ୱାରା ତିନୋଟି ସମ୍ବନ୍ଧର ପ୍ରାପ୍ତି ।
ଜଣଙ୍କ ଦ୍ୱାରା ଜଣଙ୍କ ଭିତରେ ତିନୋଟି ସମ୍ବନ୍ଧ, ଜୀବନରେ ଯେଉଁ ତିନୋଟି ବିଶେଷ ସମ୍ବନ୍ଧର ଗାୟନ
ଅଛି - ପିତା, ଶିକ୍ଷକ, ସତ୍ଗୁରୁ, ତେବେ ଦୁନିଆରେ କାହାକୁ ବି ଜଣଙ୍କ ଦ୍ୱାରା ତିନୋଟି ବିଶେଷ
ସମ୍ବନ୍ଧ ଏବଂ ତା’ର ପ୍ରାପ୍ତି ହେଉ ନାହିଁ । କିନ୍ତୁ ତୁମେମାନେ ଗର୍ବର ସହିତ କହୁଛ ଆମର ପିତା
ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ସତଗୁରୁ ମଧ୍ୟ ଅଟନ୍ତି । ପିତାଙ୍କ ଦ୍ୱାରା ସର୍ବ
ସମ୍ପତ୍ତିର ଖଣି ପ୍ରାପ୍ତ ହେଉଛି । ଏବେ ତ ସମ୍ପତ୍ତିଗୁଡିକର ତାଲିକା ମଧ୍ୟ ସ୍ମୃତିକୁ ଆସିଯିବଣି!
ତେବେ ବାବାଙ୍କ ଦ୍ୱାରା କ’ଣ କ’ଣ ସମ୍ପତ୍ତି ମିଳିଛି, ସେଗୁଡିକୁ ସ୍ମୃତିକୁ ଆଣ । କ’ଣ ମିଳିଯାଇଛି
ନା ମିଳିବାର ଅଛି? କ’ଣ କହୁଛ? ବାଳକ ହିସାବରେ ମାଲିକ ତ ନିଶ୍ଚିତ ଅଟ । ଶିକ୍ଷା ଦ୍ୱାରା
ଶ୍ରେଷ୍ଠ ପଦର ପ୍ରାପ୍ତି ହୋଇଯାଇଛି । ଏମିତି ବି ଦେଖିବାକୁ ଗଲେ ଦୁନିଆରେ ସବୁଠାରୁ ଶ୍ରେଷ୍ଠ ପଦ
ରାଜ୍ୟ ପଦର ଗାୟନ ରହିଛି, ତେଣୁ ତୁମେମାନେ ତ ଡବଲ ରାଜା ହୋଇଯାଇଛ । ବର୍ତ୍ତମାନ ସ୍ୱରାଜ୍ୟ
ଅଧିକାରୀ ଏବଂ ଭବିଷ୍ୟତରେ ମଧ୍ୟ ଅନେକ ଜନ୍ମ ରାଜ୍ୟ ପଦର ଅଧିକାରୀ । ଏହି ପାଠପଢା କେବଳ ଗୋଟିଏ
ଜନ୍ମର, ତାହା ମଧ୍ୟ କେତେ ଛୋଟିଆ ଜନ୍ମ କିନ୍ତୁ ପଦ ପ୍ରାପ୍ତି ଅନେକ ଜନ୍ମର ଏବଂ ରାଜ୍ୟ ମଧ୍ୟ
ଅଖଣ୍ଡ, ଅଟଳ, ନିର୍ବିଘ୍ନ ରାଜ୍ୟ । ଏବେ ମଧ୍ୟ ତୁମେମାନେ ସ୍ୱରାଜ୍ୟ ଅଧିକାରୀ ଚିନ୍ତାମୁକ୍ତ ରାଜା
ଅଟ, ଠିକ୍ କଥା ନା? କ’ଣ ଚିନ୍ତାମୁକ୍ତ ରାଜା ହୋଇଯାଇଛ? ତେବେ ଯେଉଁମାନେ ଚିନ୍ତାମୁକ୍ତ ଅଟନ୍ତି,
ସେମାନେ ହାତ ଉଠାଅ । କ’ଣ ଚିନ୍ତା ମୁକ୍ତ ଅଟ ତ? ଟିକିଏ ବି ଚିନ୍ତା ନାହିଁ ତ? ଦେଖ ଯେତେବେଳେ
କୌଣସି କଣ୍ଢେଇ ଖେଳ ଅର୍ଥାତ୍ ପରିସ୍ଥିତି ସାମ୍ନାକୁ ଆସିଯାଉଛି, ସେତେବେଳେ ଚିନ୍ତା ଆସୁଛି ନା
ନାହିଁ? ମାୟର କଣ୍ଢେଇ ନାଚ ସାମନାକୁ ଆସୁଛି ନା ନାହିଁ? ସେତେବେଳେ ଟିକେ ଟିକେ ଚିନ୍ତା ଆସୁଛି
ନା? ନା ଆସୁନାହିଁ? ଅଳ୍ପ ଅଳ୍ପ ଚିନ୍ତା ବା ଚିନ୍ତନ ଚାଲୁଛି ନା ନାହିଁ? ଏମିତି ତ ତୁମର
ଶ୍ରେଷ୍ଠ ଭାଗ୍ୟ ଏବେଠାରୁ ହିଁ ତୁମମାନଙ୍କୁ ନିଶ୍ଚିନ୍ତ ସମ୍ରାଟ କରିଦେଉଛି । ଏଥିରେ ଅଳ୍ପ ବହୁତ
ଯାହା ବି ସବୁ କଥା ଆସୁଛି ତାହା ଆହୁରି ଭବିଷ୍ୟତ ପାଇଁ ଅନୁଭବୀ ବା ପରିପକ୍ୱ କରିବା ପାଇଁ ହିଁ
ଆସୁଛି ।
ଏବେ ତ ସମସ୍ତେ ଏହି ସବୁ
ଭିନ୍ନ ଭିନ୍ନ କଥାର ଅନୁଭବୀ ହୋଇଗଲଣି ନା! ଆଉ ତ ଭୟ କରୁ ନାହଁ ନା? ତେଣୁ ସାକ୍ଷୀ ଦ୍ରଷ୍ଟାର
ଆସନ ଉପରେ ବସି ଆନନ୍ଦରେ ଏହି କଣ୍ଢେଇ ଖେଳ ଦେଖ, କାଟୁନ୍ ଶୋ ଦେଖ । ପ୍ରକୃତରେ ତ ଏହା କିଛି ବି
ନୁହେଁ । କାଟୁନ୍ ଶୋ ଅଟେ ନା । ତେଣୁ ଏବେ ତ ମଜବୁତ୍ ହୋଇଗଲଣି ନା! କ’ଣ କହୁଛ - ମଜବୁତ ତ? ନା
କେବେ କେବେ ବିଚଳିତ ହୋଇଯାଉଛ? ମାୟା ତ କାଗଜର ବାଘ ହୋଇ ଆସୁଛି । ତେଣୁ ଏବେ ସମୟ ଅନୁସାରେ
ଅନୁଭବୀ ମୂରତ ହୋଇ ସମୟକୁ, ପ୍ରକୃତିକୁ, ମାୟାକୁ ଚାଲେଞ୍ଜ କର - ଆସ, ଆମେ ବିଜୟୀ ଆତ୍ମା ଅଟୁ ।
ବିଜୟୀର ଚାଲେଞ୍ଜ କର (ମଝିରେ ମଝିରେ କାଶ ହେଉଛି) ଆଜି ବାଜା ଟିକିଏ ଖରାପ ଅଛି, ଯାହା ହେଲେ ବି
ମିଶିବାକୁ ତ ପଡିବ ନା!
