30.06.24 Avyakt Bapdada Odia Murli 30.03.20 Om Shanti Madhuban
“ମନକୁ ସୁସ୍ଥ ରଖିବା
ପାଇଁ ମଝିରେ ମଝିରେ ପାଞ୍ଚ ସେକେଣ୍ଡ ମଧ୍ୟ ବାହାର କରି ମନର ବ୍ୟାୟାମ କର ”
ଆଜି ଦୂରଦେଶୀ ବାପଦାଦା
ନିଜର ସାକାର ଦୁନିଆର ଭିନ୍ନ ଭିନ୍ନ ଦେଶବାସୀ ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି ।
ବାପଦାଦା ଭିନ୍ନ ଭିନ୍ନ ଦେଶବାସୀ ପିଲାମାନଙ୍କୁ ଗୋଟିଏ ଦେଶର ନିବାସୀ ହିସାବରେ ଦେଖୁଛନ୍ତି ।
ଚାହେଁ ଯିଏ ଯେଉଁଠାରୁ ବି ଆସିଥାଆନ୍ତୁ ନା କାହିଁକି ସର୍ବ ପ୍ରଥମେ ସମସ୍ତେ ସେହି ଗୋଟିଏ ହିଁ
ଦେଶରୁ ଆସିଛନ୍ତି । ତେଣୁ ନିଜର ଅନାଦି ଦେଶ ମନେ ଅଛି ତ! ବହୁତ ପ୍ରିୟ ଲାଗୁଛି ନା! ବାବାଙ୍କ
ସହିତ ନିଜର ଅନାଦି ଦେଶ ମଧ୍ୟ ବହୁତ ପ୍ରିୟ ଲାଗୁଛି ନା!
ବାପଦାଦା ଆଜି ସବୁ ପିଲାଙ୍କର ପାଞ୍ଚୋଟି ସ୍ୱରୂପକୁ ଦେଖୁଛନ୍ତି, ଜାଣିଛ ସେହି ପାଞ୍ଚୋଟିଯାକ
ସ୍ୱରୂପ କ’ଣ? ଜାଣିଛ ନା! ପଞ୍ଚମୁଖୀ ବ୍ରହ୍ମାର ମଧ୍ୟ ପୂଜନ ହେଉଛି । ତେଣୁ ବାପଦାଦା ସବୁ
ପିଲାଙ୍କର ପାଞ୍ଚ ସ୍ୱରୂପକୁ ଦେଖୁଛନ୍ତି । ପ୍ରଥମ ସ୍ୱରୂପ - ଅନାଦି ଜ୍ୟୋତି ବିନ୍ଦୁ ସ୍ୱରୂପ ।
ମନେ ଅଛି ନା - ନିଜର ସ୍ୱରୂପ? ତାକୁ ଭୁଲିଯାଉ ନାହଁ ତ? ଦ୍ୱିତୀୟରେ ହେଲା - ଆଦି ସମୟର ଦେବତା
ସ୍ୱରୂପ । ଏବେ ପହଞ୍ଚି ଗଲଣି ତ ଦେବତା ସ୍ୱରୂପରେ? ତୃତୀୟରେ ହେଲା - ମଧ୍ୟ ସମୟର ପୂଜ୍ୟ ସ୍ୱରୂପ
। ତାହା ତ ମନେ ଅଛି ନା? ତେବେ ତୁମ ସମସ୍ତଙ୍କର ପୂଜା ହେଉଛି ନା କେବଳ ଭାରତବାସୀଙ୍କର ହେଉଛି?
ତୁମମାନଙ୍କର ପୂଜା ହେଉଛି ତ? କୁମାରମାନେ ଶୁଣାଅ ତୁମର ପୂଜା ହେଉଛି? ତେଣୁ ତୃତୀୟରେ ହେଲା -
ପୂଜ୍ୟ ସ୍ୱରୂପ । ଚତୁର୍ଥରେ ହେଲା - ସଂଗମଯୁଗୀ ବ୍ରାହ୍ମଣ ସ୍ୱରୂପ ଏବଂ ଶେଷରେ ହେଲା ଫରିସ୍ତା
ସ୍ୱରୂପ । ତେବେ ପାଞ୍ଚୋଟିଯାକ ରୂପ ମନେ ପଡିଗଲା ନା? ଆଚ୍ଛା ଗୋଟିଏ ସେକେଣ୍ଡ ଭିତରେ ଏହି
ପାଞ୍ଚୋଟିଯାକ ରୂପରେ ନିଜକୁ ଅନୁଭବ କରିପାରିବ? ଏକ, ଦୁଇ, ତିନି, ଚାରି ପାଞ୍ଚ.... ଏହିଭଳି
ଭାବରେ କରିପାରିବ! ଏହି ପାଞ୍ଚୋଟିଯାକ ସ୍ୱରୂପ କେତେ ପ୍ରିୟ ଅଟେ? ଯେବେ ଚାହିଁବ, ଯେଉଁ ରୂପରେ
ସ୍ଥିତ ହେବା ପାଇଁ ଚାହିଁବ ହୋଇପାରିବ, ଭାବିଲ ଏବଂ ଅନୁଭବ କରିଲ । ଏହା ହିଁ ହେଉଛି ମନର ଆତ୍ମିକ
ବ୍ୟାୟାମ । ଆଜିକାଲି ସମସ୍ତେ କ’ଣ କରୁଛନ୍ତି! ଏକସରସାଇଜ୍ ଅର୍ଥାତ୍ ବ୍ୟାୟାମ କରୁଛନ୍ତି ନା!
ଯେପରି ଆଦି ସମୟରେ ମଧ୍ୟ ତୁମମାନଙ୍କର ଦୁନିଆରେ ଅର୍ଥାତ୍ ସତ୍ୟଯୁଗରେ ସ୍ୱାଭାବିକ ଭାବରେ ଚାଲିବା
ବୁଲିବାରେ ହିଁ ଏକସରସାଇଜ୍ ହୋଇଯାଉଥିଲା । ଏବେକା ଭଳି ଛିଡା ହୋଇ ୱାନ୍, ଟୁ, ଥ୍ରୀ....
