30.11.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସନ୍
ସୋଜ୍ ଫାଦର ଅର୍ଥାତ୍ ପୁତ୍ର ହିଁ ପିତାକୁ ପ୍ରତ୍ୟକ୍ଷ କରିଥାଏ, ତେଣୁ ମନମତକୁ ଛାଡ଼ି ଶ୍ରୀମତରେ
ଚାଲ ତେବେ ଯାଇ ବାବାଙ୍କର ପ୍ରତ୍ୟକ୍ଷତା କରିପାରିବ ।”
ପ୍ରଶ୍ନ:-
ବାବା କେଉଁ
ସନ୍ତାନମାନଙ୍କର ରକ୍ଷା ନିଶ୍ଚିତ କରିଥା’ନ୍ତି?
ଉତ୍ତର:-
ଯେଉଁ ସନ୍ତାନମାନେ ସଚ୍ଚା ଅଟନ୍ତି, ସେମାନଙ୍କର ରକ୍ଷା ନିଶ୍ଚିତ ହୋଇଥାଏ । ଯଦି ରକ୍ଷା ନ ହେଉଛି
ତେବେ ଭିତରେ ନିଶ୍ଚିତ କିଛି ନା କିଛି ମିଛ ରହିଛି । ପାଠପଢ଼ାରେ ଅନିୟମିତ ହେବା, ସନ୍ଦେହ କରିବା
ଅର୍ଥ ଭିତରେ କିଛି ନା କିଛି ମିଛ ରହିଛି । ସେମାନଙ୍କୁ ମାୟା ପଞ୍ଝା ମାରିଥାଏ ।
ପ୍ରଶ୍ନ:-
କେଉଁ
ସନ୍ତାନମାନଙ୍କ ପାଇଁ ମାୟା ଚୁମ୍ବକ ସଦୃଶ ଅଟେ?
ଉତ୍ତର:-
ଯେଉଁମାନେ ମାୟାର ସୌନ୍ଦର୍ଯ୍ୟ ଆଡ଼କୁ ଆକର୍ଷିତ ହୋଇଥା’ନ୍ତି, ସେମାନଙ୍କ ପାଇଁ ମାୟା ଚୁମ୍ବକ
ସଦୃଶ ଅଟେ । ଶ୍ରୀମତରେ ଚାଲୁଥିବା ସନ୍ତାନମାନେ କେବେହେଲେ କାହା ପ୍ରତି ଆକର୍ଷିତ ହେବେ ନାହିଁ ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ପିଲାମାନଙ୍କର ଏହି ନିଶ୍ଚୟ ତ ରହିଛି ଯେ ବାବା ଆମ
ସନ୍ତାନମାନଙ୍କୁ ପାଠ ପଢ଼ାଉଛନ୍ତି । ସେଇଥିପାଇଁ ଗାୟନ ରହିଛି... ଆତ୍ମା ପରମାତ୍ମା ଅଲଗା ରହିଲେ
ବହୁକାଳ... ବ୍ରହ୍ମଲୋକରେ ଆତ୍ମାମାନେ ବାବାଙ୍କଠାରୁ ଅଲଗା ରୁହନ୍ତି ନାହିଁ । ସେଠାରେ ତ ସମସ୍ତେ
ଏକତ୍ର ରହନ୍ତି । ଅଲଗା ରହିଲେ ଅର୍ଥାତ୍ ଆତ୍ମାମାନେ ନିଶ୍ଚୟ ସେଠାରୁ ବିଚ୍ଛେଦ ହୋଇ ଆସି ନିଜ
ନିଜର ଅଭିନୟ କରୁଛନ୍ତି । ସତ୍ତ୍ୱପ୍ରଧାନ ଅବସ୍ଥାରୁ ତଳକୁ ଖସି ଖସି ତମଃପ୍ରଧାନ ହୋଇଯାଉଛନ୍ତି ।
ସେଥିପାଇଁ ଡାକୁଛନ୍ତି ହେ ପତିତ-ପାବନ ଆସ, ଏଠାକୁ ଆସି ଆମକୁ ପବିତ୍ର କର । ବାବା ମଧ୍ୟ କହୁଛନ୍ତି
- ମୁଁ ପ୍ରତି ୫ ହଜାର ବର୍ଷ ପରେ ଆସୁଛି । ଏହି ସୃଷ୍ଟିର ଚକ୍ର ହେଉଛି ହିଁ ୫ ହଜାର ବର୍ଷର ।
ଆଗରୁ ତୁମେମାନେ ଏକଥା ଜାଣି ନ ଥିଲ । ଯେହେତୁ ଶିବବାବା ବୁଝାଉଛନ୍ତି ତେଣୁ ନିଶ୍ଚିତ କାହା ଶରୀର
ମାଧ୍ୟମରେ ବୁଝାଇବେ ନା । ଉପରୁ ରହି ତ କୌଣସି କଥା ଶୁଣାଇ ପାରିବେ ନାହିଁ । ଏଥିରେ ଶକ୍ତି ଅଥବା
ପ୍ରେରଣା ଆଦିର କୌଣସି କଥା ନାହିଁ । ତୁମେ ଆତ୍ମାମାନେ ମଧ୍ୟ ଶରୀର ମାଧ୍ୟମରେ ବାର୍ତ୍ତାଳାପ
କରୁଛ । ସେହିପରି ବାବା ମଧ୍ୟ କହୁଛନ୍ତି ମୁଁ ଶରୀର ଦ୍ୱାରା ନିର୍ଦ୍ଦେଶ ଦେଉଛି । ସେହି
