30.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମକୁ
ବର୍ତ୍ତମାନ ବହୁତ-ବହୁତ ସାଧାରଣ ଭାବରେ ରହିବାକୁ ହେବ, ଦାମିଦାମି ସୌଖିନ ଡ୍ରେସ୍ ପିନ୍ଧିବା
ଦ୍ୱାରା ମଧ୍ୟ ଦେହ ଅଭିମାନ ଆସିଥାଏ ।”
ପ୍ରଶ୍ନ:-
ଭାଗ୍ୟରେ ଉଚ୍ଚ
ପଦ ନ ଥିଲେ ପିଲାମାନେ କେଉଁ କଥାରେ ମାନ୍ଦା ହୋଇଥା’ନ୍ତି ?
ଉତ୍ତର:-
ବାବା କହୁଛନ୍ତି ପିଲାମାନେ ନିଜକୁ ସୁଧାରିବା ପାଇଁ ଚାର୍ଟ ରଖ । ଯୋଗର ଚାର୍ଟ ରଖିଲେ ବହୁତ ଫାଇଦା
ହୁଏ । ନୋଟ୍ବୁକ୍, ସର୍ବଦା ସାଥିରେ ରଖିଥାଅ । ଚେକ୍ କର - ମୁଁ କେତେ ସମୟ ବାବାଙ୍କୁ ମନେ
ପକାଇଲି? ମୋ’ର ରେଜିଷ୍ଟର କିପରି ରହିଛି? ଚରିତ୍ର ଦୈବୀ ଅଟେ? କର୍ମ କରୁଥିବାବେଳେ ବାବାଙ୍କର
ସ୍ମୃତି ରହୁଛି? ଯୋଗ ଦ୍ୱାରା ହିଁ କଳଙ୍କି ଛାଡିବ ଏବଂ ଭାଗ୍ୟ ଉଚ୍ଚ ହେବ ।
ଗୀତ:-
ଭୋଲେନାଥ ସେ
ନିରାଲା...
ଓମ୍ ଶାନ୍ତି ।
ମଧୁର
ପିଲାମାନଙ୍କ ପାଖରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ନିଶ୍ଚିତ ରହିବା ଦରକାର ।
ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ରକୁ ଦେଖି ତୁମକୁ ବହୁତ ଖୁସୀ ହେବା ଦରକାର କାହିଁକି ନା ଏହା ହେଉଛି
ତୁମ ପାଠପଢାର ଲକ୍ଷ୍ୟ । ତୁମେ ଜାଣୁଛ ଯେ ଆମେ ଛାତ୍ର ଅଟୁ ଏବଂ ଈଶ୍ୱର ଆମକୁ ପଢାଉଛନ୍ତି । ଆମେ
ଈଶ୍ୱରୀୟ ଛାତ୍ର ବା ବିଦ୍ୟାର୍ଥୀ ଅଟୁ, ଆମେ ଏହିପାଠ ପଢୁଛୁ । ସମସ୍ତଙ୍କ ପାଇଁ ଏହି ଗୋଟିଏ ହିଁ
ଉଦ୍ଦେଶ୍ୟ ରହିଛି । ଲକ୍ଷ୍ମୀ-ନାରାୟଣଙ୍କୁ ଦେଖି ବହୁତ ଖୁସୀ ହେବା ଦରକାର । ଗୀତ ମଧ୍ୟ ପିଲାମାନେ
ଶୁଣିଲେ । ବହୁତ ଭୋଳାନାଥ ଅଟନ୍ତି । କେହି-କେହି ଶଙ୍କରଙ୍କୁ ଭୋଳାନାଥ ଭାବିଥାନ୍ତି ପୁଣି ଶିବ
ଏବଂ ଶଙ୍କରଙ୍କୁ ଏକ କରିଦେଇଥାନ୍ତି । ଏବେ ତୁମେ ଜାଣୁଛ ଯେ ଶିବ ସର୍ବୋଚ୍ଚ ଭଗବାନ ଏବଂ ଶଙ୍କର
ଦେବତା ପୁଣି ଦୁଇ ଜଣ ଏକ କିପରି ହୋଇପାରିବେ । ଏହା ମଧ୍ୟ ଗୀତରେ ଶୁଣିଲ ଯେ ଭଗବାନ ଭକ୍ତଙ୍କର
ରକ୍ଷାକର୍ତ୍ତା ତେବେ ନିଶ୍ଚିତ ଭକ୍ତଙ୍କ ଉପରେ କୌଣସି ବିପଦ ଅଛି । ୫ ବିକାରର ବିପଦ ତ ସମସ୍ତଙ୍କ
ଉପରେ ରହିଛି । ଭକ୍ତ ମଧ୍ୟ ସମସ୍ତେ ଅଟନ୍ତି । ଜ୍ଞାନୀ ତ କାହାକୁ କୁହାଯାଇପାରିବ ନାହିଁ ।
ଜ୍ଞାନ ଏବଂ ଭକ୍ତି ବିଲ୍କୁଲ୍ ଅଲଗା ଜିନିଷ ଅଟେ । ଯେପରି ଶିବ ଏବଂ ଶଙ୍କର ଅଲଗା ଅଟନ୍ତି ।
ଯେତେବେଳେ ଜ୍ଞାନ ମିଳୁଛି ପୁଣି ଭକ୍ତି ରହୁ ନାହିଁ । ତୁମେ ସୁଖଧାମର ମାଲିକ ହେଉଛ । ଅଧାକଳ୍ପ
