30.11.25    Avyakt Bapdada     Odia Murli    18.01.2008     Om Shanti     Madhuban


“ସଚ୍ଚା ସ୍ନେହୀ ହୋଇ ସବୁ ବୋଝ ବାବାଙ୍କୁ ଦେଇ ମଉଜର ଅନୁଭବ କର, ମେହନତ ମୁକ୍ତ ହୁଅ ।”


ଆଜି ବାପଦାଦା ନିଜର ଚାରିଆଡର ଚିନ୍ତାମୁକ୍ତ ସମ୍ରାଟମାନଙ୍କର ସଂଗଠନକୁ ଦେଖୁଛନ୍ତି । ସମ୍ରାଟମାନଙ୍କର ବା ରାଜାମାନଙ୍କର ଏତେ ବଡ ସଭା ସାରା କଳ୍ପ ଭିତରେ ଏହି ସଂଗମ ସମୟରେ ହିଁ ହୋଇଥାଏ । ସ୍ୱର୍ଗରେ ମଧ୍ୟ ରାଜାମାନଙ୍କର ଏତେ ବଡ ସଭା ହେବ ନାହିଁ । କିନ୍ତୁ ଏବେ ବାପଦାଦା ସମସ୍ତ ରାଜାମାନଙ୍କର ସଭାକୁ ଦେଖି ହର୍ଷିତ ହେଉଛନ୍ତି । ଦୂରରେ ରହିବାବାଲା ମଧ୍ୟ ଦିଲ୍‌ର ନିକଟରେ ଥିବାର ଦେଖାଯାଉଛନ୍ତି । ତୁମେମାନେ ତ ନୟନରେ ସମାହିତ ଅଟ ଏବଂ ସେମାନେ ଦିଲ୍‌ରେ ସମାହିତ ଅଟନ୍ତି । ତେବେ ଏହା କେତେ ସୁନ୍ଦର ସଭା ଅଟେ, ଯାହାକି ଆଜିର ଏହି ବିଶେଷ ଦିବସରେ ସମସ୍ତଙ୍କ ଚେହେରାରେ ଅବ୍ୟକ୍ତ ସ୍ଥିତିର ସ୍ମୃତି ରୂପୀ ଝଲକ ଦେଖାଯାଉଛି । ସମସ୍ତଙ୍କ ଦିଲ୍ ଭିତରେ ବ୍ରହ୍ମାବାବାଙ୍କର ସ୍ମୃତି ସମାହିତ ହୋଇ ରହିଛି । ଆଦିଦେବ ବ୍ରହ୍ମାବାବା ଏବଂ ଶିବବାବା ଦୁଇ ଜଣ ଯାକ ସବୁ ପିଲାଙ୍କୁ ଦେଖି ବହୁତ ଖୁସି ହେଉଛନ୍ତି ।

ଆଜି ତ ଅମୃତବେଳା ଦୁଇଟା ଠାରୁ ବାପଦାଦାଙ୍କ ଗଳାରେ ଭିନ୍ନ ଭିନ୍ନ ପ୍ରକାରର ମାଳା ପଡିବାରେ ଲାଗିଛି । ତେବେ ଫୁଲର ମାଳା ପଡିବା ତ ସାଧାରଣ କଥା । ହୀରାର ମାଳା ପିନ୍ଧିବା ମଧ୍ୟ କୌଣସି ବଡ କଥା ନୁହେଁ କିନ୍ତୁ ସ୍ନେହ ରୂପକ ଅମୂଲ୍ୟ ମୋତିର ମାଳା ଅତି ଶ୍ରେଷ୍ଠ ଅଟେ । ପ୍ରତ୍ୟେକ ସନ୍ତାନର ଦିଲ୍ ଭିତରେ ଆଜିର ଦିନରେ ବିଶେଷ ରୂପରେ ସ୍ନେହ ଜାଗ୍ରତ ଅବସ୍ଥାରେ ରହିଥିଲା । ତେବେ ବାପଦାଦାଙ୍କ ପାଖରେ ଆଜି ଚାରି ପ୍ରକାରର ଭିନ୍ନ ଭିନ୍ନ ମାଳା ଗୁଡିକ ପ୍ରକଟ ହୋଇ ରହିଥିଲା । ପ୍ରଥମ ନମ୍ବରରେ ହେଲା - ସେହି ଶ୍ରେଷ୍ଠ ପିଲାମାନଙ୍କର ମାଳା ଯେଉଁମାନେ କି ବାବାଙ୍କ ସମାନ ହେବା ପାଇଁ ଶ୍ରେଷ୍ଠ ପୁରୁଷାର୍ଥୀ ଅଟନ୍ତି । ଏହିଭଳି ପିଲାମାନେ ମାଳା ରୂପରେ ବାବାଙ୍କ ଗଳାରେ ଗୁନ୍ଥି ହୋଇଯାଇଥିଲେ । ତେଣୁ ପ୍ରଥମ ମାଳାଟି ସବୁଠାରୁ ଛୋଟ ଥିଲା । ଦ୍ୱିତୀୟ ମାଳାଟି ହେଲା - ବାବାଙ୍କର ନିକଟତମ ଏବଂ ବାବାଙ୍କ ସମାନ ହେବାର ପୁରୁଷାର୍ଥୀ ପିଲାମାନଙ୍କର ଦିଲ୍‌ର ସ୍ନେହ ରୂପୀ ମାଳା । ସେମାନେ ହେଲେ ଶ୍ରେଷ୍ଠ ପୁରୁଷାର୍ଥୀ, ଏମାନେ ହେଲେ କେବଳ ପୁରୁଷାର୍ଥୀ । ତୃତୀୟ ମାଳାଟି ହେଲା, ଯାହାକି ବହୁତ ବଡ ମଧ୍ୟ ଅଟେ, ଏହା ସେହିମାନଙ୍କର ମାଳା ଯେଉଁମାନେ ସ୍ନେହୀ ମଧ୍ୟ ଅଟନ୍ତି, ବାବାଙ୍କର ସେବାରେ ସାଥୀ ମଧ୍ୟ ଅଟନ୍ତି କିନ୍ତୁ କେବେ ତୀବ୍ର ପୁରୁଷାର୍ଥୀ ଆଉ କେବେ ତୋଫାନର ସମ୍ମୁଖୀନ ମଧ୍ୟ ଅଧିକ କରିଥାଆନ୍ତି । କିନ୍ତୁ ସମ୍ପନ୍ନ ହେବାର ଇଚ୍ଛା ମଧ୍ୟ ସେମାନଙ୍କ ଭିତରେ ବହୁତ ଭଲ ରହିଥାଏ । ତେବେ ଚତୁର୍ଥ ମାଳାଟି ହେଲା ଅଭିଯୋଗ କରିବାବାଲାଙ୍କର ମାଳା । ଏହିପରି ଭିନ୍ନ ଭିନ୍ନ ପ୍ରକାରର ପିଲାମାନଙ୍କର ଅବ୍ୟକ୍ତ ଫରିସ୍ତା ଚେହେରା ରୂପରେ ମାଳାଗୁଡିକ ରହିଥିଲା । ବାପଦାଦା ମଧ୍ୟ ଭିନ୍ନ ଭିନ୍ନ ମାଳା ଗୁଡିକୁ ଦେଖି ଖୁସି ମଧ୍ୟ ହେଉଥିଲେ ଏବଂ ସ୍ନେହ ସହିତ ଶକ୍ତିର କିରଣ ମଧ୍ୟ ଦେଉଥିଲେ । ଏବେ ତୁମେମାନେ ନିଜେ ନିଜକୁ ପଚାର ମୁଁ କିଏ? କିନ୍ତୁ ଚାରିଆଡର ପିଲାମାନଙ୍କ ଦିଲ୍‌ରେ ବର୍ତ୍ତମାନ ସମୟରେ ଗୋଟିଏ ବିଶେଷ ସଂକଳ୍ପ ଜାଗ୍ରତ ଅବସ୍ଥାରେ ରହିଛି, ତାହା ହେଲା - ଏବେ ନିଶ୍ଚିତ ଭାବରେ କିଛି କରିବାକୁ ହେବ । ଏହିଭଳି ଉମଙ୍ଗ-ଉତ୍ସାହ ଅଧିକାଂଶ ପିଲାମାନଙ୍କ ଭିତରେ ସଂକଳ୍ପ ରୂପରେ ରହିଛି । ସ୍ୱରୂପ ହେବାରେ କ୍ରମାନ୍ୱୟରେ ରହିଥିଲେ ମଧ୍ୟ ସଂକଳ୍ପରେ ନିଶ୍ଚିତ ରହିଛି ।