ନିର୍ଦ୍ଦେଶ ଅନୁସାରେ ଯିଏ ଯେତିକି ଚାଲୁଛନ୍ତି, ନିଜ ପାଇଁ ହିଁ କଲ୍ୟାଣ କରୁଛନ୍ତି । ଶ୍ରୀମତ
ଅନୁସାରେ ଚାଲନ୍ତୁ ଅଥବା ନ ଚାଲନ୍ତୁ, ଶିକ୍ଷକଙ୍କ କଥା ଶୁଣନ୍ତୁ ଅଥବା ନ ଶୁଣନ୍ତୁ, ଏଥିରେ ନିଜର
ହିଁ କଲ୍ୟାଣ ଅଥବା ଅକଲ୍ୟାଣ କରୁଛନ୍ତି । ନ ପଢ଼ିଲେ ଫେଲ୍ ନିଶ୍ଚିତ ହେବେ । ବାବା ଏ କଥା ମଧ୍ୟ
ବୁଝାଉଛନ୍ତି ମୋ ଠାରୁ ନିଜେ ଶିଖି ପୁଣି ଅନ୍ୟମାନଙ୍କୁ ଶିଖାଇବାକୁ ହେବ । ଫାଦର ସୋଜ୍ ସନ୍ । ଏହା
କୌଣସି ଶାରୀରିକ ପିତାଙ୍କର କଥା ନୁହେଁ । ଇଏ ହେଲେ ଆତ୍ମାର ପିତା । ଏକଥା ମଧ୍ୟ ତୁମେମାନେ
ଜାଣିଛ ଯେ, ଯେତିକି ଆମେ ଶ୍ରୀମତରେ ଚାଲିବା ସେତିକି ବର୍ସା ଅର୍ଥାତ୍ ସମ୍ପତ୍ତି ମିଳିବ । ଯିଏ
ସମ୍ପୂର୍ଣ୍ଣ ଶ୍ରୀମତ ଅନୁସାରେ ଚାଲିବେ ସିଏ ସେତିକି ଉଚ୍ଚ ପଦ ପାଇବେ । ଯିଏ ନ ଚାଲିବେ ସିଏ
ଉଚ୍ଚ ପଦ ପାଇପାରିବେ ନାହିଁ । ବାବା ତ କହୁଛନ୍ତି ମୋତେ ମନେପକାଇଲେ ତୁମର ପାପ କଟିଯିବ । ରାବଣ
ରାଜ୍ୟରେ ତୁମ ଉପରେ ତ ବହୁତ ପାପ ଚଢ଼ିଛି । ବିକାରଗ୍ରସ୍ତ ହେବା ଦ୍ୱାରା ହିଁ ପାପ ଆତ୍ମା
ହେଉଛନ୍ତି । ତେବେ ପୁଣ୍ୟ ଆତ୍ମା ଏବଂ ପାପ ଆତ୍ମା ନିଶ୍ଚିତ ଅଛନ୍ତି ଏବଂ ପୁଣ୍ୟ ଆତ୍ମାମାନଙ୍କ
ଆଗରେ ପାପ ଆତ୍ମାମାନେ ଯାଇ ମୁଣ୍ଡ ନୁଆଉଛନ୍ତି । ମନୁଷ୍ୟମାନଙ୍କୁ ଏ କଥା ଜଣାନାହିଁ ଯେ
ଦେବତାମାନେ ଯିଏକି ପୁଣ୍ୟ ଆତ୍ମା ଥିଲେ, ସେମାନେ ପୁଣି ପୁନର୍ଜନ୍ମରେ ଆସି ଆସି ପାପ ଆତ୍ମା
ହୋଇଯାଇଛନ୍ତି । ସେମାନେ ଭାବୁଛନ୍ତି ଏମାନେ ସର୍ବଦା ପୁଣ୍ୟ ଆତ୍ମା ହିଁ ରହୁଛନ୍ତି । ବାବା
ବୁଝାଉଛନ୍ତି, ସେମାନେ ପୁନର୍ଜନ୍ମ ନେଇ ନେଇ ସତ୍ତ୍ୱପ୍ରଧାନରୁ ତମଃପ୍ରଧାନ ହୋଇଯାଉଛନ୍ତି ।
ଯେତେବେଳେ ସମ୍ପୂର୍ଣ୍ଣ ପାପ ଆତ୍ମା ହୋଇଯାଉଛନ୍ତି ସେତେବେଳେ ବାବାଙ୍କୁ ଡାକୁଛନ୍ତି । ପୁଣ୍ୟ
ଆତ୍ମା ଥିବା ସମୟରେ ବାବାଙ୍କୁ ମନେ ପକାଇବାର ଆବଶ୍ୟକତା ପଡ଼େ ନାହିଁ । ତେବେ ଏକଥା ତୁମମାନଙ୍କୁ
ବୁଝାଇବାକୁ ହେବ, ଏହି ସେବା ତୁମମାନଙ୍କୁ କରିବାକୁ ହେବ । ବାବା ତ’ ସମସ୍ତଙ୍କୁ ଯାଇ ଶୁଣାଇବେ
ନାହିଁ । ତେଣୁ ପିଲାମାନେ ଯୋଗ୍ୟ ସେବାଧାରୀ ହୋଇଗଲେ, ପିଲାମାନେ ହିଁ ଯିବା ଉଚିତ୍ । ଏବେ ତ
ମନୁଷ୍ୟମାନେ ଦିନକୁ ଦିନ ଅସୁର ସଦୃଶ ହେବାରେ ଲାଗିଛନ୍ତି । ବାବାଙ୍କର ପରିଚୟ ନ ଥିବା କାରଣରୁ
ଯୁକ୍ତିତର୍କ କରିବାକୁ ମଧ୍ୟ ଡେରି କରୁନାହାଁନ୍ତି । ମନୁଷ୍ୟମାନେ କହୁଛନ୍ତି ଗୀତାର ଭଗବାନ୍
ହେଉଛନ୍ତି କୃଷ୍ଣ । ତୁମେ ତାଙ୍କୁ ବୁଝାଉଛ ସେ ତ ହେଉଛନ୍ତି ଦେହଧାରୀ, ତାଙ୍କୁ ଦେବତା କୁହାଯାଉଛି