ଏକସରସାଇଜ୍ ନ ଥିଲା । ସେହିଭଳି ଏବେ ଅନ୍ତ ସମୟରେ ମଧ୍ୟ ବାପଦାଦା ମନର ଏକସରସାଇଜ୍ କରାଉଛନ୍ତି ।
ଯେପରି ସ୍ଥୂଳ ଏକସରସାଇଜ୍ ଦ୍ୱାରା ଶରୀର ସୁସ୍ଥ ରହିଥାଏ ସେହିପରି ଚାଲିବା-ବୁଲିବା ସମୟରେ ଏହି
ମନର ଏକସରସାଇଜ୍ କରିଚାଲ । ଏଥିପାଇଁ ସମୟ ଦରକାର ନାହିଁ । ମାତ୍ର ପାଞ୍ଚ ସେକେଣ୍ଡ କେତେବେଳେ ବି
ବାହାର କରିପାରିବ ନା ନାହିଁ! ଏଭଳି କେହି ବ୍ୟସ୍ତ ଅଛ କି ଯିଏକି ପାଞ୍ଚ ସେକେଣ୍ଡ ମଧ୍ୟ ବାହାର
କରିପାରିବ ନାହିଁ । ଯଦି କେହି ଏଭଳି ଅଛ ତେବେ ହାତ ଉଠାଅ । ପରେ ପୁଣି ଏଭଳି କହିବ ନାହିଁ - କ’ଣ
କରିବି ମୋତେ ସମୟ ମିଳୁନାହିଁ? ଏମିତି ତ କହିବ ନାହିଁ ନା! ସମୟ ମିଳିବ ତ? ତେବେ ଏହି ଏକସରସାଇଜ୍କୁ
ମଝିରେ ମଝିରେ କର । କ’ଣ ହୋଇପାରିବ ତ? ଦେଖ, ସମସ୍ତେ କହୁଛନ୍ତି ହୋଇପାରିବ ମନେ ରଖିଥିବ । ଏହି
ଓମ୍ ଶାନ୍ତି ଭବନକୁ ମନେ ରଖିଥିବ, ଭୁଲିଯିବ ନାହିଁ । ଏହାଦ୍ୱାରା ମନର ଯେତେ ସବୁ ଭିନ୍ନ ଭିନ୍ନ
ଅଭିଯୋଗ ରହୁଛି ନା! କ’ଣ କରିବି ମନ ଲାଗୁ ନାହିଁ! ମନକୁ ମଣ ଅର୍ଥାତ୍ ମହଣେ ଓଜନ କରିଦେଉଛ ।
ମହଣରେ ଓଜନ କରନ୍ତି ନା! ପୂର୍ବ କାଳରେ ପା’, ସେର, ମହଣ ଆଦି ଥିଲା, ଆଜିକାଲି ବଦଳି ଗଲାଣି ।
ତେବେ ମନକୁ ମହଣ ଭଳି ଭାରୀ କରିଦେଉଛ, ଯଦି ଏହି ବ୍ୟାୟାମକୁ କରିଚାଲିବ ତେବେ ମନ ବିଲ୍କୁଲ୍
ଲାଇଟ୍ ହୋଇଯିବ । ଅଭ୍ୟାସ ମଧ୍ୟ ହୋଇଯିବ । ବ୍ରାହ୍ମଣ ଶବ୍ଦ ମନେ ପଡିବା ମାତ୍ରକେ ବ୍ରାହ୍ମଣ
ଜୀବନର ଅନୁଭବ କରିବାରେ ଲାଗିପଡ । ଫରିସ୍ତା ଶବ୍ଦ କହିବା ମାତ୍ରେ ଫରିସ୍ତା ହୋଇଯାଅ । କ’ଣ କଷ୍ଟ
ଲାଗିବ କି? ନୁହେଁ ନା? କୁମାରମାନେ କୁହ ଟିକିଏ କଷ୍ଟ ଲାଗିବ କି? ତୁମେମାନେ ଫରିସ୍ତା ଅଟ ନା
ନୁହେଁ? ତୁମେମାନେ ହିଁ ଅଟ, ନା ଅନ୍ୟ କେହି ଅଛନ୍ତି? କେତେ ଥର ଫରିସ୍ତା ହେଲଣି? ଅଗଣିତ ଥର
ହୋଇସାରିଲଣି । ତୁମେମାନେ ହିଁ ହୋଇଛ ନା? ଆଚ୍ଛା - ଅଗଣିତ ଥର କରିଥିବା କାର୍ଯ୍ୟକୁ ପୁନରାବୃତ୍ତି
କରିବା ପାଇଁ କ’ଣ ମୁଶକିଲ୍ ଲାଗେ କି? କେବେ କେବେ ଲାଗୁଛି କି? ତେଣୁ ଏବେ ଏହି ଅଭ୍ୟାସ ସମସ୍ତେ
କରିବ । ଯେଉଁଠି ବି ଥାଅ ପାଞ୍ଚ ସେକେଣ୍ଡ ପାଇଁ ମନକୁ ଘୂରାଇ ଆଣ, ଚକ୍ର ଲଗାଅ । ଚକ୍ର ଲଗାଇବାକୁ
ତ ଭଲ ଲାଗେ ନା! ଟୀଚରମାନେ କୁହ - ଏହା ଠିକ୍ କଥା ନା! ରାଉଣ୍ଡ ଲଗାଇବା ତ ଆସିବ ନା? ବାସ୍
ଗୋଟିଏ ରାଉଣ୍ଡ ଲଗାଅ ପୁଣି କାମରେ ଲାଗିଯାଅ । ପ୍ରତି ଘଣ୍ଟାରେ ଗୋଟିଏ ଥର ରାଉଣ୍ଡ ଲଗାଇଲ ପୁଣି
କାମରେ ଲାଗିଗଲ କାହିଁକି ନା କାର୍ଯ୍ୟକୁ ତ ଛାଡିପାରିବ ନାହିଁ । ଡ୍ୟୁଟୀ ତ କରିବାକୁ ହିଁ ପଡିବ
। କିନ୍ତୁ ମାତ୍ର ପାଞ୍ଚ ସେକେଣ୍ଡ ପାଞ୍ଚ ମିନିଟ୍ ମଧ୍ୟ ନୁହେଁ, ପାଞ୍ଚ ସେକେଣ୍ଡ । କ’ଣ ପାଞ୍ଚ
ସେକେଣ୍ଡ ବାହାରି ପାରିବ ନାହିଁ? ବାହାରି ପାରିବ ନା? ଜାତିସଂଘର ଅଫିସ୍ରେ କାର୍ଯ୍ୟ
କରୁଥିବାବେଳେ ବାହାରି ପାରିବ? ତୁମେ ତ ମାଷ୍ଟର ସର୍ବଶକ୍ତିବାନ ଅଟ । ମାଷ୍ଟର ସର୍ବଶକ୍ତିବାନ୍
ପୁଣି କ’ଣ ନ କରିପାରିବ!
