30.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ବାବା
ଆସିଛନ୍ତି ସମସ୍ତଙ୍କର ଦୁଃଖ ହରଣ କରି ସୁଖ ଦେବା ପାଇଁ, ସେଥିପାଇଁ ତୁମେ ଦୁଃଖହର୍ତ୍ତାଙ୍କର
ସନ୍ତାନ କାହାକୁ ହେଲେ ବି ଦୁଃଖ ଦିଅ ନାହିଁ ।”
ପ୍ରଶ୍ନ:-
ଉଚ୍ଚ ପଦ
ପାଉଥିବା ସନ୍ତାନମାନଙ୍କର ମୁଖ୍ୟ ଲକ୍ଷଣ କ’ଣ ହୋଇଥିବ?
ଉତ୍ତର:-
(୧) ସେମାନେ ସର୍ବଦା ଶ୍ରୀମତ ପାଳନ କରୁଥିବେ । (୨) କେବେ ବି ହଠ ଅର୍ଥାତ୍ ଜିଦ୍ଦି କରିବେ ନାହିଁ
। (୩) ନିଜେ ହିଁ ନିଜକୁ ରାଜତିଳକ ଦେବା ପାଇଁ ଭଲ ଭାବରେ ପାଠପଢି ତୀବ୍ରବେଗରେ ଆଗକୁ ବଢ଼ୁଥିବେ ।
(୪) ନିଜକୁ କେବେ ହେଲେ କ୍ଷତିରେ ପକାଇବେ ନାହିଁ । (୫) ସମସ୍ତଙ୍କ ପ୍ରତି ଦୟାଶୀଳ ଏବଂ
କଲ୍ୟାଣକାରୀ ହେବେ । ସେମାନଙ୍କ ଭିତରେ ସେବା କରିବାର ବହୁତ ସଉକ ଥିବ । (୬) କୌଣସି ନିକୃଷ୍ଟ
କର୍ମ କରିବେ ନାହିଁ । ଲଢେଇ ଝଗଡା କରିବେ ନାହିଁ ।
ଗୀତ:-
ତୁନେ ରାତ ଗବାୟୀ
ଶୋ କେ...
ଓମ୍ ଶାନ୍ତି ।
ଆତ୍ମିକ
ସନ୍ତାନମାନେ ଆତ୍ମିକ ବାବାଙ୍କ ସମ୍ମୁଖରେ ବସିଛନ୍ତି । ଏବେ ଏହି ଭାଷାକୁ ତ ତୁମେ ପିଲାମାନେ ହିଁ
ବୁଝୁଛ ଆଉ କେହି ବୁଝିପାରିବେ ନାହିଁ । “ହେ ଆତ୍ମିକ ସନ୍ତାନମାନେ” ଏପରି କେହି କେବେ କହିପାରିବେ
ନାହିଁ । ଏପରି କହିବା କାହାକୁ ଆସିବ ହିଁ ନାହିଁ । ତୁମେ ଜାଣିଛ ଆମେ ଆତ୍ମିକ ବାବାଙ୍କ ସମ୍ମୁଖରେ
ବସିଛୁ ଯେଉଁ ବାବାଙ୍କୁ ଯଥାର୍ଥ ଭାବରେ କେହି ବି ଜାଣିନାହାଁନ୍ତି । ଯଦିଓ ନିଜକୁ ଭାଇ-ଭାଇ ମଧ୍ୟ
ଭାବୁଛନ୍ତି, ଆମେ ସବୁ ଆତ୍ମା ଅଟୁ । ବାବା ଜଣେ ହିଁ ଅଟନ୍ତି କିନ୍ତୁ ଯଥାର୍ଥ ଭାବରେ ଜାଣି
ନାହାଁନ୍ତି । ସମ୍ମୁଖକୁ ଆସି ନ ବୁଝିବା ପର୍ଯ୍ୟନ୍ତ ବୁଝିବେ ବା କିପରି? ତୁମେ ମଧ୍ୟ ସମ୍ମୁଖକୁ
ଆସିବାରୁ ବୁଝୁଛ । ତୁମେମାନେ ହେଉଛ ବ୍ରାହ୍ମଣ-ବ୍ରାହ୍ମଣୀ । ତୁମର କୁଳନାମ ହେଉଛି ବ୍ରହ୍ମାବଂଶୀ
ବ୍ରହ୍ମାକୁମାର-କୁମାରୀ । ସବୁ ଆତ୍ମାମାନେ ତ ହେଉଛନ୍ତି ଶିବଙ୍କର ସନ୍ତାନ । ତୁମକୁ
ଶିବକୁମାର-ଶିବକୁମାରୀ କୁହାଯିବ ନାହିଁ । ଏହି ଅକ୍ଷର ଭୁଲ୍ ହୋଇଯିବ । କୁମାର ଅଛନ୍ତି ତ କୁମାରୀ
ମଧ୍ୟ ଅଛନ୍ତି । ସବୁ ଆତ୍ମା ଶିବଙ୍କର ସନ୍ତାନ । କୁମାର-କୁମାରୀ ସେତେବେଳେ କୁହାଯାଏ ଯେତେବେଳେ
ମନୁଷ୍ୟଙ୍କର ସନ୍ତାନ ହୁଅନ୍ତି । ଶିବଙ୍କର ସନ୍ତାନ ତ ହେଉଛନ୍ତି ନିରାକାରୀ ଆତ୍ମାମାନେ ।