। ଶ୍ରୀକୃଷ୍ଣଙ୍କୁ ତ କେବେ ବି ପିତା ବୋଲି କୁହାଯାଇ ପାରିବ ନାହିଁ । ଏମାନେ ସମସ୍ତେ ତ ସେହି
ପିତାଙ୍କୁ ହିଁ ମନେପକାଉଛନ୍ତି ନା । ଆତ୍ମାମାନଙ୍କର ପିତା ତ ଆଉ ଦ୍ୱିତୀୟ କେହି ନାହାଁନ୍ତି ।
ପ୍ରଜାପିତା ବ୍ରହ୍ମା ମଧ୍ୟ କହୁଛନ୍ତି - ତୁମ ସମସ୍ତଙ୍କୁ ସେହି ନିରାକାର ପିତାଙ୍କୁ ମନେ
ପକାଇବାକୁ ହେବ । ଇଏ ବ୍ରହ୍ମା ହେଉଛନ୍ତି କର୍ପୋରିୟଲ୍ ବା ଦେହଧାରୀ ପିତା । ବହୁତ ବୁଝାଯାଉଛି,
କିନ୍ତୁ କେହି କେହି ସମ୍ପୂର୍ଣ୍ଣ ନ ବୁଝି ଓଲଟା ରାସ୍ତାରେ ଯାଇ କଳିଯୁଗୀ ଜଙ୍ଗଲରେ ପଡ଼ୁଛନ୍ତି ।
ବାବା ତ ସ୍ୱର୍ଗକୁ ଯିବାକୁ ରାସ୍ତା ବତାଉଛନ୍ତି । ତଥାପି ମଧ୍ୟ ଜଙ୍ଗଲ ଆଡ଼କୁ ଚାଲିଯାଉଛନ୍ତି ।
ବାବା ବୁଝାଉଛନ୍ତି ରାବଣ ତୁମକୁ ଜଙ୍ଗଲ ଆଡ଼କୁ ନେଇଯାଉଛି । ତୁମେ ମାୟା ଠାରୁ ହାରିଯାଉଛ । ରାସ୍ତା
ଭୁଲିଯାଉଛ, ତେଣୁ ଜଙ୍ଗଲର କଣ୍ଟା ହୋଇଯାଉଛ । ତେଣୁ ସ୍ୱର୍ଗରେ ମଧ୍ୟ ଡେରିରେ ଆସିବ । ଏଠାକୁ ତୁମେ
ସ୍ୱର୍ଗକୁ ଯିବାର ପୁରୁଷାର୍ଥ କରିବା ପାଇଁ ଆସିଛ । ତ୍ରେତାଯୁଗକୁ ମଧ୍ୟ ସ୍ୱର୍ଗ କୁହାଯିବ ନାହିଁ
। ୨୫ ପ୍ରତିଶତ କମ୍ ହୋଇଗଲା ନା । ତେବେ ତାହା ଫେଲ୍ ରୂପେ ଗଣାଯିବ । ତୁମେମାନେ ପୁରୁଣା ଦୁନିଆକୁ
ଛାଡ଼ି ନୂଆ ଦୁନିଆକୁ ଯିବା ପାଇଁ ଏଠାକୁ ଆସିଛ । ତ୍ରେତାଯୁଗକୁ ନୂଆ ଦୁନିଆ କୁହାଯିବ ନାହିଁ ।
ଯେଉଁମାନେ ଫେଲ୍ ହେବେ ସେମାନେ ସେଠାକୁ ଯିବେ କାହିଁକି ନା ଠିକ୍ ରୂପରେ ଜ୍ଞାନମାର୍ଗରେ
ଚାଲୁନାହାଁନ୍ତି । ତଳ ଉପର ହେଉଛନ୍ତି । ତୁମେ ଅନୁଭବ କରୁଛ ଯେଉଁଭଳି ଭାବରେ ବାବାଙ୍କ ସ୍ମୃତି
ରହିବା ଉଚିତ୍ ସେଭଳି ରହୁନାହିଁ । ଯେଉଁମାନେ ସ୍ୱର୍ଗବାସୀ ହେଉଛନ୍ତି ତାଙ୍କୁ ସମ୍ପୂର୍ଣ୍ଣ ଭଲ
ଭାବରେ ପାସ୍ ବୋଲି କୁହାଯିବ । ତ୍ରେତାଯୁଗୀମାନଙ୍କୁ ଫେଲ୍ ଭାବେ ଗଣାଯିବେ । ତୁମେ ଏବେ
ନର୍କବାସୀରୁ ସ୍ୱର୍ଗବାସୀ ହେଉଛ । ଦୁନିଆର ପାଠପଢ଼ାରେ ତ ପୁଣି ଦ୍ୱିତୀୟ ଥର ପଢ଼ିଥା’ନ୍ତି । ଏଥିରେ
ଦ୍ୱିତୀୟ ବର୍ଷ ପଢ଼ିବାର କୌଣସି କଥା ନାହିଁ । ଜନ୍ମ ଜନ୍ମାନ୍ତର, କଳ୍ପ କଳ୍ପାନ୍ତର ସେହିମାନେ
ହିଁ ପରୀକ୍ଷାରେ ପାସ୍ କରିବେ ଯିଏ କଳ୍ପ ପୂର୍ବରୁ କରିଥିଲେ । ଏହି ଡ୍ରାମାର ରହସ୍ୟକୁ ଭଲ ଭାବରେ
ବୁଝିବା ଉଚିତ୍ । କେତେକ ଭାବୁଛନ୍ତି ଆମେ ଏହି ଜ୍ଞାନମାର୍ଗରେ ଚାଲିପାରିବୁ ନାହିଁ । ଯେପରି ବୁଢ଼ା
ହୋଇଯାଇଛନ୍ତି ତାଙ୍କୁ ହାତ ଧରି ଚଳାଇଲେ ଚାଲିବେ, ନଚେତ୍ ପଡ଼ିଯିବେ । ଯଦି ଭାଗ୍ୟରେ ନ ଥିବ ତେବେ
