31.01.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯଦି
ପୂଣ୍ୟ ଆତ୍ମା ହେବାର ଅଛି ତେବେ ନିଜର ପୋତାମେଲ ଅର୍ଥାତ୍ କାର୍ଯ୍ୟକଳାପର ହିସାବକୁ ଦେଖ ଯେ ମୋ
ଦ୍ୱାରା କୌଣସି ପାପ କର୍ମ ହେଉ ନାହିଁ ତ, ସତ୍କର୍ମର ଖାତା ଜମା ଅଛି? ”
ପ୍ରଶ୍ନ:-
ସବୁଠାରୁ ବଡ
ପାପ କ’ଣ?
ଉତ୍ତର:-
କାହା ଉପରେ ଖରାପ ଦୃଷ୍ଟି ରଖିବା - ଏହା ସବୁଠାରୁ ବଡ ପାପ । ତୁମେ ପୂଣ୍ୟ ଆତ୍ମା ହେଉଥିବା
ସନ୍ତାନମାନେ କାହା ଉପରେ ମଧ୍ୟ ଖରାପ ଦୃଷ୍ଟି ଅର୍ଥାତ୍ ବିକାରୀ ଦୃଷ୍ଟି ରଖିପାରିବ ନାହିଁ ।
ଯାଞ୍ଚ କରିବାକୁ ହେବ ଯେ ମୁଁ କେତେ ସମୟ ଯୋଗଯୁକ୍ତ ହୋଇ ରହୁଛି? କୌଣସି ପାପ କର୍ମ କରୁ ନାହିଁ
ତ? ଯଦି ଉଚ୍ଚ ପଦ ପାଇବାକୁ ଚାହୁଁଛ ତେବେ ସାବଧାନ ରୁହ ଯେ ମୋର ଦୃଷ୍ଟି କେବେ ବି କୁଦୃଷ୍ଟି ନ
ହେଉ । ବାବା ଯେଉଁ ଶ୍ରୀମତ ଦେଉଛନ୍ତି ତାହାକୁ ପୂର୍ଣ୍ଣ ରୂପେ ପାଳନ କର ।
ଗୀତ:-
ମୁଖଡା ଦେଖଲେ
ପ୍ରାଣୀ...
ଓମ୍ ଶାନ୍ତି ।
ବେହଦର ବାବା
ନିଜର ସନ୍ତାନମାନଙ୍କୁ କହୁଛନ୍ତି ପିଲାମାନେ, ନିଜର ଅର୍ନ୍ତମନକୁ ଦେଖ । ଏକଥା ତ ମନୁଷ୍ୟମାନେ
ଜାଣୁଛନ୍ତି ଯେ ଆମେ ସାରା ଜୀବନ କେତେ ପାପ, କେତେ ପୂଣ୍ୟ କରିଛୁ? ତେଣୁ ପ୍ରତ୍ୟେକ ଦିନ ନିଜର
କର୍ମର ହିସାବକୁ ଦେଖ - ମୁଁ କେତେ ପାପ ଏବଂ କେତେ ପୂଣ୍ୟ କରିଛି? କାହାକୁ ନାରାଜ କରି ନାହିଁ ତ?
ପ୍ରତ୍ୟେକ ମନୁଷ୍ୟ ବୁଝିପାରୁଛନ୍ତି - ମୁଁ ଜୀବନରେ କ’ଣ କ’ଣ କରିଛି? କେତେ ପାପ କରିଛି, କେତେ
ଦାନ-ପୂଣ୍ୟ ଆଦି କରିଛି? ମନୁଷ୍ୟମାନେ ଯେତେବେଳେ ତୀର୍ଥଯାତ୍ରା କରିବାକୁ ଯାଆନ୍ତି ସେତେବେଳେ
ଦାନ-ପୂଣ୍ୟ ଆଦି କରନ୍ତି ଏବଂ ପାପ କର୍ମ ନ କରିବା ପାଇଁ ବହୁତ ଚେଷ୍ଟା କରନ୍ତି । ତେବେ ବାବା
ସନ୍ତାନମାନଙ୍କୁ ପଚାରୁଛନ୍ତି ଯେ - ତୁମେ ତୁମ ଜୀବନରେ କେତେ ପାପ, କେତେ ପୂଣ୍ୟ କରିଛ?
ବର୍ତ୍ତମାନ ତୁମମାନଙ୍କୁ ପୂଣ୍ୟ ଆତ୍ମା ହେବାକୁ ପଡିବ । ତେଣୁ କୌଣସି ପାପ କର୍ମ କରିବା ଉଚିତ୍
ନୁହେଁ । ପାପ ମଧ୍ୟ ଅନେକ ପ୍ରକାରର ରହିଛି । ଯଦି କାହା ପ୍ରତି ଖରାପ ଦୃଷ୍ଟି ଯାଉଛି ତେବେ ଏହା
ମଧ୍ୟ ପାପ ଅଟେ । ଖରାପ ଦୃଷ୍ଟି ହେଉଛି ହିଁ କାମ ବିକାରର ଦୃଷ୍ଟି । ତାହା ହେଉଛି ସବୁଠାରୁ ଖରାପ
। ତେଣୁ ତୁମର କେବେ ବି କାହା ପ୍ରତି ବିକାରୀ ଦୃଷ୍ଟି ରହିବା ଉଚିତ୍ ନୁହେଁ । ପ୍ରାୟତଃ
ସ୍ତ୍ରୀ-ପୁରୁଷଙ୍କ ଭିତରେ ବିକାରୀ ଦୃଷ୍ଟି ହିଁ ରହିଥାଏ । କେଉଁଠି କେଉଁଠି କୁମାର
କୁମାରୀମାନଙ୍କ ଭିତରେ ମଧ୍ୟ ବିକାରୀ ଦୃଷ୍ଟି ଉତ୍ପନ୍ନ ହୋଇଥାଏ । ବର୍ତ୍ତମାନ ବାବା କହୁଛନ୍ତି
ଏହି ବିକାରୀ ଦୃଷ୍ଟି ରହିବା ଉଚିତ୍ ନୁହେଁ । ନଚେତ୍ ତୁମକୁ ମାଙ୍କଡ ବୋଲି ସମ୍ବୋଧନ କରାଯିବ ।
ନାରଦଙ୍କ ଉଦାହରଣ ମଧ୍ୟ ରହିଛି ନା । ସିଏ କହିଲେ ମୁଁ ଲକ୍ଷ୍ମୀଙ୍କୁ ବରଣ କରି ପାରିବି! ତେବେ
ତୁମେମାନେ ମଧ୍ୟ କହୁଛ ନା ଆମେ ମଧ୍ୟ ଲକ୍ଷ୍ମୀଙ୍କୁ ବରଣ କରିବୁ । ନାରୀରୁ ଲକ୍ଷ୍ମୀ, ନରରୁ
ନାରାୟଣ ହେବୁ । ସେଥିପାଇଁ ବାବା କହୁଛନ୍ତି ନିଜର ମନକୁ ପଚାର - ମୁଁ କେତେ ପୂଣ୍ୟ ଆତ୍ମା ହୋଇଛି?