ତେବେ ବାପଦାଦାଙ୍କ ପାଖକୁ
ଦୁଇଟି ଗ୍ରୃପ ବାରମ୍ବାର ଆସୁଛନ୍ତି, କାହିଁକି ଆସୁଛନ୍ତି ଜାଣିଛ? ଦୁଇଟିଯାକ ଗ୍ରୃପ ବାପଦାଦାଙ୍କୁ
କହୁଛନ୍ତି - ଆମେ ପ୍ରସ୍ତୁତ ଅଛୁ । ଗୋଟିଏ ହେଲା - ସମୟ, ପ୍ରକୃତି ଏବଂ ମାୟା । ମାୟା ବି
ଜାଣିଗଲାଣି ଏବେ ମୋ’ର ରାଜ୍ୟ ଯାଉଛି ଏବଂ ଦ୍ୱିତୀୟ ଗ୍ରୃପ୍ଟି ହେଲା - ଆଡଭାନ୍ସ ପାର୍ଟି ।
ଦୁଇଟିଯାକ ଗ୍ରୃପ୍ ତାରିଖ ପଚାରୁଛନ୍ତି । ବିଦେଶରେ ତ ୧ ବର୍ଷ ପୂର୍ବରୁ ତାରିଖ ନିଧାର୍ଯ୍ୟ କରୁଛ
ନା? କିନ୍ତୁ ଏଠାରେ ୬ ମାସ ପୂର୍ବରୁ ମଧ୍ୟ କରିଦେଉଛ । ତେବେ ଭାତରେ ଟିକିଏ ଶୀଘ୍ର କରୁଛନ୍ତି ।
୧୫ ଦିନ ଭିତରେ ମଧ୍ୟ କୌଣସି କାର୍ଯ୍ୟକ୍ରମର ତାରିଖ ନିଧାର୍ଯ୍ୟ ହୋଇଯାଉଛି । ତେଣୁ ଏବେ ସମାପ୍ତି,
ସମ୍ପନ୍ନତା ଏବଂ ବାବାଙ୍କ ସମାନ ହେବାର ତାରିଖ କ’ଣ? ଏହି କଥା ବାପଦାଦାଙ୍କୁ ପଚାରୁଛନ୍ତି । ତେବେ
ଏହି ତାରିଖକୁ ଏବେ ତୁମେ ବ୍ରାହ୍ମଣମାନଙ୍କୁ ହିଁ ନିଧାର୍ଯ୍ୟ କରିବାକୁ ହେବ । କ’ଣ ହୋଇପାରିବ ତ?
ଏହାର ତିଥି ନିଧାର୍ଯ୍ୟ ହୋଇପାରିବ? ପାଣ୍ଡବମାନେ କୁହ, ତିନି ଜଣ ଯାକ କୁହ । (ବାପଦାଦା ନିର୍ବୈର
ଭାଇ, ରମେଶ ଭାଇ, ବୃଜମୋହନ ଭାଇଙ୍କୁ ପଚାରୁଛନ୍ତି ) ଏହାର ତିଥି ନିଧାର୍ଯ୍ୟ କରିବାକୁ ହେବ ।
କ’ଣ ହୋଇପାରିବ ତ? ଏହାର ତିଥି ନିଧାର୍ଯ୍ୟ ହୋଇପାରିବ? କୁହ - ହୋଇପାରିବ? ନା ଅଚାନକ ହେବ?
