30.08.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଜ୍ଞାନକୁ
ବୁଦ୍ଧିରେ ଧାରଣ କରି ପରସ୍ପର ମଧ୍ୟରେ ମିଶି କ୍ଲାସ ଚଲାଅ, ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରି
ସଚ୍ଚା କମାଇ କରିଚାଲ । ’’
ପ୍ରଶ୍ନ:-
ତୁମମାନଙ୍କ
ମଧ୍ୟରେ କେଉଁ ଅହଂକାର କେବେ ବି ଆସିବା ଉଚିତ୍ ନୁହେଁ?
ଉତ୍ତର:-
କେତେକ ସନ୍ତାନମାନଙ୍କ ଠାରେ ଅହଂକାର ଆସିଥାଏ ଯେ ଏହି ଛୋଟ-ଛୋଟ ବାଳିକାମାନେ ଆମକୁ କ’ଣ ଜ୍ଞାନ
ବୁଝାଇବେ । ବଡ଼ ଭଉଣୀ ଚାଲିଗଲେ ଯଦି ରୁଷିଯାଇ କ୍ଲାସକୁ ଆସିବା ବନ୍ଦ କରିଦେବେ । ଏହା ହେଉଛି
ମାୟାର ବିଘ୍ନ । ବାବା କହୁଛନ୍ତି - ପିଲାମାନେ, ତୁମେ ଶୁଣାଉଥିବା ଶିକ୍ଷିକାଙ୍କର ନାମ-ରୂପକୁ ନ
ଦେଖି, ବାବାଙ୍କ ସ୍ମୃତିରେ ରହି ମୁରଲୀ ଶୁଣ । ଅହଂକାରରେ ଆସ ନାହିଁ ।
ଓମ୍ ଶାନ୍ତି ।
ବାବା ବସି
ସନ୍ତାନମାନଙ୍କୁ ବୁଝାଉଛନ୍ତି । ଯେହେତୁ ବାବା ବୋଲି ଡାକୁଛ ସେହେତୁ ଏତେ ସନ୍ତାନମାନଙ୍କର
ଶାରୀରିକ ପିତା ଜଣେ ତ ହୋଇପାରିବେ ନାହିଁ । ଇଏ ହେଲେ ଆତ୍ମିକ ପିତା । ତାଙ୍କର ଅନେକ ସନ୍ତାନ
ଅଛନ୍ତି, ପିଲାମାନଙ୍କ ପାଇଁ ହିଁ ଏହି ଟେପ୍, ମୁରଲୀ ଆଦି ସାମଗ୍ରୀ ରହିଛି । ପିଲାମାନେ
ଜାଣିଛନ୍ତି ଏବେ ଆମେ ସଙ୍ଗମଯୁଗରେ ବସିଛୁ ପୁରୁଷୋତ୍ତମ ହେବା ପାଇଁ । ଏହା ମଧ୍ୟ ଖୁସିର କଥା ।
ବାବା ହିଁ ପୁରୁଷୋତ୍ତମ କରୁଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ପୁରୁଷୋତ୍ତମ ନା । ଏହି
ସୃଷ୍ଟିରେ ହିଁ ଉତ୍ତମ ପୁରୁଷ, ମଧ୍ୟମ ପୁରୁଷ ଏବଂ କନିଷ୍ଠ ପୁରୁଷ ଥାଆନ୍ତି । ଆଦିରେ ଉତ୍ତମ,
ମଝିରେ ମଧ୍ୟମ, ଅନ୍ତରେ ହେଲେ କନିଷ୍ଠ । ପ୍ରତ୍ୟେକ ଜିନିଷ ପ୍ରଥମେ ନୂଆ ଅର୍ଥାତ୍ ଉତ୍ତମ, ପରେ
ମଧ୍ୟମ ତା’ପରେ କନିଷ୍ଠ ଅର୍ଥାତ୍ ପୁରୁଣା ହୋଇଯାଆନ୍ତି । ଦୁନିଆର ଅବସ୍ଥା ମଧ୍ୟ ଏହିପରି ହେଉଛି
ତେଣୁ ଯେଉଁ ସବୁ କଥାରେ ମନୁଷ୍ୟମାନଙ୍କ ଠାରେ ସଂଶୟ ଆସୁଛି, ସେ ସମ୍ବନ୍ଧରେ ତୁମକୁ ବୁଝାଇବାକୁ
ହେବ । ପ୍ରାୟତଃ ବ୍ରହ୍ମାଙ୍କ ନିମନ୍ତେ କହିଥା’ନ୍ତି ଯେ ଏହାଙ୍କୁ କାହିଁକି ବସାଇଛ? ତେଣୁ ତାଙ୍କୁ
ବୃକ୍ଷର ଚିତ୍ର ସମ୍ବନ୍ଧରେ ବୁଝାଇବା ଦରକାର । ଦେଖ ତଳେ ମଧ୍ୟ ତପସ୍ୟା କରୁଛନ୍ତି ଏବଂ ଉପରେ