କିଛି ପାପ କରୁନାହିଁ ତ? କେତେ ସମୟ ଯୋଗଯୁକ୍ତ ହୋଇ ରହୁଛି?
ତୁମେ ସନ୍ତାନମାନେ
ବାବାଙ୍କୁ ଚିହ୍ନିଛ ତେଣୁ ତ ଏଠାରେ ବସିଛ ନା । ଦୁନିଆର ମନୁଷ୍ୟ କ’ଣ ବାବାଙ୍କୁ ଜାଣିପାରିବେ ଯେ
ଇଏ ବାପଦାଦା ଅଟନ୍ତି । ତୁମେ ବ୍ରାହ୍ମଣ ସନ୍ତାନମାନେ ତ ଜାଣିଛ ଯେ, ପରମପିତା ପରମାତ୍ମା
ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ଆମ୍ଭମାନଙ୍କୁ ଅବିନାଶୀ ଜ୍ଞାନ ରତ୍ନର ସମ୍ପତ୍ତି ଦେଉଛନ୍ତି ।
ମନୁଷ୍ୟମାନଙ୍କ ପାଖରେ ବିନାଶୀ ଧନ ଥାଏ ଯାହାକୁ ସେମାନେ ଦାନ କରିଥା’ନ୍ତି, ତାହା ତ ପଥର ସଦୃଶ
ଅଟେ । କିନ୍ତୁ ଏହା ହେଲା ଜ୍ଞାନର ରତ୍ନ । ଯେଉଁ ରତ୍ନ କେବଳ ଜ୍ଞାନ ସାଗର ବାବାଙ୍କ ପାଖରେ ହିଁ
ଅଛି ଏବଂ ଏହି ଗୋଟିଏ ଗୋଟିଏ ରତ୍ନ ଲକ୍ଷ ଲକ୍ଷ ଟଙ୍କାର ଅଟେ । ତେଣୁ ରତ୍ନାକର ବାବାଙ୍କଠାରୁ
ଜ୍ଞାନ ରତ୍ନ ଧାରଣ କରି ପୁଣି ଏହି ରତ୍ନର ଦାନ କରିବାକୁ ହେବ । ଯେତେ ଯିଏ ନେବେ ଏବଂ ଅନ୍ୟକୁ
ଦାନ କରିବେ ସିଏ ସେତେ ଉଚ୍ଚ ପଦ ପାଇବେ । ଏବେ ବାବା ବୁଝାଉଛନ୍ତି - ନିଜକୁ ଦେଖ ଆମେ କେତେ ପାପ
କରିଛୁ? ବର୍ତ୍ତମାନ ମୋ ଦ୍ୱାରା କିଛି ପାପ ହେଉ ନାହିଁ ତ? ଟିକିଏ ବି କୁଦୃଷ୍ଟି ନ ହେଉ । ବାବା
ଯେଉଁ ଶ୍ରୀମତ ଦେଉଛନ୍ତି ତାହା ପୂର୍ଣ୍ଣ ରୂପେ ପାଳନ କର, ଏହି ସାବଧାନୀ ରଖିବା ଆବଶ୍ୟକ । ଯେତେ
ବି ମାୟାର ତୋଫାନ ଆସୁ କିନ୍ତୁ କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବିକର୍ମ କର ନାହିଁ । କାହା ପ୍ରତି
ଯଦି କୁଦୃଷ୍ଟି ଯାଉଛି ତେବେ ତାଙ୍କ ଆଗରେ ଠିଆ ମଧ୍ୟ ହେବା ଉଚିତ୍ ନୁହେଁ । ସେଠାରୁ ଏକଦମ୍
ଚାଲିଯିବା ଉଚିତ୍ । ଜଣାପଡିଯାଏ ଯେ - ଏହାଙ୍କର କୁଦୃଷ୍ଟି ରହିଛି । ଯଦି ଉଚ୍ଚ ପଦ ପାଇବାକୁ
ଚାହୁଁଛ ତେବେ ଏହି ସବୁ କଥାରେ ବହୁତ ସାବଧାନ ରହିବାକୁ ପଡିବ । କୁଦୃଷ୍ଟି ରଖିଲେ ପୁଣି ନିଚ୍ଚ
କୂଳରେ ଜନ୍ମ ନେବାକୁ ପଡିବ । ସେଥିପାଇଁ ବାବା ଯେଉଁ ଶ୍ରୀମତ ଦେଉଛନ୍ତି, ତାହା ପାଳନ କର ।
ବାବାଙ୍କୁ ତ ସନ୍ତାନମାନେ ହିଁ ଚିହ୍ନିପାରିବେ ନା । ଧରିନିଅ ବାବା କେଉଁଠାକୁ ଯାଉଛନ୍ତି ତେବେ
କେବଳ ସନ୍ତାନମାନେ ହିଁ ଜାଣିପାରିବେ ଯେ ବାପଦାଦା ଆସିଛନ୍ତି । ଅନ୍ୟ ଲୋକମାନେ ତ ଦେଖୁଛନ୍ତି
କିନ୍ତୁ ଇଏ କିଏ ସେମାନେ କ’ଣ ଜାଣି ପାରୁଛନ୍ତି କି? ଯଦି କେହି ପଚାରିବେ ଇଏ କିଏ? ତେବେ କୁହ ଇଏ
ବାପଦାଦା ଅଟନ୍ତି । ବ୍ୟାଜ୍ ମଧ୍ୟ ସମସ୍ତଙ୍କ ପାଖରେ ରହିବା ଦରକାର । ସମସ୍ତଙ୍କୁ କୁହ, ଶିବବାବା
