31.05.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବଞ୍ଚିଥିବା ପର୍ଯ୍ୟନ୍ତ ପଢିବାକୁ ହେବ ଏବଂ ପଢାଇବାକୁ ହେବ, କାରଣ ଖୁସି ଏବଂ ପଦର ଆଧାର ହେଉଛି
ପାଠପଢା ।”
ପ୍ରଶ୍ନ:-
ସେବାରେ ସଫଳତା
ପାଇବା ପାଇଁ ମୁଖ୍ୟତଃ କେଉଁ ଗୁଣ ଆବଶ୍ୟକ?
ଉତ୍ତର:-
ସହନଶୀଳତାର । ପ୍ରତ୍ୟେକ କଥାରେ ସହନଶୀଳ ହୋଇ ପରସ୍ପର ମଧ୍ୟରେ ସଂଗଠିତ ହୋଇ ସେବା କର । ଭାଷଣ
ଦ୍ୱାରା ସେବା କରିବାର ବ୍ୟବସ୍ଥା କର । ମନୁଷ୍ୟମାନଙ୍କୁ ନିଦରୁ ଉଠାଇବା ପାଇଁ ଅନେକ ପ୍ରକାରର
ଉପାୟ ବାହାରିବ । ଯେଉଁମାନେ ଭାଗ୍ୟବାନ ସନ୍ତାନ, ସେମାନେ ପାଠପଢା ମଧ୍ୟ ବହୁତ ଆଗ୍ରହର ସହିତ
ପଢିବେ ।
ଗୀତ:-
ହମେଁ ଉନ୍ ରାହୋଁ
ପର ଚଲନା ହୈ...
ଓମ୍ ଶାନ୍ତି ।
ତୁମେ
ସନ୍ତାନମାନେ କ’ଣ ବିଚାର କରି ଏହି ମଧୁବନକୁ ଆସୁଛ! କ’ଣ ପାଠ ପଢିବାକୁ ଆସୁଛ? କାହା ପାଖକୁ ଆସୁଛ?
(ବାପଦାଦାଙ୍କ ପାଖକୁ) ଏହା ହେଉଛି ନୂଆ କଥା । ଏଭଳି କେବେ ଶୁଣିଛ କି, ବାପଦାଦାଙ୍କ ପାଖକୁ
ପାଠପଢିବାକୁ ଯାଆନ୍ତି, ତାହା ପୁଣି ବାପଦାଦା ଉଭୟ ଏକତ୍ର ରହିଛନ୍ତି । ଏହା କେତେ ଆଶ୍ଚର୍ଯ୍ୟ କଥା
ନା । ତୁମେମାନେ ବାବାଙ୍କର ୱାଣ୍ଡରଫୁଲ୍ ସନ୍ତାନ ଅଟ । ତୁମେ ସନ୍ତାନମାନେ ମଧ୍ୟ ନା ରଚୟିତା, ନା
ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଥିଲ । ବର୍ତ୍ତମାନ ସେହି ରଚୟିତା ଏବଂ ରଚନାକୁ ତୁମେ ପୁରୁଷାର୍ଥର
କ୍ରମଅନୁସାରେ ଜାଣିଛ । ଯେତିକି ଜାଣିଛ ଏବଂ ଯେତିକି ଯାହାକୁ ବୁଝାଉଛ ସେତିକି ଖୁସି ମିଳୁଛି ଏବଂ
ଭବିଷ୍ୟତର ପଦ ମଧ୍ୟ ସେହି ଅନୁସାରେ ମିଳିବ । ମୂଳକଥା ହେଉଛି ଏବେ ଆମେ ରଚୟିତା ଏବଂ ରଚନାର
ଆଦି-ମଧ୍ୟ-ଅନ୍ତକୁ ଜାଣିଛୁ । ଏହା କେବଳ ଆମେ ବ୍ରାହ୍ମଣ-ବ୍ରାହ୍ମଣୀମାନେ ହିଁ ଜାଣିଛୁ ।
ବଞ୍ଚିଥିବା ପର୍ଯ୍ୟନ୍ତ, ନିଜକୁ ନିଶ୍ଚୟ କରିବାକୁ ହେବ ଯେ ଆମେ ହେଲେ ବି.କେ. ଏବଂ
ଶିବବାବାଙ୍କଠାରୁ ଏବେ ସାରା ବିଶ୍ୱର ବର୍ସା ନେଉଛୁ । ସମ୍ପୂର୍ଣ୍ଣ ଭାବେ ପଢ଼ୁଛୁ ଅଥବା କମ୍ ପଢ଼ୁଛୁ,
ସେ କଥା ଅଲଗା, କିନ୍ତୁ ଜାଣୁଛୁ ତ ନା । ଆମେ ତାଙ୍କର ସନ୍ତାନ ଅଟୁ ପୁଣି ପ୍ରଶ୍ନ ଉଠୁଛି ପଢ଼ିବା
ଅଥବା ନ ପଢ଼ିବାର । ସେହି ଅନୁସାରେ ହିଁ ପଦ ମିଳିବ । ବାବାଙ୍କ କୋଳକୁ ଆସିଗଲ ଅର୍ଥାତ୍ ନିଶ୍ଚୟ