ଯେତେ ସହଯୋଗ କଲେ ମଧ୍ୟ ହୋଇପାରିବ ନାହିଁ । ଅରଖ ଫୁଲର ବାସ୍ନା ନ ଥିଲେ ତାଙ୍କୁ ଫୁଲ କୁହାଯିବ
କିନ୍ତୁ ଆଜିର ମନୁଷ୍ୟମାନେ କଣ୍ଟା ସଦୃଶ ଅଟନ୍ତି ଯିଏକି କେବଳ ଦୁଃଖ ହିଁ ଦେଇଥା’ନ୍ତି ।
ବାବା କେତେ ବୁଝାଉଛନ୍ତି
। କାଲି ତୁମେ ଯେଉଁ ଶିବଙ୍କୁ ପୂଜା କରୁଥିଲ ସେ ଆଜି ତୁମକୁ ପାଠ ପଢ଼ାଉଛନ୍ତି । ପ୍ରତ୍ୟେକ କଥାରେ
ପୁରୁଷାର୍ଥ ପାଇଁ ହିଁ ଜୋର୍ ଦିଆଯାଉଛି । କିନ୍ତୁ ଦେଖାଯାଇଛି - ମାୟା ଭଲ ଭଲ ସନ୍ତାନମାନଙ୍କୁ
ମଧ୍ୟ ତଳକୁ ପକାଇଦେଉଛି । ହାତଗୋଡ଼ ଭାଙ୍ଗି ଦେଉଛି । ଯାହାଙ୍କୁ ଟ୍ରେଟର ଅର୍ଥାତ୍ ବିଶ୍ୱାସଘାତକ
କୁହାଯାଏ । ଯିଏ ଗୋଟିଏ ରାଜଧାନୀକୁ ଛାଡ଼ି ଅନ୍ୟ ରାଜଧାନୀକୁ ଚାଲିଯାନ୍ତି ତାଙ୍କୁ ଟ୍ରେଟର୍
କୁହାଯାଏ । ବାବା ମଧ୍ୟ କହୁଛନ୍ତି ମୋର ହୋଇ ପୁଣି ଯଦି ମାୟାର ହୋଇଯିବ ତେବେ ତାଙ୍କୁ ମଧ୍ୟ
ଟ୍ରେଟର କୁହାଯିବ । ତାଙ୍କର ଚଳଣୀ ହିଁ ସେହିପରି ହୋଇଥାଏ । ଏବେ ବାବା ତୁମକୁ ମାୟାଠାରୁ
ମୁକୁଳାଇବାକୁ ଆସିଛନ୍ତି । କିନ୍ତୁ ପିଲାମାନେ କହୁଛନ୍ତି ମାୟା ବହୁତ ଦୁସ୍ତର ଅର୍ଥାତ୍ ଯାହାକୁ
ଅତିକ୍ରମ କରିବା କଷ୍ଟକର ଅଟେ, ନିଜ ଆଡ଼କୁ ଟାଣି ନେଉଛି । ମାୟା ଯେମିତି ଚୁମ୍ବକ ଅଟେ ।
ବର୍ତ୍ତମାନ ମାୟା ଚୁମ୍ବକର ରୂପ ଧାରଣ କରିଛି । ଦୁନିଆର ସୁନ୍ଦରତା କେତେ ବଢ଼ିଗଲାଣି । ଆଗରୁ ଏହି
ସିନେମା ଆଦି ନ ଥିଲା । ଏ ସବୁ ଏହି ୧୦୦ ବର୍ଷ ମଧ୍ୟରେ ବାହାରିଛି । ବାବା ତ ଏସବୁର ଅନୁଭବୀ
ଅଟନ୍ତି ନା । ତେଣୁ ପିଲାମାନେ ଏହି ଡ୍ରାମାର ଗୁହ୍ୟ ରହସ୍ୟକୁ ଭଲ ଭାବରେ ବୁଝିବା ଦରକାର ।
ଡ୍ରାମାରେ ପ୍ରତ୍ୟେକ କଥା ସଠିକ୍ ରୂପେ ନିଧାର୍ଯ୍ୟ ହୋଇ ରହିଛି । ବାବାଙ୍କ ଦ୍ୱାରା ସ୍ଥାପିତ
ପ୍ରକୃତ ସ୍ୱର୍ଗକୁ ବିରୋଧ କରିବା ପାଇଁ ଏବେ ଶହେ ବର୍ଷ ଭିତରେ ଏହି ପୃଥିବୀ ଯେପରି ସ୍ୱର୍ଗ ପାଲଟି
ଯାଇଛି । ତେଣୁ ତୁମେ ଏବେ ବୁଝିପାରୁଛ ଯେ, ସ୍ୱର୍ଗ ଆହୁରି ଜଲ୍ଦି ଆସିବ । ବିଜ୍ଞାନ ମଧ୍ୟ
ସେଠାରେ ବହୁତ କାମରେ ଆସିବ । ଏହାକୁ ତ ବହୁତ ସୁଖ ମଧ୍ୟ ଦେବାକୁ ହେବ । ସେହି ସୁଖ ସ୍ଥାୟୀ
ହୋଇଯାଉ ସେଇଥି ପାଇଁ ଏହି ପୁରୁଣା ଦୁନିଆର ବିନାଶ ମଧ୍ୟ ହେବ । ସତ୍ୟଯୁଗର ସୁଖ କେବଳ ଭାରତର
ଭାଗ୍ୟରେ ହିଁ ଅଛି । ସେମାନେ ସମସ୍ତେ ତ ପରେ ଆସୁଛନ୍ତି, ଯେତେବେଳେ ଭକ୍ତିମାର୍ଗ ଆରମ୍ଭ ହୋଇଥାଏ
। ଭାରତବାସୀ ଯେତେବେଳେ ନିମ୍ନଗାମୀ ବା ବିକାରୀ ହୋଇଥାଆନ୍ତି ସେତେବେଳେ ଅନ୍ୟ ଧର୍ମାବଲମ୍ବୀମାନେ
କ୍ରମାନ୍ୱୟରେ ଆସିଥା’ନ୍ତି । ଭାରତ ତଳକୁ ଖସି ଖସି ଏବେ ଯେପରିକି ରସା ତଳକୁ ଚାଲିଯାଇଛି ପୁଣି
ଉପରକୁ ଉଠିବାକୁ ଯାଉଛି । ଏଠାରେ ମଧ୍ୟ ଚଢ଼ୁଛନ୍ତି ଏବଂ ତଳେ ପଡୁଛନ୍ତି । କେତେ ପଡୁଛନ୍ତି, ସେ
କଥା ନ କହିଲେ ଭଲ । କେହି କେହି ତ ମାନୁନାହାଁନ୍ତି ଯେ ବାବା ଆମକୁ ପାଠ ପଢ଼ାଉଛନ୍ତି । ଭଲ ଭଲ
ସେବାଧାରୀ ଯାହାଙ୍କର ବାବା ମହିମା କରୁଛନ୍ତି ସେମାନେ ମଧ୍ୟ ମାୟାର ଜାଲରେ ପଡ଼ିଯାଉଛନ୍ତି । ମାୟା
ସହିତ କୁସ୍ତି ହୋଇଥାଏ ନା । ମାୟା ଏପରି ଲଢ଼ୁଛି, ତୁମମାନଙ୍କୁ ଏକଦମ୍ ତଳେ ପକାଇ ଦେଉଛି । ଆଗକୁ
ଗଲେ ତୁମକୁ ସବୁ କିଛି ଜଣା ପଡ଼ିଯିବ । ମାୟା ଏକଦମ୍ ଶୁଆଇ ଦେଉଛି । ତଥାପି ମଧ୍ୟ ବାବା କହୁଛନ୍ତି
ଥରେ ଜ୍ଞାନ ଶୁଣିଲେ ମଧ୍ୟ ସ୍ୱର୍ଗକୁ ନିଶ୍ଚୟ ଆସିବ । କିନ୍ତୁ ଭଲ ପଦ ତ ପାଇପାରିବ ନାହିଁ ନା ।
କଳ୍ପ ପୂର୍ବରୁ ଯିଏ ଯେଉଁଭଳି ପୁରୁଷାର୍ଥ କରିଥିଲେ ଅର୍ଥାତ୍ ପୁରୁଷାର୍ଥ କରୁ କରୁ ତଳକୁ
ଖସିଛନ୍ତି, ସେହିପରି ଏବେ ମଧ୍ୟ ତଳକୁ ଖସୁଛନ୍ତି ଏବଂ ଚଢ଼ୁଛନ୍ତି । ଏଠାରେ ମଧ୍ୟ ହାରିବା ଏବଂ
ଜିତିବା ହୋଇଥାଏ ନା । ତେବେ ସବୁ କିଛି ଯୋଗ ଉପରେ ନିର୍ଭର କରୁଛି । ପିଲାମାନଙ୍କୁ ଏବେ ଅସରନ୍ତି
ସମ୍ପତ୍ତି ମିଳୁଛି । ବର୍ତ୍ତମାନ ଦୁନିଆରେ ମନୁଷ୍ୟମାନେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ହରାଇ
ଦେବାଳିଆ ହୋଇଯାଉଛନ୍ତି । କେହି କେହି ତ ଲକ୍ଷ ଲକ୍ଷ ଟଙ୍କାର ମାଲିକ ହେଉଛନ୍ତି, ତାହା ମଧ୍ୟ
ଗୋଟିଏ ଜନ୍ମ ପାଇଁ । ପରବର୍ତ୍ତୀ ଜନ୍ମରେ ସେହି ଧନ ରହିବ ନାହିଁ । କର୍ମଭୋଗ ମଧ୍ୟ ବହୁତ ରହିଛି
। ସ୍ୱର୍ଗରେ କର୍ମଭୋଗର କଥା ନାହିଁ । ବର୍ତ୍ତମାନ ତୁମେ ୨୧ ଜନ୍ମ ପାଇଁ କେତେ ଜମା କରୁଛ । ଯିଏ
ପୁରା ପୁରୁଷାର୍ଥ କରିବେ, ସେ ସ୍ୱର୍ଗରେ ପୁରା ବର୍ସା ପାଇବେ । ଏବେ ତୁମମାନଙ୍କ ବୁଦ୍ଧିରେ ରହିବା
ଉଚିତ୍ ଯେ ବାସ୍ତବରେ ଆମେ ସ୍ୱର୍ଗର ବର୍ସା ପାଉଛୁ । ଆମେ ପୁଣି ତଳକୁ ଖସିବୁ ଏଭଳି ବିଚାର କରିବା
ଉଚିତ୍ ନୁହେଁ । ଏଇ ବ୍ରହ୍ମା ସବୁଠାରୁ ଅଧିକ ଅଧୋପତିତ ହୋଇଛନ୍ତି ଏବେ ପୁଣି ଚଢିବେ ନିଶ୍ଚିତ ।
ସ୍ୱତଃ ପୁରୁଷାର୍ଥ ମଧ୍ୟ ହୋଇଚାଲିଛି । ବାବା ବୁଝାଉଛନ୍ତି - ଦେଖ, ମାୟା କେତେ ଶକ୍ତିଶାଳୀ ।
ବର୍ତ୍ତମାନ ମନୁଷ୍ୟମାନଙ୍କଠାରେ କେତେ ଅଜ୍ଞାନତା ଭରିଗଲାଣି, ଅଜ୍ଞାନତା କାରଣରୁ ବାବାଙ୍କୁ ମଧ୍ୟ
ସର୍ବବ୍ୟାପୀ କହିଦେଉଛନ୍ତି । ଭାରତ ଦିନେ କେତେ ଫାଷ୍ଟ୍କ୍ଲାସ୍ ଥିଲା । ତୁମେ ମଧ୍ୟ ଜାଣୁଛ ଯେ,