ଆମକୁ ଏହି ଦାଦାଙ୍କ ଦ୍ୱାରା ଅବିନାଶୀ ଜ୍ଞାନରତ୍ନର ଦାନ ଦେଉଛନ୍ତି । ଏହା ହେଉଛି ସ୍ପିରିଚୁଆଲ୍
ନଲେଜ୍ ଅର୍ଥାତ୍ ଆଧ୍ୟାତ୍ମିକ ଜ୍ଞାନ । ଆତ୍ମିକ ପିତା ଯିଏକି ସମସ୍ତ ଆତ୍ମାମାନଙ୍କର ପିତା, ସିଏ
ଏଠାକୁ ଆସି ଏହି ଜ୍ଞାନ ଦେଉଛନ୍ତି । ଶିବଭଗବାନୁବାଚ, ଗୀତାରେ କୃଷ୍ଣ ଭଗବାନୁବାଚ ବୋଲି
କହିଦେଉଛନ୍ତି ଯାହାକି ସମ୍ପୂର୍ଣ୍ଣ ମିଥ୍ୟା । ଜ୍ଞାନସାଗର ପତିତ-ପାବନ ଶିବଙ୍କୁ ହିଁ କୁହାଯାଉଛି
। ଜ୍ଞାନ ଦ୍ୱାରା ହିଁ ସମସ୍ତଙ୍କର ସଦ୍ଗତି ହେଉଛି । ଏହା ହେଲା ଅବିନାଶୀ ଜ୍ଞାନରତ୍ନ । ସଦ୍ଗତିଦାତା
ଏକମାତ୍ର ବାବା ହିଁ ଅଟନ୍ତି । ଏହିସବୁ କଥାକୁ ସମ୍ପୂର୍ଣ୍ଣ ଭାବେ ମନେ ରଖିବା ଉଚିତ୍ ।
ବର୍ତ୍ତମାନ ସନ୍ତାନମାନେ ବୁଝୁଛନ୍ତି ଯେ ଆମେ ବାବାଙ୍କୁ ଜାଣିଛୁ ଏବଂ ବାବା ମଧ୍ୟ ବୁଝୁଛନ୍ତି ଯେ
ମୁଁ ସନ୍ତାନମାନଙ୍କୁ ଜାଣିଛି । ବାବା ତ କହିବେ ନା - ଏମାନେ ସମସ୍ତେ ମୋର ସନ୍ତାନ, କିନ୍ତୁ ଏକଥା
ଜାଣିପାରିବେ ନାହିଁ । ଯଦି ଭାଗ୍ୟରେ ଥିବ ତେବେ ଆଗକୁ ଯାଇ ଜାଣିପାରିବେ । ଯଦି ବ୍ରହ୍ମାବାବା
କେଉଁଠାକୁ ଯାଉଛନ୍ତି, ତେବେ କେହି କେହି ପଚାରୁଛନ୍ତି ଯେ ଇଏ କିଏ? ସେମାନେ ନିଶ୍ଚିତ ଶୁଦ୍ଧ ରଖି
ହିଁ ପଚାରିବେ । ତାଙ୍କୁ ସ୍ପଷ୍ଟ ରୂପେ କୁହ ଯେ ବାପଦାଦା ଅଟନ୍ତି । ବେହଦର ବାବା ନିରାକାର
ଅଟନ୍ତି । ସେ ଯେ ପର୍ଯ୍ୟନ୍ତ ସାକାରରେ ଆସି ନାହାଁନ୍ତି ସେ ପର୍ଯ୍ୟନ୍ତ ବାବାଙ୍କଠାରୁ ସମ୍ପତ୍ତି
କିପରି ମିଳିପାରିବ? ତେଣୁ ଶିବବାବା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଆତ୍ମାମାନଙ୍କୁ ପୋଷ୍ୟ
ସନ୍ତାନ କରି ବର୍ସା ଦେଉଛନ୍ତି । ଇଏ ପ୍ରଜାପିତା ବ୍ରହ୍ମା ଏବଂ ଆମେ ବ୍ରହ୍ମାକୁମାର-କୁମାରୀ ଅଟୁ
। ଶିକ୍ଷାଦାତା ଶିକ୍ଷକ ସ୍ୱୟଂ ଜ୍ଞାନର ସାଗର ଅଟନ୍ତି । ତାଙ୍କଠାରୁ ଆମକୁ ବର୍ସା ମିଳୁଛି । ଏହି
ବ୍ରହ୍ମା ମଧ୍ୟ ପଢୁଛନ୍ତି । ଇଏ ବ୍ରାହ୍ମଣରୁ ପୁଣି ଦେବତା ହେବାକୁ ଯାଉଛନ୍ତି । ଏକଥା ବୁଝାଇବା
କେତେ ସହଜ । ତୁମେ କାହାକୁ ମଧ୍ୟ ବ୍ୟାଜ୍ ଉପରେ ବୁଝାଇବା ଭଲ । କୁହ, ବାବା କହୁଛନ୍ତି ମୋତେ ମନେ
ପକାଇଲେ ତୁମର ବିକର୍ମ ବିନାଶ ହୋଇଯିବ । ତୁମେ ପବିତ୍ର ହୋଇ ପବିତ୍ର ଦୁନିଆକୁ ଚାଲିଯିବ । ଇଏ
ହେଉଛନ୍ତି ପତିତ-ପାବନ ବାବା ନା । ଏବେ ଆମେ ପାବନ ହେବା ପାଇଁ ପୁରୁଷାର୍ଥ କରୁଛୁ । ଯେତେବେଳେ
ବିନାଶର ସମୟ ହୋଇଯିବ ସେତେବେଳେ ଆମର ପାଠପଢା ପୁରା ହୋଇଯିବ । ଏହି ସବୁ କଥା ବୁଝାଇବା କେତେ ସହଜ