ଡ୍ରାମାରେ ତ ନିଧାର୍ଯ୍ୟ ଅଛି କିନ୍ତୁ ତାକୁ ବାସ୍ତବିକ ରୂପରେ କରିବାର ଅଛି ନା ନାହିଁ? ସେହି
ତାରିଖଟି କ’ଣ? ଶୁଣାଅ । ହେବାର ଅଛି ତ? କ’ଣ ଅଚାନକ ହୋଇଯିବ? କୌଣସି ତାରିଖ ନିଧାର୍ଯ୍ୟ ହେବ
ନାହିଁ ତ? ହେବ? ପ୍ରଥମ ଧାଡି ବାଲା କୁହ, ହେବ ତ? ଯେଉଁମାନେ କହୁଛନ୍ତି ଡ୍ରାମାର ନିଧାର୍ଯ୍ୟକୁ
ବାସ୍ତବିକ ରୂପରେ କରିବା ପାଇଁ ମନ ଭିତରେ କୌଣସି ତାରିଖ ସଂକଳ୍ପ କରିବାକୁ ପଡିବ, ସେମାନେ ହାତ
ଉଠାଅ । ତେବେ କରିବାକୁ ପଡିବ ତ? ଏମାନେ ଉଠାଉ ନାହାଁନ୍ତି? କ’ଣ ଅଚାନକ ହେବ? ତାରିଖ ନିଧାର୍ଯ୍ୟ
କରିପାରିବ? ପଛବାଲା ବୁଝିପାରିଲ ତ? ଅଚାନକ ହେବ ଏହା ତ ଠିକ୍ କଥା କିନ୍ତୁ ନିଜକୁ ପ୍ରସ୍ତୁତ
କରିବା ପାଇଁ ଲକ୍ଷ୍ୟ ନିଶ୍ଚିତ ରଖିବାକୁ ପଡିବ । ଲକ୍ଷ୍ୟ ନ ରଖିଲେ ସମ୍ପନ୍ନ ହେବାରେ ଅବହେଳା
ପଣିଆ ଆସିଯିବ । ତୁମେ ଦେଖ ଯେତେବେଳେ କୌଣସି ତିଥି ନିଧାର୍ଯ୍ୟ କରିଦେଉଛ, ତେବେ ଯାଇ ସଫଳତା
ମିଳୁଛି । କୌଣସି ବି ପ୍ରୋଗ୍ରାମ କରୁଛ ତା’ର ତାରିଖ ନିଧାର୍ଯ୍ୟ କରୁଛ ନା? ମୋତେ ହେବାକୁ ହିଁ
ପଡିବ, ଏହିଭଳି ସଂକଳ୍ପ ତ କରିବାକୁ ପଡିବ ନା! ନା ନାହିଁ, ଡ୍ରାମାରେ ଆପେ ଆପେ ହୋଇଯିବ? କ’ଣ
ଭାବୁଛ? ପ୍ରଥମ ଧାଡିବାଲା ଶୁଣାଅ । ପ୍ରେମ୍ (ଡେରାଡୁନ୍) ଶୁଣାଅ । କରିବାକୁ ପଡିବ, କରିବାକୁ
ପଡିବ? ଜୟନ୍ତୀ କୁହ କରିବାକୁ ପଡିବ? ତାହା କେବେ ହେବ? କ’ଣ ସମୟ ଆସିଗଲେ ଶେଷରେ ହେବ! ସମୟ ତୁମକୁ
ସମ୍ପନ୍ନ କରିବ ନା ତୁମେ ସମୟକୁ ସମୀପକୁ ଆଣିବ?
ବାପଦାଦା ଦେଖୁଛନ୍ତି ଯେ
ଜ୍ଞାନ ମଧ୍ୟ ସ୍ମୃତିରେ ରହୁଛି, ନିଶା ମଧ୍ୟ ରହୁଛି, ନିଶ୍ଚୟ ମଧ୍ୟ ରହୁଛି କିନ୍ତୁ ଏବେ ଏଥିରେ
ଆଉ କିଛି ଯୋଡିବା ଦରକାର – ଚାଲି ଚଳନରେ ଏବଂ ଚେହେରାରେ ଦେଖାଯିବା ଦରକାର । ବୁଦ୍ଧିରେ ତ ସବୁ
କଥା ମନେ ରହୁଛି, ସ୍ମୃତିରେ ମଧ୍ୟ ଆସୁଛି କିନ୍ତୁ ଏବେ ସ୍ୱରୂପରେ ଆସୁ । ଯେବେକି ସାଧାରଣ ରୂପରେ
ମଧ୍ୟ କେହି ଯଦି କୌଣସି ବିଶେଷ କାର୍ଯ୍ୟ କରୁଛି ବା କୌଣସି ଧନୀ ଲୋକର ପିଲା ବା ବହୁତ ପଢାଲେଖା
ଅଟେ, ତେବେ ତା’ର ଚାଲିଚଳନରୁ ଦେଖାଯାଇଥାଏ ଯେ ଇଏ କିଛି ବିଶେଷ ଅଟେ । ତା’ ଭିତରେ କିଛି ନା କିଛି
ନିଆର ପଣିଆ ଦେଖାଯାଉଥିବ । ତେବେ ଏତେ ବଡ ଭାଗ୍ୟ ମିଳୁଛି, ସମ୍ପତ୍ତି, ପାଠପଢା ଏବଂ ପଦ ମଧ୍ୟ
ମିଳୁଛି, ଏହା ସହିତ ସ୍ୱରାଜ୍ୟ ତ ଏବେ ମଧ୍ୟ କରୁଛ ନା! ପ୍ରାପ୍ତି ଗୁଡିକ ମଧ୍ୟ ସବୁ ମିଳୁଛି,
ତେଣୁ ଏହି ଭାଗ୍ୟର ତାରକା ତୁମ ମସ୍ତକରେ ଚମକୁଥିବାର ଦେଖାଯିବା ଦରକାର - ଏତିକି ଯୋଡି ହେବା
ଦରକାର । ଏବେ ତ ଲୋକମାନଙ୍କୁ ତୁମ ଭଳି ଶ୍ରେଷ୍ଠ ଆତ୍ମାମାନଙ୍କ ଦ୍ୱାରା ଏହାର ଅନୁଭବ ହେବା ଉଚିତ୍
। ନା, ହେବା ଉଚିତ୍ ନୁହେଁ । ଅନୁଭବ ହେଉ ଯେ ଏମାନେ ଆମର ଇଷ୍ଟଦେବ, ଇଷ୍ଟଦେବୀ ଅଟନ୍ତି । ଏମାନେ
ଆମର ନିଜର ଅଟନ୍ତି । ଯେପରି ଆରମ୍ଭ ସମୟରେ ଦେଖିଛ - ସାଧାରଣ ଶରୀରରେ ଥିଲେ ମଧ୍ୟ ଆଦି ସମୟରେ
ବ୍ରହ୍ମାବାବାଙ୍କ ଭିତରେ କିଏ ଦେଖାଯାଉଥିଲା, ଶ୍ରୀକୃଷ୍ଣ ଦେଖାଯାଉଥିଲା ନା! ଆରମ୍ଭ ସମୟର
ଆତ୍ମାମାନଙ୍କର ଅନୁଭବ ଅଛି ନା! ତେଣୁ ଯେପରି ଆଦି ସମୟରେ ବ୍ରହ୍ମାବାବାଙ୍କ ଦ୍ୱାରା କୃଷ୍ଣ
ଦେଖାଯାଉଥିଲା । ସେହିପରି ଶେଷ ସମୟରେ କ’ଣ ଦେଖାଯାଉଥିଲା? ଅବ୍ୟକ୍ତ ରୂପ ଦେଖାଯାଉଥିଲା ନା!
