30.05.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ବର୍ତ୍ତମାନ ଶାନ୍ତିଧାମ, ସୁଖଧାମକୁ ଯିବା ପାଇଁ ଈଶ୍ୱରୀୟ ଧାମରେ ବସିଛ, ଏହା ହେଉଛି ସତ୍ୟର ସଂଗ, ଯେଉଁଠାରେ ତୁମେମାନେ ପୁରୁଷୋତ୍ତମ ହେଉଛ । ”

ପ୍ରଶ୍ନ:-
ତୁମେ ପିଲାମାନେ ବାବାଙ୍କଠାରୁ ମଧ୍ୟ ଉଚ୍ଚ ଅଟ, ନୀଚ୍ଚ ନୁହେଁ - କିପରି?

ଉତ୍ତର:-
ବାବା କହୁଛନ୍ତି - ପିଲାମାନେ, ମୁଁ ବିଶ୍ୱର ମାଲିକ ହେଉ ନାହିଁ, ତୁମମାନଙ୍କୁ ବିଶ୍ୱର ମାଲିକ କରୁଛି ତଥା ବ୍ରହ୍ମାଣ୍ଡର ମଧ୍ୟ ମାଲିକ କରୁଛି । ମୁଁ ଉଚ୍ଚରୁ ଉଚ୍ଚ ପିତା ତୁମମାନଙ୍କୁ ନମସ୍କାର କରୁଛି, ତେଣୁ ତୁମେମାନେ ମୋଠାରୁ ମଧ୍ୟ ଶ୍ରେଷ୍ଠ ଅଟ । ମୁଁ ତୁମମାନଙ୍କୁ ଅର୍ଥାତ୍ ମାଲିକମାନଙ୍କୁ ନମସ୍କାର କରୁଛି । ତେଣୁ ତୁମେମାନେ ମଧ୍ୟ ଏହିଭଳି ଶ୍ରେଷ୍ଠ କରାଉଥିବା ପିତାଙ୍କୁ ସଲାମ କରୁଛ ।

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନଙ୍କୁ ନମସ୍କାର । ତୁମେମାନେ ମଧ୍ୟ ଉତ୍ତର ଦେଉ ନାହଁ - ବାବା ନମସ୍କାର, କାହିଁକି ନା ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ବ୍ରହ୍ମାଣ୍ଡର ମାଲିକ ମଧ୍ୟ କରୁଛନ୍ତି ଏବଂ ବିଶ୍ୱର ମାଲିକ ମଧ୍ୟ କରୁଛନ୍ତି । ବାବା ତ’ କେବଳ ବ୍ରହ୍ମାଣ୍ଡର ମାଲିକ ହେଉଛନ୍ତି ବିଶ୍ୱର ମାଲିକ ହେଉ ନାହାଁନ୍ତି । ପିଲାମାନଙ୍କୁ ବ୍ରହ୍ମାଣ୍ଡ ଏବଂ ବିଶ୍ୱ ଉଭୟର ମାଲିକ କରାଉଛନ୍ତି । ତେଣୁ କୁହ ବଡ କିଏ ହେଲେ? ପିଲାମାନେ ବଡ ହେଲେ ନା, ଏଣୁ ପିଲାମାନେ ପୁଣି ଏଭଳି ଶ୍ରେଷ୍ଠ କରାଉଥିବା ବାବାଙ୍କୁ ନମସ୍କାର କରିଥା’ନ୍ତି । ବାବା ଆପଣ ହିଁ ଆମକୁ ବ୍ରହ୍ମାଣ୍ଡ ଏବଂ ବିଶ୍ୱର ମାଲିକ କରୁଛନ୍ତି, ଏଣୁ ଆପଣଙ୍କୁ ମଧ୍ୟ ନମସ୍କାର । ମୁସଲମାନମାନେ ମଧ୍ୟ ମାଲେକମ୍ ସଲାମ, ସଲାମ ମାଲେକମ୍ କହିଥାନ୍ତି ନା । ତୁମମାନଙ୍କ ମନରେ ଏହି ଖୁସୀ ରହିଛି । ଯାହାଙ୍କ ମନରେ ନିଶ୍ଚୟ ରହିଛି, ସେ ହିଁ ଆସୁଛନ୍ତି । ନିଶ୍ଚୟ ବ୍ୟତୀତ ତ କେହି ଏଠାକୁ ଆସିବେ ନାହିଁ । ଏଠାକୁ ଯିଏ ଆସନ୍ତି ସେ ଜାଣନ୍ତି ଯେ ଆମେ କୌଣସି ଦେହଧାରୀ ଗୁରୁଙ୍କ ପାଖକୁ ଯାଉ ନାହୁଁ । ଦେହଧାରୀ ପିତାଙ୍କ ପାଖକୁ, ବା ଦେହଧାରୀ ଶିକ୍ଷକଙ୍କ ପାଖକୁ କିମ୍ବା ଦେହଧାରୀ ଗୁରୁଙ୍କ ପାଖକୁ ଯାଉ ନାହଁ, ତୁମେ ଆସିଛ ରୁହାନୀ ବାବା, ରୁହାନୀ ଶିକ୍ଷକ, ରୁହାନୀ ସତଗୁରୁଙ୍କ ପାଖକୁ । ଦେହଧାରୀ ମନୁଷ୍ୟ ତ ଦୁନିଆରେ ଅନେକ ଅଛନ୍ତି । ଇଏ ନିରାକାର ତ ଜଣେ ଅଟନ୍ତି । ଏହି ବାବାଙ୍କ ପରିଚୟ କାହାକୁ ମଧ୍ୟ ଜଣା ନ ଥିଲା । ଭକ୍ତିମାର୍ଗର ଶାସ୍ତ୍ରରେ ମଧ୍ୟ ଅଛି ଯେ ରଚତା ଏବଂ ରଚନାକୁ କେହି ବି ଜାଣି ନାହାଁନ୍ତି । ନ ଜାଣିବା କାରଣରୁ ତାଙ୍କୁ ଅନାଥ ବୋଲି କୁହାଯାଏ । ଯିଏ ଭଲ ପଢାଲେଖାବାଲା ହୋଇଥିବେ, ସେ ବୁଝିପାରିବେ ଯେ ଆମ ସମସ୍ତ ଆତ୍ମାଙ୍କର ପିତା ଏକ ହିଁ ନିରାକାର ଅଟନ୍ତି । ସେ ଆସି ପିତା, ଶିକ୍ଷକ, ସତଗୁରୁ ମଧ୍ୟ ହେଉଛନ୍ତି । ଗୀତାରେ କୃଷ୍ଣଙ୍କର ମହିମା ରହିଛି । ଗୀତା ହେଉଛି ସର୍ବ ଶାସ୍ତ୍ରମୟୀ ଶିରୋମଣି, ସର୍ବୋତ୍ତମ । ଗୀତାକୁ ହିଁ ମାତା-ପିତା କୁହାଯାଏ । ଆଉ ଯେଉଁ ସବୁ ଶାସ୍ତ୍ର ରହିଛି ତାକୁ ମାତା ପିତା ବୋଲି କୁହାଯିବ ନାହିଁ । ଶ୍ରୀମଦ୍ ଭଗବତ ଗୀତାମାତା ଗାୟନ ରହିଛି । ଭଗବାନଙ୍କ ମୁଖ କମଳରୁ ବାହାରିଥିବା ଗୀତାର ଜ୍ଞାନ । ସର୍ବୋଚ୍ଚ ବାବା ହିଁ ଅଟନ୍ତି, ତେଣୁ ନିଶ୍ଚିତ ସର୍ବୋଚ୍ଚ ରୂପେ ଗାୟନ ହୋଇଥିବା ଗୀତା ହେଉଛି ସମସ୍ତଙ୍କର ରଚୟିତା । ବାକି ସବୁ ଶାସ୍ତ୍ର ହେଲା ତାହାର ପତ୍ର, ରଚନା । ରଚନାଠାରୁ କେବେ ସମ୍ପତ୍ତି ମିଳିପାରିବ ନାହିଁ । ଯଦି ମିଳିବ ତେବେ ଅଳ୍ପ କାଳ ପାଇଁ । ଅନ୍ୟ ଏତେ ସବୁ ଶାସ୍ତ୍ର ଅଛି, ଯାହାକୁ ପଢିଲେ ଅଳ୍ପକାଳର ସୁଖ ମିଳିଥାଏ ଗୋଟିଏ ଜନ୍ମ ପାଇଁ । ଯେଉଁ ଶାସ୍ତ୍ରକୁ ମନୁଷ୍ୟ ମନୁଷ୍ୟଙ୍କୁ ପଢାଇଥାନ୍ତି । ଅନ୍ୟ ସମସ୍ତ ପ୍ରକାରର ଯାହା ବି ପାଠପଢା ରହିଛି ତାହା ସବୁ ଅଳ୍ପ ସମୟ ପାଇଁ ମନୁଷ୍ୟ ମନୁଷ୍ୟମାନଙ୍କୁ ପଢାଇଥା’ନ୍ତି । ଅଳ୍ପକାଳର ସୁଖ ମିଳିଲା ପୁଣି ପର ଜନ୍ମରେ ଅନ୍ୟ ପାଠ ପଢିବାକୁ ପଡିଥାଏ । ଏଠି ତ ଏକ ନିରାକାର ବାବା ଅଟନ୍ତି ଯିଏ ୨୧ ଜନ୍ମ ପାଇଁ ସମ୍ପତ୍ତି ଦେଇଥାନ୍ତି । ଯାହା କୌଣସି ମନୁଷ୍ୟ ତ’ ଦେଇପାରିବେ ନାହିଁ । ଦୁନିଆରେ ଲୌକିକ ପିତା ତ ମୂଲ୍ୟହୀନ ସମ୍ପତ୍ତି ଦେଇଥା’ନ୍ତି । ବାବା ତ ତୁମକୁ ମୂଲ୍ୟବାନ କରି ଦେଉଛନ୍ତି । ବର୍ତ୍ତମାନ ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି । ତୁମେ ସବୁ ଈଶ୍ୱରଙ୍କର ସନ୍ତାନ ଅଟ ନା । ସର୍ବବ୍ୟାପୀ କହିବାର ଅର୍ଥ କିଛି ବୁଝିପାରୁ ନାହାଁନ୍ତି । ଯଦି ସମସ୍ତଙ୍କ ଭିତରେ ପରମାତ୍ମା ଅଛନ୍ତି, ତେବେ ସାରା ସଂସାର ପିତାମୟ ହୋଇଯିବ । ସମସ୍ତେ ପିତା ହୋଇଗଲେ ପୁଣି ସମ୍ପତ୍ତି କାହାଠାରୁ ମିଳିବ । କାହାର ଦୁଃଖ କିଏ ହରଣ କରିବ ! ବାବାଙ୍କୁ ହିଁ ଦୁଃଖହର୍ତ୍ତା, ସୁଖକର୍ତ୍ତା କୁହାଯାଏ । ସମସ୍ତେ ପିତା ହିଁ ପିତାର, ତେଣୁ ତ କୌଣସି ଅର୍ଥ ବାହାରୁ ନାହିଁ । ବାବା ବସି ବୁଝାଉଛନ୍ତି ଯେ - ଏହା ହିଁ ହେଉଛି ରାବଣ ରାଜ୍ୟ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ତେଣୁ ଚିତ୍ରରେ ମଧ୍ୟ ଭଲ ଭାବରେ ଦେଖାଇ ଦିଆଯାଇଛି ।

ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ପୁରୁଷୋତ୍ତମ ସଂଗମଯୁଗରେ ଅଛୁ । ବାବା ପୁରୁଷୋତ୍ତମ କରିବା ପାଇଁ ଆସିଛନ୍ତି । ଯେପରି ବାରିଷ୍ଟରୀ, ଡାକ୍ତରୀ ଆଦି ପଢିଥାନ୍ତି ଯାହା ଦ୍ୱାରା ପଦ-ପଦବୀ ପାଇଥାନ୍ତି । ବୁଝିଥାନ୍ତି ଏହି ପାଠପଢିଲେ ଆମେ ଏହିପରି ହେବୁ । ଏଠି ତୁମେ ସତସଙ୍ଗରେ ବସିଛ ଯାହା ଦ୍ୱାରା ତୁମେ ସୁଖଧାମକୁ ଯାଉଛ । ସତ୍ୟଧାମ ମଧ୍ୟ ଦୁଇଟି ରହିଛି - ଗୋଟିଏ ସୁଖଧାମ, ଅନ୍ୟଟି ଶାନ୍ତିଧାମ । ଏହା ଈଶ୍ୱରଙ୍କର ଧାମ ଅଟେ । ବାବା ରଚୟିତା ଅଟନ୍ତି ନା । ଯିଏ ବାବାଙ୍କ ଦ୍ୱାରା ବୁଝି ହୁସିଆର ହୋଇଯାଇଥାନ୍ତି - ତାଙ୍କ କର୍ତ୍ତବ୍ୟ ହେଲା ଅନ୍ୟମାନଙ୍କର ସେବା କରିବା । ବାବା କହିବେ ତୁମେ ଏବେ ବୁଝି କରି ହୁସିଆର ହୋଇଛ । ତେବେ ଶିବଙ୍କ ମନ୍ଦରିକୁ ଯାଇ ବୁଝାଅ ତାଙ୍କୁ କୁହ, ଏହାଙ୍କ ଉପରେ ଫଳ, ଫୁଲ, ମଖନ (ଲହୁଣୀ), ଘିଅ, ଅରଖ ଫୁଲ, ଗୋଲାପ ଫୁଲ ଆଦି ବିଭିନ୍ନ ପ୍ରକାରର ଫୁଲ କାହିଁକି ଚଢାଉଛ? କୃଷ୍ଣଙ୍କ ମନ୍ଦିରରେ ତ ଅରଖ ଫୁଲ ଚଢାନ୍ତି ନାହିଁ । ସେଠାକୁ ବହୁତ ଭଲ ସୁଗନ୍ଧିତ ଫୁଲ ନେଇଯାଇଥାନ୍ତି । ଶିବଙ୍କ ଉପରେ ତ ଅରଖ ଫୁଲ ତଥା ଗୋଲାପ ଫୁଲ ଆଦି ଚଢାଇଥାନ୍ତି । କିନ୍ତୁ ଅର୍ଥ ତ କେହି ଜାଣି ନାହାଁନ୍ତି । ଏହି ସମୟରେ ତୁମମାନଙ୍କୁ ବାବା ପଢାଉଛନ୍ତି, କୌଣସି ମନୁଷ୍ୟ ପଢାଉ ନାହାଁନ୍ତି । ବାକି ସମଗ୍ର ଜଗତରେ ମନୁଷ୍ୟ ମନୁଷ୍ୟଙ୍କୁ ପଢାଇଥା’ନ୍ତି । କିନ୍ତୁ ତୁମମାନଙ୍କୁ ଭଗବାନ ପଢାଉଛନ୍ତି । କୌଣସି ମନୁଷ୍ୟକୁ ଭଗବାନ କେବେ ହେଲେ କୁହାଯିବ ନାହିଁ । ଲକ୍ଷ୍ମୀ-ନାରାୟଣଙ୍କୁ ମଧ୍ୟ ଭଗବାନ କୁହାଯାଏ ନାହିଁ, ତାଙ୍କୁ ଦେବୀଦେବତା କୁହାଯାଏ । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ମଧ୍ୟ ଦେବତା କୁହାଯିବ । ଭଗବାନ ଏକ ବାବା ଯିଏକି ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି । ସମସ୍ତେ କହିଥାନ୍ତି ମଧ୍ୟ ହେ ପରମପିତା ପରମାତ୍ମା । ତାଙ୍କର ପ୍ରକୃତ ନାମ ଶିବ ଅଟେ ଆଉ ତୁମେ ପିଲାମାନେ ହେଉଛ ଶାଳଗ୍ରାମ । ପଣ୍ଡିତମାନେ ଯେତେବେଳେ ରୁଦ୍ର ଯଜ୍ଞ ରଚନା କରିଥାନ୍ତି ତେବେ ଶିବଙ୍କର ବହୁତ ବଡ ଲିଙ୍ଗ ତିଆରି କରିଥାନ୍ତି ଏବଂ ଶାଳଗ୍ରାମ ଛୋଟ ଛୋଟ କରିଥାନ୍ତି । ଶାଳଗ୍ରାମ କୁହାଯାଇଥାଏ ଆତ୍ମାକୁ । ଶିବ କୁହାଯାଇଥାଏ ପରମାତ୍ମାଙ୍କୁ । ସେ ସମସ୍ତଙ୍କର ପିତା ଅଟନ୍ତି, ଆମେ ସମସ୍ତେ ଭାଇ ଭାଇ ଅଟୁ, ଭାତୃମୟ ବୋଲି ମଧ୍ୟ କହିଥାନ୍ତି । ବାବାଙ୍କର ସନ୍ତାନ ଆମେ ଆତ୍ମାମାନେ ଭାଇ ଭାଇ ଅଟୁ । ପୁଣି ଭାଇ ଭଉଣୀ କିପରି ହେଲେ? ପ୍ରଜାପିତା ବ୍ରହ୍ମାଙ୍କ ମୁଖ ଦ୍ୱାରା ପ୍ରଜା ରଚନା କରାଯାଇଥାଏ । ସେମାନେ ହେଲେ ବ୍ରାହ୍ମଣ ବ୍ରାହ୍ମଣୀ । ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ, ଏଣୁ ବି.କେ. ଅର୍ଥାତ୍ ବ୍ରହ୍ମାକୁମାର କୁମାରୀ କହିଥା’ନ୍ତି । ଆଚ୍ଛା - ବ୍ରହ୍ମାଙ୍କୁ କିଏ ଜନ୍ମ ଦେଇଛନ୍ତି? ଭଗବାନ । ବ୍ରହ୍ମା, ବିଷ୍ଣୁ, ଶଙ୍କର...ଏମାନେ ସବୁ ରଚନା ଅଟନ୍ତି । ସୂକ୍ଷ୍ମବତନର ମଧ୍ୟ ରଚନା ହୋଇଗଲା । ବ୍ରହ୍ମା ମୁଖ କମଳ ଦ୍ୱାରା ତୁମେ ପିଲାମାନେ ଜନ୍ମ ହୋଇଛ । ବ୍ରାହ୍ମଣ-ବ୍ରାହ୍ମଣୀ ବୋଲାଉଛ । ତୁମେ ବ୍ରହ୍ମା ମୁଖ ବଂଶାବଳୀ ପୋଷ୍ୟ ସନ୍ତାନ ଅଟ । ପ୍ରଜାପିତା ବ୍ରହ୍ମା ସ୍ଥୂଳ ରୂପରେ ସନ୍ତାନ କିପରି ଜନ୍ମ କରିପାରିବେ । ତେବେ ନିଶ୍ଚିତ ପୋଷ୍ୟ ଭାବେ ଗ୍ରହଣ କରିବେ ନା । ଯେପରି ଗୁରୁ ତାଙ୍କର ଅନୁସରଣକାରୀମାନଙ୍କୁ ପୋଷ୍ୟ କରି ଶିଷ୍ୟ କରିଥା’ନ୍ତି । ତେବେ ପ୍ରଜାପିତା ବ୍ରହ୍ମା ସମଗ୍ର ଜଗତର ପିତା ହୋଇଗଲେ । ତାଙ୍କୁ ଗ୍ରେଟ୍‌-ଗ୍ରେଟ୍ ଗ୍ରାଣ୍ଡ ଫାଦର କୁହାଯାଏ । ପ୍ରଜାପିତା ବ୍ରହ୍ମା ତ ଏହି ସ୍ଥୂଳ ଜଗତରେ ଦରକାର ନା । ସୂକ୍ଷ୍ମବତନରେ ମଧ୍ୟ ବ୍ରହ୍ମା ଅଛନ୍ତି । ନାମର ଗାୟନ ରହିଛି ବ୍ରହ୍ମା, ବିଷ୍ଣୁ, ଶଙ୍କର କିନ୍ତୁ ସୂକ୍ଷ୍ମବତନରେ ପ୍ରଜା ତ ନ ଥାନ୍ତି । ପ୍ରଜାପିତା ବ୍ରହ୍ମା କିଏ, ଏ ସବୁ କଥା ବାବା ବସି ବୁଝାଉଛନ୍ତି । ଦୁନିଆର ବ୍ରାହ୍ମଣମାନେ ମଧ୍ୟ ନିଜକୁ ବ୍ରହ୍ମାଙ୍କର ସନ୍ତାନ କହିଥାନ୍ତି । ତେବେ ବ୍ରହ୍ମା କେଉଁଠି ଅଛନ୍ତି? ତୁମେ କହିବ ଏହିଠାରେ ବସିଛନ୍ତି, ସେମାନେ କହିବେ ବ୍ରହ୍ମା ଆସି କରି ଗଲେଣି । ସେମାନେ ପୁଣି ନିଜକୁ ପୂଜାରୀ ବ୍ରାହ୍ମଣ କହିଥା’ନ୍ତି । ବର୍ତ୍ତମାନ ତୁମେମାନେ ତ ପ୍ରତ୍ୟକ୍ଷ ରୂପେ ତାଙ୍କର ସନ୍ତାନ ହୋଇଛ । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ପରସ୍ପର ମଧ୍ୟରେ ଭାଇ-ଭଉଣୀ ହୋଇଗଲ । ଶିବବାବା ବ୍ରହ୍ମାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । କହୁଛନ୍ତି ମୁଁ ଏହି ବୃଦ୍ଧ ଶରୀରରେ ପ୍ରବେଶ କରି ତୁମକୁ ରାଜଯୋଗ ଶିଖାଉଛି । ମନୁଷ୍ୟକୁ ଦେବତା କରାଇବା - ଏହା କୌଣସି ମନୁଷ୍ୟଙ୍କର କାମ ନୁହେଁ । ବାବାଙ୍କୁ ହିଁ ରଚୟିତା କୁହାଯାଏ । ଭାରତବାସୀ ଜାଣିଛନ୍ତି ଶିବ ଜୟନ୍ତୀ ମଧ୍ୟ ପାଳନ କରିଥାନ୍ତି । ଶିବ ହେଉଛନ୍ତି ସମସ୍ତଙ୍କର ପିତା । ମନୁଷ୍ୟଙ୍କୁ ଏହା ମଧ୍ୟ ଜଣା ନାହିଁ ଯେ ଦେବୀ ଦେବତାଙ୍କୁ ଏହି ରାଜ୍ୟ କିଏ ଦେଲା? ସ୍ୱର୍ଗର ରଚୟିତା ପରମପିତା ପରମାତ୍ମା ଅଟନ୍ତି, ଯାହାଙ୍କୁ ପତିତପାବନ କୁହାଯାଉଛି । ଆତ୍ମା ପ୍ରକୃତରେ ପବିତ୍ର ହୋଇଥାଏ, ପୁଣି ସତ୍ତ୍ୱ, ରଜୋ, ତମୋରେ ଆସିଥାଏ । ଏହି ସମୟରେ କଳିଯୁଗରେ ସମସ୍ତେ ତମଃପ୍ରଧାନ ଅଟନ୍ତି । ସତ୍ୟଯୁଗରେ ସତ୍ତ୍ୱପ୍ରଧାନ ଥିଲେ । ଆଜିଠାରୁ ୫ ହଜାର ବର୍ଷ ପୂର୍ବେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ୨୫୦୦ ବର୍ଷ ଦେବତାମାନଙ୍କର ରାଜଧାନୀ ଚାଲିଲା । ସେମାନଙ୍କର ପିଲାମାନେ ମଧ୍ୟ ରାଜତ୍ୱ କଲେ । ଲକ୍ଷ୍ମୀ-ନାରାୟଣ ଫାଷ୍ଟ, ସେକେଣ୍ଡ ଏପରି କ୍ରମାନ୍ୱୟରେ ଚାଲିଥାଏ । ମନୁଷ୍ୟଙ୍କୁ ଏ କଥା ବିଷୟରେ କିଛି ବି ଜଣା ନାହିଁ । ଏହି ସମୟରେ ସମସ୍ତେ ତମୋପ୍ରଧାନ, ପତିତ ଅଟନ୍ତି । ଏଠି ଜଣେ ମଧ୍ୟ ମନୁଷ୍ୟ ପବିତ୍ର ହୋଇପାରିବ ନାହିଁ । ସମସ୍ତେ ଡାକିଥାନ୍ତି ଯେ ହେ ପତିତପାବନ ଆସ । ତେବେ ପତିତ ଦୁନିଆ ହେଲା ନା । ଏହାକୁ ହିଁ କଳିଯୁଗ ନର୍କ କୁହାଯାଉଛି । ନୂଆ ଦୁନିଆକୁ ସ୍ୱର୍ଗ, ପବିତ୍ର ଦୁନିଆ କୁହାଯାଏ । ପୁଣି ପତିତ କିପରି ହେଲେ, ଏହା କେହି ଜାଣି ନାହାଁନ୍ତି । ଭାରତରେ ଜଣେ ମଧ୍ୟ ମନୁଷ୍ୟ ନାହାଁନ୍ତି ଯିଏ ନିଜର ୮୪ ଜନ୍ମକୁ ଜାଣିଛନ୍ତି । ମନୁଷ୍ୟ ସର୍ବାଧିକ ୮୪ ଜନ୍ମ ନିଏ ଏବଂ ଅତି କମ୍‌‌ରେ ଗୋଟିଏ ଜନ୍ମ ।

ଭାରତକୁ ଅବିନାଶୀ ଖଣ୍ଡ କୁହାଯାଉଛି, କାହିଁକି ନା ଏହିଠାରେ ହିଁ ଶିବବାବାଙ୍କର ଅବତରଣ ହୋଇଥାଏ । ଭାରତଖଣ୍ଡ କେବେ ବିନାଶ ହୋଇପାରିବ ନାହିଁ । ବାକି ଯେଉଁ ସବୁ ଅନେକ ଖଣ୍ଡ ରହିଛି ସେ ସବୁ ବିନାଶ ହୋଇଯିବ । ଏହି ସମୟରେ ଆଦି ସନାତନ ଦେବୀ-ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି । କେହି ମଧ୍ୟ ନିଜକୁ ଦେବତା କହିପାରିବେ ନାହିଁ କାହିଁକି ନା ଦେବତାମାନେ ସତ୍ତ୍ୱପ୍ରଧାନ ପବିତ୍ର ଥିଲେ । ଏବେ ତ ସମସ୍ତେ ପତିତ ପୂଜାରୀ ହୋଇଯାଇଛନ୍ତି । ଏହା ମଧ୍ୟ ବାବା ଆସି ବୁଝାଉଛନ୍ତି, ଏହା ଭଗବାନୁବାଚ ଅଟେ ନା । ଭଗବାନ ସମସ୍ତଙ୍କର ପିତା ଅଟନ୍ତି । ସେ ଥରେ ମାତ୍ର ଭାରତ ବର୍ଷକୁ ଆସିଥା’ନ୍ତି । କେବେ ଆସିଥାନ୍ତି? ପୁରୁଷୋତ୍ତମ ସଂଗମଯୁଗରେ । ଏହି ସଂଗମଯୁଗକୁ ହିଁ ପୁରୁଷୋତ୍ତମ କୁହାଯାଉଛି । ଏହି ସଂଗମଯୁଗ ହେଉଛି କଳିଯୁଗ ପରିବର୍ତ୍ତନ ହୋଇ ସତ୍ୟଯୁଗ, ପତିତରୁ ପାବନ ହେବାର ଯୁଗ । କଳିଯୁଗରେ ରହିଥାନ୍ତି