ବାପଦାଦା ସବୁ ପିଲାଙ୍କୁ ଆଜିର ଏହି ସ୍ନେହ ଦିବସର, ସ୍ମୃତି ଦିବସର ଏବଂ ସମର୍ଥୀ ଦିବସର ବିଶେଷ ଆନ୍ତରିକ ଆଶୀର୍ବାଦ ଏବଂ ଆନ୍ତରିକ ଅଭିନନ୍ଦନ ଦେଉଛନ୍ତି । ଆଜିର ଏହି ବିଶେଷ ଦିନଟି ସ୍ନେହର ଦିନ ହୋଇଥିବା କାରଣରୁ ଅଧିକାଂଶ ପିଲା ସ୍ନେହରେ ହଜିଯାଇଛନ୍ତି । ତେଣୁ ପୁରୁଷାର୍ଥରେ ମଧ୍ୟ ସର୍ବଦା ଏହିଭଳି ସ୍ନେହରେ ହଜିଯିବା ଅବସ୍ଥାରେ ରୁହ ଏବଂ ଲଭଲୀନ ଅବସ୍ଥାରେ ରୁହ, ଯାହାର ସହଜ ସାଧନ ହେଲା ଆନ୍ତିରକ ସ୍ନେହ । ବାବାଙ୍କର ପରିଚୟର ସ୍ମୃତି ସହିତ ସ୍ନେହ ଏବଂ ବାବାଙ୍କର ପ୍ରାପ୍ତିଗୁଡିକର ସ୍ନେହ ସମ୍ପନ୍ନରେ ଲଭଲୀନ ରୁହ । ତେଣୁ ସ୍ନେହ ହିଁ ସବୁଠାରୁ ସହଜ ସାଧନ ଅଟେ କାହିଁକି ନା ସ୍ନେହୀ ଆତ୍ମା ମେହନତ କରିବାରୁ ମୁକ୍ତ ହୋଇଯାଇଥାଏ । ସ୍ନେହରେ ଲୀନ ହୋଇଯିବା କାରଣରୁ, ସ୍ନେହରେ ହଜିଯିବା କାରଣରୁ ଯେକୌଣସି ପ୍ରକାରର ମେହନତ ମନୋରଞ୍ଜନର ଅନୁଭବ ହୋଇଥାଏ । ସ୍ନେହୀ ଆତ୍ମା ସ୍ୱତଃ ହିଁ ଦେହର ସ୍ମୃତିଠାରୁ, ଦେହର ସମ୍ବନ୍ଧ ଗୁଡିକ ପ୍ରତି ଏବଂ ଦେହର ଦୁନିଆ ପ୍ରତି ଧ୍ୟାନ ଦେବାଠାରୁ ଉର୍ଦ୍ଧ୍ୱରେ ସ୍ନେହମୟ ସ୍ଥିତିରେ ସ୍ୱତଃ ହିଁ ଲୀନ ଅବସ୍ଥାରେ ରହିଥାଏ । ତେବେ ଦିଲ୍‌ର ସ୍ନେହ ସେମାନଙ୍କୁ ବାବାଙ୍କର ସମୀପତାର, ସଂଗର ଏବଂ ସମାନତାର ଅନୁଭବ କରାଇଥାଏ । ସ୍ନେହୀ ଆତ୍ମା ସର୍ବଦା ନିଜକୁ ବାବାଙ୍କର ଆଶୀର୍ବାଦର ପାତ୍ର ମନେ କରିଥାଏ । ସ୍ନେହ ଅସମ୍ଭବକୁ ମଧ୍ୟ ସହଜରେ ସମ୍ଭବ କରିଦିଏ । ସର୍ବଦା ନିଜର ମସ୍ତକରେ ଏବଂ କପାଳରେ ବାବାଙ୍କର ସହଯୋଗର ଏବଂ ସ୍ନେହର ହାତ ଅନୁଭବ କରିଥାଏ ତଥା ନିଶ୍ଚୟବୁଦ୍ଧି ନିଶ୍ଚିନ୍ତ ସ୍ଥିତିରେ ରହିଥାଏ । ତେବେ ତୁମେ ସବୁ ଆଦି ସ୍ଥାପନା ସମୟର ପିଲାମାନଙ୍କୁ ଆଦି ସମୟର ଅନୁଭବ ମଧ୍ୟ ଅଛି, ଏବେ ମଧ୍ୟ ସେବାର ଆଦି ସମୟର ନିମିତ୍ତ ପିଲାମାନଙ୍କର ଅନୁଭବ ଅଛି ଯେ ଆଦି ସମୟରେ ସବୁ ପିଲାଙ୍କୁ ବାବା ମିଳିଥିଲେ, ସେହି ସ୍ମୃତି ଦ୍ୱାରା ସ୍ନେହର ନିଶା କେତେ ଥିଲା! ଜ୍ଞାନ ତ ତୁମକୁ ପରେ ମିଳିଲା କିନ୍ତୁ ପ୍ରଥମେ ପ୍ରଥମେ ନିଶାର ସହିତ ସ୍ନେହରେ ହଜିଯାଇଥିଲ । ଯେହେତୁ ବାବା ସ୍ନେହର ସାଗର ଅଟନ୍ତି, ତେଣୁ ଅଧିକାଂଶ ପିଲା ଆଦି ସମୟରୁ ହିଁ ସ୍ନେହର ସାଗରରେ ହଜିଯିବା ଅବସ୍ଥାରେ ଅଛନ୍ତି ଏବଂ ପୁରୁଷାର୍ଥର ବେଗରେ ମଧ୍ୟ ବହୁତ ଭଲ ତୀବ୍ର ଗତିରେ ଚାଲୁଛନ୍ତି । କିନ୍ତୁ କେତେକ ପିଲା ସ୍ନେହର ସାଗରରେ ହଜିଯାଉଥିବା ବେଳେ, ଆଉ କେତେକ ପିଲା କେବଳ ବୁଡ ପକାଇ ବାହାରକୁ ଆସିଯାଉଛନ୍ତି । ସେଥିପାଇଁ ନିଜକୁ ହଜାଇ ଦେଉଥିବା ପିଲାମାନଙ୍କୁ ଯେତିକି କମ୍ ମେହନତ କରିବାକୁ ପଡୁଛି ସେହି ଅନୁସାରେ ଅନ୍ୟମାନଙ୍କୁ ସେତିକି ଲାଭ ମିଳୁ ନାହିଁ । କେବେ ମେହନତ୍ ତ କେବେ ମୋହବତ୍ ଅର୍ଥାତ୍ ସେମାନେ, ଦୁଇ ପ୍ରକାରର ଅନୁଭବରେ ରହୁଛନ୍ତି । କିନ୍ତୁ ଯେଉଁମାନେ ସର୍ବଦା ସ୍ନେହରେ ଲଭଲୀନ ହୋଇ ରହୁଛନ୍ତି ସେମାନେ ନିଜକୁ ସର୍ବଦା ଛତ୍ରଛାୟା ତଳେ ରହିବାର ଅନୁଭବ କରୁଛନ୍ତି କାରଣ ଆନ୍ତରିକ ସ୍ନେହୀ ପିଲାମାନେ ମେହନତକୁ ମଧ୍ୟ ମୋହବତ୍‌ରେ ପରିବର୍ତ୍ତନ କରିଦେଇଥାଆନ୍ତି । ସେମାନଙ୍କୁ ପାହାଡ ଭଳି ପରିସ୍ଥିତି ମଧ୍ୟ ତୁଳା ଭଳି ଅନୁଭବ ହୋଇଥାଏ । ପଥର ମଧ୍ୟ ପାଣି ଭଳି ଅନୁଭବ ହୋଇଥାଏ । ତେବେ ଆଜି ଯେହେତୁ ବିଶେଷ କରି ସ୍ନେହର ବାୟୁମଣ୍ଡଳ ଭିତରେ ରହିଛ, ତେଣୁ ମେହନତର ଅନୁଭବ କରୁଛ, ନା ମନୋରଞ୍ଜନର ଅନୁଭବ କରୁଛ?