ପାଇଁ ସଦ୍ଗତି ମିଳିଯାଉଛି । ଜଣଙ୍କର ଈଶାରାରେ ତୁମେ ଅଧାକଳ୍ପର ସମ୍ପତ୍ତି ପ୍ରାପ୍ତ କରୁଛ ।
ଦେଖୁଛ ଯେ ଭକ୍ତଙ୍କୁ କେତେ ଦୁଃଖ ଭୋଗିବାକୁ ପଡୁଛି । ଜ୍ଞାନ ଦ୍ୱାରା ତୁମେ ଦେବତା ହୋଇଯାଉଛ ପୁଣି
ଯେବେ ଭକ୍ତଙ୍କ ଉପରେ କଷଣ ପଡିଥାଏ ଅର୍ଥାତ୍ ଦୁଃଖ ହୋଇଥାଏ ସେତେବେଳେ ଯାଇ ବାବା ଆସିଥାନ୍ତି ।
ବାବା ବୁଝାଉଛନ୍ତି ଯେ ଡ୍ରାମା ଅନୁସାରେ ଯାହା ବିତିଯାଇଛି ତାହାର ପୁଣି ପୁନରାବୃତ୍ତି ହେବ ।
ପୁଣି ଭକ୍ତି ଆରମ୍ଭ ହୋଇଥାଏ ତ ବାମମାର୍ଗ ଆରମ୍ଭ ହୋଇଥାଏ ଅର୍ଥାତ୍ ପତିତ ହେବାର ମାର୍ଗ ଆରମ୍ଭ
ହୁଏ । ସେଥିରେ ମଧ୍ୟ ପ୍ରଥମ ନମ୍ବର ହେଉଛି କାମ ବିକାର, ଯାହା ପାଇଁ ହିଁ କୁହାଯାଇଛି ଯେ କାମ
ଉପରେ ବିଜୟ ପ୍ରାପ୍ତ କଲେ ତୁମେ ଜଗତ୍ଜିତ୍ ହେବ । ସେମାନେ କ’ଣ ବିଜୟ ପ୍ରାପ୍ତ କରୁଛନ୍ତି ।
ରାବଣ ରାଜ୍ୟରେ ବିକାର ବିନା ତ କାହାର ଶରୀର ମଧ୍ୟ ସୃ୍ଷ୍ଟି ହେଉନାହିଁ, ସତ୍ୟଯୁଗରେ ରାବଣ
ରାଜ୍ୟ ନ ଥାଏ । ସେଠାରେ ଯଦି ରାବଣ ରହିବ ତେବେ ଭଗବାନ ରାମରାଜ୍ୟ ସ୍ଥାପନ କରି କଲେ କ’ଣ ?
ଲୌକିକ ପିତାଙ୍କର କେତେ ଚିନ୍ତା ରହୁଛି । ମୋର ପିଲାମାନେ ସୁଖରେ ରୁହନ୍ତୁ । ଧନ ଏକାଠି କରି
ପିଲାମାନଙ୍କୁ ଦେଇ ଦେଇଥା’ନ୍ତି ଯେ ସୁଖରେ ରୁହନ୍ତୁ । ପରନ୍ତୁ ଏଠାରେ ତ ଏଭଳି ହୋଇପାରିବ ନାହିଁ
। ଏହା ହେଉଛି ଦୁଃଖର ଦୁନିଆ । ଇଏ ବେହଦର ବାବା କହୁଛନ୍ତି ଯେ ତୁମେ ସେଠାରେ ଜନ୍ମ-ଜନ୍ମାନ୍ତର
ସୁଖ ଭୋଗି ଥିବ । ଅମାପଧନ ମିଳିଯାଇଥାଏ, ୨୧ ଜନ୍ମ ସେଠାରେ କୌଣସି ଦୁଃଖ ରହିବ ନାହିଁ । ଦେବାଳିଆ
ହେବ ନାହିଁ । ଏହି କଥା ବୁଦ୍ଧିରେ ଧାରଣ କରି ଅନ୍ତରରେ ବହୁତ ଖୁସୀ ରହିବା ଦରକାର । ତୁମର ଜ୍ଞାନ
ଏବଂ ଯୋଗ ସମ୍ପୂର୍ଣ୍ଣ ଗୁପ୍ତ ଅଟେ । ସ୍ଥୂଳ ଅସ୍ତ୍ରଶସ୍ତ୍ର ଆଦି କିଛି ନାହିଁ । ବାବା
ବୁଝାଉଛନ୍ତି ଯେ ଏହା ହେଉଛି ଜ୍ଞାନର ତରବାରୀ । ସେମାନେ ପୁଣି ସ୍ଥୂଳ ଅସ୍ତ୍ରଶସ୍ତ୍ର
ଦେବୀମାନଙ୍କୁ ଦେଇ ଦେଇଛନ୍ତି । ଶାସ୍ତ୍ର ଆଦି ଯେଉଁମାନେ ପଢୁଛନ୍ତି ସେମାନେ କେବେ ଏପରି କହିବେ
ନାହିଁ, ଯେ ଏହା ଜ୍ଞାନର ଅସ୍ତ୍ର, ଏହା ଜ୍ଞାନର ଖଣ୍ଡା ଅଟେ । ଏହା ବେହଦର ବାବା ହିଁ ବସି
ବୁଝାଉଛନ୍ତି । ସେମାନେ ଭାବୁଛନ୍ତି ଯେ ଶକ୍ତି ସେନାମାନେ ହିଁ ବିଜୟ ପ୍ରାପ୍ତ କରୁଛନ୍ତି ତେଣୁ
ନିଶ୍ଚିତ କୌଣସି ଅସ୍ତ୍ରଶସ୍ତ୍ର ଥିବ । ବାବା ଆସି ଏହି ସବୁ ଭୁଲ୍ କଥାକୁ ବୁଝାଉଛନ୍ତି । ତୁମର
ଏହି କଥାକୁ ଢେର ଲୋକ ଶୁଣିବେ । ବିଦ୍ୱାନ ଲୋକମାନେ ମଧ୍ୟ ଦିନେ ନା ଦିନେ ଆସିବେ । ଅବିନାଶୀ ବାବା