ବାପଦାଦାଙ୍କୁ ପିଲାମାନଙ୍କର ଗୋଟିଏ କଥାକୁ ଦେଖି ମିଠା ମିଠା ହସ ଲାଗୁଛି କେଉଁ କଥା ଉପରେ ହସ
ଲାଗୁଛି ଜାଣିଛ? ଚାଲେଞ୍ଚ ମଧ୍ୟ କରୁଛନ୍ତି, ପର୍ଚ୍ଚା ଛପାଉଛନ୍ତି, ଭାଷଣ କରୁଛନ୍ତି, କୋର୍ସ
କରାଉଛନ୍ତି, କ’ଣ କହୁଛନ୍ତି! ଆମେ ବିଶ୍ୱକୁ ପରିବର୍ତ୍ତନ କରିବୁ । ଏହି କଥା ତ ସମସ୍ତେ କହୁଛ
ନା! ନା ନାହିଁ? ସମସ୍ତେ କହୁଛ ନା କେବଳ ଭାଷଣ କରିବା ବାଲା କହୁଛନ୍ତି? ତେବେ ଗୋଟିଏ ପଟେ
କହୁଛନ୍ତି ବିଶ୍ୱକୁ ପରିବର୍ତ୍ତନ କରିବୁ, ଆମେ ମାଷ୍ଟର ସର୍ବଶକ୍ତିବାନ ଅଟୁ । ପୁଣି ଅନ୍ୟ ପଟେ
ନିଜର ମନକୁ ମୋ’ର ମନ ମଧ୍ୟ କହୁଛନ୍ତି, ମନର ମାଲିକ ଅଟୁ ଏବଂ ସର୍ବଶକ୍ତିବାନ ପିତାଙ୍କର ସନ୍ତାନ
ମାଷ୍ଟର ସର୍ବଶକ୍ତିବାନ ଅଟୁ । ପୁଣି ବି କହୁଛନ୍ତି କଷ୍ଟକର କାର୍ଯ୍ୟ ତେବେ ହସ ଲାଗିବ ନା ନାହିଁ!
ଲାଗିବ ନା! ତେଣୁ ଯେତେବେଳେ ଭାବୁଛ ମୋ’ର ମନ ମୋ କଥା ମାନୁନାହିଁ । ସେତେବେଳେ ନିଜ ଉପରେ ଟିକିଏ
ହସିବା ଉଚିତ୍ । ମନରେ ଯେତେବେଳେ ବି କୌଣସି କଥା ଆସୁଛି ବାପଦାଦା ଦେଖୁଛନ୍ତି ଦୁନିଆରେ ତିନୋଟି
ଗାରର ଗାୟନ ରହିଛି । ଗୋଟିଏ ହେଲା ପାଣି ଉପରେ ରେଖା ବା ଗାର, ପାଣି ଉପରେ ଗାର ତ ଦେଖିଛ, ଗାର
ଟାଣିବା ମାତ୍ରକେ ଲିଭିଯିବ । ଗାର ଟାଣିଥାଆନ୍ତି ନା! ଦ୍ୱିତୀୟରେ ହେଲା କୌଣସି କାଗଜ ଉପରେ ବା
ସ୍ଲେଟ୍ ଉପରେ କେଉଁଠି ବି ଗାର ଟାଣିବା ଏବଂ ସବୁଠାରୁ ପକ୍କା ଗାର ହେଲା ପଥର ଉପରେ ଗାର ଟାଣିବା
। ପଥରର ଗାର ବହୁତ କଷ୍ଟରେ ଲିଭିଥାଏ । ତେବେ ବାପଦାଦା ଦେଖୁଛନ୍ତି ଯେ କେବେ କେବେ ପିଲାମାନେ
ନିଜ ମନ ଉପରେ ପଥରର ଗାର ଭଳି ମଜବୁତ ଗାର ଟାଣି ଦେଉଛନ୍ତି । ଯାହାକୁ ଲିଭାଇବାକୁ ଚାହିଁଲେ ମଧ୍ୟ
ଲିଭୁ ନାହିଁ । କ’ଣ ଏହିଭଳି ଗାର ଟାଣିବା ଭଲ କି? କେତେ ଥର ପ୍ରତିଜ୍ଞା ମଧ୍ୟ କରୁଛନ୍ତି ଯେ
ଏବେଠାରୁ ଆଉ କରିବୁ ନାହିଁ, ଏବେଠାରୁ ଆଉ ସେପରି ହେବ ନାହିଁ । କିନ୍ତୁ ପୁଣି ପରବଶ ହୋଇଯାଉଛନ୍ତି,
ସେଥିପାଇଁ ବାପଦାଦାଙ୍କୁ ପିଲାମାନଙ୍କ ଉପରେ ଘୃଣା ଆସୁନାହିଁ, ଦୟା ଆସୁଛି । ପରବଶ ହୋଇଯାଉଛନ୍ତି
ତେଣୁ ପରବଶ ଆତ୍ମା ଉପରେ ଦୟା ଲାଗୁଛି । ଯେତେବେଳେ ବାପଦାଦା ଏହିଭଳି ଦୟା ଭାବନାରେ ପିଲାମାନଙ୍କୁ
ଦେଖୁଛନ୍ତି ସେତେବେଳେ ଡ୍ରାମାର ପରଦା ଉପରେ କ’ଣ ଆସୁଛି? ଆଉ କେତେ ଦିନ? ତେବେ ଏହାର ଉତ୍ତର
ତୁମେମାନେ ଦିଅ । ଆଉ କେତେ ଦିନ? କୁମାରମାନେ ଉତ୍ତର ଦେଇପାରିବ - କେବେ ଏହା ସମାପ୍ତ ହେବ!
