31.03.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେ ଏବେ ପୁରୁଣା ଦୁନିଆର ଫାଟକରୁ ବାହାରି ଶାନ୍ତିଧାମ ଏବଂ ସୁଖଧାମକୁ ଯାଉଛ, ବାବା ହିଁ ତୁମମାନଙ୍କୁ ମୁକ୍ତି-ଜୀବନମୁକ୍ତିର ରାସ୍ତା ଦେଖାଉଛନ୍ତି ।”

ପ୍ରଶ୍ନ:-
ବର୍ତ୍ତମାନ ସମୟରେ ସବୁଠାରୁ ଭଲ କର୍ମ କ’ଣ?

ଉତ୍ତର:-
ସବୁଠାରୁ ଭଲ କର୍ମ ହେଲା ମନ, ବଚନ, କର୍ମରେ ଅନ୍ଧମାନଙ୍କର ସାହାରା ହେବା । ତୁମ ସନ୍ତାନମାନଙ୍କର ସର୍ବଦା ବିଚାର ସାଗର ମନ୍ଥନ କରିବା ଦରକାର ଯେ ଏପରି କେଉଁ ଶବ୍ଦ ଲେଖିବାକୁ ହେବ ଯାହା ଦ୍ୱାରା ମନୁଷ୍ୟମାନଙ୍କୁ ଘରର ଅର୍ଥାତ୍ ମୁକ୍ତିଧାମର ଏବଂ ଜୀବନମୁକ୍ତିଧାମ ଅର୍ଥାତ୍ ସ୍ୱର୍ଗ ଦୁନିଆର ରାସ୍ତା ମିଳିଯିବ ଏବଂ ସେମାନେ ସହଜରେ ବୁଝିପାରିବେ ଯେ ଏଠାରେ ଶାନ୍ତି ଏବଂ ସୁଖର ଦୁନିଆକୁ ଯିବାର ରାସ୍ତା ଦେଖାଇ ଦିଆଯାଉଛି ।

ଓମ୍ ଶାନ୍ତି ।
ଜାଦୁକରର ବତୀ ବିଷୟରେ ଶୁଣିଛ? ଅଲାଉଦ୍ଦୀନ୍‌ର ବତୀର ମଧ୍ୟ ଗାୟନ କରାଯାଏ । ଅଲାଉଦ୍ଦୀନ୍‌ର ବତୀ ବା ଜାଦୁକରର ବତୀ କ’ଣ-କ’ଣ ଦେଖାଇଥାଏ! ବୈକୁଣ୍ଠ, ସ୍ୱର୍ଗ, ସୁଖଧାମ । ବତୀକୁ ପ୍ରକାଶ କୁହାଯାଏ । ବର୍ତ୍ତମାନ ତ ଅନ୍ଧକାର ଅଛି ନା । ଏବେ ପିଲାମାନେ ଯେଉଁ ପ୍ରକାଶ ଦେଖାଇବା ପାଇଁ ପ୍ରଦର୍ଶନୀ ମେଳା ଇତ୍ୟାଦି କରୁଛନ୍ତି, ଏତେ ଖର୍ଚ୍ଚ କରୁଛନ୍ତି, ପରିଶ୍ରମ କରୁଛନ୍ତି । ପଚାରନ୍ତି, ବାବା ଏହାର ନାମ କ’ଣ ରଖିବା? ଏଠାରେ ବମ୍ବେକୁ ଭାରତର ଦ୍ୱାର (ଗେଟ୍ ୱେ ଅଫ୍ ଇଣ୍ଡିଆ) କୁହାଯାଏ । ଷ୍ଟିମର ପ୍ରଥମେ ବମ୍ବେକୁ ହିଁ ଆସିଥାଏ । ଦିଲ୍ଲୀରେ ମଧ୍ୟ ଇଣ୍ଡିଆ ଗେଟ୍ ଅଛି । ଏବେ ଆମର ଏହା ହେଉଛି ମୁକ୍ତି ଜୀବନମୁକ୍ତିର ଗେଟ୍ ଅର୍ଥାତ୍ ଦ୍ୱାର । ଦୁଇଟି ଗେଟ୍ ରହିଛି ନା । ସର୍ବଦା ଦୁଇଟି ଗେଟ୍ ଥାଏ, ପ୍ରବେଶ ଓ ପ୍ରସ୍ଥାନ । ଗୋଟିଏ ଗେଟ୍‌ରେ ଆସିବା, ଅନ୍ୟଟିରେ ଯିବା । ଏହା ମଧ୍ୟ ଏହିପରି - ଆମେ ନୂଆ ଦୁନିଆକୁ ଆସୁଛୁ ପୁଣି ପୁରୁଣା ଦୁନିଆରୁ ବାହାରି ନିଜ ଘରକୁ ଚାଲି ଯାଉଛୁ । କିନ୍ତୁ ନିଜେ ନିଜେ ଫେରି ପାରିବା ନାହିଁ କାହିଁକିନା ଘରକୁ ଭୁଲି