ଚାଲିଚଳନରେ, ଚେହେରାରେ ଦେଖାଯାଉଥିଲା ନା! ତେବେ ବାପଦାଦା ବିଶେଷ କରି ନିମିତ୍ତ ପିଲାମାନଙ୍କୁ
ଏହି ହୋମ୍ୱାର୍କ ଅର୍ଥାତ୍ ପାଠ ଦେଉଛନ୍ତି ଯେ ଏବେ ବ୍ରହ୍ମାବାବାଙ୍କ ସମାନ ଅବ୍ୟକ୍ତ ରୂପ
ତୁମମାନଙ୍କର ଚାଲିଚଳନରେ ଏବଂ ଚେହେରାରେ ଦେଖାଯାଉ । ଅତି କମ୍ରେ ୧୦୮ ମାଳାର ଦାନାଗୁଡିକ ତ
ଦେଖାଯାଆନ୍ତୁ! ବାପଦାଦା ନାମ ଜାଣିବାକୁ ଚାହୁଁ ନାହାଁନ୍ତି । କାହାର ନାମ ଶୁଣାଉ ନାହାଁନ୍ତି
ଯେ, ୧୦୮ ମାଳାର ଦାନା କିଏ, କିନ୍ତୁ ସେମାନଙ୍କର ଚାଲିଚଳନ ଏବଂ ଚେହେରା ଆପେ ଆପେ ପ୍ରତ୍ୟକ୍ଷ
ହେଉ । ଏହି ହୋମ୍ ୱାର୍କ ବାପଦାଦା ବିଶେଷ ଭାବରେ ନିମିତ୍ତ ପିଲାମାନଙ୍କୁ ଦେଉଛନ୍ତି । କ’ଣ
ହୋଇପାରିବ? ଆଚ୍ଛା କେତେ ସମୟ ଦରକାର? ଏମିତି ଭାବ ନାହିଁ ଯେ ଯେଉଁମାନେ ପଛରେ ଆସିଛନ୍ତି, ଏଥିରେ
ସମୟର କୌଣସି କଥା ନାହିଁ, କେହି ନ ଭାବନ୍ତୁ ଯେ ମୁଁ ତ ଅଳ୍ପ ବର୍ଷ ହେବ ଆସିଛି । ଏଥିରେ କେହି
ବି ଲାଷ୍ଟ ସୋ ଫାଷ୍ଟ ଏବଂ ଫାଷ୍ଟ ସୋ ଫାଷ୍ଟ ହୋଇପାରିବେ ଅର୍ଥାତ୍ ଶେଷରେ ଆସିଥିଲେ ମଧ୍ୟ ତୀବ୍ର
ପୁରୁଷାର୍ଥ କରି ପ୍ରଥମ ନମ୍ବରରେ ଆସିପାରିବେ, ଏହା ମଧ୍ୟ ବାପଦାଦାଙ୍କର ଚାଲେଞ୍ଜ ଅଟେ,
କରିପାରିବ? କେହି ବି କରିପାରିବ । ଶେଷ ବାଲା ମଧ୍ୟ ହୋଇପାରିବ । କେବଳ ଲକ୍ଷ୍ୟକୁ ପକ୍କା ରଖ -
କରିବାକୁ ହିଁ ହେବ, ହେବାକୁ ହିଁ ପଡିବ ।
ଡବଲ ବିଦେଶୀମାନେ ହାତ
ଉଠାଅ । ତେବେ ଡବଲ ବିଦେଶୀ ମାନେ କ’ଣ କରିବ? ଡବଲ ସୁଯୋଗ ନେବ ନା! ବାପଦାଦା ନାମ ଶୁଣାଇବେ ନାହିଁ
କିନ୍ତୁ ସେମାନଙ୍କର ଚେହେରା କହିଦେବ - ଇଏ ହିଁ ଅଟନ୍ତି । ସାହସ ଅଛି ତ? ବାପଦାଦା ପ୍ରଥମ
ଧାଡିବାଲାଙ୍କୁ ଦେଖୁଛନ୍ତି । ସାହସ ଅଛି ତ? ଯଦି ସାହସ ଅଛି ତେବେ ହାତ ଉଠାଅ । ପଛବାଲା ମଧ୍ୟ
ଉଠାଇପାରିବ । ଯିଏ କରିବ ସିଏ ଅର୍ଜୁନ ଅର୍ଥାତ୍ ପ୍ରଥମ ନମ୍ବର ହେବ । ଆଚ୍ଛା - ବାପଦାଦା ଏହାର
ଫଳାଫଳ ଦେଖିବା ପାଇଁ ୬ ମାସ ସମୟ ଦେଉଛନ୍ତି । ୬ ମାସର ଫଳାଫଳ ଦେଖିବେ ତା’ପରେ ଫାଇନାଲ୍ କରିବେ,
ଠିକ୍ ଅଛି ତ? କାହିଁକି ନା ଦେଖାଯାଉଛି ସମୟର ବେଗ ଏବେ ତୀବ୍ର ଗତିରେ ଆଗକୁ ବଢି ଚାଲିଛି, ତେବେ
ସମୟ ଅର୍ଥାତ୍ ରଚନାକୁ ତୀବ୍ର ଗତିରେ ଯିବା ଉଚିତ୍ ନୁହେଁ, ରଚୟିତାକୁ ତୀବ୍ର ଗତିରେ ଯିବା ଉଚିତ୍
। ତେଣୁ ପୁରୁଷାର୍ଥର ବେଗକୁ ଆଉ ଟିକିଏ ତୀବ୍ର କର, ଏବେ ଉଡ । ଚାଲୁଛି ତ କୁହ ନାହିଁ, ଉଡୁଛି
କୁହ । ଉତ୍ତର ଦେବା ବେଳେ ବହୁତ ଭଲ ଭଲ ଉତ୍ତର ଦେଉଛ, ଆମେ ହିଁ ତ ଅଟୁ ନା! ଆମ ଛଡା ଆଉ କିଏ ହେବ!