। କେହି କେଉଁଠାକୁ ବି ଯିବା-ଆସିବା କରନ୍ତୁ କିନ୍ତୁ ବ୍ୟାଜ୍ ସାଥିରେ ରହିବା ଦରକାର । ଏଇ ବ୍ୟାଜ୍
ସାଥିରେ ପୁଣି ଛୋଟ ପରିଚୟ ପତ୍ର ମଧ୍ୟ ରହିବା ଦରକାର । ସେଥିରେ ଲେଖାଥିବା ଦରକାର ଯେ, ଭାରତରେ
ବାବା ଆସି ପୁଣି ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି ଏବଂ ଅନ୍ୟ ସବୁ ଧର୍ମ ଏହି
ମହାଭାରତ ଲଢେଇ ଦ୍ୱାରା କଳ୍ପ ପୂର୍ବ ଭଳି ଡ୍ରାମା ପ୍ଲାନ୍ ଅନୁସାରେ ସମାପ୍ତ ହୋଇଯିବେ । ଏହିଭଳି
ପର୍ଚ୍ଚା ୨-୪ ଲକ୍ଷ ଛପାଯାଉ, ଯାହା ଦ୍ୱାରା କାହାକୁ ବି ତୁମେ ପର୍ଚ୍ଚା ଦେଇପାରିବ । ଉପରେ
ତ୍ରିମୂର୍ତ୍ତି ଚିତ୍ର ଥିବ, ଅନ୍ୟ ପାର୍ଶ୍ୱରେ ସେଣ୍ଟରମାନଙ୍କର ଠିକଣା ଥିବ । ସନ୍ତାନମାନଙ୍କୁ
ସାରା ଦିନ ସେବାର ଚିନ୍ତନ ଚାଲିବା ଦରକାର ।
ସନ୍ତାନମାନେ ଗୀତ ଶୁଣିଲେ
- ସବୁ ଦିନ ନିଜର ପୋତାମେଲ୍ ଅର୍ଥାତ୍ ହିସାବ ବାହାର କରିବା ଦରକାର ଯେ, ଆଜି ସାରା ଦିନରେ ମୋର
ଅବସ୍ଥା କିପରି ରହିଲା? ବାବା ଏପରି ବହୁତ ମନୁଷ୍ୟ ଦେଖିଛନ୍ତି ଯିଏ ସବୁଦିନ ରାତିରେ ସାରାଦିନର
ପୋତାମେଲ୍ ବସି ଲେଖିଥା’ନ୍ତି । ଚେକ୍ କରନ୍ତି - କିଛି ଖରାପ କାମ କରିନାହିଁ? ସବୁ କଥା
ଲେଖିଥା’ନ୍ତି । ଯଦି ଜୀବନ କାହାଣୀ ଭଲ ଲେଖା ହୋଇଥିବ ତେବେ ପରବର୍ତ୍ତୀ ପିଢି ମଧ୍ୟ ଏହାକୁ ପଢି
ଶିଖିବେ । ଏମିତି ଲେଖିଲାବାଲା ଭଲ ମଣିଷ ହିଁ ହୋଇଥା’ନ୍ତି । ଏମିତି ତ ଏଠାରେ ସମସ୍ତେ ବିକାରୀ ।
ଏଠାରେ ତ ସେ କଥା ନାହିଁ । ତୁମେମାନେ ନିଜର କର୍ମର ହିସାବ ସବୁଦିନ ଦେଖ । ପୁଣି ବାବାଙ୍କ ପାଖକୁ
ପଠାଇ ଦେବା ଦରକାର ତେବେ ଭଲ ଉନ୍ନତି ହେବ ଏବଂ ଡର ମଧ୍ୟ ରହିବ । ସବୁ ସ୍ପଷ୍ଟ ଲେଖିବା ଦରକାର -
ଆଜି ଆମର ଖରାପ ଦୃଷ୍ଟି ଗଲା, ଏହା ହେଲା... । ଯିଏ ପରସ୍ପରକୁ ଦୁଃଖ ଦେଇଥା’ନ୍ତି ବାବା ତାଙ୍କୁ
ଗାଜୀ ଅର୍ଥାତ୍ ଅତ୍ୟାଚାରୀ କହିଥା’ନ୍ତି । ଜନ୍ମ-ଜନ୍ମାନ୍ତରର ପାପ ତୁମର ମୁଣ୍ଡ ଉପରେ ଅଛି ।
ବର୍ତ୍ତମାନ ତୁମକୁ ଯୋଗବଳ ଦ୍ୱାରା ପାପର ବୋଝକୁ ଓହ୍ଲାଇବାକୁ ହେବ । ସେଥିପାଇଁ ସବୁଦିନ ଦେଖିବା
ଦରକାର ଯେ, ମୁଁ ସାରା ଦିନ ଭିତରେ କେତେ ଅତ୍ୟାଚାରୀ ହୋଇଛି? କାହାକୁ ଦୁଃଖ ଦେବା ଅର୍ଥ ଗାଜୀ
ହେବା । ଦୁଃଖ ଦେବା ଦ୍ୱାରା ପାପ ହୋଇଯାଇଥାଏ । ବାବା କହୁଛନ୍ତି ଗାଜୀ ହୋଇ କାହାକୁ ଦୁଃଖ ଦିଅ
ନାହିଁ । ନିଜର ପୁରା ଯାଞ୍ଚ କର - ମୁଁ କେତେ ପାପ, କେତେ ପୁଣ୍ୟ କରିଛି? ତୁମେ ଯାହାଙ୍କ ସହିତ
ବି ମିଶୁଛ ସମସ୍ତଙ୍କୁ ଏହି ରାସ୍ତା ବତାଇବାକୁ ହିଁ ହେବ । ସମସ୍ତଙ୍କୁ ବହୁତ ସ୍ନେହରେ କୁହ