କୁମାରମାନେ ବହୁତ ପ୍ଲାନ୍ କରୁଛ ନା! ତେବେ କହିପାରିବ, ଆଉ କେତେ ଦିନ ଏହିଭଳି ଚାଲିବ? କୁହ ।
ଉତ୍ତର ଜଣାଅଛି - ଆଉ କେତେ ଦିନ? ଦାଦିମାନେ ଶୁଣାଅ । (ଯେତେଦିନ ପର୍ଯ୍ୟନ୍ତ ସଂଗମଯୁଗ ଅଛି
ସେତେଦିନ ପର୍ଯ୍ୟନ୍ତ କିଛି କିଛି ରହିବ) ତେବେ ସଂଗମଯୁଗ ମଧ୍ୟ କେତେ ଦିନ ରହିବ? (ଯେତେବେଳେ
ସମସ୍ତେ ଫରିସ୍ତା ହୋଇଯିବେ) ତାହା ମଧ୍ୟ କେବେ ହେବ? (ବାବା କୁହନ୍ତୁ) ତୁମକୁ ଫରିସ୍ତା ହେବାର
ଅଛି ନା । ବାବାଙ୍କୁ? ତେଣୁ ଏହାର ଉତ୍ତର ଚିନ୍ତା କର । ବାବା ତ କହୁଛନ୍ତି ଏବେ, ପ୍ରସ୍ତୁତ ଅଛ?
ଅଧାମାଳା ପାଇଁ ମଧ୍ୟ ହାତ ଉଠାଉ ନ ଥିଲ ନା ।
ବାପଦାଦା ସଦାସର୍ବଦା ପିଲାମାନଙ୍କୁ ସମ୍ପନ୍ନ ସ୍ୱରୂପରେ ଦେଖିବାକୁ ଚାହୁଛଁନ୍ତି । ଯେବେକି କହୁଛ
ବାବା ହିଁ ମୋର ସଂସାର । ଏହି କଥା ତ ସମସ୍ତେ କହୁଛ ନା! ଆଉ ଅନ୍ୟ କୌଣସି ସଂସାର ଅଛି କି? ଯଦି
ବାବା ହିଁ ସଂସାର ଅଟନ୍ତି ତେବେ ସଂସାର ବାହାରେ ଆଉ କ’ଣ ଅଛି? କେବଳ ସଂସ୍କାରକୁ ପରିବର୍ତ୍ତନ
କରିବାର କଥା । ବ୍ରାହ୍ମଣମାନଙ୍କ ଜୀବନରେ ଅଧିକାଂଶ କ୍ଷେତ୍ରରେ ସଂସ୍କାର ହିଁ ବିଘ୍ନ ରୂପ ହେଉଛି
। ଚାହେଁ ନିଜର ସଂସ୍କାର, ଚାହେଁ ଅନ୍ୟ କାହାର ସଂସ୍କାର । ଜ୍ଞାନ ତ ସମସ୍ତଙ୍କ ଭିତରେ ଅଛି,
ଶକ୍ତିଗୁଡିକ ମଧ୍ୟ ସମସ୍ତଙ୍କ ପାଖରେ ଅଛି । କିନ୍ତୁ କାରଣ କ’ଣ ହେଉଛି? ଯେଉଁ ଶକ୍ତିକୁ ଯେଉଁ
ସମୟରେ କାର୍ଯ୍ୟରେ ଲଗାଇବା ଦରକାର ତାହା ସେହି ସମୟରେ ପ୍ରକଟ ହେବା ପରିବର୍ତ୍ତେ ଟିକିଏ ପରେ
ପ୍ରକଟ ହେଉଛି । ତେଣୁ ପଛରେ ଭାବୁଛନ୍ତି ଏହିଭଳି ନ କହି ସେହିଭଳି କହିଥିଲେ ବହୁତ ଭଲ ହୋଇଥାଆନ୍ତା
। ଏଭଳି ନ କରି ସେଭଳି କରିଥିଲେ ବହୁତ ଭଲ ହୋଇଥାଆନ୍ତା । କିନ୍ତୁ ଯେଉଁ ସମୟରେ ଯାହା ହେବା କଥା,
ସମୟ ତ ଚାଲିଗଲା । ଏମିତି ତ ସମସ୍ତେ ମନେ ମନେ ବିଚାର ମଧ୍ୟ କରୁଛନ୍ତି । ସହନଶକ୍ତି ଏହାକୁ
କୁହାଯାଏ, ନିର୍ଣ୍ଣୟଶକ୍ତି ଏହାକୁ କୁହାଯାଏ, ଏଗୁଡିକୁ ଏହିଭଳି ବ୍ୟବହାର କରିବା ଦରକାର । କେବଳ
କିଛି ସମୟର ଅନ୍ତର ଆସିଯାଉଛି । ଆଉ ଗୋଟିଏ କଥା କ’ଣ ହେଉଛି! ଠିକ୍ ଅଛି ଗୋଟିଏ ଥର ସମୟ ଅନୁସାରେ
ଶକ୍ତି କାମରେ ଲାଗି ପାରିଲା ନାହିଁ ଏବଂ ପରେ ହୃଦ୍ବୋଧ ମଧ୍ୟ କରିଲ ଯେ ଏଭଳି ନ କରି ସେଭଳି
କରିବା ଉଚିତ୍ ଥିଲା । ପଛରେ ବୁଝିପାରିଲ । କିନ୍ତୁ ସେହି ଭୁଲ୍କୁ ଗୋଟିଏ ଥର ଅନୁଭବ କରିବା ପରେ
ଭବିଷ୍ୟତ ପାଇଁ ଅନୁଭବୀ ହୋଇ ତାକୁ ଭଲ ଭାବରେ ହୃଦ୍ବୋଧ କରି ନିଅ ଯାହାକି ଆଉ ଦ୍ୱିତୀୟ ଥର ନ
ହେଉ । ପୁଣି ବି ଉନ୍ନତି ହୋଇପାରିବ । ସେହି ସମୟରେ ବୁଦ୍ଧିରେ ଆସୁଛି, ଏହା ଭୁଲ୍, ଏହା ଠିକ୍ ।