ଆଜି ତ ସମସ୍ତଙ୍କୁ ସ୍ନେହର ଅନୁଭବ ହେଲା ନା! କ’ଣ ସ୍ନେହରେ ମଜିଯାଇଥିଲ ତ! ହଜିଯାଇଥିଲ ତ! କ’ଣ ଆଜି ମେହନତର ଅନୁଭବ ହୋଇଛି କି? କୌଣସି ବି କଥାର ମେହନତର ଅନୁଭବ କରିଛ କି? କାହିଁକି, କ’ଣ, କିପରିର ସଂକଳ୍ପ ଆସିଛି କି? କାରଣ ସ୍ନେହ ସବୁ କିଛି ଭୁଲାଇ ଦେଇଥାଏ । ତେଣୁ ବାପଦାଦା କହୁଛନ୍ତି ଯେ ତୁମେମାନେ ବାବାଙ୍କର ଏହି ସ୍ନେହକୁ କେବେ ବି ଭୁଲ ନାହିଁ । ତୁମକୁ ତ ସ୍ନେହର ସାଗର ମିଳିଯାଇଛନ୍ତି, ତେଣୁ ଖୁବ୍ ଲହଡିରେ ଖେଳ । ତେବେ ଯେତେବେଳେ ବି କୌଣସି ମେହନତର ଅନୁଭବ ହେଉଛି କାହିଁକି ନା ମଝିରେ ମଝିରେ ମାୟା ପରୀକ୍ଷା ତ ନେବ ନା, କିନ୍ତୁ ସେହି ସମୟରେ ସ୍ନେହର ଅନୁଭବକୁ ମନେ ପକାଅ, ତେବେ ମେହନତ ମୋହବତ୍‌ରେ ପରିବର୍ତ୍ତନ ହୋଇଯିବ । ତେଣୁ ଅନୁଭବ କରିଦେଖ । ଏଥିରେ ଭୁଲ୍ କ’ଣ ହେଉଛି ନା - କାହିଁକି, କ’ଣ, କିପରି... ଭିତରକୁ ବହୁତ ଚାଲିଯାଉଛ । ତେବେ ଯାହା ଆସିବ ତାହା ଯିବ ମଧ୍ୟ, କିନ୍ତୁ ଯିବ କିପରି? ସ୍ନେହକୁ ମନେ ପକାଇବା ଦ୍ୱାରା ମେହନତ ସମାପ୍ତ ହେବ, କାହିଁକି ନା ସମସ୍ତଙ୍କୁ ଭିନ୍ନ ଭିନ୍ନ ସମୟରେ ବାବା ଏବଂ ଦାଦା ଉଭୟଙ୍କର ସ୍ନେହର ଅନୁଭବ ତ ହେଉଛି ନା! କ’ଣ ଅନୁଭବ ହେଉଛି ତ? ଆଚ୍ଛା, ସବୁବେଳେ ହେଉ ନାହିଁ କିନ୍ତୁ କେବେ ନା କେବେ ତ ହୋଇଥିବ ନା! ତେବେ ସେହି ସମୟକୁ ମନେ ପକାଅ - ବାବାଙ୍କର ସ୍ନେହ କିପରି ଅଟେ! ବାବାଙ୍କର ସ୍ନେହ ଦ୍ୱାରା କ’ଣ କ’ଣ ସବୁ ଅନୁଭବ କରିଛ! ତେବେ ସ୍ନେହର ସ୍ମୃତି ଦ୍ୱାରା ମେହନତ ମଧ୍ୟ ବଦଳିଯିବ କାହିଁକିନା ବାପଦାଦାଙ୍କୁ କୌଣସି ପିଲାର ମେହନତ କରିବାର ସ୍ଥିତି ଭଲ ଲାଗେ ନାହିଁ । ମୋ’ର ସନ୍ତାନ ପୁଣି ମେହନତ! ତେବେ ମେହନତ୍ ମୁକ୍ତ କେବେ ହେବ! ଏହି ସଂଗମଯୁଗ ହିଁ ହେଉଛି ମେହନତରୁ ମୁକ୍ତ ହୋଇ ମଉଜ ହିଁ ମଉଜରେ ରହିପାରିବ । ଯଦି ମଉଜର ଅନୁଭବ ହେଉ ନାହିଁ ତେବେ ବୁଦ୍ଧି ଉପରେ କୌଣସି ନା କୌଣସି ବୋଝ ରହିଛି । ତେବେ ବାବା ତ କହୁଛନ୍ତି ସବୁ ବୋଝ ମୋତେ ଦେଇଦିଅ । ମୁଁ ପଣିଆକୁ ଭୁଲି ଟ୍ରଷ୍ଟୀ ହୋଇଯାଅ । ସବୁ ଦାୟିତ୍ୱ ବାବାଙ୍କୁ ଦେଇଦିଅ ଏବଂ ନିଜେ ଦିଲ୍‌ର ସହିତ ସଚ୍ଚା ସନ୍ତାନ ହୋଇ ଖାଅ-ପିଅ, ଖେଳ ଏବଂ ମଉଜ କର କାହିଁକି ନା ଏହି ସଂଗମଯୁଗ ସବୁ ଯୁଗ ଭିତରେ ମଉଜ କରିବାର ଯୁଗ । ଯଦି ଏହି ମଉଜ କରିବା ଯୁଗରେ ମଧ୍ୟ ମଉଜ କରିପାରିଲ ନାହିଁ ତେବେ ଆଉ କେବେ କରିବ? ବାପଦାଦା ଯେତେବେଳେ ଦେଖୁଛନ୍ତି ପିଲାମାନେ ବୋଝ ଉଠାଇବା ସହିତ ବହୁତ ମେହନତ କରୁଛନ୍ତି, ବାବାଙ୍କୁ ଦେଉନାହାଁନ୍ତି, କିନ୍ତୁ ନିଜ ଉପରକୁ ଉଠାଇ ନେଉଛନ୍ତି ତେବେ ବାବାଙ୍କୁ ତ ଦୟା ଲାଗିବ ନା! କାରଣ ପିଲାମାନେ ମଉଜ କରିବା ସମୟରେ ମେହନତ କରୁଛନ୍ତି! ତେଣୁ ସ୍ନେହରେ ହଜିଯାଅ, ସ୍ନେହ ମିଳିଥିବା ସମୟକୁ ମନେ ପକାଅ । ସମସ୍ତଙ୍କୁ କେବେ ନା କେବେ ବିଶେଷ ସ୍ନେହର ଅନୁଭୂତି ନିଶ୍ଚିତ ହୋଇଥିବ ଏବଂ ହୋଇଛି ମଧ୍ୟ । ବାବା ଜାଣିଛନ୍ତି, ଅନୁଭବ ତ ହେଉଛି କିନ୍ତୁ ତା’କୁ ମନେ ପକାଉ ନାହିଁ । କେବଳ ମେହନତକୁ ହିଁ ଦେଖୁଛ ଏବଂ ସେହିଥିରେ ହିଁ ଛନ୍ଦି ହୋଇଯାଉଛ । ଯଦି ଆଜି ବି ଅମୃତବେଳାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବାପଦାଦା ଦୁଇଜଣ ସର୍ବୋଚ୍ଚ ଅଧିକାରୀ ଆତ୍ମାଙ୍କର ସ୍ନେହକୁ ଦିଲ୍‌ରେ ଅନୁଭବ କରିଥିବ, ତେବେ ଆଜିର ଦିନକୁ ମଧ୍ୟ ମନେ ପକାଇବା ଦ୍ୱାରା ସ୍ନେହ ନିକଟରେ ମେହନତ ସମାପ୍ତ ହୋଇଯିବ ।