ବାପଦାଦା ମଧ୍ୟ ଖୁସି ହେଉଛନ୍ତି । କିନ୍ତୁ ଏବେ ଲୋକମାନେ କିଛି ନା କିଛି ଦେଖିବାକୁ ଚାହୁଁଛନ୍ତି
। ବାପଦାଦାଙ୍କର ମନେ ଅଛି ଯେତେବେଳେ ଆଦି ସମୟରେ ତୁମେ ପିଲାମାନେ ସେବା କରିବା ପାଇଁ ବାହାରକୁ
ଯାଇଥିଲ, ସେତେବେଳେ ପିଲାମାନଙ୍କ ଦ୍ୱାରା ମଧ୍ୟ ସାକ୍ଷାତ୍କାର ହେଉଥିଲା, ତେଣୁ ଏବେ ସେବା ପ୍ରତି
ଏବଂ ସ୍ୱରୂପ ପ୍ରତି, ଦୁଇ ଆଡକୁ ଧ୍ୟାନ ଦେବା ଦରକାର । ତା’ହେଲେ କ’ଣ ଶୁଣିଲ? ଏବେ ସାକ୍ଷାତ୍କାର
ମୂରତ ହୁଅ । ସାକ୍ଷାତ୍ ବ୍ରହ୍ମବାବା ସମାନ ହୁଅ । ଆଚ୍ଛା!
ଆଜି ନୂଆ ନୂଆ ପିଲାମାନେ
ମଧ୍ୟ ବହୁତ ଆସିଛନ୍ତି । ନିଜର ସ୍ନେହର ଶକ୍ତି ଦ୍ୱାରା ସମସ୍ତେ ପହଞ୍ଚି ଯାଇଛନ୍ତି, ସେଥିପାଇଁ
ବାପଦାଦା ବିଶେଷ କରି ଯେଉଁ ପିଲାମାନେ ନୂଆ କରି ଆସିଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ନାମ ସହିତ
ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି, ତା’ ସହିତ ବରଦାତା ରୂପରେ ବରଦାନ ମଧ୍ୟ ଦେଉଛନ୍ତି - ସର୍ବଦା
ବ୍ରାହ୍ମଣ ଜୀବନରେ ବଞ୍ଚି ରହିଥାଅ ଏବଂ ଉଡୁଥାଅ । ଆଚ୍ଛା!
ସେବାର ପାଳି ପଞ୍ଜାବର
ଅଟେ:-
ପଞ୍ଜାବବାଲା ଉଠ । ବହୁତ ଭଲ କଥା । ସେବାର ଏହି ବିଧି ବହୁତ ଭଲ ଅଟେ, ସବୁ ଜୋନ୍କୁ ସୁଯୋଗ
ମିଳିଯାଉଛି । ଗୋଟିଏ ହେଲା ଯଜ୍ଞ ସେବା ଦ୍ୱାରା ଗୋଟିଏ ଗୋଟିଏ ପାଦରେ ପଦ୍ମଗୁଣା ରୋଜଗାର ଜମା
ହୋଇଯାଇଛି କାହିଁକି ନା ଅଧିକାଂଶ ଯେକୌଣସି କର୍ମ କରୁଥାଅ ନା କାହିଁକି ଯଜ୍ଞ ସେବା ସ୍ମୃତିରେ
ରହୁଛି ଏବଂ ଯଜ୍ଞ ସେବା ମନେ ରହିଲେ ଯଜ୍ଞର ରଚୟିତା ତ ନିଶ୍ଚିତ ମନେ ପଡିବେ । ତେଣୁ ସେବା ଦ୍ୱାରା
ମଧ୍ୟ ଅଧିକରୁ ଅଧିକ ପୁଣ୍ୟର ଖାତା ଜମା କରିଦେଉଛ ଏବଂ ଯେଉଁମାନେ ସଚ୍ଚା ପୁରୁଷାର୍ଥୀ ପିଲାମାନେ
ଅଛନ୍ତି, ସେମାନେ ନିଜର ଯୋଗର ଚାର୍ଟକୁ ସହଜ ଏବଂ ନିରନ୍ତର କରିପାରିବେ କାହିଁକି ନା ଏଠାରେ ଏମିତି
ବି ମହାରଥୀମାନଙ୍କର ସଂଗ ମିଳୁଛି, ସଂଗର ରଂଗ ମଧ୍ୟ ସହଜରେ ଲାଗିଯାଇଥାଏ । ତେଣୁ ଯଦି ଏଠାରେ
ପୁରୁଷାର୍ଥ ପ୍ରତି ଧ୍ୟାନ ଦେବେ ତେବେ ଏହି ୮-୧୦ ଦିନ ଭିତରେ ମଧ୍ୟ ବହୁତ ଭଲ ଉନ୍ନତି କରିପାରିବ
। ତେବେ ସାଧାରଣ ଭାବରେ ସେବା କରିବାରେ ଏତେ ଲାଭ ମିଳିପାରିବ ନାହିଁ, କିନ୍ତୁ ଏହା ସହଜଯୋଗୀ ଏବଂ
ନିରନ୍ତର ଯୋଗୀ ହେବାର ଏକ ସୁବର୍ଣ୍ଣ ସୁଯୋଗ ଅଟେ, ପୁଣ୍ୟର ଖାତା ଜମା କରିବାର ଏବଂ ବଡରୁ ବଡ
ପରିବାରର ନିଶାରେ ଏବଂ ଖୁସିରେ ରହିବାର ମଧ୍ୟ ଏକ ସୁବର୍ଣ୍ଣ ସୁଯୋଗ ଅଟେ । ତେବେ ପଞ୍ଜାବବାଲାଙ୍କୁ
ସୁଯୋଗ ମିଳିଛି, ସବୁଜୋନ୍କୁ ତ ସୁଯୋଗ ମିଳୁଛି କିନ୍ତୁ ଲକ୍ଷ୍ୟ ରଖ ଯେ ତିନି ପ୍ରକାରର ଲାଭ
ମିଳୁଛି ତ! ମୁଁ ପୂଣ୍ୟର ଖାତା କେତେ ଜମା କରୁଛି? ଏହି ତିନୋଟି କଥାର ଫଳାଫଳ ସମସ୍ତଙ୍କୁ ଦେଖିବା
ଦରକାର । ଡ୍ରାମା ଅନୁସାରେ ଚାନ୍ସ ଅର୍ଥାତ୍ ସୁଯୋଗ ତ ମିଳୁଛି କିନ୍ତୁ ତୁମେମାନେ ଚାନ୍ସ
ନେବାବାଲା ଚାନ୍ସଲର୍ ଅର୍ଥାତ୍ କୁଳପତି ହୁଅ । ତେବେ ପଞ୍ଜାବ ବାଲା ତ ବୁଦ୍ଧିମାନ ଅଟନ୍ତି ନା!