ଯାଇଛୁ, ତେଣୁ ଗାଇଡ୍ ଦରକାର । ଗାଇଡ୍ ରୂପରେ ବାବା ମଧ୍ୟ ଆମକୁ ମିଳିଛନ୍ତି, ଯିଏ ରାସ୍ତା ବତାଉଛନ୍ତି । ସନ୍ତାନମାନେ ଜାଣିଛନ୍ତି, ବାବା ଆମକୁ ମୁକ୍ତି-ଜୀବନମୁକ୍ତି, ଶାନ୍ତି ଏବଂ ସୁଖର ରାସ୍ତା ବତାଉଛନ୍ତି । ଏହା ହେଉଛି ଶାନ୍ତିଧାମ ଓ ସୁଖଧାମକୁ ଯିବାର ରାସ୍ତା ଏହା ଲେଖିବାକୁ ହେବ । ବିଚାର ସାଗର ମନ୍ଥନ କରିବାକୁ ପଡିଥାଏ ନା । ବହୁତ ବିଚାର ଚାଲେ - ମୁକ୍ତି-ଜୀବନମୁକ୍ତି କାହାକୁ କୁହାଯାଏ, ତାହା ମଧ୍ୟ କାହାକୁ ଜଣାନାହିଁ । ଶାନ୍ତି ଏବଂ ସୁଖ ତ ସମସ୍ତେ ଚାହୁଁଛନ୍ତି । ଶାନ୍ତି ବି ରହୁ ଏବଂ ଧନ ଦୌଲତ ମଧ୍ୟ ଥାଉ । ତାହା ତ ସତ୍ୟଯୁଗରେ ହିଁ ଥାଏ । ତେବେ ନାଁ ଲେଖି ଦିଅ - ଶାନ୍ତିଧାମ ଓ ସୁଖଧାମକୁ ରାସ୍ତା ଅଥବା ପବିତ୍ରତା, ଶାନ୍ତି ଓ ସମୃଦ୍ଧିର ରାସ୍ତା । ଏହା ହେଉଛି ଠିକ୍ ଶବ୍ଦ । ଏଇଠି ତ ତିନୋଟିଯାକ ନାହିଁ । ତେଣୁ ଏହି ବିଷୟରେ ପୁଣି ବୁଝାଇବାକୁ ହେବ । ଏହା ସବୁ ନୂଆ ଦୁନିଆରେ ଥିଲା । ନୂଆ ଦୁନିଆର ସ୍ଥାପନକର୍ତ୍ତା ହେଉଛନ୍ତି ପତିତ-ପାବନ, ଗଡ୍ ଫାଦର । ତେବେ ନିଶ୍ଚୟ ଆମକୁ ଏହି ପୁରୁଣା ଦୁନିଆକୁ ଛାଡି ଘରକୁ ଯିବାକୁ ହେବ । ତେବେ ଏହା ପବିତ୍ରତା, ଶାନ୍ତି, ସମୃଦ୍ଧିର ଦ୍ୱାର ହେଲା ନା । ବାବାଙ୍କୁ ଏହି ନାମ ଭଲ ଲାଗୁଛି । ବାସ୍ତବରେ ଏବେ ତାହାର ଆରମ୍ଭ ତ ଶିବବାବା କରୁଛନ୍ତି । କିନ୍ତୁ ଆମ ବ୍ରାହ୍ମଣମାନଙ୍କ ଦ୍ୱାରା କରାଉଛନ୍ତି । ଦୁନିଆରେ ଉଦ୍‌ଘାଟନ ଉତ୍ସବ ତ ବହୁତ ହେଉଛି ନା । କେହି ହସ୍ପିଟାଲ୍‌ର ଉଦ୍‌ଘାଟନ କରୁଛନ୍ତି, ତ କେହି ୟୁନିଭରସିଟିର କରୁଛନ୍ତି । ନୂଆ ଦୁନିଆର ଏହି ଉଦ୍‌ଘାଟନ ଥରେ ମାତ୍ର ହିଁ ହୁଏ ଏବଂ ଏହି ସମୟରେ ହିଁ ହୁଏ, ତେବେ ସେଥିପାଇଁ ବିଚାର କରାଯାଉଛି । ପିଲାମାନେ ଲେଖିଛନ୍ତି - ବ୍ରହ୍ମାବାବା ଆସି ଉଦ୍‌ଘାଟନ କରନ୍ତୁ । ବାପଦାଦା ଉଭୟଙ୍କୁ ଡାକିବା । ଶିବବାବା ବ୍ରହ୍ମାବାବାଙ୍କୁ କହୁଛନ୍ତି, ତୁମେ ବାହାରକୁ କେଉଁଠିକୁ ମଧ୍ୟ ଯାଇପାରିବ ନାହିଁ । ବ୍ରହ୍ମାବାବା ମଧ୍ୟ କହୁଛନ୍ତି ଉଦ୍‌ଘାଟନ୍ କରିବା ପାଇଁ ଯିବାକୁ, ବିବେକ କହୁ ନାହିଁ, ନିୟମ ନାହିଁ । ଏହା ତ କେହି ବି ଉଦ୍‌ଘାଟନ କରିପାରିବେ । ଖବରକାଗଜରେ ମଧ୍ୟ ବାହାରିବ-ପ୍ରଜାପିତା ବ୍ରହ୍ମାକୁମାର-କୁମାରୀମାନେ କରିଛନ୍ତି । ଏହି ନାଁ ମଧ୍ୟ ବହୁତ ବଢିଆ ଅଟେ ନା । ପ୍ରଜାପିତା ତ ସମସ୍ତଙ୍କର ପିତା ହୋଇଗଲେ । ସିଏ କ’ଣ କିଛି କମ୍ ଅଟନ୍ତି! ଆଉ ପୁଣି ବାବା ନିଜେ ଉତ୍ସବ କରାଉଛନ୍ତି । କରିକରାଇଲାବାଲା ଅଟନ୍ତି ନା । ବୁଦ୍ଧିରେ ରହିବା ଉଚିତ୍ ଯେ ଆମେ ସ୍ୱର୍ଗର ସ୍ଥାପନା କରୁଛୁ । ତେବେ ବହୁତ ପୁରୁଷାର୍ଥ କରି ଶ୍ରୀମତରେ ଚାଲିବା ଉଚିତ୍ । ବର୍ତ୍ତମାନ ସମୟରେ ମନ-ବଚନ-କର୍ମରେ ସବୁଠାରୁ ଗୋଟିଏ ଭଲ କର୍ମ ହେଉଛି - ଅନ୍ଧମାନଙ୍କର ସାହାରା ହେବା । ଗାୟନ ମଧ୍ୟ କରନ୍ତି - ହେ ପ୍ରଭୁ ଅନ୍ଧର ଲହୁଡି । ଏ ଦୁନିଆରେ ସମସ୍ତେ ଅନ୍ଧ ହିଁ ଅନ୍ଧ ଅଟନ୍ତି । ତେଣୁ ବାବା ଆସି ସାହାରା ହେଉଛନ୍ତି । ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି, ଯାହାଦ୍ୱାରା ତୁମେ ପୁରୁଷାର୍ଥର କ୍ରମାନୁସାରେ ସ୍ୱର୍ଗକୁ ଯାଉଛ । କ୍ରମାନୁସାରେ ତ ଅଛ ନା । ଏହା ହେଉଛି ବହୁତ ବଡ ହସ୍‌ପିଟାଲ୍ ଏବଂ ୟୁନିଭର୍ସିଟି । ବୁଝାଯାଉଛି ଆତ୍ମାମାନଙ୍କର ପିତା ପରମପିତା ପରମାତ୍ମା ପତିତ-ପାବନ ଅଟନ୍ତି । ତୁମେ ସେହି ପିତାଙ୍କୁ ମନେପକାଅ, ତେବେ ସ୍ୱର୍ଗକୁ ଚାଲିଯିବ । ଏହା ହେଉଛି ନର୍କ, ଏହାକୁ ସ୍ୱର୍ଗ କୁହାଯିବ ନାହିଁ । ସ୍ୱର୍ଗରେ ଗୋଟିଏ ହିଁ ଧର୍ମ ଥାଏ । ଭାରତ ସ୍ୱର୍ଗ ଥିଲା, ଅନ୍ୟ କୌଣସି ଧର୍ମ ନ ଥିଲା । କେବଳ ଏହି କଥା ମନେପକାଅ, ଏହା ମଧ୍ୟ ମନ୍‌ମନାଭବ ଅଟେ । ଆମେ ସ୍ୱର୍ଗରେ ସାରା ବିଶ୍ୱର ମାଲିକ ଥିଲୁ - ଏତିକି ବି ମନେପଡୁନାହିଁ! ବୁଦ୍ଧିରେ ଅଛି ଆମକୁ ପିତା ମିଳିଛନ୍ତି, ତେଣୁ ସେହି ଖୁସି ରହିବା ଦରକାର । କିନ୍ତୁ ମାୟା ବି କମ୍ ନୁହେଁ । ଏପରି ବାବାଙ୍କର ହୋଇ ମଧ୍ୟ ଏତେ ଖୁସିରେ ରହୁ ନାହାନ୍ତି । ଅଣନିଶ୍ୱାସୀ ହୋଇଯାଉଛନ୍ତି । ମାୟା ବାରମ୍ବାର ବହୁତ ଅଣନିଶ୍ୱାସୀ କରାଉଛି । ଶିବବାବାଙ୍କର ସ୍ମୃତି ଭୂଲାଇ ଦେଉଛି । ନିଜେ ମଧ୍ୟ କହୁଛନ୍ତି ବାବାଙ୍କର