ଏକଦମ୍ ଅନ୍ତରେ, ବହୁତ ଜନ୍ମର ଅନ୍ତିମ ଜନ୍ମରେ ଛିଡ଼ା ହୋଇଛନ୍ତି । ବାବା କହୁଛନ୍ତି ମୁଁ ଏହାଙ୍କ
ମଧ୍ୟରେ ପ୍ରବେଶ କରୁଛି । ଏହି କଥା ବୁଝାଇବା ପାଇଁ ବହୁତ ବୁଦ୍ଧିମାନ୍ ହୋଇଥିବା ଦରକାର । ଜଣେ
ବି ନିର୍ବୁଦ୍ଧିଆ ଥିଲେ, ତେବେ ସମସ୍ତ ବି.କେ.ଙ୍କର ନାମ ବଦ୍ନାମ ହୋଇଯିବ । ଠିକ୍ରେ ବୁଝାଇ
ପାରୁନାହାଁନ୍ତି । ଯଦିଓ ସମ୍ପୂର୍ଣ୍ଣ ପାସ୍ ତ ଅନ୍ତିମରେ ହିଁ ହେବେ ବର୍ତ୍ତମାନ ୧୬ କଳା
ସମ୍ପୂର୍ଣ୍ଣ ତ କେହି ହୋଇପାରିବେ ନାହିଁ, କିନ୍ତୁ ବୁଝାଇବାରେ ନିଶ୍ଚୟ କ୍ରମାନ୍ୱୟରେ ରହିଥା’ନ୍ତି
। ପରମପିତା ପରମାତ୍ମାଙ୍କ ସହିତ ପ୍ରୀତି ନଥିଲେ, ବିପରୀତ ବୁଦ୍ଧି କୁହାଯିବ ନା । ଏହା ସମ୍ବନ୍ଧରେ
ତୁମେ ବୁଝାଇପାରିବ । ଯେଉଁମାନେ ପ୍ରୀତି ବୁଦ୍ଧି ଥିବେ, ସେମାନେ ବିଜୟୀ ହେବେ ଏବଂ ଯେଉଁମାନେ
ବିପରୀତ ବୁଦ୍ଧି ସେମାନେ ବିନାଶକୁ ପ୍ରାପ୍ତ କରିବେ । ଏଥିରେ ମଧ୍ୟ କେତେକ ମନୁଷ୍ୟ ବିଗୁଡି
ଯାଆନ୍ତି, ପରେ କୌଣସି ନା କୌଣସି ଦୋଷାରୋପ କରିଥାଆନ୍ତି । ଲଢେଇ, ଝଗଡ଼ା କରିବାରେ ଡ଼େରୀ କରନ୍ତି
ନାହିଁ । କିଏ କ’ଣ କରିପାରିବ । କେବେ ତ ଚିତ୍ରରେ ନିଆଁ ଲଗାଇବାରେ ମଧ୍ୟ ଡ଼େରି କରନ୍ତି ନାହିଁ ।
ବାବା ରାୟ ମଧ୍ୟ ଦେଉଛନ୍ତି - ଚିତ୍ର ଗୁଡିକୁ ବୀମା କରାଇଦିଅ । ପିଲାମାନଙ୍କ ଅବସ୍ଥାକୁ ମଧ୍ୟ
ବାବା ଜାଣିଛନ୍ତି । କୁଦୃଷ୍ଟି ସମ୍ବନ୍ଧରେ ମଧ୍ୟ ବାବା ପ୍ରତ୍ୟହ ବୁଝାଉଛନ୍ତି । ଲେଖୁଛନ୍ତି ବାବା,
ଆପଣ ଯେଉଁ ବିକାରୀ ଦୃଷ୍ଟି ସମ୍ବନ୍ଧରେ ବୁଝାଇଛନ୍ତି । ଏହା ତ ବିଲ୍କୁଲ୍ ଠିକ୍ କହିଛନ୍ତି । ଏହି
ଦୁନିଆ ହେଉଛି ତମୋପ୍ରଧାନ ନା । ଦିନକୁ ଦିନ ମନୁଷ୍ୟ ତମୋପ୍ରଧାନ ହେବାକୁ ଲାଗୁଛନ୍ତି । ସେମାନେ
ତ ଭାବୁଛନ୍ତି କଳିଯୁଗ ଏବେ ଗୁରୁଣ୍ଡୁଚି । ବିଲ୍କୁଲ୍ ଅଜ୍ଞାନ ନିଦ୍ରାରେ ଶୋଇ ରହିଛନ୍ତି ।
କେବେ-କେବେ କହୁଛନ୍ତି ମଧ୍ୟ ଏହା ମହାଭାରତ ଲଢେଇର ସମୟ । ତେବେ ନିଶ୍ଚୟ ଭଗବାନ କୌଣସି ରୂପରେ
ଥିବେ । ରୂପ ବିଷୟରେ ତ ବତାଉନାହାଁନ୍ତି । ତାଙ୍କୁ ନିଶ୍ଚୟ କୌଣସି ଶରୀରରେ ପ୍ରବେଶ କରିବାକୁ
ହେବ । ଭାଗ୍ୟଶାଳୀ ରଥର ଗାୟନ ମଧ୍ୟ ଅଛି । ରଥ ତ ଆତ୍ମାର ନିଜସ୍ୱ ଥିବ ନା । ସେଥିରେ ଆସି