ମୂଳବତନରେ ସବୁ ଆତ୍ମାମାନେ ହିଁ ରହୁଛନ୍ତି, ଯାହାଙ୍କୁ ଶାଳଗ୍ରାମ କୁହାଯାଉଛି । ଏଠାକୁ ଆସି
ଶରୀର ଧାରଣ କରି କୁମାର-କୁମାରୀ ହେଉଛନ୍ତି । ବାସ୍ତବରେ ତୁମେ ହେଉଛ କୁମାର ଶିବବାବାଙ୍କର
ସନ୍ତାନ । ଶରୀର ଧାରଣ କଲେ କୁମାର-କୁମାରୀ ହୋଇଥା’ନ୍ତି । ତୁମେ ବି.କେ ହୋଇଥିବାରୁ ଭାଇ-ଭଉଣୀ
ବୋଲାଉଛ । ବର୍ତ୍ତମାନ ତୁମକୁ ଜ୍ଞାନ ମିଳିଛି । ତୁମେ ଜାଣିଛ ବାବା ଆମକୁ ପବିତ୍ର କରି ସାଥୀରେ
ଘରକୁ ନେଇଯିବେ । ଆତ୍ମା ଯେତେ ବାବାଙ୍କୁ ମନେ ପକାଇବ ସେତେ ପବିତ୍ର ହେବ । ଆତ୍ମାମାନେ ବ୍ରହ୍ମା
ମୁଖ ଦ୍ୱାରା ଏହି ଜ୍ଞାନ ପଢୁଛନ୍ତି । ଚିତ୍ରରେ ମଧ୍ୟ ବାବାଙ୍କର ଜ୍ଞାନ ପରିଷ୍କାର ଭାବରେ ରହିଛି
। ଶିବବାବା ହିଁ ଆମକୁ ପଢାଉଛନ୍ତି । ନା ଏ ପାଠ ଶ୍ରୀକୃଷ୍ଣ ପଢାଇପାରିବେ, ନାଁ ଶ୍ରୀକୃଷ୍ଣଙ୍କ
ଦ୍ୱାରା ବାବା ପଢାଇ ପାରିବେ । ଶ୍ରୀକୃଷ୍ଣ ତ ବୈକୁଣ୍ଠର ରାଜକୁମାର ଅଟନ୍ତି, ଏ କଥା ମଧ୍ୟ ତୁମକୁ
ବୁଝାଇବାକୁ ହେବ । ଶ୍ରୀକୃଷ୍ଣ ତ ସ୍ୱର୍ଗରେ ନିଜ ମାତା-ପିତାଙ୍କର ସନ୍ତାନ ହେବେ । ସ୍ୱର୍ଗବାସୀ
ପିତାଙ୍କର ସନ୍ତାନ ଅଥବା ବୈକୁଣ୍ଠର ରାଜକୁମାର ହେବେ । ତାଙ୍କୁ ମଧ୍ୟ କେହି ଜାଣି ନାହାଁନ୍ତି ।
ଶ୍ରୀକୃଷ୍ଣ ଜୟନ୍ତୀରେ ନିଜ ନିଜର ଘରେ ଅଥବା ମନ୍ଦିରରେ ଦୋଳି ତିଆରି କରିଥାନ୍ତି । ମାତାମାନେ
ଯାଇ ହୁଣ୍ଡିରେ ପଇସା ପକାଇ, ପୂଜା କରିଥା’ନ୍ତି । ଆଜିକାଲି ଖ୍ରୀଷ୍ଟଙ୍କୁ ମଧ୍ୟ କୃଷ୍ଣଙ୍କ ସଦୃଶ
କରୁଛନ୍ତି । ମୁକୁଟ ପିନ୍ଧାଇ ମା’ଙ୍କ କୋଳକୁ ଦେଉଛନ୍ତି । ଯେପରି କୃଷ୍ଣଙ୍କୁ ଦେଖାଉଛନ୍ତି ।
ଶ୍ରୀକୃଷ୍ଣ ଏବଂ ଖ୍ରୀଷ୍ଟଙ୍କର ରାଶି ତ ଏକା ହିଁ ଅଟେ । ସେମାନେ କପି କରୁଛନ୍ତି । ନଚେତ୍
ଶ୍ରୀକୃଷ୍ଣଙ୍କ ଜନ୍ମ ଏବଂ ଖ୍ରୀଷ୍ଟଙ୍କର ଜନ୍ମରେ ବହୁତ ଫରକ ରହିଛି । ଖ୍ରୀଷ୍ଟଙ୍କର ଜନ୍ମ ଛୋଟ
ପିଲା ରୂପରେ ହେଉ ନାହିଁ । ଖ୍ରୀଷ୍ଟଙ୍କର ଆତ୍ମା ତ କାହା ଶରୀରରେ ଯାଇ ପ୍ରବେଶ କରିଛି । ସେ
ବିକାରରୁ ଜନ୍ମ ହୋଇପାରିବେ ନାହିଁ । ପୂର୍ବରୁ ଖ୍ରୀଷ୍ଟଙ୍କୁ କେବେ ଛୋଟ ପିଲା ରୂପରେ ଦେଖାଉନଥିଲେ
। କ୍ରସ୍ ଉପରେ ଦେଖାଉଥିଲେ । ଏପରି ଚିତ୍ର ବର୍ତ୍ତମାନ ତିଆରି କରୁଛନ୍ତି । ପିଲାମାନେ ଜାଣିଛନ୍ତି
ଧର୍ମସ୍ଥାପକଙ୍କୁ କେହି ଏପରି ମାରିପାରିବେ ନାହିଁ, ତେବେ କାହାକୁ ମାରିଲେ? ଯାହାଙ୍କ ମଧ୍ୟରେ