ଏବେ ବାପଦାଦା ଏହି ବର୍ଷ ପ୍ରତ୍ୟେକ ସନ୍ତାନକୁ ସ୍ନେହଯୁକ୍ତ ଏବଂ ମେହନତ ମୁକ୍ତ ସ୍ଥିତିରେ ଦେଖିବାକୁ ଚାହୁଁଛନ୍ତି । ତେଣୁ ମେହନତର ଚିହ୍ନ ବର୍ଣ୍ଣ ମନ ଭିତରେ କିମ୍ବା ଜୀବନରେ ଦେଖା ନ ଯାଉ । ଏହା ହୋଇପାରିବ? ହୋଇପାରିବ? ଯେଉଁମାନେ ଭାବୁଛନ୍ତି ନିଶ୍ଚିତ କରି ଦେଖାଇବୁ, ସାହସୀ ଅଟନ୍ତି, ସେମାନେ ହାତ ଉଠାଅ । ଆଜି ବିଶେଷ କରି ଏହିଭଳି ପିଲାମାନଙ୍କୁ ବାବାଙ୍କଠାରୁ ମେହନତରୁ ମୁକ୍ତ ହେବାର ବରଦାନ ମିଳୁଛି । କ’ଣ ସ୍ୱୀକାର କରୁଛ ତ? ପୁଣି ଯଦି କିଛି ହୋଇଗଲା ତେବେ କ’ଣ କରିବ? କାହିଁକି, କ’ଣ ତ କରିବ ନାହିଁ ନା? ସ୍ନେହପୂର୍ଣ୍ଣ ମୂହୁର୍ତ୍ତଗୁଡିକୁ ମନେ ପକାଇବ ଏବଂ ସେହି ଅନୁଭବରେ ହଜିଯିବ । ତୁମେମାନେ ତ ପ୍ରତିଜ୍ଞା ମଧ୍ୟ କରିଛ, ବାବା ମଧ୍ୟ ପିଲାମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ ତୁମେମାନେ ପ୍ରତିଜ୍ଞା କରିଛ ଯେ, ଆମେ ବାବାଙ୍କ ଦ୍ୱାରା ୨୧ ଜନ୍ମ ପାଇଁ ଜୀବନମୁକ୍ତ ଅବସ୍ଥାର ପଦ ପ୍ରାପ୍ତ କରୁଛୁ ଏବଂ କରିବୁ ମଧ୍ୟ ନିଶ୍ଚିତ । ତେବେ ଜୀବନମୁକ୍ତ ସ୍ଥିତିରେ କ’ଣ ମେହନତ ଥାଏ କି? ୨୧ ଜନ୍ମ ଭିତରୁ ଗୋଟିଏ ଜନ୍ମ ତ ସଂଗମର ଅଟେ ନା! ତୁମମାନଙ୍କର ପ୍ରତିଜ୍ଞା ତ ୨୧ ଜନ୍ମ ପାଇଁ ଅଟେ, ୨୦ ଜନ୍ମ ପାଇଁ ତ ନୁହେଁ ନା! ତେଣୁ ଏବେଠାରୁ ମେହନତମୁକ୍ତ ଅର୍ଥାତ୍ ଜୀବନମୁକ୍ତ, ଚିନ୍ତାମୁକ୍ତ ସମ୍ରାଟ ହୁଅ । ତେବେ ବର୍ତ୍ତମାନର ସଂସ୍କାର ଆତ୍ମା ଭିତରେ ୨୧ ଜନ୍ମ ପର୍ଯ୍ୟନ୍ତ ଜାଗ୍ରତ ଅବସ୍ଥାରେ ରହିବ । ତେବେ ୨୧ ଜନ୍ମର ସମ୍ପତ୍ତି ନେଇଛ ନା! ଏବେ ନେବ? ତେଣୁ ଦୟା କରି ଧ୍ୟାନ ଦିଅ ଯେ ମେହନତ ମୁକ୍ତ ହେବା ସହିତ ନିଜେ ସନ୍ତୁଷ୍ଟ ରହିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିବ । କେବଳ ନିଜେ ରହିବାର ନାହିଁ, କରିବାକୁ ମଧ୍ୟ ପଡିବ । ତେବେ ଯାଇ ମେହନତରୁ ମୁକ୍ତ ରହିପାରିବ । ନଚେତ୍ ପ୍ରତିଦିନ କୌଣସି ନା କୌଣସି ବୋଝର କଥା, ମେହନତର କଥା କାହିଁକି, କ’ଣର ଭାଷା ରୂପରେ ଆସିବ । ଏବେ ସମୟର ସମୀପତାକୁ ତ ଦେଖୁଛ । ସମୟ ଯେପରି ଦିନକୁ ଦିନ ପାଖେଇ ପାଖେଇ ଆସୁଛି ସେହିପରି ତୁମମାନଙ୍କର ମଧ୍ୟ ବାବାଙ୍କ ସହିତ ସମୀପତାର ଅନୁଭବର ବୃଦ୍ଧି ହେବା ଦରକାର କାହିଁକି ନା ବାବାଙ୍କ ସହିତ ତୁମମାନଙ୍କର ସମୀପତା ସମୟର ସମୀପତାକୁ ସମାପ୍ତ କରିବ । କ’ଣ ତୁମମାନଙ୍କୁ ଆତ୍ମାମାନଙ୍କର ଦୁଃଖ-ଅଶାନ୍ତିର ଶବ୍ଦ ଶୁଣାଯାଉ ନାହିଁ! ତୁମେମାନେ ହିଁ ସେମାନଙ୍କର ପୂର୍ବଜ ଅଟ ଏବଂ ପୂଜ୍ୟ ମଧ୍ୟ ଅଟ । ତେଣୁ ହେ ପୂର୍ବଜ ଆତ୍ମାମାନେ, ହେ ପୂଜ୍ୟ ଆତ୍ମାମାନେ, ବିଶ୍ୱ କଲ୍ୟାଣର କାର୍ଯ୍ୟକୁ କେବେ ସମ୍ପନ୍ନ କରିବ?