ହୋଇଗଲା ଯେ ଆମେ ରାଜତ୍ତ୍ୱର ଅଧିକାରୀ ହୋଇଗଲୁ । ପୁଣି ପାଠପଢ଼ାରେ ମଧ୍ୟ ରାତି ଦିନର ଅନ୍ତର
ହୋଇଯାଉଛି । କେହି କେହି ତ ବହୁତ ଭଲ ଭାବରେ ପାଠ ପଢ଼ୁଛନ୍ତି ଏବଂ ଅନ୍ୟମାନଙ୍କୁ ପଢ଼ାଉଛନ୍ତି,
ତାଙ୍କୁ ଆଉ କିଛି ବି ଭଲ ଲାଗୁ ନାହିଁ । ବାସ୍ ପଢ଼ିବା ଏବଂ ପଢ଼ାଇବା, ଏହା ଶେଷ ପର୍ଯ୍ୟନ୍ତ ଚାଲିବ
। ବିଦ୍ୟାର୍ଥୀ ଜୀବନରେ କେବେ ଶେଷ ପର୍ଯ୍ୟନ୍ତ ପାଠପଢ଼ା ଚାଲି ନ ଥାଏ । ପାଠପଢିବାର ସମୟ ଥାଏ ।
ତୁମମାନଙ୍କୁ ତ ବଞ୍ଚିଥିବା ପର୍ଯ୍ୟନ୍ତ ପଢ଼ିବା ଏବଂ ପଢ଼ାଇବାକୁ ହେବ । ନିଜକୁ ପଚାରିବା ଉଚିତ୍
ଯେ, କେତେ ଜଣଙ୍କୁ ମୁଁ ସୃଷ୍ଟିର ପିତା ରଚୟିତାଙ୍କର ପରିଚୟ ଦେଉଛି? ମନୁଷ୍ୟ ତ’ ମନୁଷ୍ୟ ହିଁ
ଅଟନ୍ତି । ଦେଖିବାରେ କୌଣସି ଅନ୍ତର ନାହିଁ । ଶାରୀରିକ ଦୃଷ୍ଟିରୁ କୌଣସି ଫରକ ନାହିଁ । ଭିତରେ
ଏହି ପାଠପଢ଼ା ଗୁଞ୍ଜରଣ କରିଥାଏ । ଯିଏ ଯେତେ ପଢ଼ିବ, ସେତେ ସିଏ ଖୁସିରେ ରହିବ । ଭିତରେ ରହିଥାଏ
ଯେ ଆମେ ନୂଆ ବିଶ୍ୱର ମାଲିକ ହେବୁ, ଏବେ ଆମେ ସ୍ୱର୍ଗର ଦ୍ୱାରକୁ ଯାଉଛୁ । ନିଜ ମନକୁ ସର୍ବଦା
ପଚାରୁଥାଅ, ମୋ ଭିତରେ କେତେ ଫରକ ରହିଛି? ବାବା ଆମକୁ ନିଜର କରିଛନ୍ତି, ଆମେ କ’ଣରୁ କ’ଣ ହେଉଛୁ
। ତେବେ ପାଠପଢ଼ା ଉପରେ ହିଁ ସବୁ କିଛି ଆଧାରିତ । ପାଠ ପଢ଼ା ଦ୍ୱାରା ମନୁଷ୍ୟ କେତେ ଉଚ୍ଚ ଅଧିକାରୀ
ହେଉଛନ୍ତି । ସେ ସବୁ ତ ଅଳ୍ପକାଳ କ୍ଷଣଭଙ୍ଗୁର ପଦ ପଦବୀ ଅଟେ । ସେଥିରେ କିଛି ହେଲେ ନାହିଁ ।
ତାହା ଯେପରି କୌଣସି କାମର ନୁହେଁ । ଦୈବୀ ଲକ୍ଷଣ କିଛି ହେଲେ ବି ନ ଥିଲା । ଏବେ ଏହି ପାଠପଢ଼ା
ଦ୍ୱାରା କେତେ ଶ୍ରେଷ୍ଠ ହେଉଛୁ । ତେଣୁ ସମସ୍ତ ଧ୍ୟାନ ପାଠ ପଢ଼ା ଉପରେ ଦେବାକୁ ହେବ । ଯାହାଙ୍କ
ଭାଗ୍ୟରେ ଅଛି ତାଙ୍କ ମନ ପାଠ ପଢ଼ାରେ ଲାଗିଥାଏ । ଅନ୍ୟମାନଙ୍କୁ ମଧ୍ୟ ପାଠ ପଢ଼ିବା ପାଇଁ ଭିନ୍ନ
ଭିନ୍ନ ରୀତିରେ ପୁରୁଷାର୍ଥ କରାଇ ଚାଲିଥା’ନ୍ତି । ମନ ହୁଏ ତାଙ୍କୁ ପାଠ ପଢ଼ାଇ ବୈକୁଣ୍ଠର ମାଲିକ
କରିଦେବୁ । ମନୁଷ୍ୟମାନଙ୍କୁ ନିଦରୁ ଜାଗ୍ରତ କରିବା ପାଇଁ କେତେ ବୁଦ୍ଧି ଖର୍ଚ୍ଚ କରୁଛନ୍ତି ଏବଂ
ଖର୍ଚ୍ଚ ମଧ୍ୟ କରୁଥିବେ । ଏହି ପ୍ରଦର୍ଶନୀ ଆଦି ତ କିଛି ନୁହେଁ, ଆଗକୁ ଗଲେ ବୁଝାଇବା ପାଇଁ ଆହୁରି
ଭଲ ଭଲ ପ୍ରବନ୍ଧ ବାହାରିବ । ଏବେ ବାବା ପତିତମାନଙ୍କୁ ପାବନ କରୁଛନ୍ତି ତେଣୁ ବାବାଙ୍କ ଶିକ୍ଷା