ପ୍ରବେଶ କଲେ, ତାଙ୍କୁ ଦୁଃଖ ମିଳିଲା । ସତ୍ତ୍ୱପ୍ରଧାନ ଆତ୍ମାକୁ ଦୁଃଖ କିପରି ମିଳିପାରିବ । ସିଏ
ଏପରି କେଉଁ କର୍ମ କଲେ ଯେ ଏତେ ଦୁଃଖ ଭୋଗ କଲେ । ଆତ୍ମା ହିଁ ସତ୍ତ୍ୱପ୍ରଧାନ ଅବସ୍ଥାରେ ଆସିଥାଏ,
ସମସ୍ତଙ୍କର ହିସାବ-କିତାବ ଚୁକ୍ତ ହୋଇଥାଏ । ବର୍ତ୍ତମାନ ବାବା ସମସ୍ତଙ୍କୁ ପବିତ୍ର କରାଉଛନ୍ତି ।
ଶାନ୍ତିଧାମରୁ ସତ୍ତ୍ୱପ୍ରଧାନ ଆତ୍ମା ଆସି ଦୁଃଖ ଭୋଗ କରିପାରିବ ନାହିଁ । ଆତ୍ମା ହିଁ ଦୁଃଖ ସୁଖ
ଭୋଗ କରୁଛି ନା । ଆତ୍ମା ଶରୀରରେ ରହିଲେ ଦୁଃଖ ହୋଇଥାଏ । ମୋତେ କଷ୍ଟ ହେଉଛି - ଏକଥା କିଏ କହୁଛି?
ନିଶ୍ଚିତ ଏହି ଶରୀରରେ କେହି ନିବାସୀ ଅଛନ୍ତି । ସେମାନେ କହୁଛନ୍ତି ପରମାତ୍ମା ଭିତରେ ଅଛନ୍ତି
ତେବେ କ’ଣ ସେ ଏପରି କହିବେ ଯେ - ମୁଁ ଦୁଃଖ ଭୋଗୁଛି । ସମସ୍ତଙ୍କଠାରେ ପରମାତ୍ମା ବିରାଜମାନ
ଅଛନ୍ତି, ତେବେ ପରମାତ୍ମା କିପରି ଦୁଃଖ ଭୋଗ କରିବେ । ଏପରି ଆତ୍ମା ଡାକୁଛି । ହେ ପରମପିତା
ପରମାତ୍ମା ମୋର ଦୁଃଖ ହରଣ କର, ପାରଲୌକିକ ପିତାଙ୍କୁ ହିଁ ଆତ୍ମା ଡାକୁଛି ।
ଏବେ ତୁମେ ଜାଣୁଛ ବାବା
ଆସିଛନ୍ତି, ଦୁଃଖ ହରିବାର ଉପାୟ ବତାଉଛନ୍ତି । ଆତ୍ମା ଶରୀର ସହିତ ହିଁ ସଦା ସୁସ୍ଥ ଏବଂ
ସମ୍ପତ୍ତିବାନ ହେଉଛି । ମୂଳବତନରେ ତ ସଦାସୁସ୍ଥ ଓ ସମ୍ପତ୍ତିବାନ କୁହାଯିବ ନାହିଁ । ସେଠାରେ କ’ଣ
କୌଣସି ସୃଷ୍ଟି ଅଛି କି । ସେଠାରେ ତ ଶାନ୍ତି ହିଁ ରହିଛି । ଶାନ୍ତି ସ୍ୱଧର୍ମରେ ସ୍ଥିତ ହୋଇ
ରହିଛନ୍ତି । ଏବେ ବାବା ଆସିଛନ୍ତି ସମସ୍ତଙ୍କର ଦୁଃଖ ହରି ସୁଖ ଦେବା ପାଇଁ । ତେଣୁ ପିଲାମାନଙ୍କୁ
ମଧ୍ୟ କହୁଛନ୍ତି - ତୁମେ ମୋର ହୋଇଛ, କେବେ କାହାକୁ ଦୁଃଖ ଦିଅ ନାହିଁ । ଏହା ଯୁଦ୍ଧ ଭୂମି ଅଟେ,
କିନ୍ତୁ ଗୁପ୍ତ । ଦୁନିଆର ଯୁଦ୍ଧକ୍ଷେତ୍ର ପ୍ରତ୍ୟକ୍ଷ ଅଟେ । ଏପରି ଯେଉଁ ଗାୟନ ରହିଛି - ଯୁଦ୍ଧ
ଭୂମିରେ ଯିଏ ମରିବେ ସିଏ ସ୍ୱର୍ଗକୁ ଯିବେ, ଏହାର ଅର୍ଥ ମଧ୍ୟ ବୁଝାଇବାକୁ ପଡିବ । ଏହି ଲଢେଇର
ଦେଖ କେତେ ମହତ୍ୱ ରହିଛି । ପିଲାମାନେ ଜାଣିଛନ୍ତି ସେ ଯୁଦ୍ଧ କ୍ଷେତ୍ରରେ ଦେହତ୍ୟାଗ କଲେ କେହି
ସ୍ୱର୍ଗକୁ ଯାଇପାରିବେ ନାହିଁ । କିନ୍ତୁ ଗୀତାରେ ଭଗବାନୁବାଚ ରହିଛି ତାକୁ ମାନିବେ ତ ନିଶ୍ଚିତ
ନା । ଭଗବାନ କାହାକୁ କହିଛନ୍ତି? ହଦର ଯୋଦ୍ଧାମାନଙ୍କୁ କହିଛନ୍ତି ନାଁ ତୁମକୁ କହିଛନ୍ତି?