ଭଲ କଥା! ବହୁତ ସଂଖ୍ୟାରେ ମଧ୍ୟ ଆସିଛ, ଏବଂ ସେବା ମଧ୍ୟ ଖୋଲା ଦିଲ୍ରେ ମିଳିଛି । ଆସିବାବାଲା
ସଂଖ୍ୟା ମଧ୍ୟ କମ୍ ନୁହେଁ । ସଂଗଠନ ମଧ୍ୟ ଭଲ ଅଛି । (ଆଜି ଦୁଇଟି ୱିଙ୍ଗ୍ - ମହିଳା ୱିଙ୍ଗ୍ ଏବଂ
ଗ୍ରାମ ବିକାଶ ୱିଙ୍ଗ୍ ମିଟିଙ୍ଗ୍ କରିବା ପାଇଁ ଆସିଛନ୍ତି)
ମହିଳା ୱିଙ୍ଗ୍ବାଲା ଉଠ:-
ଏଥିରେ କ’ଣ ଅଧିକାଂଶ ଟୀଚରମାନେ ଅଛନ୍ତି କି? ଟୀଚରମାନେ ହାତ ଉଠାଅ । ବହୁତ ଭଲ ସୁଯୋଗ ମିଳିଛି ।
ସେବାକୁ ସେବା ଏବଂ ସେବା କରିବା ପୂର୍ବରୁ ମେୱା ଅର୍ଥାତ୍ ଫଳ । ସଂଗଠନର ମଜା ଏବଂ ବାବାଙ୍କ ସହିତ
ମିଶିବାର ମଧ୍ୟ ମଜା ନେବାର ଫଳ । ତେଣୁ ସେବା ଏବଂ ମେୱା ଦୁଇଟିଯାକ ମିଳିଗଲା । ଭଲ କଥା । ଏବେ
ଆଉ କୌଣସି ନୂଆ ଯୋଜନା କରିଛ କି? ଯିଏ ବି କରିଛ ଚାହେଁ ମହିଳା ବର୍ଗ ବାଲା ହୁଅନ୍ତୁ ବା କୌଣସି
ବର୍ଗର ସଂଗଠନ ହୁଅନ୍ତୁ । ତେବେ ପ୍ରତ୍ୟେକ ବର୍ଗ କିଛି ନା କିଛି ବିଶେଷ ନିଜର ବାସ୍ତବିକ
ଚାଳିଚଳନରେ ଏବଂ ଚେହେରାରେ କୌଣସି ନା କୌଣସି ଗୁଣର ବା ଶକ୍ତିର ଧାରଣା କରିବାର ଦାୟିତ୍ୱ ନିଅନ୍ତୁ
। ଆମେ ଏହି ବର୍ଷ ବା ସଂଗଠନ ଚାହେଁ ମହିଳା ବର୍ଗ ହୁଅନ୍ତୁ ବା କେହି ହୁଅନ୍ତୁ, ଏହି ଗୁଣ ବା
ଶକ୍ତିକୁ ବାସ୍ତବିକ ଜୀବନରେ ପ୍ରତ୍ୟକ୍ଷ ରୂପରେ ଧାରଣ କରିଦେଖାଇବୁ । ସେହିଭଳି ପ୍ରତ୍ୟେକ
ବର୍ଗବାଲା କିଛି ନା କିଛି ନିଜ ପାଇଁ ବିଶେଷ ଧାରଣା ନିଧାର୍ଯ୍ୟ କରନ୍ତୁ ଏବଂ ପରସ୍ପର ଭିତରେ
ଯେପରି ସେବାର ଫଳାଫଳ ନୋଟ୍ କରୁଛ ନା ସେହିଭଳି ଚାହେଁ ଲିଖିତ ହେଉ ବା ସଂଗଠିତ ରୂପରେ ଆଲୋଚନା
ଦ୍ୱାରା ହେଉ ଏହାକୁ ଚେକ୍ କରିଚାଲ । ତେବେ ପ୍ରଥମେ ତୁମେମାନେ କରି ଦେଖାଅ । ମହିଳା ବର୍ଗବାଲା
କରି ଦେଖାଅ । ଠିକ୍ ଅଛି ତ! ତେଣୁ ପ୍ରତ୍ୟେକ ବର୍ଗକୁ କିଛି ନା କିଛି ନିଜ ପାଇଁ ଯୋଜନା କରିବା
ଦରକାର ଏବଂ ସମୟ ମଧ୍ୟ ନିଧାର୍ଯ୍ୟ କର ଯେ ଏତିକି ଦିନ ଭିତରେ ଏତିକି ପ୍ରତିଶତ ପ୍ରାକ୍ଟିକାଲ୍ରେ
କରିବୁ । ତା’ପରେ ଦେଖିବ ବାପଦାଦା ଯାହା ଚାହୁଁଛନ୍ତି ଚାଲିଚଳନରେ ଏବଂ ଚେହେରାରେ ଆସିବା ଦରକାର
ତାହା ସହଜରେ ହୋଇଯିବ । ତେବେ ଏହାର ଯୋଜନା ପ୍ରସ୍ତୁତ କରି ବାପଦାଦାଙ୍କୁ ଦିଅ । ଏବେ ପ୍ରତ୍ୟେକ
ବର୍ଗ କ’ଣ କରିବ? ସେବାର ଯୋଜନା ଗୁଡିକୁ ଯେପରି ନୋଟ୍ କରୁଛ ନା, ସେହିପରି ଏହାକୁ ମଧ୍ୟ
ପ୍ରସ୍ତୁତ କରି ଦେଖାଅ । ଠିକ୍ ଅଛି ନା! ପ୍ରସ୍ତୁତ କରି ଦେଖାଅ । ବହୁତ ଭଲ, ଛୋଟ ଛୋଟ ସଂଗଠନ
ମଧ୍ୟ କମାଲ୍ କରିପାରିବ । ଠିକ୍ ଅଛି । ଟୀଚରମାନେ କ’ଣ ଭାବୁଛ? କରିପାରିବ? କରିପାରିବ? ତେବେ
ଯୋଜନା କର । ଆଚ୍ଛା! ସେବା ପାଇଁ ଅଭିନନ୍ଦନ ।
ଗ୍ରାମ ବିକାଶ ବର୍ଗରେ
ପିଲାମାନେ ଉଠ:-