ଅଟନ୍ତି ନା । ତୁମେ ସନ୍ତାନମାନେ ଶ୍ରୀମତ ପାଳନ କଲେ ହିଁ କଲ୍ୟାଣ ହେବ, ତେବେ ଯାଇ ଦେହ-ଅଭିମାନ
ସମାପ୍ତ ହେବ, ଏଣୁ ସାହୁକାର ଲୋକମାନେ ଆସୁ ନାହାଁନ୍ତି । ବାବା କହୁଛନ୍ତି ଯେ ଦେହ ଅହଂକାରକୁ
ଛାଡ । ଭଲ ଡ୍ରେସ୍ ଆଦି ପିନ୍ଧିବାର ମଧ୍ୟ ନିଶା ରହିଥାଏ । ତୁମେ ଏବେ ବନବାସରେ ଅଛ ନା । ଏବେ
ଯାଉଛ ଶଶୁର ଘର । ସେଠାରେ ତୁମକୁ ବହୁତ ସୁନା ଗହଣା ପିନ୍ଧାଯିବ । ଏଠାରେ ଦାମି ଡ୍ରେସ୍ ପିନ୍ଧ
ନାହିଁ । ବାବା କହୁଛନ୍ତି ଯେ ବିଲ୍କୁଲ୍ ସାଧାରଣ ଭାବରେ ରହିବାକୁ ହେବ । ଯେଉଁଭଳି କାର୍ଯ୍ୟ
ମୁଁ କରୁଛି, ପିଲାମାନଙ୍କୁ ମଧ୍ୟ ସେହିଭଳି ସାଧାରଣ ରହିବାକୁ ହେବ । ନଚେତ୍ ଦେହର ଅଭିମାନ
ଆସିଯାଇଥାଏ । ତାହା ପୁଣି ବହୁତ କ୍ଷତି କରିଦେଇଥାଏ । ତୁମେ ଜାଣୁଛ ଯେ ଆମେ ଶଶୁର ଘର ଯାଉଛୁ ।
ସେଠାରେ ଆମକୁ ବହୁତ ଗହଣା ମିଳିବ । ଏଠାରେ ତୁମକୁ ସୁନା ଗହଣା ଆଦି ପିନ୍ଧିବାର ନାହିଁ । ଆଜିକାଲି
କେତେ ଚୋରି ଆଦି ହେଉଛି । ରାସ୍ତାରେ ହିଁ ଡାକୁ ଛଡେଇ ନେଇଯାଉଛନ୍ତି । ଦିନକୁ ଦିନ ଏହି ହଙ୍ଗାମା
ଆଦି ବେଶୀ ବେଶୀ ବଢି ଚାଲିବ, ସେଥିପାଇଁ ବାବା କହୁଛନ୍ତି ଯେ ନିଜକୁ ଆତ୍ମା ଭାବି ମୋତେ ମନେ
ପକାଅ । ଦେହ ଅଭିମାନ ଆସିଲେ ବାବାଙ୍କୁ ଭୁଲିଯିବ । ଏହି ପରିଶ୍ରମ ଏବେ ହିଁ କରିବାକୁ ପଡୁଛି ।
ପୁଣି କେବେ ବି ଭକ୍ତିମାର୍ଗରେ ଏହି ପରିଶ୍ରମ କରିବାକୁ ପଡିବ ନାହିଁ ।
ଏବେ ତୁମେ ସଂଗମଯୁଗରେ
ଅଛ । ତୁମେ ଜାଣିଛ ଯେ ବାବା ଆସୁଛନ୍ତି ପୁରୁଷୋତ୍ତମ ସଂଗମଯୁଗରେ । ଲଢେଇ ମଧ୍ୟ ନିଶ୍ଚିତ ହେବ ।
ଆଣବିକ ବୋମା ଆଦି ବହୁତ ତିଆରି କରି ଚାଲିଛନ୍ତି । କେତେ ବି ତାଙ୍କୁ କୁହ ଯେ ଏହା ବନ୍ଦ କର
ପରନ୍ତୁ ଏପରି ହୋଇପାରିବ ନାହିଁ । ଏହା ଡ୍ରାମାରେ ନିଧାର୍ଯ୍ୟ ଅଟେ । ବୁଝାଇଲେ ମଧ୍ୟ ବୁଝିବେ
ନାହିଁ । ମୃତ୍ୟୁ ତ ହେବାର ଅଛି ତେଣୁ ବନ୍ଦ କିପରି ହେବ । ବୁଝିଲେ ମଧ୍ୟ ବନ୍ଦ କରିବେ ନାହିଁ ।
ଡ୍ରାମାରେ ନିଧାର୍ଯ୍ୟ ରହିଛି । ଯାଦବ ଏବଂ କୌରବମାନଙ୍କୁ ସମାପ୍ତ ହେବାର ଅଛି । ଯାଦବ ହେଲେ
ୟୁରୋପବାସୀ । ସେମାନଙ୍କର ହେଲା ବିଜ୍ଞାନର ଅହଂକାର, ଯାହା ଦ୍ୱାରା ବିନାଶ ହୋଇଥାଏ । ତାପରେ
ଶାନ୍ତିର ବିଜୟ ହୋଇଥାଏ । ତୁମକୁ ଶାନ୍ତ ସ୍ୱରୂପରେ ରହିବା ପାଇଁ ଶିଖାଯାଉଛି । ବାବାଙ୍କୁ ମନେ
ପକାଅ ସମ୍ପୂର୍ଣ୍ଣ ନୀରବତାର ସହିତ । ମୁଁ ଆତ୍ମା ଶରୀରଠାରୁ ଅଲଗା ଅଟେ । ଶରୀର ଛାଡିବା ପାଇଁ
ଯେପରି ଆମେ ପୁରୁଷାର୍ଥ କରୁଛୁ, ଏପରି କେବେ କେହି ଶରୀର ଛାଡିବା ପାଇଁ ପୁରୁଷାର୍ଥ କରିଥାନ୍ତି