କିନ୍ତୁ ସେହି ଭୁଲ୍ ପୁଣି ଦ୍ୱିତୀୟ ଥର ନ ହେଉ ସେଥିପାଇଁ ନିଜେ ନିଜ ସହିତ ଭଲ ଭାବରେ ହୃଦ୍ବୋଧ
କରିବାରେ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ପାସ୍ ହୋଇ ପାରୁ ନାହାଁନ୍ତି । ପୁଣି ମାୟା ମଧ୍ୟ ବହୁତ ଚତୁର
ଅଟେ, ଧରିନିଅ ତୁମ ଭିତରେ ସହନଶକ୍ତିର କମୀ ରହିଛି, ଠିକ୍ ସେହିଭଳି କଥା ଯେଉଁଥିରେ କି ତୁମକୁ
ସହନଶକ୍ତିକୁ କାର୍ଯ୍ୟରେ ଲଗାଇବାକୁ ପଡିବ, ଥରେ ତ ତୁମେ ହୃଦ୍ବୋଧ କରିନେଇଛ, କିନ୍ତୁ ମାୟା କ’ଣ
କରିବ ଦ୍ୱିତୀୟ ଥରକୁ ଟିକିଏ ରୂପ ବଦଳାଇ ଆସିଯିବ । କଥା ସେହି ହୋଇଥିବ କିନ୍ତୁ ଆଜିକାଲି ଯେପରି
ସେହି ପୁରୁଣା ଜିନିଷକୁ ଏଭଳି ପାଲିସ୍ କରିଦେଇଥିବେ ଯେପରି ନୂଆଠାରୁ ମଧ୍ୟ ଅଧିକ ଭଲ ଦେଖାଯାଉଥିବ
। ତେଣୁ ମାୟା ମଧ୍ୟ ସେହିଭଳି ପାଲିସ୍ କରି ଆସିଯିବ ଯାହାକି କଥାର ରହସ୍ୟ ତାହା ହିଁ ହୋଇଥିବ,
ଧରିନିଅ ତୁମ ଭିତରେ ଈର୍ଷା ଆସିଗଲା । ଈର୍ଷା ମଧ୍ୟ ଭିନ୍ନ ଭିନ୍ନ ରୂପର ଅଛି, ଗୋଟିଏ ରୂପର ନାହିଁ
। ତେବେ ମଞ୍ଚି ହୋଇଥିବ ଈର୍ଷାର କିନ୍ତୁ ଅନ୍ୟ ରୂପ ନେଇ ଆସିବ । ସେହି ପୁରୁଣା ରୂପରେ ଆସିବ ନାହିଁ
। ତେଣୁ କେବେ କେବେ ଭାବୁଥିବ ପୂର୍ବ ଥରର କଥା ତ ଅଲଗା ଥିଲା ନା, ଏହା ତ ଆଉ ଗୋଟିଏ କଥା ହୋଇଗଲା
ନା । କିନ୍ତୁ ମଞ୍ଜି ସେହି ହୋଇଥିବ, କେବଳ ରୂପ ବଦଳି ଯାଇଥିବ । ତେଣୁ ଏଥିପାଇଁ କେଉଁ ଶକ୍ତି
ଦରକାର? ପରଖିବାର ଶକ୍ତି । ସେଥିପାଇଁ ବାପଦାଦା ପୂର୍ବରୁ ମଧ୍ୟ କହିସାରିଛନ୍ତି ଯେ ଦୁଇଟି କଥା
ଉପରେ ଧ୍ୟାନ ଦେବାକୁ ହେବ । ଗୋଟିଏ ହେଲା ସଚ୍ଚା ଦିଲ୍ ଅର୍ଥାତ୍ ସତ୍ୟତା ପୂର୍ବକ ଚାଲିବା ।
ଭିତରେ କିଛି ବି ରଖିବାର ନାହିଁ । ଭିତରେ ରଖିବା ଦ୍ୱାରା ଗ୍ୟାସର ବେଲୁନ୍ ଫୁଲିଯିବ ଏବଂ ଶେଷରେ
କ’ଣ ହେବ? ଫାଟିବ ନା! ତେଣୁ ସର୍ବଦା ସଚ୍ଚା ଦିଲ୍ - ଠିକ୍ ଅଛି ଆତ୍ମାମାନଙ୍କ ନିକଟରେ ଟିକିଏ
ସଂକୋଚ ଲାଗୁଛି ବା ଲାଜ ମାଡୁଛି - କିଏ ଜାଣେ ମୋତେ କେଉଁ ଭଳି ଦୃଷ୍ଟିରେ ଦେଖିବେ । କିନ୍ତୁ
ସଚ୍ଚା ଦିଲ୍ର ସହିତ ଆନ୍ତରିକ ହୃଦ୍ବୋଧ କରିବା ସହିତ ବାପଦାଦାଙ୍କ ସମ୍ମୁଖରେ ଶୁଣାଇ ଦିଅ ।
ଏମିତି ନୁହେଁ ଯେ ମୁଁ ତ ବାପଦାଦାଙ୍କୁ କହିଦେଇଛି, ଭୁଲ୍ ହୋଇଗଲା । ଯେମିତିକି ଆଦେଶ ଦେବା ଭଳି
କହିବ - ହଁ ମୋ ଦ୍ୱାରା ଏହି ଭୁଲ୍ ହୋଇଗଲା, ଏଭଳି ନୁହେଁ.... । ହୃଦବୋଧ କରିବାର ଶକ୍ତି ଆଧାରରେ,
ସଚ୍ଚା ଦିଲ୍ରେ କୁହ କେବଳ ବୁଦ୍ଧିରେ ବା ଜ୍ଞାନ ହିସାବରେ ନୁହେଁ, କିନ୍ତୁ ଆନ୍ତରିକତା ପୂର୍ବକ
ଯଦି ବାପଦାଦାଙ୍କ ଆଗରେ ନିଜର ଭୁଲ୍କୁ ହୃଦବୋଧ କରିନେବ ତେବେ ଦିଲ୍ ହାଲୁକା ହୋଇଯିବ, ସବୁ ଅଳିଆ
ସଫା ହୋଇଯିବ । କଥା କିଛି ବଡ ନ ଥାଏ, ଛୋଟିଆ କଥାଟି ହୋଇଥିବ କିନ୍ତୁ ତୁମ ଦିଲ୍ ଭିତରେ ଯଦି ଛୋଟ