ଆଜି ପର୍ଯ୍ୟନ୍ତ ଗ୍ରାମ ବିକାଶ ବାଲା କେତେ ଗ୍ରାମ ପରିବର୍ତ୍ତନ କଲେଣି? କେତେ ଗ୍ରାମରେ ସେବା
କରିଛ? (୭ଟି ଗ୍ରାମରେ ସେବା କରିଛୁ ଏବଂ ଗୋଟିଏ ଗ୍ରାମରେ ୭୫ ପ୍ରତିଶତ କାମ ହୋଇଛି । ଏହି
ମିଟିଙ୍ଗ୍ରେ ମଧ୍ୟ କାର୍ଯ୍ୟକ୍ରମ ରଖିଛୁ - “ସମୟର ଡାକରା- ସ୍ୱଚ୍ଛ ସ୍ୱର୍ଣ୍ଣିମ ଭାରତ” ଏହି
ଯୋଜନା ଅନୁଯାଇ ଗ୍ରାମ ଗ୍ରାମକୁ ଯାଇ ବ୍ୟସନ ମୁକ୍ତ ଏବଂ ସ୍ୱଚ୍ଛ କରିବାର ସେବା କରିବୁ) ବହୁତ ଭଲ
- ବାସ୍ତବିକ ରୂପରେ କରୁଛ ନା । ଏହାର ସମ୍ପୂର୍ଣ୍ଣ ଫଳାଫଳ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ
ପାଖକୁ ଯାଉଛ କି? (ଏବେ ପଠାଇ ନାହୁଁ) ପଠାଇବା ଦରକାର, କାହିଁକି ନା ଗ୍ରାମ ଗ୍ରାମକୁ ଯାଇ
ତୁମେମାନେ ଯାହା ସବୁ ବାସ୍ତବିକ ରୂପରେ କରୁଛ, ଏସବୁ ତ ସରକାରଙ୍କର କାମ, ଏଥିରେ ତୁମେମାନେ
ସହଯୋଗୀ ହେଉଛ, ତେଣୁ ଏହାର ଫଳାଫଳକୁ ଦେଖି ସେମାନେ ଖୁସି ହେବେ । ଏଭଳି ଗୋଟିଏ ସଂକ୍ଷିପ୍ତ
ବିବରଣୀ ମଧ୍ୟ ପ୍ରସ୍ତୁତ କର ଯାହାକୁ ସମସ୍ତ ମୁଖ୍ୟ ମୁଖ୍ୟ ସରକାରୀ ଅଧିକାରୀମାନଙ୍କ ନିକଟକୁ
ପଠାଇ ପାରିବ, ପୁସ୍ତକ ନୁହେଁ କି ପତ୍ରିକା ମଧ୍ୟ ନୁହେଁ, ସଂକ୍ଷିପ୍ତ ରୂପରେ ସବୁଆଡର ଫଳାଫଳର
ବିବରଣୀ ପଠାଇବା ଦରକାର । ବହୁତ ଭଲ କଥା - ଅଭିନନ୍ଦନ । ଆଚ୍ଛା - (ମଝିରେ ମଝିରେ କାଶ ହେଉଛି)
ଆଜି ବାଜା ଶାନ୍ତି ଚାହୁଁଛି । ଆଚ୍ଛା! ବାପଦାଦାଙ୍କ ନିକଟକୁ ଚାରିଆଡର ସେବାର ଫଳାଫଳ ମଧ୍ୟ
ଆସିଯାଉଛି ଏବଂ ଆଜିକାଲି ବିଶେଷ କରି କୌଣସି ବି କୋଣ ଅନୁକୋଣ ବାକି ରହିବା ଉଚିତ୍ ନୁହେଁ -
ସମସ୍ତଙ୍କୁ ସନ୍ଦେଶ ମିଳିଯାଉ, ଯେଉଁ ସବୁ ଯୋଜନା ଗୁଡିକୁ ତୁମେମାନେ ବାସ୍ତବିକ ରୂପରେ କରୁଛ
ତା’ର ଫଳାଫଳ ମଧ୍ୟ ଭଲ ଅଛି । ବାପଦାଦାଙ୍କୁ ତ ଡବଲ ବିଦେଶୀ ପିଲାମାନଙ୍କର ଫଳାଫଳ ମିଳିଛି ଏବଂ
ଯେଉଁମାନେ ବି ଭାରତରେ ମେଗା ପ୍ରୋଗ୍ରାମ କରିଛନ୍ତି, ସେମାନଙ୍କର ସମାଚାର ମଧ୍ୟ ସବୁ ମିଳିଛି ।
ଚାରିଆଡେ ସେବାର ସଫଳତାର ଫଳାଫଳ ମିଳିଛି । ତେବେ ପିଲାମାନେ ସନ୍ଦେଶ ଦେବାର ସେବାରେ ଯେପରି ସଫଳତା
ପ୍ରାପ୍ତ କରିଛନ୍ତି, ସେହିପରି ନିଜର ବାଣୀ ଦ୍ୱାରା, ସମ୍ପର୍କ ଦ୍ୱାରା ଏବଂ ଏହା ସହିତ ନିଜର
ଚେହେରା ଦ୍ୱାରା ଫରିସ୍ତା ରୂପର ସାକ୍ଷାତ୍କାର କରାଇଚାଲ । ଆଚ୍ଛା - ଯେଉଁମାନେ ପ୍ରଥମ ଥର
ଆସିଛନ୍ତି ସେମାନେ ହାତ ଉଠାଅ । ବହୁତ ଅଛନ୍ତି । ଭଲ କଥା, ଅତି ବିଳମ୍ବର ବୋର୍ଡ ଲାଗିବା ପୂର୍ବରୁ
ଆସିଯାଇଛ, ଭଲ କଥା, ସୁଯୋଗ ନିଅ । ଚମତ୍କାରୀ କରି ଦେଖାଅ । ଯଦି ସାହସ ରଖିବ, ତେବେ ସବୁ
ପିଲାଙ୍କ ସାଥୀର ବାପଦାଦାଙ୍କର ସହଯୋଗ ନିଶ୍ଚିତ ରହିଛି । ଆଚ୍ଛା!