ଉଭୟଙ୍କୁ କହିଛନ୍ତି । ସେମାନଙ୍କୁ ମଧ୍ୟ ବୁଝାଯାଉଛି, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ
। ଏହି ସେବା ମଧ୍ୟ କରିବାକୁ ହେବ । ଏବେ ତୁମେ ଯଦି ସ୍ୱର୍ଗକୁ ଯିବାକୁ ଚାହୁଁଛ ତେବେ ପୁରୁଷାର୍ଥ
କର, ଲଢେଇରେ ତ ସବୁ ଧର୍ମାବଲମ୍ବୀ ଅଛନ୍ତି, ଶିଖ୍ମାନେ ମଧ୍ୟ ଅଛନ୍ତି, ସେମାନେ ତ ଶିଖ୍ ଧର୍ମକୁ
ହିଁ ଯିବେ । ସ୍ୱର୍ଗକୁ ସେତେବେଳେ ଆସିପାରିବେ ଯେତେବେଳେ ତୁମ ବ୍ରାହ୍ମଣମାନଙ୍କଠାରୁ ଆସି ଜ୍ଞାନ
ନେବେ । ଯେପରି ବାବାଙ୍କ ପାଖକୁ ଆସିଲେ ବାବା ବୁଝାଉଥିଲେ - ତୁମେ ଲଢେଇ କରି ଶିବବାବାଙ୍କ ୟାଦରେ
ରହିଲେ ସ୍ୱର୍ଗକୁ ଯାଇପାରିବ । ବାକି ଏପରି ନୁହେଁ ଯେ ସ୍ୱର୍ଗରେ ରାଜା ହେବ । ତାଙ୍କୁ ଏହାଠାରୁ
ଅଧିକ ବୁଝାଇ ମଧ୍ୟ ପାରିବ ନାହିଁ । ତାଙ୍କୁ ସାମାନ୍ୟ ଜ୍ଞାନ ବୁଝାଯାଏ । ଲଢେଇରେ ନିଜର ଇଷ୍ଟ
ଦେବଙ୍କୁ ନିଶ୍ଚୟ ମନେ ରଖିଥାନ୍ତି । ଶିଖ୍ ହୋଇଥିଲେ ଗୁରୁ ଗୋବିନ୍ଦଙ୍କର ଜୟ ବୋଲି କହିବେ ।
କିନ୍ତୁ ଏପରି କେହି ନାହାଁନ୍ତି ଯିଏକି ନିଜକୁ ଆତ୍ମା ଭାବି ପରମାତ୍ମାଙ୍କୁ ୟାଦ କରିବେ । ବାକି
ହଁ ଯିଏ ବାବାଙ୍କର ପରିଚୟ ନେବେ ତେବେ ସ୍ୱର୍ଗକୁ ଆସିଯିବେ । ସମସ୍ତଙ୍କର ପିତା ତ ଏକ ହିଁ ଅଟନ୍ତି
- ପତିତ-ପାବନ । ସେ ପତିତମାନଙ୍କୁ କହୁଛନ୍ତି ମୋତେ ମନେ ପକାଇଲେ ତୁମର ପାପ କଟିଯିବ ଏବଂ ମୁଁ
ସ୍ଥାପନ କରୁଥିବା ସୁଖଧାମକୁ ତୁମେ ଯାଇପାରିବ । ଲଢେଇରେ ମଧ୍ୟ ଶିବବାବାଙ୍କୁ ମନେ ପକାଇଲେ
ସ୍ୱର୍ଗକୁ ଆସିଯିବ । ସେହି ହଦର ଯୁଦ୍ଧଭୂମିର କଥା ଅଲଗା, ଏଠିକାର କଥା ଅଲଗା । ବାବା କହୁଛନ୍ତି
ଜ୍ଞାନର କେବେ ବିନାଶ ହୁଏ ନାହିଁ । ସମସ୍ତେ ତ ଶିବବାବାଙ୍କର ସନ୍ତାନ । ଏବେ ଶିବବାବା କହୁଛନ୍ତି
ମୋତେ ମନେ ପକାଇଲେ ତୁମେ ମୋ ପାଖକୁ ମୁକ୍ତିଧାମକୁ ଆସିଯିବ । ପୁଣି ଯେଉଁ ଜ୍ଞାନ ଶିଖାଯାଉଛି,
ତାକୁ ପଢିଲେ ସ୍ୱର୍ଗର ରାଜତ୍ୱ ମିଳିଯିବ । କେତେ ସହଜ ଅଟେ, ସ୍ୱର୍ଗକୁ ଯିବାର ରାସ୍ତା ଏକ
ସେକେଣ୍ଡରେ ମିଳିଯାଉଛି । ମୁଁ ଆତ୍ମା ବାବାଙ୍କୁ ମନେ ପକାଉଛି, ଯୁଦ୍ଧ ଭୂମିକୁ ତ ଖୁସିରେ ଯିବା
ଦରକାର । କର୍ମ ତ’ କରିବାକୁ ହିଁ ହେବ । ଦେଶର ରକ୍ଷା ପାଇଁ ସବୁ କିଛି କରିବାକୁ ପଡିଥାଏ ।