ପତିତ-ମନୁଷ୍ୟ, ସତ୍ୟଯୁଗରେ ରହିଥାନ୍ତି ପବିତ୍ର ଦେବତା, ବର୍ତ୍ତମାନ ସମୟକୁ କୁହାଯାଉଛି ପୁରୁଷୋତ୍ତମ ସଂଗମଯୁଗ, ଯେତେବେଳେ କି ବାବା ଆସି ପତିତରୁ ପବିତ୍ର କରିଥାନ୍ତି । ତୁମେମାନେ ଆସିଛ ମନୁଷ୍ୟରୁ ଦେବତା ପୁରୁଷୋତ୍ତମ ହେବା ପାଇଁ । ମନୁଷ୍ୟ ତ ଏହା ମଧ୍ୟ ଜାଣି ନାହାଁନ୍ତି ଯେ ଆମେ ଆତ୍ମାମାନେ ନିର୍ବାଣଧାମରେ ରହିଥାଉ । ସେଠାରୁ ଆସୁଛୁ ଅଭିନୟ କରିବା ପାଇଁ । ଏହି ନାଟକର ଆୟୁ ୫୦୦୦ ବର୍ଷ ଅଟେ । ଆମେ ଏହି ବେହଦ ନାଟକରେ ଅଭିନୟ କରିଥାଉ । ଏତେ ସବୁ ମନୁଷ୍ୟ ପାର୍ଟଧାରୀ (ଅଭିନେତା) ଅଟନ୍ତି । ଏହି ଡ୍ରାମାର ଚକ୍ର ଘୁରି ଚାଲିଛି କେବେ ବନ୍ଦ ହେବାର ନାହିଁ । ପ୍ରଥମେ ପ୍ରଥମେ ଏହି ନାଟକରେ ସତ୍ୟଯୁଗର ଦେବୀଦେବତାମାନେ ପାର୍ଟ ବଜାଇବା ପାଇଁ ଆସିଥା’ନ୍ତି । ପୁଣି ତ୍ରେତୟାରେ କ୍ଷତ୍ରୀୟ । ଏହି ନାଟକକୁ ମଧ୍ୟ ସମସ୍ତେ ଜାଣିବା ଦରକାର ନା । ଏହା ହେଉଛି କଣ୍ଟାର ଜଙ୍ଗଲ । ସବୁ ମନୁଷ୍ୟ ଦୁଃଖୀ ଅଟନ୍ତି । କଳିଯୁଗ ପରେ ପୁଣି ସତ୍ୟଯୁଗ ଆସିଥାଏ । କଳିଯୁଗରେ ବହୁତ ମନୁଷ୍ୟ ଅଛନ୍ତି, ସତ୍ୟଯୁଗରେ କେତେ ହେବେ? ବହୁତ କମ୍ । ଆଦି ସନାତନ ସୂର୍ଯ୍ୟବଂଶୀ ଦେବୀ-ଦେବତାମାନେ ହିଁ ଥିବେ । ଏହି ପୁରୁଣା ଦୁନିଆ ଏବେ ବଦଳିଯିବ । ମନୁଷ୍ୟ ସୃଷ୍ଟିରୁ ପରିବର୍ତ୍ତିତ ହୋଇ ଦେବତାମାନଙ୍କର ସୃଷ୍ଟି ହେବ । ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା । କିନ୍ତୁ ଏବେ ନିଜକୁ ଦେବତା ବୋଲି କହିପାରିବେ ନାହିଁ, ନିଜର ଧର୍ମକୁ ହିଁ ଭୁଲିଗଲେଣି । କେବଳ ଭାରତବାସୀ ହିଁ ନିଜ ଧର୍ମକୁ ଭୁଲିଯାଇଛନ୍ତି । ‘ହିନ୍ଦୁସ୍ଥାନ’ରେ ରହିବା କାରଣରୁ ନିଜର ଧର୍ମକୁ ହିନ୍ଦୁ ଧର୍ମ କହୁଛନ୍ତି । ଦେବତାମାନେ ତ ପବିତ୍ର ଥିଲେ, ଏବେ ସେମାନେ ପତିତ ଅଟନ୍ତି, ଏଣୁ ନିଜକୁ ଦେବତା କହିପାରିବେ ନାହିଁ । ଦେବତାମାନଙ୍କର ହିଁ ପୂଜା କରି ଚାଲିଛନ୍ତି । ନିଜକୁ ପାପୀ ଓ ନୀଚ୍ଚ କହୁଛନ୍ତି । ଏବେ ବାବା ବୁଝାଉଛନ୍ତି ଯେ ତୁମେମାନେ ହିଁ ପୂଜ୍ୟ ଥିଲ, ପୁଣି ତୁମେମାନେ ହିଁ ପୂଜାରୀ ପତିତ ହୋଇଛ । ହମ୍ ସୋର ଅର୍ଥ ମଧ୍ୟ ବୁଝାଇଛନ୍ତି । ଦୁନିଆରେ ସେମାନେ କହିଥାନ୍ତି ଆତ୍ମା ସୋ ପରମାତ୍ମା । ଏହା ହେଉଛି ମିଥ୍ୟା ଅର୍ଥ, ମିଥ୍ୟା ଶରୀର, ମିଥ୍ୟା ମାୟା,... ସତ୍ୟଯୁଗରେ ଏପରି କହିବେ ନାହିଁ । ସତ୍ୟଖଣ୍ଡର ସ୍ଥାପନା ବାବା କରିଥାନ୍ତି । ମିଥ୍ୟାଖଣ୍ଡର ସ୍ଥାପନା ରାବଣ କରିଥାଏ । ଏହା ମଧ୍ୟ ବାବା ଆସି ବୁଝାଉଛନ୍ତି ଯେ ଆତ୍ମା କ’ଣ, ପରମାତ୍ମା କ’ଣ! ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ବାବା କହୁଛନ୍ତି ତୁମେ ସବୁ ଆତ୍ମା ବିନ୍ଦୁ ଅଟ । ତୁମ ଭିତରେ ୮୪ ଜନ୍ମର ଅଭିନୟ ସମାହିତ ହୋଇ ରହିଛି । ମୁଁ ଆତ୍ମା କିଭଳି ଅଟେ, ଏହା କେହି ଜାଣି ନାହାଁନ୍ତି । ମୁଁ ବାରିଷ୍ଟର ଅଟେ, ଅମୁକ ଅଟେ - ଏହା ଜାଣିଥାନ୍ତି ବାକି ଆତ୍ମାକୁ କେହି ଜାଣିନାହାଁନ୍ତି । ବାବା ହିଁ ଆସି ପରିଚୟ ଦେଉଛନ୍ତି । ତୁମର ଆତ୍ମାରେ ୮୪ ଜନ୍ମର ଅବିନାଶୀ ପାର୍ଟ ନିର୍ଦ୍ଧାରିତ ହୋଇ ରହିଛି, ଯାହା କେବେ ବିନାଶ ହୋଇପାରିବ ନାହିଁ । ଏହି ଭାରତ ଦିନେ ଫୁଲର ବଗିଚା ଥିଲା । ସେଠାରେ ସୁଖ ହିଁ ସୁଖ ଥିଲା, ଏବେ ଦୁଃଖ ହିଁ ଦୁଃଖ ରହିଛି । ଏହି ଜ୍ଞାନ ବାବା ଦେଉଛନ୍ତି ।

ତୁମେ ପିଲାମାନେ ବାବାଙ୍କ ଠାରୁ ବର୍ତ୍ତମାନ ନୂଆ ନୂଆ କଥା ଶୁଣୁଛ । ସବୁଠାରୁ ନୂଆ କଥା ହେଲା - ତୁମେମାନେ ମନୁଷ୍ୟରୁ ଦେବତା ହେଉଛ । ତୁମେ ଜାଣୁଛ ଯେ ମନୁଷ୍ୟରୁ ଦେବତା ହେବାର ପାଠ କୌଣସି ମନୁଷ୍ୟ ପଢାଇ ନ ଥାନ୍ତି, ଭଗବାନ ପଢାଇଥାନ୍ତି । ସେହି ଭଗବାନଙ୍କୁ ସର୍ବବ୍ୟାପୀ କହିବା ଏହା ତ ଗାଳି ଦେବା ହେଲା ନା । ବର୍ତ୍ତମାନ ବାବା ବୁଝାଉଛନ୍ତି ଯେ - ମୁଁ ପ୍ରତି ୫ ହଜାର ବର୍ଷ ପରେ ଆସି ଭାରତକୁ ସ୍ୱର୍ଗ କରୁଛି । ରାବଣ ନର୍କ କରିଥାଏ । ଏହି କଥା ଦୁନିଆରେ ଆଉ କେହି ଜାଣି ନାହାଁନ୍ତି । ବାବା ହିଁ ଆସି ତୁମକୁ ମନୁଷ୍ୟରୁ ଦେବତା କରୁଛନ୍ତି । ଗାୟନ ମଧ୍ୟ ରହିଛି - ମୁତ ପଲିତୀ କପଡ ଧୋଏ... (ମଇଳା କପଡା ଧୋଇଥା’ନ୍ତି) । ସତ୍ୟଯୁଗରେ ତ ବିକାର ନ ଥାଏ । ତାହା ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ । ବର୍ତ୍ତମାନ ବିକାରୀ ଦୁନିଆ ଅଟେ । ସମସ୍ତେ ଡାକିଥାନ୍ତି ମଧ୍ୟ ପତିତପାବନ ଆସ । ଆମକୁ ରାବଣ ପତିତ କରିଦେଇଛି କିନ୍ତୁ ଜାଣନ୍ତି ନାହିଁ ଯେ ରାବଣ କେବେ ଆସିଲା, କ’ଣ ହେଲା! ରାବଣ କେତେ କଙ୍ଗାଳ କରିଦେଇଛି । ଭାରତ ୫୦୦୦ ବର୍ଷ ପୂର୍ବେ କେତେ ସାହୁକାର ଥିଲା । ସୁନା, ହୀରା, ମୋତି ମାଣିକର ମହଲ ଥିଲା । କେତେ ଧନ ଥିଲା । ଏବେ କ’ଣ ଅବସ୍ଥା ହୋଇଯାଇଛି! ତେଣୁ ବାବାଙ୍କ ବ୍ୟତୀତ ସେହିପରି ମୁକୁଟଧାରୀ ଆଉ କେହି କରିପାରିବେ ନାହିଁ । ଏବେ ତୁମେମାନେ କହୁଛ ଯେ ଶିବବାବା ଭାରତକୁ ସ୍ୱର୍ଗ କରୁଛନ୍ତି । ବର୍ତ୍ତମାନ ବାବା କହୁଛନ୍ତି ଯେ ମୃତ୍ୟୁ ତୁମମାନଙ୍କ ସମ୍ମୁଖରେ ଛିଡା ହୋଇଛି । ତୁମେମାନେ ବାନପ୍ରସ୍ଥୀ ଅଟ । ଏବେ ଘରକୁ ଫେରିଯିବାର ଅଛି ଏଣୁ ନିଜକୁ ଆତ୍ମା ଭାବି, କେବଳ ମୋତେ ମନେ ପକାଅ ତେବେ ପାପ ଭସ୍ମ ହୋଇଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଆମେ ହେଉଛୁ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ, ସ୍ୱୟଂ ଭଗବାନ ଆମକୁ ମନୁଷ୍ୟରୁ ଦେବତା ହେବାର ପାଠ ପଢାଉଛନ୍ତି । ଏହିଭଳି ନିଶା ଏବଂ ଖୁସୀରେ ରହିବାକୁ ହେବ । ପୁରୁଷୋତ୍ତମ ସଂଗମଯୁଗରେ ପୁରୁଷୋତ୍ତମ ହେବାର ପୁରୁଷାର୍ଥ କରିବାକୁ ହେବ ।

(୨) ଏବେ ଆମମାନଙ୍କର ବାନପ୍ରସ୍ଥ ଅବସ୍ଥା ହୋଇଯାଇଛି । ମୃତ୍ୟୁ ସମ୍ମୁଖରେ ଠିଆ ହୋଇଛି କାରଣ ସମସ୍ତଙ୍କୁ ଘରକୁ ଫେରିବାର ଅଛି... ସେଥିପାଇଁ ବାବାଙ୍କର ସ୍ମୃତି ଦ୍ୱାରା ସମସ୍ତ ପାପକୁ ଭସ୍ମ କରିବାକୁ ହେବ ।

ବରଦାନ:-
ଜ୍ଞାନ ରୂପକ ଚାବୀ ଦ୍ୱାରା ଭାଗ୍ୟର ଅସରନ୍ତି ଭଣ୍ଡାର ପ୍ରାପ୍ତ କରୁଥିବା ମାଲାମାଲ ଆତ୍ମା ହୁଅ ।

ସଂଗମଯୁଗରେ ସବୁ ପିଲାମାନଙ୍କୁ ନିଜର ଭାଗ୍ୟ ଗଢିବା ପାଇଁ ଜ୍ଞାନ ରୂପକ ଚାବୀ ମିଳୁଛି । ଏହି ଚାବୀକୁ ଲଗାଅ ଏବଂ ଯେତେ ଇଚ୍ଛା ସେତେ ଭାଗ୍ୟ ରୂପକ ସମ୍ପତ୍ତି ନେଇଯାଅ । ଚାବୀ ମିଳିବା ଅର୍ଥ ମାଲାମାଲ୍ ହେବା । ତେବେ ଯେଉଁ ଆତ୍ମା ଯେତିକି ମାଲାମାଲ୍ ହେଉଛି ସେହି ଅନୁସାରେ ଖୁସି ମଧ୍ୟ ସ୍ୱତଃ ହିଁ ପ୍ରାପ୍ତ କରୁଛି । ଏଭଳି ଅନୁଭବ ହେଉଛି ଯେପରି ଖୁସିର ଝରଣା ଅସରନ୍ତି ଏବଂ ଅବିନାଶୀ ଭାବରେ ବହି ଚାଲିଛି । ସେମାନେ ସର୍ବ ସମ୍ପତ୍ତିରେ ଭରପୂର ମାଲାମାଲ ଦେଖାଯାଇଥାଆନ୍ତି । ସେମାନଙ୍କ ନିକଟରେ କୌଣସି ପ୍ରକାରର ଅପ୍ରାପ୍ତି ନ ଥାଏ ।

ସ୍ଲୋଗାନ:-
ଯଦି ବାବାଙ୍କ ସହିତ ସଂଯୋଗ ଠିକ୍ ରଖିବ ତେବେ ସର୍ବଶକ୍ତି ରୂପୀ କରେଣ୍ଟ ଆସିବାକୁ ଲାଗିବ ।

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।

ଯାହାର ପବିତ୍ରତା ଯେତିକି ତା’ର ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ ସେତିକି ରହିଥାଏ, ଯଦି ପବିତ୍ରତା କମ୍ ତେବେ ବ୍ୟକ୍ତିତ୍ୱ ମଧ୍ୟ କମ୍ । ଏହି ପବିତ୍ରତାର ବ୍ୟକ୍ତିତ୍ୱ ହିଁ ସେବା କ୍ଷେତ୍ରରେ ସହଜରେ ସଫଳତା ପ୍ରାପ୍ତ କରାଇଥାଏ । କିନ୍ତୁ ଯଦି ଗୋଟିଏ ବି ବିକାର ଅଂଶ ମାତ୍ରାରେ ମଧ୍ୟ ରହିଛି ତେବେ ଅନ୍ୟ ସାଥୀମାନେ ମଧ୍ୟ ତା’ ସହିତ ନିଶ୍ଚିତ ଥିବେ । ଯେପରି ପବ୍ରିତତାର ସୁଖ ଶାନ୍ତି ସହିତ ନିବିଡ ସମ୍ବନ୍ଧ ରହିଛି ସେହିପରି ଅପବିତ୍ରତାର ମଧ୍ୟ ପାଞ୍ଚ ବିକାର ସହିତ ନିବିଡ ସମ୍ବନ୍ଧ ରହିଛି, ସେଥିପାଇଁ କୌଣସି ବି ବିକାର ଅଂଶମାତ୍ରାରେ ମଧ୍ୟ ନ ରହୁ, ତେବେ କୁହାଯିବ ପବିତ୍ରତାର ବ୍ୟକ୍ତିତ୍ୱ ଦ୍ୱାରା ସେବା କରୁଥିବା ଆତ୍ମା ।