ବାବାଙ୍କୁ ସ୍ମରଣ କର ଏବଂ ପବିତ୍ର ହୋଇଯାଅ । ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସମାନ ପବିତ୍ର
ହୁଅ । ଯଦିଓ ତୁମେମାନେ ସଂଗମଯୁଗରେ ଅଛ କିନ୍ତୁ ଏହା ମଧ୍ୟ ରାବଣ ରାଜ୍ୟ ଅଟେ ନା । ଏହି ମାୟାବୀ
ବିଷୟ ବୈତରଣୀ ନଦୀରେ ରହି କମଳଫୁଲ ସମାନ ପବିତ୍ର ହେବାକୁ ପଡିବ । କମଳପୁଷ୍ପ ବହୁତ ପିଲାଛୁଆବାଲା
ହୋଇଥାଏ । ତଥାପି ମଧ୍ୟ ଫୁଲ ପାଣି ଉପରେ ରହିଥାଏ । ଗୃହସ୍ଥୀ ଅଟେ, ବହୁତ ଜିନିଷ ସୃଷ୍ଟି ହୋଇଥାଏ
। ପଦ୍ମ ଫୁଲ ତାର ନାଡ, ପତ୍ର, କଢି ଇତ୍ୟାଦି ସହିତ ଥାଇ ମଧ୍ୟ ସମସ୍ତଙ୍କଠାରୁ ଉପରେ ରହେ ଏବଂ
ତାର ପ୍ରକୃତ ସମ୍ବନ୍ଧ କେବଳ ସୂର୍ଯ୍ୟଙ୍କ ସହିତ ଥାଏ ତେଣୁ ଏହାର ଦୃଷ୍ଟାନ୍ତ ପିଲାମାନଙ୍କ ପାଇଁ
ପ୍ରଯୁଜ୍ୟ । ଏହି ଦୃଷ୍ଟାନ୍ତ କେବଳ ତୁମ ପାଇଁ, ତୁମେ ବିକାରଠାରୁ ଦୂରେଇ ରୁହ । ଯଦି ଏହି ଗୋଟିଏ
ଜନ୍ମ ତୁମେ ପବିତ୍ର ରହିବ ତେବେ ତାହା ଅବିନାଶୀ ହୋଇଯିବ । ତୁମକୁ ବାବା ଅବିନାଶୀ ଜ୍ଞାନରତ୍ନ
ଦେଉଛନ୍ତି । ବାକି ତ ସବୁ ପଥର । ସେମାନେ ତ କେବଳ ଭକ୍ତିର ହିଁ କଥା ଶୁଣାଇଥା’ନ୍ତି । ଜ୍ଞାନର
ସାଗର ପତିତ-ପାବନ କେବଳ ଜଣେ ହିଁ ଅଟନ୍ତି ତେବେ ଏହିଭଳି ବାବାଙ୍କ ସହିତ ତୁମମାନଙ୍କର କେତେ
ସ୍ନେହ ରହିବା ଦରକାର । ବାବାଙ୍କର ସନ୍ତାନମାନଙ୍କ ସହିତ, ସନ୍ତାନମାନଙ୍କର ବାବାଙ୍କ ସହିତ ଲଭ୍
ରହିଥାଏ । ବାକି ଆଉ କାହା ସହିତ ସମ୍ବନ୍ଧ ନାହିଁ । ସାବତ ପୁଅ, ସେହିମାନେ ଯିଏକି ବାବାଙ୍କ ମତ
ଅନୁସାରେ ପୁରା ଚାଲୁ ନାହାଁନ୍ତି । ରାବଣର ମତ ଅନୁସାରେ ଚାଲୁଛନ୍ତି, ତେଣୁ ରାମଙ୍କର ମତ ତ
କୁହାଯିବ ନାହିଁ । ଅଧାକଳ୍ପ ହେଲେ ରାବଣ ସଂପ୍ରଦାୟ, ସେଥିପାଇଁ ଏହାକୁ ଭ୍ରଷ୍ଟାଚାରୀ ଦୁନିଆ
କୁହାଯାଏ । ବର୍ତ୍ତମାନ ତୁମକୁ ଅନ୍ୟ ସବୁ ମତକୁ ଛାଡି ଏକମାତ୍ର ବାବାଙ୍କର ମତରେ ଚାଲିବାକୁ ହେବ
। ବର୍ତ୍ତମାନ ବ୍ର.କୁ.ମାନଙ୍କର ମତ ମିଳୁଛି ତାହା ମଧ୍ୟ ଯାଞ୍ଚ କରିବା ଦରକାର ଯେ ଏହି ମତ ଠିକ୍
ନା ଭୁଲ୍? ତୁମମାନଙ୍କୁ ଠିକ୍ ଏବଂ ଭୁଲକୁ ବୁଝିବାର ଜ୍ଞାନ ମଧ୍ୟ ବର୍ତ୍ତମାନ ମିଳିଛି ।
ଯେତେବେଳେ ସତ୍ୟ ପିତା ଆସିବେ ସେତେବେଳେ ହିଁ ଠିକ୍ ଏବଂ ଭୁଲ୍ର ଜ୍ଞାନ ଦେବେ । ବାବା କହୁଛନ୍ତି
- ତୁମେମାନେ ଅଧାକଳ୍ପ ଏହି ଭକ୍ତିମାର୍ଗର ଶାସ୍ତ୍ର ଶୁଣିଛ, ବର୍ତ୍ତମାନ ମୁଁ ତୁମକୁ ଯାହା
ଶୁଣାଉଛି - ଏହା ଠିକ୍ ନା ତାହା ଠିକ୍? ସେମାନେ କହୁଛନ୍ତି ଈଶ୍ୱର ସର୍ବବ୍ୟାପୀ, ମୁଁ କହୁଛି
ମୁଁ ତ ତୁମର ପିତା, ମୁଁ ସର୍ବବ୍ୟାପୀ ନୁହେଁ । ବର୍ତ୍ତମାନ ବିଚାର କର କେଉଁଟି ଠିକ୍? ଏ କଥା