ଆମେ ଏହିପରି ଥିଲୁ, ଏବେ ପୁଣି ସେହିପରି ହେଉଛୁ । ଏହି ଦେବତାମାନଙ୍କର କେତେ ମହିମା ହେଉଛି,
କିନ୍ତୁ ଏକଥା ତୁମମାନଙ୍କ ବ୍ୟତୀତ କେହି ଜାଣିନାହାଁନ୍ତି । ତୁମେ ହିଁ ଜାଣିଛ ବେହଦର ବାବା
ଜ୍ଞାନର ସାଗର ଆସି ଆମମାନଙ୍କୁ ପାଠ ପଢ଼ାଉଛନ୍ତି ତଥାପି ମାୟା ବହୁତଙ୍କୁ ସନ୍ଦେହରେ ପକାଇ ଦେଉଛି
। ମିଥ୍ୟା କପଟ ଛାଡ଼ୁନାହାଁନ୍ତି । ସେଥିପାଇଁ ବାବା କହୁଛନ୍ତି - ନିଜର ସଚ୍ଚା ସଚ୍ଚା ଚାର୍ଟ ଲେଖ
। କିନ୍ତୁ ଦେହ ଅଭିମାନ କାରଣରୁ ସତ୍ୟ କହୁନାହାଁନ୍ତି । ତେବେ ତା’ ଦ୍ୱାରା ମଧ୍ୟ ବିକର୍ମ
ହୋଇଯାଉଛି । ସବୁ ସତ୍ୟ କଥା ବାବାଙ୍କୁ ଜଣାଇବା ଉଚିତ୍ ନା । ନଚେତ୍ ବହୁତ ଦଣ୍ଡ ଭୋଗ କରିବାକୁ
ପଡ଼ିବ । ଗର୍ଭଜେଲ୍ରେ ମଧ୍ୟ ବହୁତ ଦଣ୍ଡ ମିଳିଥାଏ । କ୍ଷମାକର-କ୍ଷମାକର ବୋଲି କହିଥା’ନ୍ତି, ଆମେ
ପୁନର୍ବାର ଏପରି କରିବୁ ନାହିଁ । ଯେପରି କେହି ମାଡ ଖାଇଲେ କ୍ଷମା ମାଗିଥା’ନ୍ତି । ଦଣ୍ଡ ମିଳିବା
ସମୟରେ ମଧ୍ୟ ଏପରି କରିଥା’ନ୍ତି, ଏବେ ତୁମେ ଜାଣୁଛ ମାୟାର ରାଜ୍ୟ କେବେଠାରୁ ଆରମ୍ଭ ହେଉଛି । ଏବେ
ପାପ ତ’ ସମସ୍ତେ କରିଚାଲିଛନ୍ତି । ବାବା ଦେଖୁଛନ୍ତି - ଏମାନେ ଏତେ ମିଠା ନମ୍ର ହେଉନାହାନ୍ତି ।
ବାବା କେତେ ମିଠା ଓ ନମ୍ର ହୋଇ ପିଲାଙ୍କ ଭଳି ବ୍ୟବହାର କରୁଛନ୍ତି କାହିଁକି ନା ବାବା ଡ୍ରାମା
ଅନୁସାରେ ଚାଲୁଛନ୍ତି । କହିବେ ଯାହା ହେଉଛି ଡ୍ରାମା ଅନୁସାରେ ହେଉଛି । ଆଗକୁ ଏପରି ନ କରିବା
ପାଇଁ ମଧ୍ୟ ବୁଝାଇଥା’ନ୍ତି । ଏଠାରେ ବାପଦାଦା ଉଭୟ ଏକତ୍ର ଅଛନ୍ତି ନା । ଦାଦାଙ୍କ ମତ ନିଜସ୍ୱ
ଏବଂ ଈଶ୍ୱରଙ୍କ ମତ ମଧ୍ୟ ନିଜସ୍ୱ ଅଟେ । ବୁଝିବା ଦରକାର ଯେ ଏହି ମତ କିଏ ଦେଉଛନ୍ତି? ଇଏ ବ୍ରହ୍ମା
ମଧ୍ୟ ପିତା ଅଟନ୍ତି ନା । ତେଣୁ ତାଙ୍କର ମତ ମଧ୍ୟ ମାନିବା ଉଚିତ୍ ନା । ବାବା ତ ହେଉଛନ୍ତି ବଡ଼
ବାବା (ଶିବବାବା), ସେଥିପାଇଁ ବାବା କହୁଛନ୍ତି, ସବୁବେଳେ ଏଭଳି ଭାବ ଯେ ଶିବବାବା ହିଁ
ବୁଝାଉଛନ୍ତି । ଯଦି ଏଭଳି ନ ବୁଝିବ ତେବେ ପଦ ମଧ୍ୟ ପାଇବ ନାହିଁ । ଡ୍ରାମାର ପ୍ଲାନ୍ ଅନୁସାରେ
ବାବା ମଧ୍ୟ ଅଛନ୍ତି ଏବଂ ଦାଦା ମଧ୍ୟ ଅଛନ୍ତି । ଏବେ ସମସ୍ତଙ୍କୁ ବାବାଙ୍କର ଶ୍ରୀମତ ମିଳୁଛି ।
ମାୟା ଏଭଳି ମହାବୀର, ପହିଲିମାନଙ୍କ ଦ୍ୱାରା ମଧ୍ୟ କୌଣସି ନା କୌଣସି ଓଲଟା କାମ କରାଇଦେଉଛି ।
ସେଥିରେ ଜଣାପଡୁଛି ଯେ ଏମାନେ ବାବାଙ୍କ ମତ ଅନୁସାରେ ଚାଲୁନାହାଁନ୍ତି । ସେମାନେ ନିଜେ ମଧ୍ୟ
ଅନୁଭବ କରୁଛନ୍ତି, ମୁଁ ନିଜର ଆସୁରୀ ମତରେ ଚାଲୁଛି । ଏବେ ଶ୍ରୀମତ ଦେଲାବାଲା ଆସି ଉପସ୍ଥିତ