ସେଠାରେ ତ ଏକ ଧର୍ମ ହିଁ ହେବ, ମତଭେଦର କୌଣସି କଥା ନାହିଁ । ଏଠାରେ କେତେ ମତଭେଦ ରହିଛି । ପାଣି
ପାଇଁ, ଜାଗା ପାଇଁ ଝଗଡା ହେଉଛି । ପାଣି ବନ୍ଦ କରିଦେଉଛନ୍ତି, ତେଣୁ ପଥର ମାରିବାରେ
ଲାଗିପଡୁଛନ୍ତି । ଜଣେ-ଜଣଙ୍କୁ ଶସ୍ୟ ନ ଦେଲେ ଝଗଡା ହୋଇଥାଏ ।
ତୁମେ ପିଲାମାନେ ଜାଣିଛ
ଆମେ ନିଜର ସ୍ୱରାଜ୍ୟ ସ୍ଥାପନ କରୁଛୁ । ପାଠପଢା ଦ୍ୱାରା ରାଜ୍ୟ ପ୍ରାପ୍ତି କରୁଛୁ । ନୂଆ ଦୁନିଆ
ନିଶ୍ଚୟ ସ୍ଥାପନ ହେବ । ଯେହେତୁ ଏହା ନିଧାର୍ଯ୍ୟ ଅଛି ତେବେ କେତେ ଖୁସି ହେବା ଦରକାର । କୌଣସି
ଜିନିଷରେ ଲଢେଇ-ଝଗଡାର କିଛି କଥା ନାହିଁ । ବହୁତ ସାଧାରଣ ଭାବରେ ମଧ୍ୟ ରହିବାକୁ ପଡିବ । ବାବା
ବୁଝାଇଛନ୍ତି ତୁମେ ଶ୍ୱଶୁରଘର ଯାଉଛ ସେଥିପାଇଁ ବନବାସରେ ଅଛ । ସବୁ ଆତ୍ମାମାନେ ଘରକୁ ଯିବେ,
ଶରୀର ତ ଯିବ ନାହିଁ ନା । ଶରୀରର ଅଭିମାନ ମଧ୍ୟ ଛାଡି ଦେବାକୁ ହେବ । ଆମେ ଆତ୍ମା ଅଟୁ, ଆମର ୮୪
ଜନ୍ମ ଏବେ ପୂରା ହେଲା । ଭାରତବାସୀଙ୍କୁ କୁହ ଭାରତ ସ୍ୱର୍ଗ ଥିଲା, ଏବେ ତ କଳିଯୁଗ ଅଟେ ।
କଳିଯୁଗରେ ଅନେକ ଧର୍ମ ରହିଛି । ସତ୍ୟଯୁଗରେ ଏକ ହିଁ ଧର୍ମ ଥିଲା । ଭାରତ ପୁଣି ଥରେ ସ୍ୱର୍ଗ ହେବ
। ଜାଣୁଛନ୍ତି ମଧ୍ୟ ଭଗବାନ ଆସିଛନ୍ତି । ଆଗକୁ ଗଲେ ଭବିଷ୍ୟବାଣୀ ମଧ୍ୟ କରିବେ । ବାତାବରଣକୁ
ଦେଖିବେ ନା । ତେଣୁ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି । ବାବା ତ ସମସ୍ତଙ୍କର ଅଟନ୍ତି ନା ।
ସମସ୍ତଙ୍କର ହକ ରହିଛି । ବାବା କହୁଛନ୍ତି ମୁଁ ଆସିଛି ଏବଂ ସମସ୍ତଙ୍କୁ କହୁଛି - ମୋତେ ସ୍ମରଣ କଲେ
ତୁମର ବିକର୍ମ ବିନାଶ ହେବ । ଏବେ ତ ଲୋକମାନେ ଭାବୁଛନ୍ତି କେତେବେଳେ ବି ଯୁଦ୍ଧ ଲାଗିଯାଇପାରେ ।
ଏମିତିକି କାଲି ବି ହୋଇଯାଇପାରେ । ମହାଯୁଦ୍ଧ ଲାଗିବା ପାଇଁ କ’ଣ ବେଶୀ ସମୟ ଲାଗିବ କି । କିନ୍ତୁ
ତୁମେ ସନ୍ତାନମାନେ ବୁଝୁଛ ଏବେ ଆମର ରାଜଧାନୀ ସ୍ଥାପନ ହୋଇ ନାହିଁ ତେଣୁ ବିନାଶ କିପରି ହେବ । ଏବେ
ତ ବାବାଙ୍କର ସନ୍ଦେଶ ମଧ୍ୟ ଚାରିଆଡେ ଦିଆଯାଇନାହିଁ । ପତିତପାବନ ବାବା କହୁଛନ୍ତି ମୋତେ ୟାଦ କଲେ
ବିକର୍ମ ବିନାଶ ହେବ । ଏହି ସନ୍ଦେଶ ସମସ୍ତଙ୍କ କାନକୁ ଯିବା ଉଚିତ୍ । ଯଦି ବି ଯୁଦ୍ଧ ଲାଗିଯାଏ,
ବମ୍ ପଡିଯାଏ ତେବେ ମଧ୍ୟ ତୁମର ନିଶ୍ଚୟ ଅଛି ଯେ ଆମର ରାଜଧାନୀ ନିଶ୍ଚୟ ସ୍ଥାପନ ହେବ, ସେ
ପର୍ଯ୍ୟନ୍ତ ବିନାଶ ହୋଇପାରିବ ନାହିଁ । ବିଶ୍ୱରେ ଶାନ୍ତି ସ୍ଥାପନା ହେଉ ବୋଲି କହୁଛନ୍ତି ନା ।
ସାରା ବିଶ୍ୱରେ ଯୁଦ୍ଧ ଲାଗିଗଲେ ବିନାଶ କରିଦେବ ।
ଏହା ବିଶ୍ୱ ବିଦ୍ୟାଳୟ
ଅଟେ, ସାରା ବିଶ୍ୱକୁ ତୁମେ ଜ୍ଞାନ ଦେଉଛ । କେବଳ ଏକ ବାବା ହିଁ ଆସି ସାରା ବିଶ୍ୱକୁ ପରିବର୍ତ୍ତନ
କରୁଛନ୍ତି । ସେମାନେ ତ କଳ୍ପର ଆୟୁ ହିଁ ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି । ତୁମେ ଜାଣିଛ ଏହାର
ଆୟୁ ପୂରା ୫୦୦୦ ବର୍ଷ ଅଟେ । କହୁଛନ୍ତି ଖ୍ରୀଷ୍ଟଙ୍କର ତିନି ହଜାର ବର୍ଷ ପୂର୍ବରୁ ସ୍ୱର୍ଗ ଥିଲା
। ଇସ୍ଲାମୀ, ବୌଦ୍ଧି ଆଦି ସମସ୍ତଙ୍କର ହିସାବ-କିତାବ ବାହାର କରୁଛନ୍ତି । ତାଙ୍କ ପୂର୍ବରୁ ଆଉ
କାହାର ନାମ ନାହିଁ । ତୁମେ ଅବିକଳ ହିସାବ କହିପାରିବ । ତେଣୁ ତୁମେ କେତେ ଖୁସୀରେ ରହିବା ଉଚିତ୍
। ଏଠାରେ ଲଢେଇ ଝଗଡା ଆଦିର କଥା ହିଁ ନାହିଁ । ଯାହାଙ୍କର କେହି ମୁରବୀ ନ ଥାନ୍ତି ସେହିମାନେ
ଲଢେଇ ଝଗଡା କରିଥା’ନ୍ତି । ତୁମେ ବର୍ତ୍ତମାନ ଯେଉଁ ପୁରୁଷାର୍ଥ କରିବ ତାହା ୨୧ ଜନ୍ମ ପାଇଁ
ପ୍ରାରବ୍ଧ ହୋଇଯିବ । ଲଢେଇ-ଝଗଡା କଲେ ଉଚ୍ଚ ପଦ ବି ମିଳିପାରିବ ନାହିଁ । ଦଣ୍ଡ ମଧ୍ୟ ଭୋଗ
କରିବାକୁ ପଡିବ । କିଛି ବି କଥା ଥିଲେ, କିଛି ଦରକାର ଥିଲେ ବାବାଙ୍କ ପାଖକୁ ଆସ, ସରକାର ମଧ୍ୟ
କହୁଛି ନା ତୁମେ ନିଜେ ନିଜେ ନ୍ୟାୟ ନିଷ୍ପତ୍ତି କରନାହିଁ । କେହି କେହି କହୁଛନ୍ତି ଆମର ବିଦେଶୀ
ଜୋତା ଦରକାର । ବାବା କହୁଛନ୍ତି ପିଲାମାନେ ଏବେ ତ ତୁମେ ବନବାସରେ ଅଛ । ସ୍ୱର୍ଗ ଦୁନିଆରେ ତୁମକୁ
ବହୁତ ମାଲ ମିଳିବ । ବାବା ତ ଠିକ୍ କଥା ବୁଝାଇବେ ନା କି ପିଲାମାନେ ଏହା ଠିକ୍ ନୁହେଁ । ଏଠାରେ
ତୁମେ ଏପରି ଆଶା କାହିଁକି ରଖୁଛ? ଏଠାରେ ତ ବହୁତ ସାଧାରଣ ଭାବରେ ରହିବା ଉଚିତ୍ । ନଚେତ୍
ଦେହ-ଅଭିମାନ ଆସିଯିବ, ଏଥିରେ ନିଜ ମତରେ ଚାଲିବା ଅନୁଚିତ୍, ବାବା ଯାହା କହିବେ, କରିବା ଉଚିତ୍
। ରୋଗ ହେଲେ ଡାକ୍ତର ଆଦିଙ୍କୁ ମଧ୍ୟ ଡାକିଥା’ନ୍ତି, ଔଷଧ ପାଣି ତ ସମସ୍ତଙ୍କୁ ମିଳୁଛି ତଥାପି ବି
ସବୁ କଥା ବୁଝିବା ପାଇଁ ବାବା ଅଛନ୍ତି । ଶ୍ରୀମତ ତ ଶ୍ରୀମତ ଅଟେ ନା । ନିଶ୍ଚୟରେ ବିଜୟ ରହିଛି ।
ସେ ତ ସବୁ କିଛି ବୁଝୁଛନ୍ତି ନା । ବାବାଙ୍କର ନିର୍ଦ୍ଦେଶ ଅନୁଯାୟୀ ଚାଲିବାରେ ହିଁ କଲ୍ୟାଣ ରହିଛି
। ନିଜର ମଧ୍ୟ କଲ୍ୟାଣ କରିବାକୁ ହେବ । ଯଦି କାହାକୁ ମୂଲ୍ୟବାନ କରି ନ ପାରିଲ ତେବେ ନିଜେ
ମୂଲ୍ୟହୀନ ଅଟ ନା । ମୂଲ୍ୟବାନ ହେବାର ଯୋଗ୍ୟ ନୁହଁ । ଏଠାରେ ମୂଲ୍ୟ ନ ଥିଲେ ସତ୍ୟଯୁଗରେ ମଧ୍ୟ
ମୂଲ୍ୟ ରହିବ ନାହିଁ । ସେବାଧାରୀ ସନ୍ତାନମାନଙ୍କୁ ସେବାର କେତେ ସଉକ ରହୁଛି । ଚାରିଆଡେ
ବୁଲୁଛନ୍ତି । ସେବା ନ କଲେ ତାଙ୍କୁ ଦୟାଳୁ, କଲ୍ୟାଣକାରୀ କିଛି ବି କୁହାଯିବ ନାହିଁ । ବାବାଙ୍କୁ
ମନେ ନ ପକାଉଥିଲେ ତୁଚ୍ଛ କାମ କରୁଥିବେ । ପଦ ମଧ୍ୟ ତୁଚ୍ଛ ପାଇବେ । ଏପରି ନୁହେଁ, ଆମର ତ
ଶିବବାବାଙ୍କ ସହିତ ଯୋଗ ରହିଛି । ଏମାନେ ହେଉଛନ୍ତି ବି.କେ । ଶିବବାବା ବ୍ରହ୍ମାଦ୍ୱାରା ହିଁ
ଜ୍ଞାନ ଦେଇପାରିବେ । କେବଳ ଯଦି ଶିବବାବାଙ୍କୁ ମନେ ପକାଇବ ମୁରଲୀ କିପରି ଶୁଣିବ ପୁଣି ପରିଣାମ
କ’ଣ ହେବ? ନ ପଢିଲେ କି ପଦ ପାଇବ । ଏକଥା ମଧ୍ୟ ଜାଣିଛ ସମସ୍ତଙ୍କର ଭାଗ୍ୟ ଶ୍ରେଷ୍ଠ ହେବ ନାହିଁ
। ସେଠାରେ ମଧ୍ୟ କ୍ରମାନ୍ୱୟରେ ପଦ ରହିବ । ପବିତ୍ର ତ ସମସ୍ତଙ୍କୁ ହେବାକୁ ପଡିବ । ଆତ୍ମା
ପବିତ୍ର ହେବା ବିନା ଶାନ୍ତିଧାମ ଯାଇପାରିବ ନାହିଁ ।
ବାବା କହୁଛନ୍ତି ତୁମେ
ସମସ୍ତଙ୍କୁ ଏହି ଜ୍ଞାନ ଶୁଣାଇଚାଲ, କେହି କେହି ବର୍ତ୍ତମାନ ନ ଶୁଣିଲେ ମଧ୍ୟ, ଆଗକୁ ଗଲେ ନିଶ୍ଚୟ
ଶୁଣିବେ । ଏବେ କେତେ ବି ବିଘ୍ନ, ତୋଫାନ ଜୋରରେ ଆସୁ - ତୁମକୁ ଡରିବାର ନାହିଁ, କାହିଁକି ନା ନୂଆ
ଧର୍ମର ସ୍ଥାପନା ହେଉଛି ନା । ତୁମେ ଗୁପ୍ତରେ ରାଜଧାନୀ ସ୍ଥାପନ କରୁଛ । ବାବା ସେବାଯୋଗ୍ୟ
ସନ୍ତାନମାନଙ୍କୁ ଦେଖି ଖୁସି ହେଉଛନ୍ତି । ତୁମକୁ ନିଜକୁ ନିଜେ ରାଜତିଳକ ଦେବାକୁ ହେବ, ଶ୍ରୀମତରେ
ଚାଲିବାକୁ ହେବ । ଏଥିରେ ନିଜର ଜିଦ୍ଦି ଚାଲିପାରିବ ନାହିଁ । ତୁଚ୍ଛାଟାରେ ନିଜର କ୍ଷତି କରିବା
ଉଚିତ୍ ନୁହେଁ । ବାବା କହୁଛନ୍ତି - ପିଲାମାନେ, ସେବାଧାରୀ ଏବଂ କଲ୍ୟାଣକାରୀ ହୁଅ, ଶିକ୍ଷକମାନେ
ହିଁ ଛାତ୍ରମାନଙ୍କୁ କହିବେ ଯେ ପାଠପଢି ତୀବ୍ରଗତିରେ ଆଗକୁ ବଢ । ତୁମକୁ ୨୧ ଜନ୍ମ ପାଇଁ ସ୍ୱର୍ଗର
ବୃତ୍ତି ମିଳୁଛି । ରାଜବଂଶରେ ଜନ୍ମ ନେବା ଏହା ହିଁ ବଡ ବୃତ୍ତି ଅଟେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ସଂଗମ