ବାପଦାଦା ସମାଚାର ଗୁଡିକରେ ଦେଖୁଛନ୍ତି ଯେ ସବୁ ବର୍ଗ ବାଲା ନିଜ ନିଜର ମିଟିଙ୍ଗ୍ କରୁଛନ୍ତି । ଯୋଜନା ମଧ୍ୟ କରୁଛନ୍ତି ଯେ ବିଶ୍ୱ କଲ୍ୟାଣର ଗତିକୁ ତୀବ୍ର କିପରି କରିବୁ? ତେବେ ଯୋଜନା ତ ବହୁତ ଭଲ ଭଲ କରୁଛ କିନ୍ତୁ ବାପଦାଦା ପଚାରୁଛନ୍ତି ଏହା କାର୍ଯ୍ୟକାରୀ କେବେ ହେବ? ଏହାର ଉତ୍ତର ଦାଦୀମାନେ ଦେବେ - ଯୋଜନାଗୁଡିକ କାର୍ଯ୍ୟକାରୀ କେବେ ହେବ? କ’ଣ ପାଣ୍ଡବ ଉତ୍ତର ଦେବେ - କେବେ ହେବ? ସବୁ ବର୍ଗବାଲା ଏହି ଲକ୍ଷ୍ୟ ରଖୁଛ ଯେ ବାବାଙ୍କର ପ୍ରତ୍ୟକ୍ଷତା ହୋଇଯାଉ । କିନ୍ତୁ ପ୍ରତ୍ୟକ୍ଷତା ହେବ ଦୃଢ ପ୍ରତିଜ୍ଞା ଦ୍ୱାରା । ପ୍ରତିଜ୍ଞାରେ ମଧ୍ୟ ଦୃଢତା ଦରକାର । କେବେ କେବେ କୌଣସି କାରଣ ଦ୍ୱାରା ବା କୌଣସି କଥା ଦ୍ୱାରା ଦୃଢତା କମ୍ ହୋଇଯାଉଛି । ପ୍ରତିଜ୍ଞା ତ ବହୁତ ଭଲ ଭଲ କରୁଛନ୍ତି, ଅମୃତବେଳାରେ ଯଦି ତୁମେମାନେ ଶୁଣିପାରନ୍ତ ନା, ବାବା ତ ଶୁଣୁଛନ୍ତି କିନ୍ତୁ ତୁମକୁ ଏବେ ବିଜ୍ଞାନ ଏଭଳି ସାଧନ ଦେଇ ପାରିନାହିଁ ଯାହା ଦ୍ୱାରା ତୁମେ ସମସ୍ତଙ୍କର ଦିଲ୍‌ର ଭାଷାକୁ ଶୁଣିପାରିବ । ତେଣୁ ବାପଦାଦା ତ ଶୁଣୁଛନ୍ତି, ତୁମମାନଙ୍କର ପ୍ରତିଜ୍ଞାର ମାଳାଗୁଡିକ ଏବଂ ସଂକଳ୍ପର କଥା ସବୁ ଏତେ ଭଲ ଭଲ ଏବଂ ଦିଲ୍ ଖୁସ୍ କରିବା ଭଳି ଅଟେ ଯାହାକୁ ଶୁଣି ବାପଦାଦା କହୁଛନ୍ତି ବାଃ ବଚ୍ଚେ ବାଃ! ତେବେ ଶୁଣାଇବୁ କ’ଣ କ’ଣ ସବୁ କହୁଛ! ମୁରଲୀ ଶୁଣିବା ସମୟ ପର୍ଯ୍ୟନ୍ତ ୭୫ ପ୍ରତିଶତ ଠିକ୍ ରହୁଛି କିନ୍ତୁ ଯେତେବେଳେ କର୍ମରେ ଆସିଯାଉଛ ବା କର୍ମଯୋଗୀ ହୋଇଯାଉଛ ସେତେବେଳେ ଫରକ ଆସିଯାଉଛି । କିଛି ସଂସ୍କାର, କିଛି ସ୍ୱଭାବ ଯେତେବେଳେ ପରସ୍ପର ମୁହାଁମୁହିଁ ହୋଇଯାଉଛନ୍ତି, ସେତେବେଳେ ପ୍ରତିଜ୍ଞା ଦୃଢ ହେବା ପରିବର୍ତ୍ତେ ସାଧାରଣ ହୋଇଯାଉଛି । ଦୃଢତାର ପରିମାଣ କମ୍ ହୋଇଯାଉଛି ।