ଉପରେ ଧ୍ୟାନ ଦେବା ଉଚିତ୍ । ପ୍ରତ୍ୟେକ କଥାରେ ସହନଶୀଳ ମଧ୍ୟ ହେବା ଉଚିତ୍ । ପରସ୍ପର ସହ ମିଶି
ସଙ୍ଗଠନ କରି ଭାଷଣ ଆଦିର ପ୍ରୋଗ୍ରାମ୍ ରଖିବା ଦରକାର । ଏକ ଅଲଫ (ଭଗବାନ)ଙ୍କ ଉପରେ ମଧ୍ୟ ଆମେ
ବହୁତ ଭଲ ଭାବେ ବୁଝାଇପାରିବୁ । ସର୍ବୋଚ୍ଚ ଭଗବାନ କିଏ? ଏକମାତ୍ର ଅଲଫ୍ଙ୍କ ଉପରେ ତୁମେ ଦୁଇ
ଘଣ୍ଟା ଭାଷଣ କରିପାରିବ । ଏ କଥା ମଧ୍ୟ ତୁମେ ଜାଣିଛ ଯେ ଅଲଫକୁ ସ୍ମରଣ କଲେ ଖୁସି ରହିଥାଏ । ଯଦି
ପିଲାମାନଙ୍କର ଯୋଗର ଯାତ୍ରାରେ ଧ୍ୟାନ କମ୍ ରହୁଛି, ଅଲଫ୍ଙ୍କୁ ମନେ ପକାଉନାହାଁନ୍ତି ତେବେ କ୍ଷତି
ନିଶ୍ଚୟ ହେବ । ତେବେ ସବୁର ଆଧାର ଯୋଗ ଉପରେ ହିଁ ରହିଛି । ଯୋଗବଳ ଦ୍ୱାରା ଏକଦମ୍ ସ୍ୱର୍ଗକୁ
ଚାଲିଯାଇଥାନ୍ତି । ବାବାଙ୍କୁ ଭୁଲିବା ଦ୍ୱାରା ହିଁ ତଳକୁ ଖସି ପଡୁଛନ୍ତି । ଏହି କଥାକୁ ଆଉ କେହି
ବୁଝିପାରିବେ ନାହିଁ । ସେମାନେ ଶିବବାବାଙ୍କୁ ତ ଜାଣିନାହାଁନ୍ତି । କେହି କେହି କେତେ ଆଡମ୍ବରରେ
ଆକର୍ଷଣପୂର୍ଣ୍ଣ ପୂଜା କରୁଥାନ୍ତୁ, ମନେ ପକାଉଥାନ୍ତୁ କିନ୍ତୁ କିଛି ବି ବୁଝି ନାହାନ୍ତି ।
ତୁମକୁ ବାବାଙ୍କଠାରୁ
ବହୁତ ବଡ ଜାଗୀର ଅର୍ଥାତ୍ ସମ୍ପତ୍ତି ମିଳୁଛି । ଭକ୍ତମାର୍ଗରେ କୃଷ୍ଣଙ୍କର ସାକ୍ଷାତ୍କାର କରିବା
ପାଇଁ କେତେ ମୁଣ୍ଡ ପିଟୁଛନ୍ତି, ଆଚ୍ଛା, ଦର୍ଶନ ହେଲା ପୁଣି କ’ଣ ହେବ? ଫାଇଦା ତ କିଛି ହେଲେ ବି
ହେଲା ନାହିଁ । ଦୁନିଆ ଦେଖ କେଉଁ କଥା ଉପରେ ଚାଲୁଛି । ତୁମେମାନେ ଯେପରି ଆଖୁର ରସ ପିଉଛ, ବାକି
ସବୁ ମନୁଷ୍ୟମାନେ ଆଖୁଛେଲି ଚୋବାଉଛନ୍ତି । ତୁମେମାନେ ଏବେ ମିଠାରସ ପିଇ ପେଟ ଭରି ଅଧାକଳ୍ପ ସୁଖ
ପାଉଛ, ବାକି ସମସ୍ତେ ଭକ୍ତିମାର୍ଗର ଛେଲି ଶୋଷି ଶୋଷି ତଳକୁ ଓହ୍ଲାଉଛନ୍ତି । ଏବେ ବାବା କେତେ
ସ୍ନେହର ସହିତ ପୁରୁଷାର୍ଥ କରାଉଛନ୍ତି । କିନ୍ତୁ ଯଦି ଭାଗ୍ୟରେ ନାହିଁ ତେବେ ଧ୍ୟାନ
ଦେଉନାହାଁନ୍ତି । ନା ନିଜେ ଧ୍ୟାନ ଦେଉଛନ୍ତି ନା ଅନ୍ୟମାନଙ୍କୁ ଦେବାକୁ ଦେଉଛନ୍ତି । ନା ନିଜେ
ଅମୃତ ପିଉଛନ୍ତି, ନା ଅନ୍ୟକୁ ପିଇବାକୁ ଦେଉଛନ୍ତି । ବହୁତଙ୍କର ଏହିପରି ଚାଲିଚଳଣି ହେଉଛି । ଯଦି
ଭଲ ଭାବରେ ପଢ଼ିବେ ନାହିଁ, ଦୟାଶୀଳ ହେବେ ନାହିଁ, କାହାର କଲ୍ୟାଣ କରିବେ ନାହିଁ ତେବେ ସେମାନେ କି