ହୋଇଛନ୍ତି । ତାଙ୍କର ହେଉଛି ଈଶ୍ୱରୀୟ ମତ । ଶିବବାବା ନିଜେ କହୁଛନ୍ତି ଯଦି ଏହାଙ୍କର କୌଣସି ଏପରି
ମତ ମିଳି ବି ଯାଉଛି ତେବେ ତାକୁ ଠିକ୍ କରିବା ପାଇଁ ମୁଁ ଅଛି । ଯେହେତୁ ମୁଁ ତାଙ୍କର ରଥ ନେଇଛି
ନା । ମୁଁ ରଥ ତାଙ୍କରି ନେଇଛି ତେଣୁ ସିଏ ଏତେ ଗାଳି ଖାଇଲେ । ନଚେତ୍ ସିଏ କେବେ କାହାଠାରୁ ଗାଳି
ଖାଇ ନ ଥିଲେ । ମୋ ପାଇଁ କେତେ ଗାଳି ଖାଉଛନ୍ତି । ତେଣୁ ଏହାଙ୍କର ମଧ୍ୟ ଯତ୍ନ ନେବାକୁ ପଡ଼ିବ ।
ବାବା ରକ୍ଷା ତ’ ନିଶ୍ଚୟ କରିଥା’ନ୍ତି । ଯେପରି ବାପା ପିଲାମାନଙ୍କର ରକ୍ଷା କରିଥା’ନ୍ତି । ଯିଏ
ଯେତେ ସତ୍ୟତାରେ ଚାଲନ୍ତି ତାଙ୍କର ସେତେ ରକ୍ଷା ହୋଇଥାଏ । ମିଥ୍ୟାବାଦୀମାନଙ୍କର ରକ୍ଷା ହୁଏ ନାହିଁ
। ତାଙ୍କ ପାଇଁ ତ’ ଦଣ୍ଡ ନିଶ୍ଚିତ ହୋଇଯାଏ । ସେଥିପାଇଁ ବାବା ବୁଝାଉଛନ୍ତି - ମାୟା ତ ଏକଦମ୍
ନାକକୁ ଧରି ଶେଷ କରିଦେଉଛି । ପିଲାମାନେ ନିଜେ ଅନୁଭବ କରୁଛନ୍ତି ମାୟା କିଭଳି ଖାଇଯାଉଛି, ପାଠପଢ଼ା
ମଧ୍ୟ ଛାଡ଼ି ଦେଉଛନ୍ତି । ବାବା କହୁଛନ୍ତି ପାଠ ନିଶ୍ଚୟ ପଢ଼ । ଆଚ୍ଛା, ଏଥିରେ କେଉଁଠି କାହାର ଦୋଷ
ଅଛି । ଯିଏ ଯେପରି କରିବ, ସେହିପରି ଭବିଷ୍ୟତରେ ପାଇବ କାହିଁକି ନା ଏବେ ଦୁନିଆ ବଦଳୁଛି । ମାୟା
ଏପରି ପଞ୍ଝା ମାରୁଛି ଯେ ପୂର୍ବ ଭଳି ଖୁସୀ ରହୁନାହିଁ ତେଣୁ ଚିତ୍କାର କରୁଛନ୍ତି - ବାବା,
ଜାଣିପାରୁନି, କ’ଣ ହେଉଛି । ଯୁଦ୍ଧ ଭୂମିରେ ବହୁତ ସତର୍କ ରହିଥା’ନ୍ତି ଯେପରି କିଏ କେଉଁଠି ପଞ୍ଝା
ମାରିନଦେଉ । ଯଦି ଅଧିକ ଶକ୍ତିଶାଳୀ ହୋଇଥିବେ ଅନ୍ୟକୁ ହରାଇଦେବେ । ପୁଣି ପରଦିନକୁ ରଖାଯାଇଥାଏ ।
ଏହି ମାୟାର ଲଢ଼େଇ ତ ଶେଷ ପର୍ଯ୍ୟନ୍ତ ଚାଲିବ । ଏବେ ତ ଅବସ୍ଥା ତଳ ଉପର ହୋଇଚାଲିଛି । କେତେକ
ସନ୍ତାନ ସତ୍ୟ କଥା କହୁନାହାଁନ୍ତି । ଇଜ୍ଜତର ବହୁତ ଡର ରହିଥାଏ - ଜଣା ନାହିଁ ବାବା କ’ଣ କହିବେ
। ତେବେ ସତ୍ୟ ନ କହିବା ପର୍ଯ୍ୟନ୍ତ ଆଗକୁ ବଢିପାରିବେ ନାହିଁ । ଅର୍ନ୍ତଦ୍ୱନ୍ଦ ଚାଲିବ, ପୁଣି
ତାହାର ବୃଦ୍ଧି ହୋଇଚାଲିବ । ନିଜେ ନିଜେ କେବେ ସତ୍ୟ କହିବେ ନାହିଁ । କେଉଁଠି ଯଦି ଦୁଇଜଣ ଥିବେ
ତେବେ ସେ ଭାବିବେ ଯେ, ଇଏ ଯଦି ବାବାଙ୍କୁ ଶୁଣାଇ ଦେବ ତେବେ ମୁଁ ମଧ୍ୟ ଶୁଣାଇ ଦେବି । କିନ୍ତୁ
ମାୟାକୁ ପାରି କରିବା ବଡ କଷ୍ଟକର । ଜଣାପଡିଯାଏ ଯେ, ଏମାନଙ୍କ ଭାଗ୍ୟରେ ଏତେ ଉଚ୍ଚପଦ ନାହିଁ ତେଣୁ
ସର୍ଜନଙ୍କ ନିକଟରେ ସତ୍ୟ କହୁନାହାଁନ୍ତି । ଲୁଚାଇଲେ ରୋଗ ଭଲ ହେବ ନାହିଁ । ଯେତେ ଲୁଚାଇବ ସେତେ