କି ? ସାରା ବିଶ୍ୱ ଖୋଜିକରି ଆସ କିଏ ଅଛନ୍ତି ଯିଏ କହିବେ - ହେ ଆତ୍ମା ଏବେ ତୁମକୁ ଶରୀର ଛାଡି
ଯିବାକୁ ହେବ । ପବିତ୍ର ହୁଅ । ନଚେତ୍ ପୁଣି ଦଣ୍ଡ ଭୋଗିବାକୁ ପଡିବ । ଦଣ୍ଡ କିଏ ପାଇଥାଏ? ଆତ୍ମା
। ସେତେବେଳେ ସାକ୍ଷାତ୍କାର ହୋଇଥାଏ । ତୁମେ ଏହି-ଏହି ପାପ କରିଛ ଏବେ ଦଣ୍ଡ ଭୋଗ କର । ସେତେବେଳେ
ଅନୁଭବ ହୋଇଥାଏ । ଯେପରି ଜନ୍ମ ଜନ୍ମାନ୍ତର ପାଇଁ ଦଣ୍ଡ ମିଳୁଛି । ଏତେ ଦୁଃଖ ଭୋଗ କରିବ, ତେବେ
ବାକି ସୁଖର ସନ୍ତୁଳନ କେତେ ରହିଲା । ବାବା କହୁଛନ୍ତି ଯେ - ବର୍ତ୍ତମାନ କୌଣସି ପାପ କର୍ମ କର
ନାହିଁ । ନିଜର ରେଜିଷ୍ଟର ରଖ । ପ୍ରତ୍ୟେକ ସ୍କୁଲ୍ରେ ଚାଲି-ଚଳଣିର ରେଜିଷ୍ଟର ରଖିଥାନ୍ତି ନା ।
ଶିକ୍ଷାମନ୍ତ୍ରୀ ବି କହିଥା’ନ୍ତି ଭାରତର ଚରିତ୍ର ଠିକ୍ ନାହିଁ । କୁହ, ଆମେ ଏହି
ଲକ୍ଷ୍ମୀ-ନାରାୟଣଙ୍କ ପରି ଚରିତ୍ର ଗଠନ କରୁଛୁ । ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ତ ସର୍ବଦା
ପାଖରେ ଥିବା ଦରକାର । ଏହା ଆମର ଲକ୍ଷ୍ୟ ଉଦ୍ଦେଶ୍ୟ । ଆମେ ଏହିଭଳି ହେବା ପାଇଁ ଯାଉଛୁ । ଏହି ଆଦି
ସନାତନ ଦେବୀ ଦେବତା ଧର୍ମକୁ ଆମେ ସ୍ଥାପନ କରୁଛୁ ଶ୍ରୀମତର ଆଧାରରେ । ଏଠାରେ ଚାଲି-ଚଳଣିର ସୁଧାର
କରାଯାଇଥାଏ । ତୁମର ଏଠାରେ କଚେରୀ ବି ହୋଇଥାଏ । ସବୁ ସେବାକେନ୍ଦ୍ରରେ ପିଲାମାନଙ୍କର କଚେରୀ ହେବା
ଦରକାର । ପ୍ରତିଦିନ କୁହ - ଚାର୍ଟ ରଖ ତାହା ହେଲେ ସୁଧାର ହେବ । କାହାର ଭାଗ୍ୟରେ ନାହିଁ ତ ପୁଣି
ଆଳସ୍ୟ କରିଥାନ୍ତି । ଚାର୍ଟ ରଖିବା ବହୁତ ଭଲ ପୁରୁଷାର୍ଥ ଅଟେ ।
ତୁମେ ଜାଣୁଛ ଯେ ଆମେ ଏହି
୮୪ ଜନ୍ମର ଚକ୍ରକୁ ଜାଣିବା ଦ୍ୱାରା ଚକ୍ରବର୍ତ୍ତୀ ରାଜା ହୋଇଯାଉଛେ । ଏହା କେତେ ସହଜ ଅଟେ ଏବଂ
ପୁଣି ପବିତ୍ର ମଧ୍ୟ ହେବାକୁ ପଡିବ । ୟାଦର ଚାର୍ଟ ରଖ, ଏଥିରେ ତୁମକୁ ବହୁତ ଫାଇଦା ହେବ । ନୋଟ୍
ବୁକ୍ ବାହାର ନ କଲେ ଭାବିନିଅ ବାବାଙ୍କୁ ୟାଦ କରି ନାହାଁନ୍ତି । ନୋଟ୍ବୁକ୍ ସର୍ବଦା ହାତରେ ରଖ
। ନିଜର ଚାର୍ଟ ଦେଖ - କେତେ ସମୟ ବାବାଙ୍କୁ ମନେ ପକାଇଲ । ୟାଦ ବିନା କଳଙ୍କି ଛାଡି ପାରିବ ନାହିଁ
। ଜଙ୍କ ଛଡେଇବା ପାଇଁ ଜିନିଷକୁ କିରୋସିନିରେ ପକାଇଥାନ୍ତି ନା । କର୍ମ କରୁଥିଲେ ମଧ୍ୟ ବାବାଙ୍କୁ
ମନେ ପକାଅ ତେବେ ପୁରୁଷାର୍ଥର ଫଳ ମିଳିଯିବ । ପରିଶ୍ରମ ଅଟେ ନା । ଏମିତି କ’ଣ ଖାଲିଟାରେ ମୁଣ୍ଡରେ
ମୁକୁଟ ପିନ୍ଧାଇ ଦେବେ କି । ବାବା ଏତେ ଶ୍ରେଷ୍ଠ ପଦ ଦେଉଛନ୍ତି, କିଛି ତ ପରିଶ୍ରମ କରିବାକୁ