ମଧ୍ୟ ତୁମମାନଙ୍କୁ ବୁଝାଯାଉଛି ନା, ଯେତେବେଳେ ବ୍ରାହ୍ମଣ ହେବ ସେତେବେଳେ ହିଁ ବୁଝିପାରିବ ।
ରାବଣ ସମ୍ପ୍ରଦାୟ ତ ବହୁତ ଅଛନ୍ତି, ତୁମେ ତ ବହୁତ କମ୍ ଅଛ । ତା’ ଭିତରେ ମଧ୍ୟ କ୍ରମାନ୍ୱୟରେ
ଅଛ । ଯଦି କୌଣସି କୁଦୃଷ୍ଟି ଅଛି ତେବେ ମଧ୍ୟ ତାଙ୍କୁ ରାବଣ ସମ୍ପ୍ରଦାୟର କୁହାଯିବ । ରାମ
ସମ୍ପ୍ରଦାୟର ସେତେବେଳେ ବୁଝିବାକୁ ହେବ ଯେତେବେଳେ ବିକାରୀ ଦୃଷ୍ଟି ସମ୍ପୂର୍ଣ୍ଣ ରୂପେ
ପରିବର୍ତ୍ତିତ ହୋଇ ଦୈବୀ ଦୃଷ୍ଟି ହୋଇଯିବ । ନିଜର ସ୍ଥିତି ଆଧାରରେ ପ୍ରତ୍ୟେକେ ନିଜକୁ ବୁଝି ତ
ପାରୁଥିବେ ନା । ପ୍ରଥମେ ତ ଜ୍ଞାନ ନ ଥିଲା, ବର୍ତ୍ତମାନ ବାବା ଆସି ରାସ୍ତା ବତାଇଲେ । ତେବେ
ଦେଖିବା ଦରକାର ଯେ, ମୁଁ ଅବିନାଶୀ ଜ୍ଞାନରତ୍ନର ଦାନ କରୁଛି? ଭକ୍ତମାନେ ବିନାଶୀ ଧନ ଦାନ
କରୁଛନ୍ତି । ବର୍ତ୍ତମାନ ତୁମକୁ ଅବିନାଶୀ ଧନର ଦାନ କରିବାକୁ ହେବ, ବିନାଶୀ ନୁହେଁ । ଯଦି ବିନାଶୀ
ଧନ ଅଛି ତେବେ ଅଲୌକିକ ସେବାରେ ଲଗାଇ ଚାଲ । ପତିତମାନଙ୍କୁ ବିନାଶୀ ଧନ ଦାନ କରିଲେ ନିଜେ ପତିତ
ହୋଇଯାଆନ୍ତି । ବର୍ତ୍ତମାନ ତୁମେମାନେ ଜ୍ଞାନର ଧନ ଦାନ କରୁଛ ଏହାର ପ୍ରତିଦାନ ତୁମକୁ ୨୧ ଜନ୍ମ
ପାଇଁ ନୂଆ ଦୁନିଆରେ ମିଳିବ । ଏହିସବୁ କଥାକୁ ବୁଝିବାକୁ ହେବ । ବାବା ସର୍ଭିସ୍ର ଉପାୟ ସବୁ
ବତାଉଛନ୍ତି । ସମସ୍ତଙ୍କ ଉପରେ ଦୟା କର । ଗାୟନ ମଧ୍ୟ ଅଛି ପରମପିତା ପରମାତ୍ମା ବ୍ରହ୍ମାଙ୍କ
ଦ୍ୱାରା ସ୍ଥାପନା କରିଥା’ନ୍ତି । କିନ୍ତୁ ଏହାର ଅର୍ଥକୁ କେହି ବୁଝି ନାହାଁନ୍ତି । ପରମାତ୍ମାଙ୍କୁ
ସର୍ବବ୍ୟାପୀ କହିଦେଇଛନ୍ତି । ତେବେ ସନ୍ତାନମାନଙ୍କୁ ସେବାର ବହୁତ ଭଲ ସଉକ ରଖିବା ଉଚିତ୍ । ଯଦି
ଅନ୍ୟର କଲ୍ୟାଣ କରିବ ତେବେ ନିଜର ମଧ୍ୟ କଲ୍ୟାଣ ହେବ । ଦିନକୁ ଦିନ ବାବା ସେବାର ବିଧିକୁ ବହୁତ
ସହଜ କରିଚାଲିଛନ୍ତି । ଏହି ତ୍ରିମୂର୍ତ୍ତୀର ଚିତ୍ର ତ ବହୁତ ଭଲ ଚିତ୍ର । ଏଥିରେ ଶିବବାବା ମଧ୍ୟ
ଅଛନ୍ତି, ପୁଣି ପ୍ରଜାପିତା ବ୍ରହ୍ମା ମଧ୍ୟ ଅଛନ୍ତି । ପ୍ରଜାପିତା ବ୍ରହ୍ମାକୁମାର-କୁମାରୀମାନଙ୍କ
ଦ୍ୱାରା ପୁଣି ଭାରତରେ ଶହେ ପ୍ରତିଶତ ପବିତ୍ରତା-ସୁଖ-ଶାନ୍ତିର ଦୈବୀରାଜ୍ୟ ସ୍ଥାପନ କରୁଛନ୍ତି ।
ବାକି ଅନେକ ଧର୍ମ ଏହି ମହାଭାରତ ଲଢେଇରେ କଳ୍ପ ପୂର୍ବ ପରି ବିନାଶ ହୋଇଯିବ । ଏହିଭଳି ପରିଚୟ
ପତ୍ର ଛପାଇ ବାଣ୍ଟିବା ଦରକାର । ବାବା କେତେ ସହଜ ରାସ୍ତା ବତାଉଛନ୍ତି । ପ୍ରଦର୍ଶନୀରେ ମଧ୍ୟ