ଛୋଟ କଥା ଗୁଡିକ ଜମା ହୋଇଚାଲିଥିବ ତେବେ ସେଥିରେ ତୁମର ଦିଲ୍ ଭରି ରହିବ । ଖାଲି ତ ରହିବ ନାହିଁ
ନା! ଯଦି ତୁମର ଦିଲ୍ ଖାଲି ନାହିଁ ତେବେ ଦିଲାରାମ ବାବା କେଉଁଠି ବସିବେ! ବସିବା ପାଇଁ ଜାଗା ତ
ଥିବା ଦରକାର ନା! ତେଣୁ କୁହାଯାଏ ସଚ୍ଚା ଦିଲ୍ ଉପରେ ସାହେବ ବାବା ସନ୍ତୁଷ୍ଟ ରହିଥାଆନ୍ତି । ମୁଁ
ଯିଏ ଅଟେ, ଯେପରି ଅଟେ, ବାବା ଆପଣଙ୍କର ହିଁ ଅଟେ । ବାପଦାଦା ତ ଜାଣିଛନ୍ତି ଯେ ସମସ୍ତେ
କ୍ରମାନ୍ୱୟ ହିସାବରେ ହିଁ ରହିବେ, ସେଥିପାଇଁ ବାପଦାଦା ତୁମକୁ ସେହିଭଳି ଦୃଷ୍ଟିରେ ଦେଖିବେ ନାହିଁ,
କିନ୍ତୁ ଦିଲ୍ ସଚ୍ଚା ରହିବା ଦରକାର ଏବଂ ଦ୍ୱିତୀୟରେ କହିଥିଲି - ବୁଦ୍ଧିର ଲାଇନ୍ ସର୍ବଦା
କ୍ଳିୟର ଅର୍ଥାତ୍ ସ୍ପଷ୍ଟ ରହିବା ଦରକାର । ଲାଇନ୍ରେ କୌଣସି ପ୍ରକାରର ବିଶୃଂଖଳା ହେବା ଉଚିତ୍
ନୁହେଁ କିମ୍ବା କୌଣସି ପ୍ରକାରର କଟାକଟି ନ ଥିବ । ବାପଦାଦା ସମୟ ଅନୁସାରେ ଯେଉଁ ଅତିରିକ୍ତ ଶକ୍ତି
ଦେବା ପାଇଁ ଚାହୁଁଛନ୍ତି ବା ଆଶୀର୍ବାଦ ଦେବା ପାଇଁ ଚାହୁଁଛନ୍ତି, ଯଦି କୌଣସି ପ୍ରକାରର ବିଶୃଂଖଳା
ଥିବ ତେବେ ତାହା ମିଳିପାରିବ ନାହିଁ । ଯଦି ଲାଇନ୍ କ୍ଳିୟର ଅର୍ଥାତ୍ ସ୍ପଷ୍ଟ ନାହିଁ, କ୍ଳିନ୍
ଅର୍ଥାତ୍ ସ୍ୱଚ୍ଛ ନାହିଁ କଟାକଟି ଅଛି ତେବେ ଯେଉଁଭଳି ପ୍ରାପ୍ତି ହେବା ଦରକାର ତାହା ହୋଇପାରିବ
ନାହିଁ । କେହି କେହି ପିଲା କହୁଛନ୍ତି, ଯଦିଓ କହୁ ନାହାଁନ୍ତି କିନ୍ତୁ ଭାବୁଛନ୍ତି - କେହି କେହି
ଆତ୍ମାଙ୍କୁ ବହୁତ ସହଯୋଗ ମିଳୁଛି, ବ୍ରାହ୍ମଣମାନଙ୍କର ସହଯୋଗ ମଧ୍ୟ ମିଳୁଛି ଏବଂ ବଡମାନଙ୍କଠାରୁ
ମଧ୍ୟ ମିଳୁଛି । ବାପଦାଦାଙ୍କଠାରୁ ମଧ୍ୟ ମିଳୁଛି କିନ୍ତୁ ମୋତେ କମ୍ ମିଳୁଛି । ଏହାର କାରଣ କ’ଣ?
ବାବା ତ ଦାତା ଅଟନ୍ତି, ସାଗର ମଧ୍ୟ ଅଟନ୍ତି, ଯିଏ ଯେତେବେଳେ ଚାହିଁବ ବାପଦାଦାଙ୍କର ଭଣ୍ଡାରରେ
ତାଲା ଚାବୀ ନାହିଁ କିମ୍ବା ଜଗୁଆଳୀ ମଧ୍ୟ ନାହିଁ, ବାବା କହିବା ମାତ୍ରେ ଜୀ ହାଜିର । ବାବା କହିବା
ମାତ୍ରେ - ନେଇଯାଅ । ଦାତା ଅଟନ୍ତି ନା । ଦାତା ମଧ୍ୟ ଅଟନ୍ତି ଏବଂ ସାଗର ମଧ୍ୟ ଅଟନ୍ତି । ତେବେ
କମୀ କ’ଣ ହୋଇଥିବ? ତେଣୁ ସେହି ଦୁଇଟି କଥାରେ ହିଁ କମୀ ରହିଥାଏ । ଗୋଟିଏ ହେଲା ସଚ୍ଚା ଦିଲ୍ ଏବଂ
ସ୍ୱଚ୍ଛ ଦିଲ୍ ହେବା ଦରକାର ଯେଉଁଥିରେ କୌଣସି ପ୍ରକାରର ଚତୁରତା କରୁ ନ ଥିବ । କାହିଁକି ନା
ପିଲାମାନେ ଚତୁରତା ବହୁତ କରୁଛନ୍ତି । ଭିନ୍ନ ଭିନ୍ନ ପ୍ରକାରର ଚତୁରତା କରୁଛନ୍ତି । ତେବେ ସଫା
ସୁତୁରା ନିର୍ମଳ ହୃଦୟ ଏବଂ ବୁଦ୍ଧିର ଲାଇନ୍ ସର୍ବଦା କ୍ଲିୟର । ତେଣୁ ଚେକ୍ କର, ଆଜିକାଲି
ବିଜ୍ଞାନର ସାଧନ ଗୁଡିକରେ ମଧ୍ୟ ଦେଖୁଛ ନା କୌଣସି ପ୍ରକାରର ବିଶୃଂଖଳା ଥିଲେ ଲାଇନ୍ କ୍ଳିୟର