ପଦ ପାଇବେ! ଭଲ ଭାବରେ ପାଠ ଯେଉଁମାନେ ପଢୁଛନ୍ତି ଏବଂ ଅନ୍ୟମାନଙ୍କୁ ପଢାଉଛନ୍ତି ସେମାନେ କେତେ
ଉଚ୍ଚ ପଦ ପାଉଛନ୍ତି । ଯଦି ନ ପଢିବେ ତେବେ କେଉଁ ପଦ ପାଇବେ - ତାହା ମଧ୍ୟ ଆଗକୁ ଗଲେ ଫଳାଫଳ
ବିଷୟରେ ସବୁ ଜଣାପଡିଯିବ । ପୁଣି ସେତେବେଳେ ବୁଝିବେ - ବାସ୍ତବରେ ବାବା ଆମକୁ କେତେ ସତର୍କ
କରାଉଥିଲେ । ଏଠାରେ ବସିଛ, ବୁଦ୍ଧିରେ ରହିବା ଦରକାର - ଆମେ ବେହଦର ବାବାଙ୍କ ପାଖରେ ବସିଛୁ । ସେ
ଆମକୁ ଉପରୁ ଆସି ଏହି ଶରୀର ଦ୍ୱାରା କଳ୍ପ ପୂର୍ବଭଳି ପାଠ ପଢ଼ାଉଛନ୍ତି । ଏବେ ଆମେ ପୁନର୍ବାର
ବାବାଙ୍କ ସମ୍ମୁଖରେ ବସିଛୁ । ତାଙ୍କ ସହିତ ଆମକୁ ଯିବାକୁ ହେବ । ଛାଡିକରି ଯିବୁ ନାହିଁ । ବାବା
ଆମକୁ ସାଥିରେ ନେଇଯିବେ । ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ଏହି କଥା ଆଉ କେହି
ଜାଣିନାହାଁନ୍ତି । ଆଗକୁ ଗଲେ ଜାଣିବେ, ବାସ୍ତବରେ ପୁରୁଣା ଦୁନିଆ ଶେଷ ହୋଇଯିବ । କିଛି ହେଲେ ବି
ମିଳିବ ନାହିଁ । ଏହି କଥା ଆଉ କେହି ଜାଣିନାହାଁନ୍ତି । ବହୁତ ଡେରି ହୋଇଯିବ । ହିସାବ କିତାବ
ଚୁକ୍ତ କରି ସମସ୍ତଙ୍କୁ ଘରକୁ ଫେରିଯିବାକୁ ହେବ । ଏ କଥା ମଧ୍ୟ ସେନ୍ସିବୁଲ୍ ଅର୍ଥାତ୍
ବୁଦ୍ଧିମାନ୍ ସନ୍ତାନମାନେ ହିଁ ଜାଣିଛନ୍ତି । ବାସ୍ତବରେ ସନ୍ତାନ ତା’କୁ କୁହାଯିବ, ଯିଏ ସେବାରେ
ଉପସ୍ଥିତ ରହୁଛନ୍ତି । ମାତାପିତାଙ୍କୁ ଅନୁକରଣ କରୁଛନ୍ତି । ବାବାଙ୍କ ପରି ତୁମକୁ ଆତ୍ମିକ ସେବା
କରିବାକୁ ହେବ । କେତେକ ସନ୍ତାନମାନଙ୍କର ଏହି ଧୁନ୍ ଲାଗି ରହୁଛି, ଯାହାଙ୍କର ବାବା ମହିମା
କରୁଛନ୍ତି, ତେବେ ତୁମମାନଙ୍କୁ ମଧ୍ୟ ତାଙ୍କ ସଦୃଶ ହେବାକୁ ପଡିବ । ସମସ୍ତଙ୍କୁ ତ ଶିକ୍ଷକ
ମିଳିଛନ୍ତି । ଏଠାକୁ ମଧ୍ୟ ସମସ୍ତେ ଆସୁଛନ୍ତି । ଏଠାରେ ତ ବଡ ଶିକ୍ଷକ ବସିଛନ୍ତି । ବାବାଙ୍କୁ
ସ୍ମରଣ ନ କରିଲେ ସୁଧୁରିବେ କିପରି ! ଜ୍ଞାନ ତ ବହୁତ ସହଜ । ୮୪ ଜନ୍ମର ଚକ୍ର କେତେ ସହଜ । କିନ୍ତୁ
କେତେ ମୁଣ୍ଡ ପିଟିବାକୁ (ଚେଷ୍ଟା କରିବାକୁ) ପଡୁଛି । ବାବା କେତେ ସହଜ କଥା ବୁଝାଉଛନ୍ତି ।
ବାବାଙ୍କୁ ଏବଂ ୮୪ ଜନ୍ମର ଚକ୍ରକୁ ମନେ ପକାଇଲେ ଜୀବନ ରୂପକ ନୌକା ପାରି ହୋଇଯିବ । ଏହି ସନ୍ଦେଶ
ସମସ୍ତଙ୍କୁ ଦେବାକୁ ହେବ । ତେଣୁ ନିଜର ମନକୁ ପଚାର - ମୁଁ କେତେ ମେସେଞ୍ଜର (ସନ୍ଦେଶବାହକ) ହୋଇଛି?