ପ୍ରବେଶ କରିବେ । ତାଙ୍କୁ କୁହାଯାଏ ଭାଗ୍ୟଶାଳୀ ରଥ । ବାକି ସେ ଜନ୍ମ ନିଅନ୍ତି ନାହିଁ । ୟାଙ୍କ
ପାଖରେ ବସି ଜ୍ଞାନ ଦେଉଛନ୍ତି । କେତେ ଭଲ ଭାବରେ ବୁଝାଯାଉଛି । ତ୍ରିମୂର୍ତ୍ତି ଚିତ୍ର ମଧ୍ୟ
ରହିଛି । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ତ୍ରିମୂର୍ତ୍ତି କୁହାଯିବ । ନିଶ୍ଚୟ ଏମାନେ କିଛି
କରିଯାଇଛନ୍ତି । ଯେଉଁଥି ପାଇଁ ରାସ୍ତାର, ଭବନର ତ୍ରିମୂର୍ତ୍ତି ନାମ ରଖୁଛନ୍ତି । ଯେପରି ଏହି
ରୋଡ୍ର ନାମ ସୁବାଷମାର୍ଗ ରଖି ଦେଇଛନ୍ତି । ସୁବାଷ ବୋଷଙ୍କର ଇତିହାସ ତ ସମସ୍ତେ ଜାଣିଛନ୍ତି ।
ପଛରେ ବସି ପୁଣି ଇତିହାସ ଲେଖୁଛନ୍ତି । ପୁଣି ତାକୁ ବନେଇ-ଚୁନେଇ କରି ବଡ଼ କରିଦେଇଥା’ନ୍ତି । କେତେ
ବି ବଡିମା କରି ଲେଖିପାରନ୍ତି । ଯେପରି ଗୁରୁନାନକଙ୍କର ପୁସ୍ତକ କେତେ ବଡ଼ କରି ଦେଇଛନ୍ତି । ସେ ତ
ଏତେ ଲେଖିନାହାଁନ୍ତି । ଜ୍ଞାନ ବଦଳରେ ଭକ୍ତିର କଥା ସବୁ ଲେଖିଛନ୍ତି । ଏହି ଚିତ୍ର ଆଦି ତ
ବୁଝାଇବା ନିମନ୍ତେ ତିଆରି କରାଯାଉଛି । ଏକଥା ତ ଜାଣିଛ, ଏହି ଆଖିରେ ଯାହା କିଛି ଦେଖାଯାଉଛି ଏସବୁ
ଭସ୍ମ ହୋଇଯିବ । ବାକି, ଆତ୍ମା ତ ଏଠାରେ ରହିପାରିବ ନାହିଁ । ନିଶ୍ଚୟ ଘରକୁ ଚାଲିଯିବ । ଏପରି କଥା
ସମସ୍ତଙ୍କର ବୁଦ୍ଧିରେ କ’ଣ ଧାରଣା ହେଉଛି କି । ଯଦି ଧାରଣା ହୋଇଥାଆନ୍ତି ତେବେ କ୍ଲାସ କାହିଁକି
କରି ପାରୁନାହାଁନ୍ତି । ୭-୮ ବର୍ଷରେ ଏପରି କେହି ପ୍ରସ୍ତୁତ ହୋଇନାହାଁନ୍ତି ଯିଏକି କ୍ଳାସ କରାଇ
ପାରିବ । ବହୁତ ଜାଗାରେ ମଧ୍ୟ ଏପରି କ୍ଳାସ୍ କରାଉଛନ୍ତି । ତଥାପି ମଧ୍ୟ ବୁଝୁଛନ୍ତି ଯେ
ମାତାମାନଙ୍କର ପଦ ହେଉଛି ଉଚ୍ଚ । ଚିତ୍ର ତ ବହୁତ ଅଛି । କିନ୍ତୁ ମୁରଲୀକୁ ଧାରଣ କରି ତା’ ଉପରେ
ଅଳ୍ପ ବୁଝାଉଛନ୍ତି । ଏପରି ତ କେହି ବି କରିପାରିବେ । ଏହା ବହୁତ ସହଜ । ତଥାପି କେଜାଣି
ବ୍ରାହ୍ମଣୀଙ୍କୁ କାହିଁକି ମାଗୁଛନ୍ତି । ବ୍ରାହ୍ମଣୀ କୁଆଡ଼େ ଚାଲିଗଲେ, ବାସ୍ ରୁଷି କରି
ବସିଯାଉଛନ୍ତି । କ୍ଲାସ୍କୁ ଆସୁନାହାଁନ୍ତି । ପରସ୍ପର ମଧ୍ୟରେ ଖିଟ୍ପଟ୍ ହୋଇଯାଉଛି । ମୁରଲୀ ତ
କେହି ବି ବସି ଶୁଣାଇପାରିବେ ନା । କହୁଛନ୍ତି ଫୁରସତ୍ ନାହିଁ । ଏଥିରେ ତ ନିଜର ଏବଂ
ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ । ବହୁତ ଶ୍ରେଷ୍ଠ ରୋଜଗାର ହେଉଛି । ସତ୍ୟ ରୋଜଗାର କରାଇବାକୁ
ହେବ ଯାହାଦ୍ୱାରା ମନୁଷ୍ୟମାନଙ୍କର ଜୀବନ ହୀରାତୁଲ୍ୟ ହୋଇଯିବ । ସ୍ୱର୍ଗକୁ ତ ସମସ୍ତେ ଯିବେ ନା ।
ସେଠାରେ ସର୍ବଦା ସୁଖୀ ରହିଥା’ନ୍ତି । ଏପରି ନୁହେଁ ଯେ ପ୍ରଜା ଅଳ୍ପାୟୁ ହେବେ । ନାଁ, ପ୍ରଜା
ମଧ୍ୟ ଦୀର୍ଘାୟୁ ହେବେ । ତାହା ହେଉଛି ହିଁ ଅମର ଲୋକ । ବାକି ପଦରେ ଉଚ୍ଚ ନୀଚ୍ଚ ଥାଏ । ତେଣୁ
ଯେକୌଣସି ବିଷୟରେ କ୍ଲାସ କରାଇବା ଦରକାର । ଏପରି କାହିଁକି କହୁଛନ୍ତି ଯେ ଭଲ ବ୍ରାହ୍ମଣୀ ଦରକାର
। ପରସ୍ପର ମିଳିମିଶି କ୍ଲାସ କରାଇପାରିବ । ଚିତ୍କାର କରିବା ଅନୁଚିତ୍ । କାହା କାହା ଠାରେ
ଅହଂକାର ଆସିଯାଉଛି ଏହି ଛୋଟ-ଛୋଟ ଭଉଣୀମାନେ କ’ଣ ବୁଝାଇବେ? ମାୟାର ବିଘ୍ନ ମଧ୍ୟ ବହୁତ ଆସୁଛି ।
ବୁଦ୍ଧିରେ ବସୁ ନାହିଁ ।
ବାବା ତ ପ୍ରତ୍ୟହ ବୁଝାଇ
ଚାଲିଛନ୍ତି, ଶିବବାବା ତ ବିଷୟ ବସ୍ତୁ ଉପରେ ବୁଝାଇବେ ନାହିଁ ନା । ସେ ତ ହେଉଛନ୍ତି ସାଗର ।
ତାଙ୍କଠାରେ ତ ଉଚ୍ଛଳ ଆସୁଛି । କେବେ ପିଲାମାନଙ୍କୁ ବୁଝାଉଛନ୍ତି, କେବେ ବାହାର ଲୋକଙ୍କୁ
ବୁଝାଉଛନ୍ତି । ମୁରଲୀ ତ ସମସ୍ତଙ୍କୁ ମିଳୁଛି । ଅକ୍ଷର ଜାଣିନଥିଲେ ଶିଖିବା ଦରକାର ନା - ନିଜର
ଉନ୍ନତି ପାଇଁ ପୁରୁଷାର୍ଥ କରିବା ଉଚିତ୍ । ନିଜର ତଥା ଅନ୍ୟର ମଧ୍ୟ କଲ୍ୟାଣ କରିବା ଦରକାର - ଏହି
ବାବା (ବ୍ରହ୍ମାବାବା) ମଧ୍ୟ ଶୁଣାଇ ପାରିବେ ନା ପରନ୍ତୁ ପିଲାମାନଙ୍କ ବୁଦ୍ଧିଯୋଗ ଶିବବାବାଙ୍କ
ଠାରେ ରହିବା ଦରକାର, ସେଥିପାଇଁ କହୁଛନ୍ତି ସର୍ବଦା ଭାବ ଶିବବାବା ଶୁଣାଉଛନ୍ତି । ଶିବବାବାଙ୍କୁ
ହିଁ ୟାଦ କର । ଶିବବାବା ପରମଧାମରୁ ଆସିଛନ୍ତି, ମୁରଲୀ ଶୁଣାଉଛନ୍ତି । ଏହି ବ୍ରହ୍ମା ତ ପରମଧାମରୁ
ଆସି ଶୁଣାଉନାହାଁନ୍ତି । ଭାବ ଶିବବାବା, ଏହି ଶରୀରରେ ଆସି ଆମକୁ ମୁରଲୀ ଶୁଣାଉଛନ୍ତି । ଏହା
ବୁଦ୍ଧିରେ ରହିବା ଦରକାର । ଯଥାର୍ଥ ରୀତିରେ ଏହିକଥା ବୁଦ୍ଧିରେ ରହିଲେ ମଧ୍ୟ ୟାଦର ଯାତ୍ରା
ହୋଇଯିବ ନା । କିନ୍ତୁ ଏଠାରେ ବସି ମଧ୍ୟ ବହୁତଙ୍କର ବୁଦ୍ଧିଯୋଗ ଏଣେ ତେଣେ ଚାଲିଯାଉଛି । ଏଠାରେ