ତେବେ ବାପଦାଦା ପିଲାମାନଙ୍କର ଗୋଟିଏ ଖେଳ ଦେଖି ମୁରୁକି ମୁରୁକି ହସୁଛନ୍ତି । ଶୁଣାଇବୁ କ’ଣ ଖେଳ କରୁଛ? ଯଦି ତୁମେ ସେହି ଖେଳକୁ ବନ୍ଦ କରିବ ତେବେ ଶୁଣାଇବୁ । କ’ଣ କହୁଛ, ବନ୍ଦ କରିବ ତ? କରିବ ତ? ଆଜି ତ ସ୍ନେହର ଶକ୍ତି ରହିଛି ନା! କରିବ? ହାତ ଉଠାଅ । କେବଳ ସ୍ଥୂଳ ହାତ ଉଠାଅ ନାହିଁ, ଦିଲ୍‌ର ହାତ ମଧ୍ୟ ଉଠାଅ, କରିବାକୁ ହିଁ ପଡିବ । ତା’ ପରେ ବାପଦାଦା କିଛି କିଛି ସାହାଯ୍ୟ ମଧ୍ୟ କରିବେ । ଏବେ କହିବୁ ତ? ପାଣ୍ଡବମାନେ କୁହ, କହିବୁ ତ? ପ୍ରଥମ ଧାଡିବାଲା କୁହ, କରିବାକୁ ପଡିବ, କହିବୁ ତ? ଯଦି ହଁ କହୁଛ ତେବେ ପ୍ରଥମ ଧାଡିବାଲା ହାତ ଉଠାଅ । ପ୍ରଥମ ଦୁଇ ଧାଡି ହାତ ଉଠାଅ । ମଧୁବନବାଲା ମଧ୍ୟ ହାତ ଉଠାଅ । ଦିଲ୍‌ର ହାତ ଉଠାଇଛ ତ! ଆଚ୍ଛା! ବାପଦାଦାଙ୍କ ତ ଖେଳକୁ ଦେଖି ଦୟା ଲାଗୁଛି, ମଜା ଲାଗୁ ନାହିଁ କାହିଁକି ନା ବାପଦାଦା ଦେଖୁଛନ୍ତି ପିଲାମାନେ ନିଜ ଦୋଷକୁ ଅନ୍ୟ ଉପରେ ଲଦି ଦେବାରେ ବହୁତ ବୁଦ୍ଧିମାନ ଅଟନ୍ତି । ତେବେ କ’ଣ ଖେଳ କରୁଛନ୍ତି ଜାଣିଛ? କାହାଣୀ ତିଆରି କରିଦେଉଛନ୍ତି । ଭାବୁଛନ୍ତି କିଏ ଦେଖୁଛି! ମୁଁ ଜାଣିଛି ଓ ମୋ’ର ମନ ଜାଣିଛି, ବାବା ତ ପରମଧାମ ବା ସୂକ୍ଷ୍ମବତନରେ ବସିଛନ୍ତି । ଯଦି କାହାକୁ କୁହାଯାଉଛି - ଏଭଳି କରିବା ଉଚିତ୍ ନୁହେଁ, ତେବେ ଖେଳ କ’ଣ କରୁଛନ୍ତି, ଜାଣିଛ? ହଁ, ହୋଇ ତ ଯାଇଛି କିନ୍ତୁ.... ସେଥିରେ କିନ୍ତୁ ନିଶ୍ଚିତ ଯୋଡି ଦେଉଛନ୍ତି । ତେବେ କିନ୍ତୁର ଅର୍ଥ କ’ଣ? କଥାଟା ଏଭଳି ଥିଲା ନା, ସେ ଏହିଭଳି କରିଥିଲା ନା, ଏହିଭଳି ହେଉଛି ନା, ସେଥିପାଇଁ ଏହିଭଳି ହୋଇଗଲା, ମୁଁ କିଛି କରିନାହିଁ, ଏହିଭଳି ହେବାରୁ ଏଭଳି ହେଲା । ସେ କରିବାରୁ ମୁଁ କରିଲି, ନଚେତ୍ ମୁଁ କରି ନ ଥାଆନ୍ତି, ତେବେ ଏହା କ’ଣ ହେଲା? ନିଜର ହୃଦ୍‌ବୋଧ କରିବା ବା ହୃଦୟଙ୍ଗମ କରିବା କମ୍ ଅଛି । ଆଚ୍ଛା, ଧରିନିଅ ସେ ଏହିଭଳି କରିବାରୁ ତୁମେ କରିଲ, ଆଚ୍ଚା! ଠିକ୍ ଅଛି, ପ୍ରଥମ ନମ୍ବର ସେ ହେଲା, ଦ୍ୱିତୀୟ ନମ୍ବର ତୁମେ ହେଲ, ଏଇଆ ତ! ବାପଦାଦା ତାହା ମଧ୍ୟ ସ୍ୱୀକାର କରୁଛନ୍ତି । ତୁମେ ପ୍ରଥମ ନମ୍ବର ଦୋଷୀ ନୁହେଁ ଦ୍ୱିତୀୟ ନମ୍ବର ଅଟ କିନ୍ତୁ ତୁମେ ଯଦି ଭାବୁଛ ଯେ ପ୍ରଥମ ନମ୍ବରବାଲା ଯଦି ନିଜକୁ ପରିବର୍ତ୍ତନ କରିବ ତେବେ ମୁଁ ମଧ୍ୟ ଠିକ୍ ହୋଇଯିବି, ଏଇଆ ତ? ସେତେବେଳେ ଏହିଭଳି ଭାବୁଛ ନା! ଧରିନିଅ ପ୍ରଥମ ନମ୍ବରବାଲା ନିଜକୁ ପରିବର୍ତ୍ତନ କରିଦେଲା, ବାପଦାଦା ଏବଂ ସମସ୍ତେ କହୁଛନ୍ତି ତା’ର ଦୋଷ ତେଣୁ ତାକୁ ପ୍ରଥମେ ପରିବର୍ତ୍ତନ ହେବାକୁ ପଡିବ, ଠିକ୍ ଅଛି । ଆଚ୍ଛା! ଯଦି ପ୍ରଥମ ନମ୍ବରବାଲା ନିଜକୁ ପରିବର୍ତ୍ତନ କରିଦେଲା ତେବେ ପ୍ରଥମ ନମ୍ବର ସ୍ଥାନ କାହାକୁ ମିଳିବ? ତୁମର ନମ୍ବର ତ ପ୍ରଥମେ ନଥିବ । ପରିବର୍ତ୍ତନ ଶକ୍ତିରେ ତୁମର ନମ୍ବର ତ ପ୍ରଥମ ନମ୍ବର ନ ଥିବ । ଯଦି ତୁମେ ପ୍ରଥମ ନମ୍ବର ତାକୁ ଦେଲ ତେବେ ତୁମର ନମ୍ବର କ’ଣ ହେଲା? ଦ୍ୱିତୀୟ ନମ୍ବର ହେଲା ନା । ଯଦି ତୁମକୁ ଏବେ କୁହାଯିବ ତୁମେ ଦ୍ୱିତୀୟ ନମ୍ବରରେ ଅଛ ତେବେ ତୁମେ ଗ୍ରହଣ କରିବ ତ? କ’ଣ କହୁଛ, କରିବ ତ? କହିବ ନା, ଏମିତି ହୋଇଗଲା, ସେମିତି ହୋଇଗଲା, କେମିତି ହେଲା.... ଖେଳ ଭିତରେ ଏହିଭଳି ଭାଷା ବହୁତ ଆସୁଛି । ତେଣୁ ଏମିତି, ସେମିତି, କେମିତିର ଖେଳକୁ ବନ୍ଦ କରି ମୋତେ ପରିବର୍ତ୍ତନ ହେବାକୁ ପଡିବ । ମୁଁ ପରିବର୍ତ୍ତନ ହୋଇ ଅନ୍ୟକୁ ପରିବର୍ତ୍ତନ କରିବି, ଯଦି ଅନ୍ୟକୁ ପରିବର୍ତ୍ତନ କରୁପାରୁ ନାହଁ ତେବେ ଶୁଭଭାବନା, ଶୁଭକାମନା ତ ରଖିପାରିବ! ତାହା ତ ତୁମର ନିଜ ଜିନିଷ ଅଟେ ନା! ତେଣୁ ହେ ଅର୍ଜୁନ ମୋତେ ହେବାର ଅଛି । ପ୍ରଥମ ବିଶ୍ୱର ରାଜଧାରୀ ଲକ୍ଷ୍ମୀ-ନାରାୟଣଙ୍କର ନିକଟ ସମ୍ବନ୍ଧରେ ତୁମକୁ ଆସିବାର ଅଛି ନା ଦ୍ୱିତୀୟ ନମ୍ବର ବାଲାକୁ ଆସିବାର ଅଛି?