ୟାଦ ସ୍ଥାୟୀ ରହୁନାହିଁ । ବାବା, ଜ୍ଞାନସାଗରରେ ବୁଡାଉଛନ୍ତି । ପୁଣି ମାୟା ବିଷୟ ସାଗରରେ ବୁଡାଇ ଅଣନିଶ୍ୱାସୀ କରୁଛି । ବଡ ଖୁସିରେ ଅଣନିଶ୍ୱାସୀ ହେବାରେ ଲାଗି ପଡୁଛନ୍ତି । ବାବା କହୁଛନ୍ତି ଶିବବାବାଙ୍କୁ ମନେପକାଅ । ମାୟା ପୁଣି ଭୁଲାଇ ଦେଉଛି । ବାବାଙ୍କୁ ମନେ ହିଁ ପକାଉନାହାନ୍ତି । ବାବାଙ୍କୁ ଜାଣନ୍ତି ହିଁ ନାହିଁ । ଦୁଃଖ ହର୍ତ୍ତା ସୁଖକର୍ତ୍ତା ତ ଏକ ପରମପିତା ଅଟନ୍ତି ନା । ସିଏ ହିଁ ହେଉଛନ୍ତି ଦୁଃଖ ହରଣ କରିବା ବାଲା । ସେମାନେ ପୁଣି ଗଙ୍ଗାରେ ଯାଇ ବୁଡ ପକାଉଛନ୍ତି । ଭାବୁଛନ୍ତି ଯେ ଗଙ୍ଗା ହେଉଛି ପତିତ-ପାବନୀ । ସତ୍ୟଯୁଗରେ ଗଙ୍ଗାକୁ ଦୁଃଖହାରିଣୀ ପାପ ନାଶିନୀ କୁହାଯିବ ନାହିଁ । ସାଧୁସନ୍ଥ ଆଦି ସବୁ ଯାଇ ନଦୀ କୂଳରେ ରୁହନ୍ତି । ସାଗର କୂଳରେ କାହିଁକି ରୁହନ୍ତି ନାହିଁ? ଏବେ ତୁମେ ପିଲାମାନେ ସାଗର କୂଳରେ ବସିଛ । ଅଧିକରୁ ଅଧିକ ପିଲାମାନେ ସାଗରଙ୍କ ପାଖକୁ ଆସୁଛନ୍ତି । ପୁଣି ଜାଣୁଛନ୍ତି କି ସାଗରରୁ ବାହାରିଥିବା ଏହି ଛୋଟ-ବଡ ନଦୀମାନେ ମଧ୍ୟ ଅଛନ୍ତି । ବ୍ରହ୍ମପୁତ୍ର, ସିନ୍ଧୁ, ସରସ୍ୱତୀ ଏହି ସବୁ ନାମ ମଧ୍ୟ ରଖିଛନ୍ତି ।

ବାବା ବୁଝାଉଛନ୍ତି - ପିଲାମାନେ, ତୁମକୁ ମନ-ବଚନ-କର୍ମ ଉପରେ ବହୁତ-ବହୁତ ଧ୍ୟାନ ଦେବାର ଅଛି, କେବେ ବି ତୁମକୁ କ୍ରୋଧ ଆସିବା ଉଚିତ୍ ନୁହେଁ । ପ୍ରଥମେ କ୍ରୋଧ ମନରେ ଆସିଥାଏ ପୁଣି ବଚନ ଏବଂ କର୍ମରେ ଆସିଯାଏ । କ୍ରୋଧ ଆସିବାର ଏହି ତିନୋଟି ଦ୍ୱାର ରହିଛି, ତେଣୁ ବାବା ବୁଝାଉଛନ୍ତି - ମିଠା ସନ୍ତାନମାନେ, ବଚନ ଅଧିକ କୁହ ନାହିଁ, ଶାନ୍ତିରେ ରୁହ, ବଚନରେ ଆସିଲେ କର୍ମରେ ଆସିଯିବ । କ୍ରୋଧ ପ୍ରଥମେ ମନରେ ଆସିଥାଏ ପୁଣି ବଚନ ଓ କର୍ମରେ ଆସେ । ତିନୋଟି ଦ୍ୱାର ମାଧ୍ୟମରେ କ୍ରୋଧ ପ୍ରକାଶିତ ହୁଏ । ପ୍ରଥମେ ମନରେ ଆସିବ । ଦୁନିଆର ଆତ୍ମାମାନେ ତ ଜଣେ ଅନ୍ୟ ଜଣଙ୍କୁ ଦୁଃଖ ଦେବାରେ ଲାଗିଛନ୍ତି, ଲଢେଇ-ଝଗଡା କରୁଛନ୍ତି । ତୁମକୁ ତ କାହାକୁ ବି ଦୁଃଖ ଦେବାର ନାହିଁ । ସଂକଳ୍ପରେ ମଧ୍ୟ ଆସିବା ଅନୁଚିତ୍ । ନୀରବ ରହିବା ବହୁତ ଭଲ । ତେବେ ବାବା ଆସି ସ୍ୱର୍ଗର ଅଥବା ସୁଖ-ଶାନ୍ତିର ରାସ୍ତା ଦେଖାଉଛନ୍ତି । ସନ୍ତାନମାନଙ୍କୁ ହିଁ ଜଣାଉଛନ୍ତି । ପିଲାମାନଙ୍କୁ କହୁଛନ୍ତି, ତୁମେ ମଧ୍ୟ ଅନ୍ୟମାନଙ୍କୁ ଜଣାଅ । ସ୍ୱର୍ଗରେ ହିଁ ପବିତ୍ରତା, ଶାନ୍ତି, ସମୃଦ୍ଧି ଥାଏ । ସେଠାକୁ କିପରି ଯାଆନ୍ତି, ତାହା ବୁଝିବାର ଅଛି । ଏହି ମହାଭାରତ ଲଢେଇ ଦ୍ୱାରା ଗେଟ୍ ଖୋଲିଥାଏ । ବାବାଙ୍କର ବିଚାର ସାଗର ମନ୍ଥନ ତ ଚାଲିଥାଏ ନା । କ’ଣ ନାମ ରଖାଯିବ? ଅମୃତବେଳାରେ ବିଚାର ସାଗର ମନ୍ଥନ କଲେ ସାରାଂଶ ବାହାରିଥାଏ । ଠିକ୍ ରାୟ ବାହାରେ, ତେଣୁ ବାବା କହନ୍ତି ସକାଳୁ ଉଠି ବାବାଙ୍କୁ ମନେପକାଅ ଏବଂ ବିଚାର ସାଗର ମନ୍ଥନ କର-କ’ଣ ନାମ ରଖାଯିବ? ବିଚାର କରିବା ଦରକାର, କାହାର ମଧ୍ୟ ଶ୍ରେଷ୍ଠ ବିଚାର ଆସିଯାଇପାରେ । ଏବେ ତୁମେ ବୁଝୁଛ କି ପତିତକୁ ପାବନ କରିବା ଅର୍ଥ ନର୍କବାସୀରୁ ସ୍ୱର୍ଗବାସୀ କରିବା । ଦେବତାମାନେ ପବିତ୍ର ଅଟନ୍ତି, ସେଥିପାଇଁ ତାଙ୍କ ଆଗରେ ମୁଣ୍ଡ ନୁଆଁଉଛନ୍ତି । ଏବେ ତୁମେ କାହା ନିକଟରେ ମୁଣ୍ଡ ନୁଆଁଇବ ନାହିଁ, ନିୟମ ନାହିଁ । କିନ୍ତୁ ଯୁକ୍ତିରେ ଚାଲିବାକୁ ପଡିଥାଏ । ସାଧୁ ଲୋକମାନେ ନିଜକୁ ଉଚ୍ଚ ପବିତ୍ର ମଣନ୍ତି, ଅନ୍ୟମାନଙ୍କୁ ଅପବିତ୍ର ନୀଚ ମଣିଥା’ନ୍ତି । ଯଦିବି ତୁମେ ଜାଣୁଛ ଆମେ ସବୁଠାରୁ ଉଚ୍ଚ କିନ୍ତୁ ଯଦି ତୁମକୁ କେହି ହାତ ଯୋଡିଲେ, ତେବେ ଅନୁରୂପ ବ୍ୟବହାର ଦେଖାଇବାକୁ ପଡିବ । ହରିଓମ୍ ତତ୍‌ସତ୍ କହିଥା’ନ୍ତି, ତେବେ କହିବାକୁ ପଡିବ । ଯୁକ୍ତିରେ ନ ଚାଲିଲେ ସେମାନେ ପାଖକୁ ଆସିବେ ନାହିଁ । ବଡ କାଇଦା ଦରକାର । ଯେତେବେଳେ ମୃତ୍ୟୁ ମୁଣ୍ଡ ଉପରକୁ ଆସିଯାଏ, ସେତେବେଳେ ସମସ୍ତେ ଭଗବାନଙ୍କର ନାମ ଧରନ୍ତି । ଆଜିକାଲି ଅଚାନକ ଭାବେ ତ ବହୁତ କିଛି ହୋଇ ଚାଲିବ । ଧିରେ-ଧିରେ କନ୍ଦଳ ବ୍ୟାପିଯିବ । ନିଆଁ ବିଦେଶରୁ ଆରମ୍ଭ ହେବ, ପୁଣି ଧିରେ-ଧିରେ ସାରା ଦୁନିଆ ଜଳିଯିବ । ଶେଷରେ ତୁମେମାନେ ହିଁ ରହିବ । ତୁମର ଆତ୍ମା ପବିତ୍ର ହୋଇଯାଇଥାଏ, ପୁଣି ତୁମକୁ ସେଠାରେ ନୂଆ ଦୁନିଆ ମିଳିଥାଏ । ଦୁନିଆର ନୂଆ ନୋଟ ତୁମ୍ଭମାନଙ୍କୁ ହିଁ ମିଳିଥାଏ । ତୁମେ ହିଁ ରାଜତ୍ୱ କରିଥାଅ । ଅଲାଉଦ୍ଦୀନ୍‌ର ବତୀ ମଧ୍ୟ ପ୍ରସିଦ୍ଧ ଅଟେ ନା! ନୋଟ୍ ଘସି ଦେଲେ ଅଚଳାଚଳ ସମ୍ପତ୍ତି ମିଳିଯାଇଥାଏ । ଏହା ମଧ୍ୟ ସତ୍ୟ ଅଟେ । ତୁମେ ଜାଣ, ଅଲାହ ଅବଲଦ୍ଦିନ୍ ବାବା ଶୀଘ୍ର ଇସାରାରେ ସାକ୍ଷାତ୍‌କାର କରାଉଛନ୍ତି । କେବଳ ତୁମେ ଶିବବାବାଙ୍କୁ ୟାଦ କର, ତେବେ ସବୁ ସାକ୍ଷାତ୍‌କାର ହୋଇଯିବ । ନୌଧା ଭକ୍ତିରେ ମଧ୍ୟ ସାକ୍ଷାତ୍‌କାର ହୋଇଥାଏ ନା । ଏଠାରେ ତୁମକୁ ଲକ୍ଷ୍ୟ-ଉଦ୍ଦେଶ୍ୟର ସାକ୍ଷାତ୍‌କାର ତ ହେଉଛି, ତେଣୁ ତୁମେ ବାବାଙ୍କୁ, ସ୍ୱର୍ଗକୁ ବହୁତ ମନେପକାଇବ । ବାରମ୍ବାର ଦେଖୁଥିବ । ଯେଉଁମାନେ ବାବାଙ୍କର ସ୍ମୃତିରେ ଏବଂ ଜ୍ଞାନର ନିଶାରେ ରହିଥିବେ, ସେହିମାନେ ଶେଷ ସମୟର ସବୁ ଦୃଶ୍ୟ ଦେଖିପାରିବେ । ଏହା ବହୁତ ଉଚ୍ଚ ଲକ୍ଷ୍ୟ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେପକାଇବା, ମାଉସୀ ଘର କଥା ନୁହେଁ । ବହୁତ ପରିଶ୍ରମ କରିବାକୁ ପଡିବ । ମୁଖ୍ୟ ହେଉଛି ୟାଦ । ଯେପରି ବାବା ଦିବ୍ୟ ଦୃଷ୍ଟି ଦାତା ଅଟନ୍ତି, ସେହିପରି ତୁମେ ନିଜେ ନିଜ ପାଇଁ ଦିବ୍ୟ ଦୃଷ୍ଟିଦାତା ହୋଇଯିବ । ଯେପରି ଭକ୍ତିମାର୍ଗରେ ତୀବ୍ରବେଗରେ ମନେ ପକାଇଲେ ସାକ୍ଷାତ୍‌କାର ହୋଇଥାଏ । ନିଜ ପରିଶ୍ରମରେ ଯେପରି ଦିବ୍ୟଦୃଷ୍ଟିଦାତା ହୋଇଯାଇ ଥାଆନ୍ତି । ତୁମେ ମଧ୍ୟ ୟାଦର ମେହେନତ୍‌ରେ ରହିଲେ ତ ବହୁତ ଖୁସିରେ ରହିବ ଏବଂ ବହୁତ ସାକ୍ଷାତ୍‌କାର ହୋଇଚାଲିବ । ଏହି ସାରା ଦୁନିଆ ଭୁଲି ହୋଇଯିବ । ତୁମେ ମନ୍‌ମନାଭବ ସ୍ଥିତିରେ ରହିଯିବ । ବାକି ଆଉ କଣ ଦରକାର! ପୁଣି ଯୋଗବଳ ଦ୍ୱାରା ତୁମେ ନିଜର ଶରୀର ଛାଡି ଦେବ । ଭକ୍ତିରେ ମଧ୍ୟ ପରିଶ୍ରମ ହୋଇଥାଏ, ଏଥିରେ ମଧ୍ୟ ପରିଶ୍ରମ ଦରକାର । ବାବା, ପରିଶ୍ରମର ବହୁତ ଫାଷ୍ଟକ୍ଲାସ୍ ରାସ୍ତା ବତାଉଛନ୍ତି । ନିଜକୁ ଆତ୍ମା ଭାବିଲେ, ଦେହର ଅଭିମାନ ରହିବ ନାହିଁ । ଯେପରିକି ବାପ ସମାନ ହୋଇଯିବ । ସାକ୍ଷାତ୍‌କାର କରିଚାଲିବ । ଖୁସି ମଧ୍ୟ ବହୁତ ରହିବ । ସାରା ଫଳାଫଳ ଶେଷ ସମୟର ହିଁ ଗାୟନ ହେଉଛି । ନିଜ ନାମ-ରୂପରୁ ମଧ୍ୟ ନିଆରା ହେବାର ଅଛି, ତେବେ ପୁଣି ଅନ୍ୟର ନାମ-ରୂପକୁ ୟାଦ କରିବା ଦ୍ୱାରା କି ଅବସ୍ଥା ହେବ! ଜ୍ଞାନ ତ ବହୁତ ସହଜ । ଯେଉଁ ପ୍ରାଚୀନ ଭାରତର ଯୋଗର ଗାୟନ ରହିଛି, ସେଥିରେ ହିଁ ଯାଦୁ ଅଛି । ବାବା ବୁଝାଇଛନ୍ତି ବ୍ରହ୍ମଜ୍ଞାନୀ ମଧ୍ୟ ଏହିପରି ଶରୀର ଛାଡିଥା’ନ୍ତି । ଭାବନ୍ତି ମୁଁ ଆତ୍ମା, ପରମାତ୍ମାରେ ଲୀନ ହୋଇଯିବି । କେହି ଲୀନ ହୁଅନ୍ତି ନାହିଁ । ସେମାନେ ବ୍ରହ୍ମଜ୍ଞାନୀ ଅଟନ୍ତି । ବାବା ଦେଖିଛନ୍ତି, ବସି-ବସି ଶରୀର ଛାଡିଦିଅନ୍ତି । ବାୟୁମଣ୍ଡଳ ବହୁତ ଶାନ୍ତ ରହିଥାଏ, ନିସ୍ତବ୍ଦ ହୋଇଯାଏ । ନିସ୍ତବ୍ଦ ମଧ୍ୟ ତାଙ୍କୁ ହିଁ ଅନୁଭବ ହେବ, ଯିଏ ଜ୍ଞାନ ମାର୍ଗର ହୋଇଥିବେ, ଶାନ୍ତ ରହିବାର ଅଭ୍ୟାସୀ ହୋଇଥିବେ । ବାକି କେତେକ ସନ୍ତାନ ତ ଏବେ ମଧ୍ୟ ଛୋଟ ଅବସ୍ଥାରେ ଅଛନ୍ତି । ବାରମ୍ବାର ତଳକୁ ଖସିଯାଉଛନ୍ତି, ଏଥିରେ ବହୁତ-ବହୁତ ଗୁପ୍ତ ପରିଶ୍ରମ କରିବାକୁ ପଡିବ । ଭକ୍ତିମାର୍ଗର ପରିଶ୍ରମ ପ୍ରତ୍ୟକ୍ଷରେ ହୋଇଥାଏ । ମାଳା ଗଡାଅ, କୋଠୀରେ ବସି ଭକ୍ତି କର । ଏଠାରେ ତ ତୁମେ ଚାଲି-ବୁଲି ସ୍ମୃତିରେ ରହୁଛ । କାହାକୁ ଜଣାପଡେ ନାହିଁ କି ଏମାନେ ରାଜପଦ ନେଉଛନ୍ତି । ଯୋଗ ଦ୍ୱାରା ହିଁ ସାରା ହିସାବ-କିତାବ ଚୁକ୍ତ କରିବାର ଅଛି । ଜ୍ଞାନରେ କଣ ଚୁକ୍ତ ହେବ କି? ଯୋଗ ଦ୍ୱାରା ହିସାବ-କିତାବ ଚୁକ୍ତ ହେବ । ଯୋଗ ଦ୍ୱାରା କର୍ମଭୋଗ ମଧ୍ୟ ଚୁକ୍ତ ହେବ । ଏହା ହେଉଛି ଗୁପ୍ତ ପରିଶ୍ରମ । ବାବା ସବୁକିଛି ଗୁପ୍ତରେ ଶିଖାଉଛନ୍ତି । ଅଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ମନ-ବଚନ-କର୍ମରେ କେବେ ବି କ୍ରୋଧ କରିବାର ନାହିଁ । ଏହି ତିନୋଟି ଯାକ ଝରକା ଉପରେ ବହୁତ ବହୁତ ଧ୍ୟାନ ରଖିବାକୁ ହେବ । ଅଧିକ କଥାବାର୍ତ୍ତା କରିବାର ନାହିଁ । ପରସ୍ପରକୁ ଦୁଃଖ ଦେବାର ନାହିଁ ।

(୨) ଜ୍ଞାନ ଏବଂ ଯୋଗରେ ମସ୍ତ ରହି ଅନ୍ତିମ ସମୟର ଦୃଶ୍ୟକୁ ଦେଖିବାକୁ ହେବ । ନିଜର ବା ଅନ୍ୟମାନଙ୍କର ନାମ-ରୂପକୁ ଭୁଲି, ମୁଁ ଆତ୍ମା ଅଟେ, ଏହି ସୃତି ଦ୍ୱାରା ଦେହ-ଅଭିମାନକୁ ସମାପ୍ତ କରିବାକୁ ହେବ ।