ପଡିବ । ଏଥିରେ ତ ହାତଗୋଡ ଆଦି କିଛି ବି ଚଳାଇବାର ନାହିଁ । ପାଠପଢା ତ ବିଲ୍କୁଲ୍ ସହଜ ଅଟେ ।
ବୁଦ୍ଧିରେ ରହିଛି ଯେ ଶିବବାବାଙ୍କ ଯୋଗୁଁ ବ୍ରହ୍ମାଙ୍କ ଦ୍ୱାରା ଆମେ ଦେବତା ହେଉଛୁ । କୁଆଡେ ବି
ଯାଉଛ ବ୍ୟାଜ୍ ପିନ୍ଧିଥାଅ । କୁହ, ବାସ୍ତବରେ ଏହା ଆମର କୋର୍ଟ ଅଫ୍ ଆର୍ମସ୍ ଅର୍ଥାତ୍ କୌଳିକ
ଚିହ୍ନ ଅଟେ । ବୁଝାଇବା ସମୟରେ ବଡ ରାଜକୀୟ ଢଙ୍ଗ ରହିବା ଦରକାର । ବହୁତ ମଧୁରତାର ସହ ବୁଝାଇବା
ଉଚିତ୍ । କୋର୍ଟ ଅଫ୍ ଆର୍ମସ୍ ଅର୍ଥାତ୍ ବ୍ୟାଜ୍ ଉପରେ ବି ବୁଝାଅ । ପ୍ରୀତିବୁଦ୍ଧି ଏବଂ ବିପରୀତ
ବୁଦ୍ଧି କାହାକୁ କୁହାଯାଉଛି? ତୁମେ ପିତାଙ୍କୁ ଜାଣିଛ? ଲୌକିକ ପିତାଙ୍କୁ ତ ଈଶ୍ୱର କହିବେ ନାହିଁ
। ସେହି ଅବିନାଶୀ ପିତା ହିଁ ପତିତ-ପାବନ ସୁଖର ସାଗର ଅଟନ୍ତି । ତାଙ୍କଠାରୁ ହିଁ ଅସରନ୍ତି ସୁଖ
ମିଳିଥାଏ । ଅଜ୍ଞାନ କାଳରେ ଭାବୁଥିଲେ ମା-ବାପା ସୁଖ ଦେଉଛନ୍ତି । ଶଶୁର ଘର ପଠାଇ ଦେଇଥା’ନ୍ତି ।
ଏବେ ତୁମର ଅଟେ ଅଲୌକିକ ଶଶୁର ଘର । ତାହା ହେଲା ହଦର । ସେ ମାଁ-ବାପା ଅତି ବେଶୀରେ ୫-୭ ଲକ୍ଷ
କିମ୍ବା କୋଟିଏ ଟଙ୍କା ଦେବେ । ତୁମର ତ ବାବା ନାମ ରଖିଛନ୍ତି ପଦମାପଦମ୍ ପତି ହେଉଥିବା
ସନ୍ତାନମାନେ । ସେଠାରେ ତ ପଇସାର କିଛି କଥା ହିଁ ନାହିଁ । ସବୁ କିଛି ମିଳିଯାଇଥାଏ । ବହୁତ
ସୁନ୍ଦର ସୁନ୍ଦର ମହଲ ହୋଇଥାଏ । ଜନ୍ମ-ଜନ୍ମାନ୍ତର ପାଇଁ ତୁମକୁ ମହଲ ମିଳିଥାଏ । ସୁଦାମାର
ଉଦାହରଣ ରହିଛି ନା । ଚାଉଳ ମୁଠି କଥା ଶୁଣିଛନ୍ତି ତେଣୁ ଏଠାକୁ ତାହା ମଧ୍ୟ ନେଇ ଆସିଥା’ନ୍ତି ।
କିନ୍ତୁ କ’ଣ ଖାଲି ଭାତ ଖାଇବେ କି । ତେଣୁ ତାହା ସାଥିରେ କିଛି ମସଲା ଆଦି ବି ନେଇ ଆସିଥା’ନ୍ତି
। କେତେ ସ୍ନେହରେ ନେଇ ଆସୁଛନ୍ତି । ବାବା ତ ଆମକୁ ଜନ୍ମ-ଜନ୍ମାନ୍ତର ପାଇଁ ଦେବେ ଏଣୁ ଦାତା
କୁହାଯାଇଛି । ଭକ୍ତିମାର୍ଗରେ ତୁମେ ଈଶ୍ୱରଙ୍କ ନିମନ୍ତେ ଦେଇଥାଅ, ତେଣୁ ଅଳ୍ପକାଳ ପାଇଁ ପରଜନ୍ମରେ
ମିଳିଥାଏ । କିଏ ଗରୀବଙ୍କୁ ଦାନ ଦେଇଥା’ନ୍ତି, କଲେଜ ତିଆରି କରିଥା’ନ୍ତି ତ ପରଜନ୍ମରେ ବିଦ୍ୟାର
ଦାନ ମିଳିଥାଏ । ଧର୍ମଶାଳା ତିଆରି କରିଥାନ୍ତି ତ ମହଲ ମିଳିଥାଏ କାହିଁକି ନା ଧର୍ମଶାଳାରେ ରହି
ସୁଖ ପାଇଥା’ନ୍ତି । ଏହା ତ ଜନ୍ମ-ଜନ୍ମାନ୍ତରର କଥା ଅଟେ । ତୁମେ ଜାଣିଛ ଯେ - ଶିବବାବାଙ୍କୁ ଯାହା
ଦେଉଛ ତାହା ସବୁ ଆମର ହିଁ କାମରେ ଲଗାଇଥାନ୍ତି । ଶିବବାବା ତ ନିଜ ପାଖରେ ରଖନ୍ତି ନାହିଁ ।
ବ୍ରହ୍ମାଙ୍କୁ ମଧ୍ୟ କହିଲେ ସବୁ ସମ୍ପତ୍ତି ଦେଇଦିଅ ତାହାହେଲେ ତୁମେ ବିଶ୍ୱର ମାଲିକ ହୋଇଯିବ ।
ବିନାଶର ଓ ରାଜପଦର ମଧ୍ୟ ସାକ୍ଷାତ୍କାର କରାଇଲେ । ବାସ୍ ନିଶା ଚଢିଗଲା । ବାବା ମୋତେ ବିଶ୍ୱର
ମାଲିକ କରୁଛନ୍ତି । ଗୀତାରେ ବି ଅଛି ଅର୍ଜୁନଙ୍କୁ ସାକ୍ଷାତ୍କାର କରାଇଲେ । ମୋତେ ମନେ ପକାଅ
ତେବେ ତୁମେ ଏହିପରି ହେବ । ବିନାଶ ଏବଂ ସ୍ଥାପନାର ସାକ୍ଷାତ୍କାର କରାଇଥିଲେ । ତେଣୁ
ବ୍ରହ୍ମାଙ୍କୁ ମଧ୍ୟ ପ୍ରାରମ୍ଭରେ ଖୁସୀର ପାରଦ ଚଢିଗଲା । ଡ୍ରାମାରେ ଏହିପରି ଅଭିନୟ ଥିଲା ।
ଭାଗୀରଥକୁ ମଧ୍ୟ କେହି ଜାଣି ନାହାଁନ୍ତି । ତେଣୁ ତୁମ ପିଲାମାନଙ୍କ ଏହି ଲକ୍ଷ୍ୟ ବୁଦ୍ଧିରେ ରହିବା
ଦରକାର । ଆମେ ଏହିପରି ହେଉଛୁ । ଯେତିକି ପୁରୁଷାର୍ଥ କରିବ ସେତିକି ଉଚ୍ଚ ପଦ ପାଇବ । ଗାୟନ
କରିଥାନ୍ତି ଫଲୋ ଫାଦର ଅର୍ଥାତ୍ ବ୍ରହ୍ମାବାବାଙ୍କୁ ଅନୁସରଣ କର । ଏହା ଏହି ସମୟର କଥା ଅଟେ ।
ଅବିନାଶୀ ବାବା କହିଥା’ନ୍ତି ଯେ ମୁଁ ଯେଉଁ ରାୟ ଦେଉଛି ତାହାକୁ ଅନୁସରଣ କର । ବ୍ରହ୍ମା କ’ଣ କଲେ
ତାହା ବି ବତାଉଛନ୍ତି । ତାଙ୍କୁ ସୌଦାଗର, ରତ୍ନାଗର, ଜାଦୁଗର କହିଥାନ୍ତି ନା । ବ୍ରହ୍ମାବାବା
ଅଚାନକ ହିଁ ସବୁ କିଛି ଛାଡିଦେଲେ । ପ୍ରଥମେ ସେ ସ୍ଥୂଳ ରତ୍ନର ବ୍ୟବସାୟୀ ଥିଲେ, ଏବେ ଅବିନାଶୀ
ଜ୍ଞାନ ରତ୍ନର ବ୍ୟବସାୟୀ ହୋଇଛନ୍ତି । ନର୍କକୁ ସ୍ୱର୍ଗ କରିବା କେତେ ବଡ ଜାଦୁ ଅଟେ । ପୁଣି
ସୌଦାଗର ମଧ୍ୟ ଅଟନ୍ତି । ପିଲାମାନଙ୍କୁ କେତେ ଶ୍ରେଷ୍ଠ ସଉଦା ଦେଇଥା’ନ୍ତି । ସାଧାରଣ ଚାଉଳ ମୁଠି
ନେଇ ମହଲ ଦେଇ ଦେଇଥାନ୍ତି । କେତେ ଭଲ ରୋଜଗାର କରାଉଛନ୍ତି । ହୀରା ଲୀଳା ବ୍ୟାପାରରେ ମଧ୍ୟ
ଏହିପରି ହୋଇଥାଏ । କେହି ଯଦି ଆମେରିକାର ଗ୍ରାହକ ଆସିଥା’ନ୍ତି ତ ତାଙ୍କଠାରୁ ୧୦୦ ଟଙ୍କା ବସ୍ତକ଼ୁ
୫୦୦ କିମ୍ବା ହଜାର ଟଙ୍କା ବି ନେଇ ନିଅନ୍ତି । ସେମାନଙ୍କଠାରୁ ତ ବହୁତ ପଇସା ନେଇଥା’ନ୍ତି । ତୁମ
ପାଖରେ ତ ସବୁଠାରୁ ପୁରୁଣା ବସ୍ତୁ ହେଲା ପ୍ରାଚୀନ ରାଜଯୋଗ । ତୁମକୁ ଏବେ ଭୋଳାନାଥ ବାବା
ମିଳିଛନ୍ତି । କେତେ ଭୋଳା ଅଟନ୍ତି । ତୁମକୁ କ’ଣରୁ କ’ଣ କରୁଛନ୍ତି । ପୁରୁଣା ଦୁନିଆର ମୂଲ୍ୟହୀନ
ବସ୍ତୁ ବଦଳରେ ତୁମକୁ ୨୧ ଜନ୍ମ ପାଇଁ କ’ଣ କରିଦେଉଛନ୍ତି । ମନୁଷ୍ୟଙ୍କୁ କିଛି ବି ଜଣା ନାହିଁ ।
କେତେବେଳେ କହିଥା’ନ୍ତି ଭୋଳାନାଥ ଏହା ଦେଇଛନ୍ତି, କେତେବେଳେ କହୁଛନ୍ତି ଅମ୍ବା ଦେଇଛନ୍ତି, ଗୁରୁ
ଦେଇଛନ୍ତି । ଏଠାରେ ତ ହେଉଛି ପାଠପଢା । ତୁମେ ଈଶ୍ୱରୀୟ ପାଠଶାଳାରେ ବସିଛ । ଗୀତା ଜ୍ଞାନ