ତଳକୁ ଖସିବ । ଭୂତ ତ ସମସ୍ତଙ୍କ ପାଖରେ ଅଛି । ଯେ ପର୍ଯ୍ୟନ୍ତ କର୍ମାତୀତ ଅବସ୍ଥା ନ ହୋଇଛି ସେ
ପର୍ଯ୍ୟନ୍ତ ବିକାରୀ ଦୃଷ୍ଟି ଯିବ ନାହିଁ । ସବୁଠାରୁ ବଡ଼ ଶତ୍ରୁ ହେଉଛି କାମ । କେତେ-କେତେ ଭଲ ଭଲ
ସନ୍ତାନମାନେ ମଧ୍ୟ ଖସି ପଡ଼ୁଛନ୍ତି । ବାବା ତ ବାରମ୍ବାର ବୁଝାଉଛନ୍ତି, ଶିବବାବାଙ୍କ ବ୍ୟତୀତ
କୌଣସି ଦେହଧାରୀକୁ ମନେ ପକାଇବା ଉଚିତ୍ ନୁହେଁ । କେହି ତ ଏପରି ପକ୍କା ଅଛନ୍ତି ଯେ, ଯାହାଙ୍କୁ
ଆଉ କାହାର ସ୍ମୃତି କେବେ ବି ଆସି ନ ଥାଏ । ପତିବ୍ରତା ସ୍ତ୍ରୀ ହୋଇଥିଲେ ତାଙ୍କର କୁବୁଦ୍ଧି କେବେ
ବି ହୋଇ ନ ଥାଏ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆମକୁ ସ୍ୱୟଂ
ଜ୍ଞାନର ସାଗର, ବେହଦର ବାବା ପାଠ ପଢ଼ାଉଛନ୍ତି, ଏଥିରେ କେବେହେଲେ ସନ୍ଦେହ କରିବା ଉଚିତ୍ ନୁହେଁ ।
ମିଛ-କପଟ ଛାଡ଼ି ନିଜର ପ୍ରକୃତ ସଚ୍ଚା ସଚ୍ଚା ଚାର୍ଟ ରଖିବାକୁ ହେବ । ଦେହ ଅଭିମାନରେ ଆସି
କେବେହେଲେ ଟ୍ରେଟର ଅର୍ଥାତ୍ ବିଶ୍ୱାସଘାତକ ହେବା ଉଚିତ୍ ନୁହେଁ ।
(୨) ଡ୍ରାମାର ଜ୍ଞାନକୁ
ବୁଦ୍ଧିରେ ରଖି ବାବାଙ୍କ ସମାନ ବହୁତ ବହୁତ ମିଠା ଏବଂ ନମ୍ର ହୋଇ ରହିବାକୁ ହେବ । ନିଜର ଅହଂକାର
ଦେଖାଇବା ଉଚିତ୍ ନୁହେଁ । ନିଜର ମତକୁ ଛାଡ଼ି ଏକମାତ୍ର ବାବାଙ୍କର ଶ୍ରେଷ୍ଠ ମତରେ ଚାଲିବାକୁ ହେବ
।
ବରଦାନ:-
ଏକମାତ୍ର
ବାବାଙ୍କର ପ୍ରେମରେ ଲବଲୀନ୍ ହୋଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚୁଥିବା ସର୍ବ ଆକର୍ଷଣ ମୁକ୍ତ ଭବ ।
ବାପଦାଦା ପିଲାମାନଙ୍କୁ
ନିଜର ସ୍ନେହ ଏବଂ ସହଯୋଗ ରୂପୀ କୋଳରେ ବସାଇ ଲକ୍ଷ୍ୟ ସ୍ଥଳ ପର୍ଯ୍ୟନ୍ତ ନେଇଯାଉଛନ୍ତି । ଏହି
ମାର୍ଗ କୌଣସି ପରିଶ୍ରମର ମାର୍ଗ ନୁହେଁ କିନ୍ତୁ ତୁମେମାନେ ଯେତେବେଳେ ରାଜପଥରେ ଯିବା ପରିବର୍ତ୍ତେ
ଗଳି ରାସ୍ତାରେ ଚାଲିଯାଉଛ ବା ଲକ୍ଷ୍ୟ ସ୍ଥଳଠାରୁ ଆହୁରି ଆଗକୁ ଚାଲିଯାଉଛ ସେତେବେଳେ ପୁନର୍ବାର
ସେଠାରୁ ଫେରିବାର ମେହନତ କରିବାକୁ ପଡୁଛି । ତେଣୁ ଏହିଭଳି ମେହନତରୁ ରକ୍ଷା ପାଇବାର ସାଧନ ହେଲା
କେବଳ ଜଣଙ୍କର ସ୍ନେହରେ ହିଁ ବୁଡି ରୁହ । ଏକମାତ୍ର ବାବାଙ୍କର ହିଁ ଲଭ ଅର୍ଥାତ୍ ପ୍ରେମରେ ଲବ୍ଲୀନ
ହୋଇ ପ୍ରତ୍ୟେକ କାର୍ଯ୍ୟ କର, ତେବେ ଅନ୍ୟ କିଛି ବି ଦେଖାଯିବ ନାହିଁ । ତୁମେ ସର୍ବ ଆକର୍ଷଣରୁ
ମୁକ୍ତ ହୋଇଯିବ ।
ସ୍ଲୋଗାନ:-
ନିଜର ସୌଭାଗ୍ୟର
ଅନୁଭବ ନିଜର ଚେହେରା ଦ୍ୱାରା ଏବଂ ଚାଲିଚଳନ ଦ୍ୱାରା କରାଅ ।