ବରଦାନ:-
ସ୍ନେହର ବାଣ ଦ୍ୱାରା ସମସ୍ତଙ୍କୁ ଘାଇଲା କରୁଥିବା ସ୍ନେହ ଏବଂ ପ୍ରାପ୍ତି ସମ୍ପନ୍ନ ଲବଲୀନ ଆତ୍ମା ଭବ ।

ଯେପରି ଲୌକିକ ରୀତିରେ ଯଦି କେହି କାହାର ସ୍ନେହରେ ଲବଲୀନ ହୋଇଯାଏ, ତେବେ ତା’ର ଚେହେରାରୁ, ବାଣୀରୁ, ନୟନରୁ ଅନୁଭବ ହୋଇଥାଏ ଯେ ଇଏ ଲବଲୀନ ଅଟେ, ଇଏ ଆଶିକ (ପ୍ରେମିକା) ଅଟେ । ସେହିଭଳି ତୁମେମାନେ ମଧ୍ୟ ଯେତେବେଳେ ଭାଷଣ କରିବା ପାଇଁ ମଞ୍ଚ ଉପରକୁ ଯାଉଛ, ସେହି ସମୟରେ ନିଜ ଭିତରେ ଯେତିକି ବାବାଙ୍କ ପ୍ରତି ସ୍ନେହ ଜାଗ୍ରତ ଥିବ, ସେହି ଅନୁସାରେ ତୁମର ସ୍ନେହର ବାଣ ଅନ୍ୟମାନଙ୍କୁ ମଧ୍ୟ ସ୍ନେହରେ ଘାଇଲା କରିଦେବ । ସେତେବେଳେ ଭାଷଣର ବିଷୟ ବସ୍ତୁକୁ ମନେ ପକାଇବା ଏବଂ ତାକୁ ବାରମ୍ବାର ଦୋହରାଇବାର ସ୍ୱରୂପ ନ ରହୁ ବରଂ ସ୍ନେହ ଏବଂ ପ୍ରାପ୍ତିର ସମ୍ପନ୍ନ ସ୍ୱରୂପ ତଥା ଲବଲୀନ ସ୍ୱରୂପ ସ୍ଥିତି ରହୁ । ଅଧିକାରୀ ପଣିଆର ସ୍ଥିତିରେ ରହି ଭାଷଣ କରିଲେ ତା’ର ପ୍ରଭାବ ନିଶ୍ଚିତ ପଡିବ ।

ସ୍ଲୋଗାନ:-
ସମ୍ପୂର୍ଣ୍ଣତା ଦ୍ୱାରା ସମାପ୍ତିର ସମୟକୁ ସମୀପକୁ ଆଣ ।

ଅବ୍ୟକ୍ତ ଈଶାରା:- ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ

(୩୧) ଏକଥା ତ ସମସ୍ତେ ବୁଝିଗଲେଣି ଯେ ଇଏ କେହି ଅଟନ୍ତି, କିନ୍ତୁ ଇଏ ହିଁ ଅଟନ୍ତି ଏବଂ ଏଇ ଜଣେ ହିଁ ଅଟନ୍ତି, ଏହି ହଲ୍‌ଚଲ୍ କରିବାର ହଳ ଏବେ ଚଳାଅ । ବର୍ତ୍ତମାନ ଆହୁରି ବି ଅଛନ୍ତି, ଇଏ ମଧ୍ୟ ଅଛନ୍ତି ଏ ପର୍ଯ୍ୟନ୍ତ ପହଞ୍ଚିଛନ୍ତି କିନ୍ତୁ ଇଏ ଜଣେ ହିଁ ଅଟନ୍ତି, ବର୍ତ୍ତମାନ ଏହିଭଳି ତୀର ନିକ୍ଷେପ କର । ଧରିତ୍ରୀ ତ ପ୍ରସ୍ତୁତ ହୋଇସାରିଲାଣି ଏବଂ ଆହୁରି ତିଆରି ହୋଇଚାଲିବ । କିନ୍ତୁ ଯାହା ମୂଳଦୁଆ ରହିଛି, ନବୀନତା ରହିଛି, ବୀଜ ରହିଛି, ତାହା ହେଉଛି ନୂଆ ଜ୍ଞାନ । ନିଃସ୍ୱାର୍ଥ ସ୍ନେହ ରହିଛି, ଆତ୍ମିକ ସ୍ନେହ ରହିଛି, ଏହା ତ ଅନୁଭବ କରୁଛନ୍ତି କିନ୍ତୁ ବର୍ତ୍ତମାନ ସ୍ନେହ ସହିତ ଜ୍ଞାନର ଅଧିକାରୀ ଆତ୍ମା ଅଟନ୍ତି । ସତ୍ୟ ଜ୍ଞାନର ଅଧିକାରୀ ଅଟନ୍ତି । ଏହାକୁ ପ୍ରତ୍ୟକ୍ଷ କର ତେବେ ପ୍ରତ୍ୟକ୍ଷତା ହୋଇଯିବ ।