ଦିଆଯାଉଥିବା ସ୍ଥାନକୁ ଈଶ୍ୱରୀୟ ପାଠଶାଳା କହୁଛନ୍ତି । ଗୀତାରେ ଅଛି ଭଗବାନୁବାଚ । ପରନ୍ତୁ ଏହା
ମଧ୍ୟ କାହାକୁ ଜଣା ନାହିଁ ଯେ ଭଗବାନ କାହାକୁ କୁହାଯାଉଛି । କାହାକୁ ବି ପଚାର - ପରମପିତା
ପରମାତ୍ମାଙ୍କୁ ଜାଣିଛ? ବାବା ହେଉଛନ୍ତି ବଗିଚାର ମାଲିକ । ତୁମକୁ କଣ୍ଟାରୁ ଫୁଲ କରୁଛନ୍ତି ।
ସ୍ୱର୍ଗକୁ ଆଲ୍ଲାଙ୍କ ବଗିଚା ବୋଲି କହୁଛନ୍ତି । ୟୁରୋପିଆନ ଲୋକେ ମଧ୍ୟ କହିଥାନ୍ତି ପାରାଡାଇଜ୍ ।
ବାସ୍ତବରେ ଭାରତ ପରିସ୍ତାନ ଥିଲା, ଏବେ କବରସ୍ତାନ ହୋଇଯାଇଛି । ଏବେ ପୁଣି ତୁମେ ପରିସ୍ତାନ
ଅର୍ଥାତ୍ ସ୍ୱର୍ଗର ମାଲିକ ହେଉଛ । ବାବା ଆସି ସୁପ୍ତ ଆତ୍ମାମାନଙ୍କୁ ଜାଗ୍ରତ କରାଉଛନ୍ତି । ଏହା
ବି ତୁମେ ପୁରୁଷାର୍ଥର କ୍ରମଅନୁସାରେ ଜାଣୁଛ । ଯିଏ ନିଜେ ଜାଗ୍ରତ ହୋଇଥା’ନ୍ତି ତ ଅନ୍ୟକୁ ପୁଣି
ଜାଗ୍ରତ କରାଇଥା’ନ୍ତି । ଜାଗ୍ରତ କରାଉନାହାଁନ୍ତି ଅର୍ଥାତ୍ ନିଜେ ହିଁ ଜାଗ୍ରତ ହୋଇନାହାଁନ୍ତି ।
ତେଣୁ ବାବା ବୁଝାଉଛନ୍ତି ଯେ ଏହି ଗୀତ ଆଦି ବି ଡ୍ରାମାରେ ନିଧାର୍ଯ୍ୟ ଅଛି । କେଉଁ କେଉଁ ଗୀତ
ବହୁତ ମନମୁଗ୍ଧକର । ଯେବେ ତୁମେ ଉଦାସ ହୋଇ ଯାଉଛ ତ ଏହି ଗୀତ ବଜାଅ ତାହା ହେଲେ ଖୁସୀ ଫେରି ଆସିବ
। ରାତ କେ ରାହୀ ଥକ ମତ ଜାନା - ଏହା ମଧ୍ୟ ଭଲ ଗୀତ ଅଟେ । ଏବେ ରାତ୍ରି ଶେଷ ହେଉଛି । ମନୁଷ୍ୟ
ଭାବୁଛନ୍ତି ଯେ ଯେତେ ଭକ୍ତି କରିବୁ ଭଗବାନ ଶୀଘ୍ର ମିଳିଯିବେ । ହନୁମାନ ଆଦିଙ୍କର ସାକ୍ଷାତ୍କାର
ହେଲେ ଭାବନ୍ତି ଭଗବାନ ମିଳିଗଲେ । ବାବା କହିଥାନ୍ତି ଯେ ଏହି ସାକ୍ଷାତ୍କାର ଆଦି ସବୁ ଡ୍ରାମାରେ
ନିଧାର୍ଯ୍ୟ ରହିଛି । ଯେପରି ଭାବନା ରଖିଥା’ନ୍ତି ତାହାର ସାକ୍ଷାତ୍କାର ହୋଇଥାଏ । ବାକି ଏପରି
କେହି ହୋଇନଥା’ନ୍ତି । ବାବା କହୁଛନ୍ତି ଯେ ଏହି ବ୍ୟାଜ୍ ତ ସମସ୍ତେ ସର୍ବଦା ଲଗାଇ ରଖନ୍ତୁ ।
ବିଭିନ୍ନ ପ୍ରକାରର ବ୍ୟାଜ୍ ତିଆରି ହେଉଛି । ବୁଝାଇବା ପାଇଁ ଏହା ବହୁତ ଭଲ ମାଧ୍ୟମ ଅଟେ ।
ତୁମେ ରୁହାନୀ ସୈନିକ ଅଟ
ନା । ସୈନିକମାନଙ୍କର ସର୍ବଦା ନିଦ୍ଦିଷ୍ଟ ଚିହ୍ନ ରହିଥାଏ । ତୁମେମାନେ ଏହିପରି ବ୍ୟାଜ୍ ପିନ୍ଧି
ରହିଲେ ନିଶା ଚଢିବ ଯେ ଆମେ ଏହିପରି ଲକ୍ଷ୍ମୀ-ନାରାୟଣ ହେଉଛୁ । ଆମେ ବିଦ୍ୟାର୍ଥୀ ଅଟୁ । ବାବା
ଆମକୁ ମନୁଷ୍ୟରୁ ଦେବତା କରୁଛନ୍ତି । ମନୁଷ୍ୟ ଦେବତାମାନଙ୍କର ପୂଜା କରିଥା’ନ୍ତି । ଦେବତାମାନେ ତ
ଦେବତାଙ୍କର ପୂଜା କରିବେ ନାହିଁ । ଏଠାରେ ମନୁଷ୍ୟ ଦେବତାମାନଙ୍କର ପୂଜା କରିଥାନ୍ତି କାହିଁକି ନା