ତୁମେ ଯାତ୍ରାରେ ଭଲ ଭାବରେ ରହିପାରିବ । ନଚେତ୍ ଗାଁ ମନେ ପଡ଼ିବ । ଘରଦ୍ୱାର ମନେ ପଡ଼ିବ ।
ବୁଦ୍ଧିରେ ଏହା ମନେ ରହୁଛି ଯେ - ଶିବବାବା ଆମକୁ ଏହାଙ୍କ ଶରୀରରେ ବସି ପଢାଉଛନ୍ତି । ଆମେ
ଶିବବାବାଙ୍କ ୟାଦରେ ରହି ମୁରଲୀ ଶୁଣୁଥିଲୁ ପୁଣି ବୁଦ୍ଧିଯୋଗ କୁଆଡ଼େ ଚାଲିଗଲା । ଏହିପରି
ବହୁତଙ୍କର ବୁଦ୍ଧିଯୋଗ ଚାଲିଯାଉଛି । ଏଠାରେ ତୁମେ ଭଲ ଭାବରେ ଯାତ୍ରାରେ ରହିପାରିବ । ଜାଣିଛ
ଶିବବାବା ପରମଧାମରୁ ଆସିଛନ୍ତି । ବାହାରେ ନିଜର ଗାଁ ଆଦିରେ ରହିଲେ ଏହି ଖିଆଲ ରହୁନାହିଁ ।
କେହି-କେହି ଭାବୁଛନ୍ତି, ଶିବବାବାଙ୍କର ମୁରଲୀ ଏହି କାନ ଦ୍ୱାରା ଶୁଣୁଛୁ । ଯିଏ ଶୁଣାଉଛନ୍ତି
ତାଙ୍କର ନାମ ରୂପ କିଛି ନାହିଁ । ଏସବୁ ଭିତିରିଆ ଜ୍ଞାନ । ଅନ୍ତରରେ ଏହି ଖିଆଲ ରହୁ ଯେ
ଶିବବାବାଙ୍କର ମୁରଲୀ ଆମେ ଶୁଣୁଛୁ । ଏପରି ନୁହେଁ, ଯେ ଅମୁକ ଭଉଣୀ ଶୁଣାଉଛନ୍ତି । ଶିବବାବାଙ୍କର
ମୁରଲୀ ଶୁଣୁଛୁ । ଏହା ମଧ୍ୟ ୟାଦରେ ରହିବାର ଯୁକ୍ତି ଅଟେ । ଏପରି ନୁହେଁ ଯେ ଯେତେ ସମୟ ଆମେ
ମୁରଲୀ ଶୁଣୁଛୁ, ସମ୍ପୂର୍ଣ୍ଣ ୟାଦରେ ଅଛୁ । ନାଁ, ବାବା କହୁଛନ୍ତି - ବହୁତଙ୍କର ବୁଦ୍ଧି
କୁଆଡ଼େ-କୁଆଡ଼େ ବାହାରକୁ ଚାଲିଯାଉଛି । ଖେତବାଡ଼ି ଆଦି ମନେ ପଡୁଛି । ବୁଦ୍ଧିଯୋଗ ବାହାରେ କେଉଁଠି
ଭ୍ରମିତ ହେବା ଅନୁଚିତ୍ । ଶିବବାବଙ୍କୁ ୟାଦ କରିବାରେ କୌଣସି ଅସୁବିଧା ଅଛି କି? କିନ୍ତୁ ମାୟା
ୟାଦ କରିବାକୁ ଦେଉନାହିଁ । ସାରା ସମୟ ଶିବବାବାଙ୍କର ୟାଦ ରହିପାରୁ ନାହିଁ, ଅନ୍ୟାନ୍ୟ ଖିଆଲ
ଆସିଯାଉଛି । କ୍ରମାନୁସାରେ ପୁରୁଷାର୍ଥ ଅନୁସାରେ ଅଛନ୍ତି ନା । ଯେଉଁମାନେ ବହୁତ ନିକଟତମ ଥିବେ,
ସେମାନଙ୍କ ବୁଦ୍ଧିରେ ଭଲ ଭାବରେ ବସିବ । ସମସ୍ତେ କ’ଣ ୮ର ମାଳାରେ ଆସିପାରିବେ କି? ଜ୍ଞାନ, ଯୋଗ,
ଦୈବୀଗୁଣ ଏସବୁକୁ ନିଜ ମଧ୍ୟରେ ଦେଖିବାକୁ ହେବ । ମୋ ପାଖରେ କୌଣସି ଅବଗୁଣ ନାହିଁ ତ? ମାୟାର
ବଶବର୍ତ୍ତୀ ହୋଇ କୌଣସି ବିକର୍ମ ହେଉନାହଁ ତ? କେହି କେହି ବହୁତ ଲୋଭୀ ହୋଇଯା’ନ୍ତି । ଲୋଭର ଭୂତ
ମଧ୍ୟ ରହିଛି । ତେଣୁ ମାୟାର ଏପରି ପ୍ରବେଶତା ହୋଇଥାଏ ଯାହାଦ୍ୱାରା କେବଳ ଭୋକ ଲାଗୁଛି, ଭୋକ
ଲାଗୁଛି କହି ହୁଅନ୍ତି । ଖାଇବି-ଖାଇବି ପେଟରେ ପୁରାଇବି... । କାହାଠାରେ ଖାଇବାର ବହୁତ ଆସକ୍ତି
ଥାଏ । ଖାଦ୍ୟ ମଧ୍ୟ କାଇଦା ଅନୁସାରେ ଖାଇବା ଦରକାର । ଢେର ସନ୍ତାନ ଅଛନ୍ତି । ଏବେ ବାବାଙ୍କର
ବହୁତ ସନ୍ତାନ ଆସିବେ । କେତେ ବ୍ରାହ୍ମଣ-ବ୍ରାହ୍ମଣୀ ହେବେ । ପିଲାମାନଙ୍କୁ ମଧ୍ୟ କହୁଛି - ତୁମେ
ବ୍ରାହ୍ମଣ ହୋଇ ବସିଛ । ମାତାମାନଙ୍କୁ ଆଗରେ ରଖାଯାଉଛି । ଶିବ ଶକ୍ତି ଭାରତ ମାତାମାନଙ୍କର ଜୟ ।
ବାବା କହୁଛନ୍ତି, ନିଜକୁ ଆତ୍ମା ଭାବ ଏବଂ ବାବାଙ୍କୁ ୟାଦ କର । ସ୍ୱଦର୍ଶନ ଚକ୍ର ଘୂରାଇଚାଲ ।
ତୁମେ ବ୍ରାହ୍ମଣ ହେଉଛ ସ୍ୱଦର୍ଶନ ଚକ୍ରଧାରୀ । ଏହି ସବୁ କଥା ନୂଆ କେହି ଆସିଲେ ବୁଝିପାରିବେ ନାହିଁ
। ତୁମେ ହେଉଛ ସର୍ବୋତ୍ତମ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ କୁଳ ଭୂଷଣ, ସ୍ୱଦର୍ଶନ ଚକ୍ରଧାରୀ
। ନୂଆ କେହି ଶୁଣିଲେ, କହିବେ ସ୍ୱଦର୍ଶନ ଚକ୍ର ତ ବିଷ୍ଣୁଙ୍କ ପାଖରେ ରହିଛି । ଇଏ ପୁଣି
ସମସ୍ତଙ୍କୁ କହୁଛନ୍ତି, ମାନିବେ ନାହିଁ । ସେଥିପାଇଁ ନୂଆମାନଙ୍କୁ ସଭାରେ ଅନୁମତି ଦିଆଯାଉନାହିଁ
। ବୁଝିପାରିବେ ନାହିଁ । କେହି ପୁଣି ବିଗଡ଼ିଯାଉଛନ୍ତି ଆମେ କ’ଣ ଅଜ୍ଞାନୀ ଯେ ଆମକୁ ଆସିବାକୁ
ଦିଆଯାଉ ନାହିଁ । କାହିଁକିନା ଅନ୍ୟ ସବୁ ସତସଙ୍ଗ୍କୁ ତ ଯେ କେହିବି ଯାଇପାରନ୍ତି । ସେଠାରେ
ଶାସ୍ତ୍ରର ହିଁ କଥା ଶୁଣାଇଥାନ୍ତି । ତାକୁ ଶୁଣିବାର ପ୍ରତ୍ୟେକଙ୍କର ହକ୍ ରହିଛି । ଏଠାରେ ତ
ସାବଧାନୀ ରଖିବାକୁ ପଡ଼ୁଛି । ଏହି ଈଶ୍ୱରୀୟ ଜ୍ଞାନ ବୁଦ୍ଧିରେ ଧାରଣ ନ ହେଲେ ବିଗିଡ଼ିଯାଇଥାନ୍ତି ।
ଚିତ୍ରଗୁଡିକୁ ମଧ୍ୟ ସମ୍ଭାଳିକି ରଖିବାକୁ ପଡିଥାଏ । ଏହି ଆସୁରୀ ଦୁନିଆରେ ନିଜର ଦୈବୀ ରାଜଧାନୀ
ସ୍ଥାପନ କରିବାକୁ ହେବ । ଯେପରି ଖ୍ରୀଷ୍ଟ ନିଜର ଧର୍ମ ସ୍ଥାପନ କରିବାକୁ ଆସିଲେ । ଏହି ବାବା ଦୈବୀ
ରାଜଧାନୀ ସ୍ଥାପନ କରୁଛନ୍ତି । ଏଥିରେ ହିଂସାର କୌଣସି କଥା ନାହିଁ । ତୁମେ ନା କାମ କଟୁରୀ ଦ୍ୱାରା
କୌଣସି ହିଂସା ବା କୌଣସି ସ୍ଥୂଳ ହିଂସା କରିପାରିବ । ଗାୟନ ମଧ୍ୟ କରନ୍ତି ମୁତ ପଲିତି କପଡ ଧୋଏ (ମଇଳା
କପଡାକୁ ଧୁଅନ୍ତି) ମନୁଷ୍ୟ ତ ବିଲ୍କୁଲ୍ ଘୋର ଅନ୍ଧକାରରେ ଅଛନ୍ତି । ବାବା ଆସି ଘୋର ଅନ୍ଧକାରରୁ