ଯୁଗରେ ବହୁତ ସାଧାରଣ ଭାବରେ ରହିବାକୁ ହେବ କାହିଁକି ନା ଏହା ବନବାହରେ ଅର୍ଥାତ୍ ବୈରାଗ୍ୟ
ବୃତ୍ତିରେ ରହିବାର ସମୟ । ଏଠାରେ କୌଣସି ପ୍ରକାରର ଆଶା ରଖିବାର ନାହିଁ । କେବେ ବି ନିୟମର ଉଲଘଂନ
କରିବାର ନାହିଁ । ଲଢେଇ-ଝଗଡା କରିବାର ନାହିଁ ।
(୨) ବିନାଶ ପୂର୍ବରୁ
ନୂଆ ରାଜଧାନୀ ସ୍ଥାପନ କରିବା ପାଇଁ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେବାକୁ ହେବ ଯେ ବାବା
କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ପବିତ୍ର ହୋଇଯିବ ।
ବରଦାନ:-
ସନ୍ତୁଷ୍ଟତାର
ବିଶେଷତା ଦ୍ୱାରା ସେବାକ୍ଷେତ୍ରରେ ସଫଳତା ମୂରତ ହେଉଥିବା ସନ୍ତୁଷ୍ଟମଣୀ ଭବ ।
ସେବାର ବିଶେଷ ଗୁଣ ହେଲା
ସନ୍ତୁଷ୍ଟତା । ଯଦି ସେବା ନାମରେ ନିଜର ଏବଂ ଅନ୍ୟମାନଙ୍କର ସ୍ଥିତିକୁ ବିଗାଡି ଦେଉଥିବ, ତେବେ
ଏଭଳି ସେବା ନ କରିବା ଭଲ । ଯେଉଁଠି ନିଜ ଉପରେ ବା ସମ୍ପର୍କରେ ଆସୁଥିବା ଆତ୍ମାଙ୍କ ଉପରେ
ସନ୍ତୁଷ୍ଟତା ନାହିଁ ସେଭଳି ସେବା ନିଜକୁ ମଧ୍ୟ ଫଳ ପ୍ରାପ୍ତି କରାଏ ନାହିଁ କି ଅନ୍ୟମାନଙ୍କୁ
ମଧ୍ୟ ଫଳ ପ୍ରାପ୍ତି କରାଏ ନାହିଁ, ସେଥିପାଇଁ ପ୍ରଥମେ ଏକାନ୍ତବାସୀ ହୋଇ ସ୍ୱପରିବର୍ତ୍ତନ ଦ୍ୱାରା
ସନ୍ତୁଷ୍ଟମଣୀର ବରଦାନ ପ୍ରାପ୍ତ କରି ତା’ପରେ ସେବାକ୍ଷେତ୍ରକୁ ଆସ ତେବେ ଯାଇ ସଫଳତାମୂରତ
ହୋଇପାରିବ ।
ସ୍ଲୋଗାନ:-
ବିଘ୍ନ ରୂପକ
ପଥରକୁ ଭାଙ୍ଗିବାରେ ସମୟ ନଷ୍ଟ ନ କରି ହାଇଜମ୍ପ ଦେଇ ତା’କୁ ଅତିକ୍ରମ କରିଯାଅ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ଜ୍ୱାଳା ସ୍ୱରୂପର ଯୋଗ
କରିବା ପାଇଁ ମନ ଏବଂ ବୁଦ୍ଧିକୁ ପ୍ରଥମେ ତ ଶକ୍ତିଶାଳୀ ବ୍ରେକ୍ ଦରକାର ଦ୍ୱିତୀୟରେ ମୋଡିବାର
ଶକ୍ତି ଅର୍ଥାତ୍ ସଂକଳ୍ପର ଧାରାକୁ ପରିବର୍ତ୍ତନ କରିବାର ଶକ୍ତି ଦରକାର । ଏହାଦ୍ୱାରା ବୁଦ୍ଧିର
ଶକ୍ତି ବା କୌଣସି ବି ଶକ୍ତି ବ୍ୟର୍ଥରେ ନଷ୍ଟ ହେବା ପରିବର୍ତ୍ତେ ଜମା ହୋଇଚାଲିବ ଏବଂ ଯେତେ ଜମା
ହେଉଥିବ ସେହି ଅନୁସାରେ ପରଖିବାର ଏବଂ ନିର୍ଣ୍ଣୟ କରିବାର ଶକ୍ତି ବଢିଚାଲିଥିବ । ସେଥିପାଇଁ ଏବେ
ସଂକଳ୍ପର ବିସ୍ତାରକୁ ବନ୍ଦ କରିଚାଲ ଅର୍ଥାତ୍ ଏକତ୍ରିକରଣର ଶକ୍ତିକୁ ଧାରଣ କର ।