ବାପଦାଦା ଏବର୍ଷ ଏହି ଆଶ ରଖିଛନ୍ତି ଯେ ସବୁ ବ୍ରହ୍ମାକୁମାର କୁମାରୀ ଏଠାରେ ଯେପରି ବ୍ୟାଜ୍ ଲଗାଉଛ ନା, ସମସ୍ତେ ବ୍ୟାଜ୍ ଲଗାଉଛ ନା! ଏଠାକୁ ଯେତେବେଳେ ଆସୁଛ ତୁମକୁ ବ୍ୟାଜ୍ ମିଳୁଛି ନା, ଚାହେଁ କାଗଜର ହୋଇଥାଉ ବା ସୁନାର ବା ରୂପାର ହୋଇଥାଉ, ତେବେ ଏଠାରେ ଯେପରି ବ୍ୟାଜ୍ ଲଗାଉଛ ସେହିପରି ଦିଲ୍ ଭିତରେ ବା ମନ ଭିତରେ ମଧ୍ୟ ବ୍ୟାଜ୍ ଲଗାଇଦିଅ । ମୋତେ ପରିବର୍ତ୍ତନ ହେବାକୁ ପଡିବ । ମୋତେ ନିମିତ୍ତ ହେବାକୁ ପଡିବ । ଇଏ ବଦଳୁ, ଏହି କଥା ବଦଳୁ, ଏହି ବ୍ୟକ୍ତି ବଦଳୁ, ଏହି ପରିସ୍ଥିତି ବଦଳୁ, ନା । ମୋତେ ବଦଳିବାକୁ ପଡିବ! କଥା ତ ଅନେକ ଆସିବ, ତୁମେମାନେ ଉଚ୍ଚକୁ ଯାଉଛ ନା, ଉଚ୍ଚ ସ୍ଥାନରେ ସମସ୍ୟାଗୁଡିକ ମଧ୍ୟ ଉଚ୍ଚ ଉଚ୍ଚ ଆସିବ ନା! କିନ୍ତୁ ଆଜି ଯେପରି ଏଠାରେ କ୍ରମାନ୍ୱୟ ହିସାବରେ ଯଥା ଶକ୍ତି ସ୍ନେହ ପୂର୍ଣ୍ଣ ସ୍ମୃତିର ବାୟୁମଣ୍ଡଳ ରହିଥିଲା, ସେହପରି ନିଜର ମନ ଭିତରେ ସର୍ବଦା ସ୍ନେହରେ ଲଭଲୀନ ହେବାର ବାୟୁମଣ୍ଡଳକୁ ଜାଗ୍ରତ କରି ରଖ ।

ବାପଦାଦାଙ୍କ ପାଖକୁ ବହୁତ ଭଲ ଭଲ ସମାଚାର ସବୁ ଆସୁଛି । ସଂକଳ୍ପ ପର୍ଯ୍ୟନ୍ତ ବହୁତ ଭଲ ଅଛି କିନ୍ତୁ ସ୍ୱରୂପରେ ଆସିବାରେ ଯଥାଶକ୍ତି ହୋଇଯାଉଛି । ଏବେ ଦୁଇ ମିନିଟ୍ ପାଇଁ ସମସ୍ତ ପରମାତ୍ମ ସ୍ନେହରେ, ସଂଗମଯୁଗର ଆତ୍ମିକ ମଉଜର ସ୍ଥିତିରେ ସ୍ଥିତ ହୋଇଯାଅ । (ଡ୍ରିଲ୍‌) । ଆଚ୍ଛା - ଏହି ଅନୁଭବକୁ ପ୍ରତ୍ୟେକ ଦିନ ବାରମ୍ବାର କିଛି କିଛି ସମୟ ଅନୁଭବ କର । ସ୍ନେହକୁ ଛାଡ ନାହିଁ, ସ୍ନେହରେ ହଜିଯିବା ଶିଖ । ଆଚ୍ଛା!