ଦେବତାମାନେ ଶ୍ରେଷ୍ଠ ଅଟନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବୁଦ୍ଧିରେ
ସର୍ବଦା ନିଜର ଏମ୍ ଅବଜେକ୍ଟ ଅର୍ଥାତ୍ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ମନେ ରଖିବାକୁ ହେବ ।
ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସର୍ବଦା ସାଥିରେ ରହିଥାଉ, ଏହି ଖୁସୀରେ ରୁହ ଯେ ମୁଁ ଏହିଭଳି ହେବା
ପାଇଁ ପାଠ ପଢୁଛି, ଏବେ ଆମେମାନେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟୁ ।
(୨) ନିଜର ପୁରୁଣା
ମୂଲ୍ୟହୀନ ଚାଉଳ ମୁଠାକ ଦେଇ ମହଲ ନେବାକୁ ହେବ । ବ୍ରହ୍ମାବାବାଙ୍କୁ ଅନୁକରଣ କରି ଅବିନାଶୀ
ଜ୍ଞାନ ରତ୍ନର ବ୍ୟାପାରୀ ହେବାକୁ ପଡିବ ।
ବରଦାନ:-
ନିଜର ନିଶ୍ଚୟ
ଆଧାରରେ ବିଜୟୀ ରତ୍ନ ହୋଇ ସମସ୍ତଙ୍କ ପାଇଁ ମାଷ୍ଟର ସାହାରାଦାତା ହୁଅ ।
ନିଶ୍ଚୟବୁଦ୍ଧି ପିଲାମାନେ
ବିଜୟୀ ସ୍ଥିତିରେ ରହୁଥିବା କାରଣରୁ ସର୍ବଦା ଖୁସିରେ ନାଚିଥାଆନ୍ତି । ସେମାନେ ନିଜର ବିଜୟ
ବର୍ଣ୍ଣନା କରି ନ ଥାଆନ୍ତି କିନ୍ତୁ ବିଜୟୀ ହୋଇଥିବା କାରଣରୁ ଅନ୍ୟମାନଙ୍କର ମଧ୍ୟ ସାହସ ବଢାଇ
ଥାଆନ୍ତି । ସେମାନେ କାହାକୁ ତଳକୁ ଖସାଇବା ପାଇଁ ଚେଷ୍ଟା କରନ୍ତି ନାହିଁ । କିନ୍ତୁ ବାବାଙ୍କ
ସମାନ ସାହାରାଦାତା ହୋଇଥାଆନ୍ତି ଅର୍ଥାତ୍ ତଳୁ ଉପରକୁ ଉଠାଇଥାଆନ୍ତି । ବ୍ୟର୍ଥଠାରୁ ସର୍ବଦା
ଦୂରେଇ ରହିଥାଆନ୍ତି । ତେବେ ବ୍ୟର୍ଥଠାରୁ ଦୂରେଇ ରହିବା ହିଁ ବିଜୟୀ ହେବା । ଏହିଭଳି ବିଜୟୀ
ପିଲାମାନେ ସମସ୍ତଙ୍କ ପାଇଁ ମାଷ୍ଟର ସାହାରାଦାତା ହୋଇଯାଆନ୍ତି ।
ସ୍ଲୋଗାନ:-
ନିଃସ୍ୱାର୍ଥ ଏବଂ
ନିର୍ବିକଳ୍ପ ସ୍ଥିତିରେ ସେବା କରୁଥିବା ଆତ୍ମାମାନେ ହିଁ ସଫଳତା ମୂରତ ଅଟନ୍ତି ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ଯୋଗର ପ୍ରୟୋଗ କରିବା
ପାଇଁ ନିଜର ଦୃଷ୍ଟି ବୃତ୍ତିରେ ମଧ୍ୟ ପବିତ୍ରତା ଉପରେ ଆହୁରି ଅଧିକ ଧ୍ୟାନ ଦିଅ । ତେବେ ପ୍ରଥମ
ମୁଳଦୁଆ ହେଲା - ନିଜର ସଂକଳ୍ପକୁ ଶୁଦ୍ଧ, ଜ୍ଞାନ ସ୍ୱରୂପ ଏବଂ ଶକ୍ତି ସ୍ୱରୂପ କର । ଯିଏ ଯେତେ
ବି ଭଟକି ଯାଇଥିବା ଆତ୍ମା ହୋଇଥାଉ, ଉଦାସ ହୋଇଥାଉ, ଦୁଃଖ ଅବସ୍ଥାରେ ଆସିଥାଉ ବା ଖୁସିରେ ରହିବା
ଅସମ୍ଭବ ବୋଲି ଭାବୁଥାଉ କିନ୍ତୁ ତୁମ ସମ୍ମୁଖକୁ ଆସିବା ମାତ୍ରକେ ତୁମର ମୂରତ, ତୁମର ବୃତ୍ତି,
ତୁମର ଦୃଷ୍ଟି ଆତ୍ମାକୁ ପରିବର୍ତ୍ତନ କରିଦେଉ । ଏହା ହିଁ ହେଉଛି ଯୋଗର ପ୍ରୟୋଗ ।