କରାଇ ଦେବ ନାହିଁ । ତେଣୁ ଏହାକୁ ନିଶ୍ଚିତ କର ।
ଆଉ ଗୋଟିଏ ବିଶେଷ କଥା ହେଲା - ଯେହେତୁ ଏହି ବର୍ଷର ଶେଷ ପାଳି ତେଣୁ ଶୁଣାଇ ଦେଉଛୁ ଏହା କେବଳ
ଡବଲ ବିଦେଶୀମାନଙ୍କ ପାଇଁ ନୁହେଁ କିନ୍ତୁ ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ । ଏହି ଶେଷ ପାଳିରେ ଯେହେତୁ
ତୁମେମାନେ ସମ୍ମୁଖରେ ବସିଛ ତେଣୁ ତୁମମାନଙ୍କୁ ହିଁ କହିବାକୁ ପଡୁଛି! ବାପଦାଦା ଦେଖିଛନ୍ତି ଯେ
ଗୋଟିଏ ସଂସ୍କାର ବା ନେଚର ଅର୍ଥାତ୍ ସ୍ୱଭାବ ମଧ୍ୟ କହିପାରିବ, ସ୍ୱଭାବ ତ ସମସ୍ତଙ୍କର ଭିନ୍ନ
ଭିନ୍ନ ରହିଛି କିନ୍ତୁ ସମସ୍ତଙ୍କର ସ୍ନେହୀ ହେବା ଏବଂ ସବୁ କଥାରେ, ସମ୍ବନ୍ଧ-ସମ୍ପର୍କରେ ସଫଳ
ହେବା, ମାନସୀକ କ୍ଷେତ୍ରରେ ବିଜୟୀ ହେବା ଏବଂ ବାଣୀରେ ମଧୁରତା ସେତେବେଳେ ଆସିପାରିବ ଯେତେବେଳେ
ତୁମର ସ୍ୱଭାବ ବହୁତ ଇଜି ଅର୍ଥାତ୍ ସରଳ ହୋଇଥିବ । ବେପରୁଆ ସ୍ୱଭାବ ନୁହେଁ । ଅବହେଳାପଣିଆ ଅଲଗା
ଜିନିଷ କିନ୍ତୁ ସରଳ ସ୍ୱଭାବ ତାକୁ କୁହାଯିବ - ଯେପରି ସମୟ, ଯେପରି ବ୍ୟକ୍ତି, ଯେପରି ପରିସ୍ଥିତି
ତାକୁ ପରଖି ନିଜକୁ ଇଜୀ କରିନେବା । ଇଜୀ ଅର୍ଥାତ୍ ମେଳାପି ସ୍ୱଭାବ । ଟାଇଟ୍ ନେଚର ବା ଅତ୍ୟଧିକ
ଗମ୍ଭୀର ସ୍ୱଭାବ ହୋଇ ନ ଥିବ, ଗମ୍ଭୀର ରହିବା ତ ଭଲ କଥା କିନ୍ତୁ ଅତ୍ୟଧିକ ହେବା ଉଚିତ୍ ନୁହେଁ ।
କିନ୍ତୁ ଯଦି ସମୟ ସେହିଭଳି ହୋଇ ନ ଥିବ ସେତେବେଳେ ଯଦି କେହି ଅଧିକ ଗମ୍ଭୀର ରହୁଥିବ ତେବେ ତାକୁ
ଦିବ୍ୟଗୁଣ କୁହାଯିବ ନାହିଁ ବା ବିଶେଷତାର ଅନୁଭବ ହେବ ନାହିଁ । ତେବେ ଛୋଟ ହୁଅନ୍ତୁ ବା ବଡ
ହୁଅନ୍ତୁ ସମସ୍ତଙ୍କ ସହିତ ମିଶିପାରୁଥିବ, ନିଜକୁ ନୁଆଇଁ ଦେଇପାରୁଥିବ । ବଡଙ୍କ ସହିତ ବଡ ପଣିଆରେ
ଚାଲିପାରୁଥିବ, ଛୋଟମାନଙ୍କ ସହିତ ଛୋଟ ହୋଇ ଚାଲିପାରୁଥିବ । ସାଥୀମାନଙ୍କ ସହିତ ସାଥୀ ହୋଇ
ଚଳିପାରୁଥିବ, ବଡମାନଙ୍କ ସହିତ ସମ୍ମାନ ଦେଇ ଚାଲିପାରୁଥିବ, ସହଜ ଭାବରେ ନିଜକୁ ନୁଆଇଁ
ଦେଇପାରୁଥିବ ଯେପରି ଶରୀରକୁ ମଧ୍ୟ ଇଜୀ ଅର୍ଥାତ୍ ଢିଲା ରଖିଥାଆନ୍ତି, ଯେଉଁଠି ଇଚ୍ଛା ମୋଡି
ହୋଇପାରୁଥିବ । ଯଦି ବହୁତ ଟାଇଟ୍ ହୋଇଥିବ ତେବେ ମୋଡି ହୋଇପାରିବ ନାହିଁ । ଅବହେଳାପଣିଆ ବା
ଫୁଲାଫାଙ୍କିଆ ମଧ୍ୟ ନୁହେଁ । ଇଜୀ ରହିବାର ଅର୍ଥ ଏହା ନୁହେଁ ଯେ ଯେଉଁଠି ଇଚ୍ଛା ଇଜୀ ହୋଇଯିବ,
ବେପରୁଆ ହୋଇଚାଲିଥିବ । ନା । ବାପଦାଦା କହିଛନ୍ତି ନା । ଇଜୀ ହୋଇଯାଅ ତେଣୁ ଇଜୀ ହୋଇଗଲି, ଏଭଳି
କରିବାର ନାହିଁ । ଇଜୀ ନେଚର ଅର୍ଥାତ୍ ଯେପରି ସମୟ ସେହିପରି ନିଜର ସ୍ୱରୂପକୁ ବଦଳାଇ ପାରୁଥିବ ।
ଆଚ୍ଛା - ଡବଲ ବିଦେଶୀମାନଙ୍କୁ ବହୁତ ଭଲ ସୁଯୋଗ ମିଳିଛି ।