ଯେତେ ଯେତେ ବହୁତଙ୍କୁ ଜାଗ୍ରତ କରାଇବ ସେତେ ପୁରସ୍କାର ମିଳିବ, ଯଦି ମୁଁ ଜାଗ୍ରତ ନ କରାଉଛି ତେବେ
ନିଶ୍ଚୟ ମୁଁ କେଉଁଠି ଶୋଇଛି, ତେବେ ମୋତେ ଏତେ ଉଚ୍ଚପଦ ତ ମିଳିବ ନାହିଁ । ବାବା ପ୍ରତିଦିନ
କହୁଛନ୍ତି ସନ୍ଧ୍ୟା ସମୟରେ ନିଜର ସାରାଦିନର ଚାର୍ଟ (ହିସାବ) ବାହାର କର । ସେବାରେ ମଧ୍ୟ ରହିବାକୁ
ହେବ । ମୂଳକଥା ହେଉଛି ବାବାଙ୍କର ପରିଚୟ ଦେବା । ବାବା ହିଁ ଭାରତକୁ ସ୍ୱର୍ଗ କରିଥିଲେ । ଏବେ
ନର୍କ ହୋଇଯାଇଛି ପୁଣି ସ୍ୱର୍ଗ ହେବ । ଚକ୍ର ତ ଘୁରି ଚାଲିବ । ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ
ହେବାକୁ ପଡିବ । ବାବାଙ୍କୁ ମନେ ପକାଇଲେ ବିକାର ବାହାରିଯିବ । ସତ୍ୟଯୁଗରେ ବହୁତ କମ୍ ରହିବେ ।
ପୁଣି ରାବଣ ରାଜ୍ୟରେ କେତେ ବୃଦ୍ଧି ହୋଇଯାଇଥାଏ । ସତ୍ୟଯୁଗରେ ୯ ଲକ୍ଷ ରହିବେ ପୁଣି ଧିରେ ଧିରେ
ବୃଦ୍ଧି ହେବ । ଯିଏ ପ୍ରଥମେ ପବିତ୍ର ଥିଲେ ସେହିମାନେ ପୁଣି ପତିତ ହୋଇଥା’ନ୍ତି । ସତ୍ୟଯୁଗରେ
ଦେବତାମାନଙ୍କର ପବିତ୍ର ପ୍ରବୃତ୍ତିମାର୍ଗ ଥିଲା । ସେହିମାନେ ପୁଣି ଅପବିତ୍ର ପ୍ରବୃତ୍ତିମାର୍ଗୀ
ହୋଇଯାଇଛନ୍ତି । ଡ୍ରାମା ଅନୁସାରେ ଏହି ଚକ୍ର ନିଶ୍ଚିତ ଘୂରିବ । ଏବେ ପୁଣି ତୁମେ ପବିତ୍ର
ପ୍ରବୃତ୍ତିମାର୍ଗର ହେଉଛ । ବାବା ହିଁ ଆସି ପବିତ୍ର କରାଉଛନ୍ତି । କହୁଛନ୍ତି ମୋତେ ମନେ ପକାଇଲେ
ବିକର୍ମ ବିନାଶ ହେବ । ତୁମେ ଅଧାକଳ୍ପ ପବିତ୍ର ଥିଲ ପୁଣି ରାବଣ ରାଜ୍ୟରେ ପତିତ ହୋଇଯାଇଛ । ଏ କଥା
ମଧ୍ୟ ତୁମେମାନେ ଏବେ ବୁଝୁଛ । ଆମେ ମଧ୍ୟ ସଂପୂର୍ଣ୍ଣ ମୂଲ୍ୟହୀନ ଥିଲୁ । ଏବେ କେତେ ଜ୍ଞାନ
ମିଳିଛି । ଯାହାଦ୍ୱାରା ଆମେ କ’ଣ ଥିଲୁ କ’ଣ ହେଉଛୁ! ବାକି ଯେଉଁ ଏତେ ସବୁ ଧର୍ମ ରହିଛି, ତାହା
ସବୁ ଶେଷ ହୋଇଯିବ । ଜୀବଜନ୍ତୁଙ୍କ ସଦୃଶ ସମସ୍ତେ ମରିବେ । ଯେପରି ବରଫ ପଡ଼ିଲେ କେତେ ଜୀବଜନ୍ତୁ
ପକ୍ଷୀ ଆଦି ମରିଯାଇଥାନ୍ତି । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବ । ଏ ସବୁ ସମାପ୍ତ ହୋଇଯିବ ।
ଏମାନେ ସବୁ ମରିପଡିଛନ୍ତି । ଏହି ଆଖିଦ୍ୱାରା ତୁମେ ଯାହା କିଛି ଦେଖିୁଛ ସେସବୁ ପୁଣି ରହିବ ନାହିଁ
। ନୂଆ ଦୁନିଆରେ ବିଲକୁଲ୍ ହିଁ କମ୍ ସଂଖ୍ୟକ ମନୁଷ୍ୟ ରହିବେ । ଏହି ଜ୍ଞାନ ତୁମମାନଙ୍କ ବୁଦ୍ଧିରେ
ଅଛି, ଜ୍ଞାନର ସାଗର ବାବା ହିଁ ତୁମକୁ ଜ୍ଞାନର ବର୍ସା ଦେଉଛନ୍ତି । ତୁମେ ଜାଣିଛ ସାରା ଦୁନିଆରେ
ଆବର୍ଜନା ହିଁ ଆବର୍ଜନା ଭରି ରହିଛି । ଆମେ ମଧ୍ୟ ଆବର୍ଜନାରେ ଅପରିଷ୍କାର ହୋଇ ପଡ଼ିଥିଲୁ । ବାବା
ଆବର୍ଜନାରୁ ବାହାର କରି ଏବେ କେତେ ଗୁଲ୍ ଗୁଲ୍ (ଫୁଲଭଳି) କରୁଛନ୍ତି । ଆମେ ଏହି ଶରୀର ଛାଡ଼ିବୁ,
ଆତ୍ମା ପବିତ୍ର ହୋଇଯିବ ।
ବାବା ସମସ୍ତଙ୍କୁ ସମାନ
ରୂପରେ ପାଠ ପଢାଉଛନ୍ତି କିନ୍ତୁ କେତେକଙ୍କର ବୁଦ୍ଧି ଯେପରି ବୁଲ୍କୁଲ୍ ଜଡ଼, କିଛି ହେଲେ ବୁଝୁ