ପରିଚୟ ପତ୍ର ବାଣ୍ଟ । ପରିଚୟ ପତ୍ର ଦ୍ୱାରା ବୁଝାଇବା ବହୁତ ସହଜ । ପୁରୁଣା ଦୁନିଆର ବିନାଶ ତ
ନିଶ୍ଚିତ ହେବ । ବର୍ତ୍ତମାନ ନୂଆ ଦୁନିଆର ସ୍ଥାପନା ହେଉଛି । ଏକମାତ୍ର ଆଦି ସନାତନ ଦେବୀ-ଦେବତା
ଧର୍ମର ସ୍ଥାପନା ହେଉଛି । ବାକି କଳ୍ପ ପୂର୍ବ ଭଳି ଏ ସବୁ କିଛି ବିନାଶ ହୋଇଯିବ । କେଉଁଠାକୁ
ମଧ୍ୟ ଯାଅ, ପକେଟ୍ରେ ପରିଚୟ ପତ୍ର ଏବଂ ବ୍ୟାଜ୍ ସର୍ବଦା ରହିଥାଉ । ଗାୟନ କରାଯାଉଛି - ଗୋଟିଏ
ସେକେଣ୍ଡରେ ଜୀବନମୁକ୍ତି । ତୁମେ ସମସ୍ତଙ୍କୁ କୁହ, ଇଏ ବାବା, ଇଏ ଦାଦା ଅଟନ୍ତି । ବାବାଙ୍କୁ
ସ୍ମରଣ କରିଲେ ଏହି ସତ୍ୟଯୁଗୀ ଦେବତା ପଦ ପାଇବ । ଏବେ ଏହି ପୁରୁଣା ଦୁନିଆର ବିନାଶ ଏବଂ ନୂଆ
ଦୁନିଆର ସ୍ଥାପନା ହେଉଛି । ବିଷ୍ଣୁପୁରୀ ନୂଆ ଦୁନିଆରେ ପୁଣି ଏମାନଙ୍କର ରାଜ୍ୟ ହେବ । କେତେ ସହଜ
କଥା । ତୀର୍ଥ ଆଦିକୁ ମନୁଷ୍ୟ ଯାଉଛନ୍ତି, କେତେ ଧକ୍କା ଖାଉଛନ୍ତି । ଆର୍ଯ୍ୟ ସମାଜୀମାନେ ମଧ୍ୟ
ଟ୍ରେନ୍ ଭର୍ତ୍ତି ହୋଇ ତୀର୍ଥକୁ ଯାଇଥା’ନ୍ତି । ଏହାକୁ କୁହାଯାଉଛି ଧର୍ମର ଧକ୍କା, ବାସ୍ତବରେ ଏହା
ଅଧର୍ମର ଧକ୍କା ଅଟେ । ଧର୍ମରେ ତ ଧକ୍କା ଖାଇବାର ଦରକାର ନାହିଁ । ତୁମେମାନେ ଏବେ ରାଜଯୋଗର ପାଠ
ପଢୁଛ । କିନ୍ତୁ ଭକ୍ତିମାର୍ଗରେ ମନୁଷ୍ୟ କ’ଣ-କ’ଣ କରୁଛନ୍ତି ।
ସନ୍ତାନମାନେ ଗୀତରେ
ମଧ୍ୟ ଶୁଣିଲେ ମୁଖଡା ଦେଖଲେ... ଏହି ଜ୍ଞାନ ରୂପୀ ଦର୍ପଣରେ ନିଜର ମୁଖ ଅର୍ଥାତ୍ ନିଜର କର୍ମକୁ
ଦେଖ ତୁମ ବ୍ୟତୀତ ଏହା ଅନ୍ୟ କେହି ଦେଖିପାରିବେ ନାହିଁ । ଭଗବାନଙ୍କୁ ମଧ୍ୟ ତୁମେ ଦେଖାଇ ପାରିବ
। ଏହା ହେଉଛି ଜ୍ଞାନର କଥା । ତୁମେ ମନୁଷ୍ୟରୁ ଦେବତା, ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହେଉଛ ।
ଦୁନିଆ ଏହିସବୁ କଥାକୁ ବିଲ୍କୁଲ୍ ଜାଣି ନାହିଁ । ଏହି ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ କିପରି
ହେଲେ - ଏକଥା କାହାକୁ ଜଣା ନାହିଁ । ତୁମେମାନେ ତ ସବୁ ଜାଣିଛ । କାହା ବୁଦ୍ଧିରେ ତୀର ଲାଗିଗଲେ
ଅର୍ଥାତ୍ ଜ୍ଞାନକୁ ବୁଝିଗଲେ ତାର ବେଡା ପାରି ହୋଇଯିବ ଅର୍ଥାତ୍ ଜୀବନ ପରିବର୍ତ୍ତନ ହୋଇଯିବ ।
ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯଦି ତୁମ
ନିକଟରେ ବିନାଶୀ ଧନ ଅଛି ତେବେ ତାକୁ ସଫଳ କରିବା ପାଇଁ ଅଲୌକିକ ସେବାରେ ଲଗାଇବାକୁ ହେବ ।
ଅବିନାଶୀ ଧନର ଦାନ ମଧ୍ୟ ନିଶ୍ଚିତ କରିବାକୁ ପଡିବ ।
(୨) ନିଜର ଚାର୍ଟରେ
ଦେଖିବାକୁ ହେବ ଯେ ମୋର ଅବସ୍ଥା କିପରି ଅଛି? ସାରା ଦିନ ଭିତରେ କୌଣସି ଖରାପ କାମ ହେଉ ନାହିଁ ତ?