ଚାରିଆଡର ଯୋଗଯୁକ୍ତ, ଯୁକ୍ତିଯୁକ୍ତ, ରାଜଯୁକ୍ତ ଅର୍ଥାତ୍ ରହସ୍ୟଯୁକ୍ତ, ନିଜେ ରାଜ ଅର୍ଥାତ୍ ରହସ୍ୟକୁ ଜାଣି ସର୍ବଦା ରାଜି ଅର୍ଥାତ୍ ସନ୍ତୁଷ୍ଟ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ରାଜି କରୁଥିବା, କେବଳ ନିଜେ ସନ୍ତୁଷ୍ଟ ରହିବାର ନାହିଁ, ସନ୍ତୁଷ୍ଟ କରିବାକୁ ମଧ୍ୟ ହେବ, ଏହିଭଳି ସର୍ବଦା ସ୍ନେହର ସାଗରରେ ଲଭଲୀନ ରହୁଥିବା ପିଲାମାନଙ୍କୁ, ସର୍ବଦା ବାପ ସମାନ ହେବାର ତୀବ୍ର ଗତିର ପୁରୁଷାର୍ଥୀ ପିଲାମାନଙ୍କୁ, ସର୍ବଦା ଅସମ୍ଭବକୁ ମଧ୍ୟ ସହଜରେ ସମ୍ଭବ କରୁଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ ସର୍ବଦା ବାବାଙ୍କ ସାଥୀରେ ରହୁଥିବା ଏବଂ ବାବାଙ୍କର ସେବାରେ ସାଥୀ ହେଉଥିବା ବହୁତ ବହୁତ ଲକ୍କୀ ଅର୍ଥାତ୍ ଭାଗ୍ୟବାନ ଏବଂ ଲଭଲୀ ଅର୍ଥାତ୍ ଅତି ପ୍ରିୟ ସନ୍ତାନମାନଙ୍କୁ ଆଜିର ଅବ୍ୟକ୍ତ ଦିବସର, ଅବ୍ୟକ୍ତ ଫରିସ୍ତା ସ୍ୱରୂପର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଆନ୍ତରିକ ଆଶୀର୍ବାଦ, ଆଚ୍ଛା!

ବରଦାନ:-
ମନେ ପକାଇବାର ଯାଦୁ ଯନ୍ତ୍ର ଦ୍ୱାରା ସର୍ବ ସିଦ୍ଧିଗୁଡିକୁ ପ୍ରାପ୍ତ କରୁଥିବା ସିଦ୍ଧି ସ୍ୱରୂପ ଭବ ।

ବାବାଙ୍କୁ ମନେ ପକାଇବା ହିଁ ଯାଦୁମନ୍ତ୍ର ଅଟେ । ଏହି ଯାଦୁମନ୍ତ୍ର ଦ୍ୱାରା ଯେଉଁ ପ୍ରକାରର ସିଦ୍ଧି ଚାହିଁବ ତାହା ପ୍ରାପ୍ତ କରିପାରିବ । ଯେପରି ସ୍ଥୂଳ ରୂପରେ ମଧ୍ୟ କୌଣସି ସିଦ୍ଧି ପ୍ରାପ୍ତ କରିବାକୁ ହେଲେ ମନ୍ତ୍ର, ଜପ କରିଥାଆନ୍ତି, ସେହିପରି ଏଠାରେ ମଧ୍ୟ କୌଣସି କାର୍ଯ୍ୟରେ ଯଦି ସିଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛ ତେବେ ଏହି ମନେ ପକାଇବାର ମହାମନ୍ତ୍ର ହିଁ ବିଧି ସ୍ୱରୂପ ଅଟେ । ଏହି ଯାଦୁମନ୍ତ୍ର ଗୋଟିଏ ସେକେଣ୍ଡ ଭିତରେ ପରିବର୍ତ୍ତନ କରିଦେଇଥାଏ । ଯଦି ଏହାକୁ ସଦାସର୍ବଦା ସ୍ମୃତିରେ ରଖିବ ତେବେ ସଦାକାଳ ପାଇଁ ସିଦ୍ଧି ସ୍ୱରୂପ ହୋଇଯିବ, କାହିଁକି ନା ଯୋଗଯୁକ୍ତ ସ୍ଥିତିରେ ରହିବା କିଛି ବଡ କଥା ନୁହେଁ, କିନ୍ତୁ ସବୁବେଳେ ଯୋଗଯୁକ୍ତ ସ୍ଥିତିରେ ରହିବା ବଡ କଥା । ଏହାଦ୍ୱାରା ହିଁ ସର୍ବ ସିଦ୍ଧିଗୁଡିକ ପ୍ରାପ୍ତ ହୋଇପାରିବ ।

ସ୍ଲୋଗାନ:-
ଗୋଟିଏ ସେକେଣ୍ଡ ଭିତରେ ବିସ୍ତାରକୁ ସାର ରୂପରେ ସମାହିତ କରିନେବା ଅର୍ଥାତ୍ ଅନ୍ତିମ ସାର୍ଟିଫିକେଟ୍ ନେବା ।

ଅବ୍ୟକ୍ତ ଈଶାରା:- ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ । ଯେପରି ଶରୀରର କୌଣସି ବସ୍ତ୍ରକୁ ସହଜରେ ଓହ୍ଲାଇ ଦେଇପାରୁଛ, ସେହିପରି ଏହି ଶରୀର ରୂପକ ବସ୍ତ୍ରକୁ ମଧ୍ୟ ସହଜରେ ଓହ୍ଲାଇ ପାରୁଥିବ ଏବଂ ସମୟ ଆସିଲେ ସହଜରେ ଧାରଣ କରିପାରୁଥିବ, ଏହାର ଅଭ୍ୟାସ ରହିବା ଦରକାର । ଯଦି ବସ୍ତ୍ରଟି ବହୁତ ଟାଇଟ୍ ଥିବ ତେବେ ସହଜରେ ଓହ୍ଲାଇ ପାରିବ ନାହିଁ, ସେହିଭଳି ଏହି ଶରୀର ରୂପୀ ବସ୍ତ୍ର ମଧ୍ୟ କୌଣସି ସଂସ୍କାର ସହିତ ଚିପି ହୋଇ ନ ରହୁ ବା ଟାଇଟ୍ ନ ରହୁ । ସେଥିପାଇଁ ସବୁ କଥାରେ ସରଳ ହୋଇଯାଅ, ଯଦି ସବୁଥିରେ ସରଳ ହୋଇଯିବ ତେବେ ତୁମର ସବୁ କାର୍ଯ୍ୟ ସହଜ ହୋଇଯିବ । ଯେତେ ଯେତେ ନିଜର ପୁରୁଣା ସ୍ୱଭାବ ସଂସ୍କାରଠାରୁ ଦୂରେଇ ରହିବ ତୁମର ଅବସ୍ଥା ମଧ୍ୟ ସେତିକି ଦୈହିକ ସ୍ମୃତିଠାରୁ ମୁକ୍ତ ରହିବ ଅର୍ଥାତ୍ ସହଜରେ ବିଦେହୀ ହୋଇଯିବ ।