ବାପଦାଦା ଚାରିଆଡର
ସାକାର ରୂପରେ ସମ୍ମୁଖରେ ବସିଥିବା ପିଲାମାନଙ୍କୁ ଏବଂ ନିଜ ନିଜ ସ୍ଥାନରେ, ନିଜ ନିଜ ଦେଶରେ
ବାବାଙ୍କ ସହିତ ମିଳନ କରୁଥିବା ଚାରିଆଡର ପିଲାମାନଙ୍କୁ ବହୁତ ବହୁତ ସେବାର, ସ୍ନେହର ଏବଂ
ପୁରୁଷାର୍ଥର ଅଭିନନ୍ଦନ ତ ଦେଉଛନ୍ତି କିନ୍ତୁ ପୁରୁଷାର୍ଥରେ ତୀବ୍ର ପୁରୁଷାର୍ଥୀ ହୋଇ ଏବେ
ଆତ୍ମାମାନଙ୍କୁ ଦୁଃଖ ଅଶାନ୍ତିରୁ ମୁକ୍ତ କରିବାର ଆହୁରି ଅଧିକ ପୁରୁଷାର୍ଥ କର, କାରଣ ଦୁଃଖ,
ଅଶାନ୍ତି, ଭ୍ରଷ୍ଟାଚାର ଏବେ ଅତି ଆଡକୁ ଯାଉଛି, ଏବେ ଅତିକୁ ଅନ୍ତ କରି ସବୁ ଆତ୍ମାଙ୍କୁ
ବାବାଙ୍କଠାରୁ ମୁକ୍ତିଧାମର ସମ୍ପତ୍ତି ପ୍ରାପ୍ତ କରାଅ । ଏହିଭଳି ସର୍ବଦା ଦୃଢ ସଂକଳ୍ପ କରୁଥିବା
ପିଲାମାନଙ୍କୁ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ । ଓମ୍ ଶାନ୍ତି ।
ବରଦାନ:-
ନମ୍ରତା ସହିତ
ଅଧିକାରୀ ପଣିଆର ସନ୍ତୁଳନ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କରୁଥିବା ବିଶେଷ ସେବାଧାରୀ ହୁଅ ।
ଯେଉଁଠାରେ ସନ୍ତୁଳନ ଥାଏ
ସେଠାରେ ଚମତ୍କାରୀ ଦେଖାଯାଏ । ଯେତେବେଳେ ତୁମେମାନେ ନମ୍ରତା ଏବଂ ସତ୍ୟତାର ଅଧିକାରୀ ପଣିଆର
ସନ୍ତୁଳନ ଦ୍ୱାରା କାହାକୁ ବି ବାବାଙ୍କର ପରିଚୟ ଦେବ ସେତେବେଳେ ହିଁ ଚମତ୍କାରୀ ଦେଖିବାକୁ ମିଳିବ
। ଏହି ରୂପରେ ହିଁ ବାବାଙ୍କୁ ପ୍ରତ୍ୟକ୍ଷ କରିବାକୁ ହେବ । ତେବେ ତୁମମାନଙ୍କର ବାଣୀ ସ୍ପଷ୍ଟ ହେବା
ଦରକାର, ଯଦି ସେଥିରେ ସ୍ନେହ ମଧ୍ୟ ଥିବ, ନମ୍ରତା ଏବଂ ମଧୁରତା ମଧ୍ୟ ଥିବ ଏବଂ ମହାନତା ଏବଂ
ସତ୍ୟତା ମଧ୍ୟ ଥିବ ତେବେ ଯାଇ ପ୍ରତ୍ୟକ୍ଷତା ହେବ । କଥା କହିବା ସହିତ ମଝିରେ ମଝିରେ ଅନୁଭବ ମଧ୍ୟ
କରାଇଚାଲ ଯାହା ଦ୍ୱାରା ଲଗନରେ ମଗନ ରହୁଥିବା ମୂର୍ତ୍ତି ଭଳି ସମସ୍ତେ ତୁମକୁ ଅନୁଭବ କରିବେ ।
ଏହିଭଳି ନିଜର ସ୍ୱରୂପ ଦ୍ୱାରା ସେବା କରୁଥିବା ଆତ୍ମାମାନେ ହିଁ ବିଶେଷ ସେବାଧାରୀ ଅଟନ୍ତି ।
ସ୍ଲୋଗାନ:-
ଯଥା ସମୟରେ ଯଦି
କୌଣସି ବି ସାଧନ ନ ଥିବ ତେବେ ବି ସାଧନାରେ ବିଘ୍ନ ନ ଆସୁ ।
ଅବ୍ୟକ୍ତ ଈଶାରା:-
ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ (୩୦) କେହି କେହି ଭାବୁଛନ୍ତି ବୋଧ ହୁଏ କ୍ରୋଧ
କୌଣସି ବିକାର ନୁହେଁ, ଏହା ଏକ ଶସ୍ତ୍ର ଅଟେ । କିନ୍ତୁ କ୍ରୋଧ ଜ୍ଞାନୀ ଆତ୍ମାମାନଙ୍କର ମହାଶତ୍ରୁ
ଅଟେ କାହିଁକି ନା କ୍ରୋଧ ଅନେକ ଆତ୍ମାଙ୍କ ସହିତ ସମ୍ବନ୍ଧ-ସମ୍ପର୍କରେ ଆସିବା ଦ୍ୱାରା ଜଣାଶୁଣା
ହୋଇଯାଏ ଏବଂ କ୍ରୋଧକୁ ଦେଖି ବାବାଙ୍କର ନାମର ନିନ୍ଦା ହୋଇଥାଏ । କହିବାବାଲା ଏହି କଥା
କହିଥାଆନ୍ତି, ଆମେ ଜ୍ଞାନୀ ଆତ୍ମାମାନଙ୍କୁ ଜାଣିଗଲିୁ.... ସେଥିପାଇଁ ଏହାର ଅଂଶ ମାତ୍ରକୁ ମଧ୍ୟ
ସମାପ୍ତ କରି ସଭ୍ୟତା ପୂର୍ବକ ବ୍ୟବହାର କର ।