ପରସ୍ପରକୁ ଦୁଃଖ ଦେଉ ନାହୁଁ ତ? କାହା ପ୍ରତି କୁଦୃଷ୍ଟି ଯାଉ ନାହିଁ ତ?
ବରଦାନ:-
ଡବଲ ଲାଇଟ୍ ହୋଇ
ସର୍ବ ସମସ୍ୟାକୁ ହାଇଜମ୍ପ ଦେଇ ଅର୍ଥାତ୍ କୁଦା ଲଗାଇ ଅତିକ୍ରମ କରୁଥିବା ତୀବ୍ର ପୁରୁଷାର୍ଥୀ ଭବ
।
ସର୍ବଦା ନିଜକୁ ଅମୂଲ୍ୟ
ରତ୍ନ ମନେ କରି ବାପଦାଦାଙ୍କର ହୃଦୟ ରୂପୀ ଡବା ଭିତରେ ରୁହ ଅର୍ଥାତ୍ ସର୍ବଦା ବାବାଙ୍କ ସ୍ମୃତିରେ
ବୁଡି ରୁହ, ତେବେ କୌଣସି କଥାରେ ମୁଶକିଲ୍ର ଅନୁଭବ କରିବ ନାହିଁ, ସବୁ ବୋଝ ସମାପ୍ତ ହୋଇଯିବ ।
ଏହିଭଳି ସହଜଯୋଗ ଦ୍ୱାରା ଡବଲ ଲାଇଟ୍ ହୋଇ, ପୁରୁଷାର୍ଥରେ ହାଇଜମ୍ପ ଦେଇ ତୀବ୍ର ପୁରୁଷାର୍ଥୀ
ହୋଇଯିବ । ଯେତେବେଳେ ବି କୌଣସି ମୁଶକିଲ୍ର ଅନୁଭବ କରୁଛ ସେତେବେଳେ ବାବାଙ୍କ ସମ୍ମୁଖରେ ବସିଯାଅ
ଏବଂ ବାପଦାଦାଙ୍କର ବରଦାନର ହାତ ନିଜ ମୁଣ୍ଡ ଉପରେ ଅନୁଭବ କର, ଏହାଦ୍ୱାରା ଗୋଟିଏ ସେକେଣ୍ଡ ଭିତରେ
ସର୍ବ ସମସ୍ୟାର ସମାଧାନ ମିଳିଯିବ ।
ସ୍ଲୋଗାନ:-
ସହଯୋଗର ଶକ୍ତି
ଅସମ୍ଭବକୁ ସମ୍ଭବ କରିଦିଏ, ଏହା ହିଁ ହେଉଛି ସୁରକ୍ଷିତ ରହିବାର କିଲା ଅର୍ଥାତ୍ ଦୁର୍ଗ ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର
(୩୧) ସମୟ ଅନୁସାରେ
ଚାରିଆଡେ ସକାଶ ଦେବାର, ଭାଇବ୍ରେଶନ୍ ଦେବାର ଶୁଦ୍ଧ ସଂକଳ୍ପର ବୃତ୍ତି ଦ୍ୱାରା ଶ୍ରେଷ୍ଠ ବାତାବରଣ
ସୃଷ୍ଟି କରିବାର କାର୍ଯ୍ୟ କରିବାକୁ ହେବ । ବର୍ତ୍ତମାନ ଏହି ସେବା ଆବଶ୍ୟକ । ଯେପରି ସ୍ମାରକୀ
ରୂପରେ ଦେଖିଲ - ଯଦି ସେଭଳି କୌଣସି ଜରୁରୀ ସମୟ ଆସିଯାଉଥିଲା ତେବେ ରାତି-ଦିନ ସକାଶ ଦେବାର,
ନିର୍ବଳ ଆତ୍ମାଙ୍କ ଭିତରେ ବଳ ଭରିବାର ଧ୍ୟାନ ରହୁଥିଲା । ସମୟ ବାହାର କରି ଆତ୍ମାମାନଙ୍କୁ ସକାଶ
ଦେବାର ସେବା ଚାଲୁଥିଲା । ଏହିଭଳି ନିଜର ପିତାଙ୍କୁ ଅନୁକରଣ କର ।