ପ୍ରକାଶ କରୁଛନ୍ତି । ତଥାପି କେହି-କେହି ବାବା-ବାବା କହି ମୁହଁ ବୁଲାଇ ଦେଉଛନ୍ତି । ପାଠପଢା ଛାଡ଼ି
ଦେଉଛନ୍ତି । ଭଗବାନ ବିଶ୍ୱର ମାଲିକ କରିବା ପାଇଁ ପଢାଉଛନ୍ତି । ଏପରି ପାଠପଢାକୁ ଯିଏ ଛାଡିଦିଏ
ତାଙ୍କୁ ମହାମୂର୍ଖ କୁହାଯାଏ । କେତେ ଜବଦଦସ୍ତ ସମ୍ପତ୍ତି ମିଳୁଛି । ଏପରି ବାବାଙ୍କୁ କେବେ
ଛାଡିବା ଉଚିତ୍ କି? ଗୋଟିଏ ଗୀତ ମଧ୍ୟ ଅଛି - ଆପ ପ୍ୟାର କରୋ ୟୁଁ ଠୁକରାଅ (ଆପଣ ସ୍ନେହ କରନ୍ତୁ
ଅଥବା ଆଡ଼େଇ ଦିଅନ୍ତୁ), ମୁଁ ଆପଣଙ୍କର ଦ୍ୱାର କେବେ ଛାଡ଼ିବି ନାହିଁ । ବାବା ଆସିଛନ୍ତି ବେହଦର
ବାଦଶାହୀ ଦେବା ପାଇଁ । ଛାଡ଼ିବାର ତ ପ୍ରଶ୍ନ ହିଁ ଉଠେ ନାହିଁ । ହଁ, ଭଲ ଲକ୍ଷଣ ଧାରଣ କରିବାକୁ
ହେବ । ସ୍ତ୍ରୀମାନେ ମଧ୍ୟ ଅଭିଯୋଗ ଲେଖୁଛନ୍ତି - ଇଏ ଆମକୁ ବହୁତ ହଇରାଣ କରୁଛନ୍ତି । ଆଜିକାଲିର
ଲୋକ ତ ହେଉଛନ୍ତି ବହୁତ ବହୁତ ଖରାପ । ବହୁତ ସାବଧାନର ସହ ଚାଲିବାକୁ ହେବ । ଭାଇମାନଙ୍କୁ
ଭଉଣୀମାନଙ୍କୁ ସମ୍ଭାଳିବା ଦରକାର । ଆମ ଆତ୍ମାମାନଙ୍କୁ ଯେ କୌଣସି ଅବସ୍ଥାରେ ବାବାଙ୍କଠାରୁ ବର୍ସା
ନିଶ୍ଚୟ ନେବାକୁ ପଡିବ । ବାବାଙ୍କୁ ଛାଡ଼ିବା ଦ୍ୱାରା ସମ୍ପତ୍ତି ହରାଇବାକୁ ପଡିବ । ନିଶ୍ଚୟ
ବୁଦ୍ଧି ବିଜୟନ୍ତୀ, ସଂଶୟ ବୁଦ୍ଧି ବିନଶ୍ୟନ୍ତୀ । ତା’ପରେ ପଦ ବହୁତ କମ୍ ହୋଇଯାଇଥାଏ । ଜ୍ଞାନ
କେବଳ ଜ୍ଞାନ ସାଗର ବାବା ହିଁ ଦେଇପାରିବେ । ବାକି ସବୁ ହେଉଛି ଭକ୍ତି । କେହି କେତେ ବି ନିଜକୁ
ଜ୍ଞାନୀ ଭାବିଲେ ମଧ୍ୟ ବାବା କହୁଛନ୍ତି ସମସ୍ତଙ୍କ ପାଖରେ ଶାସ୍ତ୍ର ଏବଂ ଭକ୍ତିର ହିଁ ଜ୍ଞାନ
ରହିଛି । ସତ୍ୟ ଜ୍ଞାନ କାହାକୁ କୁହାଯାଏ, ଏହା ମଧ୍ୟ ମନୁଷ୍ୟ ଜାଣିନାହାଁନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଧ୍ୟାନ
ରଖିବାକୁ ହେବ ଯେ ମୁରଲୀ ଶୁଣିବା ସମୟରେ ମୋର ବୁଦ୍ଧିଯୋଗ ବାହାରେ ଭ୍ରମିତ ହେଉ ନାହିଁ ତ? ସର୍ବଦା
ଏହି ସ୍ମୃତି ରହୁ ଯେ ମୁଁ ଶିବବାବାଙ୍କର ମହାବାକ୍ୟ ଶୁଣିଛି । ଏହା ମଧ୍ୟ ହେଉଛି ଯୋଗ ।
(୨) ନିଜେ ନିଜକୁ ଦେଖିବା
ଉଚିତ୍ ଯେ ମୋ ଠାରେ ଜ୍ଞାନ ଯୋଗ ଏବଂ ଦୈବୀଗୁଣ ଅଛି? ଲାଳସାର ଭୂତ ନାହିଁ ତ? ମାୟାର ବଶବର୍ତ୍ତୀ
ହୋଇ କୌଣସି ବିକର୍ମ ହେଉନାହିଁ ତ ?