ନାହାଁନ୍ତି । ଏହା ମଧ୍ୟ ଡ଼୍ରାମାରେ ନିଧାର୍ଯ୍ୟ ରହିଛି । ବାବା କହୁଛନ୍ତି ଏମାନଙ୍କ ଭାଗ୍ୟରେ
ହିଁ ନାହିଁ, ତେବେ ମୁଁ କ’ଣ କରିପାରିବି । ମୁଁ ତ ସମସ୍ତଙ୍କୁ ସମାନ ଭାବରେ ପାଠ ପଢାଉଛି ।
କିନ୍ତୁ ଏମାନେ କ୍ରମାନୁସାରେ ପଢୁଛନ୍ତି । କେହି ଭଲ ଭାବରେ ବୁଝି ପୁଣି ଅନ୍ୟମାନଙ୍କୁ
ବୁଝାଉଛନ୍ତି, ଅନ୍ୟମାନଙ୍କର ମଧ୍ୟ ଜୀବନ ହୀରା ତୁଲ୍ୟ କରାଉଛନ୍ତି । କେହି କେହି ତ ପୁଣି କରାଉ
ନାହାଁନ୍ତି । କେତେ ଓଲଟା ଅହଙ୍କାର ରହିଛି । ଯେପରି ବୈଜ୍ଞାନିକ ମାନଙ୍କର ବୁଦ୍ଧିର କେତେ
ଅହଙ୍କାର ରହିଛି, ଦୂରରୁ ଦୂର ଆକାଶକୁ, ସମୁଦ୍ରକୁ ଦେଖିବାକୁ ଚାହୁଁଛନ୍ତି । ବାବା କହୁଛନ୍ତି ଏହା
ଦ୍ୱାରା କୌଣସି ଲାଭ ହେବ ନାହିଁ । ଅଯଥାରେ ଗର୍ବୀ ବୈଜ୍ଞାନିକ ମାନେ ନିଜର ମୁଣ୍ଡ ଖରାପ କରୁଛନ୍ତି
। ବହୁତ ଅଧିକା ଦରମା ତାଙ୍କୁ ମିଳୁଛି, ସବୁ ନଷ୍ଟ କରିଚାଲିଛନ୍ତି । ଏପରି ନୁହେଁ ଯେ ସୁନାର
ଦ୍ୱାରିକା ସମୁଦ୍ର ତଳୁ ବାହାରି ଆସିବ । ଏହା ତ ଡ଼୍ରାମାର ଚକ୍ର ଅଟେ ଯାହାକି ଘୂରି ଚାଲିଛି ।
ପୁଣି ଆମେ ନିଜ ସମୟରେ ନୂଆ ଦୁନିଆରେ ଯାଇ ମହଲ ତିଆରି କରିବ । କେହି କେହି ଆଶ୍ଚର୍ଯ୍ୟ ହେଉଛନ୍ତି,
କ’ଣ ଏହିପରି ପୁଣି ମହଲ ତିଆରି ହେବ । ନିଶ୍ଚୟ, ବାବା ଦେଖାଉଛନ୍ତି ତୁମମାନଙ୍କୁ ପୁଣି ଏହିପରି
ସୁନାର ମହଲ ତିଆରି କରିବ । ସେଠାରେ ତ ବହୁତ ସୁନା ରହିବ । ବର୍ତ୍ତମାନ ମଧ୍ୟ କେତେକ ସ୍ଥାନରେ
ବହୁତ ସୁନାର ପାହାଡମାନ ରହିଛି କିନ୍ତୁ ସୁନା ବାହାର କରିପାରୁନାହାଁନ୍ତି । ନୂଆ ଦୁନିଆରେ ତ
ସୁନାର ଅସରନ୍ତି ଖଣି ଥିଲା, ତାହା ଶେଷ ହୋଇଗଲା । ଏବେ ହୀରାର ଦାମ୍ ମଧ୍ୟ ଦେଖ କେତେ ହୋଇଯାଇଛି
। ଆଜି ଏତେ ଦାମ୍, କାଲି ପଥର ସଦୃଶ ହୋଇଯିବ । ବାବା ତୁମ ସନ୍ତାନମାନଙ୍କୁ ବହୁତ ୱାଣ୍ଡରଫୁଲ୍ (ଆଶ୍ଚର୍ଯ୍ୟ)
କଥା ଶୁଣାଉଛନ୍ତି ଏବଂ ସାକ୍ଷାତ୍କାର ମଧ୍ୟ କରାଉଛନ୍ତି । ତୁମ ସନ୍ତାନମାନଙ୍କର ବୁଦ୍ଧିରେ ଏବେ
ଏକଥା ରହିବା ଉଚିତ୍ ଯେ - ଆମ ଆତ୍ମାମାନଙ୍କୁ ନିଜର ଘର ଛାଡିବା ୫ ହଜାର ବର୍ଷ ହୋଇଗଲାଣି, ଯାହାକୁ
ମୁକ୍ତିଧାମ କୁହାଯାଉଛି । ଭକ୍ତିମାର୍ଗରେ ମୁକ୍ତି ନିମନ୍ତେ କେତେ ମୁଣ୍ଡ ପିଟୁଛନ୍ତି କିନ୍ତୁ ଏବେ
ତୁମେ ବୁଝିପାରୁଛ ବାବାଙ୍କ ବିନା କେହି ମୁକ୍ତି ଦେଇପାରିବେ ନାହିଁ । ସାଥିରେ ନେଇଯାଇ ପାରିବେ
ନାହିଁ । ଏବେ ତୁମ ସନ୍ତାନମାନଙ୍କର ବୁଦ୍ଧିରେ ନୂଆ ଦୁନିଆ ରହିଛି, ଜାଣିଛ ଏହି ଚକ୍ର ନିଶ୍ଚିତ
ଘୂରିବ, ତୁମର ଅନ୍ୟ କୌଣସି କଥାକୁ ଯିବା ଅନୁଚିତ୍ । କେବଳ ବାବାଙ୍କୁ ମନେ ପକାଇବାକୁ ହେବ,
ସମସ୍ତଙ୍କୁ ଏହି କଥା କହିଚାଲ - ବାବାଙ୍କୁ ସ୍ମରଣ କରିଲେ ବିକର୍ମ ବିନାଶ ହେବ । ବାବା ତୁମକୁ
ସ୍ୱର୍ଗର ମାଲିକ କରାଇଥିଲେ ନା । ତୁମେ ମୋର ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛ । କେତେ ବର୍ଷ ହେଲା?