ସମସ୍ତଙ୍କୁ ଡ୍ରିଲ୍ ମନେ ଅଛି, ନା ଭୁଲିଗଲଣି? ଏବେ ଏବେ ସମସ୍ତେ ଏହି ଡ୍ରିଲ୍ କର, ଚକ୍ର ଲଗାଅ ।
ଆଚ୍ଛା । ଚାରିଆଡର ସର୍ବଶ୍ରେଷ୍ଠ ଆତ୍ମାମାନଙ୍କୁ, ଚାରିଆଡୁ ସମାଚାର ତଥା ଶୁଭେଚ୍ଛା ବାର୍ତ୍ତା
ପଠାଇଥିବା ଆତ୍ମାମାନଙ୍କୁ ବହୁତ ଭଲ ଭାବରେ ଭିନ୍ନ ଭିନ୍ନ ସମ୍ବନ୍ଧରେ ସେହ୍ନର ପତ୍ର ଏବଂ ନିଜର
ହାଲଚାଲ୍ ଲେଖି ପଠାଇଛନ୍ତି । ସେବା ସମାଚାର ସହିତ ନିଜର ଉମଙ୍ଗ-ଉତ୍ସାହ ଏବଂ ଭଲ ଭଲ ଯୋଜନା
ଗୁଡିକୁ ମଧ୍ୟ ଲେଖି ପଠାଇଛନ୍ତି, ଯାହାକି ବାପଦାଦାଙ୍କୁ ମିଳିସାରିଛି । ତେବେ ଯେତିକି ସ୍ନେହର
ସହିତ ମେହନତ କରିଲେଖିଛନ୍ତି ଏବଂ ଯେଉଁମାନେ ବି ଲେଖିଛନ୍ତି, ସେମାନେ ପ୍ରତ୍ୟେକ ନିଜ ନିଜ ନାମରେ
ବାପଦାଦାଙ୍କର, ତଥା ଦିଲାରାମଙ୍କର ଦିଲ୍ର ୟାଦପ୍ୟାର ଅର୍ଥାତ୍ ସ୍ନେହ ସମ୍ପନ୍ନ ଶୁଭେଚ୍ଛା
ସ୍ୱୀକାର କରିବା ହୁଅନ୍ତୁ । ପିଲାମାନଙ୍କର ସ୍ନେହ ବାବାଙ୍କ ପ୍ରତି ଏବଂ ତା’ଠାରୁ ପଦ୍ମଗୁଣା
ଅଧିକ ସ୍ନେହ ବାବାଙ୍କର ପିଲାମାନଙ୍କ ପ୍ରତି ରହିଛି ଏବଂ ସର୍ବଦା ଅମର ହୋଇ ରହିବ । ସ୍ନେହୀ
ପିଲାମାନେ ବାବାଙ୍କଠାରୁ ଅଲଗା ହୋଇପାରିବେ ନାହିଁ କିମ୍ବା ବାବା ମଧ୍ୟ ପିଲାମାନଙ୍କଠାରୁ ଅଲଗା
ହୋଇପାରିବେ ନାହିଁ । ସାଥୀରେ ଅଛନ୍ତି ଏବଂ ସାଥୀ ହୋଇ ରହିବେ ।
ଚାରିଆଡର ସର୍ବଦା ନିଜକୁ ବାବାଙ୍କ ସମାନ କରୁଥିବା, ସର୍ବଦା ବାବାଙ୍କର ନୟନରେ, ଦିଲ୍ରେ,
ମସ୍ତକରେ ପାଖାପାଖି ରହୁଥିବା, ସର୍ବଦା ଏକମାତ୍ର ବାବାଙ୍କର ସଂସାରରେ ରହୁଥିବା, ସର୍ବଦା
ପ୍ରତିପାଦରେ ବାପଦାଦାଙ୍କୁ ଅନୁକରଣ କରୁଥିବା, ସର୍ବଦା ବିଜୟୀ ଥିଲୁ, ବିଜୟୀ ଅଟୁ ଏବଂ ବିଜୟୀ
ହୋଇ ରହିଥିବୁ - ଏହିଭଳି ନିଶ୍ଚୟ ଏବଂ ନିଶାରେ ରହୁଥିବା ଅତି ଶ୍ରେଷ୍ଠ ସିକିଲଧା, ପ୍ରିୟରୁ
ପ୍ରିୟ ସବୁ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
ବରଦାନ:-
ପ୍ରତିଟି
ମୂହୁର୍ତ୍ତର ଏବଂ ପ୍ରତ୍ୟେକ ସଂକଳ୍ପର ମହତ୍ୱକୁ ଜାଣି ଜମାର ଖାତାକୁ ଭରପୂର କରୁଥିବା ସମର୍ଥ
ଆତ୍ମା ହୁଅ ।
ସଂଗମଯୁଗରେ ଅବିନାଶୀ
ବାବାଙ୍କ ଦ୍ୱାରା ସବୁ ସମୟରେ ଅବିନାଶୀ ପ୍ରାପ୍ତି ହୋଇଚାଲିଛି । ସାରା କଳ୍ପ ଭିତରେ ଏଭଳି ଭାଗ୍ୟ
ପ୍ରାପ୍ତ କରିବାର ଏହା ହିଁ ଏକମାତ୍ର ସମୟ - ସେଥିପାଇଁ ତୁମର ସ୍ଳୋଗାନ ହେଲା - “ଏବେ ନୁହେଁ ତ
କେବେ ନୁହେଁ” । ଯାହା ବି ଶ୍ରେଷ୍ଠ କାର୍ଯ୍ୟ କରିବାର ଅଛି ତାକୁ ଏବେ କର । ଏହି କଥା ସ୍ମୃତିରେ
ରହିଲେ, କେବେ ବି ତୁମେ ଜମାର ଖାତା ଭରପୂର ହୋଇଯିବ ଏବଂ ଆତ୍ମା ସମର୍ଥ ହୋଇଯିବ ।
ସ୍ଲୋଗାନ:-
ପ୍ରତ୍ୟେକ
ବାଣୀରେ ଏବଂ ପ୍ରତ୍ୟେକ କର୍ମରେ ଅଲୌକିକତା ହିଁ ପବିତ୍ରତା ଅଟେ, ତେଣୁ ସାଧାରଣତାକୁ ଅଲୌକିକତାରେ
ପରିବର୍ତ୍ତନ କରିଦିଅ ।