ବରଦାନ:-
ନିମିତ୍ତ ଭାବର
ସ୍ମୃତି ଦ୍ୱାରା ହଲଚଲ୍କୁ ସମାପ୍ତ କରୁଥିବା ସଦା ଅଚଳ ଅଟଳ ଭବ ।
ନିମିତ୍ତ ଭାବ ରହିବା
ଦ୍ୱାରା ଅନେକ ପ୍ରକାରର ମୁଁ ପଣିଆ, ମୋ’ର ପଣିଆ ସହଜରେ ସମାପ୍ତ ହୋଇଯାଏ । ଏହି ସ୍ଥିତି ସବୁ
ପ୍ରକାରର ହଲଚଲ୍ ଠାରୁ ମୁକ୍ତ କରି ଅଚଳ ଅଟଳ ସ୍ଥିତିର ଅନୁଭବ କରାଇଥାଏ । ସେବାରେ ମଧ୍ୟ ମେହନତ
କରିବାକୁ ପଡେ ନାହିଁ । କାହିଁକି ନା ନିମିତ୍ତ ହେଉଥିବା ଆତ୍ମାମାନଙ୍କ ବୁଦ୍ଧିରେ ସର୍ବଦା ଏହି
କଥା ମନେ ରହିଥାଏ ଯେ ଯେଉଁଭଳି ମୁଁ କରିବି ମୋତେ ଦେଖି ସମସ୍ତେ କରିବେ । ତେବେ ସେବାର ନିମିତ୍ତ
ହେବା ଅର୍ଥ ମଞ୍ଚ ଉପରକୁ ଆସିବା ଏବଂ ମଞ୍ଚ ଉପରକୁ ସ୍ୱତଃ ହିଁ ସମସ୍ତଙ୍କର ଦୃଷ୍ଟି ଯାଇଥାଏ ।
ତେଣୁ ଏହି ସ୍ମୃତି ମଧ୍ୟ ସୁରକ୍ଷାର ସାଧନ ହୋଇଯାଏ ।
ସ୍ଲୋଗାନ:-
ଯଦି ସବୁ କଥାରୁ
ନିଆରା ହୋଇଯିବ ତେବେ ପରମାତ୍ମ ପିତାଙ୍କର ସାହାରାର ଅନୁଭବ ହେବ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।
ବର୍ତ୍ତମାନ ସମୟରେ
ଭଟକୁଥିବା ଆତ୍ମାମାନଙ୍କୁ ପ୍ରଥମେ ତ ଶାନ୍ତି ଦରକାର, ଦ୍ୱିତୀୟରେ ଆତ୍ମିକ ସ୍ନେହ ମଧ୍ୟ ଦରକାର ।
ପ୍ରେମ ଏବଂ ଶାନ୍ତିର ହିଁ ସବୁ ଜାଗାରେ ଅଭାବ ରହିଛି, ସେଥିପାଇଁ ଯାହା ବି କାର୍ଯ୍ୟକ୍ରମ ସବୁ
କରୁଛ ସେଥିରେ ପ୍ରଥମେ ତ ବାବାଙ୍କ ସହିତ ସମ୍ବନ୍ଧର ସ୍ନେହର ମହିମା କର, ତା’ପରେ ସେହି ସ୍ନେହରେ
ଆତ୍ମାମାନଙ୍କର ସମ୍ବନ୍ଧ ଯୋଡିବା ପରେ ଶାନ୍ତିର ଅନୁଭବ କରାଅ । ପ୍ରେମ ସ୍ୱରୂପ ଏବଂ ଶାନ୍ତ
ସ୍ୱରୂପ ଦୁଇଟିଯାକ ସ୍ଥିତିର ସନ୍ତୁଳନ ରହିବା ଦରକାର ।