ଏହା ୫ ହଜାର ବର୍ଷର କଥା । ତୁମେ ସ୍ୱର୍ଗବାସୀ ହୋଇଥିଲ ପୁଣି ୮୪ ଜନ୍ମର ଚକ୍ର ଲଗାଇଲ । ଡ୍ରାମା
ଏହିପରି କରାଯାଇଛି । ମୁଁ ତୁମମାନଙ୍କୁ ଏହି ସୃଷ୍ଟି ଚକ୍ର ବିଷୟରେ ଆସି ବୁଝାଉଛି । ଏବେ ତୁମର
ବହୁତ ଭଲ ଭାବରେ ସ୍ମୃତି ଆସୁଛି । ଆମେ ସବୁଠାରୁ ଉଚ୍ଚ (ଶ୍ରେଷ୍ଠ) ପାର୍ଟଧାରୀ ଅଟୁ । ଆମର
ପାର୍ଟ ବାବାଙ୍କ ସହିତ ରହିଛି, ଆମେ ବାବାଙ୍କ ଶ୍ରୀମତ ଅନୁସାରେ ବାବାଙ୍କର ସ୍ମୃତିରେ ରହି
ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରାଉଛୁ । ଯିଏ କଳ୍ପ ପୂର୍ବରୁ ଥିଲେ ସେହିମାନେ ହିଁ ହେବେ ।
ସେମାନେ ସାକ୍ଷୀ ହୋଇ ଦେଖୁଥିବେ ଏବଂ ପୁରୁଷାର୍ଥ ମଧ୍ୟ କରାଇବାରେ ଲାଗିଥିବେ । ସଦା
ଉମଙ୍ଗ-ଉତ୍ସାହରେ ରହିବା ପାଇଁ ପ୍ରତିଦିନ ଏକାନ୍ତରେ ବସି ନିଜ ସହିତ କଥାବାର୍ତ୍ତା ହୁଅ । ବାକି
ଆଉ ଅଳ୍ପ ସମୟ ଏହି ଅଶାନ୍ତି ଦୁନିଆରେ ରହିଛୁ, ପୁଣି ଅଶାନ୍ତିର ନାମ ମଧ୍ୟ ରହିବ ନାହିଁ । କେହି
ମୁଖରେ କହିବେ ନାହିଁ ଯେ ମନକୁ ଶାନ୍ତି କିପରି ମିଳିବ । ଶାନ୍ତି ନିମନ୍ତେ ସାଧୁ
ସନ୍ନ୍ୟାସୀମାନଙ୍କ ପାଖକୁ ଯାଉଛନ୍ତି କିନ୍ତୁ ଶାନ୍ତିର ସାଗର ଏକମାତ୍ର ବାବା ହିଁ ଅଟନ୍ତି, ଅନ୍ୟ
କାହା ପାଖରେ ଏହି ବସ୍ତୁ ନାହିଁ । ଏମିତି ତ ତୁମମାନଙ୍କ ବୁଦ୍ଧିରେ ଏ କଥା ଗୁଞ୍ଜରିତ ହେବା ଉଚିତ୍
- ରଚୟିତା ଏବଂ ରଚନାକୁ ଜାଣିବା - ଏହା ହିଁ ହେଉଛି ଜ୍ଞାନ । ତାହା ଶାନ୍ତି ପାଇଁ, ଏହା ସୁଖ ପାଇଁ
। ସୁଖ ଧନ ଦ୍ୱାରା ହୋଇଥାଏ । ଧନ ନ ଥିଲେ ମନୁଷ୍ୟ କୌଣସି କାମର ନୁହେଁ । ଧନ ପାଇଁ ମନୁଷ୍ୟମାନେ
କେତେ ପାପ କରୁଛନ୍ତି । ବାବା ତୁମମାନଙ୍କୁ ଅସରନ୍ତି ଧନ ଦେଇଛନ୍ତି । ସ୍ୱର୍ଗ ସୁନାର, ନର୍କ
ପଥରର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସମୟ ବାହାର
କରି ଏକାନ୍ତରେ ବସି ନିଜେ ନିଜ ସହିତ କଥା ହୋଇ ନିଜ ଭିତରେ ଉମଙ୍ଗ ଉତ୍ସାହ ଜାଗ୍ରତ କରିବାକୁ ହେବ
। ନିଜ ସମାନ କରିବାର ସେବା ସହିତ ସାକ୍ଷୀ ହୋଇ ପ୍ରତ୍ୟେକଙ୍କର ପାର୍ଟକୁ ଦେଖିବାର ଅଭ୍ୟାସ
କରିବାକୁ ହେବ ।
(୨) ବାବାଙ୍କୁ ମନେ
ପକାଇ ନିଜକୁ ନିଜେ ସୁଧାରିବାକୁ ହେବ । ନିଜର ମନକୁ ପଚାରିବାକୁ ହେବ ଯେ ମୁଁ ଈଶ୍ୱରୀୟ
ସନ୍ଦେଶବାହକ ହୋଇଛି, ମୁଁ କେତେ ଜଣଙ୍କୁ ନିଜ ସମାନ କରିଛି?
ବରଦାନ:-
ଶ୍ରେଷ୍ଠ
ପୁରୁଷାର୍ଥ ଦ୍ୱାରା ଅନ୍ତିମ ଫଳାଫଳର ପ୍ରଥମ ନମ୍ବର ପ୍ରାପ୍ତ କରୁଥିବା ଉଡନ୍ତାପକ୍ଷୀ ହୁଅ ।
ଅନ୍ତିମ ଫଳାଫଳରେ ପ୍ରଥମ
ନମ୍ବର ସ୍ଥାନ ଗ୍ରହଣ କରିବା ପାଇଁ (୧) ଆନ୍ତରିକ ଅବିନାଶୀ ବୈରାଗ୍ୟ ଦ୍ୱାରା ବିତିଯାଇଥିବା କଥାକୁ,
ସଂସ୍କାର ରୂପୀ ବୀଜକୁ ଜଳାଇ ଦିଅ । (୨) ଅମୃତବେଳାଠାରୁ ରାତ୍ରି ପର୍ଯ୍ୟନ୍ତ ଈଶ୍ୱରୀୟ ନିୟମ ଏବଂ
ମର୍ଯ୍ୟାଦାଗୁଡିକୁ ସର୍ବଦା ପାଳନ କରିବାର ବ୍ରତ ନିଅ ଅର୍ଥାତ୍ ପ୍ରତିଜ୍ଞା କର ଏବଂ (୩) ମାନସିକ
ବୃତ୍ତି ଦ୍ୱାରା, ବାଣୀ ଦ୍ୱାରା ବା ସମ୍ବନ୍ଧ-ସମ୍ପର୍କ ଦ୍ୱାରା ନିରନ୍ତର ମହାଦାନୀ ହୋଇ, ପୂଣ୍ୟ
ଆତ୍ମା ହୋଇ ଦାନ ପୂଣ୍ୟ କରିଚାଲ । ଯେତେବେଳେ ଏହିଭଳି ଶ୍ରେଷ୍ଠ ହାଇଜମ୍ପ ଦେବା ଭଳି ପୁରୁଷାର୍ଥ
କରିବ ତେବେ ଯାଇ ଉଡନ୍ତା ପକ୍ଷୀ ହୋଇ ଅନ୍ତିମ ଫଳାଫଳରେ ପ୍ରଥମ ନମ୍ବର ସ୍ଥାନ ପ୍ରାପ୍ତ କରିପାରିବ
।
ସ୍ଲୋଗାନ:-
ମନର ବୃତ୍ତି
ଦ୍ୱାରା ବାୟୁମଣ୍ଡଳକୁ ଶକ୍ତିଶାଳୀ କରିବା ହିଁ ଅନ୍ତିମ ପୁରୁଷାର୍ଥ ବା ଅନ୍ତିମ ସେବା ଅଟେ ।
ଅବ୍ୟକ୍ତ ଈଶାରା:-
ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।
ବିଶେଷ ଆତ୍ମାମାନଙ୍କୁ
ବା ମହାନ ଆତ୍ମାମାନଙ୍କୁ ଦେଶର ବା ବିଶ୍ୱର ବ୍ୟକ୍ତିତ୍ୱ ବା ବରପୂତ୍ର କୁହାଯାଏ । ତେବେ
ପବିତ୍ରତାର ବ୍ୟକ୍ତିତ୍ୱ ଅର୍ଥାତ୍ ପ୍ରତ୍ୟେକ କର୍ମରେ ମହାନତା ଏବଂ ବିଶେଷତା । ଆତ୍ମ-ଅଭିମାନୀ
ବ୍ୟକ୍ତିତ୍ୱ ସମ୍ପନ୍ନ ଆତ୍ମାମାନେ ନିଜର ଶକ୍ତି, ନିଜର ସମୟ, ନିଜର ସଂକଳ୍ପକୁ ବ୍ୟର୍ଥରେ ନଷ୍ଟ
କରନ୍ତି ନାହିଁ, ସଫଳ କରିଥାଆନ୍ତି । ଏହିଭଳି ବ୍ୟକ୍ତିତ୍ୱ ସମ୍ପନ୍ନ ଆତ୍ମାମାନେ କେବେ ବି ଛୋଟ
ଛୋଟ କଥାରେ ନିଜର ମନ-ବୁଦ୍ଧିକୁ ବ୍ୟସ୍ତ ରଖନ୍ତି ନାହିଁ ।